ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ସ୍ଥାନୀୟ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍ରେ ସ୍ୱୟଂଚାଳିତ ରୋବୋଟ ମାଧ୍ୟମରେ ସଂପୂର୍ଣ୍ଣ ଆଣ୍ଠୁ ପ୍ରତ୍ୟାରୋପଣ ଅସ୍ତ୍ରୋପଚାର ଆରମ୍ଭ ହୋଇଛି। ଏହି ରୋବୋଟ ଦ୍ୱାରା ନିର୍ଭୁଲ ଭାବେ ଅସ୍ତ୍ରୋପଚାର ହୋଇପାରୁଛି ଏବଂ ଗତ ୬ ସପ୍ତାହ ମଧ୍ୟରେ ହସ୍ପିଟାଲ୍ରେ ଏଭଳି ୪୦ ଟି ଅସ୍ତ୍ରୋପଚାର ହୋଇ ସାରିଛି ବୋଲି ଏହାର ଅସ୍ଥିଶଲ୍ୟ ବିଭାଗର ମୁଖ୍ୟ ପ୍ରଫେସର (ଡଃ) ଅନିରୁଦ୍ଧ ଦାଶ କହିଛନ୍ତି। ଏହି ସ୍ୱୟଂଚାଳିତ ଆକ୍ଟିଭ୍ କ୍ୟୁଭିସ୍ ରୋବୋଟିକ ସିଷ୍ଟମ୍ର ଶୁଭାରମ୍ଭ ଶୁକ୍ରବାର ହୋଇଥିଲା। ଏହି ଅବସରରେ ଡକ୍ଟର ଦାଶ କହିଥିଲେ ଯେ ଏହି ରୋବୋଟ ଦ୍ୱାରା ଉନ୍ନତ ମାନର ଏବଂ ସଠିକତାର ସହ ଅସ୍ତ୍ରୋପଚାର ହୋଇପାରୁଛି। ଏହାକୁ ଆଣ୍ଠୁ ପ୍ରତ୍ୟାରୋପଣ ନିମନ୍ତେ ବିଶ୍ୱର ପ୍ରଥମ ସଂପୂର୍ଣ୍ଣ ସ୍ୱୟଂଚାଳିତ ରୋବୋଟିକ୍ ସିଷ୍ଟମ ବୋଲି କୁହାଯାଇଛି। ଏହି ଉପାୟରେ ଅସ୍ତ୍ରୋପଚାର କଲେ ଏହା ଏକ କ୍ଷୁଦ୍ର କ୍ଷତ ମାଧ୍ୟମରେ ଚିକିତ୍ସା କରେ,…
Author: Samikhsya Bureau
ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): କୋଦଳା ଥାନା ଅନ୍ତର୍ଗତ ସମା ଗ୍ରାମ ଖତାଡି ସାହିର ରୁଦ୍ର ପ୍ରସାଦ ବାରିକ ନାମକ ଜଣେ ନାବାଳକ ଗାଁ ପୋଖରୀରେ ବୁଡି ପ୍ରାଣ ହରାଇଥିବା ଜଣାପଡ଼ିଛି। ଘଟଣାରୁ ପ୍ରକାଶ ଯେ, ନାବାଳକ ରୁଦ୍ର ସକାଳୁ ଘରୁ ଯାଇ ବହୁ ସମୟ ପର୍ଯ୍ୟନ୍ତ ନଫେରିବାରୁ ପରିବାର ଲୋକେ ବହୁତ ଖୋଜାଖୋଜି କରି ପାଇନଥିଲେ। ପରବର୍ତ୍ତୀ ସମୟରେ ଉକ୍ତ ନାବାଳକ ପୋଖରୀରେ ଭାସୁଥିବା ଦେଖି ପରିବାର ଲୋକଙ୍କ ସହ ସେଠାରେ ପହଞ୍ଚି ତାକୁ ଉଦ୍ଧାର କରି ପ୍ରଥମେ ସମା ଡାକ୍ତରଖାନାକୁ ଚିକିତ୍ସା ପାଇଁ ନେଇଥିଲେ। କିନ୍ତୁ ସେଠାରେ ଡାକ୍ତରଙ୍କ ଅନୁପସ୍ଥିତ ଯୋଗୁଁ ତାକୁ ଆମ୍ବୁଲାନ୍ସ ଯୋଗେ କୋଦଳା ଡାକ୍ତରଖାନାକୁ ନେଇଥିଲେ। କିନ୍ତୁ ଡାକ୍ତର ତାକୁ ସେଠାରେ ମୃତ୍ୟୁ ଘୋଷଣା କରିଥିଲେ। ଏହି ଭଳି ପରିସ୍ଥିତିରେ ଡାକ୍ତରଙ୍କ ଅବହେଳା ଯୋଗୁଁ ରୁଦ୍ରର ମୃତ୍ୟୁ ହୋଇଥିବା ବିଜେପି ପକ୍ଷରୁ ଅଭିଯୋଗ ହୋଇଛି। କୋଦଳା ଚେୟାରମେନ ସୁର୍ଯ୍ୟ ନାରାୟଣ ନାୟକ ଓ ଅନ୍ୟାନ୍ୟ…
ବାଣପୁର (ସୀତାରାମ ଅଗ୍ରୱାଲ): ଭାଷା ସୁରକ୍ଷା ସମ୍ମିଳନୀ ଚିଲିକା, ବାଲୁଗାଁ ଓ ସାହିତ୍ୟ ସିନ୍ଦୁରା, ବାଣପୁରଙ୍କ ମିଳିତ ଆନୁକୂଲ୍ୟରେ ”ପ୍ରାକୃତ ଓଡ଼ିଆ ଓ ଚାଟଶାଳୀ ପାଠ” ଶୀର୍ଷକ ଆଲୋଚନା ଚକ୍ର ସହିତ ପାର୍ବଣ କବିତା ଆସର ବାଣପୁରସ୍ଥିତ ଶୁଭମଙ୍ଗଳ କଲ୍ୟାଣମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ଭାଷା ସୁରକ୍ଷା ସମ୍ମିଳନୀ ଚିଲିକା ଶାଖାର ସଭାପତି ରଙ୍କନାଥ ସେଠିଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ରାଜ୍ୟ ସ୍ତରୀୟ ଆସରରେ ମୁଖ୍ୟଅତିଥି ଭାବେ ବରିଷ୍ଠ ପତ୍ରକାର ନୃସିଂହ ଚରଣ ମିଶ୍ର ଯୋଗଦେଇ ଚାଟଶାଳୀ ପାଠ ନଥିଲେ ଓଡ଼ିଆ ଭାଷା ବଞ୍ଚି ରହିନଥାନ୍ତା ବୋଲି କହିଥିଲେ। ଏହି ଆଲୋଚନା ଚକ୍ରରେ ଭିତ୍ତି ପ୍ରବନ୍ଧ ଉପସ୍ଥାପନ କରି ଐତିହ୍ୟ ଗବେଷକ ମଦନ ମୋହନ ମହାପାତ୍ର ପ୍ରାଚୀନ ବଙ୍କାଡ଼ ଶିଳାଲେଖ ଓ ଷଷ୍ଠ ଶତାଦ୍ଧିରୁ ଚଟାଶାଳୀ ପାଠ ଶିକ୍ଷା ସଂସ୍କାରର ମୂଳଦୁଆ ପକାଇଥିଲା ବୋଲି ମତ ଦେଇଥିଲେ। ପ୍ରାରମ୍ଭରେ ମା’ ଭଗବତୀ କଳାନିକେତନର କଳାକାର ମାନେ ବିଷ୍ନୁପ୍ରିୟା ବାରିକଙ୍କ ନିର୍ଦ୍ଦେଶନାରେ…
ନୂଆଦିଲ୍ଲୀ: ପ୍ରଥମ ଦିନିକିଆରେ ୫ ୱିକେଟ୍ ରେ ହାରିବା ପରେ ଅଷ୍ଟ୍ରେଲିଆ ଦଳ ବଡ଼ ପରିବର୍ତ୍ତନ ସହିତ ଦ୍ୱିତୀୟ ଦିନିକିଆରେ ପ୍ରବେଶ କରିପାରେ। ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଦ୍ୱିତୀୟ ଦିନିକିଆ ମ୍ୟାଚ୍ ଆସନ୍ତାକାଲି ଇନ୍ଦୋରର ହୋଲକର ଷ୍ଟାଡିୟମରେ ଖେଳାଯିବ। ଏହି ମ୍ୟାଚରେ ଅଷ୍ଟ୍ରେଲିଆର ଖେଳାଳି ଏକାଦଶ କିପରି ହୋଇପାରେ ଜାଣନ୍ତୁ… ପ୍ରଥମ ODI ରେ ଅଷ୍ଟ୍ରେଲିଆର ଦୁର୍ବଳ ଥିଲା ବୋଲିଂ ବିଭାଗ: ପ୍ରଥମ ଦିନିକିଆରେ ଅଷ୍ଟ୍ରେଲିଆ ଦଳର ବୋଲିଂ ବହୁତ ଦୁର୍ବଳ ଦେଖାଯାଉଥିଲା। ଦଳ କେବଳ ଗୋଟିଏ ମୁଖ୍ୟ ଦ୍ରୁତ ବୋଲର ଏବଂ ଜଣେ ମୁଖ୍ୟ ସ୍ପିନରଙ୍କ ସହ ପ୍ରବେଶ କରିଥିଲା। ଅବଶିଷ୍ଟ ସମସ୍ତେ ଅଲରାଉଣ୍ଡର ଥିଲେ। ଏଭଳି ପରିସ୍ଥିତିରେ ଦଳ ଦ୍ୱିତୀୟ ଦିନିକିଆରେ ବୋଲିଂ ବିଭାଗରେ ପରିବର୍ତ୍ତନ ଆଣିପାରେ। ଏହି ‘ଭାରତୀୟ’ ସ୍ପିନରଙ୍କୁ ସୁଯୋଗ ମିଳିପାରେ: ଇନ୍ଦୋରର ହୋଲକର ଷ୍ଟାଡିୟମରେ ଖେଳାଯିବାକୁ ଥିବା ଦ୍ୱିତୀୟ ଦିନିକିଆରେ ଖେଳାଳି ଏକାଦଶରେ ଭାରତୀୟ ମୂଳ ଲେଗ ସ୍ପିନର ତନଭୀର ସାଙ୍ଘାଙ୍କୁ ସୁଯୋଗ…
ଭୁବନେଶ୍ୱର: ବିଭିନ୍ନ ସମସ୍ୟା ନେଇ ହଜାର ହଜାର ଶିକ୍ଷକ, ଅଭିଭାବକ, ପୁରାତନ ଛାତ୍ର ଓ ପାରିଚାଳନା କମିଟି ଆଗାମୀ ୨୫ ତାରିଖରେ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଏକ ପ୍ରେସ୍ ବିବୃତ୍ତି ମାଧ୍ୟମରେ ସାଧାରଣ ସଂପାଦକ ରଞ୍ଜନ କୁମାର ଦାଶ ଗଣମାଧ୍ୟମକୁ ଜଣାଇଛନ୍ତି। କଂଗ୍ରେସ ଭବନ ନିକଟରୁ ଦିନ ୧୨.୩୦ ରେ ଲୋୟର ପି.ଏମ୍.ଜି ଅଭିମୁଖେ ଏକ ବିଶାଳ ପଟୁଆରରେ ଯାଇ ଲୋୟର ପିଏମ୍ଜି ଠାରେ ସମବେତ ହୋଇ ଅହୋରାତ୍ର ଧାରଣାରେ ବସିରହିବେ। ସରକାର ବାରମ୍ବାର ପ୍ରତିଶ୍ରୁତି ଦେଇ ଏହାକୁ ପାଳନ ନକରିବା ପ୍ରତିବାଦରେ ଶିକ୍ଷକ, ଅଭିଭାବକ ଓ ପୁରାତନ ଛାତ୍ର ନିଷ୍ପତ୍ତି ନେଇଛନ୍ତି ଯେ ଦାବୀ ପୂରଣ ନହେବା ପର୍ଯ୍ୟନ୍ତ ଏ ଆନ୍ଦୋଳନକୁ ଚାଲୁ ରଖିବେ। ଆଗାମୀ ସେପ୍ଟେମ୍ବର ୨୫ ତାରିଖ ଠାରୁ ହଜାର ହଜାର ସଂଖ୍ୟରେ ଶିକ୍ଷକ, ଶିକ୍ଷୟିତ୍ରୀ ଓ ଶିକ୍ଷାକର୍ମଚାରୀଙ୍କ ସହିତ ବିଦ୍ୟାଳୟ ପରିଚାଳନା କମିଟିର ସଭ୍ୟ / ସଭ୍ୟା, ଅଭିଭାବକ ଓ ପୁରାତନ ଛାତ୍ରଙ୍କୁ ନେଇ ଏକ…
କଳାହାଣ୍ଡି (ଦୁଷ୍ମନ୍ତ କୁମାର ପଣ୍ଡା): ଅଲ ଓଡ଼ିଶା ଅଙ୍ଗନୱାଡ଼ି ଲେଡିଜ ୱାର୍କରସ୍ ଆସୋସିଏସନ୍ ତରଫରୁ ରାଜଧାନୀ ଭୁବନେଶ୍ୱର ଲୋୟର ପି ଏମ ଜି ଠାରେ ଗତ ୨୨ତାରିଖ ଦିନ ଏକ ଦସ ଦଫା ଦାବି ନେଇ ଆନ୍ଦୋଳନ କରଯାଇଥିବା ଜଣା ପଡ଼ିଛି। ଅଙ୍ଗନୱାଡ଼ି କର୍ମୀ ମାନେ ତୃଣ ମୂଳ ସ୍ତରରେ ପ୍ରାୟ ସମସ୍ତ କାର୍ଯ୍ୟ ନିର୍ବାହ କରୁଥିବା ହେତୁ ଦରମା ବୃଦ୍ଧି ସାଙ୍ଗକୁ ସରକାରୀ ମାନ୍ୟତା, ଗ୍ରାଚୁଇଟି ପ୍ରଦାନ, ସୁପରଭାଇଜର ପଦବୀକୁ ପଦୋନ୍ନତି, ଗରମ ରନ୍ଧା ଖାଦ୍ୟ ର ମୂଲ୍ୟ ବୃଦ୍ଧି, ନିଲମ୍ବିତ କର୍ମୀଙ୍କ ପୁନଃ ନିଯୁକ୍ତି, ଗାଁ କଲ୍ୟାଣ ସମିତି ରୁ ମୁକ୍ତି, ଯୋଗ୍ୟତା ଭିତ୍ତିରେ ପ୍ରାକ୍ ପ୍ରାଥମିକ ଶିକ୍ଷକ ଭାବରେ ନିଯୁକ୍ତି, ମିନି ଅଙ୍ଗନୱାଡ଼ି କର୍ମୀଙ୍କୁ ସମାନ ମାନ୍ୟତା, ଅବସର କାଳୀନ ପ୍ରାପ୍ୟ ୫ ଲକ୍ଷ ଟଂକା ପ୍ରଦାନ ସାଙ୍ଗକୁ ମାସିକ ୫ହଜାର ଟଂକା ପେନସନ, ଅଙ୍ଗନୱାଡ଼ି ଓ ସହାୟିକା ବୋର୍ଡ ଗଠନ ଆଦି ଦଶ ଦଫା ଦାବୀ ନେଇ…
ଭୁବନେଶ୍ୱର: ଆଇଫୋନ କିଣିବାରେ ରୁଚି ରଖୁଥିବା ଗ୍ରାହକମାନଙ୍କ ପାଇଁ ରିଲାଏନ୍ସ ଜିଓ ନେଇଆସିଛି ଏକ ସ୍ୱତନ୍ତ୍ର ଅଫର। ରିଲାଏନ୍ସ ଡିଜିଟାଲ, ଜିଓ ମାର୍ଟ କିମ୍ବା ରିଲାଏନ୍ସ ରିଟେଲ ଷ୍ଟୋରରୁ ନିକଟରେ ବଜାରକୁ ଆସିଥିବା ଭାରତରେ ନିର୍ମିତ ଆଇଫୋନ ୧୫ କିଣୁଥିବା ଗ୍ରାହକ ଏହି ଆକର୍ଷଣୀୟ ଅଫରର ଲାଭ ନେଇପାରିବେ। ରିଲାଏନ୍ସ ରିଟେଲ କିମ୍ବା ଅନଲାଇନ ଷ୍ଟୋରରୁ ଆଇଫୋନ ୧୫ କିଣିବା ସହିତ ଗ୍ରାହକମାନେ ବିନା ମୂଲ୍ୟରେ ଛଅ ମାସ ପାଇଁ ଜିଓର ମାସିକ ୩୯୯ ଟଙ୍କିଆ ପ୍ଲାନ ଟଙ୍କିଆ ପ୍ଲାନର ଲାଭ ନେଇପାରିବେ, ଯେଉଁଥିରେ ଦୈନିକ ୩ ଜିବି ହାଇସ୍ପିଡ଼ ଡାଟା, ଅସୀମିତ ଭଏସ କଲ ଓ ଦୈନିକ ୧୦୦ ଏସଏମଏସ ସମେତ ଆହୁରି ଅନେକ ସୁବିଧା ରହିଛି। ମୋଟ ଉପରେ ଏହି ଅଫରରେ ୨୩୯୪ ଟଙ୍କାର ଲାଭ ବିନା ମୂଲ୍ୟରେ ମିଳୁଛି। ଏହି ଅଫର ୧୪୯ ଟଙ୍କା କିମ୍ବା ଉର୍ଦ୍ଧ୍ୱ ପ୍ଲାନର ନୂଆ ପ୍ରିପେଡ଼ ଆକ୍ଟିଭେସନରେ ହିଁ ଉପଲବ୍ଧ ରହିଛି।…
ବାଲୁଗାଁ (ସୀତାରାମ ଅଗ୍ରୱାଲ): ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଥାନା ଅନ୍ତର୍ଗତ ଧୂଆଁଳ ଗ୍ରାମର ଜଣେ ମହିଳାଙ୍କୁ ଅସଦାଚରଣ ଓ ହତ୍ୟା ଧମକ ଅଭିଯୋଗରେ ଯୁବକଙ୍କୁ ଗିରଫ କରିଛି ପୋଲିସ। ଗିରଫ ଅଭିଯୁକ୍ତ ଜଣକ ବାଲୁଗାଁ ମୁସଲିମ ସାହିର ନାଜିର ଖାନଙ୍କ ପୁତ୍ର ପାପା ଓରଫ ସାଜିଦ ଖାନ, ପୋଲିସ ସୂଚନା ମୁତାବକ ଧୂଆଁଳ ଗ୍ରାମର କୁଳମଣି ମହାପାତ୍ରଙ୍କ ଧର୍ମପତ୍ନୀ ଲକ୍ଷ୍ମୀପ୍ରିୟା ମହାପାତ୍ର ଗତକାଲି ରାତିରେ ଗ୍ରାମ ରାସ୍ତାରେ ଯାଉଥିବା ବେଳେ ଅଭିଯୁକ୍ତ ପାପା ତାଙ୍କୁ ଅସଦାଚରଣ କରିବା ସହ ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ। ତେବେ ଏଥିରେ ଭୟଭୀତ ନହୋଇ ଲକ୍ଷ୍ମୀପ୍ରିୟା ବାଲୁଗାଁ ଥାନାରେ ପାପାଙ୍କ ବିରୁଦ୍ଧରେ ଅଭିଯୋଗ କରିଥିଲେ। ଅଭିଯୋଗ ଆଧାରରେ ବାଲୁଗାଁ ଆଇଆଇସି ଜୟପ୍ରକାଶ ପରିଡ଼ା ସଙ୍ଗେସଙ୍ଗେ ଏକ ମାମଲା ରୁଜୁ କରିବା ସହ ଅଭିଯୁକ୍ତ ପାପା ଓରଫ ସାଜିଦ ଖାନଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛନ୍ତି। ତେବେ ବାଲୁଗାଁ ଥାନା ଅଞ୍ଚଳରେ ମହିଳାଙ୍କ ସୁରକ୍ଷା…
ନୂଆଦିଲ୍ଲୀ: ଦେଶରେ ଏକକାଳୀନ ନିର୍ବାଚନ କରାଇବା ଓ ଏହା ଉପରେ ସୁପାରିସ କରିବା ପାଇଁ ୨୦୨୩ ସେପ୍ଟେମ୍ବର ୨ ତାରିଖର ବିଜ୍ଞପ୍ତି ମାଧ୍ୟମରେ ଗଠିତ ଉଚ୍ଚସ୍ତରୀୟ କମିଟିର ପ୍ରାଥମିକ ବୈଠକ ଆଜି ଭାରତର ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇ ଯାଇଛି। ଏହି ବୈଠକରେ କେନ୍ଦ୍ର ଗୃହ ତଥା ସମବାୟ ମନ୍ତ୍ରୀ ଅମିତ ଶାହ, ଆଇନ ଓ ନ୍ୟାୟ ମନ୍ତ୍ରଣାଳୟର ରାଷ୍ଟ୍ର ମନ୍ତ୍ରୀ (ସ୍ୱାଧୀନ ଦାୟିତ୍ୱ) ଅର୍ଜୁନ ରାମ ମେଘୱାଲ, ରାଜ୍ୟସଭାର ପୂର୍ବତନ ବିରୋଧୀ ଦଳ ନେତା ଗୁଲାମ ନବୀ ଆଜାଦ, ପଞ୍ଚଦଶ ଅର୍ଥ ଆୟୋଗର ପୂର୍ବତନ ଅଧ୍ୟକ୍ଷ ଏନ୍. କେ. ସିଂହ, ଲୋକସଭାର ପୂର୍ବତନ ମହାସଚିବ ଡ. ସୁଭାଷ ସି. କଶ୍ୟପ, ପୂର୍ବତନ ମୁଖ୍ୟ ଭିଜିଲାନ୍ସ କମିଶନର ସଞ୍ଜୟ କୋଠାରୀ ଯୋଗ ଦେଇଥିଲେ। ବରିଷ୍ଠ ଆଇନଜୀବୀ ହରିଶ ସାଲଭେ ଆଭାଷୀ ମାଧ୍ୟମରେ ବୈଠକରେ ଯୋଗ ଦେଇଥିଲେ। ଏହି ବୈଠକରେ ଲୋକସଭାର ବିରୋଧୀ ଦଳର ସର୍ବବୃହତ ଦଳର ନେତା…
ବାଣପୁର (ସୀତାରାମ ଅଗ୍ରୱାଲ): ମହାଙ୍ଗା ପଡ଼ିଲା ଉପନିବନ୍ଧକଙ୍କୁ ଗାଳିଗୁଲଜ କରିବା। ବନ୍ଧାହେଲେ ଅଭିଯୁକ୍ତ। ଅଭିଯୁକ୍ତ ଜଣକ ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ଭୀମପୁର ଗ୍ରାମର ଡାକ ପ୍ରଧାନ। ପୋଲିସ ସୂଚନା ମୁତାବକ ଗତ ୨୧ ତାରିଖ ଅପରାହ୍ନରେ ଅଭିଯୁକ୍ତ ଡାକ ବାଣପୁର ଉପନିବନ୍ଧକ ରମେଶ ଚନ୍ଦ୍ର ପାଣିଙ୍କ କାର୍ଯ୍ୟାଳୟରେ ପ୍ରବେଶ କରି ତାଙ୍କୁ ଏବଂ ତାଙ୍କ କର୍ମଚାରୀ ଓ ଉପସ୍ଥିତ ଜନସାଧାରଣଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହ ସମ୍ପୃକ୍ତ କାର୍ଯ୍ୟାଳୟକୁ ପେଟ୍ରୋଲରେ ଜାଳିଦେବେ ବୋଲି ଧମକ ଦେଇଥିଲେ। ଏପରିକି ଅଭିଯୁକ୍ତ ଜଣକ କର୍ମଚାରୀମାନଙ୍କୁ ଧକ୍କା ବିଧା ମାରିବାରୁ ତାଙ୍କୁ କର୍ମଚାରୀ ମାନେ କାର୍ଯ୍ୟାଳୟରୁ ବାହାର କରି ଗ୍ରିଲ ପକାଇଦେଇଥିଲେ। ତେବେ ଅଫିସ୍ କାର୍ଯ୍ୟ ଶେଷକରି ସମସ୍ତ କର୍ମଚାରୀ ନିଜ ନିଜ ଘରକୁ ଫେରିଯିବା ପରେ ପୁନଶ୍ଚ ଅଭିଯୁକ୍ତଜଣଙ୍କ ସଂଧ୍ୟା ୮ଟା ୩୦ ମିନିଟ୍ରେ ଅଫିସ ନିକଟକୁ ଆସି ଅଫିସ୍ ଗେଟ ଗ୍ରିଲକୁ ବଡ ମାଙ୍କଡା ପଥର ଓ ପ୍ଲାଷ୍ଟିକ…
ଭୁବନେଶ୍ୱର: ଦ ଇନ୍୍ଷ୍ଟିୁଚ୍ୟୁଟ୍ ଅଫ୍ ଚାର୍ଟାଡ ଆକାଉନ୍ଟାଂଟସ୍ ଅଫ୍ ଇଣ୍ଡିଆ (ଆଇସିଏଆଇ)ର ଇଷ୍ଟର୍ନ ଇଣ୍ଡିଆ ରିଜିଓନାଲ୍ କାଉନ୍ସିଲ୍ (ଇଆଇଆର୍ସି) ପକ୍ଷରୁ ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋଜରଞ୍ଜନ ନାୟକଙ୍କୁ ଶନିବାର ଏଠାରେ ସମ୍ବର୍ଦ୍ଧିତ କରାଯାଇଛି। ଗତ ଅଗଷ୍ଟ ୧୭ ତାରିଖ ଦିନ ସୋଆ ପ୍ରେକ୍ଷାଳୟ ଠାରେ ଆଇସିଏଆଇ ଭୁବନେଶ୍ୱର ଚାପ୍ଟର ପକ୍ଷରୁ ଜାତୀୟ ଚାର୍ଟାଡ ଆକାଉନ୍ଟାଂଟସ୍ ମାନଙ୍କର ସମ୍ମିଳନୀ ଆୟୋଜିତ ହୋଇଥିବା ବେଳେ ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ଅର୍ଥମନ୍ତ୍ରୀ ଶ୍ରୀମତି ନିର୍ମଳା ସୀତାରମଣ ମୁଖ୍ୟ ଅତିଥି ଭାବେ ଓ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଏହି ସମ୍ମିଳନୀକୁ ସଫଳ କରିବା ପାଇଁ ପ୍ରଫେସର ନାୟକ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ। ତେଣୁ ଆଇସିଏଆଇ ପକ୍ଷରୁ କୃତଜ୍ଞତା ପୂର୍ବକ ସଂଘର ବରିଷ୍ଠ କାର୍ଯ୍ୟକର୍ତା ପ୍ରଫେସର (ଡ) ନାୟକଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି। ଆଇସିଏଆଇ ଅନ୍ତର୍ଗତ ଇଆଇଆର୍ସିର ଭୁବନେଶ୍ୱର ଶାଖାର ଅଧ୍ୟକ୍ଷ ପ୍ରଦୀପ କୁମାର…
ଚିଲିକା (ସୀତାରାମ ଅଗ୍ରୱାଲ): ଲଳିତା ସପ୍ତମୀରେ ପୂର୍ବଦିଗକୁ ଯାତ୍ରା କରି ନୀଳାମ୍ବୁ ଚିଲିକାରେ ନୌବିହାର ସହିତ ପୂର୍ବ ଦିଗ ରକ୍ଷା କାରିଣୀ ଉଉଣୀ ମା’ କାଳିଜାଇଙ୍କୁ ଶାରଦୀୟ ପର୍ବରେ ଯୋଗ ଦେବାପାଇଁ ନିମନ୍ତ୍ରଣ କରି ତାଙ୍କରି ଆଜ୍ଞାମାଳ ନେଇ ଫେରିଲେ ମା’ ଭଗବତୀ। ମନ୍ଦିରର ପରମ୍ପରା ଅନୁସାରେ ଶାରଦୀୟ ଦୁର୍ଗୋତ୍ସବରେ ସପ୍ତମାତୃକା ରୂପରେ ସପ୍ତମାତୃ ଶକ୍ତି ମା’ ଭଗବତୀଙ୍କ ସହିତ ମା’ନାରାୟଣୀ, ମା’ସିଦ୍ଧେଶ୍ୱରୀ, ମା’ ବିରିଜାଇ, ମା’କାଳିଜାଇ, ମା’ କନକ ଦୁର୍ଗା, ମା’ ବୁଢି ଠାକୁରାଣୀ ସାତଭଉଣୀ ଭାବରେ ଭିତର ପର୍ବଗୃହ ସାତବଖରା ଘରେ ତନ୍ତ୍ର ବିଧି ଅନୁସାରେ ଏକତ୍ର ପୂଜା ପାଇବାର ବିଧି ବିଧାନ ପ୍ରାଚୀନ କାଳରୁ ଚଳି ଆସୁଛି। ବିଭିନ୍ନ ଋତୁରେ ବିଭିନ୍ନ ଦିଗକୁ ଯାତ୍ରା କରି ମା’ ଭଗବତୀ ଭଉଣୀମାନଙ୍କୁ ନିମନ୍ତ୍ରଣ କରୁଥିବାବେଳେ ଶରତ ଋତୁର ଭାଦ୍ରବ ଶୁକ୍ଳ ସପ୍ତମୀରେ ମା’ କାଳିଜାଇଙ୍କୁ ନିମନ୍ତ୍ରଣ କରିବାକୁ ଯାଇ ପ୍ରଥମେ ଉଲ୍ଲସିତ ଚିଲିକା ଜଳରେ ନୌବିହାର କରନ୍ତି। ମା’…
ନୂଆଦିଲ୍ଲୀ: କଂଗ୍ରେସ ବିଧାୟକ ବସଭରାଜ ରାୟାରେଡି ଆଜି ଏକ ବଡ଼ ଦାବି କରିଛନ୍ତି। ଶ୍ରୀ ରାୟାରେଡି କହିଛନ୍ତି ଯେ, ଆମେ ଆଉ ୫ ଜଣ ଉପ-ମୁଖ୍ୟମନ୍ତ୍ରୀ ହେବା ବିଷୟରେ ଆଲୋଚନା କରୁଛୁ। ଅନେକ ନେତା ଏହାକୁ ସମର୍ଥନ କରିଛନ୍ତି। ବସଭରାଜ ରାୟାରେଡି କହିଛନ୍ତି ଯେ, ସିଦ୍ଧରମେୟା ସରକାରରେ ଆଉ ପାଞ୍ଚ ଜଣ ଡେପୁଟି ସିଏମ୍ କରିବାକୁ ପ୍ରସ୍ତାବ ଗୃହମନ୍ତ୍ରୀ ଜି ଅନୁମୋଦନ କରିଛନ୍ତି। ପରମେଶ୍ୱର ଏବଂ ଏମବି ପାଟିଲଙ୍କ ସମେତ ଅନେକ ନେତା ସମର୍ଥନ କରିଛନ୍ତି। ନ୍ୟୁଜ୍ ଏଜେନ୍ସି ANI ସହ କଥାବାର୍ତ୍ତା କରି ସେ କହିଛନ୍ତି ଯେ, ଅତି କମରେ ପାଞ୍ଚଜଣ ଡେପୁଟି ସିଏମ୍ ନିଯୁକ୍ତ କରିବାକୁ ଆଲୋଚନା ଚାଲିଛି। ଆସନ୍ତା ବର୍ଷ ହେବାକୁ ଥିବା ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇପାରେ। ବସଭରାଜ ରାୟାରେଡି କହିଛନ୍ତି ଯେ, ଏକ ଉନ୍ନତ ପ୍ରଶାସନ ଚଳାଇବା ପାଇଁ ଅଧିକ ଡେପୁଟି ସିଏମ୍ ନିଯୁକ୍ତ କରିବାକୁ ସେ କେ.ଏନ୍ ରଜନାଙ୍କ…
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀର ବିଜ୍ଞାନ ଭବନରେ ‘ଅନ୍ତର୍ଜାତୀୟ ଆଇନଜୀବୀ ସମ୍ମିଳନୀ ୨୦୨୩’କୁ ଉଦଘାଟନ କରିଛନ୍ତି। ବିଭିନ୍ନ ଜାତୀୟ ଏବଂ ଅନ୍ତର୍ଜାତୀୟ ଗୁରୁତ୍ୱପୂର୍ଣ୍ଣ ଆଇନଗତ ବିଷୟ ଉପରେ ଅର୍ଥପୂର୍ଣ୍ଣ ଆଲୋଚନା ଏବଂ ପର୍ଯ୍ୟାଲୋଚନା ପାଇଁ ଏକ ପ୍ଲାଟଫର୍ମ ଭାବରେ କାର୍ଯ୍ୟ କରିବା, ବିଚାର ଏବଂ ଅଭିଜ୍ଞତାର ଆଦାନ ପ୍ରଦାନକୁ ପ୍ରୋତ୍ସାହିତ କରିବା ଏବଂ ଆନ୍ତର୍ଜାତିକ ସହଯୋଗ ଏବଂ ଆଇନଗତ ପ୍ରସଙ୍ଗଗୁଡ଼ିକର ବୁଝାମଣାକୁ ସୁଦୃଢ଼ କରିବା ଏହି ସମ୍ମିଳନୀର ଉଦ୍ଦେଶ୍ୟ। ସମ୍ମିଳନୀକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ବିଶ୍ୱ ଆଇନ ଜଗତର ମହାନ ବ୍ୟକ୍ତିମାନଙ୍କ ସହ କଥାବାର୍ତ୍ତା କରିବାର ସୁଯୋଗ ପାଇ ଆନନ୍ଦ ପ୍ରକାଶ କରିଥିଲେ। ଇଂଲଣ୍ଡର ଲର୍ଡ ଚାନ୍ସେଲର ଶ୍ରୀ ଆଲେକ୍ସ ଚାକ୍ ଏବଂ ବାର୍ ଆସୋସିଏସନ୍ ଅଫ୍ ଇଂଲଣ୍ଡର ପ୍ରତିନିଧି, ରାଜ୍ୟଗୋଷ୍ଠୀ ଏବଂ ଆଫ୍ରିକୀୟ ଦେଶର ପ୍ରତିନିଧି ଏବଂ ସାରା ଦେଶର ଲୋକଙ୍କ ଉପସ୍ଥିତି ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଅନ୍ତର୍ଜାତୀୟ ଓକିଲ ସମ୍ମିଳନୀ ୨୦୨୩…
ନୂଆଦିଲ୍ଲୀ: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜର ଦ୍ୱିତୀୟ ମ୍ୟାଚ୍ ଆସନ୍ତାକାଲି ଖେଳାଯିବ। ଇନ୍ଦୋରର ହୋଲକର ଷ୍ଟାଡିୟମରେ ଉଭୟ ଦଳ ମୁକାବିଲା କରିବେ। ମୋହାଲିରେ ପ୍ରଥମ ଦିନିକିଆ ଜିତିଥିବା ଟିମ୍ ଇଣ୍ଡିଆ ଏହି ମ୍ୟାଚ୍ ଜିତି ସିରିଜ୍ ଜିତିବାକୁ ଚାହୁଁଛି। ଅଷ୍ଟ୍ରେଲିଆ ଦଳ ସିରିଜରେ ରହିବାକୁ ନଜର ରଖିବ। ଏହି ମ୍ୟାଚ୍ ପୂର୍ବରୁ ଏକ ଅପଡେଟ୍ ଆସିଛି ଯାହା ପ୍ରଶଂସକଙ୍କୁ ଭୟଭୀତ କରେ। ବାସ୍ତବରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବାକୁ ଥିବା ଦ୍ୱିତୀୟ ଦିନିକିଆ ଉପରେ ସଙ୍କଟର ମେଘ ଆସୁଛି। ରବିବାର ଦିନ ଇନ୍ଦୋରରେ ଖେଳାଯିବାକୁ ଥିବା ଏହି ମ୍ୟାଚ ବର୍ଷା ଦ୍ୱାରା ପ୍ରଭାବିତ ହୋଇପାରେ। ପାଣିପାଗ ବିଭାଗ ଅନୁଯାୟୀ ମ୍ୟାଚ୍ ସମୟରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ତେବେ ମଧ୍ୟପ୍ରଦେଶ କ୍ରିକେଟ୍ ଆସୋସିଏସନ୍ (MPCA) ମ୍ୟାଚ୍ ସମୟରେ ବର୍ଷାର ମୁକାବିଲା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରିଛି। ବର୍ଷା ଦ୍ୱାରା ଭାରତ-ଅଷ୍ଟ୍ରେଲିଆ ଦ୍ୱିତୀୟ…
ନୂଆଦିଲ୍ଲୀ: ଅରୁଣାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ ପେମା ଖାଣ୍ଡୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କରିଛନ୍ତି। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏକ୍ସରେ ପୋଷ୍ଟ କରାଯାଇଛି: ‘ଅରୁଣାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ ପେମା ଖାଣ୍ଡୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଛନ୍ତି।’
ଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସେପ୍ଟେମ୍ବର ୨୪, ୨୦୨୩ ଅପରାହ୍ନ ସାଢେ ୧୨ଟାରେ ଭିଡିଓ କନଫରେନ୍ସିଂ ଜରିଆରେ ୯ଟି ବନ୍ଦେ ଭାରତ ଟ୍ରେନ୍କୁ ପତାକା ଦେଖାଇ ଶୁଭାରମ୍ଭ କରିବେ। ଏହି ନୂତନ ବନ୍ଦେ ଭାରତ ଟ୍ରେନ୍ ଗୁଡ଼ିକ ସମଗ୍ର ଦେଶରେ ଯୋଗାଯୋଗରେ ଉନ୍ନତି ଆଣିବା ଏବଂ ରେଳ ଯାତ୍ରୀମାନଙ୍କୁ ବିଶ୍ୱସ୍ତରୀୟ ସୁବିଧା ପ୍ରଦାନ କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ସ୍ୱପ୍ନକୁ ସାକାର କରିବା ଦିଗରେ ଏକ ପଦକ୍ଷେପ। ଯେଉଁ ନୂଆ ଟ୍ରେନ୍ ଗୁଡ଼ିକୁ ପତାକା ଦେଖାଇ ଶୁଭାରମ୍ଭ କରାଯିବ ସେଗୁଡ଼ିକ ହେଲା: – ଉଦୟପୁର – ଜୟପୁର ବନ୍ଦେ ଭାରତ ଏକ୍ସପ୍ରେସ୍ – ତିରୁନେଲଭେଲି – ମଦୁରାଇ – ଚେନ୍ନାଇ ବନ୍ଦେ ଭାରତ ଏକ୍ସପ୍ରେସ୍ – ହାଇଦ୍ରାବାଦ – ବେଙ୍ଗାଲୁରୁ ବନ୍ଦେ ଭାରତ ଏକ୍ସପ୍ରେସ୍ – ବିଜୟୱାଡା – ଚେନ୍ନାଇ (ଭାୟା ରେନିଗୁଣ୍ଟା) ବନ୍ଦେ ଭାରତ ଏକ୍ସପ୍ରେସ୍ – ପାଟନା – ହାୱଡ଼ା ବନ୍ଦେ ଭାରତ ଏକ୍ସପ୍ରେସ୍ – କାସରଗୋଡ – ତିରୁଅନନ୍ତପୁରମ…
ନୂଆଦିଲ୍ଲୀ: କାନାଡା ଏବଂ ଭାରତ ମଧ୍ୟରେ ଚାଲିଥିବା ତିକ୍ତତା ଉପରେ କଂଗ୍ରେସ ନେତା ଶଶି ଥରୁର ଦୁଇ ଦେଶ ମଧ୍ୟରେ ପୁରୁଣା ସମ୍ପର୍କକୁ ଫେରାଇ ଆଣିବାକୁ ପରାମର୍ଶ ଦେଇଛନ୍ତି। ସେ କହିଛନ୍ତି ଯେ, ଭାରତ-କାନାଡା ସମ୍ପର୍କ ଦୀର୍ଘ ଦିନ ଧରି ରହିଆସିଛି ଏବଂ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ସାମ୍ପ୍ରତିକ ବିବାଦ ଶାନ୍ତି ଏବଂ ପରିପକ୍ୱତା ସହିତ ସମାଧାନ ହେବା ଉଚିତ୍, ଯାହାଦ୍ୱାରା ଏହାର ସମ୍ପର୍କ ଉପରେ ସ୍ଥାୟୀ ପ୍ରଭାବ ପଡ଼ିବ ନାହିଁ। କେରଳର ନ୍ୟୁଜ୍ ଏଜେନ୍ସି ANI କୁ ସୂଚନା ଦେଇ ଶଶି ଥରୁର କହିଛନ୍ତି ଯେ, “ମୁଁ ଭାବୁଛି ଯେ ଆମେ (ଭାରତ-କାନାଡା) ପୁନର୍ବାର ଆମର ସମ୍ପର୍କକୁ ସୁଦୃଢ କରିବା ଉଚିତ। କାରଣ ଆମେ ଦୀର୍ଘ ଦିନ ଧରି ଜଡିତ ରହିଛୁ। ଏକ ଅଭିଯୋଗ ଉପରେ ସର୍ବଶେଷ ବିବାଦ ଆରମ୍ଭ ହୋଇଛି, ଯାହା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋଙ୍କ ଦ୍ଵାରା ଲଗାଯାଇଛି। ସେ ନିର୍ବାଚନର ସମ୍ମୁଖୀନ ହେବାକୁ ଯାଉଛନ୍ତି। ମୁଁ ଭାବୁଛି ଦୁଇ…
ନୂଆଦିଲ୍ଲୀ: ଜାତୀୟ ଅନୁସନ୍ଧାନ ଏଜେନ୍ସି (ଏନଆଇଏ) ଖାଲିସ୍ତାନ ସମର୍ଥକ ତଥା ନିଷିଦ୍ଧ ସଂଗଠନ ଶିଖ୍ ଫର ଜଷ୍ଟିସ୍ ନେତା ଗୁରୁପତବନ୍ତ ସିଂ ପନ୍ନୁଙ୍କ ବିରୋଧରେ ବଡ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଚଣ୍ଡିଗଡ଼ ଏବଂ ଅମୃତସରରେ ଏନଆଇଏ ତାଙ୍କ ସମ୍ପତ୍ତି ଜବତ କରିଛି। ପନ୍ନୁ ଅମୃତସରର ବାସିନ୍ଦା ଏବଂ ଏନଆଇଏ ମଧ୍ୟ ତାଙ୍କ ଉପରେ ପୁରସ୍କାର ଘୋଷଣା କରିଛି। କାନାଡାରେ ରହୁଥିବାବେଳେ ପନ୍ନୁ ଭାରତ ବିରୋଧୀ କାର୍ଯ୍ୟକଳାପରେ ଜଡିତ ରହିଛନ୍ତି। ଭାରତରେ ପନ୍ନୁଙ୍କ ବିରୋଧରେ ରାଷ୍ଟ୍ର ବିରୋଧୀ ଷଡଯନ୍ତ୍ର ସମେତ ମୋଟ ୭ ଟି ମାମଲା ପଞ୍ଜିକୃତ ହୋଇଛି, ଯାହାର ସବିଶେଷ ତଥ୍ୟ ଦିଆଯାଇଛି। ପନ୍ନୁଙ୍କ ଅପରାଧ ବିଷୟରେ କାନାଡାକୁ ଅନେକ ଥର ସୂଚନା ଦିଆଯାଇଛି କିନ୍ତୁ ଆତଙ୍କବାଦୀଙ୍କ ବିରୋଧରେ କାନାଡା କୌଅନାସି ପଦକ୍ଷେପ ନେଇନାହିଁ।
ବ୍ରହ୍ମପୁର: ରଙ୍ଗେଇଲୁଣ୍ଡା ବ୍ଲକ ପ୍ରେସ୍ କ୍ଲବ ତରଫରୁ ଗୋଳନ୍ଥରା ନିକଟସ୍ଥ ଭାଲିଆଗଡ ପାନ୍ଥନିବାସ ଠାରେ ଏକ ରକ୍ତଦାନ ଶିବିର ଆୟୋଜନ ହୋଇଛି। ଗୋଳନ୍ଥରା ଥାନା ଅଧିକାରୀ ବିବେକାନନ୍ଦ ମହନ୍ତ ଉକ୍ତ କାର୍ଯ୍ୟକ୍ରମକୁ ଉଦଘାଟନ କରିବା ସହ ନିଜେ ରକ୍ତଦାନ କରିଥିଲେ। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କନିଷି ତହସିଲଦାର ପ୍ରଳୟାନନ୍ଦ ସାମନ୍ତରାୟ ଓ ସମ୍ମାନୀତ ଅତିଥି ଭାବେ ବିଡ଼ିଓ ବିଶ୍ଵଜିତ ରାୟ ଯୋଗ ଦେଇ ଆୟୋଜକ ମାନଙ୍କୁ ଉତ୍ସାହିତ କରିଥିଲେ। ଏତଦବ୍ୟତୀତ ଅଞ୍ଚଳର ବହୁ ଗଣମାଧ୍ୟମ ପ୍ରତିନିଧି ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।
ବ୍ରହ୍ମପୁର: ବ୍ରହ୍ମପୁର ସହର ଉପକଣ୍ଠ ଗୋବିନ୍ଦ ନଗର ସ୍ଥିତ କରୁଣା ଶାନ୍ତି ବିଜ୍ଞାନ ମହାବିଦ୍ୟାଳୟ ଜାତୀୟ ସେବା ସଂସ୍ଥା ଅନୁଷ୍ଠାନ ପକ୍ଷରୁ ଅନ୍ତର୍ଜାତୀୟ ଶାନ୍ତି ଦିବସ ପାଳନ ହୋଇଛି। ଅନୁଷ୍ଠାନର ଅଧ୍ୟକ୍ଷା ଡଃ ରଶ୍ମିତା ମିଶ୍ରଙ୍କ ପୌରହିତ୍ୟରେ ଆୟୋଜିତ କାର୍ଯ୍ୟକ୍ରମକୁ ଅଧ୍ୟାପକ ପ୍ରକାଶ ମହାରଣା ସଂଯୋଜନା କରିଥିଲେ ଓ ଅନୁଷ୍ଠାନ ର ସମସ୍ତ ଅଧ୍ୟାପକ ଓ ଛାତ୍ରଛାତ୍ରୀ ଗଣ ସହଯୋଗ କରିଥିଲେ।

