କୁଜଙ୍ଗ: ଜଗତ୍ସିଂହପୁର ଜିଲ୍ଲା କୁଜଙ୍ଗ ଥାନାରେ ନୂତନ ଆଇଆଇସି ଭାବେ ଆଜି କାର୍ଯ୍ୟରେ ଯୋଗଦେଇଛନ୍ତି ଇନିସ୍ପେକ୍ଟର ରଶ୍ମୀରଞ୍ଜନ ଦାଶ। ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଥାନାର ଇନିସ୍ପେକ୍ଟର ଶ୍ରୀ ଦାଶ ଗତ ଶନିବାର ଦିନ ଜଗତ୍ସିଂହପୁର ଜିଲ୍ଲାକୁ ବଦଳି ହୋଇ ଆସିବା ପରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ରାହୁଲ ପି.ଆର ଆଜି କୁଜଙ୍ଗ ଭଳି ଏକ ସମ୍ବେଦନଶୀଳ ଓ ମର୍ଯ୍ୟାଦାଜନକ ଥାନାର ଦାୟିତ୍ୱ ଭାର ପ୍ରଦାନ କରିଛନ୍ତି। ଶ୍ରୀ ଦାଶ ଦକ୍ଷ ଅଧିକାରୀ ଭାବେ ବେଶ୍ ଜଣାଶୁଣା। ବିଶେଷ କରି ଅପରାଧୀଙ୍କ ବିରୁଦ୍ଧରେ ଆକ୍ରମଣାତ୍ମକ ଆଭିମୁଖ୍ୟ ପାଇଁ ଶ୍ରୀ ଦାଶ ବେଶ୍ ଚର୍ଚ୍ଚିତ। ଖୋର୍ଦ୍ଧା ଜିଲ୍ଲାରେ କାର୍ଯ୍ୟ କରିଥିବା ସମୟରେ ଆଇନ୍ ଶୃଙ୍ଖଳା, ବ୍ରାଉନ୍ସୁଗର ବେପାରୀଙ୍କ ଉପରେ ଚଢ଼ାଉ, ବେଆଇନ୍ ଖଣି ଚଢ଼ାଉ ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ଗିରଫ କରି ସେତେବେଳେ ଚର୍ଚ୍ଚାକୁ ଆସିଥିଲେ। ତେବେ କୁଜଙ୍ଗ ଏକ ସମ୍ବେଦନ ଶୀଳ ଥାନା ହୋଇଥିବା ବେଳେ ଉକ୍ତ ଅଂଚଳକୁ ଅପରାଧମୁକ୍ତ, ଆଇନ୍ ଶୃଙ୍ଖଳା, ବ୍ରାଉନ୍…
Author: Samikhsya Bureau
ଭୁବନେଶ୍ବର: ବିଜେଡି ବିଧାୟକ ସୌମ୍ୟ ରଂଜନ ପଟ୍ଟନାୟକଙ୍କୁ କଡା ଜବାବ ଦେଇଛନ୍ତି ବିଜେଡି ନେତା ଅନୁଭବ ପଟ୍ଟନାୟକ। ସେ ଟୁଇଟ କରି ସୌମ୍ୟରଂଜନ କହିଥିବା ପୁରୁଣା କଥାକୁ ମନେ ପକାଇ ଦେଇଛନ୍ତି। ଅନୁଭବ କହିଛନ୍ତି ଯେ ଜାନକୀ ପଟ୍ଟନାୟକ ଯେତେବେଳ ମୁଖ୍ୟମନ୍ତ୍ରୀ ଥିଲେ ସେତେବେଳେ ସୌମ୍ୟବାବୁ ତାଙ୍କୁ ଜଣେ ଅଥର୍ବ ମୁଖ୍ୟମନ୍ତ୍ରୀ ବୋଲି କହିଥିଲେ।ଜାନକୀବାବୁ ସୌମ୍ୟବାବୁଙ୍କର ଶଶୂର ହୋଇଥିଲେ ମଧ୍ୟ ସେ ଏପରି ବିବୃତି ଦେଇଥିଲେ। ଏହା ଉପରେ କ୍ଲିକ କରନ୍ତୁ- ସୌମ୍ୟରଂଜନଙ୍କ ତେରଚ୍ଛା ବାଣ, ନବୀନଙ୍କୁ ନିନ୍ଦା, ଜାନକୀଙ୍କୁ ପ୍ରଶଂସା ଆଜି ଏକ ସଭାରେ ସୌମ୍ୟବାବୁ ଜାନକୀବାବୁଙ୍କ ଶାସନ ଭଲ ଥିଲା ଏବେର ଶାସନ ଭଲ ନାହିଁବୋଲି କହିଥିଲେ। ଏଥିସହିତ ସେ ବିଧାୟକ ଓ ମନ୍ତ୍ରୀ ସଚିବଙ୍କ ଅଧସ୍ଥନ ବୋଲି କହିଥିଲେ। ଏହାକୁ ନେଇ ଅନୁଭବ ଏହି ପତିକ୍ରିୟା ଦେଉଛନ୍ତି।
ନୂଆଦିଲ୍ଲୀ/ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପସ୍ଥିତିରେ ଆବୁଧାବୀରେ ଆଇଆଇଟି ଦିଲ୍ଲୀ କ୍ୟାମ୍ପସ ପ୍ରତିଷ୍ଠା ପାଇଁ ବୁଝାମଣା ପତ୍ର ସ୍ୱାକ୍ଷରିତ(ଏମଓୟୁ) ହୋଇଛି। ଏହା ଦ୍ୱାରା ଭାରତର ଶିକ୍ଷାର ଅନ୍ତର୍ଜାତୀୟକରଣ ଦିଗରେ ଏକ ନୂତନ ଅଧ୍ୟାୟ ଆରମ୍ଭ ହୋଇଛି ବୋଲି ଟ୍ୱିଟ୍ କରି କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏହି ପଦକ୍ଷେପ ନୂଆ ଭାରତର ନୂତନତ୍ୱ ଓ ଦକ୍ଷତା କ୍ଷେତ୍ରରେ ଏକ ଉଦାହରଣ। ୟୁଏଇରେ ଆଇଆଇଟି ଦିଲ୍ଲୀ କ୍ୟାମ୍ପସ ସ୍ଥାପନ ହେବା ଭାରତ ଏବଂ ୟୁଏଇ ବନ୍ଧୁତ୍ୱର ଏକ ପ୍ରତିଫଳନ। ଏହି ପଦକ୍ଷେପ ଜାତୀୟ ଶିକ୍ଷା ନୀତିରେ କଳ୍ପନାକୁ ବାସ୍ତବର ରୂପ ଦେବ ତଥା ଉଭୟ ଦେଶର ପାରସ୍ପରିକ ସମୃଦ୍ଧି ଏବଂ ବିଶ୍ୱର ବିକାଶ ଦିଗରେ ଜ୍ଞାନଶକ୍ତିର ଉପଯୋଗ ପାଇଁ ଏହା ଏକ ନୂତନ ଢାଞ୍ଚା ସ୍ଥାପିତ କରିବ। ଭାରତ ଓ ୟୁଏଇର ରଣନୈତିକ ଭାଗିଦାରୀ ସୁଦୃଢ ହେବ। ଭାରତୀୟ ଓ ବିଶ୍ୱର ଛାତ୍ରଛାତ୍ରୀଙ୍କ ପାଇଁ…
ନୂଆଦିଲ୍ଲୀ: ତୃଣମୂଳ କଂଗ୍ରେସ (ଟିଏମସି) ସାଧାରଣ ସମ୍ପାଦକ ଅଭିଷେକ ବାନାର୍ଜୀ କଲିକତା ହାଇକୋର୍ଟରେ ବିଜେପି ନେତାମାନଙ୍କୁ ସୁରକ୍ଷା ଦେଉଥିବା ଅଭିଯୋଗ କରିଛନ୍ତି। ଶୁକ୍ରବାର ଦିନ ଏକ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି ଯେ, ବିଜେପି ନେତାମାନଙ୍କୁ ବଞ୍ଚାଇବା ପାଇଁ ହାଇକୋର୍ଟ କାର୍ଯ୍ୟ କରୁଛନ୍ତି। ଏବେ ବିଜେପି ମଧ୍ୟ ଏହାର ପାଲଟା ଆକ୍ରମଣ କରିଛି। ବିଜେପି ସାଂସଦ ସୌମିତ୍ର ଖାନ ଲୋକସଭା ବାଚସ୍ପତି ଓମ ବିର୍ଲାଙ୍କୁ ଚିଠି ଲେଖି ନ୍ୟାୟପାଳିକା ଉପରେ ଅଭିଷେକ ବାନାର୍ଜୀଙ୍କ ଅଭିଯୋଗ ମନ୍ତବ୍ୟ ପାଇଁ ତାଙ୍କ ଲୋକସଭା ସଦସ୍ୟତା ପ୍ରତ୍ୟାହାର କରାଯିବାକୁ ଦାବି କରିଛନ୍ତି। ଶ୍ରୀ ଖାନ କହିଛନ୍ତି ଯେ, ସେ ଅଭିଷେକ ବାନାର୍ଜୀଙ୍କ ବିରୋଧରେ ଏଫଆଇଆର ମଧ୍ୟ ଦାଖଲ କରିବେ। ଅଭିଷେକ ବାନାର୍ଜୀଙ୍କ ଅଭିଯୋଗ: ଜଷ୍ଟିସ ରାଜଶେଖର ମନ୍ଥାଙ୍କ ନିଷ୍ପତ୍ତିକୁ ଉଲ୍ଲେଖ କରି ଅଭିଷେକ ବାନାର୍ଜୀ କହିଛନ୍ତି ଯେ, ଯଦି ଶୁଭେନ୍ଦୁ ଅଧିକାରୀ ଟ୍ୱିଟରରେ କିଛି ଭୁଲ କରନ୍ତି, ତେବେ ଏଫଆଇଆର ପଞ୍ଜୀକୃତ ହୋଇପାରିବ ନାହିଁ। ଅଭିଷେକ…
ନୂଆଦିଲ୍ଲୀ/ଭୁବନେଶ୍ୱର: କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ନୂଆଦିଲ୍ଲୀ ଠାରେ ବିଶ୍ୱ ଯୁବ ଦକ୍ଷତା ଦିବସ ଅବସରରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ(ଏଆଇ) ଉପରେ ଏକ ମାଗଣା ଅନଲାଇନ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ‘ଏଆଇ ଫର୍ ଇଣ୍ଡିଆ ୨.୦’ର ଶୁଭାରମ୍ଭ କରିଛନ୍ତି। ଶ୍ରୀ ପ୍ରଧାନ କହିଛନ୍ତି ଯେ ଭାରତ ସରକାରଙ୍କ ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରଣାଳୟ, ସ୍ଥାନୀୟ ଭାଷାରେ ଅନଲାଇନ୍ ଟେକ୍ନୋଲୋଜି ଶିକ୍ଷା ଦେଉଥିବା ବୈଷୟିକ ପ୍ଲାଟଫର୍ମ ଗୁଭି, ରାଷ୍ଟ୍ରୀୟ ଧନ୍ଦାମୂଳକ ଶିକ୍ଷା ଏବଂ ପ୍ରଶିକ୍ଷଣ ପରିଷଦ(ଏନସିଇଭିଟି) ଏବଂ ଆଇଆଇଟି ମାଡ୍ରାସର ମିଳିତ ଉଦ୍ୟମରେ ଏହି ପଦକ୍ଷେପ ସ୍ୱାଗତଯୋଗ୍ୟ। ଏହି ସ୍ୱୀକୃତିପ୍ରାପ୍ତ ଅନଲାଇନ୍ କାର୍ଯ୍ୟକ୍ରମ ଯୁବପିଢ଼ିଙ୍କୁ ଦକ୍ଷତା କ୍ଷେତ୍ରରେ ସଶକ୍ତ କରିବ। ଗୁଭି ଏହି କାର୍ଯ୍ୟକ୍ରମକୁ ୯ଟି ଭାରତୀୟ ଭାଷାରେ ପ୍ରସ୍ତୁତ କରିଛି। ପ୍ରଯୁକ୍ତିବିଦ୍ୟା ଶିକ୍ଷାରେ ଭାଷା ପ୍ରତିବନ୍ଧକକୁ ଦୂର କରିବା ଏବଂ ବିଶେଷ ଭାବରେ ଗ୍ରାମାଞ୍ଚଳରେ ଥିବା ଆମ ଯୁବଶକ୍ତିଙ୍କୁ ଭବିଷ୍ୟତରେ ସଶକ୍ତ କରିବା ଦିଗରେ…
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୧୫ ଜୁଲାଇ ୨୦୨୩ ରେ ଆବୁଧାବି ଠାରେ ସିଓପି୨୮ ର ମନୋନୀତ ଅଧ୍ୟକ୍ଷ ତଥା ଆବୁଧାବି ଜାତୀୟ ତୈଳ କମ୍ପାନୀର ଗ୍ରୁପ୍ ସିଇଓ ଡକ୍ଟର ସୁଲତାନ୍ ଅଲ ଜାବେରଙ୍କୁ ଭେଟିଥିଲେ। ୟୁଏଇର ଅଧ୍ୟକ୍ଷତାରେ ୟୁଏନ୍ଏଫ୍ସିସିସି ର ଆଗାମୀ ସିଓପି-୨୮ ଉପରେ ଆଲୋଚନା ହୋଇଥିଲା। ଏହି ଗୁରୁତ୍ୱପୂର୍ଣ୍ଣ ବୈଠକରେ ୟୁଏଇର ଆଭିମୁଖ୍ୟ ସମ୍ପର୍କରେ ଡକ୍ଟର ଜାବର ପ୍ରଧାନମନ୍ତ୍ରୀଙ୍କୁ ବିସ୍ତୃତ ସୂଚନା ଦେଇଥିଲେ। ପ୍ରଧାନମନ୍ତ୍ରୀ ସିଓପି-୨୮ ଅଧ୍ୟକ୍ଷତା ପାଇଁ ୟୁଏଇକୁ ଭାରତର ସମ୍ପୂର୍ଣ୍ଣ ସମର୍ଥନ ଜଣାଇଛନ୍ତି। ଆନ୍ତର୍ଜାତୀୟ ସୌର ସଂଗଠନ, ବିପର୍ଯ୍ୟୟ ମୁକାବିଲା ଭିତ୍ତିଭୂମି ପାଇଁ ମିଳିତ ମଞ୍ଚ, ଆନ୍ତର୍ଜାତୀୟ ମିଲେଟ ବର୍ଷ ଏବଂ ପରିବେଶ ପାଇଁ ଜୀବନଶୈଳୀ (ମିଶନ ଲାଇଫ୍) ସମେତ ଜଳବାୟୁ ପରିବର୍ତ୍ତନ ଜନିତ ସମସ୍ୟାର ସମାଧାନ କରିବା ପାଇଁ ଭାରତର ପ୍ରୟାସ ଏବଂ ପଦକ୍ଷେପ ଉପରେ ପ୍ରଧାନମନ୍ତ୍ରୀ ମଧ୍ୟ ଆଲୋକପାତ କରିଛନ୍ତି। ଏହି ଆଲୋଚନାରେ ଭାରତ ଏବଂ ୟୁଏଇ ମଧ୍ୟରେ ଶକ୍ତି ସହଯୋଗ ଉପରେ…
ସୀତାରାମ ଅଗ୍ରୱାଲ ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ନିକଟବର୍ତ୍ତୀ ଭୀମପୁର ଗ୍ରାମର ଅଗ୍ରଣୀ ଶିକ୍ଷାନୁଷ୍ଠାନ ବାନାମ୍ଵର ସରକାରୀ ହାଇ ସ୍କୁଲର ପୂର୍ବତନ ଆଦର୍ଶ ପ୍ରଧାନଶିକ୍ଷକ ସ୍ଵର୍ଗତ ଲଡୁକେଶ୍ଵର ସାହୁଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ ସ୍ମୃତିସଭା ଗ୍ରାମର ଅନନ୍ତ ସ୍ଵାମୀ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି। ପ୍ରଫେସର ନଳିନୀକାନ୍ତ ପଟ୍ଟନାୟକଙ୍କ ସଭାପତିତ୍ଵରେ ଆୟୋଜିତ ଏହି ସଭାରେ ଅଧ୍ୟାପକ ସଂଗ୍ରାମ କେଶରୀ ସାହୁ, ଶିକ୍ଷାବିତ୍ ବାଳମୁକୁନ୍ଦ ଦାସ, ଆନନ୍ଦ ଚନ୍ଦ୍ରସେନାପତି, ନନ୍ଦ କିଶୋର ମିଶ୍ର, ଦୁର୍ଗାଚରଣ ଦାଶ, ମଧୁସୂଦନ ନନ୍ଦ ବିଭୂତି ଭୂଷଣ ନନ୍ଦ, ଅଧ୍ୟାପକ ପାର୍ଥସାରଥୀ ସାମନ୍ତରା, ଜୟନ୍ତ ମିଶ୍ର, ଗଣେଶ୍ଵର ମୁଦୁଲି,ବିରେନ୍ଦ୍ର କୁମାର ତ୍ରିପାଠୀ, ମାଧବ ଚନ୍ଦ୍ରବାରିକୀ, ବୈରାଗୀ ଚରଣ ବେହେରା, ଅଶୋକ ନନ୍ଦ, ଲକ୍ଷ୍ମୀଧର ସାହୁ , ରାସବିହାରୀ ସାହୁ, ସୁକାନ୍ତ ଜେନା, ପ୍ରମୁଖ ଯୋଗଦେଇ ସ୍ଵର୍ଗତ ସାହୁଙ୍କ ଶିକ୍ଷକତା ଜୀବନର ଆଦର୍ଶ ଗୁଣାବଳୀ ସଂପର୍କରେ ଆଲୋକପାତ କରି ବାନାମ୍ଵର ହାଇ ସ୍କୁଲ ଗଠନରେ ତାଙ୍କ ପ୍ରମୁଖ ଅବଦାନ ଚିରକାଳ ବାଣପୁର…
ଭୁବନେଶ୍ୱର: ଆଜି ରାଜ୍ୟ କାର୍ଯ୍ୟାଳୟଠାରେ ରାଜ୍ୟ ସଭାପତି ମନମୋହନ ସାମଲ, ରାଷ୍ଟ୍ରୀୟ ମୁଖପାତ୍ର ଡା.ସମ୍ବିତ ପାତ୍ର, ରାଜ୍ୟ ସାଧାରଣ ସଂପାଦକ ପୃଥ୍ୱୀରାଜ ହରିଚନ୍ଦନଙ୍କ ଉପସ୍ଥିତିରେ ଖୋର୍ଦ୍ଧା ଜିଲ୍ଲା ଚିଲିକା ନିର୍ବାଚନ ମଣ୍ଡଳୀ ନିଳାଦ୍ରୀପ୍ରସାଦ ଗ୍ରାମ ପଂଚାୟତର ପୂର୍ବତନ ସରପଂଚ ପ୍ରଶାନ୍ତ ସାହୁଙ୍କ ନେତୃତ୍ୱରେ ଶତାଧିକ କର୍ମୀ ବିଜେପିରେ ସାମିଲ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ଅଛନ୍ତି ବିଜେଡି ନେତା ପ୍ରଦୀପ କୁମାର ଜାନି, ନାରାୟଣ ସାହୁ, ପିତବାସ ନାୟକ, ପ୍ରକାଶ ଚନ୍ଦ୍ର ପଟ୍ଟନାୟକ, ପ୍ରଫୁଲ୍ଲ ରାଉତ, ରମେଶ ବେହେରା, ପବିତ୍ର ଜାନି, ଦିଗାମ୍ବର ସାମନ୍ତରାୟ, ସୁକଦେବ ଲେଙ୍କା ପ୍ରମୁଖ ନିଜ ନିଜ ଶତାଧିକ ସମର୍ଥକଙ୍କ ଗହଣରେ ଆନୁଷ୍ଠାନିକ ଭାବେ ଭାରତୀୟ ଜନତା ପାର୍ଟୀରେ ସାମିଲ ହୋଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସୁଶାସନ, ଗରୀବ କଲ୍ୟାଣ ଓ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ପାର୍ଟିରେ ସାମିଲ ହୋଇଥିବା ସମସ୍ତ ସଦସ୍ୟଙ୍କୁ ରାଜ୍ୟ ସଭାପତି ମନମୋହନ ସାମଲ ଓ ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର ଦଳୀୟ…
ଭୁବନେଶ୍ବର: ଅଡଶପୁରସ୍ଥିତ ଉଦୟନାଥ ସ୍ଵୟଂ ଶାସିତ ମହାବିଦ୍ୟାଳୟର ଗ୍ରନ୍ଥାଗାର ଓ ସୂଚନା ବିଜ୍ଞାନ ବିଭାଗର କୋଡ଼ିଏ ଜଣ ଛାତ୍ରଛାତ୍ରୀ କ୍ଷେତ୍ର ପରିଦର୍ଶନରେ ଆସି ହରେକୃଷ୍ଣ ମହତାବ ରାଜ୍ୟ ଗ୍ରନ୍ଥାଗାର ବୁଲି ଦେଖିଥିଲେ। ଛାତ୍ରଛାତ୍ରୀ ମାନଙ୍କୁ ପୁସ୍ତକ ପଞ୍ଜିକରଣ, ଗ୍ରନ୍ଥାଗାର ପରିଚାଳନା, ଇ-ଗ୍ରନ୍ଥାଗାର, ଡାଟା ଏଣ୍ଟ୍ରି, ଅଟୋମେସନ, ଆକ୍ସେସିଙ୍ଗ୍,କାଟାଲଗିଙ୍ଗ୍, ଡିଜିଟାଇଜେସନ ଆଦି ପ୍ରକ୍ରିୟା ଉପରେ ସବିଶେଷ ସୂଚନା ପ୍ରଦାନ କରାଯାଇଥିଲା। ଏହି କ୍ଷେତ୍ର ପରିଦର୍ଶନ ସେମାନଙ୍କ ପାଠ୍ୟକ୍ରମର ଏକ ଅଂଶବିଶେଷ ଏବଂ ଏହାଦ୍ବାରା ସେମାନଙ୍କ ଦକ୍ଷତା ବୃଦ୍ଧି ପାଇବ ବୋଲି ଛାତ୍ରଛାତ୍ରୀ ମାନେ ମତବ୍ୟକ୍ତ କରିଥିଲେ। ପାଠାଗାର ପରିଦର୍ଶନ କରି ସେମାନେ ଖୁସି ବ୍ୟକ୍ତ କରିଥିଲେ। ମହାବିଦ୍ୟାଳୟର ଅଧ୍ୟାପିକା ପ୍ରିୟଙ୍କା ମଞ୍ଜରୀ ବେହେରା ଏବଂ ନିରୂପମା ମିଶ୍ର ମଧ୍ୟ ଛାତ୍ରଛାତ୍ରୀ ମାନଙ୍କ ସହ ସାମିଲ ଥିଲେ। ହରେକୃଷ୍ଣ ମହତାବ ରାଜ୍ୟ ପାଠାଗାରର ନିର୍ଦ୍ଦେଶକ ଦିଲୀପ ରାଉତରାଏ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଥିଲେ। ବିଭାଗର ଯୁଗ୍ମ ନିର୍ଦ୍ଦେଶିକା ତଥା ହରେକୃଷ୍ଣ ମହତାବ ରାଜ୍ୟ ପାଠାଗାରର ସ୍ଵତନ୍ତ୍ର…
ନୂଆଦିଲ୍ଲୀ: ଏହି ସମୟର ଏକ ବଡ ଖବର ଦେଶର ରାଜଧାନୀ ଦିଲ୍ଲୀରୁ ଆସୁଛି। ସୂତ୍ରରୁ ସୂଚନା ମିଳିଛି ଯେ, ଆମ୍ ଆଦମୀ ପାର୍ଟି (AAP) କୁ କେନ୍ଦ୍ରର ଅଧ୍ୟାଦେଶ ଉପରେ କଂଗ୍ରେସର ସମର୍ଥନ ମିଳିଛି। ଏହି ପରିପ୍ରେକ୍ଷୀରେ କଂଗ୍ରେସର ପୂର୍ବତନ ରାଷ୍ଟ୍ରୀୟ ସଭାପତି ସୋନିଆ ଗାନ୍ଧୀଙ୍କ ବାସଭବନରେ ଏକ ବଡ଼ ବୈଠକ ଚାଲିଛି। ଏହା ପରେ କଂଗ୍ରେସ ପକ୍ଷରୁ ଅଧ୍ୟାଦେଶ ପ୍ରସଙ୍ଗରେ ଆଭିମୁଖ୍ୟ ସାର୍ବଜନୀନ କରାଯାଇପାରେ। ସଂସଦରେ ଏହି ଅଧ୍ୟାଦେଶ ପ୍ରସଙ୍ଗ ଆସିବା ପରେ ଏଏପି ଏବଂ ଅନ୍ୟ ଦଳ ସହ କଂଗ୍ରେସ ଛିଡା ହେବ ବୋଲି ସୂତ୍ରରୁ ପ୍ରକାଶ। ପ୍ରକାଶ ଯେ, ପାଟନାରେ ବିରୋଧୀ ଦଳର ବୈଠକ ପରେ ଆମ୍ ଆଦମୀ ପାର୍ଟିରୁ ଏକ ବଡ ବିବୃତ୍ତି ଆସିଛି। କଂଗ୍ରେସକୁ ବିଜେପି ସହ ମିଶିଥିବା ଦଳ ଅଭିଯୋଗ କରିଛି। ଆମ୍ ଆଦମୀ ପାର୍ଟି ପକ୍ଷରୁ କୁହାଯାଇଛି ଯେ, କେନ୍ଦ୍ର ଆଣିଥିବା ଏହି ଅଧ୍ୟାଦେଶ ପ୍ରସଙ୍ଗରେ ବିଜେପି ଓ କଂଗ୍ରେସ ମଧ୍ୟରେ…
ଭୁବନେଶ୍ୱର: ଦକ୍ଷ ମାନବ ସମ୍ଭଳ ସୃଷ୍ଟି ଓ ଦକ୍ଷତା ବିକାଶର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଜାତିସଂଘ ଦ୍ୱାରା ଜୁଲାଇ ୧୫ ତାରିଖକୁ ୱାର୍ଲ୍ଡ ୟୁଥ୍ ସ୍କିଲ୍ ଡେ ଭାବେ ପ୍ରତ୍ୟେକ ବର୍ଷ ପାଳନ କରାଯାଇଥାଏ ଓଡ଼ିଶାରେ ଦକ୍ଷତା ବିକାଶ ବୃଦ୍ଧି ନିମନ୍ତେ ସରକାରଙ୍କ ଦ୍ୱାରା ପ୍ରତିଷ୍ଠିତ ୱାର୍ଲ୍ଡ ସ୍କିଲ୍ ସେଣ୍ଟରରେ ଏହି ଦିନଟିକୁ ଅତି ଆଡମ୍ବର ସହ ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟାମରେ ପାଳନ କରାଯାଇଛି । ଓଡ଼ିଶାର ଯୁବପିଢିଙ୍କ ଭିତରେ ନିଜକୁ ବିଶ୍ୱସ୍ତରୀୟ ମାନବ ସମ୍ବଳ ଭାବେ ଗଢି ତୋଳିବା ଲାଗି ଆଜି ଯେଉଁ ଆକାଂକ୍ଷା ସୃଷ୍ଟି ହୋଇଛି ତାକୁ ପୂରଣ କରିବା ଦିଗରେ ବିଶ୍ୱ ଦକ୍ଷତା କେନ୍ଦ୍ର ଜରିଆରେ ସରକାର ଯେଉଁ ସୁଯୋଗ ସୃଷ୍ଟି କରିଛନ୍ତି । ରାଜ୍ୟର ଯୁବପିଢି ତା’ର ଭରପୂର ସୁଯୋଗ ପାଇ ପାରୁଛନ୍ତି । ଆଜି ଏହି ଅବସରରେ ଉକ୍ତ କେନ୍ଦ୍ରରେ ଅଧ୍ୟୟନ କରୁଥିବା ବିଭିନ୍ନ ବର୍ଗର ଛାତ୍ରଛାତ୍ରୀମାନେ ବିଭିନ୍ନ ପ୍ରତିଯୋଗିତାରେ ଯୋଗଦାନ କରି ତାଙ୍କ…
କୈଳାଶ ଚନ୍ଦ୍ର ଚୌଧୁରୀ ବ୍ରହ୍ମପୁର: ଗତ କିଛି ଦିନ ତଳେ ଗୋଳନ୍ଥରା ଥାନା ଅଞ୍ଚଳରୁ ଜନୈକା ନାବାଳିକାକୁ ଅପହରଣ କରାଯାଇଥିଲା। ନାବାଳିକାଙ୍କ ପିତାଙ୍କ ଠାରୁ ଏତଲା ଗ୍ରହଣ କରିବା ପରେ ଗୋଳନ୍ଥରା ପୋଲିସ ଛାନବିନ୍ ଚଳାଇଥିଲା। ଏହାପରେ ଦୁଇ ଯୁବକଙ୍କୁ ପୋଲିସ ଆଣି ଥାନାରେ ଜେରା କରିଥିଲା। ଫଳରେ ନିକଟସ୍ଥ ହରଡଙ୍ଗ ଗ୍ରାମର ଜେ ହରି ରେଡ୍ଡୀ ନାମକ ଜଣେ ଯୁବକ ଘରେ ଚଢ଼ାଉ କରି ନବମ ଶ୍ରେଣୀରେ ପାଠ ପଢୁଥିବା ନାବାଳିକାକୁ ଉଦ୍ଧାର କରିବା ସହ ଘଟଣାରେ ସଂପୃକ୍ତ ଆଉ ଜଣେ ଯୁବକ ସୋରଳ ଗ୍ରାମର ମୋହନ ରେଡ୍ଡୀ ନାମକ ଜଣେ ଯୁବକଙ୍କୁ ଗିରଫ କରାଯାଇଥିଲା। ବର୍ତ୍ତମାନ ଉଦ୍ଧାର ନାବାଳିକାକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିବା ଥାନା ଅଧିକାରୀଙ୍କ ଠାରୁ ପ୍ରକାଶ।
ଭୁବନେଶ୍ୱର: ଓଡ଼ିଶା ସଙ୍ଗୀତ ଜଗତର ଅମ୍ଳାନ ପ୍ରତିଭା ପଣ୍ଡିତ ଭୁବନେଶ୍ୱର ମିଶ୍ରଙ୍କ ୯୬ତମ ଜୟନ୍ତୀ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଆଜି ପ୍ରତୁ୍ୟଷରେ ଭୁବନେଶ୍ୱରସ୍ଥିତ ଗୁରୁ କେଳୁଚରଣ ଓଡିଶୀ ଗବେଷଣା କେନ୍ଦ୍ର ପରିସରସ୍ଥ ତାଙ୍କ ପ୍ରତିମୂର୍ତ୍ତିସ୍ଥଳୀରେ ଭକ୍ତିପୂର୍ଣ୍ଣ ପରିବେଶରେ ଅନୁଷ୍ଠିତ ହୋଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଅଛି । ଏହି କାର୍ଯ୍ୟକ୍ରମରେ ଶିକ୍ଷାବିତ କାମଦେବ ମହାପାତ୍ର ସ୍ୱରଚିତ କବିତା ଆବୃତ୍ତି କରିଥିଲେ। ବିଧାୟକ ଶ୍ରୀ ପ୍ରଫୁଲ୍ଲ ସାମଲ, ପ୍ରବୀର ମହାନ୍ତି, ଡ଼ଃ ମିହିର ପଟ୍ଟନାୟକ, ବିଜୟ ସାହୁ, ପ୍ରଗତି ରଥ, ଉଇ ଫର ଭୁବନେଶ୍ୱର ପକ୍ଷରୁ ନରେନ ସାହୁ, ସଂଯୁକ୍ତା ମିଶ୍ର, ଦୀପ୍ତିପ୍ରଭା ରାୟ, ଅଧ୍ୟାପକ ରମେଶ ଚନ୍ଦ୍ର ପାତାଳସିଂହ, ଗିରିଜା ଶଙ୍କର ମହାପାତ୍ର, ସତ୍ୟବ୍ରତ ଜେନା, ଅନୁଷ୍ଠାନର ଛାତ୍ରଛାତ୍ରୀ ଯୋଗଦେଇ ନିଜ ବକ୍ତବ୍ୟରେ ପଣ୍ଡିତ ଭୁବନେଶ୍ୱର ମିଶ୍ର ଆଜୀବନ ଓଡିଶୀ ସଙ୍ଗୀତର ବିକାଶ ସହିତ ଏହାକୁ ଶାସ୍ତ୍ରୀୟ ମାନ୍ୟତା ଦେବାକୁ ଅବିରତ ଉଦ୍ୟମ କରିଥିବା ନେଇ ମତବ୍ୟକ୍ତ…
ଭୁବନେଶ୍ବର: ମହାନ ସଂଗ୍ରାମୀ ବୀର ସୁରେନ୍ଦ୍ର ସାଏଙ୍କ ଜନ୍ମସ୍ଥାନ ସମ୍ବଲପୁର ଖୀଣ୍ଡାର ବିକାଶ ସହ, ଏହାକୁ ଏକ ପର୍ଯ୍ୟଟନ ସ୍ଥଳ ଭାବେ ଗଢି ତୋଳିବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ନିଷ୍ପତ୍ତି ନେଇଛନ୍ତି। ଏଥିପାଇଁ ୬ କୋଟି ୪୧ ଲକ୍ଷ ଟଙ୍କା ମଧ୍ୟ ମୁଖ୍ୟମନ୍ତୀ ଅନୁମୋଦନ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ସମ୍ବଲୁପର ଗସ୍ତରେ ଥିବା 5T ସଚିବ ଶ୍ରୀ ଭି.କେ. ପାଣ୍ଡିଆନ ଆଜି ଖୀଣ୍ଡା ଯାଇ ମହାନ ସଂଗ୍ରାମୀ ବୀର ସୁରେନ୍ଦ୍ର ସାଏଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଦେଇଥିଲେ ଏବଂ ତାଙ୍କ ଜନ୍ମ ପୀଠ ଖୀଣ୍ଡାର ବିକାଶ ସଂପର୍କରେ ଜନସାଧାରଣଙ୍କ ସହ ଆଲୋଚନା କରିଥିଲେ। ଏ ବିଷୟରେ 5T ସଚିବ ମୁଖ୍ୟମନ୍ତ୍ରୀଙ୍କୁ ଫୋନ ଯୋଗେ ଅବଗତ କରାଇଥିଲେ। ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଏ ସଂପର୍କରେ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ ଏବଂ ଏକ ଘଣ୍ଟା ଭିତରେ ନିଷ୍ପତ୍ତି ନେଇ ପ୍ରକଳ୍ପକୁ ଅନୁମୋଦନ କରିଥିଲେ । ଏହି ପ୍ରକଳ୍ପରେ ବୀର…
ଭୁବନେଶ୍ବର: ମଝିରେ ମଝିରେ ବିଜେଡି ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ ଦଳରେ ରହି ଦଳ ବିରୋଧରେ ବାଣ ମାରିବାକୁ ଭଲ ପାଆନ୍ତି। କେତେବେଳେ ସଭା ସମିତିରେ ହେଉ କିମ୍ବା ଲେଖା ମାଧ୍ୟମରେ, ସେ ବିଜେଡି ଏବଂ ମୁଖ୍ୟମନ୍ତ୍ରୀଙ୍କୁ ସମାଲୋଚନା କରିବାରେ ଆଗ୍ରହ ରଖିଥାନ୍ତି। ସେହି ପରିପ୍ରେକ୍ଷୀରେ ବର୍ତ୍ତମାନ ସୌମ୍ୟରଂଜନ ଆଉ ଏକ ବାଣ ମାରିଛନ୍ତି। ଏକ କାର୍ଯ୍ୟକ୍ରମରେ ସେ ଯୋଗଦେଇ ସେତେବେଳର ଜାନକୀବାବୁଙ୍କ ଶାସନ ଭଲ ଥିଲା, ଏବେ ଶାସନ ଭଲ ନାହିଁ ବୋଲି କହିଛନ୍ତି। ଅର୍ଥାତ ନବୀନ ବାବୁଙ୍କ ଶାସନ ଭଲ ନାହିଁ ବୋଲି ଟିକିଏ ବଙ୍କେଇ କହିଛନ୍ତି। ସେ କହିଲେ ଯେ, ସେତେବେଳେ ମନ୍ତ୍ରୀ ବିଧାୟକମାନେ ସଚିବମାନଙ୍କୁ ଉଠ ବସ କରାଉଥିଲେ। ଏବେ ତାହା ଓଲଟା ହୋଇଛି। ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନାମ ନ ନେଇ କହିଲେ ଯେ, ଏବେର ଶାସନରେ ବିଧାୟକ ମନ୍ତ୍ରୀ ସଚିବଙ୍କ ଦ୍ବାରା ଉଠବସ ହେଉଛନ୍ତି। ସେମାନେ ଯାହା କହୁଛନ୍ତି ତାହା ବିଧାୟକ ଓ…
ଭୁବନେଶ୍ବର: ଆଜି ଏକ ଘଟଣା କ୍ରମେ କଂଗ୍ରେସ ବିଧାୟକ ମହମ୍ମଦ ମୋକିମ ଏବଂ ବରିଷ୍ଠ ନେତା ତଥା ପୂର୍ବତନ ବିଧାୟକ ଚିରଞ୍ଜୀବ ବିଶ୍ବାଳ ଦଳରୁ ନିଲମ୍ବିତ ହୋଇଛନ୍ତି। ଏ ନେଇ ଏଆଇସିସି ତରଫରୁ ସୂଚନା ପ୍ରଦାନ କରାଯାଇଛି। ଦଳ ବିରୋଧୀ କାର୍ଯ୍ୟ ନେଇ ତାଙ୍କ ଉପରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଉଭୟ ଏକ ସଭାରେ କଂଗ୍ରେସ ବିରୋଧରେ ଟିପ୍ପଣୀ ଦେଇଥିଲେ। ସେଥିପାଇଁ ଦଳ ତରଫରୁ ତାଙ୍କୁ କାରଣ ଦର୍ଶା ନୋଟିସ ଜାରୀ କରାଯାଇଥିଲା। ଏହାପରେ ଏହି ପଦକ୍ଷେପ ଗ୍ରହଣ କରାଯାଇଛି।
ସ୍ୱାସ୍ଥ୍ୟ ଟିପ୍ସ: କିଛି ଲୋକ ଅଛନ୍ତି, ଯେଉଁମାନେ ଅଣ୍ଡା ଖାଇବାକୁ ପସନ୍ଦ କରନ୍ତି ନାହିଁ। ଡାଏଟ୍ ଅନୁସରଣ କରୁଥିବା ଲୋକମାନେ ମଧ୍ୟ ଅଣ୍ଡା ଖାଆନ୍ତି ନାହିଁ। ଏହିପରି, ଆଜି ଆମେ ଶାକାହାରୀମାନଙ୍କ ପାଇଁ ଅଣ୍ଡା ପରି ୩ ଟି ଜିନିଷ ବିଷୟରେ କହୁଛୁ। ସେଗୁଡିକ ଖାଇବା ଦ୍ୱାରା ଆପଣ ଅଣ୍ଡା ପରି ସମାନ ଲାଭ ପାଇପାରିବେ। ସେଗୁଡିକ ଖାଇବା ଦ୍ୱାରା ଶରୀର ସମସ୍ତ ଆବଶ୍ୟକୀୟ ଭିଟାମିନ୍, ମିନେରାଲ୍ସ ଏବଂ ଅନ୍ୟାନ୍ୟ ପୋଷକ ତତ୍ତ୍ୱ ପାଇଥାଏ। ସେହି ଜିନିଷଗୁଡ଼ିକ କ’ଣ ଜାଣନ୍ତୁ… ଅଣ୍ଡା ଆଲର୍ଜି କ’ଣ?: କିଛି ଲୋକ ଅଣ୍ଡାର ଗନ୍ଧରେ ଆଲର୍ଜି ଅଟନ୍ତି। ଏହି ସମୟରେ, କିଛି ଲୋକ ଅଣ୍ଡାର ଅତ୍ୟଧିକ ବ୍ୟବହାରରେ ମଧ୍ୟ ଅସୁବିଧା ଆରମ୍ଭ କରନ୍ତି। ଅଣ୍ଡା ଆଲର୍ଜିର ଲକ୍ଷଣ ପିଲା ଏବଂ ବୟସ୍କମାନଙ୍କଠାରେ ଭିନ୍ନ ହୋଇପାରେ। ଅଣ୍ଡାର ଆଲର୍ଜି ହେତୁ ପିଲାମାନଙ୍କର ଚେହେରା ଲାଲ କିମ୍ବା ଫୁଲିଯାଏ। ଅନ୍ୟ ପଟେ, ଯେଉଁମାନଙ୍କର ଅଣ୍ଡା ପାଇଁ ଆଲର୍ଜି ଥାଏ, ସେମାନଙ୍କ…
ନୂଆଦିଲ୍ଲୀ: ଟେଷ୍ଟ ସିରିଜର ପ୍ରଥମ ମ୍ୟାଚରେ ଭାରତ ୱେଷ୍ଟଇଣ୍ଡିଜକୁ ଗୋଟିଏ ଇନିଂସ ଏବଂ ୧୪୧ ରନରେ ପରାସ୍ତ କରିଛି। ଟିମ୍ ଇଣ୍ଡିଆର ଏହି ବିଜୟରେ ଯଶସ୍ୱୀ ଜୟସ୍ଵାଲ ଏବଂ ରବିଚନ୍ଦ୍ରନ ଅଶ୍ୱିନ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ଏହି ବିଜୟ ସହିତ ଭାରତ ନିଜର ରେକର୍ଡ ଭାଙ୍ଗିଛି। ଟିମ୍ ଇଣ୍ଡିଆ କୌଣସି ଗୋଟିଏ ଦଳ ବିପକ୍ଷରେ ସର୍ବାଧିକ ଟେଷ୍ଟ ମ୍ୟାଚ୍ ଜିତିବାର ରେକର୍ଡ ଭାଙ୍ଗିଛି। ଭାରତ ଏପର୍ଯ୍ୟନ୍ତ ୨୩ ଟି ଟେଷ୍ଟ ମ୍ୟାଚରେ ୱେଷ୍ଟଇଣ୍ଡିଜକୁ ପରାସ୍ତ କରିଛି। ଟେଷ୍ଟ ମ୍ୟାଚରେ ଭାରତ ଅଷ୍ଟ୍ରେଲିଆକୁ ସର୍ବାଧିକ ଥର ପରାସ୍ତ କରିଛି। ଅଷ୍ଟ୍ରେଲିଆକୁ ଭାରତ ୩୨ ଥର ପରାସ୍ତ କରିଛି। ଏଥି ସହିତ ଇଂଲଣ୍ଡ ୩୧ ଥର ପରାସ୍ତ ହୋଇଛି। ଏହା ପରେ ୱେଷ୍ଟଇଣ୍ଡିଜ୍ ଦଳ ତୃତୀୟ ସ୍ଥାନରେ ରହିଛି। ଟିମ୍ ଇଣ୍ଡିଆ ୨୩ ଥର ୱେଷ୍ଟଇଣ୍ଡିଜ୍କୁ ପରାସ୍ତ କରିଛି। ଏହାପୂର୍ବରୁ ନ୍ୟୁଜିଲ୍ୟାଣ୍ଡ ଏବଂ ଶ୍ରୀଲଙ୍କାର ଦଳ ମିଳିତ ଭାବେ ତିନି ନମ୍ବରରେ…
ନୂଆଦିଲ୍ଲୀ: ଘୃଣା ଭାଷଣ ମାମଲାରେ ସମାଜବାଦୀ ପାର୍ଟି ନେତା ଆଜାମ ଖାନ ଏକ ବଡ଼ ଧରଣର ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ରାମପୁରର ସାଂସଦ ବିଧାୟକ କୋର୍ଟ ଏହି ମାମଲାରେ ଆଜାମ ଖାନଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି ଏବଂ ଦୁଇ ବର୍ଷ ଜେଲ ଏବଂ ଏକ ହଜାର ଟଙ୍କା ଜରିମାନା କରିଛନ୍ତି। ଏହି ମାମଲା ୨୦୧୯ ଲୋକସଭା ନିର୍ବାଚନରେ ଦିଆଯାଇଥିବା ଏକ ଉତ୍ତେଜନାମୂଳକ ଭାଷଣ ସହିତ ଜଡିତ, ଯେଉଁଥିରେ ଆଜାମ ଖାନ ଏକ ସାଧାରଣ ସଭାରେ ସମ୍ବୋଧିତ କରିବା ସମୟରେ ମୁଖ୍ୟମନ୍ତ୍ରୀ ଯୋଗୀ (ଯୋଗୀ ଆଦିତ୍ୟନାଥ) ଏବଂ ତତ୍କାଳୀନ ଡିଏମ ରାମପୁର ଏବଂ ଅନ୍ୟାନ୍ୟ ଅଧିକାରୀଙ୍କ ବିରୋଧରେ ବିବାଦୀୟ ମନ୍ତବ୍ୟ ଦେଇଥିଲେ। ୨୦୧୯ ଲୋକସଭା ନିର୍ବାଚନ ପ୍ରଚାର ସମୟରେ ଆଜାମ ଖାନଙ୍କୁ ରାମପୁରର ଶାହାଜାଦ ନଗର ପୋଲିସ ଷ୍ଟେସନରେ ଅପରାଧ ସଂଖ୍ୟା ୦୧୩୦ ଧାରା ୧୭୧- ଜି, ୫୦୫ (୧) (ଖ) ଏବଂ ୧୨୫ ଲୋକ ପ୍ରତିନିଧୀ ଅଧିନିୟମ ଅନୁଯାୟୀ ମାମଲା ରୁଜୁ…
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କର ଦୁଇ ଦିନିଆ ଫ୍ରାନ୍ସ ଗସ୍ତ ଶେଷ କରିବା ପରେ ଆଜି ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ) ରେ ପହଞ୍ଚିଛନ୍ତି। ଯେଉଁଠାରେ ତାଙ୍କୁ ବିମାନବନ୍ଦରରେ ଏକ ଭବ୍ୟ ସ୍ୱାଗତ କରାଯାଇଛି। ୟୁଏଇରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସରକାରୀ ଗସ୍ତ ପୂର୍ବରୁ ଦୁବାଇର ବୁର୍ଜ ଖଲିଫା ଭାରତୀୟ ଜାତୀୟ ପତାକା ରଙ୍ଗ ପ୍ରଦର୍ଶିତ କରିଛି। ଆବୁଧାବିରେ ପହଞ୍ଚିବା ପରେ ଆବୁଧାବିର କ୍ରାଉନ୍ ପ୍ରିନ୍ସ ଶେଖ ଖାଲିଦ ବିନ୍ ମହମ୍ମଦ ବିନ୍ ଜାଏଦ ବିମାନବନ୍ଦରରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସ୍ଵାଗତ କରିଥିଲେ। ଏଥିପାଇଁ କ୍ରାଉନ୍ ପ୍ରିନ୍ସ ଏଚ୍ ଏଚ୍ ଶେଖ ଖାଲିଦ ବିନ୍ ମହମ୍ମଦ ବିନ୍ ଜାଏଦଙ୍କୁ ପ୍ରଧାନମନ୍ତ୍ରୀ ମୋଦୀ ଟ୍ୱିଟର ମାଧ୍ୟମରେ କୃତଜ୍ଞତା ଜଣାଇଛନ୍ତି। ଆବୁଧାବି ବିମାନବନ୍ଦରରେ ପ୍ରଧାନମନ୍ତ୍ରୀ ମୋଦୀ ପହଞ୍ଚିବା ପରେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ସରକାରୀ ମୁଖପାତ୍ର ଅରିନ୍ଦମ ବାଗଚି ଟ୍ୱିଟ୍ କରି କହିଛନ୍ତି ଯେ, ଭାଗିଦାରୀକୁ ଆଗକୁ ବଢାଇ! ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆବୁଧାବିରେ ପହଞ୍ଚିଛନ୍ତି।…
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜୁଲାଇ ୧୪ରେ ଫ୍ରାନ୍ସର ଏକ ବିଳାସପୂର୍ଣ୍ଣ ଫ୍ୟାଶନ ହାଉସ ଚ୍ୟାନେଲର ଗ୍ଲୋବାଲ ସିଇଓ ଲୀନା ନାୟାରଙ୍କୁ ପ୍ୟାରିସରେ ଭେଟିଛନ୍ତି। ପ୍ରଧାନମନ୍ତ୍ରୀ ନାୟାରଙ୍କୁ ତାଙ୍କ ସଫଳତା ପାଇଁ ଅଭିନନ୍ଦନ ଜଣାଇଛନ୍ତି ଏବଂ ତାଙ୍କ କମ୍ପାନୀକୁ ଭାରତରେ ପୁଞ୍ଜି ନିବେଶର ସୁଯୋଗ ଏବଂ ସହଯୋଗ ସମ୍ଭାବନା ଅନୁସନ୍ଧାନ କରିବାକୁ ଆମନ୍ତ୍ରଣ କରିଛନ୍ତି। ହସ୍ତଶିଳ୍ପ, ଖଦିର ପ୍ରସାର ଏବଂ ଭାରତରେ କାରିଗରଙ୍କ ଦକ୍ଷତା ବିକାଶ ପାଇଁ ଉପାୟ ଉପରେ ଆଲୋଚନା କରିଥିଲେ।

