ନୂଆଦିଲ୍ଲୀ: ସରକାର ଆଇପିସିବଦଳରେ ଭାରତୀୟ ଦଣ୍ଡ ବିଧି ଲାଗୁ କରିଛନ୍ତି। ଏଥିରେ ଆଇପିସିର ପ୍ରଚଳିତ ଆଇନଗତ ବ୍ୟବସ୍ଥାରେ ଅନେକ ପରିବର୍ତ୍ତନ କରାଯାଇଛି। ନୂଆ ଆଇନରେ ୧୮ ବର୍ଷରୁ ଅଧିକ ବୟସର ପତ୍ନୀଙ୍କ ସହ ବଳପୂର୍ବକ ସମ୍ପର୍କ ରଖିବାକୁ ଦୁଷ୍କର୍ମ ପରିସରରୁ ବାଦ୍ ଦିଆଯାଇଛି। କିନ୍ତୁ ଯଦି ପତ୍ନୀ ନାବାଳିକା ହୁଅନ୍ତି ତେବେ ଏଭଳି ମାମଲାରେ ଦୁଷ୍କର୍ମ ମାମଲା ରୁଜୁ ହେବ। ତେବେ ବୈବାହିକ ଦୁଷ୍କର୍ମ ମାମଲା ଏବେବି ସୁପ୍ରିମକୋର୍ଟରେ ବିଚାରାଧୀନ ରହିଛି। ସର୍ବୋଚ୍ଚ ନ୍ୟାୟାଳୟର ତିନି ଜଣିଆ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିବେ। ବାସ୍ତବରେ ବୈବାହିକ ଦୁଷ୍କର୍ମକୁ ଅପରାଧ କରିବା ପାଇଁ ହୋଇଥିବା ଆବେଦନ ଉପରେ ଦିଲ୍ଲୀ ହାଇକୋର୍ଟ ବିଭାଜିତ ନିଷ୍ପତ୍ତି ଦେଇଥିଲେ, ଯାହାପରେ ମାମଲା ସୁପ୍ରିମକୋର୍ଟରେ ପହଞ୍ଚିଥିଲା। ବୈବାହିକ ଦୁଷ୍କର୍ମକୁ ଅପରାଧ ଶ୍ରେଣୀରେ ଅଣାଯାଉ ବୋଲି ଆବେଦନରେ ଦାବି କରାଯାଇଛି। ଆଇପିସି କ’ଣ କହୁଛି – ଆଇପିସିର ଧାରା ୩୭୫ ରେ ଦୁଷ୍କର୍ମର ସଂଜ୍ଞା ଦିଆଯାଇଛି। – ଆଇନରେ…
Author: Samikhsya Bureau
ନୂଆଦିଲ୍ଲୀ: ଚୀନ୍ ସରକାର ସୋମବାର ଦିନ ଏକ ନୂତନ ମାନଚିତ୍ର ଜାରି କରିଛି, ଯେଉଁଥିରେ ଭାରତର ଅରୁଣାଚଳ ପ୍ରଦେଶ ଏବଂ ଆକସାଇ ଚିନ୍ କୁ ଏହାର ଅଞ୍ଚଳ ବୋଲି ଘୋଷଣା କରିଛି। ଚୀନ୍ ଏଭଳି ବିସ୍ତାରବାଦୀ ନୀତି ଆପଣେଇଥିବା ପ୍ରଥମ ଘଟଣା ନୁହେଁ। ଏହା ପୂର୍ବରୁ ଚଳିତ ବର୍ଷ ଏପ୍ରିଲ ମାସରେ ସେ ଅରୁଣାଚଳ ପ୍ରଦେଶର ୧୧ ଟି ସ୍ଥାନର ନାମ ପରିବର୍ତ୍ତନ କରିବାକୁ ଅନୁମତି ଦେଇଥିଲା। ଗ୍ଲୋବାଲ ଟାଇମ୍ସ ରିପୋର୍ଟ ଅନୁଯାୟୀ, ନୂତନ ମାନଚିତ୍ରରେ ଭାରତର କିଛି ଅଂଶ ବ୍ୟତୀତ ତାଇୱାନ ଏବଂ ବିବାଦୀୟ ଦକ୍ଷିଣ ଚୀନ୍ ସାଗରକୁ ମଧ୍ୟ ଚୀନ୍ ଅଞ୍ଚଳରେ ଅନ୍ତର୍ଭୁକ୍ତ କରିଛି। ମାନଚିତ୍ରରେ ଚୀନ୍ ନାଇଁ-ଡ୍ୟାସ୍ ଲାଇନରେ ନିଜର ଦାବି ଉପସ୍ଥାପନ କରିଛି। ଏହି ଉପାୟରେ ସେ ଦକ୍ଷିଣ ଚୀନ୍ ସାଗରର ଏକ ବଡ଼ ଅଂଶ ଦାବି କରିଛି। ତେବେ ଭିଏତନାମ, ଫିଲିପାଇନ୍ସ, ମାଲେସିଆ ଏବଂ ବ୍ରୁନେଇ ଦକ୍ଷିଣ ଚୀନ୍ ସାଗର ଅଞ୍ଚଳରେ ଦାବି ଜାରି…
ନୂଆଦିଲ୍ଲୀ: ଜି-୨୦ ଶିଖର ସମ୍ମିଳନୀରେ ଯୋଗ ଦେବାକୁ ଆସୁଥିବା ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ସେପ୍ଟେମ୍ବର ୮ ତାରିଖ ଭୋର ପ୍ରାୟ ସାଢ଼େ ୩ଟାରେ ବାୟୁସେନା-୧ରେ ଚଢ଼ି ପାଲାମ ବିମାନବନ୍ଦରର ବୈଷୟିକ କ୍ଷେତ୍ରରେ ଅବତରଣ କରିବେ। ଏଠାରୁ ସେ ସିଧାସଳଖ ନିଜ କାର ଦ ବିଷ୍ଟରେ ଚଢ଼ି ଆଇଟିସି ମୌର୍ଯ୍ୟ ହୋଟେଲକୁ ଯିବେ। ତାଙ୍କୁ ସ୍ୱାଗତ କରିବା ପାଇଁ ହୋଟେଲର ୧୪ ତମ ମହଲାରେ ଥିବା ଭବ୍ୟ ଚାଣକ୍ୟ ସୁଇଟ ସଜାଇବା ଆରମ୍ଭ ହୋଇଛି। ଆମେରିକା ରାଷ୍ଟ୍ରପତି ଏହି ସ୍ୱତନ୍ତ୍ର ସୁଇଟରେ ରହିବେ ବାସ୍ତୁକୁ ଦୃଷ୍ଟିରେ ରଖି ନିର୍ମିତ ଏହି ସୁଇଟକୁ ଫୁଲ ପାତ୍ର ଏବଂ ସୁନା ଓ ରୂପାରେ ନିର୍ମିତ ଚମତ୍କାର ଚିତ୍ରରେ ସଜ୍ଜିତ କରାଯାଉଛି। ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ବାଇଡେନ୍ ଯେଉଁ ରୟାଲ ସୁଇଟରେ ରହିବେ, ସେଥିରେ ଦୈନିକ ୮ରୁ ୧୦ ଲକ୍ଷ ଟଙ୍କା ଶୁଳ୍କ ଲାଗୁ ହେବ । ବାଇଡେନ୍ ଏଥିରେ ତିନି ଦିନ ରହିବେ।…
କୈଳାଶ ଚନ୍ଦ୍ର ଚୌଧୁରୀ ବ୍ରହ୍ମପୁର: ଗୋଷାଣୀ ନୁଆ ଗାଁ ଥାନା ଅନ୍ତର୍ଗତ ଚଣ୍ଡୀ ସାହିରେ ଥିବା ଏକ ସରକାରୀ ଜମିର ନିକଟସ୍ଥ ହରିଜନ ସାହିର ଲୋକମାନେ ଘର କରିବାକୁ ନେଇ ବହୁ ଦିନ ଆଗରୁ ମନୋମାଳିନ୍ୟ ରହିଛି। ଏହି ପରିସ୍ଥିତିରେ ଗତକାଲି ଉଭୟ ସାହିର ଲୋକମାନେ ଉପଜିଲ୍ଲାପାଳ ଙ୍କ ଅଭିଯୋଗ ଶୁଣାଣୀ ଶିବିର ଚାଲିଥିବା ବେଳେ ଉପଜିଲ୍ଲାପାଳ ଙ୍କକାର୍ଯ୍ୟାଳୟ ରେ ଅଭିଯୋଗ କରିଥିଲେ। କିନ୍ତୁ ସନ୍ଧ୍ୟାରେ ହରିଜନ ସାହିର ଲୋକମାନେ ଉକ୍ତ ଜମି ପାଖକୁ ଯାଇଥିବା ବେଳେ ଉଭୟ ଗୋଷ୍ଠୀର ଲୋକଙ୍କ ମଧ୍ୟରେ ଯୁକ୍ତି ତର୍କ ହୋଇଥିଲା ଓ ପରବର୍ତ୍ତୀ ସମୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା। ଏତିକିବେଳେ ଖବର ପାଇ ଗୋଷାଣୀ ନୁଆ ଗାଁ ଥାନା ପୋଲିସ ଉତ୍ତେଜନା ସୃଷ୍ଟି କରୁଥିବା ଲୋକଙ୍କୁ ତାଗିଦ୍ କରିଥିଲେ ଓ ଉଭୟ ପକ୍ଷଙ୍କ ଅଭିଯୋଗ ଗ୍ରହଣ କରିଥିଲେ। ଏହି ଭଳି ପରିସ୍ଥିତିରେ ଉକ୍ତ ଜମି ଉପରେ ୧୪୪ ଧାରା ଆଇନ ଲାଗୁ କରିବାକୁ…
ନୂଆଦିଲ୍ଲୀ: ଜନଗଣନା କିମ୍ବା ଏଭଳି କୌଣସି ପ୍ରକ୍ରିୟା ଗ୍ରହଣ କରିବାର ଅଧିକାର ତାଙ୍କ ବ୍ୟତୀତ ଅନ୍ୟ କାହାର ନାହିଁ ବୋଲି କେନ୍ଦ୍ର ସରକାର ସୋମବାର ସୁପ୍ରିମକୋର୍ଟକୁ ଜଣାଇଛନ୍ତି। ସର୍ବୋଚ୍ଚ ନ୍ୟାୟାଳୟର ବିଚାର ପାଇଁ ସାମ୍ବିଧାନିକ ଓ ଆଇନଗତ ସ୍ଥିତିକୁ ଦୃଷ୍ଟିରେ ରଖି ବିହାରରେ ଜାତିଭିତ୍ତିକ ସର୍ଭେକୁ ଚ୍ୟାଲେଞ୍ଜ କରୁଥିବା ପିଟିସନର ଜବାବରେ କେନ୍ଦ୍ର ଗୃହ ମନ୍ତ୍ରାଳୟର ରେଜିଷ୍ଟ୍ରାର ଜେନେରାଲଙ୍କ କାର୍ଯ୍ୟାଳୟ ପକ୍ଷରୁ ଏକ ସଂକ୍ଷିପ୍ତ ସତ୍ୟପାଠ ଦାଖଲ କରାଯାଇଛି। ସମ୍ବିଧାନର ସପ୍ତମ ଅନୁସୂଚୀରେ ୬୯ ନମ୍ବର ସ୍ଥାନରେ ଜନଗଣନା ବିଷୟକୁ କେନ୍ଦ୍ର ତାଲିକାରେ ଅନ୍ତର୍ଭୁକ୍ତ କରାଯାଇଛି ଏବଂ ଜନଗଣନା ଆଇନ, ୧୯୪୮ କେବଳ କେନ୍ଦ୍ର ସରକାରଙ୍କୁ ଜନଗଣନା କରିବାକୁ କ୍ଷମତା ପ୍ରଦାନ କରିଛି ବୋଲି ସତ୍ୟପାଠରେ ଦର୍ଶାଯାଇଛି। ଏଥିରେ ଦର୍ଶାଯାଇଛି ଯେ ସମ୍ବିଧାନ ଅନୁଯାୟୀ କିମ୍ବା ଅନ୍ୟ କୌଣସି ସଂସ୍ଥା (କେନ୍ଦ୍ର ବ୍ୟତୀତ) ଜନଗଣନା କିମ୍ବା ଏପରି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାର ଅଧିକାର ନାହିଁ। ଭାରତୀୟ ସମ୍ବିଧାନର ବ୍ୟବସ୍ଥା ଏବଂ…
ନୂଆଦିଲ୍ଲୀ: ଏସିଆ କପ୍-୨୦୨୩ ଅଗଷ୍ଟ ୩୦ ତାରିଖରୁ ଆରମ୍ଭ ହେବ। ସେପ୍ଟେମ୍ବର ୨ ତାରିଖରେ ପାକିସ୍ତାନ ବିପକ୍ଷରେ ଟିମ୍ ଇଣ୍ଡିଆ ଏହାର ପ୍ରଥମ ମ୍ୟାଚ୍ ଖେଳିବ। ଏହି ଟୁର୍ଣ୍ଣାମେଣ୍ଟରେ ରୋହିତ ଶର୍ମା ଏକ ବିଶେଷ ସଫଳତା ହାସଲ କରିପାରନ୍ତି। ପୂର୍ବତନ କ୍ରିକେଟର ସଚିନ ତେନ୍ଦୁଲକରଙ୍କ ପୁରୁଣା ରେକର୍ଡ ସେ ଭାଙ୍ଗିପାରନ୍ତି। ଏସିଆ କପ୍ର ODI ଫର୍ମାଟରେ ରୋହିତ ଭାରତ ପାଇଁ ସର୍ବାଧିକ ରନ୍ ସ୍କୋରର ହୋଇପାରନ୍ତି। ସଚିନ ଏସିଆ କପରେ ଏପର୍ଯ୍ୟନ୍ତ ଭାରତ ପାଇଁ ସର୍ବାଧିକ ରନ୍ ସଂଗ୍ରହ କରିଛନ୍ତି। ସେ ୨୩ ଟି ମ୍ୟାଚରେ ୯୭୧ ରନ୍ ସଂଗ୍ରହ କରିଛନ୍ତି। ଏହି ସମୟ ମଧ୍ୟରେ ସଚିନ ୨ ଟି ଶତକ ଏବଂ ୭ ଟି ଅର୍ଦ୍ଧଶତକ ହାସଲ କରିଛନ୍ତି। ଭାରତୀୟ ଖେଳାଳି ତାଲିକାରେ ରୋହିତ ଦ୍ୱିତୀୟ ସ୍ଥାନରେ ଅଛନ୍ତି। ସେ ୨୨ ଟି ମ୍ୟାଚରେ ୭୪୫ ରନ୍ ସଂଗ୍ରହ କରିଛନ୍ତି। ଶୀର୍ଷରେ ପହଞ୍ଚିବା ପାଇଁ ରୋହିତଙ୍କୁ ୨୨୬ ରନ୍ ଆବଶ୍ୟକ।…
ଆସିକା (ମାନସ ପୂର୍ଣ୍ଣ ଆଚାର୍ଯ୍ୟ): ପାଖରେ ଅଛି ପାହାଡ। ପୋଖରୀରେ ଭର୍ତ୍ତି ପାଣି। ହେଲେ ଏହାକୁ ଭୃକ୍ଷେପ ନକରି ବିଦ୍ୟାଳୟ ପାଠପଢା ସମୟରେ ଛାତ୍ରଛାତ୍ରୀ ମାନେ ବିପଦ ସଙ୍କୁଳ ସ୍ଥାନକୁ ଶୈାଚ ହେବା ପାଇଁ ବାହାରକୁ ଯାଉଛନ୍ତି। ଏକଥା ନା ଶିକ୍ଷକ ଜାଣୁଛନ୍ତି ନା ବିଦ୍ୟାଳୟ କର୍ତୃପକ୍ଷ। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଆସିକା ବ୍ଲକ ସିଦ୍ଧନଇ ଗ୍ରାମପଚାଂୟତ ଉଚ୍ଚ ବିଦ୍ୟାଳୟରେ। ଏହି ସମୟରେ ପିଲା ମାନେ ଶିକ୍ଷକଙ୍କୁ ନ କହି ବାହାରକୁ ଶୈାଚ ହେବା ପାଇଁ ଯାଉଛନ୍ତି। ବିଦ୍ୟାଳୟରେ ଶୈାଚାଳୟ ବ୍ୟବସ୍ଥା ନଥିବାରୁ ରିତୀମତ ପିଲା ମାନେ ଏଭଳି ମନ ଇଚ୍ଚା ବାହାରକୁ ଚାଲି ଯାଉଥିବା ଅଭିଯୋଗ ହେଉଛି। ବର୍ତ୍ତମାନ ସ୍କୁଲରେ ରୁପାନ୍ତରୀକରଣ କାମ ଚାଲିଥିବା ବେଳେ ସ୍କୁଲ ପରିସରରେ ଏବେ ବହୁ ସାମଗ୍ରୀ, ବିଭିନ୍ନ ନିର୍ମାଣ ସାମଗ୍ରୀ, ବାଲି ଗୋଡି ମାଟି ଆଉ ପୁରୁଣା ସାମଗ୍ରୀ ବିକ୍ଷିପ୍ତ ହୋଇ ପଡିଛି। କିଏ କୁଆଡେ ଗଲା କିଛି ଜଣାପଡୁନି। ଏହି…
ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ସଂପର୍କରେ ବିରୋଧୀ ସହଯୋଗୀ ଇଣ୍ଡିଆ (INDIA) ର ମୁମ୍ବାଇ ବୈଠକର ଦୁଇ ଦିନ ପୂର୍ବରୁ ଦିଲ୍ଲୀ କଂଗ୍ରେସ ନେତା ତଥା ପୂର୍ବତନ ସାଂସଦ ସନ୍ଦୀପ ଦୀକ୍ଷିତ ପୁଣି ଥରେ ସିଏମ୍ ଅରବିନ୍ଦ କେଜ୍ରିୱାଲଙ୍କ ଉପରେ ଆକ୍ରମଣ କରିଛନ୍ତି। ଆମ୍ ଆଦମୀ ପାର୍ଟିକୁ ଟାର୍ଗେଟ କରି ସେ କହିଛନ୍ତି ଯେ, ଏହି ଦଳର ନେତା ସାଧାରଣ ଲୋକଙ୍କ କଥା କହୁଥିଲେ, ଏହାର ମୁଖ୍ୟ ବର୍ତ୍ତମାନ ବଙ୍ଗଳାରେ ରୁହନ୍ତି। ଦିଲ୍ଲୀର ପୂର୍ବତନ ସିଏମ୍ ଶୀଲା ଦୀକ୍ଷିତଙ୍କ ପୁଅ ସନ୍ଦୀପ ଦୀକ୍ଷିତଙ୍କ ଅଭିଯୋଗ ମଧ୍ୟ ରହିଛି ଯେ, କିଛି ଲୋକ ପଞ୍ଜାବ ସରକାରଙ୍କ ଟଙ୍କାକୁ ନିଜ ରାଜନୀତିରେ ବ୍ୟବହାର କରୁଛନ୍ତି। କଂଗ୍ରେସ ନେତା ଏଠାରେ ଅଟକି ନାହାଁନ୍ତି, ସେ ଆହୁରି ମଧ୍ୟ କହିଛନ୍ତି ଯେ ଇଣ୍ଡିଆ ମେଣ୍ଟରେ ବିଜେପିର ଏଜେଣ୍ଟ ଭାବରେ କାର୍ଯ୍ୟ କରୁଛି। ଅଗଷ୍ଟ ୩୧ ଏବଂ ସେପ୍ଟେମ୍ବର ୧ ତାରିଖରେ ହେବାକୁ ଥିବା ବିରୋଧୀ ଦଳର ବୈଠକ ଏବଂ…
ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ୨୦୨୪ ପାଇଁ ପ୍ରସ୍ତୁତି ଚଳାଇଥିବା ବିଜେପି ଏକାସାଙ୍ଗରେ ଅନେକ ଫର୍ମୁଲା ଉପରେ କାମ କରୁଛି। ବର୍ତ୍ତମାନର ସାଂସଦଙ୍କ ଟିକେଟ କାଟିବାଠାରୁ ଆରମ୍ଭ କରି ଦଳରେ ନୂଆ ଚେହେରାଙ୍କୁ ସୁଯୋଗ ଦେବା ପର୍ଯ୍ୟନ୍ତ ବିଚାର ବିମର୍ଶ ଚାଲିଛି। ମିଳିଥିବା ସୂଚନା ଅନୁଯାୟୀ, ସ୍ୱାଧୀନତାର ୧୦୦ ବର୍ଷ ପୂର୍ତ୍ତି ସୁଦ୍ଧା ସଂସଦରେ ଯୁବ ପ୍ରତିନିଧିତ୍ୱ ବଢ଼ାଇବା ପାଇଁ ଦଳ କାର୍ଯ୍ୟ କରୁଛି। ଏହି ନିର୍ବାଚନରେ ବିଜେପି ୧୫୦ ନୂଆ ପ୍ରାର୍ଥୀ ଦେବାର ସମ୍ଭାବନା ରହିଛି। ୪୧ରୁ ୫୫ ବର୍ଷ ବୟସ ବର୍ଗର ପ୍ରାର୍ଥୀଙ୍କ ସଂଖ୍ୟା ଅଧିକ ରହିବ। ବିଜେପିର ଜଣେ ସାଧାରଣ ସମ୍ପାଦକ କହିଛନ୍ତି ଯେ ପ୍ରଥମ ଲୋକସଭାରେ ୨୬% ସଦସ୍ୟଙ୍କ ବୟସ ୪୦ ବର୍ଷରୁ କମ୍ ରହିଥିଲା। ପରବର୍ତ୍ତୀ ସମୟରେ ସଂସଦରେ ଯୁବ ପ୍ରତିନିଧିଙ୍କ ସଂଖ୍ୟା ହ୍ରାସ ପାଇଥିଲା। ଲୋକସଭାରେ ନିର୍ବାଚନ ଜିତିଥିବା ସାଂସଦଙ୍କ ସଂଖ୍ୟା ୩ରୁ ୧୧ ଗୁଣକୁ ବୃଦ୍ଧି ପାଇଛି। ଏହାକୁ ଦୃଷ୍ଟିରେ ରଖି ଦୁଇ…
ଭୁବନେଶ୍ୱର: ଆଜି ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡ୍ (ଆର୍ଆଇଏଲ୍) ର ନିର୍ଦ୍ଦେଶକ ମଣ୍ଡଳୀ ବୈଠକ ଅନୁଷ୍ଠିତ ହୋଇଥିବା ବେଳେ କଂପାନିର ଅଣ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଭାବେ ଇଶା ଅମ୍ବାନି, ଆକାଶ ଅମ୍ବାନି ଓ ଅନନ୍ତ ଅମ୍ବାନିଙ୍କ ନିଯୁକ୍ତିକୁ ମଞ୍ଜୁରି ପ୍ରଦାନ କରିବା ଲାଗି ମାନବ ସମ୍ବଳ, ମନୋନୟନ ଓ ବେତନ କମିଟିର ସୁପାରିସକୁ ଅଂଶଧନକାରୀମାନଙ୍କ ସାମ୍ନାରେ ଉପସ୍ଥାପନ କରାଯାଇଥିଲା । ଅଂଶଧନକାରୀମାନଙ୍କ ମଞ୍ଜୁରି ମିଳିବା ପରେ ଯେଉଁ ଦିନଠାରୁ ସେମାନେ କାର୍ଯ୍ୟଭାର ଗ୍ରହଣ କରିବେ ସେହିଦିନଠାରୁ ସେମାନଙ୍କ ନିଯୁକ୍ତି କାର୍ଯ୍ୟକାରୀ ହେବ । ଭାରତରେ ଅଧିକ ପ୍ରଭାବ ସୃଷ୍ଟି କରିବାରେ ରିଲାଏନ୍ସ ଫାଉଣ୍ଡେସନକୁ ସକ୍ଷମ କରାଇବା ଓ ମାର୍ଗଦର୍ଶନ ପ୍ରଦାନ କରିବା ଲାଗି ଅଧିକ ଶକ୍ତି ଓ ସମୟ ଦେବା ପାଇଁ ନୀତା ଅମ୍ବାନି ନେଇଥିବା ନିଷ୍ପତ୍ତି କୁ ସମ୍ମାନ ଜଣାଇ ତାଙ୍କ ଇସ୍ତଫାକୁ ନିର୍ଦ୍ଦେଶକ ମଣ୍ଡଳୀ ପକ୍ଷରୁ ଗ୍ରହଣ କରାଯାଇଛି । ପ୍ରତିଷ୍ଠାତା ଅଧ୍ୟକ୍ଷା ଭାବେ ରିଲାଏନ୍ସ ଫାଉଣ୍ଡେସନରେ ନୀତା ଅମ୍ବାନିଙ୍କ ନେତୃତ୍ୱକୁ ନିର୍ଦ୍ଦେଶକ ମଣ୍ଡଳୀ…
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଜନ ଧନ ଯୋଜନା (ପିଏମ୍ଜେଡିୱାଇ) ଓ ଜାତୀୟ ଆର୍ଥିକ ସମାବେଶୀକରଣ ମିଶନର ସଫଳ କାର୍ଯ୍ୟକାରିତାର ନବମ ବର୍ଷ ସୋମବାର ଦିନ ପୂରଣ ହୋଇଛି। ପିଏମ୍ଜେଡିୱାଇ ଯୋଜନା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ୨୦୧୪ ଅଗଷ୍ଟ ୧୫ତାରିଖରେ ସ୍ୱାଧୀନତା ଦିବସ ଅବସରରେ ଘୋଷଣା କରାଯାଇଥିଲା । ସେ ବର୍ଷ ଅଗଷ୍ଟ ୨୮ରେ ଏହି ଯୋଜନାକୁ ସରକାର କାର୍ଯ୍ୟକାରୀ କରିଥିଲେ । ଏହି ଯୋଜନାର ଶୁଭାରମ୍ଭ କରି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ କହିଥିଲେ ଯେ ଏହା ଗରିବଙ୍କୁ ଏକ ବିଷଚକ୍ରରୁ ମୁକ୍ତି ଦେବାର ଏକ ଉତ୍ସବ ପାଳନର ମୂହୁର୍ତ୍ତ । ଏହା ଥିଲା ବିଶ୍ୱର ଅନ୍ୟତମ ସର୍ବବୃହତ୍ ଆର୍ଥିକ ସମାବେଶୀକରଣ ପ୍ରୟାସ । ସମସ୍ତଙ୍କୁ, ବିଶେଷକରି ଗରିବ ଓ ବଂଚିତ ବର୍ଗଙ୍କୁ ଆନୁଷ୍ଠାନିକ ଅର୍ଥ/ବ୍ୟାଙ୍କ ବ୍ୟବସ୍ଥାରେ ଅନ୍ତର୍ଭୁକ୍ତ କରି ସରକାରୀ ଯୋଜନାର ଲାଭ ତା’ ମାଧ୍ୟମରେ ଯୋଗାଇ ଦେବାକୁ ସରକାରଙ୍କର ଏହା ଏକ ଉପକ୍ରମ । ଅର୍ଥ ମନ୍ତ୍ରଣାଳୟ ଏହି କାର୍ଯ୍ୟକ୍ରମର…
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର ଦିନ ରୁଷର ରାଷ୍ଟ୍ରପତି ଭ୍ଲାଦିମିର ପୁତିନଙ୍କ ସହିତ ଟେଲିଫୋନରେ ଆଲୋଚନା କରିଛନ୍ତି। ଦୁଇ ନେତା ଦ୍ୱିପାକ୍ଷିକ ସହଯୋଗର ଅନେକ ପ୍ରସଙ୍ଗରେ ଅଗ୍ରଗତିର ସମୀକ୍ଷା କରିଥିଲେ ଏବଂ ଜୋହାନ୍ସବର୍ଗରେ ନିକଟରେ ଶେଷ ହୋଇଥିବା ବ୍ରିକ୍ସ ସମ୍ମିଳନୀ ସମେତ ପାରସ୍ପରିକ ଚିନ୍ତାଧାରାର ଆଞ୍ଚଳିକ ତଥା ବିଶ୍ବସ୍ତରୀୟ ପ୍ରସଙ୍ଗରେ ମତ ବିନିମୟ କରିଥିଲେ। ରାଷ୍ଟ୍ରପତି ପୁତିନ 9-10 ସେପ୍ଟେମ୍ବର 2023 ରେ ନୂଆଦିଲ୍ଲୀରେ ଅନୁଷ୍ଠିତ ଜି -20 ଶିଖର ସମ୍ମିଳନୀରେ ଯୋଗଦେବାରେ ନିଜର ଅକ୍ଷମତା ବିଷୟରେ ଜଣାଇଥିଲେ ଏବଂ ସୂଚନା ପ୍ରଦାନ କରିଥିଲେ ଯେ ରୁଷର ପ୍ରତିନିଧିତ୍ବ ରୁଷ ବୈଦେଶିକ ମନ୍ତ୍ରୀ ମହାମହିମ ଶ୍ରୀ ସର୍ଗେଇ ଲାଭରୋଭ୍ କରିବେ। ପ୍ରଧାନମନ୍ତ୍ରୀ ଭାରତର ଜି-20 ଅଧ୍ୟକ୍ଷତା ଅନ୍ତର୍ଗତ ସମସ୍ତ ପଦକ୍ଷେପ ପାଇଁ ରୁଷର ନିରନ୍ତର ସମର୍ଥନ ପାଇଁ ରାଷ୍ଟ୍ରପତି ପୁତିନଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଉଭୟ ନେତା ପରସ୍ପର ସମ୍ପର୍କରେ ରହିବା ପାଇଁ ସହମତି ଜଣାଇଛନ୍ତି।
ମେଷ : ବିବାହ ପ୍ରସ୍ତାବ ଗ୍ରହଣ କରାଯାଇପାରେ । ସରକାରଙ୍କ ସହାୟତାରେ କୌଣସି କାର୍ଯ୍ୟ ଶେଷ ହେବ। ବ୍ୟବସାୟ ଅନୁକୂଳ ଲାଭ ଦେବ। ଜରୁରୀ ଜିନିଷକୁ ଠିକ୍ ସମୟରେ ନ ପାଇବାରୁ ଦୁଃଖ ଆସିବ । ବିନିଯୋଗ ଭଲ ହେବ । ଏହାର ପ୍ରଭାବ ଚାକିରିରେ ବୃଦ୍ଧି ପାଇବ। ଆୟ ବୃଦ୍ଧି ପାଇବ । ସମୟ ଅନୁକୂଳ ହେବ । ଅଳସୁଆତା ଜିତିବ । ଘରେ ସୁଖ ଏବଂ ଶାନ୍ତି ରହିବ । ଉପକୃତ ହେବ । ବୃଷ : ପ୍ରଗତିର ରାସ୍ତା ଖୋଲାଯିବ । ଭୋଜି ଖାଇବା ଠାରୁ ଦୂରେଇ ରୁହନ୍ତୁ । ବ୍ୟବସାୟ ବୃଦ୍ଧି ପାଇବ । ଜମି ଏବଂ ନିର୍ମାଣ ସଂପର୍କିତ କ୍ରୟ ଏବଂ ବିକ୍ରୟ ଲାଭଦାୟକ ହେବ । ବିନିଯୋଗ ଭଲ ହେବ । ରୋଜଗାର ବୃଦ୍ଧି ପାଇବ । ଲାଭ ସୁଯୋଗ ଆସିବ । ଘର ବାହାରେ ସୁଖ ମିଳିବ । ବିପଦପୂର୍ଣ୍ଣ ଏବଂ ବନ୍ଧକ କାର୍ଯ୍ୟରୁ…
ବାଣପୁର (ସୀତାରାମ ଅଗ୍ରୱାଲ): ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକର ନାଚୁଣୀ ଥାନା ଅନ୍ତର୍ଗତ ପଙ୍କାଳ ଗ୍ରାମରେ ଅଭାବନୀୟ ଘଟଣା ଘଟିଯାଇଛି। ଜଣେ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି। ସୂଚନା ମୁତାବକ ଆଜି ରାତିରେ ପଙ୍କାଳ ଗ୍ରାମର ଅନାମ ପଲେଇଙ୍କ ପୁତ୍ର ରଞ୍ଜିତ ପଲେଇ (୩୦) ଙ୍କୁ ପରିବାର ବର୍ଗ ଗୁରୁତର ଅବସ୍ଥାରେ ଡାକ୍ତରଖାନା ଆଣିଥିବା ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଛନ୍ତି। ଏ ନେଇ ଡାକ୍ତର ସ୍ଥାନୀୟ ପୋଲିସକୁ ସୂଚନା ଦେବା ପରେ ପୋଲିସ ମେଡିକାଲରେ ପହଞ୍ଚିଛି। ତେବେ ଏହା ଦଉଡି ଲଗାଇ ଆତ୍ମହତ୍ୟା ଘଟଣା ସନ୍ଦେହ ହେଉଥିବା ବେଳେ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡିବ ବୋଲି ଡାକ୍ତର ସୂଚନା ଦେଇଛନ୍ତି।
ଭୁବନେଶ୍ବର: ଆଜି ୨୬୨ ସହକାରୀ ପ୍ରଫେସର ଏବଂ ୮୮ ଜୁନିଅର କାର୍ଯ୍ୟନିର୍ବାହୀ ସହାୟକ ରାଜ୍ୟ ସରକାରରେ ଯୋଗ ଦେଇଛନ୍ତି। ଏହି ଉଦ୍ଦେଶ୍ୟରେ ଲୋକ ସେବା ଭବନର ସମ୍ମିଳନୀ କେନ୍ଦ୍ରରେ ଏକ ନିଯୁକ୍ତି ପର୍ବ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଏଥିରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଯୋଗଦେଇ କହିଛନ୍ତି ଯେ ଆମର ଉଚ୍ଚଶିକ୍ଷା ପାଇଁ ଏକ ପ୍ରମୁଖ ଆହ୍ବାନ ହେଉଛି ଆମ ପିଲାମାନଙ୍କୁ ଚାକିରୀ କିମ୍ବା ଆତ୍ମନିର୍ଭରଶୀଳ କରାଇବା। ଆମର ଛାତ୍ରଛାତ୍ରୀମାନେ ନିଜ ଅନୁଷ୍ଠାନରୁ ବାହାରକୁ ଆସିବାର ଆବଶ୍ୟକତା ଅଛି, ଯାହାକି ନିଜ ଜୀବନରେ ଏବଂ ଶେଷରେ ସମାଜ ପାଇଁ କିଛି କରିବାର ଆବଶ୍ୟକ ରହିଛି। ସେଥିପାଇଁ ସେମାନେ ଅଧିକ ଆତ୍ମବିଶ୍ୱାସୀ ହେବା ଦରକାର ବୋଲି ନବୀନ କହିଥିଲେ। ସହକାରୀ ପ୍ରଫେସରମାନଙ୍କୁ ଅଭିନନ୍ଦନ ଜଣାଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଛାତ୍ରଛାତ୍ରୀମାନେ ବୃତ୍ତିଗତ ଜଗତରେ ପ୍ରବେଶ କରିବା ପାଇଁ ଉଚ୍ଚଶିକ୍ଷା ଏକ ପ୍ରମୁଖ ପ୍ଲାଟଫର୍ମ। ଏଠାରୁ ଛାତ୍ରଛାତ୍ରୀମାନେ ଭିନ୍ନ ଭିନ୍ନ କ୍ୟାରିୟର ବିକଳ୍ପ ଗ୍ରହଣ…
ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ବ୍ରହ୍ମପୁର ଉପଜିଲ୍ଲାପାଳଙ୍କ ସଦଭାବନା ଗୃହରେ ମାସର ୪ ର୍ଥ ମିଳିତ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ ହୋଇଛି। ଉକ୍ତ ଶିବିରରେ ଡି ଆର୍ ଡି ଏ ପିଡି କୀର୍ତ୍ତି ଭାସନ୍, ଉପଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣୀ ଯୋଗ ଦେଇ ୧୦୬ ଟି ଅଭିଯୋଗ ର ଶୁଣାଣୀ କରିଥିଲେ। ସେଥି ମଧ୍ୟରୁ ୯୧ ଟି ବ୍ୟକ୍ତିଗତ, ୭ ଟି ମିଳିତ ସମେତ ୫ ଟି ର ଫଇସଲା ହୋଇଥିଲା। ଏଥି ସହିତ ରେଣୁ ଯେନା, ଗୌଡ଼ ସାହୁ ଓ ଏମ୍ ଲକ୍ଷ୍ମୀ କୁ ଚିକିତ୍ସା ପାଇଁ ଜିଲ୍ଲା ରେଡ଼କ୍ରସ ପକ୍ଷରୁ ୧୦ ହଜାର ଟଙ୍କା ଲେଖାଏଁ ସହାୟତା ପ୍ରଦାନ କରାଯାଇଥିଲା। ଆଜିର ଏହି କାର୍ଯ୍ୟକ୍ରମ ରେ ଉପଖଣ୍ଡ ଅନ୍ତର୍ଗତ ସମସ୍ତ ବ୍ଳକ ବିଡ଼ିଓ, ତହସିଲଦାର ଓ ଜିଲ୍ଲା ସ୍ତରୀୟ ଅଧିକାରୀ ମାନେ ଯୋଗ ଦେଇ ଆବଶ୍ୟକୀୟ ତଥ୍ୟ ପ୍ରଦାନ କରିଥିଲେ।
ଭୁବନେଶ୍ଵର: ବର୍ତ୍ତମାନ ସମୟରେ ବିଶ୍ୱରେ ଏବଂ ସର୍ବ ଭାରତୀୟ ସ୍ତରରେ ମାନସିକ ରୋଗ ତଥା ମାନସିକ ଅସ୍ଥିରତା ହେଉଛି ଏକ ସ୍ଵାସ୍ଥ୍ୟଗତ ଆହ୍ୱାନ। ଯାହାକୁ ସମଗ୍ର ବିଶ୍ୱ ଏବଂ ଭାରତ ମଧ୍ୟ ସମ୍ମୁଖୀନ କରୁଛି। ଗଣନା ଅନୁଯାୟୀ ଏହା ସ୍ପଷ୍ଟ ହୁଏ ଯେ, ଆତ୍ମହତ୍ୟା ହେଉଛି ଆମ ଦେଶରେ ହେଉଥିବା ମୃତ୍ୟୁର ଏକ ପ୍ରମୁଖ କାରଣ। ଚାଳିଶ ବର୍ଷରୁ କମ୍ ବ୍ୟକ୍ତିମାନେ ଏହାର ଶିକାର ହୋଇଥାନ୍ତି। ବର୍ତ୍ତମାନ ର ଆଧୁନିକ ସମାଜରେ ମନୁଷ୍ୟ ର ଉଚ୍ଚ ଆଶା ଅଭିଳାଷ ସମୟ ସମୟରେ ତାକୁ ନିରାଶ ଏବଂ ଅସ୍ତବ୍ୟସ୍ତ କରିଦେଉଛି। ଏହି ମାନସିକ ବ୍ୟସ୍ତତା ତାକୁ ସମସ୍ତ ଙ୍କ ଠାରୁ ଏକୁଟିଆ କରିଦେଉଛି। କେତେବେଳେ ସେ ମାନସିକ ଚିନ୍ତାରେ ରହି ଉଚ୍ଚ ରକ୍ତଚାପ ବା ବ୍ଲଡ଼ ପ୍ରେସର,ମଧୁମେହ ଏବଂ ହୃଦ ରୋଗର ଶିକାର ହେଉଛି। କେତେବେଳେ ପରିବାର ବର୍ଗଙ୍କ ସହ ମତାନ୍ତର ମାନସିକ ଚିନ୍ତାର କାରଣ ହେଉଛି ତ କେଉଁଠି ପିଲାଙ୍କ ମଧ୍ୟରେ…
କୋଲକାତା: ଡିସେମ୍ବରରେ ଲୋକସଭା ନିର୍ବାଚନ ହେବାର ସମ୍ଭାବନା ରହିଛି ବୋଲି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସୋମବାର କହିଛନ୍ତି। ଯଦି ବିଜେପି ଏପରି କରେ ତେବେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ। ଆମେ ପଶ୍ଚିମବଙ୍ଗରେ ସିପିଆଇ(ଏମ୍) ଶାସନର ଅନ୍ତ ଘଟାଇଛୁ, ଏବେ ଲୋକସଭାରେ ବିଜେପିକୁ ପରାସ୍ତ କରିବୁ ବୋଲି ମମତା କହିଛନ୍ତି। ସେ ରାଜ୍ୟର ରାଜ୍ୟପାଳ ସିଭି ବୋଷଙ୍କୁ ମଧ୍ୟ ଚ୍ୟାଲେଞ୍ଜ କରିଛନ୍ତି। ସେ କହିଛନ୍ତି, ରାଜ୍ୟପାଳ ନିର୍ବାଚିତ ସରକାର ସହ ଗଣ୍ଡଗୋଳ କରିବା ଉଚିତ ନୁହେଁ। ସେମାନେ ସାମ୍ବିଧାନିକ ନିୟମ ଉଲ୍ଲଂଘନ କରୁଛନ୍ତି। ମୁଁ ଏହି ପଦକୁ ସମ୍ମାନ କରେ କିନ୍ତୁ ତାଙ୍କ ଅସାମ୍ବିଧାନିକ କାର୍ଯ୍ୟକଳାପକୁ ସମର୍ଥନ କରେ ନାହିଁ। ତୃଣମୂଳ (ଟିଏମସି) ଛାତ୍ର ପରିଷଦର ୨୬ତମ ପ୍ରତିଷ୍ଠା ଦିବସ ଅବସରରେ କୋଲକାତାର ମାୟୋ ରୋଡରେ ଆୟୋଜିତ ଏକ ରାଲିକୁ ସମ୍ବୋଧିତ କରି ମମତା ଏହା କହିଛନ୍ତି। ଦିନକ ପୂର୍ବରୁ ରାଜ୍ୟପାଳ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଥିଲେ ସିଲିଗୁଡ଼ିରେ ନାବାଳିକା…
ନୂଆଦିଲ୍ଲୀ: ଆସନ୍ତା ମାସରେ ସୂର୍ଯ୍ୟ ଆଦିତ୍ୟ-ଏଲ୍-୧ ଉପରେ ଅଧ୍ୟୟନ କରିବା ପାଇଁ ଭାରତ ନିଜର ପ୍ରଥମ ଅଭିଯାନ ଆରମ୍ଭ କରିବ। ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ଅନୁଯାୟୀ, ଆଦିତ୍ୟ-ଏଲ୧କୁ ସେପ୍ଟେମ୍ବର ୨, ୨୦୨୩ ପୂର୍ବାହ୍ନ ୧୧ଟା ୫୦ରେ ଉତକ୍ଷେପଣ କରାଯିବ। ସୋମବାର ଇସ୍ରୋ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଆଦିତ୍ୟ ଏଲ୍ ୧ ହେଉଛି ପ୍ରଥମ ମହାକାଶ ଭିତ୍ତିକ ଭାରତୀୟ ପରୀକ୍ଷାଗାର ଯିଏ ସୂର୍ଯ୍ୟଉପରେ ଅଧ୍ୟୟନ କରିବ। ସୂର୍ଯ୍ୟଙ୍କ ଚାରିପଟେ ସୃଷ୍ଟି ହେଉଥିବା କରୋନାର ରିମୋଟ୍ ପର୍ଯ୍ୟବେକ୍ଷଣ ପାଇଁ ଏହାକୁ ଡିଜାଇନ୍ କରାଯାଇଛି। ସୂର୍ଯ୍ୟ-ପୃଥିବୀର ଲାଗ୍ରାଙ୍ଗିଆନ୍ ବିନ୍ଦୁରେ ରହି ଆଦିତ୍ୟ ୟାନ୍ ସୂର୍ଯ୍ୟ ଉପରେ ଉଠୁଥିବା ଝଡ଼କୁ ବୁଝିପାରିବ । ଏହି ବିନ୍ଦୁ ପୃଥିବୀଠାରୁ ପ୍ରାୟ ୧୫ ନିୟୁତ କିଲୋମିଟର ଦୂରରେ ଅବସ୍ଥିତ। ଏଠାରେ ପହଞ୍ଚିବା ପାଇଁ ପ୍ରାୟ ୧୨୦ ଦିନ ଅର୍ଥାତ୍ ୪ ମାସ ସମୟ ଲାଗିବ। ଶ୍ରୀହରିକୋଟାର ଗ୍ୟାଲେରୀରୁ ଆଦିତ୍ୟ-ଏଲ୧ ମିଶନର ଉତକ୍ଷେପଣ ଦେଖିବାକୁ ଚାହୁଁଥିବା ନାଗରିକଙ୍କ…
ନୂଆଦିଲ୍ଲୀ: ମିଶନ ୨୦୨୪ର ଲକ୍ଷ୍ୟ ହାସଲ ପାଇଁ ବିଜେପି ଏକ ବ୍ୟାପକ ରଣନୀତି ପ୍ରସ୍ତୁତ କରୁଛି। ଲୋକସଭା ନିର୍ବାଚନ ଘୋଷଣା ପୂର୍ବରୁ ହିଁ ୧୬୦ ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିବାକୁ ବିଚାର କରାଯାଉଛି। ହଁ, ଏସବୁ ଆସନରେ ବିଜେପି ଦୁର୍ବଳ ବୋଲି ବିବେଚନା କରାଯାଏ। ସୂତ୍ରରୁ ପ୍ରକାଶ ଯେ ବିଜେପି ଏଭଳି ‘ଦୁର୍ବଳ ଆସନ’ରେ ନିଜର ସ୍ଥିତି ସୁଦୃଢ଼ କରିବା ପାଇଁ କାର୍ଯ୍ୟ ଆରମ୍ଭ କରିଛି। ଏହି ‘ଦୁର୍ବଳ’ ଆସନଗୁଡ଼ିକ ମଧ୍ୟରୁ ଅଧିକାଂଶ ଦକ୍ଷିଣ ଓ ପୂର୍ବ ଭାରତରେ ଚିହ୍ନଟ ହୋଇଛି। ଆଗୁଆ ପ୍ରାର୍ଥୀ ଘୋଷଣା ଫଳରେ ପ୍ରତିଦ୍ୱନ୍ଦ୍ୱୀଙ୍କ ବିରୋଧରେ ପ୍ରଥମ ବଡ଼ ଫାଇଦା ହୋଇପାରେ ବୋଲି ବିଜେପି ଆଶା ରଖିଛି। ଏହି ୧୬୦ଟି ଆସନରେ କିଛି ବରିଷ୍ଠ ନେତାଙ୍କ ଲୋକସଭା ନିର୍ବାଚନ ମଣ୍ଡଳୀ ମଧ୍ୟ ଅନ୍ତର୍ଭୁକ୍ତ। ସେମାନଙ୍କୁ ୪୦ଟି କ୍ଲଷ୍ଟରରେ ବିଭକ୍ତ କରାଯାଇଛି ଏବଂ ଗତ କିଛି ମାସ ମଧ୍ୟରେ ବ୍ୟାପକ ଅଭ୍ୟାସ କରାଯାଇଛି। ଅନେକ ବରିଷ୍ଠ ନେତା…
ନୂଆଦିଲ୍ଲୀ: ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ବିରୋଧୀଦଳର ସବୁଠାରୁ ବଡ଼ ସମସ୍ୟା ପାଲଟିଯାଇଛନ୍ତି। କାରଣ ସେ ବାରମ୍ବାର କହୁଛନ୍ତି ଯେ ମୁଁ କୌଣସି ପଦ ପାଇଁ ଇଚ୍ଛା କରେ ନାହିଁ। ଇତିହାସକୁ ବଦଳାଉଥିବା ଲୋକଙ୍କ ବିରୋଧରେ ଅଧିକରୁ ଅଧିକ ଦଳକୁ ଏକାଠି କରିବା ମୋର ଇଚ୍ଛା। ଅନ୍ୟପକ୍ଷରେ ଲାଲୁ ପ୍ରସାଦ ଯାଦବ ପ୍ରତିଦିନ ଭିନ୍ନ ଭିନ୍ନ ପ୍ରକାର ବୟାନ ଦେଉଛନ୍ତି। ଲାଲୁଙ୍କ ଏହି ବୟାନକୁ ଦେଖିଲେ ନୀତୀଶ କୁମାରଙ୍କ ଦାବି ଉପରେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି। ମୁମ୍ବାଇ ବୈଠକ ପୂର୍ବରୁ କ’ଣ କହିଲେ ନୀତୀଶ କୁମାର? ଅଗଷ୍ଟ ୩୧ ଓ ସେପ୍ଟେମ୍ବର ପହିଲାରେ ମୁମ୍ବାଇରେ ବିରୋଧୀ ଦଳର ବୈଠକ ପୂର୍ବରୁ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ପୁଣି ଥରେ କହିଛନ୍ତି ଯେ ସେ କୌଣସି ପଦ ପାଇଁ ଇଚ୍ଛା କରନ୍ତି ନାହିଁ। ମୋର ନିରନ୍ତର ଇଚ୍ଛା ହେଉଛି ଏନଡିଏ ବିରୋଧରେ ଯଥାସମ୍ଭବ ଦଳକୁ ଏକାଠି କରିବା। ମୁମ୍ବାଇ ବୈଠକରେ ଏନଡିଏ ବିରୋଧରେ ଅନେକ…

