ନୂଆଦିଲ୍ଲୀ: ପଞ୍ଜାବୀ ସଂଗୀତ ଶିଳ୍ପରୁ ଖରାପ ଖବର ଆସୁଛି। ପ୍ରକୃତରେ ପ୍ରସିଦ୍ଧ ଗାୟକ ସୁରିନ୍ଦର ସିନ୍ଦା ଆଜି ସକାଳେ ଲୁଧିଆନାର ଡିଏମସିଏଚ ହସ୍ପିଟାଲରେ ୬୪ ବର୍ଷ ବୟସରେ ଦେହାନ୍ତ ହୋଇଛି। ସୁରିନ୍ଦର ଦୀର୍ଘ ସମୟ ଧରି ଅସୁସ୍ଥ ଥିଲେ ଏବଂ ଜୀବନ-ମୃତ୍ୟୁ ଯୁଦ୍ଧରେ ଲଢୁଥିଲେ। ଏଥି ସହିତ, ଗାୟକଙ୍କ ମୃତ୍ୟୁ ହେତୁ ପଞ୍ଜାବୀ ସଙ୍ଗୀତ ଶିଳ୍ପରେ ଶୋକର ଲହରୀ ଖେଳିଯାଇଛି। ସମସ୍ତ ସେଲିବ୍ରେଟ୍ ଏବଂ ପ୍ରଶଂସକମାନେ ସୋସିଆଲ ମିଡିଆରେ ସୁରିନ୍ଦର ସିନ୍ଦାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛନ୍ତି।
Author: Samikhsya Bureau
କୁଜଙ୍ଗ: କୁଜଙ୍ଗ ପୁଲିସ ଗତକାଲି ବିଭିନ୍ନ ସ୍ଥାନରେ ଚଢାଉ କରି ଛଅ କିଲୋ ଗଞ୍ଜେଇ ଓ ୧୦ ଲିଟରରୁ ଉର୍ଦ୍ଧ ବିଦେଶୀ ମଦ ଯବତ କରିଛି। କୁଜଙ୍ଗ ବଜାର ତାଳଦଣ୍ଡା କେନାଲ ବନ୍ଧରୁ କୁଜଙ୍ଗ ପୁଲିସ ୩କିଗ୍ରାର ବିପୁଳ ଗଞ୍ଜାଇ ଜବତ କରିବା ସହିତ ଜଣେ ବେପାରୀ ପ୍ରଦୀପ ପରିଡା (୪୫)ଙ୍କୁ ଗିରଫ କରିଛି। କୁଜଙ୍ଗ ଅଞ୍ଚଳର ଏହି ବ୍ୟକ୍ତି କନାଲ ପାଶ୍ୱର୍ରେ କାରବାର କରୁଥିବା ବେଳେ ଥାନା ଅଧିକାରୀ କୌଣସି ଉପାୟରୁ ସୂଚନା ପାଇଁ ଏଏସ୍ଆଇ ବିଶ୍ୱଜିତ୍ ଗଡନାୟକଙ୍କ ନେତୃତ୍ୱରେ ଏକ ଟିମ୍ ଘଟଣା ସ୍ଥଳରେ ଚଢାଉ କରି ୩ କିଗ୍ରା ଗଞ୍ଜାଇ ଜବତ ସ ଅଭିଯୁକ୍ତକୁ ଗିରଫ କରିଥିଲେ। ଅନୁରୂପ ଭାବେ ପନ୍ଦରନମ୍ବର ବଜାରରେ ଏକ ତେଜରାତି ଦୋକାନରୁ ଏସ୍ ଆଇ ବିବେକାନନଦ ସାହୁ ଚଢାଉ କରି ଅଜୟ ସାହୁ (୫୪)ଙ୍କୁ ଗିରଫ କରିବା ସହ ୩ କିଗ୍ରା ଗଞ୍ଜାଇ ଜବତ କରିଛି। ସେହିପରିଭାବେ ଅନ୍ୟ ଏକ ଘଟଣା…
କୁଜଙ୍ଗ: ଅଖିଳ ଭାରତ କିଷାନ ସଙ୍ଘ ପକ୍ଷରୁ ୧୧ ଦଫା ସମସ୍ୟାକୁ ନେଇ ମଙ୍ଗଳବାର ଦିନ କୁଜଙ୍ଗ ବ୍ଳକ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ବରିଷ୍ଠ ସାମ୍ୟବାଦିନେତା ବସନ୍ତ ସାମଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଧାରଣା ଓ ବିକ୍ଷୋଭ ସମାବେଶରେ ବହୁ ସଂଖ୍ୟାରେ ଶ୍ରମିକ, କୃଷକ, ବୃଦ୍ଧ ଓ ବୃଦ୍ଧାମାନେ ଯୋଗଦେଇ ବାର୍ଦ୍ଧକ୍ୟ, ବିଧବା, ଭିନ୍ନକ୍ଷମ ଓ କୃଷକମାନଙ୍କ ଭତ୍ତା ମାସିକ ୬ହଜାର, ଧାନର ସର୍ବନିମ୍ନ ସହାୟକ ମୂଲ୍ୟ କ୍ୱିଂଟାଲ ପିଛା ୪ହଜାର ଟଙ୍କା, ସମସ୍ତ କୃଷିଋଣ ଛାଡ କରିବାସହ ବିନାଚାର୍ଜଫିକେସନରେ ୧ଲକ୍ଷ ଟଙ୍କା ପର୍ଯ୍ୟ ସୁଧମୁକ୍ତ ଋଣ ପ୍ରଦାନ, ନିତ୍ୟ ବ୍ୟବହାର୍ଯ୍ୟ ଦ୍ରବ୍ୟର ଦରଦାମ ନିୟନ୍ତ୍ରଣ, ତାଳଦଣ୍ଡା କେନାଲ ଯୋଗେ ଚାଷିଙ୍କୁ ତୁରନ୍ତ ଜଳଯୋଗାଣ, ଶୀତଳ ଭଣ୍ଡାର ନିର୍ମାଣ, ଜଳନିଷ୍କାସନ ପଥ ଉନ୍ମୁକ୍ତ, ଦୁଇଶହ ୟୁନିଟ ପର୍ଯ୍ୟନ୍ତ ବିଦ୍ୟୁତ ମାଗଣାରେ ଯୋଗାଇଦେବା ପ୍ରଭୃତି ୧୧ ଦଫା ଦାବି ନେଇ ଗଣଧାରଣା ଦେବା ସହ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏନେଇ ମୁଖ୍ୟ ମନ୍ତ୍ରୀଙ୍କ…
ରଣପୁର: ରାଜ୍ୟସରକାର ରାସ୍ତାଘାଟର ବିକାଶ ପାଇଁ ଅନେକ ଯୋଜନା କରୁଛନ୍ତି। ଏହାସହିତ ପାଣିଭଳି ବ୍ୟୟ ଅଟକଳ କରି କୋଟି କୋଟି ଟଙ୍କା ରାଜକୋଷରୁ ମଞ୍ଜୁର କରୁଛନ୍ତି। ହେଲେ କିଛି ବିଭାଗୀୟ ଅଧିକାରୀ ଓ ଠିକାଦାରଙ୍କ ମଧୁଚନ୍ଦ୍ରିକା ଯୋଗୁଁ ଏହାର ସୁଫଳ ସାଧାରଣ ଲୋକଙ୍କ ପାଖରେ ପହଞ୍ଚିପାରୁନାହିଁ। ଏଭଳି ଏକ ଜଳନ୍ତା ଉଦାହରଣ ଦେଖିବାକୁ ମିଳିଛି ନୟାଗଡ଼ ଜିଲ୍ଲା ରଣପୁର ଅଞ୍ଚଳରେ। ପୂର୍ତ୍ତ ବିଭାଗ ଅଧିନରେ ଥିବା ରାଜସୁନାଖଳା ଠାରୁ ରଣପୁର ୧୩ କିମି ମୁଖ୍ୟରାସ୍ତା ମରଣଯନ୍ତା ପାଲଟିଛି। ରାଜ୍ୟସରକାର ନୂତନ ରାସ୍ତା ନିର୍ମାଣ ପାଇଁ ୨୦କୋଟି ଟଙ୍କା ମଞ୍ଜୁର କରି ରଣପୁର ପୂର୍ତ୍ତ ବିଭାଗକୁ ଏହାର କାର୍ଯ୍ୟ କରିବା ପାଇଁ ଦୁଇଟି ଠିକାଦାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଜଣେ ଠିକାଦାର ସୁନାଖଳା ଠାରୁ କୋଇଲିମା ରାସ୍ତା କାର୍ଯ୍ୟ ଶେଷ କରିଥିଲାବେଳେ ଅନ୍ୟଜଣେ ଦେଢ଼ ବର୍ଷରୁ ଉର୍ଦ୍ଧ୍ଵ ସମୟ କୋଇଲିମା ଠାରୁ ରଣପୁର ମାଛ ମାର୍କେଟ ଛକ ପର୍ଯ୍ୟନ୍ତ ରାସ୍ତାର କାର୍ଯ୍ୟ ସମାପନ କରିପାରିନଥିଲେ।…
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କାରଗିଲ୍ ବିଜୟ ଦିବସ ଅବସରରେ କାରଗିଲ୍ ଯୁଦ୍ଧରେ ସହୀଦଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି। ଶ୍ରୀ ମୋଦୀ କହିଛନ୍ତି ଯେ, କାରଗିଲ୍ ବିଜୟ ଦିବସ ଭାରତର ସେହି ଅଦ୍ଭୁତ ସାହାସୀ ବୀରଙ୍କ ବୀରତ୍ୱ ଗାଥାକୁ ସାମ୍ନାକୁ ଆଣିଥାଏ, ଯିଏ କି ସର୍ବଦା ଦେଶବାସୀଙ୍କ ପାଇଁ ପ୍ରେରଣା ରହିବେ। ଏକ ଟୁଇଟରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ‘କାରଗିଲ୍ ବିଜୟ ଦିବସ ଭାରତର ସେହି ଅଦ୍ଭୁତ ସାହାସୀ ବୀରଙ୍କ ବୀରତ୍ୱ ଗାଥାକୁ ସାମ୍ନାକୁ ଆଣିଥାଏ, ଯିଏ କି ସର୍ବଦା ଦେଶବାସୀଙ୍କ ପାଇଁ ପ୍ରେରଣାଶକ୍ତି ରହିବେ। ଏହି ବିଶେଷ ଦିନରେ ମୁଁ ସେମାନଙ୍କୁ ହୃଦୟରୁ ପ୍ରଣାମ ଏବଂ ବନ୍ଦନା କରୁଛି। ଜୟ ହିନ୍ଦ୍!’
ଭୁବନେଶ୍ୱର: ଭାରତରେ ଡାଟାସେଣ୍ଟର ବିକାଶ ପାଇଁ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ପକ୍ଷରୁ ବୃକଫିଲଡ ଇନଫ୍ରାଷ୍ଟ୍ରକ୍ଚର ଓ ଡିଜିଟାଲ ରିଆଲିଟି ସହିତ ସହଭାଗିତା ଓ ନିବେଶ ଘୋଷଣା କରାଯାଇଛି। ଉଭୟ ବୃକଫିଲଡ ଓ ଡିଜିଟାଲ ରିଆଲିଟିର ଭାରତରେ ରହିଥିବା କମ୍ପାନୀଗୁଡିକର ୩୩.୩୩ ପ୍ରତିଶତ କିଣିବା ରିଲାଏନ୍ସ। ପ୍ରସ୍ତାବିତ ନିବେଶର ମୂଲ୍ୟ ୩୭୮ କୋଟି ଟଙ୍କା ରହିଛି, ଯାହା ଆବଶ୍ୟକତା ହିସାବରେ ୬୨୨ କୋଟି ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି କରାଯାଇପାରିବ। ଏହି କାରବାର ରେଗୁଲେଟରି ଅନୁମୋଦନ ଅଧୀନରେ ରହିଛି ଏବଂ ପ୍ରାୟ ତିନି ମାସ ଅବଧିରେ ସମ୍ପୂର୍ଣ୍ଣ ହେବାର ଆଶା ରହିଛି। ଭାରତରେ ଡିଜିଟାଲ ରିଆଲିଟି ଟ୍ରଷ୍ଟ ଏବଂ ବୃକଫିଲଡ ଇନ୍ଫ୍ରାଷ୍ଟ୍ରକ୍ଚରର ମିଳିତ ଉଦ୍ୟୋଗ ଡିଜିଟାଲ ସେବା କମ୍ପାନିଗୁଡ଼ିକ ପାଇଁ ମହତ୍ୱପୂର୍ଣ୍ଣ ମୌଳିକ ଢାଞ୍ଚାର ବିକାଶ କରୁଛି। ଏହି ମିଳିତ ଉଦ୍ୟୋଗ ଉଚ୍ଚ ଗୁଣବତ୍ତା ସମ୍ପନ୍ନ ଏବଂ ସଂଯୁକ୍ତ ତଥା ଆବଶ୍ୟକତା ମୁତାବକ ବୃଦ୍ଧି ହୋଇପାରୁଥିବା ଡାଟା ସେଣ୍ଟର ନିର୍ମାଣ କରୁଛି। ଏହି ସହଭାଗିତା ସହିତ…
ନୂଆଦିଲ୍ଲୀ: ଘରୋଇ ସିଜିନ ୨୦୨୩-୨୪ ପାଇଁ ମ୍ୟାଚ୍ର କାର୍ଯ୍ୟସୂଚୀ ଏବଂ ଗ୍ରାଉଣ୍ଡର ନାମ ଘୋଷଣା କରିଛି ବିସିସିଆଇ। ଏହି ଘରୋଇ ସିଜିନରେ ଭାରତୀୟ ଦଳ ୧୬ ଟି ଆନ୍ତର୍ଜାତୀୟ ମ୍ୟାଚ୍ ଖେଳିବ। ଯେଉଁଥିରେ ୫ ଟି ଟେଷ୍ଟ ମ୍ୟାଚ୍ ବ୍ୟତୀତ ୩ ଟି ଦିନିକିଆ ଏବଂ ୮ ଟି -୨୦ ମ୍ୟାଚ୍ ଅନ୍ତର୍ଭୁକ୍ତ। ଏହା ବ୍ୟତୀତ ଭାରତ-ଅଷ୍ଟ୍ରେଲିଆ ସିରିଜର କାର୍ଯ୍ୟସୂଚୀ ଏବଂ ସ୍ଥାନ ଘୋଷଣା କରାଯାଇଛି। ଭାରତୀୟ ଦଳର ଆଗାମୀ ଘରୋଇ କାର୍ଯ୍ୟସୂଚୀ କ’ଣ?: ବିଶ୍ୱକପ ପୂର୍ବରୁ ଅଷ୍ଟ୍ରେଲିଆ ବିପକ୍ଷରେ ଭାରତୀୟ ଦଳ ୩ ଟି ଦିନିକିଆ ଖେଳିବ। ଏହି ସିରିଜର ପ୍ରଥମ ମ୍ୟାଚ୍ ସେପ୍ଟେମ୍ବର ୨୨ ତାରିଖରେ ଖେଳାଯିବ। ଦ୍ୱିତୀୟ ଏବଂ ତୃତୀୟ ମ୍ୟାଚ୍ ଯଥାକ୍ରମେ ୨୪ ଏବଂ ୨୭ ସେପ୍ଟେମ୍ବରରେ ଖେଳାଯିବ। ଏହା ବ୍ୟତୀତ ମୋହାଲି, ଇନ୍ଦୋର ଏବଂ ରାଜକୋଟ ଭାରତ-ଅଷ୍ଟ୍ରେଲିଆ ସିରିଜର ମ୍ୟାଚ୍ ଆୟୋଜନ କରିବେ। ଏଥି ସହିତ ବିଶ୍ୱକପ ପରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ…
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ପ୍ରଗତି ମଇଦାନରେ ଥିବା ଆନ୍ତର୍ଜାତୀୟ ପ୍ରଦର୍ଶନୀ ତଥା ସମ୍ମିଳନୀ କେନ୍ଦ୍ର (ଆଇଇସିସି) ସୌଧକୁ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ। ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟିକୋଣ ଅନୁଯାୟୀ ଦେଶରେ ସଭା, ସମ୍ମିଳନୀ ଏବଂ ପ୍ରଦର୍ଶନୀ ଆୟୋଜନ ପାଇଁ ପ୍ରଗତି ମଇଦାନରେ ବିଶ୍ୱ ସ୍ତରୀୟ ଭିତ୍ତିଭୂମି ଥିବା ଆନ୍ତର୍ଜାତୀୟ ପ୍ରଦର୍ଶନୀ ତଥା ସମ୍ମିଳନୀ କେନ୍ଦ୍ର (ଆଇଇସିସି) ସଂକଳ୍ପବଦ୍ଧତାକୁ ଦର୍ଶାଇଛି। ପ୍ରଗତି ମଇଦାନରେ ପୁରାତନ ତଥା ପୁରୁଣା ସୁବିଧାଗୁଡ଼ିକର ନବୀକରଣ କରିଥିବା ଏହି ପ୍ରକଳ୍ପ ପ୍ରାୟ ୨୭୦୦ କୋଟି ଟଙ୍କା ବ୍ୟୟରେ ଜାତୀୟ ପ୍ରକଳ୍ପ ଭାବରେ ବିକଶିତ ହୋଇଛି। ପାଖାପାଖି ୧୨୩ ଏକର ପରିମିତ ଏକ ଅଞ୍ଚଳ ସହିତ, ଆଇଇସିସି ସୌଧ ଭାରତର ସର୍ବବୃହତ ଏମଆଇସିଇ (ବୈଠକ, ପ୍ରୋତ୍ସାହନ, ସମ୍ମିଳନୀ ଏବଂ ପ୍ରଦର୍ଶନୀ) ସ୍ଥଳ ଭାବରେ ବିକଶିତ ହୋଇଛି। କାର୍ଯ୍ୟକ୍ରମ ଗୁଡିକ ପାଇଁ ଉପଲବ୍ଧ ଆବୃତ ସ୍ଥାନ ଦୃଷ୍ଟିରୁ, ଆଇଇସିସି ସୌଧ ବିଶ୍ୱର ଶୀର୍ଷ ପ୍ରଦର୍ଶନୀ ଏବଂ ସମ୍ମିଳନୀ ସୌଧ ମଧ୍ୟରେ ସ୍ଥାନ…
ଭୁବନେଶ୍ୱର: ବନ୍ଧ୍ୟାଦୋଷ ସମସ୍ୟା ଥିôବା ଦମ୍ପତିଙ୍କର ଆଶାର କେନ୍ଦ୍ର ପାଲଟିଛି ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ ସମ ହସ୍ପିଟାଲ୍ ପରିଚାଳିତ ଇନ୍ଫର୍ଟିଲିଟି ଆଣ୍ଡ ଇନ୍ ଭିଟ୍ରୋ ଫର୍ଟିଲାଇଜେସନ୍ (ଆଇଭିଏଫ୍) କେନ୍ଦ୍ର ସେଂଟର ଫର୍ ହ୍ୟୁମାନ୍ ରିପ୍ରଡକ୍ସନ୍ (ସିଏଚ୍ଆର୍)। କେବଳ ଓଡ଼ିଶା ନୁହେଁ ଅନ୍ୟ ପ୍ରଦେଶ ତଥା ବିଦେଶରୁ ମଧ୍ୟ ଚିକିତ୍ସା ଓ ସନ୍ତାନ ଲାଭ ପାଇଁ ଏହି କେନ୍ଦ୍ରକୁ ଛୁଟି ଆସୁଛନ୍ତି ଅନେକ ଦମ୍ପତି। ମଙ୍ଗଳବାର ବିଶ୍ୱ ଆଇଭିଏଫ୍ ଦିବସ ଅବସରରେ ସମ୍ ହସ୍ପିଟାଲ୍ରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଏହି କେନ୍ଦ୍ରରୁ ମିଳୁଥିବା ଚିକିତ୍ସାକୁ ନେଇ ଖୁସି ବ୍ୟକ୍ତ କରିଛନ୍ତି ବାଂଲାଦେଶ ଚାପାଇ ନବାବଗଞ୍ଜ ଅଂଚଳର ଜନୈକ ଦମ୍ପତି। ଦୀର୍ଘ ୧୯ ବର୍ଷର ବୈବାହିକ ଜୀବନ ପରେ ମଧ୍ୟ ସନ୍ତାନ ସୁଖ ଲାଭ କରି ନଥିବା ଏହି ଦମ୍ପତି ଏବେ ସମ୍ ସିଏଚ୍ଆର୍ ଉପରେ ହିଁ ଭରସା କରିଛନ୍ତି। ଏହି ଠାରେ ହିଁ ଏହି ଦମ୍ପତିଙ୍କର ଦୀର୍ଘ ଦିନ ହେବ…
ମେଷ:– ଆଜି ଆପଣ ଖାଦ୍ୟର ବିଶେଷ ଯତ୍ନ ନେବାକୁ ପଡିବ, ନଚେତ୍ ସ୍ୱାସ୍ଥ୍ୟ ଖରାପ ହୋଇପାରେ। କ୍ରୋଧର ପରିମାଣ ଅଧିକ ହେବ, ତେଣୁ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ। ଏହା ସହିତ, ଆପଣ ମଧ୍ୟ ବକ୍ତବ୍ୟରେ ସଂଯମ ରଖନ୍ତୁ। ଅନୈତିକ କାର୍ଯ୍ୟରୁ ଦୂରରେ ରୁହନ୍ତୁ। ସରକାର ବିରୋଧୀ ପ୍ରବୃତ୍ତି ହେତୁ ସମସ୍ୟା ସୃଷ୍ଟି ନ କରିବାକୁ ଧ୍ୟାନ ଦିଅନ୍ତୁ। ଖର୍ଚ୍ଚ ପରିମାଣ ବୃଦ୍ଧି ପାଇବ। ବୃଷ:– ଆଜି ଆପଣ କ୍ରୋଧ ଉପରେ ସଂଯମତା କରିବା ଆବଶ୍ୟକ, ନଚେତ୍ ଏକ ବୃଥା ବିବାଦରେ ଫସିଯିବେ। ପେଟ ସମ୍ବନ୍ଧୀୟ ରୋଗର ସମସ୍ୟା ହେବ। କାର୍ଯ୍ୟରେ ସଫଳତାର ଅଭାବ ହେତୁ ନିରାଶ ହେବାର ସମ୍ଭାବନା ମଧ୍ୟ ଅଛି। ସାହିତ୍ୟ କିମ୍ବା ଅନ୍ୟ କୌଣସି ସୃଜନଶୀଳ କଳା ପ୍ରତି ଆଗ୍ରହୀ ହେବେ। ପିଲାମାନଙ୍କ ପାଇଁ ଚିନ୍ତା ଯୋଗୁଁ, ମନରେ ଚିନ୍ତା ହେବ। ସମ୍ଭବ ହେଲେ ସ୍ଥାନାନ୍ତରଣକୁ ଏଡାଇ ଦିଅନ୍ତୁ। ମିଥୁନ:– ଆଜି ଆପଣଙ୍କ ମନରୁ ନକାରାତ୍ମକ ଚିନ୍ତାଧାରା…
ଭୁବନେଶ୍ୱର: ରାଜ୍ୟର ଚାଷୀମାନଙ୍କ ହିତ ଦୃଷ୍ଟିରୁ ଖରିଫ ୨୦୨୩ ଋତୁରେ ପ୍ରଧାନମନ୍ତ୍ରୀ ଫସଲବୀମା ଯୋଜନାରେ ଚାଷୀମାନଙ୍କୁ ଅନ୍ତର୍ଭୁକ୍ତ କରିବା କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରିବା ପାଇଁ ବିଭାଗ ପକ୍ଷରୁ ପଦକ୍ଷେପ ନିଆଯାଇଛି। ଏହି ପରିପ୍ରେକ୍ଷୀରେ ବିଭାଗୀୟ ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀ ସମସ୍ତ ଜିଲ୍ଲାପାଳଙ୍କୁ ପତ୍ରଲେଖି ଫସଲବୀମା ଯୋଜନାରେ ଅଧିକରୁ ଅଧିକ ଚାଷୀଙ୍କୁ ଅନ୍ତର୍ଭୁକ୍ତ କରିବା ପାଇଁ ଆବଶ୍ୟକୀୟ ପଦକ୍ଷେପ ନେବା ପାଇଁ କହିଛନ୍ତି। ଚଳିତ ଖରିଫ ପାଇଁ ଜୁଲାଇ ୩୧, ୨୦୨୩କୁ ସମୟସୀମା ଭାବେ ଧାର୍ୟ୍ୟ କରାଯାଇଥିବାବେଳେ ଏ ଦିଗରେ ତ୍ୱରିତ ପଦକ୍ଷେପ ନେବା ପାଇଁ ଜିଲ୍ଲାପାଳମାନଙ୍କୁ ପରାମର୍ଶ ଦିଆଯାଇଛି। ସୂଚନାଯୋଗ୍ୟ ଯେ ଚାଷୀମାନଙ୍କ ହିତ ଦୃଷ୍ଟିରୁ ରାଜ୍ୟ ଖରିଫ ୨୦୨୩ରୁ ରବି ୨୦୨୫ ମଧ୍ୟରେ ରାଜ୍ୟ ସରକାର ନିଜ ଭାଗରେ ପ୍ରିମିୟମ୍ ବହନ କରିବା ସହିତ କୃଷକମାନଙ୍କ ପ୍ରିମିୟମ୍ ଅଂଶ ମଧ୍ୟ ପ୍ରଦାନ କରିବେ। ରାଜ୍ୟ ସରକାରଙ୍କ ଏହି ସକରାତ୍ମକ ପଦକ୍ଷେପ ଯୋଗୁ ଅଧିକ ଚାଷୀ…
ଭୁବନେଶ୍ୱର: ଆଗାମୀ ସାଧାରଣ ନିର୍ବାଚନ-୨୦୨୪ ପରିପ୍ରେକ୍ଷୀରେ ସାରା ରାଜ୍ୟର ୧୪୭ ଗୋଟି ବିଧାନସଭା ନିର୍ବାଚନ ମଣ୍ଡଳୀର ୩୭,୬୦୬ ଗୋଟି ବୁଥ୍ରେ ଘରକୁ ଘର ବୁଲି ଆରମ୍ଭ ହୋଇଥିବା ସର୍ବେକ୍ଷଣରେ ବୁଥ୍ସ୍ତରୀୟ ଏଜେଣ୍ଟମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିବାରୁ ଆଜି ମୁଖ୍ୟ ନିର୍ବାଚନ ଅଧିକାରୀ ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ନିକୁଞ୍ଜ ବିହାରୀ ଧଳ ସମସ୍ତ ସ୍ୱୀକୃତିପ୍ରାପ୍ତ ରାଜନୈତିକ ଦଳର କର୍ମକର୍ତ୍ତାମାନଙ୍କୁ ନେଇ ଏକ ସର୍ବଦଳୀୟ ବୈଠକ ଆୟୋଜିତ ହୋଇଯାଇଛି। ରାଜନୈତିକ ଦଳମାନଙ୍କ ଦ୍ୱାରା ବୁଥ୍ସ୍ତରରେ ବୁଥ୍ସ୍ତରୀୟ ଏଜେଣ୍ଟ ନିଯୁକ୍ତି ସହ ସେମାନଙ୍କୁ ପରିଚୟ ପ୍ରଦାନ ନିମନ୍ତେ ରାଜନୈତିକ ଦଳର କର୍ମକର୍ତ୍ତାମାନଙ୍କୁ ମୁଖ୍ୟ ନିର୍ବାଚନ ଅଧିକାରୀ ପରାମର୍ଶ ଦେଇଛନ୍ତି। ରାଜନୈତିକ ଦଳର ଜିଲ୍ଲା ସଭାପତିମାନେ ବୁଥ୍ସ୍ତରୀୟ ଏଜେଣ୍ଟ ନିଯୁକ୍ତି କରିବା ସହ ସେମାନଙ୍କୁ ପରିଚୟ ପତ୍ର ପ୍ରଦାନ କରିବେ ଏବଂ ନିଯୁକ୍ତି ପାଇଥିବା ବୁଥ୍ସ୍ତରୀୟ ଏଜେଣ୍ଟମାନଙ୍କର ଏକ ତାଲିକା ସଂପୃକ୍ତ ନିର୍ବାଚକ ପଂଜୀକରଣ ଅଧିକାରୀ, ଜିଲ୍ଲା ନିର୍ବାଚନ ଅଧିକାରୀ ଏବଂ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ…
ଭୁବନେଶ୍ୱର: ଓଡ଼ିଶା ରାଜ୍ୟ ଅଭିଲେଖାଗାରରେ ୬୯ତମ ସଂସ୍କୃତି ଚର୍ଚ୍ଚା ସମ୍ପାନ ମହୋତ୍ସବ ଅନୁଷ୍ଠିତ ହୋଇ ଯାଇଅଛି। ଉକ୍ତ ଉତ୍ସବରେ ମୁଖ୍ୟ ବକ୍ତା ଭାବରେ ଯୋଗଦାନ କରିଥିଲେ ଡ. ଜୟନ୍ତୀ ରଥ, ପୂର୍ବତନ ଅଧୀକ୍ଷକ, ରାଜ୍ୟ ସଂଗ୍ରହାଳୟ ଏବଂ ସଚିବ ସାହିତ୍ୟ ଏକାଡେମୀ, ମୁଖ୍ୟ ଅତିଥି ଭାବରେ ବିଭାଗୀୟ ଉପନିର୍ଦ୍ଦେଶିକା ଶ୍ରୀମତୀ ଶୁଚିସ୍ମିତା ମନ୍ତ୍ରୀ ଯୋଗଦାନ କରିଥିଲେ। ସମ୍ପାନରେ ସ୍ୱାଗତ ଭାଷଣ ଦେଇଥିଲେ ଓଡ଼ିଶା ରାଜ୍ୟ ଅଭିଲେଖାଗାରର ଅଧୀକ୍ଷକ ଡ. ଶେଖ୍ ସୋଲେମାନ ଅଲ୍ଲୀ ଏବଂ ଧନ୍ୟବାଦ ଅର୍ପଣ କରିଥିଲେ ଶ୍ରୀଯୁକ୍ତ ଉପେନ୍ଦ୍ର କୁମାର ବେହେରା। ଏହି ଅବସରରେ ମୁଖ୍ୟ ବକ୍ତା ଡ. ରଥ କହିଥିଲେ ଓଡ଼ିଶାର ସାଂସ୍କୃତିକ ଇତିହାସକୁ ରାଣୀ ଏବଂ ରାଜକନ୍ୟାମାନଙ୍କ ଅବଦାନ ଅତୁଳନୀୟ। ଆଜି ରାଜତନ୍ତ୍ର ନାହିଁ। ରାଣୀ, ରାଜକନ୍ୟା ଏ ଶବ୍ଦର ପ୍ରଚଳନ ନାହିଁ। ତେବେ ଓଡ଼ିଶାର ଇତିହାସକୁ ନିରୀକ୍ଷଣ କଲେ ଅତୀତ ଉତ୍କଳରେ ରାଜ ବଂଶୀୟ ରମଣୀଙ୍କର ଉଜ୍ୱଳ କୀର୍ତ୍ତିର ଅଜସ୍ର ଉଦାହରଣ ଆମେ ପାଇ…
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ୨୯ ତାରିଖରେ ନୂଆଦିଲ୍ଲୀର ପ୍ରଗତି ମୈଦାନ ସ୍ଥିତ ଆଇଟିପିଓ ଠାରେ ଦ୍ୱିତୀୟ ଅଖିଳ ଭାରତୀୟ ଶିକ୍ଷା ସମାଗମକୁ ଉଦଘାଟନ କରିବେ। ଜାତୀୟ ଶିକ୍ଷା ନୀତି (ଏନଇପି) ୨୦୨୦ର ତୃତୀୟ ବର୍ଷ ପୂର୍ତ୍ତି ଅବସରରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯିବ। କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରଣାଳୟ ଦ୍ୱାରା ଏହି ଦୁଇ ଦିନିଆ କାର୍ଯ୍ୟକ୍ରମ ଆୟୋଜନ କରାଯିବ। ପ୍ରଧାନମନ୍ତ୍ରୀ ଏହି ଅବସରରେ ବିଭିନ୍ନ ଯୋଜନାର ଶୁଭାରମ୍ଭ କରିବେ। ଜାତୀୟ ଶିକ୍ଷାନୀତି ୨୦୨୦ କାର୍ଯ୍ୟକାରୀ କରିବା ଲାଗି ଆଲୋଚନା, ବିଚାର ବିମର୍ଶ କରିବା ଏବଂ ଦୃଷ୍ଟିକୋଣ, ରଣନୀତି, ସଫଳତା କାହାଣୀ ତଥା ଶ୍ରେଷ୍ଠ ପଦ୍ଧତିକୁ ବାଣ୍ଟିବା ଲାଗି ଏହି ସମାଗମ କାର୍ଯ୍ୟକ୍ରମ ବିଦ୍ୟାଳୟ, ଉଚ୍ଚ ଶିକ୍ଷାନୁଷ୍ଠାନ, କୌଶଳ ବିକାଶ ସଂସ୍ଥାର ବିଶେଷଜ୍ଞମାନଙ୍କୁ ଏକ ମଞ୍ଚ ଯୋଗାଇ ଦେବ। ଏହି କ୍ରମରେ ଆଜି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ ପରିସରରେ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜିତ…
ନୂଆଦିଲ୍ଲୀ: ମଣିପୁର ପ୍ରସଙ୍ଗରେ ଆଜି ସଂସଦରେ ମଧ୍ୟ ଅନେକ ଅସନ୍ତୋଷ ଦେଖାଦେଇଛି। ଲୋକସଭା ଓ ରାଜ୍ୟସଭାରେ ବିରୋଧୀ ସ୍ଲୋଗାନ ଦେଇ ମଣିପୁର ଉପରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ବିବୃତ୍ତି ଦାବି କରିଛନ୍ତି। ଲୋକସଭାରେ ସାଂସଦମାନେ ଗୃହରେ ସ୍ଲୋଗାନ ଦେଇଥିଲେ ଏବଂ ବାଚସ୍ପତି ଆସନ ନିକଟରେ ପହଞ୍ଚି ‘ଇଣ୍ଡିଆ ଫର ମଣିପୁର’ର ପୋଷ୍ଟର ଦେଖାଇଥିଲେ। ଏଥି ସହ କଂଗ୍ରେସ ଏବଂ ଆମ୍ ଆଦମୀ ପାର୍ଟି ସମେତ ବିରୋଧୀ ଦଳ ମଣିପୁର ପ୍ରସଙ୍ଗରେ ଆଲୋଚନା ଦାବି କରି ରାଜ୍ୟସଭାରେ ସ୍ଥଗନ ପ୍ରସ୍ତାବ ଆଣିଥିଲେ। ବିଜେପି ସାଂସଦମାନେ ଏ ସମ୍ପର୍କରେ ହଙ୍ଗମା ସୃଷ୍ଟି କରିବା ଆରମ୍ଭ କରିଥିଲେ। ଅନ୍ୟପକ୍ଷରେ ପୂରା ଅଧିବେଶନ ପାଇଁ ରାଜ୍ୟସଭାରୁ ନିଲମ୍ବିତ ହୋଇଥିବା ଏଏପି ସାଂସଦ ସଞ୍ଜୟ ସିଂ ଏହି ପ୍ରତିବାଦ ସମୟରେ ସଂସଦ ପରିସରରେ ବସିଥିଲେ। ସଂସଦର ମୌସୁମୀ ଅଧିବେଶନର ଚତୁର୍ଥ ଦିନର ବଡ ଘଟଣା: – ସଂସଦରେ ହଟ୍ଟଗୋଳ ସମ୍ପର୍କରେ ଗୃହମନ୍ତ୍ରୀ ଅମିତ ଶାହା ବିରୋଧୀ ସାଂସଦମାନଙ୍କୁ ଏକ ଚିଠି…
କନ୍ଦର୍ପ ବେହେରା ରେଢ଼ାଖୋଲ: ନାକ୍ଟିଦେଉଳ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଭୋଟର ସାକ୍ଷରତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବରିଷ୍ଠ ଅଧ୍ୟାପକ ଡଃ ମନୋଜ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ପ୍ରାଧ୍ୟାପିକା ଡଃ ସରସୀରାଣୀ ନାୟକ ଓ ଅଧ୍ୟାପକ ସଞ୍ଜୀବ ଦାଶ ଅତିଥି ଭାବେ ଯୋଗଦେଇ ନବାଗତ ଭୋଟର ମାନଙ୍କର ଭୋଟର ତାଲିକାରେ ନାମ ପଞ୍ଜୀକରଣ ଓ ଦେଶ ଗଠନରେ ଜଣେ ଭୋଟର ଦାତାଙ୍କ ଦାୟିତ୍ୱ ଓ କର୍ତ୍ତବ୍ୟ ସମ୍ପର୍କରେ ଆଲୋଚନା କରିଥିଲେ। ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ପ୍ରୀତି,ଭାରତୀ,ଗାୟତ୍ରୀ , କାହ୍ନା ଓ ଲଜିତା ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ଉଭୟ କଳା ଓ ବିଜ୍ଞାନ ବିଭାଗର ୧୬୫ ଜଣ ଛାତ୍ରଛାତ୍ରୀ ଭାଗ ନେଇଥିଲେ। ଅଧ୍ୟାପିକା ବିନିତା ମୁର୍ମୁ ଛାତ୍ରଛାତ୍ରୀ ମାନଙ୍କୁ ଶପଥ ଗ୍ରହଣ କରାଇଥିଲେ। କାର୍ଯ୍ୟକ୍ରମକୁ ଶିକ୍ଷା ବିଭାଗର ଅଧ୍ୟାପକ ଡଃ.ପ୍ରଶାନ୍ତ କୁମାର ଦାଶ ସଂଯୋଜନା କରିଥିବା ବେଳେ ଅଧ୍ୟାପକ ହେମାନନ୍ଦ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ।
କନ୍ଦର୍ପ ବେହେରା ରେଢ଼ାଖୋଲ: ଆଜି ସମ୍ବଲପୁର ଜିଲ୍ଲା କିସିଣ୍ଡା ଥାନା ଅଂଚଳରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଗୁଣିଗାରେଡ଼ି ସନ୍ଦେହରେ ଜଣଙ୍କୁ ହତ୍ୟା କରିଥିବା ଜଣା ପଡ଼ିଛି। ପୋଲିସ୍ ସୂତ୍ରରୁ ପ୍ରକାଶ ଯେ, ସମ୍ବଲପୁର ଜିଲ୍ଲା ନାକଟିଦେଉଳ ବ୍ଲକ କିସିଣ୍ଡା ଥାନା ପାଣିମୁରା ଗ୍ରାମପଞ୍ଚାୟତ ଅନ୍ତର୍ଗତ ଡିମିରିକୁଦା ଗ୍ରାମରେ ଗୁଣିଗାରେଡି ସନ୍ଦେହରେ ସୋମବାର ରାତିରେ ଗାଁର ଜଣେ ବ୍ୟକ୍ତିଙ୍କୁ ଘରେ ପଶି ଵିଭତ୍ସ ଭାବେ ହତ୍ୟା କରା ଯାଇଥିଲା। ମୃତ ବ୍ୟକ୍ତି ଜଣଙ୍କ ହେଲେ କିସିଣ୍ଡା ଥାନା ଅନ୍ତର୍ଗତ ଡିମିରିକୁଦା ଗ୍ରାମର ଶୁକ୍ରୁ ମାଝୀ (୫୦)। ଖବର ପାଇ କିସିଣ୍ଡା ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଖବରରୁ ଯାହା ଜଣା ପଡିଛି, ଡିମିରିକୁଦା ଗାଁର ମୃତକ ଶୁକ୍ରୃ ମାଝୀ ଘରେ ଠାକୁର ପୂଜା କରନ୍ତି। ହେଲେ ସେହି ଗାଁର ସଞ୍ଜୁ ମାଝୀଙ୍କ ୪ ବର୍ଷ ପୁଅର ଗତ କିଛି ଦିନ ତଳେ ମୃତ୍ୟୁ ହୋଇଯାଇଥିଲା। ସେଥିପାଇଁ…
ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ବିଧାୟକ ବିଷ୍ଣୁପଦ ରାୟଙ୍କ ଦେହାନ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ପ୍ରଧାନମନ୍ତ୍ରୀ ଟୁଇଟ୍ କରି କହିଛନ୍ତି ଯେ, ‘ପଶ୍ଚିମବଙ୍ଗ ବିଧାୟକ ବିଷ୍ଣୁପଦ ରାୟଙ୍କ ଅକାଳ ବିୟୋଗରେ ଦୁଃଖିତ। ସେ ଜଣେ ପରିଶ୍ରମୀ ବିଧାୟକ ଥିଲେ, ଯିଏ କି ଲୋକଙ୍କ ଆକାଂକ୍ଷା ପୂରଣ ପାଇଁ ଅନେକ ଉଦ୍ୟମ କରିଥିଲେ। ପଶ୍ଚିମବଙ୍ଗରେ ବିଜେପିକୁ ମଜଭୁତ କରିବା ପାଇଁ କଠିନ ପରିଶ୍ରମ କରିଥିଲେ। ତାଙ୍କ ପରିବାର ଏବଂ ସମର୍ଥକଙ୍କୁ ସମବେଦନା। ଓମ୍ ଶାନ୍ତି।’
ଭୁବନେଶ୍ଵର: ଆଜି ମତ୍ସ୍ୟପାଳନ, ପଶୁପାଳନ ଓ ଗୋପାଳନ ମନ୍ତ୍ରଣାଳୟର କେନ୍ଦ୍ରୀୟ ରାଜ୍ୟ ମନ୍ତ୍ରୀ ସଞ୍ଜୀବ ବଲ୍ୟାନଙ୍କୁ ତାଙ୍କ ଦିଲ୍ଲୀ ସ୍ଥିତ କାର୍ଯ୍ୟାଳୟରେ ଡା. ସମ୍ବିତ ପାତ୍ର ସାକ୍ଷାତ କରିଛନ୍ତି। ଏହି ସମୟରେ ଡା. ପାତ୍ର ପୁରୀ ଲୋକସଭାରେ ମତ୍ସ୍ୟଚାଷ ଓ ମତ୍ସ୍ୟଜୀବିମାନଙ୍କ ବିକାଶ ସଂପର୍କରେ ଆଲୋଚନା କରିଛନ୍ତି। ସମ୍ବିତ ପାତ୍ର ମନ୍ତ୍ରୀଙ୍କୁ ପୁରୀ ତଥା ଚିଲିକାରେ ମତ୍ସ୍ୟପାଳନ ସହିତ ଜଡିତ ବ୍ୟକ୍ତିଙ୍କୁ କିପରି କେନ୍ଦ୍ରୀୟ ଯୋଜନାରେ ଅଧିକରୁ ଅଧିକ ସାମିଲ କରାଯାଇ ପାରିବ ସେ ନେଇ ନିବେଦନ କରିଛନ୍ତି। ଏହା ସହିତ ସମ୍ବିତ ପାତ୍ର ସଞ୍ଜୀବ ବଲ୍ୟାନଙ୍କୁ ପୁରୀ ଓ ଖୋର୍ଦ୍ଧା ଜିଲ୍ଲାରେ ମତ୍ସ୍ୟଜିବୀମାନେ ସାମ୍ନା କରୁଥିବା ଅସୁବିଧା ବିଷୟରେ ମଧ୍ୟ ଅବଗତ କରାଇଛନ୍ତି। ମନ୍ତ୍ରୀଙ୍କୁ ସାକ୍ଷାତ କରିବା ପରେ ଗଣମାଧ୍ୟମକୁ ସମ୍ବିତ ପାତ୍ର ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ସେ ପୁରୀ ଲୋକସଭାରେ ଥିବା ସମସ୍ତ ମତ୍ସ୍ୟଜିବୀମାନଙ୍କ ଆର୍ଥିକ ତଥା ସାମାଜିକ ବିକାଶ ପାଇଁ ପ୍ରତିବଦ୍ଧ।
ସ୍ୱାସ୍ଥ୍ୟ ଟିପ୍ସ: ଛତୁକୁ ଅଧିକାଂଶ ଲୋକ ପସନ୍ଦ କରନ୍ତି। କିନ୍ତୁ ଛତୁ ଖାଇବା ଦ୍ୱାରା ଏହା ଆପଣଙ୍କୁ ଓଜନ ହ୍ରାସ କରିବାରେ ସାହାଯ୍ୟ କରିଥାଏ। ଅନ୍ୟ ପଟେ, ପ୍ରତିଦିନ ଛତୁ ଖାଇବା ଦ୍ୱାରା ବିପି ଏବଂ ହୃଦୟ ସମ୍ବନ୍ଧୀୟ ରୋଗରେ ମଧ୍ୟ ଲାଭ ହୋଇଥାଏ। ଭିଟାମିନ୍ ବି, ପୋଟାସିୟମ୍ ପରି ପୋଷକ ତତ୍ତ୍ୱ ଛତୁରେ ମିଳିଥାଏ ଯାହା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ଅଟେ। ଆସନ୍ତୁ ଜାଣିବା ଛତୁ ଖାଇବାର ଲାଭ କ’ଣ? ମୋଟାପଣକୁ ଦୂରଇ ରଖେ– ଯଦି ଆପଣ ଆପଣଙ୍କର ମୋଟାପଣ ଦ୍ୱାରା ଅସୁବିଧାରେ ପଡ଼ନ୍ତି ଏବଂ ଆପଣଙ୍କ ମୋଟାପଣରୁ ମୁକ୍ତି ପାଇବାକୁ ଚାହାଁନ୍ତି, ତେବେ ଆପଣ ପ୍ରତିଦିନ ଛତୁ ଖାଇପାରିବେ। ଏହାର କାରଣ ହେଉଛି ଛତୁରେ ଥିବା ଲୀନ ପ୍ରୋଟିନ୍ ଓଜନ ହ୍ରାସ କରିବାରେ ସାହାଯ୍ୟ କରେ। ହୃଦ୍ ରୋଗରୁ ରକ୍ଷା ମିଳେ- ଛତୁରେ ଅନେକ ଏନଜାଇମ୍ ଏବଂ ଫାଇବର ଥାଏ, ଯାହା ଅଧିକ ପୋଷକ ତତ୍ତ୍ୱ ଅଟେ। ଯେଉଁଥିପାଇଁ ବ୍ୟକ୍ତିର…
ନୂଆଦିଲ୍ଲୀ: ତ୍ରିପୁରା ତୃଣମୂଳ କଂଗ୍ରେସ ରାଜ୍ୟ ସଭାପତି ପିଜୁଷ କାନ୍ତି ବିଶ୍ବାସ ଆଜି ତାଙ୍କ ପଦବୀ ତଥା ଦଳର ସଦସ୍ୟତାରୁ ଇସ୍ତଫା ଦେଇଛନ୍ତି। ନିକଟରେ ଅନୁଷ୍ଠିତ ବିଧାନସଭା ନିର୍ବାଚନରେ ଦଳ ସମ୍ପୂର୍ଣ୍ଣ ରୂପେ ଶକ୍ତି ଲଗାଇଥିଲା, କିନ୍ତୁ ପ୍ରଦର୍ଶନ ଅତ୍ୟନ୍ତ ନୈରାଶ୍ୟଜନକ ଥିଲା। ପିଜୁଷ କାନ୍ତି ବିଶ୍ବାସ ତାଙ୍କ ଇସ୍ତଫା ଟିଏମସି ମୁଖ୍ୟ ମମତା ବାନାର୍ଜୀ ଏବଂ ଦଳର ସାଧାରଣ ସମ୍ପାଦକ ଅଭିଷେକ ବାନାର୍ଜୀଙ୍କ ନିକଟରେ ଦାଖଲ କରିଛନ୍ତି। ସେ ଏଥିରେ ଲେଖିଛନ୍ତି ଯେ, ମୁଁ ଟିଏମସିର ତ୍ରିପୁରା ରାଜ୍ୟ ସଭାପତି ପଦରୁ ମୋର ଇସ୍ତଫା ପତ୍ର ପ୍ରଦାନ କରିଛି। ଏହା ସହିତ ମୁଁ ତୃଣମୂଳ କଂଗ୍ରେସର ପ୍ରାଥମିକ ସଦସ୍ୟତାରୁ ମଧ୍ୟ ଇସ୍ତଫା ଦେଉଛି। ମୋତେ ଏହି ଦାୟିତ୍ଵ ଦେଇଥିବାରୁ ଆପଣ ଏବଂ ଅଭିଷେକ ବାନାର୍ଜୀଙ୍କ ନିକଟରେ ମୁଁ କୃତଜ୍ଞ। ପ୍ରକାଶ ଥାଉ ଯେ, ଚଳିତ ବର୍ଷ ଫେବୃଆରୀ ମାସରେ ତ୍ରିପୁରାର ୬୦ ସଦସ୍ୟ ବିଶିଷ୍ଟ ବିଧାନସଭା ପାଇଁ ନିର୍ବାଚନ ଅନୁଷ୍ଠିତ…

