Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଆଧାର ଭିତ୍ତିକ ପେମେଣ୍ଟ ବ୍ୟବସ୍ଥା (ଏବିପିଏସ୍‌)ର ସମୀକ୍ଷା
ଆଜିର ଖବର

ଆଧାର ଭିତ୍ତିକ ପେମେଣ୍ଟ ବ୍ୟବସ୍ଥା (ଏବିପିଏସ୍‌)ର ସମୀକ୍ଷା

August 31, 2023No Comments3 Mins Read
Share Facebook Twitter LinkedIn Email WhatsApp Copy Link
Labour
ଶ୍ରମିକଙ୍କ ପିଲାମାନଙ୍କ ପାଇଁ ଛାତ୍ର ବୃତ୍ତି ପୋର୍ଟାଲରେ ଆବେଦନ ଆହ୍ୱାନ

ନୂଆଦିଲ୍ଲୀ: ସରକାରଙ୍କ ବିଭିନ୍ନ ଯୋଜନାରେ କାମ କରିବାକୁ ଆସୁଥିବା ହିତାଧିକାରୀ ବ୍ୟାଙ୍କ ଆକାଉଣ୍ଟକୁ ଅପଡେଟ କରିବାରେ ବିଳମ୍ବ ଘଟୁଥିବା ଘଟଣା କେନ୍ଦ୍ର ସରକାରଙ୍କ ଦୃଷ୍ଟିକୁ ଆସିଛି। ବ୍ୟାଙ୍କ ଆକାଉଣ୍ଟ ନମ୍ବର ଯଥାଶୀଘ୍ର ଅପଡେଟ ହେବା କଥା। ଏହି ଦାୟିତ୍ୱ ସମ୍ପୃକ୍ତ ବ୍ୟାଙ୍କର ପ୍ରୋଗ୍ରାମ ଅଫିସରଙ୍କ ଉପରେ ନ୍ୟସ୍ତ। ତେବେ ହିତାଧିକାରୀ ସମ୍ପୃକ୍ତ ଅଧିକାରୀଙ୍କ ପାଖରେ ଠିକ୍ ସମୟରେ ନିଜର ନୂଆ ଆକାଉଣ୍ଟ ନମ୍ବର ଦାଖଲ ନ କରିବାରୁ ତାହା ଅପଡେଟ୍ ହୋଇ ପାରୁନାହିଁ। ଏହା ଫଳରେ ସମ୍ପୃକ୍ତ ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ ମଜୁରି ବାବଦ ପ୍ରାପ୍ୟ ପଠାଇବା ସମ୍ଭବ ହେଉନି। ପୁରୁଣା ଆକାଉଣ୍ଟରେ ସେ ଟଙ୍କା ପଠାଇଲେ ତାହା ଫେରିଆସୁଛି।

ବିଭିନ୍ନ ସମ୍ପୃକ୍ତ ପକ୍ଷଙ୍କ ସହ ଆଲୋଚନା ଓ ପରାମର୍ଶ କରିବା ପରେ ଏହା ଜଣାପଡିଲା ଯେ ଏହି ଅସୁବିଧାକୁ ଦୂର କରିବାକୁ ଆଧାର ପେମେଣ୍ଟ ବ୍ରିଜ୍ ସିଷ୍ଟମ (ଏପିବିଏସ୍ ) ଶ୍ରମିକ /ହିତାଧିକାରୀଙ୍କୁ ମଜୁରି ପ୍ରଦାନ କରିବାରରଶ୍ରେଷ୍ଠ ମାର୍ଗ। ଏହା ମାଧ୍ୟମରେ ଡିବିଟି ବ୍ୟବସ୍ଥାକୁ ସଫଳତାର ସହିତ କାର୍ଯ୍ୟକାରୀ କରାଯାଇପାରିବ। ଏହା ଫଳରେ ହିତାଧିକାରୀଙ୍କୁ ଠିକ୍ ସମୟରେ ସେମାନଙ୍କ ମଜୁରି ମିଳିବ।

ସ୍କିମ୍ ଡାଟାବେସ୍‌ରେ ଥରେ ଆଧାର ଅପଟେଡ୍ ହୋଇଗଲେ ହିତାଧିକାରୀ ନିଜର କର୍ମସ୍ଥଳ ବଦଳ କଲେ ବାରମ୍ବାର ବ୍ୟାଙ୍କ ଆକାଉଣ୍ଟ ଅପଡେଟ ବା ବଦଳାଇବାର ଆବଶ୍ୟକତା ପଡିବ ନାହିଁ । ଆଧାର ସମ୍ପୃକ୍ତ ଥିବା ବ୍ୟାଙ୍କ ଆକାଉଣ୍ଟ ନମ୍ବର ବା ଖାତାକୁ ହିତାଧିକାରୀଙ୍କ ମଜୁରି ସିଧାସଳଖ ପଠାଯାଇପାରିବ। ଯାହାର ଏକାଧିକ ବ୍ୟାଙ୍କ ଆକାଉଣ୍ଟ ଥିବ (ଏହା ଅବଶ୍ୟ ଏମ୍‌ଜିନରେଗା ଭଳି ଯୋଜନାରେ ବିରଳ) ତାଙ୍କୁ ନିଜ ଆକାଉଣ୍ଟକୁ ବାଛିବାକୁ ପଡିବ।

ଭାରତୀୟ ଜାତୀୟ ପେମେଣ୍ଟ କର୍ପୋରେସନ (ଏନ୍‌ପିସିଆଇ)ର ଡାଟା ଅନୁସାରେ ଯେଉଁଠି ଆଧାର ଡିବିଟ ସହିତ ଲିଙ୍କ ହୋଇଛି ସେଠାରେ ମଜୁରୀ ପ୍ରେରଣ ଜନିତ ସଫଳତା ୯୯.୫୫% ବା ତା’ଠାରୁ ଅଧିକ। ଆକାଉଣ୍ଟଭିତ୍ତିକ ପେମେଣ୍ଟ ବ୍ୟବସ୍ଥାରେ ଏହି ସଫଳତା ହାର ପ୍ରାୟ ୯୮%। ଏପିବିଏସ୍ ପ୍ରକୃତ ହିତାଧିକାରୀଙ୍କୁ ସେମାନଙ୍କ ମଜୁରି ପାଇବାରେ ସାହାଯ୍ୟ କରୁଛି। ଏହା ଦ୍ୱାରା ନକଲି ହିତାଧିକାରୀ ଧରା ପଡୁଛନ୍ତି ଓ ପ୍ରାପ୍ୟ ପ୍ରଦାନରେ ଦୁର୍ନୀତି ସୁଯୋଗ ରହୁନାହିଁ।

ଏମ୍‌ଜିନରେଗାରେ ଆଧାରଭିତ୍ତିକ ପେମେଣ୍ଟ ବ୍ୟବସ୍ଥା କାର୍ଯ୍ୟକାରୀ ହୋଇ ନ ଥିଲା। ଏଥିରେ ଆଧାର ଭିତ୍ତିକ ପେମେଣ୍ଟ ବ୍ରିଜ ସିଷ୍ଟମ କାର୍ଯ୍ୟକାରୀ ହେଉଥିଲା। ଆଧାରଭିତ୍ତିକ ପେମେଣ୍ଟ ସିଷ୍ଟମ (ଏବିପିଏସ୍‌)ର ସମୀକ୍ଷା କରାଯାଇଛି। ଏବେ ମଜୁରି ପ୍ରଦାନର ମିଳିତ ମାର୍ଗ ଯଥା ଏନ୍‌ଏସିଏଚ୍ ଓ ଏବିପିଏସ୍ ରୁଟ୍‌କୁ ୨୦୨୩ ଡିସେମ୍ବର ୩୧ବା ଅନ୍ୟାଦେଶ ପର୍ଯ୍ୟନ୍ତ ବ୍ୟବହାର କରିବାର ସମୟ ମିଆଦ ବଢାଇ ଦିଆଯାଇଛି।

ମନ୍ତ୍ରଣାଳୟ ପକ୍ଷରୁ ରାଜ୍ୟ ସରକାରମାନଙ୍କୁ ସ୍ପଷ୍ଟ କରିଦିଆଯାଇଛି ଯେ ଯେଉଁ ହିତାଧିକାରୀମାନେ କାମ ପାଇଁ ଆସିବେ ସେମାନଙ୍କୁ ‘ଆଧାର’ ନମ୍ବର ଦେବାକୁ ଅନୁରୋଧ କରାଯିବ ଏବଂ ସେଥିପାଇଁ କାମରୁ ବଂଚିତ କରାଯାଇପାରିବ ନାହିଁ। ଯଦି ଜଣେ ହିତାଧିକାରୀ କାମ ମାଗୁନାହିଁ, ସେ କ୍ଷେତ୍ରରେ ଏପିବିଏସ୍ ପାଇଁ ତାହାର ଯୋଗ୍ୟତା ଓ ଭବିଷ୍ୟତରେ କାମ କରିବାର ଦାବି ପ୍ରଭାବିତ ହେବ ନାହିଁ। କାମ କରିବା ବାଲା ଏପିବିଏସ ପାଇଁ ଯୋଗ୍ୟ ନୁହେଁ ବୋଲି ଦର୍ଶାଇ ତାହାର ଜବ୍‌କାର୍ଡକୁ ଡିଲିଟ କରି ହେବନାହିଁ।

ଏମ୍‌ଜିନରେଗାରେ ୨୦୧୭ରୁ ଏପିବିଏସ୍ ବ୍ୟବହୃତ ହେଉଛି। ଏବେ ପ୍ରାୟ ସମସ୍ତ ବୟସ୍କ ବ୍ୟକ୍ତିଙ୍କୁ ଆଧାର ନମ୍ବର ମିଳିଥିବାରୁ ଏବେ ଭାରତ ସରକାର ଏହି ଯୋଜନାରେ ଏପିବିଏସ୍‌ର ବ୍ୟବହାରକୁ ବଢାଇବାକୁ ନିଷ୍ପତ୍ତି ନେଇଛନ୍ତି। ଅତଏବ ଯେଉଁ ଶ୍ରମିକଙ୍କ ବ୍ୟାଙ୍କ ଆକାଉଣ୍ଟ ଏପିବିଏସ୍ ସହିତ ସଂଯୁକ୍ତ ମଜୁରି ସିଧାସଳଖ ସମ୍ପୃକ୍ତ ହିତାଧିକାରୀଙ୍କ ବ୍ୟାଙ୍କ ଖାତରେ ପହଞ୍ଚିବ। ଏହା ଏକ ନିରାପଦ, ତ୍ୱରିତ ଅର୍ଥ ପ୍ରେରଣ ମାଧ୍ୟମ । ଏଥିରେ ବାଟମାରଣା ବା ଅର୍ଥ ହେରଫେରର ସମ୍ଭାବନା ନାହିଁ।

ମୋଟ ୧୪.୩୩ କୋଟି ସକ୍ରିୟ ହିତାଧିକାରୀଙ୍କ ମଧ୍ୟରୁ ୧୩.୯୭କୋଟି ଆଧାରରକୁ ଅଥେଣ୍ଟିକେଟ୍ କରାଯାଇଛି। ଏହା ଫଳରେ ୮୧. ୮୯% ସକ୍ରିୟ ଶ୍ରମିକ ଏପିବିଏସ୍ ପାଇଁ ଯୋଗ୍ୟ ହୋଇଛନ୍ତି।

୨୦୨୩ ଜୁଲାଇରେ ପ୍ରାୟ ୮୮. ୫୧% ମଜୁରୀ ଏପିବିଏସ୍ ବ୍ୟବସ୍ଥାରେ ଶ୍ରମିକ/ହିତାଧିକାରୀଙ୍କୁ ପ୍ରଦାନ କରାଯାଇଛି।

ଏମ୍‌ଜିନରେଗା ଏକ ଚାହିଦା ଭିତ୍ତିକ ଯୋଜନା। ଏହା ବିଭିନ୍ନ ପ୍ରକାରର ଅର୍ଥନୀତିକ କାରଣଣୁ ପ୍ରଭାବିତ ହୋଇଥାଏ। ତଥାପି ଏହି ହିତାଧିକାରୀଙ୍କୁ ମଜୁରୀ ସୁବିଧାରେ ପ୍ରଦାନ କରିବାକୁ ସରକାର ସମସ୍ତ ଆବଶ୍ୟକ ପଦକ୍ଷେପ ଗ୍ରହଣ କରୁଛନ୍ତି । ଆଧାର ଭିତ୍ତିକ ପେମେଣ୍ଟ ସିଷ୍ଟମ କେବଳ ଏକ ମାର୍ଗ, ଯାହା ମାଧ୍ୟମରେ ହିତାଧିକାରୀ ଶ୍ରମିକଙ୍କ ବ୍ୟାଙ୍କ ଖାତାକୁ ମଜୁରି ସିଧାସଳଖ ଯାଇଥାଏ।

Share. Facebook Twitter LinkedIn Email WhatsApp Copy Link

Related Posts

ପ୍ରେମୀ ଯୁଗଳଙ୍କୁ ଫାଶୀଦଣ୍ଡ

October 16, 2026

ଛାତ୍ର ସଂସଦ ନିର୍ବାଚନରେ ବିଜୟୀ ପ୍ରାର୍ଥୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା

October 16, 2026

୮ ବର୍ଷ ପରେ ଓଡ଼ିଶାରେ ହୋଇଛି ଏବିଭିପିର ବିପୁଳ ବିଜୟ: ସାଧାରଣ ସମ୍ପାଦକ ବିରଞ୍ଚି ନାରାୟଣ ତ୍ରିପାଠୀ

October 16, 2026

୧୫ ବର୍ଷରେ ପାଦ ଥାପିଲା ଭଏସ୍ ଅଫ୍ ସୋଆ କମ୍ୟୁନିଟି ରେଡିଓ ୯୦.୪

October 16, 2026
Latest News

ଓଡ଼ିଶାରୁ ବିଦାୟ ନେଲେ ବିଦାୟୀ ରାଜ୍ୟପାଳ

October 16, 2026

ପ୍ରେମୀ ଯୁଗଳଙ୍କୁ ଫାଶୀଦଣ୍ଡ

October 16, 2026

ସ୍ୱର୍ଣ୍ଣ ପଦକ ବିଜୟୀ ଭାରତୀୟ ହକି ଦଳକୁ ଭବ୍ୟ ସମ୍ବର୍ଦ୍ଧନା

October 16, 2026

ଛାତ୍ର ସଂସଦ ନିର୍ବାଚନରେ ବିଜୟୀ ପ୍ରାର୍ଥୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା

October 16, 2026

୮ ବର୍ଷ ପରେ ଓଡ଼ିଶାରେ ହୋଇଛି ଏବିଭିପିର ବିପୁଳ ବିଜୟ: ସାଧାରଣ ସମ୍ପାଦକ ବିରଞ୍ଚି ନାରାୟଣ ତ୍ରିପାଠୀ

October 16, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.