Author: Samikhsya Bureau

ଭୁବନେଶ୍ୱର: ଓଡ଼ିଶା ସରକାରଙ୍କ ଦ୍ୱାରା ଆରମ୍ଭ ହୋଇଥିବା ଷ୍ଟାର୍ଟଅପ୍ ଯାତ୍ରା ଏବଂ ଏକ୍ସପ୍ରେସ୍ ଆଜି ଓଡିଶାର ୩ଟି ପ୍ରମୁଖ ଜିଲ୍ଲା ସୋନପୁର, ଗଜପତି ଏବଂ ବାଲେଶ୍ୱର ପହଁଂଚି ଷ୍ଟାର୍ଟଅପ୍ ଆଇଡିଆ ସଂଗ୍ରହ କରିଛି। ଏହି ଯାତ୍ରା ଅର୍ନ୍ତଗତ ଭ୍ୟାନ ଗୁଡିକ ଆଜି ସମୁଦାୟ ୧୨ଟି କଲେଜ ଏବଂ ୩ଟି ସ୍କୁଲ ଗସ୍ତ କରି ୧୩୦୮ ଛାତ୍ରଙ୍କ ଠାରୁ ୧୫୩ଟି ଆଇଡିଆ ସଂଗ୍ରହ କରିଛି। ଆଜି ଏହି ଯାତ୍ରା ବାଲେଶ୍ୱର ବାଲେଶ୍ଵର ଜିଲ୍ଲାର ୫ଟି କଲେଜ ଯଥା ଆରଜେ ସ୍କୁଲ ଅଫ ମ୍ୟାନେଜମେଂଟ ଷ୍ଟଡିଜ୍‌, ସାଗର କଲେଜ୍ ଅଫ୍ ସାଇନ୍ସ, ଫକୀର ମୋହନ ବିଶ୍ୱବିଦ୍ୟାଳୟ, ରେମୁଣା ଡିଗ୍ରୀ କଲେଜ ଏବଂ ବାଲେଶ୍ୱର ସରକାରୀ ଆଇଟିଆଇ ଗସ୍ତ କରିଛି। ଏହା ସହ ଗଜପତି ଜିଲ୍ଲାରେ ୪ଟି କଲେଜ ପର୍ଶୁରାମ ଗୁରୁକୁଳ ଡିଗ୍ରୀ କଲେଜ, ସେନ୍‌ଚୁରିଆନ ୟୁନିଭରସିଟି ଅଫ୍ ଟେକ୍ନୋଲୋଜି ଏଣ୍ଡ ମ୍ୟାନେଜ୍‌ମେଣ୍ଟ, ଏସକେସିଜି ଅଟୋନୋମସ୍ କଲେଜ ଏବଂ ସରକାରୀ ଆଇଟିଆଇ(ଗୁମ୍ମା),ଏହା ବ୍ୟତିତ ସୁବର୍ଣ୍ଣପୁର ଜିଲ୍ଲାର…

Read More

ନୂଆଦିଲ୍ଲୀ: ହରଡ଼ ଓ ବିରି ଡାଲି ସଂକ୍ରାନ୍ତରେ ଅତ୍ୟାବଶ୍ୟକ ସାମଗ୍ରୀ ଆଇନ, ୧୯୫୫ ଅଧୀନରେ ପ୍ରଚଳିତ ଷ୍ଟକ୍ ସୀମାର ଅବଧିକୁ ସରକାର ୩୦ ଅକ୍ଟୋବର, ୨୦୨୩ ରୁ ୩୧ ଡିସେମ୍ବର, ୨୦୨୩ କୁ ବୃଦ୍ଧି କରିଛନ୍ତି ଏବଂ କେତେକ ଷ୍ଟକ୍ ହୋଲ୍ଡିଂ ସଂସ୍ଥା ପାଇଁ ଷ୍ଟକ୍ ହୋଲ୍ଡିଂ ସୀମା ମଧ୍ୟ ସଂଶୋଧନ କରିଛନ୍ତି। ଆଜି ଜାରି ହୋଇଥିବା ବିଜ୍ଞପ୍ତି ଅନୁଯାୟୀ, ଡିପୋରେ ହୋଲସେଲର ଏବଂ ବଡ଼ ଶୃଙ୍ଖଳାର ଖୁଚୁରା ବେପାରୀ ମାନଙ୍କ ସହିତ ଷ୍ଟକ୍ ସୀମା ୨୦୦ ମେଟ୍ରିକ୍ ଟନ୍‌ରୁ ୫୦ ମେଟ୍ରିକ୍ ଟନ୍‌କୁ ହ୍ରାସ କରାଯାଇଛି ଏବଂ ମିଲର ମାନଙ୍କ ପାଇଁ ସୀମା ଗତ ୩ ମାସର ଉତ୍ପାଦନ କିମ୍ବା ବାର୍ଷିକ କ୍ଷମତାର ୨୫% ରୁ କମ୍ କରି ଦିଆଯାଇଛି, ଯାହା ବିଗତ ୧ ମାସର ଉତ୍ପାଦନ କିମ୍ବା ବାର୍ଷିକ କ୍ଷମତାର ୧୦%, ଯାହା ତନ୍ମଧ୍ୟରୁ ଅଧିକ ଥିବ। ଷ୍ଟକ ସୀମାରେ ସଂଶୋଧନ ଏବଂ ସମୟ ଅବଧି ବୃଦ୍ଧି ହେଉଛି…

Read More

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀର ଭାରତ ମଣ୍ଡପମ ଠାରେ ଅପରାହ୍ନ ୪ଟା ବେଳେ ଜି-୨୦ ବିଶ୍ବବିଦ୍ୟାଳୟର ସମାପନ ସମାରୋହକୁ ସମ୍ବୋଧିତ କରିବେ। ଜି-୨୦ ଜନଭାଗିଦାରୀ ଆନ୍ଦୋଳନରେ ରେକର୍ଡ ସଂଖ୍ୟକ ପାଞ୍ଚ କୋଟିରୁ ଅଧିକ ଯୁବକ-ଯୁବତୀ ବିଭିନ୍ନ ବିଦ୍ୟାଳୟ, ଉଚ୍ଚଶିକ୍ଷା ଅନୁଷ୍ଠାନ ଓ କୌଶଳ ବିକାଶ ପ୍ରତିଷ୍ଠାନରେ ଅଧ୍ୟାୟରତ ଅଛନ୍ତି। ଜି-୨୦ ବିଶ୍ବବିଦ୍ୟାଳୟ ଭାରତରେ ଜି-୨୦ ଅଧ୍ୟକ୍ଷତା ନେଇ ଯୁବାଗୋଷ୍ଠୀଙ୍କୁ ସଚେତନ କରାଇବା ସହ ଏହାର ବିଭିନ୍ନ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବା ଉଦେଶ୍ୟରେ ପଦକ୍ଷେପ ନେଇଥିଲା। ଭାରତ ବ୍ୟାପୀ ଏକ ଲକ୍ଷ ଛାତ୍ରଛାତ୍ରୀ ବିଶ୍ବବିଦ୍ୟାଳୟରୁ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଦେଶ ସ୍ବାଧୀନର ୭୫ ବର୍ଷ ସ୍ମାରକୀ ପାଇଁ ପ୍ରଥମେ ୭୫ଟି ବିଶ୍ବବିଦ୍ୟାଳୟ ପାଇଁ ପ୍ରଥମେ ଯୋଜନା ହୋଇଥିଲେ ମଧ୍ୟ ପରେ ଏହା ୧୦୧କୁ ବୃଦ୍ଧି ପାଇଥିଲା। ଜି-୨୦ ବିଶ୍ବବିଦ୍ୟାଳୟ ସଂଯୋଗୀକରଣ ପଦକ୍ଷେପ ସ୍ବରୂପ ଅନେକ କାର୍ଯ୍ୟକ୍ରମ ମାନ ଆୟୋଜିତ ହୋଇଥିଲା। ଉଚ୍ଚଶିକ୍ଷା ଅନୁଷ୍ଠାନରୁ ବ୍ୟାପକ ଅଂଶଗ୍ରହଣ ପରିଲକ୍ଷିତ ହୋଇଥିଲା।…

Read More

ଭୁବନେଶ୍ଵର: ପ୍ରତିଶ୍ରୁତି ପାଳନ କରିବାର ରେକର୍ଡ ଜାରି କରି ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଓଡିଶାର ପଶ୍ଚିମ ଏବଂ ଦକ୍ଷିଣ ଅଞ୍ଚଳ ଜିଲ୍ଲା ମାନଙ୍କରେ ରେଳ ସେବା ବୃଦ୍ଧି ପାଇଁ ତାଙ୍କର ପ୍ରତିବଦ୍ଧତାକୁ ପୁଣି ଥରେ ପ୍ରମାଣ କରିଛନ୍ତି। ବଲାଙ୍ଗୀର, ବରଗଡ, କଳାହାଣ୍ଡି, ରାୟଗଡା ଏବଂ ଅନ୍ୟାନ୍ୟ ଅଞ୍ଚଳର ଲୋକଙ୍କ ଦୀର୍ଘ ଦିନର ଚାହିଦା ପୂରଣ ହୋଇଛି। ଦକ୍ଷିଣ ଏବଂ ପଶ୍ଚିମ ଓଡିଶା ଲୋକଙ୍କୁ ବନାରସ ସହିତ ସଂଯୋଗ କରିବା ଏହି ପ୍ରୟାସର ଉଦ୍ଦେଶ୍ୟ। ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ବିକାଶ ହେଉଛି ଦକ୍ଷିଣ ଓଡ଼ିଶାର ଲୋକମାନଙ୍କ ପାଇଁ ବନାରସକୁ ଟ୍ରେନ୍ ସେବା ଯୋଗାଇବା। ଏହି ସଂଯୋଗର ଚାହିଦା ଅଶ୍ୱିନୀ ବୈଷ୍ଣବଙ୍କ ଜନ-ଆଶୀର୍ବାଦ ଯତ୍ରା ସମେତ ଏହି ଅଞ୍ଚଳ ଗସ୍ତ ସମୟରେ ସ୍ୱର ଉତ୍ତୋଳନ କରାଯାଇଥିଲା ଏବଂ ସେ ସେମାନଙ୍କର ଆବଶ୍ୟକତା ପୂରଣ ହେବ ବୋଲି ଲୋକଙ୍କୁ ଆଶ୍ୱାସନା ଦେଇଥିଲେ। କାଶୀ କୁ ରେଳ ସଂଯୋଗର ମହତ୍ବକୁ ଅବହେଳା କରାଯାଇପାରିବ ନାହିଁ, କାରଣ ଏହା…

Read More

ଭୁବନେଶ୍ୱର: ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲଠାରେ ସୋମବାର ବିଶ୍ୱ ଫାର୍ମାସିଷ୍ଟ ଦିବସ ପାଳନ ହୋଇଯାଇଛି। ଏହି ଅବସରରେ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଫାର୍ମାସିଷ୍ଟମାନଙ୍କର ଭୂମିକାକୁ ନେଇ ଗୁରୁତ୍ୱାରୋପ କରାଯାଇଛି। ଓଡିଶା ଫାର୍ମାସୀ କାଉନ୍‌ସିଲ୍‌ର ରେଜିଷ୍ଟ୍ରାର କମ ସମ୍ପାଦକ ସୁନିତା ରାଣୀ ପାତ୍ର ଏହି କାର୍ଯ୍ୟକ୍ରମରେ ମୁଖ୍ୟ ବକ୍ତା ଭାବେ ଯୋଗଦେଇ ବିଶ୍ୱ ଫାର୍ମାସିଷ୍ଟ ଦିବସରେ ସମସ୍ତଙ୍କୁ ଅଭିନନ୍ଦନ ଜଣାଇଥିଲେ। ଦେଶରେ ଉତ୍ପାଦିତ ହେଉଥିବା ଔଷଧର ୫୦ ପ୍ରତିଶତ ଔଷଧ ଭାରତକୁ ରପ୍ତାନି ହେଉଥିବାରୁ ଭାରତ ବିଶ୍ୱରେ ଔଷଧ ଦୋକାନ ଭାବେ ପରିଚିତ। ସେ ଏହି କାର୍ଯ୍ୟକ୍ରମରେ ସମସ୍ତ ଫାର୍ମାସିଷ୍ଟ ମାନଙ୍କୁ ଉଦ୍‌ବୋଧନ ଦେବା ସହିତ ସେ ଏହି ଦିବସ ପାଳନର ମହୂତ୍ୱ ବିଷୟରେ ବୁଝାଇଥିଲେ। ଭାରତୀୟ ଔଷଧ ଶିଳ୍ପ ସାରା ବିଶ୍ୱରେ ଜଣାଶୁଣା ଏବଂ ଭାରତୀୟ ଔଷଧ ସୁଲଭ ଓ ଫଳପ୍ରଦ ବୋଲି ଶ୍ରୀମତି ପାତ୍ର କହିଥିଲେ। ଏହି କାର୍ଯ୍ୟକ୍ରମରେ ହସ୍ପିଟାଲରେ ନିଯୁକ୍ତି ପାଇଥିବା ବହୁ ଫାର୍ମାସିଷ୍ଟ…

Read More

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏଏଜେଆଇ ପୂର୍ବାହ୍ନ ସାଢେ ୧୦ଟାରେ ଭିଡିଓ କନଫରେନ୍ସିଂ ଜରିଆରେ ନୂତନ ଭାବେ ନିଯୁକ୍ତି ପାଇଥିବା କର୍ମଚାରୀମାନଙ୍କୁ ପାଖାପାଖି ୫୧,୦୦୦ ନିଯୁକ୍ତି ପତ୍ର ବଣ୍ଟନ କରିବେ। ଏହି ଅବସରରେ ପ୍ରଧାନମନ୍ତ୍ରୀ ନବନିଯୁକ୍ତ ମାନଙ୍କୁ ସମ୍ବୋଧିତ କରିବେ। ରୋଜଗାର ମେଳା ସାରା ଦେଶରେ ୪୬ଟି ସ୍ଥାନରେ ଅନୁଷ୍ଠିତ ହେବ । ଏହି ପଦକ୍ଷେପ ଜରିଆରେ କେନ୍ଦ୍ର ସରକାରଙ୍କ ବିଭାଗ ତଥା ରାଜ୍ୟ ସରକାର/କେନ୍ଦ୍ରଶାସିତ ଅଞ୍ଚଳରେ ନିଯୁକ୍ତି ଦିଆଯାଉଛି। ଦେଶବ୍ୟାପୀ ଚୟନ ହୋଇଥିବା ନବନିଯୁକ୍ତ କର୍ମଚାରୀମାନେ ଡାକ ବିଭାଗ, ଭାରତୀୟ ଅଡିଟ୍ ଏବଂ ଆକାଉଣ୍ଟସ୍‍ ବିଭାଗ, ଆଣବିକ ଶକ୍ତି ବିଭାଗ, ରାଜସ୍ୱ ବିଭାଗ, ଉଚ୍ଚଶିକ୍ଷା ବିଭାଗ, ପ୍ରତିରକ୍ଷା ମନ୍ତ୍ରଣାଳୟ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ସମେତ ବିଭିନ୍ନ ମନ୍ତ୍ରଣାଳୟ/ବିଭାଗରେ ସରକାରଙ୍କ ସହ ଯୋଗ ଦେବେ। ରୋଜଗାର ମେଳା ହେଉଛି ନିଯୁକ୍ତି ସୃଷ୍ଟିକୁ ସର୍ବୋଚ୍ଚ ପ୍ରାଥମିକତା ଦେବା ପାଇଁ ପ୍ରଧାନମନ୍ତ୍ରୀଙ୍କ ପ୍ରତିଶ୍ରୁତି ପୂରଣ ଦିଗରେ ଏକ ପଦକ୍ଷେପ। ରୋଜଗାର ମେଳା ଅଧିକ ନିଯୁକ୍ତି ସୃଷ୍ଟିରେ ଏକ ଉତପ୍ରେରକ ଭାବରେ…

Read More

ମେଷ- କାରବାରରେ ସତର୍କତା ବ୍ୟବହାର କରନ୍ତୁ। ପରିସ୍ଥିତିକୁ ନେଇ ଟଙ୍କା ଚିନ୍ତା କରିବାକୁ ପଡିବ। ଆପଣଙ୍କର ଅନାବଶ୍ୟକ ଖର୍ଚ୍ଚ ହୋଇପାରେ। ଚାକିରି ଏବଂ ବ୍ୟବସାୟରେ ଦ୍ୱନ୍ଦ୍ୱ ବଢିପାରେ। ଟଙ୍କା ମାମଲାରେ ଯତ୍ନବାନ ହେବାକୁ ପଡିବ। ଆପଣଙ୍କ ସ୍ୱାସ୍ଥ୍ୟ ପ୍ରତି ବେପରୁଆ ହୁଅନ୍ତୁ ନାହିଁ । ଅଫିସ୍ କିମ୍ବା କାର୍ଯ୍ୟକ୍ଷେତ୍ରରେ ଏକ ଚାପଗ୍ରସ୍ତ ପରିସ୍ଥିତି ହୋଇପାରେ । ଆପଣ ବନ୍ଧୁ ଏବଂ ପରିବାରର ଆବଶ୍ୟକତାରେ ଅଟକି ଯାଇପାରନ୍ତି । ପେଟ ସମ୍ବନ୍ଧୀୟ ରୋଗ ହେବାର ସମ୍ଭାବନା ଅଛି। ବୃଷ- ଶୀଘ୍ର କୈଣସି କାମ କରନ୍ତୁ ନାହିଁ। ଧାର୍ମିକ ଏବଂ ସାଂସ୍କୃତିକ ମହୋତ୍ସବରେ ଏକ ଅଂଶ ରହିବେ।  ବ୍ୟବସାୟ ଭଲ କରିବ। ଅଫିସରେ ଚାକିରିକୁ ନେଇ ସନ୍ତୁଷ୍ଟ ରହିବେ। ବିନିଯୋଗ ଇତ୍ୟାଦିରେ ଲାଭବାନ ହେବ। ଘର ବାହାରେ ଜୀବନ ଖୁସି ହେବ। ଆର୍ଥିକ ଦିଗ ଦୃଢ ହେବ। ଘରର ଉପଯୋଗୀ ଜିନିଷଗୁଡ଼ିକ ବୃଦ୍ଧି ପାଇବ । ମୋଟ ଉପରେ, ଆଜି ଆପଣଙ୍କ ପାଇଁ ସଠିକ୍ ଦିନ ହେବ।…

Read More

ଭୁବନେଶ୍ବର: ଶେଷରେ ଦାବୀ ପୂରଣ ପାଇଁ ରାଜ୍ୟର ସାତୋଟି ସରକାରୀ ଆୟୁଷ ଭେଷଜ ମହାବିଦ୍ୟାଳୟ ଗୁଡିକର ଛାତ୍ରଛାତ୍ରୀ ଆଜି ମିଳିତ ଭାବେ ରାଜରାସ୍ତାକୁ ଓହ୍ଲାଇଛନ୍ତି। “ଆୟୁଷ ପାଇଁ ବଂଚିଛୁ ଆୟୁଷ ପାଇଁ ମରିବୁ “ବୋଲି ସ୍ଲୋଗାନ ଦେଇ ବିଧାନସଭା ଆଗରେ ଧାରଣାରେ ବସିଛନ୍ତି। ଦୀର୍ଘ୨୧ବର୍ଷ ର ସମସ୍ୟା କୁ ଏକ ମାସ ଧରି ପ୍ରତିବାଦ ଓ ଆନ୍ଦୋଳନ କରିଆସୁଥିବା ଅଲ ଓଡ଼ିଶା ଆୟୁଷ ଛାତ୍ର ସଂଗଠନ ଅନିର୍ଦ୍ଦିଷ୍ଟ କାଳ ପାଇଁ ଆନ୍ଦୋଳନ କୁ ଓଲ୍ହାଇଛି। ଯାହା ଫଳରେ ପୁନଶ୍ଚ ସାତୋଟି ସରକାରୀ ଆୟୁଷ ଭେଷଜ ମହାବିଦ୍ୟାଳୟରେ ତାଲା ଝୁଲିଛି। ଆୟୁଷ କ୍ଷେତ୍ରରେ ନୂତନ ସ୍ଥାୟୀ ନିଯୁକ୍ତି, ନୂତନ ଡିସ୍ପେନସାରି ସୃଷ୍ଟି କରିବା, ଆୟୁଷ ଭେଷଜ ମହାବିଦ୍ୟାଳୟ ଗୁଡିକରେ ଭିତ୍ତିଭୂମି ଓ ମାନଵ ସମ୍ବଳର ବିକାଶ ଆଦି ଦାବୀ ନେଇ ସ୍ୱାସ୍ଥ୍ୟ ବିଭାଗ ସହିତ ଆଲୋଚନା କରିଥିଲେ। ସ୍ୱାସ୍ଥ୍ୟ ବିଭାଗ ସହ ଆଲୋଚନାରେ ସ୍ୱାସ୍ଥ୍ୟ ବିଭାଗ ମନ୍ତ୍ରୀ ଓ ସଚିବ ଗୋଟିଏ କାର୍ଯ୍ୟ…

Read More

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନାରୀ ଶକ୍ତିକୁ ଅଭିବାଦନ ଜଣାଇଛନ୍ତି ଏବଂ କହିଛନ୍ତି ଯେ, ସେ ଯେବେ ବି ବାବା ବିଶ୍ୱନାଥଙ୍କ ସହର କାଶୀକୁ ଆସନ୍ତି, ମାତା, ଭଗିନୀ ଓ କନ୍ୟାରତ୍ନଙ୍କ ଦ୍ୱାରା ଦେଖାଯାଉଥିବା ଉତ୍ସାହରେ ଅଭିଭୂତ ହୋଇଯାଇଥାନ୍ତି। ଶ୍ରୀ ମୋଦୀ ଆହୁରି କହିଛନ୍ତି ଯେ ସେମାନଙ୍କ ମଧ୍ୟରେ ନାରୀ ଶକ୍ତି ବନ୍ଦନ ଅଧିନିୟମ ଯେଉଁ ଶକ୍ତି ଭରିଦେଇଛି, ତାହା ଅମୃତକାଳର ସଂକଳ୍ପଗୁଡ଼ିକୁ ଆହୁରି ମଜଭୁତ କରିବାକୁ ଯାଉଛି। ପ୍ରଧାନମନ୍ତ୍ରୀ ଏକ ‘ଏକ୍ସ’ ପୋଷ୍ଟରେ କହିଛନ୍ତି ଯେ, ‘‘ନାରୀ ଶକ୍ତିକୁ ପ୍ରଣାମ! ବାବା ବିଶ୍ୱନାଥଙ୍କ ନଗରୀରେ ଆଜି ଯେଉଁଠାକୁ ବି ଯାଇଛି, ସେଠାରେ ମାତା, ଭଗିନୀ ଓ କନ୍ୟାରତ୍ନଙ୍କର ଯେଉଁଭଳି ଉତ୍ସାହ ଦେଖିଲି, ତାହା ଅଭିଭୂତ କଲା ଭଳି। ନାରୀ ଶକ୍ତି ବନ୍ଦନ ଅଧିନିୟମ ଆମର ଏହି ପରିବାରଜନଙ୍କ ଭିତରେ ଯେଉଁ ଶକ୍ତି ଭରିଦେଇଛି, ତାହା ଅମୃତକାଳର ସଂକଳ୍ପଗୁଡ଼ିକୁ ଆହୁରି ସୁଦୃଢ଼ କରିବାକୁ ଯାଉଛି।’’

Read More

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏସୀୟ କ୍ରୀଡ଼ା ୨୦୨୨ରେ ଭାରତ ପାଇଁ ପ୍ରଥମ ପଦକ ଭାବେ ରୌପ୍ୟ ଜିତିଥିବା ଲାଇଟ୍ ୱେଟ୍ ଡବଲ୍ ସ୍କଲ୍ସ ପୁରୁଷ ଦଳକୁ ପ୍ରଶଂସା କରିଛନ୍ତି। ପ୍ରଧାନମନ୍ତ୍ରୀ ଅବିଶ୍ୱସନୀୟ ପ୍ରଦର୍ଶନ କରିଥିବା ଅର୍ଜୁନ ଲାଲ ଜଟ୍ ଏବଂ ଅରବିନ୍ଦ ସିଂଙ୍କ ଯୋଡ଼ିକୁ ଶୁଭେଚ୍ଛା ଜଣାଇବା ସହ ଆମ ଦେଶର ସଫଳତା ଏବଂ ଗୌରବକୁ ନିରନ୍ତର ଭାବେ ଏପରି ଆଗକୁ ବଢ଼ିବାକୁ କାମନା କରିଛନ୍ତି!

Read More

ବେଙ୍ଗାଲୁରୁ: କର୍ଣ୍ଣାଟକରେ ଜନତା ଦଳ ସେକୁଲାର ସମସ୍ୟା ବଢିବାରେ ଲାଗିଛି। ବିଜେପି ସହ ମେଣ୍ଟ ହେବା ପରେ ମୁସଲମାନ ନେତାମାନେ ଜେଡିଏସ ଛାଡୁଛନ୍ତି। ବର୍ତ୍ତମାନ ଆଉ ଦୁଇଟି ମୋର୍ଚ୍ଚା ଖୋଲିଛି। କର୍ଣ୍ଣାଟକର ଦେବଦୁର୍ଗାର ବିଧାୟକ କରିଆମା ନାୟକଙ୍କ ଏହି ମେଣ୍ଟ ବିରୋଧରେ ସ୍ୱର ଉତ୍ତୋଳନ କରିଥିବାବେଳେ କେରଳରେ ଉଭୟ ଦଳର ବିଧାୟକ ଏକ ଚେତାବନୀ ଦେଇଛନ୍ତି ଯେ, ଜେଡିଏସ୍ କୁ ନିଷ୍ପତ୍ତି ବଦଳାଇବା ଆବଶ୍ୟକ, ନଚେତ ସେମାନେ ଏନଡିଏ କିମ୍ବା ବିଜେପି ସହ ଛିଡା ହୋଇପାରିବେ ନାହିଁ। ଏହି କାରଣରୁ, ଜେଡିଏସ୍ ସୁପ୍ରିମୋ ଏଚଡି ଦେବଗୌଡା ଏକ କଷ୍ଟଦାୟକ ପର୍ଯ୍ୟାୟ ଦେଇ ଗତି କରୁଛନ୍ତି। ତାଙ୍କ କହିବାନୁସାରେ, ସେ ତାଙ୍କ ଦଳ ଜେଡିଏସର ଭବିଷ୍ୟତ ପାଇଁ ବିଜେପିରେ ଯୋଗ ଦେଇଛନ୍ତି। ତେବେ ସେ ବିଜେପିରେ ଯୋଗଦେବା ମାତ୍ରେ ତାଙ୍କ ଦଳର ମୁସଲମାନ ନେତାମାନେ ଦଳରୁ ଅଲଗା ହେବା ଆରମ୍ଭ କରିଥିଲେ। କରିଆମା ନାୟକ କହିଛନ୍ତି ଯେ ମୋ ପାର୍ଟୀ ମୋ ପାଇଁ…

Read More

ନୂଆଦିଲ୍ଲୀ: ଆଇସିସି ODI ବିଶ୍ୱକପ-୨୦୨୩ ପୂର୍ବରୁ ଭାରତୀୟ ଦଳ ଅଷ୍ଟ୍ରେଲିଆ ବିପକ୍ଷ ୩ ମ୍ୟାଚ୍ ବିଶିଷ୍ଟ ODI ସିରିଜରେ ୨-୦ ଅଗ୍ରଣୀ ହାସଲ କରି ଏହାର ପ୍ରସ୍ତୁତିର ସନ୍ଦେଶ ଦେଇଛି। ବର୍ତ୍ତମାନ ଟିମ୍ ଇଣ୍ଡିଆକୁ ଏହି ସିରିଜର ଶେଷ ମ୍ୟାଚ୍ ସେପ୍ଟେମ୍ବର ୨୭ ତାରିଖରେ ରାଜକୋଟ ଗ୍ରାଉଣ୍ଡରେ ଖେଳିବାକୁ ପଡିବ, ଯେଉଁଥିରେ ଅଧିନାୟକ ରୋହିତ ଶର୍ମା ଏବଂ ବିରାଟ କୋହଲିଙ୍କ ସମେତ ପ୍ରମୁଖ ଖେଳାଳିଙ୍କ ପ୍ରତ୍ୟାବର୍ତ୍ତନ ଦେଖିବାକୁ ମିଳିବ। ଅଷ୍ଟ୍ରେଲିଆ ବିପକ୍ଷ ସିରିଜର ପ୍ରଥମ ୨ ଟି ମ୍ୟାଚ୍‌ରେ ଟିମ୍‌ ଇଣ୍ଡିଆ ପାଇଁ ଅଧିନାୟକତ୍ୱର ଦାୟିତ୍ୱ କେଏଲ ରାହୁଲ ନେଇଥିଲେ। ତାଙ୍କ ନେତୃତ୍ୱରେ ଦଳ ପ୍ରଥମ ମ୍ୟାଚ୍ ୫ ୱିକେଟ୍ ଏବଂ ଦ୍ୱିତୀୟ ମ୍ୟାଚ୍ ଡକ୍ୱର୍ଥ ଲୁଇସ୍ ନିୟମ ଅନୁଯାୟୀ ୯୯ ରନ୍ ରେ ଜିତିଥିଲା। ଏହି ସିରିଜର ପ୍ରଥମ ଦୁଇଟି ମ୍ୟାଚ୍ ପରେ ଟିମ୍ ଇଣ୍ଡିଆ ପାଇଁ ସବୁଠାରୁ ବଡ ଆଶ୍ଵସ୍ତି ହେଉଛି ସୂର୍ଯ୍ୟକୁମାର ଯାଦବ ଏବଂ ଶ୍ରେୟସ୍ ଆୟରଙ୍କ…

Read More

ଭୁବନେଶ୍ୱର: ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଓଡ଼ିଶା ସଂଗୀତ ନାଟକ ଏକାଡେମୀ ପକ୍ଷରୁ ଗତକାଲି ରବିନ୍ଦ୍ରମଣ୍ଡପଠାରେ ନୂଆଖାଇ ଭେଟ୍‌ଘାଟ୍‌ ଅନୁଷ୍ଠିତ ହୋଇଯାଇଛି। ପଶ୍ଚିମ ଓଡ଼ିଶାର ମୁଖ୍ୟ କୃଷିଭିତ୍ତିକ ପର୍ବ ନୂଆଖାଇ ଓଡ଼ିଶାର ସଂସ୍କୃତି ଓ ପରମ୍ପରାର ଏକ ଅନନ୍ୟ ବିଶେଷତ୍ୱ। ଏହି ପର୍ବ ସହ ପଶ୍ଚିମ ଓଡ଼ିଶାର ଲୋକନୃତ୍ୟ, ଲୋକକଳା, ଲୋକବାଦ୍ୟ ଓ ଲୋକ ସଂସ୍କୃତିର ପ୍ରଚାର ପ୍ରସାର ସହ ଏହାକୁ ଓଡ଼ିଶାର ପୁର ପଲ୍ଲୀରେ ପହଞ୍ଚାଇବା ଉଦ୍ଦେଶ୍ୟରେ ବିଭାଗ ପକ୍ଷରୁ ପ୍ରତିବର୍ଷ ଏପରି ଆୟୋଜନ କରାଯାଉଛି। ଏହି କାର୍ଯ୍ୟକ୍ରମରେ ପଶ୍ଚିମ ଓଡ଼ିଶାର କଳାକାରମାନଙ୍କ ଦ୍ୱାରା ଡାଲ୍‌ଖାଇ, ଦୁଲ୍‌ଦୁଲି, ଘୁମର୍‌, ଦଣ୍ଡନାଚ, ବଜାଶାଲ୍‌, ମାନ୍ଦଲିଆ ଓ କରମାନଜ ନୃତ୍ୟ ପରିବେଷିତ ହୋଇଥିଲା । ଲୋକନୃତ୍ୟର ତାଳେ ତାଳେ ମଞ୍ଚ ଦୁଲିକି ଉଠିବା ସହ ଏହା ଦର୍ଶକମାନଙ୍କୁ ଅଭିଭୂତ କରିଥିଲା।

Read More

ଭୁବନେଶ୍ୱର: ଲୋକସଭା ଓ ବିଧାନସଭାରେ ମହିଳାମାନଙ୍କ ପାଇଁ ୩୩ ଭାଗ ସ୍ଥାନ ସଂରକ୍ଷଣ ଉଦ୍ଦେଶ୍ୟରେ ମୋଦି ନେତୃତ୍ୱାଧିନ ବିଜେପି ସରକାର ପ୍ରଣୟନ କରିଥିବା ନାରୀ ବନ୍ଦନ ଅଧିନୀୟମ ବସ୍ତୁତଃ ଅର୍ଥହୀନ। ନାରୀ ବନ୍ଦନ ନାମରେ ନାରୀ ସଂରକ୍ଷଣ ବ୍ୟବସ୍ଥାକୁ କାର୍ଯ୍ୟକାରୀ ନ କରାଇବା ମହିଳାମାନଙ୍କ ପ୍ରତି ଘୋର ଅବିଚାର ବୋଲି ଅଖିଳ ଭାରତ କଂଗ୍ରେସ ମୁଖପାତ୍ର ତଥା ସାଂସଦ ଶ୍ରୀମତୀ ରଞ୍ଜିତ ରଞ୍ଜନ ଆଜି ଭୁବନେଶ୍ୱର କଂଗ୍ରେସ ଭବନ ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ମତବ୍ୟକ୍ତ କରିଛନ୍ତି। ଶ୍ରୀମତୀ ରଞ୍ଜିତ ରଞ୍ଜନ ଦେବୀ କଟାକ୍ଷ କରିଥିଲେ ଯେ ଆମେ ପୋଷ୍ଟ ଡେଟେଡ ଚେକ ବିଷୟରେ ଜାଣିଥିଲୁ କିନ୍ତୁ ପୋଷ୍ଟ ଡେଟେଡ ବିଲ କାନ କେବେ ଶୁଣିନଥିଲା ଯାହା ପ୍ରଧାନମନ୍ତ୍ରୀ ମୋଦି ମହାଶୟ ଦେଶବାସୀଙ୍କ ଆଗରେ ରଖିଛନ୍ତି। ମୋଦି ସରକାର ଏହି ମହିଳା ସଂରକ୍ଷଣ ବିଲ- ୨୦୨୩ ରେ ଯୋଡ଼ିଏ ସର୍ତ ରଖିଛନ୍ତି। ପ୍ରଥମରେ ଏହି ବିଲ ରାଷ୍ଟ୍ରପତିଙ୍କ ଅନୁମୋଦନ କ୍ରମେ ଆଇନରେ…

Read More

ଭୁବନେଶ୍ବର: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଧାନସଭାରେ 5ଟି ସଚିବ ଭି କେ ପାଣ୍ଡିଆନ ଗସ୍ତ ଉପରେ ବିସ୍ତୁତ ତଥ୍ୟ ଉପସ୍ଥାପନ କରିଛନ୍ତି। ବିରୋଧୀଙ୍କ ହଟ୍ଟଗୋଳ ପରେ ନବୀନ ଏହି ତଥ୍ୟ ରଖିଛନ୍ତି। ତେବେ ମୁଖ୍ୟମନ୍ତ୍ରୀ ପାଣ୍ଡିଆନ ଗସ୍ତ ଉପରେ ଯାହା ତଥ୍ୟ ଉପସ୍ଥାପନ କଲେ ତାହା ଶୁଣିବା ପରେ ବିରୋଧୀ ପୁରା ଚୁପ ହୋଇପଡିଛନ୍ତି। ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ମୋ ସରକାର ଜନସାଧାରଣଙ୍କର ଅଭିଯୋଗ ସମାଧାନ ଉପରେ ସବୁବେଳେ ସର୍ବୋଚ୍ଚ ପ୍ରାଥମିକତା ଦେଇ ଆସିଛି। କୋଭିଡ ମହାମାରୀ ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଭୁବନେଶ୍ୱରରେ ଜନସାଧାରଣଙ୍କର ଅଭିଯୋଗ ଶୁଣାଣୀ କରି ସମାଧାନ ପାଇଁ ପଦକ୍ଷେପ ନେଉଥିଲେ। ସାରା ରାଜ୍ୟର ବିଭିନ୍ନ ଅଞ୍ଚଳରୁ ଲୋକମାନେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠକୁ ଆସି ସେମାନଙ୍କ ଅଭିଯୋଗ ଦାଖଲ କରୁଥିଲେ ଏବଂ ଆମର ସୁଦୃଢ ଅଭିଯୋଗ ଶୁଣାଣି ବ୍ୟବସ୍ଥା ଜରିଆରେ ସେଗୁଡିକର ସମାଧାନ କରାଯାଉଥିଲା । ରାଜ୍ୟର ସର୍ବୋଚ୍ଚ କାର୍ଯ୍ୟାଳୟରେ ପହଞ୍ଚି ଅଭିଯୋଗ ଜଣାଇବା ବ୍ୟବସ୍ଥା ଲୋକମାନଙ୍କ…

Read More

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପୂର୍ବରୁ ମୋଦୀ ସରକାର ଗୃହ କ୍ରୟକାରୀଙ୍କ ପାଇଁ ସବସିଡିଯୁକ୍ତ ଗୃହ ଋଣ ଯୋଜନା ପ୍ରସ୍ତୁତ କରୁଛନ୍ତି, ଯାହା ଖୁବ ଶୀଘ୍ର ଆରମ୍ଭ ହେବାକୁ ଯାଉଛି। ଏହି ଯୋଜନା ପାଞ୍ଚଟି ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନ ଏବଂ ୨୦୨୪ ର ଲୋକସଭା ନିର୍ବାଚନ ପୂର୍ବରୁ ବ୍ୟାଙ୍କଗୁଡିକୁ ପ୍ରଦାନ କରାଯାଇପାରେ। ଏହି ଯୋଜନାରେ ସରକାର ୬୦ ହଜାର କୋଟି ଟଙ୍କା ଖର୍ଚ୍ଚ କରିପାରନ୍ତି। ଅଗଷ୍ଟ ୧୫ ତାରିଖ ୨୦୨୩ରେ ଲାଲ କିଲ୍ଲାର ପ୍ରାଚୀରରୁ ଦେଶକୁ ସମ୍ବୋଧିତ କରିବାବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଥିଲେ ଯେ, ନିଜ ଘରର ସ୍ୱପ୍ନ ଦେଖୁଥିବା ମଧ୍ୟବିତ୍ତ ପରିବାରଙ୍କ ପାଇଁ ଆମେ ମଧ୍ୟ ଆଗାମୀ କିଛି ବର୍ଷ ପାଇଁ ଏକ ଯୋଜନା ପ୍ରସ୍ତୁତ କରୁଛୁ। ବ୍ୟାଙ୍କଗୁଡିକରୁ ଘର ଋଣ ଉପରେ ସୁଧ ମୁକ୍ତ ଦେଇ ଘର କ୍ରେତାଙ୍କୁ ଲକ୍ଷ ଲକ୍ଷ ଟଙ୍କା ସହାୟତା ପ୍ରଦାନ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ରଏଟର୍ସ ରିପୋର୍ଟ ଅନୁଯାୟୀ,…

Read More

ନୂଆଦିଲ୍ଲୀ: ତାମିଲନାଡୁରେ ବିଜେପି ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି। ଆଜି ଅଲ ଇଣ୍ଡିଆ ଅନ୍ନା ଦ୍ରାବିଡ ମୁନେତ୍ର କଷଗମ (AIADMK) ବିଜେପି ନେତୃତ୍ୱାଧୀନ ନ୍ୟାସନାଲ ଡେମୋକ୍ରାଟିକ୍ ଆଲାଇନ୍ସ (ଏନଡିଏ) ସହିତ ମେଣ୍ଟ ଭାଙ୍ଗିବାକୁ ଘୋଷଣା କରିଛି। ଏ ବାବଦରେ ଦଳ ଏକ ସଂକଳ୍ପ ପାରିତ କରିଛି। AIADMK ନେତାଙ୍କ ବୈଠକ ପରେ ଦଳର ଉପ ସଂଯୋଜକ କେ.ପି ମୁନୁସାମି କହିଛନ୍ତି ଯେ AIADMK ଆଜିଠାରୁ ବିଜେପି ଏବଂ ଏନଡିଏ ସହ ସମସ୍ତ ସମ୍ପର୍କ ଭାଙ୍ଗୁଛି। AIADMK କର୍ମୀମାନେ ବିଜେପି ସହ ମେଣ୍ଟ ଭାଙ୍ଗିବା ପରେ ବାଣ ଫୁଟାଇ ଖୁସି ମନାଇଥିଲେ। ଦଳ କହିଛି ଯେ, “ଗତ ଏକ ବର୍ଷ ଧରି ବିଜେପିର ରାଜ୍ୟ ନେତୃତ୍ୱ ଆମର ପୂର୍ବତନ ନେତା, ଆମର ସାଧାରଣ ସଚିବ ଇପିଏସ୍ (ଏଡାପଡି ପଲାନିସ୍ୱାମୀ) ଏବଂ ଆମର କର୍ମୀଙ୍କ ଉପରେ ଅନାବଶ୍ୟକ ମନ୍ତବ୍ୟ ଦେଉଛନ୍ତି। ଆଜିର ବୈଠକରେ ସର୍ବସମ୍ମତି କ୍ରମେ ଏହି ସଂକଳ୍ପ ପାରିତ ହୋଇଛି।” AIADMK କ’ଣ କହିଲା?:…

Read More

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୬ ସେପ୍ଟେମ୍ବର, ୨୦୨୩ ପୂର୍ବାହ୍ନ ସାଢେ ୧୦ଟାରେ ଭିଡିଓ କନଫରେନ୍ସିଂ ଜରିଆରେ ନୂତନ ଭାବେ ନିଯୁକ୍ତି ପାଇଥିବା କର୍ମଚାରୀମାନଙ୍କୁ ପାଖାପାଖି ୫୧,୦୦୦ ନିଯୁକ୍ତି ପତ୍ର ବଣ୍ଟନ କରିବେ। ଏହି ଅବସରରେ ପ୍ରଧାନମନ୍ତ୍ରୀ ନବନିଯୁକ୍ତ ମାନଙ୍କୁ ସମ୍ବୋଧିତ କରିବେ। ରୋଜଗାର ମେଳା ସାରା ଦେଶରେ ୪୬ଟି ସ୍ଥାନରେ ଅନୁଷ୍ଠିତ ହେବ। ଏହି ପଦକ୍ଷେପ ଜରିଆରେ କେନ୍ଦ୍ର ସରକାରଙ୍କ ବିଭାଗ ତଥା ରାଜ୍ୟ ସରକାର/କେନ୍ଦ୍ରଶାସିତ ଅଞ୍ଚଳରେ ନିଯୁକ୍ତି ଦିଆଯାଉଛି। ଦେଶବ୍ୟାପୀ ଚୟନ ହୋଇଥିବା ନବନିଯୁକ୍ତ କର୍ମଚାରୀମାନେ ଡାକ ବିଭାଗ, ଭାରତୀୟ ଅଡିଟ୍ ଏବଂ ଆକାଉଣ୍ଟସ୍‍ ବିଭାଗ, ଆଣବିକ ଶକ୍ତି ବିଭାଗ, ରାଜସ୍ୱ ବିଭାଗ, ଉଚ୍ଚଶିକ୍ଷା ବିଭାଗ, ପ୍ରତିରକ୍ଷା ମନ୍ତ୍ରଣାଳୟ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ସମେତ ବିଭିନ୍ନ ମନ୍ତ୍ରଣାଳୟ/ବିଭାଗରେ ସରକାରଙ୍କ ସହ ଯୋଗ ଦେବେ। ରୋଜଗାର ମେଳା ହେଉଛି ନିଯୁକ୍ତି ସୃଷ୍ଟିକୁ ସର୍ବୋଚ୍ଚ ପ୍ରାଥମିକତା ଦେବା ପାଇଁ ପ୍ରଧାନମନ୍ତ୍ରୀଙ୍କ ପ୍ରତିଶ୍ରୁତି ପୂରଣ ଦିଗରେ ଏକ ପଦକ୍ଷେପ। ରୋଜଗାର…

Read More

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ୱାନକ୍ରମେ ଆରମ୍ଭ ହୋଇଥିବା ସ୍ୱଚ୍ଛ ଭାରତ ଅଭିଯାନକୁ ୯ ବର୍ଷ ପୂରଣ ହେବାକୁ ଯାଉଛି। ଏହି କ୍ରମରେ ଗତ ସେପ୍ଟେମ୍ବର ୧୫ ତାରିଖ ଠାରୁ ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀ ପର୍ଯ୍ୟନ୍ତ ଭାରତ ସରକାରଙ୍କ ଜଳ ଶକ୍ତି ମନ୍ତ୍ରଣାଳୟ ଅଧୀନ ପାନୀୟ ଜଳ ଓ ସ୍ୱଚ୍ଛତା ବିଭାଗ ଏବଂ ଆବାସ ଓ ସହରାଞ୍ଚଳ ମନ୍ତ୍ରଣାଳୟ ପକ୍ଷରୁ ସ୍ୱଚ୍ଛତା ହିଁ ସେବା ଅଭିଯାନ କାର୍ଯ୍ୟକାରୀ କରାଯାଉଛି। ଅଭିଯାନ ଅନ୍ତର୍ଗତ ଓଡ଼ିଶାର ବିଭିନ୍ନ ସ୍ଥାନରେ ସ୍ୱଚ୍ଛତା କାର୍ଯ୍ୟକ୍ରମ କରାଯାଉଛି। ଏଥିରେ ବହୁସଂଖ୍ୟାରେ ସାଧାରଣ ଲୋକ ସାମିଲ ହେଉଥିବା ଦେଖାଯାଉଛି। ମୟୂରଭଞ୍ଜ ଜିଲ୍ଲାର ବିଭିନ୍ନ ସ୍ଥାନରେ ଘରକୁ ଘର ବୁଲି ଅଳିଆ ସଂଗ୍ରହ କରାଯାଇଛି। ଜଳାଶୟ, ନାଳନର୍ଦ୍ଦମା, ଅଧିକ ବର୍ଜ୍ୟବସ୍ତୁ ଏକତ୍ରିତ ହେଉଥିବା ସ୍ଥାନ, ଧାର୍ମିକ ସ୍ଥାନ, ବିଭିନ୍ନ ପ୍ରତିଷ୍ଠାନ, ବଜାର ଘାଟ, ସ୍ୱଚ୍ଛ ଭାରତ ମିଶନରେ ନିର୍ମିତ ପ୍ରକଳ୍ପ, ପୁଷ୍କରିଣୀ ଆଦି ସଫେଇ କରାଯାଇଛି। ବିଭିନ୍ନ ସଂଗଠନ ଓ…

Read More

ନୂଆଦିଲ୍ଲୀ: ଆଜିର ବ୍ୟସ୍ତବହୁଳ ଜୀବନ ସମସ୍ତଙ୍କ ଜୀବନଶୈଳୀକୁ ସଂପୂର୍ଣ୍ଣ ବଦଳାଇ ଦେଇଛି। ମଧୁମେହ ହେଉଛି ଏହି ଜୀବନଶୈଳୀର ଫଳାଫଳ। ଆଜିକାଲି ସମସ୍ତେ ଏହି ରୋଗ ଦ୍ୱାରା ଅସୁବିଧାରେ ପଡ଼ନ୍ତି। ଏହାକୁ ସଂପୂର୍ଣ୍ଣ ରୂପେ ଠିକ କରିବା କଷ୍ଟସାଧ୍ୟ। କିନ୍ତୁ ଜୀବନଶୈଳୀକୁ ପରିବର୍ତ୍ତନ କରି ଏକ ସୁସ୍ଥ ଖାଦ୍ୟ ଗ୍ରହଣ କଲେ ଏହାକୁ ବହୁ ପରିମାଣରେ ନିୟନ୍ତ୍ରଣ କରିହେବ। ଏଭଳି ପରିସ୍ଥିତିରେ ଆପଣଙ୍କୁ ଏକ ସୁସ୍ଥ ଖାଦ୍ୟର ଆବଶ୍ୟକତା ରହିଛି। ଅନ୍ୟପକ୍ଷରେ, ମଧୁମେହ ରୋଗୀମାନେ ଦୀର୍ଘ ସମୟ ପର୍ଯ୍ୟନ୍ତ ଭୋକରେ ରହିବା ଉଚିତ୍ ନୁହେଁ, ନଚେତ୍ ସେମାନଙ୍କର ରକ୍ତରେ ଶର୍କରା ସ୍ତର କମିଯାଏ। ଏହି କାରଣରୁ ସେମାନଙ୍କ ସ୍ୱାସ୍ଥ୍ୟ ଖରାପ ହେବାର ଆଶଙ୍କା ରହିଛି। ଏପରି ପରିସ୍ଥିତିରେ, ଯେତେବେଳେ ମଧୁମେହ ରୋଗୀମାନେ ରାତିରେ ରାତ୍ରି ଭୋଜନ କରନ୍ତି, ସେତେବେଳେ ସେମାନେ କଦାପି ସକାଳ ଜଳଖିଆ ଛାଡିବା ଉଚିତ୍ ନୁହେଁ। ନଚେତ୍ ଏହା ସେମାନଙ୍କ ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପକାଇବ। ଏଠାରେ ଆମେ ଆପଣଙ୍କୁ କିଛି…

Read More

ଭୁବନେଶ୍ଵର: ପ୍ରଣୟ ଜେଠୀ ପ୍ରଯୋଜିତ ତଥା ଶିରିଡି ସାଇବାବା ମୁଭିଜ୍ ବ୍ୟାନରର ଦ୍ଵିତୀୟ ଅବଦାନ ଚଳଚ୍ଚିତ୍ର “ଶ୍ରୀମାନ ଶ୍ରୀଯୁକ୍ତ” ର ଶୁଭ ମହୁରତ ଏକାମ୍ର ପାର୍କ ସମ୍ମୁଖ ଶିରିଡି ସାଇବାବା ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି। ଏହି ଶୁଭ ମହୁରତ ଅବସରରେ ସିନେ ପ୍ରଯୋଜକ ପ୍ରଣୟ ଜେଠୀ, ଚଳଚ୍ଚିତ୍ରର ନିର୍ଦ୍ଦେଶକ ନିରଞ୍ଜନ ବେହେରା, ଅଭିନେତା ଚୌଧୁରୀ ଜୟ ପ୍ରକାଶ ଦାସ, ରବି ମିଶ୍ର ଅଭିନେତ୍ରୀ ଲିପ୍ସା ମହାରଣାଙ୍କ ସମେତ ଅତିଥି ଭାବେ ସିନେ ପ୍ରଯୋଜକ ସଚ୍ଚିକାନ୍ତ ଜେନା, ବିନି ପଟ୍ଟନାୟକ, ସଞ୍ଜୟ କୁମାର ପଟେଲ ଏବଂ ଶିବିର କୁମାର ପରିଡା ଉପସ୍ଥିତ ରହି କ୍ଲାପ୍ ଦେଇଥିଲେ। ପୂର୍ବରୁ ଶିରିଡି ସାଇବାବା ମୁଭିଜ୍ ର ପ୍ରଥମ ଅବଦାନ ଥିଲା ଓଡ଼ିଆ ଚଳଚ୍ଚିତ୍ର ସିନ୍ଦୁର। ସିଦ୍ଧାନ୍ତ ମହାପାତ୍ର, ଅନୁ ଚୌଧୁରୀ, ନମ୍ରତା ଥାପ୍ପା, ଲରେନ୍ସ ଓ ଲିଟିଲ ଭଳି ଦମଦାର ଷ୍ଟାର କାଷ୍ଟିଂ କୁ ନେଇ ନିର୍ମାଣ ହୋଇଥିଲା ସିନ୍ଦୂର। ଫିଲ୍ମ “ଶ୍ରୀମାନ ଶ୍ରୀଯୁକ୍ତ”…

Read More