ଭୁବନେଶ୍ଵର: ୬୯ ତମ ଜାତୀୟ ଚଳଚ୍ଚିତ୍ର ଫେଷ୍ଟିଭାଲରେ ପୁରସ୍କୃତ ହେଲା ଓଡ଼ିଆ ଚଳଚ୍ଚିତ୍ର “ପ୍ରତୀକ୍ଷା”। ଏତେବଡ ଖୁସି ଖବର ପାଇଲା ପରେ ପ୍ରତୀକ୍ଷା ଟିମ୍ କୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି। ଓଡ଼ିଆ ଚଳଚ୍ଚିତ୍ର ଜଗତର ପ୍ରଯୋଜକ ସଚ୍ଚିକାନ୍ତ ଜେନା, ଶ୍ରୀଧର ମାର୍ଥା ଏବଂ ପ୍ରଯୋଜକଙ୍କ ସହିତ ମିଡ଼ିଆ ପ୍ଲାନର ମୁଖ୍ୟ ପ୍ରଣୟ ଜେଠୀ, ପ୍ରଯୋଜକ ତଥା ନିର୍ଦ୍ଦେଶକ ଅନୁପମ ପଟ୍ଟନାୟକ, ଅଭିନେତା ଦିପନ୍ୱିତ ଦାସ ମହାପାତ୍ର ଙ୍କୁ ପୁଷ୍ପଗୁଚ୍ଛ ଦେଇ ଶୁଭେଚ୍ଛା ଜଣାଇଥିଲେ। ପ୍ରତୀକ୍ଷା ଏକ ମୌଳିକ ମଧ୍ୟବିତ୍ତ ଓଡ଼ିଆ ପରିବାର ର କାହାଣୀ କୁ ନେଇ ଅମୀୟ ପଟ୍ଟନାୟକ ପ୍ରଡକସନ୍ସ ଦ୍ୱାରା ନିର୍ମିତ ହୋଇଥିଲା ଚଳଚ୍ଚିତ୍ର “ପ୍ରତୀକ୍ଷା”। ଯାହାର ପ୍ରଯୋଜକ ତଥା ନିର୍ଦ୍ଦେଶକ ଥିଲେ ସ୍ବର୍ଗତ ଅମୀୟ ପଟ୍ଟନାୟକ ଙ୍କ ସୁପୁତ୍ର ଅନୁପମ ପଟ୍ଟନାୟକ। ବିଶିଷ୍ଟ ଲେଖକ ଶ୍ରୀଯୁକ୍ତ ଗୌରହରୀ ଦାସ ଙ୍କ କ୍ଷୁଦ୍ର ଗଳ୍ପ ବାପା କୁ ଖୁବ ସୁନ୍ଦର ଭାବେ ଏକ ପାରିବାରିକ ଚିତ୍ରନାଟ୍ୟ ର…
Author: Samikhsya Bureau
ଚାଣକ୍ୟ ନୀତି: ସମସ୍ତେ ଖୁସି ଏବଂ ଭଲ ସମ୍ପର୍କ ରଖିବାକୁ ଚାହାଁନ୍ତି। ବ୍ୟବସାୟ ହେଉ କିମ୍ବା ବ୍ୟକ୍ତିଗତ ସମ୍ପର୍କ ହେଉ। କାରଣ ସମସ୍ତଙ୍କ ସହିତ ଭଲ ସମ୍ପର୍କ ରଖିଥିବା ବ୍ୟକ୍ତିଙ୍କୁ ଅସୁବିଧାରେ ସାହାଯ୍ୟ ମିଳେ। ତାଙ୍କ ସମସ୍ୟାର ସମାଧାନ କରିବାକୁ ସମସ୍ତେ ଚେଷ୍ଟା କରନ୍ତି। ସେଥିପାଇଁ ସଂପର୍କକୁ ଦୃଢ କରିବା ପାଇଁ ଆଚାର୍ଯ୍ୟ ଚାଣକ୍ୟ ଚାରୋଟି କଥା କହିଛନ୍ତି। ଯେହେତୁ ଚାଣକ୍ୟ ନିଜେ ଜଣେ ମହାନ ଶିକ୍ଷାବିତ୍, ଅର୍ଥନୀତିଜ୍ଞ ତଥା ରାଜନେତା ଥିଲେ, ସେଥିପାଇଁ ଜଣେ ବ୍ୟକ୍ତି କିପରି ନିଜ ଜୀବନରେ ସମ୍ପର୍କକୁ ମଜବୁତ କରିପାରିବ ଏବଂ ତାଙ୍କର କେଉଁ ଗୁଣ ରହିବା ଉଚିତ୍ ସେ ସଂପର୍କରେ ସେ ତଥ୍ୟ ରଖିଛନ୍ତି। ଜାଣନ୍ତୁ ଚାଣକ୍ୟଙ୍କ ଅନୁଯାୟୀ ଏହି ଚାରୋଟି କଥା କିପରି ଏକ ଦୃଢ ସମ୍ପର୍କ ସୃଷ୍ଟି କରିପାରିବ। ୧- ସମ୍ପର୍କରେ ପ୍ରେମ ଏବଂ ବିଶ୍ୱାସ- କୌଣସି ବ୍ୟକ୍ତି ସମସ୍ତଙ୍କୁ ଖୁସି ରଖିବା ସହଜ ନୁହେଁ । ହେଲେ ଏହାର ଅର୍ଥ…
ନୂଆଦିଲ୍ଲୀ: ସନାତନ ଧର୍ମର ୧୮ ଟି ପୁରାଣ ମଧ୍ୟରୁ ଗରୁଡ ପୁରାଣ ଅନ୍ୟତମ। ଗରୁଡ ପୁରାଣ ଶାସ୍ତ୍ରରେ ଭଗବାନ ବିଷ୍ଣୁ ଏବଂ ଗରୁଡଙ୍କ ମଧ୍ୟରେ ବାର୍ତ୍ତାଳାପକୁ ବର୍ଣ୍ଣନା କରେ। ଗରୁଡ ଏକ ପକ୍ଷୀ ଯାହାକି ଭଗବାନ ବିଷ୍ଣୁଙ୍କ ଯାନ ବୋଲି ବିଶ୍ୱାସ କରାଯାଏ। ଗରୁଡ ପୁରାଣ ବିଷ୍ଣୁ ପୁରାଣର ଏକ ଅଂଶ ଯାହାକି ହିନ୍ଦୁ ଧର୍ମର ମୃତ୍ୟୁ, ପୁନର୍ଜନ୍ମ ଏବଂ ଅନ୍ତିମ ସଂସ୍କାର ସହିତ ଜଡିତ। ଏହି ପୁରାଣରେ ଭଗବାନ ବିଷ୍ଣୁ ଏହା ମଧ୍ୟ କହିଛନ୍ତି ଯେ, ସେହି କାର୍ଯ୍ୟଗୁଡ଼ିକ କ’ଣ, ଯେଉଁ କାରଣରୁ ଜଣେ ବ୍ୟକ୍ତିଙ୍କ ଜୀବନରେ ଦାରିଦ୍ର୍ୟ ଆସେ। ମଇଳା ଏବଂ ମଇଳା ପୋଷାକ ପିନ୍ଧିଥିବା ଲୋକମାନେ: ଗରୁଡ ପୁରାଣ ଅନୁଯାୟୀ, ଯଦି ଜଣେ ବ୍ୟକ୍ତି ସର୍ବଦା ମଇଳା ଏବଂ ମଇଳା ପୋଷାକ ପିନ୍ଧନ୍ତି, ତେବେ ମାତା ଲକ୍ଷ୍ମୀ ତାଙ୍କ ଉପରେ କ୍ରୋଧିତ ହୁଅନ୍ତି। ଶାସ୍ତ୍ର ଅନୁଯାୟୀ, ମାତା ଲକ୍ଷ୍ମୀ ସ୍ୱଚ୍ଛତାକୁ ବହୁତ ଭଲ ପାଆନ୍ତି ଏବଂ ସେ ସେହି…
କୈଳାଶ ଚନ୍ଦ୍ର ଚୌଧୁରୀ ବ୍ରହ୍ମପୁର: ଗତକାଲି ମୁଖ୍ୟମନ୍ତ୍ରୀଙ୍କ ସଚିବ ଭି କେ ପାଣ୍ଡିଆନ୍ ଙ୍କ ଗଞ୍ଜାମ ଜିଲ୍ଲାରେ ସମୀକ୍ଷା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ୫ ଟି ସଚିବ ଭି କେ ପାଣ୍ଡିଆନ୍ ହେଲିକ୍ୟାପ୍ଟରରୁ ଓହ୍ଲାଇ କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ତାଙ୍କର ସମୀକ୍ଷା କାର୍ଯ୍ୟକ୍ରମରେ ଯାଉଥିବା ବେଳେ ନାଲି ରଙ୍ଗର ପୋଷାକ ପିନ୍ଧିଥିବା ପୋଲିସ କର୍ମଚାରୀଙ୍କୁ ଦେଖିବାକୁ ମିଳିଥିଲା। ଗୁରୁବାର ଦିନ ଗୋପାଳପୁର ବିଧାୟକ ଡଃ ପ୍ରଦୀପ କୁମାର ପାଣିଗ୍ରାହୀ ଭୁବନେଶ୍ୱରରେ ଏକ ସାମ୍ବାଦିକ ସମ୍ମିଳନୀରେ ଖୋଲା ଚାଲେଞ୍ଜ ଦେଇଥିଲେ, ସେ ଯେମିତି ହେଲେ ମଧ୍ୟ ୫ ଟି ସଚିବଙ୍କ କାର୍ଯ୍ୟକ୍ରମରେ ଉପସ୍ଥିତ ରହିବେ। ସେହି ପ୍ରକାରେ ସେ ଉକ୍ତ କାର୍ଯ୍ୟକ୍ରମକୁ ଆସିବା ବେଳେ ଲାଞ୍ଜିପଲୀ ଓଭର୍ ବ୍ରଜ୍ ନିକଟରେ ବିଜେଡି କର୍ମୀ ମାନେ ତାଙ୍କୁ ଅଟକାଇ ଗାଡି ଉପରେ ବସି ହୋ ହାଲ୍ଲା କରିଥିଲେ। ଯାହା ଫଳରେ ଅଶାନ୍ତ ପରିବେଶ ସୃଷ୍ଟି ହୋଇଥିଲା। ଏହି ସମୟରେ ଉପସ୍ଥିତ ପୋଲିସ କର୍ମଚାରୀ…
ଭୁବନେଶ୍ଵର: ରକ୍ଷା ବନ୍ଧନ ବା ରାକ୍ଷୀ ପୂର୍ଣ୍ଣିମା ସାଧାରଣତଃ ଶ୍ରାବଣ ପୂର୍ଣ୍ଣିମାରେ ପାଳନ କରାଯାଇଥାଏ। ଏହି ଦିନଟି ହିନ୍ଦୁମାନଙ୍କର ଏକ ବଡ ପର୍ବ ଭାବେ ପରିଚିତ। ଏହିଦିନ ଭାଇଭଉଣୀଙ୍କ ପବିତ୍ର ସଂପର୍କର ଦିନ ହିସାବରେ ଗଣା ଯାଇଥାଏ। ତେବେ ଏହି ରାକ୍ଷା ବନ୍ଧନ ନେଇ ପୁରାଣରେ ଅନେକ କଥା ରହିଛି। ସେ ମଧ୍ୟରେ ଅସୁର ସମ୍ରାଟ ବଳିଙ୍କ ସହ ମା ଲକ୍ଷ୍ମୀ ଏବଂ ଶ୍ରୀକୃଷ୍ଣ ସହ ଦ୍ରୌପଦୀଙ୍କ କାହାଣୀ ବେଶ୍ ଲୋକପ୍ରିୟ। ବିଷ୍ଣୁପୁରାଣ ରକ୍ଷା ବନ୍ଧନ- ଅସୁର ସମ୍ରାଟ ବଳି, ଭଗବାନ ବିଷ୍ଣୁଙ୍କର ଜଣେ ବଡ ଭକ୍ତ ଥିଲେ, ତାଙ୍କ ଉପରେ କୈଣସି ବିପଦ ଆସୁ ଏହା ବିଷ୍ଣୁ ଚାହୁଁ ନ ଥିଲେ । ତେଣୁ ବଳି ଉପରେ ବିପଦ ଥିବା ଜାଣି ବିଷ୍ଣୁ ବୈକୁଣ୍ଠ ତ୍ୟାଗକରି ବଳିର ରାଜ ପ୍ରାସାଦରେ ଅବସ୍ଥାନ କଲେ । ତେଣେ ମହାଲକ୍ଷ୍ମୀ ଏହା ଚାହୁଁ ନଥିଲେ । ସେ ଚାହୁଁ ଥିଲେ ବିଷ୍ଣୁ ତାଙ୍କ ସହ ବୈକୁଣ୍ଠରେ…
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ସକାଳ ପ୍ରାୟ ୭:୧୫ ରେ ବେଙ୍ଗାଲୁରୁସ୍ଥିତ ଇସ୍ରୋ ଟେଲିମେଟ୍ରି ଟ୍ରାକିଂ ଆଣ୍ଡ କମାଣ୍ଡ ନେଟୱାର୍କ (ଆଇଏସଟ୍ରାକ୍) ପରିଦର୍ଶନ କରିବେ। ଦକ୍ଷିଣ ଆଫ୍ରିକା ଓ ଗ୍ରୀସ ଗସ୍ତରୁ ଫେରିବା ପରେ ସେ ତୁରନ୍ତ ବେଙ୍ଗାଲୁରୁରେ ପହଞ୍ଚିବେ। ପ୍ରଧାନମନ୍ତ୍ରୀ ଚନ୍ଦ୍ରଯାନ-୩ ମିଶନରେ ସାମିଲ ଇସ୍ରୋ ବୈଜ୍ଞାନିକମାନଙ୍କୁ ଭେଟିବେ ଏବଂ ଆଲୋଚନା କରିବେ। ଚନ୍ଦ୍ରଯାନ-୩ ମିଶନର ଅନୁସନ୍ଧାନ ଓ ଅଗ୍ରଗତି ସମ୍ପର୍କରେ ମଧ୍ୟ ତାଙ୍କୁ ଅବଗତ କରାଯିବ।
ମେଷ : ବ୍ୟବସାୟରେ ଲାଭ ହେବ । ବିନିଯୋଗ ଭଲ ହେବ । ଦୂରରୁ ସୁସମାଚାର ଗ୍ରହଣ କରାଯିବ । ଅତିଥିମାନେ ଘରେ ପହଞ୍ଚିବେ । ଆତ୍ମବିଶ୍ୱାସ ବୃଦ୍ଧି ପାଇବ । ରିସ୍କ ନେବାକୁ ସାହସ କର । ସ୍ୱାସ୍ଥ୍ୟ ଏବଂ ଶିଶୁ ପକ୍ଷରୁ ଅଧ୍ୟୟନ ସମ୍ବନ୍ଧୀୟ ଚିନ୍ତା ରହିବ । ଦୁଷ୍ଟ ଲୋକମାନଙ୍କଠାରୁ ଦୂରରେ ରୁହ । କ୍ଷତି ସମ୍ଭବ । ଭାଇମାନେ ସମର୍ଥନ ପାଇବେ । ବୃଷ : ଆପଣ ପ୍ରିୟ ଖାଦ୍ୟ ଉପଭୋଗ କରିବେ । ବ୍ୟବସାୟରେ ଅଭିବୃଦ୍ଧି ହେବାର ସମ୍ଭାବନା ଅଛି । ଏକ ଉତ୍ସବରେ ଅଂଶଗ୍ରହଣ କରିବାର ସୁଯୋଗ ମିଳିବ । ଛାତ୍ରଛାତ୍ରୀ ପାଠପଢାରେ ସଫଳତା ହାସଲ କରିବ । ପରିବାର ଏବଂ ସାଙ୍ଗମାନଙ୍କ ସହିତ ସମୟ ଖୁସିରେ ବିତାଇବେ । ଶାରୀରିକ ଯନ୍ତ୍ରଣା ସମ୍ଭାବନା, ସାବଧାନ ରୁହ । ବିନିଯୋଗ ଭଲ ହେବ । ତୀର୍ଥଯାତ୍ରା ଯୋଜନା କରାଯାଇପାରେ । ମିଥୁନ : କୈଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି…
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୫ ଅଗଷ୍ଟ ୨୦୨୩ ରେ ଏଥେନ୍ସ ଠାରେ ଗ୍ରୀସର ପ୍ରଧାନମନ୍ତ୍ରୀ କିରିଆକୋସ୍ ମିତ୍ସୋତାକିସଙ୍କୁ ଭେଟିଥିଲେ। ଦୁଇ ନେତା ବ୍ୟକ୍ତିଗତ ଓ ପ୍ରତିନିଧି ସ୍ତରୀୟ ଆଲୋଚନା କରିଥିଲେ। ପ୍ରଧାନମନ୍ତ୍ରୀ ଗ୍ରୀସର ଜଙ୍ଗଲରେ ନିଆଁ ଲାଗିବା ଘଟଣାରେ ଜୀବନ ଓ ସମ୍ପତ୍ତି କ୍ଷୟକ୍ଷତି ପାଇଁ ଗଭୀର ସମ୍ବେଦନା ପ୍ରକାଶ କରିଥିଲେ। ଚନ୍ଦ୍ରଯାନ ଅଭିଯାନର ସଫଳତା ପାଇଁ ପ୍ରଧାନମନ୍ତ୍ରୀ ମିତ୍ସୋତାକିସ୍ ପ୍ରଧାନମନ୍ତ୍ରୀଙ୍କୁ ଅଭିନନ୍ଦନ ଜଣାଇବା ସହ ଏହାକୁ ମାନବ ସମାଜ ପାଇଁ ଏକ ସଫଳତା ବୋଲି ଅଭିହିତ କରିଛନ୍ତି। ବାଣିଜ୍ୟ ଓ ପୁଞ୍ଜିନିବେଶ, ପ୍ରତିରକ୍ଷା ଓ ନିରାପତ୍ତା, ବୈଷୟିକ ଜ୍ଞାନକୌଶଳ, ଭିତ୍ତିଭୂମି, ଡିଜିଟାଲ ଦେୟ, ଜାହାଜ ଚଳାଚଳ, ଔଷଧ, କୃଷି, ଗମନାଗମନ, ପର୍ଯ୍ୟଟନ, ଦକ୍ଷତା ବିକାଶ, ସଂସ୍କୃତି, ଶିକ୍ଷା ଏବଂ ଲୋକମାନଙ୍କ ମଧ୍ୟରେ ସମ୍ପର୍କ ସମେତ ଦ୍ୱିପାକ୍ଷିକ ଭାଗିଦାରୀର ବିଭିନ୍ନ ଦିଗ ଉପରେ ଆଲୋଚନା ହୋଇଥିଲା। ସେମାନେ ଇୟୁ, ଭାରତ – ପ୍ରଶାନ୍ତ ମହାସାଗର ଏବଂ ଭୂମଧ୍ୟସାଗର ସମେତ ଆଞ୍ଚଳିକ…
ଖୋର୍ଦ୍ଧା: ଖୋର୍ଦ୍ଧା ଟାଉନ ଥାନା ପୋଲିସକୁ ବଡ଼ ସଫଳତା ମିଳିଛି। ୩୧ ଲକ୍ଷ ଟଙ୍କାର ବ୍ରାଉନ ସୁଗାର ଜବତ ସହ ୨ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ। ଏ ନେଇ ସଦର ଏସଡିପିଓ ଦିଲ୍ଲୀପ କୁମାର ଦାସ ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ସୂଚନା ଦେଇଛନ୍ତି। ସୂଚନା ମୁତାବକ ଟାଉନ ଥାନା ଅନ୍ତର୍ଗତ ଗୁରୁଜଙ୍ଗ ସ୍ଥିତ ଗିନି ଫାକ୍ଟ୍ରି ନିକଟରେ ବେଆଇନ ବ୍ରାଉନ ସୁଗାର କାରବାର ଚାଲିଥିବାର ଖବର ପାଇଥିଲା ପୋଲିସ। ଏସପିଙ୍କ ନିର୍ଦ୍ଦେଶକ୍ରମେ ଏବଂ ଏସଡିପିଓ ଓ ଆଇଆଇସିଙ୍କ ତତ୍ୱାବଧାନରେ ଏକ ଟିମ ଗଠନ କରାଯାଇ ସମ୍ପୃକ୍ତ ସ୍ଥାନରେ ଚଢ଼ାଉ କରାଯାଇଥିଲା। ଚଢ଼ାଉ ବେଳେ ୨ ଅଭିଯୁକ୍ତ ଗିରଫ ହୋଇଛନ୍ତି। ଅଭିଯୁକ୍ତ ଦ୍ବୟ ହେଲେ ପୁରୀ ଜିଲ୍ଲା ପିପିଲି ଥାନା ଅଞ୍ଚଳର ମହମଦ ରହିମ (୨୭) ଏବଂ ପଶ୍ଚିମବଙ୍ଗ ଦକ୍ଷିଣ ୨୪ ପ୍ରଗଣା ଜିଲ୍ଲା ଅନ୍ତର୍ଗତ ବରେଇପୁର ଥାନା ଅଞ୍ଚଳର ଆସିଫ ଖାନ (୩୮)। ଉଭୟ ଙ୍କ ନିକଟରୁ ୩୧୦…
ନୂଆଦିଲ୍ଲୀ: ବିଶ୍ୱ ଆଥଲେଟିକ୍ସ ଚାମ୍ପିଅନସିପ୍-୨୦୨୩ ରେ ଭାରତୀୟ ଆଥଲେଟ୍ ନୀରଜ ଚୋପ୍ରା ଚମତ୍କାର ପ୍ରଦର୍ଶନ କରିଛନ୍ତି। ସେ ପୁରୁଷ ଜାଭେଲିନ୍ ଥ୍ରୋ ଇଭେଣ୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। ନୀରଜ ତାଙ୍କର ପ୍ରଥମ ପ୍ରୟାସରେ ୮୮.୭୭ ମିଟର ଦୂରତାକୁ ଜାଭେଲିନ୍ ଫିଙ୍ଗିଥିଲେ। ସ୍ୱିଡେନର ବୁଡାପେଷ୍ଟରେ ଆୟୋଜିତ ହେଉ ଥିବା ବିଶ୍ୱ ଆଥଲେଟିକ୍ସ ଚାମ୍ପିଅନସିପ୍ ର ଫାଇନାଲ ମ୍ୟାଚ୍ ଅଗଷ୍ଟ ୨୭ ତାରିଖରେ ଅନୁଷ୍ଠିତ ହେବ। ଚଳିତ ସିଜନରେ ନୀରଜ ତାଙ୍କର ସର୍ବୋତ୍ତମ ପ୍ରଦର୍ଶନ ଦେଇଛନ୍ତି। ଏହାପୂର୍ବରୁ, ୮୮.୬୭ ମିଟର ତାଙ୍କର ସର୍ବୋତ୍ତମ ପ୍ରଦର୍ଶନ ଥିଲା। ସେ ପ୍ୟାରିସ ଅଲିମ୍ପିକ୍ସ ପାଇଁ ମଧ୍ୟ ଯୋଗ୍ୟତା ଅର୍ଜନ କରିଛନ୍ତି। ଆସନ୍ତା ବର୍ଷ ଜୁଲାଇ ୨୬ ରୁ ଅଗଷ୍ଟ ୧୧ ପର୍ଯ୍ୟନ୍ତ ପ୍ୟାରିସ୍ ଅଲିମ୍ପିକ୍ସ ଅନୁଷ୍ଠିତ ହେବ। ବିଶ୍ୱ ଆଥଲେଟିକ୍ସ ଚାମ୍ପିଅନସିପ୍-୨୦୨୩ ରେ ନୀରଜଙ୍କ ସହ ଭାରତର ଡିପି ମନୁ ମଧ୍ୟ ଜାଭେଲିନ୍ ଥ୍ରୋ ଇଭେଣ୍ଟରେ ଭାଗ ନେଉଛନ୍ତି। ସେ ପ୍ରଥମ ପ୍ରୟାସରେ ୭୮.୧ ମିଟର ଦୂରତାକୁ…
ଖୋର୍ଦ୍ଧା: ଖୋର୍ଦ୍ଧା ପୂର୍ତ୍ତ ବିଭାଗ ଡାକ ବଙ୍ଗଳାରେ ଆନୁଷ୍ଠାନିକ ଭାବେ ଉତ୍କଳ ସାମ୍ବାଦିକ ସଂଘର ରାଜ୍ୟ ସ୍ତରୀୟ କାର୍ଯ୍ୟକାରିଣୀ ବୈଠକ ସହ ଜିଲ୍ଲା ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଏକ ଜରୁରୀକାଳୀନ ବୈଠକ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ଜିଲ୍ଲା ସଭାପତି ପ୍ରଭାତ କୁମାର ମିଶ୍ରଙ୍କ ସଭାପତିତ୍ୱରେ ଜିଲ୍ଲା ସମ୍ପାଦକ ଅଜିତ କୁମାର ସାହୁ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଏହି ବୈଠକରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସତ୍ୟ ନାରାୟଣ ପାଇକରାୟ, ଉପଦେଷ୍ଟା ଉମା ଶଙ୍କର ପ୍ରସାଦଙ୍କ ସମେତ ଜିଲ୍ଲା ତଥା ବ୍ଲକ ସ୍ତରୀୟ ସାମ୍ବାଦିକମାନେ ବହୁ ମାତ୍ରାରେ ଯୋଗ ଦେଇଥିଲେ। ଆଗାମି ଅକ୍ଟୋବର ମାସରେ ପାଳିତ ହେବାକୁ ଥିବା ବାର୍ଷିକ ଉତ୍ସବ ସମ୍ବନ୍ଧରେ ବିସ୍ତୃତ ଆଲୋଚନା କରାଯାଇଥିଲା। ସର୍ବସହମତି କ୍ରମେ ଶାନ୍ତି ଶୃଙ୍ଖଳାର ସହ ବହୁ ଆଡମ୍ବରରେ ବାର୍ଷିକୋତ୍ସବ ପାଳନ ନିମନ୍ତେ ବହୁମତ ପ୍ରକାଶ ପାଇଥିଲା। କାର୍ଯ୍ୟକ୍ରମ ପରିଚାଳନା ନିମିତ୍ତ ୧୬ ଜଣିଆ କମିଟି ଚୟନ କରାଯାଇଛି। ଉକ୍ତ…
ବାଲୁଗାଁ (ସୀତାରାମ ଅଗ୍ରୱାଲ): ଖୋର୍ଦ୍ଧା ଜିଲ୍ଲା ୧୬ ନଂ ଜାତୀୟ ରାଜପଥ ଅନ୍ତର୍ଗତ ବାଲୁଗାଁ-ବାଣପୁର ବାଇପାସ ବେଲପଡା ଛକ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି। ଯେଉଁଥିରେ ଜଣେ ଗୁରୁତର ଭାବେ ଆହତ ହୋଇଛନ୍ତି। ଖବର ମୁତାବକ ଆଜି ଅପରାହ୍ନରେ ଏକ କୁକୁଡ଼ା ବୋଝେଇ ଗାଡି ଯାଉଥିବା ବେଳେ ପଛ ପାର୍ଶ୍ୱରୁ ଏକ ଧାନ ବୋଝେଇ ପିକଅପ ଧକ୍କା ଦେଇଥିଲା। ଯାହାଫଳରେ ପିକଅପରରେ ବସିଥିବା ଭୀମପୁର ଗ୍ରାମର ନାରାୟଣ ସାହୁଙ୍କ ପୁଅ ଅକ୍ଷୟ କୁମାର ସାହୁ (୫୦) ଗୁରୁତର ଆହତ ହୋଇଛନ୍ତି। ସ୍ଥାନୀୟ ଲୋକଙ୍କ ସହାୟତାରେ ଆହତଙ୍କୁ ବାଲୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ମାତ୍ର ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଭୁବନେଶ୍ୱର ଏମ୍ସ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଥିବା ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରିଣୀ ରଶ୍ମି ରେଖା ଜେନା କହିଛନ୍ତି। ଦୁର୍ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି।
ବେଗୁନିଆପଡା (ଟୁକୁନା ପ୍ରଧାନ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ତାଙ୍କ ବ୍ୟକ୍ତିଗତ ସଚିବ ତଥା ୫-ଟି ସଚିବ ଭି.କେ. ପାଣ୍ଡିଆନ ଆଜି ଠାରୁ ତିନିଦିନିଆ ଗଞ୍ଜାମ ଗସ୍ତ କରିଛନ୍ତି। ଆଜି ସକାଳେ ପ୍ରଥମେ ବେଗୁନିଆପଡ଼ା ବ୍ଳକ ବୁରୁଝୁରୀ ଠାରେ ସାଧାରଣ ସଭାରେ ଯୋଗ ଦେଇ ମହା ବିଦ୍ୟାଳୟ ଛାତ୍ରଛାତ୍ରୀ ଏବଂ ମିଶନ୍ ଶକ୍ତି ମହିଳା ଗୋଷ୍ଠୀଙ୍କ ସହ ଆଲୋଚନା କରିଛନ୍ତି। ମହିଳା ସ୍ଵୟଂ ସହାୟିକା ଗୋଷ୍ଠୀ ଓ ସ୍କୁଲ, କଲେଜ ଛାତ୍ରଛାତ୍ରୀଙ୍କ ସହ ଭାବ ବିନିମୟ କରିଛନ୍ତି। ସେମାନଙ୍କୁ ଭବିଷ୍ୟତ ପାଇଁ ମାର୍ଗଦର୍ଶନ କରିବା ସହ ରାଜ୍ୟର ବିକାଶରେ ସେମାନଙ୍କ ଯୋଗଦାନକୁ ବ୍ୟାପକ କରିବାକୁ ଆହ୍ବାନ ଦେଇଛନ୍ତି ୫ ଟି ସଚିବ। ବୁରୁଝୁରୀ ବାଲିବଣ ସ୍ଥିତ ଶନି ମନ୍ଦିର ପଡ଼ିଆରେ ଜନ ଅଭିଯୋଗ ଶୁଣାଣିରେ ଯୋଗ ଦେଇଥିଲେ ୫ ଟି ସଚିବ। ଏହି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କବିସୂର୍ଯ୍ୟନଗର ବ୍ଲକ୍ ଓ ଏନ୍ ଏ ସି, ବେଗୁନିଆପଡ଼ା ବ୍ଲକ୍, କୋଦଳା ଏନ୍ଏସିର…
ଭୁବନେଶ୍ୱର: ୟୁରୋପର ସର୍ବୋଚ୍ଚ ଶିଖର ମାଉଂଟ ଏଲ୍ବ୍ରସ୍କୁ ସଫଳତାର ସହ ଆରୋହଣ କରିଥିବା ଡଃ ଆଦିତ୍ୟ ଖାଡଙ୍ଗାଙ୍କୁ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପକ୍ଷରୁ ଶୁକ୍ରବାର ସମ୍ବର୍ଦ୍ଧିତ କରାଯାଇଛି। ସୋଆର ଫ୍ୟାକଲ୍ଟି ଅଫ୍ ମେଡିସିନ୍ ଇନ୍ଷ୍ଟିଚ୍ୟୁଟ ଅଫ୍ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍ରେ ଇନ୍ଟର୍ଣ୍ଣ ଭାବେ ଡଃ ଖାଡଙ୍ଗା କାର୍ଯ୍ୟ କରୁଛନ୍ତି। ଗତ ଅଗଷ୍ଟ ୧୬ ତାରିଖ ଦିନ ପ୍ରତିକୂଳ ପାଗର ସାମ୍ନା କରି ୧୮,୫୧୦ ଫୁଟ ଉଚ୍ଚତାର ଏହି ଶୃଙ୍ଗକୁ ଡଃ ଖାଡଙ୍ଗା ଆରୋହଣ କରିଥିଲେ। ଦକ୍ଷିଣ ପଶ୍ଚିମ ଋଷର କାବାର୍ଡିନୋ-ବାଲ୍କାରିଆ ଅଂଚଳରେ ଅବସ୍ଥିତ ମାଉଂଟ ଏଲ୍ବ୍ରସ୍ରେ ଦୁଇଟି ସୁପ୍ତ ଆଗ୍ନେୟଗିରି ରହିଛି। ଆଇଏମ୍ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍ରୁ ସ୍ନାତକ ଡିଗ୍ରୀ ହାସଲ କରିଥିବା ଡଃ ଖାଡଙ୍ଗା ପୂର୍ବରୁ ଆଫ୍ରିକାର ୧୯,୩୪୧ ଫୁଟ ଉଚ୍ଚତା ବିଶିଷ୍ଟ ସର୍ବୋଚ୍ଚ ପର୍ବତ ମାଉଂଟ କିଲିମାଞ୍ଜାରୋ ଆରୋହଣ କରିବାକୁ ଉଦ୍ୟମ କରିଥିଲେ ମଧ୍ୟ ପ୍ରତିକୂଳ ପାଗ ଯୋଗୁଁ ଶିଖରରୁ ୫୦ ଫୁଟ ଦୂରତାରେ…
ନୂଆଦିଲ୍ଲୀ: ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଆଜି ଗଣମାଧ୍ୟମ ସଂସ୍ଥା, ଅନଲାଇନ୍ ବିଜ୍ଞାପନ ମଧ୍ୟସ୍ଥ ଏବଂ ସୋସିଆଲ ମିଡିଆ ପ୍ଲାଟଫର୍ମ ସମେତ ସବୁ ଅଂଶୀଦାରଙ୍କୁ କୌଣସି ରୂପରେ ବେଟିଂ/ଜୁଆ ଖେଳ ଉପରେ ବିଜ୍ଞାପନ/ପ୍ରଚାର ବିଷୟବସ୍ତୁ ପ୍ରସାରଣ କରିବା ଠାରୁ ତୁରନ୍ତ ଦୂରେଇ ରହିବାକୁ ପରାମର୍ଶ ଦେଇଛି । ଏହି ପରାମର୍ଶକୁ ପାଳନ ନକଲେ ଭାରତ ସରକାରଙ୍କ ପକ୍ଷରୁ ବିଭିନ୍ନ ଆଇନ ଅନୁଯାୟୀ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରେ ବୋଲି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ଜୁଆ ଆପ୍ ବ୍ୟବହାରକାରୀଙ୍କଠାରୁ ଯଥେଷ୍ଟ ଅର୍ଥ ଆଦାୟ କରିଥିବା ଏଜେଣ୍ଟମାନଙ୍କ ବିରୋଧରେ ନିକଟରେ କେନ୍ଦ୍ର ସରକାରଙ୍କ କାର୍ଯ୍ୟାନୁଷ୍ଠାନର ଉଦାହରଣ ଦେଇ ମନ୍ତ୍ରଣାଳୟ କହିଛି ଯେ ଜୁଆ/ବେଟିଂ ପ୍ଲାଟଫର୍ମର ବିଜ୍ଞାପନ ଉପଭୋକ୍ତା, ବିଶେଷକରି ଯୁବବର୍ଗ ଏବଂ ପିଲାମାନଙ୍କ ପାଇଁ ଗମ୍ଭୀର ଆର୍ଥିକ ଏବଂ ସାମାଜିକ-ଆର୍ଥିକ ବିପଦ ସୃଷ୍ଟି କରିଥାଏ। ଏଥିରେ ଆହୁରି ମଧ୍ୟ କୁହାଯାଇଛି ଯେ ଏହି ବ୍ୟବସ୍ଥାର ବେଆଇନ ଅର୍ଥ କାରବାର ନେଟୱର୍କ ସହିତ ସମ୍ପର୍କ ରହିଛି, ଯାହା ଦେଶର ଆର୍ଥିକ ନିରାପତ୍ତା ପ୍ରତି ବିପଦ ସୃଷ୍ଟି କରୁଛି। ମନ୍ତ୍ରଣାଳୟ ନିଜର ମାର୍ଗଦର୍ଶିକାରେ କହିଛି ଯେ ଏସବୁ ବେଆଇନ କାର୍ଯ୍ୟ ସହିତ ଏଭଳି ବିଜ୍ଞାପନ ପାଇଁ କଳାଧନ ବ୍ୟବହାର କରାଯିବାର…
ନୂଆଦିଲ୍ଲୀ: ଗ୍ରୀସ୍ ରାଷ୍ଟ୍ରପତି କାଟେରିନା ସାକେଲାରୋପୋଉଲୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଗ୍ରାଣ୍ଡ କ୍ରସ୍ ଅଫ୍ ଦି ଅର୍ଡର ଅଫ୍ ଅନରରେ ସମ୍ମାନିତ କରିଛନ୍ତି। ଅର୍ଡର ଅଫ୍ ଅନର ୧୯୭୫ ମସିହାରେ ସ୍ଥାପିତ ହୋଇଥିଲା। ତାରାର ସମ୍ମୁଖ ପାର୍ଶ୍ୱରେ ଦେବୀ ଏଥେନାଙ୍କ ମୁଣ୍ଡକୁ “କେବଳ ସତ୍ପୁରୁଷମାନଙ୍କୁ ସମ୍ମାନ ଦିଆଯିବା ଉଚିତ” ଲେଖା ସହିତ ଚିତ୍ରିତ କରାଯାଇଛି। ଗ୍ରାଣ୍ଡ କ୍ରସ୍ ଅଫ୍ ଦି ଅର୍ଡର ଅଫ୍ ଅନର ଗ୍ରୀସର ରାଷ୍ଟ୍ରପତି ପ୍ରଧାନମନ୍ତ୍ରୀ ଏବଂ ବିଶିଷ୍ଟ ବ୍ୟକ୍ତିବିଶେଷଙ୍କୁ ପ୍ରଦାନ କରନ୍ତି, ଯେଉଁମାନେ ସେମାନଙ୍କର ଉଲ୍ଲେଖନୀୟ ପଦବୀ କାରଣରୁ ଗ୍ରୀସର ମର୍ଯ୍ୟାଦା ବୃଦ୍ଧି କରିବାରେ ଅବଦାନ ଦେଇଥାନ୍ତି। ପ୍ରଶଂସାପତ୍ରରେ କୁହାଯାଇଛି- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଭାରତୀୟ ବନ୍ଧୁମାନଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି। ଏହି ଗସ୍ତ ଅବସରରେ ଗ୍ରୀକ୍ ରାଷ୍ଟ୍ର ଭାରତର ପ୍ରଧାନମନ୍ତ୍ରୀଙ୍କୁ ସମ୍ମାନିତ କରିଛି, ଯିଏ କି ନିଜ ଦେଶର ବିଶ୍ୱସ୍ତରୀୟ ପହଂଚକୁ ନିରନ୍ତର ପ୍ରୋତ୍ସାହନ ଦେଇଛନ୍ତି ଏବଂ ଯିଏ ଭାରତର ଅର୍ଥନୈତିକ ପ୍ରଗତି…
ସୀତାରାମ ଅଗ୍ରୱାଲ ଟାଙ୍ଗୀ: ଓଡ଼ିଶା ବିଖ୍ୟାତ ପର୍ଯ୍ୟଟନ ସ୍ଥଳୀ ତଥା ତନ୍ତ୍ରପୀଠ ଶକ୍ତିପୀଠ ମା’ ଉଗ୍ରତାରା ପୀଠ କାର୍ଯ୍ୟାଳୟରେ ତାଲା ପଡିଛି। ମା ଉଗ୍ରତାରା ପାଇକ ଖଣ୍ଡାୟତ ମହାସଂଘର ସଦସ୍ୟମାନେ କାର୍ଯ୍ୟାଳୟରେ ତାଲା ପକାଇଦେଇଛନ୍ତି। ପାଇକ ମହାସଂଘ ସଂଗଠନର ୬୦ ପରିବାରର ସଦସ୍ୟମାନେ ମା’ ଉଗ୍ରତାରା ପୀଠ କାର୍ଯ୍ୟାଳୟରେ ତାଲା ପକାଇ ପ୍ରତିବାଦ ଓ ଧାରଣା ଦେଇଛନ୍ତି। ପାଇକ ମହାସଂଘର ଦାବି ଅନୁଯାୟୀ, ପାଇକମାନେ ମା’ ଉଗ୍ରତାରା ପୀଠର ପାଇକ ସେବକ। ମା’ ଉଗ୍ରତାରାଙ୍କ ସମସ୍ତ ପର୍ବପର୍ବାଣି ଜାନିଯାତ୍ରାରେ ମୂଖ୍ୟ ଭୂମିକା ନିଭାଉଥିବା ବେଳେ ଦୀର୍ଘଦିନ ହେବ ପାଇକ ମହାସଂଘ ପକ୍ଷରୁ ସ୍ଥାୟୀ ଭାବରେ ମନ୍ଦିର ନିକଟରେ ନିଜସ୍ୱ ଖର୍ଚ୍ଚରେ ଦୁଇ ବଖରା ପକ୍କାଘର କରି କାର୍ଯ୍ୟାଳୟ ଚଳାଉ ଆସୁଥିଲେ। ଜିଲ୍ଲା ପ୍ରଶାସନ ଓ ପାଇକ ମହାସଂଘର ନିଷ୍ପତ୍ତି କ୍ରମେ ଉକ୍ତ ଘରଟିରେ ମନ୍ଦିର କାର୍ଯ୍ୟାଳୟ ଚାଲୁଅଛି।ସେତେବେଳେ ପାଇକ ମହାସଂଘକୁ ଜିଲ୍ଲା ପ୍ରଶାସନ ଘରଭଡା ବାବଦରେ ଏକ ହଜାର ଟଙ୍କା ଦେବାକୁ…
ନୂଆଦିଲ୍ଲୀ: ୧୫ ତମ ବ୍ରିକ୍ସ ସମ୍ମିଳନୀ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦକ୍ଷିଣ ଆଫ୍ରିକା ଗସ୍ତରେ ଅଛନ୍ତି। ଗୁରୁବାର ଦିନ ଜୋହାନ୍ସବର୍ଗରେ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ ପରସ୍ପର ସହ କଥାବାର୍ତ୍ତା ହୋଇଥିବା ଦେଖିବାକୁ ମିଳିଥିଲା। ଦୁଇ ନେତାଙ୍କ ମଧ୍ୟରେ କୌଣସି ଆନୁଷ୍ଠାନିକ ବୈଠକ ହୋଇନଥିଲା, ବରଂ ଉଭୟ ନେତା ଚାଲିବା ସମୟରେ ପରସ୍ପର ସହ କଥାବାର୍ତ୍ତା ହେଉଥିଲେ। ବୈଦେଶିକ ସଚିବ ବିନୟ କ୍ୱାତ୍ରା କହିଛନ୍ତି ଯେ, ବ୍ରିକ୍ସ ବ୍ୟତୀତ ପ୍ରଧାନମନ୍ତ୍ରୀ ମୋଦୀ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ସହ ଆଲୋଚନା କରିଛନ୍ତି। ଉଭୟ ନେତା ସେମାନଙ୍କର ସମ୍ପୃକ୍ତ ଅଧିକାରୀମାନଙ୍କୁ ଶୀଘ୍ର ବିବାଦ ହ୍ରାସ କରିବା ପାଇଁ ଉଦ୍ୟମ ଜୋରଦାର କରିବାକୁ ନିର୍ଦ୍ଦେଶ ଦେବାକୁ ରାଜି ହୋଇଛନ୍ତି। ସେ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କୁ LAC ର ସମାଧାନ ହୋଇନଥିବା ପ୍ରସଙ୍ଗଗୁଡିକ ବିଷୟରେ ଅବଗତ କରିଛନ୍ତି। ଏହି ସମୟରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ,…
ଭୁବନେଶ୍ବର: ଲୋକକଳା ମାଧ୍ୟମରେ ବିଭିନ୍ନ ସରକାରୀ ଯୋଜନା ସଂପର୍କରେ ଜନସାଧାରଣରେ ସଚେତନତା ସୃଷ୍ଟି କରିବା ନିମନ୍ତେ ସ୍ଥାନୀୟ ଭଞ୍ଜକଳା ମଣ୍ତପରେ ଆୟୋଜିତ ରାଜ୍ୟସ୍ତରୀୟ ସଂସାଧନ ସଭ୍ୟ ପ୍ରଶିକ୍ଷଣ ଶିବିର ଉଦଯାପିତ ହୋଇଛି। ଉକ୍ତ ଉଦଯାପନୀ ଉତ୍ସବରେ ଯୋଗଦେଇ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ ଯୋଗଦେଇ କହିଲେ ଯେ ଲୋକକଳାର ବିଷୟବସ୍ତୁ ଅତ୍ୟନ୍ତ ହୃଦୟସ୍ପର୍ଶୀ। ପାରମ୍ପରିକ ନାଚ ଓ ଗୀତର ପ୍ରାସଙ୍ଗିକତା ଏବେ ମଧ୍ୟ ସୁସ୍ପଷ୍ଟ। ଏହା ମାଧ୍ୟମରେ ସଚେତନତା ସୃଷ୍ଟି ସକାରତ୍ମକ ପ୍ରଭାବ ପକାଇବ ବୋଲି ସେ ଉଲ୍ଲେଖ କରିଥିଲେ। ସେହିଭଳି ବିଭାଗୀୟ ନିର୍ଦ୍ଦେଶକ ଦିଲୀପ ରାଉତରାଏ ଲୋକକଳାର ପରମ୍ପରାକୁ ବଜାୟ ରଖିବାକୁ ସମସ୍ତଙ୍କ ଉଦ୍ୟମର ଆବଶ୍ୟକତା ଥିବା କହିଥିଲେ। ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁଯାୟୀ ଆସନ୍ତା ସେପ୍ଟେମ୍ବର ମାସ ୧୫ ତାରିଖରୁ ଗାଁରୁ ଆରମ୍ଭ କରି ସହର ପର୍ଯ୍ୟନ୍ତ ସମଗ୍ର ରାଜ୍ୟରେ ପାଲା, ଦାସକାଠିଆ, ଘୋଡାନାଚ ଏବଂ ସଂପୃକ୍ତ…
ମେଷ – ଆଜି ଆପଣଙ୍କ ପାଇଁ ଖୁସିରେ ପରିପୂର୍ଣ୍ଣ ଏକ ଭଲ ଦିନ । ଏହି ଦିନରେ ମଧ୍ୟ କାହାକୁ ଋଣ ଦିଅ ନାହିଁ ଏବଂ ଯଦି ଏହା ଦେବା ଆବଶ୍ୟକ, ତେବେ ଦାନକାରୀଙ୍କଠାରୁ ଲିଖିତ ଆକାରରେ ନିଅନ୍ତୁ ଯେ ସେ କେବେ ଟଙ୍କା ଫେରସ୍ତ କରିବେ । ସେହି ଲୋକମାନଙ୍କ ସହିତ କଥାବାର୍ତ୍ତା କରିବା ଏବଂ ଯୋଗାଯୋଗ କରିବା ଏକ ଭଲ ଦିନ, ଯାହାକୁ ଆପଣ କ୍ୱଚିତ୍ ଭେଟନ୍ତି । ଆପଣ ହଠାତ୍ ଅପ୍ରତ୍ୟାଶିତ ରୋମାନ୍ସ ପାଇପାରନ୍ତି, ଯଦି ଆପଣ ସାଙ୍ଗମାନଙ୍କ ସହିତ ସନ୍ଧ୍ୟା ପାଇଁ ବାହାରକୁ ଯାଆନ୍ତି । ସହର ବାହାରେ ଭ୍ରମଣ କରିବା ଅତ୍ୟନ୍ତ ଆରାମଦାୟକ ହେବ ନାହିଁ, କିନ୍ତୁ ଆବଶ୍ୟକ ପରିଚିତ ହେବା କ୍ଷେତ୍ରରେ ଲାଭଦାୟକ ପ୍ରମାଣିତ ହେବ । ଯଦି ତୁମେ ତୁମର ଜୀବନ ସାଥୀଙ୍କଠାରୁ ସ୍ନେହ ଆଶା କରୁଛ, ତେବେ ଏହି ଦିନ ତୁମର ଆଶା ପୂରଣ କରିପାରିବ । ହୃଦୟର ଜିନିଷକୁ…
ଭୁବନେଶ୍ଵର: ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା ଆଜି ଓଡ଼ିଶା ବିଦ୍ୟୁତ ସଂଚରଣ ନିଗମ ଲିମିଟେଡ୍ (ଓପିଟିସିଏଲ୍)ର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଟ୍ରାନ୍ସମିସନ ପ୍ରକଳ୍ପର ଅଗ୍ରଗତି ସମୀକ୍ଷା କରିଛନ୍ତି। ବୈଠକରେ ୨୨୦/୩୩ କେଭି ବାଲିଗୁଡା ଗ୍ରିଡ୍ ସବ୍ ଷ୍ଟେସନ ସମେତ ୨୨୦ କେଭି କେସିଙ୍ଗା-ବାଲିଗୁଡ଼ା ଲାଇନ୍, ୧୩୨ କେଭି ବୌଦ୍ଧ-ଫୁଲବାଣୀ ଡିସି ଲାଇନ୍, ୧୩୨ କେଭି ବୌଦ୍ଧ-କିଆକଟା ଡିସି ଲାଇନ୍, ୨୨୦ କେଭି ଲିଲୋ ଲାଇନ୍ରୁ ୨୨୦/୩୩ କେଭି ଦଶପଲ୍ଲା ଗ୍ରିଡ୍, ଦିଗପହଣ୍ଡି-ମୋହନା ଲାଇନ୍ରୁ ଆର.ଉଦୟଗିରି ଗ୍ରିଡକୁ ଲିଲୋ ଲାଇନ୍, ୨୨୦ କେଭି କେନ୍ଦୁଝର-ତୁରୁମୁଙ୍ଗା ଡିସି ଲାଇନ୍ ଆଦି ବିଭିନ୍ନ ପ୍ରକଳ୍ପର ଜଙ୍ଗଲ ମଞ୍ଜୁରୀ ପ୍ରସଙ୍ଗରେ ବିସ୍ତୃତ ଆଲୋଚନା ହୋଇଥିଲା। ଗୁଣାତ୍ମକ ଏବଂ ବିଶ୍ୱସନୀୟ ବିଦ୍ୟୁତ ଯୋଗାଣକୁ ସୁନିଶ୍ଚିତ କରିବାରେ ଏହି ପ୍ରକଳ୍ପଗୁଡ଼ିକର ଗୁରୁତ୍ୱକୁ ଦୃଷ୍ଟିରେ ରଖି ମୁଖ୍ୟ ଶାସନ ସଚିବ ଓପିଟିସିଏଲକୁ ଜଙ୍ଗଲ ମଞ୍ଜୁରୀ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବାକୁ ପରାମର୍ଶ ଦେଇଥିଲେ।

