Author: Samikhsya Bureau

ଭୁବନେଶ୍ଵର: ଭବିଷ୍ୟତରେ ଟ୍ରାଫିକ୍ ସୁବିଧା ବୃଦ୍ଧି ପାଇଁ ପୂର୍ବତଟ ରେଳପଥରେ ପ୍ରମୁଖ ନିରାପତ୍ତା ସମ୍ବନ୍ଧୀୟ କାର୍ଯ୍ୟ ଜାରି ରଖିଛି। ସେଗୁଡିକ ହେଲା…. ହରିଦାସପୁର, କଟକ, ସମ୍ବଲପୁର, ସମ୍ବଲପୁର ସିଟି ସହିତ ଭୁବନେଶ୍ୱର ଏବଂ ମଞ୍ଚେଶ୍ୱର ରେଳ ଷ୍ଟେସନ ସମେତ ବିଭିନ୍ନ ସ୍ଥାନରେ ପ୍ରମୁଖ ନିରାପତ୍ତା ସମ୍ବନ୍ଧୀୟ ଓ ଭିତ୍ତିଭୂମି ବିକାଶମୂଳକ କାର୍ଯ୍ୟ। 17 ରୁ 30 ଅଗଷ୍ଟ, 2023 ପର୍ଯ୍ୟନ୍ତ ଭୁବନେଶ୍ୱର ଏବଂ ମଞ୍ଚେଶ୍ୱର ମଧ୍ୟରେ ତୃତୀୟ ଲାଇନ ସହିତ ଜଡିତ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ କାର୍ଯ୍ୟ। 17 ରୁ 30 ଅଗଷ୍ଟ, 2023 ପର୍ଯ୍ୟନ୍ତ ମଞ୍ଚେଶ୍ୱର ରେଳ ଷ୍ଟେସନର ଲେଆଉଟ୍ ରେ ପ୍ରମୁଖ ପରିବର୍ତ୍ତନ। ଭୁବନେଶ୍ୱର ଏବଂ ମଞ୍ଚେଶ୍ୱର ରେଳ ଷ୍ଟେସନରେ ସାଂକେତିକ ପ୍ରଣାଳୀ ର ପ୍ରମୁଖ ପୁନଃ – ବ୍ୟବସ୍ଥା। ଏହି ମାର୍ଗ ଦେଇ ଯାତାୟାତ କରୁଥିବା କିମ୍ବା ଏଠାରୁ ଉତ୍ପନ ହେଉଥିବା ଦୈନିକ ହାରାହାରି 25 ଟି ଟ୍ରେନ୍ ପ୍ରକଳ୍ପ କାର୍ଯ୍ୟ ସମୟରେ ଅସ୍ଥାୟୀ ଭାବରେ ବାତିଲ୍…

Read More

ନୂଆଦିଲ୍ଲୀ: ୱାର୍ଲ୍ଡ ଆଥଲେଟିକ୍ସ ଚାମ୍ପିୟନସିପରେ ସ୍ୱର୍ଣ୍ଣ ଜିତିଥିବା ନୀରଜ ଚୋପ୍ରାଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଭିନନ୍ଦନ ଜଣାଇଛନ୍ତି। ଏକ୍ସରେ ପ୍ରଧାନମନ୍ତ୍ରୀ ପୋଷ୍ଟ କରି କହିଛନ୍ତି ଯେ, ‘ପ୍ରତିଭାଶାଳୀ ନୀରଜ ଚୋପ୍ରା ଉତ୍କୃଷ୍ଟତାର ଉଦାହରଣ। ତାଙ୍କ ନିଷ୍ଠା, ସଠିକତା ଏବଂ ଉତ୍ସାହ ତାଙ୍କୁ କେବଳ ଆଥଲେଟିକ୍ସରେ ଚାମ୍ପିୟନ ବନାଇନାହିଁ ବରଂ ସମଗ୍ର କୀଡ଼ା ଜଗତରେ ଉତ୍କର୍ଷର ପ୍ରତୀକ କରିଛି। ୱାର୍ଲ୍ଡ ଆଥଲେଟିକ୍ସ ଚାମ୍ପିୟନସିପରେ ସ୍ୱର୍ଣ୍ଣ ଜିତିଥିବାରୁ ତାଙ୍କୁ ଅଭିନନ୍ଦନ।’

Read More

ନୂଆଦିଲ୍ଲୀ: ରୋଜଗାର ମେଳା ସାରା ଦେଶରେ ୪୫ଟି ସ୍ଥାନରେ ଅନୁଷ୍ଠିତ ହୋଇଥିଲା। ଏହି ରୋଜଗାର ମେଳା କାର୍ଯ୍ୟକ୍ରମ ମାଧ୍ୟମରେ ଗୃହ ମନ୍ତ୍ରଣାଳୟ ବିଭିନ୍ନ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବାହିନୀ (ସିଏପିଏଫ୍‌), ଯଥା କେନ୍ଦ୍ରୀୟ ରିଜର୍ଭ ପୋଲିସ ଫୋର୍ସ (ସିଆରପିଏଫ୍‌), ସୀମା ସୁରକ୍ଷା ବଳ (ବିଏସଏଫ୍‌), ସଶସ୍ତ୍ର ସୀମା ବଳ (ଏସ୍‌ଏସ୍‌ବି), ଆସାମ ରାଇଫଲ୍ସ, କେନ୍ଦ୍ରୀୟ ଶିଳ୍ପ ସୁରକ୍ଷା ବଳ (ସିଆଇଏସ୍‌ଏଫ୍‌), ଇଣ୍ଡୋ ତିବ୍ଦତ ସୀମା ପୋଲିସ (ଆଇଟିବିପି), ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ଏବଂ ଦିଲ୍ଲୀ ପୋଲିସରେ ଯବାନ ମାନଙ୍କୁ ନିଯୁକ୍ତି ଦେଇଛି। ସାରା ଦେଶରୁ ମନୋନୀତ ହୋଇଥିବା ନବ ନିଯୁକ୍ତମାନେ ଗୃହ ମନ୍ତ୍ରଣାଳୟ ଅଧୀନରେ ଥିବା ବିଭିନ୍ନ ସଂସ୍ଥାରେ କନଷ୍ଟେବଳ (ଜେନେରାଲ ଡ୍ୟୁଟି), ସବ୍‌- ଇନ୍ସପେକ୍ଟର (ଜେନେରାଲ ଡ୍ୟୁଟି) ଏବଂ ଅଣ – ଜେନେରାଲ ଡ୍ୟୁଟି କ୍ୟାଡର ପଦବୀରେ ଯୋଗ ଦେବେ। ଏହି ଅବସରରେ ଉଦ୍‌ବୋଧନ ଦେଇ ପ୍ରଧାନମନ୍ତ୍ରୀ ଅମୃତ କାଳରେ ‘ଅମୃତ ରକ୍ଷକ’ ଭାବେ ମନୋନୀତ ହୋଇଥିବା ନବ…

Read More

ଭୁବନେଶ୍ୱର: ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ)କୁ ସମସ୍ତଙ୍କ ପାଖରେ ଓ ସବୁ ସ୍ଥାନରେ ପହଞ୍ଚାଇ ଭାରତୀୟ ଏଆଇ ମଡେଲ୍‌ରେ ଅଗ୍ରଣୀ ଭୂମିକା ଗ୍ରହଣ କରିବା ଏବଂ ଏହି ନୂଆ ପ୍ରଯୁକ୍ତିର ଲାଭକୁ ଭାରତୀୟ ନାଗରିକମାନଙ୍କ ପାଖରେ ପହଂଚାଇବା ପାଇଁ ଜିଓ ପ୍ଲାଟଫର୍ମ ଆଗ୍ରହୀ ବୋଲି ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ଅଧ୍ୟକ୍ଷ ଓ ପରିଚାଳନା ନିର୍ଦ୍ଦେଶକ ମୁକେଶ ଅମ୍ବାନି କହିଛନ୍ତି । ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ୪୬ତମ ବାର୍ଷିକ ସାଧାରଣ ବୈଠକ (ଏଜିଏମ୍‌) ଅବସରରେ ସେ ଏନେଇ ମହତ୍ୱକାଂକ୍ଷୀ ଯୋଜନା ଘୋଷଣା କରିବା ସହ କହିଛନ୍ତି ଯେ ଜିଓର ଅଭିବୃଦ୍ଧି ପାଇଁ ଏଆଇ ହେଉଛି ସବୁଠୁ ଆକର୍ଷଣୀୟ ଦିଗନ୍ତ । ଦୀର୍ଘସ୍ଥାୟୀ ଅଭ୍ୟାସ ଓ ସବୁଜ ଭବିଷ୍ୟତକୁ ଗ୍ରହଣ କରି ଉଭୟ କ୍ଲାଉଡ୍ ଓ ଏଜ୍ ଲୋକେସନରେ ୨୦୦୦ ମେଗାୱାଟ୍‌ର ଏଆଇ-ପ୍ରସ୍ତୁତ କମ୍ପ୍ୟୁଟର ଦକ୍ଷତା ସୃଷ୍ଟି କରିବା ପାଇଁ ଜିଓର ପ୍ରତିବଦ୍ଧତା ବିଷୟରେ ମୁକେଶ ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ ବିଶ୍ୱସ୍ତରରେ ଏଆଇ ବିପ୍ଳବ ଦୁନିଆକୁ…

Read More

ଭୁବନେଶ୍ୱର: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସହରାଞ୍ଚଳ ବସ୍ତି ବାସିନ୍ଦାଙ୍କୁ ଭୂମି ପ୍ରମାଣପତ୍ର ଦେଇଛନ୍ତି। ହେଲେ ଏହାକୁ ନେଇ ବିଜେପି ରାଜନୀତି ଆରମ୍ଭ କରିଦେଇଛି। ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ସଭାପତି ଶ୍ରୀ ମନମୋହନ ସାମଲ କହିଛନ୍ତି ଯେ, ଏବେ ସହରାଂଚଳରେ ବସ୍ତି ବାସିନ୍ଦାମାନଙ୍କୁ ଯେଉଁ କାଗଜ ଖଣ୍ଡିଏ ଦିଆଯାଉଛି ସେହି କାଗଜରେ ଲେଖାଯାଇଛି ଯେ, ଏହା ଏକ ଫର୍ମ ବୋଲି। ତା ତଳକୁ ଲେଖା ହୋଇଛି ଏହା ଏକ ପ୍ରମାଣ ପତ୍ର ବୋଲି । ଆଉ ଏହାକୁ ରାଜ୍ୟ ସରକାର କହୁଛନ୍ତି ଏହା ପଟ୍ଟା ବୋଲି। ପ୍ରଥମେ ସରକାର ସ୍ପଷ୍ଟ କରନ୍ତୁ ଏହା ଫର୍ମ ନା ପ୍ରମାଣ ପତ୍ର ନା ପଟ୍ଟା। ଏମାନଙ୍କର ସବୁ ଜାଲି, ନକଲି । ସହରାଂଚଳରେ ନବେ ଦଶକରେ ବସ୍ତି ବାସିନ୍ଦାଙ୍କୁ ଯେଉଁ ପଟ୍ଟା ମିଳିଛି ସେଥିରେ ସ୍ପଷ୍ଟ ଭାବରେ ଲେଖାହୋଇଛି ଯେ, ବସ୍ତିବାସିନ୍ଦାଙ୍କ ଥଇଥାନ ଯୋଜନା ଅନୁସାରେ ମିଳିଥିବା ପଟ୍ଟା ବୋଲି। ହେଲେ ଏବେ…

Read More

ଜୟପୁର: ରାଜସ୍ଥାନ ବିଧାନସଭା ନିର୍ବାଚନ ୨୦୨୩ ପାଇଁ ଗୁଜରାଟ, ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ହରିୟାଣା ଏବଂ ଦିଲ୍ଲୀରୁ ୨୦୦ରୁ ଅଧିକ ବିଜେପି ବିଧାୟକ ଆସିଥିଲେ। ଏହି ବିଧାୟକମାନେ ରାଜ୍ୟର ସମସ୍ତ ୨୦୦ ଟି ନିର୍ବାଚନ ମଣ୍ଡଳୀରେ ଏକ ସପ୍ତାହ ଧରି ସମୀକ୍ଷା କରିବା ପରେ ସେମାନଙ୍କ ରିପୋର୍ଟ ପ୍ରସ୍ତୁତ କରିଛନ୍ତି। ଅନ୍ୟ ରାଜ୍ୟର ଏହି ବିଜେପି ବିଧାୟକମାନେ ଏକ ମିଳିତ ରିପୋର୍ଟ ପ୍ରସ୍ତୁତ କରିଛନ୍ତି। ଏବେ ଏହି ରିପୋର୍ଟ ସୋମବାର ଅର୍ଥାତ ଆଜି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ପ୍ରଦାନ କରାଯିବ। ଏହି ରିପୋର୍ଟ ଆଧାରରେ ବିଜେପି ଖୁବ୍ ଶୀଘ୍ର ରାଜସ୍ଥାନ ବିଧାନସଭା ନିର୍ବାଚନ ପାଇଁ ପ୍ରାର୍ଥୀ ତାଲିକା ପ୍ରକାଶ କରିବ ବୋଲି କୁହାଯାଉଛି। ମିଳିଥିବା ସୂଚନା ଅନୁଯାୟୀ, ଏଥିରେ ଅନେକ ସିଟିଂ ବିଧାୟକଙ୍କ ଟିକେଟ୍ କଟାଯାଇପାରେ। ଏଥିସହିତ ଯେଉଁମାନେ ଟିକେଟ ଆଶା ରଖିଛନ୍ତି ସେମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇପାରନ୍ତି। ମିଳିଥିବା ସୂଚନା ଅନୁଯାୟୀ, ରାଜସ୍ଥାନରେ କ୍ଷମତାକୁ ଫେରିବା ପାଇଁ ବିଜେପିର…

Read More

ସୀତାରାମ ଅଗ୍ରୱାଲ ବାଣପୁର: ଓଡିଶା ବାହାରକୁ ଦାଦନ ଶ୍ରମିକ ଭାବରେ କାର୍ଯ୍ୟ କରିବାକୁ ଯାଇଥିବା ଜଣେ ଯୁବକଙ୍କର ମୃତ୍ୟୁ ଘଟିଛି। ପରିବାର ଲୋକ ଶବକୁ ଗାଡ଼ିରେ ରଖି ବାଣପୁର ଥାନାରେ କ୍ଷତିପୂରଣ ପାଇଁ ଗ୍ରାମବାସୀ ଦାବି କରିଛନ୍ତି। ଖବରରୁ ପ୍ରକାଶ ବାଣପୁର ଥାନା ଅନ୍ତର୍ଗତ ସାଲୁଣି ଗ୍ରାମର ସତ୍ୟ ରଣସିଂହଙ୍କ ପୁଅ ସୁନୀଲ ରଣସିଂହ (୧୯) ଦାଦନ ଶ୍ରମିକ ଭାବରେ କାର୍ଯ୍ୟ କରିବାକୁ ଯାଇଥିଲେ। ବାପା ସତ୍ୟଙ୍କର ଶରୀର ଅସୁସ୍ଥ ଥିବାରୁ ପୁଅ ରୋଜଗାର କରିଲେ ବାପା ତମେ ଔଷଧ କଣିବ ବୋଲି କହି ବାଣପୁର ଦାଶରଥିପୁର ଗ୍ରାମର ଠିକାଦାର ପ୍ରଦୀପ ପରିଡାଙ୍କ ସାଥିରେ ସୁଦୂର ଚେନ୍ନାଇ ସହରକୁ ଯାଇଥିଲେ। ମାତ୍ର ଏକମାସ ତଳେ ସୁନୀଲ ଯାଇଥିବା ବେଳେ କାମ ଠିକସେ କରିପାରୁ ନଥିବାରୁ ଠିକାଦାର ତାକୁ ମାରଧର କରୁଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି। ତେବେ ଅତ୍ୟଧିକ ମାରଧର କରିବା ଏବଂ ଠିକରେ ଖାଇବାକୁ ନ ଦେବାରୁ ସୁନୀଲଙ୍କର ସେଠାରେ…

Read More

ନୂଆଦିଲ୍ଲୀ: ଚୀନର ଛାୟା ସେନା ବିଷୟରେ ବହୁତ କମ୍ ଲୋକ ଜାଣନ୍ତି। ଭାରତ ଭଳି ଗଣତାନ୍ତ୍ରିକ ଦେଶ ପାଇଁ ଏହା ଏକ ଗମ୍ଭୀର ବିପଦ। ଦେଶରେ ଲୋକସଭା ନିର୍ବାଚନ ପାଖେଇ ଆସୁଥିବା ତଥା ସୀମାରେ ଉତ୍ତେଜନା ଲାଗି ରହିଥିବାବେଳେ ଚୀନର ଏହି ଗୁପ୍ତ ସେନାଠାରୁ ଦେଶକୁ ସତର୍କ ରହିବାକୁ ପଡ଼ିବ। ମୋଦି ସରକାର ଏ ଦିଗରେ କିଛି ପଦକ୍ଷେପ ନେଇଛନ୍ତି କି? ଏହି ସେନା କର୍ମଚାରୀମାନେ କିଏ? ତାଇଓ୍ଵାନ-ଏସିଆ ଏକ୍ସଚେଞ୍ଜ ଫାଉଣ୍ଡେସନ ଏବଂ ଜର୍ଜ ଏଚ୍ ଡବ୍ଲ୍ୟୁ ବୁଶ ଫାଉଣ୍ଡେସନ ଫର୍ ୟୁଏସ୍-ଚୀନ ରିଲେସନ୍ସର ଫେଲୋ ସନା ହାସ୍ମି ଏହି ଗମ୍ଭୀର ପ୍ରସଙ୍ଗରେ ଟାଇମ୍ସ ଅଫ୍ ଇଣ୍ଡିଆରେ ଏକ ଲେଖା ଲେଖିଛନ୍ତି। ସେ ଲେଖିଛନ୍ତି ଯେ, ପ୍ରଧାନମନ୍ତ୍ରୀ ମୋଦୀ ଏବଂ ସି ଜିନପିଙ୍ଗ ନିକଟରେ ବ୍ରିକ୍ସ ଶିଖର ସମ୍ମିଳନୀ ଅବସରରେ ସାକ୍ଷାତ୍‍ କରିଥିଲେ। ଏଲଏସି ବିବାଦର ସମାଧାନ ପାଇଁ ଉଭୟ ପକ୍ଷ ପଛକୁ ହଟିବାକୁ ରାଜି ହୋଇଥିବା ସୂଚନା ମିଳିଛି। ଏଠାରେ…

Read More

ଭୁବନେଶ୍ୱର: ବିଜେଡି ନେତା ତଥା ରାଜ୍ୟସଭା ସାଂସଦ ଡକ୍ଟର ସସ୍ମିତ ପାତ୍ର ଆଜି ଧର୍ମେନ୍ଦ୍ର ପ୍ରଧାନଙ୍କୁ ସମାଲୋଚନା କରିବାକୁ ଯାଇ ଏକ ଖୋଲାସା କରିଛନ୍ତି। ତାହା ହେଲା ଯେ, ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଖୁବ ଶିଘ୍ର ବିଜେପିରେ ମିଶିବେ। ସେ ହିଂସାତ୍ମକ କାର୍ଯ୍ୟ କରୁଥିବାରୁ ବିଜେଡି ତାଙ୍କୁ ଦଳରୁ ବହିସ୍କାର କରିଛି। ହେଲେ ସେହିପରି ନେତାଙ୍କୁ ଧର୍ମେନ୍ଦ୍ର ପ୍ରଧାନ ଫୁଲମାଳ ଦେଇ କୋଳେଇ ନେବାକୁ ବସିଛନ୍ତି। ଆଜି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଖୋର୍ଦ୍ଧାର ଏକ କାର୍ଯ୍ୟକ୍ରମରେ ଅପରାଜିତାଙ୍କୁ ଭୁବନେଶ୍ବରରେ ବିରୋଧ କରାଯିବା ଘଟଣାକୁ ନିନ୍ଦା କରିବା ସହିତ ପ୍ରଶାସକ କଳ ଏହାର ଷଢଯନ୍ତ୍ର କରିଛି ବୋଲି କହିଛନ୍ତି। ସେହିପରି ଉପନିର୍ବାଚନରେ ମଧ୍ୟ ହିଂସାତ୍ମକ କାର୍ଯ୍ୟ କଳାପ ପରିଲକ୍ଷିତ ହେଉଛି। ଏହା ବିଜେଡିର ଗୋଟିଏ ଗୋଟିଏ ପ୍ରାୟୋଜିତ କାର୍ଯ୍ୟକ୍ରମ। ସଂଖ୍ୟା ଗରିଷ୍ଠତା ଅଛି ବୋଲି ଯାହାତାହା କରିବା ଗଣତନ୍ତ୍ରରେ ଉଚିତ ନୁହେଁ ବୋଲି ଧର୍ମେନ୍ଦ୍ର କହିଛନ୍ତି। ଏହାର ଜବାବ ଦେବାକୁ ଯାଇ…

Read More

ଭୁବନେଶ୍ବର: ଆପଣମାନେ ଖୁସି ତ? ମହାନଗର ନିଗମର ଗରିବ ଲୋକଙ୍କୁ ଭୂମି ଅଧିକାର ପ୍ରମାଣ ପତ୍ର ପ୍ରଦାନ କରବା ଅବସରରେ ମୁଖ୍ୟମନ୍ତ୍ରୀଙ୍କ ଏହି ପ୍ରଶ୍ନରେ ଆନନ୍ଦ, ଉଲ୍ଲାସ, କରତାଳି ଓ ହୁଳହୁଳିରେ କମ୍ପିଥିଲା କଳିଙ୍ଗ ଷ୍ଟାଡିୟମ। ଗରିବ ଲୋକଙ୍କ ପାଇଁ ଆଜି ଏକ ଐତିହାସିକ ଦିବସ। ଯେଉଁମାନେ ସହରର ଗଳି କନ୍ଦିରେ ବର୍ଷ ବର୍ଷ ଧରି ରହି ଏହାର ବିକାଶରେ, ଲୋକଙ୍କ ସେବାରେ ନିଜ ଜୀବନ ବିତାଇ ଆସିଛନ୍ତି, ସେ ସହରରେ ସେମାନଙ୍କର ନଥିଲା ନିଜର ବୋଲି କହିବାକୁ ଖଣ୍ଡେ ଜାଗା ବା ଘର। ନା ଥିଲା ଅଧିକାର, ନା ସମ୍ମାନ। ଆଜି ଠାରୁ ଏସବୁ ଇତିହାସ। ୫ଟି ମହାନଗରର ଗରିବ ବସ୍ତି ପରିବାରକୁ ମିଳିଲା ଭୂମି ଅଧିକାର ପ୍ରମାଣ ପତ୍ର। ଜାଗା ମିଶନରେ ୬୫ ହଜାର ପରିବାରକୁ ମିଳିଲା ଜମି ଅଧିକାର। ସବୁ ପରିବାରକୁ ଜମି ଅଧିକାର ମିଳିବା ପର୍ଯ୍ୟନ୍ତ ଜାରି ରହିବ ଏ କାର୍ଯ୍ୟକ୍ରମ। ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ…

Read More

ମୁମ୍ବାଇ: ମୁମ୍ବାଇ ବୈଠକ ପୂର୍ବରୁ ୨୬ଟି ଦଳର ବିରୋଧୀ ମେଣ୍ଟ ଏକ ବଡ଼ ନିଷ୍ପତ୍ତି ନେଇଛି। ମିଳିଥିବା ସୂଚନା ଅନୁଯାୟୀ, ସବୁ ଦଳ ଗୋଟିଏ ପତାକା ତଳେ ନିର୍ବାଚନ ଲଢ଼ିବେ। ଏହାବ୍ୟତୀତ ବିରୋଧୀ ଦଳର ମହାମେଣ୍ଟରେ ନୂଆ ଦଳକୁ ସାମିଲ କରିବାକୁ ମଧ୍ୟ ବିଚାର କରାଯାଉଛି। ଉତ୍ତରପ୍ରଦେଶରେ ବହୁଜନ ସମାଜ ପାର୍ଟିକୁ ଆଇଏନଡିଏରେ ସାମିଲ କରିବା ପାଇଁ ପ୍ରୟାସ ଚାଲିଛି। ଏଥିପାଇଁ ବିଏସପି ସୁପ୍ରିମୋ ମାୟାବତୀଙ୍କ ସହ ଯୋଗାଯୋଗ କରାଯାଇଛି। ତେବେ କିଛିଦିନ ତଳେ ମାୟାବତୀ ସ୍ପଷ୍ଟ କରିଦେଇଥିଲେ ଯେ ସେ ନା ଇଣ୍ଡିଆର ଅଂଶ ହେବେ (ଆଇଏନଡିଏ) ନା ଏନଡିଏରେ ଯୋଗ ଦେବେ। ପାଖାପାଖି ୫ଦିନ ତଳେ ବିଏସପି ସାଂସଦ ଦାନିଶ ଅଲ୍ଲୀ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ଭେଟିଥିଲେ। ସେବେଠାରୁ ମାୟାବତୀ ମଧ୍ୟ ଭାରତୀୟ ମେଣ୍ଟରେ ସାମିଲ ହେବେ ବୋଲି ଅନୁମାନ କରାଯାଉଥିଲା। ଇଣ୍ଡିଆର ତୃତୀୟ ବୈଠକ ମୁମ୍ବାଇରେ ଅନୁଷ୍ଠିତ ହେବାକୁ ଯାଉଛି। ଏହି ବୈଠକରେ ସଂଯୋଜକ ଚୟନ…

Read More

ନୂଆଦିଲ୍ଲୀ: ଆସନ୍ତା ବର୍ଷ ହେବାକୁ ଥିବା ଲୋକସଭା ନିର୍ବାଚନ ପାଇଁ କଂଗ୍ରେସ ରାହୁଲ ଗାନ୍ଧିଙ୍କୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀଭାବେ ଘୋଷଣା କରିବା ପରେ ଭାରତୀୟ ଜନତା ପାର୍ଟି (ବିଜେପି) ସୋମବାର ରାହୁଲ ଗାନ୍ଧୀଙ୍କ ଏକ କାର୍ଟୁନ୍ ସେୟାର କରି ବିରୋଧୀ ଦଳ ଭାରତକୁ ଉପହାସ କରିଛି। ଏହି କାର୍ଟୁନରେ ରାହୁଲ ଗାନ୍ଧି ବିମାନ ଉଡ଼ାଉଥିବାର ଦେଖିବାକୁ ମିଳିଛି। ଏହି ପୋଷ୍ଟର କ୍ୟାପସନରେ ଲେଖାଯାଇଛି, ‘‘ନୂଆ (ପୁରୁଣା)। ଗରମ ବାୟୁ ଭାରତ-ବିପର୍ଯ୍ୟୟ ପାଇଁ ଆପଣଙ୍କ ଟିକେଟ୍।’’. ରାଜସ୍ଥାନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ଅଶୋକ ଗେହଲଟ ୨୦୨୪ ଲୋକସଭା ନିର୍ବାଚନ ପାଇଁ ରାହୁଲ ଗାନ୍ଧି ଦଳର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ବୋଲି ଘୋଷଣା କରିବା ପରେ ବିଜେପିର ଏହି ପଦ ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ଲଢ଼େଇରେ ରାହୁଲ ଗାନ୍ଧି ବିରୋଧୀ ଦଳର ନେତୃତ୍ୱ ନେଇପାରିବେ କି ବୋଲି ପଚରାଯିବାରୁ ଗେହଲଟ୍ କହିଛନ୍ତି, ଏକ ମେଣ୍ଟ ଗଠନ ହୋଇଛି। ମେଣ୍ଟରେ ଥିବା ସମସ୍ତ…

Read More

ନୂଆଦିଲ୍ଲୀ: ମଧ୍ୟପ୍ରଦେଶ ଓ ଛତିଶଗଡ଼ ନିର୍ବାଚନ ଘୋଷଣା ପୂର୍ବରୁ ପ୍ରାର୍ଥୀଙ୍କ ନାମ ଘୋଷଣା କରିସାରିଥିବା ବିଜେପି ଏବେ ଲୋକସଭା ନିର୍ବାଚନ ପାଇଁ ସମାନ ରଣନୀତି ପ୍ରସ୍ତୁତ କରୁଛ। ସାଧାରଣ ନିର୍ବାଚନ ଘୋଷଣାହେବାର କିଛିମାସ ପୂର୍ବରୁ ଦଳ ସମସ୍ତ ଆସନରେ ପ୍ରାର୍ଥୀ ଚୟନ କରିପାରେ। ବର୍ତ୍ତମାନ ଦଳ ନିଜକୁ ଦୁର୍ବଳ ମନେକରୁଥିବା ୧୬୦ଟି ଆସନ ଉପରେ ଫୋକସ ରହିଛି। ଗତ ଏକବର୍ଷ ମଧ୍ୟରେ ବିଜେପି ଏହି ସବୁ ଆସନରେ କାମ କରିଛି ଏବଂ କେନ୍ଦ୍ର ମନ୍ତ୍ରୀଙ୍କୁ ମଧ୍ୟ ପ୍ରାର୍ଥୀ କରିଛି। ଏମାନଙ୍କ ମଧ୍ୟରୁ ଅଧିକାଂଶଙ୍କର ଆସନ ଦୁର୍ବଳ। ଏହା ଦକ୍ଷିଣ ଓ ପୂର୍ବ ଭାରତରେ ରହିଛି। ଏହି ସବୁ ଆସନରେ ଆଗୁଆ ପ୍ରାର୍ଥୀ ଘୋଷଣା କରି ପ୍ରସ୍ତୁତି କରାଗଲେ ସଫଳତା ମିଳିପାରିବ ବୋଲି ବିଜେପି ଅନୁଭବ କରୁଛି। ବିଜେପି ଏହି ୧୬୦ଟି ଆସନକୁ ୪୦ଟି କ୍ଲଷ୍ଟରରେ ବିଭକ୍ତ କରିଛି। ମାସ ମାସ ଧରି ବିଜେପି ଏହିସବୁ ଆସନରେ ନିଜକୁ ପ୍ରସ୍ତୁତ କରି ଆସୁଛି।…

Read More

ନୂଆଦିଲ୍ଲୀ: ବିଶ୍ୱ ଆଥଲେଟିକ୍ସ ଚାମ୍ପିଅନସିପରେ ଭାରତ ପାଇଁ ପ୍ରଥମ ସ୍ୱର୍ଣ୍ଣ ପଦକ ଜିତି ନୀରଜ ଚୋପ୍ରା ଇତିହାସ ସୃଷ୍ଟି କରିଛନ୍ତି। ହଙ୍ଗେରୀର ବୁଡାପେଷ୍ଟରେ ଚାଲିଥିବା ପୁରୁଷ ଜାଭେଲିନ୍ ଥ୍ରୋ ଫାଇନାଲରେ ବିଶ୍ଵର ଆଥଲେଟ୍ସଙ୍କ ସହ ପ୍ରତିଦ୍ୱନ୍ଦ୍ୱିତା କରି ସେ ଦ୍ୱିତୀୟ ପ୍ରୟାସରେ ୮୮.୧୭ ମିଟର ବିଜୟ ଥ୍ରୋ ହାସଲ କରିଥିଲେ। ଏହି ସଫଳତା ହାସଲ କରି ନୀରଜ ଚୋପ୍ରା ସମଗ୍ର ଦେଶକୁ ଗର୍ବିତ କରିଛନ୍ତି। ଏହା ପରେ କରୀନା କପୁର ଖାନ, ସହିଦ କପୁର, ଆୟୁଷ୍ମାନ ଖୁରାନା, ଫରହାନ ଅଖତର, ମଲାଇକା ଆରୋରା, ଅଭିଷେକ ବଚ୍ଚନ, ଭୁମି ପେଡନେକର ଭଳି ବଲିଉଡ ତାରକା ତାଙ୍କୁ ଅଭିନନ୍ଦନ ଜଣାଉଛନ୍ତି।

Read More

ବାଲୁଗାଁ (ସୀତାରାମ ଅଗ୍ରୱାଲ): ପରିବାର ପୋଷଣ ପାଇଁ ଦୀର୍ଘ ତିନି ବର୍ଷ ଧରି ବିଦେଶରେ କାର୍ଯ୍ୟରତ ଓଡ଼ିଆ ଶ୍ରମିକ ନିଜ ଘରକୁ ଫେରିବା ନେଇ ଜଣାଇଥିଲେ ସୁଦ୍ଧା ଅଦ୍ୟାବଧି ଘରେ ନପହଞ୍ଚିବା ଯୋଗୁଁ ପରିବାର ବର୍ଗ ବ୍ୟତିବ୍ୟସ୍ତ ହୋଇପଡିଛନ୍ତି। ଖବର ମୁତାବକ ବାଲୁଗାଁ ଥାନା ଅନ୍ତର୍ଗତ ବେଲପଡା ଗ୍ରାମର ଅକ୍ଷୟ ସ୍ୱାଇଁଙ୍କ ପୁଅ ରଞ୍ଜନ ସ୍ୱାଇଁ (୩୦) ଦୀର୍ଘ ତିନି ବର୍ଷ ଧରି ଆବୁଧାବିରେ ଏକ ଘରୋଇ କମ୍ପାନୀରେ କାର୍ଯ୍ୟ କରି ଆସୁଥିଲା। ଗତ ୧୮ ତାରିଖରେ ଉକ୍ତ କମ୍ପାନୀରୁ ଛୁଟି ନେଇ ରଞ୍ଜନ ନିଜ ଘରକୁ ଆସୁଥିବା ସମ୍ପର୍କରେ ପରିବାରକୁ ଫୋନ ଯୋଗେ କହିଥିଲେ। ବିମାନ ଯୋଗେ ଆବୁଧାବିରୁ ମୁମ୍ବାଇ ତାପରେ ଦିଲ୍ଲୀ ପହଁଚିବା ପର୍ଯ୍ୟନ୍ତ ପୁଅ ସହ ଫୋନରେ ଯୋଗାଯୋଗ ହୋଇଥିବା ବେଳେ ସପ୍ତାହେ ବିତିଯାଇଥିଲେ ସୁଦ୍ଧା ଅଦ୍ୟାବଧି ପୁଅ ରଞ୍ଜନ ଘରକୁ ଫେରି ନଥିବା ବେଳେ କୌଣସି ଯୋଗାଯୋଗ ମଧ୍ୟ ହୋଇପାରୁନାହିଁ। ଯାହାଫଳରେ ପରିବାର ଲୋକେ ବ୍ୟତିବ୍ୟସ୍ତ…

Read More

ନୂଆଦିଲ୍ଲୀ: ଭାରତରୁ ପାକିସ୍ତାନ ଯାଇଥିବା ଅଞ୍ଜୁ ଥୋମାସ ଏକ ଭାରତୀୟ ନ୍ୟୁଜ୍ ଚ୍ୟାନେଲକୁ ସାକ୍ଷାତକାର ଦେଇଛନ୍ତି। ଏହି ସାକ୍ଷାତକାରରେ ଅଞ୍ଜୁ ଅନେକ କଥା ପ୍ରକାଶ କରିଛନ୍ତି। ଅଗଷ୍ଟ ୨୦ତାରିଖରେ ଭିସା ଅବଧି ଶେଷ ହେଉଥିବା ଅଞ୍ଜୁ ଏବେ ବର୍ଷେ ପାକିସ୍ତାନରେ ରହିବେ। ସେପଟେ ଏହି କଥାବାର୍ତ୍ତାରେ ସେ ମଧ୍ୟ ଭାରତ ଆସିବାକୁ ଇଚ୍ଛା ପ୍ରକାଶ କରିଛନ୍ତି। ଏହି ସାକ୍ଷାତକାରରେ ଅଞ୍ଜୁ ପାକିସ୍ତାନର ଗୁଇନ୍ଦା ଏଜେନ୍ସି ଆଇଏସଆଇ ସହ ତାଙ୍କର ସମ୍ପର୍କ ଏବଂ ସେ କାହିଁକି ଇସଲାମ ଧର୍ମ ଗ୍ରହଣ କଲେ ସେ ବିଷୟରେ ମଧ୍ୟ କହିଛନ୍ତି। ପାକିସ୍ତାନର ସ୍ୱାଧୀନତା ଦିବସରେ କାହିଁକି କେକ୍ କାଟି ଦିଆଯାଇଥିଲା ତାହା ମଧ୍ୟ ସେ ସ୍ପଷ୍ଟ କରିଛନ୍ତି। କେକ୍ କାଟିବାରେ କିଛି ଭୁଲ ନାହିଁ ନ୍ୟୁଜ୍ ଚ୍ୟାନେଲ୍ ରିପବ୍ଲିକ୍ ଇଣ୍ଡିଆକୁ ଦେଇଥିବା ଏକ ସାକ୍ଷାତ୍‍କାରରେ ଅଞ୍ଜୁ ଅନେକ ପ୍ରଶ୍ନର ଉତ୍ତର ଦେଇଛନ୍ତି। ଅଞ୍ଜୁଙ୍କୁ ପଚରାଯାଇଥିଲା ଯେ ସେ ଆଇଏସଆଇ ଏଜେଣ୍ଟ ହେବାର ଟ୍ୟାଗ୍ ପାଇଛନ୍ତି କି?…

Read More

ଭୁବନେଶ୍ବର: ରାଜ୍ୟ ବିଜେପି ସଭାପତି ପଦ ଯିବା ପରେ ଏବେ ପ୍ରାୟ ଅଲୋଡା ହୋଇପଡିଛନ୍ତି ନେତା ସମୀର ମହାନ୍ତି। ସେ ସଭାପତି ଥିବା ବେଳେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମସ୍ତ ନିର୍ଦ୍ଦେଶକୁ ପାଳନ କରି କାର୍ଯ୍ୟକାରୀ କରୁଥିଲେ। ହେଲେ ସେହି ଧର୍ମେନ୍ଦ୍ର ତାଙ୍କର ସଭାପତି ପଦକୁ ଆଉ ରଖିପାରିଲେ ନାହିଁ। ଫଳରେ ସଭାପତି ପଦ ଯିବା ପରେ ବର୍ତ୍ତମାନ ସେ ଦଳରେ ଜଣେ ଗୁରତ୍ବହୀନ ନେତା ହୋଇପଡିଛନ୍ତି। ଏପରିକି ଧର୍ମେନ୍ଦ୍ର ମଧ୍ୟ ତାଙ୍କୁ ସେମିତି କିଛି ବଡ ପଦପଦବୀ ଦେଇ ଥଇଥାନ କରିପାରିଲେ ନାହିଁ। ଏପରି ପରିସ୍ଥିତିରେ ବର୍ତ୍ତମାନ ସମୀର ମହାନ୍ତି ସାଂସଦ ଅପରାଜିତାଙ୍କୁ ସମର୍ଥନ ଦେବା କାମରେ ନିଜକୁ ନିୟୋଜିତ କରିବା ଆରମ୍ଭ କରିଦେଇଛନ୍ତି। କାରଣ ସେ ଅନୁଭବ କରିସାରିଲେଣି ଯେ, ବର୍ତ୍ତମାନ ରାଜ୍ୟ ବିଜେପିରେ ଅପରାଜିତାଙ୍କ ଦବଦବା ବଢିବାରେ ଲାଗିଛି। ସେଥିପାଇଁ ଗତକାଲି ସାଂସଦ ଅପରାଜିତା ଷଡଙ୍ଗୀଙ୍କ ଗସ୍ତବେଳେ ହୋଇଥିବା ଗଣ୍ଡଗୋଳକୁ ତୀବ୍ର ବିରୋଧ କରିଛନ୍ତି ସମୀର। ନିଜ…

Read More

ନୂଆଦିଲ୍ଲୀ: ରାଜସ୍ଥାନରେ ଏକ ଟ୍ରେଣ୍ଡ ରହିଛି ଯେ ପ୍ରତ୍ୟେକ ନିର୍ବାଚନ (ରାଜସ୍ଥାନ ବିଧାନସଭା ନିର୍ବାଚନ ୨୦୨୩)ରେ କ୍ଷମତା ପରିବର୍ତ୍ତନ ହୋଇଥାଏ। ବିଜେପି ସପକ୍ଷରେ ଏହି ଧାରା ହେଉଛି ଯେ ରାଜସ୍ଥାନରେ ବର୍ତ୍ତମାନ କଂଗ୍ରେସ କ୍ଷମତାରେ ଅଛି ଏବଂ ବିଜେପି ଦାବି କରୁଛି ଯେ ରାଜ୍ୟରେ ଆଣ୍ଟି-ଇନକମ୍ବେନ୍ସି ରହିଛି। ଦୁର୍ନୀତି ପ୍ରସଙ୍ଗରେ ତ କେତେବେଳେ ଆଇନ ଶୃଙ୍ଖଳା ପ୍ରସଙ୍ଗରେ ବିଜେପି କଂଗ୍ରେସ ସରକାରଙ୍କୁ ଲଗାତାର ଟାର୍ଗେଟ କରୁଛି। କିନ୍ତୁ ବିଜେପି (ରାଜସ୍ଥାନ ବିଜେପି) ଆଗରେ ସବୁଠାରୁ ବଡ଼ ଚ୍ୟାଲେଞ୍ଜ ହେଉଛି ଦଳୀୟ ନେତା। ରାଜସ୍ଥାନରେ ନିଜ ନେତାଙ୍କୁ ଏକାଠି କରି ଏକଜୁଟ ହୋଇ ନିର୍ବାଚନ ଲଢ଼ିବା ବିଜେପି ପାଇଁ ଏକ ବଡ଼ କାମ। ଦଳୀୟ ନେତାମାନଙ୍କୁ ଏକଜୁଟ ରଖିବା ପାଇଁ ପ୍ରୟାସ ରାଜ୍ୟରେ ବିଜେପି ନେତାଙ୍କ ବିଭିନ୍ନ ଗୋଷ୍ଠୀ ଗଠନ ହୋଇଛି। ସମସ୍ତେ ନିଜକୁ ମୁଖ୍ୟମନ୍ତ୍ରୀ ପଦପାଇଁ ଦାବିଦାର ଭାବି ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିବାକୁ ଚେଷ୍ଟା କରୁଛନ୍ତି। ଏହାକୁ ଦୃଷ୍ଟିରେ ରଖି…

Read More

ନୂଆଦିଲ୍ଲୀ: ଚନ୍ଦ୍ରଯାନ-୩ ଅଭିଯାନ ସଠିକ୍ ମାର୍ଗରେ ରହିଛି। ଇସ୍ରୋ ଅନୁଯାୟୀ ପ୍ରଜ୍ଞାନ ରୋଭର ଚନ୍ଦ୍ରରେ ପ୍ରଥମ ପ୍ରତିବନ୍ଧକ ଅତିକ୍ରମ କରିଛି। ରୋଭରଟି ପାଖାପାଖି ୧୦୦ ମିଲିମିଟରର ଗର୍ଭ ଅତିକ୍ରମ କରିଛି। ଚନ୍ଦ୍ରଯାନ-୩ ମିଶନ ପ୍ରକଳ୍ପ ନିର୍ଦ୍ଦେଶକ ପି ବୀରମୁଥୁଭେଲ କହିଛନ୍ତି ଯେ ପ୍ରଜ୍ଞାନଙ୍କୁ ଚନ୍ଦ୍ରରେ ଏବେବି ଅନେକ ଚ୍ୟାଲେଞ୍ଜର ସମ୍ମୁଖୀନ ହେବାକୁ ପଡ଼ିବ। ଇସ୍ରୋ ରବିବାର ବିକ୍ରମ ଲ୍ୟାଣ୍ଡରରେ ଲାଗିଥିବା ଚାସ୍ତେ ମଡ୍ୟୁଲର ତଥ୍ୟ ଜାରି କରିଛି। ଏହା ଚନ୍ଦ୍ରପୃଷ୍ଠକୁ ଯିବା ସମୟରେ ତାପମାତ୍ରା ଏବଂ ଗଭୀରତାର ପାର୍ଥକ୍ୟକୁ ବର୍ଣ୍ଣନା କରିଛି। ଚନ୍ଦ୍ରପୃଷ୍ଠର ତାପମାତ୍ରା ୫୦ ଡିଗ୍ରୀ ସେଲସିୟସ ବୋଲି ଜଣାପଡ଼ିଛି। ୮ ସେଣ୍ଟିମିଟର ଗଭୀରତାକୁ ଗଲେ ତାପମାତ୍ରା -୧୦ ଡିଗ୍ରୀକୁ ଖସିଯାଏ। ଇସ୍ରୋ ମୁଖ୍ୟ ଏସ୍ ସୋମନାଥ କହିଛନ୍ତି ଯେ ଚନ୍ଦ୍ରର ଏଭଳି ଚିତ୍ର କାହା ପାଖରେ ନାହିଁ, ଯାହା ଆମ ପାଖରେ ରହିଛି। ସାମାନ୍ୟ ଭୁଲ ହେଲେ ମିଶନ ବିଫଳ ହୋଇପାରେ ବୋଲି ସେ ଚେତାବନୀ ଦେଇଛନ୍ତି। ଚନ୍ଦ୍ରଯାନ-୩…

Read More

ଭୁବନେଶ୍ବର: ଆଜି ଭିଜିଲାନସ ଦୁଇଜଣ ସ୍ପେସାଲ କ୍ଲାସ କଣ୍ଟ୍ରାକ୍ଟରକୁ ଗିରଫ କରିଛି। ସେମାନେ ହେଲେ ବିଜୟ କୁମାର ଅଗ୍ରୱାଲ ଏବଂ ତାଙ୍କ ସହଯୋଗୀ ଦୀପକ କୁମାର ଅଗ୍ରୱାଲ। ଏମାନେ ନିମ୍ନମାନ କାମ କରିଥିବାରୁ ଅଭିଯୋଗ ଆସିବା ପରେ ଭିଜିଲାନସ ଗିରଫ କରିଛି। ଏମାନେ ସରକାରଙ୍କ ପାଣ୍ଠିକୁ ଅପବ୍ୟବହାର କରିଥିବା ଅଭିଯୋଗରେ ଗିରଫ ହୋଇଛନ୍ତି। ଘଟଣାରୁ ଜଣାପଡିଛି ଯେ, ଏହି କଣ୍ଟ୍ରାକ୍ଟର ସୋନପୁରରେ 4ଟି 100 ସିଟ୍ ବିଶିଷ୍ଠ ଆଦିବାସୀ ହଷ୍ଟେଲ ନିର୍ମାଣ କରିବା ପାଇଁ କାମ ନେଇଥିଲେ। ହେଲେ କେତେକ ବିଶେଷ ସୁତ୍ରରୁ ଖବର ଅନୁସାରେ ସେଠାରେ କାମ ବହୁ ନିମ୍ନମାନର ହୋଇଥିବାର ଅଭିଯୋଗ ଆସିଥିଲା। ସେହି ଅଭିଯୋଗ ଆଧାରରେ ଭିଜିଲାନସ ତଦନ୍ତ କରି ନିମ୍ନମାନ କାମ ହୋଇଥିବା ଦେଖିବାକୁ ପାଇଥିଲେ। ଭିଜିଲାନସ ତଦନ୍ତ କରିବା ପରେ ଉଭୟ ତାଙ୍କ ବଲାଙ୍ଗୀର ବାସଭବନରୁ ଫେରାର ହୋଇଯାଇଥିଲେ। ଆଜି ସେମାନଙ୍କୁ ରାଉରକେଲାରୁ ଗିରଫ କରାଯାଇଛି।

Read More

ବାଲୁଗାଁ (ସୀତାରାମ ଅଗ୍ରୱାଲ): ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଅଞ୍ଚଳର ବିଶିଷ୍ଟ ସମାଜସେବୀ ସ୍ୱାଧୀନ କୁମାର ପଣ୍ଡାଙ୍କ ନାତୁଣୀ ତଥା ରାଜସ୍ଥାନ ଭିଉଆଡ଼ି ସହରର ଏକ ପବ୍ଲିକ ସ୍କୁଲର ଓଡ଼ିଆ ଛାତ୍ରୀ ଅକ୍ସିତା ପଣ୍ଡା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ସାକ୍ଷାତ କରି ନିଜସ୍ୱ ଅଙ୍କିତ ଚିତ୍ର ଉପହାର ଦେଇଛନ୍ତି। ରାଜସ୍ଥାନ ସ୍ଥିତ ୟୁରୋ ପବ୍ଲିକ ସ୍କୁଲର ଶିକ୍ଷୟତ୍ରୀ ସୌମ୍ୟା ସ୍ୱାଗତିକା ଦାଶ ଓ ଏକ ଫାର୍ମା କମ୍ପାନୀର ବୈଜ୍ଞାନିକ ଡ଼ ବିଜନ କୁମାର ପଣ୍ଡାଙ୍କ ଝିଅ ଅକ୍ସିତା ଷଷ୍ଠ ଶ୍ରେଣୀରେ ଅଧ୍ୟୟନ କରୁଥିବା ବେଳେ ନିଜ ସ୍କୁଲରେ ଚିତ୍ରକଳା, ଓଡିଶୀ ନୃତ୍ୟରେ ପାରଦର୍ଶିତା ଦେଖାଇ ବହୁବାର ପ୍ରଶଂସିତ ଓ ପୁରସ୍କୃତ ମଧ୍ୟ ହୋଇଛନ୍ତି।ଯାହାକି ଅମୃତ ମହୋତ୍ସବ କାଳରେ ନିଜ ପରିବାର ସହିତ ସୌଜନ୍ୟମୂଳକ ଭାବେ ରାଷ୍ଟ୍ରପତି ଭବନରେ ଯାଇ ରାଷ୍ଟ୍ରପତିଙ୍କୁ ସାକ୍ଷାତ କରିଥିଲେ। ନିଜର ପ୍ରସ୍ତୁତ ଚିତ୍ରକଳାକୁ ରାଷ୍ଟ୍ରପତିଙ୍କୁ ଉପହାର ଦେଇ ରାଷ୍ଟ୍ରପତିଙ୍କ ଠାରୁ ଆତିଥ୍ୟ ଓ ଆଶୀର୍ବାଦ ଲାଭ କରିଛନ୍ତି।

Read More