Author: Samikhsya Bureau

ନୂଆଦିଲ୍ଲୀ: ଏସୀୟ କ୍ରିକେଟ୍ ର ମହାକୁମ୍ଭ ଅର୍ଥାତ୍ ଏସିଆ କପ୍ ଅଗଷ୍ଟ ୩୦ ତାରିଖରୁ ଆରମ୍ଭ ହେବ। ଟୁର୍ଣ୍ଣାମେଣ୍ଟର ପ୍ରଥମ ମ୍ୟାଚ୍ ପାକିସ୍ତାନ ଏବଂ ନେପାଳ ମଧ୍ୟରେ ଖେଳାଯିବ। ଏଥି ସହିତ, ଟିମ୍ ଇଣ୍ଡିଆ ୨୦୨୩ ଏସିଆ କପ୍ ରେ ସେପ୍ଟେମ୍ବର ୨ ତାରିଖରେ ପାକିସ୍ତାନ ବିପକ୍ଷ ମ୍ୟାଚ୍ ସହିତ ଅଭିଯାନ ଆରମ୍ଭ କରିବ। ଏହି ମ୍ୟାଚରେ ଟିମ୍ ଇଣ୍ଡିଆର ଖେଳାଳି ଏକାଦଶ କିପରି ହୋଇପାରେ ଜାଣନ୍ତୁ….. ତିଲକ ବର୍ମା ଡେବ୍ୟୁ କରିବେ କି?: ଯୁବ ବ୍ୟାଟ୍ସମ୍ୟାନ୍ ତିଲକ ବର୍ମା ଏସିଆ କପ୍ ପାଇଁ ଟିମ୍ ଇଣ୍ଡିଆରେ ସ୍ଥାନ ପାଇଛନ୍ତି। ଏଭଳି ପରିସ୍ଥିତିରେ ସବୁଠାରୁ ବଡ ପ୍ରଶ୍ନ ହେଉଛି, କଣ ତିଲକ ପାକିସ୍ତାନ ବିପକ୍ଷରେ ଡେବ୍ୟୁ କରିବେ? ଚତୁର୍ଥ ନମ୍ବରରେ ବ୍ୟାଟିଂ ପାଇଁ ବାମହାତୀ ବ୍ୟାଟ୍ସମ୍ୟାନ୍ ତିଲକ ଜଣେ ମଜବୁତ ପ୍ରତିଯୋଗୀ। ଯଦି ଶ୍ରେୟସ୍ ଆୟର ଏବଂ କେ.ଏଲ୍ ରାହୁଲ ପାକିସ୍ତାନ ବିପକ୍ଷ ମ୍ୟାଚ୍ ପାଇଁ ଫିଟ୍ ନୁହଁନ୍ତି, ତେବେ ତିଲକ…

Read More

ଭୁବନେଶ୍ୱର: ବରିଷ୍ଠ କଂଗ୍ରେସ ନେତ୍ରୀ ତଥା ପୂର୍ବତନ ରାଜ୍ୟ ମହିଳା କଂଗ୍ରେସ ସଭାନେତ୍ରୀ, ପୂର୍ବତନ ଶୃଙ୍ଖଳା କମିଟି ଅଧ୍ୟକ୍ଷା, ପୂର୍ବତନ ଏ.ଆଇ.ସି.ସି ସଦସ୍ୟା ସନ୍ଧ୍ୟା ମହାପାତ୍ରଙ୍କର ଆଜି ପରଲୋକ ହୋଇଯାଇଛି। ତାଙ୍କର ଭୁବନେଶ୍ବରସ୍ଥିତ ବାସ ଭବନରେ ସେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି। ତାଙ୍କ ବିୟୋଗରେ ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ କଂଗ୍ରେସ ଭବନରେ ଏକ ଶ୍ରଦ୍ଧାଞ୍ଜଳୀ ସଭା ଅନୁଷ୍ଠିତ ହୋଇଯାଇଛି। ଏହି ଶ୍ରଦ୍ଧାଞ୍ଜଳୀ ସଭାରେ ପିସିସି ସଭାପତି ଶ୍ରୀଯୁକ୍ତ ଶରତ ପଟ୍ଟନାୟକଙ୍କ ସମେତ ବହୁ କଂଗ୍ରେସ ନେତୃବୃନ୍ଦ ଯୋଗ ଦେଇ ସନ୍ଧ୍ୟା ଦେବୀଙ୍କ ସ୍ମୃତିଚାରଣ କରିଥିଲେ। ଶ୍ରୀ ପଟ୍ଟନାୟକ କହିଛନ୍ତି ସନ୍ଧ୍ୟା ଦେବୀ କଂଗ୍ରେସ ଦଳରେ ଦୀର୍ଘଦିନ ଧରି ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପଦପଦବୀରେ ରହି ସୁଚାରୁରୂପେ କାର୍ଯ୍ୟ କରିଛନ୍ତି। ତାଙ୍କ ବିୟୋଗ ରାଜ୍ୟ ରାଜନୀତିରେ ବିଶେଷ କରି କଂଗ୍ରେସ ଦଳ ପାଇଁ ଅପୂରଣୀୟ କ୍ଷତି। ତାଙ୍କର ଅମର ଆତ୍ମାର ସଦ୍‌ଗତି କାମନା କରିବା ସହ ଶୋକ ସନ୍ତପ୍ତ ପରିବାର ବର୍ଗଙ୍କ…

Read More

ଭୁବନେଶ୍ବର/ଚେନ୍ନାଇ : ଆଫ୍ରିକା, ଦୁବାଇ, ଯୁକ୍ତରାଷ୍ଟ୍ର ୟୁଏସ୍ ଓ କାନାଡ଼ାରେ ସକ୍ରିୟ ବ୍ୟବସାୟ କରୁଥିବା ଭାରତୀୟ ଆଇଟି କମ୍ପାନି ସିଏସ୍ଏମ୍ ଟେକ୍ନୋଲୋଜିଜ୍ ୨୦୨୫ ସୁଦ୍ଧା ବିଶ୍ବର ଦ୍ରୁତତମ ସ୍ବୟଂଚାଳିତ ଇଲେକ୍ଟ୍ରିକ୍ ରେସ୍ କାର ନିର୍ମାଣ ଲାଗି ଆଇଆଇଟି ମାଡ୍ରାସ୍ ସହ ସହବନ୍ଧିତ ହୋଇଛି। ଆଇଆଇଟି ମାଡ୍ରାସର ଛାତ୍ରଛାତ୍ରୀଙ୍କ ଦ୍ବାରା ପରିଚାଳିତ ମୋଟର ସ୍ପୋର୍ଟସ ଟିମ୍, ରଫ୍ତାର ସହ ସହଯୋଗିତା କରିଛି ସିଏସ୍ଏମ୍ ଟେକ୍। ଅଟୋମୋଟିଭ ଇଞ୍ଜିନିୟରିଂ ଓ ମୋଟରସ୍ପୋର୍ଟସ ପ୍ରତି ରୁଚି ରଖିଥିବା ଆଇଆଇଟି ମାଡ୍ରାସର ବିଭିନ୍ନ ବିଭାଗର ୪୦ରୁ ଅଧିକ ଛାତ୍ରଛାତ୍ରୀଙ୍କ ଦ୍ବାରା ଗଠିତ ଟିମ୍ ହୋଇଛି ରଫ୍ତାର। ପ୍ରତିବର୍ଷ ଏହି ଟିମ୍ ଏକ ଦ୍ରୁତତମ ଫର୍ମୁଲା ଷ୍ଟୁଡେଣ୍ଟ ରେସ୍କାର ନିର୍ମାଣର ଚ୍ୟାଲେଞ୍ଜ ଗ୍ରହଣ କରିଥାଏ। ଏହା ଦେଶର ସବୁଠାରୁ ସକ୍ଷମ ଓ ସୁଦୃଢ଼ ଇଞ୍ଜିନିୟର ଟିମ୍ ହେବା ଦିଗରେ କାମ କରୁଛି। ଇଲେକ୍ଟ୍ରିକ୍ ଯାନ (ଇଭି) ଡିଜାଇନ, ବିକାଶ ଓ ଗ୍ରହଣ କରିବାରେ ଶିଳ୍ପ ଭାଗିଦାରିତା ଏକ ପ୍ରମୁଖ…

Read More

ନୂଆଦିଲ୍ଲୀ: କେନ୍ଦ୍ର ସୂଚନା ଓ ପ୍ରସାରଣ, ଯୁବ ବ୍ୟାପାର ଏବଂ କ୍ରୀଡ଼ା ମନ୍ତ୍ରୀ ଅନୁରାଗ ଠାକୁର ଏବଂ ମଧ୍ୟ ପ୍ରଦେଶର ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ଆଜି ଭୋପାଳର କୁଶାଭାଉ ଠାକରେ ଅନ୍ତର୍ଜାତୀୟ ସମ୍ମିଳନୀ କେନ୍ଦ୍ରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କର ସଫଳ ଦ୍ୱିତୀୟ ପାଳି ସମୟରେ ଦେଇଥିବା ଭାଷଣ ଏବଂ ସମ୍ବୋଧନରୁ ସଂକଳିତ ଦୁଇ ଖଣ୍ଡ ସ୍ୱତନ୍ତ୍ର ପୁସ୍ତକ ‘ସବ୍କା ସାଥ, ସବ୍କା ବିକାଶ, ସବ୍କା ବିଶ୍ୱାସ’ ଉନ୍ମୋଚନ କରିଛନ୍ତି। ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ପ୍ରକାଶନ ବିଭାଗ ପକ୍ଷରୁ ଏହି ପୁସ୍ତକ ଗୁଡ଼ିକୁ ସଂକଳିତ କରାଯାଇଛି। ଏହି ଅବସରରେ କେନ୍ଦ୍ର ସୂଚନା ଓ ପ୍ରସାରଣ, ଯୁବ ବ୍ୟାପାର ଏବଂ କ୍ରୀଡ଼ା ମନ୍ତ୍ରୀ ଅନୁରାଗ ସିଂହ ଠାକୁର ତାଙ୍କ ସମ୍ବୋଧନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣ ଗୁଡିକ କ୍ରମାଗତ ଭାବରେ ପ୍ରେରଣାର ଉତ୍ସ ଭାବେ କାର୍ଯ୍ୟ କରୁଛି ବୋଲି ଉଲ୍ଲେଖ କରିଥିଲେ। ତାଙ୍କର ପ୍ରତ୍ୟେକ ଭାଷଣରେ ଶିଖିବା ପାଇଁ ଅନେକ…

Read More

ନୂଆଦିଲ୍ଲୀ: ଭାରତୀୟ ମହିଳା ଦୃଷ୍ଟିହୀନ କ୍ରିକେଟ୍ ଦଳ ଇତିହାସ ସୃଷ୍ଟି କରିଛି। ବାସ୍ତବରେ ଭାରତୀୟ ମହିଳା ଦୃଷ୍ଟିହୀନ କ୍ରିକେଟ୍ ଦଳ ଆଇବିଏସ ବିଶ୍ୱ ଗେମ୍ସରେ ଅଷ୍ଟ୍ରେଲିଆକୁ ପରାସ୍ତ କରି ସ୍ୱର୍ଣ୍ଣ ପଦକ ଜିତିଛି। ଭାରତୀୟ ମହିଳା ଦୃଷ୍ଟିହୀନ କ୍ରିକେଟ୍ ଦଳ ଫାଇନାଲ ମ୍ୟାଚରେ ଅଷ୍ଟ୍ରେଲିଆକୁ ୯ ୱିକେଟରେ ପରାସ୍ତ କରିଛି। ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଫାଇନାଲ ମ୍ୟାଚ୍ ବର୍ମିଂହାମରେ ଖେଳାଯାଇଥିଲା। ଏହି ମ୍ୟାଚରେ ଭାରତୀୟ ଦଳ କଙ୍ଗାରୁଙ୍କୁ ପରାସ୍ତ କରି ସ୍ୱର୍ଣ୍ଣ ଜିତିଛି।

Read More

ସୀତାରାମ ଅଗ୍ରୱାଲ ବାଣପୁର: ଶ୍ରୀଗୁଣ୍ଡିଚା ଆଧ୍ୟାତ୍ମିକ ଟ୍ରଷ୍ଟ, ପୁରୀ, ଓଡିଶା ଓ ଭାଷା ସୁରକ୍ଷା ସମ୍ମିଳନୀ ଚିଲିକା, ବାଣପୁରଙ୍କ ମିଳିତ ଆନୁକୂଲ୍ୟରେ ଆଜି ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଅନ୍ତର୍ଗତ ସାହସପୁର ଗ୍ରାମ ଠାରେ ଶ୍ରୀ ଜଗନ୍ନାଥଙ୍କ ଗୁପ୍ତ ଲୀଳାକ୍ଷେତ୍ର ନୀଳାଦ୍ରୀ ପ୍ରସାଦ ଓ ସାହସପୁର ଦଧିବାମନ ମନ୍ଦିର ଶୀର୍ଷକ ରାଜ୍ୟସ୍ତରୀୟ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି। ଟ୍ରଷ୍ଟର ସମ୍ପାଦକ ଲକ୍ଷ୍ମୀ ନାରାୟଣ ପଟ୍ଟନାୟକ ଆଲୋଚନା ଚକ୍ରରେ ଅଧ୍ୟକ୍ଷତା କରିଥିଲେ। ଏହି ବୌଦ୍ଧିକ ଆଲୋଚନା ଚକ୍ରରେ ଓଡିଶାରୁ ବହୁ ଐତିହାସିକ ଓ ଜଗନ୍ନାଥ ସଂସ୍କୃତି ଗବେଷକ ଯୋଗ ଦେଇଥିଲେ। ଆଲୋଚନା ଚକ୍ରରେ ମତ ପ୍ରକାଶ ପାଇଲା ଯେ ମୋଗଲ ଆଫଗାନ ଶାସନ ସମୟରେ ଜଗନ୍ନାଥ ସଂସ୍କୃତିକୁ ଧ୍ବଂସ କରିବା ପାଇଁ ମୋଗଲ ସୁବେଦାର ମାନେ ଶ୍ରୀମନ୍ଦିରକୁ ବାରମ୍ବାର ଆକ୍ରମଣ କରିଛନ୍ତି। ଖ୍ରୀଷ୍ଟାବ୍ଦ ୧୬୦୭ ରୁ ୧୭୩୩ ମଧ୍ୟରେ ମାଦଳା ପାଞ୍ଜି ପ୍ରମାଣ ଆଧାରରେ ବାଣପୁରର ଅନ୍ଧାର ମହିମ, ଗବପଦର, ବଡ଼ ହନ୍ତୁଆଡ଼…

Read More

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଦିଲ୍ଲୀରେ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। ଚନ୍ଦ୍ରଯାନ-୩ ମୁନ ଲ୍ୟାଣ୍ଡର ସଫଳ ଅବତରଣ ପରେ ଇସ୍ରୋ ଟିମ୍ କୁ ସାକ୍ଷାତ କରିବା ପରେ ପ୍ରଧାନମନ୍ତ୍ରୀ ଆଜି ବେଙ୍ଗାଲୁରୁରୁ ଦିଲ୍ଲୀ ଠାରେ ପହଞ୍ଚିଛନ୍ତି। ଦକ୍ଷିଣ ଆଫ୍ରିକା ଏବଂ ଗ୍ରୀସ ଗସ୍ତ ପରେ ପ୍ରଧାନମନ୍ତ୍ରୀ ସିଧାସଳଖ ବେଙ୍ଗାଲୁରୁ ଯାଇଥିଲେ। ଜେପି ନଡ୍ଡ଼ା ପ୍ରଧାନମନ୍ତ୍ରୀଙ୍କୁ ସ୍ୱାଗତ କରିବା ସହ ତାଙ୍କର ସଫଳ ଗସ୍ତ ତଥା ଭାରତୀୟ ବୈଜ୍ଞାନିକମାନଙ୍କ ମହତ୍ତ୍ବପୂର୍ଣ୍ଣ ସଫଳତା ପାଇଁ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଜନସାଧାରଣଙ୍କ ଠାରୁ ଭବ୍ୟ ଅଭିବାଦନ ଗ୍ରହଣ କରି ପ୍ରଧାନମନ୍ତ୍ରୀ ଚନ୍ଦ୍ରଯାନ -୩ ର ସଫଳତା ଓ ଲୋକଙ୍କ ଉତ୍ସାହ ପାଇଁ କୃତଜ୍ଞତା ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ଇସ୍ରୋ ଦଳ ସହିତ ଆଲୋଚନା କରିଥିଲେ ଏବଂ ସୂଚନା ଦେଇଥିଲେ ଯେ “ଯେଉଁଠାରେ ଚନ୍ଦ୍ରଯାନ -୩ ଭୂମି ଅବତରଣ କରିଛି, ତାହା ବର୍ତ୍ତମାନ“ ଶିବ ଶକ୍ତି ”ଭାବରେ ଜଣାଶୁଣା ହେବ। ଶିବ ଶକ୍ତି ମଧ୍ୟ ହିମାଳୟ…

Read More

ସୀତାରାମ ଅଗ୍ରୱାଲ ଚିଲିକା: ଚିଲିକା ନିର୍ବାଚନ ମଣ୍ଡଳୀ ଭାରତୀୟ ଜନତା ପାର୍ଟି ପକ୍ଷରୁ ସଂପର୍କରୁ ସମର୍ଥନ ଅଭିଯାନ ପଦଯାତ୍ରା ଚିଲିକାରେ ଆଜି ଅନୁଷ୍ଠିତ ହୋଇଯାଇଛି। ଏହି ପଦଯାତ୍ରାରେ ବିଜେପିର ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ର, ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତା ପୃଥ୍ଵୀରାଜ ହରିଚନ୍ଦନ, ବାଣପୁର ବ୍ଲକ ଅଧ୍ୟକ୍ଷ ଅମରେନ୍ଦ୍ର ରଣସିଂହ ଓ ଜିଲ୍ଲାର ଅନେକ ବରିଷ୍ଠ ନେତା ସାମିଲ ହୋଇଥିଲେ। ପଦଯାତ୍ରାର ପ୍ରଥମ ଚରଣରେ ଭାରତୀୟ ଜନତା ପାର୍ଟିର ନେତୃତ୍ୱ ଗଙ୍ଗାଧରପୁର ରେଳ ଷ୍ଟେସନ୍ ଯାଇ ଷ୍ଟେସନର ଉନ୍ନତି ପାଇଁ ସ୍ଥାନୀୟ ଜନତାଙ୍କ ସହ ଆଲୋଚନା କରିଥିଲେ। ଏହା ପରେ ବାଣପୁର ବ୍ଲକର ବିଷ୍ଣୁଡିହ ପଞ୍ଚାୟତରେ ଅନୁଷ୍ଠିତ ପଦ ଯାତ୍ରାରେ ସାମିଲ ହେଇ ମୋଦି ସରକାର ଦ୍ଵାରା ୯ ବର୍ଷରେ ହେଇଥିବା ବିଭିନ୍ନ ବିକାଶମୁଳକ କାର୍ଯ୍ୟ ବିଷୟରେ ପ୍ରଚାର ପତ୍ର ଘରେ ଘରେ ବଣ୍ଟନ କରାଯିବା ସହିତ ମୋଦି ସରକାରଙ୍କ ବିଭିନ୍ନ ଲୋକ ହିତକାରୀ ଯୋଜନା ବିଷୟରେ ପଞ୍ଚାୟତବାସୀଙ୍କୁ ଅବଗତ…

Read More

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଡିମ୍‌ଡ ଟୁ ବି ବିଶ୍ୱବିଦ୍ୟାଳୟ ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲର ବିଭିନ୍ନ ବିଭାଗରେ ଅଧ୍ୟୟନ କରି ଶିକ୍ଷା ସମାପ୍ତ କରିଥିବା ଏମ୍‌ବିବିଏସ୍ ଓ ପୋଷ୍ଟ ଗ୍ରାଜୁଏଟ୍ ଛାତ୍ରଛାତ୍ରୀଙ୍କୁ ଶନିବାର ଏହି ବିଶେଷ କାର୍ଯ୍ୟକ୍ରମରେ ସ୍ନାତକ ଓ ସ୍ନାତକୋତର ଉପାଧି ପ୍ରଦାନ କରାଯାଇଛି। ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ବିଭିନ୍ନ ବିଭାଗରେ ୨୦୧୫, ୨୦୧୬ ଓ ୨୦୧୭ ଶିକ୍ଷା ବର୍ଷରେ ଅଧ୍ୟୟନ ଆରମ୍ଭ କରି ଶିକ୍ଷା ସମାପ୍ତ କରିଥିବା ଛାତ୍ରଛାତ୍ରୀଙ୍କୁ ସ୍ନାତକ ଉପାଧି ପ୍ରଦାନ କରାଯାଇଥିଲା। ସେହିପରି ୨୦୧୮, ୨୦୧୯ ଓ ୨୦୨୦ ଶିକ୍ଷା ବର୍ଷରେ ବିଭିନ୍ନ ବିଭାଗରେ ପୋଷ୍ଟ ଗ୍ରାଜୁଏଟ୍ ଶିକ୍ଷା ଆରମ୍ଭ କରି ସମାପ୍ତ କରିଥିବା ଛାତ୍ରଛାତ୍ରୀଙ୍କୁ ସ୍ନାତକୋତର ଉପାଧି ପ୍ରଦାନ କରାଯାଇଛି। ଏଥି ସହିତ ୨୦୨୦ ବ୍ୟାଚର ସୁପର ସ୍ପେଶିଆଲିଟି ବିଭାଗରେ ପୋଷ୍ଟ ଗ୍ରାଜୁଏଟ୍ ଛାତ୍ରଛାତ୍ରୀଙ୍କୁ ମଧ୍ୟ ଉପାଧି ପ୍ରଦାନ କରାଯାଇଛି। ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର…

Read More

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି (୨୬-୦୮-୨୦୨୩) ଇସ୍ରୋ ଟେଲିମେଟ୍ରି ଟ୍ରାକିଂ ଆଣ୍ଡ କମାଣ୍ଡ ନେଟୱର୍କ (ଆଇଏସଟିଆରଏସି) ବେଙ୍ଗାଲୁରୁ ଗସ୍ତ କରିଛନ୍ତି। ଗ୍ରୀସରୁ ଭାରତ ଫେରିବା ପରେ ସେ ସେଠାରେ ପହଞ୍ଚି ଚନ୍ଦ୍ରଯାନ-୩ର ସଫଳତାକୁ ନେଇ ଟିମ୍ ଇସ୍ରୋକୁ ସମ୍ବୋଧନ କରିଛନ୍ତି। ଚନ୍ଦ୍ରଯାନ-୩ ଅଭିଯାନରେ ସଂଶ୍ଳିଷ୍ଟ ଇସ୍ରୋର ବୈଜ୍ଞାନିକମାନଙ୍କୁ ପ୍ରଧାନମନ୍ତ୍ରୀ ଭେଟି ସେମାନଙ୍କ ସହ ବାର୍ତ୍ତା ବିନିମୟ କରିଥିଲେ। ପ୍ରଧାନମନ୍ତ୍ରୀଙ୍କୁ ଚନ୍ଦ୍ରଯାନ-୩ ଅଭିଯାନର ଖୋଜ୍ ଓ ଅଗ୍ରଗତି ନେଇ ମଧ୍ୟ ସୂଚନା ପ୍ରଦାନ କରାଯାଇଥିଲା। ବୈଜ୍ଞାନିକମାନଙ୍କୁ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ ବେଙ୍ଗାଲୁରୁରେ ଇସ୍ରୋ (ଆଇଏସଟିଆରଏସି) ରେ ଉପସ୍ଥିତ ରହିଥିବାରୁ ଅତ୍ୟନ୍ତ ଖୁସୀ ପ୍ରକଟ କରିଥିଲେ। ଏଭଳି ଏକ ଅବସର କ୍ୱଚିତ ମିଳିଥାଏ ଓ ଏଥିରେ ପୂରା ଶରୀର ଓ ମନ ଖୁସୀରେ ଉଲ୍ଲସିତ ହୋଇ ଉଠିଛି ବୋଲି କହିଥିଲେ। ପ୍ରତ୍ୟେକଙ୍କ ଜୀବନରେ ଏପରି କ୍ଷଣ ଆସେ, ଯେତେବେଳେ ମନ ଅଧିକରୁ ଅଧିକ ଅଧୈର୍ଯ୍ୟ ହୋଇ ଉଠେ। ଏ ପ୍ରକାର ଭାବାବେଗ ତାଙ୍କ…

Read More

ଭୁବନେଶ୍ୱର: ବିଶ୍ୱ ଦକ୍ଷତା କେନ୍ଦ୍ରରେ ବିଭିନ୍ନ ଅତ୍ୟାଧୁନିକ ବିଷୟରେ ତାଲିମ ନେଉଥିବା ଛାତ୍ରଛାତ୍ରୀମାନଙ୍କ ଭିତରୁ ପ୍ରତିବର୍ଷ ୪୦ ଜଣଙ୍କୁ ବଛାଯାଇ ‘ଷ୍ଟୁଡେଣ୍ଟ ଏକ୍ସଚେଞ୍ଜ’ କାର୍ଯ୍ୟକ୍ରମ ଜରିଆରେ ସିଙ୍ଗାପୁର ପଠାଯାଉଛି। ୨୦୨୨-୨୩ ବ୍ୟାଚର ଚୟନ ହୋଇଥିବା ଛାତ୍ରଛାତ୍ରୀମାନେ ଶନିବାର ଦିନ ସିଙ୍ଗାପୁରରେ ପହଞ୍ଚିଛନ୍ତି। ଏହି ଛାତ୍ରଛାତ୍ରୀମାନେ ଭୁବନେଶ୍ୱର-ସିଙ୍ଗାପୁର ସିଧାସଳଖ ବିମାନ ଯୋଗେ ଶନିବାର ସକାଳୁ ଯାତ୍ରା କରିଥିଲେ। ପ୍ରଥମଥର ପାଇଁ ବିମାନରେ ବସି ବିଦେଶ ଯାଉଥିବାରୁ ସେମାନଙ୍କ ଭିତରେ ବିଶେଷ ଉତ୍ସାହ ଦେଖିବାକୁ ମିଳିଥିଲା। ଏହି କାର୍ଯ୍ୟକ୍ରମ ଅଧୀନରେ ଅନ୍ତର୍ଜାତୀୟ ମାନର ତାଲିମ ପାଇଁ ଏଭଳି ସୁଯୋଗ ମିଳୁଥିବାରୁ ସେମାନେ ବିଶ୍ୱ ଦକ୍ଷତା କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଏହି ଅବସରରେ ଓଡ଼ିଶା ଦକ୍ଷତା ବିକାଶ କର୍ତ୍ତୃପକ୍ଷର ଅଧ୍ୟକ୍ଷା ତଥା ବିଶ୍ୱ ଦକ୍ଷତା କେନ୍ଦ୍ରର ସିଇଓ ଅଳକା ମିଶ୍ର ସିଙ୍ଗାପୁର ଯାଇଥିବା ଛାତ୍ରଛାତ୍ରୀମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଏହି ଅନୁଭୂତି ସେମାନଙ୍କ ଶିକ୍ଷା ଓ ତାଲିମକୁ ଏକ ନୂଆ ଦିଗ ଦେବା…

Read More

ଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଉତ୍ତରପ୍ରଦେଶର ବାରଣାସୀ ଠାରେ ଆୟୋଜିତ ଜି – ୨୦ ସଂସ୍କୃତି ମନ୍ତ୍ରୀ ବୈଠକକୁ ଭିଡିଓ ଲିଙ୍କ୍ ମାଧ୍ୟମରେ ସମ୍ବୋଧିତ କରିଛନ୍ତି। କାଶୀ ନାମରେ ପରିଚିତ ବାରାଣସୀ ଠାରେ ପ୍ରଧାନମନ୍ତ୍ରୀ ଅତିଥି ମାନଙ୍କୁ ସ୍ୱାଗତ କରିଥିଲେ ଏବଂ ଏହି ସହର ତାଙ୍କ ସଂସଦୀୟ କ୍ଷେତ୍ର ହୋଇ ଥିବାରୁ ଏଠାରେ ଜି- ୨୦ ସଂସ୍କୃତି ମନ୍ତ୍ରୀମାନଙ୍କ ବୈଠକ ଅନୁଷ୍ଠିତ ହେଉ ଥିବାରୁ ସେ ଆନନ୍ଦ ପ୍ରକାଶ କରିଥିଲେ । କାଶୀକୁ ଅନ୍ୟତମ ପୁରାତନ ଜୀବନ୍ତ ସହର ବୋଲି ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ନିକଟସ୍ଥ ସାରନାଥ ସହର ବିଷୟରେ କହିଥିଲେ, ଯେଉଁଠାରେ ଭଗବାନ ବୁଦ୍ଧ ତାଙ୍କର ପ୍ରଥମ ଧର୍ମୋପଦେଶ ଦେଇଥିଲେ। “କାଶୀ ଜ୍ଞାନ, କର୍ତ୍ତବ୍ୟ ଏବଂ ସତ୍ୟର ଭଣ୍ଡାର ଭାବରେ ଜଣାଶୁଣା ଏବଂ ଏହା ପ୍ରକୃତରେ ଭାରତର ସାଂସ୍କୃତିକ ଏବଂ ଆଧ୍ୟାତ୍ମିକ ରାଜଧାନୀ” ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ଏବଂ ଅତିଥି ମାନଙ୍କୁ ଗଙ୍ଗା ଆରତୀ କାର୍ଯ୍ୟକ୍ରମ ଦେଖିବା ନିମନ୍ତେ,…

Read More

ଗଜପତି: ଗଜପତି ଜିଲ୍ଲା ଅଡବା ଥାନା ଅନ୍ତର୍ଗତ ଭାଲିଆପଙ୍କ ଗ୍ରାମରେ ପାଟ୍ରୋଲିଂ କରୁଥିବା ବେଳେ ଅଡବା ଥାନା ପୋଲିସ ବିପୁଳ ପରିମାଣର ଗଞ୍ଜେଇ ଜବତ କରିଛି। ଏହା ସହ ୨ ଟି ମୋଟରସାଇକେଲକୁ ପୋଲିସ ଜବତ କରିଛି। ହେଲେ ଘଟଣାସ୍ଥଳରୁ ଚାଲାଣ କାରୀ ଚମ୍ପଟ୍ ମାରିବାରେ ସଫଳ ହୋଇଛି। ସୂଚନା ଅନୁଯାୟୀ, ସନ୍ଦେହ ଜନକ ଭାବେ ଏକ ମାକ୍ସ ପିକ୍ଅପ୍ ଗାଡ଼ି ଛିଡ଼ା ହୋଇଥିବା ଦେଖି ଅଡବା ଥାନା ପୋଲିସ ଯାଞ୍ଚ କରିଥିଲା। ଯାଞ୍ଚ ବେଳେ ସେଥିରୁ ବିପୁଳ ପରିମାଣର ଗଞ୍ଜେଇ ଜବତ ହୋଇଥିଲା ଓ ନିକଟରେ ଥିବା ଦୁଇଟି ମୋଟରସାଇକେଲକୁ ପୋଲିସ ଜବତ କରିଥିଲା। କିନ୍ତୁ ଏହି ଗଞ୍ଜେଇ କାରବାରର ଅଭିଯୁକ୍ତ ଧରାପଡ଼ି ନାହାନ୍ତି। ଯାହା ଜଣାପଡୁଛି ପୋଲିସକୁ ଦେଖି ଚାଲାଣ କାରୀ ମାନେ ଚମ୍ପଟ୍ ମାରିଛନ୍ତି। ପୋଲିସ ଉକ୍ତ ସମସ୍ତ ଗାଡ଼ି ଓ ଗଞ୍ଜେଇ ଜବତ୍ କରି ୧୨୬/୨୩ ଅନୁଯାୟୀ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

Read More

ନୂଆଦିଲ୍ଲୀ/ଭୁବନେଶ୍ୱର: ଆଫ୍ରିକା, ଦୁବାଲ, ୟୁଏସଏ ଓ କାନାଡାରେ ବ୍ୟବସାୟ କରୁଥିବା ଭାରତୀୟ ଆଇଟି ମଲ୍ଟିନେସନାଲ କମ୍ପାନି, ଭୁବନେଶ୍ଵରଭିତ୍ତିକ ସିଏସ୍ଏମ୍ ଟେକ୍ନୋଲୋଜି, ଏସ୍ଏମ୍ଇ ୱାର୍ଲ୍ଡ ସହଯୋଗରେ ବିଜିନେସ୍ ୱାର୍ଲ୍ସ ଦ୍ୱାରା ଆୟୋଜିତ ପଂଚମ ସଂସ୍କରଣ ବିଡବ୍ଲ୍ୟୁ ଏମର୍ଜିଂ ବିଜନେସେସ୍ ଆୱାର୍ଡ ବିଜୟୀ ହୋଇଛି। ବିକାଶଶୀଳ ଉଦ୍ୟୋଗ ଦ୍ଵାରା ସର୍ବୋତମ ଉତ୍ପାଦ ଓ ସେବା ବର୍ଗରେ ସିଏସ୍ଏମ୍ ଟେକ୍ନୋଲୋଜି ବେଷ୍ଟ ଏମର୍ଜିଂ ବିଜିନେସ୍ ଇନ୍ ଲଣ୍ଠିଆ ପୁରସ୍କାର ବିଜୟୀ ହୋଇଛି। ନୂଆଦିଲ୍ଲୀରେ ଆୟୋଜିତ ଉତ୍ସବରେ ବିଡବ୍ଲ୍ୟୁ ବିଜିନେସ୍ ୱାର୍ଲ୍ଡ ଗ୍ରୁପର ଅଧ୍ୟକ୍ଷ ତଥା ଏଡିଟର-ଇନ-ଚିଫ୍ ଏବଂ exchange4media ଗ୍ରୁପର ପ୍ରତିଷ୍ଠାତା ତଥା ଏଡିଟର-ଇନ୍-ଚିଫ୍ ଡକ୍ଟର ଅନୁରାଗ ବାତ୍ରାଙ୍କଠାରୁ ସିଏସ୍ଏମ୍ ଟେକ୍ନୋଲୋଜିର ମାର୍କେଟିଂ କମ୍ୟୁନିକେସନ ସ୍ପେସାଲିଷ୍ଟ ତପସ୍ବିନୀ ସ୍ଵାଇଁ ଏହି ପୁରସ୍କାର ଗ୍ରହଣ କରିଛନ୍ତି। ଏହି ସଫଳତା ସମ୍ପର୍କରେ ମତପୋଷଣ କରି ସିଏସ୍ଏମ୍ ଟେକ୍ନୋଲୋଜିର ପ୍ରତିଷ୍ଠାତା ଓ ସିଇଓ ପ୍ରିୟଦର୍ଶୀ ନାନୁ ପାଣି କହିଛନ୍ତି, “ସିଏସ୍ଏମ୍ ଟେକ୍ନୋଲୋଜିର ସମସ୍ତ ସଦସ୍ୟଙ୍କ ପାଇଁ ଏହା ଏକ ଗୌରବର…

Read More

ବେଗୁନିଆପଡା (ଟୁକୁନା ପ୍ରଧାନ): ବାପା ମା’ ମାନେ ସନ୍ତାନ ଟିଏ ପାଇବା ପାଇଁ ଏଵଂ ତାକୁ ଲାଳନ ପାଳନ କରି ବଡ କରିବା ପାଇଁ କେତେ କଣ କରନ୍ତି। କିନ୍ତୁ ସେହି ପୁଅ ବଡ ହୋଇଗଲା ପରେ କେମିତି ବୃଦ୍ଧ ବାପା, ମା କୁ ଏକା କରି ଛାଡ଼ି ଦିଅନ୍ତି ଏବଂ ସେବା ବଦଳରେ ସେହି ବୃଦ୍ଧ ବାପା, ମାଙ୍କୁ କେମିତି ଏକୁଟିଆ ଅସହାୟ ଅବସ୍ଥାରେ ଛାଡି ଦିଅନ୍ତି ତାହାର ଜ୍ଵଳନ୍ତ ଉଦାହରଣ ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ଅନ୍ତର୍ଗତ ବୁରୁଝରି ପଞ୍ଚାୟତ କନ୍ୟାରିବାଡି ଗ୍ରାମରେ। ସେହି ଗ୍ରାମର ୭୫ ବର୍ଷୀୟ ବୃଦ୍ଧ ଦାମ ପଢିଆଳି ଅସହାୟ ଅବସ୍ଥାରେ ପଡିରହିଛନ୍ତି ଘରେ। ସୂଚନା ଅନୁଯାୟୀ ଦାମଙ୍କ ଦୁଇ ପୁଅ ଏବଂ ଦୁଇ ଝିଅ। ପୁଅ ଝିଅ ମାନଙ୍କ ସବୁ ବିବାହ ସରିଛି। ଆଜକୁ ପ୍ରାୟ ଦୁଇବର୍ଷ ତଳେ ତାଙ୍କ ପତ୍ନୀଙ୍କ ଦେହାନ୍ତ ହୋଇଯାଇଛି। କିଛି ବର୍ଷ ହେଲାଣି କୌଣସି…

Read More

ଭୁବନେଶ୍ବର: ନିଯୁକ୍ତି ଦାବୀ କରି ରାଜ୍ୟର ସମସ୍ତ ଆୟୁଷ ଛାତ୍ରଛାତ୍ରୀମାନେ କଳା ବ୍ୟାଚ ପିନ୍ଧି ଧାରଣରେ ବସିଛନ୍ତି। ରାଜ୍ୟରୁ ବିଭିନ୍ନ କଲେଜରୁ ପ୍ରତିବର୍ଷ ଶହଶହ ଛାତ୍ରଛାତ୍ରୀ ଉତୀର୍ଣ୍ଣ ହେଉଥିଲେ ମଧ୍ୟ ରାଜ୍ୟ ସରକାର କୌଣସି ନୂଆ ପଦବୀ ସୃଷ୍ଟି କରୁ ନାହାଁନ୍ତି। ଫଳରେ ପାଠପଢା ସାରି ରାଜ୍ୟର ଶହଶହ ଆୟୁଷ ଡାକ୍ତର ବେକାର ହୋଇ ବସୁଛନ୍ତି। ରାଜ୍ୟ ସରକାର ତୁରନ୍ତ ନୂତନ ପଦବୀ ସୃଷ୍ଟି କରି ଆୟୁଷ ଡାକ୍ତରଙ୍କୁ ନିଯୁକ୍ତି ଦେବା ଦାବୀରେ ଗତକାଲିଠାରୁ ଛାତ୍ରଛାତ୍ରୀ କଳାବ୍ୟାଚ ପିନ୍ଧି ଧାରଣାରେ ବସିଛନ୍ତି। କେବଳ ନିଯୁକ୍ତି ନୁହେଁ, ଉଚ୍ଚ ଶିକ୍ଷା କ୍ଷେତ୍ରରେ ମଧ୍ୟ ରାଜ୍ୟ ସରକାର କୌଣସି ପଦକ୍ଷେପ ଗ୍ରହଣ କରୁ ନାହାଁନ୍ତି। ଫଳରେ ଛାତ୍ରଛାତ୍ରୀମାନେ ପିଜି କରିବା ପାଇଁ ଚାହିଁଲେ କୌଣସି ସୁଯୋଗ ପାଇପାରୁ ନାହାନ୍ତି। ଏ ନେଇ ସେମାନେ ରାଜ୍ୟ ସରକାରଙ୍କ ସହିତ ଆଲୋଚନା କରିଥିଲେ ମଧ୍ୟ କୌଣସି ସୁଫଳ ମିଳି ନାହିଁ ବୋଲି କହିଛନ୍ତି। ଗୋଟିଏ ପଟେ ସରକାର…

Read More

ମଦୁରାଇ: ତାମିଲନାଡୁର ମଦୁରାଇ ରେଳ ଷ୍ଟେସନ ନିକଟରେ ଏକ ଭୟଙ୍କର ଦୁର୍ଘଟଣା ଘଟିଛି। ରେଳ ଷ୍ଟେସନ ନିକଟରେ ପାର୍କିଂ ହୋଇଥିବା ଏକ ଟ୍ରେନ୍ କମ୍ପାର୍ଟମେଣ୍ଟରେ ଅଗ୍ନିକାଣ୍ଡ ଘଟି ୯ ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଛି। ଏଥିସହ ୫୦ ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି। ଦକ୍ଷିଣ ରେଳବାଇ ମୃତକଙ୍କ ସମ୍ପର୍କୀୟଙ୍କ ପାଇଁ ୧୦ ଲକ୍ଷ ଟଙ୍କା କ୍ଷତିପୂରଣ ଘୋଷଣା କରିଛି। ମୃତ୍ୟୁବରଣ କରିଥିବା ସମସ୍ତ ଯାତ୍ରୀ ଉତ୍ତରପ୍ରଦେଶର, ଯେଉଁମାନେ ଧାର୍ମିକ ଯାତ୍ରା କରୁଥିଲେ। ଦକ୍ଷିଣ ରେଳବାଇର ବିବୃତ୍ତି ଅନୁଯାୟୀ, ଅଗଷ୍ଟ ୧୭ ତାରିଖରେ ଲକ୍ଷ୍ନୌ ଛାଡିଥିବା ଏକ ପ୍ରାଇଭେଟ ପାର୍ଟି କୋଚ ଅଗଷ୍ଟ ୨୫ ତାରିଖରେ ନାଗରକୋଲି ଜଙ୍କସନସ୍ଥିତ ପୁନଲୁର-ମଦୁରାଇ ଏକ୍ସପ୍ରେସରେ ସଂଲଗ୍ନ ହୋଇ ଆଜି ସକାଳେ ମଦୁରାଇ ଷ୍ଟେସନରେ ପହଞ୍ଚିଥିଲା। ପାର୍ଟୀ କୋଚ ଟ୍ରେନରୁ ଅଲଗା ହୋଇ ମଦୁରାଇ ଷ୍ଟାବଲିଂ ଲାଇନରେ ପାର୍କିଂ କରିଥିବା ବେଳେ ସକାଳ ୫.୧୫ରେ ନିଆଁ ଲାଗିଯାଇଥିଲା। ସିଲିଣ୍ଡରରେ ବିସ୍ଫୋରଣ: ଦକ୍ଷିଣ ରେଳବାଇ ଅନୁଯାୟୀ, କୋଚ…

Read More

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଚନ୍ଦ୍ରଯାନ-୩ ମିଶନରେ ଜଡିତ ବୈଜ୍ଞାନିକମାନଙ୍କୁ ଭେଟିବା ପାଇଁ ବେଙ୍ଗାଲୁରୁର ISRO କମାଣ୍ଡ ନେଟୱାର୍କ ମିଶନ କଣ୍ଟ୍ରୋଲ କମ୍ପ୍ଲେକ୍ସରେ ପହଞ୍ଚିଥିଲେ। ଚନ୍ଦ୍ରଯାନ-୩ ର ଚନ୍ଦ୍ରରେ ସଫଳ ଅବତରଣ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ISRO ଟିମର ବୈଜ୍ଞାନିକମାନଙ୍କୁ ଅଭିନନ୍ଦନ ଜଣାଇଥିଲେ। ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ ଏକ ବଡ ଘୋଷଣା କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ବର୍ତ୍ତମାନ ଠାରୁ ଅଗଷ୍ଟ ୨୩ ତାରିଖରେ ପ୍ରତିବର୍ଷ ‘ଜାତୀୟ ମହାକାଶ ଦିବସ’ ଭାବରେ ପାଳନ କରାଯିବ। ISRO ର ବୈଜ୍ଞାନିକମାନଙ୍କ ସହ ଆଲୋଚନା କରି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ, ଅଗଷ୍ଟ ୨୩ ତାରିଖର ଏହି ଦିନଟି ମୋ ଆଖି ସାମ୍ନାକୁ ବାରମ୍ବାର ଆସୁଛି। ଯେତେବେଳେ ଟଚ୍ ଡାଉନ୍ ନିଶ୍ଚିତ ହେଲା, ଲୋକମାନେ ISRO କେନ୍ଦ୍ରରେ ଏବଂ ସାରା ଦେଶରେ ଯେପରି ଉତ୍ସବ ପାଳିତ ହେଲା, ସେହି ଦୃଶ୍ୟକୁ କିଏ ଭୁଲି ପାରିବ? କିଛି ସ୍ମୃତି ଅମର ହୋଇଯାଏ। ସେହି…

Read More

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବେଙ୍ଗାଲୁରୁରେ ଆଜି ସକାଳେ ଇସ୍ରୋର ବୈଜ୍ଞାନିକମାନଙ୍କୁ ଭେଟି ସେମାନଙ୍କୁ ଅଭିବାଦନ ଜଣାଇଛନ୍ତି। ଏକ ଭାବପ୍ରବଣ ହୋଇ ତାଙ୍କ ଭାଷଣରେ ସମସ୍ତଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସେ କହିଛନ୍ତି ଯେ, ଭାରତ ଚନ୍ଦ୍ର ଉପରେ ଅଛି ଏବଂ ଚନ୍ଦ୍ର ଉପରେ ବିକ୍ରମଙ୍କ ଲ୍ୟାଣ୍ଡିଂ ପଏଣ୍ଟକୁ ‘ଶିବ ଶକ୍ତି’ ପଏଣ୍ଟ ନାମରେ ନାମିତ କରାଗଲା ବୋଲି ସେ ଘୋଷଣା କରିଥିଲେ। ସେ କହିଥିଲେ ଯେ, ଏହି ସଫଳତା ଆଗାମୀ ପିଢୀକୁ ପ୍ରେରଣା ଯୋଗାଇବ। ଆମେ ମାନବିକତାର କଲ୍ୟାଣ ପାଇଁ ପ୍ରତିବଦ୍ଧ। ବେଙ୍ଗାଲୁରୁରେ ପହଞ୍ଚିବା ପରେ ଏକ ଟୁଇଟ୍ କରି ସେ କହିଛନ୍ତି ଯେ ଚନ୍ଦ୍ରାୟନ -୩ ର ସଫଳତା ସହ ଇସ୍ରୋର ବୈଜ୍ଞାନିକମାନେ ଭାରତକୁ ଗର୍ବିତ କରିଛନ୍ତି। ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ ମହାକାଶ କ୍ଷେତ୍ରରେ ଦେଶର ସଫଳତା ପଛରେ ବୈଜ୍ଞାନିକମାନଙ୍କ ଉତ୍ସର୍ଗୀକୃତତା ଏବଂ ଉତ୍ସାହ ପ୍ରକୃତରେ ଏକ ପ୍ରେରଣାର ଶକ୍ତି ଅଟେ। ଆଜି ସକାଳ ୬ଟାରେ ପ୍ରଧାନମନ୍ତ୍ରୀ…

Read More

ନୂଆଦିଲ୍ଲୀ: ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରଣାଳୟ (ଏମୱାଇଏଏସ୍) ଆଗାମୀ ଏସିଆନ୍ ଗେମ ରେ ୩୮ କ୍ରୀଡ଼ା ପ୍ରତିଯୋଗୀତାରେ ଅଂଶଗ୍ରହଣ କରିବା ପାଇଁ ୬୩୪ ଜଣ ଖେଳାଳୀଙ୍କୁ ସ୍ବୀକୃତି ପ୍ରଦାନ କରିଛି, ଯାହା ଭାରତୀୟ ଅଲମ୍ପିକ ସଂଘ (ଆଇଓଏ) ଦ୍ବାରା ଅନୁମୋଦିତ ୮୫୦ ଖେଳାଳିଙ୍କ ବିପକ୍ଷରେ ନିର୍ଦ୍ଧାରିତ ଚୟନ ମାନଦଣ୍ଡକୁ ପୂରଣ କରୁଛି। ଏସିଆନ୍ ଗେମ୍ ର ଗତ ସଂସ୍କରଣ ୨୦୧୮ ରେ ମୋଟ୍ ୫୭୨ ଆଥଲେଟ୍ ଭାଗ ନେଇଥିଲେ। ଏହି ଖେଳରେ ଭାରତ ୧୬ ଟି ସ୍ବର୍ଣ୍ଣ ସହିତ ମୋଟ୍ ୭୦ ଟି ପଦକ ହାସଲ କରିଥିଲା।

Read More

କୁଜଙ୍ଗ: କୁଜଙ୍ଗ ଥାନା ମଙ୍ଗରାଜପୁର ପଂଚାୟତ ଅଧୀନ ସନ୍ତରା (କୃଷ୍ଣଚନ୍ଦ୍ରପୁର) ସ୍ଥିତ ପ୍ରସିଦ୍ଧ ଶିରିଡି ସାଇ ମନ୍ଦିରରୁ ଲକ୍ଷାଧିକ ଟଙ୍କା ମୂଲ୍ୟର ଅଳଙ୍କାର ଓ ନଗଦ ଅର୍ଥ ଚୋରି ଘଟଣାରେ କୁଜଙ୍ଗ ପୋଲିସ୍‌କୁ ଏକ ବଡ଼ ସଫଳତା ମିଳିଛି। ଚୋରି ହୋଇଥିବା ସମସ୍ତ ଅଳଙ୍କାର ସାମଗ୍ରୀ ସହିତ ନଗଦ ଅର୍ଥ ୧୫ ହଜାର ୭ଶହ ୬୧ ଟଙ୍କା ଅଭିଯୁକ୍ତଙ୍କଠାରୁ ଜବତ ହୋଇଥିବା ବେଳେ ଅଭିଯୁକ୍ତଙ୍କୁ ଗିରଫ କରିଥିବା ଜଣାପଡିଛି। ଅଭିଯୁକ୍ତ ହେଲେ କୁଜଙ୍ଗ ଥାନା ଗୋପିଆକୁଦ କୋଚିଳାବେଦି ଗ୍ରାମର ଦେବେନ୍ଦ୍ର ପଣ୍ଡା ଓ ତିର୍ତୋଲ ଥାନା ରାହାମା ଅଂଚଳର ମୀନକେତନ ପରିଡ଼ା। କୁଜଙ୍ଗ ପୋଲିସ୍ ଏହି ଦୁଇ ଅଭିଯୁକ୍ତଙ୍କ ଗିରଫ କରିବା ପରେ ଡାକ୍ତରୀ ପରୀକ୍ଷା କରି କୋର୍ଟ ଚାଲାଣ କରିଛି। ସେଠାରେ ସେମାନଙ୍କ ଜାମିନ୍ ନାମଞ୍ଜୁର ହେବାରୁ ତାଙ୍କୁ କୁଜଙ୍ଗସ୍ଥିତ ବିଚାର ବିଭାଗୀୟ ହାଜତକୁ ପଠାଇଦିଆଯାଇଥିବା ଜଣାପଡିଛି। ସୂଚନା ଅନୁଯାୟୀ ବୁଧବାର ବିଳମ୍ବିତି ରାତିରେ ଶିରିଡ଼ିସାଇ ମନ୍ଦିରରୁ ବାବାଙ୍କର ତିନୋଟି…

Read More