ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ପୂର୍ବାହ୍ନ ସାଢେ ୧୦ଟାରେ ଭିଡିଓ କନଫରେନ୍ସିଂ ଜରିଆରେ ନୂତନଭାବେ ନିଯୁକ୍ତି ପାଇଥିବା ବ୍ୟକ୍ତି ମାନଙ୍କୁ ୫୧,୦୦୦ରୁ ଅଧିକ ନିଯୁକ୍ତି ପତ୍ର ବଣ୍ଟନ କରିବେ । ଏହି ଅବସରରେ ପ୍ରଧାନମନ୍ତ୍ରୀ ନିଯୁକ୍ତ କର୍ମଚାରୀ ମାନଙ୍କୁ ସମ୍ବୋଧିତ କରିବେ । ରୋଜଗାର ମେଳା ସାରା ଦେଶରେ ୪୫ଟି ସ୍ଥାନରେ ଅନୁଷ୍ଠିତ ହେବ । ଏହି ରୋଜଗାର ମେଳା କାର୍ଯ୍ୟକ୍ରମ ମାଧ୍ୟମରେ ଗୃହ ମନ୍ତ୍ରଣାଳୟ ବିଭିନ୍ନ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବାହିନୀ (ସିଏପିଏଫ), ଯଥା କେନ୍ଦ୍ରୀୟ ରିଜର୍ଭ ପୋଲିସ ଫୋର୍ସ (ସିଆରପିଏଫ), ସୀମା ସୁରକ୍ଷା ବଳ (ବିଏସଏଫ), ଶସସ୍ତ୍ର ସୀମା ବଳ (ଏସ୍ଏସ୍ବି), ଆସାମ ରାଇଫଲ୍ସ, କେନ୍ଦ୍ରୀୟ ଶିଳ୍ପ ସୁରକ୍ଷା ବଳ (ସିଆଇଏସ୍ଏଫ୍), ଇଣ୍ଡୋ ତିବ୍ଦତ ସୀମା ପୋଲିସ (ଆଇଟିବିପି) ଏବଂ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ଏବଂ ଦିଲ୍ଲୀ ପୋଲିସରେ ଯବାନ ମାନଙ୍କୁ ନିଯୁକ୍ତି ପ୍ରଦାନ କରୁଛି । ସାରା ଦେଶରୁ ମନୋନୀତ ହୋଇଥିବା ନୂତନ ନିଯୁକ୍ତ…
Author: Samikhsya Bureau
ଭୁବନେଶ୍ବର, ଆଚାର୍ଯ୍ୟ ଚାଣକ୍ୟଙ୍କ ଅର୍ଥନୀତି, କୂଟନୀତି ଏବଂ ରାଜନୀତି ବିଶ୍ୱ ପ୍ରସିଦ୍ଧ, ଯାହା ସମସ୍ତଙ୍କ ପାଇଁ ପ୍ରେରଣା ଦାୟକ। ଜଣେ ବ୍ୟକ୍ତି ଆଚାର୍ଯ୍ୟ ଚାଣକ୍ୟଙ୍କ ନୀତି ଅନୁସରଣ କରି ଜୀବନରେ କେବେ ବିଫଳ ହୋଇପାରିବ ନାହିଁ। ଆଜିର ଦିନରେ ମଧ୍ୟ ଆଚାର୍ଯ୍ୟ ଚାଣକ୍ୟଙ୍କ ନୀତି ପୂର୍ବ ପରି ପ୍ରଭାବଶାଳୀ ଅଟେ। ‘ଚାଣକ୍ୟ ନୀତି’ର ଏକ ପଦରେ ଚାଣକ୍ୟ କହିଛନ୍ତି ଯେ ମହିଳାମାନଙ୍କରେ ଏପରି ଚାରୋଟି ଗୁଣ ଅଛି ଯେଉଁଥିରେ ପୁରୁଷମାନଙ୍କଠାରୁ ଅନେକ ଗୁଣ ଆଗରେ ଅଛନ୍ତି। ଆସନ୍ତୁ ଜାଣିବା ସେହି 4 ଗୁଣ କେଉଁଗୁଡିକ … ଦୁଇଗୁଣ ଭୋକ ଲାଗେ ପୁରୁଷଙ୍କ ଅପେକ୍ଷା ମହିଳାମାନଙ୍କୁ ଅଧିକ ଭୋକ ଲାଗିଥାଏ। ଖାଦ୍ୟ ଗ୍ରହଣ ଦୃଷ୍ଟିରୁ ସେମାନେ ପୁରୁଷଙ୍କଠାରୁ ଆଗରେ ଅଛନ୍ତି। ଚାଣକ୍ୟ କହିଛନ୍ତି ଯେ ମହିଳାମାନେ ପୁରୁଷଙ୍କ ତୁଳନାରେ ଦୁଇଗୁଣ ଭୋକିଲା ଅନୁଭବ କରନ୍ତି। କାରଣ ସେମାନଙ୍କ ଶରୀରର ଗଠନ ହେତୁ ମହିଳାମାନେ ଅଧିକ କ୍ୟାଲୋରୀ ଆବଶ୍ୟକ କରନ୍ତି। ସେଥିପାଇଁ ମହିଳାମାନଙ୍କୁ ପୂର୍ଣ୍ଣ ଭୋଜନ…
ନୂଆଦିଲ୍ଲୀ: ଚନ୍ଦ୍ରଯାନ-୩ ମିଶନର ସଫଳତା ପରେ ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ) ଏବେ ସୂର୍ଯ୍ୟ ଅଭିଯାନ ପାଇଁ ପ୍ରସ୍ତୁତି ଚଳାଇଛି। ବୈଜ୍ଞାନିକମାନେ ଆଶା କରୁଛନ୍ତି ଯେ ଆଦିତ୍ୟ ଏଲ୍-୧ ମିଶନ ମହାକାଶରେ ପାଣିପାଗର ଗତିଶୀଳତା, ସୂର୍ଯ୍ୟର ତାପମାତ୍ରା, ପୃଥିବୀ ଉପରେ ଅଲଟ୍ରାଭାୟୋଲେଟ୍ ରଶ୍ମିର ପ୍ରଭାବ, ବିଶେଷକରି ଓଜୋନ ସ୍ତର ଉପରେ ଅଧ୍ୟୟନ କରିବାରେ ସକ୍ଷମ ହେବ । ସେପ୍ଟେମ୍ବର ୨ତାରିଖରେ ଆଦିତ୍ୟ-ଏଲ୍୧ ମିଶନ ଆରମ୍ଭ ହେବାର ସମ୍ଭାବନା ରହିଛି। ସୂର୍ଯ୍ୟଉପରେ ଅଧ୍ୟୟନ କରିବାରେ ଏହା ହେବ ପ୍ରଥମ ଭାରତୀୟ ମହାକାଶ ଅଭିଯାନ । ବୈଜ୍ଞାନିକମାନେ ବିଶ୍ୱାସ କରନ୍ତି ଯେ ଏହି ମିଶନ ଅଧୀନରେ ବିଭିନ୍ନ ପ୍ରକାରର ତଥ୍ୟ ସଂଗ୍ରହ କରାଯିବ ଯାହାଦ୍ୱାରା ବାତ୍ୟା ରିପୋର୍ଟ ହେବାମାତ୍ରେ ସତର୍କ ସୂଚନା ଜାରି କରାଯାଇପାରିବ । ଆଦିତ୍ୟ ଏଲ-୧ ଅଭିଯାନ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଉପକରଣ ସୋଲାର ଅଲ୍ଟ୍ରାଭାୟୋଲେଟ ଇମେଜିଂ ଟେଲିସ୍କୋପ୍ (ଏସ୍ୟୁଟି) ପୁଣେସ୍ଥିତ ଇଣ୍ଟର ୟୁନିଭର୍ସିଟି ସେଣ୍ଟର ଫର ଆଷ୍ଟ୍ରୋନୋମି ଆଣ୍ଡ…
ନୂଆଦିଲ୍ଲୀ: ଚନ୍ଦ୍ରଯାନ-୩ର ବିକ୍ରମ ଲ୍ୟାଣ୍ଡରରେ ଥିବା ଚେଷ୍ଟେ ପେଲୋଡ୍ ଚନ୍ଦ୍ରର ତାପମାତ୍ରାକୁ ନେଇ ପ୍ରଥମ ପର୍ଯ୍ୟବେକ୍ଷଣ ପଠାଇଛି। ଚନ୍ଦ୍ର ପୃଷ୍ଠ ଥର୍ମୋଫିଜିକାଲ ପରୀକ୍ଷଣ ଅନୁଯାୟୀ, ଚନ୍ଦ୍ର ପୃଷ୍ଠର ତାପମାତ୍ରା ଏବଂ ବିଭିନ୍ନ ଗଭୀରତାରେ ଯଥେଷ୍ଟ ପାର୍ଥକ୍ୟ ରହିଛି। ଚନ୍ଦ୍ରର ଦକ୍ଷିଣ ମେରୁ ପୃଷ୍ଠରେ ତାପମାତ୍ରା ପ୍ରାୟ ୫୦ ଡିଗ୍ରୀ ସେଲସିୟସ ରହିଛି। ସେହିପରି ମାଇନସ୍ ୧୦ ଡିଗ୍ରୀ ସେଲସିୟସ ତାପମାତ୍ରା ୮୦ ମିଲିମିଟର ଗଭୀରତାରେ ରେକର୍ଡ କରାଯାଇଛି। ଏହି ଗଛରେ ୧୦ଟି ତାପମାତ୍ରା ସେନ୍ସର ରହିଛି, ଯାହା ୧୦ ସେଣ୍ଟିମିଟର ଅର୍ଥାତ୍ ୧୦୦ ମିଲିମିଟର ଗଭୀରତାରେ ପହଞ୍ଚିପାରେ। ଅହମ୍ମଦାବାଦର ଫିଜିକାଲ ରିସର୍ଚ୍ଚ ଲାବୋରେଟୋରୀ ସହଯୋଗରେ ଭିଏସଏସସିର ସ୍ପେସ୍ ଫିଜିକ୍ସ ଲାବୋରେଟୋରି ପକ୍ଷରୁ ଚାସ୍ତେ ପେଲୋଡ୍ ବିକଶିତ କରାଯାଇଛି। ଦକ୍ଷିଣ ମେରୁର ତାପମାତ୍ରା ଜାଣିବା ଦ୍ୱାରା କ’ଣ ଲାଭ ମିଳିଥାଏ ? ଇସ୍ରୋ ମୁଖ୍ୟ ଏସ ସୋମନାଥ କହିଛନ୍ତି ଯେ ସେ ଚନ୍ଦ୍ରର ଦକ୍ଷିଣ ମେରୁକୁ ବାଛିଥିଲେ କାରଣ ଏହା ଭବିଷ୍ୟତରେ ମନୁଷ୍ୟକୁ…
ମେଷ : ମୂଲ୍ୟବାନ ଜିନିଷକୁ ସୁରକ୍ଷିତ ରଖନ୍ତୁ । ଗୃହିଣୀମାନେ ଅତିରିକ୍ତ ଯତ୍ନବାନ ହେବା ଉଚିତ୍ । ରୋଷେଇ ଘରେ ଆଘାତ ହୋଇପାରେ । ଆଶା ବିଳମ୍ବ ହୋଇପାରେ। ବ୍ୟବସାୟ ଭଲ ହେବ । ଆୟ ଜାରି ରହିବ । ଯାନ ଏବଂ ଯନ୍ତ୍ରର ବ୍ୟବହାରରେ ସତର୍କ ରୁହନ୍ତୁ । ବିବାଦ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି। ବୃଷ : ବ୍ୟବସାୟ ଲାଭଦାୟକ ହେବ । ଚାକିରିରେ ଶାନ୍ତି ରହିବ । ଟଙ୍କା ପାଇବା ସହଜ ହେବ । ଘରୋଇ କାର୍ଯ୍ୟ ଠିକ୍ ସମୟରେ କରାଯିବ । ଆଜି ଶାନ୍ତି ଏବଂ ସୁଖ ରହିବ । ଥକ୍କା ଏବଂ ଦୁର୍ବଳତା ଦେଖାଯିବ । ପ୍ରତିଦ୍ୱନ୍ଦ୍ୱିତା ବୃଦ୍ଧି ପାଇବ । ଅବିବାହିତଙ୍କ ପାଇଁ ବିବାହ ପ୍ରସ୍ତାବ ଆସିପାରେ । କୋର୍ଟରେ ସୁସଙ୍ଗତତା ରହିବ । ମିଥୁନ : ଜମି କ୍ରୟ ଏବଂ ବିକ୍ରୟ ପାଇଁ ଏକ ଯୋଜନା ପ୍ରସ୍ତୁତ ହେବ । ସେଠାରେ ବହୁତ ଲାଭ ଅଛି ।…
ଭୁବନେଶ୍ବର: ପ୍ରଖ୍ୟାତ ସାହିତ୍ୟିକ ଜୟନ୍ତ ମହାପାତ୍ରଙ୍କ ଶେଷକୃତ୍ୟ ପୂର୍ଣ୍ଣ ରାଜ୍ୟ ସମ୍ମାନର ସହ କରିବା ପାଇଁ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ଆସନ୍ତାକାଲି ତାଙ୍କର ଶେଷକୃତ୍ୟ କରାଯିବ ବୋଲି ତାଙ୍କ ପରିବାର ପକ୍ଷରୁ ନିଷ୍ପତି କରାଯାଇଛି। ସେହି ଅନୁସାରେ କଟକ ଜିଲ୍ଲାପାଳ ସମସ୍ତ ପ୍ରକାରର ସହଯୋଗ କରିବା ପାଇଁ ଏହି ନିର୍ଦ୍ଦେଶରେ କୁହାଯାଇଛି। ଏଥିସହିତ ମୁଖ୍ୟମନ୍ତ୍ରୀ ଜୟନ୍ତ ମହାପାତ୍ରଙ୍କ ବିୟୋଗରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ଏକ ବାର୍ତ୍ତାରେ ମୁଖ୍ୟମନ୍ତ୍ରୀ ତାଙ୍କୁ ଜଣେ କିମ୍ବଦନ୍ତୀ ଲେଖକ ତଥା କବି ଭାବରେ ବର୍ଣ୍ଣନା କରିଛନ୍ତି। ସେ ଉଭୟ ଇଂରାଜୀ ଏବଂ ଓଡିଆ ସାହିତ୍ୟରେ ଜଣେ ପ୍ରତିଭା ଥିଲେ। ସେ ସଫଳତାର ସହିତ ଓଡିଆ ସାହିତ୍ୟକୁ ବିଶ୍ବବ୍ୟାପି କରିପାରିଥିଲେ। ସେ ଆହୁରି କହିଛନ୍ତି ଯେ, ତାଙ୍କର ବୁଦ୍ଧି ଏବଂ ଜ୍ଞାନ ଅନେକ ଯୁବକମାନଙ୍କୁ ଇଂରାଜୀ ସାହିତ୍ୟରେ ଲେଖିବା ପାଇଁ ସେ ମାର୍ଗଦର୍ଶକ ସାଜି ଥିଲେ। ଆସନ୍ତାକାଲି ପୂର୍ଣ୍ଣ ରାଜ୍ୟ ସମ୍ମାନ ସହ କବିଙ୍କ ଶେଷକୃତ୍ୟ କରାଯିବ…
ଭୁବନେଶ୍ବର: ଆଜି ରାତିରେ ପ୍ରଖ୍ୟାତ ସାହିତ୍ୟିକ ଜୟନ୍ତ ମହାପାତ୍ରଙ୍କ ପରଲୋକ ହୋଇଯାଇଛି। କଟକ ମେଡିକାଲରେ ଚିକିତ୍ସାଧିନ ଥିବା ବେଳେ ସେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି। ତାଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକ ବ୍ୟକ୍ତ କରିଛନ୍ତି। ଏକ ଟୁଇଟି କରି ସେ କହିଛନ୍ତି ଯେ, ଯଶସ୍ଵୀ ସାହିତ୍ୟିକ ଜୟନ୍ତ ମହାପାତ୍ରଙ୍କ ଦେହାନ୍ତ ବିଷୟରେ ଜାଣି ମୁଁ ଦୁଃଖିତ। ସାହିତ୍ୟ ଜଗତରେ ଏହା ଏକ ଅପୂରଣୀୟ ଶୂନ୍ୟସ୍ଥାନ। ଉଭୟ ଓଡ଼ିଆ ଏବଂ ଇଂରାଜୀ ସାହିତ୍ୟରେ ଅନନ୍ୟ ସୃଜନସୃଷ୍ଟି ତାଙ୍କୁ ସର୍ବଦା ଅମର କରି ରଖିବ। ମହାନ ସାହିତ୍ୟିକଙ୍କ ଅମର ଆତ୍ମାର ସଦଗତି କାମନା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ମୋର ସମବେଦନା ଜଣାଉଛି।
ଭୁବନେଶ୍ବର: ଅନ୍ତର୍ଜାତୀୟ ଖ୍ୟାତି ସଂପର୍ଣ୍ଣ ସାହିତ୍ୟିକ ଜୟନ୍ତ ମହାପାତ୍ରଙ୍କର ଆଜି ରାତି ୯ଟାରେ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୯୫ ବର୍ଷ ବୟସ ହୋଇଥିଲା। ସେ ଦୀର୍ଘଦିନ ଧରି କଟକ ଏସସିବି ମେଡିକାଲରେ ଚିକିତ୍ସିତ ହେଉଥିଲେ। ହେଲେ ଗତକାଲି ତାଙ୍କର ସ୍ବାସ୍ଥ୍ୟ ଅବସ୍ଥା ଖରାପ ହେବାରୁ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା। ଆଜି ରାତିରେ ସେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି। ସାହିତ୍ୟିକ ଜୟନ୍ତ ମହାପାତ୍ରଙ୍କର ଉଭୟ ଓଡିଆ ଓ ଇଂରାଜୀ ସାହିତ୍ୟରେ ବେଶ ଦଖଲ ରହିଥିଲା। ସେ ସାହିତ୍ୟ ପାଇଁ ବିଶ୍ବ ଦରବାରରେ ପରିଚିତ ଲାଭ କରିଥିଲେ। ସାହିତ୍ୟ କ୍ଷେତ୍ରକୁ ଉଲ୍ଲେଖନୀୟ ଅବଦାନ ପାଇଁ ତାଙ୍କୁ ସାରଳା ସମ୍ମାନ, ପଦ୍ମଶ୍ରୀ, କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର, ଉତ୍କଳ ରତ୍ନ ସମ୍ମାନ, ବିଷୁବ ପୁରସ୍କାରରେ ସମ୍ମାନିତ କରାଯାଇଛି। ତାଙ୍କ ବିୟୋଗରେ ଓଡିଆ ସାହିତ୍ୟ ଜଗତରେ ଶୋକର ଛାୟା ଖେଳିଯାଇଛି।
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀଠାରେ ବି୨୦ ଶିଖର ସମ୍ମିଳନୀ ଭାରତ ୨୦୨୩କୁ ସମ୍ବୋଧିତ କରିଛନ୍ତି। ବି-୨୦ ଶିଖର ସମ୍ମିଳନୀ ଭାରତ ବିଶ୍ୱର ନୀତି ନିର୍ଦ୍ଧାରକ, ବ୍ୟବସାୟିକ ନେତା ଏବଂ ବିଶେଷଜ୍ଞମାନଙ୍କୁ ବି-୨୦ ଇଣ୍ଡିଆ ବିଜ୍ଞପ୍ତି ଉପରେ ଆଲୋଚନା ଏବଂ ପର୍ଯ୍ୟାଲୋଚନା ପାଇଁ ସୁଯୋଗ ଆଣିଛି । ବି-୨୦ ଇଣ୍ଡିଆ ବିଜ୍ଞପ୍ତିରେ ଜି-୨୦ରେ ଦାଖଲ ପାଇଁ ୫୪ଟି ସୁପାରିସ ଏବଂ ୧୭୨ଟି ନୀତିଗତ ପଦକ୍ଷେପ ଅନ୍ତର୍ଭୁକ୍ତ ରହିଛି। ଅଗଷ୍ଟ ୨୩ ରେ ସଫଳ ଚନ୍ଦ୍ରଯାନ ଅବତରଣ ଦ୍ୱାରା ଆରମ୍ଭ ହୋଇଥିବା ଉତ୍ସବର ମୁହୂର୍ତ୍ତ ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ। ସେ କହିଛନ୍ତି ଯେ ଭାରତର ପର୍ବପର୍ବାଣୀ ଋତୁ ଆସୁଛି ଏବଂ ସମାଜ ତଥା ବ୍ୟବସାୟଗୁଡିକ ଉତ୍ସବର ମୁଡରେ ଅଛନ୍ତି । ସଫଳ ଚନ୍ଦ୍ର ଅଭିଯାନରେ ଇସ୍ରୋର ଭୂମିକା ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ଏହି ଅଭିଯାନରେ ଶିଳ୍ପର ଭୂମିକାକୁ ସ୍ୱୀକାର କରିଥିଲେ କାରଣ ଚନ୍ଦ୍ରଯାନର ଅନେକ ଉପାଦାନ ଘରୋଇ…
ନୂଆଦିଲ୍ଲୀ: ରାଷ୍ଟ୍ରୀୟ ଶିକ୍ଷକ ଶିକ୍ଷା ପରିଷଦ (NCTE), ନୂଆଦିଲ୍ଳୀ ଓ ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ, ଭୂବନେଶ୍ୱର ସହଭାଗୀତାରେ ପ୍ରତିଷ୍ଠାନରେ ଆଜି ଏକଦିବସୀୟ ରାଷ୍ଟ୍ରୀୟ ଶିକ୍ଷା ନୀତି (NEP)-2020 ଏବଂ ସମନ୍ୱିତ ଶିକ୍ଷକ ଶିକ୍ଷା କାର୍ଯ୍ୟକ୍ରମ (ITEP) ସମ୍ୱନ୍ଧୀୟ ସୂଚନା ପ୍ରଦାନ ଅଧିବେଶନ ଅନୁଷ୍ଠିତ ହୋଇଯାଇଛି। ଏସିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ପବ୍ଲିକ୍ ହେଲ୍ଥର (AIPH), ଭୂବନେଶ୍ବରର କୁଳପତି ପଦ୍ମଶ୍ରୀ ପ୍ରଫେସର ଏ.ପି. ଦାଶ, ରାଷ୍ଟ୍ରୀୟ ଶିକ୍ଷକ ଶିକ୍ଷା ପରିଷଦ (NCTE)ର ସଦସ୍ୟ ସଚିବ, ସୁଶ୍ରୀ କେସଙ୍ଗ ୱାଇ ଶେପ୍ରାଙ୍କ ଉପସ୍ଥିତିରେ ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ଦକ୍ଷିଣ ବିହାରର କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ପ୍ରଫେସର ଏଚ.ସି.ଏସ୍. ରାଠୋର୍, ପ୍ରତିଷ୍ଠାନର ଅଧ୍ୟକ୍ଷ ପ୍ରଫେସର ପି.ସି. ଅଗ୍ରୱାଲ, ପ୍ରଫେସର ଆର୍.ସି. ପଟେଲ୍, ପ୍ରଫେସର ଆଇ.ପି. ଗୌରମ୍ମା ପ୍ରମୂଖ ପ୍ରଦୀପ ପ୍ରଜ୍ଜଳନ କରି କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ। କାର୍ଯ୍ୟକ୍ରମକୁ ଉଦ୍ଘାଟନ କରି ମୁଖ୍ୟ ଅତିଥି ପ୍ରଫେସର ଏ.ପି. ଦାଶ, ITEPର ପ୍ରଭାବଶାଳୀ କାର୍ଯ୍ୟକାରିତାର…
ଭୁବନେଶ୍ୱର: ଶ୍ରୀ ମନମୋହନ ସାମଲ ବୋଧେ ଭୁଲି ଯାଇଛନ୍ତି ଯେ ୪.୫ କୋଟି ଲୋକ ଓଡିଶା ବିଜେପିକୁ ପରାସ୍ତ କରିଛନ୍ତି ଏବଂ ଗତବର୍ଷ ଜିଲା ପରିଷଦ ନିର୍ବାଚନରେ ଓଡିଶାର ୩୦ଟି ଜିଲ୍ଲାରେ ବିଜୁ ଜନତା ଦଳର ବିଜୟ ନିଶ୍ଚିତ କରିଥିବା କହିଛନ୍ତି ବିଜେଡି ମୁଖପାତ୍ର ଶ୍ରୀ ଲେନିନ୍ ମହାନ୍ତି। ଶ୍ରୀ ମହାନ୍ତି ଆଜି ଏଠାରେ ଗଣାମାଧ୍ୟମକୁ କହିଛନ୍ତି ଯେ ଗୋଟିଏ ପରେ ଗୋଟିଏ ଜାତୀୟ ସର୍ଭେ କହୁଛି ଯେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଦେଶର ଏକ ନମ୍ବର ମୁଖ୍ୟମନ୍ତ୍ରୀ ଭାବେ ଭାରତର ସବୁଠାରୁ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଅଟନ୍ତି। ବିଜୁ ଜନତା ଦଳ ଉପରେ ଓଡିଶାର ଲୋକଙ୍କର ଭରସା ରହିଛି ଏବଂ ଓଡିଶା ବିଜେପି ନେତାଙ୍କ ଏପରି ବିବୃତ୍ତି ପାଇଁ ସେମାନେ ତାଙ୍କୁ ବାରମ୍ବାର ପ୍ରତ୍ୟାଖ୍ୟାନ କରୁଛନ୍ତି। ଆମେ ମଧ୍ୟ ଜାଣୁ ଯେ ଶ୍ରୀ ସାମଲ ତାଙ୍କ ଦଳରେ ଏଭଳି ଲୋକଙ୍କୁ ସାମିଲ ପାଇଁ ଉଦ୍ୟମ ଚଳାଇଛନ୍ତି ଯେଉଁମାନେ ଲୋକ…
ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ପୋଲିସ ଭବନ, ଠାରେ “ମହିଳା ଏବଂ ଶିଶୁଙ୍କ ଉପରେ ଯୌନ ଅପରାଧର ତଦନ୍ତ ପାଇଁ ଫୋରେନସିକ୍ କୌଶଳ ଏବଂ ପ୍ରଯୁକ୍ତି ବିଦ୍ୟାର ବ୍ୟବହାର” ସଂକ୍ରାନ୍ତୀୟ ତିନି ଦିନିଆ କର୍ମଶାଳା ଆରମ୍ଭ ହୋଇଯାଇଛି। “ମହିଳା ଏବଂ ଶିଶୁ ଅପରାଧ ନିରାକରଣ ଶାଖା” ଏବଂ “ୟୁନିସେଫ”ର ମିଳିତ ସହଯୋଗରେ ଆୟୋଜିତ ଏହି କର୍ମଶାଳାକୁ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ସୁନୀଲ କୁମାର ବଂସଲ୍ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଆଜି ଉଦ୍ ଘାଟନ କରିଥିଲେ। ମହିଳା ଓ ଶିଶୁଙ୍କ ବିରୁଦ୍ଧରେ ଘଟୁଥିବା ଯୌନ ଉତ୍ପୀଡନ ମାମଲା ଗୁଡ଼ିକ ଅତ୍ୟନ୍ତ ସମ୍ବଦନଶୀଳ। ଏଭଳି ଗୁରୁତ୍ୱପୂର୍ଣ୍ଣ ମାମଲା ଗୁଡିକର ତଦନ୍ତ ନିର୍ଭୁଲ ଏବଂ ନିରପେକ୍ଷ ହେବା ଉଚିତ୍। ତଦନ୍ତରେ ଫରେନସିକ୍ କୌଶଳ ଏବଂ ପ୍ରଯୁକ୍ତି ବିଦ୍ୟାର ବ୍ୟବହାର ଅପରାଧୀଙ୍କୁ ଦୋଷୀ ସାବ୍ୟସ୍ତ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିବ ବୋଲି DGP ଶ୍ରୀ ବଂସଲ ମତବ୍ୟକ୍ତ କରିଛନ୍ତି। ମହିଳା ଓ ଶିଶୁଙ୍କ ବିରୋଧରେ ହେଉଥିବା…
ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଆଜି ଅପରାହ୍ନରେ ସାନଖେମୁଣ୍ଡି ନିର୍ବାଚନ ମଣ୍ଡଳୀରେ ୫ ଟି ସଚିବ ଭି କେ ପାଣ୍ଡିଆନ୍ ଙ୍କ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ସାନଖେମୁଣ୍ଡି ବ୍ଳକ ଜଗନ୍ନାଥପୁର ଛକରେ ପାଣ୍ଡିଆନ୍ ବାବୁ ହେଲିକପ୍ଟର ରେ ଓଲ୍ହାଇ ଜିଲାପାଳ ଦିବ୍ୟଜ୍ୟୋତି ପରିଡ଼ା,ଡି ଆର୍ ଡି ଏ ପିଡି, ଗଞ୍ଜାମ ଏସ୍ ପି ଓ ବ୍ରହ୍ମପୁର ଉପଜିଲ୍ଲାପାଳ ଙ୍କ ଗହଣରେ ସଭାମଞ୍ଚ ନିକଟକୁ ଆସିଥିଲେ ଓ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଅଞଳି ସ୍ବାଇଁ ଓ ଧରାକୋଟ ବ୍ଳକ ଅଧ୍ୟକ୍ଷା ସୁଲକ୍ଷଣା ଦେବୀ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥିଲେ। ଏହା ପରେ ସେ କେବଳ ଏକମାତ୍ର ବ୍ୟକ୍ତି ଭାବେ ସଭାମଞ୍ଚ ଉପରକୁ ଯାଇ ଉପସ୍ଥିତ ସ୍ବୟଂ ସହାୟକ ଗୋଷ୍ଠୀ ମହିଳା, ଜନସାଧାରଣ ଓ ଛାତ୍ରଛାତ୍ରୀମାନଙ୍କୁ ନମସ୍କାର ଜଣାଇ ଜୟ ଜଗନ୍ନାଥ କହି ଉଦବୋଧନ ଦେଇଥିଲେ। ଆଜିର ଏହି କାର୍ଯ୍ୟକ୍ରମ ରେ ୫ ହଜାର ରୁ ଅଧିକ ଲୋକଙ୍କ ସମାଗମ ହୋଇଥିଲା। ସେ କହିଥିଲେ…
ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ୨୦୨୪ ପାଇଁ ପ୍ରସ୍ତୁତି ଚଳାଇଥିବା ବିଜେପି ଏକାସାଙ୍ଗରେ ଅନେକ ଫର୍ମୁଲା ଉପରେ କାମ କରୁଛି। ବର୍ତ୍ତମାନର ସାଂସଦଙ୍କ ଟିକେଟ କାଟିବାଠାରୁ ଆରମ୍ଭ କରି ଦଳରେ ନୂଆ ଚେହେରାଙ୍କୁ ସୁଯୋଗ ଦେବା ପର୍ଯ୍ୟନ୍ତ ବିଚାରବିମର୍ଶ ଚାଲିଛି। ମିଳିଥିବା ସୂଚନା ଅନୁଯାୟୀ, ସ୍ୱାଧୀନତାର ୧୦୦ ବର୍ଷ ପୂର୍ତ୍ତି ସୁଦ୍ଧା ସଂସଦରେ ଯୁବ ପ୍ରତିନିଧିତ୍ୱ ବଢ଼ାଇବା ପାଇଁ ଦଳ କାର୍ଯ୍ୟ କରୁଛି। ଏହି ନିର୍ବାଚନରେ ବିଜେପି ୧୫୦ ନୂଆ ପ୍ରାର୍ଥୀ ଦେବାର ସମ୍ଭାବନା ରହିଛି। ୪୧ରୁ ୫୫ ବର୍ଷ ବୟସ ବର୍ଗର ପ୍ରାର୍ଥୀଙ୍କ ସଂଖ୍ୟା ଅଧିକ ରହିବ। ବିଜେପିର ଜଣେ ସାଧାରଣ ସମ୍ପାଦକ କହିଛନ୍ତି ଯେ, ପ୍ରଥମ ଲୋକସଭାରେ ୨୬% ସଦସ୍ୟଙ୍କ ବୟସ ୪୦ ବର୍ଷରୁ କମ୍ ରହିଥିଲା। ପରବର୍ତ୍ତୀ ସମୟରେ ସଂସଦରେ ଯୁବ ପ୍ରତିନିଧିଙ୍କ ସଂଖ୍ୟା ହ୍ରାସ ପାଇଥିଲା। ଲୋକସଭାରେ ନିର୍ବାଚନ ଜିତିଥିବା ସାଂସଦଙ୍କ ସଂଖ୍ୟା ୩ରୁ ୧୧ ଗୁଣକୁ ବୃଦ୍ଧି ପାଇଛି। ଏହାକୁ ଦୃଷ୍ଟିରେ ରଖି ଦୁଇ କିମ୍ବା…
ସୀତାରାମ ଅଗ୍ରୱାଲ ବାଲୁଗାଁ: ବାଲୁଗାଁ ଥାନା ଅନ୍ତର୍ଗତ ସରନଇ ଗ୍ରାମରେ ବାପାକୁ ଆକ୍ରମଣ ଅଭିଯୋଗରେ ପୁଅକୁ ଗିରଫ କରିଛି ବାଲୁଗାଁ ପୋଲିସ। ଖବର ମୁତାବକ ସରନଇ ଗ୍ରାମର ନନ୍ଦ କିଶୋର ମହାରଣାଙ୍କ ସାନ ପୁଅ ଗଣେଶ ମହାରଣା (୩୨) ଦୈନନ୍ଦିନ ସାଥୀ ସାଙ୍ଗମାନଙ୍କ ସହ ମଦ୍ୟପାନ କରି ବିଳମ୍ବିତ ରାତିରେ ଘରକୁ ଆସୁଥିବା ବେଳେ ଗାଳି ଗୁଲଜ କରିବା ସହ ବାପା ଓ ମାକୁ ମାରିବାକୁ ଧମକ ଦେଇ ଆସୁଥିଲା। ଯାହାକି ଗତକାଲି ସନ୍ଧ୍ୟାରେ ପୁଅ କାଠ ଫାଳିଆରେ ଉଭୟ ବାପା ମାଙ୍କୁ ଆକ୍ରମଣ କରିବା ସହ ଜୀବନରେ ମାରିଦେବାକୁ ଧମକ ଦେଇଥିଲା। ଯାହାଫଳରେ ନନ୍ଦ କିଶୋର ଓ ସ୍ତ୍ରୀ ଙ୍କ ମସ୍ତିଷ୍କରେ ଆଘାତ ଲାଗି ଉଭୟ ଗୁରୁତର ଆହତ ହୋଇଛନ୍ତି। ଏନେଇ ବାଲୁଗାଁ ଥାନାରେ ଅଭିଯୋଗ କରିବାରେ କେଶ ନଂ ୨୧୩/୨୩ରେ ମାମଲା ରୁଜୁ କରି ଅଭିଯୁକ୍ତ ଗଣେଶଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବାର ଆଇଆଇସି ଜୟପ୍ରକାଶ ପରିଡ଼ା…
ବ୍ରହ୍ମଗିରି: ବ୍ରହ୍ମଗିରି ନିର୍ବାଚନମଣ୍ଡଳୀର ସାତପଡ଼ାରେ ଚିଲିକା ହ୍ରଦରେ ଡଙ୍ଗାରେ ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ର ବିଜେପି ନେତ୍ରୀ ଉପାସନା ମହାପାତ୍ର ଓ ସ୍ଥାନୀୟ ନେତୃତ୍ଵଙ୍କ ସହିତ ପ୍ରଧାନମନ୍ତ୍ରୀଙ୍କ ୧୦୪ତମ ମନ କି ବାତ କାର୍ଯ୍ୟକ୍ରମ ଶୁଣିଥିଲେ। ଏହା ପରେ ସେ କୃଷ୍ଣପ୍ରସାଦ ବ୍ଳକର ନୂଆପଡ଼ା ପଞ୍ଚାୟତର ଗୁରୁବାଇ ଗାଆଁରେ କେନ୍ଦ୍ରୀୟ ଶ୍ରମ ମନ୍ତ୍ରଣାଳୟ ଅନ୍ତର୍ଗତ ଦତ୍ତୋପନ୍ତ ଠେଙ୍ଗଡି ଶ୍ରମିକ ଏବଂ ବିକାଶ ବୋର୍ଡ ଦ୍ଵାରା ଶ୍ରମିକ ପ୍ରଶିକ୍ଷଣ ହେତୁ ଆୟୋଜିତ ଏକ ଦିବସୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ସମ୍ମିଳିତ ହେଇଥିଲେ। ଏହି ଅବସରରେ ସେ ଉପସ୍ଥିତ ଜନସମୁହକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ଵାରା ଶ୍ରମିକଙ୍କ କଲ୍ୟାଣ ପାଇଁ ପରିଚାଳିତ ଯୋଜନାମାନଙ୍କ ବିଷୟରେ ଅବଗତ କରାଇବା ସହିତ ନୂତନ ବିଶ୍ଵକର୍ମା ଯୋଜନା ବିଷୟରେ ସଚେତନ କରେଇଥିଲେ। ପ୍ରଶିକ୍ଷଣ କାର୍ଯ୍ୟକ୍ରମ ପରେ ସମସ୍ତଙ୍କୁ ପ୍ରମାଣ ପତ୍ର ବିତରିତ କରାଗଲା। ଏହା ସହ କାର୍ଯ୍ୟକ୍ରମରେ ଭାଗ ନେବା ସମୟରେ…
ଚିଲିକା (ସୀତାରାମ ଅଗ୍ରୱାଲ): ଚିଲିକା ଉପକୂଳବର୍ତ୍ତୀ ମତ୍ସ୍ୟଜୀବୀଙ୍କ ଆବଶ୍ୟକତା ଏବଂ ଅନୁରୋଧକ୍ରମେ ଭୂବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ଭୂଷଣ୍ଡପୁର, ମଗଂଳାଯୋଡି, ସୁନ୍ଦରପୁର ଅଞ୍ଚଳ ପରିଦର୍ଶନ କରି ମତ୍ସ୍ୟଜୀବୀ ମାନଙ୍କ ସମସ୍ୟା ବୁଝିଥିଲେ। ଏହା ପୂର୍ବରୁ ସମସ୍ୟା ସମାଧାନ ପାଇଁ କେନ୍ଦ୍ର ମନ୍ତ୍ରୀ ଭେପେନ୍ଦ୍ର ଯାଦବଙ୍କୁ ଚିଠି ଲେଖି ସାକ୍ଷତ କରିଥିଲେ। ପରବର୍ତ୍ତୀ ସମୟରେ ଭୂବନେଶ୍ୱର ସାଂସଦଙ୍କ ନିୟମିତ ପ୍ରୟାସ ଏବଂ କର୍ତ୍ତବ୍ୟବୋଧ ଯୋଗୁଁ ୨୩ କୋଟି ୫୦ ଲକ୍ଷ ଟଙ୍କା ମଞ୍ଜୁରୀ ହେବା ସହ ପ୍ରଥମ ପର୍ଯ୍ୟାୟରେ ଆବଶ୍ୟକୀୟ ଅର୍ଥ ପ୍ରଦାନ କରାଯାଇ କାର୍ଯ୍ୟ ଆରମ୍ଭ କରାଯାଇଛି। ଚିଲିକା ନାଳ ଖନନ କାର୍ଯ୍ୟ କିପରି ଚାଲିଛି ଭୂବନେଶ୍ୱର ସାସଂଦ ଅପରାଜିତା ଷଡ଼ଙ୍ଗୀ ନିଜେ ଓ ମତ୍ସ୍ୟଜୀବୀ ମାନଙ୍କୁ ସାଥିରେ ନେଇ ବାଲିପାଟପୁର ଜେଟି ଠାରୁ ଡଗାଂରେ ଯାଇ କାର୍ଯ୍ୟ ତଦାରଖ କରିଛନ୍ତି। ଚିଲିକା ନାଳ ଖନନ ହେଲେ ୨୫ ହଜାରରୁ ଉର୍ଦ୍ଧ୍ଵ ମତ୍ସ୍ୟଜୀବୀ ପରିବାର ଅର୍ଥାତ ଏକଲକ୍ଷରୁ ଉର୍ଦ୍ଧ୍ଵ ଲୋକେ ଉପକୃତ…
ବେଗୁନିଆପଡ଼ା (ଟୁକୁନା ପ୍ରଧାନ): ଆଜି ପୂର୍ବାହ୍ନରେ ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ଥାନା ଅନ୍ତର୍ଗତ କୁମ୍ଭାରଗାଁ ପଞ୍ଚାୟତର ଖଡ଼ିକା ଢେପ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ମାଛ ଧରିବା ପାଇଁ ଶାଳିଆ ଡ୍ୟାମକୁ ଯାଇ ଖଡ଼ିକା ଢେପ ଗ୍ରାମର ଜନୈକ ବୃଦ୍ଧ ପାଣିରେ ବୁଡି ମୃତ୍ୟୁ ବରଣ କରିଛନ୍ତି। ପ୍ରାପ୍ତ ସୁଚନା ଅନୁଯାୟୀ, ସୌରୀ ବେହେରା (୭୩) ସବୁ ଦିନ ପରି ଆଜି ମାଛ ଧରିବାକୁ ଭେଳାରେ ଯାଇଥିଲେ। କିନ୍ତୁ ଭାରସାମ୍ୟ ହରାଇ ପାଣିରେ ବୁଡିଯାଇଥିଲେ। ନିକଟରେ ଥିବା ଲୋକେ ତାଙ୍କୁ ତୁରନ୍ତ ଖଲ୍ଲିକୋଟ ମେଡ଼ିକାଲକୁ ନେବା ପରେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ବେଗୁନିଆପଡ଼ା ପୋଲିସ ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିବା ସହ ସୌରୀଙ୍କ ଝିଅ ବିଶାଖାଙ୍କ ଏତଲାକୁ ଭିତ୍ତି କରି ଏକ ଅପମୃତ୍ୟୁ ମାମଲା ରୁଜ୍ଜୁ କରିଛି।
ଭୁବନେଶ୍ୱର: ଗତ ସାଢେ ଚାରି ବର୍ଷ ମଧ୍ୟରେ ସାଂସଦ ଶ୍ରୀମତୀ ଅପରାଜିତା ଷଡଙ୍ଗୀ ଭୁବନେଶ୍ୱରର ଲୋକଙ୍କ ସହ ନାହାଁନ୍ତି କିମ୍ବା ସେମାନଙ୍କ ଚିନ୍ତା ଏବଂ ବିକାଶ ପାଇଁ ଏକ ମିନିଟ୍ ସମୟ ଦେଇ ନାହାଁନ୍ତି ବୋଲି କହିଛନ୍ତି ବିଜେଡି ପ୍ରବକ୍ତା ଶ୍ରୀମତୀ ଶ୍ରୀମୟୀ ମିଶ୍ର । ଗଣମାଧ୍ୟମକୁ ସୂଚନା ଦେଇ ଶ୍ରୀମତୀ ମିଶ୍ର କହିଛନ୍ତି ଯେ ଏହା ସ୍ୱାଭାବିକ ଯେ ଯେତେବେଳେ ନିର୍ବାଚନ ପାଖେଇ ଆସୁଛି ଏବଂ ଶ୍ରୀମତୀ ଷଡଙ୍ଗୀ ତାଙ୍କ ଭୁବନେଶ୍ୱର ଲୋକସଭା ନିର୍ବାଚନମଣ୍ଡଳୀକୁ ସାଢେ ଚାରି ବର୍ଷ ପରେ ପରିଦର୍ଶନ କରୁଛନ୍ତି, ନିର୍ବାଚନମଣ୍ଡଳୀର ମହିଳା ଏବଂ ପୁରୁଷମାନେ ତାଙ୍କୁ ପ୍ରଶ୍ନ ପଚାରୁଛନ୍ତି ଯେ ସେ ଗତ ସାଢେ ଚାରି ବର୍ଷ ଧରି କେଉଁଠାରେ ଥିଲେ ଏବଂ ନିର୍ବାଚନ ପାଖେଇ ଆସୁଥିବା ବେଳେ ସେ କାହିଁକି ଆସୁଛନ୍ତି? ଭୁବନେଶ୍ୱରର ମହିଳା ତଥା ସାଧାରଣ ଲୋକଙ୍କ ପ୍ରକୃତ ପ୍ରଶ୍ନର ଉତ୍ତର ଦେବା ପରିବର୍ତ୍ତେ ସେ କହୁଛନ୍ତି ଯେ ଭୁବନେଶ୍ୱରର ଲୋକେ ତଥା…
ନୂଆଦିଲ୍ଲୀ: ବେଙ୍ଗାଲୁରୁରେ ରହୁଥିବା ୩୦ ବର୍ଷ ବୟସ୍କ ଯୁବକ ଏକ ଡେଟିଂ ଆପ୍ ରେ ସାଥୀ ଖୋଜିବା ଅତ୍ୟନ୍ତ ମହଙ୍ଗା ପଡିଛି। ତାଙ୍କ ସହ ଅନଲାଇନ୍ ଠକେଇ ଘଟି ୨.୫୦ ଲକ୍ଷ ଟଙ୍କା ସଫା ହୋଇଯାଇଛି। ନୂତନ ବନ୍ଧୁ ପାଇବା ଆଶାରେ, ସେ ଏକ ଭୟଙ୍କର ପରିସ୍ଥିତିରେ ଫସିଯାଇଛନ୍ତି, ଯାହା ତାଙ୍କୁ ଏକ ବଡ଼ କ୍ଷତି ସହିବାକୁ ପଡିଛି। ଇଣ୍ଡିଆ ଟୁଡେ ଖବର ଅନୁଯାୟୀ, ଯୁବକ ଜଣକ ସେକ୍ସଟୋର୍ସନ୍ ନାମକ ଏକ ପ୍ରକାର ଅନଲାଇନ୍ ଠକେଇର ଶିକାର ହୋଇଥିଲେ, ଯେଉଁଠାରେ ଲୋକମାନଙ୍କୁ ବ୍ଲାକମେଲ୍ କରାଯାଏ। ଡେଟିଂ ଆପରେ ଦୁଇଜଣ ନକଲି ଲୋକଙ୍କୁ ଭେଟିଥିଲେ: ଖବର ଅନୁଯାୟୀ, ଏହି ଯୁବକଜଣଙ୍କ ଡେଟିଂ ଆପ୍ ବିଷୟରେ ଶୁଣିଥିବା ରୋମାଞ୍ଚକର ଜିନିଷ ଦ୍ୱାରା ଆକର୍ଷିତ ହୋଇଥିଲେ। ଯୁବକ ଭାବିଥିଲେ ଯେ ସେ ସେଠାରେ ପ୍ରକୃତ ବନ୍ଧୁ ଏବଂ ସମ୍ପର୍କ ପାଇପାରିବେ। ନ୍ୟୁ ଇଣ୍ଡିଆନ୍ ଏକ୍ସପ୍ରେସର ରିପୋର୍ଟ ଅନୁଯାୟୀ, ସର୍ଚ୍ଚ ବେଳେ ଯୁବକ ନିକିତା ନାମକ ଜଣେ…
ନୂଆଦିଲ୍ଲୀ: ଜମ୍ମୁ କାଶ୍ମୀରର କଠୁଆ ଜିଲ୍ଲାର ଏକ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଜଣେ ଶିକ୍ଷକ ବ୍ଲାକବୋର୍ଡରେ ‘ଜୟ ଶ୍ରୀ ରାମ’ ଲେଖିଥିବା ଛାତ୍ରଙ୍କୁ ମାଡ ମାରିଛନ୍ତି। ଏହି ମାମଲାରେ ଅଭିଯୁକ୍ତ ଶିକ୍ଷକଙ୍କୁ ଶନିବାର ଦିନ ଗିରଫ କରାଯାଇଥିଲା। ବର୍ତ୍ତମାନ ଶିକ୍ଷକ ତଥା ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମହମ୍ମଦ ହାଫିଜଙ୍କୁ ନିଲମ୍ବିତ କରାଯାଇଛି। ପ୍ରକାଶ ଯେ, ଶିକ୍ଷକ ଏବଂ ପ୍ରଧାନଶିକ୍ଷକ ଆଇପିସି ଧାରା ୩୨୩, ୩୪୨, ୫୦୪ (ଉଦ୍ଦେଶ୍ୟମୂଳକ ଅପମାନ), ୫୦୬ (ଅପରାଧିକ ଧମକ) ଏବଂ ନାବାଳିକା ନ୍ୟାୟ ବିଭାଗ ୭୫ ( ଶିଶୁ ପ୍ରତି କ୍ରୁରତା) ଅଧୀନରେ ମାମଲା ରୁଜୁ ହୋଇଛି। ବିଦ୍ୟାଳୟର ପ୍ରଧାନଶିକ୍ଷକ ଏବେ ବି ଫେରାର ଅଛନ୍ତି। ତିନି ସଦସ୍ୟ ବିଶିଷ୍ଟ କମିଟି ଗଠନ: ଇଣ୍ଡିଆ ଟୁଡେ ରିପୋର୍ଟ ଅନୁଯାୟୀ, କଠୁଆରେ ଏହି ଘଟଣା ପରେ ଡେପୁଟି କମିଶନର ଏକ ବିଜ୍ଞପ୍ତି ଜାରି କରି କହିଛନ୍ତି ଯେ ଏହାର ତଦନ୍ତ ପାଇଁ ତିନିଜଣିଆ କମିଟି ଗଠନ କରାଯାଇଛି।…

