ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କଳାଭୂମି ସଂଗ୍ରହାଳୟରେ ଇ-ଅଡିଓ ଗାଇଡ୍ ଟୁର୍ ଆରମ୍ଭ କରିଛନ୍ତି। ଏହା ହେଉଛି ଏକ ଭିନ୍ନ ପଦକ୍ଷେପ ଯାହା ପର୍ଯ୍ୟଟକଙ୍କୁ ସୂଚନା ଯୋଗାଇବ। ଓଡ଼ିଶା ହସ୍ତଶିଳ୍ପ ସଂଗ୍ରହାଳୟ ଦ୍ବାରା ପ୍ରସ୍ତୁତ ଏହି ଇ-ଅଡିଓ ଯାତ୍ରା ତିନୋଟି ଭାଷାରେ ଉପଲବ୍ଧ ଅଛି। ତାହା ହେଲା ଓଡିଆ, ହିନ୍ଦୀ ଏବଂ ଇଂରାଜୀ। ଏହି ଅଡିଓ ଗାଇଡ୍ ଏକ ଟୁର ଅପରେଟର ଭାବରେ କାର୍ଯ୍ୟ କରିଥାଏ, ପର୍ଯ୍ୟଟକଙ୍କୁ ଆକର୍ଷଣୀୟ କାହାଣୀ ମାଧ୍ୟମରେ ମାର୍ଗ ଦର୍ଶନ କରିଥାଏ ଏବଂ ପ୍ରଦର୍ଶିତ ଥିବା କଳାକୃତି ବିଷୟରେ ଅନ୍ତର୍ନିହିତ ସୂଚନା ମଧ୍ୟ ପ୍ରଦାନ କରିଥାଏ। ଏହା ଏକ ଇମର୍ସିଭ୍ ଅନୁଭୂତି ସୃଷ୍ଟି କରେ ଯାହା ପରିଦର୍ଶକମାନଙ୍କୁ ଓଡିଶାର ସମୃଦ୍ଧ ସାଂସ୍କୃତିକ ଐତିହ୍ୟର ବାର୍ତ୍ତା ପ୍ରଦାନ କରିଥାଏ। ଏଥିସହିତ ମୁଖ୍ୟମନ୍ତ୍ରୀ କଳାଭୂମିର ସ୍ବତନ୍ତ୍ର ୱେବସାଇଟ, ଭର୍ଚୁୟାଲ ଟୁର, କଫିଟେବୁଲ ବୁକ୍, ଇ-ଟିକେଟିଂ ବ୍ୟବସ୍ଥାକୁ ମଧ୍ୟ ଲୋକାର୍ପଣ କରିଥିଲେ। ଏହି ଉତ୍ସବରେ ହସ୍ତତନ୍ତ, ବୟନଶିଳ୍ପ ଏବଂ ହସ୍ତଶିଳ୍ପ…
Author: Samikhsya Bureau
ନୂଆଦିଲ୍ଲୀ: ନୁହ ହିଂସା ପରେ ହରିୟାଣା ସମେତ ପଶ୍ଚିମ ଉତ୍ତରପ୍ରଦେଶର ପୋଲିସ-ପ୍ରଶାସନ ସତର୍କ ମୋଡରେ ଅଛି। ଏହି ହିଂସା ସମ୍ପର୍କରେ ଦେଶର ବିଭିନ୍ନ ନେତାଙ୍କଠାରୁ ବିବୃତ୍ତି ଆସିଛି। ଏହି ସମୟରେ ଭାରତୀୟ କ୍ରିକେଟର ସଚିନ ତେନ୍ଦୁଲକରଙ୍କ ଏକ ପୁରୁଣା ଭିଡିଓ ମଧ୍ୟ ଭାଇରାଲ ହେବାରେ ଲାଗିଛି। ବାସ୍ତବରେ, ସଚିନ ତାଙ୍କ କ୍ରିକେଟ୍ କ୍ୟାରିଅର୍ ଆରମ୍ଭ କରିବାବେଳେ ଏହି ଭିଡିଓ କରିଥିଲେ। ସଚିନଙ୍କ ବ୍ୟତୀତ ଅମିତାଭ ବଚ୍ଚନ, ଅନୁପମ ଖେରଙ୍କ ସମେତ ଅନେକ ଚଳଚ୍ଚିତ୍ର ବ୍ୟକ୍ତିତ୍ୱ ମଧ୍ୟ ଏହି ଭିଡିଓରେ ନଜର ଆସିଛନ୍ତି। ଏହି ଭିଡିଓ ମାଧ୍ୟମରେ ହିନ୍ଦୁ-ମୁସଲମାନ ଏକତାର ବାର୍ତ୍ତା ଦିଆଯାଉଛି। ବର୍ତ୍ତମାନ ନୁହ ହିଂସା ପରେ ଏହି ଭିଡିଓ ପୁଣି ଭାଇରାଲ ହେବାରେ ଲାଗିଛି। ସଚିନ ତେନ୍ଦୁଲକରଙ୍କ ପୁରୁଣା ଭାଇରାଲ୍ ଭିଡିଓ: ଏହି ଭିଡିଓ ଆରମ୍ଭରେ କ୍ରିକେଟର ସଚିନ ତେନ୍ଦୁଲକର କହୁଛନ୍ତି ଯେ, ‘ଯେତେବେଳେ ଆମେ ଭାରତ ପାଇଁ ଖେଳୁ, ସେତେବେଳେ ଆମେ ଏକ ଦଳ। ଆପଣ ଜଣେ ହିନ୍ଦୁ…
ନୂଆଦିଲ୍ଲୀ: ବାରାଣାସୀର ଜ୍ଞାନବାପୀ ପରିସରରେ ଏଏସଆଇ ସର୍ଭେ ସମ୍ପର୍କରେ ମୁସଲିମ ପକ୍ଷଙ୍କ ଯୁକ୍ତିକୁ ଆହ୍ଲାବାଦ କୋର୍ଟ ଖାରଜ କରିଛନ୍ତି। ହାଇକୋର୍ଟର ପ୍ରଧାନ ବିଚାରପତି ପ୍ରୀତିଙ୍କର ଦିୱାକରଙ୍କ ଖଣ୍ଡପୀଠ ବିଲ୍ଡିଂରେ କୌଣସି କ୍ଷତି ନକରି ମସଜିଦକୁ ସର୍ଭେ କରିବାକୁ ଅନୁମତି ଦେଇଛନ୍ତି। ଏହି ପ୍ରସଙ୍ଗରେ ବିଜେପିର ରାଜ୍ୟସଭା ସାଂସଦ ରାକେଶ ସିହ୍ନା ଏକ ବଡ ବିବୃତ୍ତି ଦେଇଛନ୍ତି। ବିଜେପି ସାଂସଦ ରାକେଶ ସିହ୍ନା କହିଛନ୍ତି ଯେ, ଧର୍ମ ଆଧାରରେ ରାଜନୈତିକ ଅନୁଷ୍ଠାନ ଗଠନକୁ ବିରୋଧ କରିବା ସମ୍ବିଧାନର ମୂଳ ଭାବନା ବିରୁଦ୍ଧରେ। ଥରେ ହାଇକୋର୍ଟ ଏଏସଆଇକୁ ଅନୁମତି ଦେଇସାରିବା ପରେ ଏହାକୁ ବାରଣ କରାଯାଇ ନଥାନ୍ତା। ASI ର କାମ ହେଉଛି ଇତିହାସ ଜାଣିବା। ଏହାସହିତ ଐତିହ୍ୟର ଅଧିକାର ଜାଣିବା ଏବଂ ବୁଝିବା ଭାରତର ଲୋକଙ୍କ ମୌଳିକ ଅଧିକାର ଅଟେ। ଇତିହାସ ଜାଣିବାକୁ ଭୟ କାହିଁକି?: ବିଜେପି ସାଂସଦ ପଚାରିଛନ୍ତି ଯେ, କିଏ ଏହି ଇତିହାସ ଜାଣିବା ଏବଂ ବୁଝିବାକୁ ଭୟ କରୁଛନ୍ତି…
ନୂଆଦିଲ୍ଲୀ: ଦର୍ଶକମାନେ ୨୨ ବର୍ଷ ଧରି ବ୍ଲକବଷ୍ଟର ଚଳଚ୍ଚିତ୍ର ‘ଗଦର’ର ଦ୍ୱିତୀୟ ଭାଗକୁ ଅପେକ୍ଷା କରି ରହିଛନ୍ତି। ଯାହା ବର୍ତ୍ତମାନ ଏହି ମାସରେ ସମ୍ପୂର୍ଣ୍ଣ ହେବାକୁ ଯାଉଛି। ତାରା ସିଂ ତାଙ୍କ ପୁଅ ଜୀତାଙ୍କୁ ପାକିସ୍ତାନରୁ ଫେରାଇ ଆଣିବା ଦେଖିବାକୁ ପ୍ରଶଂସକମାନେ ଉତ୍ସାହିତ ଅଛନ୍ତି। ଏହା କେବଳ ଫିଲ୍ମର ଆଡଭାନ୍ସ ବୁକିଂରୁ ଜାଣିହେବ। ଫିଲ୍ମର ରିଲିଜ୍ ପାଇଁ ୭ ଦିନ ବାକି ଅଛି, ଏହା ପୂର୍ବରୁ ଫିଲ୍ମର ଜବରଦସ୍ତ ଅଗ୍ରୀମ ବୁକିଂ ଆରମ୍ଭ ହୋଇଯାଇଛି। ରବିବାର ଠାରୁ ସନ୍ନି ଦେଓଲ ଏବଂ ଅମିଶା ପଟେଲଙ୍କ ଅଭିନୀତ ‘ଗଦର ୨’ର ଆଡଭାନ୍ସ ବୁକିଂ ଆରମ୍ଭ ହୋଇଛି। ରିଲିଜ୍ ହେବା ପରଠାରୁ ‘ରକି ଅର ରାନୀ କି ପ୍ରେମ କାହାନି’ କେବଳ ୧୨ ହଜାର ଟିକେଟ୍ ବିକ୍ରି କରିସାରିଛି ଏବଂ ‘ସତ୍ୟପ୍ରେମ କି କଥା’ ଆଜି ପର୍ଯ୍ୟନ୍ତ ୯,୮୦୦ ଟିକେଟ୍ ବିକ୍ରି କରିସାରିଛି, ‘ଗଦର ୨’ର ଅଗ୍ରୀମ ବୁକିଂ ଅନ୍ୟ କିଛି ଅଟେ। ମୁଭିମ୍ୟାକ୍ସରେ…
ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦକୁ ଚ୍ୟାଲେଞ୍ଜ କରୁଥିବା ପିଟିସନର ଶୁଣାଣି କରୁଛନ୍ତି ସୁପ୍ରିମକୋର୍ଟ। ଆବେଦନକାରୀଙ୍କ ଓକିଲ କପିଲ ସିବଲ ଆଜି ସାମ୍ବିଧାନିକ ଖଣ୍ଡପୀଠରେ ଏହି ଯୁକ୍ତି ଉପସ୍ଥାପନ କରିଛନ୍ତି। ସାମ୍ବିଧାନିକ ବ୍ୟବସ୍ଥା ଜରିଆରେ ସିବଲ ଯୁକ୍ତି ବାଢ଼ିଥିଲେ ଯେ ଧାରା ୩୭୦ରେ ବିଭ୍ରାଟ କରାଯାଇପାରିବ ନାହିଁ। ନିର୍ବାଚିତ ରାଜ୍ୟ ସରକାରଙ୍କ ସୁପାରିସରେ ୩୭୦ ଉଚ୍ଛେଦ ହୋଇପାରିବ କି ନାହିଁ ବୋଲି ବୁଧବାର କୋର୍ଟ ପ୍ରଶ୍ନ କରିଥିଲେ। ଏପରିକି ନିର୍ବାଚିତ ରାଜ୍ୟ ସରକାରଙ୍କର ମଧ୍ୟ ଏହି ଅଧିକାର ନାହିଁ ବୋଲି ସିବଲ କହିଛନ୍ତି। ୧୯୫୭ରେ ଜମ୍ମୁ-କଶ୍ମୀର ସମ୍ବିଧାନ ସଭାର କାର୍ଯ୍ୟକାଳ ଶେଷ ହେବା ପରେ ଅସ୍ଥାୟୀ ବ୍ୟବସ୍ଥା (ଧାରା ୩୭୦) କିପରି ସ୍ଥାୟୀ ହେଲା ବୋଲି କୋର୍ଟ ପ୍ରଶ୍ନ କରିଛନ୍ତି। ସମ୍ବିଧାନ ସଭାର କାର୍ଯ୍ୟକାଳ ୧୯୫୭ରେ ଶେଷ ହୋଇଥିଲା, ତେବେ ବର୍ତ୍ତମାନ କ’ଣ? ସିବଲ କହିଛନ୍ତି ଯେ ୧୯୫୧ରୁ ୧୯୫୭ ପର୍ଯ୍ୟନ୍ତ ଜମ୍ମୁ-କଶ୍ମୀରର ସମ୍ବିଧାନ ସଭା ନିଷ୍ପତ୍ତି ନେଇପାରିଥାନ୍ତା। ସେହି ସମୟରେ…
ଭୁବନେଶ୍ବର: ଆଜି ପ୍ରାୟତଃ ବର୍ଷାର ପରିମାଣ କମ ଥିବାରୁ ବିଭିନ୍ନ ନଦୀର ଜଳ ସ୍ତର ହ୍ରାସ ପାଇବାରେ ଲାଗିଛି। ହେଲେ ମହାନଦୀର ଉପରି ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ଏହି ନଦୀ ଫୁଲିବାରେ ଲାଗିଛି। ଗତକାଲି ବରମୁଳଠାରେ ପ୍ରଚୁର ବର୍ଷା ହୋଇଛି, ହେଲେ ବରମୁଳରେ ପାଣି କମିଥିବାର ଜଣାପଡିଛି। ତେବେ ବର୍ତମାନ ମହାନଦୀର ମୁଣ୍ଡୁଳିଠାରେ ୮ ଲକ୍ଷ ୨୮ ହଜାର କ୍ୟୁସେକ ଜଳ ପ୍ରଭାହିତ ହେଉଛି। ଏହା ବଢ଼ି ଆଜି ସନ୍ଧ୍ୟା ସୁଦ୍ଧା ୯ ଲକ୍ଷରୁ ୯ ଲକ୍ଷ ୫୦ ହଜାର କ୍ୟୁସେକ ଜଳ ମୁଣ୍ଡୁଳି ଠାରେ ପ୍ରବାହିତ ହେବ। ମହାନଦୀ ପାଇଁ ଆଜି ରାତି ବଡ ଗୁରୁତ୍ୱପୂର୍ଣ୍ଣ। ବିପଦ ସଂକେତ ଉପରେ ଥିବା ବୈତରଣୀର ଜଳସ୍ତର ଆଖୁଆପଦା ଓ ଆନନ୍ଦପୁରଠାରେ କମିବାକୁ ଲାଗିଲାଣି। ତେବେ ବର୍ତ୍ତମାନ ସୁଦ୍ଧା କିଛି ବଡ଼ ଅଘଟଣ ହୋଇନି ବୋଲି ଜଳ ସଂପଦ ବିଭାଗ ତରଫରୁ କୁହାଯାଇଛି। ଆଜି ସକାଳେ ବ୍ରାହ୍ମଣୀର ଜଳସ୍ତର ଜେନାପୁରଠାରେ ବଢିବାକୁ…
ନୂଆଦିଲ୍ଲୀ: ଜ୍ଞାନବାପି ମସଜିଦ ପରିସର ସହ ଜଡ଼ିତ ମାମଲାରେ ଆହ୍ଲାବାଦ ହାଇକୋର୍ଟ ଗୁରୁବାର ଏକ ବଡ଼ ରାୟ ଦେଇଛନ୍ତି। ଜ୍ଞାନବାପି ମସଜିଦ ପରିସରରେ ଏଏସଆଇ ସର୍ଭେ କରିବାକୁ ବାରଣାସୀ ଜିଲ୍ଲା ଅଦାଲତ ଦେଇଥିବା ନିଷ୍ପତ୍ତିକୁ ହାଇକୋର୍ଟ ଗୁରୁବାର କାର୍ଯ୍ୟକାରୀ କରିଛନ୍ତି। ଏହି ସର୍ଭେ ବିରୋଧରେ ମୁସଲମାନ ପକ୍ଷ ଆବେଦନ କରିଥିଲେ, ଯାହାକୁ କୋର୍ଟ ଖାରଜ କରିଦେଇଛନ୍ତି। ଏବେ କୋର୍ଟଙ୍କ ରାୟ ପରେ ତୁରନ୍ତ ଜ୍ଞାନବାପିରେ ସର୍ଭେ ଆରମ୍ଭ ହେବ। ହାଇକୋର୍ଟଙ୍କ ନିଷ୍ପତ୍ତି ବିରୋଧରେ ମୁସଲମାନ ପକ୍ଷ ଏବେ ସୁପ୍ରିମକୋର୍ଟକୁ ଆବେଦନ କରିବେ। ଅଦାଲତଙ୍କ ରାୟ ପରେ ହିନ୍ଦୁ ପକ୍ଷର ଓକିଲ ବିଷ୍ଣୁ ଶଙ୍କର ଜୈନ ଏକ ବିବୃତି ଦେଇ କହିଛନ୍ତି ଯେ କୋର୍ଟ ଏହି ସର୍ଭେକୁ ଅନୁମୋଦନ କରିଛନ୍ତି। ଏଏସଆଇ ତାଙ୍କ ସତ୍ୟପାଠ ଦାଖଲ କରିଛନ୍ତି ଏବଂ କୋର୍ଟଙ୍କ ନିର୍ଦ୍ଦେଶ ଆସିଛି। ଓକିଲ କହିଛନ୍ତି ଯେ କୋର୍ଟ ମୁସଲିମ ପକ୍ଷର ଯୁକ୍ତିକୁ ଖାରଜ କରିଦେଇଛନ୍ତି। ହାଇକୋର୍ଟଙ୍କ ରାୟ ପରେ ପ୍ରତିକ୍ରିୟା ମଧ୍ୟ…
ନୂଆଦିଲ୍ଲୀ: ୱେଷ୍ଟଇଣ୍ଡିଜ୍ ବିପକ୍ଷ ୩ ଟି ଦିନିକିଆ ସିରିଜକୁ ଭାରତ ୨-୧ ରେ ଜିତିଛି। ଏଥିସହିତ ବର୍ତ୍ତମାନ ଟି-୨୦ ସିରିଜରେ ଉଭୟ ଦଳ ମୁହାଁମୁହିଁ ହେବେ। ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ୩ ଟି ଟି -୨୦ ମ୍ୟାଚ୍ ଖେଳାଯିବ। ଏହି ସିରିଜର ପ୍ରଥମ ମ୍ୟାଚ୍ ଆଜି ଖେଳାଯିବ। ତେବେ ଏହି ମ୍ୟାଚ୍ ପାଇଁ ଟିମ୍ ଇଣ୍ଡିଆର ଖେଳାଳି ଏକାଦଶ କ’ଣ ହେବ? ଖେଳାଳି ଏକାଦଶରେ କେଉଁ ଖେଳାଳି ଚୟନ କରାଯିବ? ବାସ୍ତବରେ ଭାରତୀୟ ଦଳ ପରିଚାଳନା ପାଇଁ ଏହି ଚୟନ ସହଜ ହେବ ନାହିଁ। ଦିନିକିଆ ସିରିଜରେ ଇଶାନ କିଶନ ଚମତ୍କାର ପ୍ରଦର୍ଶନ କରିଥିଲେ। ଅନ୍ୟପକ୍ଷରେ, ଟେଷ୍ଟ ମ୍ୟାଚରେ ବ୍ୟାଟିଂ କରି ଯଶସ୍ୱୀ ଜୟସ୍ଵାଲ ବହୁତ ପ୍ରଭାବିତ କରିଥିଲେ। ତେବେ ୱେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ଟି -୨୦ ମ୍ୟାଚରେ ଖେଳାଳି ଏକାଦଶରେ କିଏ ସ୍ଥାନ ପାଇବ? ଇଶାନ କିଶାନ ନା ଯଶସ୍ୱୀ ଜୟସ୍ଵାଲ? ଦଳ ପରିଚାଳନା ପାଇଁ ନିଷ୍ପତ୍ତି ସହଜ…
ଭୁବନେଶ୍ବର: ବର୍ତ୍ତମାନ ରାଜ୍ୟରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇସାରିଲାଣି। ବିଭିନ୍ନ ଗାଁରେ ବନ୍ୟା ପାଣି ପଶିଗଲାଣି। ଲୋକମାନେ ହନ୍ତସନ୍ତ ହେବାରେ ଲାଗିଛନ୍ତି। ମୁଖ୍ୟତଃ ତଳିଆ ଗାଁଗୁଡିକ ଜଳବନ୍ଦୀ ହୋଇ ରହିଛନ୍ତି। ସେଠାରେ ଓଡ୍ରାଫ ଏବଂ ଏନଡିଆରଏଫ ଟିମ୍ ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି। ନଦୀର ଜଳସ୍ତର ଧୀରେ ଧୀରେ ବୃଦ୍ଧି ପାଉଥିବାରୁ ପରବର୍ତ୍ତି ସମୟରେ ଏହା ଭୟଙ୍କର ହେବ ବୋଲି ଜଣାପଡିଛି। ସେପଟେ ନଦୀ ଫୁଲିବା ଦ୍ବାରା ରାଜ୍ୟର ବିଭିନ୍ନ ସ୍ଥାନରେ ଜଳ ସ୍ତର ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି। କେଉଁ ମୁହୁର୍ତ୍ତରେ ନଦୀବନ୍ଧ ଭାଙ୍ଗିଯିବ ତାହା କହି ହେବ ନାହିଁ। ସେଥିପାଇଁ ଦୁବର୍ଳ ସ୍ଥାନରେ ପ୍ରଶାସନ ଜଗି ରହିବା ପାଇଁ ସ୍ବତନ୍ତ୍ର ରିଲିଫ କମିଶନର ନିର୍ଦ୍ଦେଶ ଦେଇଛନ୍ତି। ସେଠାରେ ଜଳସେଚନ ଇଂଜିନିୟର, ସ୍ଥାନୀୟ ପୋଲିସ, ଅଗ୍ନିଶମ କର୍ମଚାରୀଙ୍କୁ ନେଇ ଚବିଶ ଘଣ୍ଟିଆ ସଜାଗ ରହିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ଆଗୁଆ ସତର୍କ ହେବା ପାଇଁ ଉଦ୍ଧାରକାରୀ ଦଳକୁ ମୁତୟନ…
ଭୁବନେଶ୍ଵର: ଜୀ-ସାର୍ଥକର ଲୋକପ୍ରିୟ ଧାରାବାହିକ ‘ଆମ ଝିଲି’ ଆସୁଛି ଏକ ନୂଆ ରୂପ ନେଇ ଯାହା ଚିତ୍ରଣ କରିବ ଚୁଲବୁଲି ଝିଲିର ଏକ ଅବିଶ୍ଵସନୀୟ ଯାତ୍ରାକୁ । ଝିଲି ଏକ ସ୍ନେହୀ, ଯତ୍ନଶୀଳ ଓ ସମସ୍ତଙ୍କ ପ୍ରିୟ ଝିଅ ଯିଏକି ଏକଦା ମିଠା ମହଲରେ ସମସ୍ତଙ୍କ ପ୍ରିୟ ଥିଲା । ସେ କେବଳ ଏକ ପରିବାରକୁ ଏକାଠି କରିନଥିଲା ବରଂ ଆଶ୍ଚର୍ଯ୍ୟ ଭାବରେ ପୁରା ପରିବାର ଉପରେ ଏକ ପ୍ରକାରର ଯାଦୁ ମଧ୍ୟ କରିଥିଲା । ଟିଙ୍ଗା ବାବୁ ସିଦ୍ଧାର୍ଥ ମହାପାତ୍ରକୁ ଏକ ଯତ୍ନଶୀଳ ଓ ସ୍ନେହୀ ସ୍ବାମୀ ଭାବରେ ପରିଣତ କରିଥିଲା । କିନ୍ତୁ ସମୟଚକ୍ରରେ ଝିଲିର ଭାଗ୍ୟ ପରିବର୍ତ୍ତନ ହୁଏ, ପୁରା ପରିବାର ଏବଂ ସିଦ୍ଧାର୍ଥ ମଧ୍ୟ ପରିସ୍ଥିତରେ ପଡି ଏକ ପାରିବାରିକ ଷଡଯନ୍ତ୍ର ର ଶିକାର ହୁଅନ୍ତି ଏବଂ ଝିଲି ଉପରେ ସେମାନଙ୍କର ବିଶ୍ୱାସ ହରାନ୍ତି । ଏକଦା ଅନ୍ଧଭାବରେ ଭଲପାଉଥିବା ମହାପାତ୍ର ପରିବାର ଠାରୁ ବିଦାୟ…
ନୂଆଦିଲ୍ଲୀ: କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ ରାଜପଥରେ ଦୁର୍ଘଟଣାରୁ ଟ୍ରକ ଏବଂ ଯାନବାହନକୁ ରକ୍ଷା କରିବା ପାଇଁ ଏକ ନୂତନ ଜ୍ଞାନକୌଶଳ ବିଷୟରେ ଉଲ୍ଲେଖ କରିଛନ୍ତି। ରାଜ୍ୟସଭାରେ ମନୋନୀତ ସଦସ୍ୟ ଗୁଲାମ ଅଲ୍ଲୀଙ୍କ ଏକ ପ୍ରଶ୍ନର ଉତ୍ତରରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ଏହି ନୂତନ ଜ୍ଞାନକୌଶଳକୁ କଠିନ କ୍ଷେତ୍ରରେ ବ୍ୟବହାର କରିବାକୁ ସରକାର ବିଚାର କରୁଛନ୍ତି। ମନୋନୀତ ସଦସ୍ୟ ଅଲ୍ଲୀ ପ୍ରଶ୍ନ କରିଥିଲେ ଯେ କାଶ୍ମୀରରେ ବର୍ତ୍ତମାନର ସରକାର ବହୁତ କାମ କରୁଛନ୍ତି କିନ୍ତୁ ରାଜପଥରେ ଟ୍ରକ୍ ଦୁର୍ଘଟଣା ଘଟୁଛି। ସେ କହିଛନ୍ତି ଯେ ଦୁର୍ଘଟଣା ପ୍ରତିବନ୍ଧକ ଅଛି, କିନ୍ତୁ ଏହା ଏତେ ବଡ଼ ଟ୍ରକ୍ ଯେ ଥରେ ଏହା ତଳକୁ ଖସିପଡ଼ିଲେ ତା’ପରେ ଚାରିଆଡ଼େ ଜଳ ପ୍ରକଳ୍ପ ଯୋଗୁଁ ଟ୍ରକ୍ କିମ୍ବା ମୃତଦେହ ମିଳିନଥାଏ। ମୁଁ ମନ୍ତ୍ରୀଙ୍କୁ ଅନୁରୋଧ କରିବି ଯେ ଡୋଡା-କିସ୍ତୱାର ଏବଂ ଉଦ୍ଧମପୁରରୁ ଶ୍ରୀନଗର ପର୍ଯ୍ୟନ୍ତ ଜାତୀୟ ରାଜପଥରେ ଦୁର୍ଘଟଣା ପ୍ରତିବନ୍ଧକ ଲଗାନ୍ତୁ, ଯାହାଦ୍ୱାରା…
ନୂଆଦିଲ୍ଲୀ: ରାଜ୍ୟ ସଭାରେ ବୁଧବାର ଖଣି ଓ ଖଣିଜ (ବିକାଶ ଓ ନିୟନ୍ତ୍ରଣ) ସଂଶୋଧନ ବିଲ୍-୨୦୨୩ ଗୃହୀତ ହୋଇଛି। ପୂର୍ବରୁ ଏହା ଲୋକସଭାରେ ଗୃହୀତ ହୋଇଥିଲା। ଏଥି ସହିତ ଏହି ଗୁରୁତ୍ୱପୂର୍ଣ୍ଣ ବିଲ୍ଟି ସଂସଦରେ ଅନୁମୋଦନ ଲାଭ କରିଛି। ଏହା ଫଳରେ ୧୯୫୭ର ଖଣି ଓ ଖଣିଜ ପଦାର୍ଥ ଆଇନରେ କେତେକ ଗୁରୁତ୍ୱପୂର୍ଣ୍ଣ ସଂସ୍କାର ଓ ସଂଶୋଧନ କରାଯାଇଛି। ୨୦୨୩ ଜୁଲାଇ ୨୮ରେ ଏହି ସଂଶୋଧନ ବିଲ୍ ଲୋକସଭାରେ ଗୃହୀତ ହୋଇଥିଲା। ଏବେ ସଂସଦର ଅନୁମୋଦନ ପାଇବା ପରେ ଆଇନ ଅନୁସାରେ ବିଲ୍ଟି ରାଷ୍ଟ୍ରପତିଙ୍କ ସ୍ୱୀକୃତି ପାଇଁ ଯିବ। ଏହା ରାଷ୍ଟ୍ରପତିଙ୍କ ଅନୁମୋଦନ ପାଇଲେ ଆଇନରେ ପରିଣତ ହୋଇ କାର୍ଯ୍ୟକାରୀ ହେବ। ୧୯୫୭ର ଏମ୍ଏମ୍ଡିଆର୍ ଆଇନକୁ ୨୦୧୫ରେ ବ୍ୟାପକଭାବେ ସଂଶୋଧନ କରାଯାଇଥିଲା। ଏହାର ଉଦ୍ଦେଶ୍ୟ ଥିଲା ଖଣି କ୍ଷେତ୍ରରେ କେତେକ ଗୁରୁତ୍ୱପୂର୍ଣ୍ଣ ସଂସ୍କାରକୁ କାର୍ଯ୍ୟକାରୀ କରିବା। ଏଥିରେ ଖଣିଜ ନିଲାମରେ ସ୍ୱଚ୍ଛତା ଆଣିବା ଥିଲା ବିଶେଷ ଗୁରୁତ୍ୱପୂର୍ଣ୍ଣ। ଏହାଛଡା ଜିଲ୍ଲା ଖଣିଜ…
ନୂଆଦିଲ୍ଲୀ: କେନ୍ଦ୍ର ଅର୍ଥ ଓ କର୍ପୋରେଟ୍ ବ୍ୟାପାର ମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ବୁଧବାର ଭିଡିଓ କନଫରେନ୍ସିଂ ଜରିଆରେ ଜିଏସଟି ପରିଷଦର 51ତମ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ କେନ୍ଦ୍ର ଅର୍ଥ ରାଷ୍ଟ୍ର ମନ୍ତ୍ରୀ ପଙ୍କଜ ଚୌଧୁରୀଙ୍କ ସମେତ ରାଜ୍ୟ ଏବଂ ବିଧାନସଭା ଥିବା କେନ୍ଦ୍ର ଶାସିତ ପ୍ରଦେଶର ଅର୍ଥମନ୍ତ୍ରୀମାନେ ଯୋଗ ଦେଇଥିଲେ। ଅର୍ଥ ମନ୍ତ୍ରଣାଳୟ ଏବଂ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶର ଅର୍ଥ ବିଭାଗର ବରିଷ୍ଠ ଅଧିକାରୀମାନେ ମଧ୍ୟ ବୈଠକରେ ଉପସ୍ଥିତ ଥିଲେ। ଏଥିପୂର୍ବରୁ ଗତ ମାସ 11 ତାରିଖରେ ଜିଏସଟି ପରିଷଦର 50ତମ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ କ୍ୟାସିନୋ ବା ଜୁଆ ଖେଳ ହେଉଥିବା ସ୍ଥାନ, ରେସ୍ କୋର୍ସ ବା ଘୋଡ଼ା ଦୌଡ଼ ପ୍ରତିଯୋଗିତା ହେଉଥିବା ସ୍ଥାନ ଏବଂ ଅନଲାଇନ ଗେମିଂ ଉପରେ ମନ୍ତ୍ରୀ ଗୋଷ୍ଠୀର ଦ୍ୱିତୀୟ ରିପୋର୍ଟ ଉପରେ ବିଚାର ବିମର୍ଶ କରାଯାଇଥିଲା। କ୍ୟାସିନୋ, ଘୋଡ଼ା ଦୌଡ଼ ଏବଂ ଅନଲାଇନ ଗେମିଂରେ ଯୋଗାଣ ହେଉଥିବା…
ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀରରେ ବର୍ତ୍ତମାନ ସମ୍ବିଧାନ ସଭା ନାହିଁ, ତେବେ ଧାରା ୩୭୦ ଉଚ୍ଛେଦ ପାଇଁ କିଏ ସୁପାରିସ କରିପାରିବ? ପୂର୍ବତନ ରାଜ୍ୟକୁ ସ୍ୱତନ୍ତ୍ର ପାହ୍ୟା ପ୍ରଦାନ କରୁଥିବା ସାମ୍ବିଧାନିକ ବ୍ୟବସ୍ଥା ଉଚ୍ଛେଦକୁ ଚ୍ୟାଲେଞ୍ଜ କରିଥିବା ଆବେଦନକାରୀଙ୍କୁ ସୁପ୍ରିମକୋର୍ଟ ବୁଧବାର ଏହି ପ୍ରଶ୍ନ ପଚାରିଛନ୍ତି। ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ଗଠିତ ପାଞ୍ଚ ଜଣିଆ ସାମ୍ବିଧାନିକ ଖଣ୍ଡପୀଠ ବୁଧବାର ଧାରା ୩୭୦ ଉଚ୍ଛେଦ ପାଇଁ କେନ୍ଦ୍ର ସରକାରଙ୍କ ଅଗଷ୍ଟ ୫, ୨୦୧୯ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରୁଥିବା ପିଟିସନର ଶୁଣାଣି ଆରମ୍ଭ କରିଛନ୍ତି । ଖଣ୍ଡପୀଠରେ ଜଷ୍ଟିସ୍ ସଞ୍ଜୟ କିଶନ କୌଲ, ଜଷ୍ଟିସ୍ ସଞ୍ଜୀବ ଖାନ୍ନା, ଜଷ୍ଟିସ୍ ବିଆର୍ ଗବାଇ ଏବଂ ଜଷ୍ଟିସ୍ ସୂର୍ଯ୍ୟକାନ୍ତ ରହିଛନ୍ତି। ୧୯୫୭ରେ ଜମ୍ମୁ-କଶ୍ମୀର ସମ୍ବିଧାନ ସଭାର କାର୍ଯ୍ୟକାଳ ଶେଷ ହେବା ପରେ ସମ୍ବିଧାନରେ ଅସ୍ଥାୟୀ ବ୍ୟବସ୍ଥାଭାବେ ଉଲ୍ଲେଖ କରାଯାଇଥିବା ଏକ ବ୍ୟବସ୍ଥା (ଧାରା ୩୭୦) କିପରି ସ୍ଥାୟୀ ହୋଇପାରିବ ବୋଲି ସର୍ବୋଚ୍ଚ ନ୍ୟାୟାଳୟ ଆବେଦନକାରୀଙ୍କ ମୁଖ୍ୟ ଓକିଲ…
ମେଷ- ଆଜି ଆପଣ ଶାରୀରିକ ଏବଂ ମାନସିକ ସ୍ତରରେ ଅସୁସ୍ଥତା ଅନୁଭବ କରିବେ। କୈଣସି ନୂତନ କାର୍ଯ୍ୟ ଆରମ୍ଭ ନ କରିବାକୁ ପରାମର୍ଶ ଦିଆଯାଇଛି। ଖାଇବା ଏବଂ ପିଇବାରେ ବିଶେଷ ଧ୍ୟାନ ଦିଅନ୍ତୁ। ସ୍ୱାସ୍ଥ୍ୟ ଖରାପ ହେବାର ସମ୍ଭାବନା ଅଧିକ। ସମ୍ଭବ ହେଲେ ସ୍ଥାନାନ୍ତରଣକୁ ଏଡାଇ ଦିଆଯାଇପାରେ। ଆପଣ ଏକ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ଆପଣଙ୍କର କାର୍ଯ୍ୟ ସମାପ୍ତ କରିବାକୁ ସମର୍ଥ ହେବେ ନାହିଁ। ଯୋଗ ଏବଂ ଧ୍ୟାନ ସହିତ ଆପଣ ମାନସିକ ସ୍ତରରେ ଶାନ୍ତ ରହିପାରିବେ। ବୃଷ- ଆଜିର ଦିନରେ ଆପଣ ଥକ୍କା, ଅଳସୁଆ ଏବଂ ଚିନ୍ତା ଅନୁଭବ କରିବେ। ଆଜି ଆପଣ ଉତ୍ସାହିତ ଅନୁଭବ କରିବେ ନାହିଁ। ଆପଣ କଥାରେ କଥାରେ କ୍ରୋଧିତ ହେବେ। ଯାହା ଫଳରେ ଆପଣଙ୍କର କାମ ବାଧାପ୍ରାପ୍ତ ହେବ। ଆପଣଙ୍କର ଚାକିରି, ବ୍ୟବସାୟ, ଯାଗା କିମ୍ବା ଘର ଉପରେ ସମସ୍ୟା ସୃଷ୍ଟି ହୋଇପାରେ। ହେଲେ ଯତ୍ନ ନିଅନ୍ତୁ ସୁଧାର ଆସିପାରେ। ହୁଏତ କିଛି ଧାର୍ମିକ କିମ୍ବା ମାଙ୍ଗଳିକ…
ଭୁବନେଶ୍ୱର: ଦକ୍ଷତା ବିକାଶ କ୍ଷେତ୍ରରେ ନୂତନ କୌଶଳ ପଦ୍ଧତି ଆପଣେଇ ଯୁବପିଢୀକୁ ଆଧୁନିକ ଶିଳ୍ପ ଜଗତର ଚାହିଦା ମୁତାବକ ସଶକ୍ତ କରାଇବା ତଥା ସ୍କିଲ୍ଡ ଇନ୍ ଓଡିଶା ବ୍ରାଣ୍ଡ କୁ ବିଶ୍ୱ ପେଷାଦାର ବଜାରରେ ବହୁଳ ଆଦୃତ କରାଇବା ପାଇଁ ରାଜ୍ୟ ସରକାର ପ୍ରାଧାନ୍ୟ ଦେଇ ଆସିଛନ୍ତି। ଏହି ଉପଲକ୍ଷେ ବୁଧବାର ଅପରାହ୍ନରେ ସରକାରୀ ଆଇଟିଆଇ, ଭୁବନେଶ୍ଵର ଠାରେ ଏକ ଭର୍ଚ୍ଚୁଆଲ୍ ରିୟଲିଟି (VR) ଲାବୋରଟୋରୀ ରାଜ୍ୟ ବୈଷୟିକ ଶିକ୍ଷା ଓ ତାଲିମ ନିର୍ଦ୍ଦେଶକ ରେଘୁ ଜି, ଆଇଟିଆଇ ଭୁବନେଶ୍ୱର ଅଧ୍ୟକ୍ଷା, ପ୍ରଶିକ୍ଷକମଣ୍ଡଳୀ ଓ ପ୍ରଶିକ୍ଷାର୍ଥୀଙ୍କ ଉପସ୍ତିତିରେ ଶୁଭାରମ୍ଭ ହୋଇଯାଇଛି। ଆଜିର ଡିଜିଟାଲ ଯୁଗରେ ଶିକ୍ଷା ଉଭୟ ଦାନ ଓ ଗ୍ରହଣ ପ୍ରଣାଳୀ ଚକ ଡଷ୍ଟରରେ ସୀମିତ ନ ହୋଇ ମଲ୍ଟିମେଡ଼ିଆ ଓ ସିମୁଲେସନ ପଦ୍ଧତି ଆପଣେଇ ନେଇଛି। ଭର୍ଚ୍ଚୁଆଲ ରିୟଲିଟି (VR) ପଦ୍ଧତିରେ କମ୍ପୁଟର ସଫ୍ଟୱାର ମାଧ୍ୟମରେ କୌଣସି ବସ୍ତୁ ବା ଯନ୍ତ୍ରାଂଶର ବାସ୍ତବତା ଅତି ନିଖୁଣ ଭାବରେ ଶ୍ରେଣୀ…
ଭୁବନେଶ୍ୱର: ଓଡ଼ିଶା ସଚିବାଳୟ ସମୀକ୍ଷକ ସେବା ସଂଘର ବାର୍ଷିକ ସମ୍ମିଳନୀ ଆଜି ଅନୁଷ୍ଠିତ ହୋଇଯାଇଛି। ସମୀକ୍ଷକମାନଙ୍କର ନିଷ୍ଠା, ଆନ୍ତରିକତା ଓ ଦାୟିତ୍ୱବୋଧ ରାଜ୍ୟର ଆର୍ଥିକ ପରିଚାଳନାକୁ ଅଧିକ ସକି୍ରୟ ଓ ସ୍ୱଚ୍ଛ କରିବାରେ ସହାୟକ ହୋଇଛି ବୋଲି ବାର୍ଷିକ ସମ୍ମିଳନୀରେ ନିମନ୍ତ୍ରିତ ଅତିଥିମାନେ ମତବ୍ୟକ୍ତ କରିଥିଲେ। ସ୍ଥାନୀୟ ଜୟଦେବ ଭବନଠାରେ ଅନୁଷ୍ଠିତ ଏହି ବାର୍ଷିକ ସମ୍ମିଳନୀରେ ମୁଖ୍ୟ ଅତିଥି ଭାବେ ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଯୋଗଦେଇ କହିଥିଲେ ଯେ ରାଜ୍ୟ ବା ଦେଶର ଆର୍ଥିକ ଉନ୍ନତି ଓ ଅଭିବୃଦ୍ଧିରେ ବିତ୍ତୀୟ ଶୃଂଖଳା ଜରୁରୀ ହୋଇଥିବାବେଳେ ସମୀକ୍ଷକମାନେ ଏ ଦିଗରେ ସର୍ବଦା ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥାନ୍ତି। ବିଭିନ୍ନ ଉନ୍ନୟନମୂଳକ ଯୋଜନାରେ ରାଜ୍ୟ ସରକାର ବହୁ ଅର୍ଥ ବ୍ୟୟବରାଦ କରୁଥିବାରୁ ହିତାଧିକାରୀମାନେ ଏହାର ସୁଫଳ ପାଇବା ଅତ୍ୟନ୍ତ ଆବଶ୍ୟକ। ସମୀକ୍ଷକମାନଙ୍କ ନିଷ୍ଠାପରତା ଓ କାର୍ଯ୍ୟଦକ୍ଷତା ଦ୍ୱାରା ଅର୍ଥ ଖର୍ଚ୍ଚ କରୁଥିବା କାର୍ଯ୍ୟାଳୟ ଓ ସଂସ୍ଥାଗୁଡ଼ିକ ଶୃଙ୍ଖଳିତ ହୋଇଥାଆନ୍ତି। ରାଜ୍ୟ ସରକାରଙ୍କର ଦୁଇ…
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଗୁଜୁରାଟର ଗାନ୍ଧିନଗରରେ ଆୟୋଜିତ ମହିଳା ସଶକ୍ତିକରଣ ଉପରେ ଜି -୨୦ ମନ୍ତ୍ରୀ ସ୍ତରୀୟ ସମ୍ମିଳନୀକୁ ଭିଡିଓ ବାର୍ତ୍ତା ମାଧ୍ୟମରେ ସମ୍ବୋଧିତ କରିଛନ୍ତି। ଏହି ସମାବେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ଏହାର ପ୍ରତିଷ୍ଠା ଦିବସରେ ମହାତ୍ମା ଗାନ୍ଧୀଙ୍କ ନାମରେ ନାମିତ ଗାନ୍ଧିନଗରକୁ ମାଣ୍ୟଗଣ୍ୟ ବ୍ୟକ୍ତିଙ୍କୁ ସ୍ୱାଗତ କରିଥିଲେ ଏବଂ ସେମାନଙ୍କୁ ଅହମ୍ମଦାବାଦର ଗାନ୍ଧୀ ଆଶ୍ରମ ପରିଦର୍ଶନ କରିବାର ସୁଯୋଗ ମିଳିଥିବାରୁ ଖୁସି ବ୍ୟକ୍ତ କରିଥିଲେ। ଜଳବାୟୁ ପରିବର୍ତ୍ତନ ଏବଂ ବିଶ୍ୱ ତାପମାତ୍ରା ଭଳି ସମସ୍ୟାଗୁଡିକ ପାଇଁ ଜରୁରୀ ଏବଂ ନିରନ୍ତର ସମାଧାନ ଖୋଜିବାର ଆବଶ୍ୟକତା ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଗାନ୍ଧୀଜୀଙ୍କ ଜୀବନଶୈଳୀର ସରଳତା ଏବଂ ଗାନ୍ଧୀ ଆଶ୍ରମରେ ସହନଶୀଳତା, ଆତ୍ମର୍ନିଭରଶୀଳତା ଏବଂ ସମାନତା ବିଷୟରେ ତାଙ୍କର ଦୂରଦୃଷ୍ଟିସମ୍ପନ୍ନ ଚିନ୍ତାଧାରାକୁ ଯେ କେହି ଦେଖିପାରିବ। ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ପାଇଁ ଏହା ପ୍ରେରଣାଦାୟକ ବୋଲି ଶ୍ରୀ ମୋଦୀ ଆତ୍ମବିଶ୍ୱାସ ବ୍ୟକ୍ତ କରିଛନ୍ତି। ସେ ଦାଣ୍ଡି…
ନୂଆଦିଲ୍ଲୀ: ଆଗାମୀ ଲୋକସଭା ନିର୍ବାଚନ -୨୦୨୪ ପାଖେଇ ଆସୁଛି। ଏଭଳି ପରିସ୍ଥିତିରେ ବିରୋଧୀ ଦଳ ମିଳିତ ଭାବେ ଏନଡିଏ ବିରୋଧରେ ସେମାନଙ୍କର ବଡ ମେଣ୍ଟ INDIA ଗଠନ କରିଛନ୍ତି। ଉଭୟ ଏନଡିଏ ଏବଂ INDIA ଅଧିକରୁ ଅଧିକ ଦଳର ସମର୍ଥନ ଚାହୁଁଛନ୍ତି। ବର୍ତ୍ତମାନ ଭାରତ ରାଷ୍ଟ୍ର ସମିତି (ବିଆରଏସ) ମୁଖ୍ୟ ତଥା ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ ତାଙ୍କ ଦଳର ଷ୍ଟାଣ୍ଡ କ’ଣ ହେବ ତାହା ସ୍ପଷ୍ଟ କରିଛନ୍ତି। ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ କହିଛନ୍ତି ଯେ, ତାଙ୍କ ଦଳ ବିରୋଧୀ ମେଣ୍ଟ ଭାରତୀୟ ନ୍ୟାସନାଲ ଡେଭଲପମେଣ୍ଟ ଇନକ୍ଲୁସିଭ ଆଲାଇନ୍ସ (INDIA) କିମ୍ବା ବିଜେପି ନେତୃତ୍ୱାଧୀନ ଶାସକ ନ୍ୟାସନାଲ ଡେମୋକ୍ରାଟିକ୍ ଆଲାଇନ୍ସ (ଏନଡିଏ) ସହିତ ନାହିଁ। ଶ୍ରୀ ରାଓ ମଙ୍ଗଳବାର ଦିନ ତାଙ୍କର ମହାରାଷ୍ଟ୍ର ଗସ୍ତ ସମୟରେ ଏହି ଘୋଷଣା କରିଛନ୍ତି। ତାଙ୍କ ଦଳ କାହା ସହିତ ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି। ମଙ୍ଗଳବାର ବିଳମ୍ବିତ ରାତିରେ ଜାରି…
ନୂଆଦିଲ୍ଲୀ: ରାଷ୍ଟ୍ରୀୟ ସ୍ବଚ୍ଛ ଗଙ୍ଗା ମିଶନ (ଏନଏମସିଜି) ର କାର୍ଯ୍ୟନିର୍ବାହୀ କମିଟିର 50 ତମ ବୈଠକ ରାଷ୍ଟ୍ରୀୟ ସ୍ବଚ୍ଛ ଗଙ୍ଗା ମିଶନର ମହାନିର୍ଦ୍ଦେଶକ ଜି. ଅଶୋକ କୁମାରଙ୍କ ଅଧ୍ୟକ୍ଷତାରେ ଆୟୋଜିତ କରାଯାଇଛି ଯେଉଁଠାରେ ପ୍ରାୟ 692 କୋଟି ଟଙ୍କାର ନିବେଶରେ ସାତଟି ପ୍ରକଳ୍ପକୁ ମଞ୍ଜୁରୀ ପ୍ରଦାନ କରାଯାଇଛି। ଏହି ସାତଟି ପ୍ରକଳ୍ପରେ ଚାରିଟି ଉତ୍ତର ପ୍ରଦେଶ ଏବଂ ବିହାରରେ ସିୱେଜ୍ ପରିଚାଳନା ସମ୍ବନ୍ଧିତ ଅଟେ। ଏନଏମସିଜି ଏପର୍ଯ୍ୟନ୍ତ ପ୍ରାୟ 38,126 କୋଟି ଟଙ୍କାର ନିବେଶ ସହିତ ସମୁଦାୟ 452 ଟି ପ୍ରକଳ୍ପକୁ ମଞ୍ଜୁରୀ ପ୍ରଦାନ କରିଛି, ଯେଉଁଥିରୁ 254 ଟି ସମ୍ପୂର୍ଣ୍ଣ ହୋଇ ସାରିଛି। ଉତ୍ତର ପ୍ରଦେଶରେ ସିୱେଜ୍ ପରିଚାଳନା ପାଇଁ 661.74 କୋଟି ଟଙ୍କାର ନିବେଶରେ 3 ଟି ପ୍ରକଳ୍ପକୁ ମଞ୍ଜୁରୀ ପ୍ରଦାନ କରାଯାଇଛି। ଏଥିରେ ହାଇବ୍ରିଡ୍ ଆନୁଇଟି ମୋଡ୍ (ଏଚଏଏମ୍) ଅନ୍ତର୍ଗତ ଇଣ୍ଟରସେପ୍ସନ ଏବଂ ଡାଇଭର୍ସନ (ଆଇ ଆଣ୍ଡ ଡି) କାର୍ଯ୍ୟ ସହିତ ଲକ୍ଷ୍ମୌରେ 100 ମିଲିୟନ ଲିଟର…
ନୂଆଦିଲ୍ଲୀ: ଦିଲ୍ଲୀର ଅଧିକାରୀଙ୍କ ସ୍ଥାନାନ୍ତର ଏବଂ ପୋଷ୍ଟିଂ ସହ ଜଡିତ ଏହି ନିୟମକୁ ବଦଳାଇବା ବିଲ୍ ଆସନ୍ତାକାଲି ଲୋକସଭାରେ ଚର୍ଚ୍ଚା ହେବ। ଏହି ସମୟରେ ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିଜୁ ଜନତା ଦଳ (ଆନ୍ଧ୍ରପ୍ରଦେଶ) ଏବଂ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ୱାଇଏସ ଜଗନ୍ ମୋହନ ରେଡ୍ଡୀଙ୍କ YSR କଂଗ୍ରେସ ପାର୍ଟି (YSRCP) ଏହି ବିଲ୍ ଉପରେ କେନ୍ଦ୍ର ସରକାରଙ୍କୁ ସମର୍ଥନ କରିଛନ୍ତି। ଯାହାକୁ ନେଇ ଆମ୍ ଆଦମୀ ପାର୍ଟି (AAP) ଏହି ଦୁଇ ଦଳକୁ ଟାର୍ଗେଟ କରିଛି। ଆମ୍ ଆଦମୀ ପାର୍ଟି ସାଂସଦ ରାଘବ ଚଢା କହିଛନ୍ତି ଯେ, “ଏହା ଏକ ଦେଶ ବିରୋଧୀ ବିଲ୍, ଯେଉଁମାନେ ଏହି ବିଲକୁ ସମର୍ଥନ କରିବେ, ଦେଶ ସେମାନଙ୍କୁ ଦେଶବିରୋଧୀ ଭାବେ ମନେ ରଖିବ। ଯେଉଁମାନେ ଏହି ବିଲକୁ ବିରୋଧ କରୁଛନ୍ତି ସେମାନଙ୍କୁ ଦେଶପ୍ରେମୀ କୁହାଯିବ।’’ ଏଥିସହିତ ସେ ଜାତୀୟ ଗଣମାଧ୍ୟମକୁ କହିଛନ୍ତି ଯେ ସଂସଦରେ ଦିଲ୍ଲୀ ସେବା ବିଲ୍ ଭଲି ଏକ ଅସାମ୍ବିଧାନିକ…

