ବାଲୁଗାଁ: ଅଜଣା ବ୍ୟକ୍ତିଙ୍କ ମୃତ ଦେହ ଉଦ୍ଧାର କଲା ପୋଲିସ

Published: Sep 2, 2023, 5:03 pm IST

ସୀତାରାମ ଅଗ୍ରୱାଲ

ବାଲୁଗାଁ: ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଥାନା ଅଞ୍ଚଳରୁ ଜଣେ ଅଜଣା ବ୍ୟକ୍ତିଙ୍କ ମୃତ ଦେହ ଉଦ୍ଧାର କରିଛି ପୋଲିସ।

ସୂଚନା ମୁତାବକ ଗତକାଲି ରାତିରେ ବାଲୁଗାଁ ଚିଲିକା କୂଳ ସ୍ଥିତ ବୋଟ ଆସୋସିଏସନ ଯାତ୍ରୀ ନିବାସ ସମ୍ମୁଖରେ ଜଣେ ବ୍ୟକ୍ତିଙ୍କ ମୃତ ଦେହ ପଡ଼ି ରହିଥିଲା। ଏହା ଦେଖି ଆଜି ସ୍ଥାନୀୟ ଅଞ୍ଚଳବାସୀ ପୋଲିସକୁ ସୂଚନା ଦେବା ପରେ ପୋଲିସ ସମ୍ପୃକ୍ତ ମୃତ ଦେହ ଜବତ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଦେଇଛି।

ତେବେ ବ୍ୟକ୍ତିଙ୍କ ଆନୁମାନିକ ବୟସ ୫୫ ହୋଇଥିବା ବେଳେ ସେ ତେଲେଗୁ ସମ୍ପ୍ରଦାୟର ବୋଲି ଜଣାପଡିଛି। ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ ଉକ୍ତ ବ୍ୟକ୍ତି ଜଣକ ବିଗତ ସାତ ଦିନ ହେବ ଉକ୍ତ ଯାତ୍ରୀନିବାସରେ ରାତିରେ ଆଶ୍ରୟ ନେଉଥିଲେ।

ଏ ନେଇ ବାଲୁଗାଁ ପୋଲିସ କେସ ନମ୍ବର ୧୨/୨୩ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ନିୟମ ମୁତାବକ ଶବକୁ ୭୨ ଘଣ୍ଟା ପର୍ଯ୍ୟନ୍ତ ସରଂକ୍ଷିତ ରଖିବ ବୋଲି ଜଣାପଡିଛି।

ଅନୁରୂପ ଭାବେ ଯଦି ଉକ୍ତ ବ୍ୟକ୍ତିଙ୍କ ପରିଚୟ କେହି ପାଆନ୍ତି ତେବେ ସୂଚନା ଦେବା ପାଇଁ ଅନୁରୋଧ କରିଛି ବାଲୁଗାଁ ପୋଲିସ।

Related posts