ଭାରସାମ୍ୟ ହରାଇ ଦୁର୍ଘଟଣାର ସମ୍ମୁଖୀନ ଯୁବକ ଗୁରୁତର ଆହତ

Published: Sep 19, 2023, 9:55 pm IST

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ବୁଗୁଡ଼ା ଥାନା ଅନ୍ତର୍ଗତ କରଚୁଲି ଗ୍ରାମ ପାଣିକିଆ ସେତୁ ଉପରେ ସଡକ ଦୁର୍ଘଟଣା ଘଟିଛି। ଭାରସାମ୍ୟ ହରାଇ ଦୁର୍ଘଟଣାର ସମ୍ମୁଖୀନ ହୋଇ ଖୋଳଖାଳି ଗ୍ରାମର ମଙ୍ଗଳୁ ବେହେରା ରାସ୍ତା କଡ଼ରେ ପଡି ଛଟପଟ ହେଉଥିଲେ। ସେତିକି ବେଳେ ରାସ୍ତାରେ ଯାଉଥିବା ଲୋକେ ଦମକଳ ବାହିନୀକୁ ଖବର ଦେଇଥିଲେ।

ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଗୁରୁତର ମଙ୍ଗଳୁଙ୍କୁ ଉଦ୍ଧାର କରି ପ୍ରଥମେ କରଚୁଲି ଡାକ୍ତରଖାନା ଓ ପରେ ବୁଗୁଡ଼ା ଡ଼ାକ୍ତରଖାନାକୁ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ। କିନ୍ତୁ ତାଙ୍କର ମୁଣ୍ଡରେ ଗଭୀର ଆଘାତ ଲାଗିଥିବା ଯୋଗୁଁ ଅଧିକ ଚିକିତ୍ସା ପାଇଁ ସରକାରୀ ଆମ୍ବୁଲାନ୍ସ ଯୋଗେ ବ୍ରହ୍ମପୁର ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି।

Related posts