ଚନ୍ଦ୍ରଶେଖର ପୁର ସାହିତ୍ୟ ସଂସଦର ମାସିକ ୱେବ ସାହିତ୍ୟ ପତ୍ରିକାର ଦ୍ୱିତୀୟ ସଂଖ୍ୟା ଲୋକାର୍ପିତ

Published: Aug 6, 2023, 9:21 pm IST

ଭୁବନେଶ୍ଵର: ଚନ୍ଦ୍ରଶେଖର ପୁର ସାହିତ୍ୟ ସଂସଦର ମାସିକ ୱେବ ସାହିତ୍ୟ ପତ୍ରିକା (ଇ ପତ୍ରିକା) ର ଦ୍ୱିତୀୟ ବର୍ଷ ଦ୍ୱିତୀୟ ସଂଖ୍ୟା ଲୋକାର୍ପିତ ହୋଇଛି। ଏହି ଲୋକାର୍ପଣ ଉତ୍ସବରେ ବରିଷ୍ଠ ସାମ୍ବାଦିକ ପ୍ରଶାନ୍ତ ପାଇକରାୟ, ଗାଳ୍ପିକ ବିଦ୍ୟାଧର ଗୁରୁ, ଇ ପତ୍ରିକାର ସମ୍ପାଦକ ସରୋଜ କୁମାର ଶତପଥୀ, କବି ପ୍ରବୀଣା ପରିଡା, କବିତା ନାୟକ, ଅନ୍ନଦା ମିଶ୍ର, ସୁଶୀଲ ଗିରି, ହର ପ୍ରସାଦ ମହାପାତ୍ର, ପ୍ରମୁଖ ଉପସ୍ଥିତ ଥିଲେ।

ପ୍ରୟାତ କବି କୁମାର ହସନଙ୍କ ବିୟୋଗରେ ସଂସଦର ପ୍ରତିଷ୍ଠାତା ସମ୍ପାଦକ ବସନ୍ତ ମାଝୀ ଶୋକ ପ୍ରସ୍ତାବ ଆଗତ କରିଥିଲେ ଏବଂ ଏକ ମିନିଟ ନୀରବତା ପାଳନ କରାଯାଇଥିଲା।

ଏହା ପରେ କବି ମାନେ ସ୍ୱରଚିତ କବିତା ପାଠ କରିଥିଲେ। ଏବଂ ଅନୁଷ୍ଠାନିକ ଭାବରେ ବିଦ୍ୟାଧର ଗୁରୁ ଧନ୍ୟବାଦ ଅର୍ପଣ କରିଥିଲେ।

Related posts