ନୂଆଦିଲ୍ଲୀ: କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ଧର୍ମେନ୍ଦ୍ର ପ୍ରଧାନ ବୁଧବାର ନୂଆଦିଲ୍ଲୀ ଠାରେ ସ୍କୁଲ ଶିକ୍ଷା ପାଇଁ ଜାତୀୟ ପାଠ୍ୟକ୍ରମ ରୂପରେଖ(ଏନସିଏଫ)ର ଉନ୍ମୋଚନ କରିଛନ୍ତି। ଏହି ଏନସିଏଫ୍ ଜାତୀୟ ଶିକ୍ଷା ନୀତିକୁ କାର୍ଯ୍ୟକାରୀ କରିବା ଦିଗରେ ବଡ଼ ଗତି ଦେବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି। ଶ୍ରୀ ପ୍ରଧାନ ଆଜି ନ୍ୟାସନାଲ କରିକୁଲମ ଫ୍ରେମଓ୍ୱାର୍କ ଓଭରସାଇଟ କମିଟି ଏବଂ ଦ ନ୍ୟାସନାଲ ସିଲାବସ ଆଣ୍ଡ୍ ଟିଚିଂ-ଲର୍ଣ୍ଣିଂ ମ୍ୟାଟେରିଆଲ କମିଟିର ପ୍ରଥମ ଯୁଗ୍ମ କର୍ମଶାଳାରେ ଯୋଗଦେଇ ଶ୍ରୀ ପ୍ରଧାନ ଏହା କହିଛନ୍ତି। ସ୍କୁଲ ଶିକ୍ଷା ପାଇଁ ଏନସିଏଫ ଏକବିଂଶ ଶତାବ୍ଦୀର ଆବଶ୍ୟକତା ପାଇଁ ଥିବା କଳ୍ପନା ଓ ଭାରତୀୟ ଜ୍ଞାନ ପ୍ରଣାଳୀର ବିଚାରକୁ ଏକୀକରଣ କରିବା ଦିଗରେ ଏକ ଅନ୍ୟତମ ପଦକ୍ଷେପ। ଜାତୀୟ ଶିକ୍ଷା ନୀତି -୨୦୨୦ ପାଇଁ ପାଠ୍ୟକ୍ରମ ପ୍ରସ୍ତୁତ କରିବାକୁ ପ୍ରଫେସର କେ କସ୍ତୁରୀରଙ୍ଗନଙ୍କ ନେତୃତ୍ୱରେ ଷ୍ଟିୟରିଂ କମିଟି ଗଠନ କରାଯାଇଥିଲା, ଯେଉଁଥିରେ ୫+୩+୩+୪ ଢାଞ୍ଚାରେ ସ୍କୁଲ…
Author: Samikhsya Bureau
ଭୁବନେଶ୍ବର: ଓଡିଶାର ପ୍ରଖ୍ୟାତ କଣ୍ଠଶିଳ୍ପୀ ପ୍ରଣବ ପଟ୍ଟନାୟକ ଅସୁସ୍ଥ ହୋଇ ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ସେ ଦୀର୍ଘଦିନ ଧରି ହସପିଟାଲରେ ରହି ଚିକିତ୍ସିତ ହେଉଛନ୍ତି। ସେ ଘରେ ଅସୁସ୍ଥତା ଅନୁଭବ କରିବାରୁ ତାଙ୍କୁ ହସପିଟାଲରେ ଭର୍ତ୍ତି କରାଯାଇଥିଲା। ତାଙ୍କ ଚିକିତ୍ସାର ସହାୟତା ପାଇଁ ରାଜ୍ୟ ସଂସ୍କୃତି ବିଭାଗ ତରଫରୁ ଏକ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି। ସଂସ୍କୃତି ନିର୍ଦ୍ଦେଶକ ଦିଲ୍ଲୀପ ରାଉତରାଏଙ୍କ ସହ ଓଏଫଡିସିର ଅଧ୍ୟକ୍ଷ କୁନା ତ୍ରିପାଠୀ ପ୍ରମୁଖ ହସପିଟାଲ ଯାଇ ସହାୟତା ଦେବା ସହ ଆଶୁ ଆରୋଗ୍ୟ କାମନା କରିଥିଲେ। ସେହି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ପ୍ରଣବ ପଟ୍ଟନାୟକଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି।
କୈଳାଶ ଚନ୍ଦ୍ର ଚୌଧୁରୀ ବ୍ରହ୍ମପୁର: ଜଗନ୍ନାଥ ପ୍ରସାଦ ଥାନା ଅନ୍ତର୍ଗତ ବରକୋଳି ଗ୍ରାମ ନିକଟ ଏକ ପରିତ୍ୟକ୍ତ କୂଅରୁ ବର୍ଷାରାଣୀ ସାମଲ ନାମ୍ନୀ ଜଣେ ଛାତ୍ରୀଙ୍କ ମୃତ ଦେହ ପୋଲିସ ଉଦ୍ଧାର କରିଛି। ମୃତ ଛାତ୍ରୀଙ୍କ ଘର ବୁଗୁଡ଼ା ଥାନା ଅନ୍ତର୍ଗତ ମଙ୍ଗରାଜପୁର ଓ ସେ ଗୋପାଳ ସାମଲଙ୍କ ଝିଅ ବୋଲି ଜଣାପଡିଛି। ସନ୍ଦେହ ଜନକ ଭାବେ ତାର ଭିଣୋଇ ସନ୍ତୋଷ କୁମାର ଖଣ୍ଡେଇକୁ ଥାନାରେ ଅଟକ ରଖି ପୋଲିସ ପଚରାଉଚରା କରୁଛି।
ନୂଆଦିଲ୍ଲୀ: କ୍ରିକେଟ୍ କିମ୍ବଦନ୍ତୀ ତଥା ଭାରତ ରତ୍ନ ପୁରସ୍କାର ପ୍ରାପ୍ତ ସଚିନ୍ ତେନ୍ଦୁଲକର ଆଜି ଏକ ନୂତନ ଇନିଂସ ଆରମ୍ଭ କରିଛନ୍ତି । ଭାରତର ନିର୍ବାଚନ ଆୟୋଗ ଲାଗି ଭୋଟର ସଚେତନତା ସୃଷ୍ଟି କରିବା ପାଇଁ ‘ଜାତୀୟ ଆଇକନ୍’ ଭାବରେ ନିଜର ଦାୟୀତ୍ବ ଆରମ୍ଭ କରିଛନ୍ତି। ମୁଖ୍ୟ ନିର୍ବାଚନ କମିଶନର ଶ୍ରୀ ରାଜୀବ କୁମାର ଏବଂ ନିର୍ବାଚନ କମିଶନର ଶ୍ରୀ ଅନୁପ ଚନ୍ଦ୍ର ପାଣ୍ଡେ ଏବଂ ଶ୍ରୀ ଅରୁଣ ଗୋଏଲଙ୍କ ଉପସ୍ଥିତିରେ ନୂଆଦିଲ୍ଲୀର ଆକାଶବାଣୀ ରଙ୍ଗ ଭବନରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ 3 ବର୍ଷ ପାଇଁ ଏକ ଏମଓୟୁ ସ୍ୱାକ୍ଷରିତ ହୋଇଥିଲା। ଏହି ସହଯୋଗ ଆଗାମୀ ନିର୍ବାଚନ, ବିଶେଷ କରି ସାଧାରଣ ନିର୍ବାଚନ 2024 ରେ ଭୋଟରଙ୍କ ଅଂଶଗ୍ରହଣ ବୃଦ୍ଧି କରିବା ପାଇଁ ଯୁବକମାନଙ୍କ ଉପରେ ତେନ୍ଦୁଲକରଙ୍କ ଅଦ୍ବିତୀୟ ପ୍ରଭାବର ଲାଭ ଉଠାଇବା ଦିଗରେ ଏକ ମହତ୍ତ୍ବପୂର୍ଣ୍ଣ ପଦକ୍ଷେପ ଅଟେ। ଏହି ସହଯୋଗ ମାଧ୍ୟମରେ ଭାରତ ନିର୍ବାଚନ ଆୟୋଗର ଉଦ୍ଦେଶ୍ୟ ନାଗରିକମାନଙ୍କୁ…
କୈଳାଶ ଚନ୍ଦ୍ର ଚୌଧୁରୀ ବ୍ରହ୍ମପୁର: ପାଟପୁର ଥାନା ଅନ୍ତର୍ଗତ ପୋଡାମାରୀ ନିକଟ ବତାଗୁଡା ଗ୍ରାମର ଏକ ଛୋଟ ପାନ ଦୋକାନ ଉପରେ ଅତର୍କିତ ଚଢ଼ାଉ କରି ପାଟପୁର ପୋଲିସ ୭୨.୮୦୦ ଗ୍ରାମ ଗଞ୍ଜେଇ ଜବତ୍ କରିଛି। ଏହା ସହ ପାନ ଦୋକାନୀ ପାଣ୍ଡବ ପ୍ରଧାନଙ୍କୁ ୫୭୩/୨୩ , ଓ ଏନ୍ ଡି ପି ଏସ୍ ଆଇନ ଅନୁଯାୟୀ ଗିରଫ କରି ବ୍ରହ୍ମପୁର ଜିଲ୍ଲା ଅଦାଲତକୁ ଚାଲାଣ କରିଛି। ବ୍ରହ୍ମପୁର ଉପଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ସ୍ଥାନୀୟ ତହସିଲଦାର ଶ୍ରୀନିବାସ ବେହେରାଙ୍କ ଉପସ୍ଥିତିରେ ଜବତ ଗଞ୍ଜେଇକୁ ଓଜନ କରାଯାଇଥିଲା। ଯାହାର ପରିମାଣ ୭୨.୮୦୦ ଗ୍ରାମ ବୋଲି ଜଣାପଡିଛି ଓ ଏହାର ଆନୁମାନିକ ମୂଲ୍ୟ ୧୫ ଲକ୍ଷ ଟଙ୍କା ହେବ ବୋଲି ଥାନା ଅଧିକାରୀଙ୍କ ଠାରୁ ପ୍ରକାଶ।
ମେଷ : ଜୀବନସାଥୀଙ୍କ ଉପରେ ପାରସ୍ପରିକ ଦୟା ରହିବ । ଶୀଘ୍ର ଟଙ୍କା ନଷ୍ଟ ହୋଇପାରେ। ବ୍ୟବସାୟ ବୃଦ୍ଧି ପାଇବ। ଚାକିରିରେ ଶାନ୍ତି ରହିବ। ବିନିଯୋଗ ଲାଭଦାୟକ ହେବ। କାମ ଶିଘ୍ର ସରିଯିବ। ଘର ବାହାରେ ସୁଖ ଏବଂ ଶାନ୍ତି ରହିବ । ମନର ଅସ୍ଥିରତାକୁ ନିୟନ୍ତ୍ରଣ କରନ୍ତୁ । ଆଇନଗତ ପ୍ରତିବନ୍ଧକ ହଟାଇବା ପରେ ପରିସ୍ଥିତି ଅନୁକୂଳ ହେବ। ବୃଷ : ଅଂଶୀଦାରମାନଙ୍କ ସହଯୋଗକୁ ଠିକ୍ ସମୟରେ ପାଇ ଖୁସି ହେବେ । ଚାକିରିରେ ଆପଣ ଅଧସ୍ତନଙ୍କ ସମର୍ଥନ ପାଇବେ । ବ୍ୟବସାୟ ଭଲ ହେବ । ସ୍ଥିର ସମ୍ପତ୍ତି କ୍ରୟ ଏବଂ ବିକ୍ରୟ ଏକ ବଡ଼ ଲାଭ ଦେଇପାରେ । ପ୍ରତିଦ୍ୱନ୍ଦ୍ୱିତା ହେବ । ଆୟ ବୃଦ୍ଧି ପାଇବ । ଆଘାତ ଏବଂ ରୋଗ ବାଧା ଦେଇପାରେ । ଅନ୍ୟମାନଙ୍କ କାର୍ଯ୍ୟରେ ହସ୍ତକ୍ଷେପ କରନ୍ତୁ ନାହିଁ । ମିଥୁନ : ବୈଦ୍ଧିକ କାର୍ଯ୍ୟ ସଫଳ ହେବ । ଆପଣ ଜଣେ ଜ୍ଞାନୀ ବ୍ୟକ୍ତିଙ୍କ…
ନୂଆଦିଲ୍ଲୀ: କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଚନ୍ଦ୍ରପୃଷ୍ଠରେ ଚନ୍ଦ୍ରଯାନ-୩ର ସଫଳ ଅବତରଣ ନେଇ ଖୁସି ପ୍ରକାଶ କରିବା ସହ ଇସ୍ରୋ ସମେତ ଦେଶର ବୈଜ୍ଞାନିକ ସମୂହ ଓ ଦେଶବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଶ୍ରୀ ପ୍ରଧାନ କହିଛନ୍ତି ଯେ ଅମୃତକାଳର ପ୍ରାରମ୍ଭରେ ଏହା ଅବିସ୍ମରଣୀୟ ଉପଲବ୍ଧି। ଚନ୍ଦ୍ରଯାନ-୩ର ଐତିହାସିକ ଉପଲବ୍ଧିକୁ ସମଗ୍ର ଭାରତବର୍ଷ ଉତ୍ସାହର ସହ ପାଳନ କରୁଛି। ନରେନ୍ଦ୍ର ମୋଦି ଜଣେ ପ୍ରଧାନମନ୍ତ୍ରୀ ସହ ଜଣେ ନାଗରିକ ମଧ୍ୟ। ସେ ଚନ୍ଦ୍ରଯାନ-୩ ଖବର ସହ ପ୍ରତିଟି ମୁହୂର୍ତ୍ତରେ ଯୋଡି ହୋଇ ରହିଥିଲେ। ପ୍ରଧାନମନ୍ତ୍ରୀ ଯେଉଁଠାରେ ବି ରୁହନ୍ତୁ ଏକ ପରିବାରର ସଦସ୍ୟ ଭଳି ଦେଶ ଏବଂ ଦେଶର ଜନତାଙ୍କ ସାଥୀରେ ରହିଥାନ୍ତି। ଏହି ଗୌରବମୟ ଉପଲବ୍ଧି ଅବସରରେ ବୈଜ୍ଞାନିକଙ୍କ ମନୋବଳ ବଢାଇଥିବାରୁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି।
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସିଂ ମାଧ୍ୟମରେ ଇସ୍ରୋ ଟିମ୍ ସହ ଚନ୍ଦ୍ର ପୃଷ୍ଠରେ ଚନ୍ଦ୍ରଯାନ ୩ର ଅବତରଣ ଦେଖିଥିଲେ । ସଫଳ ଅବତରଣ ପରେ ତୁରନ୍ତ ପ୍ରଧାନମନ୍ତ୍ରୀ ଇସ୍ରୋ ଦଳକୁ ସମ୍ବୋଧିତ କରିବା ସହ ଏହି ଐତିହାସିକ ସଫଳତା ପାଇଁ ଅଭିନନ୍ଦନ ଜଣାଇଥିଲେ। ପରିବାର ସଦସ୍ୟ ଭାବେ ଇସ୍ରୋ ଦଳକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏଭଳି ଐତିହାସିକ ଘଟଣା ଏକ ରାଷ୍ଟ୍ରର ଚିରନ୍ତନ ଚେତନାରେ ପରିଣତ ହୋଇଥାଏ। ଏହି ମୁହୂର୍ତ୍ତ ଅବିସ୍ମରଣୀୟ, ଅଭୂତପୂର୍ବ। ଏହା ହେଉଛି ‘ବିକଶିତ ଭାରତ’ ପାଇଁ ଆହ୍ୱାନର ମୁହୂର୍ତ୍ତ, ଭାରତ ପାଇଁ ବିଜୟ ଆହ୍ୱାନ, ଏହା ହେଉଛି କଷ୍ଟକର ପଥ ଅତିକ୍ରମ କରି ବିଜୟର ‘ଚନ୍ଦ୍ରପଥ’ରେ ଚାଲିବାର ମୁହୂର୍ତ୍ତ। ଏହା ହେଉଛି ୧୪୦ କୋଟି ଭାରତୀୟଙ୍କ ହୃଦସ୍ପନ୍ଦନର ସାମର୍ଥ୍ୟ ଏବଂ ଭାରତର ନୂତନ ଶକ୍ତିର ଆତ୍ମବିଶ୍ୱାସର ପ୍ରତୀକ । ଏହା ହେଉଛି ଭାରତର ଉଦୀୟମାନ ଭାଗ୍ୟକୁ ଆହ୍ୱାନ କରିବାର ଏକ…
ମାନସ ପୂର୍ଣ୍ଣ ଆଚାର୍ଯ୍ୟ ଆସିକା: କୃଷି ସୂଚନା ଓ ପରାମର୍ଶ କେନ୍ଦ୍ର ବାବନପୁର ଠାରେ କୃଷି ଓ କୃଷକ ସଶକ୍ତି କରଣ ବିଭାଗ ଆନୁକୂଲ୍ୟରେ ବଳରାମ ଯୋଜନା ଅଧୀନରେ ସମବାୟ ବିଭାଗ ତରଫରୁ ୨୦୨୩-୨୪ ବର୍ଷ ପାଇଁ ଫସଲ ଋଣ ବଣ୍ଟନ ମେଳା ଆୟୋଜନ କରାଯାଇଥିଲା। ଆସିକା କେନ୍ଦ୍ରୀୟ ସମବାୟ ବ୍ୟାଙ୍କ ଦ୍ୱାରା ମିଳିତ ଦେୟ ଗୋଷ୍ଠୀ ମାନଙ୍କ ମଧ୍ୟରେ ପ୍ରତି ଗ୍ରୁପ ପିଛା ଏକ ଲକ୍ଷ ଟଙ୍କା ହିସାବରେ ସମୁଦାୟ ଷୋହଳ ଗୋଟି ଗ୍ରୁପ ମଧ୍ୟରେ ଚେକ ବଣ୍ଟନ କରାଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ଆସିକାର ବିଧାୟକା ମଞ୍ଜୁଳା ସ୍ୱାଇଁ, ସହକାରୀ ସମବାୟ ନିବନ୍ଧକ ବିଜୟ କୁମାର ସାହୁ ପ୍ରମୁଖ ଯୋଗ ଦେଇ ବଳରାମ ଯୋଜନା ମାଧ୍ୟମରେ ଋଣ ନେଇ କୃଷି କ୍ଷେତ୍ରରେ ଅଗ୍ରଗତି ସହ କୃଷି ଅର୍ଥନୀତିକୁ ସୁଦୃଢ କରିବା ସହ ବିକାଶର ସାଥି ହେବା ପାଇଁ ଆହ୍ୱାନ ଦେଇଥିଲେ। ସଠିକ ସମୟରେ ଋଣ ପରିଶୋଧ…
ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ ( ସୋଆ) ବିଶ୍ୱବିଦ୍ୟାଳୟ ପରିଚାଳିତ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଏଗ୍ରିକଲଚରାଲ (ଆଇଏଏସ୍) ଏବଂ ସୋଆ ପରିଚାଳିତ ଜାତୀୟ ସେବା ଯୋଜନା (ଏନ୍ଏସ୍ଏସ୍) ର ମିଳିତ ସହଯୋଗରେ ଗତ ମଙ୍ଗଳବାର ଦିନ ଗାଜର ଘାସ ସଚେତନତା ସପ୍ତାହ ପାଳିତ କରାଯାଇଛି। ଏହି ସଚେତନତା ସପ୍ତାହ ଉପଲକ୍ଷେ ଭୋଳା ଗ୍ରାମରେ ଥିବା ରୋଟାରୀ କ୍ଲବ୍ର ସଭାପତି ଭାଗ୍ୟଧର ଦାସଙ୍କ ସହାୟତାରେ ଗାଜର ଘାସ ସଚେତନତା ଉପରେ ଏକ ରାଲି ଏବଂ ସଚେତନତା ସଭା ଆୟୋଜିତ ହୋଇଥିଲା। ଏହି ରାଲିରେ କୃଷି ମହାବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ସମେତ ଅଧ୍ୟାପକମାନେ ମଧ୍ୟ ଯୋଗ ଦେଇ ଗ୍ରାମବାସୀ ମାନଙ୍କୁ ଗାଜର ଘାସ ର ଭୟାବହତା ସଂପର୍କରେ ଅବଗତ କରାଇଥିଲେ। ଏହି ସଚେତନତା ସଭାରେ ପ୍ରୋଗ୍ରାମର ସଂଯୋଜକ ପ୍ରଫେସର ସନ୍ତୋଷ କୁମାର ମହାନ୍ତି ସ୍ୱାଗତ ଭାଷଣ ଦେଇଥିବାବେଳେ ସୋଆର ଛାତ୍ରମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଂଜନ ଦାସ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଛାତ୍ରଛାତ୍ରୀମାନଙ୍କର ବୈଷୟିକ…
ସୀତାରାମ ଅଗ୍ରୱାଲ ବାଲୁଗାଁ: ଆଜି ରାତିରେ ଖୋର୍ଦ୍ଧା ଜିଲ୍ଲା 16 ନମ୍ବର ଜାତୀୟ ରାଜପଥ ଅନ୍ତର୍ଗତ ବାଣପୁର – ବାଲୁଗାଁ ବାଇପାସ ରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି ଯେଉଁଥିରେ ଜଣେ ଯୁବକ ପ୍ରାଣ ହରାଇଛନ୍ତି। ମୃତକ ଜଣକ ହେଲେ ବାଲୁଗାଁ ଥାନା କୁଲାକୁଣ୍ଡେଇ ନୂଆଗାଁ ଗ୍ରାମର ପ୍ରସନ୍ନ ରାଉତଙ୍କ ପୁତ୍ର ତାରା ପ୍ରସାଦ ରାଉତ(26)। ପ୍ରତ୍ୟକ୍ଷଦର୍ଶୀଙ୍କ ସୂଚନା ମୁତାବକ ତାରା ତାଙ୍କ ସହଯୋଗୀ ବାଇକ ଚାଳକଙ୍କ ସହ ବାଲୁଗାଁ ରୁ ବାଣପୁର ବାଇପାସ ଉପରକୁ ଉଠୁଥିବା ବେଳେ ଭୁବନେଶ୍ୱର ଆଡୁ ବ୍ରହ୍ମପୁର ଅଭିମୁଖେ ଦୃତ ଗତିରେ ଯାଉଥିବା ଏକ ସ୍ପୋର୍ଟ ବାଇକ ତାରାଙ୍କ ବାଇକକୁ ମୁହାଁମୁହିଁ ଧକ୍କା ଦେଇଥିଲା। ଫଳରେ ତାରା ଗାଡ଼ିରୁ ପଡିଯାଇଥିଲେ। ସଙ୍ଗେସଙ୍ଗେ ସ୍ଥାନୀୟ ଲୋକେ ତାରାଙ୍କୁ ଉଦ୍ଧାର କରି ବାଲୁଗାଁ ମେଡିକାଲ ନେଇଥିବାବେଳେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଛନ୍ତି l ତେବେ ଏ ନେଇ ଅଦ୍ୟାବଧି ବାଣପୁର ଥାନାରେ କୌଣସି ଅଭିଯୋଗ…
ନୂଆଦିଲ୍ଲୀ: ଖାଦ୍ୟ ଓ ସାଧାରଣ ବଣ୍ଟନ ବିଭାଗ (ଡିଏଫପିଡି) ସଚିବ 21.08.2023 ରେ ବିଭିନ୍ନ ରାଜ୍ୟର ଖାଦ୍ୟ ସଚିବ ଏବଂ ଭାରତୀୟ ଖାଦ୍ୟ ନିଗମ (ଏଫସିଆଇ) ର ଏକ ବୈଠକରେ ଅଧ୍ୟକ୍ଷତା କରିଛନ୍ତି, ଯେଉଁଥିରେ ଆଗାମୀ ଖରିଫ ବିପଣନ ଋତୁ (କେଏମଏସ) 2023-24 ରେ ଖରିଫ ଫସଲ ର କ୍ରୟ ବିଷୟରେ ଆଲୋଚନା କରାଯାଇଛି। ଆଗାମୀ ଖରିଫ୍ ବିପଣନ ଋତୁ (କେଏମଏସ୍) 2023-24 ସମୟରେ 521.27 ଲକ୍ଷ ମେଟ୍ରିକ୍ ଟନ୍ ଚାଉଳର କ୍ରୟର ଲକ୍ଷ୍ୟ ରଖାଯାଇଛି। ଗତ ବର୍ଷର ଅନୁମାନ 518 ଲକ୍ଷ ମେଟ୍ରିକ ଟନ୍ ଥିଲାବେଳେ ଗତ ଖରିଫ୍ ବିପଣନ ଋତୁ 2022-23 ସମୟରେ ବାସ୍ତବରେ 496 ଲକ୍ଷ ମେଟ୍ରିକ୍ ଟନ୍ କ୍ରୟ କରାଯାଇଥିଲା। ଖଣିଫ ବିପଣନ ଋତୁ 2023-24 ସମୟରେ ଚାଉଳର ଆନୁମାନିକ କ୍ରୟ କ୍ଷେତ୍ରରେ ଅଗ୍ରଣୀ ରାଜ୍ୟ ତାଲିକାରେ ପଞ୍ଜାବ (122 ଲକ୍ଷ ମେଟ୍ରିକ୍ ଟନ୍), ଛତିଶଗଡ଼ (61 ଲକ୍ଷ ମେଟ୍ରିକ୍ ଟନ୍), ତେଲଙ୍ଗାନା (50 ଲକ୍ଷ…
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମିଜୋରାମରେ ଘଟିଥିବା ପୋଲ ଦୁର୍ଘଟଣାରେ ଲୋକଙ୍କ ଜୀବନ ହାନି ପାଇଁ ଗଭୀର ଦୁଃଖ ବ୍ୟକ୍ତ କରିଛନ୍ତି। ପିଏମଏନଆରଏଫରୁ ପ୍ରଧାନମନ୍ତ୍ରୀ ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଲେଖାଏ ଅନୁକମ୍ପାମୂଳକ ରାଶି ଏବଂ ଆହତଙ୍କ ଚିକିତ୍ସା ଲାଗି ୫୦ ହଜାର ଟଙ୍କା ଲେଖାଏ ସହାୟତା ପ୍ରଦାନ ପାଇଁ ଘୋଷଣା କରିଛନ୍ତି। ଏକ୍ସରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ପୋଷ୍ଟ କରାଯାଇଛି: ମିଜୋରାମ ଦୁର୍ଘଟଣା ପାଇଁ ଦୁଃଖିତ। ନିଜ ପ୍ରିୟଜନଙ୍କୁ ହରାଇଥିବା ପରିବାରକୁ ସମବେଦନା। ଆହତମାନେ ଶୀଘ୍ର ସୁସ୍ଥ ହେବାକୁ କାମନା କରୁଛି। ଲୋକଙ୍କ ଉଦ୍ଧାର ଅଭିଯାନ ଜାରି ରହିବା ଏବଂ ସବୁ ପ୍ରକାର ସହାୟତା ପାଇଁ ଯଥା ସମ୍ଭବ ଚେଷ୍ଟା ଚାଲିଛି।
ଭୁବନେଶ୍ୱର: ପ୍ରାଥମିକ ଶିକ୍ଷା ହେଉଛି ଶିଶୁର ସାମଗ୍ରିକ ବିକାଶର ମୂଳଦୁଆ। ଯେଉଁ ଠାରେ ଗୁଣାତ୍ମକ ଓ ଉନ୍ନତ ପ୍ରାଥମିକ ଶିକ୍ଷା ବ୍ୟବସ୍ଥା ରହିଛି, ସେହି ଦେଶ ବା ରାଜ୍ୟ ସେତିକି ବିକଶିତ ଓ ଉନ୍ନତ। ଉତ୍ତମ ପ୍ରାଥମିକ ଶିକ୍ଷା ଗ୍ରହଣ କଲେ ପରବର୍ତ୍ତୀ ସମୟରେ ଉଚ୍ଚ ଶିକ୍ଷା, ଧନ୍ଦା ମୂଳକ ବା ଉନ୍ନତ ଜ୍ଞାନ କୌଶଳ ପାଇ ସେହି ଭୂଖଣ୍ଡ ଉନ୍ନ୍ନତ, ଦକ୍ଷ, କୁଶଳୀ ମାନବ ସମ୍ବଳ ପ୍ରାପ୍ତ କରି ସାମଗ୍ରିକ ସ୍ତରରେ ବିକାଶର ଚରମ ସୋପାନରେ ପହଂଚି ପରିବ। ବର୍ତ୍ତମାନର ଠିକା ଶିକ୍ଷକ ନିଯୁକ୍ତି ଶିକ୍ଷା ବ୍ୟବସ୍ଥାରେ ଘୋର ଅବନତି ର ବାଟ ଫିଟାଇବ ବୋଲି ଓଡ଼ିଶ ଅଭିଭାବକ ମହାସଂଘ ପ୍ରକାଶ କରିଛି। ରାଜ୍ୟ ସରକାର ପ୍ରାଥମିକ ଶିକ୍ଷା ବ୍ୟବସ୍ଥାରେ ପୁଣି ଥରେ ଠିକାରେ ୨୦ ହଜାର ଶିକ୍ଷକ ନିଯୁକ୍ତି ଦେବାକୁ ପ୍ରକ୍ରିୟା ଆରମ୍ଭ କରିଛନ୍ତି। ପ୍ରଥମରୁ ପଞ୍ଚମ ପର୍ଯ୍ୟନ୍ତ ସେମାନଙ୍କୁ ଜିଲ୍ଲାପରିଷଦ ଶିକ୍ଷକ ଓ ଷଷ୍ଠ ରୁ ଅଷ୍ଟମ…
ଭୁବନେଶ୍ଵର: ଛତିଶଗଡ଼ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ ୫ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି। ଏହି ପରିପ୍ରେକ୍ଷୀରେ ସେ ଆଜି ଖୋର୍ଦ୍ଧା ଜିଲ୍ଲାର ବାଣପୁର ମା’ ଭଗବତୀଙ୍କ ଦର୍ଶନରେ ଆସିଥିଲେ। ଏହି ଅବସରରେ ରାଜ୍ୟପାଳ ତାଙ୍କର ନିଜସ୍ୱ ଗ୍ରାମ ଗୋଡ଼ିଝରକୁ ଯାଇଥିଲେ। ସେଠାରେ ତାଙ୍କ ସ୍ୱର୍ଗତ ପିତାଙ୍କର ଆରାଧ୍ୟ ବାଲୁଙ୍କେଶ୍ୱରଦେବଙ୍କୁ ପୂଜାର୍ଚ୍ଚନା କରିଥିଲେ ଓ ମାତାପିତାଙ୍କ ସମାଧି ସ୍ଥଳରେ ତାଙ୍କୁ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ। ରାଜ୍ୟପାଳ ଶ୍ରୀହରିଚନ୍ଦନଙ୍କୁ ନାଚୁଣି, ବାଣପୁର, ଗମ୍ଭାରିମୁଣ୍ଡା ଆଦି କେତେକ ସ୍ଥାନରେ ସମ୍ବର୍ଦ୍ଧନା ଦିଆଯାଇଥିଲା। ଏହି ପରୀପ୍ରେକ୍ଷିରେ ରାଜ୍ୟପାଳ ବାଣପୁର ଓ ଚିଲିକାବାସୀଙ୍କୁ ତାଙ୍କର ପୂର୍ବକୀର୍ତ୍ତି, ଗୌରବକୁ ମନେପକାଇ କହିଥିଲେ, ତୁମର ପୂର୍ବପୁରୁଷମାନେ ଲଢ଼ୁଆ ବୀର ଯୋଦ୍ଧା ଥିଲେ। ଯାହାଙ୍କ ପରାକ୍ରମ ଓ ସାହାସିକତା ଫିରିଙ୍ଗିମାନଙ୍କୁ ଭୟଭୀତ କରି ରଖିଥିଲା। ତୁମର ରକ୍ତରେ ସେଇ ବୀର ଦାୟଦଙ୍କର ପରାକର୍ମର ରକ୍ତ ବହୁଛି। ବାଣପୁର, ଚିଲିକାର ମାଟି ହେଉଛି ଏକ ବୀରଜାତୀର ମାଟି। ଏ ମାଟିକୁ ଚୁପୁଡ଼ି ଦେଲେ ଝରି…
ଭୁବନେଶ୍ଵର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ‘ଆମ ବସ୍ଷ୍ଟାଣ୍ଡ ଯୋଜନା’ରେ ରାଜ୍ୟର ୧୩ଟି ଜିଲ୍ଲାରେ ୨୧ଟି ନୂଆ ବସ୍ଷ୍ଟାଣ୍ଟ ଉଦ୍ଘାଟନ କରିଛନ୍ତି। ଏହାସହିତ ୨୬ଟି ଜିଲ୍ଲାରେ ୧୨୪ଟି ବ୍ଲକ୍ସ୍ତରୀୟ ବସ୍ଷ୍ଟାଣ୍ଡ ନିର୍ମାଣ ପାଇଁ ଭିତ୍ତି ମଧ୍ୟ ରଖିଛନ୍ତି। ଏହାକୁ ପରିବହନ କ୍ଷେତ୍ରରେ ଏକ ନୂଆ ମାଇଲଷ୍ଟୋନ ବୋଲି ବର୍ଣ୍ଣନା କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଏ ସମସ୍ତ ବସ୍ଷ୍ଟାଣ୍ଡ ସଂପୂର୍ଣ୍ଣ ହେଲେ, ରାଜ୍ୟର ୨ କୋଟି ଲୋକ ଉପକୃତ ହେବେ। ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଏ ସମସ୍ତ ବସ୍ଷ୍ଟାଣ୍ଡ ଅତ୍ୟନ୍ତ ଆଧୁନିକ ଓ ସ୍ମାର୍ଟ ବସ୍ଷ୍ଟାଣ୍ଡ। ଏଥିରେ ଯାତ୍ରୀ, ଡ୍ରାଇଭର ତଥା ସମସ୍ତ ସହକାରୀ କର୍ମଚାରୀ ମାନଙ୍କ ପାଇଁ ସସସ୍ତ ପ୍ରକାର ସୁବିଧା ଉପଲ୍ବଧ ଅଛି। ଏହାସହିତ ମୁଖ୍ୟମନ୍ତ୍ରୀ ମୋ ପରିବହନ ସେବା ଓ ମୋବାଇଲ ଆପ୍ ର ଶୁଭାରମ୍ଭ କରି କହିଥିଲେ ଯେ ଏହାଦ୍ବାରା ବିଭିନ୍ନ ପରିବହନ ସେବା ପାଇଁ ଆଉ ସରକାରୀ ଅଫିସକୁ ଯିବା ଆବଶ୍ୟକତା ରହିବ ନାହିଁ।…
ଭୁବନେଶ୍ବର: ଆଜି ସଂଧ୍ୟାରେ ଚନ୍ଦ୍ରଯାନ-3 ନିରାପଦ ଭାବେ ଚନ୍ଦ୍ରପୃଷ୍ଟରେ ଅବତରଣ କରିଛି। ଫଳରେ ସାରା ଭାରତରେ ଏହାକୁ ନେଇ ଖୁସିର ଲହରୀ ଖେଳିଯାଇଛି। ସେହିପରି ସାରା ବିଶ୍ବ ମଧ୍ୟ ଭାରତର ଏହି ସଫଳତାକୁ ନେଇ ବେଶ ଖୁସି ପ୍ରକଟ କରିଛି। ଏହି ସଫଳତା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଇସ୍ରୋର ବୈଜ୍ଞାନିକଙ୍କୁ ଧନ୍ୟବାଦ ପ୍ରଦାନ କରିଛନ୍ତି। ସେ କହିଛନ୍ତି ଯେ, ଆଜି ଭାରତ ପାଇଁ ଓକ ଐତିହାସକର ଦିନ। ପ୍ରଥମ ଥର ପାଇଁ ଭାରତ ଚନ୍ଦ୍ରର ଦକ୍ଷିଣମେରୁକୁ ସ୍ପର୍ଶ କରିପାରିଛି। ଏହି ସଫଳତା ଆମ ସମସ୍ତଙ୍କ ପାଇଁ ଏକ ଗର୍ବର ଦିନ, ବିଶ୍ବର ମାନବ ଜାତି ପାଇଁ ଏକ ଏକ ବଡ ସଫଳତା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ସମସ୍ତ ବୈଜ୍ଞାନିକଙ୍କୁ ଅଭନନ୍ଦନ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ସୀତାରାମ ଅଗ୍ରୱାଲ ଚିଲିକା: ବାଲୁଗାଁ ଥାନା ଅଠରବାଟିଆ ପଞ୍ଚାୟତ ଅନ୍ତର୍ଗତ ଚନ୍ଦ୍ରାପୁଟ ଗ୍ରାମରେ ଏକ ଦୁଃଖଦ ଘଟଣା ଘଟିଯାଇଛି। ମାଛ ଧରିବା ପାଇଁ ଚିଲିକାକୁ ଯାଇଥିବା ବେଳେ ଅସାବଧାନତା ବଶତଃ ପାଣିରେ ବୁଡି ଜଣେ ଯୁବକ ମୃତ୍ୟୁ ବରଣ କରିଛନ୍ତି। ସୂଚନା ମୁତାବକ ଚନ୍ଦ୍ରାପୁଟ ଗ୍ରାମର ଗୋଦାବରୀ ଦାସଙ୍କ ପୁଅ ପ୍ରମୋଦ ଦାସ (୩୪) ସବୁଦିନ ପରି ଆଜି ମଧ୍ୟ ଚିଲିକାକୁ ମାଛ ଧରିବା ପାଇଁ ଯାଇଥିଲେ। ହେଲେ ଅସାବଧାନତା ବଶତଃ ଚିଲିକା ପାଣିରେ ବୁଡି ଯାଇଥିଲେ। ଘଟଣାସ୍ଥଳରେ ଅନ୍ୟ ଧୀବରଙ୍କ ଦ୍ଵାରା ତାଙ୍କୁ ଉଦ୍ଧାର କରାଯାଇ ବାଲୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ମାତ୍ର ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ସ୍ୱାସ୍ଥ୍ୟ କେନ୍ଦ୍ରରେ ବାଲୁଗାଁ ପୋଲିସ ପହଞ୍ଚି କେଶ ନଂ ୧୧/୨୩ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି। ରୋଜଗାରିଆ ପୁଅର ଅକାଳ ବିୟୋଗରେ ପରିବାର ବର୍ଗ…
ନୂଆଦିଲ୍ଲୀ: ଭାରତ ମହାକାଶ ଗବେଷଣା ସଂଗଠନ (ଆଇଏସଆରଓ) ର ତୃତୀୟ ଚନ୍ଦ୍ର ମିଶନ ଚନ୍ଦ୍ରଯାନ-୩ ର ଲ୍ୟାଣ୍ଡର ମଡ୍ୟୁଲ (ଏଲଏମ) ଆଜି ସନ୍ଧ୍ୟାରେ ଚନ୍ଦ୍ର ପୃଷ୍ଠରେ ସଫ୍ଟ ଲ୍ୟାଣ୍ଡିଂ କରିଛି। ISRO ମୁଖ୍ୟ ଏସ୍ ସୋମନାଥ କହିଛନ୍ତି ଯେ, ଆମେ ଚନ୍ଦ୍ର ଉପରେ ପାଦ ରଖିଛୁ। ସେ କହିଛନ୍ତି ଯେ, ଆମେ ଚନ୍ଦ୍ରରେ ‘ସଫ୍ଟ ଲ୍ୟାଣ୍ଡିଂ’ରେ ସଫଳତା ହାସଲ କରିଛୁ, ଭାରତ ଚନ୍ଦ୍ରରେ ଅଛି। ବାସ୍ତବରେ ଦକ୍ଷିଣ ମେରୁରେ ପହଞ୍ଚିବା ଭାରତ ପ୍ରଥମ ଦେଶ ହୋଇପାରିଛି। ଭାରତ ପୂର୍ବରୁ କେବଳ ଆମେରିକା, ଚୀନ୍ ଏବଂ ତତ୍କାଳୀନ ସୋଭିଏତ୍ ୟୁନିଅନ୍ ଚନ୍ଦ୍ର ପୃଷ୍ଠରେ ସଫ୍ଟ ଲ୍ୟାଣ୍ଡିଂ କରିପାରିଛି।
ନୂଆଦିଲ୍ଲୀ: ଆଜି ଭାରତ ଇତିହାସ ସୃଷ୍ଟି କରିଛି। ବିଶ୍ଵର ପ୍ରଥମ ଦେଶ ଭାବେ ଚନ୍ଦ୍ରର ଦକ୍ଷିଣ ମେରୁରେ ଚନ୍ଦ୍ରଯାନ -୩ ସଫଳତାର ସହିତ ଅବତରଣ କରିଛି। ସମଗ୍ର ଦେଶରେ ଉତ୍ସବ ଆରମ୍ଭ ହୋଇଛି। ଚନ୍ଦ୍ରଯାନ -୩ ର ସଫଳ ସଫ୍ଟ ଲ୍ୟାଣ୍ଡିଂ ଉପରେ ଆଇଏସଆର ମୁଖ୍ୟ ଏସ ସୋମନାଥ କହିଛନ୍ତି ଯେ, ଭାରତ ବର୍ତ୍ତମାନ ଚନ୍ଦ୍ରର ଦକ୍ଷିଣ ମେରୁରେ ଅଛି। ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ, ଚନ୍ଦ୍ରଯାନ -୩ ର ଚନ୍ଦ୍ରରେ ସଫଳ ସଫ୍ଟ ଲ୍ୟାଣ୍ଡିଂ ଐତିହାସିକ ଅଟେ। ଏହି ମୁହୂର୍ତ୍ତଟି ଭାରତର, ଏହା ଲୋକଙ୍କର ଅଟେ।
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପଞ୍ଚଦଶ ବ୍ରିକ୍ସ ଶିଖର ସମ୍ମିଳନୀ ଅବସରରେ ୨୩ ଅଗଷ୍ଟ ୨୦୨୩ ରେ ଜୋହାନ୍ସବର୍ଗ ଠାରେ ଦକ୍ଷିଣ ଆଫ୍ରିକାର ରାଷ୍ଟ୍ରପତି ମହାମହିମ ସିରିଲ୍ ରାମାଫୋସାଙ୍କୁ ସାକ୍ଷାତ କରିଛନ୍ତି। ଉଭୟ ନେତା ଦୁଇ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କରେ ହୋଇଥିବା ଅଗ୍ରଗତିର ସମୀକ୍ଷା କରିଥିଲେ ଏବଂ ପ୍ରତିରକ୍ଷା, କୃଷି, ବାଣିଜ୍ୟ ଓ ପୁଞ୍ଜି ନିବେଶ, ସ୍ୱାସ୍ଥ୍ୟ, ସଂରକ୍ଷଣ ଏବଂ ଲୋକ ମାନଙ୍କ ମଧ୍ୟରେ ସମ୍ପର୍କ ସମେତ ବିଭିନ୍ନ କ୍ଷେତ୍ରରେ ହାସଲ ହୋଇଥିବା ଅଗ୍ରଗତି ଉପରେ ସନ୍ତୋଷ ବ୍ୟକ୍ତ କରିଥିଲେ। ଉଭୟ ପକ୍ଷ ପାରସ୍ପରିକ ସ୍ୱାର୍ଥସମ୍ପନ୍ନ ଆଞ୍ଚଳିକ ଏବଂ ବହୁପାକ୍ଷିକ ପ୍ରସଙ୍ଗରେ ନିରନ୍ତର ସମନ୍ୱୟ ଉପରେ ମଧ୍ୟ ମତ ବିନିମୟ କରିଥିଲେ। ରାଷ୍ଟ୍ରପତି ରାମାଫୋସା ଭାରତର ଜି- ୨୦ ଅଧ୍ୟକ୍ଷତାକୁ ପୂର୍ଣ୍ଣ ସମର୍ଥନ ଜଣାଇବା ସହ ଆଫ୍ରିକୀୟ ସଂଘକୁ ଜି- ୨୦ର ପୂର୍ଣ୍ଣ ସଦସ୍ୟତା ଦେବା ପାଇଁ ଭାରତର ପଦକ୍ଷେପକୁ ପ୍ରଶଂସା କରିଥିଲେ। ଜି- ୨୦ ଶିଖର ସମ୍ମିଳନୀ ପାଇଁ…

