ନୂଆଦିଲ୍ଲୀ: ଭାରତ ନିକଟରେ ପ୍ରାଣୀ ସମ୍ପଦ ଏବଂ କୁକ୍କୁଟ ପାଳନର ବିଶାଳ ସମ୍ପଦ ରହିଛି ଯାହା ଗ୍ରାମୀଣ ଜନସାଧାରଣଙ୍କ ସାମାଜିକ-ଆର୍ଥିକ ସ୍ଥିତିକୁ ଉନ୍ନତ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥାଏ। ପ୍ରାଣୀସମ୍ପଦ ଜୀବିକାର୍ଜ୍ଜନର ଏକ ମହତ୍ୱପୂର୍ଣ୍ଣ ଉପାଦାନ ଏବଂ ଏହା ଆୟ ବୃଦ୍ଧିରେ ସହାୟକ ହୋଇଥାଏ ତଥା ନିଯୁକ୍ତି ସୁଯୋଗ ପ୍ରଦାନ କରିଥାଏ। ପ୍ରାଣୀପାଳନ ମାଧ୍ୟମରେ କୃଷି କ୍ଷେତ୍ରରେ ବିବିଧତା ଗ୍ରାମୀଣ ଆୟ ବୃଦ୍ଧିର ପ୍ରମୁଖ ବାହକ ମଧ୍ୟରୁ ଅନ୍ୟତମ। କେନ୍ଦ୍ର ମନ୍ତ୍ରୀ ପୁରୁଷୋତ୍ତମ ରୁପାଲା ଗଣମାଧ୍ୟମକୁ ସମ୍ବୋଧିତ କରି କହିଛନ୍ତି ପ୍ରାଣୀପାଳନ ଏବଂ ଡାଏରୀ ବିଭାଗ ସବୁ ସ୍ତରରେ ପ୍ରାଣୀ ଉତ୍ପାଦକତାରେ ସୁଧାର ଆଣିବା ଲାଗି ବିଗତ ନଅ ବର୍ଷ ମଧ୍ୟରେ ଅନେକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛି। ଉତ୍ପାଦକତାରେ ବୃଦ୍ଧି ଫଳରେ ଘରୋଇ ବଜାର ଏବଂ ରପ୍ତାନି ବଜାର ପାଇଁ ଅଧିକ ଦୁଗ୍ଧ, ମାଂସ ଏବଂ ପ୍ରାଣୀସମ୍ପଦ ଉତ୍ପାଦର ଉତ୍ପାଦନ କ୍ଷମତା ବୃଦ୍ଧିରେ ସହାୟତା ମିଳିବ। ବିଭାଗ ପକ୍ଷରୁ…
Author: Samikhsya Bureau
ନୂଆଦିଲ୍ଲୀ: କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡଭୀୟ ଆଜି ଏଠାରେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଏବଂ ଡିଜିଏଚଏସର ବରିଷ୍ଠ ଅଧିକାରୀଙ୍କ ସହ ଅମରନାଥ ଯାତ୍ରା କରୁଥିବା ଭକ୍ତଙ୍କ ପାଇଁ ସ୍ୱାସ୍ଥ୍ୟ ସେବା ତଥା ପର୍ଯ୍ୟାପ୍ତ ଗୁଣାତ୍ମକ ସ୍ୱାସ୍ଥ୍ୟ ସୁବିଧା ପ୍ରଦାନର ସମୀକ୍ଷା କରିଛନ୍ତି। ବେସ୍ କ୍ୟାମ୍ପରେ ଏବଂ ଯାତ୍ରା ପଥରେ ଦିଆଯାଉଥିବା ଚିକିତ୍ସା ସେବା ତଥା ଅନ୍ୟାନ୍ୟ ସ୍ୱାସ୍ଥ୍ୟ ସୁବିଧା ବିଷୟରେ ତାଙ୍କୁ ସୂଚନା ଦିଆଯାଇଥିଲା। ଜାମୁ କାଶ୍ମୀରର କେନ୍ଦ୍ରଶାସିତ ଅଞ୍ଚଳକୁ ସହାୟତା କରିବାକୁ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇ କହିଛନ୍ତି ଯେ ଯାତ୍ରୀମାନଙ୍କୁ ଆବଶ୍ୟକ ସ୍ୱାସ୍ଥ୍ୟ ସୁବିଧା ତଥା ଚିକିତ୍ସା ସେବା ଯୋଗାଇ ଦିଆଯାଉ ଯାହା ଦ୍ୱାରା କଠିନ ଯାତ୍ରା ସମୟରେ ସେମାନେ ଶାରୀରିକ ଭାବେ ସୁସ୍ଥ ରହିପାରିବେ। ମନ୍ତ୍ରୀ କହିଛନ୍ତି ଯେ ଯାତ୍ରା ସମୟରେ ଭକ୍ତମାନଙ୍କୁ ସର୍ବୋତ୍ତମ ସ୍ୱାସ୍ଥ୍ୟ ସେବା ଏବଂ ଚିକିତ୍ସା ସୁବିଧା ଯୋଗାଇ ଦିଆଯିବ। ଭୌଗୋଳିକ ଆହ୍ୱାନ, ବିଶେଷକରି ଉଚ୍ଚତା…
ପୁରୀ: ବାହୁଡା ଯାତ୍ରାର ଏକ ଅନନ୍ୟ ପରଂପରା ହେଉଛି ତିନିଠାକୁରଙ୍କ ମାଉସୀମା ମନ୍ଦିରରେ ପୋଡପିଠା ଖିଆ। ଏହି ପରଂପରା କାହିଁ କେଉଁ କାଳରୁ ପ୍ରଚଳିତ ହୋଇ ଆସୁଛି। ତିନିଠାକୁର ଗୁଣ୍ଡିଚା ମନ୍ଦିରରୁ ଆଗପଛ ହୋଇ ବାହାରିବା ପରେ ବାଟରେ ଏହି ପୋଡପିଠା ଭୋଗ କରାଯାଇଥାଏ। ଶ୍ରୀମନ୍ଦିର ପୂର୍ବରୁ ବଡଦାଣ୍ଡ ଉପରେ ରହିଛି ଏକ ଛୋଟିଆ ମନ୍ଦିର ଯାହାର ନାମ ହେଉଛି ମାଉସୀମା ମନ୍ଦିର। ପ୍ରତି ବର୍ଷ ଏହି ମନ୍ଦିରର ପୂଜକ ବାହୁଡା ଦିନ ତିନି ଠାକୁରଙ୍କ ପାଇଁ ଓଡିଆ ଘରର ସୁସ୍ବାଦୁ ପୋଡପିଠା ପ୍ରସ୍ତୁତ କରି ଭୋଗ କରିଥାନ୍ତି। ଏହା ହେଉଛି ମାଉସୀ ଆଉ ପୁତୁରା ଝିଆରିଙ୍କ ମଧ୍ୟରେ ଥିବା ଅନାବିଳ ସଂପର୍କରେ ଏକ ପୌରାଣିକ ନିଦର୍ଶନ।
ମେଷ- ଆପଣଙ୍କ ସ୍ୱାସ୍ଥ୍ୟ ପ୍ରତି ବେପରୁଆ ହୁଅନ୍ତୁ ନାହିଁ । କାରବାରରେ ସତର୍କତା ବ୍ୟବହାର କରନ୍ତୁ । ପରିସ୍ଥିତିକୁ ନେଇ ଟଙ୍କା ଚିନ୍ତା କରିବାକୁ ପଡିବ। ଆପଣଙ୍କର ଅନାବଶ୍ୟକ ଖର୍ଚ୍ଚ ହୋଇପାରେ । ଚାକିରି ଏବଂ ବ୍ୟବସାୟରେ ଦ୍ୱନ୍ଦ୍ୱ ବଢିପାରେ । ଟଙ୍କା ମାମଲାରେ ଯତ୍ନବାନ ହେବାକୁ ପଡିବ । ଅଫିସ୍ କିମ୍ବା କାର୍ଯ୍ୟକ୍ଷେତ୍ରରେ ଏକ ଚାପଗ୍ରସ୍ତ ପରିସ୍ଥିତି ହୋଇପାରେ । ବୃଷ- ବିନିଯୋଗ ଇତ୍ୟାଦିରେ ଲାଭବାନ ହେବ । ଆର୍ଥିକ ଦିଗ ଦୃଢ ହେବ। ଘରର ଉପଯୋଗୀ ଜିନିଷଗୁଡ଼ିକ ବୃଦ୍ଧି ପାଇବ । ଶୀଘ୍ର କୈଣସି କାମ କରନ୍ତୁ ନାହିଁ । ଧାର୍ମିକ ଏବଂ ସାଂସ୍କୃତିକ ମହୋତ୍ସବରେ ଏକ ଅଂଶ ରହିବେ । ବ୍ୟବସାୟ ଭଲ କରିବ । ଅଫିସରେ ଚାକିରୀକୁ ନେଇ ସନ୍ତୁଷ୍ଟ ହେବେ । ଘର ବାହାରେ ଜୀବନ ଖୁସି ହେବ । ମୋଟ ଉପରେ, ଆଜି ଆପଣଙ୍କ ପାଇଁ ସଠିକ୍ ଦିନ ହେବ । ମିଥୁନ- ଆପଣ ଏକାସାଙ୍ଗରେ ଅନେକ…
ଖୋର୍ଦ୍ଧା: ଆଜି ଖୋର୍ଦ୍ଧା ଟାଉନ ଥାନା ପୋଲିସ ଏକ ବଡ ଡକାୟତ ଯୋଜନାକୁ ପଣ୍ଡ କରିବା ସହ ପାଞ୍ଚ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ କୁନା ନାୟକ, ପୂର୍ଣ୍ଣ ଚନ୍ଦ୍ର ନାୟକ, ଲିପୁ ପାଇକରାୟ, ମୋହମ୍ମଦ ଖାନ ଓ ଫାରୁକ ଖାନ। ସମସ୍ତଙ୍କ ଘର ଟାଉନ ଥାନା ଅଞ୍ଚଳରେ ବୋଲି ଜଣାପଡିଛି। ଖବର ମୁତାବକ ଟାଉନ ଥାନା ଅନ୍ତର୍ଗତ ମୋଦି ଗୋଶାଳା ପଡିଆରେ ଆଜି ବଡି ଭୋରରେ ଉକ୍ତ ପାଞ୍ଚ ଅଭିଯୁକ୍ତ ଡକାୟତି ଯୋଜନା କରୁଥିବାର ଖବର ମିଳିଥିଲା। ଏସପିଙ୍କ ନିର୍ଦ୍ଦେଶ କ୍ରମେ ଏକ ଟିମ ଗଠନ କରାଯାଇ ଚଢ଼ାଉ କରାଯାଇଥିଲା। ଚଢ଼ାଉ ବେଳେ ଅଭିଯୁକ୍ତ ମାନଙ୍କୁ ମାଡି ବସିଥିଲା ପୋଲିସ। ସେମାନଙ୍କ ନିକଟରୁ ଦୁଇ ଗୋଟି ଖଣ୍ଡା ଓ ଦୁଇ ଗୋଟି ଆଇରନ ରଡ଼ ଜବତ କରିଛି ପୋଲିସ। ଅଭିଯୁକ୍ତମାନେ ବିଳମ୍ବିତ ରାତ୍ରିରେ ୧୬ ନମ୍ବର ଜାତୀୟ ରାଜପଥରେ ଯାଉଥିବା ଗାଡ଼ିଗୁଡିକରୁ ଲୁଟ ଯୋଜନା କରୁଥିଲେ। ତେବେ…
ଭୁବନେଶ୍ୱର: ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା ଆଜି୨୦୨୦ ବ୍ୟାଚ୍ ଓଡିଶା ପ୍ରଶାସନିକ ସେବା ଶିକ୍ଷାନବିଶମାନଙ୍କର ନିଯୁକ୍ତି ପ୍ରଶିକ୍ଷଣ କାର୍ଯ୍ୟକ୍ରମକୁ ଆଜି ଉଦଘାଟନ କରିଛନ୍ତି। ଗୋପବନ୍ଧୁ ପ୍ରଶାସନିକ ଏକାଡେମୀ ଅଧୀନରେ ପ୍ରଶିକ୍ଷଣ ନେବାପାଇଁ ଯୋଗ ଦେଇଥିବା ଏହି ୧୨୯ ଜଣ ଓଏଏସ୍ ପ୍ରୋବେସନରଙ୍କ ମଧ୍ୟରୁ ୧୨୮ ଜଣ ଓଏଏସ୍ – ୨୦୨୦ ବ୍ୟାଚ୍ ଏବଂ ଜଣେ ଓଏଏସ୍- ୨୦୧୮ ବ୍ୟାଚ୍ ର ଅଟନ୍ତି। ଏହି ବ୍ୟାଚ୍ ରେ ୫୬ ଜଣ ମହିଳା ଓ ୭୩ ଜଣ ପୁରୁଷ ପ୍ରଶିକ୍ଷାର୍ଥୀ ରହିଛନ୍ତି। ୨୨ ସପ୍ତାହ ବ୍ୟାପୀ ଏହି ନିଯୁକ୍ତି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଜୁନ୍ ୨୬.୦୬.୨୦୨୩ରୁ ୨୪.୧୧.୨୦୨୩ ପର୍ଯ୍ୟନ୍ତ ଧାର୍ଯ୍ୟ କରାଯାଇଛି। ଓଏଏସ୍ ପ୍ରୋବେସନରମାନଙ୍କୁ ଶୃଙ୍ଖଳା ଅନୁସରଣ ପୂର୍ବକ ସଠିକ୍ ମାର୍ଗରେ ପରିଚାଳିତ ହେବା ଓ ନିଷ୍ଠାର ସହିତ କାର୍ଯ୍ୟ କରିବାକୁ ପ୍ରଶିକ୍ଷଣ ଦିବସର ପ୍ରାରମ୍ଭରେ ପରାମର୍ଶ ଦିଆଯାଇଛି। ଏହି ପରିପ୍ରେକ୍ଷୀରେ ମୁଖ୍ୟ ଅତିଥି ଶ୍ରୀ ଜେନା ପ୍ରଶିକ୍ଷାର୍ଥୀମାନଙ୍କ ଉଦ୍ଦେଶ୍ୟରେ ପ୍ରେରଣାଦାୟୀ ବକ୍ତବ୍ୟ…
ସୀତାରାମ ଅଗ୍ରୱାଲ ବାଣପୁର: ଆସନ୍ତାକାଲି ବାହୁଡା଼ଯାତ୍ରା ଅବସରରେ ଖୋର୍ଦ୍ଧା ଜିଲ୍ଲା ବାଣପୁରସ୍ଥିତ ଚରଣ ଚକାଦେବ ଓ ରଙ୍କନାଥ ଦେବଙ୍କ ବାହୁଡା଼ ଯାତ୍ରା କିପରି ଶୃଙ୍ଖଳିତ ଭାବରେ ସମାପନ ହେବ ଏ ସମ୍ବନ୍ଧରେ ଏକ ପ୍ରସ୍ତୁତି ବୈଠକ ଆଜି ଅନୁଷ୍ଠିତ ହୋଇଯାଇଛି। ବାଣପୁର ଏନଏସି ସଭାଗୃହରେ ଅଧ୍ୟକ୍ଷ ମିଟୁ ନାୟକଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ କାର୍ଯ୍ୟନିବାହି ଅଧିକାରୀ ଅବିନାଶ ମହାନ୍ତି, ଆଇଆଇସି ଜୟପ୍ରକାଶ ପରିଡ଼ା ଏବଂ ବିଭିନ୍ନ ବିଭାଗର ଅଧିକାରୀ ଓ ସାମ୍ବାଦିକ ମାନେ ଯୋଗ ଦେଇଥିଲେ। ବାଣପୁରରେ ଦୁଇ ଗୋଟି ସ୍ଥାନରେ ରଥଯାତ୍ରା ହେଉଥିବାରୁ ଉଭୟ ସ୍ଥାନରେ ବାହୁଡା଼ ଯାତ୍ରା ପାଇଁ ସମୟ ନିର୍ଦ୍ଧାରିତ ହୋଇଛି। ଦିନ ୨.୩୦ ମିନିଟରେ ଚରଣ ଚକାଦେବଙ୍କର ଏବଂ ୩.୩୦ ମିନିଟରେ ରଙ୍କନାଥ ଦେବଙ୍କ ରଥ ଟଣା ଆରମ୍ଭ ହେବ ବୋଲି ଉକ୍ତ ବୈଠକରେ ନିଷ୍ପତି ହୋଇଛି। ସନ୍ଧ୍ୟା ପୁର୍ବରୁ ଉଭୟ ସ୍ଥାନରେ ରଥ ମନ୍ଦିର ନିକଟରେ ପହଞ୍ଚିବା ଲକ୍ଷ୍ୟ…
ସୀତାରାମ ଅଗ୍ରୱାଲ ନାଚୁଣୀ: ଖୋର୍ଦ୍ଧା ଜିଲ୍ଲା ନାଚୁଣୀ ଥାନା ଅନ୍ତର୍ଗତ ଆୟତପୁର ଗ୍ରାମର ଜଣେ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ମୃତ ଯୁବକ ଜଣକ ହେଲେ ଲକ୍ଷ୍ମଣ ପ୍ରଧାନଙ୍କ ପୁତ୍ର ଦୀପକ ପ୍ରଧାନ (୨୫)। ଦୀପକଙ୍କୁ ଗୁରୁତର ଅବସ୍ଥାରେ ଗମ୍ଭାରୀମୁଣ୍ଡା ମେଡିକାଲକୁ ନିଆଯାଇଥିବା ବେଳେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିବା ସହ ନାଚୁଣୀ ଥାନାକୁ ସୂଚନା ଦେଇଥିଲେ। ଖବର ପାଇ ନାଚୁଣୀ ପୋଲିସ ମେଡିକାଲ ପହଞ୍ଚି ଶବ ଜବତ କରିବା ସହ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି। ତେବେ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବା ବେଳେ ଦୀପକଙ୍କ ପରିବାର ବର୍ଗ ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି। ପରିବାର ଲୋକଙ୍କ କହିବା ମୁତାବକ ଦୀପକଙ୍କ ସହିତ ତାଙ୍କ ଖୁଡିଙ୍କ ଅନୈତିକ ସମ୍ପର୍କ ଥିବାବେଳେ ଗତ ୧୮ ତାରିଖରେ ୩୦ ହଜାର ଟଙ୍କା ନେଇ ବିଦେଶ ଯିବାକୁ କହି ଘରୁ ଆସିଥିଲେ। କିନ୍ତୁ ବିଦେଶ ନ ଯାଇ ବାଣପୁର ଥାନା ଅନ୍ତର୍ଗତ…
ସୀତାରାମ ଅଗ୍ରୱାଲ ବାଣପୁର: ବାଣପୁର ତହସିଲ ଅନ୍ତର୍ଗତ ନରେନ୍ଦ୍ରପୁର ଗ୍ରାମର ମନ୍ଦିର ଦୁଇଦିନ ଧରି ଜଳବନ୍ଦୀରେ ରହିଥିବା ଜଣାପଡିଛି। ଠାକୁର ରାଧାମୋହନ ଦେବଙ୍କ ମନ୍ଦିର ଭିତରେ ଆଣ୍ଠୁଏ ଉଚ୍ଚରେ ଜଳ। ତତସହିତ ଗ୍ରାମରାସ୍ତାରେ ବର୍ଷାଜଳ ଲହଡି ଭାଙ୍ଗୁଛି। ଏପରିକି ନାଳ ନର୍ଦ୍ଦମା ଜଳ ମନ୍ଦିରର ଗର୍ଭଗୃହରେ ପ୍ରବେଶ କରିଛି। ଉକ୍ତ ଘଟଣାକୁ ନେଇ ଗ୍ରାମରେ ଚାପା ଉତ୍ତେଜନା ପ୍ରକାଶ ପାଇଛି। ଘଟଣାର ସମାଧାନ ପାଇଁ ଗ୍ରାମବାସୀ ତହସିଲଦାର ଓ ବାଣପୁର ଥାନାର ଦ୍ଵାରସ୍ଥ ହୋଇଛନ୍ତି। ଆଜି ତହସିଲଦାର କୁଞ୍ଜ ବିହାରୀ ବଡ଼ଜେନା ମନ୍ଦିର ନିକଟରେ ପହଞ୍ଚି ସ୍ଥିତି ପରଖିଥିଲେ ମଧ୍ୟ କୌଣସି ସମାଧାନର ରାସ୍ତା ବାହାରି ପାରି ନାହିଁ। ଘଟଣାରୁ ପ୍ରକାଶ ନରେନ୍ଦ୍ରପୁର ଗ୍ରାମ ମନ୍ଦିର ନିକଟରେ ବର୍ଷା ଜଳ ନିଷ୍କାସନ ନିମନ୍ତେ ଏକ ଶଙ୍ଖ ଅଛି। ଶଙ୍ଖରେ ଏକର ଏକର ଜମିର ବର୍ଷାଜଳ ଦୀର୍ଘବର୍ଷ ଧରି ନିଷ୍କାସନ ହୁଏ। ବର୍ଷାଜଳ ନିଷ୍କାସନର ସୁବିଧା ପାଇଁ ବ୍ଲକ ଅନୁଦାନରେ ଗ୍ରାମବାସୀ ଶଙ୍ଖ…
ନୂଆଦିଲ୍ଲୀ: କ୍ରିକେଟ୍ ର ସବୁଠାରୁ ବଡ ମହାକୁମ୍ଭ ତଥା ଦିନିକିଆ ବିଶ୍ୱକପ୍ ର କାର୍ଯ୍ୟସୂଚୀ ଆଇସିସି ଘୋଷଣା କରିଛି। ଟୁର୍ଣ୍ଣାମେଣ୍ଟର ପ୍ରଥମ ମ୍ୟାଚ୍ ଡିଫେଣ୍ଡିଂ ଚାମ୍ପିଅନ୍ ଇଂଲଣ୍ଡ ଏବଂ ରନର୍ସ ଅପ୍ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଖେଳାଯିବ। ଏଥି ସହିତ ଟିମ୍ ଇଣ୍ଡିଆ ଅଷ୍ଟ୍ରେଲିଆ ବିପକ୍ଷରେ ପ୍ରଥମ ମ୍ୟାଚ୍ ଅକ୍ଟୋବର ୮ ତାରିଖରେ ଚେନ୍ନାଇରେ ଖେଳିବ। ଏହି ସମୟରେ ଭାରତୀୟ ଅଧିନାୟକ ରୋହିତ ଶର୍ମାଙ୍କ ପ୍ରତିକ୍ରିୟା ଦିନିକିଆ ବିଶ୍ୱକପ କାର୍ଯ୍ୟସୂଚୀ ପରେ ଆସିଛି। ସେ କ’ଣ କହିଛନ୍ତି ଜାଣନ୍ତୁ… ଭାରତୀୟ ଅଧିନାୟକ ରୋହିତ ଶର୍ମା କହିଛନ୍ତି ଯେ, “ଘରେ ବିଶ୍ୱକପ ଖେଳିବା ଏକ ବଡ଼ ଅନୁଭୂତି ହେବ। ୧୨ ବର୍ଷ ପୂର୍ବେ ଭାରତ ଏଠାରେ ଜିତିଥିଲା। ଖେଳ ବର୍ତ୍ତମାନ ବଦଳିଥିବାରୁ ଏହି ବିଶ୍ୱକପ୍ ଅତ୍ୟନ୍ତ ପ୍ରତିଯୋଗୀ ହେବାକୁ ଯାଉଛି। ଆମେ ଅକ୍ଟୋବର ଏବଂ ନଭେମ୍ବରରେ ଭଲ ପ୍ରସ୍ତୁତି କରିବାକୁ ଅପେକ୍ଷା କରିଛୁ। ” ବିଶ୍ୱକପ୍-୨୦୨୩ ରେ ଭାରତର ମ୍ୟାଚ୍ ସୂଚୀ: ଅକ୍ଟୋବର ୮…
କଲିକତା: ଖରାପ ପାଗ ହେତୁ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ହେଲିକପ୍ଟରକୁ ସିଲିଗୁଡି ନିକଟ ସେଭୋକ ଏୟାରବେସରେ ଅବତରଣ କରାଯାଇଥିଲା। ଏହି ସମୟରେ ଟିଏମସି ମୁଖ୍ୟ ମମତା ବାନାର୍ଜୀଙ୍କ ଗୋଡ ଓ ପିଠିରେ ଆଘାତ ଲାଗିଛି। ଗଣମାଧ୍ୟମ ସୂଚନା ଅନୁଯାୟୀ, ମୁଖ୍ୟମନ୍ତ୍ରୀ ବାନାର୍ଜୀଙ୍କୁ ଏସଏସକେ ହସ୍ପିଟାଲକୁ ନିଆଯାଇଛି, ଯେଉଁଠାରେ ଡାକ୍ତରମାନେ ତାଙ୍କୁ ପରୀକ୍ଷା କରୁଛନ୍ତି। ଭିଡିଓରେ ଏହା ଦେଖିବାକୁ ମିଳେ ଯେ ସେ ଚାଲିବାରେ ଯନ୍ତ୍ରଣା ଭୋଗୁଛନ୍ତି। କିନ୍ତୁ ସେ ଚକ ଚେୟାର ନେବାକୁ ମନା କରିଦେଇଛନ୍ତି। ପଞ୍ଚାୟତ ନିର୍ବାଚନକୁ ଦୃଷ୍ଟିରେ ରଖି ଜଲପାଇଗୁଡିରେ ହେବାକୁ ଥିବା ନିର୍ବାଚନ ସମାବେଶକୁ ସମ୍ବୋଧିତ କରିବା ପରେ ମମତା ବାନାର୍ଜୀ ବାଗଡୋଗ୍ରା ବିମାନବନ୍ଦରକୁ ଯାଉଥିଲେ। ତା’ପରେ ବୈକୁଣ୍ଠପୁରର ଜଙ୍ଗଲ ଉପରେ ଉଡ଼ୁଥିବା ବେଳେ ତାଙ୍କ ହେଲିକପ୍ଟର ଖରାପ ପାଣିପାଗ ଅଞ୍ଚଳରେ ପହଞ୍ଚିଥିଲା। ଏହା ପରେ ହେଲିକପ୍ଟରର ଜରୁରୀ ଅବତରଣ କରାଯାଇଥିଲା। ସୂଚନା ଅନୁଯାୟୀ ଅତ୍ୟଧିକ ବର୍ଷା ହେତୁ ପାଇଲଟ୍ ଜରୁରୀକାଳୀନ ଅବତରଣ କରିବାକୁ ନିଷ୍ପତ୍ତି…
ଦୁଷ୍ମନ୍ତ କୁମାର ପଣ୍ଡା କଳାହାଣ୍ଡି: ଓଡ଼ିଶା ରାଜ୍ୟ ସାମ୍ବାଦିକ ସଂଘର ଆହ୍ବାନ କ୍ରମେ କଳାହାଣ୍ଡି ସାମ୍ବାଦିକ ସଂଘ ତରଫରୁ ସାମ୍ବାଦିକମାନଙ୍କ ବିଭିନ୍ନ ସମସ୍ୟା ଗୁଡିକର ସମାଧାନ ପାଇଁ ୧୧ ଦଫା ଦାବି ପତ୍ର କଳାହାଣ୍ଡି ଅତିରିକ୍ତ ଜିଲ୍ଲାପାଳ ସୁବ୍ରତ ନାୟକ ଙ୍କୁ ଦାଖଲ କରାଯାଇଛି। ଜିଲ୍ଲା ସଭାପତି ମହମ୍ମଦ ଅଲି, ସାଧାରଣ ସମ୍ପାଦକ ଜଗମୋହନ ପଟ୍ଟନାୟକ ଏବଂ ରାଜ୍ୟ ଉପସଭାପତି ଦୁଷ୍ମନ୍ତ କୁମାର ପଣ୍ଡା,ସାମ୍ବାଦିକା ସ୍ନିଗଧା ରାଣୀସିଂହ, ସାମ୍ବାଦିକ ରଘୁମଣି ପୂଝାରି ଙ୍କ ନେତୃତ୍ବରେ ଜିଲ୍ଲାର ସମଗ୍ର ଅଞ୍ଚଳର ସାମ୍ବାଦିକ ମାନଙ୍କ ଉପସ୍ଥିତିରେ ଦାବିପତ୍ର ଦାଖଲ କରାଯାଇଛି। ସାମ୍ବାଦିକ ସଂଘର ଦାବି ଗୁଡିକ ମଧ୍ୟରେ ମହାରାଷ୍ଟ ଓ ଛତିଶଗଡ଼ ଢାଂଚାରେ କର୍ତ୍ତବ୍ୟରତ ସାମ୍ବାଦିକ ମାନଙ୍କ ନିମନ୍ତେ “ସାମ୍ବାଦିକ ସୁରକ୍ଷା ଆଇନ” ପ୍ରଣୟନ, ରାଜ୍ୟରେ କାର୍ଯ୍ୟରତ ସମସ୍ତ ସାମ୍ବାଦିକ ମାନଙ୍କ ପରିବାରକୁ ଗୋପବନ୍ଧୁ ସ୍ଵାସ୍ଥ୍ୟ ବୀମା ଯୋଜନାରେ ବୀମା ରାଶି କୁ “୧୦ ଲକ୍ଷ ଟଙ୍କା” କୁ ବୃଦ୍ଧି, ଯେଉଁ ସାମ୍ବାଦିକ ମାନେ…
ସୀତାରାମ ଅଗ୍ରୱାଲ ଚିଲିକା: ମୋ ବୁଥ୍, ସବୁଠୁ ମଜବୁତ କାର୍ଯ୍ୟକ୍ରମର ସିଧାପ୍ରସାରଣରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉଦ୍ବୋଧନ ପୁରୀ ଲୋକସଭା ଅନ୍ତର୍ଗତ ଚିଲିକା ବିଧାନସଭାର ବୁଥ୍ ନଂ ୧୦ରେ ଶୁଣିଲେ ଭରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ର। ଗମ୍ଭାରିମୁଣ୍ଡା ଗାଁରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଭାରତୀୟ ଜନତା ପାର୍ଟିର ରାଜ୍ୟ ସାଧାରଣ ସମ୍ପାଦକ ପୃଥିବୀରାଜ ହରିଚନ୍ଦନ ସହିତ ଜିଲ୍ଲାର ଅନ୍ୟାନ୍ୟ ବରିଷ୍ଠ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ। ସଭାସ୍ଥଳରେ ପ୍ରଧାନମନ୍ତ୍ରୀଙ୍କ ଉଦ୍ବୋଧନ ଶୁଣିବା ସହିତ ବ୍ଲକର ବିଭିନ୍ନ ବିଷୟକୁ ନେଇ ଏକ ସକାରାତ୍ମକ ଚର୍ଚ୍ଚା ସହିତ ସହଭୋଜର ଆୟୋଜନ ହେଇଥିଲା। ଏହି କାର୍ଯ୍ୟକ୍ରମରେ ବାଣପୁର ବ୍ଲକର ୩୦୦ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ। ପ୍ରଧାନମନ୍ତ୍ରୀ ନିଜ ଉଦ୍ବୋଧନରେ କାର୍ଯ୍ୟକର୍ତ୍ତାଙ୍କୁ ସମାଜର କଲ୍ୟାଣ ପାଇଁ କାର୍ଯ୍ୟ କରିବାକୁ ବାର୍ତ୍ତା ଦେଇଛନ୍ତି। ସେ କହିଛନ୍ତି ଭାରତୀୟ ଜନତା ପାର୍ଟୀର କାର୍ଯ୍ୟକର୍ତ୍ତାମାନଙ୍କ କାମ ହେଉଛି ଦେଶହିତ ସହିତ ଜଡ଼ିତ ସମସ୍ତ ବିଷୟକୁ ଆଗକୁ ନେଇ କାର୍ଯ୍ୟ…
ନୂଆଦିଲ୍ଲୀ: ବିଶ୍ୱର ସର୍ବ ବୃହତ ସହରୀ ସ୍ୱଚ୍ଛତା ସର୍ଭେ, ସ୍ୱଚ୍ଛ ସର୍ବେକ୍ଷଣ ୨୦୨୩ – ମେରା ସହର, ମେରୀ ପେହଚାନ୍ର ଅଷ୍ଟମ ସଂସ୍କରଣ ପାଇଁ କ୍ଷେତ୍ର ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ହୋଇ ସାରିଛି। ଗୃହ ଓ ସହରାଂଚଳ ବ୍ୟାପାର ମନ୍ତ୍ରଣାଳୟ (ଏମ୍ଓଏଚ୍ୟୁଏ) ସ୍ୱଚ୍ଛ ସର୍ବେକ୍ଷଣ ୨୦୨୩ (ଏସ୍ଏସ୍) ପାଇଁ କ୍ଷେତ୍ରୀୟ ମୂଲ୍ୟାଙ୍କନ ଆରମ୍ଭ କରିଛି । ସ୍ୱଚ୍ଛ ସର୍ବେକ୍ଷଣ ୨୦୨୩ ଅଧୀନରେ ପ୍ରାୟ ୩୦୦୦ ମୂଲ୍ୟାଙ୍କନକାରୀ ୧ ଜୁଲାଇ ୨୦୨୩ ରୁ ମୂଲ୍ୟାଙ୍କନ ପାଇଁ କ୍ଷେତ୍ର ଗ୍ରହଣ କରିବେ। ମୂଲ୍ୟାଙ୍କନକାରୀମାନେ ୪୬ ଟି ସୂଚକ ଆଧାରରେ ୪୫୦୦+ ସହରର ପ୍ରଦର୍ଶନ ଅଧ୍ୟୟନ କରିବେ ଏବଂ ଏହା ଏକ ମାସ ମଧ୍ୟରେ ସମାପ୍ତ ହେବ ବୋଲି ଆଶା କରାଯାଉଛି। ୨୪ ମଇ, ୨୦୨୨ ରେ ଆରମ୍ଭ କରାଯାଇଥିବା ସ୍ୱଚ୍ଛ ସର୍ବେକ୍ଷଣ ୨୦୨୩ ବର୍ଜ୍ୟ ବସ୍ତୁକୁ ସମ୍ପଦରେ ପରିବର୍ତ୍ତନ କରିବା ଏବଂ ବର୍ଜ୍ୟ ବସ୍ତୁର ପ୍ରକ୍ରିୟାକରଣ ଏବଂ ବୈଜ୍ଞାନିକ ପରିଚାଳନା ଦିଗରେ ପ୍ରସ୍ତୁତି କରିବାରେ…
ନୂଆଦିଲ୍ଲୀ: ଫିଲ୍ମ ‘ଆଦିପୁରୁଷ’ର ନିର୍ମାତାଙ୍କୁ ଆହ୍ଲାବାଦ ହାଇକୋର୍ଟ ତାଗିଦ କରିଛନ୍ତି। ଏହି ଚଳଚ୍ଚିତ୍ରଟି ରିଲିଜ ହେବା ପରଠାରୁ ବିବାଦରେ ଛନ୍ଦି ହୋଇଯାଇଛି। ଫିଲ୍ମର ସଂଳାପକୁ ଦର୍ଶକମାନେ ଦୃଢ ଆପତ୍ତି ଜଣାଇଛନ୍ତି। ଯାହା ପରେ ଫିଲ୍ମର ନିର୍ମାତାମାନେ ମଧ୍ୟ ବିବାଦୀୟ ସଂଳାପକୁ ପରିବର୍ତ୍ତନ କରିଛନ୍ତି। ତଥାପି ଫିଲ୍ମକୁ ନେଇ କ୍ରୋଧ ରହିଛି। ଏ ସମ୍ପର୍କରେ ଏକ ଆବେଦନ ଶୁଣାଣି ବେଳେ ଆହ୍ଲାବାଦ ହାଇକୋର୍ଟ ନିର୍ମାତାମାନଙ୍କୁ ତାଗିଦ କରିଛନ୍ତି। ଏହା ସହିତ କୋର୍ଟ ମଧ୍ୟ ସେନସର ବୋର୍ଡର ଭୂମିକା ଉପରେ ପ୍ରଶ୍ନ ଉଠାଇ କହିଛନ୍ତି ଯେ, ସେନସର ବୋର୍ଡ ମଧ୍ୟ ଏହାର ଦାୟିତ୍ୱ ପୂରଣ କରିନାହିଁ। ଶୁଣାଣି ସମୟରେ ଫିଲ୍ମର ସଂଳାପ ଲେଖକ ମନୋଜ ମୁନ୍ତାଶୀର ଶୁକ୍ଲାଙ୍କୁ ମଧ୍ୟ କୋର୍ଟ ନୋଟିସ ଜାରି କରିଛନ୍ତି। ଏହା ସହିତ ମନୋଜ ମୁନ୍ତାଶିରଙ୍କୁ ଏକ ସପ୍ତାହ ମଧ୍ୟରେ ତାଙ୍କ ଉତ୍ତର ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏଥି ସହିତ କୋର୍ଟ ଏହାର ମନ୍ତବ୍ୟରେ କହିଛନ୍ତି ଯେ, ‘ଏହି…
ସୀତାରାମ ଅଗ୍ରୱାଲ ନାଚୁଣୀ: ଖୋର୍ଦ୍ଧା ଜିଲ୍ଲା ନାଚୁଣୀ ଥାନା ଅନ୍ତର୍ଗତ ନାଚୁଣୀ ଓଭରବ୍ରିଜ ଉପରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଯେଉଁଥିରେ ଜଣେ ରୋଗୀଙ୍କ ସମେତ ୩ ଜଣ ଗୁରୁତର ଆହତ ହୋଇଛନ୍ତି। ଖବର ମୁତାବକ ବାଣପୁର ଥାନା ଚିଆଁଙ୍କ ସାହି ଅଞ୍ଚଳର ଜଣେ ପକ୍ଷାଘାତ ରୋଗୀଙ୍କୁ ନେଇ ୩ ଜଣ ଆଜି ଭୁବନେଶ୍ୱରସ୍ଥିତ ଏକ ଘରୋଇ ମେଡିକାଲକୁ ଚିକିତ୍ସା ପାଇଁ ଯାଇଥିଲେ। ତେବେ ଚିକିତ୍ସା ସାରି ବାଣପୁର ଫେରିବା ସମୟରେ ଅପରାହ୍ନ ପାଖାପାଖି ପାଞ୍ଚ ଘଟିକା ସମୟରେ କାରଟି ନାଚୁଣୀ ଓଭରବ୍ରିଜ ଉପରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। କାର ଚାଳକ ଭାରସାମ୍ୟ ହରାଇ କାରକୁ ଡିଭାଇଡରରେ ପିଟି ଦେଇଥିବା ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି। ଫଳରେ କାରର ଚକାଟି ଫାଟିଯାଇ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଗାଡ଼ି ଚାଳକ ସମେତ ଗାଡ଼ିରେ ଉପସ୍ଥିତ ଥିବା ରୋଗୀ ଏବଂ ତାଙ୍କ ସମ୍ପର୍କୀୟ ଗୁରୁତର ଆହତ ହୋଇଥିବା ବେଳେ ସମସ୍ତଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ମେଡିକାଲ ନିଆଯାଇଛି। …
ନୂଆଦିଲ୍ଲୀ: ଉପଭୋକ୍ତାଙ୍କ ସୁବିଧା ପାଇଁ ଜାତୀୟ ବଫର୍ ଷ୍ଟକ୍ରୁ ହରଡ଼ ଡାଲି ଯୋଗାଇ ଦେବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି। ଆମଦାନୀ କରାଯାଇଥିବା ହରଡ଼ ଡାଲି ଭାରତୀୟ ବଜାରରେ ନିର୍ଦ୍ଧାରିତ ଓ ଲକ୍ଷ୍ୟ ଆଧାରିତ ଢଙ୍ଗରେ ନପହଞ୍ଚିବା ପର୍ଯ୍ୟନ୍ତ ସରକାର ଡାଲି ଯୋଗାଇଦେବେ। ଅନଲାଇନ ନିଲାମୀ ଜରିଆରେ ଯୋଗ୍ୟ ମିଲର୍ମାନଙ୍କୁ ଡାଲି ଯୋଗାଣ ନିମନ୍ତେ ଉପଭୋକ୍ତା ବ୍ୟାପାର, ଖାଦ୍ୟ ଓ ସାଧାରଣ ବଣ୍ଟନ ମନ୍ତ୍ରଣାଳୟ ଅଧୀନ ଉପଭୋକ୍ତା ବ୍ୟାପାର ବିଭାଗ ପକ୍ଷରୁ ଜାତୀୟ କୃଷି ସମବାୟ ବିପଣନ ମହାସଂଘ (ନାଫେଡ) ଓ ଜାତୀୟ ସମବାୟ ଉପଭୋକ୍ତା ମହାସଂଘ (ଏନସିସିଏଫ)କୁ ନିର୍ଦ୍ଦେଶ ଦିଆଯାଇଛି। ଏହାଦ୍ୱାରା ଉପଭୋକ୍ତାଙ୍କ ଖାଇବା ପାଇଁ ଯଥେଷ୍ଟ ପରିମାଣରେ ହରଡ଼ ଡାଲି ମିଲିଂ ନିମନ୍ତେ ଉପଲବ୍ଧ ହୋଇପାରିବ। ସାଧାରଣ ଉପଭୋକ୍ତାଙ୍କୁ ଶସ୍ତା ଦରରେ ହରଡ଼ ଡାଲି ଯୋଗାଇ ଦେବା ପାଇଁ ଯଥେଷ୍ଟ ପରିମାଣରେ ଡାଲି ନିଲାମ କରାଯିବ। ବଜାରରେ ଡାଲି ଉପଲବ୍ଧତାର ପ୍ରଭାବକୁ ଆକଳନ କରାଯାଇ ସେହି ଆଧାରରେ ନିଲାମୀର…
ସୀତାରାମ ଅଗ୍ରୱାଲ ବାଲୁଗାଁ: ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଥାନା ଅଞ୍ଚଳରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଯାଇଛି। ସ୍ତ୍ରୀକୁ ମାରିବା ପାଇଁ ଚେଷ୍ଟା କରୁଥିବା ବେଳେ ସ୍ୱାମୀକୁ ପୋଲିସ କାବୁ କରି ଗିରଫ କରିଛି। ବାଲୁଗାଁ ଆଇଆଇସି ରଶ୍ମିରଞ୍ଜନ ଦାସଙ୍କ ସୂଚନା ମୁତାବକ ବଡ଼କୁଳ ଅଞ୍ଚଳର ଜଣେ ମହିଳା ବାଣପୁର ଅଞ୍ଚଳର କୈଳାଶ ଚନ୍ଦ୍ର ମିଶ୍ରଙ୍କୁ ବିବାହ କରିଥିବା ବେଳେ କିଛି ଦିନ ହେବ ଉଭୟଙ୍କ ମଧ୍ୟରେ ବୈବାହିକ କଳହ ସୃଷ୍ଟି ହୋଇଥିବାରୁ ମହିଳା ଜଣକ ସ୍ୱାମୀ କୈଳାଶଙ୍କ ବିରୁଦ୍ଧରେ ବାଣପୁର ଥାନାରେ ଏତଲା ଦେଇଥିଲେ। ଏଥିରେ ଉତକ୍ଷିପ୍ତ ହୋଇ ଦୀର୍ଘ ଦିନ ହେବ କୈଳାଶ ପତ୍ନୀଙ୍କୁ ମାରିବା ପାଇଁ ଏକ ଧାରୁଆ ଛୁରୀ ଧରି ତାଙ୍କ ପିଛା କରିଆସୁଥିଲେ। ତେବେ ଗତ ୧୯ ତାରିଖ ରାତିରେ ମହିଳା ତାଙ୍କ ମା’ଙ୍କ ସହ ନିଜ ଘରେ ଶୋଇଥିବା ବେଳେ କୈଳାଶ କୌଣସିକ୍ରମେ ଘରେ ପଶି ଛୁରୀରେ ଆକ୍ରମଣ କରିବାକୁ ଉଦ୍ୟତ ହେବା ବେଳକୁ…
ସ୍ୱାସ୍ଥ୍ୟ ଟିପ୍ସ: ସ୍ୱାଦ ଏବଂ ସ୍ୱାସ୍ଥ୍ୟ ଦୃଷ୍ଟିରୁ ଜାମ୍ମୁ କୋଳି ଏକ ଭଲ ଫଳ ଭାବରେ ବିବେଚନା କରାଯାଏ। ଏହାକୁ ଖାଇବା ଦ୍ଵାରା ଶରୀରକୁ ଅନେକ ଲାଭ ମିଳିଥାଏ। କିନ୍ତୁ, ଯେପରି ପ୍ରତ୍ୟେକ ମୁଦ୍ରାର ଦୁଇଟି ପାର୍ଶ୍ୱ ଅଛି, ଜାମ୍ମୁ କୋଳିର ମଧ୍ୟ କିଛି ଅସୁବିଧା ଅଛି। ଏପରି ଅନେକ ଖାଦ୍ୟ ସାମଗ୍ରୀ ଅଛି ଯାହା ଜାମ୍ମୁ କୋଳି ସହିତ ଖାଇଲେ ମଧ୍ୟ ଶରୀର ପାଇଁ କ୍ଷତି ହୋଇପାରେ। ଏଥି ସହିତ, ଜାମ୍ମୁ କୋଳି ମଧ୍ୟ ଖାଲି ପେଟରେ ଖାଆନ୍ତି ନାହିଁ। କାରଣ ଏହା ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପକାଇଥାଏ। ଆସନ୍ତୁ ଜାଣିବା, ଏହି ଖାଦ୍ୟଗୁଡିକ କେଉଁଗୁଡିକ ଯାହାକୁ ଜାମ୍ମୁ କୋଳି ସହିତ ଖାଇ ଏଡାଇବା ଆବଶ୍ୟକ… ହଳଦୀ: ହଳଦୀ ଅନେକ ଲାଭରେ ପରିପୂର୍ଣ୍ଣ। ଏହା ଔଷଧ ଭାବରେ ମଧ୍ୟ ବ୍ୟବହୃତ ହୁଏ। କିନ୍ତୁ ଜାମ୍ମୁ କୋଳି ସହିତ ହଳଦୀ ଖାଇଲେ ସବୁ ଗୋଳମାଳ ହୋଇଯାଏ। ଜାମ୍ମୁ କୋଳି ଏବଂ ହଳଦୀ…
ସ୍ୱାସ୍ଥ୍ୟ ଟିପ୍ସ: ଗତ କିଛି ବର୍ଷ ମଧ୍ୟରେ କର୍କଟ ରୋଗ ଅତି ଶୀଘ୍ର ବ୍ୟାପିବାରେ ଲାଗିଛି। ବର୍ତ୍ତମାନ ବହୁ ସଂଖ୍ୟକ ଲୋକ ଏହି ରୋଗର ଶିକାର ହେଉଛନ୍ତି। ଏହି ରୋଗର ବୃଦ୍ଧି ସହିତ, ଆପଣ ନିଶ୍ଚିତ ଭାବରେ ଏହା ବିଷୟରେ ଶୁଣିଥିବେ କିମ୍ବା ପଢିଥିବେ ଯେ, ଭୁଲ୍ ଖାଇବା ଅଭ୍ୟାସ ଏହି ରୋଗର ବୃଦ୍ଧି ପାଇଁ ଏକ ବଡ଼ କାରଣ। ଆମେ ଯେଉଁ ପ୍ରକାର ଫାଷ୍ଟଫୁଡ୍, ଭୁଲ୍ ଜୀବନଶୈଳୀ ଏବଂ ଅନିୟନ୍ତ୍ରିତ ଜୀବନଯାପନ କରୁଛେ, ଏହା କର୍କଟ ରୋଗର ବୃଦ୍ଧି ପାଇଁ ଏକ ବଡ଼ କାରଣ। ଏହାର କାରଣ ହେଉଛି କିଛି ଅନିୟନ୍ତ୍ରିତ କୋଷ ଯୋଗୁଁ କର୍କଟ ରୋଗ ବଢିଥାଏ। କର୍କଟ କୋଷଗୁଡ଼ିକ ଆମ ସମସ୍ତଙ୍କ ଶରୀରରେ ସୃଷ୍ଟି ହୁଏ ଏବଂ ମରିବାରେ ଲାଗିଥାଏ। କିନ୍ତୁ ଏହା ହିଁ ଘଟେ ଯେତେବେଳେ ଆମେ ଆମର ନିତ୍ୟକର୍ମକୁ ଠିକ୍ ଏବଂ ଖାଦ୍ୟ ସୁସ୍ଥ ରଖିଥାଉ। କାରଣ ଏହିପରି ଭାବରେ ଆମ ଶରୀର ସ୍ଵାଭାବିକ ଭାବରେ…
ନୂଆଦିଲ୍ଲୀ: ଋତୁ ପରିବର୍ତ୍ତନରେ ଭାଇରାଲ୍ ଜ୍ୱର ଏକ ସାଧାରଣ ରୋଗ। ଯାହା ଶୀଘ୍ର ଲୋକଙ୍କୁ ଏହା ଶିକାର କରୁଛି। ବେଳେବେଳେ ପ୍ରବଳ ଖରା ଏବଂ ବର୍ଷା ପରେ ତାପମାତ୍ରାରେ ପରିବର୍ତ୍ତନ ଆସିଥାଏ, ଯାହା ଶରୀରର ରୋଗ ପ୍ରତିରୋଧକ ଶକ୍ତି ଦୁର୍ବଳ କରିଥାଏ। ଏହି କାରଣରୁ ଜ୍ୱରର ଜୀବାଣୁ ଶରୀରରେ ସହଜରେ ପ୍ରବେଶ କରନ୍ତି। ଶରୀରରେ ସଂକ୍ରମଣ ହେବାର ଏହା ମଧ୍ୟ ଏକ କାରଣ। ଏହି ସଂକ୍ରମଣ ଶୀଘ୍ର ଜଣେ ବ୍ୟକ୍ତିଙ୍କଠାରୁ ଅନ୍ୟ ଜଣକୁ ପ୍ରବେଶ କରେ। ଅନେକ ଥର ଏହାକୁ ବୁଝିବା ପାଇଁ ଲୋକଙ୍କୁ ବହୁତ ସମୟ ଲାଗିଥାଏ, ସେତେବେଳକୁ ଏହା ଶରୀରକୁ ସଂପୂର୍ଣ୍ଣ ନିୟନ୍ତ୍ରଣ କରିଦେଇଥାଏ। ଆଜି ଆମେ ଆପଣଙ୍କୁ ଏହାର ଲକ୍ଷଣ, ଏପରି କିଛି ସଂକେତ ବିଷୟରେ କହିବୁ, ଯାହା ଆପଣଙ୍କୁ ଜାଣିବା ଆବଶ୍ୟକ। ଏହାକୁ ଏଡାଇବା ପାଇଁ, ଆପଣ ଘରେ ବସି ନିମ୍ନ ଲିଖିତ ସହଜ ପଦକ୍ଷେପଗୁଡିକ କରିପାରିବେ। ଭାଇରାଲ୍ ଜ୍ୱର କଣ?: ବିଭିନ୍ନ ପ୍ରକାରର ଜୀବାଣୁ ଦ୍ଵାରା…

