Author: Samikhsya Bureau

ସୀତାରାମ ଅଗ୍ରୱାଲ ବାଲୁଗାଁ: ଚିଲିକା- ବାଲୁଗାଁ ରୋଟାରୀ କ୍ଲବର ଅଷ୍ଟମ ଅଧିଷ୍ଠାନ ଉତ୍ସବ ଆଜି ସ୍ଥାନୀୟ ଦିଗନ୍ତିକା ହୋଟେଲ ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି। ପ୍ରାରମ୍ଭରେ ଭଗବତୀ କଳାନିକେତନର ଓଡିଶୀ ଗୁରୂ ହରପ୍ରିୟା ବାରିକଙ୍କ ସଂଯୋଜନାରେ ଶିକ୍ଷାର୍ଥୀ ସୁଶ୍ରୀ ବାରିକ, ଅର୍ପିତା ଦାସ ଓ କାବ୍ୟା କୁଞ୍ଜଲ ନାୟକ ଓଡିଶୀ ନୃତ୍ୟ ପରିବେଷଣ କରିବା ପରେ ରୋଟାରୀ କ୍ଲବର ବରିଷ୍ଠ ସଦସ୍ୟ ପଞ୍ଚାନନ ପ୍ରଧାନଙ୍କ ସଂଯୋଜନାରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା। ମୁଖ୍ୟ ଅତିଥି ତଥା ରୋଟାରୀ ଜିଲ୍ଲା ଗଭର୍ଣ୍ଣର ଜୟଶ୍ରୀ ମହାନ୍ତି, ମୁଖ୍ୟବକ୍ତା ତଥା ପୂର୍ବତନ ରୋଟାରୀ ଡିଜି ଶିବବ୍ରତ ଦାସ, ସମ୍ମାନିତ ଅତିଥି ତଥା ରୋଟାରୀ ଜିଲ୍ଲା ସେବା ପ୍ରକଳ୍ପ ଅଧ୍ୟକ୍ଷ ରୋଟାରୀଆନ ତନ୍ମୟ ମହାନ୍ତି ଯୋଗଦେଇ ପ୍ରଥମେ ଶ୍ରୀଜଗନ୍ନାଥଙ୍କ ଫଟୋରେ ମାଲ୍ୟାର୍ପଣ ଓ ପ୍ରଦୀପ ପ୍ରଜ୍ବଳନ ପୂର୍ବକ ଉତ୍ସବ ଉଦଘାଟନ କରିଥିଲେ। ଏହାପରେ ଜାତୀୟ ସଂଗୀତ ଗାନ କରାଯିବା ପରେ ପ୍ରାକ୍ତନ ସଭାପତି ରୋଟାରୀଆନ ଡକ୍ଟର କୈଳାଶ ଚନ୍ଦ୍ର ମହାରଣା…

Read More

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନିଜ ସୋସିଆଲ ମିଡିଆ ଆକାଉଣ୍ଟର ଡିପି ବଦଳାଇ ତ୍ରିରଙ୍ଗା ରଖିଛନ୍ତି। ହର ଘର ତ୍ରିରଙ୍ଗା ଭାବନାରେ ସଭିଏଁ ଏପରି କରିବାକୁ ସେ କହିଛନ୍ତି। ୧୩ରୁ ୧୫ ଅଗଷ୍ଟ ପର୍ଯ୍ୟନ୍ତ ପ୍ରତ୍ୟେକ ଘର ତ୍ରିରଙ୍ଗା ଅଭିଯାନରେ ସାମିଲ ହୋଇଛନ୍ତି। ପ୍ରଧାନମନ୍ତ୍ରୀ ଟୁଇଟ୍ କରିଛନ୍ତି ଯେ, ‘ହର୍ ଘର୍ ତ୍ରିରଙ୍ଗା ଅଭିଯାନରେ ଆସନ୍ତୁ ନିଜ ସୋସିଆଲ ମିଡିଆ ଆକାଉଣ୍ଟର ଡିପି ବଦଳାଇବା ଏବଂ ଏହି ନିଆରା ପ୍ରୟାସକୁ ସମର୍ଥନ ଦେବା ଯାହା କି ଆମ ଦେଶପ୍ରେମ ଭାବନା ଏବଂ ଆମ ଭିତରେ ଥିବା ସମ୍ପର୍କକୁ ଅଧିକ ଗଭୀର କରିବ’।

Read More

ଭୁବନେଶ୍ବର: ଏସିଆର ସର୍ବବୃହତ ଲୁଣା ହ୍ରଦ ଚିଲିକା ଖୋଳିବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ଅନୁଦାନ ମଂଜୁର କରିଛନ୍ତି। ଏଥିରେ ମୋଟ ୨୩ କୋଟି ୫୦ ଲକ୍ଷ ମଂଜୁରୀ ହୋଇଥିବାର ଜଣାପଡିଛି। କେନ୍ଦ୍ର ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ଏହି ଅନୁଦାନ ପ୍ରଦାନ କରିଛି। ଏଥିରେ କେନ୍ଦ୍ର ୬୦ ଭାଗ ଏବଂ ରାଜ୍ୟ ସରକାର ୪୦ ଭାଗ ଅନୁଦାନ ପ୍ରଦାନ କରିବେ। ବର୍ତ୍ତମାନ ଉପରମୁଣ୍ଡରୁ ମାଟି ଆସି ଚିଲିକା ସଂକୋଚିତ ହେବାରେ ଲାଗିଛି। ଏଥିସହିତ ଏହାର ଗଭୀରତା ମଧ୍ୟ ହ୍ରାସ ପାଇବାରେ ଲାଗିଛି। ଫଳରେ ଏହି ହ୍ରଦରୁ ମାଛ ଉତ୍ପାଦନ ମଧ୍ୟ କମିବାରେ ଲାଗିଛି। ସେଥିପାଇଁ ଭୁବନେଶ୍ବର ଏମପି ଅପରାଜିତା ଷଡଙ୍ଗୀ କେନ୍ଦ୍ର ଜଙ୍ଗଲ ମନ୍ତ୍ରୀ ଏବଂ ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କରି ଏହା ସଂରକ୍ଷଣ ଦାବୀ କରିଥିଲେ।

Read More

ସୀତାରାମ ଅଗ୍ରୱାଲ ଚିଲିକା: ୫-ଟି ସଚିବ ଭିକେ ପାଣ୍ଡିଆନ ଅଗଷ୍ଟ ୨୨ ତାରିଖରେ ଖୋର୍ଦ୍ଧା ଜିଲ୍ଲା ଚିଲିକା ନିର୍ବାଚନମଣ୍ଡଳୀ ଗସ୍ତରେ ଆସିବେ ବୋଲି ଜଣାପଡିଛି। ଉକ୍ତ ଦିନ ଚିଲିକା ନିର୍ବାଚନମଣ୍ଡଳୀର ୫-ଟି ଉପକ୍ରମରେ ଜାରି ରହିଥିବା ବିଭିନ୍ନ ଉନ୍ନୟନ ପ୍ରକଳ୍ପଗୁଡିକର ଉଦଘାଟନ କରିବା ସହ ନୂତନ ପ୍ରକଳ୍ପ ଘୋଷଣା କରିବେ ଶ୍ରୀ ପାଣ୍ଡିଆନ। ଏଥି ପାଇଁ ବାଣପୁର ଚଳଚଞ୍ଚଳ ହୋଇଉଠିଛି। ଯୁଦ୍ଧକାଳୀନ ଭିତ୍ତିରେ ବିଭିନ୍ନ ରୂପାନ୍ତରଣ କାର୍ଯ୍ୟ ଜାରି ରହିଛି। ବାଣପୁର ବ୍ଲକ ପରିସରର ସୌନ୍ଦର୍ଯ୍ୟକରଣ ପାଇଁ ପେଭର ବ୍ଲକ ପକାଯିବା ସହ ସମ୍ପୂର୍ଣ୍ଣ ବ୍ଲକକୁ ନୂତନ ରଙ୍ଗରେ ଅଚ୍ଛାଦିତ କରାଯାଉଛି। ବ୍ଲକ ସମ୍ମୁଖରେ ପୁରୁଣା ମିଶନ ଶକ୍ତି କାଫେ ର ନବୀକରଣ କାର୍ଯ୍ୟ ଜାରି ରହିଛି। ଅନୁରୂପ ଭାବେ ଏନଏସି ଆହାର କେନ୍ଦ୍ରକୁ ମଧ୍ୟ ନବୀକରଣ କରାଯାଉଛି। ଉକ୍ତ କେନ୍ଦ୍ର ପରିସରରେ ନୂତନ ମିଶନ ଶକ୍ତି ଗୃହ, ଯାତ୍ରୀ ଆଶ୍ରୟସ୍ଥଳୀ ଆଦି ନିର୍ମାଣ କାର୍ଯ୍ୟ ଜାରି ରହିଛି। ପୂର୍ତ୍ତ ବିଭାଗ…

Read More

ନୂଆଦିଲ୍ଲୀ: ବିଜେପି ବିରୋଧରେ INDIA ମିଳିତ ମେଣ୍ଟ ସାରା ଦେଶରେ ବିଜେପି ସରକାର ବିରୋଧରେ ଏକଜୁଟ ହୋଇଥିବାର ଦେଖାଯାଉଛି। କିନ୍ତୁ ଏହି ମିଳିତ ମେଣ୍ଟ ଉପରେ ଏକ ବଡ ପ୍ରଶ୍ନ ଉଠିଛି, କାରଣ ଏଠାରେ କଂଗ୍ରେସ ଏହି ସହଯୋଗୀ ଦଳର ଆମ୍ ଆଦମୀ ପାର୍ଟିର ନେତାଙ୍କୁ ବାଗେଶ୍ୱର ଉପ-ନିର୍ବାଚନ ପୂର୍ବରୁ ନିଜ ଦଳରେ ଅନ୍ତର୍ଭୁକ୍ତ କରିଛି। ବିଜେପି ନେତାମାନେ I.N.D.I.A ମିଳିତ ମଞ୍ଚ ଉପରେ ପ୍ରଶ୍ନ ଉଠାଉଛନ୍ତି: ଉପ-ନିର୍ବାଚନର ବାଗେଶ୍ୱର ବିଧାନସଭା ଆସନରେ ଉପ-ନିର୍ବାଚନ ଅନୁଷ୍ଠିତ ହେବ ଏବଂ ପ୍ରତିଦିନ ଏହି ଆସନରେ କିଛି ନା କିଛି କୌତୁହଳପୂର୍ଣ୍ଣ ଘଟଣା ଘଟୁଛି। ପ୍ରଥମେ, ବିଜେପିରେ କଂଗ୍ରେସର ୨୦୨୨ ବିଧାନସଭା ନିର୍ବାଚନ ପାଇଁ ପ୍ରାର୍ଥୀ ରଣଜିତ ଦାସଙ୍କୁ ଦଳରେ ସାମିଲ କରାଯାଇଥିଲା। ବର୍ତ୍ତମାନ କଂଗ୍ରେସ ଆମ୍ ଆଦମୀ ପାର୍ଟିର ରାଜ୍ୟ ଉପାଧ୍ୟକ୍ଷ ବସନ୍ତ କୁମାରଙ୍କୁ ଦଳରେ ସାମିଲ କରିଛି। ୨୦୨୨ ବିଧାନସଭା ନିର୍ବାଚନରେ ​​ଆମ୍ ଆଦମୀ ପାର୍ଟି ଦ୍ୱାରା ବସନ୍ତ କୁମାରଙ୍କୁ ଏହି…

Read More

ଭୁବନେଶ୍ବର: ଆଉ ଦିନକ ପରେ ସାରା ଦେଶ ପାଳନ କରିବ ୭୭ତମ ସ୍ବାଧୀନତା ଦିବସ। ଏହି ଉପଲକ୍ଷେ ଭୁବନେଶ୍ବରର ପ୍ରଦର୍ଶନୀ ପଡିଆରେ ରାଜ୍ୟ ସ୍ତରୀୟ ଉତ୍ସବ ହେବ। ସେଥିପାଇଁ ଆଜି ରାଜ୍ୟ ପୋଲିସ ତରଫରୁ ଅଭ୍ୟାସ କରିଯାଇଛି। ଏଥିରେ ଭୁବନେଶ୍ବର ପୋଲିସ କମିଶନର ଏବଂ ପୋଲିସ ଡିଜି ଯୋଗ ଦେଇ ତଦାରଖ କରିଥିଲେ। ଚଳିତ ବର୍ଷ ଚାରୋଟି କଣ୍ଟିଜେଣ୍ଟ ଏହି ପାରେଡରେ ଭାଗ ନେବେ। ତେବେ ଏଥର ଛତିଶଗଡର ଏକ କଣ୍ଟିଜେଣ୍ଟ ଓଡିଶା ଉତ୍ସବରେ ଯୋଗଦେବେ। ଏ ସଂପର୍କରେ ପୋଲିସ ଡିଜି କହିଛନ୍ତି ଯେ, ଏଥର ଓଡିଶା ଛତିଶଗଡକୁ ଏବଂ ଛତିଶଗଡ ଓଡିଶାକୁ ପୋଲିସ ଫୋର୍ସ ବିନିୟମ କରାଯାଇଛି। ତେବେ ଏଥର ସ୍କୁଲ କଲେଜ ଛାତ୍ରଛାତ୍ରୀଙ୍କୁ ଭାଗ ନେବା ପାଇଁ ବନ୍ଦୋବସ୍ତ କରାଯାଇ ନାହିଁ। ମଙ୍ଗଳବାର ଦିନ ଏହି ରାଜ୍ୟ ସ୍ତରୀୟ ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପତାକା ଉତ୍ତୋଳନ କରିବା ସହିତ ପାରେଡ ଅଭିବାଦନ ଗ୍ରହଣ କରିବେ। ସେଥିପାଇଁ ସୁରକ୍ଷା…

Read More

ନୂଆଦିଲ୍ଲୀ: ସନ୍ନି ଦେଓଲ୍ ଷ୍ଟାରର୍ ‘ଗଦର ୨’ ବିଷୟରେ ପ୍ରଶଂସକଙ୍କ କ୍ରେଜ ବଢିବାରେ ଲାଗିଛି। ୨୨ ବର୍ଷ ପରେ ରିଲିଜ୍ ହୋଇଥିବା ଫିଲ୍ମର ସିକ୍ୱେଲ୍ ଏହାର ସଫଳତା ଅମଳ କରୁଥିବା ଜଣାପଡିଛି। ‘ଗଦର ୨’ର କ୍ରେଜ୍ ଏପରି ଯେ ଲୋକମାନେ ଏହାକୁ ଦେଖିବା ପାଇଁ ଟ୍ରାକ୍ଟରରେ ପହଞ୍ଚୁଛନ୍ତି। ଏଥି ସହିତ ଫିଲ୍ମର ରୋଜଗାର ମଧ୍ୟ ଦିନକୁ ଦିନ ବୃଦ୍ଧି ପାଉଛି। ପ୍ରଥମ ଦିନରେ ଫିଲ୍ମ ୪୦ କୋଟି ବ୍ୟବସାୟ କରିଥିବାବେଳେ ଦ୍ୱିତୀୟ ଦିନରେ ଫିଲ୍ମଟି ୪୩ କୋଟି ରୋଜଗାର କରିଥିଲା। ବର୍ତ୍ତମାନ ଏହି ଚଳଚ୍ଚିତ୍ରର ତୃତୀୟ ଦିନର ରୋଜଗାର ମଧ୍ୟ ସାମ୍ନାକୁ ଆସିଛି। ଏହି ଫିଲ୍ମ ତୃତୀୟ ଦିନରେ ୧୦୦ କୋଟି ମାର୍କ ଅତିକ୍ରମ କରିପାରେ: ଗଦର ୨ ବିଷୟରେ ପ୍ରଶଂସକଙ୍କ କ୍ରେଜ ଏତେ ବଡ ଯେ, ଏହି ଚଳଚ୍ଚିତ୍ରଟି ୩ ଦିନରେ ୧୦୦ କୋଟି କ୍ଲବରେ ପ୍ରବେଶ କରିବା ବଡ କଥା ହେବ ନାହିଁ। ତେବେ ଗତ ଦୁଇ ଦିନ…

Read More

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୭୭ତମ ସ୍ୱାଧୀନତା ଦିବସ ଉତ୍ସବ ପାଳନର ନେତୃତ୍ୱ ନେବ। ନୂଆଦିଲ୍ଲୀର ଐତିହାସିକ ଲାଲକିଲ୍ଲାର ପ୍ରାଚୀର ଉପରୁ ଜାତୀୟ ପତାକା ଉତ୍ତୋଳନ କରି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଦେଶବାସୀଙ୍କୁ ଉଦ୍ବୋଧନ ଦେବା ସହିତ ଏହି ଜାତୀୟ ଉତ୍ସବ ପାଳନର ଶୁଭାରମ୍ଭ କରିବେ। ଚଳିତବର୍ଷର ସ୍ୱାଧୀନତା ଦିବସରେ ଗତ କିଛି ବର୍ଷ ଧରି ପାଳିତ ହୋଇ ଆସୁଥିବା ଆଜାଦି କା ଅମୃତ ମହୋତ୍ସବର ଉଦ୍ଯାପନ ହେବ। ୨୦୨୧ ମାର୍ଚ୍ଚ ୧୨ରେ ଏହି ମହୋତ୍ସବ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଗୁଜରାଟର ସାବରମତି ଆଶ୍ରମରୁ ଆରମ୍ଭ ହୋଇଥିଲା। ଏହି ଅମୃତ ମହୋତ୍ସବର ଉଦ୍ଯାପନ ସହିତ ଆରମ୍ଭ ହେବ ‘ଅମୃତକାଳ’ । ୨୦୪୭ ସୁଦ୍ଧା ଭାରତକୁ ଏକ ବିକଶିତ ରାଷ୍ଟ୍ରରେ ପରିଣତ କରିବା ପାଇଁ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଯେଉଁ ସ୍ୱପ୍ନ ଦେଖିଛନ୍ତି ଏହି ଅମୃତକାଳରେ ତାହାକୁ ସାକାର କରିବାକୁ ଉଦ୍ୟମ ଆରମ୍ଭ ହେବ । ୭୭ତମ ସ୍ୱାଧୀନତା ଦିବସକୁ ପାଳନ କରିବା ପାଇଁ…

Read More

କୈଳାଶ ଚନ୍ଦ୍ର ଚୌଧୁରୀ ବ୍ରହ୍ମପୁର: ଗୁଣି ସନ୍ଦେହରେ ସହଦେବ ପ୍ରଧାନ ନାମକ ଜଣେ ବ୍ୟକ୍ତିଙ୍କୁ ଗ୍ରାମର କିଛି ଲୋକ ଖୁଣ୍ଟରେ ବାନ୍ଧି ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଅଭିଯୋଗ ପରେ ପୋଲିସ ପହଞ୍ଚି ସହଦେବଙ୍କୁ ସେଠାରୁ ଉଦ୍ଧାର କରିଛି। ଖଲ୍ଲିକୋଟ ଥାନା ଅନ୍ତର୍ଗତ ଚିକିଲି ପଞ୍ଚାୟତ କଲେଞ୍ଜିପଲୀ ଗ୍ରାମରେ ଏଭଳି ଘଟଣା ସାମ୍ନାକୁ ଆସିଛି। ସୂଚନା ଅନୁଯାୟୀ, ସହଦେବ ପ୍ରଧାନ ନାମକଙ୍କୁ ଉକ୍ତ ଗ୍ରାମର କିଛି ଲୋକ ଖୁଣ୍ଟରେ ବାନ୍ଧି ଆକ୍ରମଣ କରୁଥିଲେ। ପରିବାର ଲୋକଙ୍କ ଠାରୁ ଖବର ପାଇ ଖଲ୍ଲିକୋଟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ସହଦେବଙ୍କୁ ଉଦ୍ଧାର କରିବା ସହ ସେହି ଗ୍ରାମର ମଦନ ପ୍ରଧାନ, ନନ୍ଦି ପ୍ରଧାନ, ବିଦେଶୀ ପ୍ରଧାନ, ନାରାୟଣ ପ୍ରଧାନ, ଅମିନ ପ୍ରଧାନ, ଟୁକୁନା ପ୍ରଧାନ ଓ ମୋହନ ପ୍ରଧାନ ପ୍ରମୁଖ ୭ ଜଣ ଅଭିଯୁକ୍ତଙ୍କୁ ସହଦେବଙ୍କ ଏତଲାକୁ ଭିତ୍ତି କରି ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଘଟଣାରୁ ପ୍ରକାଶ ଯେ, ବିଦେଶୀ…

Read More

ରାୟପୁର: ଛତିଶଗଡରେ ବିଧାନସଭା ନିର୍ବାଚନ ପୂର୍ବରୁ ଜନତା କଂଗ୍ରେସ ବଡ଼ ଧରଣର ଅସୁବିଧାର ସମ୍ମୁଖୀନ ହୋଇଛି। ଦଳର ନେତା ଥିବା ଧରମଜିତ୍ ସିଂ ଠାକୁର ଆଜି ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଛନ୍ତି। ଦଳର ନେତା ତଥା ପୂର୍ବତନ ସିଏମ ରମଣ ସିଂ ତାଙ୍କୁ ରାୟପୁରରେ ସଦସ୍ୟତା ପ୍ରଦାନ କରିଛନ୍ତି। ଧରମଜିତ୍ ସିଂଙ୍କ ବ୍ୟତୀତ ଆଇଏଫ୍ଏସ୍ ଏସ୍ ଏସ୍ ବଡଗେୟା, ଧର୍ମେନ୍ଦ୍ର ଗିରି ଗୋସ୍ୱାମୀ ମଧ୍ୟ ବିଜେପିରେ ଯୋଗ ଦେଇଛନ୍ତି। ଗତ ବର୍ଷ ଯୋଗୀ କଂଗ୍ରେସ ଦ୍ୱାରା ଲୋରମୀ ବିଧାୟକ ଧର୍ମଜିତ ସିଂଙ୍କୁ ଦଳରୁ ବହିଷ୍କାର କରାଯାଇଥିଲା। ଏହି କାରଣରୁ ଯୋଗୀ କଂଗ୍ରେସକୁ ନିର୍ବାଚନରେ ​​ଏକ ବଡ଼ କ୍ଷତି ହୋଇପାରେ। ଏହା ବ୍ୟତୀତ ବଲୌଦାବଜାରର ଯୋଗୀ କଂଗ୍ରେସ ବିଧାୟକ ପ୍ରମୋଦ ଶର୍ମା ମୌସୁମୀ ଅଧିବେଶନର ପରଦିନ ଦଳରୁ ଇସ୍ତଫା ଦେଇଛନ୍ତି। ସେ ମଧ୍ୟ ବିଜେପିରେ ଯୋଗଦେବା ନେଇ ଚର୍ଚ୍ଚା ହେଉଛି। ବିଧାୟକ ଧରମଜିତ୍ ସିଂ କିଏ?: ପ୍ରକାଶ ଯେ, ଧରମଜିତ୍ ସିଂଙ୍କ…

Read More

କୈଳାଶ ଚନ୍ଦ୍ର ଚୌଧୁରୀ ବ୍ରହ୍ମପୁର: ବୁଗୁଡ଼ା ଥାନା ଅନ୍ତର୍ଗତ ବେତାରସିଂ ଗ୍ରାମ ରାସ୍ତାରେ ଏକ ବୋଲେରୋ ଗାଡ଼ି ଧକ୍କାରେ ରାଜେନ୍ଦ୍ର ସାହୁ ନାମକ ଜଣେ ଚାଉଳ ବ୍ୟବସାୟୀ ଗୁରୁତର ଆହତ ହୋଇ ବୁଗୁଡ଼ା ଡ଼ାକ୍ତରଖାନାରେ ପ୍ରାଥମିକ ଚିକିତ୍ସା ହୋଇ ଭୁବନେଶ୍ୱରର ସ୍ଥାନାନ୍ତର ହୋଇଛନ୍ତି। ଆହତ ରାଜେନ୍ଦ୍ରଙ୍କ ଘର ବୁଗୁଡ଼ା ଅରବିନ୍ଦ ନଗର ବୋଲି ଜଣାପଡିଛି। ସେ ନିଜ ମୋପେଡ୍ ଗାଡ଼ିରେ ଚାଉଳ ବସ୍ତା ଲଦି ଗାଁ କୁ ଫେରୁଥିବା ବେଳେ ସାମ୍ନା ପଟୁ ଏକ ବୋଲେରୋ ଗାଡ଼ି ଧକ୍କା ଦେବାରୁ ସେ ଗୁରୁତର ଆହତ ହୋଇଛନ୍ତି।

Read More

କୈଳାଶ ଚନ୍ଦ୍ର ଚୌଧୁରୀ ବ୍ରହ୍ମପୁର: ଗତକାଲି ମଧ୍ୟାହ୍ନରେ ବ୍ରହ୍ମପୁର ଡିପଲ୍ ସ୍କୁଲର ୧୦ ମ ଶ୍ରେଣୀ ଛାତ୍ର ଆଦିତ୍ୟ ପ୍ରସାଦ ଦାସ ଅନ୍ୟ ସାଙ୍ଗ ମାନଙ୍କ ସହ ମିଶି ଗୋପାଳପୁର ବୁଲିବାକୁ ଯାଇ ସମୁଦ୍ରରେ ଗାଧୋଇ ଥିଲେ। ଏହା ମଧ୍ୟରୁ ୩ ଜଣ ସମୁଦ୍ର ଭିତରକୁ ଚାଲିଯାଇଥିଲେ। ନିକଟରେ ଥିବା ଦୁଇ ଜଣ ମତ୍ସ୍ୟଜୀବୀ ସମୁଦ୍ର ଭିତରକୁ ଯାଇ ଦୁଇ ଛାତ୍ର କୁ ଉଦ୍ଧାର କରିଥିଲେ। କିନ୍ତୁ ବହୁ ଖୋଜାଖୋଜି କରିବା ପରେ ମଧ୍ୟ ଆଦିତ୍ୟ କୁ ପାଇନଥିଲେ। ନିଖୋଜ ଛାତ୍ର ର ଘର ଆସ୍କା ରୋଡ଼ ସୋମନାଥ ନଗର ବୋଲି ଜଣାପଡିଛି। ଖବର ପାଇ ପରିବାର ଲୋକ ମଧ୍ୟ ଆସି ଘଟଣାସ୍ଥଳରେ ବହୁତ ଖୋଜାଖୋଜି କରିବା ପରେ ସନ୍ଧାନ ନପାଇ ପୋଲିସ କୁ ଅବଗତ କରାଇଥିଲେ। ଗୋପାଳପୁର ପୋଲିସ ଏକ ନିଖୋଜ ମାମଲା ୧୫/୨୩ ଅନୁଯାୟୀ ମକଦ୍ଦମା ରୁଜୁ କରି ସମୁଦ୍ର ତଟରେ ଖୋଜାଖୋଜି କରୁଥିବା ଜଣାପଡିଛି।

Read More

ନୂଆଦିଲ୍ଲୀ: ବିଶ୍ୱକପ୍ ୨୦୨୩ ଅକ୍ଟୋବର ୫ ତାରିଖରୁ ଆରମ୍ଭ ହେବ। ଏଥର ଏହି ଟୁର୍ଣ୍ଣାମେଣ୍ଟ ଭାରତରେ ଅନୁଷ୍ଠିତ ହେବାକୁ ଯାଉଛି, ତେଣୁ ସମସ୍ତଙ୍କ ଆଖି ରୋହିତ ଶର୍ମାଙ୍କ ଅଧିନାୟକ ଦଳ ଉପରେ ରହିବ। ଭାରତର ପ୍ରଥମ ମ୍ୟାଚ୍ ଅଷ୍ଟ୍ରେଲିଆ ବିରୋଧରେ ହେବ। ପୂର୍ବତନ କ୍ରିକେଟର ବିରେନ୍ଦ୍ର ସେହୱାଗ ଏହି ଟୁର୍ଣ୍ଣାମେଣ୍ଟକୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରତିକ୍ରିୟା ଦେଇଛନ୍ତି। ସେମିଫାଇନାଲ ବିଷୟରେ ସେହୱାଗ ପୂର୍ବାନୁମାନ କରିଛନ୍ତି। ସେମିଫାଇନାଲରେ ପ୍ରବେଶ କରିପାରନ୍ତି ବୋଲି ସେ ଚାରିଟି ଦଳର ନାମ ଦେଇଛନ୍ତି। ବିଶ୍ୱକପ ବିଷୟରେ ସେହୱାଗ କହିଛନ୍ତି ଯେ, ତାଙ୍କ ଅନୁଯାୟୀ ଭାରତ, ପାକିସ୍ଥାନ, ଅଷ୍ଟ୍ରେଲିଆ ଏବଂ ଇଂଲଣ୍ଡ ଦଳ ସେମିଫାଇନାଲରେ ପ୍ରବେଶ କରିପାରିବେ। Crickettimes.com ରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ ସେହୱାଗ କହିଛନ୍ତି ଯେ, ଯଦି ମୁଁ ଚାରି ସେମିଫାଇନାଲ ଦଳର ନାମ ନେବି, ତେବେ ଏହା ଭାରତ, ପାକିସ୍ଥାନ, ଇଂଲଣ୍ଡ ଏବଂ ଅଷ୍ଟ୍ରେଲିଆ ହେବ। ଅଷ୍ଟ୍ରେଲିଆ ଏବଂ ଇଂଲଣ୍ଡର ଦଳ ନିଶ୍ଚିତ…

Read More

କୈଳାଶ ଚନ୍ଦ୍ର ଚୌଧୁରୀ ବ୍ରହ୍ମପୁର: ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ନୂତନ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ରାଗିଂ ନିରୋଧ ସପ୍ତାହ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏହି କାର୍ଯ୍ୟକ୍ରମରେ ଭାରପ୍ରାପ୍ତ କୁଳପତି ଡଃ ସୁଶାନ୍ତ କୁମାର ବରାଳ ଯୋଗ ଦେଇ ଉଦଘାଟନ କରିଛନ୍ତି। ବ୍ରହ୍ମପୁର ଏସ୍ ପି ଡଃ ସର୍ବଣା ବିବେକ ଏମ୍ ମୁଖ୍ୟ ବକ୍ତା ଭାବେ ଯୋଗଦେଇ ରାଗିଂ ମୁକ୍ତ ବିଷୟରେ ଛାତ୍ରଛାତ୍ରୀ ମାନଙ୍କୁ ଅବଗତ କରାଇବା ସହ ରାଗିଂ ମୁକ୍ତ ସମସ୍ତଙ୍କ ସହଯୋଗ ନିହାତି ଆବଶ୍ୟକ ବୋଲି କହିଛନ୍ତି। ଏତଦବ୍ୟତୀତ ରାଗିଂ ଦେଖି ଚୁପ୍ ରହିବା ସମାନ ଅପରାଧ ବୋଲି ସୁଚାଇବା ସହିତ ସମସ୍ତେ ରାଗିଂକୁ ବିରୋଧ କରିବା ପରାମର୍ଶ ଦେଇଛନ୍ତି। ଏଥି ସହିତ କ୍ୟାମ୍ପସ ପରିସରରେ ସହାୟତା ନଂ ପୋଷ୍ଟର ଲଗାଇବା ପାଇଁ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ପରାମର୍ଶ ଦେଇଛନ୍ତି। ବରିଷ୍ଠ ଆଇନଜୀବି ମୋହନ ସିଙ୍ଗାରୀ ଅନ୍ୟତମ ବକ୍ତା ଭାବେ ଯୋଗଦେଇ ରାଗିଂ ମୁକ୍ତ ବିଷୟରେ ବିବରଣୀ ପ୍ରଦାନ କରିଥିଲେ। ସମ୍ମାନୀତ ଅତିଥି…

Read More

ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ୪୧ ଟି ଜିଲ୍ଲାରେ କଂଗ୍ରେସ ନେତା ପ୍ରିୟଙ୍କା ଗାନ୍ଧୀ ବାଡ୍ରାଙ୍କ ବିରୋଧରେ ଏଫ୍ଆଇଆର୍ ପଞ୍ଜିକରଣକୁ ନେଇ ରାଜ୍ୟ ଭାରତୀୟ ଜନତା ପାର୍ଟିର ମୁଖ୍ୟ ବିଷ୍ଣୁ ଦତ୍ତ ଶର୍ମା ପ୍ରତିକ୍ରିୟା ଦେଇଛନ୍ତି। ଏହା ଏକ ଗମ୍ଭୀର ବିଷୟ ବୋଲି ସେ କହିଛନ୍ତି। ଏତେ ବଡ ଜାତୀୟ ଦଳ ମିଥ୍ୟା ଚିଠି ଆଧାରରେ ଅଭିଯୋଗ ଆଣିଛନ୍ତି। ସାଂସଦ ତଥା ବିଜେପି ମୁଖ୍ୟ ଦାବି କରିଛନ୍ତି ଯେ, ଏହି ଚିଠିକୁ ପ୍ରସ୍ତୁତ କରାଯାଇ ଭାଇରାଲ କରାଯାଇଛି। ମିଥ୍ୟା ଏବଂ ପ୍ରତାରଣାର ଏହା ଏକ ଉଦାହରଣ। ଦିଗବିଜୟ ସିଂ ଏହା ଉପରେ ଟ୍ୱିଟ କରିନାହାଁନ୍ତି। କମଲ ନାଥ ବର୍ତ୍ତମାନ ମିଥ୍ୟାନାଥ ବୋଲି ପ୍ରମାଣିତ ହୋଇଛନ୍ତି। ଏହା ଏକ ଷଡଯନ୍ତ୍ର। ସରକାରଙ୍କୁ ବଦନାମ କରିବା ପାଇଁ ଏକ ଷଡଯନ୍ତ୍ର ଚାଲିଛି। ଏହା ଏକ ଅପରାଧିକ ମାମଲା ବୋଲି ସେ କହିଛନ୍ତି। ସାଇବର କ୍ରାଇମ ଅନୁଯାୟୀ ଅଭିଯୋଗ କରାଯାଇଛି। ଯୋଜନାବଦ୍ଧ ଭାବେ କଂଗ୍ରେସ ଏହା କରିଛି। ବିଜେପିର…

Read More

ଭୁବନେଶ୍ଵର: ଇଣ୍ଟରନେଟର ଏକାଧିକ ସକରାତ୍ମକ ଦିଗ ରହିଥିବା ବେଳେ ଏହାର ନକରାତ୍ମକ ଦିଗ ମଧ୍ୟ ରହିଛି। ମାତ୍ରାଧିକ ଇଣ୍ଟରନେଟ ବ୍ୟବହାର ଦ୍ବାରା ପାଠପଢିବା କ୍ଷମତାରେ ହ୍ରାସ ଘଟିଥାଏ ବୋଲି ଏକ ପରୀକ୍ଷଣରୁ ଜଣାପଡିଛି। ଏକ ନୂତନ ପରୀକ୍ଷଣ ଅନୁଯାୟୀ ଏହି ଛାତ୍ରଛାତ୍ରୀ ମାନେ କେବଳ ପାଠପଢା ନୁହେଁ ବରଂ ନିଜର ପରୀକ୍ଷାକୁ ନେଇ ଅଧିକ ଉତ୍ସାହିତ ରହିଥାନ୍ତି ବୋଲି ଜଣାପଡିଛି। ଏହା ସହିତ ମାତ୍ରାଧିକ ଇଣ୍ଟରନେଟ ବ୍ୟବହାର ଛାତ୍ରଛାତ୍ରୀଙ୍କ ମଧ୍ୟରେ ଏକୁଟିଆ ପଣ ସୃଷ୍ଟି କରିଥାଏ। ୟୁକେର ସ୍ବାନ୍ସି ବିଶ୍ବବିଦ୍ୟାଳୟ ଗବେଷକ ଫିଲ୍‌ ରିଡ୍‌ଙ୍କ ଗବେଷଣାରେ ଏହି ତଥ୍ୟ ପ୍ରକାଶ ପାଇଛି। ବିଭିନ୍ନ ସ୍ବାସ୍ଥ୍ୟଗତ ପାଠ୍ୟକ୍ରମରେ ନାମ ଲେଖାଇଥିବା 285 ଜଣ ଛାତ୍ରଛାତ୍ରୀ ଏହି ଗବେଷଣାରେ ଅଂଶଗ୍ରହଣ କରିଥିଲେ। ଅଧିକ ଇଣ୍ଟରନେଟ ବ୍ୟବହାରକାରୀ ଛାତ୍ରଛାତ୍ରୀ ପାଠପଢାରେ ଦୁର୍ବଳ ଥିବା ଜଣାପଡିଥଲା। ଏହି ଛାତ୍ରଛାତ୍ର ମାନେ ଆଗାମୀ ପରୀକ୍ଷାକୁ ନେଇ ମଧ୍ୟ ଭୟଭୀତ ରହିଥିବା ଜଣାପଡିଥିଲା। ଅଧିକ ଇଣ୍ଟରନେଟ୍‌ ବ୍ୟବହାର ଏକୁଟିଆପଣର ମୁଖ୍ୟ…

Read More

ନୂଆଦିଲ୍ଲୀ: ବିଭିନ୍ନ ଦେଶରେ ଭିନ୍ନ ଭିନ୍ନ ରୀତିନୀତି ରହିଛି। ଆଫ୍ରିକା ମହାଦେଶର ଇରୀଟ୍ରିଆରେ ଜଣ ପୁରୁଷଙ୍କ ଦୁଇଜଣ ସ୍ତ୍ରୀ ରଖିବା ନେଇ ଏକ କଡା ନିୟମ ରହିଛି। ଏଠାକାର ପୁରୁଷ ଦୁଇ ଜଣ ସ୍ତ୍ରୀଙ୍କୁ ବିବାହ କରନ୍ତି। ଏହି ଦେଶରେ ପୁରୁଷଙ୍କୁ  ବିବାହ କରିବାକୁ ବାଧ୍ୟ କରାଯିବା ସହ ଜଣେ ପୁରୁଷ ଦୁଇଜଣ ସ୍ତ୍ରୀ ରଖିବାକୁ ନିୟମ ରହିଛି। ଆଫ୍ରିକା ମହାଦ୍ବୀପର ଏହି ଦେଶରେ ପୁରୁଷଙ୍କୁ ଦୁଇଟି ସ୍ତ୍ରୀ କରିବା ନେଇ ଏକ ଅଜବ ଆଇନ ରହିଛି। ଆଫ୍ରିକାର ଇରିଟ୍ରିଆରେ ପ୍ରତ୍ୟେକ ପୁରୁଷଙ୍କୁ ଦୁଇଟି ବିବାହ କରିବାକୁ ବାଧ୍ୟ କରାଯାଇଥାଏ। ଯଦି କୌଣସି ପୁରୁଷ ଦୁଇଜଣ ସ୍ତ୍ରୀ ନରଖନ୍ତି ତେବେ ତାଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନିଆଯାଇଥାଏ। ଦଣ୍ଡ ସ୍ବରୂପ ସେହି ବ୍ୟକ୍ତିଙ୍କୁ ଜେଲ୍‌ଦଣ୍ଡାଦେଶ ହୋଇଥାଏ। ତେବେ ଏହି ଦେଶରେ ପୁରୁଷଙ୍କୁ ଦୁଇଟି ସ୍ତ୍ରୀ ରଖିବାର କାରଣ ରହିଛି। ଇରୋଟ୍ରିଆରେ ମହିଳାଙ୍କ ସଂଖ୍ୟା ତୁଳନାରେ ପୁରୁଷ ସଂଖ୍ୟା ବହୁତ କମ୍‌ ରହିଛି।…

Read More

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରତିଷ୍ଠିତ ୱାର୍ଲ୍ଡ ସ୍କିଲ ସେଣ୍ଟର ବା ବିଶ୍ୱ ଦକ୍ଷତା କେନ୍ଦ୍ରରେ ବିଭିନ୍ନ ଅତ୍ୟାଧୁନିକ ତାଲିମ ପାଠ୍ୟକ୍ରମରେ ସେପ୍ଟେମ୍ବର ସେସନରେ ନାମଲେଖା ପାଇଁ ଆବେଦନର ଶେଷ ତାରିଖ ରହିଛି ଅଗଷ୍ଟ ୧୫ ତାରିଖ। ଏହି ବର୍ଷିକିଆ ପାଠ୍ୟକ୍ରମଗୁଡ଼ିକ ଲାଗି କେବଳ ଅନଲାଇନ ମାଧ୍ୟମରେ ଆବେଦନ ଗ୍ରହଣ କରାଯାଉଛି। ରାଜ୍ୟର କୌଣସି ସରକାରୀ ବା ଘରୋଇ ଅନୁଷ୍ଠାନରୁ ଯେ କୌଣସି ବିଷୟରେ ୨ ବର୍ଷିଆ ଆଇଟିଆଇ ବା ୩ ବର୍ଷିଆ ପଲିଟେକ୍‌ନିକ୍‌, କିମ୍ବା ଯୁକ୍ତ ୨ ଓ ଡିପ୍ଲୋମା ପାସ୍ କରିଥିବା ଛାତ୍ରଛାତ୍ରୀମାନେ ବିଶ୍ୱ ଦକ୍ଷତା କେନ୍ଦ୍ରରେ ବିଭିନ୍ନ ବିଷୟରେ ନାମଲେଖା ପାଇଁ ଆବେଦନ କରିପାରିବେ। ଏହି ପ୍ରକ୍ରିୟା ଶେଷ ହେବା ପରେ ଅନଲାଇନ ମାଧ୍ୟମରେ ଏକ ପ୍ରବେଶିକା ପରୀକ୍ଷା କରାଯିବ। ଏଥିରେ ଉତ୍ତୀର୍ଣ୍ଣ ଛାତ୍ରଛାତ୍ରୀଙ୍କୁ ବିଭିନ୍ନ ବିଷୟରେ ନାମଲେଖା ପାଇଁ ଚୟନ କରାଯିବ। ଭୁବନେଶ୍ୱର ମଞ୍ଚେଶ୍ୱର ଶିଳ୍ପାଞ୍ଚଳଠାରେ ପ୍ରତିଷ୍ଠିତ ବିଶ୍ୱ ଦକ୍ଷତା କେନ୍ଦ୍ର ଦେଶର ଏକ ଅଗ୍ରଣୀ…

Read More

ଭୁବନେଶ୍ବର: ଫିଟ୍‌ ରହିବା ପାଇଁ କିଏ ନ ଚାହାନ୍ତି। ସମେସ୍ତ ପତଳା ଓ ସୁଢଳ ରହିବାକୁ ଚାହାନ୍ତି। ମୋଟାପାକୁ ନେଇ ଏବେ ଯୁବପିଢି ବ୍ୟସ୍ତ ଓ ବିବ୍ରତ। ଆଜିକାଲିର ଖାଇବା ପିଇବା ଓ ଜୀବନଶୈଳୀ ଯୋଗୁଁ ଓଜନ ବୃଦ୍ଧି ହୋଇଛି। ଥରେ ମୋଟା ହୋଇଗଲେ ଏହାକୁ କମାଇବା ବହୁତ କଷ୍ଟ। ତେବେ ଆପଣ ଯଦି ମୋଟାପାକୁ ନେଇ ଚିନ୍ତିତ ଅଛନ୍ତି ତେବେ ଆପଣ କିଛି ପାନୀୟ ପିଇ ନିଜକୁ ମୋଟାରୁ ପତଳା କରିପାରିବେ। ଏହି ପାନୀୟ ଗୁଡିକ ଶରୀରର ମେଟାବଲିଜିମ୍‌କୁ ବଢାଇ ଓଜନ କମ୍‌ କରିବାରେ ସାହାଯ୍ୟ କରିଥାଏ। ତେବେ ଆସନ୍ତୁ ଜାଣିବା ସେହି ଡ୍ରିଙ୍କ୍‌ଗୁଡିକ ସମ୍ପର୍କରେ। ଗ୍ରୀନ୍‌ ଟି: ଗତ କିଛି ଦଶକ ଧରି ଗ୍ରୀନ୍‌ ଟି ବେଶ୍‌ ଲୋକପ୍ରିୟ ହୋଇପାରିଛି। ଏଥିରେ ଆଣ୍ଟିଅକ୍ସିଡେଣ୍ଟ ରହିଥାଏ। ଯାହା ଦ୍ବାରା ମେଟାବଲିଜିମ୍‌ କରାଇଥାଏ। ତେବେ ଏଥିରେ ଆପଣ ଚିନିର ଉପଯୋଗ ନ କରି ଏହାର ସ୍ବାଦ ବଢାଇବା ପାଇଁ ଲେମ୍ବୁ ରସ…

Read More

ଭୁବନେଶ୍ବର: ହିନ୍ଦୁ ଧର୍ମରେ ସାମୁଦ୍ରିକ ଶାସ୍ତ୍ରର ବିଷେଶ ମହତ୍ବ ରହିଛି। ସାମୁଦ୍ରିକ ଶାସ୍ତ୍ରରେ ମଣିଷ ଶରୀରର କିଛି ଅଙ୍ଗ ଓ ଚିହ୍ନ ଆଧାରରେ ଭବିଷ୍ୟତ ସମ୍ପର୍କରେ ଅନେକ ଜିନିଷ ଜାଣିହୁଏ। ଏହା ଦ୍ବାରା ମଣିଷର ଆର୍ଥିକ ଓ ସାମାଜିକ ସ୍ଥିତର ମଧ୍ୟ ଅନୁମାନ କରାଯାଇପାରିବ। ସାମୁଦ୍ରିକ ଶାସ୍ତ୍ରର ରଚନା ଋଷି ସମୁଦ୍ର କରିଥିଲେ। ତାଙ୍କ ନାମାନୁସାରେ ଏହି ଶାସ୍ତ୍ରର ନାମ ସାମୁଦ୍ରିକ ଶାସ୍ତ୍ର ରଖାଯାଇଛି। ଏହି ଶାସ୍ତ୍ରରେ ଶରୀରର ଅଙ୍ଗରେ ଆକୃତି ତଥା ଅଙ୍ଗରେ ବର୍ଣ୍ଣିତ ଚିହ୍ନ ଦ୍ବାରା ବ୍ୟକ୍ତିର ସ୍ବଭାବ, ବ୍ୟବହାର ଓ ଭବିଷ୍ୟ ସମ୍ପର୍କରେ ସୂଚନା ମିଳିଥାଏ। କୁହାଯାଏ ଶରୀରର ଅଙ୍ଗ ବ୍ୟକ୍ତିର ବ୍ୟକ୍ତିତ୍ବ ସମ୍ପର୍କରେ ସୂଚନା ଦେଇଥାଏ। ସେହିପରି ହାତ ପାପୁଲିରେ ଥିବା ଚିହ୍ନ ତଥା ରେଖା ଦ୍ବାରା ଆର୍ଥିକ ସ୍ଥିତି ସମ୍ପର୍କରେ ମଧ୍ୟ ସୂଚନା ମିଳିଥାଏ। ସମୁଦ୍ର ଶାସ୍ତ୍ର ଅନୁସାରେ ଯଦି କୌଣସି ବ୍ୟକ୍ତିଙ୍କର ପାପୁଲିର ତ୍ରିଭୁଜ ପରି ଚିହ୍ନ ରହିଛି ତେବେ ସେହି ବ୍ୟକ୍ତି ଜୀବନ…

Read More

ଚାଣକ୍ୟ ନୀତି: ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ଚାଣକ୍ୟ ନୀତିରେ ପିଲାମାନଙ୍କୁ କିପରି ଶାସନ କରାଯିବା ଉଚିତ ତାହା ମଧ୍ୟ ଉଲ୍ଲେଖ କରିଛନ୍ତି। ତାଙ୍କ ହିସାବରେ ଯେଉଁ ପିତାମାତା ପିଲାମାନଙ୍କୁ ନିଜେ ବିଦ୍ୟା ଶିକ୍ଷା ନ ଦିଅନ୍ତି ସେମାନେ ପିଲାଙ୍କ ଶତ୍ରୁ ବୋଲି କୁହାଯିବ। ବାପା ହେଉଛନ୍ତି ବାହାର ଶତ୍ରୁ ଏବଂ ମାତା ହେଉଛନ୍ତି ଗୃହ ଶତ୍ରୁ। ସେଥିପାଇଁ ପିଲାମାନଙ୍କୁ ପ୍ରଥମେ ବାପାମା ଶିକ୍ଷା ପ୍ରଦାନ କରିବା ଆବଶ୍ୟକ। ସେହିପରି ଚାଣକ୍ୟ କହିଛନ୍ତି ଯେ, ପିଲାମାନଙ୍କୁ ବେଶୀ ଆଦର କରିବା ଉଚିତ ନୁହେଁ। କାରଣ ଏପରି ଆଦର କଲେ ପିଲାମାନେ ବେଖାତିର ହୋଇ ଯାଆନ୍ତି। ସେମାନଙ୍କ ଭିତରେ ଏକ ବଦଗୁଣ ବିକଶିତ ହୋଇଯାଏ। ସେଥିପାଇଁ ପିତାମାତା ଏବଂ ଗୁରୁ, ପିଲାମାନଙ୍କୁ ଆଦର ନ କରି ଶାସନ କରନ୍ତୁ।

Read More