ନୂଆଦିଲ୍ଲୀ: ସେପ୍ଟେମ୍ବର ୧୫, ୨୦୨୩ରୁ ଅକ୍ଟୋବର ୨,୨୦୨୩ ପର୍ଯ୍ୟନ୍ତ ଚାଲିଥିବା ସ୍ୱଚ୍ଛତା ହିଁ ସେବା ଅଭିଯାନର ଏକ ଅଂଶ ଭାବରେ, ଭାରତୀୟ ରେଳବାଇ ଏକ ସାମଗ୍ରିକ ପରିବର୍ତ୍ତନ ଆଣିବା ଉଦ୍ଦେଶ୍ୟରେ ଅନେକ କାର୍ଯ୍ୟକଳାପ ମାଧ୍ୟମରେ ଏକ ସ୍ୱଚ୍ଛ ରେଳ ବ୍ୟବସ୍ଥା ଦିଗରେ କାର୍ଯ୍ୟ କରୁଛି । ଚଳିତ ବର୍ଷ ସଂସ୍କରଣରେ ଷ୍ଟେସନଗୁଡ଼ିକରେ ରେଳ ଧାରଣାର ସ୍ୱଚ୍ଛତା, ପ୍ରମୁଖ ଷ୍ଟେସନକୁ ଯିବା ଏବଂ ରେଳ ପରିସରରୁ ପ୍ଲାଷ୍ଟିକ ବର୍ଜ୍ୟବସ୍ତୁ ହଟାଇବା ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଛି। ରେଳ ନେଟୱାର୍କର କୋଣ ଅନୁକୋଣ ଯେପରି ସ୍ୱଚ୍ଛତା ଏବଂ ସ୍ଥାୟୀତାର ନୀତିକୁ ଅନୁସରଣ କରେ ତାହା ସୁନିଶ୍ଚିତ କରିବା ପାଇଁ ଏହା ଏକ ବହୁମୁଖୀ ଆଭିମୁଖ୍ୟ । ଏହି ଅଭିଯାନରେ ସ୍ୱଚ୍ଛ ସମ୍ବାଦ (ସ୍ୱଚ୍ଛ ସଂଳାପ), ସ୍ୱଚ୍ଛ ରେଳଗାଡି (ସ୍ୱଚ୍ଛ ଟ୍ରେନ୍), ସ୍ୱଚ୍ଛ ଷ୍ଟେସନ (ସ୍ୱଚ୍ଛ ଷ୍ଟେସନ), ସ୍ୱଚ୍ଛ ପରିସର (ସ୍ୱଚ୍ଛ ପ୍ରେମିସେସ), ସ୍ୱଚ୍ଛ ଆହାର (ସ୍ୱଚ୍ଛ ଖାଦ୍ୟ) ଏବଂ ସ୍ୱଚ୍ଛ ପ୍ରସାଧନ (ସ୍ୱଚ୍ଛ ପାଣ୍ଟ୍ରି)…
Author: Samikhsya Bureau
ଭୁବନେଶ୍ୱର: ରୋଗୀସେବା ଏବଂ ଅନ୍ୟାନ୍ୟ ବିଭିନ୍ନ ସେବାକୁ ତ୍ବରାନ୍ବିତ କରିବାକୁ, ଏମ୍ସ ଭୁବନେଶ୍ୱରରେ ଆଉ ତିନିଟି ନୂତନ ବିଭାଗ ଆରମ୍ଭ ହେବ। ଏହି ବିଭାଗଗୁଡ଼ିକରେ ସଂକ୍ରାମକ ରୋଗ ବିଭାଗ, ବାୟୋ ଇନଫର୍ମାଟିକ୍ସ ବିଭାଗ ଏବଂ ବାୟୋଷ୍ଟାଟିଟିକ୍ସ ବିଭାଗ ଅନ୍ତର୍ଭୁକ୍ତ। ଏମ୍ସରେ ଆରମ୍ଭ ହେବାକୁ ଥିବା ଏହି ଗୁରୁତ୍ୱପୂର୍ଣ୍ଣ ବିଭାଗଗୁଡ଼ିକ ନିମନ୍ତେ ଷ୍ଟାଣ୍ଡିଂ ଏକାଡେମିକ୍ କମିଟି ଏହାର ଅନୁମୋଦନ ପ୍ରଦାନ କରିଛି। ଏହି ରୋଗୀ ସେବା ତଥା ଅନ୍ୟାନ୍ୟ ସେବାରେ ପ୍ରମୁଖ ଭୂମିକା ଗ୍ରହଣ କରିବ ବୋଲି ପ୍ରକାଶ କରିଛନ୍ତି ଏମ୍ସ ଭୁବନେଶ୍ୱର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ତଥା ଜଣାଶୁଣା ସଂକ୍ରାମକ ରୋଗ ବିଶେଷଜ୍ଞ ଡ. ଆଶୁତୋଷ ବିଶ୍ବାସ। ଏମ୍ସର ଏକାଦଶ ବାର୍ଷିକ ଉତ୍ସବ କାର୍ଯ୍ୟକ୍ରମ ଅବସରରେ ଏହି ସୂଚନା ପ୍ରଦାନ କରିଛନ୍ତି ଡ. ବିଶ୍ବାସ। ଏହି ଅବସରରେ ଡ. ବିଶ୍ବାସ କହିଛନ୍ତି ଯେ ଗତ ବର୍ଷ ସ୍ୱାସ୍ଥ୍ୟସେବା ଏବଂ ଅନୁସନ୍ଧାନ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ଏହି ଅନୁଷ୍ଠାନ ପାଇଁ ଗୌରବ ଆଣିଦେଇଛି। ଏଥିସହିତ…
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତୀୟ ସିନେମାରେ ଦିବଂଗତ ଅଭିନେତା ଦେବ ଆନନ୍ଦଙ୍କ ଅବଦାନକୁ ତାଙ୍କ ୧୦୦ତମ ଜୟନ୍ତୀରେ ସ୍ମରଣ କରିଛନ୍ତି। ଏକ୍ସରେ ପ୍ରଧାନମନ୍ତ୍ରୀ ପୋଷ୍ଟ କରିଛନ୍ତି: ‘ଦେବ ଆନନ୍ଦ କାଳଜୟୀ ଆଇକନ୍ ଭାବେ ସ୍ମରଣୀୟ। ସିନେମା ଏବଂ କାହାଣୀ ପ୍ରତି ତାଙ୍କ ଅତୁଳନୀୟ ଆଗ୍ରହ ଥିଲା। ତାଙ୍କ ଚଳଚ୍ଚିତ୍ରଗୁଡ଼ିକ କେବଳ ମନୋରଞ୍ଜନ ନୁହେଁ ବରଂ ଭାରତର ପରିବର୍ତ୍ତିତ ସମାଜ ଏବଂ ଆକାଂକ୍ଷାକୁ ମଧ୍ୟ ପ୍ରତିଫଳିତ କରିଥିଲା। ତାଙ୍କ କାଳଜୟୀ ପ୍ରଦର୍ଶନ ପିଢ଼ି ପରେ ପିଢ଼ିକୁ ପ୍ରଭାବିତ କରିବ । ତାଙ୍କ ୧୦୦ତମ ଜୟନ୍ତୀରେ ତାଙ୍କୁ ମନେପକାଉଛି।’
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ରୋଜଗାର ମେଳାକୁ ସମ୍ବୋଧିତ କରିବା ସହ ଭିଡିଓ କନଫରେନ୍ସିଂ ଜରିଆରେ ନୂତନ ଭାବେ ନିଯୁକ୍ତି ପାଇଥିବା କର୍ମଚାରୀ ମାନଙ୍କୁ ପାଖାପାଖି ୫୧,୦୦୦ ନିଯୁକ୍ତି ପତ୍ର ବଣ୍ଟନ କରିଛନ୍ତି । ଦେଶର ବିଭିନ୍ନ ବିଭାଗ ପକ୍ଷରୁ ମନୋନୀତ ହୋଇ ନିଯୁକ୍ତି ପାଇଥିବା କର୍ମଚାରୀମାନେ ଡାକ ବିଭାଗ, ଭାରତୀୟ ଅଡିଟ୍ ଓ ଆକାଉଣ୍ଟ ବିଭାଗ, ଆଣବିକ ଶକ୍ତି ବିଭାଗ, ରାଜସ୍ୱ ବିଭାଗ, ଉଚ୍ଚ ଶିକ୍ଷା ବିଭାଗ, ପ୍ରତିରକ୍ଷା ମନ୍ତ୍ରଣାଳୟ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ସମେତ ବିଭିନ୍ନ ମନ୍ତ୍ରଣାଳୟ / ବିଭାଗରେ ସରକାରଙ୍କ ସହ ଯୋଗ ଦେବେ । ସାରା ଦେଶରେ ୪୬ଟି ସ୍ଥାନରେ ରୋଜଗାର ମେଳା ଅନୁଷ୍ଠିତ ହୋଇଛି । ସଭାକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ଆଜି ନିଯୁକ୍ତି ପତ୍ର ପାଇଥିବା କର୍ମଚାରୀ ମାନଙ୍କୁ ଅଭିନନ୍ଦନ ଜଣାଇଥିଲେ। ସେମାନେ ନିଜ କଠିନ ପରିଶ୍ରମ ଏବଂ ନିଷ୍ଠା ଯୋଗୁଁ ଏହି ସ୍ଥାନରେ ପହଂଚି ପାରିଛନ୍ତି ଏବଂ…
ନୂଆଦିଲ୍ଲୀ; ପଞ୍ଜାବର ପୂର୍ବତନ ଅର୍ଥମନ୍ତ୍ରୀ ମନପ୍ରୀତ ସିଂ ବାଦଲଙ୍କ ବିରୋଧରେ ଗିରଫ ପରୱାନା ଜାରି କରାଯାଇଛି। ମୁଖ୍ୟ ବିଚାରପତି ବିଜେପି ନେତା ତଥା ପୂର୍ବତନ ରାଜ୍ୟ ମନ୍ତ୍ରୀ ମନପ୍ରୀତ ସିଂ ବାଦଲଙ୍କ ବିରୋଧରେ ଗିରଫ ପରୱାନା ଜାରି କରିଛନ୍ତି। ଗତକାଲି ଭିଜିଲାନ୍ସ ବିଭାଗ ମୁକତର ସାହିବଙ୍କ ବାଦଲ ଗ୍ରାମସ୍ଥିତ ତାଙ୍କ ବାସଭବନରେ ଚଢାଉ କରିଥିଲା। ବାଦଲଙ୍କ ବିରୋଧରେ ଲୁକଆଉଟ ସର୍କୁଲାର ଜାରି କରାଯାଇଥିଲା: ଏହାପୂର୍ବରୁ ମନପ୍ରୀତ ସିଂ ବାଦଲ ବିଦେଶ ଛାଡି ପଳାଇବାର ସମ୍ଭାବନାକୁ ଦୃଷ୍ଟିରେ ରଖି ଏକ ଲୁକଆଉଟ ସର୍କୁଲାର ଜାରି କରାଯାଇଥିଲା। ଏହା ପରେ ସମସ୍ତ ବିମାନବନ୍ଦରରେ ଏକ ସତର୍କ ସୂଚନା ଜାରି କରାଯାଇଥିଲା। ପଞ୍ଜାବ ଭିଜିଲାନ୍ସ ସନ୍ଦେହ କରୁଛି ଯେ, ମାମଲା ପଞ୍ଜୀକୃତ ହେବା ପରେ ମନପ୍ରୀତ ବାଦଲ ବିଦେଶ ଛାଡି ପଳାଇପାରନ୍ତି। ପ୍ରକାଶ ଯେ ଭିଜିଲାନ୍ସ ବ୍ୟୁରୋ ଜମି ଆବଣ୍ଟନ ମାମଲାରେ ମନପ୍ରୀତ ବାଦଲଙ୍କ ବିରୋଧରେ ଠକେଇ ମାମଲା ରୁଜୁ କରିଛି। ମନପ୍ରୀତଙ୍କ ବ୍ୟତୀତ ଏହି…
ମୁମ୍ବାଇ: ଆଜି ବିଜେପି ନେତା ଶାହନାୱାଜ ହୁସେନ୍ ହୃଦଘାତରେ ପୀଡିତ ହୋଇଥିବା ଖବର ହସ୍ତଗତ ହୋଇଛି। ଶାହନାୱାଜ ହୁସେନ୍ କୁ ତୁରନ୍ତ ମୁମ୍ବାଇସ୍ଥିତ ଲୀଳାବତୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ସୂଚନା ରହିଛି। ତାଙ୍କୁ ସନ୍ଧ୍ୟା ୪.୩୦ ମିନିଟରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଲିଲାବତୀ ହସ୍ପିଟାଲର ଡାକ୍ତର ଜଲିଲ ପାରକର କହିଛନ୍ତି ଯେ, ହୃଦଘାତ କାରଣରୁ ଶାହନାୱାଜ ହୁସେନଙ୍କୁ ଭର୍ତ୍ତି କରାଯାଇଛି। ତାଙ୍କର ଆଞ୍ଜିଓପ୍ଲାଷ୍ଟି କରାଯାଇଛି।
ନୂଆଦିଲ୍ଲୀ: ଭାରତରେ ଯକ୍ଷ୍ମା ନିରୋଧୀ ଔଷଧର ଅଭାବ ଏବଂ ଜାତୀୟ ଯକ୍ଷ୍ମା ନିରାକରଣ କାର୍ଯ୍ୟକ୍ରମ (ଏନ୍ଟିଇପି) ଅଧୀନରେ ଏହି ଔଷଧର ଫଳପ୍ରଦତାକୁ ନେଇ କିଛି ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି। ଷ୍ଟକ୍ ରେ ଯକ୍ଷ୍ମା ନିରୋଧୀ ଔଷଧର ଉପଲବ୍ଧତା ବିଷୟରେ କୌଣସି ନିର୍ଦ୍ଦିଷ୍ଟ ସୂଚନା ନଥାଇ ପ୍ରକାଶିତ ଏଭଳି ରିପୋର୍ଟ ଅସ୍ପଷ୍ଟ ଏବଂ ବିଭ୍ରାନ୍ତିକର। ଔଷଧ ସମ୍ବେଦନଶୀଳ ଯକ୍ଷ୍ମା ରୋଗର ଚିକିତ୍ସାରେ ଦୁଇ ମାସ ପାଇଁ ୪ଟି ଏଫ୍ଡିସି (ଆଇସୋନିଆଜିଡ୍, ରିଫାମ୍ପିସିନ୍, ଏଥାମ୍ବୁଟୋଲ ଏବଂ ପାଇରାଜିନାମାଇଡ୍) ଭାବରେ ଉପଲବ୍ଧ ୪ଟି ଔଷଧ ଅନ୍ତର୍ଭୁକ୍ତ ଏବଂ ଏହା ପରେ ଦୁଇ ମାସ ପାଇଁ ୩ଟି ଏଫ୍ଡିସି (ଆଇସୋନିଆଜିଡ୍, ରିଫାମ୍ପିସିନ୍ ଏବଂ ଏଥାମ୍ବୁଟୋଲ) ଭାବରେ ଏଥିରେ ଅନ୍ତର୍ଭୁକ୍ତ। ଏହି ସବୁ ଔଷଧ ୬ ମାସ ରୁ ଅଧିକ ସମୟ ପର୍ଯ୍ୟନ୍ତ ପର୍ଯ୍ୟାପ୍ତ ପରିମାଣରେ ମହଜୁଦ ରହିଛି। ବହୁମୁଖୀ ଔଷଧ ପ୍ରତିରୋଧୀ ଯକ୍ଷ୍ମା ରୋଗର ଚିକିତ୍ସା ପଦ୍ଧତିରେ ସାଧାରଣତଃ ୪ ମାସ ପାଇଁ ୭ଟି ଔଷଧ…
ବାଣପୁର (ସୀତାରାମ ଅଗ୍ରୱାଲ): ଖୋର୍ଦ୍ଧା ଜିଲ୍ଲା ବାଣପୁର ଅଞ୍ଚଳରେ ବିଭିନ୍ନ ବେନାମୀ କମ୍ପାନୀର ସୋଡ଼ା ବିକ୍ରି ହେଉଥିବା ଜାଣିବାକୁ ମିଳିଛି। ଯାହାକୁ ପିଇବା ଦ୍ୱାରା ଜନସାଧାରଣମାନଙ୍କ ସ୍ୱାସ୍ଥ୍ୟରେ ଅବନତି ଘଟୁଥିବାର ଅଭିଯୋଗ ହେଉଛି। ସୂଚନା ମୁତାବକ ଗତ କିଛି ମାସ ହେଲା ବାଣପୁର ସହରାଞ୍ଚଳରେ ବିଭିନ୍ନ ବେନାମୀ କମ୍ପାନୀର ସୋଡ଼ା ବୋତଲ ପ୍ରତି ପାନ ଦୋକାନରେ ଦେଖିବାକୁ ମିଳୁଛି। ତେବେ ଉକ୍ତ ସୋଡ଼ା ପିଇବା ଦ୍ୱାରା ବହୁ ଜନସାଧାରଣ ବିଭିନ୍ନ ରୋଗର ବଶବର୍ତ୍ତୀ ହେଉଥିବାର ଅଭିଯୋଗ ହେଉଛି। ଉକ୍ତ ସୋଡ଼ା ବୋତଲ କେଉଁ କମ୍ପାନୀ ଯୋଗାଉଛି, କିଏ ଆଣୁଛି ଏବଂ କିପରି ଦୋକାନଗୁଡିକରେ ପହଞ୍ଚୁଛି, ତାହା ପଚାରିଲେ ଦୋକାନୀ ମାନେ କହିବାକୁ କୁଣ୍ଠାବୋଧ କରୁଛନ୍ତି। ତେବେ ଖାଦ୍ୟ ଓ ସୁରକ୍ଷା ବିଭାଗର ନାକ ତଳେ ଏହା ଜାରି ରହିଥିବା ବେଳେ ଉକ୍ତ ବିଭାଗ ଜାଣିଶୁଣି ଚୁପ ରହିଥିବା ସାଧାରଣ ନାଗରିକମାନେ ଅଭିଯୋଗ କରିଛନ୍ତି। ଉକ୍ତ ସୋଡ଼ା ଗୁଡିକ ପ୍ରକୃତ ପାନୀୟ ଯୋଗ୍ୟ…
ନୂଆଦିଲ୍ଲୀ: ଶ୍ରୀକ୍ଷେତ୍ର ପୁରୀରେ ଶ୍ରୀଜିଉଙ୍କର ଦୟଣାମାଳି ସେବକ ବସନ୍ତ କୁମାର ରଣା କେନ୍ଦ୍ର ସରକାରଙ୍କ ବିଶ୍ୱକର୍ମା ଯୋଜନାକୁ ନେଇ ବେଶ ଉତ୍ସାହ ପ୍ରକାଶ କରିବା ସହିତ ଏହା କୌଳିକ ବୃତ୍ତିଧାରୀ କାରିଗରମାନଙ୍କୁ ବିଶେଷ ଭାବେ ସହାୟକ ହେବ ବୋଲି କହିଛନ୍ତି। ଗତ ୧୭ ତାରିଖରେ ପିଏମ୍ ବିଶ୍ୱକର୍ମା ଯୋଜନାର ଶୁଭାରମ୍ଭ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଠାରୁ ଶ୍ରୀ ରଣା ବିଶ୍ୱକର୍ମା ପ୍ରମାଣପତ୍ର ପାଇଛନ୍ତି। ପ୍ରଧାନମନ୍ତ୍ରୀଙ୍କୁ ଭେଟିବାର ଅନୁଭୂତି ସ୍ୱତନ୍ତ୍ର ଥିଲା ବୋଲି ସେ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି। ଶ୍ରୀ ରଣା କହିଛନ୍ତି, ୯୦ ଦଶକରୁ ସେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସେବା କରି ଆସୁଛନ୍ତି। ଶ୍ରୀଜିଉଙ୍କ ସବୁଠୁ ବିରଳ ବେଶ ନାଗାର୍ଜ୍ଜୁନ ବେଶ ସମୟରେ ସେ ଫୁଲମାଳ, ଟାହିଆ ଯୋଗାଇ ଦେଇଥିଲେ। ଶ୍ରୀଜିଉଙ୍କର ସ୍ନାନ ପୂର୍ଣ୍ଣିମା, ହାତୀ ବେଶ, ଗଜ ଉଦ୍ଧାରଣ ବେଶ, କୃଷ୍ଣ ବଳରାମ ବେଶ, ପଦ୍ମବେଶ, ଡାଳିକିଆ ବେଶ ମଧ୍ୟ ସେ ପ୍ରସ୍ତୁତ କରିଥାନ୍ତି। ତା’ଛଡ଼ା ସ୍ନାନପୂର୍ଣ୍ଣିମା ଠାରୁ…
ଭୁବନେଶ୍ୱର: ଯାଜପୁର ନିର୍ବାଚନ ମଣ୍ଡଳୀର ଯୁବନେତା ତଥା ବିଜେପି ଯୁବମୋର୍ଚ୍ଚାର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସୌମ୍ୟ ରଞ୍ଜନ ଧଳ ଏବଂ ଯାଜପୁର ଜିଲ୍ଲା ବିଜେପି ଯୁବ ମୋର୍ଚ୍ଚାର ସାଧାରଣ ସମ୍ପାଦକ ହୃଷିକେଶ ମେକାପଙ୍କ ନେତୃତ୍ୱରେ ଶତାଧିକ ବିଜେପି କର୍ମକର୍ତ୍ତା ଓ କର୍ମୀ ଆଜି ଶଙ୍ଖଭବନଠାରେ ବିଜୁ ଜନତା ଦଳ ସାଧାରଣ ସମ୍ପାଦକ ଶ୍ରୀ ମାନସ ରଞ୍ଜନ ମଙ୍ଗରାଜଙ୍କ ଉପସ୍ଥିତିରେ ବିଜେଡିରେ ସାମିଲ ହୋଇଛନ୍ତି। ଏହି ଅବସରରେ ରାଜ୍ୟସଭା ସାଂସଦ ଶ୍ରୀ ସସ୍ମିତ ପାତ୍ର, ଗଣମାଧ୍ୟମ ସଂଯୋଜକ ଡକ୍ଟର ପ୍ରିୟବ୍ରତ ମାଝୀ ଉପସ୍ଥିତ ରହି ସମସ୍ତ ବିଜେପି କର୍ମକର୍ତ୍ତା ଓ କର୍ମୀଙ୍କୁ ଉପଢୌକନ ଦେଇ ଦଳକୁ ସ୍ୱାଗତ କରିଥିଲେ। ଏହି ଅବସରେ ବିଜେଡ଼ିରେ ସାମିଲ୍ ହୋଇଥିବାଶ୍ ରୀ ଧଳ ଏବଂ ଶ୍ରୀ ମେକାପ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ବିକାଶମୂଳକ କାର୍ଯ୍ୟକ୍ରମ ଓ ସାଙ୍ଗଠନିକ ସମ୍ପାଦକ ଶ୍ରୀ ପ୍ରଣବ ପ୍ରକାଶ ଦାସଙ୍କ କାର୍ଯ୍ୟଧାରାରେ ଅନୁପ୍ରାଣିତ ହୋଇ ବିଜେଡିରେ ଯୋଗ ଦେବା…
ଭୁବନେଶ୍ୱର: ଚୀନର ହ୍ୱାଙ୍ଗଝୋରେ ଚାଲିଥିବା ଏସୀୟ କ୍ରୀଡ଼ାରେ ସ୍ୱର୍ଣ୍ଣ ପଦକ ଜିତିଥିବା ଭାରତୀୟ ମହିଳା କ୍ରିକେଟ ଦଳକୁ ଅଭିନନ୍ଦନ ଜଣାଇଛନ୍ତି ନିତା ଅମ୍ବାନି। ଶ୍ରୀଲଙ୍କାକୁ ଫାଇନାଲରେ ୧୯ ରନରେ ହରାଇ ଏସୀୟ କ୍ରୀଡା ବିଜେତା ହୋଇଛି ଭାରତୀୟ ମହିଳା କ୍ରିକେଟ ଦଳ। ଏହି ଅବସରରେ ନିତା ଅମ୍ବାନି କହିଛନ୍ତି “ଏସିଆନ ଗେମ୍ସରେ ସ୍ୱର୍ଣ୍ଣ ପଦକ ବିଜୟୀ ହୋଇଥିବା ଟିମ ଇଣ୍ଡିଆକୁ ଅଭିନନ୍ଦନ! ଏହି ଐତିହାସିକ ବିଜୟକୁ ନେଇ ଦେଶ ଗର୍ବିତ ହୋଇଛି ଏବଂ ଏହା ଆଗାମୀ ପିଢିଙ୍କୁ ପ୍ରେରିତ କରିବା। ଆମ ମହିଳା ଦଳ ପୁଣି ଥରେ କରି ଦେଖାଇଛି ଯେ ସଠିକ ଭାବନା, ସମର୍ଥନ, ବିଶ୍ୱାସ ଓ ସାମୁହିକ ଭାବନା ବଳରେ ସେମାନେ ଅଜେୟ ଅଟନ୍ତି। ଭାରତରେ ମହିଳା କ୍ରିକେଟ ପାଇଁ ଚଳିତ ବର୍ଷ ଏକ ଉଲ୍ଲେଖନୀୟ ବର୍ଷ ରହିଛି ଯାହାର ଆରମ୍ଭ ଟି୨୦ ବିଶ୍ୱକପରେ ଟିମ ର ଚମତ୍କାର ପ୍ରଦର୍ଶନ ସହିତ ହୋଇଥିଲା। ଏହାପରେ ଐତିହାସିକ ଡବ୍ଲୁପିଏଲ ଏବଂ…
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ଏକ ଆଲେଖ୍ୟ ମାଧ୍ୟମରେ ସ୍ୱୀକାର କରିଛନ୍ତି ଯେ, ନାରୀ ଶକ୍ତି ବନ୍ଦନ ଅଧିନିୟମ ନୀତି ଏବଂ ଆଇନ ନିର୍ମାଣରେ ମହିଳାଙ୍କ ଭାଗିଦାରୀରେ ଏକ ବଡ଼ ବାଧା ଦୂର କରି ସମାବେଶୀ ଶାସନରେ ଏକ ନୂଆ ଯୁଗ ଆରମ୍ଭ କରିବ। ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ଏକ୍ସ ପୋଷ୍ଟ ସେୟାର କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ‘ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ବର୍ଣ୍ଣନା କରିଛନ୍ତି କିପରି ସଦ୍ୟ ପାସ୍ ହୋଇଥିବା ନାରୀ ଶକ୍ତି ବନ୍ଦନ ଅଧିନିୟମ ସମାବେଶୀ ଶାସନର ଏକ ନୂଆ ଯୁଗ ଆରମ୍ଭ କରିଥାଏ’।
ନୂଆଦିଲ୍ଲୀ: ବଲିଉଡର ବରିଷ୍ଠ ଅଭିନେତ୍ରୀ ୱାହିଦା ରେହମାନଙ୍କୁ ଦାଦାସାହେବ ଫାଲକେ ପୁରସ୍କାରରେ ସମ୍ମାନିତ କରାଯିବ। ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର ଏହି ଘୋଷଣା କରିଛନ୍ତି। ସେ ସୋସିଆଲ ମିଡିଆରେ ଲେଖିଛନ୍ତି ଯେ, ଅଭିନେତ୍ରୀ ୱାହିଦା ରେହମାନ ଚଳିତ ବର୍ଷ ଦାଦାସାହେବ ଫାଲକେ ଲାଇଫ ଟାଇମ ଆଚିଭମେଣ୍ଟ ଆୱାର୍ଡ ପାଇଁ ମନୋନୀତ ହୋଇଛନ୍ତି। ଅଭିନେତ୍ରୀ ୱାହିଦା ରେହମାନ ‘ଗାଇଡ୍’, ପ୍ୟାସା’, ‘କାଗାଜ୍ କେ ଫୁଲ୍’ ଏବଂ ‘ଚୌଦହମ୍ବୀ କା ଚାନ୍ଦ’ ଭଳି ଚଳଚ୍ଚିତ୍ରରେ ତାଙ୍କର ଦମଦାର ଅଭିନୟ ପାଇଁ ଜଣାଶୁଣା। ଉଲ୍ଲେଖ ଯୋଗ୍ୟ ଯେ, ୱାହିଦା ରେହମାନ ତାଙ୍କ କ୍ୟାରିୟରରେ ଅନେକ ସୁପରହିଟ୍ ଫିଲ୍ମ ଦେଇଛନ୍ତି। ସେ ଭାରତର ସର୍ବକାଳୀନ ଶ୍ରେଷ୍ଠ ଅଭିନେତ୍ରୀମାନଙ୍କ ମଧ୍ୟରୁ ଜଣେ ବିବେଚିତ ହୁଅନ୍ତି। ୱାର୍କ ଫ୍ରଣ୍ଟ ବିଷୟରେ କହିବାକୁ ଗଲେ, ସେ ଶେଷ ଥର ପାଇଁ ୨୦୨୧ ମସିହାରେ ମୁକ୍ତିଲାଭ କରିଥିବା ‘ସ୍କାଟର୍ ଗାର୍ଲ’ରେ ଦେଖିବାକୁ ମିଳିଥିଲେ। ୱାହିଦା ରେହମାନଙ୍କ ବିଷୟରେ… ୱାହିଦା ରେହମାନ,…
ଭୋପାଳ: ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ଜୟନ୍ତୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟପ୍ରଦେଶରେ ଏମିତି ରାଜନୈତିକ ଗୁଗୁଲି ଫିଙ୍ଗିଛନ୍ତି ଯେ ଗୋଟିଏ ଓଭରରେ ୪ ୱିକେଟ୍ ନେଇଥିବା ସିରାଜ ମଧ୍ୟ ସମକକ୍ଷ ହୋଇପାରିବେ ନାହିଁ। ଦିନରେ ମୁଖ୍ୟମନ୍ତ୍ରୀ ଶିବରାଜଙ୍କୁ ଦ୍ୱାଦଶ ଖେଳାଳି କରିବାକୁ ସଙ୍କେତ ଦେଇଥିବାବେଳେ ସନ୍ଧ୍ୟାରେ ୱିକେଟ୍ ରକ୍ଷକଙ୍କୁ ବ୍ୟାଟିଂ ପାଇଁ କ୍ରିଜକୁ ପଠାଯାଇଥିଲା। ଏହାବ୍ୟତୀତ ସେ ଟିମ୍ ମ୍ୟାନେଜରଙ୍କୁ ‘ଖେଳାଳି’ ମଧ୍ୟ କରିଥିଲେ। ମୋଦିଙ୍କ ଏହି କାରିଗରୀରେ କଂଗ୍ରେସ ଚକିତ ହୋଇଛି। କିନ୍ତୁ ନିଜ ଦଳର ନେତାମାନେ ମଧ୍ୟ କିଛି ବୁଝି ପାରୁନାହାନ୍ତି। ସେମାନେ ପିଚର ଲାଇନ ଦେଖୁଥିବାବେଳକୁ ସେମାନଙ୍କ ଗିଲ୍ ଭାଙ୍ଗି ଯାଇଥିଲା। ପ୍ରଥମ ଦିନର ଘଟଣା ଏମିତି। ଦୀନଦୟାଲ ଉପାଧ୍ୟାୟଙ୍କ ଜୟନ୍ତୀ ଅବସରରେ ନରେନ୍ଦ୍ର ମୋଦି ଭୋପାଳ ଆସି କର୍ମକର୍ତ୍ତା ମହାକୁମ୍ଭକୁ ସମ୍ବୋଧିତ କରିଥିଲେ। କୋଟି କୋଟି ଟଙ୍କା ବ୍ୟୟରେ ଡକାଯାଇଥିବା ଏହି ସମ୍ମିଳନୀରେ ୧୦ ଲକ୍ଷ ବିଜେପି କର୍ମୀ ଏକତ୍ରିତ ହୋଇଥିବା କୁହାଯାଉଛି। କିନ୍ତୁ…
ନୂଆଦିଲ୍ଲୀ: ଏହା ୧୯୮୦ ଦଶକର ଏକ କାହାଣୀ। ପଞ୍ଜାବରେ କାନାଡା ପଳାଇ ଆସିଥିବା ଦୁଇ ଜଣ ପୁଲିସ ଅଧିକାରୀଙ୍କ ହତ୍ୟା ମାମଲାରେ ଖଲିସ୍ତାନୀ ତଲବିନ୍ଦର ସିଂହ ପରମାରଙ୍କ ନାମ ସାମ୍ନାକୁ ଆସିଥିଲା। ଜଷ୍ଟିନ ଟ୍ରୁଡୋଙ୍କ ପିତା ଥିଲେ ପିୟର ଟ୍ରୁଡୋ, ଯିଏ କି ସେତେବେଳେ କାନାଡାର ପ୍ରଧାନମନ୍ତ୍ରୀ ଥିଲେ। ତାଲବିନ୍ଦରଙ୍କୁ ଭାରତକୁ ହସ୍ତାନ୍ତର କରିବାକୁ ପିୟର ଟ୍ରୁଡୋଙ୍କୁ କହିଥିଲେ ଇନ୍ଦିରା ଗାନ୍ଧୀ। ଟ୍ରୁଡୋ ସ୍ପଷ୍ଟ ମନା କରିଦେଇଥିଲେ। ଏହାକୁ ନେଇ ଇନ୍ଦିରା ମଧ୍ୟ ଅସନ୍ତୋଷ ପ୍ରକାଶ କରିଥିଲେ। ଏହାର ୩ ବର୍ଷ ପରେ ୧୯୮୫ ମସିହା ଜୁନ୍ ମାସରେ ଏୟାର ଇଣ୍ଡିଆର କନିଷ୍କ ବିମାନ କାନାଡାର ମଣ୍ଟ୍ରିଆଲରୁ ଉଡ଼ାଣ ଭରିଥିଲା। ଏହା ଲଣ୍ଡନ ଦେଇ ବମ୍ବେ ଯିବାର ଥିଲା। ବାଟରେ ଏହି ବିମାନ ବିସ୍ଫୋରଣ ହୋଇଥିଲା। ୨୭୦ ଜଣ କାନାଡାବାସୀଙ୍କ ସମେତ ସମୁଦାୟ ୩୨୯ ଜଣଙ୍କର ମୃତ୍ୟୁ ଘଟିଥିଲା। ଏହି ଆକ୍ରମଣ ଖାଲିସ୍ତାନୀମାନେ କରିଥିଲେ ଏବଂ ଏହାର ମାଷ୍ଟରମାଇଣ୍ଡ ଥିଲେ ତଲବିନ୍ଦର…
ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରତିଷ୍ଠିତ ବିଶ୍ୱ ଦକ୍ଷତା କେନ୍ଦ୍ରରେ ୨୦୨୩-୨୪ ବ୍ୟାଚରେ ନାମଲେଖା ପାଇଁ ଅନଲାଇନ ମାଧ୍ୟମରେ ସାର୍ଟିଫିକେଟ ଓ ଆବଶ୍ୟକ ବିଭିନ୍ନ ପ୍ରମାଣପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହେବାକୁ ଯାଉଛି। ଅନଲାଇନ ଜରିଆରେ ଏହି ପ୍ରମାଣପତ୍ର ଦାଖଲ ପ୍ରକ୍ରିୟା ଆଜିଠାରୁ ଦିନ ୧୧ଟାରୁ ଆରମ୍ଭ ହୋଇଛି। ଏହା ସେପ୍ଟେମ୍ବର ୩୦ ତାରିଖ ରାତି ୧୧ଟା ପର୍ଯ୍ୟନ୍ତ ଖୋଲା ରହିବ। ଏହି ନିର୍ଦ୍ଧାରିତ ସମୟ ଭିତରେ ପ୍ରାର୍ଥୀମାନେ ସମସ୍ତ ପ୍ରମାଣପତ୍ର ଦାଖଲ କରିବାକୁ ବିଶ୍ୱ ଦକ୍ଷତା କେନ୍ଦ୍ର ପକ୍ଷରୁ କୁହାଯାଇଛି। “ସ୍କୁଲ ଅଫ୍ ଇଞ୍ଜିନିୟରିଂ’ ବିଭାଗରେ ଅନଲାଇନ ପ୍ରବେଶିକା ପରୀକ୍ଷା ଦେଇ ପରବର୍ତ୍ତି ପର୍ଯ୍ୟାୟକୁ ଉତ୍ତୀର୍ଣ୍ଣ ହୋଇଥିବା ପ୍ରାର୍ଥୀ ଏବଂ “ସ୍କୁଲ ଅଫ୍ ସର୍ଭିସେସ୍” ବିଭାଗରେ ଆବେଦନ କରିଥିବା ସମସ୍ତ ପ୍ରାର୍ଥୀ ଏହି ନିର୍ଦ୍ଧାରିତ ସମୟ ଭିତରେ ଅନଲାଇନରେ ଆବଶ୍ୟକ ପ୍ରମାଣପତ୍ର ଦାଖଲ କରିପାରିବେ। ବିଶ୍ୱ ଦକ୍ଷତା କେନ୍ଦ୍ରର ୱେବସାଇଟରେ www.worldskillcenter.org ଦିଆଯାଇଥିବା ଲିଙ୍କରେ କ୍ଲିକ୍ କରି ପ୍ରାର୍ଥୀମାନେ ଆବଶ୍ୟକ…
ନୂଆଦିଲ୍ଲୀ: ଭାରତ ପକ୍ଷରୁ ପ୍ରମାଣ ଉପସ୍ଥାପନ କରାଯିବ ଯେ, ହରିଦୀପ ସିଂ ନିଜର ଜଣେ ଖାଲିସ୍ତାନୀ ଆତଙ୍କବାଦୀ। ନ୍ୟାସନାଲ ଇନଭେଷ୍ଟିଗେସନ୍ ଏଜେନ୍ସି (ଏନଆଇଏ) ର ଚାର୍ଜସିଟରେ ଏହା ପ୍ରକାଶ ପାଇଛି ଯେ, ନିଜର୍ ଖାଲିସ୍ତାନ ଟାଇଗର ଫୋର୍ସର ମୁଖ୍ୟ ଥିଲେ। ତାଙ୍କ ଆତଙ୍କବାଦୀ କାର୍ଯ୍ୟକଳାପରେ ନିଜରଙ୍କୁ କାନାଡାରେ ଆଶ୍ରୟ ପାଇଁ ଅର୍ଶ ଢଲା ସାହାଯ୍ୟ କରିଥିଲେ। ଅର୍ଶ ଏବଂ ନିଜର ମିଳିତ ଭାବେ କାନାଡାରୁ ‘ଆତଙ୍କବାଦୀ କମ୍ପାନୀ’ ଚଳାଉଥିଲେ। ନିକଟରେ ଭାରତ ସରକାରଙ୍କ ଦ୍ୱାରା ଏକ ଗେଜେଟ ବିଜ୍ଞପ୍ତି ଜାରି କରାଯାଇଥିଲା। ଏଥିରେ ଅର୍ଶ ଏବଂ ହରିଦୀପ ସିଂ ନିଜରଙ୍କୁ ବିଶ୍ୱ ଆତଙ୍କବାଦୀ ଘୋଷିତ କରାଯାଇଥିଲା। ଗେଜେଟ୍ ନୋଟିଫିକେସନ୍ S.O.105 (E) ରେ କୁହାଯାଇଛି ଯେ, କାନାଡାରେ ବସିଥିବା ଅର୍ଶ ଢଲ୍ଲା ଏବଂ ହରିଦୀପ ସିଂ ନିଜର ଖଲିସ୍ତାନ ଟାଇଗର ଫୋର୍ସର ଆତଙ୍କବାଦୀ ଅଟନ୍ତି। କୁହାଯାଇଥିଲା ଯେ, ଅର୍ଶ ଖାଲିସ୍ତାନୀ ଆତଙ୍କବାଦୀ ହରିଦୀପ ସିଂ ନିଜରଙ୍କ ଅତି ନିକଟତର ଥିଲେ। କାନାଡାରୁ…
ନୂଆଦିଲ୍ଲୀ: ବାଂଲାଦେଶର ବୈଦେଶିକ ମନ୍ତ୍ରୀଙ୍କ ପରେ ବର୍ତ୍ତମାନ ଶ୍ରୀଲଙ୍କାର ବୈଦେଶିକ ମନ୍ତ୍ରୀ ଅଲି ସାବ୍ରି ମଧ୍ୟ ଭାରତ-କାନାଡା ବିବାଦରେ ଭାରତକୁ ସମର୍ଥନ କରିଛନ୍ତି ଏବଂ କାନାଡାକୁ ନିନ୍ଦା କରିଛନ୍ତି। ନ୍ୟୁଜ୍ ଏଜେନ୍ସି ANI କୁ ଅଲି ସାବ୍ରି କହିଛନ୍ତି ଯେ, “କିଛି ଆତଙ୍କବାଦୀ କାନାଡାରେ ସୁରକ୍ଷିତ ସ୍ଥାନ ପାଇଛନ୍ତି। କାନାଡାର ପ୍ରଧାନମନ୍ତ୍ରୀ କୌଣସି ପ୍ରମାଣ ବିନା କିଛି ଅପମାନଜନକ ଅଭିଯୋଗ ଆଣିଛନ୍ତି। ସେ ଶ୍ରୀଲଙ୍କା ପାଇଁ ମଧ୍ୟ ସମାନ କାର୍ଯ୍ୟ କରି କହିଛନ୍ତି। ଏହା କୁହାଯାଇଥିଲା କି ଶ୍ରୀଲଙ୍କାରେ ନରସଂହାର ହୋଇଥିଲା। ଏହା ଏକ ଭୟଙ୍କର, ଖୋଲା ମିଛ। ସମସ୍ତେ ଜାଣନ୍ତି ଯେ, ଆମ ଦେଶରେ କୌଣସି ନରସଂହାର ହୋଇ ନାହିଁ।” ‘ମୁଦ୍ରାସ୍ଫୀତି ମୁକାବିଲା କରିବାରେ ଭାରତ ସାହାଯ୍ୟ କରିଥିଲା’: ଶ୍ରୀଲଙ୍କାର ସାମ୍ପ୍ରତିକ ପରିସ୍ଥିତି ଏବଂ ଭାରତର ସହାୟତା ସମ୍ପର୍କରେ ଶ୍ରୀଲଙ୍କାର ବୈଦେଶିକ ମନ୍ତ୍ରୀ ଅଲି ସାବ୍ରି କହିଛନ୍ତି ଯେ, ‘ଗତ ବର୍ଷ ତୁଳନାରେ ସ୍ଥିତି ବହୁତ ଭଲ। ମୁଦ୍ରାସ୍ଫୀତି ହ୍ରାସ…
ବାଣପୁର (ସୀତାରାମ ଅଗ୍ରୱାଲ): ଖୋର୍ଦ୍ଧା ଜିଲ୍ଲା ବାଣପୁରସ୍ଥିତ ପ୍ରସିଦ୍ଧ ଶକ୍ତିପିଠ ମା’ ଭଗବତୀ ମନ୍ଦିରକୁ ରାଜ୍ୟର କୋଣ ଅନୁକୋଣରୁ ପ୍ରତ୍ୟହ ହଜାର ହଜାର ଭକ୍ତ ଆସିଥାନ୍ତି। ନିକଟରେ ଉକ୍ତ ମନ୍ଦିରକୁ ୫-ଟି ରେ ସାମିଲ କରାଯାଇଥିବା ବେଳେ ଏହାର ଉନ୍ନତି ପାଇଁ କୋଟି କୋଟି ଟଙ୍କାର ଅର୍ଥ ବ୍ୟୟବରାଦ ହୋଇଛି। ସାଧାରଣତଃ ମା’ ଭଗବତୀ ମନ୍ଦିରଟି ଦକ୍ଷେଶ୍ୱର-ଭଗବତୀ ଏଣ୍ଡାଓମେଣ୍ଟ ଦ୍ୱାରା ପରିଚାଳିତ ହୋଇଥିବାବେଳେ ଉକ୍ତ ପରିଚାଳନା କମିଟିର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ଉପରେ ସମସ୍ତ ଦାଇତ୍ୱ ନ୍ୟସ୍ତ। ତେବେ ଆଜି ଉକ୍ତ ମନ୍ଦିର ପରିସରରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ଯାହାକି କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ମାନସିକତାକୁ ପଦାରେ ପକାଇଛି। ଖୋଦ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏକାଧିକ ଚପଲ ଦେଖିବାକୁ ମିଳିଛି। ତେବେ ଏଠି ପ୍ରଶ୍ନ ଉଠୁଛି ସାଧାରଣ ଭକ୍ତଙ୍କ ପାଇଁ ଗୋଟେ ନିୟମ ଏବଂ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ପାଇଁ ଅଲଗା ନିୟମ କି? କାରଣ ଯେହେତୁ ମା’ ଭଗବତୀ ମନ୍ଦିର…
ନୂଆଦିଲ୍ଲୀ: କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟ ଅଧୀନ ଜାତୀୟ ଆଦିବାସୀ ଛାତ୍ର ସୋସାଇଟୀ (ଏନଇଏସଟିଏସ୍) ଆନ୍ଧ୍ରପ୍ରଦେଶ, ଗୁଜରାଟ, ମଧ୍ୟପ୍ରଦେଶ, ଓଡ଼ିଶା, ରାଜସ୍ଥାନ ଏବଂ ତେଲଙ୍ଗାନାରେ ଥିବା ୫୪ଟି ଏକଲବ୍ୟ ମଡେଲ ଆବାସିକ ବିଦ୍ୟାଳୟ (ଇଏମଆରଏସ)ରେ ‘ଆମାଜନ ଫ୍ୟୁଚର ଇଞ୍ଜିନିୟର ପ୍ରୋଗ୍ରାମ’ର ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ କରିଛି। ଦ୍ୱିତୀୟ ପର୍ଯ୍ୟାୟରେ ଆଡଭାନ୍ସ ବ୍ଲକ ପ୍ରୋଗ୍ରାମିଂ ଓ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ପାଠ୍ୟକ୍ରମ ଅନ୍ତର୍ଭୁକ୍ତ ହେବ। ଆଦିବାସୀ ବ୍ୟାପାର ସଚିବ ଅନିଲ କୁମାର ଝା ଆଜି ନୂଆଦିଲ୍ଲୀଠାରେ ତିନିଦିନିଆ ଶିକ୍ଷକ ପ୍ରଶିକ୍ଷଣ କର୍ମଶାଳା ତଥା ଇଏମଆରଏସ କୋଡର୍ସ ଏକ୍ସପୋକୁ ଉଦଘାଟନ କରିଛନ୍ତି ଯାହାକି ଗତ ଶିକ୍ଷାବର୍ଷରେ ଇଏମଆରଏସର ଶ୍ରେଷ୍ଠ ୨୦ଟି କୋଡିଂ ପ୍ରକଳ୍ପର ଏକ ପ୍ରଦର୍ଶନୀ। ପୂର୍ବ ବର୍ଷର କାର୍ଯ୍ୟକାରିତାର ଉତ୍ସାହଜନକ ଫଳାଫଳ ଆଧାରରେ ସଂଶୋଧିତ ମଡ୍ୟୁଲରେ ଏକ ନିର୍ଦ୍ଦିଷ୍ଟ କୋଡିଂ ଏବଂ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ସମ୍ବନ୍ଧୀୟ ପାଠ୍ୟକ୍ରମ ପ୍ରଚଳନ କରାଯିବ ଯାହା ସିବିଏସଇ ଦକ୍ଷତା ଶିକ୍ଷା ସହିତ ସମାନ । ଏହା କୋଡିଂ,…
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୬-୨୭ ସେପ୍ଟେମ୍ବର ୨୦୨୩ ଦୁଇଦିନ ଧରି ଗୁଜରାଟ ଗସ୍ତ କରିବେ। ସେପ୍ଟେମ୍ବର ୨୭ ପୂର୍ବାହ୍ନ ଦଶଟା ବେଳେ ପ୍ରଧାନମନ୍ତ୍ରୀ ଭାଇବ୍ରାଣ୍ଟ ଗୁଜରାଟ ବୈଶ୍ବିକ ଶିଖର ବୈଠକରେ ୨୦ ବର୍ଷ ପୂର୍ତ୍ତି ସମାରୋହ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ। ତା’ପରେ ପ୍ରାୟ ୧୨ଟା ୪୫ ମିନିଟରେ ପ୍ରଧାନମନ୍ତ୍ରୀ ବୋଦେଲୀ ଓ ଛୋଟା ଉଦୟପୁର ପହଂଚି ସେଠାରେ ୫୨୦୦ କୋଟି ଟଙ୍କାରୁ ଅଧିକ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିବେ। କମ୍ପିତ ଗୁଜରାଟ ବୈଶ୍ବିକ ଶିଖର ସମ୍ମିଳନୀର ୨୦ ବର୍ଷ ବିଜ୍ଞାନ ନଗରୀ ଅହମ୍ମଦାବାଦରେ ପ୍ରଧାନମନ୍ତ୍ରୀ କମ୍ପିତ ଗୁଜରାଟ ବୈଶ୍ବିକ ଶିଖର ସମ୍ମିଳନୀର ୨୦ ବର୍ଷ ପୂର୍ତ୍ତି ସମାରୋହରେ ଅଂଶଗ୍ରହଣ କରିବେ। ଏଠାରେ ଶିଳ୍ପ ସଂଘ, ବ୍ୟବସାୟ ବାଣିଜ୍ୟ କ୍ଷେତ୍ରରେ ଥିବା ଖ୍ୟାତନାମା ବ୍ୟକ୍ତିଗଣ, ଉଚ୍ଚ ଓ ବୈଷୟିକ ମହାବିଦ୍ୟାଳୟ ଛାତ୍ରଛାତ୍ରୀମାନେ ଅଂଶଗ୍ରହଣ କରିବେ। ତତ୍କାଳୀନ ମୁଖ୍ୟମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଦୂରଦୃଷ୍ଟି ସମ୍ପନ୍ନ ନେତୃତ୍ବରେ କମ୍ପିତ ଗୁଜରାଟ ବୈଶ୍ବିକ…

