କୁଜଙ୍ଗ: ଚୋରାମଦ ବ୍ୟବସାୟ କରୁଥିବା ବ୍ୟକ୍ତିଙ୍କ ଆକ୍ରୋଶର ଶୀକାର ହେଇଛନ୍ତି କୁଜଙ୍ଗ ଥାନା ବାଲିତୁଠ ପଂଚାୟତର ୱାର୍ଡ ସଭ୍ୟା ରାନୁ ସାମନ୍ତରାୟ। ଏ ନେଇ କୁଜଙ୍ଗ ଥାନାରେ ମହିଳା ଜଣଙ୍କ ଲିଖିତ ଅଭିଯୋଗ କରିବା ପରେ କୁଜଙ୍ଗ ପୋଲିସ ଚୋରାମଦ ବେପାରୀ ଅନିଲ ବେହେରା ଓ ତାର ସହଯୋଗୀ ବିରଂଚି ନାରାୟଣ ବେଗ୍କୁ ଉଠାଇଆଣି ପଚରାଉଚରା କରୁଥିବା ଜଣାପଡିଛି। ସୂଚନାଯୋଗ୍ୟ ବାଲିତୁଠ ଅଂଚଳରେ ଦୀର୍ଘଦିନ ଧରି ଅନିଲ ଏକ ଭେରାଇଟ୍ ଷ୍ଟୋର କରି ସେଥିରେ ଚୋରା ମଦ କାରବାର କରିଆସୁଥିଲା। ସ୍ଥାନିୟ ଅଂଚଳବାସୀ ଅଭିଯୋଗ କଲେ ମଧ୍ୟ ତତ୍କାଳୀନ ଥାନା ଅଧିକାରୀ କୌଣସି କାର୍ଯ୍ୟାନୁଷ୍ଠାନ କରି ନଥିଲେ। ମାତ୍ର କୁଜଙ୍ଗ ଥାନାରେ ଗତମାସରେ ନୂତନ ଥାନାଅଧିକାରୀ ଭାବେ ରଂଶ୍ମୀରଞ୍ଜନ ଦାଶ ଯୋଗଦେବା ପରେ ସ୍ଥାନିୟ ବାଲିତୁଠ ଅଂଚଳରେ ‘ଆମ ପୋଲିସ୍’ କାର୍ଯ୍ୟକ୍ରମ କରିଥିଲେ। ସେଠାରେ ସ୍ଥାନିୟ ଅଂଚଳରେ କିଛି ବ୍ୟକ୍ତି ଚୋରା ମଦ ବ୍ୟବସାୟ କରୁଥିବା ନେଇ ମହିଳା ୱାର୍ଡ଼ ସଭ୍ୟା…
Author: Samikhsya Bureau
ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ବିଶ୍ୱ ଦକ୍ଷତା କେନ୍ଦ୍ରରେ ବିଭିନ୍ନ ଅତ୍ୟାଧୁନିକ ବିଷୟରେ ତାଲିମ ପାଠ୍ୟକ୍ରମ ଶେଷ କରିଥିବା ଛାତ୍ରଛାତ୍ରୀମାନଙ୍କୁ ବିଭିନ୍ନ ଜାତୀୟ ତଥା ଅନ୍ତର୍ଜାତୀୟ କମ୍ପାନିରେ ନିଯୁକ୍ତି ସୁଯୋଗ ପ୍ରଦାନ କରାଯାଉଛି। ଏହି କ୍ରମରେ ବିଶ୍ୱ ଦକ୍ଷତା କେନ୍ଦ୍ରଠାରେ ଶୁକ୍ରବାର ଦିନ ଟାଟା ଷ୍ଟିଲ ପକ୍ଷରୁ ହୋଇଥିବା ଦ୍ୱିତୀୟ ପ୍ଲେସମେଣ୍ଟ ଇଣ୍ଟରଭିଉ କାର୍ଯ୍ୟକ୍ରମରେ ୨୦୨୧-୨୨ ବ୍ୟାଚର ୨୪ ଜଣ ଛାତ୍ରଛାତ୍ରୀ ନିଯୁକ୍ତି ପାଇଛନ୍ତି। ଟାଟା ଷ୍ଟିଲରେ ନିଯୁକ୍ତି ପାଇଥିବା ଛାତ୍ରଛାତ୍ରୀମାନେ ଓଡ଼ିଶାର ବିଭିନ୍ନ ସ୍ଥାନରେ କାମ କରିବାର ସୁଯୋଗ ପାଇବେ। ଏଥିପାଇଁ ସେମାନଙ୍କ ଭିତରେ ବିଶେଷ ଉତ୍ସାହ ଦେଖିବାକୁ ମିଳିଛି। ଏହି ସୁଯୋଗ ଲାଗି ସେମାନେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ବିଶ୍ୱ ଦକ୍ଷତା କେନ୍ଦ୍ରକୁ ଧନ୍ୟବାଦ ଜଣାଇଛନ୍ତି। ଏହି ଅବସରରେ ଓଡ଼ିଶା ଦକ୍ଷତା ବିକାଶ କର୍ତ୍ତୃପକ୍ଷର ଅଧ୍ୟକ୍ଷା ତଥା ବିଶ୍ୱ ଦକ୍ଷତା କେନ୍ଦ୍ରର ସିଇଓ ଅଳକା ମିଶ୍ର ନିଯୁକ୍ତି ପାଇଥିବା ଛାତ୍ରଛାତ୍ରୀମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ବିଶ୍ୱ ଦକ୍ଷତା କେନ୍ଦ୍ରର ‘ସ୍କୁଲ ଅଫ…
ନୂଆଦିଲ୍ଲୀ: ସ୍ୱଚ୍ଛ ଭାରତ ମିଶନ (ଗ୍ରାମୀଣ) ଦ୍ୱିତୀୟ ପର୍ଯ୍ୟାୟ ଅଧୀନରେ ଦେଶ ଆଉ ଏକ ବଡ଼ ମାଇଲଖୁଣ୍ଟ ହାସଲ କରିଛି, ଯେଉଁଥିରେ ଦେଶର ମୋଟ ଗ୍ରାମର ତିନି ଚତୁର୍ଥାଂଶ ଅର୍ଥାତ୍ ୭୫% ଗ୍ରାମ ଏହି ମିଶନର ଦ୍ୱିତୀୟ ପର୍ଯ୍ୟାୟ ଅଧୀନରେ ଓଡିଏଫ ପ୍ଲସ ମାନ୍ୟତା ହାସଲ କରିଛନ୍ତି । ଓଡିଏଫ ପ୍ଲସ ଗ୍ରାମ ହେଉଛି ଖୋଲା ମଳତ୍ୟାଗ ମୁକ୍ତ (ଓଡିଏଫ) ମାନ୍ୟତା ବଜାୟ ରଖିବା ସହ କଠିନ ଏବଂ ତରଳ ବର୍ଜ୍ୟବସ୍ତୁ ପରିଚାଳନା ବ୍ୟବସ୍ଥା କାର୍ଯ୍ୟକାରୀ କରିଥିବା ଗ୍ରାମ । ବର୍ତ୍ତମାନ ସୁଦ୍ଧା ୪.୪୩ ଲକ୍ଷରୁ ଅଧିକ ଗାଁ ନିଜକୁ ଓଡିଏଫ୍ ପ୍ଲସ୍ ଘୋଷଣା କରିଛନ୍ତି, ଯାହା କି ୨୦୨୪-୨୫ ସୁଦ୍ଧା ଏସବିଏମ୍-ଜି ଦ୍ୱିତୀୟ ପର୍ଯ୍ୟାୟ ଲକ୍ଷ୍ୟ ହାସଲ ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜ, ଦାଦ୍ରା ନଗର ହାଭେଳୀ, ଗୋଆ, ଗୁଜରାଟ, ହିମାଚଳ ପ୍ରଦେଶ, ଜମ୍ମୁ ଓ କଶ୍ମୀର, କର୍ଣ୍ଣାଟକ, କେରଳ, ଲଦାଖ, ପୁଡୁଚେରୀ, ସିକ୍କିମ,…
ନୂଆଦିଲ୍ଲୀ: ପିତୃପୁରୁଷଙ୍କୁ ଆଦର ସତ୍କାର କରିବାର ସମୟ ହେଉଛି ପିତୃ ପକ୍ଷ। ବିଶ୍ୱାସ କରାଯାଏ ଯେ, ଗୋଟିଏ ବର୍ଷରେ ୧୫ ଦିନ ପାଇଁ ପିତୃପୁରୁଷମାନେ ପୃଥିବୀକୁ ଆସନ୍ତି ଏବଂ ପରିବାର ସଦସ୍ୟଙ୍କ ଦ୍ୱାରା କରାଯାଇଥିବା ନୈବେଦ୍ୟ, ପିଣ୍ଡ ଦାନ ଏବଂ ଶ୍ରାଦ୍ଧରେ ସନ୍ତୁଷ୍ଟ ହୁଅନ୍ତି। ପିତୃ ପକ୍ଷ ସେପ୍ଟେମ୍ବର ୧୦ ତାରିଖରୁ ଆରମ୍ଭ ହେଉଛି। ପିତୃ ଦୋଷରୁ ମୁକ୍ତି ପାଇବା ପାଇଁ ଶ୍ରାଦ୍ଧକୁ ଏକ ବିଶେଷ ଉତ୍ସବ ଭାବରେ ବିବେଚନା କରାଯାଏ। ପିତୃପୁରୁଷଙ୍କ ଆଶୀର୍ବାଦ ସହିତ ପରିବାର ଏବଂ ଘରର ସୁଖ ସମୃଦ୍ଧି ବୃଦ୍ଧି ପାଇଥାଏ, କିନ୍ତୁ ଯଦି ପିତୃପୁରୁଷମାନେ କ୍ରୋଧିତ ହୁଅନ୍ତି, ତେବେ ଅନେକ ପିଢୀ ପାଇଁ ପିତୃ ଦୋଶ ସହିବାକୁ ପଡିବ। ଆସନ୍ତୁ ଜାଣିବା କେଉଁ ତ୍ରୁଟିଗୁଡିକ ଯୋଗୁଁ ପିତୃ ଦୋଷ ଲାଗିଥାଏ, ପିତୃ ଦୋଷର ଲକ୍ଷଣ ଏବଂ ପିତୃ ଦୋଷକୁ ଶାନ୍ତ କରିବା ପାଇଁ ପ୍ରତିକାର। ପିତୃ ଦୋଷ କାହିଁକି ଲାଗେ?: – ମୃତ୍ୟୁ ପରେ, ଯଦି ଅନ୍ତିମ…
ନୂଆଦିଲ୍ଲୀ: ଆଜି ହେଉଛି ଦେଶର ବେଶ ଚର୍ଚ୍ଚିତ ବାହାଘର। ଏହି ବାହାଘର ରାଜନୀତି ସହିତ ଚଳଚିତ୍ରର ହେଉଛି। ଅର୍ଥାତ ଆପ୍ ସାଂସଦ ରାଘବ ଚଢା ଚଳଚିତ୍ର ଅଭିନେତ୍ରୀ ପରିଣୀତି ଚୋପ୍ରାଙ୍କୁ ବିବାହ କରିବେ। ସେଥିପାଇଁ ରାଜସ୍ଥାନ ଉଦୟପୁରର ଦ ଲିଳା ପ୍ୟାଲେସକୁ ପୁରା ସଜେଇ ଦିଆଯାଇଛି। ତେବେ ସୂଚନା ଅନୁସାରେ ଆଜି ତାଙ୍କର ବାହାଘର ଏହି ସମୟ ଅନୁସାରେ ହେବ ବୋଲି ନିର୍ଦ୍ଧାରିତ ହୋଇଛି। ତାହା ହେଲା ବାହାଘର ତାରିଖ- 24 ସେପ୍ଟେମ୍ବର, ରବିବାର ରାଘବ ସେହରାବନ୍ଦୀ- ଅପରାହ୍ନ 1.00 ଟା ବରଯାତ୍ରୀ ଶୋଭାଯାତ୍ରା- ଅପରାହ୍ନ 2.00 ଟା ବରଣମାଳା ପ୍ରଦାନ- ଅପରାହ୍ନ 3 ଟା 30 ହୋମକୁଣ୍ଡ ପ୍ରଦୀକ୍ଷଣ- ଅପରାହ୍ନ 4.00 ଟା ଝିଅ ବିଦା- ସଂଧ୍ୟା 6 ଟା 30 ମିନିଟ ପ୍ରୀତି ଭୋଜନ- ରାତ୍ରୀ 8.30 ମିନିଟରୁ ଆରମ୍ଭ
ଭୁବନେଶ୍ଵର: ଦେଶବାସୀଙ୍କ ମନରେ ଦେଶପ୍ରେମର ଭାବନା ଜାଗ୍ରତ କରିବା ଏବଂ ଦେଶ ପାଇଁ ପ୍ରାଣବଳୀ ଦେଇଥିବା ବୀରମାନଙ୍କୁ ସମ୍ମାନ ଜଣାଇବା ଉଦ୍ଦେଶ୍ୟରେ ଭାରତ ସରକାରଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ମେରୀ ମାଟି ମେରା ଦେଶ କାର୍ଯ୍ୟକ୍ରମର ପ୍ରଥମ ପର୍ଯ୍ୟାୟ ସଫଳତାପୂର୍ବକ ଗତ ଅଗଷ୍ଟ ୧୫ ତାରିଖରେ ଶେଷ ହେବା ପରେ ଏବେ ଦ୍ୱିତୀୟ ପର୍ଯ୍ୟାୟ ପ୍ରବଳ ଉତ୍ସାହ ଓ ଉଦ୍ଦୀପନାର ସହ ଦେଶବ୍ୟାପୀ ଜାରି ରହିଛି। ଦ୍ୱିତୀୟ ପର୍ଯ୍ୟାୟରେ ବୀରମାନଙ୍କୁ ପ୍ରଣାମ ସହ ସେମାନଙ୍କ ଜନ୍ମସ୍ଥାନରୁ କଳସରେ ମାଟି ସଂଗ୍ରହ କରାଯାଇ ଅମୃତ କଳସ ଯାତ୍ରାମାନ ଆୟୋଜନ କରାଯାଉଛି। ଏହି କ୍ରମରେ ମୟୂରଭଞ୍ଜ ଜିଲ୍ଲା ବେତଟନୀ ବ୍ଲକ୍ ବଡ଼ାଲିଗାଁ ମୁଷାଗଡ଼ିଆ ଠାରେ ମେରୀ ମାଟି ଓ ମେରା ଦେଶ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବଡ଼ସାହି ବିଧାୟକ ସନାତନ ବିଜୁଳିଙ୍କ ନେତୃତ୍ୱରେ କାର୍ଯ୍ୟକ୍ରମ ପରିଚାଳିତ ହୋଇଥିଲା। ଅନ୍ୟପଟେ ପୁରୀ ଜିଲ୍ଲା ବ୍ରହ୍ମଗିରି ଠାରେ ନେହରୁ ଯୁବା କେନ୍ଦ୍ର ପକ୍ଷରୁ ଅମୃତ କଳସ ଯାତ୍ରା…
ଚାଣକ୍ୟ ନୀତି: ପ୍ରଗତିର ରାସ୍ତା ସହଜ ନୁହେଁ, ଅନେକ ଅସୁବିଧାକୁ ଅତିକ୍ରମ କରିବା ପରେ, ଜଣେ ବ୍ୟକ୍ତି ଦୀର୍ଘ ବର୍ଷର ସଂଘର୍ଷ ପରେ ସଫଳ ହୁଏ। ଚାଣକ୍ୟ କହିଛନ୍ତି ଯେ, ସେହି ବ୍ୟକ୍ତିଙ୍କୁ ସଫଳତା ମିଳେ, ଯିଏ ବିଫଳତାକୁ ଭୟ କରେ ନା। ଯେଉଁମାନେ ପରାଜୟକୁ ଭୟ କରନ୍ତି, ସେମାନେ ଜୀବନରେ କଦାପି ଅଗ୍ରଗତି କରିପାରିବେ ନାହିଁ। କୁହାଯାଏ ନିର୍ଭୟ ଆଗରେ ବିଜୟ ଅଛି। ଚାଣକ୍ୟଙ୍କ ଅନୁଯାୟୀ, ଯଦି ଆପଣ ଲକ୍ଷ୍ୟ ହାସଲ କରିବା ପାଇଁ କୌଣସି କାର୍ଯ୍ୟ ଆରମ୍ଭ କରୁଛନ୍ତି, ତେବେ କିଛି ଜିନିଷକୁ କେବେବି ବିଶ୍ୱାସ କରାଯିବା ଉଚିତ୍ ନୁହେଁ। ଏହା ଦ୍ଵାରା ହାତକୁ ଆସୁଥିବା ସଫଳତା ଖସିଯାଏ ଏବଂ ଅନ୍ୟମାନେ ଆପଣଙ୍କୁ ଅତିକ୍ରମ କରି ଆଗକୁ ବଢିଯାନ୍ତି। ସଫଳତା ପାଇବାକୁ ହେଲେ ଭୁଲରେ ମଧ୍ୟ କେଉଁ ଜିନିଷ ଉପରେ ବିଶ୍ୱାସ କରାଯିବା ଉଚିତ୍ ନୁହେଁ, ଆସନ୍ତୁ ଜାଣିବା। ୧- ଭାଗ୍ୟ ଉପରେ ନିର୍ଭର କରିବା: ଚାଣକ୍ୟ କହିଛନ୍ତି ଯେ,…
ଭୁବନେଶ୍ଵର: ପ୍ରଧାନମନ୍ତ୍ରୀ ଆଜି ଭୁବନେଶ୍ୱର ରେଳ ଷ୍ଟେସନ ଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ନୂଆଦିଲ୍ଲୀରୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଓଡ଼ିଶାବାସୀଙ୍କ ପାଇଁ ପୁରୀ-ରାଉରକେଲା ଦ୍ୱିତୀୟ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନର ପତାକା ଦେଖାଇ ଶୁଭାରମ୍ଭ କରିବେ। ଓଡିଶାର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ଧର୍ମେନ୍ଦ୍ର ପ୍ରଧାନ ଏବଂ ଉଦ୍ୟମଶୀଳତା ମନ୍ତ୍ରୀ ଅନ୍ୟ ସାଂସଦ ତଥା ବିଧାୟକଙ୍କ ସହ ଭୁବନେଶ୍ୱର ଠାରେ ଉପସ୍ଥିତ ରହି ଏହି କାର୍ଯ୍ୟକୁ ଅନୁଗୃହୀତ୍ତ କରିବେ। ଏହି ଦ୍ୱିତୀୟ ବନ୍ଦେ ଭାରତ ଏକ୍ସପ୍ରେସ ପୁରୀର ପବିତ୍ର ସହର ପ୍ରଭୁ ଜଗନ୍ନାଥଙ୍କ ବାସସ୍ଥାନକୁ ଇସ୍ପାତ ନଗରୀ ରାଉରକେଲା (ଓଡ଼ିଶାର ଇଣ୍ଡଷ୍ଟ୍ରିଆଲ୍ ରାଜଧାନୀ) ସହିତ ସଂଯୋଗ କରିବ ଏବଂ ଓଡ଼ିଶାର ରାଜଧାନୀ ଭୁବନେଶ୍ୱର, ଅନଗୁଳ ଠାରେ ଥିବା ଇଣ୍ଡଷ୍ଟ୍ରିଆଲ୍ ଏରିଆ ଏବଂ ଝାରସୁଗୁଡା ସହିତ ସଂଯୋଗ କରିବ। ଏହି ପ୍ରିମିୟମ୍ ସେବା ପୁରୀ-ରାଉରକେଲା ମଧ୍ୟରେ ଦ୍ରୁତତମ ରେଳ ସଂଯୋଗ…
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ବାରାଣସୀରେ ଆନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମର ଶିଳାନ୍ୟାସ କରିଛନ୍ତି। ପାଖାପାଖି ୪୫୦ କୋଟି ଟଙ୍କା ବ୍ୟୟରେ ଗଞ୍ଜାରୀ, ରଜତାଲାବ, ବାରାଣାସୀରେ ଏହି ଅତ୍ୟାଧୁନିକ ଆନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମ ନିର୍ମାଣ କରାଯିବ ଏବଂ ଏହା ୩୦ ଏକରରୁ ଅଧିକ ଅଞ୍ଚଳରେ ବିସ୍ତାରିତ ହେବ। ସମାବେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ପୁଣି ଥରେ ବାରଣାସୀ ଗସ୍ତ କରିବାର ସୁଯୋଗ ପାଇ ଆନନ୍ଦ ପ୍ରକାଶ କରିବା ସହ ଏହି ସହରରେ ଆନନ୍ଦର ଶବ୍ଦ ବାହାରେ ବୋଲି କହିଥିଲେ। ଗତ ମାସ ୨୩ ତାରିଖରେ ଚନ୍ଦ୍ରଯାନ ଚନ୍ଦ୍ରରେ ଅବତରଣ କରିଥିବା ଚନ୍ଦ୍ରର ଶିବ ଶକ୍ତି ପଏଣ୍ଟରେ ପହଞ୍ଚିବାର ଠିକ୍ ଏକ ମାସ ପରେ ସେ କାଶୀ ଗସ୍ତରେ ଆସୁଛନ୍ତି ବୋଲି ପ୍ରଧାନମନ୍ତ୍ରୀ ଆଲୋକପାତ କରିଥିଲେ। ଏହି ଗୁରୁତ୍ୱପୂର୍ଣ୍ଣ ସଫଳତା ପାଇଁ ପ୍ରଧାନମନ୍ତ୍ରୀ ସମସ୍ତଙ୍କୁ ଅଭିନନ୍ଦନ ଜଣାଇବା ସହ କହିଥିଲେ, “ଶିବ ଶକ୍ତିର ଗୋଟିଏ ସ୍ଥାନ ଚନ୍ଦ୍ରରେ ଥିବା ବେଳେ ଅନ୍ୟଟି କାଶୀରେ…
ମେଷ: – ଆଜି ଶୁଭ ଦିନ ହେବ । ପରିବାରରେ ସୁଖ ଏବଂ ଧନ ବୃଦ୍ଧି ପାଇବ। ଚାକିରିରେ ପଦୋନ୍ନତିର ସମ୍ଭାବନା। ଯଦି ଆପଣ ଯତ୍ନର ସହିତ ଖାଦ୍ୟ ଗ୍ରହଣ କରନ୍ତି ତେବେ ସ୍ୱାସ୍ଥ୍ୟ ଭଲ ରହିବ । ଶରୀରରେ ଅଧିକ ଶକ୍ତି ଯୋଗୁଁ ସମସ୍ତ ସ୍ଥଗିତ କାର୍ଯ୍ୟ ସମାପ୍ତ କରିବାକୁ ସକ୍ଷମ ହେବେ । ଜୀବନ ବିଷୟରେ କଠିନ ନିଷ୍ପତ୍ତି ନେଇପାରନ୍ତି । ବକ୍ତବ୍ୟରେ ସଂଯମତା କରିବା ଜରୁରୀ ଅଟେ। ଆଜି ଆପଣ ସମାଜର କାର୍ଯ୍ୟରେ ଉତ୍ସାହର ସହିତ ଅଂଶଗ୍ରହଣ କରିବେ । ବୃଷ: – ଆଜି ଏକ ଭଲ ଦିନ ହେବ। ବ୍ୟବସାୟରେ ଲାଭ ପାଇବା ସମ୍ଭାବନା ଅଛି । ଆର୍ଥିକ ବିନିଯୋଗ ଲାଭଦାୟକ ହେବ । ଟଙ୍କା ସମ୍ବନ୍ଧୀୟ ସମସ୍ୟା ସମାପ୍ତ ହେବ । ମାନସିକ ଶାନ୍ତି ଅନ୍ୱେଷଣରେ ଆଧ୍ୟାତ୍ମିକତାରେ ଯୋଗଦେବାର ଏକ ସୁଯୋଗ ରହିବ । ସ୍ୱାସ୍ଥ୍ୟରେ ଉନ୍ନତି ହେବାର ସମ୍ଭାବନା ଅଛି । ଏକ…
ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ସ୍ଥାନୀୟ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍ରେ ସ୍ୱୟଂଚାଳିତ ରୋବୋଟ ମାଧ୍ୟମରେ ସଂପୂର୍ଣ୍ଣ ଆଣ୍ଠୁ ପ୍ରତ୍ୟାରୋପଣ ଅସ୍ତ୍ରୋପଚାର ଆରମ୍ଭ ହୋଇଛି। ଏହି ରୋବୋଟ ଦ୍ୱାରା ନିର୍ଭୁଲ ଭାବେ ଅସ୍ତ୍ରୋପଚାର ହୋଇପାରୁଛି ଏବଂ ଗତ ୬ ସପ୍ତାହ ମଧ୍ୟରେ ହସ୍ପିଟାଲ୍ରେ ଏଭଳି ୪୦ ଟି ଅସ୍ତ୍ରୋପଚାର ହୋଇ ସାରିଛି ବୋଲି ଏହାର ଅସ୍ଥିଶଲ୍ୟ ବିଭାଗର ମୁଖ୍ୟ ପ୍ରଫେସର (ଡଃ) ଅନିରୁଦ୍ଧ ଦାଶ କହିଛନ୍ତି। ଏହି ସ୍ୱୟଂଚାଳିତ ଆକ୍ଟିଭ୍ କ୍ୟୁଭିସ୍ ରୋବୋଟିକ ସିଷ୍ଟମ୍ର ଶୁଭାରମ୍ଭ ଶୁକ୍ରବାର ହୋଇଥିଲା। ଏହି ଅବସରରେ ଡକ୍ଟର ଦାଶ କହିଥିଲେ ଯେ ଏହି ରୋବୋଟ ଦ୍ୱାରା ଉନ୍ନତ ମାନର ଏବଂ ସଠିକତାର ସହ ଅସ୍ତ୍ରୋପଚାର ହୋଇପାରୁଛି। ଏହାକୁ ଆଣ୍ଠୁ ପ୍ରତ୍ୟାରୋପଣ ନିମନ୍ତେ ବିଶ୍ୱର ପ୍ରଥମ ସଂପୂର୍ଣ୍ଣ ସ୍ୱୟଂଚାଳିତ ରୋବୋଟିକ୍ ସିଷ୍ଟମ ବୋଲି କୁହାଯାଇଛି। ଏହି ଉପାୟରେ ଅସ୍ତ୍ରୋପଚାର କଲେ ଏହା ଏକ କ୍ଷୁଦ୍ର କ୍ଷତ ମାଧ୍ୟମରେ ଚିକିତ୍ସା କରେ,…
ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): କୋଦଳା ଥାନା ଅନ୍ତର୍ଗତ ସମା ଗ୍ରାମ ଖତାଡି ସାହିର ରୁଦ୍ର ପ୍ରସାଦ ବାରିକ ନାମକ ଜଣେ ନାବାଳକ ଗାଁ ପୋଖରୀରେ ବୁଡି ପ୍ରାଣ ହରାଇଥିବା ଜଣାପଡ଼ିଛି। ଘଟଣାରୁ ପ୍ରକାଶ ଯେ, ନାବାଳକ ରୁଦ୍ର ସକାଳୁ ଘରୁ ଯାଇ ବହୁ ସମୟ ପର୍ଯ୍ୟନ୍ତ ନଫେରିବାରୁ ପରିବାର ଲୋକେ ବହୁତ ଖୋଜାଖୋଜି କରି ପାଇନଥିଲେ। ପରବର୍ତ୍ତୀ ସମୟରେ ଉକ୍ତ ନାବାଳକ ପୋଖରୀରେ ଭାସୁଥିବା ଦେଖି ପରିବାର ଲୋକଙ୍କ ସହ ସେଠାରେ ପହଞ୍ଚି ତାକୁ ଉଦ୍ଧାର କରି ପ୍ରଥମେ ସମା ଡାକ୍ତରଖାନାକୁ ଚିକିତ୍ସା ପାଇଁ ନେଇଥିଲେ। କିନ୍ତୁ ସେଠାରେ ଡାକ୍ତରଙ୍କ ଅନୁପସ୍ଥିତ ଯୋଗୁଁ ତାକୁ ଆମ୍ବୁଲାନ୍ସ ଯୋଗେ କୋଦଳା ଡାକ୍ତରଖାନାକୁ ନେଇଥିଲେ। କିନ୍ତୁ ଡାକ୍ତର ତାକୁ ସେଠାରେ ମୃତ୍ୟୁ ଘୋଷଣା କରିଥିଲେ। ଏହି ଭଳି ପରିସ୍ଥିତିରେ ଡାକ୍ତରଙ୍କ ଅବହେଳା ଯୋଗୁଁ ରୁଦ୍ରର ମୃତ୍ୟୁ ହୋଇଥିବା ବିଜେପି ପକ୍ଷରୁ ଅଭିଯୋଗ ହୋଇଛି। କୋଦଳା ଚେୟାରମେନ ସୁର୍ଯ୍ୟ ନାରାୟଣ ନାୟକ ଓ ଅନ୍ୟାନ୍ୟ…
ବାଣପୁର (ସୀତାରାମ ଅଗ୍ରୱାଲ): ଭାଷା ସୁରକ୍ଷା ସମ୍ମିଳନୀ ଚିଲିକା, ବାଲୁଗାଁ ଓ ସାହିତ୍ୟ ସିନ୍ଦୁରା, ବାଣପୁରଙ୍କ ମିଳିତ ଆନୁକୂଲ୍ୟରେ ”ପ୍ରାକୃତ ଓଡ଼ିଆ ଓ ଚାଟଶାଳୀ ପାଠ” ଶୀର୍ଷକ ଆଲୋଚନା ଚକ୍ର ସହିତ ପାର୍ବଣ କବିତା ଆସର ବାଣପୁରସ୍ଥିତ ଶୁଭମଙ୍ଗଳ କଲ୍ୟାଣମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ଭାଷା ସୁରକ୍ଷା ସମ୍ମିଳନୀ ଚିଲିକା ଶାଖାର ସଭାପତି ରଙ୍କନାଥ ସେଠିଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ରାଜ୍ୟ ସ୍ତରୀୟ ଆସରରେ ମୁଖ୍ୟଅତିଥି ଭାବେ ବରିଷ୍ଠ ପତ୍ରକାର ନୃସିଂହ ଚରଣ ମିଶ୍ର ଯୋଗଦେଇ ଚାଟଶାଳୀ ପାଠ ନଥିଲେ ଓଡ଼ିଆ ଭାଷା ବଞ୍ଚି ରହିନଥାନ୍ତା ବୋଲି କହିଥିଲେ। ଏହି ଆଲୋଚନା ଚକ୍ରରେ ଭିତ୍ତି ପ୍ରବନ୍ଧ ଉପସ୍ଥାପନ କରି ଐତିହ୍ୟ ଗବେଷକ ମଦନ ମୋହନ ମହାପାତ୍ର ପ୍ରାଚୀନ ବଙ୍କାଡ଼ ଶିଳାଲେଖ ଓ ଷଷ୍ଠ ଶତାଦ୍ଧିରୁ ଚଟାଶାଳୀ ପାଠ ଶିକ୍ଷା ସଂସ୍କାରର ମୂଳଦୁଆ ପକାଇଥିଲା ବୋଲି ମତ ଦେଇଥିଲେ। ପ୍ରାରମ୍ଭରେ ମା’ ଭଗବତୀ କଳାନିକେତନର କଳାକାର ମାନେ ବିଷ୍ନୁପ୍ରିୟା ବାରିକଙ୍କ ନିର୍ଦ୍ଦେଶନାରେ…
ନୂଆଦିଲ୍ଲୀ: ପ୍ରଥମ ଦିନିକିଆରେ ୫ ୱିକେଟ୍ ରେ ହାରିବା ପରେ ଅଷ୍ଟ୍ରେଲିଆ ଦଳ ବଡ଼ ପରିବର୍ତ୍ତନ ସହିତ ଦ୍ୱିତୀୟ ଦିନିକିଆରେ ପ୍ରବେଶ କରିପାରେ। ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଦ୍ୱିତୀୟ ଦିନିକିଆ ମ୍ୟାଚ୍ ଆସନ୍ତାକାଲି ଇନ୍ଦୋରର ହୋଲକର ଷ୍ଟାଡିୟମରେ ଖେଳାଯିବ। ଏହି ମ୍ୟାଚରେ ଅଷ୍ଟ୍ରେଲିଆର ଖେଳାଳି ଏକାଦଶ କିପରି ହୋଇପାରେ ଜାଣନ୍ତୁ… ପ୍ରଥମ ODI ରେ ଅଷ୍ଟ୍ରେଲିଆର ଦୁର୍ବଳ ଥିଲା ବୋଲିଂ ବିଭାଗ: ପ୍ରଥମ ଦିନିକିଆରେ ଅଷ୍ଟ୍ରେଲିଆ ଦଳର ବୋଲିଂ ବହୁତ ଦୁର୍ବଳ ଦେଖାଯାଉଥିଲା। ଦଳ କେବଳ ଗୋଟିଏ ମୁଖ୍ୟ ଦ୍ରୁତ ବୋଲର ଏବଂ ଜଣେ ମୁଖ୍ୟ ସ୍ପିନରଙ୍କ ସହ ପ୍ରବେଶ କରିଥିଲା। ଅବଶିଷ୍ଟ ସମସ୍ତେ ଅଲରାଉଣ୍ଡର ଥିଲେ। ଏଭଳି ପରିସ୍ଥିତିରେ ଦଳ ଦ୍ୱିତୀୟ ଦିନିକିଆରେ ବୋଲିଂ ବିଭାଗରେ ପରିବର୍ତ୍ତନ ଆଣିପାରେ। ଏହି ‘ଭାରତୀୟ’ ସ୍ପିନରଙ୍କୁ ସୁଯୋଗ ମିଳିପାରେ: ଇନ୍ଦୋରର ହୋଲକର ଷ୍ଟାଡିୟମରେ ଖେଳାଯିବାକୁ ଥିବା ଦ୍ୱିତୀୟ ଦିନିକିଆରେ ଖେଳାଳି ଏକାଦଶରେ ଭାରତୀୟ ମୂଳ ଲେଗ ସ୍ପିନର ତନଭୀର ସାଙ୍ଘାଙ୍କୁ ସୁଯୋଗ…
ଭୁବନେଶ୍ୱର: ବିଭିନ୍ନ ସମସ୍ୟା ନେଇ ହଜାର ହଜାର ଶିକ୍ଷକ, ଅଭିଭାବକ, ପୁରାତନ ଛାତ୍ର ଓ ପାରିଚାଳନା କମିଟି ଆଗାମୀ ୨୫ ତାରିଖରେ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଏକ ପ୍ରେସ୍ ବିବୃତ୍ତି ମାଧ୍ୟମରେ ସାଧାରଣ ସଂପାଦକ ରଞ୍ଜନ କୁମାର ଦାଶ ଗଣମାଧ୍ୟମକୁ ଜଣାଇଛନ୍ତି। କଂଗ୍ରେସ ଭବନ ନିକଟରୁ ଦିନ ୧୨.୩୦ ରେ ଲୋୟର ପି.ଏମ୍.ଜି ଅଭିମୁଖେ ଏକ ବିଶାଳ ପଟୁଆରରେ ଯାଇ ଲୋୟର ପିଏମ୍ଜି ଠାରେ ସମବେତ ହୋଇ ଅହୋରାତ୍ର ଧାରଣାରେ ବସିରହିବେ। ସରକାର ବାରମ୍ବାର ପ୍ରତିଶ୍ରୁତି ଦେଇ ଏହାକୁ ପାଳନ ନକରିବା ପ୍ରତିବାଦରେ ଶିକ୍ଷକ, ଅଭିଭାବକ ଓ ପୁରାତନ ଛାତ୍ର ନିଷ୍ପତ୍ତି ନେଇଛନ୍ତି ଯେ ଦାବୀ ପୂରଣ ନହେବା ପର୍ଯ୍ୟନ୍ତ ଏ ଆନ୍ଦୋଳନକୁ ଚାଲୁ ରଖିବେ। ଆଗାମୀ ସେପ୍ଟେମ୍ବର ୨୫ ତାରିଖ ଠାରୁ ହଜାର ହଜାର ସଂଖ୍ୟରେ ଶିକ୍ଷକ, ଶିକ୍ଷୟିତ୍ରୀ ଓ ଶିକ୍ଷାକର୍ମଚାରୀଙ୍କ ସହିତ ବିଦ୍ୟାଳୟ ପରିଚାଳନା କମିଟିର ସଭ୍ୟ / ସଭ୍ୟା, ଅଭିଭାବକ ଓ ପୁରାତନ ଛାତ୍ରଙ୍କୁ ନେଇ ଏକ…
କଳାହାଣ୍ଡି (ଦୁଷ୍ମନ୍ତ କୁମାର ପଣ୍ଡା): ଅଲ ଓଡ଼ିଶା ଅଙ୍ଗନୱାଡ଼ି ଲେଡିଜ ୱାର୍କରସ୍ ଆସୋସିଏସନ୍ ତରଫରୁ ରାଜଧାନୀ ଭୁବନେଶ୍ୱର ଲୋୟର ପି ଏମ ଜି ଠାରେ ଗତ ୨୨ତାରିଖ ଦିନ ଏକ ଦସ ଦଫା ଦାବି ନେଇ ଆନ୍ଦୋଳନ କରଯାଇଥିବା ଜଣା ପଡ଼ିଛି। ଅଙ୍ଗନୱାଡ଼ି କର୍ମୀ ମାନେ ତୃଣ ମୂଳ ସ୍ତରରେ ପ୍ରାୟ ସମସ୍ତ କାର୍ଯ୍ୟ ନିର୍ବାହ କରୁଥିବା ହେତୁ ଦରମା ବୃଦ୍ଧି ସାଙ୍ଗକୁ ସରକାରୀ ମାନ୍ୟତା, ଗ୍ରାଚୁଇଟି ପ୍ରଦାନ, ସୁପରଭାଇଜର ପଦବୀକୁ ପଦୋନ୍ନତି, ଗରମ ରନ୍ଧା ଖାଦ୍ୟ ର ମୂଲ୍ୟ ବୃଦ୍ଧି, ନିଲମ୍ବିତ କର୍ମୀଙ୍କ ପୁନଃ ନିଯୁକ୍ତି, ଗାଁ କଲ୍ୟାଣ ସମିତି ରୁ ମୁକ୍ତି, ଯୋଗ୍ୟତା ଭିତ୍ତିରେ ପ୍ରାକ୍ ପ୍ରାଥମିକ ଶିକ୍ଷକ ଭାବରେ ନିଯୁକ୍ତି, ମିନି ଅଙ୍ଗନୱାଡ଼ି କର୍ମୀଙ୍କୁ ସମାନ ମାନ୍ୟତା, ଅବସର କାଳୀନ ପ୍ରାପ୍ୟ ୫ ଲକ୍ଷ ଟଂକା ପ୍ରଦାନ ସାଙ୍ଗକୁ ମାସିକ ୫ହଜାର ଟଂକା ପେନସନ, ଅଙ୍ଗନୱାଡ଼ି ଓ ସହାୟିକା ବୋର୍ଡ ଗଠନ ଆଦି ଦଶ ଦଫା ଦାବୀ ନେଇ…
ଭୁବନେଶ୍ୱର: ଆଇଫୋନ କିଣିବାରେ ରୁଚି ରଖୁଥିବା ଗ୍ରାହକମାନଙ୍କ ପାଇଁ ରିଲାଏନ୍ସ ଜିଓ ନେଇଆସିଛି ଏକ ସ୍ୱତନ୍ତ୍ର ଅଫର। ରିଲାଏନ୍ସ ଡିଜିଟାଲ, ଜିଓ ମାର୍ଟ କିମ୍ବା ରିଲାଏନ୍ସ ରିଟେଲ ଷ୍ଟୋରରୁ ନିକଟରେ ବଜାରକୁ ଆସିଥିବା ଭାରତରେ ନିର୍ମିତ ଆଇଫୋନ ୧୫ କିଣୁଥିବା ଗ୍ରାହକ ଏହି ଆକର୍ଷଣୀୟ ଅଫରର ଲାଭ ନେଇପାରିବେ। ରିଲାଏନ୍ସ ରିଟେଲ କିମ୍ବା ଅନଲାଇନ ଷ୍ଟୋରରୁ ଆଇଫୋନ ୧୫ କିଣିବା ସହିତ ଗ୍ରାହକମାନେ ବିନା ମୂଲ୍ୟରେ ଛଅ ମାସ ପାଇଁ ଜିଓର ମାସିକ ୩୯୯ ଟଙ୍କିଆ ପ୍ଲାନ ଟଙ୍କିଆ ପ୍ଲାନର ଲାଭ ନେଇପାରିବେ, ଯେଉଁଥିରେ ଦୈନିକ ୩ ଜିବି ହାଇସ୍ପିଡ଼ ଡାଟା, ଅସୀମିତ ଭଏସ କଲ ଓ ଦୈନିକ ୧୦୦ ଏସଏମଏସ ସମେତ ଆହୁରି ଅନେକ ସୁବିଧା ରହିଛି। ମୋଟ ଉପରେ ଏହି ଅଫରରେ ୨୩୯୪ ଟଙ୍କାର ଲାଭ ବିନା ମୂଲ୍ୟରେ ମିଳୁଛି। ଏହି ଅଫର ୧୪୯ ଟଙ୍କା କିମ୍ବା ଉର୍ଦ୍ଧ୍ୱ ପ୍ଲାନର ନୂଆ ପ୍ରିପେଡ଼ ଆକ୍ଟିଭେସନରେ ହିଁ ଉପଲବ୍ଧ ରହିଛି।…
ବାଲୁଗାଁ (ସୀତାରାମ ଅଗ୍ରୱାଲ): ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଥାନା ଅନ୍ତର୍ଗତ ଧୂଆଁଳ ଗ୍ରାମର ଜଣେ ମହିଳାଙ୍କୁ ଅସଦାଚରଣ ଓ ହତ୍ୟା ଧମକ ଅଭିଯୋଗରେ ଯୁବକଙ୍କୁ ଗିରଫ କରିଛି ପୋଲିସ। ଗିରଫ ଅଭିଯୁକ୍ତ ଜଣକ ବାଲୁଗାଁ ମୁସଲିମ ସାହିର ନାଜିର ଖାନଙ୍କ ପୁତ୍ର ପାପା ଓରଫ ସାଜିଦ ଖାନ, ପୋଲିସ ସୂଚନା ମୁତାବକ ଧୂଆଁଳ ଗ୍ରାମର କୁଳମଣି ମହାପାତ୍ରଙ୍କ ଧର୍ମପତ୍ନୀ ଲକ୍ଷ୍ମୀପ୍ରିୟା ମହାପାତ୍ର ଗତକାଲି ରାତିରେ ଗ୍ରାମ ରାସ୍ତାରେ ଯାଉଥିବା ବେଳେ ଅଭିଯୁକ୍ତ ପାପା ତାଙ୍କୁ ଅସଦାଚରଣ କରିବା ସହ ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ। ତେବେ ଏଥିରେ ଭୟଭୀତ ନହୋଇ ଲକ୍ଷ୍ମୀପ୍ରିୟା ବାଲୁଗାଁ ଥାନାରେ ପାପାଙ୍କ ବିରୁଦ୍ଧରେ ଅଭିଯୋଗ କରିଥିଲେ। ଅଭିଯୋଗ ଆଧାରରେ ବାଲୁଗାଁ ଆଇଆଇସି ଜୟପ୍ରକାଶ ପରିଡ଼ା ସଙ୍ଗେସଙ୍ଗେ ଏକ ମାମଲା ରୁଜୁ କରିବା ସହ ଅଭିଯୁକ୍ତ ପାପା ଓରଫ ସାଜିଦ ଖାନଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛନ୍ତି। ତେବେ ବାଲୁଗାଁ ଥାନା ଅଞ୍ଚଳରେ ମହିଳାଙ୍କ ସୁରକ୍ଷା…
ନୂଆଦିଲ୍ଲୀ: ଦେଶରେ ଏକକାଳୀନ ନିର୍ବାଚନ କରାଇବା ଓ ଏହା ଉପରେ ସୁପାରିସ କରିବା ପାଇଁ ୨୦୨୩ ସେପ୍ଟେମ୍ବର ୨ ତାରିଖର ବିଜ୍ଞପ୍ତି ମାଧ୍ୟମରେ ଗଠିତ ଉଚ୍ଚସ୍ତରୀୟ କମିଟିର ପ୍ରାଥମିକ ବୈଠକ ଆଜି ଭାରତର ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇ ଯାଇଛି। ଏହି ବୈଠକରେ କେନ୍ଦ୍ର ଗୃହ ତଥା ସମବାୟ ମନ୍ତ୍ରୀ ଅମିତ ଶାହ, ଆଇନ ଓ ନ୍ୟାୟ ମନ୍ତ୍ରଣାଳୟର ରାଷ୍ଟ୍ର ମନ୍ତ୍ରୀ (ସ୍ୱାଧୀନ ଦାୟିତ୍ୱ) ଅର୍ଜୁନ ରାମ ମେଘୱାଲ, ରାଜ୍ୟସଭାର ପୂର୍ବତନ ବିରୋଧୀ ଦଳ ନେତା ଗୁଲାମ ନବୀ ଆଜାଦ, ପଞ୍ଚଦଶ ଅର୍ଥ ଆୟୋଗର ପୂର୍ବତନ ଅଧ୍ୟକ୍ଷ ଏନ୍. କେ. ସିଂହ, ଲୋକସଭାର ପୂର୍ବତନ ମହାସଚିବ ଡ. ସୁଭାଷ ସି. କଶ୍ୟପ, ପୂର୍ବତନ ମୁଖ୍ୟ ଭିଜିଲାନ୍ସ କମିଶନର ସଞ୍ଜୟ କୋଠାରୀ ଯୋଗ ଦେଇଥିଲେ। ବରିଷ୍ଠ ଆଇନଜୀବୀ ହରିଶ ସାଲଭେ ଆଭାଷୀ ମାଧ୍ୟମରେ ବୈଠକରେ ଯୋଗ ଦେଇଥିଲେ। ଏହି ବୈଠକରେ ଲୋକସଭାର ବିରୋଧୀ ଦଳର ସର୍ବବୃହତ ଦଳର ନେତା…
ବାଣପୁର (ସୀତାରାମ ଅଗ୍ରୱାଲ): ମହାଙ୍ଗା ପଡ଼ିଲା ଉପନିବନ୍ଧକଙ୍କୁ ଗାଳିଗୁଲଜ କରିବା। ବନ୍ଧାହେଲେ ଅଭିଯୁକ୍ତ। ଅଭିଯୁକ୍ତ ଜଣକ ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ଭୀମପୁର ଗ୍ରାମର ଡାକ ପ୍ରଧାନ। ପୋଲିସ ସୂଚନା ମୁତାବକ ଗତ ୨୧ ତାରିଖ ଅପରାହ୍ନରେ ଅଭିଯୁକ୍ତ ଡାକ ବାଣପୁର ଉପନିବନ୍ଧକ ରମେଶ ଚନ୍ଦ୍ର ପାଣିଙ୍କ କାର୍ଯ୍ୟାଳୟରେ ପ୍ରବେଶ କରି ତାଙ୍କୁ ଏବଂ ତାଙ୍କ କର୍ମଚାରୀ ଓ ଉପସ୍ଥିତ ଜନସାଧାରଣଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହ ସମ୍ପୃକ୍ତ କାର୍ଯ୍ୟାଳୟକୁ ପେଟ୍ରୋଲରେ ଜାଳିଦେବେ ବୋଲି ଧମକ ଦେଇଥିଲେ। ଏପରିକି ଅଭିଯୁକ୍ତ ଜଣକ କର୍ମଚାରୀମାନଙ୍କୁ ଧକ୍କା ବିଧା ମାରିବାରୁ ତାଙ୍କୁ କର୍ମଚାରୀ ମାନେ କାର୍ଯ୍ୟାଳୟରୁ ବାହାର କରି ଗ୍ରିଲ ପକାଇଦେଇଥିଲେ। ତେବେ ଅଫିସ୍ କାର୍ଯ୍ୟ ଶେଷକରି ସମସ୍ତ କର୍ମଚାରୀ ନିଜ ନିଜ ଘରକୁ ଫେରିଯିବା ପରେ ପୁନଶ୍ଚ ଅଭିଯୁକ୍ତଜଣଙ୍କ ସଂଧ୍ୟା ୮ଟା ୩୦ ମିନିଟ୍ରେ ଅଫିସ ନିକଟକୁ ଆସି ଅଫିସ୍ ଗେଟ ଗ୍ରିଲକୁ ବଡ ମାଙ୍କଡା ପଥର ଓ ପ୍ଲାଷ୍ଟିକ…
ଭୁବନେଶ୍ୱର: ଦ ଇନ୍୍ଷ୍ଟିୁଚ୍ୟୁଟ୍ ଅଫ୍ ଚାର୍ଟାଡ ଆକାଉନ୍ଟାଂଟସ୍ ଅଫ୍ ଇଣ୍ଡିଆ (ଆଇସିଏଆଇ)ର ଇଷ୍ଟର୍ନ ଇଣ୍ଡିଆ ରିଜିଓନାଲ୍ କାଉନ୍ସିଲ୍ (ଇଆଇଆର୍ସି) ପକ୍ଷରୁ ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋଜରଞ୍ଜନ ନାୟକଙ୍କୁ ଶନିବାର ଏଠାରେ ସମ୍ବର୍ଦ୍ଧିତ କରାଯାଇଛି। ଗତ ଅଗଷ୍ଟ ୧୭ ତାରିଖ ଦିନ ସୋଆ ପ୍ରେକ୍ଷାଳୟ ଠାରେ ଆଇସିଏଆଇ ଭୁବନେଶ୍ୱର ଚାପ୍ଟର ପକ୍ଷରୁ ଜାତୀୟ ଚାର୍ଟାଡ ଆକାଉନ୍ଟାଂଟସ୍ ମାନଙ୍କର ସମ୍ମିଳନୀ ଆୟୋଜିତ ହୋଇଥିବା ବେଳେ ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ଅର୍ଥମନ୍ତ୍ରୀ ଶ୍ରୀମତି ନିର୍ମଳା ସୀତାରମଣ ମୁଖ୍ୟ ଅତିଥି ଭାବେ ଓ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଏହି ସମ୍ମିଳନୀକୁ ସଫଳ କରିବା ପାଇଁ ପ୍ରଫେସର ନାୟକ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ। ତେଣୁ ଆଇସିଏଆଇ ପକ୍ଷରୁ କୃତଜ୍ଞତା ପୂର୍ବକ ସଂଘର ବରିଷ୍ଠ କାର୍ଯ୍ୟକର୍ତା ପ୍ରଫେସର (ଡ) ନାୟକଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି। ଆଇସିଏଆଇ ଅନ୍ତର୍ଗତ ଇଆଇଆର୍ସିର ଭୁବନେଶ୍ୱର ଶାଖାର ଅଧ୍ୟକ୍ଷ ପ୍ରଦୀପ କୁମାର…

