ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଡିମ୍ଡ ଟୁ ବି ବିଶ୍ୱବିଦ୍ୟାଳୟ ପରିଚାଳିତ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର) ର ବିଭିନ୍ନ ବିଭାଗରେ ଅଧ୍ୟୟନ କରି ଶିକ୍ଷା ସମାପ୍ତ କରିଥିବା ଛାତ୍ରଛାତ୍ରୀଙ୍କୁ ଗୁରୁବାର ଏହି ବିଶେଷ କାର୍ଯ୍ୟକ୍ରମରେ ସ୍ନାତକ ଉପାଧି ପ୍ରଦାନ କରାଯାଇଛି। ଆଇଟିଇଆରର ସିଭିଲ ଇଞ୍ଜିନିୟରିଂ, ମେକାନିକାଲ୍ ଇଞ୍ଜିନିୟରିଂ, କମ୍ପ୍ୟୁଟର ସାଇନ୍ସ ଇଞ୍ଜିନିୟରିଂ, କମ୍ପ୍ୟୁଟ୍ର ସାଇନ୍ସ ଆଣ୍ଡ ଇନ୍ଫର୍ମେସନ୍ ଟେକ୍ନୋଲୋଜି, ଇଲେକ୍ଟ୍ରିକାଲ୍ ଇଞ୍ଜିନିୟରିଂ, ଇଲେକ୍ଟ୍ରିକାଲ୍ ଆଣ୍ଡ ଇଲେକ୍ଟ୍ରୋନିକ୍ସ ଇଞ୍ଜିନିୟରିଂ ଓ ଇଲେକ୍ଟ୍ରୋନିକ୍ସ ଆଣ୍ଡ କମ୍ୟୁନିକେସନ୍ ଇଞ୍ଜିନିୟରିଂ ଭଳି ୭ଟି ବିଭାଗରେ ୨୦୧୯-୨୦୨୩ ମଧ୍ୟରେ ୪ବର୍ଷ ଅଧ୍ୟୟନ ସମାପ୍ତ କରିଥିବା ଛାତ୍ରଛାତ୍ରୀମାନଙ୍କୁ ଏକ ସ୍ୱତବ ସମାରୋହରେ ଉପାଧି ପ୍ରଦାନ କରାଯାଇଛି। ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଛାତ୍ରଛାତ୍ରୀମାନଙ୍କୁ ଉପାଧି ପ୍ରଦାନ କରିଥିଲେ। ଏହି ଅବସରରେ କୁଳପତି ପ୍ରଫେସର ନନ୍ଦ ଛାତ୍ରଛାତ୍ରୀମାନଙ୍କର ଉଜ୍ଜଳ ଭବିଷ୍ୟତ କାମନା…
Author: Samikhsya Bureau
ଭୁବନେଶ୍ଵର: ପୂର୍ବତଟ ରେଳପଥ ମହାପ୍ରବନ୍ଧକ ମନୋଜ ଶର୍ମା ଆଜି ନିର୍ମାଣଧୀନ ଖୋର୍ଦ୍ଧା ରୋଡ଼-ବଲାଙ୍ଗୀର ରେଳ ପ୍ରକଳ୍ପର ପୁରୁଣାପାଣି-ସୋନପୁର ରେଳ ସେକ୍ସନ ନିରୀକ୍ଷଣ କରି ବିଭିନ୍ନ ଭିତ୍ତିଭୂମି କାର୍ଯ୍ୟ ସମ୍ପର୍କରେ କାର୍ଯ୍ୟରତ ଅଧିକାରୀ ମାନଙ୍କ ଠାରୁ ନିର୍ମାଣ କାର୍ଯ୍ୟ ପଚାରି ବୁଝିଛନ୍ତି। ତେଲ ନଦୀ ଉପରେ ଏକ ଗୁରୁତ୍ୱପୂର୍ଣ୍ଣ ନିର୍ମାଣଧୀନ ରେଳ ବ୍ରିଜ୍ ମଧ୍ୟ ଶ୍ରୀ ଶର୍ମାଙ୍କ ଦ୍ୱାରା ଯାଞ୍ଚ କରାଯାଇଛି। ଯାଞ୍ଚ ସମୟରେ ଶ୍ରୀ ଶର୍ମା ପ୍ରକଳ୍ପ କାର୍ଯ୍ୟଗୁଡ଼ିକର ଶୀଘ୍ର ସମାପ୍ତ ହେବା ଉପରେ ଗୁରୁତ୍ୱାରୋପ କରିଥିଲେ। ପୁରୁଣାପାଣି ଏବଂ ସୋନପୁରରେ ନୂତନ ଷ୍ଟେସନ୍ ବିଲଡିଂ ଯାଞ୍ଚ କରି ଶ୍ରୀ ଶର୍ମା ଯାତ୍ରୀମାନଙ୍କ ଆରାମ ପାଇଁ ବହୁ ଆବଶ୍ୟକ କରୁଥିବା ପରୀକ୍ଷେତ୍ର ଅଞ୍ଚଳ, କନକୋର୍ସ, ପ୍ଲାଟଫର୍ମ ଆଲୋକ, ପ୍ରତୀକ୍ଷା କକ୍ଷ, ଶୌଚାଳୟ ଇତ୍ୟାଦି ସମ୍ବନ୍ଧରେ ଗୁରୁତ୍ୱାରୋପ କରିଥିଲେ। ରେଳ ବ୍ୟବହାରକାରୀଙ୍କ ସୁବିଧା ପାଇଁ ସଡକ ସଂଯୋଗରେ ଉନ୍ନତି ଆଣିବା ପାଇଁ ମହାପ୍ରବନ୍ଧକ ମଧ୍ୟ ରାଜ୍ୟ ସରକାରୀ କର୍ମଚାରୀଙ୍କ ସହ ସମନ୍ୱୟ ରକ୍ଷା…
ମାନସ ପୂର୍ଣ୍ଣ ଆଚାର୍ଯ୍ୟ ଧରାକୋଟ: ଧରାକୋଟ ନିକଟସ୍ଥ ୫୯ ନମ୍ବର ଜାତୀୟ ରାଜପଥର ହନୁମାନ ଦ୍ଵାର ଓ ମୁଣ୍ଡମରାଇ ମଝିରେ ଆଜି କେଟିଏମ ବାଇକ ଦୁର୍ଘଟଣା ଗ୍ରସ୍ତ ହୋଇଛି। ସେଥିରେ ଯାଉଥିବା ନିକଟସ୍ଥ ନୂଆଗଡ ଗ୍ରାମର ରିଙ୍କୁ ନାୟକ ଓ ରାହୁଲ ନାୟକଙ୍କର ଘଟଣା ସ୍ଥଳରେ ମୃତ୍ୟୁ ଘଟିଛି। ଖବର ପାଇ ଧରାକୋଟ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଦୁଇ ମୃତ ଦେହକୁ ଦମକଳ ବାହିନୀ ସହାୟତାରେ ଧରାକୋଟ ସ୍ବାସ୍ଥ୍ୟ କେନ୍ଦ୍ରକୁ ଆଣିବା ପରେ କେସ ନ ୨୯୭/୨୩ ପ୍ରକାରେ ମାମଲା ରୁଜୁ କରି ତଦନ୍ତ ଚଳାଇଛି। ଆଜି ନିଜ ଗାଁ ନୂଆଗଡରୁ ଉଭୟ ରିଙ୍କୁ ଓ ରାହୁଲ କେଟିଏମ ବାଇକ ଯୋଗେ ଆସିକା ଯାଉଥିବା ବେଳେ ଦୁର୍ଘଟଣା ଘଟିଥିବା ସ୍ଥାନରେ ଏକ ହାଇୱା ଗାଡ଼ିକୁ ଅତିକ୍ରମ କରିବାକୁ ଚେଷ୍ଟା କରୁଥିଲେ। ଠିକ ସେତିକି ବେଳେ ରାସ୍ତା ପାର୍ଶ୍ବରେ ଥିବା କାଦୁଅରେ ଗାଡ଼ି ଖସିଯିବା ଯୋଗୁଁ ବାଇକଟି ଦୁର୍ଘଟଣା ଗ୍ରସ୍ତ ହୋଇ…
କୈଳାଶ ଚନ୍ଦ୍ର ଚୌଧୁରୀ ବ୍ରହ୍ମପୁର: ବ୍ରହ୍ମପୁର ଅବକାରୀ ବିଭାଗ ଭ୍ରାମ୍ୟମାଣ ଟିମ୍ ବିଶ୍ଵସ୍ତ ସୁତ୍ରରୁ ଖବର ପାଇ ଗୋପାଳପୁର ଥାନା ଅନ୍ତର୍ଗତ ପଥରା ଗ୍ରାମରେ ଚଢ଼ାଉ କରି ୪୨ ଗ୍ରାମ ଧଳା ଜହର ଜବତ କରିବା ସହ କାରବାରରେ ଲିପ୍ତ ଭରତ ସାହୁ ନାମକ ଦୁଇଜଣ ଯୁବକଙ୍କୁ ଗିରଫ କରିଛି। ଜବତ ଧଳା ଜହରର ମୁଲ୍ୟ ୬ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ଜଣାପଡିଛି। ଏତଦବ୍ୟତୀତ ବ୍ରହ୍ମପୁର ରେଳଷ୍ଟେସନ ନିକଟରେ କାହ୍ନା ଡାକୁଆ ନାମକ ଜଣେ ଯୁବକକୁ ସନ୍ଦେହ ଜନକ ଭାବେ ଦେଖି ତାକୁ ଜେରା କରିବା ବେଳେ ତାଙ୍କ ନିକଟରୁ ୧୦ କିଲୋ ଗଞ୍ଜେଇ ଜବତ ହୋଇଥିଲା। କାହ୍ନାକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ଜବତ ଗଞ୍ଜେଇର ମୁଲ୍ୟ ଏକ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ନୀରିକ୍ଷକ ରମେନ୍ଦ୍ର ନାରାୟଣ ନାୟକଙ୍କ ଠାରୁ ପ୍ରକାଶ।
ଖୋର୍ଦ୍ଧା: ସଡକ ଆମର ଦୈନନ୍ଦିନ ଜୀବନର ଏକ ଜରୁରୀ ଆବଶ୍ୟକତା ହୋଇଯାଇଛି। ସଡ଼କ ଉପରେ ଆମେ ସମସ୍ତେ ନିର୍ଭରଶୀଳ, ମାତ୍ର ସେହି ସଡକ ଉପରେ ଘଟୁଥିବା ଦୁର୍ଘଟଣା ଏକ ମହାମାରୀ ରୂପ ନେବାକୁ ବସିଲାଣି, ଯାହାକି ଚିନ୍ତାଜନକ। ଓଡିଶାରେ ଲକ୍ଷ ଲକ୍ଷ ଲୋକ ସଡକ ଉପରେ ଯିବା ଆସିବା ସମୟରେ ସଚେତନତା ଅଭାବରୁ ଦୁର୍ଘଟଣାର ଶିକାର ହେଉଛନ୍ତି। ଯାହା ପାଇଁ ଅନେକ ଧନଜୀବନ ନଷ୍ଟ ହେଉଛି। ବିଶେଷକରି ଯୁବପିଢ଼ି ମାନେ ବେଶୀ କ୍ଷତିର ଶିକାର ହେଉଛନ୍ତି। ଅନେକ ପରିବାର ଭାସି ଯାଉଛି । ସମସ୍ତ ପଥଚାରୀ ସଡକ ସୁରକ୍ଷାର ନିୟମ କାନୁନ୍ ଜାଣିବା ସହିତ ନିରାପଦ ଭାବେ ଯାତ୍ରା କରିବା ଆବଶ୍ୟକ। ଏହାକୁ ଏକ ଜନ ଆନ୍ଦୋଳନରେ ପରିଣତ କଲେ ଏଭଳି ଭୟଙ୍କର ବିପଦରୁ ଆମେ ରକ୍ଷା ପାଇପାରିବା। ସଡକ ସୁରକ୍ଷାକୁ ସ୍ଲୋଗାନ ନ କରି ଏହାକୁ ଜୀବନର ଏକ ମନ୍ତ୍ର କରିବା ଉଚିତ ବୋଲି ସଡକ ସୁରକ୍ଷା ସଚେତନତା ସାଧାରଣ…
ଖୋର୍ଦ୍ଧା: ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ଓ ଓଡିଶା ପ୍ରଧାନ ମହାଲେଖାକାର (ଲେଖା ଓ ହକଦାରୀ ) ମିଳିତ ଆନୁକୂଲ୍ୟରେ ଏବଂ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ସହଯୋଗରେ ଖୋର୍ଦ୍ଧା ଜିଲ୍ଲା ପରିଷଦ ସମ୍ମିଳନୀ ଗୃହଠାରେ ଖୋର୍ଦ୍ଧା ଜିଲ୍ଲାସ୍ତରୀୟ ପେନସନ ଅଦାଲତ ଆଜି ଅନୁଷ୍ଠିତ ହୋଇଯାଇଅଛି। ଖୋର୍ଦ୍ଧା ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ଚନ୍ଦ୍ର ବେଉରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ପେନସନ ଅଦାଲତରେ ଏ. ଜି କାର୍ଯ୍ୟାଳୟର ଉପ ମହାଲେଖାକାର (ପେନସନ) ଏସ. ଅରୁଣା,ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ନିର୍ଦ୍ଦେଶକ ଶଶାଙ୍କ ଶେଖର ଦାଶ, ଅନୁସଚିବ ସୁବୋଧ କୁମାର ଦାସ, ବରିଷ୍ଠ ଲେଖାଧିକାରୀ ସରୋଜ କୁମାର ବେହେରା ଯୋଗଦେଇ ପେନସନ ସମ୍ବନ୍ଧୀୟ ଅଭିଯୋଗର ଶୁଣାଣି କରିଥିଲେ। ବିଭିନ୍ନ ବିଭାଗର ପେନସନ ମଞ୍ଜୁରକର୍ତ୍ତାମାନେ ଠିକ ସମୟରେ ଅବସରପ୍ରାପ୍ତ ସରକାରୀ କର୍ମଚାରୀମାନଙ୍କର ପେନସନ କାଗଜ ଠିକ ସମୟରେ ଏ. ଜି କାର୍ଯ୍ୟାଳୟକୁ ପଠାଉନଥିବାରୁ ପେନସନ ମଞ୍ଜୁରୀ ବିଳମ୍ବିତ ହେଉଥିବାରୁ…
ଭୁବନେଶ୍ଵର: ଅନୁଗୁଳ ଜିଲ୍ଲା ବନ୍ତଳା ଠାରେ ନୂତନ ଭାବେ ସ୍ଥାପିତ ଅଗ୍ନିଶମ ସେବା କେନ୍ଦ୍ର ପାଇଁ ବିଭିନ୍ନ ବର୍ଗର ୧୫ଟି ପଦବୀକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ ଦେଇଛନ୍ତି। ପ୍ରକାଶଯୋଗ୍ୟ ଯେ, ବନ୍ତଳା ଅଞ୍ଚଳରେ ମୁଖ୍ୟମନ୍ତ୍ରୀ ଏକ ନୂତନ ଅଗ୍ନିଶମ ସେବା କେନ୍ଦ୍ର ସ୍ଥାପନ ପାଇଁ ଗତ ଜୁଲାଇ ମାସରେ ଅନୁମୋଦନ ଦେଇଥିଲେ। ଏହାସହିତ ଆଜି ଏହି ନୂତନ ଅଗ୍ନିଶମ ସେବା କେନ୍ଦ୍ର ପାଇଁ ୧୫ଟି ପଦବୀ ଅନୁମୋଦନ କରିଛନ୍ତି। ଏହି ପଦବୀ ଗୁଡିକ ହେଲା – ଗୋଟିଏ ଷ୍ଟେସନ ଅଫିସର, ଦୁଇଟି ଖରବୟସଦ୍ଭଶ ୠସକ୍ସରଜ୍ଞବଦ୍ଭ, ଗୋଟିଏ ଡ୍ରାଇଭର-ହାବିଲଦାର, ଗୋଟିଏ ଫାୟାରମ୍ୟାନ ଡ୍ରାଇଭର ଏବଂ ୧୦ଟି ଫାୟାରମ୍ୟାନ ପଦବୀ। ଖୁବଶୀଘ୍ର ଏହି ପଦବୀ ଗୁଡିକ ପୂରଣ ହୋଇ ବନ୍ତଳା ଅଗ୍ନିଶମ ସେବା କେନ୍ଦ୍ର କାର୍ୟ୍ୟକ୍ଷମ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।
ନୂଆଦିଲ୍ଲୀ: ଆଜି ରାଜସ୍ଥାନ ବିଜେପିରେ ମୋଟ ୧୭ ଜଣ ଯୋଗ ଦେଇଛନ୍ତି। ଯେଉଁଥିରେ କିଛି ନେତା ଏବଂ ପୂର୍ବତନ ପ୍ରଶାସନିକ ଅଧିକାରୀ ମଧ୍ୟ ଅଛନ୍ତି। ପୂର୍ବତନ ପ୍ରଶାସନିକ ଅଧିକାରୀ ତଥା ରାୟଗର ମହାସଭାର ଭମ୍ବରଲାଲ ନୱଲ, ବୈରୱା ମହାସଭାର ଲାଲାରାମ ବୈରୱା, ପୂର୍ବତନ ପ୍ରଶାସନିକ ଅଧିକାରୀ କୈଳାଶ ବର୍ମା, ଅବସରପ୍ରାପ୍ତ ଆଇଏଏସ ହନୁମାନ ସିଂ ଭାଟି, ପୂର୍ବତନ ଆଇପିଏସ ଡକ୍ଟର ମହେଶ ଭରଦ୍ୱାଜ, କୁନୱାର ରାଓ ଗଗନ ସିଂ, ଅବସରପ୍ରାପ୍ତ କମିଶନର ଓମପ୍ରକାଶ ମୀନା, ଅବସରପ୍ରାପ୍ତ ଡିଏଓ ରାଜାରାମ ମୀନା, ଅବସରପ୍ରାପ୍ତ ଶିକ୍ଷା ନିର୍ଦ୍ଦେଶକ ବାହାଦୂର ସିଂ ଗୁର୍ଜର, ଓମପ୍ରକାଶ ବାଗଡା, ଅବସରପ୍ରାପ୍ତ ଆୟକର କମିଶନର ନରେନ୍ଦ୍ର ଗୌଡ଼, ଭୁଦେବ ଦେବଡା, ଦିୟାନନ୍ଦ ସକ୍ରାୱାଲ, ଅବସରପ୍ରାପ୍ତ ପୋଲିସ ଅଧିକାରୀ ଖେମରଜ ଖୋଲିଆ, ଧନେଶ୍ୱର ଆହାରୀ ଏବଂ ପ୍ରଶାସନିକ ସେବା ମତ୍ତରାମ ରିନ୍ୱା ବିଜେପିର ସଦସ୍ୟତା ଗ୍ରହଣ କରିଛନ୍ତି। ବିଜେପିର ଜାତୀୟ ସାଧାରଣ ସମ୍ପାଦକ ତଥା ରାଜ୍ୟ ପ୍ରଭାରୀ ଅରୁଣ ସିଂ ସଦସ୍ୟତା…
ଭୁବନେଶ୍ୱର: ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ସୁପ୍ରସିଦ୍ଧ ଓଡିଶୀ ନୃତ୍ୟାଙ୍ଗନା ସଂଯୁକ୍ତା ପାଣିଗ୍ରାହୀଙ୍କ ୭୯ତମ ଜୟନ୍ତୀ ପାଳିତ ହୋଇଛି। ଏହି ଅବସରରେ ଭୁବନେଶ୍ୱରସ୍ଥିତ ଗୁରୁ କେଳୁଚରଣ ଓଡିଶୀ ଗବେଷଣା କେନ୍ଦ୍ର ପରିସରସ୍ଥ ତାଙ୍କ ପ୍ରତିମୂର୍ତ୍ତିସ୍ଥଳୀରେ ଆଜି ପ୍ରତ୍ୟୁଷରେ ପୁଷ୍ପମାଲ୍ୟ ପ୍ରଦାନ ସହ ଦୀପଦାନ କରାଯାଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଅଛି। ଏହି କାର୍ଯ୍ୟକ୍ରମରେ ବିଧାୟକ ପ୍ରଫୁଲ୍ଲ ସାମଲ, ପ୍ରବୀର ମହାନ୍ତି, ସମାଜସେବୀ ଗିରିଜା ଶଙ୍କର ମହାପାତ୍ର, କବିତା ନାୟକ, ସ୍ମୃତିରେଖା ପ୍ରତିହାରୀ, ଜୟଗୁରୁ ପ୍ରଧାନ, ଜ୍ୟୋତିରାଣୀ ନାୟକ ଓ ନୀଳିମା ପ୍ରଧାନ ପ୍ରମୁଖ ଯୋଗଦେଇ ନିଜ ବକ୍ତବ୍ୟରେ ସଂଯୁକ୍ତା ପାଣିଗ୍ରାହୀଙ୍କ ବହୁମୁଖୀ ପ୍ରତିଭା ସମ୍ପର୍କରେ ଆଲୋକପାତ କରିବା ସହ ଗୁରୁ କେଳୁଚରଣ ମହାପାତ୍ରଙ୍କ ଠାରୁ ଓଡିଶୀ ନୃତ୍ୟ ଶିକ୍ଷା କରି ନିଜ ନୃତ୍ୟ ପ୍ରତିଭା ବଳରେ ସେ ଓଡିଶୀ ନୃତ୍ୟକୁ ବିଶ୍ୱର କୋଣ ଅନୁକୋଣରେ ପରିବେଷଣ କରି ଲୋକପ୍ରିୟ କରିପାରିଥିଲେ ବୋଲି କହିଥିଲେ। ଏଥିପାଇଁ ସେ ବହୁତ ସମ୍ନାନର…
ସୀତାରାମ ଅଗ୍ରୱାଲ ଟାଙ୍ଗୀ: ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା କୁହୁଡି ବଜାରରୁ ଏକ ସନ୍ଧିଗ୍ଧ ପାରା ଉଦ୍ଧାର କରାଯାଇଛି। ପାରାର ଦୁଇ ଗୋଡ଼ରେ ଦୁଇଟା ବଳା ଲାଗିଛି। ଗୋଟାଏ ବଳାରେ ଭିଏସକେପି (vskp) ଲେଖା ଥିବା ବେଳେ ଅନ୍ୟ ବଳାରେ କିଛି ନମ୍ବର ଲେଖା ଯାଇଛି। ସମସ୍ତ ଅକ୍ଷର ଇଂରାଜୀରେ ଲେଖା ଅଛି। ଯାହାକୁ ନେଇ ସ୍ଥାନୀୟ ଲୋକମାନେ ଭୟଭୀତ ହୋଇପଡ଼ିଛନ୍ତି।
ନୂଆଦିଲ୍ଲୀ: ୬ ଟି ଦେଶ – ଆର୍ଜେଣ୍ଟିନା, ଇଜିପ୍ଟ,, ଇଥିଓପିଆ, ଇରାନ, ସାଉଦି ଆରବ ଏବଂ ସଂଯୁକ୍ତ ଆରବ ଏମିରେଟ୍ସ ବ୍ରିକ୍ସ ଦେଶ ଗୋଷ୍ଠୀରେ ଯୋଗ ଦେଇଛନ୍ତି, ଯେଉଁ କାରଣରୁ ଏହାର ପରିବାର ବୃଦ୍ଧି ପାଇଛି। ଦକ୍ଷିଣ ଆଫ୍ରିକାର ରାଷ୍ଟ୍ରପତି ସିରିଲ ରାମାଫୋସା ଗୁରୁବାର ଦିନ କହିଛନ୍ତି ଯେ, ଆର୍ଜେଣ୍ଟିନା, ଇଜିପ୍ଟ, ଇଥିଓପିଆ, ଇରାନ, ସାଉଦି ଆରବ ଏବଂ ସଂଯୁକ୍ତ ଆରବ ଏମିରେଟ୍ସକୁ ବ୍ରିକ୍ସର ସମ୍ପୂର୍ଣ୍ଣ ସଦସ୍ୟ ହେବାକୁ ଆମନ୍ତ୍ରଣ କରିବାକୁ ନିଷ୍ପତ୍ତି ନେଇଛୁ। ସେ କହିଛନ୍ତି ଯେ, ନୂତନ ସଦସ୍ୟମାନେ ଜାନୁଆରୀ ୧ ତାରିଖ ୨୦୨୪ରୁ ବ୍ରିକ୍ସର ଅଂଶ ହେବେ। ରାମଫୋସା କହିଛନ୍ତି ଯେ, ବ୍ରିକ୍ସ ସହ ସହଭାଗିତା ଗଢିବାରେ ଆମେ ଅନ୍ୟ ଦେଶର ସ୍ୱାର୍ଥକୁ ଗୁରୁତ୍ୱ ଦେଉଛୁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ ଏବଂ ବ୍ରାଜିଲର ରାଷ୍ଟ୍ରପତି ଲୁଇଜ୍ ଇନାସିଓ ଲୁଲା ଡା ସିଲଭାଙ୍କ ସହ ମିଳିତ ଗଣମାଧ୍ୟମରେ ସୂଚନା ଦେଇ ଦକ୍ଷିଣ ଆଫ୍ରିକାର…
ଭୁବନେଶ୍ଵର: ଓଡିଶାର ନମ୍ବର-୧ ମନୋରଞ୍ଜନ ଚ୍ୟାନେଲ ଜୀ-ସାର୍ଥକ ସର୍ବଦା ଦର୍ଶକଙ୍କୁ ନୂଆ ନୂଆ କାହାଣୀ ଓ ପାରିବାରିକ ଘଟଣାକୁ ନେଇ ଦର୍ଶକମାନଙ୍କ ମନୋରଞ୍ଜନ କରିଆସିଛି। ଜୀ ସାର୍ଥକରେ ଲୋକାଦୃତ ପାଲଟିଥିବା ‘ସୁନା ଝିଅ’, ‘ତୁ ଖରା ମୁଁ ଛାଇ’,’ଆମ ଝିଲୀ’ ,’ମୁ ଵି ବିଜୟିନୀ ‘ଏବଂ ‘ଖୁସିର ଛୁଙ୍କ’ ଓ ‘ସାଥିରେ’ ପରି ମେଗା ଧାରାବାହିକ ସବୁ ଦର୍ଶକଙ୍କ ମନକୁ ଛୁଇଁବାରେ ସଫଳ ହୋଇଛି। ସମୟାନୁଯାୟୀ କାହାଣୀର ଗତି ସମସ୍ତଙ୍କ ମନକୁ ଛୁଇଁଛି ଓ ମେଗା ଧାରାବାହିକ ଗୁଡିକର ଯୋଡି ଗୁଡିକ ସମସ୍ତ ଦର୍ଶକଙ୍କ ମନରେ ଘର କରିଛି। ସେମାନଙ୍କ ମଧ୍ୟରେ ଧାରା ଓ ଅମ୍ବରଙ୍କ ଯୋଡି ନିଆରା। ଆଉ ଏଇ ଲୋକପ୍ରିୟ ଯୋଡି ବାନ୍ଧି ହେଉଛନ୍ତି ବିବାହ ବନ୍ଧନରେ ଆସନ୍ତା ରବିବାର ସନ୍ଧ୍ୟା ୬ଟାରେ ଏକ ଭବ୍ୟ ସମାରୋହରେ କେବଳ ଜୀ ସାର୍ଥକରେ। ଚ୍ୟାନେଲ ମୁଖ୍ୟ ପ୍ରତୀକ ସିଲ୍ କହିଛନ୍ତି ଯେ, ପ୍ରଥମରୁ ଆମେ ଆମର ଦର୍ଶକଙ୍କ ଚିନ୍ତାଧାରାକୁ ସମ୍ମାନ…
ନୂଆଦିଲ୍ଲୀ: ଏସିଆ କପ୍ ୨୦୨୩ ଶୀଘ୍ର ଆରମ୍ଭ ହେବ। ଏହା ପୂର୍ବରୁ ଟିମ୍ ଇଣ୍ଡିଆ ପାଇଁ ଏକ ଖୁସି ଖବର ଅଛି। ଅଭ୍ୟାସ ମ୍ୟାଚରେ ଶ୍ରେୟସ୍ ଆୟର ଚମତ୍କାର ପ୍ରଦର୍ଶନ କରିଛନ୍ତି। ଏକ ରିପୋର୍ଟ ଅନୁଯାୟୀ, ଆୟର ବାଙ୍ଗାଲୋରର ନ୍ୟାସନାଲ କ୍ରିକେଟ୍ ଏକାଡେମୀରେ ୧୯୯ ରନ୍ ର ପାଳି ଖେଳିଛନ୍ତି। ଆୟରଙ୍କ ପ୍ରତ୍ୟାବର୍ତ୍ତନ ପାକିସ୍ତାନର ଚିନ୍ତାକୁ ବଢାଇଇପାରେ। ଏସିଆ କପ୍ ୨୦୨୩ ରେ ଭାରତର ପ୍ରଥମ ମ୍ୟାଚ୍ ପାକିସ୍ତାନ ବିରୋଧରେ ଖେଳାଯିବ। ‘ଟାଇମ୍ସ ଅଫ୍ ଇଣ୍ଡିଆ’ର ଖବର ଅନୁଯାୟୀ ବିସିସିଆଇ ସୂତ୍ରରୁ ପ୍ରକାଶ ଯେ, ନ୍ୟାସନାଲ କ୍ରିକେଟ୍ ଏକାଡେମୀର ଅଭ୍ୟାସ ମ୍ୟାଚରେ ଆୟର ୧୯୯ ରନ୍ ସଂଗ୍ରହ କରିଛନ୍ତି। ସେ ୫୦ ଓଭର ପାଇଁ ମଧ୍ୟ ଫିଲ୍ଡିଂ କରିଛନ୍ତି। ଅଭ୍ୟାସ ମ୍ୟାଚ୍ ୩-୪ ଦିନ ପୂର୍ବରୁ ହୋଇଥିଲା। ସେ ଗତ ୨ ମାସ ହେଲା ବାଙ୍ଗାଲୋରରେ ଅଛନ୍ତି। ଫିଟନେସ ଉପରେ ଧ୍ୟାନ ଦେଉଛନ୍ତି। ତାଙ୍କ ପାଇଁ ସବୁକିଛି ଠିକ୍ ଚାଲିଛି। ଉଲ୍ଲେଖନୀୟ…
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ରାଜସ୍ଥାନର ଜୟପୁରଠାରେ ଅନୁଷ୍ଠିତ ଜି-୨୦ ବାଣିଜ୍ୟ ଓ ନିବେଶ ମନ୍ତ୍ରୀ ବୈଠକକୁ ଭିଡିଓ ଲିଙ୍କ୍ ମାଧ୍ୟମରେ ସମ୍ବୋଧିତ କରିଛନ୍ତି। ସମାବେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ସମସ୍ତଙ୍କୁ ପିଙ୍କ ସିଟି ଜୟପୁରକୁ ଭବ୍ୟ ସ୍ୱାଗତ କରିବା ସହ କହିଥିଲେ ଯେ ଏହି ଅଞ୍ଚଳ ଏହାର ଗତିଶୀଳ ଏବଂ ଉଦ୍ୟୋଗୀ ଲୋକଙ୍କ ପାଇଁ ଜଣାଶୁଣା। ଭାରତ ବାଣିଜ୍ୟ ଚିନ୍ତାଧାରା, ସଂସ୍କୃତି ଏବଂ ପ୍ରଯୁକ୍ତିବିଦ୍ୟାର ଆଦାନ ପ୍ରଦାନ କରିବା ସହିତ ସମଗ୍ର ଇତିହାସରେ ଲୋକଙ୍କୁ ନିକଟତର କରିଛି ବୋଲି ସେ ଗୁରୁତ୍ୱାରୋପ କରିଥିଲେ। ବାଣିଜ୍ୟ ଓ ଜଗତୀକରଣ ମଧ୍ୟ କୋଟି କୋଟି ଲୋକଙ୍କୁ ଅତ୍ୟଧିକ ଦାରିଦ୍ର୍ୟରୁ ମୁକ୍ତ କରିଛି ବୋଲି ଶ୍ରୀ ମୋଦୀ କହିଛନ୍ତି। ଭାରତୀୟ ଅର୍ଥନୀତିର ବିଶ୍ୱସ୍ତରୀୟ ବିଶ୍ୱାସ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆଜି ଭାରତକୁ ଖୋଲାପଣ, ସୁଯୋଗ ଏବଂ ବିକଳ୍ପର ମିଶ୍ରଣ ଭାବରେ ଦେଖାଯାଉଛି। ବିଗତ ୯ ବର୍ଷ ମଧ୍ୟରେ ସରକାରଙ୍କ…
କୋଲକାତା: ବୁଧବାର ଦିନ ଚନ୍ଦ୍ରର ଦକ୍ଷିଣ ମେରୁରେ ଅବତରଣ କରିବାରେ ଭାରତ ଐତିହାସିକ ସଫଳତା ପାଇଛି। ଏଥି ସହିତ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଭୁଲ ଏକ ନୂଆ ପରିହାସ ପାଲଟିଛି। ଚନ୍ଦ୍ରଯାନ-୩ ଲ୍ୟାଣ୍ଡର୍ ଚନ୍ଦ୍ରରେ ପହଞ୍ଚିବାର କିଛି ସମୟ ପୂର୍ବରୁ କୋଲକାତାରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ବାନାର୍ଜୀ ଭୁଲରେ ମହାକାଶଚାରୀ ରାକେଶ ଶର୍ମାଙ୍କ ବଦଳରେ ବଲିଉଡ ଅଭିନେତା-ଚଳଚ୍ଚିତ୍ର ନିର୍ମାତା ରାକେଶ ରୋଶନଙ୍କ ବିଷୟରେ ଉଲ୍ଲେଖ କରିଥିଲେ। ଯାହା ପରେ ସୋସିଆଲ ମିଡିଆରେ ଏହି ପ୍ରସଙ୍ଗ ଆଲୋଚନାର ବିଷୟ ପାଲଟିଥିଲା। ପଶ୍ଚିମବଙ୍ଗର ସିଏମ ମମତା ବାନାର୍ଜୀ କ’ଣ କହିଛନ୍ତି: ସିଏମ ମମତା ବାନାର୍ଜୀ କହିଛନ୍ତି ଯେ, “ପଶ୍ଚିମବଙ୍ଗର ଲୋକଙ୍କ ତରଫରୁ ମୁଁ ISRO କୁ ମୋର ଆଗୁଆ ଶୁଭେଚ୍ଛା ପଠାଉଛି। ବୈଜ୍ଞାନିକଙ୍କ ନିକଟକୁ ଏହାର ଶ୍ରେୟ ଯିବା ଉଚିତ, ଦେଶକୁ ଶ୍ରେୟ ଯିବା ଉଚିତ। ରାକେଶ ରୋଶନ ଚନ୍ଦ୍ରରେ ଅବତରଣ କରିବା ପରେ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ…
ନୂଆଦିଲ୍ଲୀ: ବୁଧବାର ଦିନଟି ଇତିହାସର ପୃଷ୍ଠାରେ ରେକର୍ଡ ହେଲା। ଦେଶ ଅପେକ୍ଷା କରିଥିବା ମୁହୂର୍ତ୍ତର ଅନ୍ତ ଘଟିଛି ଏବଂ ଭାରତ ବର୍ତ୍ତମାନ ଚନ୍ଦ୍ରରେ ଅଛି। ଇଣ୍ଡିଆନ୍ ସ୍ପେସ୍ ରିସର୍ଚ୍ଚ ଅର୍ଗାନାଇଜେସନ୍ (ଆଇଏସଆରଓ) ମିଶନ୍ ମୁନ୍ ସଫଳ ହୋଇଛି। ଚନ୍ଦ୍ରର ଦକ୍ଷିଣ ମେରୁରେ ଚନ୍ଦ୍ରଯାନ-୩ ସଫ୍ଟ ଲ୍ୟାଣ୍ଡିଂ କରିବାରେ ସଫଳ ହୋଇଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜୋହାନ୍ସବର୍ଗର ISRO ମୁଖ୍ୟ ଏସ ସୋମନାଥଙ୍କୁ ଫୋନ କରିଥିଲେ। ଇଣ୍ଡିଆ ଟୁଡେ ରିପୋର୍ଟ ଅନୁଯାୟୀ, ପ୍ରଧାନମନ୍ତ୍ରୀ ମୋଦୀ ଏସ ସୋମନାଥଙ୍କୁ କହିଛନ୍ତି ଯେ, ଆପଣଙ୍କ ନାମ ସୋମନାଥ। ଆପଣଙ୍କର ନାମ ମଧ୍ୟ ଚନ୍ଦ୍ର ସହିତ ଜଡିତ। ଆପଣଙ୍କ ପରିବାର ସଦସ୍ୟ ମଧ୍ୟ ଖୁସି ହେବେ। ଆପଣଙ୍କୁ ଏବଂ ଆପଣଙ୍କ ଟିମକୁ ଅଭିନନ୍ଦନ। ଦୟାକରି ସମସ୍ତଙ୍କୁ ମୋର ଶୁଭେଚ୍ଛା ଜଣାଇବେ। ଯଦି ସମ୍ଭବ, ମୁଁ ଶୀଘ୍ର ଆପଣଙ୍କୁ ବ୍ୟକ୍ତିଗତ ଭାବେ ଅଭିବାଦନ କରିବି। ” https://twitter.com/ANI/status/1694336344980631796?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1694336344980631796%7Ctwgr%5Ef180042311c163a0f10c8eca99fcd0fa3ef30ef2%7Ctwcon%5Es1_&ref_url=https%3A%2F%2Fwww.abplive.com%2Fnews%2Findia%2Fchandrayaan-3-soft-landing-on-moon-pm-narendra-modi-called-isro-chief-and-says-even-your-name-is-somnath-2480042 ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ସମ୍ବୋଧିତ କରି…
ନୂଆଦିଲ୍ଲୀ: ଆଜି ନେପାଳର ବାରା ଜିଲ୍ଲାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି। ଯେଉଁଥିରେ ୬ ଜଣ ଭାରତୀୟ ତୀର୍ଥଯାତ୍ରୀଙ୍କ ସମେତ ୭ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ୧୯ ଜଣ ଆହତ ହୋଇଛନ୍ତି। ନେପାଳ ପୋଲିସ ଏହି ସୂଚନା ଦେଇଛି। ଗଣମାଧ୍ୟମ ଅନୁଯାୟୀ, କାଠମାଣ୍ଡୁରୁ ଜନକପୁରକୁ ଯାଉଥିବା ତୀର୍ଥଯାତ୍ରୀ ବସ୍ ଆଜି ଭୋର ୨ ଟା ସମୟରେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା। ନେପାଳର ବାରାର ଜିତପୁର ସିମାରା ଉପ-ମହାନଗର -୨୨ ର ଚୁରିୟାମାଇ ମନ୍ଦିର ନିକଟରେ ଏକ ବସ୍ ଦୁର୍ଘଟଣା ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଯେଉଁଥିରେ ୨୬ ଜଣ ଯାତ୍ରୀ ଯାତ୍ରା କରୁଥିଲେ। ସୂଚନା ଅନୁଯାୟୀ, ଏହି ବସ୍ ତୀର୍ଥଯାତ୍ରୀଙ୍କୁ ନେଇ ଯାଉଥିଲା, ସେମାନଙ୍କ ମଧ୍ୟରୁ ଅଧିକାଂଶ ଭାରତରୁ ଆସିଥିଲେ। ଏହି ଦୁର୍ଘଟଣାରେ ୬ ଜଣ ଭାରତୀୟ ତୀର୍ଥଯାତ୍ରୀଙ୍କ ସମେତ ୭ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୭ ଜଣ ଆହତ ହୋଇଛନ୍ତି। ଆହତମାନେ ଏବେ ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।…
ସୀତାରାମ ଅଗ୍ରୱାଲ ଟାଙ୍ଗୀ: ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ୨ ଦିନ ହେବ ନିଖୋଜ ଥିବା ଯୁବକଙ୍କ ଆଜି ମୃତ ଦେହ ଉଦ୍ଧାର କରାଯାଇଛି। ସୂଚନା ଅନୁଯାୟୀ, ଟାଙ୍ଗୀ ବ୍ଲକ ଅନ୍ତର୍ଗତ ପଣସ ପୁର ପାଟଣାର ଦୀପକ ଦାସ (୨୭) ଗତ ଦୁଇ ଦିନ ହେଲା ନିଖୋଜ ଥିଲେ। ପରିବାର ଲୋକେ ତାଙ୍କୁ ବହୁତ ଖୋଜାଖୋଜି କରିଥିଲେ। ହେଲେ ଆଜି ନାରାୟଣୀ ପୋଖରୀ ନିକଟ ଏକ ଚୁଆରୁ ଦୀପକଙ୍କ ମୃତ ଦେହ ଭାସୁଥିବାରୁ ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ। ଏନେଇ ଟାଙ୍ଗୀ ପୋଲିସକୁ ଖବର ଦେବା ମାତ୍ରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରିଛି। କିନ୍ତୁ ମୃତ୍ୟୁର କାରଣ ଜଣାପଡିନଥିବା ବେଳେ ପୋଲିସ ଏହାର ତଦନ୍ତ ଆରମ୍ଭ କରିଦେଇଛି।
ନୂଆଦିଲ୍ଲୀ: ଗୋଆର ଉପକୂଳରେ ଭାରତର ହାଲୁକା ଯୁଦ୍ଧ ବିମାନ ତେଜସ ଦ୍ଵାରା ବିଏଣ୍ଡ୍ ଭିଜୁଆଲ୍ ରେଞ୍ଜ୍ କ୍ଷେପଣାସ୍ତ୍ର ‘ଅସ୍ତ୍ର’ ବୁଧବାର ସଫଳତାର ସହ ପରୀକ୍ଷଣ କରାଯାଇଛି। ଏହା ଅଦୃଶ୍ୟ ଲକ୍ଷ୍ୟକୁ ଟାର୍ଗେଟ କରିବାରେ ସଫଳ ହୋଇଛି। ଅଧିକାରୀମାନେ କହିଛନ୍ତି ଯେ, ପ୍ରାୟ ୨୦ ହଜାର ଫୁଟ ଉଚ୍ଚରେ ବିମାନରୁ ଅସ୍ତ୍ର କ୍ଷେପଣାସ୍ତ୍ର ଉତକ୍ଷେପଣ କରାଯାଇଥିଲା। ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି, ‘ଅଗଷ୍ଟ ୨୩ ତାରିଖରେ ଗୋଆ ଉପକୂଳରୁ’ ଲାଇଟ୍ କମ୍ବିଟ୍ ଏୟାରକ୍ରାଫ୍ଟ (ଏଲସିଏ) ତେଜାସ୍ LSP-୭ ପରୀକ୍ଷଣ-ବିଏଣ୍ଡ୍ ଭିଜୁଆଲ୍ ରେଞ୍ଜ ଏୟାର-ଟୁ-ଏୟାର ମିସାଇଲ୍ ‘ଅସ୍ତ୍ର’ ପରୀକ୍ଷଣ କରିଥିଲା। ପରୀକ୍ଷଣର ସମସ୍ତ ଲକ୍ଷ୍ୟ ପୂରଣ ହୋଇଛି। ଆଭିଏନିକ୍ସ ଡେଭଲପମେଣ୍ଟ ଏଜେନ୍ସି, ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ (DRDO), ହିନ୍ଦୁସ୍ତାନ ଏରୋନେଟିକ୍ସ ଲିମିଟେଡ (HAL) ଏବଂ ସେଣ୍ଟର ଫର ମିଲିଟାରୀ ଏୟାରୱର୍ଥେସନ ଆଣ୍ଡ ସାର୍ଟିଫିକେସନ୍ (CEMILAC) ଏବଂ ଡାଇରେକ୍ଟୋରେଟ ଜେନେରାଲ୍ ଅଫ୍ ଏରୋନେଟିକାଲ୍ କ୍ୱାଲିଟି ଆସୁରାନ୍ସ ଦ୍ୱାରା ଏହି ପରୀକ୍ଷଣ ଉପରେ ନଜର ରଖାଯାଇଥିଲା।ତେଜାସ-…
ଭୁବନେଶ୍ୱର: ସାରା ଓଡ଼ିଶାରେ ଜିଓ ଟ୍ରୁ-୫ଜିର ଶୁଭାରମ୍ଭ ଦ୍ରୁତ ଗତିରେ ଆଗେଇ ଚାଲିଥିବା ବେଳେ ଶିକ୍ଷା କ୍ଷେତ୍ରରେ ଟ୍ରୁ-୫ଜିର ବ୍ୟାପକ ସମ୍ଭାବନାକୁ ଦୃଷ୍ଟିରେ ରଖି ରିଲାଏନ୍ସ ଜିଓ ପକ୍ଷରୁ ରାଜ୍ୟର ପ୍ରମୁଖ ଶିକ୍ଷାନୁଷ୍ଠାନ ପରିସରଗୁଡ଼ିକରେ ଜିଓ ଟ୍ରୁ-୫ଜିର ରୂପାନ୍ତରଣ ଯାତ୍ରାର ଶୁଭାରମ୍ଭ କରାଯାଇଛି। ଟ୍ରୁ-୫ଜି ଜରିଆରେ ଶିକ୍ଷା କ୍ଷେତ୍ରରେ ଆସିବାକୁ ଥିବା ବୈପ୍ଲବିକ ରୂପାନ୍ତରଣ ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ ଭୁବନେଶ୍ୱରର ସୋଆ ବିଶ୍ୱବିଦ୍ୟାଳୟ ପରିସରରୁ ଏହି ଅଭିଯାନର ଶୁଭାରମ୍ଭ କରାଯାଇଛି। ରିଲାଏନ୍ସ ଜିଓ ପକ୍ଷରୁ ସୋଆ ବିଶ୍ୱବିଦ୍ୟାଳୟର କୃଷି ବିଜ୍ଞାନ ପ୍ରତିଷ୍ଠାନ ଅଡିଟୋରିୟମରେ ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ୫ଜି ସେବା ସମ୍ପର୍କିତ ସୂଚନା ଓ ବିଭିନ୍ନ ବ୍ୟବହାରିକ ପ୍ରୟୋଗ ପ୍ରଦର୍ଶିତ କରାଯାଇଥିଲା। ଏହି ଅବସରରେ ସୋଆ କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ, ରିଲାଏନ୍ସ ଜିଓର ଓଡିଶା ମୁଖ୍ୟ ପ୍ରଦୀପ ରାଉତ, ସୋଆ ଫାକଲ୍ଟି ଅଫ ଏଗ୍ରିକଲଚରାଲ ସାଇନ୍େସସର ଡିନ ପ୍ରଫେସର ସନ୍ତୋଷ କୁମାର ରାଉତ, ଉପଦେଷ୍ଟା ପ୍ରଫେସର…
ନୂଆଦିଲ୍ଲୀ: ଭାରତ ବିଶ୍ୱରେ ଇତିହାସ ସୃଷ୍ଟି କରିଛି। ଚନ୍ଦ୍ରଯାନ -୩ ଚନ୍ଦ୍ରର ଦକ୍ଷିଣ ମେରୁରେ ସଫଳତାର ସହ ଅବତରଣ କରିଛି। ଏହା କରିବା ଦ୍ଵାରା ଚନ୍ଦ୍ର ଦକ୍ଷିଣ ମେରୁରେ ମହାକାଶଯାନ ଅବତରଣ କରିଥିବା ବିଶ୍ଵରେ ଭାରତ ପ୍ରଥମ ଦେଶ ହୋଇପାରିଛି। ଚନ୍ଦ୍ରର ଯେକୌଣସି ଅଂଶରେ ସଫ୍ଟ ଲ୍ୟାଣ୍ଡିଂ କରିବାରେ ଭାରତ ହେଉଛି ଚତୁର୍ଥ ଦେଶ। ଭାରତ ପୂର୍ବରୁ କେବଳ ଆମେରିକା, ସୋଭିଏତ୍ ୟୁନିଅନ୍ (ବର୍ତ୍ତମାନ ଋଷ) ଏବଂ ଚୀନ୍ ଚନ୍ଦ୍ରରେ ସଫ୍ଟ ଲ୍ୟାଣ୍ଡିଂ କରିବାରେ ସକ୍ଷମ ହୋଇଛନ୍ତି। ଚନ୍ଦ୍ରଯାନ -୩ ର ସଫଳ ଅବତରଣ ବିଷୟରେ ବିଶେଷ ଜିନିଷ ପଢନ୍ତୁ: – ଚନ୍ଦ୍ରଯାନ-୩ ର ଲ୍ୟାଣ୍ଡର୍ ଗତକାଲି ସନ୍ଧ୍ୟା ୬:୦୪ ମିନିଟରେ ଅବତରଣ କରିଛି। ଦୁଇ ଘଣ୍ଟା ଏବଂ ୨୬ ମିନିଟ୍ ପରେ, ରୋଭର ମଧ୍ୟ ଲ୍ୟାଣ୍ଡରରୁ ବାହାରି ଆସିଛି। ରୋଭର ହେଉଛି ଏକ ଛଅ ଚକିଆ ରୋବଟ୍। ଏହା ଚନ୍ଦ୍ର ପୃଷ୍ଠରେ ଚାଲିବ। ଏହାର ଚକଗୁଡ଼ିକରେ ଅଶୋକ ସ୍ତମ୍ଭ ଏବଂ…

