ନୂଆଦିଲ୍ଲୀ: ଦିନିକିଆ ସିରିଜର ତୃତୀୟ ତଥା ଶେଷ ମ୍ୟାଚରେ ଟିମ୍ ଇଣ୍ଡିଆ ୨୦୦ ରନ୍ ରେ ୱେଷ୍ଟଇଣ୍ଡିଜ୍ କୁ ପରାସ୍ତ କରିଛି। ଏହି ବିଜୟ ସହିତ ଭାରତ ସିରିଜକୁ ୨-୧ ରେ କାବୁ କରିଛି। ଟିମ୍ ଇଣ୍ଡିଆର ଏହି ବିଜୟ ଅତ୍ୟନ୍ତ ସ୍ୱତନ୍ତ୍ର ଥିଲା। ଏଥିରେ ଭାରତ ନିଜର ରେକର୍ଡ ଭାଙ୍ଗିଛି। ଏହି ମ୍ୟାଚରେ ଟିମ୍ ଇଣ୍ଡିଆର ପ୍ରଦର୍ଶନ ଦେଖି ୨୦୧୮ ର ମନେ ପଡିଯାଉଛି। ୨୦୧୮ ରେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଭାରତ ସର୍ବ ବୃହତ ଦିନିକିଆ ବିଜୟ ପଞ୍ଜିକରଣ କରିଥିଲା। ତ୍ରିନିଦାଦରେ ଖେଳାଯାଇଥିବା ମ୍ୟାଚ୍ରେ ରନ୍ ଦୃଷ୍ଟିରୁ ୱେଷ୍ଟଇଣ୍ଡିଜ୍ ଉପରେ ଭାରତର ଦ୍ୱିତୀୟ ବୃହତ୍ତମ ଦିନିକିଆ ବିଜୟ। ୨୦୧୮ ରେ ୱେଷ୍ଟଇଣ୍ଡିଜ୍ ଉପରେ ରନ୍ ଦୃଷ୍ଟିରୁ ଟିମ୍ ଇଣ୍ଡିଆ ସବୁଠୁ ବଡ ବିଜୟ ରେକର୍ଡ କରିଛି। ମୁମ୍ବାଇରେ ଖେଳାଯାଇଥିବା ଏହି ମ୍ୟାଚରେ ଭାରତ ୨୨୪ ରନରେ ଜିତିଛି। ଏହି ମ୍ୟାଚରେ ରୋହିତ ଶର୍ମା ଏବଂ ଅମ୍ବାତି ରାୟୁଡୁ ଚମତ୍କାର ଶତକ…
Author: Samikhsya Bureau
ନୂଆଦିଲ୍ଲୀ: କେନ୍ଦ୍ର ଗୃହମନ୍ତ୍ରୀ ନିତ୍ୟାନନ୍ଦ ରାୟ ମଙ୍ଗଳବାର ଦିନ ଲୋକସଭାରେ ଦିଲ୍ଲୀ ଅଧିକାରୀଙ୍କ ସ୍ଥାନାନ୍ତର ଏବଂ ପୋଷ୍ଟିଂ ସମ୍ବନ୍ଧୀୟ ଅଧ୍ୟାଦେଶକୁ ବଦଳାଇବା ପାଇଁ ସେବା ବିଲ୍ ଆଗତ କରିଛନ୍ତି। ଏହି ସମୟରେ ଯେତେବେଳେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ବିରୋଧୀ ଦଳକୁ ଟାର୍ଗେଟ କରିଥିଲେ, ସେତେବେଳେ କଂଗ୍ରେସ ଏବଂ ପଶ୍ଚିମବଙ୍ଗ ସିଏମ ମମତା ବାନାର୍ଜୀଙ୍କ ଦଳ ତୃଣମୁଲ କଂଗ୍ରେସ ଏହାର ପାଲଟା ଆକ୍ରମଣ କରିଥିଲା। ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ YS ଜଗନ୍ ମୋହନ ରେଡ୍ଡୀଙ୍କ YSR କଂଗ୍ରେସ ପାର୍ଟି ଏବଂ ଓଡିଶା ସିଏମ୍ ନବୀନ ପଟ୍ଟନାୟକଙ୍କ ବିଜୁ ଜନତା ଦଳ (ବିଜେଡି) ସେମାନଙ୍କ ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି। ଯଦିଓ ଲୋକସଭାରେ ବିଜେପି ସଂଖ୍ୟାଗରିଷ୍ଠତା ହାସଲ କରିଛି, କିନ୍ତୁ ରାଜ୍ୟସଭାରେ କିଏ ଅଧିକ ରହିଛି? ଆସନ୍ତୁ ଜାଣିବା… ନ୍ୟୁଜ୍ ଏଜେନ୍ସି ପିଟିଆଇ ଅନୁଯାୟୀ, ରାଜ୍ୟସଭାରେ ଏନଡିଏର ୧୦୦ ସାଂସଦ ଅଛନ୍ତି। ବିଜେଡି ଏବଂ YSR କଂଗ୍ରେସ ପାର୍ଟିର ସମର୍ଥନ ସହିତ ଏନଡିଏରେ ୧୧୮ ସାଂସଦଙ୍କ…
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପୁଣେ ମେଟ୍ରୋର ସମ୍ପୂର୍ଣ୍ଣ ହୋଇଥିବା ସେକ୍ସନରେ ପତାକା ଦେଖାଇ ମେଟ୍ରୋ ଟ୍ରେନର ଶୁଭାରମ୍ଭ କରାଇଛନ୍ତି । ସେ ମଧ୍ୟ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅଧୀନରେ ପିମ୍ପ୍ରିଂ ଛିନ୍ଦୱାର ପୌର ମହାନିଗମ ପିସିଏମ୍ସି ଅଧୀନରେ ନିର୍ମିତ ୧୨୮୦ ଗୃହ ଓ ପୁଣେ ପୌରନିଗମ ଅଧୀନରେ ନିର୍ମିତ ୨୬୫୦ ପିଏମ୍ଏୱାଇ ଆବାସ ହିତାଧିକାରୀମାନଙ୍କୁ ହସ୍ତାନ୍ତର କରିଛନ୍ତି । ଏହାଛଡା ପିସିଏମ୍ସି ଦ୍ୱାରା ନିର୍ମିତ ହେବାକୁ ଥିବା ୧୧୯୦ ଓ ପୁଣେ ମହାନଗର ଆଞ୍ଚଳିକ ବିକାଶ କର୍ତ୍ତୃପକ୍ଷଙ୍କ ଦ୍ୱାରା ନିର୍ମିତ ହେବାକୁ ଥିବା ୬୪୦୦ ଆବାସସ୍ଥଳୀର ଶିଳାନ୍ୟାସ କରିଛନ୍ତି । ଏହାଛଡା ପ୍ରଧାନମନ୍ତ୍ରୀ ମଧ୍ୟ ପିସିଏମ୍ସି ଦ୍ୱାରା ୩୦୦କୋଟି ଟଙ୍କା ବ୍ୟୟରେ ନିର୍ମିତ ବର୍ଜ୍ୟରୁ ଶକ୍ତି କାରାଖାନାର ମଧ୍ୟ ଉଦ୍ଘାଟନ କରିଛନ୍ତି । ସମବେତ ଜନତାଙ୍କୁ ଉଦ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଅଗଷ୍ଟ ହେଉଛି ଉତ୍ସବ ଓ ବିପ୍ଳବର ମାସ। ପୁଣେ ନଗରୀ ସ୍ୱାଧୀନତା ସଂଗ୍ରାମର ଅବଦାନ ଉପରେ…
ଭୁବନେଶ୍ବର: ମୟୁରଭଞ୍ଜ ଜିଲ୍ଲା ରାଜନୀତି ଆଦିବାସୀ ବହୁଳ ମତାଦାତାଙ୍କୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଛି। ତେଣୁ ରାଜ୍ୟର ରାଜନୈତିକ ଦଳଗୁଡ଼ିକ ଲୋକପ୍ରିୟ ଆଦିବାସୀ ନେତାଙ୍କୁ ନେଇ ନିଜର ଗୋଟି ଚାଳନା କରିଥାନ୍ତି। ଏହି କ୍ରମରେ ବର୍ତ୍ତମାନର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ କନ୍ୟା ଇତିଶ୍ରୀ ମୁର୍ମୁଙ୍କୁ ନେଇ ଜିଲ୍ଲା ରାଜନୀତି ବେଶ ସରଗରମ ହୋଇ ଉଠିଛି। ଜିଲ୍ଲାର ଆଦିବାସୀ ନେତ୍ରୀ ଦ୍ରୌପଦୀ ମୁର୍ମୁ ଭାରତର ପ୍ରଥମ ଆଦିବାସୀ ରାଷ୍ଟ୍ରପତି ହେବା ପରେ ତାଙ୍କ ପରିବାର ସଦସ୍ୟ କହିଲେ ଝିଅ ଇତିଶ୍ରୀ ଏବେ ରାଜନୈତିକ ଦଳଗୁଡ଼ିକର ପ୍ରଥମ ପସନ୍ଦ ହୋଇଛନ୍ତି। କାରଣ ଇତିଶ୍ରୀ ଉଚ୍ଚ ଶିକ୍ଷିତା ହୋଇଥିବାରୁ ସେ ଲୋକମାନଙ୍କର ସମସ୍ୟାକୁ ତାଙ୍କ ମା’ଙ୍କ ଭଳି ପ୍ରାଥମିକତା ଦେଇ ସମାଧାନ କରିପାରିବେ ବୋଲି ମତଦାତା ତଥା ରାଜନୈତିକଦଳଗୁଡ଼ିକର ନେତୃମଣ୍ଡଳୀ ବିଶ୍ୱାସ କରୁଛନ୍ତି। ମୟୁରଭଞ୍ଜ ଲୋକସଭା ଆସନ ଶାସକ ବିଜେଡି ପାଇଁ କେବେବି ସହଜ ହୋଇନାହିଁ । ଗତ ନିର୍ବାଚନରେ ଏଠାରୁ ବର୍ତ୍ତମାନର କେନ୍ଦ୍ର ମନ୍ତ୍ରୀ…
ନୂଆଦିଲ୍ଲୀ: ଦେଶର କ୍ରୀଡାକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ କେନ୍ଦ୍ର ଯୁବ ଓ କ୍ରୀଡା ମନ୍ତ୍ରଣାଳୟ ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରୁଛି। ଏହି ସବୁ ଯୋଜନାରେ କୌଣସି ଲିଙ୍ଗଗତ ବା ଅନ୍ୟାନ୍ୟ ବାଛ ବିଚାର ନାହିଁ । ମହିଳା, ଶାରୀରିକ ଅକ୍ଷମ କ୍ରୀଡାବିତ୍ମାନେ ପୁରୁଷ କ୍ରୀଡାବିତ୍ମାନଙ୍କ ସହିତ ସମାନ ସୁବିଧା ସୁଯୋଗ ପାଉଛନ୍ତି । ଏସବୁ ଯୋଜନା ମଧ୍ୟରେ ରହିଛି ୧) ଖେଲୋ ଇଣ୍ଡିଆ ସ୍କିମ୍ (୨) ଜାତୀୟ କ୍ରୀଡା ମହାସଂଘ ଏନ୍ଏସ୍ଏଫଏସ୍କୁ ସହାୟତା, ୩)ଆନ୍ତର୍ଜାତିକ କ୍ରୀଡାରେ ବିଜୟୀ କ୍ରୀଡାବିତ୍ ଓ ସେମାନଙ୍କ ପ୍ରଶିକ୍ଷକଙ୍କୁ ସ୍ୱତନ୍ତ୍ର ପୁରସ୍କାର, ୪) ମେଧାବୀ କ୍ରୀଡାବିତ୍ଙ୍କୁ ଜାତୀୟ ଶିକ୍ଷା ପୁରସ୍କାର ଓ ପେନସନ୍ ପ୍ରଦାନ । ୫) ଜାତୀୟ କ୍ରୀଡା ବିକାଶ ପାଣ୍ଠି, ୬) ଭାରତୀୟ କ୍ରୀଡା ପ୍ରାଧିକରଣ (ସାଇ) ମାଧ୍ୟମରେ କ୍ରୀଡା ତାଲିମ କେନ୍ଦ୍ର ପରିଚାଳନା, ମନ୍ତ୍ରଣାଳୟ ୱେବସାଇଟ୍ରେ ଏସବୁ ଯୋଜନାର ସବିଶେଷ ତଥ୍ୟ ସର୍ବସାଧାରଣଙ୍କ ନିମନ୍ତେ ଉପଲବ୍ଧ । ମନ୍ତ୍ରଣାଳୟ ପକ୍ଷରୁ ପାରା ଅଲିମ୍ପିକ୍ସ…
ନୂଆଦିଲ୍ଲୀ: ୨୦୨୩ ବିଶ୍ୱକପ୍ ଅକ୍ଟୋବର ୫ ତାରିଖରୁ ଆରମ୍ଭ ହେଉଛି। ଏଥି ସହିତ ଅକ୍ଟୋବର ୧୪ ତାରିଖରେ ଭାରତ ଏବଂ ପାକିସ୍ଥାନର ଦଳ ମୁହାଁମୁହିଁ ହେବେ। ଯଦିଓ ଅକ୍ଟୋବର ୧୫ ତାରିଖରେ ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଭାରତ-ପାକିସ୍ତାନ ମ୍ୟାଚ୍ ଖେଳାଯିବ ବୋଲି ବିଶ୍ୱାସ କରାଯାଉଥିଲା, କିନ୍ତୁ ଅକ୍ଟୋବର ୧୪ ତାରିଖରେ ବାବର ଆଜାମଙ୍କ ଦଳ ସହ ଟିମ୍ ଇଣ୍ଡିଆ ମୁହାଁମୁହିଁ ହେବ ବୋଲି ସ୍ପଷ୍ଟ ହୋଇଛି। ଭାରତ-ପାକିସ୍ତାନ ମ୍ୟାଚର ତାରିଖ କାହିଁକି ବଦଳିଲା?: ନିକଟରେ କ୍ରିକେଟ୍ ବିଶ୍ୱକପ୍ ର କାର୍ଯ୍ୟସୂଚୀ ପ୍ରକାଶ ପାଇଥିଲା। ସେହି କାର୍ଯ୍ୟସୂଚୀ ଅନୁଯାୟୀ, ଅକ୍ଟୋବର ୧୫ ତାରିଖରେ ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହେବାର ଥିଲା, କିନ୍ତୁ ବର୍ତ୍ତମାନ କାର୍ଯ୍ୟସୂଚୀରେ ପରିବର୍ତ୍ତନ କରାଯାଇଛି। ବାସ୍ତବରେ, ଅକ୍ଟୋବର ୧୫ ତାରିଖରେ ନବରାତ୍ରୀ ପର୍ବର ପ୍ରଥମ ଦିନ। ଏହି କାରଣରୁ ଭାରତ ଏବଂ ପାକିସ୍ତାନ ମଧ୍ୟରେ ମ୍ୟାଚ୍ର ତାରିଖ ପରିବର୍ତ୍ତନ…
ମେଷ ରାଶିଫଳ- ଆପଣଙ୍କ ଦିନକୁ ଯତ୍ନର ସହିତ ବିତାନ୍ତୁ। ଆଜି କୈଣସି ପ୍ରକାରର ନୂତନ କାର୍ଯ୍ୟ ଆରମ୍ଭ କରନ୍ତୁ ନାହିଁ । ଆଜି ଆପଣଙ୍କ ସ୍ୱାସ୍ଥ୍ୟ ଖରାପ ହୋଇପାରେ । ଖାଦ୍ୟ ଏବଂ ପାନୀୟରେ ବିଶେଷ ଯତ୍ନ ନେବା ଲାଭଦାୟକ ଅଟେ। ଆପଣ ଶାରୀରିକ ଥକ୍କା ଏବଂ ମାନସିକ ବିଭ୍ରାଟ ଅନୁଭବ କରିବେ । ଅଫିସରେ କାର୍ଯ୍ୟଭାର ହେତୁ ଆପଣ ଅଧିକ ଥକ୍କା ଅନୁଭବ କରିବେ । ସ୍ଥାନାନ୍ତରଣ ଲାଭଦାୟକ ହେବ ନାହିଁ। ସମ୍ଭବତଃ ଆଧ୍ୟାତ୍ମିକତା ପାଇଁ କିଛି ସମୟ ନିଅନ୍ତୁ। ବୃଷ ରାଶିଫଳ- ଆଜି ଆପଣଙ୍କର ମିଶ୍ରର ଦିନ ଅଟେ। ଆଜି ଆପଣ ଅସୁସ୍ଥତା ଏବଂ ଚିନ୍ତା ଅନୁଭବ କରିବେ। ଶରୀରରେ ଥକାପଣ ଏବଂ ଅଳସୁଆତା ଏବଂ ମନରେ ବ୍ୟାକୁଳତା ଅନୁଭବ ହେବ। ଆଜି ଆପଣ ଟିକେ କ୍ରୋଧିତ ହେବେ ଯାହା ହେତୁ ଜିନିଷ ନଷ୍ଟ ହୋଇପାରେ। ଅଭ୍ୟାସରେ ନ୍ୟାୟ ଆଣିବାକୁ ଚେଷ୍ଟା କରନ୍ତୁ । ନିର୍ଦ୍ଦିଷ୍ଟ କାର୍ଯ୍ୟ କରିବାକୁ ଚେଷ୍ଟା କରନ୍ତୁ।…
ସୀତାରାମ ଅଗ୍ରୱାଲ ବାଣପୁର: ଆଜି ପୂର୍ବାହ୍ନରେ ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ସଭାଗୃହରେ ଉପ ଜିଲ୍ଲାପାଳ ଦୀପ୍ତିରଞ୍ଜନ ସେଠିଙ୍କ ସଭାପତିତ୍ୱରେ ମହାତ୍ମାଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାର ଏକ ସାମାଜିକ ସମିକ୍ଷା ବୈଠକ ଓ ସାଧାରଣ ଜନଶୁଣାଣୀ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଅଧ୍ୟକ୍ଷ ଅମରେନ୍ଦ୍ର ରଣସିଂହ, ବିଡ଼ିଓ ଶୀତଲ ଅଗ୍ରୱାଲ, ମନରେଗା ସଂଯୋଜକ ଜ୍ୟୋସ୍ନାମୟୀ ରାଉତ ଉପସ୍ଥିତ ରହି ଜନଶୁଣାଣି କରିଥିଲେ। ବିଗତ ବର୍ଷର ବିଭିନ୍ନ କାର୍ଯ୍ୟର ଅଗ୍ରଗତି ଓ ଶ୍ରମିକ ପ୍ରାପ୍ୟ ଉପରେ ଆଲୋଚନା କରାଯାଇ ବିଭିନ୍ନ କାର୍ଯ୍ୟର ସମୀକ୍ଷା କରାଯାଇଥିଲା। ଉକ୍ତ ଯୋଜନାରେ ବିଭିନ୍ନ ଗ୍ରାମ ପଞ୍ଚାୟତରେ ନିର୍ମାଣ କରାଯାଇଥିବା ଅମୃତ ସରୋବରକୁ ପ୍ରୋଜେକ୍ଟ ମାଧ୍ୟମରେ ପ୍ରଦର୍ଶିତ କରାଯାଇଥିଲା। ପଞ୍ଚାୟତ ସମିତି ଅଧୀନରେ ସମୁଦାୟ ୨୩୬୦୦୦ କାର୍ଯ୍ୟ ଦିବସ ସୃଷ୍ଟି କରିବାକୁ ଥିବାବେଳେ ୪୮ ଶତକଡାରେ ପହଞ୍ଚି ସାରିଥିବା ଏପିଓ ଶୁଭଲଷ୍ମୀ ବିଶ୍ୱାଳ ମତପ୍ରକାଶ କରିଥିଲେ। ବୈଠକରେ ଉପସ୍ଥିତ ଥିବା ଅତିରିକ୍ତ ଉଦ୍ୟାନ ଅଧିକାରୀଣି ଅନ୍ନପୂର୍ଣ୍ଣା ମହାରଣା ଚଳିତ…
ଭୁବନେଶ୍ୱର: ବିଜୁଜନତା ଦଳ କେବଳ ମହିଳାମାନଙ୍କ ପାଇଁ କୁମ୍ଭୀର କାନ୍ଦଣା କାନ୍ଦେ। ମହିଳା ମାନଙ୍କର ଆତ୍ମ ସମ୍ମାନ, ସ୍ୱାଭିମାନ କୁ ରକ୍ଷା କରିବାପାଇଁ ବିଜୁ ଜନତା ଦଳ ଏବଂ ଏହାର ନେତା ନବୀନ ପଟ୍ଟନାୟକଙ୍କର ସାମାନ୍ୟତମ ନିଷ୍ଠା ନାହିଁ ବୋଲି ଆଜି ପ୍ରମାଣିତ ହୋଇଛି ବୋଲି ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ଶରତ ପଟ୍ଟନାୟକ କହିଛନ୍ତି। କେନ୍ଦ୍ରର ନରେନ୍ଦ୍ର ମୋଦିଙ୍କ ସରକାର ବିରୁଦ୍ଧରେ ଇଣ୍ଡିଆ ମେଣ୍ଟ ତରଫରୁ ଯେଉଁ ଅନସ୍ଥା ପ୍ରସ୍ତାବ ଆଗତ କରାଯାଇଥିଲା ତାହାକୁ ବାଚସ୍ପତି ଗ୍ରହଣ କଲାପରେ ବିଜୁ ଜନତା ଦଳର ଲୋକସଭାର ସାଂସଦ ଶ୍ରୀ ପିନାକୀ ମିଶ୍ର ଏବଂ ରାଜ୍ୟ ସଭାର ସାଂସଦ ଶ୍ରୀ ସସ୍ମିତ ପାତ୍ର ଯେଉଁ ବିବୃତି ରଖିଛନ୍ତି ଏଥିରୁ ସ୍ପଷ୍ଟ ପ୍ରମାଣିତ ବିଜୁ ଜନତା ଦଳର ରକ୍ତ ମାଂସ ହାଡ଼ରେ ମହିଳା ବିରୋଧି ମାନସିକତା ଭରି ରହିଛି। ଇଣ୍ଡିଆ ମେଣ୍ଟ ଯେଉଁ ଅନସ୍ଥା ପ୍ରସ୍ତାବ ସଂସଦରେ ଆଗତ କରିଛନ୍ତି ତାହା କେବଳ ମଣିପୁର…
ଭୁବନେଶ୍ଵର: ଏମ୍ସ ଭୁବନେଶ୍ୱର ରେଡିଓଡାଇଗ୍ନୋସିସ୍ ବିଭାଗ ପକ୍ଷରୁ ରାଜ୍ୟରେ ପ୍ରଥମ ଇଣ୍ଟରଭେନ୍ସନାଲ ରେଡିଓଲୋଜି(ଆଇଆର) ସମ୍ମିଳନୀ ଏଆଇଆରଏଡିସିଓଏନ୍ ସଫଳତାର ସହିତ ଆୟୋଜିତ ହୋଇଯାଇଛି। ଏହି ଦୁଇ ଦିନିଆ ସମ୍ମିଳନୀରେ ଆଇଆର୍ର ବ୍ୟାପକ ବ୍ୟବହାର ତଥା ଏହାର କାର୍ଯ୍ୟକାରୀତା ଉପରେ ମାନସମନ୍ଥନ ହୋଇଥିଲା। ଏହି ଜ୍ଞାନକୌଶଳର ସଫଳ ଉପଯୋଗ କରି ରୋଗୀ ସେବାକୁ ସୁଗମ ଏବଂ ସରଳ କରିବା ନିମନ୍ତେ ବିଶେଷଜ୍ଞମାନେ ମତବ୍ୟକ୍ତ କରିଥିଲେ। ଏହି ସମ୍ମିଳନୀରେ ବିଭିନ୍ନ ଯକୃତ କର୍କଟର ଚିକିତ୍ସା, ଯକୃତ(ଲିଭର୍) ସିରୋସିସ୍ ଚିକିତ୍ସା, ଭେରିକୋଜ୍ ଭେନ୍, ଶିରା ଓ ଧମନୀଜନିତ ବିଭିନ୍ନ ଜଟିଳ ରୋଗର ଚିକିତ୍ସା ପାଇଁ ଅତ୍ୟାଧୁନିକ ଚିକିତ୍ସା ପଦ୍ଧତି ଉପରେ ଗୁରୁତ୍ୱ ଦିଆଯାଇଥିଲା। ଆଇଏସ୍ଭିଆଇଆର (ଜାତୀୟ ଭାସ୍କୁଲାର ଏବଂ ଇଣ୍ଟରଭେନସନାଲ ରେଡିଓଲୋଜି ସୋସାଇଟି) ଏବଂ ଓରିଆ (ଓଡ଼ିଶା ରେଡିଓଲୋଜି ଏବଂ ଇମେଜିଙ୍ଗ ଆସୋସିଏସନ୍) ର ମିଳିତ ସହଯୋଗରେ ଅନୁଷ୍ଠିତ ଏହି ସମ୍ମିଳନୀରେ ଦେଶ ବିଦେଶରୁ ବହୁ ଖ୍ୟାତିସମ୍ପନ୍ନ ବିଶେଷଜ୍ଞ, ସ୍ୱାସ୍ଥ୍ୟସେବା କ୍ଷେତ୍ରରେ କାର୍ଯ୍ୟରତ ଚିକିତ୍ସକ ଅଂଶଗ୍ରହଣ କରି…
ପୁଣେ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଆଜି ମହାରାଷ୍ଟ୍ରର ପୁଣେ ଠାରେ ଲୋକମାନ୍ୟ ତିଳକ ଜାତୀୟ ପୁରସ୍କାର ପ୍ରଦାନ କରାଯାଇଛି। ଲୋକମାନ୍ୟ ତିଳକଙ୍କ ପରମ୍ପରାକୁ ସମ୍ମାନ ଜଣାଇବା ପାଇଁ ୧୯୮୩ ମସିହାରେ ତିଳକ ସ୍ମାରକ ମନ୍ଦିର ଟ୍ରଷ୍ଟ ଦ୍ୱାରା ଏହି ପୁରସ୍କାର ଗଠନ କରା ଯାଇଥିଲା। ପ୍ରଧାନମନ୍ତ୍ରୀ ନମାମି ଗଙ୍ଗା ପ୍ରକଳ୍ପକୁ ନଗଦ ପୁରସ୍କାର ରାଶି ଦାନ କରିଛନ୍ତି। ପ୍ରଧାନମନ୍ତ୍ରୀ କାର୍ଯ୍ୟକ୍ରମ ସ୍ଥଳରେ ପହଞ୍ଚିବା ପରେ ଲୋକମାନ୍ୟ ତିଳକଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ଏହି ସମାବେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ଲୋକମାନ୍ୟ ତିଳକଙ୍କୁ ତାଙ୍କ ପୁଣ୍ୟ ତିଥିରେ ଶ୍ରଦ୍ଧାଞ୍ଜଳି ଜଣାଇବା ସହ ଏହା ତାଙ୍କ ପାଇଁ ଏକ ବିଶେଷ ଦିନ ବୋଲି କହିଥିଲେ । ଏହି ଅବସରରେ ନିଜର ଭାବନା ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଆଜି ଲୋକମାନ୍ୟ ତିଳକଙ୍କ ପୁଣ୍ୟ ତିଥି ଏବଂ ଆନ୍ନା ଭାଉ ଶେଠଙ୍କ ଜନ୍ମ ବାର୍ଷିକୀ ପାଳନ କରାଯାଉଛି । ପ୍ରଧାନମନ୍ତ୍ରୀ…
ଭୁବନେଶ୍ୱର: ଦେବଗଡ଼ ଜ଼ିଲ୍ଲା ଗସ୍ତର ଦ୍ଵିତୀୟ ଦିବସରେ ପଶ୍ଚିମ ଓଡିଶା ବିକାଶ ପରିଷଦ ଅଧ୍ୟକ୍ଷ ଅସିତ ତ୍ରିପାଠୀ ଆଜି ସକାଳୁ ବାରକୋଟ ବ୍ଲକ ଅନ୍ତର୍ଗତ ବଲମ୍ ଗ୍ରାମରେ ସ୍ଥାପିତ ଦୁଗ୍ଧ ଶୀତଳୀକରଣ ପ୍ଲାଣ୍ଟ ପରିଦର୍ଶନ କରିଥିଲେ। ୫-ଟି ଗ୍ରାମ ପଂଚାୟତର ୧୮୫ ଜଣ ଦୁଗ୍ଧ ଚାଷୀଙ୍କୁ ନେଇ ୭ଟି ବହୁବିଧ ଉପଯୋଗୀ ସମବାୟ ସମିତି ଖୋଲାଯାଇଛି ଓ ପ୍ରାୟ ୬୧୦ ଲିଟର ଦୁଗ୍ଧ ସଂଗ୍ରହ କରାଯାଉଛି। ଏହି ଦୁଗ୍ଧ ସଂଗ୍ରହ ହାରାହାରି ପ୍ରତି ଚାଷୀ ପିଛା ୩୫ ଲିଟର ହୋଇ ପାରୁଛି ଯାହା ସେମାନଙ୍କ ସ୍ୱାବଲମ୍ବନଶୀଳତା ବଢ଼ାଇଛି ପରେପରେ ଡବ୍ଲ୍ୟୁଓଡିସି ପାଣ୍ଠିରୁ ୪ ଲକ୍ଷ ୪୬ ହଜାର ଟଙ୍କା ବ୍ୟୟରେ ବାରକୋଟ ବ୍ଲକର ଦଣ୍ଡସିଂହା ଗ୍ରାମ ପଂଚାୟତ ଅନ୍ତର୍ଗତ ରେଙ୍ଗାଳବାହାଲ ମଝି ସାହିରେ ନୂତନ ଭାବେ ଶେଷ ହୋଇଥିବା ମୁଖ୍ୟମନ୍ତ୍ରୀ ସଭା ଗୃହକୁ ପରିଦର୍ଶନ କରିଥିଲେ। ଅତ୍ୟନ୍ତ ମନୋରମ ପ୍ରାକୃତିକ ପରିବେଶରେ ନିର୍ମିତ ଏହି ସୁଦୃଶ୍ୟ ମୁଖ୍ୟମନ୍ତ୍ରୀ ସଭା ଗୃହକୁ ଦେଖି…
ଭୁବନେଶ୍ଵର: ଭୁବନେଶ୍ୱର ଲୋକସେବା ଭବନର ଦ୍ୱିତୀୟ ମହଲା ସମ୍ମିଳନୀ କକ୍ଷରେ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ରାଜ୍ୟ ସମବାୟ ଉନ୍ନୟନ କମିଟି (ଏସସିଡିସି)ର ପ୍ରଥମ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ସରକାରଙ୍କ କୃଷି ଓ କୃଷକ ସଶକ୍ତିକରଣ ତଥା ସମବାୟ ବିଭାଗର ପ୍ରମୁଖ ଶାସନ ସଚିବ ଡଃ. ଅରବିନ୍ଦ କୁମାର ପାଢୀ, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ ପ୍ରମୁଖ ଶାସନ ସଚିବ ସୁରେଶ କୁମାର ବଶିଷ୍ଠ, ସିଜିଏମ୍ ନାବାର୍ଡ, ଏନସିଡିସି, ଏନଡିଡିବି ଓ ଫିସଫେଡର ପ୍ରତିନିଧିମାନେ ଉପସ୍ଥିତ ଥିଲେ। ବର୍ତ୍ତମାନ ରହିଥିବା କୃଷି ସମବାୟ ସମିତିଗୁଡିକୁ ବ୍ୟବସାୟରେ ବିବିଧତା ଆଣି ସେମାନଙ୍କୁ ବହୁମୁଖୀ ସମବାୟ ସମିତିରେ ପରିଣତ କରିବା ଏବଂ ପ୍ରତ୍ୟେକ ଗ୍ରାମ ପଞ୍ଚାୟତରେ ଯେପରି ପ୍ୟାକ୍ସ, ପ୍ରାଥମିକ ଦୁଗ୍ଧ ସମବାୟ ସମିତି କିମ୍ବା ମତ୍ସ୍ୟ ସମବାୟ ସମିତି ରହୁଥିବ, ତାହା ସୁନିଶ୍ଚିତ କରିବା ଏହି କମିଟିର ମୁଖ୍ୟ ଲକ୍ଷ୍ୟ …
ନୂଆଦିଲ୍ଲୀ: ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ୍ ମୋହନ ରେଡ୍ଡୀଙ୍କ YSR କଂଗ୍ରେସ ପାର୍ଟି ଦିଲ୍ଲୀର ଅଧିକାରୀଙ୍କ ସ୍ଥାନାନ୍ତର ଏବଂ ପୋଷ୍ଟିଂ ସହ ଜଡିତ ଏହି ନିୟମକୁ ବଦଳାଇବା ପାଇଁ ବିଲ୍ ଉପରେ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିଛି। YSR କଂଗ୍ରେସ ପାର୍ଟି କହିଛି ଯେ, ଆମେ କେନ୍ଦ୍ର ସରକାରଙ୍କୁ ସମର୍ଥନ କରିବୁ। ନ୍ୟୁଜ୍ ଏଜେନ୍ସି ANI କୁ ସୂଚନା ଦେଇ YSR କଂଗ୍ରେସ ପାର୍ଟି ସାଂସଦ ବିଜୟସାଇ ରେଡ୍ଡୀ କହିଛନ୍ତି ଯେ, ଆମ ଦଳ ତଥା ନେତା ୱାଇଏସ ଜଗନ୍ ମୋହନ ରେଡ୍ଡୀ ଏହି ବିଲ୍ କୁ ସମର୍ଥନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ସଂସଦରେ ଏହି ବିଲ୍ ପାରିତ ହେବା ଲାଗି ଆମେ ନିଶ୍ଚିତ କରିବୁ।
ଭୁବନେଶ୍ବର: ୧୪ଟି ନୂତନ ସ୍ବତନ୍ତ୍ର ଉନ୍ନୟନ ପରିଷଦ ପାଇଁ ରାଜ୍ୟ ସରକାର ଅଧ୍ୟକ୍ଷ ନିଯୁକ୍ତ କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନକ୍ରମେ ଏହି ନିଯୁକ୍ତି ଦିଆଯାଇଛି। ଏହି ୧୪ ଜଣ ନୂତନ ଅଧ୍ୟକ୍ଷ ହେଲେ: ଅନୁଗୁଳ ଜିଲ୍ଲା- ସଦାଶିବ ନାୟକ ବାଲେଶ୍ବର– ମଦନ ମୋହନ ମାଝୀ ବଲାଙ୍ଗୀର– ବ୍ରଜମୋହନ ବିଶୋଇ ବୌଦ୍ଦ– ଭଗବାନ କହଁର ଢେଙ୍କାନାଳ– ସୁରେନ୍ଦ୍ର ହେମ୍ବ୍ରମ ଯାଜପୁର– ଲମ୍ବୋଦର ମୁଣ୍ଡା କଳାହାଣ୍ଡି– ଶିବାଜୀ ମାଝୀ ନୂଆପଡା– ଭଗତରାମ ମାଝୀ ସମ୍ବଲପୁର– ଶୋଭାରାମ ପ୍ରଧାନ ଦେବଗଡ– ପାଞ୍ଜିଆ ଭୋଇ ବରଗଡ– ସୁଶୀଳା ଭୋଇ ଝାରସୁଗୁଡା– ମୋହନ କିଶାନ ନୟାଗଡ– ଜାନକୀ ଦେହୁରୀ ଗଞ୍ଜାମ– ବିଦ୍ୟାଧର ଜାନୀ ସୂଚନାଯୋଗ୍ୟ ଯେ ୨୦୧୭ ମସିହାରୁ ୯ଟି ଜିଲ୍ଲାରେ ସ୍ବତନ୍ତ୍ର ଉନ୍ନୟନ ପରିଷଦ କାର୍ୟ୍ୟକାରୀ ହେଉଥିଲା। ନିକଟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଆଉ ୧୪ଟି ଜିଲ୍ଲାକୁ ସଂପ୍ରସାରିତ କରିବା ପାଇଁ ନିଷ୍ପତ୍ତି ନେଇଥିଲେ। ଏହି ପରିଷଦ ଗୁଡିକ ଜରିଆରେ ରାଜ୍ୟର ଜନଜାତି ମାନଙ୍କର…
ସୀତାରାମ ଅଗ୍ରୱାଲ ବାଣପୁର: ରାଜ୍ୟ ସରକାରଙ୍କ ସ୍କୁଲକୁ କଲେଜରେ ରୂପାନ୍ତରଣ ପ୍ରକ୍ରିୟାରେ ସାମିଲ ହୋଇଛି ବାଣପୁର ସ୍ଥିତ ଭେଟିନାଥ ଦେବ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ। ଉକ୍ତ ବିଦ୍ୟାଳୟ ଖୋର୍ଦ୍ଧା ଜିଲ୍ଲାରେ ଏକମାତ୍ର ବିଦ୍ୟାଳୟ ଯାହାକି ରୂପାନ୍ତରଣ ହୋଇ ଏଠାରେ ଯୁକ୍ତ ଦୁଇ କଳା ବିଭାଗ ଖୋଲାଯାଇଥିଲା। ସେତେବେଳେ ଅଂଚଳବାସୀ ଖୁସିହେବା ସହ ଆଖପାଖ ପଞ୍ଚାୟତ ଛାତ୍ରଛାତ୍ରୀଙ୍କ ଅଭିଭାବକ ମାନେ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଥିଲେ। ଉକ୍ତଦିନ ଠାରୁ ଦଶମ ଶ୍ରେଣୀରୁ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀ ମାନଙ୍କୁ ଉକ୍ତ ବିଦ୍ୟାଳୟରେ ନାମଲେଖାଇବାକୁ ବିଦ୍ୟାଳୟ କମିଟି ଓ କର୍ତ୍ତୃପକ୍ଷ ଚେଷ୍ଟା ଜାରି ରଖିଥିଲେ। ଯାହାଫଳରେ ୧୦୨ ଜଣ ଛାତ୍ରଛାତ୍ରୀ ଏକାଦଶ ଶ୍ରେଣୀରେ ନାମ ଲେଖାଇଛନ୍ତି। ଆଜି ପ୍ରଥମ ପ୍ରବେଶ ଦିବସ ହୋଇଥିବାରୁ ସେମାନଙ୍କ ପାଇଁ ସ୍ୱାଗତ ଉତ୍ସବ ଅନୁଷ୍ଠିତ ହୋଇଥିଲା। ଏଥିରେ ଖୋର୍ଦ୍ଧା ଜିଲ୍ଲାପରିଷଦ ଉପାଧ୍ୟକ୍ଷ ଗୋପୀନାଥ ମହାରଣା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀ ମାନଙ୍କର ଉଜ୍ୱଳ ଭବିଷ୍ୟତ କାମନା କରିଥିଲେ। ଅନ୍ୟ…
ଭୁବନେଶ୍ୱର: ଆଜି ଶ୍ରୀମନ୍ଦିର ରତ୍ନଭଣ୍ଡାର ସମ୍ପର୍କିତ ଶ୍ରୀମନ୍ଦିର ପ୍ରଶାସନର ସତ୍ୟପାଠକୁ ସମାଲୋଚନା କରିଥିବା ବିଜେପି ନେତା ପୃଥ୍ୱୀରାଜ ହରିଚନ୍ଦନଙ୍କ ଉପରେ ବର୍ଷିଛି ବିଜେଡି। ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ବିଜେଡ଼ି ପ୍ରବକ୍ତା ଇପସିତା ସାହୁ କହିଛନ୍ତି ଯେ ଜୀବନରେ ୱାର୍ଡ଼ମେମ୍ୱରଟିଏ ମଧ୍ୟ ହୋଇ ପାରିନଥିବା ବିଜେପି ନେତା ପୃଥ୍ୱୀରାଜ ହରିଚନ୍ଦନ ଟିଭିର ବୁମ୍ ଦେଖିଲେ ନିଜକୁ ସମ୍ଭାଳି ପାରନ୍ତି ନାହିଁ। କୌଣସି ବିଷୟରେ କିଛି ନ ଜାଣିଥିଲେ ବି ଯାହା ମନକୁ ଆସିଲା, ତାହା ଗପି ଚାଲନ୍ତି। ଓଡ଼ିଶାବାସୀ ତାଙ୍କର ଏଭଳି ଜୋକର ସ୍ୱଭାବ ବିଷୟରେ ଭଲ ଭାବେ ଅବଗତ ଥିବାରୁ କେହି ତାଙ୍କ କଥାକୁ ଗୁରୁତ୍ୱ ଦିଅନ୍ତି ନାହିଁ। ପୃଥ୍ୱୀରାଜ ବାବୁଙ୍କ ଭଳି ଓଡ଼ିଶା ବିଜେପିର ନେତାମାନେ ସ୍ପର୍ଶକାତର ପ୍ରସଙ୍ଗରେ ସବୁବେଳେ ନିମ୍ନ ମାନର ରାଜନୀତି କରିବାକୁ ଚେଷ୍ଟା ଚଳାଇ ଆସିଛନ୍ତି। ହାଇକୋର୍ଟରେ ଶ୍ରୀମନ୍ଦିର ପ୍ରଶାସନ ତରଫରୁ ଦାଖଲ କରାଯାଇଥିବା ଏ ସମ୍ପର୍କିତ ସତ୍ୟପାଠକୁ ମିଥ୍ୟା ବୋଲି କହିବା ତାଙ୍କ ହୀନ…
ଭୁବନେଶ୍ୱର: ଓଡିଶା ସରକାରୀ ଆଉଟସୋର୍ସିଙ୍ଗ କର୍ମଚାରୀ ମହାସଂଘର ଏକ ପ୍ରତିନିଧି ଦଳ ଆଜି ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ବରିଷ୍ଠ ଅଧିକାରୀମାନଙ୍କୁ ତାଙ୍କ ଦାବିପତ୍ର ପ୍ରଦାନ କରିଥିଲେ। ଏହି ଅବସରରେ ସେମାନଙ୍କ ଦାବି ସଂପର୍କରେ ବିସ୍ତୃତ ଆଲୋଚନା କରାଯାଇଥିଲା। ସେମାନଙ୍କ ବିଭିନ୍ନ ଦାବି ସଂପର୍କରେ ଅନୁଧ୍ୟାନ କରାଯିବ ବୋଲି ସୂଚନା ଦିଆଯାଇଛି।
ଭୁବନେଶ୍ୱର: ଭୁବନେଶ୍ୱର ସହରରେ ଗତି କାଲି ଘଟିଥିବା ଝଡବାତ୍ୟା ଏକ ଅକସ୍ମାତ୍ ଘଟଣା ଓ ପରିବେଶ ପରିବର୍ତ୍ତନକୁ ନିର୍ଦ୍ଦେଶ କରେ ବୋଲି ସୋଆ ବିଶ୍ୱବିଦ୍ୟାଳୟ ପରିଚାଳିତ ପରିବେଶ ଓ ଜଳବାୟୁ କେନ୍ଦ୍ର୍ର (ସିଇସି) ର ନିର୍ଦ୍ଦେଶକ ଡକ୍ଟର ଶରତ କୁମାର ସାହୁ କହିଛନ୍ତି। ଗତକାଲି ଏହି ଝଡବାତ୍ୟା ଅପରାହ୍ନ ୨ଟା ସମୟରେ ଆରମ୍ଭ ହୋଇ ସନ୍ଧ୍ୟା ୭.୩୦ପର୍ଯ୍ୟନ୍ତ ଚାଲିଥିଲା ଓ ସହରର ଅନେକ ଅଂଚଳକୁ ଜଳାର୍ଣ୍ଣବ କରି ଦେଇଥିଲା। ଡକ୍ଟର ସାହୁ କହିଥିଲେ ଯେ, ସିଇସିରେ ଉପଲବ୍ଧ ଓବଜର୍ଭେଟରୀରେ ଏହି ସାଢେ ପାଂଚ ଘଂଟା ସମୟ ମଧ୍ୟରେ ୨୫୧.୬ ମିଲିମିଟର ବର୍ଷା ହୋଇଥିବା ରେକର୍ଡ କରାଯାଇଥିଲା। ଅନ୍ୟ ଅଂଚଳରେ ଏହାଠାରୁ ଅଧିକ ବର୍ଷା ହୋଇଥାଇପାରେ ବୋଲି ସେ କହିଥିଲେ। ଯଦିଓ ପୂର୍ବରୁ ଭୁବନେଶ୍ୱର ସହରରେ ଏକାସଙ୍ଗେ ଏହାଠାରୁ ଅଧିକ ବର୍ଷା ହୋଇଥିବା ରେକର୍ଡ ରହିଛି ଏହା ୨୪ ଘଂଟା ବା ତା’ଠାରୁ ଅଧିକ ସମୟରେ ରେକର୍ଡ କରାଯାଇଥିଲା। ଜୁଲାଇ ୩୦, ୧୯୬୯ରେ…
ନୂଆଦିଲ୍ଲୀ: ମହାରାଷ୍ଟ୍ରର ଶାହପୁରରେ ଘଟିଥିବା ଦୁଃଖଦ ଦୁର୍ଘଟଣାରେ ଜୀବନ ହାନି ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୋକବ୍ୟକ୍ତ କରିଛନ୍ତି। ପ୍ରଧାନମନ୍ତ୍ରୀ ପିଏମଏନଆରଏଫରୁ ପ୍ରତି ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ରାଶି ଏବଂ ଆହତଙ୍କ ପାଇଁ ୫୦ ହଜାର ଟଙ୍କା ଲେଖାଏ ସହାୟତା ପ୍ରଦାନ ନିମନ୍ତେ ଘୋଷଣା କରିଛନ୍ତି। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଟୁଇଟ୍ କରି କୁହାଯାଇଛି ଯେ, ‘ମହାରାଷ୍ଟ୍ରର ଶାହପୁରରେ ଘଟିଥିବା ଦୁଃଖଦ ଦୁର୍ଘଟଣାରେ ମର୍ମାହତ। ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପରିବାରକୁ ମୋର ସମବେଦନା। ଆହତ ଶୀଘ୍ର ସୁସ୍ଥତା ପାଇଁ ପ୍ରାର୍ଥନା କରୁଛୁ। ଏନଡିଆରଏଫ୍ ଏବଂ ସ୍ଥାନୀୟ ପ୍ରଶାସନ ଦୁର୍ଘଟଣାସ୍ଥଳରେ କାର୍ଯ୍ୟ କରୁଛନ୍ତି ଏବଂ ପୀଡ଼ିତଙ୍କୁ ସମସ୍ତ ସହାୟତା ନିଶ୍ଚିତ କରିବା ଦିଗରେ ସବୁ ପ୍ରକାର ପଦକ୍ଷେପ ନିଆଯାଉଛି।’
ସୀତାରାମ ଅଗ୍ରୱାଲ ଟାଙ୍ଗୀ: ଆଜି ଟାଙ୍ଗୀ ପୋଲିସ୍ କୁ ବଡ ସଫଳତା ମିଳିଛି। ଓଡିଶା ପ୍ରସିଦ୍ଧ ମା’ ଉଗ୍ରତାରା ଦେବୀଙ୍କ ମନ୍ଦିରରୁ ସୁନା ଅଳଙ୍କାର ଚୋରୀ ଘଟଣାରେ ୨ ଜଣଙ୍କୁ ପୋଲିସ୍ ଗିରଫ କରିଛି। ଏହାସହିତ ମନ୍ଦିରରୁ ଚୋରୀ ହୋଇଥିବା ସୁନା ଅଳଙ୍କାର ମଧ୍ୟ ଜବତ କରାଯାଇଛି। ଏ ନେଇ ଟାଙ୍ଗୀ ଥାନା ପରିସରରେ ଅତିରିକ୍ତ ଏସ୍ ପି କିଶୋର ଚନ୍ଦ୍ର ମୁଣ୍ଡ ପ୍ରେସ୍ ମିଟ୍ ରେ ସୂଚନା ଦେଇଛନ୍ତି। ତେବେ ଗିରଫ ଅଭିଯୁକ୍ତ ଦୁହେଁ ନିରାକାର ପୁର ଅଂଚଳର ବାଇଧର ପ୍ରଧାନ (୨୨) ଓ ସୁକାନ୍ତ ପ୍ରଧାନ (୩୩) ବୋଲି ଜଣାପଡିଛି। ଆଜିର ଏହି ପ୍ରେସ୍ ମିଟ୍ ରେ ଅତିରିକ୍ତ ଏସପି କିଶୋର ଚନ୍ଦ୍ର ମୁଣ୍ଡଙ୍କ ସହ ଡି ଏସ୍ ପି ମୀନାକ୍ଷୀ ଠାକୁର ଓ ଟାଙ୍ଗୀ ଥାନା ଆଇ ଆଇ ସି ସୁଶାନ୍ତ କୁମାର ବେହେ୍ରା ଉପସ୍ଥିତ ଥିଲେ। ଉଲ୍ଲେଖଯୋଗ୍ୟ ଯେ, ଗତ ମାସ ୩୦ ତାରିଖ ରାତିରେ…

