Author: Samikhsya Bureau

ନୂଆଦିଲ୍ଲୀ: ବଲିଉଡ ଅଭିନେତା ଶାହରୁଖ ଖାନଙ୍କ ସୁରକ୍ଷା ବୃଦ୍ଧି କରାଯାଇଛି। ମୁମ୍ବାଇ ପୋଲିସ ଶାହାରୁଖ ଖାନଙ୍କୁ Y + ବର୍ଗର ସୁରକ୍ଷା ଦେଇଛି। ଗ୍ୟାଙ୍ଗଷ୍ଟରଙ୍କ ମୃତ୍ୟୁ ଧମକ ଅଭିଯୋଗ କରିବା ପରେ ତାଙ୍କୁ ମୁମ୍ବାଇ ପୋଲିସ ପକ୍ଷରୁ Y + ସୁରକ୍ଷା ଦିଆଯାଇଛି। Y + ସୁରକ୍ଷା ଅଧୀନରେ 6 ସଶସ୍ତ୍ର ସୈନିକ ଶାହାରୁଖ ଖାନଙ୍କ ସହିତ ୨୪ ଘଣ୍ଟା ରହିବେ। ଏହାପୂର୍ବରୁ ଦୁଇ ସୁରକ୍ଷା ବାହିନୀ ଶାହାରୁଖ ଖାନଙ୍କ ସହ ରହୁଥିଲେ। ଅଣ୍ଡରୱାର୍ଲ୍ଡ ଏବଂ ଗ୍ୟାଙ୍ଗଷ୍ଟରର ଟାର୍ଗେଟରେ ଶାହାରୁଖ: ପ୍ରକାଶ ଯେ, ଶାହାରୁଖ ଖାନଙ୍କ ଜୀବନ ପ୍ରତି ବିପଦ ଥିବା ପୋଲିସ ଗୁପ୍ତଚର ସୂତ୍ରରୁ ସୂଚନା ଗ୍ରହଣ କରିଛି। ଏହା ଜାଣିବାକୁ ମିଳିଛି ଯେ ତାଙ୍କ ଚଳଚ୍ଚିତ୍ର ପଠାନ ଏବଂ ଜବାନର ହିଟ୍ ପରେ ଶାହରୁଖ ଖାନ ଅଣ୍ଡରୱାର୍ଲ୍ଡ ଏବଂ ଗ୍ୟାଙ୍ଗଷ୍ଟରଙ୍କ ଟାର୍ଗେଟରେ ରହିଛନ୍ତି। ପୋଲିସର ସୂଚନାନୁସାରେ, ଶାହାରୁଖ ଖାନ ତାଙ୍କ ଚଳଚ୍ଚିତ୍ର ‘ପଠାନ’ ଏବଂ ‘ଜବାନ’ର ସଫଳତା ପରେ…

Read More

ନୂଆଦିଲ୍ଲୀ: ବିଶ୍ୱକପ-୨୦୨୩ ର ପଞ୍ଚମ ମ୍ୟାଚରେ ଭାରତ ଅଷ୍ଟ୍ରେଲିଆକୁ ୬ ୱିକେଟରେ ପରାସ୍ତ କରିଛି। ଟିମ୍ ଇଣ୍ଡିଆର ବିଜୟରେ ବିରାଟ କୋହଲି ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। କୋହଲି ୮୫ ରନର ଇନିଂସ ଖେଳିଥିଲେ। ଏହି ମ୍ୟାଚ୍ ସମୟରେ ବିରାଟ ତାଙ୍କ ନାମରେ ଅନେକ ରେକର୍ଡ କରିଥିଲେ। ସେ ସଚିନ ତେନ୍ଦୁଲକରଙ୍କ ଏକ ରେକର୍ଡ ମଧ୍ୟ ଭାଙ୍ଗିଛନ୍ତି। ଏହି ମ୍ୟାଚ୍‌ରେ ଟାର୍ଗେଟକୁ ପିଛା କରି କୋହଲି ଭାରତ ପାଇଁ ODI ମ୍ୟାଚ୍‌ରେ ସର୍ବାଧିକ ରନ୍ ସଂଗ୍ରହ କରିଥିଲେ। ସାମଗ୍ରିକ ତାଲିକାରେ ବିରାଟ କୋହଲି ଶୀର୍ଷରେ ପହଞ୍ଚିଛନ୍ତି। ସେ ୫୫୧୭ ରନ୍ ସଂଗ୍ରହ କରିଛନ୍ତି। ସଚିନ ୫୪୯୦ ରନ ସ୍କୋର କରିଛନ୍ତି। ପୂର୍ବରୁ ଏହି ରେକର୍ଡ କେବଳ ସଚିନଙ୍କ ନାମରେ ଥିଲା। ଏହି ତାଲିକାରେ ରିକି ପଣ୍ଟିଙ୍ଗ ତୃତୀୟ ସ୍ଥାନରେ ଅଛନ୍ତି। ସେ ୪୧୮୬ ରନ୍ ସ୍କୋର କରିଛନ୍ତି। ରୋହିତ ଶର୍ମା ଚତୁର୍ଥ ସ୍ଥାନରେ ଅଛନ୍ତି। ରୋହିତ ୩୯୮୩ ରନ୍ ସଂଗ୍ରହ…

Read More

ନୂଆଦିଲ୍ଲୀ: ଆଜି ନିର୍ବାଚନ ଆୟୋଗ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କରିବେ। ନିକଟରେ ପାଞ୍ଚୋଟି ରାଜ୍ୟର ବିଧାନସଭା କାର୍ଯ୍ୟ କାଳ ଶେଷ ହେଉଛି। ସେହି ପାଞ୍ଚୋଟି ରାଜ୍ୟର ବିଧାନସଭା ନିର୍ବାଚନ ତାରିଖ ଘୋଷଣା କରିବେ ଭାରତ ନିର୍ବାଚନ ଆୟୋଗ। ଆଜି ଦିନ 12 ଟା ବେଳେ ନିର୍ବାଚନ ଆୟୋଗଙ୍କ କାର୍ଯ୍ୟାଳୟରେ ଏହି ଘୋଷଣା କରାଯିବ ବୋଲି ଗଣମାଧ୍ୟମକୁ ଜଣାଇ ଦିଆଯାଇଛି। ଆସନ୍ତା ଡିସେମ୍ବରରେ ପାଞ୍ଚୋଟି ରାଜ୍ୟର ବିଧାନସଭା କାର୍ଯ୍ୟକାଳ ଶେଷ ହେଉଛି। ସେଗୁଡିକ ହେଲା ରାଜସ୍ଥାନ, ଛତିଶଗଡ, ତେଲେଙ୍ଗାନା, ମଧ୍ୟପ୍ରଦେଶ ଏବଂ ମିଜୋରାମ।

Read More

ଭୁବନେଶ୍ଵର: ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ (ସିୟୁଓ) ର କୁଳପତି ପ୍ରଫେସର ଚକ୍ରଧର ତ୍ରିପାଠୀଙ୍କ ଦୂରଦୃଷ୍ଟି ସମ୍ପନ୍ନ ନେତୃତ୍ୱରେ ଆରଆଇଇ (ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ), ଏନସିଇଆରଟି (ଜାତୀୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ) ସହଯୋଗରେ ବିଦ୍ୟାଳୟ ଶିକ୍ଷକମାନଙ୍କ ପାଇଁ କୁୱି ଏବଂ ଦେଶିଆ ଭାଷା ଉପରେ କେନ୍ଦ୍ରିତ ଏକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆୟୋଜନ କରୁଛି।  ଏହି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମ ଅକ୍ଟୋବର ୯ରୁ ଅକ୍ଟୋବର ୧୧ ତାରିଖ ପର୍ଯ୍ୟନ୍ତ ସୁନାବେଡ଼ାସ୍ଥିତ ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହେବ। ମାନ୍ୟବର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉଲ୍ଲେଖନୀୟ ପ୍ରୟାସ ଓ ନିର୍ଦ୍ଦେଶକ୍ରମେ ଏକ କୁୱି ଓ ଦେଶିଆ ପୁସ୍ତକ ପ୍ରାଥମିକ ସ୍ତରରେ ପ୍ରସ୍ତୁତି ହେବା ସହ ଭୁବନେଶ୍ୱରରେ ଉନ୍ମୋଚନ ହୋଇଯାଇଛି। ଶିକ୍ଷା କ୍ଷେତ୍ରରେ ଏହି ସ୍ୱଦେଶୀ-ଜନଜାତି ଭାଷା ଓ ସଂସ୍କୃତିର ସଂରକ୍ଷଣ ଓ ପ୍ରୋତ୍ସାହନ ଦିଗରେ ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ଶିକ୍ଷା କ୍ଷେତ୍ରର ବିଶିଷ୍ଟ ବ୍ୟକ୍ତିମାନେ ଏହି ଅବସରରେ ଉପସ୍ଥିତ ରହିବେ।…

Read More

ଭୁବନେଶ୍ଵର: ଇ-ପ୍ରଶାସନ ଓ ଇ-ସେବା ପ୍ରଦାନ କ୍ଷେତ୍ରରେ ଓଡ଼ିଶାକୁ ଶତପ୍ରତିଶତ ସଫଳତା ମିଳିଛି। ଚିହ୍ନଟ ଏକକ ସମନ୍ୱିତ ସେବା ପ୍ରଦାନ ପୋର୍ଟାଲ୍‌ ଓଡ଼ିଶା ୱାନ୍‌ ଜରିଆରେ ଓଡ଼ିଶା ଶତପ୍ରତିଶତ ସେବା ପ୍ରଦାନ କରିଛି। ଆଜି ଅର୍ଥାତ୍, ୯ ଅକ୍ଟୋବର ୨୦୨୩ ‘‘ନେସନାଲ ଇ-ଗଭର୍ଣ୍ଣାନ୍ସ ସର୍ଭିସ ଡେଲିଭରୀ ଆସେସମେଣ୍ଟ (ଏନଇଏସଡିଏ)ର ଭବିଷ୍ୟତ ଯୋଜନା’’- ଦେଶରେ ଇ-ଗଭର୍ଣ୍ଣାନ୍ସକୁ ପ୍ରୋତ୍ସାହିତ କରିବା ଏବଂ ଇ-ସେବା ଯୋଗାଣରେ ଉନ୍ନତି ଆଣିବା ଉଦ୍ଦେଶ୍ୟରେ ବିଭିନ୍ନ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳର ସେବା ଅଧିକାର କମିସନରଙ୍କ ସହ ପ୍ରଶାସନିକ ସଂସ୍କାର ଓ ଲୋକ ଅଭିଯୋଗ ବିଭାଗ (ଡିଏଆରପିଜି) ଦ୍ୱିତୀୟ ବୈଠକରେ ହୋଇଥିବା ଆଲୋଚନାରେ ଏ ସମ୍ପର୍କରେ ତଥ୍ୟ ମିଳିପାରିଛି। ଆରଟିଏସ ମୁଖ୍ୟ କମିଶନରମାନଙ୍କୁ ବିଭାଗ ଦ୍ୱାରା ନିଆଯାଇଥିବା “ଏନଇଏସଡିଏ ଭବିଷ୍ୟତ ଯୋଜନା” ବିଷୟରେ ମଧ୍ୟ ସଚେତନ କରାଯାଇଥିଲା। ରାଜ୍ୟ/ କେନ୍ଦ୍ର ଶାସିତ ଅଞ୍ଚଳ ଗୁଡିକ ପାଇଁ ବିଭାଗ ଦ୍ୱାରା ଛଅଟି ଏନଇଏସଡିଏ ଭବିଷ୍ୟତ ଯୋଜନାର ମାସିକ ରିପୋର୍ଟ ଜାରି କରାଯାଇଛି। ଏହି ରିପୋର୍ଟରେ…

Read More

ବାସ୍ତୁଶାସ୍ତ୍ର: ପ୍ରତ୍ୟେକ ବ୍ୟକ୍ତିଙ୍କ ପାଇଁ ଏକ ଘର ନିର୍ମାଣ ହେଉଛି ସବୁଠାରୁ ବଡ ଏବଂ ଆନନ୍ଦଦାୟକ କାର୍ଯ୍ୟ। ପ୍ରତ୍ୟେକ ବ୍ୟକ୍ତି ବାସ୍ତୁ ଅନୁଯାୟୀ ତାଙ୍କ ଘର ତିଆରି ଏବଂ ସଜାଇବାକୁ ଚାହାଁନ୍ତି। ହିନ୍ଦୁ ବିଶ୍ୱାସରେ ବାସ୍ତୁ ଶାସ୍ତ୍ରୀଙ୍କର ବହୁତ ଗୁରୁତ୍ୱ ରହିଛି। ଲୋକମାନେ ବାସ୍ତୁ ଅନୁଯାୟୀ ନିଜ ଘରେ ସମସ୍ତ ପ୍ରକାରର ପରିବର୍ତ୍ତନ କରିଥା’ନ୍ତି। ଜିନିଷଗୁଡିକ ସଂଗଠିତ ହୋଇ ସଠିକ୍ ସ୍ଥାନରେ ରଖିବା ଉଚିତ୍। ଏଥିପାଇଁ ବାସ୍ତୁ ଶାସ୍ତ୍ର ବିଷୟରେ ଜ୍ଞାନ ରହିବା ମଧ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଗ୍ରୀଷ୍ମ ଋତୁରେ, ଲୋକମାନେ ନିଜ ଘରେ ମାଟିପାତ୍ରରେ ପାଣି ଭର୍ତ୍ତି କରି ରଖନ୍ତି। କେଉଁ ସ୍ଥାନ ଏବଂ କେଉଁଠାରେ ପାଣିରେ ପରିପୂର୍ଣ୍ଣ ମାଠିଆକୁ ରଖିବା ଉଚିତ, ଯାହା ଦ୍ଵାରା ସୁଖ, ଶାନ୍ତି ଏବଂ ସମୃଦ୍ଧତା ସେହି ଘରେ ରହିବ। ଏହା ଜାଣିବା ପାଇଁ ବାସ୍ତୁ ଶାସ୍ତ୍ର ବିଷୟରେ ଜ୍ଞାନ ରହିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଆସନ୍ତୁ ଜାଣିବା ଏହି ପ୍ରସଙ୍ଗରେ ବାସ୍ତୁ ଶାସ୍ତ୍ରର ବିଶେଷଜ୍ଞଙ୍କ ମତ…

Read More

ଖୋର୍ଦ୍ଧା/ବାଲୁଗାଁ: ବନ୍ୟପ୍ରାଣୀ ସପ୍ତାହ ପାଳନ ଅବସରରେ ରବିବାର ବନ୍ୟପ୍ରାଣୀ ସୁରକ୍ଷା -୨୦୨୩ ବର୍ଷ ପାଇଁ ବାଲୁଗାଁ କଲେଜ ଇତିହାସ ବିଭାଗର ଅଧ୍ୟାପକ, ଏନ୍ ସି ସି ଅଫିସର ଡଃ ଅକ୍ଷୟ କୁମାର ମିଶ୍ରଙ୍କୁ ଖୋର୍ଦ୍ଧା ସବ୍ ଡିଭିଜନ ତରଫରୁ ବିଜୁ ପଟ୍ଟନାୟକ ସମ୍ମାନରେ ସମ୍ମାନିତ କରାଯାଇଥିଲା। ଖୋର୍ଦ୍ଧା ଡିଭିଜନାଲ ଫରେଷ୍ଟ ଅଫିସର କାର୍ଯ୍ୟାଳୟ ଠାରେ ଡିଏଫଓ ପାଣ୍ଡିଆନ ମାନପତ୍ର, ଉତ୍ତରୀୟ ଓ ୫ ହଜାର ଟଙ୍କାର ଚେକ୍ ପ୍ରଦାନ କରିଥିଲେ। ବାଲୁଗାଁ ବନ୍ୟପ୍ରାଣୀ ବନଖଣ୍ଡ ତରଫରୁ ଟାଙ୍ଗୀ ବ୍ଲକ ସମ୍ମିଳନୀ କକ୍ଷରେ ଆୟୋଜିତ ବନ୍ୟପ୍ରାଣୀ ସପ୍ତାହ ପାଳନ ର ଉଦଯାପନ ଉତ୍ସବ ରେ ଡଃ ମିଶ୍ର ଙ୍କୁ ବାଲୁଗାଁ ଡିଏଫଓ ଅମ୍ଳାନ କୁମାର ନାୟକ ସମ୍ବର୍ଦ୍ଧିତ କରିଥିଲେ।ବିଜୁ ପଟ୍ଟନାୟକ ସମ୍ମାନ ପାଇଥିବାରୁ କଲେଜ ର ଅଧକ୍ଷା ଡଃ କଳ୍ପନା ଦାଶ,+୨ ଅଧକ୍ଷା ଡଃ ଜୟନ୍ତୀ ସାମଲ ଙ୍କ ସମେତ ସମସ୍ତ ଅଧ୍ୟାପକ ଅଧ୍ୟାପିକା, କର୍ମଚାରୀ ଶୁଭେଚ୍ଛା ଜଣାଇଥିଲେ।

Read More

ମେଷ ରାଶି: ଆୟ ଏବଂ ପ୍ରଗତି ବୃଦ୍ଧି ଅନୁକୂଳ ହେବ। ଲାଭ ସୁଯୋଗ ଆସିବ। ସ୍ଥାୟୀ ସମ୍ପତ୍ତି କାର୍ଯ୍ୟ ବିପୁଳ ଲାଭ ଦେଇପାରେ। ବେକାରୀ ହଟାଇବା ପାଇଁ ପ୍ରୟାସ ସଫଳ ହେବ। ସହଭାଗୀମାନଙ୍କର ସହଯୋଗ ଠିକ୍ ସମୟରେ ପ୍ରାପ୍ତ ହେବ। ଭ୍ରମଣ ଯୋଜନା ପ୍ରସ୍ତୁତ ହୋଇପାରେ। ଘର ବାହାରେ କିଛି ଟେନସନ ହେବ। ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ। ବୃଷ ରାଶି: ଚାକିରିରେ ସୁବିଧା ବଢିପାରେ। ପାର୍ଟି ଏବଂ ପିକନିକର ଏକ କାର୍ଯ୍ୟକ୍ରମ ହେବ। ସୁସ୍ୱାଦୁ ଖାଦ୍ୟ ଉପଭୋଗ କରିପାରନ୍ତି। ବ୍ୟବସାୟ ଅନୁକୂଳ ହେବ। ସୃଜନଶୀଳ କାର୍ଯ୍ୟ ସଫଳ ହେବ। କାମରେ ମନ ଲାଗିବ। ସେୟାର ବଜାରରେ ଲାଭ ହେବ। ବ୍ୟସ୍ତତା ହେତୁ ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ଧନପ୍ରାପ୍ତି ହେବାର ସୁଯୋଗ ମିଳିବ। ମିଥୁନ ରାଶି: କାମ ପ୍ରତି ଅଧିକ ଧ୍ୟାନ ଦେବା ଆବଶ୍ୟକ। ବକ୍ତବ୍ୟକୁ ନିୟନ୍ତ୍ରଣ କରନ୍ତୁ। ଚିନ୍ତା ଏବଂ ଟେନସନ ହେବେ। ସ୍ୱାସ୍ଥ୍ୟ ଦୁର୍ବଳ ହେବ। ବ୍ୟବସାୟ ଭଲ ହେବ। ଆୟରେ ନିଶ୍ଚିତତା…

Read More

ନୂଆଦିଲ୍ଲୀ: ଅଷ୍ଟ୍ରେଲୀୟ ବୋଲରଙ୍କ ଦ୍ୱାରା ଝଡ଼ ସୃଷ୍ଟି ହେବା ପରେ ବିରାଟ କୋହଲି ଏବଂ କେ.ଏଲ୍ ରାହୁଲ ଚମତ୍କାର ଇନିଂସ ଖେଳି ବିଶ୍ୱକପ୍‌ର ପ୍ରଥମ ମ୍ୟାଚ୍‌ରେ ଟିମ୍ ଇଣ୍ଡିଆକୁ ବିଜୟୀ କରାଇଛନ୍ତି। ୨୦୦ ରନ୍ ଟାର୍ଗେଟକୁ ପିଛା କରୁଥିବା ବେଳେ ମାତ୍ର ଦୁଇଟି ରନ୍ ପାଇଁ ଭାରତର ତିନୋଟି ୱିକେଟ୍ ହରାଇଥିଲା। ଏହା ପରେ କିଙ୍ଗ କୋହଲି ୮୫ ରନ ଏବଂ କେ.ଏଲ୍ ରାହୁଲ ୯୭ ରନର ଅପରାଜିତ ଇନିଂସ ଖେଳି ଟିମ୍ ଇଣ୍ଡିଆକୁ ବିଜୟ ଆଡକୁ ନେଇଥିଲେ। ଯେତେବେଳେ ଭାରତ ମାତ୍ର ଦୁଇଟି ରନ୍ ପାଇଁ ତିନୋଟି ୱିକେଟ୍ ହରାଇଥିଲା। ତା’ପରେ ଲାଗୁଥିଲା ଯେ ଅଷ୍ଟ୍ରେଲିଆ ଦଳ କମ୍ ସ୍କୋରିଂ ମ୍ୟାଚ୍‌ରେ ମ୍ୟାଚ୍‌ ର ସ୍ଥିତିକୁ ବଦଳାଇଦେବ, କିନ୍ତୁ ବିରାଟ କୋହଲି ଏବଂ କେ.ଏଲ୍ ରାହୁଲ ହାର ମାନିନଥିଲେ ଏବଂ ସାହସର ସହିତ ଅଷ୍ଟ୍ରେଲୀୟ ବୋଲରଙ୍କ ବଲକୁ ସାମ୍ନା କରିଥିଲେ। ଚତୁର୍ଥ ୱିକେଟ୍ ପାଇଁ ଉଭୟ ୧୬୫ ରନ୍ ରେକର୍ଡ…

Read More

ନୂଆଦିଲ୍ଲୀ: ଏସୀୟ କ୍ରୀଡ଼ାରେ ଚଳିତଥର ସର୍ବାଧିକ ୧୦୭ ପଦକ ସହ ଗତ ୬୦ ବର୍ଷରେ ଭାରତର ସର୍ବଶ୍ରେଷ୍ଠ ପ୍ରଦର୍ଶନକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରଶଂସା କରିଛନ୍ତି। ଖେଳାଳିଙ୍କ ଅଦମ୍ୟ ନିଷ୍ଠା, ନିରନ୍ତର ପ୍ରୟାସ ଏବଂ ପରିଶ୍ରମକୁ ଶ୍ରୀ ମୋଦୀ ପ୍ରଶଂସା କରିଛନ୍ତି। ଏକ୍ସରେ ପ୍ରଧାନମନ୍ତ୍ରୀ ପୋଷ୍ଟ କରିଛନ୍ତି: ‘ଏସୀୟ କ୍ରୀଡ଼ାରେ ଭାରତ ପାଇଁ ଐତିହାସିକ ସଫଳତା! ଆମ ଅବିଶ୍ୱସନୀୟ ଆଥଲେଟମାନେ ୧୦୭ ପଦକ ଆଣିଥିବାରୁ ସମଗ୍ର ଦେଶ ଉଲ୍ଲସିତ, ଯାହା କି ଗତ ୬୦ ବର୍ଷରେ ସର୍ବଶ୍ରେଷ୍ଠ ପ୍ରଦର୍ଶନ। ଆମ ଖେଳାଳିମାନଙ୍କ ଅଦମ୍ୟ ନିଷ୍ଠା, ନିରନ୍ତର ପ୍ରୟାସ ଏବଂ ପରିଶ୍ରମ ଦେଶକୁ ଗର୍ବିତ କରିଛି। ସେମାନଙ୍କ ବିଜୟ ଆମକୁ ଅବିସ୍ମରଣୀୟ ମୁହୂର୍ତ୍ତ ଦେଇଛି, ସମସ୍ତଙ୍କୁ ପ୍ରେରିତ କରିଛି ଏବଂ ଉତ୍କର୍ଷତା ପ୍ରତି ଆମର ପ୍ରତିବଦ୍ଧତାକୁ ନିଶ୍ଚିତ କରିଛି।’

Read More

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱ ଏବଂ କେନ୍ଦ୍ର ଗୃହ ଓ ସମବାୟ ମନ୍ତ୍ରୀ ଶ୍ରୀ ଅମିତ ଶାହଙ୍କ ମାର୍ଗଦର୍ଶନରେ ଭାରତ ସରକାର ଦେଶର ସମସ୍ତ ସମବାୟ ସମିତିକୁ ସୁଦୃଢ଼ କରିବା ପାଇଁ ଅନେକ ପଦକ୍ଷେପ ନେଇଛନ୍ତି। ଏହି କ୍ରମରେ ସମସ୍ତ ୨୮ଟି ରାଜ୍ୟ ଓ ୮ଟି କେନ୍ଦ୍ରଶାସିତ ପ୍ରଦେଶରେ ଥିବା ସମବାୟ ନିବନ୍ଧକ ଏବଂ ୧୩ଟି ରାଜ୍ୟରେ କାର୍ଯ୍ୟକରୁଥିବା ୧୮୫୧ଟି କୃଷି ଓ ଗ୍ରାମ୍ୟ ଉନ୍ନୟନ ବ୍ୟାଙ୍କ (ଏଆରଡିବି)ର କମ୍ପ୍ୟୁଟରୀକରଣ ଓ ଅଧିକ କ୍ଷମତା ପ୍ରଦାନ କରିବା ପାଇଁ କେନ୍ଦ୍ର ଗୃହ ଓ ସମବାୟ ମନ୍ତ୍ରୀ ଶ୍ରୀ ଅମିତ ଶାହ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି । ଦେଶର ସମସ୍ତ ପ୍ରାଥମିକ କୃଷି ଋଣ ସମିତି (ପିଏସିଏସ୍)ର କମ୍ପ୍ୟୁଟରୀକରଣ ଅନୁରୂପ, ଏକ ଜାତୀୟ ସମନ୍ୱିତ ସଫ୍ଟୱେର୍ ମାଧ୍ୟମରେ ୧୩ଟି ରାଜ୍ୟରେ କାର୍ଯ୍ୟ କରୁଥିବା ୧୮୫୧ଟି କୃଷି ଓ ଗ୍ରାମୀଣ ଉନ୍ନୟନ ବ୍ୟାଙ୍କ (ଏଆରଡିବି)ଗୁଡ଼ିକର ସମସ୍ତ ୟୁନିଟର କମ୍ପ୍ୟୁଟରୀକରଣ କରାଯିବ ।…

Read More

ନୂଆଦିଲ୍ଲୀ: ଗାଜା ପଟ୍ଟି ନିକଟରେ ଦକ୍ଷିଣ ଇସ୍ରାଏଲରେ ଆୟୋଜିତ ଏକ ସଙ୍ଗୀତ ମହୋତ୍ସବକୁ ଶନିବାର ସକାଳେ ହମାସ ଆତଙ୍କବାଦୀମାନେ ଆକ୍ରମଣ କରିଥିଲେ। ଏହି ସଂଗୀତ ମହୋତ୍ସବରେ ବହୁ ସଂଖ୍ୟକ ଇସ୍ରାଏଲ୍ ଏବଂ ପର୍ଯ୍ୟଟକ ଅଂଶଗ୍ରହଣ କରିଥିଲେ। ସୋସିଆଲ ମିଡିଆରେ ଉପଲବ୍ଧ ଭିଡିଓରେ ଆତଙ୍କବାଦୀମାନେ ସବୁ ଦିଗରୁ ଆକ୍ରମଣ କରିଥିବା ଜଣାପଡିଛି। ଯେତେବେଳେ ହମାସ ଲୋକମାନେ ସେମାନଙ୍କ ଉପରକୁ ଗୁଳି ଚଳାଉଥିଲେ, ସେତେବେଳେ ଶହ ଶହ ଲୋକ ସବୁ ଦିଗକୁ ଦୌଡୁଥିବାର ଦେଖାଯାଇଥିଲା। ଭିଡିଓରେ ଏହା ଦେଖିବାକୁ ମିଳେ ଯେ, ଏହି ସମୟ ମଧ୍ୟରେ ହମାସ ଲୋକମାନେ ମଧ୍ୟ ଅନେକ ଲୋକଙ୍କୁ ଅପହରଣ କରି ଟ୍ରକରେ ଲୋଡ୍ କରିଥିଲେ। ଜଣେ ମହିଳାଙ୍କୁ ମୋଟରସାଇକେଲରେ ଭର୍ତ୍ତି କରାଯାଇ କାର୍ଯ୍ୟକ୍ରମ ସ୍ଥାନରୁ ଗାଜାକୁ ନିଆଯାଇଥିବା ଦେଖାଯାଇଥିଲା। କିଛି ଲୋକ ତାଙ୍କ ପ୍ରେମିକକୁ ଧରି ଏକ ଖାଲି ପଡ଼ିଆ ଆଡକୁ ନେଇଯାଇଥିଲେ। ଯେଉଁଠାରେ ତାଙ୍କୁ ବୋଧହୁଏ ଫାଶୀ ଦିଆଯାଇଥିଲା। ସଙ୍ଗୀତ କାର୍ଯ୍ୟକ୍ରମରେ ଭାଗ ନେଇଥିବା ୩୦ ବର୍ଷୀୟ…

Read More

ନୂଆଦିଲ୍ଲୀ: ବାୟୁସେନା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବାୟୁସେନା ଯୋଦ୍ଧା ଏବଂ ସେମାନଙ୍କ ପରିବାରକୁ ଶୁଭେଚ୍ଛା ଜଣାଇଛନ୍ତି। ଏକ୍ସରେ ପ୍ରଧାନମନ୍ତ୍ରୀ ପୋଷ୍ଟ କରିଛନ୍ତି: ‘ବାୟୁସେନା ଦିବସରେ ସମସ୍ତ ବାୟୁସେନା ଯୋଦ୍ଧା ଏବଂ ସେମାନଙ୍କ ପରିବାରକୁ ଶୁଭେଚ୍ଛା। ଭାରତୀୟ ବାୟୁସେନାର ବୀରତ୍ୱ, ପ୍ରତିବଦ୍ଧତା ଏବଂ ସମର୍ପଣ ପାଇଁ ଭାରତ ଗର୍ବିତ। ସେମାନଙ୍କ ସେବା ଏବଂ ବଳିଦାନ ଆମ ଆକାଶର ସୁରକ୍ଷାକୁ ସୁନିଶ୍ଚିତ କରେ।’

Read More

ବେଗୁନିଆପଡା (ଟୁକୁନା ପ୍ରଧାନ): ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର କେ. ଖରିଡା ଗ୍ରାମର ଦିପୁ ପାତ୍ର ଅପହରଣ ଘଟଣା। ଅପହରଣର ତିନିଦିନ ପରେ କୋଦଳା ଥାନା ସାତନଳ ଛକ ହ୍ରଦ ନିକଟ ଏକ ବୁଦାରୁ ଠାବହେଲା ଦିପୁଙ୍କ କ୍ଷତାକ୍ତ ମୃତଦେହ। କୋଦଳା ପୋଲିସ ମୃତଦେହ ଜବତ କରିବା ସହିତ ବ୍ୟବଚ୍ଛେଦ ନିମନ୍ତେ ପଠାଇ ତଦନ୍ତ ଚଳାଇଛି। ଦିପୁ ଗତ ଶୁକ୍ରବାର ଦିନ କୋଦଳା କୋର୍ଟକୁ କୌଣସି ଏକ ମାମଲା ନେଇ ଆଇନଜୀବୀଙ୍କ ସହ କଥା ହୋଇସାରି ନିଜ ଗ୍ରାମକୁ ଫେରିବା ବେଳେ ଜେ. ଛଚିନା ଗ୍ରାମ ନିକଟରୁ ତାଙ୍କୁ ଅପହରଣ ହୋଇଥିବା ନେଇ ପରିବାର ଲୋକେ ଅଭିଯୋଗ କରିଥିଲେ। ଅପହରଣ ପରେ ଦିପୁ ଙ୍କୁ ମରଣାନ୍ତକ ଆକ୍ରମଣ କରାଯାଇଥିବା ଫୋଟ ଭାଇରାଲ ହୋଇଥିଲା। ତେବେ ଅଭିଯୋଗର ତିନିଦିନ ପରେ ଆଜି ଦିପୁଙ୍କ କ୍ଷତାକ୍ତ ମୃତଦେହ ଉଦ୍ଧାର ହୋଇଛି।  ପରିବାର ଲୋକେ ତାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ କରିଥିବା ବେଳେ କିଏ ଓ କାହିଁକି…

Read More

ରଣପୁର: କେନ୍ଦ୍ର ମୋଦୀ ସରକାର ମନ୍ଦ ଉଦ୍ଦେଶ୍ୟ ରଖି ଇଡି ଲଗାଇ ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ଗଣମାଧ୍ୟମ ଉପରେ ଗତ ୩ ତାରିଖ ଦିନ ଦିଲ୍ଲୀରେ କରିଥିବା ଆକ୍ରମଣର ତୀବ୍ର ବିରୋଧ କରି ଆଜି ଅପରାହ୍ନ ୪ ଟାରେ ରଣପୁର ପଞ୍ଚୁଦୋଳ ପଡିଆ ସହିଦ ରଘୁ ଦିବାକର ମଣ୍ଡପ ଠାରେ ସି ପି ଆଇ (ଏମ), ଜାତୀୟ କଂଗ୍ରେସ ଓ ନାଗରିକ ସମାଜ ତରଫରୁ ଏକ ଗଣପ୍ରତିବାଦ ଅନୁଷ୍ଠିତ ହୋଇଯାଇଛି। ନିତ୍ୟାନନ୍ଦ ପରିଡା ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ପ୍ରତିବାଦ ସଭାରେ ବକ୍ତା ମାନେ ବିଜେପି ନେତୃତ୍ବାଧୀନ ମୋଦୀ ସରକାର ଓ ରାଜ୍ୟ ବିଜେଡି ସରକାରଙ୍କର ଗଣମାଧ୍ୟମ ସଂସ୍ଥା ଓ ତାର ସାମ୍ବାଦିକ ମାନଙ୍କ ଉପରେ କରିଥିବା ଲଗ୍ନ ଆକ୍ରମଣ ର ନିନ୍ଦା କରିବା ସହ ତୀବ୍ର ସମାଲୋଚନା କରିଥିଲେ। ମଣିପୁରରେ ମହିଳା ଉପରେ, ଚାଷୀ ଶ୍ରମିକ ଶ୍ରେଣୀ ଉପରେ କେନ୍ଦ୍ର ସରକାରଙ୍କ ଆକ୍ରମଣକୁ ଚପେଇ ଦେବାର ଉଦ୍ୟମ ଏବଂ ଭାରତ ବର୍ଷର…

Read More

ବେଗୁନିଆପଡ଼ା (ଟୁକୁନା ପ୍ରଧାନ): ଵେଗୁନିଆପଡ଼ା ଥାନା ଅନ୍ତର୍ଗତ ବୁରୁଝରି ପଂଚାୟତ ଅଧୀନରେ ଥିବା କନିଆରୀବାଡି ଗ୍ରାମ ବାସିନ୍ଦା ତଥା ବେଗୁନିଆପଡ଼ା ବ୍ଲକ ସାନ ଉସ୍ତ।ପଡ଼ା ପଞ୍ଚାୟତରେ କାର୍ଯ୍ୟରତ ଜି ଆର ଏସ ସୁଶୀଲ କୁମାର ମହାନ୍ତିଙ୍କ ହତ୍ୟା ଘଟଣାରେ ମୁଖ୍ୟ ଅଭିଯୁକ୍ତ ସୁମଣ୍ଡଳ ପଂଚାୟତ ଅନ୍ତର୍ଗତ ଭାଲିଆଝର ଗ୍ରାମର ମୋହନପୁର ସାହି ବାସିନ୍ଦା ମନୋଜ କୁମାର ସାହୁକୁ ପୋଲିସ୍ ଗିରଫ କରି କୋର୍ଟ ଚାଲାଣ କରିଛି। ପ୍ରାପ୍ତ ସୂଚନା ଅନୁଯାୟୀ ମନୋଜ ଓ ସୁଶିଲ କନିଆରୀବାଡି ଗ୍ରାମର ଜନୈକ ମହିଳାଙ୍କୁ ପ୍ରେମ କରିଆସୁଥିଲେ। ମନୋଜ ଏ ନେଇ ସୁଶିଲକୁ ୨ମାସ ତଳେ ତାଗିଦ କରିଥିଲେ। ଗତ ୪ ତାରିଖ ଦିନ ରାତିରେ ମନୋଜ କନିଆରୀବାଡି ଗ୍ରାମର ଜନୈକ ମହିଳାଙ୍କ ଘରକୁ ଯାଇଥିଲେ। ସେଠାରୁ ବାହାରି ଆସିବା ପରେ ସୁଶୀଲ ଉକ୍ତ ମହିଳାଙ୍କ ଘରକୁ ଯିବାର ମନୋଜ ଦେଖିଥିଲେ। କିଛି ସମୟ ପରେ ମନୋଜ ପୁଣି ଯାଇ ଦେଖିବା ବେଳକୁ ସୁଶୀଲ ଉକ୍ତ ମହିଳାଙ୍କ…

Read More

ବାଣପୁର (ସୀତାରାମ ଅଗ୍ରୱାଲ): ଖୋର୍ଦ୍ଧା ଜିଲ୍ଲାର ବାଣପୁର ବ୍ଲକ କୃତିବାସ ଭବନରେ ବିଜୁ ଯୁବ ଛାତ୍ର ଜନତା ଦଳର ତତ୍ୱାବଧାନରେ ବିରାଟ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଅଛି। ଏହି ଶିବିରକୁ ଖୋର୍ଦ୍ଧା ଜିଲ୍ଲାପରିଷଦ ଉପାଧ୍ୟକ୍ଷ ଗୋପିନାଥ ମହାରଣା ପ୍ରଦିପ ପ୍ରଜ୍ବଳନ କରି ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ। ଏହି ରକ୍ତଦାନ ଶିବିରରେ ମହିଳାଙ୍କ ସମେତ ପୁରୁଷମାନେ ମଧ୍ୟ ଅଂଶ ଗ୍ରହଣ କରିଥିଲେ। ଏଥିରେ ୧୧୫ ରୁ ଊର୍ଦ୍ଧ୍ଵ ୟୁନିଟ ରକ୍ତ ସଂଗ୍ରହ କରିଯାଇଥିବା ଜଣାପଡିଛି। ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ବାନ ଯୁବକ ମାନେ ତୁମେ ରକ୍ତଦାନ କର ଯେପରି ମୋ ଓଡ଼ିଶାର କେହି ରକ୍ତର ଅଭାବରେ ମୃତ୍ୟୁବରଣ କରିବେ ନାହିଁ ଓ ବାହାନଗା ରେଳ ଦୃଘଟଣାରେ ସ୍ଥାନିୟ ଯୁବକ ମାନଙ୍କ କାର୍ଯ୍ୟକଳାପ ଉପରେ ଉପାଧ୍ୟକ୍ଷ ବକ୍ତବ୍ୟ ରଖିଥିଲେ। କାର୍ଯ୍ୟକ୍ରମରେ ଖୋର୍ଦ୍ଧା ଜିଲ୍ଲା ସାସଂଦ ପ୍ରତିନିଧି ମାନସ ପ୍ରଧାନ, କୁମାର ଜଗ୍ଗତ ବଲ୍ଲଭ ମହାରଥା, ମନୋଜ ପ୍ରଧାନ ବାଣପୁର ବ୍ଲକ ଯୁବ…

Read More

ବାଣପୁର (ସୀତାରାମ ଅଗ୍ରୱାଲ): ଷ୍ଟାନ୍ଫୋର୍ଡ ବିଶ୍ୱବିଦ୍ୟାଳୟ ଏବଂ ଏଲସେଭିଆର୍ ମିଳିତ ପ୍ରସ୍ତୁତ ସମ୍ମାନଜନକ ବିଶ୍ୱର ଶ୍ରେଷ୍ଠ ଦୁଇ ପ୍ରତିଶତ ଗବେଷକଙ୍କ ତାଲିକାରେ ବାଣପୁର ଉଦୀୟମାନ ଯୁବ ବୈଜ୍ଞାନିକ ତଥା ଗୋଦାବରୀଶ ମହାବିଦ୍ୟାଳୟ ପୂର୍ବତନ ଛାତ୍ର ଡ. ଶଶାଙ୍କ ଶେଖର ସ୍ୱାଇଁ ସ୍ଥାନିତ ହେବା ମାଟି ପାଇଁ ଗର୍ବ ଆଣିଛନ୍ତି। ଔଷଧ ଗବେଷଣା ଏବଂ ଜୈବ ପ୍ରଯୁକ୍ତିତଥ୍ୟବିଦ୍ୟାରେ ଉଚ୍ଚକୋଟିର ଅନୁସନ୍ଧାନ ପତ୍ରିକା ଆନ୍ତର୍ଜାତୀୟ ସ୍ତରରେ ପ୍ରଶଂସନୀୟ ହେବା ସହ ଅତି କମ ବୟସରେ ପ୍ରଥମ ଥର ପାଇଁ ଚଳିତ ବର୍ଷ ଏହି ବିଶ୍ୱ ତାଲିକାରେ ସ୍ଥାନ ପାଇଛନ୍ତି। ସେ ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ‘ଏକଡାଳିଆ’ ଗ୍ରାମର ବ୍ରଜ କିଶୋରେ ସ୍ୱାଇଁ ଙ୍ କନିଷ୍ଠ ପୁତ୍ର ଏବଂ ଭୁବନେଶ୍ୱର ନିବାସୀ ଲକ୍ଷ୍ମୀଧର ସାହୁଙ୍କ ଜାମାତା ଅଟନ୍ତି। ବର୍ତ୍ତମାନ, ସେ ଆଧୁନିକ ବିଜ୍ଞାନ ପାଇଁ ପ୍ରାକୃତିକ ଉତ୍ପାଦ ଭିତ୍ତିକ ଔଷଧ ଏବଂ ନାନୋମେଡିସିନ୍ ପ୍ରୟୋଗ କ୍ଷେତ୍ରରେ ଭୁବନେଶ୍ୱର ସ୍ଥିତ ‘ଡିବିଟି-ଜୀବ ବିଜ୍ଞାନ ସଂସ୍ଥାନ’…

Read More

ଭୁବନେଶ୍ବର: ଚଳିତ ବର୍ଷ ପାର୍ବଣ ସମୟରେ କଟକ ମହାନଗର ନିଗମ ଅଞ୍ଚଳରେ ସାର୍ବଜନୀନ ପୂଜା ଉତ୍ସବ ପାଇଁ ଗ୍ରାଉଣ୍ଡ ରେଣ୍ଟ ଆଦାୟ ନ କରିବାକୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି। ବିଭିନ୍ନ ପୂଜା ସମିତି ଓ ସ୍ଥାନୀୟ ବିଧାୟକମାନଙ୍କ ଅନୁରୋଧ କ୍ରମେ ଜନସାଧାରଣଙ୍କ ସାଂସ୍କୃତିକ ଓ ଆଧ୍ୟାତ୍ମିକ ଭାବନାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଏହି ନିଷ୍ପତ୍ତି ନେଇଛନ୍ତି । ଏହା ଦ୍ୱାରା କଟକ ମହାନଗର ନିଗମ ଅଞ୍ଚଳରେ ପାର୍ବଣ ଋତୁ ସମୟରେ ସରକାରୀ ଜାଗାରେ ସାମୟିକ ଭାବରେ ଆୟୋଜିତ ହେଉଥିବା ବିଭିନ୍ନ ପୂଜା ଉତ୍ସବ ପାଇଁ କୌଣସି ଗ୍ରାଉଣ୍ଡ ରେଣ୍ଟ ଆଦାୟ କରାଯିବ ନାହିଁ । ଚଳିତ ବର୍ଷ ଆଗାମୀ ଦିନରେ ଦୂର୍ଗା ପୂଜା, କାଳୀ ପୂଜା, ଲକ୍ଷ୍ମୀ ପୂଜା ଓ କାର୍ତ୍ତିକେଶ୍ୱର ପୂଜା ଆଦି ଅନେକ ପୂଜା ଅନୁଷ୍ଠିତ ହେବାର ଅଛି। ଏସବୁ ପୂଜା ପାଇଁ କୌଣସି ଗ୍ରାଉଣ୍ଡ ରେଣ୍ଟ କଟକ ମହାନିଗମ ପକ୍ଷରୁ ଆଦାୟ କରାଯିବ…

Read More

ନୂଆଦିଲ୍ଲୀ: ବଲିଉଡର ରାଣୀ କଙ୍ଗନା ରନାୱତ ଷ୍ଟାରର ‘ତେଜସ’ ର ଟିଜର ବଡ ପରଦାରେ ଆସିବା ପୂର୍ବରୁ ଆକ୍ସନ୍ ଏବଂ ରୋମାଞ୍ଚକର ଝଲକ ଦେଇଛି। ଏହା ସମଗ୍ର ଦେଶରେ ଦର୍ଶକଙ୍କ ଉତ୍ସାହ ବଢାଇଛି। ଦର୍ଶକଙ୍କ ଉତ୍ସାହ ଦେଖି ନିର୍ମାତାମାନେ ଘୋଷଣା କରିଥିଲେ ଯେ, ବାୟୁସେନା ଦିବସ ଅବସର ଅକ୍ଟୋବର ୮ ତାରିଖରେ ସେମାନେ ଫିଲ୍ମର ଟ୍ରେଲର ରିଲିଜ କରିବେ। ସେହି ଦିନ ଆସିଛି, ନିର୍ମାତାମାନେ ଆଜି ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ରର ଟ୍ରେଲର ମୁକ୍ତିଲାଭ କରିଛନ୍ତି। ଫିଲ୍ମ ତେଜସ୍ ନିର୍ମାତା ଆଜି ବାୟୁସେନା ଦିବସରେ ଟ୍ରେଲରକୁ ଉନ୍ମୋଚନ କରିଛନ୍ତି ଯେଉଁଥିରେ କଙ୍ଗନା ରନାୱତ ପ୍ରଖର, ଉତ୍ସାହ ତଥା ଶକ୍ତିଶାଳୀ ବାୟୁସେନା ପାଇଲଟ୍ ତେଜସ ଗିଲଙ୍କ ଭୂମିକାରେ ଅଭିନୟ କରିଛନ୍ତି। ସାହସୀ ବାୟୁସେନା ପାଇଲଟଙ୍କ କାହାଣୀ: ତେଜସରେ ଏକ ସୁ-ରଚନା ହୋଇଥିବା ସାଉଣ୍ଡଟ୍ରାକ୍ ଏବଂ ଚିତ୍ତାକର୍ଷକ ଭିଜୁଆଲ୍ ଇଫେକ୍ଟ ସହିତ ଟ୍ରେଲର ହେଉଛି ଏକ ଭିଜୁଆଲ୍ ଦର୍ଶକ ଯାହା ଶକ୍ତିଶାଳୀ ସଂଳାପ ସହିତ ଦେଶପ୍ରେମର…

Read More

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସ୍ବୀକାର କରିଛନ୍ତି ଯେ ସାରା ବିଶ୍ବ ଯେତେବେଳେ ବଢ଼ୁଥିବା ଆହ୍ବାନକୁ ସମ୍ମୁଖୀନ ହେଉଛି, ସେ ଭାରତର ବସୁଧୈବ କୁଟୁମ୍ବକମ୍ ର ଶାଶ୍ବତ ଲୋକାଚାର ଭାବରେ ନୈତିକ ସହଯୋଗର ଅନୁସନ୍ଧାନ କରୁଛି। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଟ୍ବିଟରରେ ଏକ ପୋଷ୍ଟ କରି ଲେଖିଛନ୍ତି ଯେ, ‘‘ପୂର୍ବ ଅର୍ଥ ସଚିବ ହସମୁଖ ଅଧିୟା ବ୍ୟାପକ ଭାବରେ କହିଛନ୍ତି ଯେ ବିଶ୍ବ ମଞ୍ଚଠାରୁ ନେଇ ଗ୍ରାମ ପଞ୍ଚାୟତ ପର୍ଯ୍ୟନ୍ତ, ପିଏମଙ୍କ ପରିଭାଷିତ ବିଶେଷତା ମିଳିତ ଲକ୍ଷ୍ୟ ପଛରେ ବିବିଧ ସମୂହକୁ ଏକତ୍ର କରିବାରେ ତାଙ୍କର ଦକ୍ଷତା ରହିଛି।’’

Read More