Author: Samikhsya Bureau

ଦିଲ୍ଲୀ: ଆୟୁଷ ପ୍ରଣାଳୀ/ଭାରତୀୟ ଚିକିତ୍ସା ପ୍ରଣାଳୀ ଅଧୀନରେ ଚିକିତ୍ସା ପାଇଁ ବିଦେଶୀ ନାଗରିକଙ୍କ ନିମନ୍ତେ ଆୟୁଷ (ଏୱାଇ) ଭିସା ପ୍ରସ୍ତୁତ କରାଯିବା ସମ୍ପର୍କରେ ଭାରତ ସରକାରଙ୍କ ଗୃହ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ଆୟୁଷ ଭିସାର ପ୍ରବର୍ତ୍ତନ ଆୟୁଷ ଚିକିତ୍ସା ପ୍ରଣାଳୀ/ଚିକିତ୍ସା ସମ୍ପର୍କିତ ଯତ୍ନ, କଲ୍ୟାଣ ଏବଂ ଯୋଗ ପରି ଚିକିତ୍ସା ପାଇଁ ଭାରତ ଆସୁଥିବା ବିଦେଶୀମାନଙ୍କ ନିମନ୍ତେ ଏକ ସ୍ୱତନ୍ତ୍ର ଭିସା ଯୋଜନା ପ୍ରବର୍ତ୍ତନ ପ୍ରସ୍ତାବକୁ ପୂରଣ କରେ। ଏକ ନୂତନ ଅଧ୍ୟାୟ, ଅର୍ଥାତ୍ ଅଧ୍ୟାୟ ୧୧କ – ଆୟୁଷ ଭିସା ଅଧ୍ୟାୟ ୧୧ – ଭିସା ମାନୁଆଲର ମେଡିକାଲ ଭିସା ପରେ ଅନ୍ତର୍ଭୁକ୍ତ କରାଯାଇଛି , ଯାହା ଭାରତୀୟ ଚିକିତ୍ସା ପ୍ରଣାଳୀ ଅଧୀନରେ ଚିକିତ୍ସା ସହିତ ଜଡିତ ଏବଂ ସେହି ଅନୁଯାୟୀ ଭିସା ମାନୁଆଲ, ୨୦୧୯ ର ବିଭିନ୍ନ ଅଧ୍ୟାୟରେ ଆବଶ୍ୟକୀୟ ସଂଶୋଧନ କରାଯାଇଛି। କେନ୍ଦ୍ର ଆୟୁଷ ଏବଂ ବନ୍ଦର, ଜାହାଜ ଚଳାଚଳ ଏବଂ ଜଳପଥ ମନ୍ତ୍ରୀ…

Read More

ମୁମ୍ବାଇ: ବଲିଉଡର ପ୍ରସିଦ୍ଧ କଳା ନିର୍ଦ୍ଦେଶକ ନିତିନ ଚନ୍ଦ୍ରକାନ୍ତ ଦେଶାଇ ୫୮ ବର୍ଷ ବୟସରେ ଦେହାନ୍ତ କରିଛନ୍ତି। ନିଜ ଷ୍ଟୁଡିଓରେ ରଶି ଲଗାଇ ନିତିନ ମୃତ୍ୟୁକୁ ଗ୍ରହଣ କରିଛନ୍ତି। କର୍ଜତରେ ଅବସ୍ଥିତ ଅତି ପ୍ରସିଦ୍ଧ ND ଷ୍ଟୁଡିଓରେ ତାଙ୍କର ମୃତ୍ୟୁ ହୋଇଥିଲା। ଏହି ଷ୍ଟୁଡିଓକୁ ନିତିନ ଦେଶାଇଙ୍କ ସ୍ୱପ୍ନର ପ୍ରୋଜେକ୍ଟ କୁହାଯାଉଥିଲା। ତାଙ୍କର ଅକାଳ ମୃତ୍ୟୁକୁ ନେଇ ପୁରା ବଲିଉଡ ଶୋକ ପ୍ରକାଶ କରିଛି। ଖବର ଅନୁଯାୟୀ, କୋଟି କୋଟି ଟଙ୍କାର ଋଣ ଯୋଗୁଁ ନିତିନ ଦେଶାଇ ଆତ୍ମହତ୍ୟା କରିଛନ୍ତି। ସୂଚନାନୁସାରେ, ନିତିନ ଦେଶାଇ ଏକ ଫାଇନାନ୍ସ କମ୍ପାନୀରୁ ପ୍ରାୟ ୧୮୦ କୋଟି ଋଣ ନେଇଥିଲେ, ଯେଉଁଥିପାଇଁ ସେ ଚିନ୍ତାରେ ଥିଲେ। ଆର୍ଥିକ ସମସ୍ୟା ଏବଂ ଋଣ ଯୋଗୁଁ ସେ ଆତ୍ମହତ୍ୟା କରିଛନ୍ତି। ଏକ ଖବର ମଧ୍ୟ ଅଛି ଯେ, ସେ ତାଙ୍କର ସମ୍ପତ୍ତି ବନ୍ଧକ ରଖିଥିଲେ, ଯାହାକୁ ବିକ୍ରୟ କରି କମ୍ପାନୀ ପୁନରୁଦ୍ଧାର କରିବାକୁ ଚାହୁଁଥିଲା। ତିନି ବର୍ଷ ଧରି…

Read More

ଭୁବନେଶ୍ବର: ଲଗାତର ତିନିଦିନ ଧରି ରାଜ୍ୟରେ ପ୍ରବଳ ବର୍ଷା ଯୋଗୁଁ ବର୍ତ୍ତମାନ ରାଜ୍ୟରେ ପ୍ରବାହିତ ବିଭିନ୍ନ ନଦୀ ଫୁଲିବାକୁ ଆରମ୍ଭ କଲାଣି। ପୂର୍ବରୁ ରାସ୍ତାଘାଟରେ ପାଣି ଜମି ବନ୍ୟା ପରିସ୍ଥିତି ସୃଷ୍ଟି କରିିଥିଲା। ହେଲେ ବର୍ତ୍ତମାନ ପୁରା ବନ୍ୟା ଆଶଙ୍କା ସୃଷ୍ଟି ହେଲା। ଫଳରେ ନଦୀବନ୍ଧ ନିକଟସ୍ଥା ଅଞ୍ଚଳବାସୀ ବର୍ତ୍ତମାନ ଭୟଭୀତ ଅବସ୍ଥାରେ ରହିଛନ୍ତି। ସୂଚନା ଅନୁସାରେ ଓଡିଶାର ଅନ୍ୟତମ ପ୍ରମୁଖ ନଦୀ ବୈତରଣୀରେ ବର୍ତ୍ତମାନ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଭଦ୍ରକ ଜିଲ୍ଲାରେ ଗତ ୨୪ ଘଣ୍ଟା ଧରି ଉପର ମୁଣ୍ଡରେ ଲଗାଣ ବର୍ଷା ଲାଗି ରହିବା ଯୋଗୁ ବୈତରଣୀ ନଦୀରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଆଖୁଆପଦା ଠାରେ ୧୯.୧୬ମିଟର ବନ୍ୟାଜଳ ପ୍ରବାହିତ ହେଉଛି। ଏଠାରେ ୧୭.୮୩ ମିଟର ବିପଦ ସଙ୍କେତ ରହିଛି। ସେହିପରି ବଂଶଧରାରେ ମଧ୍ୟ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଗଜପତି ଜିଲ୍ଲାରେ ପ୍ରବଳ ବର୍ଷା ପାଇଁ ଏପରି ପରିସ୍ଥିତି ସୃଷ୍ଟି ହୋଇଛି। ବଂଶଧରାର କାଶୀନଗରଠାରେ…

Read More

ନୂଆଦିଲ୍ଲୀ: ଦିଲ୍ଲୀରେ ଅଧିକାରୀଙ୍କ ଟ୍ରାନ୍ସଫର ପୋଷ୍ଟିଂ ସହ ଜଡିତ ‘ଦିଲ୍ଲୀ ସେବା ବିଲ୍’ ବିରୋଧରେ ଅରବିନ୍ଦ କେଜ୍ରିୱାଲଙ୍କ ଅଭିଯାନକୁ ଝଟକା ଲାଗିଛି। ଆନ୍ଧ୍ରପ୍ରଦେଶର ତେଲୁଗୁ ଦେଶମ ପାର୍ଟି (ଟିଡିପି) ଉଭୟ ବିଧାନସଭାରେ ଏହି ବିଲ୍ କୁ ସମର୍ଥନ କରିବ ବୋଲି ଘୋଷଣା କରିଛି। ଲୋକସଭାରେ ତିନିଜଣ ସାଂସଦ ଏବଂ ରାଜ୍ୟସଭାରେ ଜଣେ ସାଂସଦ ଅଛନ୍ତି। ଟିଡିପି ସହଯୋଗରେ ସରକାରଙ୍କ ଶକ୍ତି ବୃଦ୍ଧି ପାଇବ। ଉଲ୍ଲେଖନୀୟ କଥା ହେଉଛି, ସଂସଦରେ NCT ଦିଲ୍ଲୀ (ସଂଶୋଧନ) ବିଲ୍-୨୦୨୩ ପାସ୍ କରିବା ପାଇଁ ସରକାରଙ୍କ ପାଖରେ ପୂର୍ବରୁ ସଂଖ୍ୟା ଥିଲା। ଟିଡିପିର ସମର୍ଥନ ସହିତ ଆନ୍ଧ୍ରପ୍ରଦେଶର ଉଭୟ ଆଞ୍ଚଳିକ ଦଳ ଶାସକ YSRCP ଏବଂ ବିରୋଧୀ ଟିଡିପି ବର୍ତ୍ତମାନ ସରକାରଙ୍କୁ ସମର୍ଥନ କରୁଛନ୍ତି। ସୂଚନାଯୋଗ୍ୟ ଯେ, ଗୋଟିଏ ଦିନ ପୂର୍ବରୁ ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନେତୃତ୍ୱାଧୀନ ବିଜୁ ଜନତା ଦଳ (ବିଜେଡି) ମଧ୍ୟ କେନ୍ଦ୍ର ସରକାରଙ୍କୁ ସମର୍ଥନ ଘୋଷଣା କରିଛି। ରାଜ୍ୟସଭାରେ ନଅ ଜଣ…

Read More

ନୂଆଦିଲ୍ଲୀ: ବିଜେପିର ବରିଷ୍ଠ ନେତା ତଥା ପୂର୍ବତନ କେନ୍ଦ୍ର କ୍ୟାବିନେଟ ମନ୍ତ୍ରୀ ମୁଖତାର ଅବ୍ବାସ ନକଭି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଜ୍ଞାନବାପି ମସଜିଦ ଉପରେ ଦେଇଥିବା ବିବୃତ୍ତିକୁ ସମର୍ଥନ କରିଛନ୍ତି। ମୁଖତାର୍ ଅବ୍ବାସ ନକଭି କହିଛନ୍ତି ଯେ, ଜ୍ଞାନବାପୀ ପାଇଁ ସିଏମ୍ ଯୋଗୀ ଯାହା କହିଛନ୍ତି, ମୁଁ ଏହି ପ୍ରସଙ୍ଗରେ ତାଙ୍କ ସହିତ ଅଛି, କିନ୍ତୁ ଏହି ଐତିହାସିକ ଭୁଲ ପାଇଁ ଭାରତରେ ରହୁଥିବା ମୁସଲମାନମାନେ ଦାୟୀ ନୁହଁନ୍ତି। ସେ କହିଛନ୍ତି ଯେ, ଏହି ଭୁଲ ବିଦେଶୀ ଆକ୍ରମଣକାରୀଙ୍କ ଦ୍ୱାରା କରାଯାଇଛି ଏବଂ ବର୍ତ୍ତମାନ ଏହି ଐତିହାସିକ ଭୁଲକୁ ସଂଶୋଧନ କରିବାର ସମୟ ଆସିଛି। ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ, ଭାରତରେ ଜନ୍ମିତ ଜଣେ ମୁସଲମାନ ଏହି ଭୁଲ ପାଇଁ ଦୋଷୀ ନୁହଁନ୍ତି, କିନ୍ତୁ ଏଠାକୁ ଆସି ଧାର୍ମିକ ସ୍ଥାନ ଉପରେ ଆକ୍ରମଣ କରି ଲୁଟ୍ କରିଥିବା ବିଦେଶୀ ଆକ୍ରମଣକାରୀମାନେ ଏଥିପାଇଁ ଦାୟୀ, ଯେଉଁଥିପାଇଁ ଭାରତର…

Read More

ଭୁବନେଶ୍ବର: ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା (ପିଏମଏଫବିୱାଇ)ରେ ଚାଷୀଙ୍କ ପଞ୍ଜୀକରଣର ଅଗ୍ରଗତି ସଂପର୍କରେ ଆଜି ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ କୁମାର ଜେନା ସମୀକ୍ଷା କରିଛନ୍ତି। କୃଷି ଓ କୃଷକ ସଶକ୍ତିକରଣ ଓ ସମବାୟ ବିଭାଗପ୍ରମୁଖ ଶାସନ ସଚିବ ଡଃ. ଅରବିନ୍ଦ କୁମାର ପାଢୀ, କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶକ ପ୍ରେମଚନ୍ଦ୍ର ଚୌଧାରୀ, ଉଦ୍ୟାନ କୃଷି ନିର୍ଦ୍ଦେଶକ ରୋହିତ କୁମାର ଲେଙ୍କା ଓ ସମବାୟ ସମିତିର ରେଜିଷ୍ଟ୍ରାର ଡଃ. ଉଦ୍ଧବ ଚନ୍ଦ୍ର ମାଝୀ ପ୍ରମୁଖ ଏହି ବୈଠକରେ ଉପସ୍ଥିତ ଥିଲେ ଏବଂ ଓସ୍ୱାନ ପ୍ଲାଟଫର୍ମ ମାଧ୍ୟମରେ ଜିଲ୍ଲାର ସମସ୍ତ ଜିଲ୍ଲାପାଳଙ୍କୁ ଭର୍ଚୁଆଲ୍ ମାଧ୍ୟମରେ ଉପସ୍ଥିତ ଥିଲେ। ଭୁବନେଶ୍ୱର ଲୋକସେବା ଭବନସ୍ଥିତ ମୁଖ୍ୟ ଶାସନ ସଚିବଙ୍କ ସମ୍ମିଳନୀ କକ୍ଷରେ ସମବାୟ ବିଭାଗ ଏବଂ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିବା ବେଳେ ଆଭାସୀ ସମୀକ୍ଷା ବୈଠକରେ ସମବାୟ ଓ କୃଷି ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀମାନେ ମଧ୍ୟ…

Read More

ସୀତାରାମ ଅଗ୍ରୱାଲ ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ସ୍ଥିତ ଗୋଦାବରୀଶ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଏକାଦଶ ଶ୍ରେଣୀର କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷାରେ ନାମ ଲେଖାଇଥିବା ନବାଗତ ଛାତ୍ରଛାତ୍ରୀ ମାନଙ୍କ ପାଇଁ ଏକ ସ୍ବାଗତ ଉତ୍ସବ ଆୟୋଜିତ ହୋଇଯାଇଛି। ମହାବିଦ୍ୟାଳୟର ଅଧ୍ୟକ୍ଷ ବିନାୟକ ହୋତାଙ୍କ ସଭାପତିତ୍ଵରେ ଆୟୋଜିତ ଏହି ଉତ୍ସବରେ ମାଧ୍ୟମିକ ବିଦ୍ୟାଳୟର ଭାରପ୍ରାପ୍ତ ଅଧିକାରୀ ପ୍ରାଧ୍ୟାପକ ଲକ୍ଷ୍ମୀ ପ୍ରସାଦ ମିଶ୍ର ନବାଗତ ମାନଙ୍କୁ ସ୍ଵାଗତ କରି ଅନୁଷ୍ଠାନର ନିୟମ କାନୁନ ସମ୍ପର୍କରେ ଅବଗତ କରାଇଥିଲେ। ଅଧ୍ୟକ୍ଷ ଶ୍ରୀ ହୋତା ଛାତ୍ରଛାତ୍ରୀ ମାନଙ୍କ ପାଇଁ ମହାବିଦ୍ୟାଳୟ ତରଫରୁ ପ୍ରଚଳିତ ବିଭିନ୍ନ ବ୍ୟବସ୍ଥା ଇ ଲାଇବ୍ରେରୀ, କ୍ୟାରିଅର ପୋର୍ଟାଲ ଆଦି ସୂଚନା ପ୍ରଦାନକରି ଆଗାମୀ ଦୁଇବର୍ଷରେ ଏକ ଉଜ୍ଜ୍ୱଳ ଭବିଷ୍ୟତ ଗଠନକରିବା ପାଇଁ ପରାମର୍ଶ ଦେଇଥିଲେ। ଏହି ଉତ୍ସବରେ ପ୍ରଶାସନିକ ଅଧିକାରୀ ଡ଼ ଶୂରପ୍ରତାପ ନରେନ୍ଦ୍ର ସିଂହ ବର୍ମା, ସହ ଅଧିକାରୀଣି ଡ଼ ସୁଜାତା ମିଶ୍ର, କାର୍ଯ୍ୟାଳୟ ଅଧିକାରୀ…

Read More

ବେଙ୍ଗାଲୁର: କର୍ଣ୍ଣାଟକର କଂଗ୍ରେସ ନେତୃତ୍ୱାଧୀନ ସିଦ୍ଧରମେୟା ସରକାର ନିର୍ବାଚନ ସମୟରେ ଜିତିବା ଉଦ୍ଦେଶ୍ୟରେ ମତଦାତାଙ୍କୁ ଦେଇଥିବା ୫ଟି ଗ୍ୟାରେଣ୍ଟି ପ୍ରତିଶ୍ରୁତିକୁ ପୂରଣ କରିବା ପାଇଁ ଏବେ ଚିନ୍ତାରେ ପଡ଼ିଯାଇଛନ୍ତି। ୫ଟି ଗ୍ୟାରେଣ୍ଟି ପ୍ରତିଶ୍ରୁତିକୁ ପୂରଣ କରିବାକୁ ଆଦିବାସୀ ଓ ହରିଜନମାନଙ୍କ ଉନ୍ନତି ପାଇଁ ଥିବା ଅର୍ଥରୁ ୧୧ ହଜାର କୋଟି ଟଙ୍କା ଉଠାଇବାକୁ ଯାଉଛନ୍ତି। ଏହି ଅର୍ଥ ଆଦିବାସୀ ଓ ହରିଜନ ସବ୍‍ ପ୍ଳାନରୁ ଉଠାଇବାକୁ ଯାଉଛନ୍ତି। ଏହି ଅର୍ଥ କେବଳ ଆଦିବାସୀ ଓ ହରିଜନମାନଙ୍କ ଉନ୍ନତି ପାଇଁ ବିନିଯୋଗ ହେବାର ବିଧି ରହିଛି। ନିର୍ବାଚନ ସମୟରେ ସିଦ୍ଧରମେୟା ସରକାର ଦେଇଥିବା ୫ଟି ଗ୍ୟାରେଣ୍ଟିକୁ ପୁରା କରିବା ପାଇଁ ୫୨ ହଜାର କୋଟି ଆବଶ୍ୟକ। ଏଥିପାଇଁ ସିଦ୍ଧରମେୟା ସରକାର ହରିଜନ ସବ୍‍ ପ୍ଲାନରୁ ୭ହଜାର ୭୦୦ କୋଟି ଓ ଆଦିବାସୀ ସବ୍‍ ପ୍ଲାନରୁ ୩ହଜାର ୪୩୦ କୋଟି ଟଙ୍କା ଉଠାଉଛନ୍ତି।

Read More

ନୂଆଦିଲ୍ଲୀ: କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ ଆଜି ରାଜ୍ୟସଭାରେ ରାଜପଥରେ ଦୁର୍ଘଟଣାରୁ ଟ୍ରକ ଏବଂ ଯାନବାହନକୁ ରକ୍ଷା କରିବା ପାଇଁ ଏକ ନୂତନ ଜ୍ଞାନକୌଶଳ ବିଷୟରେ ଉଲ୍ଲେଖ କରିଛନ୍ତି। ରାଜ୍ୟସଭାରେ ମନୋନୀତ ସଦସ୍ୟ ଗୁଲାମ ଅଲ୍ଲୀଙ୍କ ଏକ ପ୍ରଶ୍ନର ଉତ୍ତରରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ଏହି ନୂତନ ଜ୍ଞାନକୌଶଳକୁ କଠିନ କ୍ଷେତ୍ରରେ ବ୍ୟବହାର କରିବାକୁ ସରକାର ବିଚାର କରୁଛନ୍ତି। ମନୋନୀତ ସଦସ୍ୟ ଅଲ୍ଲୀ ପ୍ରଶ୍ନ କରିଥିଲେ ଯେ, କାଶ୍ମୀରରେ ବର୍ତ୍ତମାନର ସରକାର ବହୁତ କାମ କରୁଛନ୍ତି କିନ୍ତୁ ରାଜପଥରେ ଟ୍ରକ୍ ଦୁର୍ଘଟଣା ଘଟୁଛି। ସେ କହିଛନ୍ତି ଯେ ଦୁର୍ଘଟଣା ପ୍ରତିବନ୍ଧକ ଅଛି, କିନ୍ତୁ ଏହା ଏତେ ବଡ଼ ଟ୍ରକ୍ ଯେ ଥରେ ଏହା ତଳକୁ ଖସିପଡ଼ିଲେ ତା’ପରେ ଚାରିଆଡ଼େ ଜଳ ପ୍ରକଳ୍ପ ଯୋଗୁଁ ଟ୍ରକ୍ କିମ୍ବା ମୃତଦେହ ମିଳିନଥାଏ। ମୁଁ ମନ୍ତ୍ରୀଙ୍କୁ ଅନୁରୋଧ କରିବି ଯେ ଡୋଡା-କିସ୍ତୱାର ଏବଂ ଉଦ୍ଧମପୁରରୁ ଶ୍ରୀନଗର ପର୍ଯ୍ୟନ୍ତ ଜାତୀୟ ରାଜପଥରେ ଦୁର୍ଘଟଣା ପ୍ରତିବନ୍ଧକ…

Read More

ନୂଆଦିଲ୍ଲୀ: ଆଜି (ଅଗଷ୍ଟ ୨) ସଂସଦର ମୌସୁମୀ ଅଧିବେଶନର ଦଶମ ଦିନ। ଆଜି ଲୋକସଭା ବାଚସ୍ପତି ଓମ୍ ବିର୍ଲା ନିଜ ଚେୟାରରେ ବସି ନ ଥିଲେ। ଲୋକସଭାରେ ବିରୋଧୀ ସାଂସଦଙ୍କ ଲଗାତାର ହଟ୍ଟଗୋଳରେ ସେ ଅସନ୍ତୁଷ୍ଟ ଥିବାରୁ ଗୃହକୁ ଆସିବାକୁ ମନା କରିଦେଇଥିଲେ। ତାଙ୍କ ସ୍ଥାନରେ ଆନ୍ଧ୍ରପ୍ରଦେଶର ରାଜାମପେଟରୁ ସାଂସଦ ପିଭି ମିଧୁନ ରେଡ୍ଡୀଙ୍କୁ ଦାୟିତ୍ୱ ଦିଆଯାଇଛି। ମିଳିଥିବା ସୂଚନା ଅନୁଯାୟୀ, ବିରୋଧୀ ହଟ୍ଟଗୋଳ ବନ୍ଦ ନ କରିବା ପର୍ଯ୍ୟନ୍ତ ବାଚସ୍ପତି ଓମ୍ ବିର୍ଲା ସଂସଦକୁ ଆସିବେ ନାହିଁ। ଦିଲ୍ଲୀ ଅଧ୍ୟାଦେଶ ଉପରେ ହେବ ଆଲୋଚନା ଗତକାଲି ଲୋକସଭାରେ ଦିଲ୍ଲୀ ଅଧ୍ୟାଦେଶ ଆଗତ ହୋଇଥିଲା। ଏହାକୁ ନେଇ ଆଜି ଆଲୋଚନା ହେବାର ଥିଲା। କିନ୍ତୁ ଏହା ପୂର୍ବରୁ ବିରୋଧୀ ହଙ୍ଗାମା କରିବା ଆରମ୍ଭ କରିବା ପରେ ଗୃହକୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ଓ ପରେ ଅଗଷ୍ଟ ୩ ତାରିଖ ପର୍ଯ୍ୟନ୍ତ ମୁଲତବୀ ରଖାଯାଇଛି। ବିଜେପି ବୁଧବାର ହ୍ୱିପ୍ ଜାରି କରି ସମସ୍ତ…

Read More

ଭୁବନେଶ୍ୱର: ନାଗାଲାଣ୍ଡ, ସିକ୍କିମ୍‍ ଓ ମିଜୋରାମ ରାଜ୍ୟର ବଜେଟଠାରୁ ଦେଶର ୪୦୦୧ଜଣ ବିଧାୟକଙ୍କ ପାଖରେ ଅଧିକ ସମ୍ପତ୍ତି ରହିଛି। ଏକଥା ଆସୋସିଏସନ ଫର ଡେମୋକ୍ରାଟିକ ରିଫର୍ମ (ଏଡିଆର) ଓ ନ୍ୟାସନାଲ ଇଲେକ୍ସନ ଓ୍ୱାଚ (ଏନଇଡବ୍ଲ୍ୟୁ) ପ୍ରକାଶ କରାଯାଇଛି। ଏହି ୩ଟି ରାଜ୍ୟର ବାର୍ଷିକ ବଜେଟ ୪୯୧୦୩ କୋଟି। ଦେଶର ମୋଟ ୪୦୩୩ ଜଣ ବିଧାୟକଙ୍କ ମଧ୍ୟରୁ ୪୦୦୧ଜଣ ବିଧାୟକଙ୍କ ପାଖରେ ଏହି ୩ଟି ରାଜ୍ୟର ବଜେଟଠାରୁ ବହୁ ଅଧିକ ସମ୍ପତ୍ତି ରହିଛି। ଏହି ୪୦୦୧ ବିଧାୟକଙ୍କ ମୋଟ ସମ୍ପତ୍ତି ୫୪୫୪୫କୋଟି ବୋଲି ଜଣାପଡ଼ିଛି। ଏହି ରିପୋର୍ଟ ଅନୁସାରେ ପ୍ରତ୍ୟେକ ବିଧାୟକଙ୍କ ପାଖରେ ହାରାହାରି ୧୩.୬୩ କୋଟି ଟଙ୍କା ରହିଛି। ଓ୍ୱାଇଏସଆର କଂଗ୍ରେସ ପାର୍ଟି ବିଧାୟକଙ୍କ ପାଖରେ ସର୍ବାଧିକ ସମ୍ପତ୍ତି ଏହି ଆକଳନ ଅନୁସାରେ ବିଜେପି ବିଧାୟକଙ୍କ ପାଖରେ ହାରାହାରି ୧୧.୯୭ କୋଟି ଟଙ୍କା ସମ୍ପତ୍ତି ରହିଛି। ସେହିପରି କଂଗ୍ରେସ ବିଧାୟକଙ୍କ ପାଖରେ ହାରାହାରି ୨୧.୯୭ କୋଟି ଟଙ୍କା ସମ୍ପତ୍ତି ରହିଛି। ତୃଣମୂଳ…

Read More

ମାନସ ପୂର୍ଣ୍ଣ ଆଚାର୍ଯ୍ୟ ଆସିକା: ଋଷିକୂଲ୍ୟା ସେତୁ ହେଉଛି ଆସିକାକୁ ସଂଯୋଗ କରିବାର ମୁଖ୍ୟ ରାଜପଥ। କିନ୍ତୁ ବହୁ ବର୍ଷ ଧରି ଏହି ସେତୁର ଅବସ୍ଥା ଅତ୍ୟନ୍ତ ବିପଦ ସଙ୍କୁଳ ଅବସ୍ଥାରେ ଅଛି। ଏହି ସେତୁ ଦେଇ ପ୍ରତ୍ୟେକ ଦିନ ହଜାର ହଜାର ସଂଖ୍ୟାରେ ଜନତା ଯାତାୟତ କରୁଛନ୍ତି। ତେଣୁ ଏଭଳି ଅବସ୍ଥାରେ ଏହି ସେତୁ ଉପରେ ଯାତାୟାତ କରିବା ବିପଦ ସୃଷ୍ଟି କରିଛି। ତେଣୁ ସ୍ଥାନୀୟ ଅଞ୍ଚଳର ହଜାର ହଜାର ସଂଖ୍ୟକ ଲୋକ ଏବଂ ଆସିକା ବଣିକ ସଂଘ ପକ୍ଷରୁ ଏହି ସେତୁର ପୁନଃ ନିର୍ମାଣ ପାଇଁ ଦାବି କରାଯାଉଛି। ସେଥିପାଇଁ ବିଭିନ୍ନ ପ୍ରତିବାଦ କରିବା ସହ ପ୍ରଶାସନର ଦୃଷ୍ଟି ଆକର୍ଷଣ କରାଯାଇଛି। ହେଲେ କିଛି ଫଳପ୍ରଦ ନ ହେବା ଅଞ୍ଚଳ ବାସୀଙ୍କୁ ଉପେକ୍ଷିତ ହେଉଥିବା ଅଭିଯୋଗ ହେଉଛି। ଏଥି ପାଇଁ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲେ ମଧ୍ୟ ସରକାରଙ୍କ କୌଣସି ଆନ୍ତରିକତା ନ ଥିବାର ସ୍ଥାନୀୟ ଲୋକେ…

Read More

ନୂଆଦିଲ୍ଲୀ: ଓଡିଶାକୁ ସ୍ବତନ୍ତ୍ର ରାଜ୍ୟ ପ୍ୟାହା ମାନ୍ୟତା ମିଳିଲା ନାହିଁ, ହେଲେ ବିଜେଡି ଏବେ ସ୍ବତନ୍ତ୍ର ଫୋକସ ରାଜ୍ୟ ମାନ୍ୟତା ପାଇଁ ଅଣ୍ଟା ଭିଡିଛି। କୌଣସି ମାଧ୍ୟମରେ ହେଉ ନା କାହିଁକି ରାଜ୍ୟର ବିକାଶ ପାଇଁ ଦଳ ତରଫରୁ ଚାଲିଛି ଉଦ୍ୟମ। ସେଥିପାଇଁ ଆଜି ଏ ନେଇ ରାଜ୍ୟସଭାରେ ଦାବୀ କରିଛନ୍ତି ବିଜେଡି ସାଂସଦ ସସ୍ମିତ ପାତ୍ର। ଓଡିଶାକୁ ଫୋକସ ରାଜ୍ୟ ମାନ୍ୟତା ଦେବା ପାଇଁ ସସ୍ମିତ ଶୂନ୍ୟକାଳରେ ଏହି ପ୍ରସଙ୍ଗ ଉଠାଇଛନ୍ତି। ସେ କହିଛନ୍ତି ଯେ, ଓଡିଶା ହେଉଛି ବାରମ୍ବାର ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହେଉଥିବା ରାଜ୍ୟ। ପ୍ରତି ବର୍ଷ ଓଡିଶାର ବାତ୍ୟା ବନ୍ୟା ପରି ବିପର୍ଯ୍ୟୟର ସମ୍ମୁଖୀନ ହେଉଛି। ଗତ କିଛି ବର୍ଷ ଧରି ରାଜ୍ୟରେ ପ୍ରତିବର୍ଷ ଛୋଟବଡ ବାତ୍ୟାର ସମ୍ମୁଖୀନ ହେଉଛି। ଏହି ସମୟରେ ରାଜ୍ୟକୁ ବାତ୍ୟା କ୍ଷୟକ୍ଷତିକୁ ଭରଣା କରିବା କଷ୍ଟକର ବ୍ୟାପାର। କେନ୍ଦ୍ର ସରକାର ସାହାଯ୍ୟ କରୁଥିଲେ ମଧ୍ୟ ତାହା କେବଳ କ୍ଷୟକ୍ଷତି ଭରଣାକୁ…

Read More

ଭୁବନେଶ୍ବର: ଶ୍ରମିକ ତଥା ଗରିବ ବର୍ଗର କଲ୍ୟାଣ ପାଇଁ ରାଜ୍ୟ ସରକାର ପ୍ରତିବଦ୍ଧତାର ସହ କାର୍ଯ୍ୟ କରୁଛନ୍ତି । ସେମାନଙ୍କ ସାମାଜିକ ନିରାପତ୍ତା ପାଇଁ ଅନେକ ପଦକ୍ଷେପ ଗ୍ରହଣ କରାଯାଇଛି। ଓଡିଶା ଅଣସଂଗଠିତ ଶ୍ରମିକ ସାମାଜିକ ସୁରକ୍ଷା ବୋର୍ଡ ଜରିଆରେ ହିତାଧିକାରୀମାନଙ୍କୁ ବିଭିନ୍ନ ସହାୟତା ଯୋଗାଇ ଦିଆଯାଉଛି। ବର୍ତ୍ତମାନ ବୁଲାବିକାଳୀ, ଛୋଟ ଦୋକାନୀ, ଘରୋଇ ସହାୟକ, ରିକ୍‌ସାବାଲା, ଅଟୋ ଡ୍ରାଇଭର, ମୋଚି, କୃଷି ଶ୍ରମିକ, ଜଙ୍ଗଲ ଶ୍ରମିକ, ସମ୍ବାଦପତ୍ର ହକର ଏବଂ ସଫେଇ କର୍ମଚାରୀଙ୍କ ପରି ୧୦ଟି ବର୍ଗର ଲୋକ ବୋର୍ଡର କଲ୍ୟାଣ ଯୋଜନାରେ ସୁବିଧା ପାଉଛନ୍ତି । ଏବେ ଆଉ ୫୦ ବର୍ଗର ଅଣସଂଗଠିତ କର୍ମଚାରୀଙ୍କୁ ଏହି ବୋର୍ଡର କଲ୍ୟାଣ ଯୋଜନାରେ ସାମିଲ କରିବାକୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି। ସେମାନେ ହେଲେ – (୧) ଦରଜୀ, ଏମ୍ବ୍ରୋଡୋରୀ କାରିଗର, (୨) ବାରିକ, ସ୍ପା, ସେଲୁନ ଓ ବିଉଟି ପାର୍ଲୋରରେ କାମ କରୁଥିବା କର୍ମଚାରୀ, (୩) ମହାରଣା,…

Read More

ନୂଆଦିଲ୍ଲୀ: ଦିଲ୍ଲୀର ସେବା ଅଧିକାର ସଂକ୍ରାନ୍ତ ବିଲ୍ ପ୍ରସଙ୍ଗରେ ସରକାରଙ୍କୁ ସମର୍ଥନ କରିଛି ବିଜୁ ଜନତା ଦଳ। ଦଳର ସାଂସଦ ପିନାକୀ ମିଶ୍ର କହିଛନ୍ତି ଯେ ଦିଲ୍ଲୀ ସମ୍ପର୍କରେ ଆଇନ ପ୍ରଣୟନ କରିବାର ଅଧିକାର କେନ୍ଦ୍ରର ରହିଛି। ସରକାରଙ୍କ ସମର୍ଥନରେ ଭୋଟ୍ ଦେବା ପାଇଁ ଦଳ ଲୋକସଭା ଓ ରାଜ୍ୟସଭା ସାଂସଦମାନଙ୍କୁ ହ୍ୱିପ୍ ଜାରି କରିଛି। ଯଦି ଆମେ ଲୋକସଭାରେ ସଂଖ୍ୟା ଗରିଷ୍ଠତା କଥା କହିବୁ, ତେବେ ଏହି ବିଲ୍‍କୁ ପାରିତ ହେବାରୁ କେହି ଅଟକାଇ ପାରିବେ ନାହିଁ। କେବଳ ବିଜେପିର ୩୦୧ ସଦସ୍ୟ ଥିବାବେଳେ ଏନଡିଏର ୩୩୦ରୁ ଅଧିକ ସଦସ୍ୟ ଅଛନ୍ତି। ସେହିପରି ଲୋକସଭାରେ କୌଣସି ବିଲ୍ ପାରିତ କରିବା ପାଇଁ ୨୭୨ ଜଣ ସାଂସଦଙ୍କ ଆବଶ୍ୟକତା ରହିଛି। ମଙ୍ଗଳବାର ଲୋକସଭାରେ ଆଗତ ହୋଇଥିବା ଦିଲ୍ଲୀର ସେବା ଅଧିକାର ସଂକ୍ରାନ୍ତ ବିଲ୍ ଉପରେ ଆଜି ଆଲୋଚନା ହେବ। ଆଲୋଚନା ପୂର୍ବରୁ ମଧ୍ୟ ଆମ୍ ଆଦମୀ ପାର୍ଟି ଏହି ବିଲ୍ ପାରିତ…

Read More

ନୂଆଦିଲ୍ଲୀ: ଲାଗାନ, ୧୯୪୨ ଏକ ଲଭ୍ ଷ୍ଟୋରୀ, ଦେବଦାସ ଏବଂ ଲଗେ ରହୋ ମୁନ୍ନାଭାଇ ଭଳି ଚଳଚ୍ଚିତ୍ରର କଳା ନିର୍ଦ୍ଦେଶକ ନିତିନ ଦେଶାଇଙ୍କ ଦେହାନ୍ତ ହୋଇଛି। ମହାରାଷ୍ଟ୍ରର ରାୟଗଡ ଜିଲ୍ଲା ଅନ୍ତର୍ଗତ ତାଙ୍କ ଷ୍ଟୁଡିଓରେ ଜଣାଶୁଣା କଳା ନିର୍ଦ୍ଦେଶକ ନିତିନ ଦେଶାଇଙ୍କ ମୃତଦେହ ମିଳିଥିବା ପୋଲିସ ଅଧିକାରୀମାନେ ସୂଚନା ଦେଇଛନ୍ତି। କଳା ନିର୍ଦ୍ଦେଶକ ଭାବରେ ତାଙ୍କର ଶେଷ ଚଳଚ୍ଚିତ୍ର ଥିଲା ଆଶୁତୋଷ ଗୋୱାରିକରଙ୍କ ‘ପାନିପାତ’। କୁହାଯାଉଛି ଯେ ନିତିନ ଦେଶାଇ ମଧ୍ୟ OTT ରେ ରିଲିଜ୍ ହେବାକୁ ଥିବା ଶୋ ମହାରଣା ପ୍ରତାପଙ୍କ କାର୍ଯ୍ୟରେ ବ୍ୟସ୍ତ ଥିଲେ। କେବଳ ଏତିକି ନୁହେଁ, ସେ ମୁମ୍ବାଇର ପ୍ରସିଦ୍ଧ ଲାଲବାଗଚା ରାଜାଙ୍କ ଗଣପତି ପାଣ୍ଡାଲର ସାଜସଜ୍ଜା ମଧ୍ୟ କରୁଥିଲେ। ପୋଲିସ ଅଧିକାରୀ କହିଛନ୍ତି ଯେ, ରାଇଗଡରେ ଥିବା ତାଙ୍କ ଷ୍ଟୁଡିଓରେ ନୀତିନ ଦେଶାଇଙ୍କ ମୃତଦେହ ମିଳିଥିଲା। ତାଙ୍କର କରଜାତରେ ଏନଡି ଷ୍ଟୁଡିଓ ନାମକ ଏକ ଷ୍ଟୁଡିଓ ଅଛି। ଏହା ମୁମ୍ବାଇ ଠାରୁ ୫୦ କିଲୋମିଟର…

Read More

କୈଳାଶ ଚନ୍ଦ୍ର ଚୌଧୁରୀ ବ୍ରହ୍ମପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଗୋବିନ୍ଦ ନଗର ଗ୍ରାମ ନିକଟରେ ଥିବା ଏକ ପେଟ୍ରୋଲ ପମ୍ପ ପାଖରୁ ଗୋଳନ୍ଥରା ପୋଲିସ ଜଣେ ଯୁବକଙ୍କ ଶବ ଉଦ୍ଧାର କରିଛି। ମୃତ ଯୁବକ ଜଣକ ଆନ୍ଧ୍ର ପ୍ରଦେଶ ଶ୍ରୀକାକୁଲମ ଜିଲ୍ଲା ଇଚ୍ଛାପୁର ନିକଟ ରତକନ୍ନର ଗ୍ରାମର ଏମ୍ ତିରୁପତି ବୋଲି ଜଣାପଡିଛି। ସେ କନିଷିରେ ଥିବା ସମ୍ପର୍କୀୟଙ୍କ ଘରକୁ ଆସୁଥିବା ବେଳେ ଉକ୍ତ ସ୍ଥାନରେ କୌଣସି ଅଜଣା ଗାଡ଼ି ଧକ୍କାରେ ଆହତ ହୋଇ ରାସ୍ତା କଡ଼ରେ ପଡି ପ୍ରାଣ ହରାଇଥିବା ଜଣାପଡ଼ିଛି। ଖବର ପାଇ ପ୍ରବେସନାରୀ ଆଇ ପି ଏସ୍ ଅଧିକାରୀ ଅଙ୍କିତ୍ ବର୍ମା, ଥାନା ଅଧିକାରୀ ବିବେକାନନ୍ଦ ମହନ୍ତ ଓ ଅନ୍ୟାନ୍ୟ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ଓ ଉଦ୍ଧାର ମୃତ ଦେହକୁ ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର କରିଛନ୍ତି। ଏଥି ସହିତ ନିକଟରେ ଥିବା ବିଭିନ୍ନ ଅନୁଷ୍ଠାନର ସିସିଟିଭି ଫୁଟେଜକୁ ନେଇ ପୋଲିସ ତଦନ୍ତ…

Read More

ଭୁବନେଶ୍ବର: ଦଳରେ ବିଶୃଙ୍ଖଳିତ ଆଚରଣ ପାଇଁ କଂଗ୍ରେସରୁ ନିଲମ୍ବିତ ହୋଇଛନ୍ତି କଟକ ବାରବାଟୀ ବିଧାୟକ ମହମ୍ମଦ ମୋକିମ। ଏହାପରେ ତାଙ୍କ ରାଜନୈତିକ ଭବିଷ୍ୟତକୁ ନେଇ ବିଭିନ୍ନ ମହଲରେ ଚାଲିଛି ଚର୍ଚ୍ଚା। ଯଦି କଂଗ୍ରେସ ନିଲମ୍ବନ ଆଦେଶ ନ ହଟାଏ ତେବେ କଟକର ଏହି ଟାଣୁଆ କଂଗ୍ରେସ ନେତା କଣ କରିବେ। ସେ ଲଢେଇ କରିବେ କି ନାହିଁ ସେ ନେଇ ଉଠିଛି ପ୍ରଶ୍ନବାଚୀ। ତେବେ ମୋକିମ ନିଲମ୍ବିତ ହୋଇଥିଲେ ମଧ୍ୟ ତାଙ୍କ ମନ କିନ୍ତୁ କଂଗ୍ରେସରେ ରହିଛି। ଏବେବି କଂଗ୍ରେସରୁ ଟିକେଟ ମିଳିବ ବୋଲି ସେ ଆଶାବାଦୀ ଅଛନ୍ତି। ଯଦି କୌଣସି କାରଣରୁ କଂଗ୍ରେସ ଟିକେଟ ନ ଦିଏ ତେବେ ସେ ସ୍ବାଧୀନ ପ୍ରାର୍ଥୀ ଭାବେ ଲଢେଇ କରିବେ। ବିଭିନ୍ନ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ଏହି ଖୋଲାସା କରିଛନ୍ତି ମହମ୍ମଦ ମୋକିମ। ସେତିକି ନୁହେଁ ସେ କଟକ ବାରବାଟୀରୁ ନିଶ୍ଚିତ ଜିତିବେ ଏବଂ ନୂଆ ବିଧାୟକ ହୋଇ ପୁଣି ଥରେ କଂଗ୍ରେସରେ…

Read More

କୈଳାଶ ଚନ୍ଦ୍ର ଚୌଧୁରୀ ବ୍ରହ୍ମପୁର: ବ୍ରହ୍ମପୁର ସହର ଉପକଣ୍ଠ ଲଙ୍ଗଳଦେଇ ଗ୍ରାମ ଛକରେ ଅବକାରୀ ଗୁଇନ୍ଦା ବିଭାଗ ପକ୍ଷରୁ ୬୦୦ କିଲୋ ଗଞ୍ଜେଇ ଜବତ କରାଯାଇଛି। ଏହି ଘଟଣାରେ ସମ୍ପୃକ୍ତ ଖଲିକୋଟ ଥାନା ଅନ୍ତର୍ଗତ କେଶପୁରର ହର୍ଷ ବାରିକ ନାମକ ଜଣେ ଯୁବକକୁ ଅବକାରୀ ବିଭାଗ ଗିରଫ କରିଛି। ସୁଚନା ଅନୁଯାୟୀ ପୁର୍ବରୁ ବିଶ୍ଵସ୍ତ ସୁତ୍ରରୁ ଖବର ପାଇ ଅବକାରୀ ଗୁଇନ୍ଦା ନୀରିକ୍ଷକ ହ୍ରୁଦୟ ସାମନ୍ତଙ୍କ ନେତୃତ୍ଵରେ ବିଭାଗୀୟ କର୍ମଚାରୀ ମାନେ ଲଙ୍ଗଳଦେଇ ଗ୍ରାମ ଛକରେ ଏକ ମହିନ୍ଦ୍ରା ପିକ୍ଅପ୍ ଗାଡ଼ିକୁ ଅଟକାଇ ଯାଞ୍ଚ କରିବା ବେଳେ ସେଥିରୁ ୬୦୦ କିଲୋ ଗଞ୍ଜେଇ ବାହାରି ଥିଲା। ଉକ୍ତ ଗଞ୍ଜେଇ ଗଜପତି ଜିଲ୍ଲା ଜିରାଙ୍ଗ ଅଞ୍ଚଳରୁ ଏହି ରାସ୍ତା ଦେଇ ବ୍ରହ୍ମପୁର ଚାଲାଣ କରୁଥିବା ଗିରଫ ଯୁବକ ଠାରୁ ପ୍ରକାଶ। ଜବତ ଗଞ୍ଜେଇର ମୁଲ୍ୟ ୬୦ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ଜଣାପଡିଛି।

Read More

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଗଷ୍ଟ ପହିଲାରୁ ବିଭିନ୍ନ ଗୋଷ୍ଠୀରେ ଏନଡିଏ ସାଂସଦଙ୍କ ସହ ବୈଠକ କରୁଛନ୍ତି। ପ୍ରଧାନମନ୍ତ୍ରୀ ଏକ ବୈଠକରେ କହିଛନ୍ତି ଯେ, ତାଙ୍କ ସରକାର ତୁରନ୍ତ ତିନି ତଲାକକୁ ନିଷିଦ୍ଧ କରିବାକୁ ନିଷ୍ପତ୍ତି ନେଇଛନ୍ତି ଯାହାଦ୍ୱାରା ମୁସଲମାନ ମହିଳାମାନେ ସୁରକ୍ଷିତ ଅନୁଭବ କରିପାରିବେ। ଏଣୁ ମୁସଲମାନ ମହିଳାଙ୍କ ସହ ରକ୍ଷାବନ୍ଧନ ପାଳନ କରିବାକୁ ସେ ବିଜେପି ଏବଂ ଏନଡିଏ ନେତାମାନଙ୍କୁ କହିଛନ୍ତି। ସୋମବାର ରାତିରେ ପଶ୍ଚିମବଙ୍ଗ, ଓଡ଼ିଶା ଏବଂ ଝାଡ଼ଖଣ୍ଡର ଏନଡିଏ ସାଂସଦଙ୍କ ସହ ଏକ ବୈଠକରେ ପ୍ରଧାନମନ୍ତ୍ରୀ ଏହା କହିଛନ୍ତି। ସମାଜର ବିଭିନ୍ନ ବର୍ଗ ପାଇଁ କେନ୍ଦ୍ର ସରକାରଙ୍କ ବିକାଶମୂଳକ ପଦକ୍ଷେପ ସମ୍ପର୍କରେ ମୋଦୀ ଓ ବିଜେପିର ବରିଷ୍ଠ କର୍ମକର୍ତ୍ତାମାନେ ଆଲୋଚନା କରିଥିଲେ। ବୈଠକରେ ଯୋଗ ଦେଇଥିବା କିଛି ସାଂସଦ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ସମାଜର ପ୍ରତ୍ୟେକ ବର୍ଗ ସହିତ ନିଜକୁ ଯୋଡ଼ିବା ଉପରେ ଗୁରୁତ୍ୱାରୋପ କରିଥିଲେ। ପସମାନ୍ଦା (ପଛୁଆ) ମୁସଲମାନମାନଙ୍କୁ ନିଜ ସହ ଯୋଡ଼ିବା ଦିଗରେ…

Read More

ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀରକୁ ସ୍ୱତନ୍ତ୍ର ମାନ୍ୟତା ଦେଇଥିବା ସମ୍ବିଧାନର ଧାରା ୩୭୦ ଉଚ୍ଛେଦ ହେବାର ୪ ବର୍ଷ ବିତିଗଲାଣି। ଏହି ସମୟରେ ଏହି ନିଷ୍ପତ୍ତିକୁ ବିରୋଧ କରାଯାଇଥିଲା। ଏବେ ସୁପ୍ରିମକୋର୍ଟ ଆଜିଠାରୁ ଧାରା ୩୭୦ ପୁନରୁଦ୍ଧାର ଦାବିରେ ହୋଇଥିବା ଆବେଦନର ଶୁଣାଣି କରିବାକୁ ଯାଉଛନ୍ତି। ପ୍ରଧାନ ବିଚାରପତି ଜଷ୍ଟିସ ଡି.ୱାଇ. ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ଗଠିତ ୫ ଜଣିଆ ସାମ୍ବିଧାନିକ ଖଣ୍ଡପୀଠ ଆଜିଠାରୁ ଏହି ମାମଲାର ଦୈନିକ ଶୁଣାଣି କରିବେ। ଖଣ୍ଡପୀଠରେ ଜଷ୍ଟିସ ସଞ୍ଜୟ କିଶନ କୌଲ, ଜଷ୍ଟିସ ସଞ୍ଜୀବ ଖାନ୍ନା ଓ ଜଷ୍ଟିସ ବି.ଆର. ଗବାଇ ଓ ଜଷ୍ଟିସ ସୂର୍ଯ୍ୟକାନ୍ତ ସାମିଲ ଅଛନ୍ତି। କପିଲ ସିବଲଙ୍କ ସମେତ ଅନ୍ୟ ବରିଷ୍ଠ ଆଇନଜୀବୀମାନେ ଧାରା ୩୭୦ ଉପରେ ଯୁକ୍ତି ଉପସ୍ଥାପନ କରିବେ। ଏହି ତାଲିକାରେ ୧୮ ଜଣ ଓକିଲ ଅଛନ୍ତି। ଯୁକ୍ତିତର୍କ କରିବା ପାଇଁ ସେମାନଙ୍କୁ ୬୦ ଘଣ୍ଟା ସମୟ ଦିଆଯାଇଛି। ଆଜି କପିଲ ସିବଲ ଏହାକୁ ଆରମ୍ଭ କରିବେ। ଜୁଲାଇ ୧୧ତାରିଖରେ ଖଣ୍ଡପୀଠ…

Read More