Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ନିର୍ମାଣ କ୍ଷେତ୍ରରେ ପ୍ରଦୂଷଣମୁକ୍ତ ପଦକ୍ଷେପ: ଦେଶକୁ ଅଙ୍ଗାର ନିର୍ଗମନରୁ ମୁକ୍ତ ରଖିବା ଲକ୍ଷ୍ୟ
ଆଜିର ଖବର

ନିର୍ମାଣ କ୍ଷେତ୍ରରେ ପ୍ରଦୂଷଣମୁକ୍ତ ପଦକ୍ଷେପ: ଦେଶକୁ ଅଙ୍ଗାର ନିର୍ଗମନରୁ ମୁକ୍ତ ରଖିବା ଲକ୍ଷ୍ୟ

September 28, 2023No Comments3 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ୨୦୭୦ ସୁଦ୍ଧା ଦେଶକୁ ଅଙ୍ଗାର ନିର୍ଗମନ ମୁକ୍ତ କରିବା ନେଇ ପ୍ରଧାନମନ୍ତ୍ରୀଙ୍କ ବିଚାର ଦୃଷ୍ଟିରୁ ନିର୍ମାଣ କ୍ଷେତ୍ରରେ ମଧ୍ୟ ସବୁଜ ପଦକ୍ଷେପ ନିଆଯିବ ବୋଲି କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀ କହିଛନ୍ତି। ଆଜି (୨୮-୦୯-୨୦୨୩) ନୂଆଦିଲ୍ଲୀ ଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଦେଶକୁ ସ୍ୱଚ୍ଛ ଓ ଆବର୍ଜନାମୁକ୍ତ ରଖିବା ନିମନ୍ତେ ସମସ୍ତ ପଦକ୍ଷେପ ନିଆହେବ। ବର୍ତ୍ତମାନ ଚାଲିଥିବା ସ୍ୱଚ୍ଛତା ହିଁ ସେବା ପକ୍ଷରେ ଜାତୀୟ ରାଜପଥ, ରାସ୍ତାକଡ଼ ସୁବିଧା, ଢାବା, ଟୋଲ୍ ପ୍ଲାଜା ଭଳି ୧୩ ହଜାର ସ୍ଥାନରେ ପରିମଳ ରକ୍ଷା ପାଇଁ ଚିହ୍ନଟ କରାଯାଇଥିବା ବେଳେ ପ୍ରାୟ ସାତ ହଜାର ସ୍ଥାନରେ କାମ ଆପାତତଃ ଶେଷ ହୋଇଛି।

ପ୍ରତିଦିନ ଗଦା ହେଉଥିବା କଠିନ ବର୍ଜ୍ୟବସ୍ତୁ ପରିଚାଳନା ଦେଶବ୍ୟାପୀ ସହରଗୁଡ଼ିକରେ ମୁଖ୍ୟ ପରିବେଶଗତ ଆହ୍ୱାନ ଭାବେ ଦେଖା ଦେଇଥିବା ଶ୍ରୀ ଗଡ଼କରୀ କହିଥିଲେ । ଦଶ ହଜାର ହେକ୍ଟର ପାଖାପାଖି ଜମି ଅଳିଆ ଆବର୍ଜନା ଗଦା ଯୋଗୁ ଅବ୍ୟବହୃତ ଅବସ୍ଥାରେ ପଡ଼ିରହିଛି । ସେ ଦୃଷ୍ଟିରୁ ସହରର କଠିନ ବର୍ଜ୍ୟବସ୍ତୁକୁ ରାଜପଥ ନିର୍ମାଣ ପାଇଁ ବ୍ୟବହାର କରି ସେ ସମସ୍ୟାର ସମାଧାନ ପାଇଁ ମନ୍ତ୍ରଣାଳୟ ଚିନ୍ତା କରୁଛି । ବର୍ଜ୍ୟରୁ ସମ୍ପଦ ସୃଷ୍ଟି କେବଳ ବୈଷୟିକ ଜ୍ଞାନ ଓ ଦୂରଦୃଷ୍ଟି ସମ୍ପନ୍ନ ନେତୃତ୍ୱ ଯୋଗୁ ସମ୍ଭବ ବୋଲି ସେ କହିଥିଲେ ।

ଦେଶର ବିକଳ୍ପ ଜୈବ ଇନ୍ଧନକୁ ନେଇ ସେ କହିଥିଲେ ଯେ ଦେଶରେ ଏକ ଇଥାନଲ ଅର୍ଥନୀତିର ସେ ଦୃଢ଼ ସମର୍ଥକ । କୃଷିର ଅଭିବୃଦ୍ଧି ଶତକଡ଼ା ଛଅ ଭାଗ ବୃଦ୍ଧି କରିବା ପାଇଁ ଇଥାନଲ ଅଧିକରୁ ଅଧିକ ଉପଯୋଗ କରାଯିବା ଆବଶ୍ୟକ। ଇଥାନଲ ଅର୍ଥ ବ୍ୟବସ୍ଥା ଦୁଇ ଲକ୍ଷ କୋଟି ଟଙ୍କା ପର୍ଯ୍ୟନ୍ତ ଲକ୍ଷ୍ୟ ରହିଛି । ଶ୍ରୀ ଗଡ଼କରୀ କହିଥିଲେ ଯେ ବିଶ୍ୱର ପ୍ରଥମ ବିଏସ-୬ କପ୍ଲିଆଣ୍ଟ ଫ୍ଲେକ୍ସ ଫୁଏଲ ଷ୍ଟ୍ରଙ୍ଗ ହାଇବ୍ରିଡ୍ ଯାନ ଦିଲ୍ଲୀରେ ଚାଲିବା ଆରମ୍ଭ ସହ ଫ୍ଲେକ୍ସ ଇଞ୍ଜିନଗୁଡ଼ିକ ଶତପ୍ରତିଶତ ଇଥାନଲ ଦ୍ୱାରା ଚାଲି ଅର୍ଥବ୍ୟବସ୍ଥା ମଧ୍ୟକୁ ଏକ ଲକ୍ଷ କୋଟି ଟଙ୍କା ଆସିପାରିବ । ପାନିପଥର ଆଇଓସିଏଲ ପ୍ଲାଣ୍ଟ କୃଷିଜାତ ବର୍ଜ୍ୟ ଯେପରିକି କୁଟାକୁ ଇଥାନଲ ଓ ବାୟୋବିଟୁମେନରେ ରୂପାନ୍ତରିତ କରୁଛି ।

ମନ୍ତ୍ରୀ କହିଥିଲେ ଯେ ବାୟୋ ଇଥାନଲ ଉତ୍ପାଦନ ପ୍ରଯୁକ୍ତି ବଳରେ ଗୋଟିଏ ଟନ୍ ଧାନ ପ୍ରାୟ ୪ ଶହରୁ ୫୦୦ ଲିଟର ପର୍ଯ୍ୟନ୍ତ ଇଥାନଲ ଉତ୍ପାଦନ କରିପାରିବ । ଏହା ସ୍ଥାୟୀ ଓ ନିରନ୍ତର ଶକ୍ତି ନିର୍ଭରଶୀଳତା ଆଡ଼କୁ ମଧ୍ୟ ଗତି କରିବ ।

ଶ୍ରୀ ଗଡ଼କରୀ କହିଥିଲେ ଯେ ୨୦୨୫ ମସିହା ସୁଦ୍ଧା ଶତକଡ଼ା ଏକ ଭାଗ ସ୍ଥାୟୀ ଓ ନିରନ୍ତର ବିମାନ ଉଡ଼ାଣ ଇନ୍ଧନ ପାଇଁ ଆଇନତଃ ବ୍ୟବସ୍ଥା ହେବାକୁ ଥିବାବେଳେ ଏହା ଭାରତରେ ଭବିଷ୍ୟତରେ ଶତକଡ଼ା ୫ ଭାଗକୁ ବୃଦ୍ଧି କରିବାର ଯୋଜନା ରହିଛି । ଭାରତୀୟ ତୈଳ ନିଗମ ୮୭୦୦୦ ଟନ ନିରନ୍ତର ବିମାନ ଇନ୍ଧନ ଉତ୍ପାଦନ ପାଇଁ ଏକ କାରଖାନା ପାନିପଥରେ ବସାଇବ ବୋଲି ସେ କହିଥିଲେ ।

ଶ୍ରୀ ଗଡ଼କରୀ କହିଥିଲେ ଯେ ଦୂରସଞ୍ଚାର କ୍ଷେତ୍ର ପ୍ରାୟ ଛଅ ଲକ୍ଷ ମୋବାଇଲ ଟାୱାର ବସାଇଛି । ପାରମ୍ପରିକ ଭାବେ ଏହି ଟାୱାରଗୁଡ଼ିକ ଶକ୍ତି ପାଇଁ ଡିଜେଲ ଜେନେରେଟର ଉପରେ ନିର୍ଭରଶୀଳ ଥିବା ବେଳେ ବାର୍ଷିକ ଗୋଟିଏ ଟାୱାର ପ୍ରାୟ ଆଠ ହଜାର ଲିଟର ଡିଜେଲ ବ୍ୟବହାର କରୁଛି । ଏହି ଡିଜେଲ ବ୍ୟବହାର ଯୋଗୁ ପ୍ରତିବର୍ଷ ୨୫୦ କୋଟି ଲିଟର ଡିଜେଲ ବ୍ୟବହାର ହେଉଥିବା ବେଳେ, ୨୫ ହଜାର କୋଟି ଟଙ୍କା ଖର୍ଚ୍ଚ ହେଉଛି । ଇଥାନଲ ଇନ୍ଧନ ଭାବେ ଏହାର ବିକଳ୍ପ ଯୋଗାଇ ପାରିବ । ବଜାରରେ ଶତକଡ଼ା ଶତପ୍ରତିଶତ ଇଥାନଲରେ ଚାଲିବା ଭଳି ଜେନେରେଟର ବିକଶିତ ହୋଇ ସାରିଛି । ଭବିଷ୍ୟତ ପାଇଁ ଇଥାନଲଭିତ୍ତିକ ଜେନେରେଟର ସେଟ୍ ପାଇଁ ସେ ପ୍ରାଧାନ୍ୟ ଦେଇଥିବା ପ୍ରକାଶ କରିଥିଲେ ।

ଉଦଜାନ ଭବିଷ୍ୟତ ଇନ୍ଧନ ହେବାକୁ ଥିବାବେଳେ, ଯାହା ବଳରେ ଭାରତ ଶକ୍ତିର ଏକ ପ୍ରମୁଖ ରପ୍ତାନୀକାରୀ ହୋଇପାରିବ ଶ୍ରୀ ଗଡ଼କରୀ ପ୍ରକାଶ କରିଥିଲେ ।

ନିର୍ମାଣ କ୍ଷେତ୍ର
Share. Facebook Twitter LinkedIn Email WhatsApp Copy Link

Related Posts

ବାଣପୁର କୁମାରାଙ୍ଗ କୃଷି ସେବା ସମବାୟ ମାଧ୍ୟମରେ ଚାଷୀଙ୍କୁ ରିହାତି ଦରରେ ସାର ବଣ୍ଟନ

August 2, 2026

Flood Situation: ତିନୋଟି ରାଜ୍ୟର ବନ୍ୟା ସ୍ଥିତି ରହିଛି ଗମ୍ଭୀର, ଓଡିଶାରେ ସାମାନ୍ୟ ସୁଧାର

August 2, 2026

ପାଣି କମୁଛି, ହେଲେ ବଢୁଛି ଦୁର୍ଦ୍ଦଶା; ଭଦ୍ରକ-ଯାଜପୁରରେ ବନ୍ୟା ପରେ ଅସହାୟ ଚିତ୍ର

August 2, 2026

ପେରୁରେ ଭୟଙ୍କର ବିମାନ ଦୁର୍ଘଟଣା, ୧୩ ଜଣଙ୍କର ମୃତ୍ୟୁ

August 2, 2026
Latest News

ବାଣପୁର କୁମାରାଙ୍ଗ କୃଷି ସେବା ସମବାୟ ମାଧ୍ୟମରେ ଚାଷୀଙ୍କୁ ରିହାତି ଦରରେ ସାର ବଣ୍ଟନ

August 2, 2026

ଓଡ଼ିଶା ହେବ ସମ୍ପୂର୍ଣ୍ଣ ନିଶାମୁକ୍ତ: ୧୦୦ ସପ୍ତାହର ବ୍ୟାପକ ‘ଜନ-ଆନ୍ଦୋଳନ’ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

August 2, 2026

Flood Situation: ତିନୋଟି ରାଜ୍ୟର ବନ୍ୟା ସ୍ଥିତି ରହିଛି ଗମ୍ଭୀର, ଓଡିଶାରେ ସାମାନ୍ୟ ସୁଧାର

August 2, 2026

ମନ୍ତ୍ରୀ କୃଷ୍ଣ ପାତ୍ରଙ୍କ ଦୌରାତ୍ମା, ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କଲେ ବ୍ଲକ ଅଧିକାରୀ

August 2, 2026

ପାଣି କମୁଛି, ହେଲେ ବଢୁଛି ଦୁର୍ଦ୍ଦଶା; ଭଦ୍ରକ-ଯାଜପୁରରେ ବନ୍ୟା ପରେ ଅସହାୟ ଚିତ୍ର

August 2, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.