ବେଗୁନିଆପଡା (ଟୁକୁନା ପ୍ରଧାନ): ଗଞ୍ଜାମ ଜିଲ୍ଲା କୋଦଳା ଥାନା ଅନ୍ତର୍ଗତ ଦାନପୁର ଗ୍ରାମରେ ଆସିକା ଥାନା ଅଞ୍ଚଳର ସୁନୀଲ ନାହକ ନାମକ ଜଣେ ଯୁବକଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଛି। ହତ୍ୟାର କାରଣ ଅସ୍ପଷ୍ଟ ରହିଥିବା ବେଳେ ସୁନିଲ ନାହାକଙ୍କ ନାମରେ ଜିଲ୍ଲାର ବିଭିନ୍ନ ଥାନାରେ ରହିଛି ଅନେକ ମାମଲା। ପୂର୍ବରୁ ଆସ୍କା ଅଞ୍ଚଳରେ ଟେଣ୍ଡର ଫିକ୍ସିଂ, ଗଞ୍ଜେଇ ଚୋରା ଚାଲାଣ, ଡକାୟତି ଭଳି ବିଭିନ୍ନ ମାମଲାରେ ଜଡିତ ଥିବା ଜଣାପଡିଛି। ଅନ୍ୟପଟେ ସୁନିଲ ଫେରାର ଥିବା ବେଳେ କୋଦଳା ଥାନା ଦାନପୁର ଗ୍ରାମରେ ଘଟିଥିବା ଏହି ହତ୍ୟାକାଣ୍ଡ ଏବେ ଅସ୍ପଷ୍ଟ ରହିଛି। ଘଟଣା ସ୍ଥଳରେ କୋଦଳା ଥାନା ପୋଲିସ ଓ ପୁରୁଷୋତ୍ତମପୁର ଏସ୍ ଡି ପି ଓ ପହଞ୍ଚି ଘଟଣାର ଛାନଭିନ କରୁଥିବା ସୂଚନା ମିଳିଛି। ଦେଖାଯାଉ କେବେ ହତ୍ୟାର କାରଣ ଫର୍ଦ୍ଦାପାସ୍ ହେବ ତାହା ଦେଖିବାକୁ ବାକି ରହିଲା।
Author: Samikhsya Bureau
ଚଣ୍ଡିଗଡ଼: ପଞ୍ଜାବରେ କଂଗ୍ରେସ ବିଧାୟକ ସୁଖପାଲ ସିଂ ଖୈରା ଗିରଫ ହେବାର ଗୋଟିଏ ଦିନ ପରେ ଭିଜିଲାନ୍ସ ଟିମ ବିଜେପି ନେତା ତଥା ପଞ୍ଜାବର ପୂର୍ବତନ ଅର୍ଥମନ୍ତ୍ରୀ ମନପ୍ରୀତ ବାଦଲଙ୍କ ସନ୍ଧାନରେ ୬ ଟି ରାଜ୍ୟରେ ଚଢାଉ କରୁଛି। ଏହି ଟିମ୍ ଚଢାଉ ପାଇଁ ପଞ୍ଜାବ, ହିମାଚଳ ପ୍ରଦେଶ, ହରିୟାଣା, ଦିଲ୍ଲୀ, ଉତ୍ତରପ୍ରଦେଶ ଏବଂ ରାଜସ୍ଥାନରେ ପହଞ୍ଚିଛି। ମଙ୍ଗଳବାର ନିଜେ ପଞ୍ଜାବର ବଠିଣ୍ଡା ଜିଲ୍ଲାରେ ସମ୍ପତ୍ତି କ୍ରୟରେ ଅନିୟମିତତା ମାମଲାରେ ମନପ୍ରୀତ ସିଂ ବାଦଲଙ୍କ ବିରୋଧରେ କୋର୍ଟ ଗିରଫଦାରୀ ୱାରେଣ୍ଟ ଜାରି କରିଛନ୍ତି। ଉଲ୍ଲେଖ ଯୋଗ୍ୟ ଯେ, ପଞ୍ଜାବ ଭିଜିଲାନ୍ସ ବ୍ୟୁରୋ ମନପ୍ରୀତ ସିଂ ବାଦଲଙ୍କ ବିରୋଧରେ ଲୁକଆଉଟ୍ ସର୍କୁଲାର ଜାରି କରିବା ପରେ କୋର୍ଟଙ୍କ ନିର୍ଦ୍ଦେଶ ଆସିଛି। ଭିଜିଲାନ୍ସ ସନ୍ଦେହ କରୁଛି ଯେ ମନପ୍ରିତ ପରେ ଦେଶ ଛାଡି ବିଦେଶ ଯାଇପାରନ୍ତି। ଜାମିନ ପାଇଁ ମନପ୍ରୀତ ବାଦଲଙ୍କ ଦ୍ଵାରା ଦାଖଲ ହୋଇଥିବା ଆବେଦନ ଆଜି ଶୁଣାଣି ହେବ।
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସେପ୍ଟେମ୍ବର ୩୦, ୨୦୨୩ ସକାଳ ପ୍ରାୟ ୧୦ଟାରେ ନୂଆଦିଲ୍ଲୀର ଭାରତ ମଣ୍ଡପମ୍ ଠାରେ ‘ସଂକଳ୍ପ ସପ୍ତାହ’ ନାମକ ଦେଶର ଆକାଂକ୍ଷୀ ବ୍ଲକଗୁଡ଼ିକ ପାଇଁ ଏକ ଅନନ୍ୟ ସପ୍ତାହବ୍ୟାପୀ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ। ଆକାଂକ୍ଷୀ ବ୍ଲକ ପ୍ରୋଗ୍ରାମ (ଏବିପି)ର ପ୍ରଭାବଶାଳୀ କାର୍ଯ୍ୟକାରିତା ସହ ‘ସଂକଳ୍ପ ସପ୍ତାହ’ ଜଡ଼ିତ। ଜାନୁଆରୀ ୭, ୨୦୨୩ରେ ପ୍ରଧାନମନ୍ତ୍ରୀ ଦେଶବ୍ୟାପୀ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ନାଗରିକମାନଙ୍କ ଜୀବନଧାରଣର ମାନ ବୃଦ୍ଧି ପାଇଁ ବ୍ଲକସ୍ତରରେ ପ୍ରଶାସନରେ ଉନ୍ନତି ଆଣିବା ଏହାର ଲକ୍ଷ୍ୟ। ଦେଶର ୩୨୯ଟି ଜିଲ୍ଲାର ୫୦୦ଟି ଆକାଂକ୍ଷୀ ବ୍ଲକରେ ଏହା କାର୍ଯ୍ୟକାରୀ ହେଉଛି। ଆକାଂକ୍ଷୀ ବ୍ଲକ କାର୍ଯ୍ୟକ୍ରମକୁ କାର୍ଯ୍ୟକାରୀ କରିବା ଏବଂ ପ୍ରଭାବଶାଳୀ ବ୍ଲକ ବିକାଶ ରଣନୀତି ପ୍ରସ୍ତୁତ କରିବା ପାଇଁ ସମଗ୍ର ଦେଶରେ ଗ୍ରାମ ଓ ବ୍ଲକ୍ ସ୍ତରରେ ଚିନ୍ତନ ଶିବିର ଆୟୋଜନ କରାଯାଇଥିଲା। ‘ସଂକଳ୍ପ ସପ୍ତାହ’ ହେଉଛି ଏହି ଚିନ୍ତନ ଶିବିରର ଏକ ସମାପ୍ତି। ସମସ୍ତ ୫୦୦ ଆକାଂକ୍ଷୀ…
ବାଣପୁର (ସୀତାରାମ ଅଗ୍ରୱାଲ): ଗତ ଦୁଇ ଦିନ ତଳେ ଖୋର୍ଦ୍ଧା ଜିଲ୍ଲା ବାଣପୁରସ୍ଥିତ ପ୍ରସିଦ୍ଧ ଶକ୍ତି ପୀଠ ମା’ ଭଗବତୀ ମନ୍ଦିର ପରିସରରେ ଅବସ୍ଥିତ ଏଣ୍ଡାଓମେଣ୍ଟ କାର୍ଯ୍ୟାଳୟ ସମ୍ମୁଖରେ ଚପଲ ରଖିବା ଖବର ‘ସମୀକ୍ଷା’ ରେ ପ୍ରକାଶିତ ହୋଇଥିଲା। ଏଣ୍ଡାଓମେଣ୍ଟ କାର୍ଯ୍ୟନିର୍ବାହୀ ଅଧିକାରୀ ମନ୍ଦିର ପରିଚାଳନା ଦାୟିତ୍ୱରେ ଥିବା ବେଳେ ତାଙ୍କରି କାର୍ଯ୍ୟାଳୟ ସମ୍ମୁଖରେ ଅବାଧ ଚପଲ ପ୍ରବେଶ ଭକ୍ତଙ୍କ ଧାର୍ମିକ ଭାବନାକୁ ମର୍ମାହତ କରିଛି। ତେବେ ଆଶ୍ଚର୍ଯ୍ୟର କଥା ଓଡ଼ିଶାର ଏହି ପ୍ରସିଦ୍ଧ ଶକ୍ତିପିଠ ଯାହାକି ଖୋଦ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ବର୍ତ୍ତମାନ ୫-ଟି ଉପକ୍ରମରେ ସାମିଲ ହୋଇଛି, ହେଲେ ସେଠାରେ ଏବେ ବିଭିନ୍ନ ଅନିୟମିତତା ଖୋଦ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ଜାଣତରେ ହେଉଥିବାର ଅଭିଯୋଗ ହେଉଛି। ତେବେ ଗତକାଲି ଅପରାହ୍ନରେ ପୁଣି ଏକ ଲଜ୍ୟାଜନକ ଦୃଶ୍ୟ ମନ୍ଦିର ପରିସରରେ ଦେଖିବାକୁ ମିଳିଛି। ମା’ ଙ୍କ ନାଟମଣ୍ଡପରେ ଯେଉଁଠି ଭକ୍ତମାନେ ବସି ଆଶୀର୍ବାଦ ଲାଭ କରନ୍ତି ସେଠାରେ ଏକ କୁକୁର ଶୋଇଥିବାର ଦେଖିବାକୁ…
ନୂଆଦିଲ୍ଲୀ: ଏସୀୟ କ୍ରୀଡ଼ାରେ ସୁଟିଂରେ ସ୍ୱର୍ଣ୍ଣ ଜିତିଥିବା ୧୦ ମିଟର ଏୟାର ପିସ୍ତଲ ପୁରୁଷ ଦଳକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଭିନନ୍ଦନ ଜଣାଇଛନ୍ତି। ଶ୍ରୀ ମୋଦୀ କହିଛନ୍ତି, ସୁଟର ସର୍ବଜୋତ ସିଂ, ଅର୍ଜୁନ ସିଂ ଚେମା ଏବଂ ଶିବ ନରୱାଲ ନିଜ ଦକ୍ଷତା ଏବଂ କୌଶଳ ଦ୍ୱାରା ପୂରା ଦେଶକୁ ଗୌରବାନ୍ୱିତ କରିଛନ୍ତି। ଏକ୍ସରେ ଏକ ପୋଷ୍ଟରେ ପ୍ରଧାନମନ୍ତ୍ରୀ କହିଛନ୍ତି: ‘ଏସୀୟ କ୍ରୀଡ଼ାରେ ଆମ ୧୦ ମିଟର ଏୟାର ପିସ୍ତଲ ପୁରୁଷ ଟିମ୍ ଦ୍ୱାରା ଆଉ ଏକ ସ୍ୱର୍ଣ୍ଣ! ସର୍ବାଜୋତ ସିଂ, ଅର୍ଜୁନ ସିଂ ଚେମା ଏବଂ ଶିବ ନରୱାଲ ସେମାନଙ୍କ ଦକ୍ଷତା ଏବଂ ସଠିକ୍ ଲକ୍ଷ୍ୟ ବଳରେ ସମଗ୍ର ଦେଶକୁ ଗର୍ବିତ କରିଛନ୍ତି। ମୁଁ ସେମାନଙ୍କୁ ଅଭିନନ୍ଦନ ଜଣାଉଛି ଏବଂ ସେମାନଙ୍କ ଭବିଷ୍ୟତର ଉଦ୍ୟମ ପାଇଁ ବହୁତ ଶୁଭେଚ୍ଛା।’
ନୂଆଦିଲ୍ଲୀ: କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ କେବୁଲ ଟେଲିଭିଜନ ନେଟୱାର୍କ ଆଇନ ୧୯୯୪ରେ କେତେକ ଗୁରୁତ୍ୱପୂର୍ଣ୍ଣ ସଂଶୋଧନ କରାଯାଇଛି। ନୂଆ ବ୍ୟବସ୍ଥାରେ ମଲଟି ସିଷ୍ଟମ ଅପରେଟର (ଏମ୍ଏସ୍ଓ) କାରବାର ନବୀକରଣ ପାଇଁ ଏକ ୧୦ବର୍ଷିଆ ରେଜିଷ୍ଟେସନ ନିୟମ ଆରମ୍ଭ ହୋଇଛି । ଏହାଛଡା ଇଣ୍ଟରନେଟ୍ ଆକ୍ସେସ୍ ସେବା ବଢାଇବା ପାଇଁ ଏମ୍ଏସ୍ଓମାନେ ଇନ୍ଫ୍ରାଷ୍ଟକ୍ଚର (ଭିତ୍ତିଭୂମି) ସେୟାରିଂ ନିଜ ନିଜ ମଧ୍ୟରେ କରିପାରିବେ। ଏହା ଫଳରେ ବ୍ରଡ୍ବ୍ୟାଣ୍ଡ ସେବା ଯୋଗାଉଥିôବା କେବୁଲ ଅପରେଟରମାନେ ଶେଷତମ ସ୍ଥାନକୁ ଇଣ୍ଟରନେଟ୍ ସୁବିଧା ଯୋଗାଇ ପାରିବେ। ଏମ୍ଏସ୍ଓଙ୍କ ପାଇଁ ଏହି ପଞ୍ଜୀକରଣ ବା ରେଜିଷ୍ଟ୍ରେସନ ବ୍ୟବସ୍ଥାର ମୁଖ୍ୟାଂଶ ନିମ୍ନରେ ପ୍ରଦାନ କରାଗଲା। ୧) ନବୀକରଣ ବା ରେଜିଷ୍ଟ୍ରେସନ ପାଇଁ ଏମ୍ଏସ୍ଓମାନେ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ବ୍ରଡକାଷ୍ଟ ସେବା ପୋର୍ଟାଲରେ ଅନ୍ଲାଇନ୍ରେ ଆବେଦନ କରିବେ। ୨)ଏମ୍ଏସ୍ଓଗୁଡିକୁ ୧୦ବର୍ଷ ପାଇଁ କାରବାର ନିମନ୍ତେ ପଞ୍ଜୀକରଣ ବା ନବୀକରଣର ଅନୁମତି ମିଳିବ। ୩) ପଞ୍ଜୀକରଣ/ନବୀକରଣ ପାଇଁ ବାର୍ଷିକ…
ନୂଆଦିଲ୍ଲୀ: ମହାତ୍ମା ଗାନ୍ଧୀଙ୍କ ୧୫୪ତମ ଜନ୍ମ ଜୟନ୍ତୀ ଉପଲକ୍ଷେ ସ୍ବଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ତରଫରୁ ପ୍ରାରମ୍ଭ କରାଯାଇଛି। ଏଥି ସକାଶେ କେନ୍ଦ୍ର ଗୃହ ଓ ନଗର ଉନ୍ନୟନ ମନ୍ତ୍ରାଳୟ ଏକ ସବିଶେଷ କାର୍ଯ୍ୟଧାରା ଜାରି କରିଛନ୍ତି। କେନ୍ଦ୍ର ଖଣି ମନ୍ତ୍ରାଳୟ ଅଧିନସ୍ଥ ଭାରତୀୟ ଭୁବୈଜ୍ଞାନିକ ସର୍ବେକ୍ଷଣ ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ନିମନ୍ତେ ସମ୍ପୂର୍ଣ୍ଣ ଭାରତ ବର୍ଷରେ ୩୦ଗୋଟି ସ୍ଥାନ ନିରୂପଣ କରିଛନ୍ତି। ଭାରତୀୟ ଭୁବୈଜ୍ଞାନିକ ସର୍ବେକ୍ଷଣ, ରାଜ୍ୟ କାର୍ଯ୍ୟାଳୟ ଓଡିଶା ଏବଂ ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ, ଭୁବନେଶ୍ଵର ମଣ୍ଡଳ ମିଳିତ ଭାବେ ଐତିହାସିକ ଖଣ୍ଡଗିରି ପାହାଡ ଅଞ୍ଚଳ ରେ ୦୧ ଅକ୍ଟୋବର ୨୦୨୩ ପୂର୍ବାହ୍ନ ୧୦.୦୦ ଘଟିକା ରୁ ୧୧.୦୦ ଘଟିକା ପର୍ଯ୍ୟନ୍ତ ଏକ ସ୍ୱଚ୍ଛତା ଅଭିଯାନର ଆୟୋଜନ କରିବାକୁ ଯାଉଛନ୍ତି। ଏହି କାର୍ଯ୍ୟକ୍ରମରେ ଭାରତୀୟ ଭୂବୈଜ୍ଞାନିକ ସର୍ବେକ୍ଷଣ ଏବଂ ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣର ଅଧିକାରୀ କର୍ମଚାରୀ ସଫେଇ କରିବେ। ଉପସ୍ଥିତ ପର୍ଯ୍ୟଟକ ଏବଂ ସର୍ବସାଧାରଣ…
ନୂଆଦିଲ୍ଲୀ: ବିଶ୍ବ ବୌଦ୍ଧିକ ସମ୍ପଦ ସଙ୍ଗଠନ ଦ୍ବାରା ପ୍ରକାଶିତ ଗ୍ଲୋବାଲ୍ ଇନୋଭେସନ ଇଣ୍ଡେକ୍ସ 2023 ରାଙ୍କିଂରେ 132 ଅର୍ଥବ୍ୟବସ୍ଥା ମଧ୍ୟରୁ ଭାରତର 40ତମ ସ୍ଥାନ ବଜାୟ ରହିଛି। ଗ୍ଲୋବାଲ୍ ଇନୋଭେସନ ଇଣ୍ଡେକ୍ସ (ଜିଆଇଆଇ) ରେ ଗତ କିଛି ବର୍ଷ ଧରି ଭାରତ ଉଲ୍ଲେଖନୀୟ ଉନ୍ନତି କରିଛି। 2015 ରେ 81ତମ ସ୍ଥାନରେ ଥିବାବେଳେ, 2023 ରେ 40ତମ ସ୍ଥାନରେ ପହଞ୍ଚିଛି। ମହାମାରୀରୁ ଉତ୍ପନ୍ନ ଅଭୂତପୂର୍ବ ସଙ୍କଟ ବିପକ୍ଷରେ ଆମର ସଂଘର୍ଷରେ ନବୋନ୍ମେଷ ସବୁଠାରୁ ଆଗରେ ରହିଛି ଏବଂ ଦେଶର ମହାମାରୀ ପରିଚାଳନା ସାମର୍ଥ୍ୟରେ ଏହା ନିର୍ଣ୍ଣାୟକ ହୋଇଛି। ପ୍ରଧାନମନ୍ତ୍ରୀଙ୍କ ଆତ୍ମନିର୍ଭର ଭାରତର ଆହ୍ବାନ ଏଥିରେ ନିହିତ ରହିଛି। ଜିଆଇଆଇ ରାଙ୍କିଂ ରେ କ୍ରମାଗତ ଉନ୍ନତ ଅପାର ଜ୍ଞାନ ପୁଞ୍ଜି, ଲାଇଭ ଷ୍ଟାର୍ଟଅପ୍ ଇକୋ ସିଷ୍ଟମ ଏବଂ ସାର୍ବଜନିନ ଏବଂ ଘରୋଇ ଗବେଷଣା ସଙ୍ଗଠନ ଦ୍ବାରା କରାଯାଇଥିବା ଅଦ୍ଭୁତ କାର୍ଯ୍ୟ କାରଣରୁ ହୋଇଛି। ବିଜ୍ଞାନ ଓ ପ୍ରଯୁକ୍ତି ବିଭାଗ ଯଥା ବୈଜ୍ଞାନିକ ବିଭାଗ…
ମେଷ: ବିନିଯୋଗର ସୁଖଦ ଫଳାଫଳ ମିଳିବ। ଅପ୍ରତ୍ୟାଶିତ ଲାଭ ହୋଇପାରେ। ଯେତେବେଳେ କୈଣସି ବଡ଼ ପ୍ରତିବନ୍ଧକ ଦୂର ହୁଏ ସେତେବେଳେ ସୁଖ ମିଳିବ। ରୋଜଗାର ପାଇବା ପାଇଁ ପ୍ରୟାସ ସଫଳ ହେବ। ବ୍ୟବସାୟ ଯାତ୍ରା ସଫଳ ହେବ। ଭାଗ୍ୟ ଆପଣଙ୍କୁ ସମର୍ଥନ କରିବ। ଏକ ପୁରୁଣା ରୋଗ ପୁନର୍ବାର ହୋଇପାରେ। ବିବାଦ କାରଣରୁ ଦ୍ୱନ୍ଦ୍ୱ ସମ୍ଭବ। କାରବାରକୁ ଶୀଘ୍ର କର ନାହିଁ। ବୃଷ: ମୂଲ୍ୟବାନ ଜିନିଷକୁ ସୁରକ୍ଷିତ ରଖନ୍ତୁ। ବ୍ୟବସାୟ ଭଲ ହେବ। ଆୟ ଜାରି ରହିବ। ବ୍ୟସ୍ତ ରହିବେ। ଅପ୍ରତ୍ୟାଶିତ ଖର୍ଚ୍ଚ ଆସିବ। ଆପଣଙ୍କୁ ଏକ ଋଣ ନେବାକୁ ପଡିପାରେ। ତୁମର ବକ୍ତବ୍ୟକୁ ନିୟନ୍ତ୍ରଣ କର। ଅନ୍ୟମାନଙ୍କଠାରୁ ଆଶା ପୂରଣ ନ କରିବାରୁ ଦୁଃଖ ହେବ। କାର୍ଯ୍ୟ ବିଳମ୍ବ ହେବ। ସ୍ୱାସ୍ଥ୍ୟ ଦୁର୍ବଳ ହେବ। ପାରିବାରିକ ଚିନ୍ତା ରହିବ। ମିଥୁନ: ବ୍ୟବସାୟ ଯାତ୍ରା ସଫଳ ହେବ। ଖରାପ ଟଙ୍କା ପୁନରୁଦ୍ଧାର ହୋଇପାରିବ। ଲାଭ ସୁଯୋଗ ଆସିବ। ଭାଗ୍ୟ ତୁମ ସହିତ ରହିବ। ବ୍ୟବସାୟରେ…
ଭୁବନେଶ୍ବର: ଆଜି ବିଧାନସଭାରେ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଥିଲା। ବିରୋଧୀ ବିଜେପି ବିଧାୟକ ଗୃହ ମଧ୍ୟ ଭାଗକୁ ଆସି ହଟ୍ଟଗୋଳ କରି ବାଚସ୍ପତିଙ୍କ ପୋଡିୟମ ଉପରକୁ ଡାଲି ଫିଙ୍ଗିଥିଲେ। ଯାହାକୁ ନେଇ ଦୁଇ ଜଣ ବିଧାୟକଙ୍କୁ ଗୃହରୁ ନିଲମ୍ବିତ କରିଥିଲେ ବାଚସ୍ପତି ପ୍ରମିଳା ମଲ୍ଲିକ। ସେମାନେ ହେଲେ ମୋହନ ମାଝି ଓ ମୁକେଶ ମହାଲିଙ୍ଗ। ଚଳିତ ଅଧିବେସନ ଶେଷ ପର୍ଯ୍ୟନ୍ତ ତାଙ୍କୁ ନିଲମ୍ବିତ କରାଯାଇଛି। ଆଜି ଶୂନ୍ୟ କାଳରେ ବିରୋଧୀ ଦଳର ନେତା ଜୟନାରାୟଣ ମିଶ୍ର ନିଜର ବିବୃତି ରଖୁଥିଲେ। ହେଲେ ତାଙ୍କର ସମୟ ସରିଯିବା ପରେ ଅଧିକ କହିବା ପାଇଁ ବାଚସ୍ପତି ଅନୁମତି ଦେଇ ନ ଥିଲେ। ଏହାକୁ ନେଇ ଜୟନାରାୟଣ ଉତକ୍ଷିପ୍ତ ହୋଇ ଯାଇଥିଲେ। ଫଳରେ ବିଜେପି ବିଧାୟକଗଣ ଗୃହ ମଧ୍ୟକୁ ଆସି ପାଟି କରିଥିଲେ। ଏଥିସହିତ ମେଣ୍ଟାଲ ହେଲଥ ଡିସଅଡର ଶଦ୍ଦକୁ ବାଦ ଦେବା ପାଇଁ ବିଜେପି ବିଧାୟକ ଦାବୀ କରିଥିଲେ। ଏହି ସମୟରେ ପଲିଥିନରେ ଆଣିଥିବା…
ଭୁବନେଶ୍ବର: ବିଶିଷ୍ଟ କୃଷି ବିଜ୍ଞାନୀ ଏମ ଏସ ସ୍ବାମୀନାଥନଙ୍କ ପରଲୋକରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ଏକ ବାର୍ତ୍ତାରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ବିଶିଷ୍ଟ ବୈଜ୍ଞାନିକ ଡକ୍ଟର ଏମଏସ ସ୍ବାମୀନାଥନଙ୍କ ଦେହାନ୍ତରେ ମୁଁ ଅତ୍ୟନ୍ତ ଦୁଃଖିତ। ଆହୁରି କହିଛନ୍ତି ଯେ, ଭାରତରେ ସବୁଜ ବିପ୍ଳବର ପିତା ଭାବରେ ଜଣାଶୁଣା ଡ ସ୍ବାମୀନାଥନ୍ ଭାରତର କୃଷି କ୍ଷେତ୍ରକୁ ବୈପ୍ଳବିକ ପରିବର୍ତ୍ତନ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ଏବଂ କୃଷକଙ୍କ ଅବସ୍ଥାରେ ସୁଧାର ଆଣିଥିଲେ। ସେ ସାରା ଜୀବନ ଟେକ୍ନୋଲୋଜି ମାଧ୍ୟମରେ କୃଷକଙ୍କ ସଶକ୍ତିକରଣ ପାଇଁ କାର୍ଯ୍ୟ କରିଥିଲେ ଏବଂ କୃଷକମାନଙ୍କ ପାଇଁ ଉପଯୁକ୍ତ ନୀତି ପାଇଁ ମଧ୍ୟ ଉଦ୍ୟମ କରିଥିଲେ। ଓଡିଶା ସହିତ ତାଙ୍କର ସମ୍ପର୍କକୁ ମନେ ପକାଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ସେ ଓଡିଶାରେ ତାଙ୍କର ପ୍ରଥମ ଗବେଷଣା ଆରମ୍ଭ କରିଥିଲେ। ରାଜ୍ୟର କୃଷକମାନଙ୍କୁ ସବୁ ପ୍ରକାରରେ ସାହାଯ୍ୟ କରିବା ପାଇଁ ସେ ସର୍ବଦା…
ଭୁବନେଶ୍ଵର: ପୂର୍ବତଟ ରେଳପଥ ରାଜଭାଷା ବିଭାଗ ଦ୍ୱାରା ରାଜଭାଷା ପଖୱାଡା ଏହାର ମୁଖ୍ୟାଳୟ ରେଳ ସଦନ ଠାରେ ଆୟୋଜିତ ହୋଇଯାଇଅଛି। ସମାପନ ସମାରୋହରେ ଯୋଗଦାନ କରି ପୂର୍ବତଟ ରେଳପଥର ମହାପ୍ରବନ୍ଧକ ମନୋଜ ଶର୍ମା ରେଳପଥର ମହିଳା କଲ୍ୟାଣ ସଂଗଠନ (ଇକୋର) ର ସଭାପତି ଦିବ୍ୟା ଶର୍ମାଙ୍କ ଉପସ୍ଥିତିରେ ବିଭିନ୍ନ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା କୃତି ରେଳ କର୍ମଚାରୀଙ୍କୁ ପୁରସ୍କାର ବିତରଣ କରିଥିଲେ। ଭାରତ ସରକାରଙ୍କ ସରକାରୀ ଭାଷା ନୀତି ଅନୁଯାୟୀ ହିନ୍ଦୀ ଦିବସ ଅବସରରେ ରାଜଭାଷା ପକ୍ଷ ପାଳନ କରାଯାଉଛି। ଏହି ଉତ୍ସବର ମୂଳ ଉଦ୍ଦେଶ୍ୟ ହେଉଛି ଅଧିକାରୀ ଏବଂ କର୍ମଚାରୀମାନଙ୍କୁ ହିନ୍ଦୀରେ କାମ କରିବାକୁ ଉତ୍ସାହିତ କରିବା। ପୂର୍ବତଟ ରେଳପଥର ବିଭିନ୍ନ ବିଭାଗରେ ‘ସ୍ୱତନ୍ତ୍ର ଯୋଗାଯୋଗ ଅଭିଯାନ’ ସହିତ ଏହି ଉତ୍ସବ ଆରମ୍ଭ ହୋଇଥିଲା, ଯେଉଁଥିରେ ରାଜଭାଷା କର୍ମଚାରୀମାନେ ଅଧିକାରୀ ଏବଂ କର୍ମଚାରୀମାନଙ୍କୁ ହିନ୍ଦୀ ଦିବସ ଓ ପଖୱାଡା ମହତ୍ୱ ବିଷୟରେ ଅବଗତ କରାଇଥିଲେ ଏବଂ ସେମାନଙ୍କୁ ସରକାରୀ ଭାଷାରେ…
ନୂଆଦିଲ୍ଲୀ: ୨୦୭୦ ସୁଦ୍ଧା ଦେଶକୁ ଅଙ୍ଗାର ନିର୍ଗମନ ମୁକ୍ତ କରିବା ନେଇ ପ୍ରଧାନମନ୍ତ୍ରୀଙ୍କ ବିଚାର ଦୃଷ୍ଟିରୁ ନିର୍ମାଣ କ୍ଷେତ୍ରରେ ମଧ୍ୟ ସବୁଜ ପଦକ୍ଷେପ ନିଆଯିବ ବୋଲି କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀ କହିଛନ୍ତି। ଆଜି (୨୮-୦୯-୨୦୨୩) ନୂଆଦିଲ୍ଲୀ ଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଦେଶକୁ ସ୍ୱଚ୍ଛ ଓ ଆବର୍ଜନାମୁକ୍ତ ରଖିବା ନିମନ୍ତେ ସମସ୍ତ ପଦକ୍ଷେପ ନିଆହେବ। ବର୍ତ୍ତମାନ ଚାଲିଥିବା ସ୍ୱଚ୍ଛତା ହିଁ ସେବା ପକ୍ଷରେ ଜାତୀୟ ରାଜପଥ, ରାସ୍ତାକଡ଼ ସୁବିଧା, ଢାବା, ଟୋଲ୍ ପ୍ଲାଜା ଭଳି ୧୩ ହଜାର ସ୍ଥାନରେ ପରିମଳ ରକ୍ଷା ପାଇଁ ଚିହ୍ନଟ କରାଯାଇଥିବା ବେଳେ ପ୍ରାୟ ସାତ ହଜାର ସ୍ଥାନରେ କାମ ଆପାତତଃ ଶେଷ ହୋଇଛି। ପ୍ରତିଦିନ ଗଦା ହେଉଥିବା କଠିନ ବର୍ଜ୍ୟବସ୍ତୁ ପରିଚାଳନା ଦେଶବ୍ୟାପୀ ସହରଗୁଡ଼ିକରେ ମୁଖ୍ୟ ପରିବେଶଗତ ଆହ୍ୱାନ ଭାବେ ଦେଖା ଦେଇଥିବା ଶ୍ରୀ ଗଡ଼କରୀ କହିଥିଲେ । ଦଶ ହଜାର…
ଦିଲ୍ଲୀ: ପ୍ରଧାନମନ୍ତ୍ରୀ ଗତିଶକ୍ତି ଅଧୀନରେ ୫୬ତମ ନେଟୱାର୍କ ପ୍ଲାନିଂ ଗ୍ରୁପ୍ (ନେଟୱର୍କ ଯୋଜନା ଗୋଷ୍ଠୀ) ବୈଠକରେ ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟ (ଏମ୍ଓଆର୍ଟିଏଚ୍) ର ୪ଟି ପ୍ରକଳ୍ପ ଏବଂ ରେଳ ମନ୍ତ୍ରଣାଳୟର ୨ଟି ପ୍ରକଳ୍ପ ସମେତ ୬ଟି ପ୍ରକଳ୍ପ ପ୍ରସ୍ତାବର ଆକଳନ କରାଯାଇଥିଲା, ଯାହାର ସମୁଦାୟ ବ୍ୟୟ ଅଟକଳ ପ୍ରାୟ ୫୨,୦୦୦ କୋଟି ଟଙ୍କା ରହିଛି। ଲଜିଷ୍ଟିକ୍ସ, ଶିଳ୍ପ ସମ୍ବର୍ଦ୍ଧନ ଓ ଆନ୍ତରିଣ ବାଣିଜ୍ୟ ପ୍ରୋତ୍ସାହନ ବିଭାଗ (ଡିପିଆଇଆଇଟି)ର ସ୍ୱତନ୍ତ୍ର ସଚିବ ଶ୍ରୀମତୀ ସୁମିତା ଦାୱରାଙ୍କ ଅଧ୍ୟକ୍ଷତାରେ ଗତକାଲି ନୂଆଦିଲ୍ଲୀର ଯଶୋଭୂମି କନଭେନ୍ସନ୍ ସେଣ୍ଟରରେ ୫୬ତମ ଏନ୍ପିଜି ବୈଠକ ଅନୁଷ୍ଠିତ ହୋଇଥିଲା। ପିଏମ୍ ଗତିଶକ୍ତି ଆଭିମୁଖ୍ୟ ଆରମ୍ଭ ହେବା ପର ଠାରୁ ଏନ୍ପିଜି ଦ୍ୱାରା ଆକଳନ କରାଯାଇଥିବା ମୋଟ ପ୍ରକଳ୍ପ ପ୍ୟୟ ପ୍ରାୟ ୧୧.୫୩ ଲକ୍ଷ କୋଟି ଟଙ୍କାକୁ ବୃଦ୍ଧି ପାଇବା ସହିତ ପ୍ରକଳ୍ପ ସଂଖ୍ୟା ୧୧୨ ହୋଇ ଯାଇଛି । ଏମଓଆରଟିଏଚ୍ ପ୍ରାୟ ୪୫୦୦୦ କୋଟି ଟଙ୍କାର ୪ଟି…
ନୂଆଦିଲ୍ଲୀ: ବିଶ୍ୱକପ-୨୦୨୩ ପାଇଁ ବୁଧବାର ଭାରତରେ ପହଞ୍ଚିଥିବା ପାକିସ୍ତାନ ଦଳର ଖେଳାଳିମାନେ ସ୍ୱାଗତକୁ ନେଇ ଖୁସି ହୋଇପଡିଥିବା ଖବର ରହିଛି। ଅତିଥି ଦଳର ଅଧିକାଂଶ ଖେଳାଳି ନିଜ ନିଜ ଟ୍ୱିଟର ଆକାଉଣ୍ଟ କିମ୍ବା ସୋସିଆଲ ମିଡିଆ ପୃଷ୍ଠାରେ ପାଇଥିବା ସ୍ୱାଗତ, ପ୍ରେମ ଏବଂ ସମ୍ମାନ ବିଷୟରେ ଉଲ୍ଲେଖ କରିଛନ୍ତି। ଫାଷ୍ଟ ବୋଲର ହରିସ ରାଉଫ ଏହା ବିଷୟରେ କହିଥିଲେ ଯେ, ‘ବହୁତ ଭଲ, ଏହା ମଜା ଆସିଥିଲା।’ ଏହାପୂର୍ବରୁ ବିମାନବନ୍ଦରରେ ପାକିସ୍ତାନୀ ଅଧିନାୟକ ବାବର ଆଜାମଙ୍କ ନାମ ଭାରତୀୟ ପ୍ରଶଂସକଙ୍କ ଓଠରେ ଥିଲା। ବାବର ଏବଂ କମ୍ପାନୀ ଏଠାରେ ପହଞ୍ଚିବା ମାତ୍ରେ ପାକିସ୍ତାନୀ କ୍ରିକେଟ୍ ଦଳ ଭାରତର ସୋସିଆଲ ମିଡିଆରେ ଟ୍ରେଣ୍ଡ କରିବା ଆରମ୍ଭ କରିଦେଲେ ଏବଂ ଲାଗୁଥିଲା ଯେ ଲୋକମାନେ ଦୁଇ ଦେଶ ମଧ୍ୟରେ ଥିବା ତିକ୍ତତାକୁ ଭୁଲି ଯାଇଛନ୍ତି। ଏହି ସମୟରେ ବାବର ଇନଷ୍ଟାଗ୍ରାମରେ ଲେଖିଛନ୍ତି ଯେ, ‘ହାଇଦ୍ରାବାଦରେ ମୁଁ ପାଇଥିବା ପ୍ରେମ ମୋତେ ଆନନ୍ଦିତ କରିଛି।’ ସେପଟେ…
ନୂଆଦିଲ୍ଲୀ: ବିଶ୍ୱକପ 2023 ପାଇଁ ଭାରତୀୟ ଦଳରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି। ଷ୍ଟାର ସ୍ପିନର ଆର ଅଶ୍ୱିନ ଅଲରାଉଣ୍ଡର ଅକ୍ସର ପଟେଲଙ୍କ ସ୍ଥାନ ନେଇଛନ୍ତି। ପଟେଲ ଆହତ କାରଣରୁ ଦଳଠାରୁ ଦୂରେଇଯାଇଥିଲେ। ଏଥି ସହିତ ଅଶ୍ୱିନଙ୍କୁ ବିଶ୍ୱକପ ପୂର୍ବରୁ ଅଷ୍ଟ୍ରେଲିଆ ବିପକ୍ଷରେ ଖେଳାଯାଇଥିବା ODI ସିରିଜ ପାଇଁ ଦଳର ଏକ ଅଂଶ କରାଯାଇଥିଲା, ଯେଉଁଥିରେ ସେ ବୋଲିଂ ଚମତ୍କାର ପ୍ରଦର୍ଶନ କରି ଚୟନକର୍ତ୍ତାଙ୍କୁ ପ୍ରଭାବିତ କରିଥିଲେ। ଅକ୍ସରଙ୍କ ଆଘାତ ଅଶ୍ୱିନଙ୍କ ପାଇଁ ଏକ ଭଲ ସୁଯୋଗ ବୋଲି ପ୍ରମାଣିତ ହୋଇଛି। ଅଷ୍ଟ୍ରେଲିଆ ବିପକ୍ଷ ODI ସିରିଜର ଦୁଇଟି ମ୍ୟାଚ୍ରେ ଅଶ୍ୱିନ 22 ଆଭରେଜରେ 4 ଟି ୱିକେଟ୍ ନେଇଥିଲେ। ଅଷ୍ଟ୍ରେଲିଆ ବିପକ୍ଷ ODI ସିରିଜ୍ ମାଧ୍ୟମରେ ଦୀର୍ଘ ସମୟ ପରେ ଅଶ୍ୱିନ ODI ରେ ପ୍ରତ୍ୟାବର୍ତ୍ତନ କରିଥିଲେ | ଏହାପୂର୍ବରୁ ଅଶ୍ୱିନ 21 ଜାନୁୟାରୀ 2022 ରେ ଭାରତ ପାଇଁ ତାଙ୍କର ଶେଷ ODI ମ୍ୟାଚ୍ ଖେଳିଥିଲେ। କିନ୍ତୁ…
ନୂଆଦିଲ୍ଲୀ/ଭୁବନେଶ୍ୱର: କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଗୁଜୁରାଟର ଅହମ୍ମଦବାଦରେ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ପୁଅ ଓ ଝିଅଙ୍କ ମଧ୍ୟରେ ଲିଙ୍ଗଗତ ସମାନତା ଉପରେ ସଚେତନତା ସୃଷ୍ଟି କରିବା ଲକ୍ଷ୍ୟରେ “କ୍ରାୟୋ ଫର୍ ଗୁଡ୍(Criiio 4 Good)” ଅଭିଯାନର ଶୁଭାରମ୍ଭ କରିଛନ୍ତି। ଏହି ଅଭିଯାନ କ୍ରୀଡାର ଶକ୍ତି ଏବଂ କ୍ରିକେଟର ଲୋକପ୍ରିୟତା ମାଧ୍ୟମରେ ଶିଶୁ କନ୍ୟାଙ୍କୁ ସଶକ୍ତ କରିବା ସହ ଲିଙ୍ଗଗତ ସମାନତା ଉପରେ ସଚେତନତା ସୃଷ୍ଟି କରିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି। ଆଇସିସି, ବିସିସିଆଇ, ୟୁନିସେଫ ଏବଂ ଶିକ୍ଷା ମନ୍ତ୍ରଣାଳୟର ମିଳିତ ଭାଗିଦାରୀରେ ଏହି ଅଭିଯାନର ଶୁଭାରମ୍ଭ ହୋଇଛି। ୮ଟି ସିରିଜ୍ ବିଶିଷ୍ଟ କ୍ରିକେଟ୍ ଆଧାରିତ ଆନିମେସନ ଚଳଚ୍ଚିତ୍ର ମାଧ୍ୟରେ ଲିଙ୍ଗଗତ ସମାନତା ସମ୍ପର୍କରେ ସଚେତନତା ସୃଷ୍ଟି କରିବା, ଝିଅମାନଙ୍କୁ ଲାଇଫ ସ୍କିଲ୍ ସହ ଯୋଡିବା ଏବଂ କ୍ରୀଡାରେ ସେମାନଙ୍କର ଅଂଶଗ୍ରହଣକୁ ପ୍ରୋତ୍ସାହିତ କରିବା ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ। ଏହି ଅଭିନବ…
କଳାହାଣ୍ଡି (ଦୁଷ୍ମନ୍ତ କୁମାର ପଣ୍ଡା): କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକର ବିଭିନ୍ନ ପଞ୍ଚାୟତରେ ହେଉଥିବା ଅନିୟମିତତା ଓ ଦୁର୍ନୀତି ପାଇଁ କୋକସରା ବ୍ଳକ ଅନେକ ସମୟରେ ଚର୍ଚ୍ଚାର ପରିସରକୁ ଆସିଥାଏ। ସେ’ ଆବାସ ଯୋଜନାର ଘୋଟାଲା ହେଉ କିମ୍ବା ମନରେଗା ଯୋଜନାରେ ଚଞ୍ଚକତା ନେଇ ଚର୍ଚ୍ଚାରେ ରହି ଆସିଛି। ଏସବୁକୁ ନେଇ ଅନେକ ସମୟରେ ରାଜନୈତିକ ଦଳ, ପଞ୍ଚାୟତବାସୀ ପକ୍ଷରୁ ବ୍ଳକ ଘେରାଉ ଏବଂ ଆନ୍ଦୋଳନ ମଧ୍ୟ ବିଗତ ଦିନରେ ହୋଇସାରିଛି। ଏବେ ମହିଳା ସରପଞ୍ଚ ମାନଙ୍କ ସ୍ବାମୀମାନେ ସରପଞ୍ଚଙ୍କ ପ୍ରତିନିଧି ବୋଲାଇ ହୋଇ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟରେ ହସ୍ତକ୍ଷେପ କରୁଥିବା ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ଓ ଆଲୋଚନାକୁ ନେଇ ଗତ ୨୬ ତାରିଖରେ ଏକ ଦୈନିକ ଖବରକାଗଜରେ ଏକ ଖବର ପ୍ରକାଶ ପାଇଥିଲା। ଏହା ପରେ ସଂପୃକ୍ତ ଖବରକାଗଜର ବ୍ଳକ ପ୍ରତିନିଧିଙ୍କୁ ସରପଞ୍ଚ ମାନଙ୍କ ସ୍ବାମୀ ମାନେ ଜୀବନରୁ ମାରିଦେବାକୁ ହତ୍ୟା ଧମକ ଦେବା ସହିତ ଆକ୍ରମଣ କରିଥିବା ନେଇ…
କଳାହାଣ୍ଡି (ଦୁଷ୍ମନ୍ତ କୁମାର ପଣ୍ଡା): କଳାହାଣ୍ଡି ବିଶ୍ଵବିଦ୍ୟାଳୟ ଆର ଆଇ ଏସ ନୂଆ ଦିଲ୍ଲୀ ଦ୍ଵାରା ଆମନ୍ତ୍ରିତ ହୋଇ ଭାରତ ମଣ୍ଡପମ୍ ଠାରେ ଜି ୨୦ ୟୁନିଭର୍ସିଟି କନେକ୍ଟ ଫାଇନାଲ କାର୍ଯକ୍ରମରେ ଯୋଗ ଦେଇଥିଲା। କୁଳପତି ପ୍ରଫେସର ସଞ୍ଜୟ କୁମାର ଶତପଥୀଙ୍କ ନେତୃତ୍ୱରେ ଇଂରାଜୀ ବିଭାଗର ମୁଖ୍ୟ ଡକ୍ଟର ଜୟଦେବ ସାହୁ, ପିଜି ଛାତ୍ରୀ କୁମାରୀ ଶୁଭଶ୍ରୀ ପ୍ରିୟଦର୍ଶିନୀ, ଛାତ୍ରୀ କୁମାରୀ ସ୍ପର୍ଶା ମିଶ୍ର, ପିଜି ଛାତ୍ର ସତ୍ୟବ୍ରତ ମହାପାତ୍ର ଓ ଶୁଭମ୍ ମହାକୁଡ କଳାହାଣ୍ଡି ବିଶ୍ବବିଦ୍ୟାଳୟକୁ ପ୍ରତିନିଧିତ୍ଵ କରିଥିଲେ। ପ୍ରଧାନମନ୍ତ୍ରୀ ସମ୍ମାନୀୟ ନରେନ୍ଦ୍ର ମୋଦୀ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ଛାତ୍ର ଛାତ୍ରୀ ମାନଙ୍କୁ ଭାରତର ବିକାଶ ଓ ସ୍ବଚ୍ଛତା ପାଇଁ କାର୍ଯ କରିବାକୁ ଉପଦେଶ ଦେଇଥିଲେ। ସବୁଠୁ ସୌଭାଗ୍ୟର ବିଷୟ ଯେ କଳାହାଣ୍ଡି ବିଶ୍ଵବିଦ୍ୟାଳୟର ଛାତ୍ରୀ କୁମାରୀ ଶୁଭଶ୍ରୀ ପ୍ରିୟଦର୍ଶିନୀ ଓ ଶ୍ରୀ ସତ୍ୟବ୍ରତ ମହାପାତ୍ରଙ୍କୁ ୩୦୦୦ ଛାତ୍ର ଛାତ୍ରୀଙ୍କ ମଧ୍ୟରୁ ପ୍ରଧାନମନ୍ତ୍ରୀଙ୍କ ସହିତ ବସିବାର ସୁଯୋଗ ମିଳିଥିଲା।…
ନୂଆଦିଲ୍ଲୀ: ବିଏସପି ସାଂସଦ ଦାନିଶ ଅଲି ଏବଂ ବିଜେପି ନେତା ରମେଶ ବିଧୁଡି ପ୍ରସଙ୍ଗରେ ସାଂସଦଙ୍କ ଅଭିଯୋଗକୁ ଲୋକସଭା ବାଚସ୍ପତି ଓମ ବିର୍ଲା ବିଶେଷାଧିକାର କମିଟି ନିକଟକୁ ପଠାଇଛନ୍ତି। ଅଧିକାରୀମାନେ ଆଜି ଏହି ସୂଚନା ଦେଇଛନ୍ତି। ସେପ୍ଟେମ୍ବର ୨୧ ତାରିଖରେ ଚନ୍ଦ୍ରଯାନ -୩ ସଫଳତା ପ୍ରସଙ୍ଗରେ ଲୋକସଭାରେ ଆଲୋଚନା ବେଳେ ରମେଶ ବିଧୁଡି ଦାନିଶ ଅଲିଙ୍କ ବିରୋଧରେ ଆପତ୍ତିଜନକ ଶବ୍ଦ ବ୍ୟବହାର କରିଥିଲେ। ଏହାକୁ ଚାରିଆଡେ ସମାଲୋଚନା କରାଯାଇଥିଲା। ଲୋକସଭାରେ କଂଗ୍ରେସ ନେତା ଅଧୀର ରଂଜନ ଚୌଧୁରୀ, ଏନସିପି ସାଂସଦ ସୁପ୍ରିୟା ସୁଲେ, ତୃଣମୁଲ କଂଗ୍ରେସ (ଟିଏମସି) ର ଅପରୁପା ପୋଦ୍ଦାର, ଡିଏମକେ ସାଂସଦ କନିମୋଝି ଏବଂ ଅନ୍ୟାନ୍ୟ ବିରୋଧୀ ସାଂସଦ ଦାନିଶ ଅଲିଙ୍କ ସହ ଏକାଠି ହୋଇଥିଲେ। ବିଧୁଡିଙ୍କ ବିବାଦୀୟ ମନ୍ତବ୍ୟ ସମ୍ପର୍କରେ ବାଚସ୍ପତି ବିର୍ଲାଙ୍କୁ ଏକ ଚିଠି ଲେଖି ବିଜେପି ସାଂସଦଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ। ଏହି ସାଂସଦମାନେ ବିଶେଷାଧିକାର କମିଟିକୁ ପଠାଇବାକୁ ଦାବି ଉଠାଇଥିଲେ। ଦାନିଶ…
ଜୁନାଗଡ଼ (ଦୁଷ୍ମନ୍ତ କୁମାର ପଣ୍ଡା): କଳାହାଣ୍ଡି ଜିଲ୍ଲାର ଜୁନାଗଡ଼କୁ ଜିଲ୍ଲା ମାନ୍ୟତା ଦାବୀ ନେଇ ଗଣଧାରଣା ଆଜି ୨୦ ତମ ଦିନରେ ପହଞ୍ଚିଛି। ଆଜି ଉତ୍କଳ ମହିଳା ସମିତି ପକ୍ଷରୁ ଏହି ଗଣଧାରଣାରେ ସାମିଲ ହୋଇଥିଲେ। ଜୁନାଗଡ଼ ହେଉଛି ଐତିହାସିକ ସହର। ନାଗବଂଶୀ ରାଜାଙ୍କ ସମୟରେ ଥିଲା ରାଜଧାନୀ। ତେଣୁ ଯିଏ ଯେଉଁ ଦଳରେ ରହୁନା କାହିଁକି ଜୁନାଗଡ଼କୁ ଜିଲ୍ଲା ମାନ୍ୟତା ପାଇଁ ଆମକୁ ଦଳମତ ନିର୍ବିଶେଷରେ ଏକ ଜୁଟ ହୋଇ ଗୋଟିଏ ସ୍ୱର ହେବାକୁ ପଡ଼ିବ। ଅତୀତରେ ଆମ ହକକୁ ଛେଡେଇ ନିଆ ଯାଇଛି। ତେଣୁ ଆମ ପୂର୍ବ ଗୌରବକୁ ଫେରାଇ ଦିଅ, ଆଗକୁ ସାଧାରଣ ନିର୍ବାଚନ ଥିବା ବେଳେ ମହିଳାମାନେ ରକ୍ଷାକର୍ତ୍ତାରୁ ସଂଘାରକର୍ତ୍ତା ସାଜି ଦମନ କରିବାର କ୍ଷମତା ମଧ୍ୟ ରଖିଛନ୍ତି। ତେଣୁ ରାଜ୍ୟ ସରକାର ମାଁ ର ସମ୍ମାନ ପାଇଁ ମାଁ ମାନଙ୍କ ଆବେଦନକୁ ସ୍ୱୀକାର କରି ଜୁନାଗଡ଼କୁ ଜିଲ୍ଲା ମାନ୍ୟତା ଦିଅନ୍ତୁ ବୋଲି ଉତ୍କଳ ମହିଳା…

