Author: Samikhsya Bureau

ନୂଆଦିଲ୍ଲୀ: ଭାରତର ପ୍ରାଚୀନ ସଭ୍ୟତା ମୂଲ୍ୟବୋଧ, ସଂସ୍କୃତି ବିବର୍ତ୍ତନ, ସମୃଦ୍ଧ ଅତୀତ ଏବଂ ଲୋକାଚାରର ଗୌରବମୟ ସମାଗମ ବିଷୟରେ ୧୭ ଭାଷାରେ ୧୦ ଲକ୍ଷରୁ ଊର୍ଦ୍ଧ୍ୱ ଥର ଖେଳାଯାଇଥିବା ବିଶ୍ୱର ସବୁଠୁ ଅନ୍ୟତମ ବଡ଼ କୁଇଜ୍ ଜିଗ୍ୟାସା ବିଜେତାଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଭିନନ୍ଦନ ଜଣାଇଛନ୍ତି। କେନ୍ଦ୍ରମନ୍ତ୍ରୀ ହରଦୀପ ସିଂ ପୁରୀଙ୍କ ଏକ ଟୁଇଟ୍ ସେୟାର କରି ପ୍ରଧାନମନ୍ତ୍ରୀ ଟୁଇଟ୍ କରିଛନ୍ତି ଯେ, ‘ଜିଗ୍ୟାସାର ସମସ୍ତ ବିଜେତାଙ୍କୁ ଅଭିନନ୍ଦନ। ଯୁବବର୍ଗଙ୍କ ମଧ୍ୟରେ ଆମ ଇତିହାସ ଏବଂ ସଂସ୍କୃତି ବିଷୟରେ ଜ୍ଞାନ ବଢ଼ାଇବାକୁ ଏହା ଏକ ବ୍ୟାପକ ପ୍ରୟାସ। ଏହି କୁଇଜ ପାଇଁ ଏପରି ଅଦ୍ଭୁତପୂର୍ବ ପ୍ରତିକ୍ରିୟା ଦେଖି ଖୁସି।’

Read More

ଭୁବନେଶ୍ୱର: ବିଭାଜନ ବିଭୀଷିକାକୁ ଉତ୍ସବ ଭାବରେ ପାଳନ କରିବା ପାଇଁ ନୁହେଁ ବରଂ ସେହି ସମୟରେ ତ୍ୟାଗ ଓ ବଳିଦାନ ଦେଇଥିବା ଏବଂ କ୍ଷତି ଓ ପୀଡା ସହିଥିବା ସେହି ପୂର୍ବଜ ମାନଙ୍କୁ ମନେ ପକାଇବାର ଅବସର। ଆଜିର ଦିନରେ ସେହି ବିଭୀଷିକାରୁ ପ୍ରେରଣା ନେଇ ଭାରତକୁ ଅଧିକ ଶକ୍ତିଶାଳୀ, ସମୃଦ୍ଧ, ଶୌର୍ଯ୍ୟବାନ ଓ ସୁରକ୍ଷିତ କରିବା ପାଇଁ ସମାଜକୁ ଆହ୍ୱାନ କରିଛନ୍ତି କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ରବିବାର ଭୁବନେଶ୍ୱର ସ୍ଥିତ ସ୍ୱାଧୀନତା ସଂଗ୍ରାମୀ ପଡ଼ିଆରେ ଆଇସିଏଚଆର ଦ୍ୱାରା ମାନ୍ୟବର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ଦ୍ୱାରା ଉଦଘାଟିତ ‘ଭାରତର ବିଭାଜନର କାହାଣୀ ଉପରେ ପ୍ରଦର୍ଶନୀ’ କାର୍ଯ୍ୟକ୍ରମରେ ଯୋଗଦେଇ ଶ୍ରୀ ପ୍ରଧାନ ଏହା କହିଛନ୍ତି। ଦେଶ ବିଭାଜନ ବେଳେ ପ୍ରାଣ ହରାଇଥିବା ବ୍ୟକ୍ତିମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ସହ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ ୧୯୪୭ ଅଗଷ୍ଟ ୧୪ରେ  ଭାରତ ପାକିସ୍ତାନ ବିଭାଜନ ସମୟରେ…

Read More

କୈଳାଶ ଚନ୍ଦ୍ର ଚୌଧୁରୀ ବ୍ରହ୍ମପୁର: ବିଶ୍ଵସ୍ତ ସୁତ୍ରରୁ ଖବର ପାଇ ଦିଗପହଣ୍ଡି ଥାନା ପୋଲିସ ମୁଖ୍ୟ ରାସ୍ତାରେ ଏକ ମୋଟରସାଇକେଲ କୁ ଅଟକାଇ ଜେରା କରିବା ବେଳେ ୨୦ କିଲୋ ୫୦ ଗଞ୍ଜେଇ ଜବତ କରିଛନ୍ତି ଓ ଚାଲାଣ କରୁଥିବା ବିହାର ରାଜ୍ୟର ପପୁ ଦାସ ଓ ରୁଦଲ୍ କୁମାର ନାମରେ ଦୁଇ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି। ସେମାନଙ୍କ ଠାରୁ ଦୁଇଟି ମୋବାଇଲ ଫୋନ ଓ ଗୋଟିଏ ମୋଟରସାଇକେଲ ଜବତ କରିଛନ୍ତି। ଉକ୍ତ ଯୁବକ ମାନେ ଏହି ଗଞେଇକୁ କେଉଁଠାରୁ ଆଣି କେଉଁଠି କୁ ଚାଲାଣ କରୁଥିଲେ ତାହା ଜଣାପଡୁନାହିଁ ବୋଲି ପୋଲିସ ସୁଚନା ଦେଇଛନ୍ତି।

Read More

ଭୁବନେଶ୍ବର: ଓଡିଶାରେ ଆଗୁଆ ନିର୍ବାଚନ ହେବ। ଏ ନେଇ ରାଜ୍ୟ ରାଜନୀତି ସରଗରମ ହେବାରେ ଲାଗିଛି। ଏହି ଖବର ଜଣାପଡିବା ପରେ ସବୁ ରାଜନୈତିକ ଦଳ ପ୍ରସ୍ତୁତ ବୋଲି କହିଛନ୍ତି। ତେବେ ଏହି ଆଗୁଆ ନିର୍ବାଚନ ନେଇ ଭୁବନେଶ୍ବର ସାଂସଦ ଭିନ୍ନ ମତ ରଖିଛନ୍ତି। ଅପରାଜିତା ଆଗୁଆ ନିର୍ବାଚନ ନେଇ କହିଛନ୍ତି ଯେ, ବିଜେଡି କଣ ପାଇଁ ଆଗୁଆ ନିର୍ବାଚନ କରିବାକୁ ତରତର ହେଉଛି। ଓଡିଶାର ଜନସାଧାରଣ ବିଜେଡିକୁ ପାଞ୍ଚ ବର୍ଷ ପାଇଁ ଶାସନ କରିବାକୁ ଦେଇଛନ୍ତି। ହେଲେ ସେ ତା ପୂର୍ବରୁ ସରକାର ଭାଙ୍ଗିବା କାରଣ କଣ ବୋଲି ସେ ପ୍ରଶ୍ନ କରିଛନ୍ତି। ସେହିପରେ ସେ କହିଛନ୍ତି ଯେ, ବିଜେପି ଓଡିଶାରେ ଏକ ଲଢେଇ କରିବ। କାହା ସହିତ ମେଣ୍ଟ କରିବାର ପ୍ରଶ୍ନ ଉଠୁ ନାହିଁ। ଅମିତା ସାହା ଓଡିଶା ଆସି ଆମର ରଣନୀତି ଉପରେ ପରାମର୍ଶ ଦେଇଛନ୍ତି। ସେହି ଅନୁସାରେ ବିଜେପି ବର୍ତ୍ତମାନ ତୃଣମୂଳ ସ୍ଥରରେ କାର୍ଯ୍ୟ କରୁଛି।…

Read More

ବାଲେଶ୍ୱର: ଭାରତ ସରକାରଙ୍କ ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ଅଧୀନସ୍ଥ କେନ୍ଦ୍ରୀୟ ସଂଚାର ବ୍ୟୁରୋ,  ବାଲେଶ୍ୱର ପକ୍ଷରୁ ‘ମେରୀ ମାଟି ମେରା ଦେଶ’ ଶୀର୍ଷକ କାର୍ଯ୍ୟକ୍ରମ ନୀଳଗିରି ଏନ୍‌ଏସି କଲ୍ୟାଣ ମଣ୍ଡପଠାରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ମୁଖ୍ୟତଃ ଆଜାଦୀ କା ଅମୃତ ମହୋତ୍ସବର ସମାପନ କାର୍ଯ୍ୟକ୍ରମ। ଏହି କାର୍ଯ୍ୟକ୍ରମଟିକୁ ବାଲେଶ୍ୱର ସାଂସଦ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀଯୁକ୍ତ ପ୍ରତାପ ଚନ୍ଦ୍ର ଷଡଙ୍ଗୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ଜଳନ ପୂର୍ବକ ଉଦ୍‌ଘାଟନ କରିଥିଲେ। ମୁଖ୍ୟବକ୍ତା ଭାବେ ନୀଳଗିରି ମହାବିଦ୍ୟାଳୟର ଇତିହାସ ବିଭାଗ ଅଧ୍ୟାପିକା ଶ୍ରୀମତୀ ମନ୍ଦାକିନୀ ଧଳ ଯୋଗ ଦେଇଥିବାବେଳେ ସମ୍ମାନୀତ ଅତିଥିଭାବେ  ଜୋନ-୨୨ର ଜିଲ୍ଲା ପରିଷଦ ସଭ୍ୟା ଉଷାରାଣୀ ରାଉଳ, ନୀଳଗିରି ରତ୍ନାକର ଟାଉନ ହାଇସ୍କୁଲର ପ୍ରଧାନ ଶିକ୍ଷକ ବିନୋଦ ବିହାରୀ ପଣ୍ଡା, ବାବା ପଞ୍ଚଲିଙ୍ଗେଶ୍ୱର ସ୍ନାତକ ମହାବିଦ୍ୟାଳୟର ଅଧ୍ୟାପକ ଡାକ୍ତର ଅକ୍ଷୟ କୁମାର ପାଣିଗ୍ରାହୀ ଯୋଗଦେଇଥିଲେ। ଦେଶ ପାଇଁ ଜୀବନ ଦେଇଥିବା ବୀର ସଂଗ୍ରାମୀମାନଙ୍କ ଗାଥାକୁ…

Read More

ମାନସ ପୂର୍ଣ୍ଣ ଆଚାର୍ଯ୍ୟ ଆସିକା: ଓଡିଶା ସରକାରଙ୍କ କୃଷି ବିଭାଗର ଉପଦେଷ୍ଟା ରାମ ଚନ୍ଦ୍ର ପଣ୍ଡା ଆସିକା ବ୍ଲକର ବିଭିନ୍ନ ପଞ୍ଚାୟତ କ୍ଷେତ୍ର ପରିଦର୍ଶନ ସହ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ସମ୍ବନ୍ଧରେ ଚାଷୀ ମାନଙ୍କ ସହ ଆଲୋଚନା କରିଥିଲେ। ପ୍ରଥମେ ହରିଡ଼ାପଦର ପଞ୍ଚାୟତର ଧୋବାଡି ଗ୍ରାମର ସୁମନ ଲାଲ ପଟ୍ଟନାୟକଙ୍କ କ୍ଷେତ ପୋଖରୀ ସହ ନଡ଼ିଆ, ଆମ୍ବ, ସାପେଟା ଫଳ ବଗିଚା ପରିଦର୍ଶନ କରିଥିଲେ। ପରେ ପରେ ହରିଡ଼ା ପଦର ଗ୍ରାମବାସୀଙ୍କ ଦ୍ୱାରା ବାଘୁଆ ନଦୀରେ ଚେକ ଡ୍ୟାମ ନିର୍ମାଣ ପାଇଁ ଦୃଷ୍ଟି ଆକର୍ଷଣ କରିଥିଲେ। ଏହାଦ୍ୱାରା ୨୩୭ ହେକ୍ଟର ଚାଷ ଜମିରେ ଜଳସେଚିତ ହେଇ ପାରିବ। ଜୟପୁର ଗ୍ରାମର ଚାଷୀ ମାନେ ଉଠା ଜଳସେଚନ ବିଭାଗର ବିଭିନ୍ନ ଉଠା ଜଳସେଚନ ପଏଣ୍ଟ କାର୍ଯକ୍ଷମ ପାଇଁ ଦାବି ଜଣେଇ ଥିଲେ। ଖଣ୍ଡଦେଉଳି ପଞ୍ଚାୟତର ପ୍ରେମାନନ୍ଦ ବିଷୋୟୀଙ୍କ OPIICRA ଯୋଜନା ଅନୁଯାୟୀ ସରଂକ୍ଷଣ ଗୃହ, ଅମୃତଭଣ୍ଡା, ବାଇଗଣ, ମାଟି ଆଳୁ, ଶାକର…

Read More

ମାନସ ପୂର୍ଣ୍ଣ ଆଚାର୍ଯ୍ୟ ଆସିକା: ୭୭ତମ ସ୍ବାଧୀନତା ଦିବସକୁ ଲକ୍ଷ୍ୟ ରଖି ଛାତ୍ରଛାତ୍ରୀଙ୍କମଧ୍ୟରେ ଦେଶପ୍ରେମ ଭାବନାକୁ ଉଦ୍ଜୀବିତ କରିବା ପାଇଁ ଜାତୀୟ ସେବା ଯୋଜନାର ଏକ ଅଭିନବ ପ୍ରୟାସକୁ ସାକାର କରିବା ପାଇଁ ଆସିକା ବିଜ୍ଞାନ ମହାବିଦ୍ୟାଳୟରେ ‘ମେରୀ ମାଟି ମେରା ଦେଶ’ ନାରା ଦ୍ବାରା ଏକ ନୂତନ କାର୍ଯ୍ୟକ୍ରମ ସଂପାଦିତ ହୋଇଯାଇଛି। ଏଥିରେ ଭାରପ୍ରାପ୍ତ ଅଧ୍ୟକ୍ଷ ପ୍ରଫେସର ସନ୍ତୋଷ କୁମାର ଚୌଧୂରୀଙ୍କ ଅଧ୍ୟକ୍ଷତାରେ କାର୍ଯ୍ୟକ୍ରମଟି ସଫଳ ରୂପାୟନ ହୋଇପାରିଥିଲା। ପ୍ରଫେସର ଚୌଧୂରୀ ସ୍ବାଗତ ଭାଷଣ ରଖିଥିଲେ। ଏଥିରେ ମୁଖ୍ୟ ଅତିଥି ଏନ୍.ସି.ସି ଅଧିକାରୀ ମେଜର ଡ. ଶଂକର ପ୍ରସାଦ ଅଧିକାରୀ, ଗଣିତ ଅଧ୍ୟାପକ ତଥା ପୂର୍ବତନ ଭାରତୀୟ ସେନା ଅଧିକାରୀ ଚିତ୍ରସେନ ବେହେରା ମୁଖ୍ୟ ବକ୍ତା ଏବଂ ସମ୍ମାନିତ ଅତିଥି ରୂପେ ଯୁବ ଅଧ୍ୟାପକ ଅଜିତ୍ କୁମାର ମୁନୀ ଉପସ୍ଥିତ ଥିଲେ। ବୈଠକ ସଂଯୋଜନାରେ ସକ୍ରିୟ ସହଯୋଗ କରିଥିଲେ ଜାତୀୟ ସେବା ଯୋଜନା ଅଧିକାରୀ ଅଧ୍ୟାପକ ପବିତ୍ର ଧଙ୍ଗଡ଼ାମାଝି। ମୁଖ୍ୟ…

Read More

ସୀତାରାମ ଅଗ୍ରୱାଲ ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକର ନୂତନ ବିଜୁ ଯୁବ ଜନତା ଦଳର ସଭାପତି ଭାବେ କୈଳାଶ ମହାପାତ୍ରଙ୍କୁ ନିଯୁକ୍ତି ମିଳିଛି। ଶ୍ରୀ ମହାପାତ୍ରଙ୍କୁ ବିଜୁ ଯୁବ ଜନତା ଦଳର ରାଜ୍ୟ ସଭାପତି ବ୍ୟୋମକେଶ ରାୟ ଏହି ନିଯୁକ୍ତି ଦେଇଛନ୍ତି। ଶ୍ରୀ ମହାପାତ୍ର ବିଜେଡିର ଜଣେ ଭଲ ସଂଗଠକ ଭାବେ ବାଣପୁର ଅଞ୍ଚଳରେ ବେଶ ପରିଚିତ। ଦଳ ପ୍ରତି ତାଙ୍କର ନିଷ୍ଠା ଓ କର୍ତ୍ତବ୍ୟପରାୟଣତା କୁ ଦେଖି ତାଙ୍କୁ ଏହି ନୂତନ ନିଯୁକ୍ତି ମିଳିଛି। ତେବେ ନୂତନ ଦାଇତ୍ୱ ମିଳିବା ପରେ ବାଣପୁର ବ୍ଲକରେ ଯୁବ ବିଜେଡିକୁ ଆହୁରି ସକ୍ରିୟ କରିବା ସହ ଆଗାମୀ ଦିନରେ ଦଳ କିପରି ସାଧାରଣ ନିର୍ବାଚନରେ ଭଲ ପ୍ରଦର୍ଶନ କରିବ ସେ ଦିଗରେ କାମ କରିବେ ବୋଲି କହିଛନ୍ତି ଶ୍ରୀ ମହାପାତ୍ର। ନୂତନ ଦାୟିତ୍ୱ ମିଳିବା ପରେ ଶ୍ରୀ ମହାପାତ୍ରଙ୍କୁ ଦଳୀୟ କର୍ମୀମାନେ ଶୁଭେଚ୍ଛା ଜଣାଇଛନ୍ତି।

Read More

ଭୁବନେଶ୍ଵର: ମୋଦି ସରକାରରେ ଓଡ଼ିଶା ପାଇଁ ରେଳ ଅନୁଦାନ, ନୂଆ ରେଳ ଲାଇନ, ଯାତ୍ରୀ ସୁବିଧା ସହ ଆନୁଷଙ୍ଗିକ କାର୍ଯ୍ୟ ଅପେକ୍ଷା ଠାରୁ ଅଧିକ ହୋଇଛି ବୋଲି ସୋମବାର କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ସହ ଭୁବନେଶ୍ୱର ରେଳ ଷ୍ଟେସନ ଠାରେ ଅତ୍ୟାଧୁନିକ ତେଜସ୍ ରେକ୍ ଯୁକ୍ତ ନୂଆଦିଲ୍ଲୀ-ଭୁବନେଶ୍ୱର ରାଜଧାନୀ ଏକ୍ସପ୍ରେସର ଶୁଭାରମ୍ଭ କରିବା ଅବସରରେ କହିଛନ୍ତି କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଶ୍ରୀ ପ୍ରଧାନ ଏହି ପଦକ୍ଷେପ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ରେଳ ମନ୍ତ୍ରୀ ଶ୍ରୀ ବୈଷ୍ଣବଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସେ କହିଛନ୍ତି ଯେ ସ୍ୱାଧୀନତ୍ତୋର ଭାରତରେ ମୋଦି ସରକାରରେ ୩୫୦ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚରେ ଭୁବନେଶ୍ୱର ରେଳ ଷ୍ଟେସନର ନବେକଳେବର ହେଉଛି। ଓଡ଼ିଶାର କଟକ, ପୁରୀ, ଅନୁଗୋଳ, ଢେଙ୍କାନାଳ, ସମ୍ବଲପୁର, ରାଉରକେଲା, ଭଦ୍ରକ, ବାଲେଶ୍ୱର ରେଳ ଷ୍ଟେସନର ନବୀକରଣ କାମ ହେଉଛି। ନିକଟରେ ପ୍ରଧାନମନ୍ତ୍ରୀଙ୍କ କରମକମଳରେ ପ୍ରଥମ…

Read More

ଭୁବନେଶ୍ବର: ଦୁଇଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ସେ ଆସନ୍ତା 16 ତାରିଖରେ ଭୁବନେଶ୍ବରରେ ପହଞ୍ଚିବେ। ସେଦିନ ସେ ବିଜେପି ରାଜ୍ୟ କାର୍ଯ୍ୟାଳୟ ଯାଇ ସେଠାରେ ନେତାମାନଙ୍କ ସହିତ ଆଲୋଚନା କରିବେ। ଏହାପରେ କଟକରେ ପ୍ରଥମ ମେୟର ନିବେଦିତା ପ୍ରଧାନଙ୍କ ଶ୍ରଦ୍ଧାଞ୍ଜଳି ସଭାରେ ଯୋଗ ଦେବେ। ଏହାପର ଦିନ ସୀତାରମଣ ଭୁବନେଶ୍ବରରେ ଆୟୋଜିତ ଚାଟାର୍ଡ ଆକାଉଣ୍ଟାଟ ସମ୍ମିଳନୀରେ ଯୋଗ ଦେଇ ଉଦବୋଧନ ଦେବେ। ସେ ପୁରୀ ଯାଇ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିବାର କାର୍ଯ୍ୟକ୍ରମ ମଧ୍ୟ ରହିଛି। ସେ 17 ତାରିଖରେ ନୂଆଦିଲ୍ଲୀ ଫେରିଯିବେ।

Read More

ନୂଆଦିଲ୍ଲୀ: ଆଜି ‘ବିଭାଜନ ବିଭୀଷିକା ସ୍ମୃତି ଦିବସ’ ପାଳନ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶ ବିଭାଜନ ଯୋଗୁ ପ୍ରାଣ ହରାଇଥିବା ଲୋକଙ୍କୁ ମନେପକାଇଛନ୍ତି। ଶ୍ରୀ ମୋଦୀ ସେମାନଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ଏବଂ ନିଜ ନିଜ ଘର ଛାଡ଼ିବାକୁ ବାଧ୍ୟ ହୋଇଥିବା ଲୋକଙ୍କ ସଂଘର୍ଷକୁ ମଧ୍ୟ ମନେପକାଇଛନ୍ତି। ଏକ ଟୁଇଟରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ‘ବିଭାଜନ ବିଭୀଷିକା ସ୍ମୃତି ଦିବସ’ ହେଉଛି ସେହି ଭାରତୀୟଙ୍କୁ ସମ୍ମାନର ସହ ସ୍ମରଣ କରିବାର ଏକ ଅବସର, ଯେଉଁମାନଙ୍କ ଜୀବନ ଦେଶ ବିଭାଜନବେଳେ ବଳି ଦିଆଯାଇଥିଲା। ଏଥିସହ ବିସ୍ଥାପନର ଯନ୍ତ୍ରଣା ଭୋଗିବାକୁ ବାଧ୍ୟ ହୋଇଥିବା ସେହି ଲୋକଙ୍କ କଷ୍ଟ ଏବଂ ସଂଘର୍ଷକୁ ମଧ୍ୟ ଏହି ଦିନ ମନେ ପକାଇ ଦେଇଥାଏ। ସେହି ସମସ୍ତ ଲୋକମାନଙ୍କୁ ଶତ ଶତ ପ୍ରଣାମ।’

Read More

ନୂଆଦିଲ୍ଲୀ: ସ୍ୱାଧୀନତା ଦିବସ, ୨୦୨୩ ଉପଲକ୍ଷେ ଦେଶର ମୋଟ୍‌ ୯୫୪ ଜଣ ପୁଲିସ କର୍ମୀଙ୍କୁ ପୁଲିସ ପଦକ ପ୍ରଦାନ କରାଯାଇଛି। ବୀରତା ପାଇଁ ଜଣେ ସିଆରପିଏଫ କର୍ମୀ ରାଷ୍ଟ୍ରପତି ପଦକ ପାଇଛନ୍ତି। ସେ ହେଲେ ଅତିରିକ୍ତ କମାଣ୍ଡାଣ୍ଟ ଲୌକ୍ରକପାମ୍‌ ଇବୋମଚା ସିଂ। ୨୨୯ ପୁଲିସ କର୍ମୀଙ୍କୁ ସାହସିକତା ପୁଲିସ ପଦକ ମିଳିଛି। ବିଶିଷ୍ଟ ସେବା ପାଇଁ ରାଷ୍ଟ୍ରପତି ପୁଲିସ ପଦକ ପାଇବାକୁ ୮୨ ଜଣ ପୁଲିସ କର୍ମଚାରୀଙ୍କ ନାମ ଘୋଷଣା କରାଯାଇଛି। ୬୪୨ ଜଣ ପୁଲିସ କର୍ମଚାରୀଙ୍କୁ ଉଲ୍ଲେଖନୀୟ ସେବା ପାଇଁ ପୁଲିସ ପଦକ ଦିଆଯାଇଛି। ସାହସିକତା ପୁରସ୍କାର ପାଇଥିବା ୨୩୦ ଜଣ ପୁଲିସ କର୍ମୀଙ୍କ ମଧ୍ୟରୁ ୧୨୫ ଜଣ ପୁଲିସ କର୍ମୀ ବାମପନ୍ଥୀ ଉଗ୍ରବାଦ ପ୍ରବଣ ଅଞ୍ଚଳରେ କାର୍ଯ୍ୟରତ ଅଛନ୍ତି। ସେହିପରି ଜାମ୍ମୁ ଓ କାଶ୍ମୀର ପୁଲିସର ୭୧ ଜଣ ପୁଲିସ କର୍ମୀ ଏବଂ ଉତ୍ତରପୂର୍ବାଞ୍ଚଳର ୧୧ ଜଣ ପୁଲିସ କର୍ମୀଙ୍କୁ ସେମାନଙ୍କର ସାହସିକ କାର୍ଯ୍ୟ ପାଇଁ ସାହସିକତା ପୁଲିସ…

Read More

ଇସଲାମାବାଦ: ଏବେ ପାକିସ୍ତାନ ଯାଇଥିବା ଅଞ୍ଜୁଙ୍କ ଆଉ ଏକ ଭିଡିଓ ସାମ୍ନାକୁ ଆସିଛି। ଏହି ଭିଡିଓରେ ଅଞ୍ଜୁ ନସରୁଲ୍ଲାଙ୍କ ସହ କେକ୍ କାଟି ପାକିସ୍ତାନର ସ୍ୱାଧୀନତା ଉତ୍ସବ ପାଳନ କରୁଛନ୍ତି। ଅଗଷ୍ଟ ୧୪ ରେ ପାକିସ୍ତାନ ନିଜର ସ୍ୱାଧୀନତା ଦିବସ ପାଳନ କରୁଛି। ଅଞ୍ଜୁ ଦିନକ ପୂର୍ବରୁ କହିଥିଲେ ଯେ ସେ ଦେଶଦ୍ରୋହୀ ନୁହଁନ୍ତି ଏବଂ ଠିକ୍ ଗୋଟିଏ ଦିନ ପରେ ତାଙ୍କର ଏହି ଭିଡିଓ ସାମ୍ନାକୁ ଆସିଛି। ଅଞ୍ଜୁ ତାଙ୍କ ପାକିସ୍ତାନୀ ଫେସବୁକ୍ ବନ୍ଧୁଙ୍କୁ ଭେଟିବା ପାଇଁ ଖୈବର ପଖତୁନଖୱା ଯାଇଥିଲେ। ତାଙ୍କର ଦୁଇଟି ସନ୍ତାନ ଅଛନ୍ତି ଏବଂ ସେ ପୂର୍ବରୁ ବିବାହିତା। ନିଜକୁ ଦେଶଦ୍ରୋହୀ ଭାବିବାକୁ ମନା କରିଦେଇଛନ୍ତି ଗୋଟିଏ ଦିନ ପୂର୍ବରୁ ସାମ୍ନାକୁ ଆସିଥିବା ଭିଡିଓରେ ଅଞ୍ଜୁ ନିଜକୁ ଦେଶଦ୍ରୋହୀ ଭାବିବାକୁ ମନା କରିଦେଇଥିଲେ। କିନ୍ତୁ ଏବେ ଅଞ୍ଜୁଙ୍କ ନୂଆ ଭିଡିଓ ପରେ ଭାରତରେ ଲୋକେ ତାଙ୍କୁ ପ୍ରଶ୍ନ କରୁଛନ୍ତି। ଅଞ୍ଜୁ ବିଶ୍ୱାସ କରନ୍ତି ଯେ ଉଭୟ…

Read More

ନୂଆଦିଲ୍ଲୀ: ଭାରତୀୟ ମହାକାଶ ଏଜେନ୍ସି ଇସ୍ରୋର ସୂର୍ଯ୍ୟ ଅଭିଯାନ ଆଦିତ୍ୟ ଏଲ୍-୧ର ଉତକ୍ଷେପଣ ପାଇଁ କାଉଣ୍ଟଡାଉନ୍ ଆରମ୍ଭ ହୋଇଯାଇଛି। ଇସ୍ରୋ କହିଛି ଯେ ଆଦିତ୍ୟ ଏଲ୍-୧ ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟା ମହାକାଶବନ୍ଦରରେ ପହଞ୍ଚିଛି। ସେପ୍ଟେମ୍ବର ପ୍ରଥମ ସପ୍ତାହରେ ଆଦିତ୍ୟ ଏଲ୍-୧ର ଉତକ୍ଷେପଣ ହୋଇପାରେ ବୋଲି ଇସ୍ରୋ କହିଛି। ସୂଚନାଯୋଗ୍ୟ, ଆଦିତ୍ୟ ଏଲ୍-୧ ଇସ୍ରୋର ୟୁଆର ରାଓ ସାଟେଲାଇଟ୍ ସେଣ୍ଟରରେ ନିର୍ମିତ ହୋଇଛି, ଯେଉଁଠାରୁ ଆଦିତ୍ୟ ଏଲ୍-୧ ଏବେ ସାଟେଲାଇଟ୍ ଉତକ୍ଷେପଣ ପାଇଁ ଶ୍ରୀହରିକୋଟାରେ ପହଞ୍ଚିଛି। ସୂର୍ଯ୍ୟଉପରେ ନିରନ୍ତର ନଜର ରଖିବ ଉପଗ୍ରହ ସୂର୍ଯ୍ୟଙ୍କ ଅଧ୍ୟୟନ ପାଇଁ ପଠାଯାଇଥିବା ଇସ୍ରୋର ଏହା ହେଉଛି ପ୍ରଥମ ଅଭିଯାନ । ଆଦିତ୍ୟ ଏଲ୍-୧କୁ ସୂର୍ଯ୍ୟ-ପୃଥିବୀ ପ୍ରଣାଳୀର ଲାଙ୍ଗେ ବିନ୍ଦୁ ନିକଟରେ ହାଲୋ କକ୍ଷପଥରେ ରଖାଯିବ । ଏହା ପୃଥିବୀଠାରୁ ୧.୫ ନିୟୁତ କିଲୋମିଟର ଦୂରରେ ଅବସ୍ଥିତ । ଇସ୍ରୋ କହିଛି ଯେ ଉପଗ୍ରହକୁ ଏଲ୍‍-୧ ପଏଣ୍ଟ ନିକଟରେ ଥିବା ହାଲୋ ଅର୍ବିଟରେ ରଖିବାର ସବୁଠାରୁ ବଡ଼ ଫାଇଦା…

Read More

ନୂଆଦିଲ୍ଲୀ: କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧିଙ୍କୁ ତାଙ୍କ ସ୍ୱାମୀ ରବର୍ଟ ଭଦ୍ରାଙ୍କୁ ସମର୍ଥନ କରିଛନ୍ତି। କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧିଙ୍କ ବିରୋଧରେ ୫୦ ପ୍ରତିଶତ କମିସନ୍ ମନ୍ତବ୍ୟ ପାଇଁ ରୁଜୁ ହୋଇଥିବା ଏତଲାକୁ ନେଇ ଭାରତୀୟ ଜନତା ପାର୍ଟି (ବିଜେପି)କୁ କଡ଼ା ସମାଲୋଚନା କରିଛନ୍ତି। କେବଳ ଭୟଭୀତ କରିବା ପାଇଁ ଏଫଆଇଆର ପ୍ରିୟଙ୍କା ବିରୋଧରେ ଏହି ଏଫଆଇଆର କେବଳ ଭୟଭୀତ କରିବା ପାଇଁ ବୋଲି ରବର୍ଟ କହିଛନ୍ତି। ସେ କହିଛନ୍ତି, ମୁଁ ଆଶ୍ଚର୍ଯ୍ୟ ନୁହେଁ। ଏହା ହେଉଛି ସେମାନଙ୍କର ଧାରଣା କରିବାର ଉପାୟ। କର୍ଣ୍ଣାଟକରେ ମଧ୍ୟ ସମାନ ଅବସ୍ଥା ଦେଖିବାକୁ ମିଳିଥିଲା। ସେଠାରେ ୪୦ ପ୍ରତିଶତ କମିସନ୍ ଥିବା ସରକାର ଥିଲା। ଏମପିରେ ମଧ୍ୟ ସମାନ ଅବସ୍ଥା। ଯେଉଁଠି ସେମାନେ ସରକାର ଭାଙ୍ଗି ରାଜନୀତି ଚଳାଇଛନ୍ତି, ସେହି ସରକାର ଅଧିକ ଦିନ ଚାଲିବ ନାହିଁ ଏବଂ ଲୋକମାନେ ବିଦ୍ରୋହ କରିବେ। ପ୍ରିୟଙ୍କା ନିର୍ଭୀକ, ରାହୁଲ ନିର୍ଭୟ, ସୋନିଆଜୀ ନିର୍ଭୟ, ଆମେ ଲୋକଙ୍କ…

Read More

ନୂଆଦିଲ୍ଲୀ: ମୋଦି ସରକାର ଇଂରେଜମାନଙ୍କ ଦ୍ୱାରା ନିର୍ମିତ ୩ଟି ମୌଳିକ ଆଇନକୁ ଉଚ୍ଛେଦ କରି ୩ଟି ନୂଆ ଆଇନ ଆଣିବାକୁ ପ୍ରସ୍ତାବ ଦେଇଛନ୍ତି। ଅନେକ ସମୟରେ ପରିଚୟ ଲୁଚାଇବା କିମ୍ବା ପରିବର୍ତ୍ତନ କରି ବିବାହ ମାମଲା ଚର୍ଚ୍ଚାରେ ରହିଥାଏ, କିନ୍ତୁ ବର୍ତ୍ତମାନ ଏପରି କରିବା ମହଙ୍ଗା ପଡ଼ିପାରେ। ନୂଆ ପ୍ରସ୍ତାବିତ ଆଇନରେ ମୋଦି ସରକାର ନାମ ପରିବର୍ତ୍ତନ କରି ଯୌନ ସମ୍ପର୍କ ରଖିବା ସହିତ ବିବାହ କଲେ ୧୦ ବର୍ଷ ଜେଲ ଦଣ୍ଡର ବ୍ୟବସ୍ଥା କରିଛନ୍ତି। ନୂଆ ଆଇନ ଅନୁଯାୟୀ, ଯଦି ପୀଡ଼ିତା କିମ୍ବା ପୀଡ଼ିତାଙ୍କୁ ତାଙ୍କ ସହ ସମ୍ପର୍କ ରଖିଥିବା ବ୍ୟକ୍ତିଙ୍କ ସହ ଜଡ଼ିତ ତଥ୍ୟ ବିଷୟରେ ଭୁଲ ସୂଚନା ଦିଆଯାଏ, ତେବେ ଏହା କୁହାଯାଇପାରିବ ନାହିଁ ଯେ ସେ ଯୌନ ସମ୍ପର୍କ ପାଇଁ ସମ୍ମତି ଦେଇଛନ୍ତି। ବର୍ତ୍ତମାନ ଆଇପିସିର ଧାରା ୯୦ରେ ଏହା ଉଲ୍ଲେଖ ଅଛି, କିନ୍ତୁ ନୂତନ ଆଇନରେ ଚାକିରିର ମିଥ୍ୟା ପ୍ରଲୋଭନ ଦେଖାଇ ନାମ ପରିବର୍ତ୍ତନ…

Read More

ନୂଆଦିଲ୍ଲୀ: ୧୯୪୩ ମସିହାରେ ପଶ୍ଚିମବଙ୍ଗର ପଶଗୁରା ଥାନା ଅନ୍ତର୍ଗତ ଶାହପୁରା ପୋଟା ଗାଁ। ଜଣେ ବୁଣାକାର ନିଜ ପରିବାରକୁ ଦିନକୁ ଦୁଇ ଥର ଭୋଜନ ମଧ୍ୟ ଦେଇପାରୁନଥିଲେ। ତାଙ୍କ ଦେହକୁ ଏତେ ଭୋକ ଲାଗିଥିଲା ଯେ ସେ ପାଗଳଙ୍କ ଭଳି ବୁଲୁଥିଲେ। ଦିନେ ତାଙ୍କ ମୃତଦେହ ପଶ୍ଚିମବଙ୍ଗର କାନସାଇ ନଦୀରୁ ମିଳିଥିଲା। ଅନେକ ଦିନ ଧରି ପତ୍ନୀ ଦୁଇ ପୁଅଙ୍କୁ ଖାଇବାକୁ ଦେଇ ନ ପାରିବାରୁ ସାନ ପୁଅକୁ ମଧ୍ୟ କାନସାଇ ନଦୀରେ ଭସାଇ ଦେଇଥିଲେ। ସେହିପରି ପୂର୍ବବଙ୍ଗରେ ୩୦ ଲକ୍ଷ ଲୋକ ଭୋକରେ ମରିବାକୁ ବାଧ୍ୟ ହୋଇଥିଲେ। କ୍ଷେତରେ ମୃତଦେହ ପଡ଼ିରହିଥିଲା। ମୃତ ଲୋକଙ୍କ ମୃତଦେହ ନଦୀରେ ଭାସୁଥିଲା। କୁକୁର ଓ ଶାଗୁଣା ମୃତଦେହ ଖାଉଥିଲେ। ବ୍ରିଟିଶମାନଙ୍କର ‘ଅସ୍ୱୀକାର ନୀତି’ରୁ ବଙ୍ଗଳାରେ ଦୁର୍ଭିକ ଡିସେମ୍ବର ୧୯୪୧ରେ ଜାପାନୀ ସୈନ୍ୟମାନେ ସିଙ୍ଗାପୁର ଏବଂ ବର୍ମା (ମିଆଁମାର)ର ବ୍ରିଟିଶ ଉପନିବେଶ ଉପରେ ଦଖଲ ପାଇଁ ଆକ୍ରମଣ କରିଥିଲେ। ପରବର୍ତ୍ତୀ ୫ ମାସ ଧରି…

Read More

ମାନସ ପୂର୍ଣ୍ଣ ଆଚାର୍ଯ୍ୟ ଆସିକା: ଘରୋଇ କଳିକୁ କେନ୍ଦ୍ର କରି ସରପଞ୍ଚ ସ୍ଵାମୀଙ୍କ ଆତ୍ମହତ୍ୟା ଅଭିଯୋଗ ହୋଇଛି। ସୂଚନା ମୁତାବକ ଗତକାଲି ରାତି ୯ ସମୟରେ ଆସିକା ବ୍ଳକ ହରିଡ଼ାପଦର ସରପଞ୍ଚ ଜୟନ୍ତୀ ବେହେରାଙ୍କ ସ୍ଵାମୀ ରମେଶ ବେହେରା ଗାଁ ଭଡା ଘରେ ଚେତାଶୂନ୍ୟ ଅବସ୍ଥାରେ ପଡିରହିଥିଲେ। ଗ୍ରାମର କିଛି ଯୁବକ ୧୦୮ ଆମ୍ବୁଲାନ୍ସ ଯୋଗେ ଆସିକା ଉପଖଣ୍ଡ ଚିକିତ୍ସାଳୟକୁ ଆଣିଥିଲେ। ସେଠାରେ ତାଙ୍କର ପ୍ରାଥମିକ ଚିକିତ୍ସା କରିଥିଲେ। ରମେଶ କୀଟନାଶକ ଔଷଧ ଖାଇଥିବା ଯୋଗୁଁ ତାଙ୍କ ଅବସ୍ଥା ଗୁରୁତର ହୋଇଥିଲା। ଯାହାପରେ ତାଙ୍କୁ ବ୍ରହ୍ମପୁର ପଠାଯାଇଥିଲା। ବ୍ରହ୍ମପୁର ବଡମେଡିକାଲରେ ରାତ୍ର ୧.୨୦ ମିନଟ ସମୟରେ ତାଙ୍କର ମୃତ୍ୟୁ ହୋଇଥିବା ଡାକ୍ତର କହିଥିଲେ। ପ୍ରକାଶ ଥାଉକି ମୃତ ରମେଶଙ୍କ ଶବ ନିକଟରେ ସ୍ତ୍ରୀ ଜୟନ୍ତୀ ବେହେରା ଓ ତାଙ୍କ ପରିବାର ଲୋକଙ୍କ ସମେତ ତାଙ୍କ ଭାଇ ବିଦେଶୀ ବେହେରା ଓ ଗ୍ରାମବାସୀ ପହଞ୍ଚି ଥିଲେ। ରମେଶଙ୍କ ଆତ୍ମହତ୍ୟାକୁ କେନ୍ଦ୍ରକରି ବହୁସମୟ ସରପଞ୍ଚ…

Read More

ମୁମ୍ବାଇ: କିଛିଦିନ ତଳେ ଅଜିତ ପାୱାର ତାଙ୍କ ସମର୍ଥକ ବିଧାୟକଙ୍କ ସହ ବିଜେପି ସହ ହାତ ମିଳାଇଥିଲେ। ଏହାପରେ ଅଜିତ ପାୱାରଙ୍କ ସମେତ ତାଙ୍କ ୯ ଜଣ ବିଧାୟକ ମହାରାଷ୍ଟ୍ର ସରକାରରେ ମନ୍ତ୍ରୀଭାବେ ଶପଥ ନେଇଥିଲେ। ଅଜିତ ପାୱାର ଗୋଷ୍ଠୀରେ ସାମିଲ ହେବା ପରେ ଶରଦ ପାୱାର ମଧ୍ୟ ସେମାନଙ୍କ ସହ ଯୋଗ ଦେବେ ବୋଲି ବିଜେପି ଅନୁଭବ କରିଥିଲା। କିନ୍ତୁ ଶରଦ ପାୱାର ବିଜେପି ସହ ଯିବାକୁ ସ୍ପଷ୍ଟ ମନା କରିଦେଇଥିଲେ। ଏହାପରେ ବିଜେପି ଏବେ ଏକ ନୂଆ ପଦକ୍ଷେପ ନେଇଛି। ଏହି ଅନୁଯାୟୀ ବିଜେପି ଶରଦ ପାୱାରଙ୍କୁ ଦୁଇଟି ବଡ଼ ପଦ ଅଫର କରିଛି। ଏହି ଦୁଇଟି ଅଫର ଅଜିତ ପାୱାରଙ୍କ ଜରିଆରେ ଦିଆଯାଇଛି। ବିଜେପିର ଏହି ପଦକ୍ଷେପ ମହାରାଷ୍ଟ୍ର ଓ ଦେଶର ରାଜନୀତିରେ ହଟଚମଟ ଆଣିବ ବୋଲି ଆଶା କରାଯାଉଛି। ପୁଣେରେ ଜଣେ ଶିଳ୍ପପତିଙ୍କ ଘରେ ଅଜିତ ପାୱାର ଏବଂ ଶରଦ ପାୱାରଙ୍କ ମଧ୍ୟରେ ବୈଠକ ହୋଇଥିଲା।…

Read More

ନୂଆଦିଲ୍ଲୀ: ଆସନ୍ତା ବର୍ଷ ହେବାକୁ ଥିବା ୨୦୨୪ ଲୋକସଭା ନିର୍ବାଚନ ପାଇଁ ବାତାବରଣ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନଡିଏ)ର ୨୫ ବର୍ଷ ପୂରଣ ହୋଇଥିବାବେଳେ ଏବେ ଏହା ୩୮ଟି ଦଳକୁ ବିସ୍ତାର ହୋଇଛି। ଅନ୍ୟପକ୍ଷରେ ବିରୋଧୀ ୟୁନାଇଟେଡ୍ ପ୍ରୋଗ୍ରେସିଭ୍ ଆଲାଏନ୍ସ (ୟୁପିଏ) ଏହାର ନାମ ପରିବର୍ତ୍ତନ କରି ଇଣ୍ଡିଆନ୍ ନ୍ୟାସନାଲ ଡେଭଲପମେଣ୍ଟ ଇନକ୍ଲୁସିଭ୍ ଆଲାଏନ୍ସ (ଇଣ୍ଡିଆ) ରଖିଛି। ଏଥିରେ ୨୬ଟି ଦଳ ଏକାଠି ହୋଇଛନ୍ତି। ଗତ ପାଞ୍ଚ ବର୍ଷ ମଧ୍ୟରେ ଲୋକସଭା ଓ ବିଧାନସଭା ନିର୍ବାଚନରେ ଉଭୟ ମେଣ୍ଟ ଦଳର ପ୍ରଦର୍ଶନର ହିସାବ ଏପରି ରହିଛି। ଲୋକସଭା ନିର୍ବାଚନରେ ଏନଡିଏ ଆଗୁଆ, ବିଧାନସଭା ନିର୍ବାଚନରେ ଇଣ୍ଡିଆ ଆଗୁଆ ୨୦୧୯ ଲୋକସଭା ନିର୍ବାଚନରେ ଏନଡିଏର ସହଯୋଗୀ ଦଳ ମୋଟ ୩୩୨ଟି ଆସନରେ ବିଜୟୀ ହୋଇଥିଲା। ଏମାନଙ୍କ ମଧ୍ୟରୁ କେବଳ ବିଜେପିର ୩୦୩ ଜଣ ସାଂସଦ ଅଛନ୍ତି। ଅନ୍ୟପକ୍ଷରେ ଇଣ୍ଡିଆର ୨୬ଟି ସହଯୋଗୀ ଦଳର ୧୧୪ ଜଣ ସାଂସଦ ନିର୍ବାଚନ…

Read More

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ୨୦୨୪ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଏଥର ମୁଖ୍ୟ ମୁକାବିଲା ଏନଡିଏ ଏବଂ ବିରୋଧୀ ଦଳର ମେଣ୍ଟ ଆଇଏନଡିଆଇଏ ମଧ୍ୟରେ ହେବ ବୋଲି ଅନୁମାନ କରାଯାଉଛି। ତେବେ ଏହି ନିର୍ବାଚନୀ ଚର୍ଚ୍ଚା ଭିତରେ ସ୍ୱାଧୀନ ସାଂସଦଙ୍କ ବିଷୟରେ ଜାଣିବା ମଧ୍ୟ ଜରୁରୀ। ପ୍ରତି ନିର୍ବାଚନ ପରେ ଲୋକସଭାକୁ ଆସୁଥିବା ସ୍ୱାଧୀନ ସାଂସଦଙ୍କ ସଂଖ୍ୟା କମିବାରେ ଲାଗିଛି। ଲୋକସଭା ନିର୍ବାଚନରେ ସ୍ୱାଧୀନ ପ୍ରାର୍ଥୀଙ୍କ ଆକର୍ଷଣ ସମୟ କ୍ରମେ ହ୍ରାସ ପାଇଛି ଏବଂ ଏହାକୁ ଅସ୍ୱୀକାର କରାଯାଇପାରିବ ନାହିଁ। ଏହି କାରଣରୁ ଗତ ଲୋକସଭା ନିର୍ବାଚନରେ ମାତ୍ର ୪ ଜଣ ସ୍ୱାଧୀନ ପ୍ରାର୍ଥୀ ଲୋକସଭାରେ ପହଞ୍ଚି ପାରିଥିଲେ। ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଗୋଟିଏ ସମୟରେ ଲୋକସଭାରେ ରେକର୍ଡ ସଂଖ୍ୟକ ସ୍ୱାଧୀନ ସାଂସଦ ଥିଲେ। ସପ୍ତଦଶ ଲୋକସଭାରେ ବିଜେପି ଓ କଂଗ୍ରେସର ସାଂସଦଙ୍କ ସଂଖ୍ୟାକୁ ଛାଡ଼ିଦେଲେ ଅନ୍ୟ କୌଣସି ଦଳରେ ସ୍ୱାଧୀନ ପ୍ରାର୍ଥୀଙ୍କ ଭଳି ସଦସ୍ୟ ନାହାନ୍ତି। ଆସନ୍ତୁ…

Read More