Author: Samikhsya Bureau

ଭୁବନେଶ୍ଵର: ଆଜି ରାଜ୍ୟରେ ଆଇଏଏସ ସ୍ତରରେ ଛୋଟ ଧରଣର ଅଦଳବଦଳ ହୋଇଛି। ଯାମିନୀ ଷଡଙ୍ଗୀଙ୍କୁ ଆଦର୍ଶ ବିଦ୍ୟାଳୟ ସଂଗଠନର ପ୍ରକଳ୍ପ ନିର୍ଦ୍ଦେଶକ ଭାବେ ବଦଳି ହୋଇଛି। ଏହି ଦାୟିତ୍ଵରେ ଥିବା ସଂଗ୍ରାମ ମହାପାତ୍ରଙ୍କୁ ସ୍କୁଲ ଓ ଗଣଶିକ୍ଷା ବିଭାଗର ଅତିରିକ୍ତ ସଚିବ ଦାୟିତ୍ଵ ଦିଆଯାଇଛି। ସେହିପରି ସମ୍ବଲପୁର ପୌର ନିଗମର କମିଶନର ଭାବେ ଶ୍ରୀବେଦଭୂଷଣ ନିଯୁକ୍ତି ପାଇଥିବା ବେଳେ ନୃସିଂହ ଚରଣ ସ୍ଵାଇଁଙ୍କୁ ବୌଦ୍ଧ ଜିଲ୍ଲାର ଜିଲ୍ଲାପାଳ ଭାବେ ଦାୟିତ୍ଵ ଦିଆଯାଇଛି।

Read More

ନୂଆଦିଲ୍ଲୀ: ୟୁନିଫର୍ମ ସିଭିଲ୍ କୋଡ୍ (ୟୁସିସି) ସମ୍ବନ୍ଧରେ ସାରା ଦେଶରେ ଚାଲିଥିବା ବିତର୍କ ମଧ୍ୟରେ ଆଇନ ମନ୍ତ୍ରଣାଳୟର ସଂସଦୀୟ କମିଟିର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଆଜି ଅନୁଷ୍ଠିତ ହୋଇଥିଲା। ଏଥିରେ ବିଭିନ୍ନ ରାଜନୈତିକ ଦଳର ସାଂସଦମାନେ ଅଂଶଗ୍ରହଣ କରିଥିଲେ। ଏହି ବୈଠକରେ ବିଜେପିର ରାଜ୍ୟସଭା ସାଂସଦ ସୁଶୀଲ କୁମାର ମୋଦୀ ଅଧ୍ୟକ୍ଷତା କରିଥିଲେ। ଏଥିରେ ଆଇନ ଆୟୋଗ, ଭାରତ ସରକାରଙ୍କ ପ୍ରତିନିଧୀଙ୍କୁ ଡକାଯାଇଥିଲା। ବୈଠକରେ UCC କ’ଣ ଏବଂ ଏହା କେତେ ଗୁରୁତ୍ୱପୂର୍ଣ୍ଣ ତାହା ଉପରେ ଆଲୋଚନା କରାଯାଇଥିଲା। କମିଟିର ସଦସ୍ୟମାନଙ୍କୁ ଏ ବିଷୟରେ ପ୍ରଶ୍ନ କରାଯାଇଥିଲା। ବୈଠକରେ କିଏ କିଏ ସାମିଲ ଥିଲେ?: ସ୍ଥାୟୀ କମିଟି ଅଧ୍ୟକ୍ଷ ତଥା ବିଜେପି ସାଂସଦ ସୁଶୀଲ ମୋଦୀ, ବିଏସପି ସାଂସଦ ମଲୁକ ନାଗର, ଶିବସେନା (ୟୁବିଟି) ସାଂସଦ ସଞ୍ଜୟ ରାଉତ, କଂଗ୍ରେସ ସାଂସଦ ବିବେକ ତନଖା, ବିଜେପି ଲୋକସଭା ସାଂସଦ ରମେଶ ପୋଖରିଆଲ, ବିଜେପି ରାଜ୍ୟସଭା ସାଂସଦ ମହେଶ ଜେଟମାଲାନି ଏବଂ ବିଧି…

Read More

ସୀତାରାମ ଅଗ୍ରୱାଲ ବାଣପୁର: ବାଣପୁର ବାଲୁଗାଁ ରାସ୍ତାର ମେଘାମ୍ବରୀ ମନ୍ଦିର ନିକଟରେ ଏକ ମୋଟରସାଇକେଲ ଦୁର୍ଘଟଣା ଘଟିଥିବା ଜଣାଯାଇଛି। ପ୍ରକାଶ ଥାଉକି ବାଲୁଗାଁ ବିଶ୍ୱାଳ ସାହିର ଚନ୍ଦନ ବେହେରା ନାମକ ଜଣେ ଯୁବକ ନିଜ ମୋଟର ସାଇକେଲରେ ବାଣପୁରରୁ ଘରକୁ ଫେରୁଥିବା ବେଳେ ମେଘାମ୍ବରୀ ମନ୍ଦିର ନିକଟରେ ଦୁର୍ଘଟଣା ଘଟିଯାଇଛି। ଗାଡି ଆଗକୁ ଏକ ଛୋଟ ପିଲା ଆସିଯିବାରୁ ତାକୁ ବଞ୍ଚାଇବାକୁ ଯାଇ ଦୁର୍ଘଟଣା ହୋଇଥିବା ଜଣାଯାଇଛି। ସ୍ଥାନୀୟ ଲୋକ ସଙ୍ଗେ ସଙ୍ଗେ ଉଭୟଙ୍କୁ ଡାକ୍ତରଖାନା ନେଇଥିବା ବେଳେ ପ୍ରାଥମିକ ଚିକିତ୍ସା କରି ଚନ୍ଦନଙ୍କୁ ଭୁବନେଶ୍ୱର ଏମ୍ସ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ପିଲାଟିକୁ ବାଣପୁରରେ ଚିକିତ୍ସା ପରେ ଘରକୁ ପଠାଇଦିଆଯାଇଛି। ତେବେ ରିପୋର୍ଟ ଲେଖା ହେଲାବେଳକୁ ଥାନାରେ କୌଣସି ଅଭିଯୋଗ ହୋଇନଥିବା ଜଣାଯାଇଛି।

Read More

ସୁଧାକର ମିଶ୍ର ନୟାଗଡ଼: ନୟାଗଡ଼ ଖଣ୍ଡପଡ଼ାରୋଡସ୍ଥ ରୋଟାରୀ ଭବନରେ କ୍ଳବର ୩୪ ତମ ଅଧିଷ୍ଠାନ ଉତ୍ସବ ମହାସମାରୋହରେ ପାଳିତ ହୋଇ ଯାଇଛି। ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ନୟାଗଡ଼ ବିଧାୟକ ଡକ୍ଟର ଅରୁଣ କୁମାର ସାହୁ ଯୋଗ ଦେଇ ରୋଟାରିଆନ ମାନଙ୍କର ସମାଜ ସେବା ମନୋବୃତ୍ତିକୁ ପ୍ରସଂଶା କରିଥିଲେ। ରୋଟାରୀ କ୍ଳବର ବିଭିନ୍ନ ସମାଜ କଲ୍ୟାଣ କାର୍ଯ୍ୟକ୍ରମ ଗୁଡିକ ପାଇଁ ମୁଖ୍ଯ ଅତିଥି ସମସ୍ତ ରୋଟାରିଆନ ମାନଙ୍କୁ ମଧ୍ୟ ସାଧୁବାଦ ଜଣାଇବା ସହିତ ସେବା ହିଁ ମାନବ ଜୀବନକୁ ସାର୍ଥକ କରିଥାଏ ବୋଲି କହିଥିଲେ। ସମ୍ମାନିତ ଅତିଥି ଭାବେ ନୟାଗଡ଼ ପୌରପରିଷଦ ପୌରାଧ୍ୟକ୍ଷା ନିରୁପମା ଖଟେଇ ଯୋଗଦେଇ ୨୦୨୨-୨୩ ବର୍ଷରେ ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟକ୍ରମ କରିଥିବା ବିଦାୟୀ ସଭାପତି ପ୍ରବୀର କୁମାର ପ୍ରୁଷ୍ଟି ଓ ସଂପାଦକ ବାସୁଦେବ ସାହୁଙ୍କୁ ସାଧୁବାଦ ଜଣାଇବା ସହିତ ୨୦୨୩-୨୪ ବର୍ଷ ପାଇଁ ନୂତନ ଭାବେ ଦାୟିତ୍ୱ ଗ୍ରହଣ କରିଥିବା ସଭାପତି ଅବଦୁଲ ଆରିଫ୍…

Read More

ନୂଆଦିଲ୍ଲୀ: ଚାକିରି ଦୁର୍ନୀତି ମାମଲାରେ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ଯାଦବଙ୍କ ପରିବାରର ସମସ୍ୟା ବୃଦ୍ଧି ପାଉଛି। ବର୍ତ୍ତମାନ କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋ (ସିବିଆଇ) ଆଜି ଦିଲ୍ଲୀର ରାଉସ୍ ଆଭେନ୍ୟୁ କୋର୍ଟରେ ଚାକିରି ବଦଳରେ ଜମି ଦୁର୍ନୀତି ମାମଲାରେ ଚାର୍ଜସିଟ୍ ଦାଖଲ କରିଛି। ଚାର୍ଜସିଟରେ ବିହାରର ଉପ-ମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ ଏବଂ କମ୍ପାନୀ ସମେତ ଅନ୍ୟାନ୍ୟ ବ୍ୟକ୍ତିଙ୍କ ନାମ ଅଭିଯୁକ୍ତ ଭାବରେ ଅନ୍ତର୍ଭୁକ୍ତ ହୋଇଛି। ଜୁଲାଇ ୧୨ ତାରିଖରେ ରାଉସ୍ ଆଭେନ୍ୟୁ କୋର୍ଟ ଏହି ମାମଲାରେ ଶୁଣାଣି କରିବେ। ଜମି ଦୁର୍ନୀତି ମାମଲାରେ ପୂର୍ବତନ କେନ୍ଦ୍ର ରେଳମନ୍ତ୍ରୀ ଲାଲୁ ପ୍ରସାଦ ଯାଦବ, ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ରାବ୍ରି ଦେବୀ ଏବଂ ଅନ୍ୟମାନଙ୍କ ବିରୋଧରେ ସିବିଆଇ ଚାର୍ଜସିଟ୍ ଦାଖଲ କରିସାରିଛି। କୋର୍ଟରେ ସିବିଆଇ କ’ଣ କହିଛି?: ସିବିଆଇ ଅଦାଲତକୁ କହିଛି ଯେ, ପୂର୍ବରୁ ଏକ ଚାର୍ଜସିଟ୍ ଦାଖଲ କରାଯାଇଥିଲେ ହେଁ ଏହି ମାମଲା ଏକ ଭିନ୍ନ ଅଭିଯୋଗ ପତ୍ର ଦାଖଲ କରାଯାଇଛି। କାରଣ…

Read More

ଭୁବନେଶ୍ୱର: ଜୁନ୍ ୧୬ ରୁ ୧୮ ତାରିଖରେ ବାଙ୍ଗାଲୋରରେ ଅନୁଷ୍ଠିତ ହୋଇଥିବା ବିଶ୍ୱ ମୁଣ୍ଡବିନ୍ଧା ଓ ଅର୍ଦ୍ଧକପାଳୀ (ମାଇଗ୍ରେନ) ଗବେଷଣା ସମାଜର ଅନ୍ତରାଷ୍ଟ୍ରୀୟ ସମ୍ମିଳନୀରେ ବରିଷ୍ଠ ସ୍ନାୟୁରୋଗ ବିଶେଷଜ୍ଞ ପ୍ରଫେସର (ଡାକ୍ତର) ସୂର୍ଯ୍ୟପ୍ରକାଶ ଶିବନାରାୟଣ ଚୌଧୁରୀଙ୍କୁ ଫେଲୋସିପ ସମ୍ମାନରେ ସମ୍ବର୍ଦ୍ଧିତ କରାଯାଇଛି। ଏହି ସମ୍ମିଳନୀରେ ଦେଶ ଓ ଦେଶ ବାହାରରୁ ଯୋଗ ଦେଇଥିବା ପ୍ରାୟ ୫୦୦ରୁ ଉର୍ଦ୍ଧ୍ୱ ସ୍ନାୟୁରୋଗ ଡାକ୍ତରଙ୍କ ମଧ୍ୟରୁ ୧୦ ଜଣଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଥିଲା। ଏହା ବିଶ୍ୱସ୍ତରୀୟ ସ୍ନାୟୁରୋଗ ବିଭାଗର ସର୍ବୋଚ୍ଚ ଗବେଷଣା ସମାଜର ସର୍ବୋଚ୍ଚ ଉପାଧି ଏବଂ ଏହି ସମ୍ମାନ ପାଇବାରେ ସାରା ଓଡିଶାରେ ପ୍ରଫେସର ଚୌଧୁରୀ ପ୍ରଥମ। ପ୍ରଫେସର ଚୌଧୁରୀ ସ୍ଥାନୀୟ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ନ୍ୟୁରୋଲୋଜି ବିଭାଗରେ ବିଗତ ୬ ବର୍ଷ ହେବ ବିଭିନ୍ନ ପ୍ରକାର ମୁଣ୍ଡବିନ୍ଧା ଓ ଅର୍ଦ୍ଧକପାଳୀ (ମାଇଗ୍ରେନ) ରୋଗ ଉପରେ ଗବେଷଣା କରିବା ସହିତ ନୂତନ ଚିକିତ୍ସା ପଦ୍ଧତିରେ ଶିକ୍ଷା ଲାଭ…

Read More

ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟିକୁ ରୋକିବା ପାଇଁ ବିରୋଧୀ ଦଳ ଏକାଠି ହେବା ପାଇଁ ପ୍ରୟାସ ଜାରି କରିଛନ୍ତି। ବିରୋଧୀ ଏକତା ମୋର୍ଚ୍ଚାର ପ୍ରଥମ ବୈଠକ ଜୁନ୍ ୨୩ ତାରିଖରେ ବିହାରର ପାଟନାଠାରେ ଅନୁଷ୍ଠିତ ହୋଇଯାଇଛି। ବର୍ତ୍ତମାନ ଦ୍ୱିତୀୟ ବୈଠକର ତାରିଖ ଏବଂ ସ୍ଥାନ ମଧ୍ୟ ସ୍ଥିର କରାଯାଇଛି। ଆଜି କଂଗ୍ରେସ ପକ୍ଷରୁ ଘୋଷଣା କରାଯାଇଛି ଯେ, ବିରୋଧୀ ଦଳର ପରବର୍ତ୍ତୀ ବୈଠକ ଜୁଲାଇ ୧୭ ଏବଂ ୧୮ ତାରିଖରେ ବେଙ୍ଗାଲୁରୁରେ ଅନୁଷ୍ଠିତ ହେବ। ମହାରାଷ୍ଟ୍ରରେ ହୋଇଥିବା ପ୍ରମୁଖ ରାଜନୈତିକ ଅସ୍ଥିରତା ପରେ ବର୍ତ୍ତମାନ ଶିମଲା ବଦଳରେ କର୍ଣ୍ଣାଟକର ବେଙ୍ଗାଲୁରୁରେ ଏହି ବୈଠକକ ଅନୁଷ୍ଠିତ ହେବ। ସୂଚନା ଅନୁଯାୟୀ କଂଗ୍ରେସ ସାଧାରଣ ସମ୍ପାଦକ (ସଂଗଠନ) କେସି ଭେନୁଗୋପାଲ ଟ୍ୱିଟରରେ ଏହା ଘୋଷଣା କରିଛନ୍ତି ଏବଂ କହିଛନ୍ତି ଯେ, ଫାସିଷ୍ଟ ତଥା ଅଗଣତାନ୍ତ୍ରିକ ଶକ୍ତିକୁ ପରାସ୍ତ କରିବା ପାଇଁ ଆମର ନିରନ୍ତର ସଂକଳ୍ପରେ ଆମେ ଛିଡା ହୋଇଛୁ। ଭେନୁଗୋପାଲ ଏକ ଟୁଇଟ୍‌ରେ କହିଛନ୍ତି…

Read More

ଖୋର୍ଦ୍ଧା: ଖୋର୍ଦ୍ଧା ପଂଚାୟତ ସମିତି କାର୍ଯ୍ୟାଳୟ ପରିସରରେ ଆଜିର ପ୍ରତ୍ୟେକ୍ଷ ମିଳିତ ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇ ଯାଇଛି। ଆଜି ମୋଟ ୬୫ ଗୋଟି ଆପତ୍ତି ଅଭିଯୋଗ ଦାଖଲ ହୋଇ ଥିବା ବେଳେ ସେଥିମଧ୍ୟରୁ ୪୨ ଟି ଅଭିଯୋଗ ବ୍ୟକ୍ତିଗତ ଥିଲାବେଳେ ୧୬ ଟି ବିଭିନ୍ନ ଗ୍ରାମର ସାମୁହିକ ସମସ୍ୟା ଥିଲା, ୬ ଟି ଅଭିଯୋଗର ସ୍ଥଳ ବିଶେଷରେ ତତ୍କାଳ ସମାଧାନ କରାଯାଇଥିଲା ଏବଂ ୧ ଜଣଙ୍କୁ ରେଡ଼କ୍ରସ ସହାୟତା ପାଣ୍ଠିରୁ ୫ ହଜାର ଟଙ୍କାର ଆର୍ଥିକ ସହାୟତା ରାଶି ପ୍ରଦାନ କରାଯାଇଥିଲା। ଆଜିର ମିଳିତ ଜନ ଶୁଣାଣି ଅବସରରେ ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ ଅଧ୍ୟକ୍ଷତା କରିଥିବାବେଳେ ଆରକ୍ଷୀ ଅଧିକ୍ଷକ, ସିଦ୍ଧାର୍ଥ କାଟାରିଆ, ଅତିରିକ୍ତ ଜିଲ୍ଲପାଳ ସାଫଲ୍ୟ ମଣ୍ଡିତ ପ୍ରଧାନ, ଉପ -ଜିଲ୍ଲାପାଳ, ଦୀପ୍ତି ରଞ୍ଜନ ସେଠି, ତହସିଲଦାର, ଖୋର୍ଦ୍ଧା ବିଭାସ ରଞ୍ଜନ ପାଣିଗ୍ରାହୀ, ସି . ଡ଼ି ଏମ. ଓ., ଡ଼ ଆର୍ତ୍ତବନ୍ଧୁ ନାୟକ, ଆଶିଷ୍ଟାଣ୍ଟ କଲେକ୍ଟର,…

Read More

ସୀତାରାମ ଅଗ୍ରୱାଲ ବାଲୁଗାଁ: ଓଡିଶା ଜଙ୍ଗଲ ଓ଼ ପରିବେଶ ବିଭାଗର ନିର୍ଦ୍ଦେଶ ଓ ଚିଲିକା ବନ୍ୟ ପ୍ରାଣୀ ବନଖଣ୍ଡର ସଂଯୋଜନାରେ ଆଜି ବାଲୁଗାଁ ମହାବିଦ୍ୟାଳୟ ପରିସରରେ ଏସିଏଫ ପ୍ରମୋଦ କୁମାର ସେଠୀଙ୍କ ତତ୍ୱାବଧାନରେ ବନମହୋତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ବନ ମହୋତ୍ସବ କାର୍ଯ୍ୟକ୍ରମ ଏନ ସି ସି ଓ ଏନ ଏସ ଏସ ୟୁନିଟର ମିଳିତ ସହଯୋଗରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ବାଲୁଗାଁ ମହାବିଦ୍ୟାଳୟର ଅଧ୍ୟକ୍ଷା ଡକ୍ଟର କଳ୍ପନା ଦାଶ ଯୋଗ ଦେଇ ପ୍ରଥମେ ବୃକ୍ଷ ରୋପଣ କରି ବନ ମହୋତ୍ସବ କାର୍ଯ୍ୟକ୍ରମ ଉଦଘାଟନ କରିଥିଲେ। ଏହାପରେ ଯୁକ୍ତ ଦୁଇ ଅଧ୍ୟକ୍ଷା ଡକ୍ଟର ଜୟନ୍ତୀ ସାମଲ, ଜାତୀୟ ସେବା ଯୋଜନା ଅଧିକାରୀ ଡକ୍ଟର ଲକ୍ଷ୍ମୀଧର ସୁବୁଦ୍ଧି, ଅଧ୍ୟାପିକା ରୀନା ରାଉତ, ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ ଅଧିକାରୀ ଲେଫ୍ଟନାଣ୍ଟ ଡକ୍ଟର ଅକ୍ଷୟ କୁମାର ମିଶ୍ର, ଅଧ୍ୟାପକ ପ୍ରବୀଣ କୁମାର ଜେନା, ଡକ୍ଟର କୈଳାସ ଚନ୍ଦ୍ର ମହାରଣାଙ୍କ ସମେତ ସମସ୍ତ କ୍ୟାଡେଟ,…

Read More

ନୂଆଦିଲ୍ଲୀ: ଆରବିଆଇ ସୂଚନା ଦେଇଛି ଯେ, ମଇ 19, 2023 ରେ 2000 ଟଙ୍କା ପ୍ରତ୍ୟାହାର ଘୋଷଣା ହେବା ପରଠାରୁ, ଜୁନ୍ 30, 2023 ପର୍ଯ୍ୟନ୍ତ, 2.72 ଲକ୍ଷ କୋଟି ଟଙ୍କାର 2000 ନୋଟ୍ ବ୍ୟାଙ୍କିଙ୍ଗ୍ ସିଷ୍ଟମକୁ ଫେରିଛି। ଆରବିଆଇ କହିଛି ଯେ, ବର୍ତ୍ତମାନ 84,000 କୋଟି ଟଙ୍କା ମୂଲ୍ୟର 2,000 ଟଙ୍କାର ନୋଟ ଆସିବା ବାକି ଅଛି। ସେପ୍ଟେମ୍ବର 30 ନୋଟ୍ ଜମା କିମ୍ବା ବିନିମୟ ପାଇଁ ଶେଷ ତାରିଖ: ଆରବିଆଇ କହିଛି ଯେ, ବ୍ୟାଙ୍କଗୁଡିକରୁ ମିଳିଥିବା ତଥ୍ୟ ଅନୁଯାୟୀ, 19 ମଇ 2023 ରୁ ଜୁନ୍ 30, 2023 ପର୍ଯ୍ୟନ୍ତ ମୋଟ 2.72 ଲକ୍ଷ କୋଟି ଟଙ୍କାର 2000 ଟଙ୍କିଆ ନୋଟ୍ ବ୍ୟାଙ୍କିଙ୍ଗ ସିଷ୍ଟମକୁ ଫେରିଛି। ଏବଂ ବର୍ତ୍ତମାନ କେବଳ 0.84 ଲକ୍ଷ କୋଟି ଟଙ୍କିଆ ନୋଟ୍ ଅର୍ଥାତ୍ 84,000 କୋଟି ଟଙ୍କା ଆସିବା ବାକି ଅଛି। ସେପ୍ଟେମ୍ବର 30, 2023 ହେଉଛି ଏହି ନୋଟଗୁଡିକ ବିନିମୟ କିମ୍ବା…

Read More

ମୁମ୍ବାଇ: ମହାରାଷ୍ଟ୍ରରେ ବଡ ରାଜନୈତିକ ଅସ୍ଥିରତା ପରେ ୟୁ-ଟର୍ନର ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଛି। ଅଜିତ ପାୱାରଙ୍କ ସହ ବିଦ୍ରୋହ କରିଥିବା ଦୁଇ ଜଣ ବିଧାୟକ ଘରକୁ ଫେରିଛନ୍ତି। ଅଜିତ ପାୱାରଙ୍କ ସମର୍ଥକ ବିଧାୟକ ଦିଲୀପ ମୋହିତ ପାଟିଲ ଆଜି ଦାବି କରିଛନ୍ତି ଯେ, କୌଣସି କାରଣ ନକହି ଅଜିତ ପାୱାର ଗତକାଲି ବିଧାୟକଙ୍କ ଦସ୍ତଖତ ନେଇଛନ୍ତି। ଆମେ ତାଙ୍କ ପଦକ୍ଷେପ ସହିତ ସହମତ ନୁହଁ। ରବିବାର ଦିନ ଶପଥ ଗ୍ରହଣ ସମାରୋହରେ ଦିଲୀପ ମୋହିତ ପାଟିଲ ଉପସ୍ଥିତ ଥିଲେ। ଦିଲୀପଙ୍କ ବ୍ୟତୀତ, ବିଦ୍ରୋହର ପରଦିନ ଏନସିପି ବିଧାୟକ ମକରନ୍ଦ ପାଟିଲ ମଧ୍ୟ ଏନସିପି ମୁଖ୍ୟ ଶରଦ ପାୱାରଙ୍କ ସହ ହାଜର ହୋଇଥିଲେ। ରବିବାର ଦିନ ଶପଥ ଗ୍ରହଣ ସମାରୋହରେ ମକରନ୍ଦ ପାଟିଲ ଯୋଗ ଦେଇଥିଲେ ଏବଂ ଆଜି ଶରଦ ପାୱାରଙ୍କ କାରରେ ବସିଥିବାର ନଜର ଆସିଥିଲେ। ବିଦ୍ରୋହୀ ବିଧାୟକଙ୍କ ଉପରେ ଏନସିପିର କାର୍ଯ୍ୟାନୁଷ୍ଠାନ: ଏହି ସମୟରେ ଶପଥ ଗ୍ରହଣ କରିଥିବା…

Read More

ମୁମ୍ବାଇ: ମହାରାଷ୍ଟ୍ରରେ ରାଜନୈତିକ ସରଗରମ ପରେ ଉତ୍ତେଜନା ଜାରି ରହିଛି। ବର୍ତ୍ତମାନ ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି (ଏନସିପି) ବିଦ୍ରୋହୀ ବିଧାୟକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ସେମାନଙ୍କୁ ଦଳରୁ ବହିଷ୍କାର କରିଛି। ଏହି ବିଧାୟକମାନଙ୍କୁ ବରଖାସ୍ତ କରି ଏନସିପିର ମହାରାଷ୍ଟ୍ର ୟୁନିଟ୍ ସଭାପତି ଜୟନ୍ତ ପାଟିଲ କହିଛନ୍ତି ଯେ, ଦଳର ପ୍ରତୀକ ବ୍ୟବହାର ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଜୟନ୍ତ ପାଟିଲଙ୍କ ଏହି ନିଷ୍ପତ୍ତି ଏନସିପି ମୁଖ୍ୟ ଶରଦ ପାୱାରଙ୍କ ସମର୍ଥନ ମିଳିଛି। ତାଙ୍କ ନିଷ୍ପତ୍ତିକୁ ଆମେ ସମର୍ଥନ କରିବୁ ବୋଲି ଶରଦ ପାୱାର କହିଛନ୍ତି। ଆମେ ଏକ ନୂତନ ସଂଗଠନ ଛିଡା କରିବୁ। ସେ କହିଛନ୍ତି ଯେ, “ସେଥିପାଇଁ ମୁଁ ଚିନ୍ତିତ ନୁହେଁ କାରଣ ଏହା ମୋ ପାଇଁ ଦୁଇ-ତିନିଥର ଘଟିଛି। ରାଜ୍ୟରେ ଆମର ସଂଗଠନ ଶକ୍ତିଶାଳୀ।” ଶରଦ ପାୱାର କହିଛନ୍ତି ଯେ, “ଥରେ ମୁଁ ବିଦେଶ ଗଲା ପରେ ଅନେକ ଲୋକ ଦଳ ଛାଡିଥିଲେ, ମୁଁ ଚିନ୍ତିତ…

Read More

କୈଳାଶ ଚନ୍ଦ୍ର ଚୌଧୁରୀ ବ୍ରହ୍ମପୁର: ବଡ଼ବଜାର ଥାନା ଅନ୍ତର୍ଗତ ଓମ୍ ନଗରରେ ଗତ ଜୁନ ୧୭ ତାରିଖରେ ଗୋଟିଏ ନକଲି ମଦ ତିଆରି କାରଖାନା ଉପରେ ପୋଲିସ ଚଢ଼ାଉ କରିଥିଲା। ଏହାପରେ ପୋଲିସ ଗୋଟିଏ ପରେ ଗୋଟିଏ ସଫଳତା ହାସଲ କରୁଛି। ଚଢ଼ାଉ ବେଳେ ବହୁ ପରିମାଣର ନକଲି ମଦ ତିଆରି ସାମଗ୍ରୀ ଜବତ କରିଥିବା ବେଳେ ବୋତଲ ଯୋଗାଉଥିବା ଜନୈକ କବାଡି ଦୋକାନ ବାଲାକୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଏହି କିଛି ଦିନ ତଳେ ମଦ ତିଆରି କରୁଥିବା ବେପାରୀ ତାରିଣୀ ଜେନାଙ୍କୁ ଜେଲରୁ ରିମାଣ୍ଡରେ ଆଣି ପଚରାଉଚରା କରିବା ବେଳେ ନକଲି ମଦ ତିଆରି ପାଇଁ ସ୍ପିରିଟ, ଲେବଲ୍ ଓ ଅନ୍ୟାନ୍ୟ ସାମଗ୍ରୀ କଲିକତାରୁ ଆଣୁଥିବା ପୋଲିସ ଆଗରେ ପ୍ରକାଶ କରିଥିଲା। ଯ’ଦ୍ଵାରା ପୋଲିସ ତାରିଣୀଙ୍କୁ ଧରି କଲିକତା ସହରର ବୁରା ବଜାର ସ୍ଥିତ ସାଗର ଗେଷ୍ଟ୍ ହାଉସରୁ ଉକ୍ତ ସାମଗ୍ରୀ ଯୋଗାଉଥିବା ଦଲାଲ୍…

Read More

ନୂଆଦିଲ୍ଲୀ: ଶେଷରେ ଲୋକଙ୍କ ଅପେକ୍ଷା ଆଜି ଶେଷ ହେବାକୁ ଯାଉଛି ଏବଂ ସେମାନେ ମୋଟରୋଲାର 2 ଟି ନୂତନ ସ୍ମାର୍ଟଫୋନର ଝଲକ ପାଇବାକୁ ଯାଉଛନ୍ତି। କମ୍ପାନୀ ଆଜି ଅପରାହ୍ନ 5 ଟାରେ Motorola Razr 40 ସିରିଜ୍ ଲଞ୍ଚ କରିବ। ଏହି ସିରିଜ୍ ଅଧୀନରେ 2 ଟି ସ୍ମାର୍ଟଫୋନ୍ ଲଞ୍ଚ ହେବ ଯେଉଁଥିରେ Motorola Razr 40 ଏବଂ 40 Ultra ଅନ୍ତର୍ଭୁକ୍ତ। ଆପଣ କମ୍ପାନୀର ୟୁଟ୍ୟୁବ୍ ଚ୍ୟାନେଲ ମାଧ୍ୟମରେ ଘରେ ବସି ଲଞ୍ଚ ଇଭେଣ୍ଟ ଦେଖିପାରିବେ। ଆପଣ ଉଭୟ ଫୋନରେ କେଉଁ ସ୍ପେକସ ପାଇବେ ଏବଂ ଏହାର ମୂଲ୍ୟ କେତେ ହେବ ଜାଣନ୍ତୁ… Motorola Razr 40 ର ସ୍ପେକସ ଏବଂ ମୂଲ୍ୟ: ଏହି ସ୍ମାର୍ଟଫୋନରେ କମ୍ପାନୀ Snapdragon 7 Gen 1 SoC, 8 ଜିବି ରାମ୍, 256 ଜିବି ଷ୍ଟୋରେଜ୍, 6.9-ଇଞ୍ଚ ଭିତର FHD + AMOLED ଡିସପ୍ଲେ ଏବଂ 1.9-ଇଞ୍ଚ AMOLED ଡିସପ୍ଲେ ପ୍ରଦାନ କରିବ।…

Read More

ମୁମ୍ବାଇ: ରବିବାର ଦିନ ମହାରାଷ୍ଟ୍ର ରାଜନୀତିରେ ଭୂକମ୍ପ ପରେ ଏବେ ଅନୁମାନ କରାଯାଉଛି ଯେ ରାଷ୍ଟ୍ରବାଦୀ କଂଗ୍ରେସ ଦଳର ନେତା ମଧ୍ୟ ମୋଦୀ ସରକାରରେ ମନ୍ତ୍ରୀ ହୋଇପାରନ୍ତି। ତେବେ ଏପର୍ଯ୍ୟନ୍ତ କେହି ଏ ବାବଦରେ କୌଣସି ଅଫିସିଆଲ୍ ନିଶ୍ଚିତକରଣ ଦେଇନାହାଁନ୍ତି। ପ୍ରକାଶ ଯେ, ଶାସକ ଭାରତୀୟ ଜନତା ପାର୍ଟିର ଶୀର୍ଷ ନେତୃତ୍ୱର ଅନେକ ପର୍ଯ୍ୟାୟ ବୈଠକ ପରେ କେନ୍ଦ୍ରୀୟ ମନ୍ତ୍ରୀମଣ୍ଡଳର ଅଦଳବଦଳକୁ ନେଇ ଚର୍ଚ୍ଚା ଜୋର ଧରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି କେନ୍ଦ୍ରୀୟ ମନ୍ତ୍ରୀପରିଷଦ ବୈଠକରେ ଆଜି ଅଧ୍ୟକ୍ଷତା କରିବେ। ବରିଷ୍ଠ ଏନସିପି ସାଂସଦ ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ପ୍ରଫୁଲ୍ଲ ପଟେଲଙ୍କୁ ସମ୍ଭାବ୍ୟ ମନ୍ତ୍ରୀ ଭାବରେ ଦେଖାଯାଉଛି। ପଟେଲଙ୍କୁ ଏନସିପି ମୁଖ୍ୟ ଶରଦ ପାୱାରଙ୍କ ଅତି ନିକଟତର ବିବେଚନା କରାଯାଉଥିଲା କିନ୍ତୁ ସେ ଶରଦଙ୍କୁ ଛାଡି ଅଜିତ ପାୱାରଙ୍କ ସହ ହାତ ମିଳାଇଥିଲେ। ଏନସିପି ନେତା ପ୍ରଫୁଲ୍ଲ ପଟେଲ କହିଛନ୍ତି ଯେ ଆମେ ଏକନାଥ ସିନ୍ଦେ ଏବଂ ଦେବେନ୍ଦ୍ର…

Read More

ସୀତାରାମ ଅଗ୍ରୱାଲ ବାଲୁଗାଁ: ଆଜି ସକାଳେ ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ସାନ୍ତରାପୁର ସହିଦ ନଗରରେ ଅଭାବନୀୟ ଘଟଣା ଘଟିଯାଇଛି। ବାବୁ ପଣ୍ଡାଙ୍କ ସ୍ତ୍ରୀ ଟିକିନି ପଣ୍ଡା (୩୫) ନିକଟସ୍ଥ ମଙ୍ଗେଇ ପୋଖରୀରେ ଗାଧୋଉ ଥିବାବେଳେ ଅସାବଧାନତା ବଶତଃ ତାଙ୍କର ଗୋଡ ଖସି ଯିବାରୁ ପୋଖରୀ ମଧ୍ୟକୁ ପଶି ଯାଇଥିଲେ। ସେଠାରେ ଅନ୍ୟ ଜଣେ ମହିଳା ତାଙ୍କୁ ଦେଖି ସ୍ଥାନୀୟ କିଛି ବ୍ୟକ୍ତିଙ୍କୁ ଡାକିଥିଲେ। ହେଲେ କିଛି ଲୋକ ପୋଖରୀ ମଧ୍ୟରେ ଖୋଜାଖୋଜି କରିଥିଲେ ସୁଦ୍ଧା କୌଣସି ସୁଫଳ ନମିଳିବାରୁ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଖବରପାଇ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ପୋଖରୀରେ ବହୁ ସମୟ ଧରି ଖୋଜାଖୋଜି କରିବାପରେ ମହିଳାଙ୍କୁ ପାଇ ବାଲୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ମାତ୍ର ଡାକ୍ତର ସେଠାରେ ମହିଳାଙ୍କୁ ମୃତ ଘୋଷଣା କରିଛନ୍ତି।

Read More

ମୁମ୍ବାଇ: ମହାରାଷ୍ଟ୍ରର ରାଜନୀତିରେ ଏକ ନୂଆ ଝଡ ସୃଷ୍ଟି ହୋଇଛି। ଶିବସେନାର ଏକନାଥ ସିନ୍ଦେ, ଏନସିପିକୁ ଦୁଇ ଭାଗରେ ବିଭକ୍ତ କରି ଅଜିତ ପାୱାର ଉପ-ମୁଖ୍ୟମନ୍ତ୍ରୀ ପଦବୀ ସମ୍ଭାଳିଛନ୍ତି। କୁହାଯାଉଛି ଯେ, ଏହି ଖେଳ ଏପରି ଭାବରେ ଖେଳାଯାଇଥିଲା ଯେ, ରାଜନୀତିର ଜଣେ ଅଭିଜ୍ଞ ଖେଳାଳି ଶରଦ ପାୱାର ଏ ବିଷୟରେ କୌଣସି ସୂଚନା ପାଇ ନଥିଲେ। ମୋଟାମୋଟି ଭାବେ, ଶିବସେନା ପରେ ଏନସିପିରେ ବିଭାଜନରୁ କେବଳ ଗୋଟିଏ ଦଳକୁ ବଡ଼ ଲାଭ ମିଳିଛି ଏବଂ ସେଇଟା ହେଉଛି ବିଜେପି। ଆଗାମୀ ଲୋକସଭା ଏବଂ ବିଧାନସଭା ନିର୍ବାଚନ ପରେ ଏହା ବିଜେପି ପାଇଁ ଏକ ଲାଭଜନକ ଚୁକ୍ତି ଭାବେ ବିବେଚନା କରାଯାଉଛି। ଅଜିତ ପାୱାରଙ୍କ ବିଦ୍ରୋହ ପରେ ମହାରାଷ୍ଟ୍ରର ନମ୍ବର ଖେଳ କେତେ ବଦଳିଛି ଆସନ୍ତୁ ଜାଣିବା….. ବିଜେପିକୁ ମିଳିଲା ଶକ୍ତି: ସମସ୍ତ ରାଜ୍ୟ ପରି ମହାରାଷ୍ଟ୍ରରେ ମଧ୍ୟ ବିଜେପି ଆଞ୍ଚଳିକ ଦଳର ସହାୟତାରେ କ୍ଷମତାକୁ ଆସିବା ପାଇଁ କାର୍ଯ୍ୟ କରିଥିଲା।…

Read More

ଟାଙ୍ଗୀ: ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ଝରିଆ ଗ୍ରାମରେ ଚାଷ ଜମିରେ ହଳ କରୁଥିବା ବେଳେ ଆଜି ଜଣେ ଚାଷୀ ଗୁରୁତର ହୋଇପଡ଼ିଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ପରୀକ୍ଷା ନୀରିକ୍ଷା ପରେ ଡାକ୍ତର ଚାଷୀଙ୍କୁ ମୃତ ଘୋଷଣା କରିଥିଲେ। ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବା ବେଳେ ମୃତ ଚାଷୀଙ୍କର ନାମ ଅଜୟ ପଲାଇ ( ୪୩) ବୋଲି ଜଣାପଡିଛି। ବର୍ତ୍ତମାନ ଶବ ଜବତ କରି ତଦନ୍ତ କରୁଛି ପୋଲିସ୍। ନିଜ ଚାଷ ଜମିରେ ଖରଡି ଧାନ ବୁଣିବା ପାଇଁ ଅଜୟ ଟ୍ରାକ୍ଟର ସହ ଧାନ ନେଇ ନିଜ ଚାଷ ଜମିକୁ ଯାଇଥିଲେ। ଚାଷ ଜମିରେ ହଳ କରିସାରି ଧାନ ବୁଣୁଥିବା ବେଳେ ସେ ହଠାତ୍ ଗୁରୁତର ହୋଇ ଅସୁସ୍ଥ ହୋଇ ପଡିଥିଲେ। ଅଜୟ ଜଣେ ଗରୀବ ଚାଷୀ ହୋଇଥିବାରୁ ତାଙ୍କ ପରିବାରକୁ ସରକାରୀ ସହାୟତା ଦେବାକୁ ସାଧାରଣରେ ଦାବି ହେଉଛି।

Read More

ନୂଆଦିଲ୍ଲୀ: ନୂଆଦିଲ୍ଲୀର ଉଚ୍ଚ ସୁରକ୍ଷା ଏବଂ ନୋ-ଫ୍ଲାଇଙ୍ଗ୍ ଜୋନ୍ ତଥା ପ୍ରଧାନମନ୍ତ୍ରୀଙ୍କ ବାସଭବନ ଉପରେ ଡ୍ରୋନ୍ ଉଡିବାର ଫୋନକୁ ନେଇ ଆତଙ୍କ ସୃଷ୍ଟି ହୋଇଛି। ସୂଚନାନୁସାରେ, ଆଜି ସକାଳ ୫ ଟା ସମୟରେ ଜଣେ ବ୍ୟକ୍ତି ପ୍ରଧାନମନ୍ତ୍ରୀଙ୍କ ବାସଭବନ ଉପରେ କିଛି ଉଡ଼ିବା ଦେଖିବା ପରେ କଲ କରିଥିଲେ, ଯାହା ପରେ ସୁରକ୍ଷା ଏଜେନ୍ସି ଏବଂ ପୋଲିସକୁ ସତର୍କ କରାଯାଇଥିଲା। ସୂଚନା ପରେ, ଏସପିଜି ତଦନ୍ତ ଆରମ୍ଭ କରିଥିଲେ। କିନ୍ତୁ ଏହି ସମୟରେ କିଛି ମିଳିଲା ନାହିଁ, ଯାହା ପରେ ସମସ୍ତେ ଦୀର୍ଘ ନିଶ୍ୱାସ ଛାଡିଥିଲେ। ଦିଲ୍ଲୀ ପୋଲିସ ଏହି ଘଟଣାର ତଦନ୍ତ କରୁଛି। ପ୍ରଧାନମନ୍ତ୍ରୀଙ୍କ ବାସଭବନ ଲୋକ କଲ୍ୟାଣ ମାର୍ଗରେ ଅବସ୍ଥିତ ଏବଂ ସମଗ୍ର ଅଞ୍ଚଳ ନୋ ଫ୍ଲାଇଙ୍ଗ ଜୋନ୍ ଅନ୍ତର୍ଗତ। ଏଟିସି ସହିତ ମଧ୍ୟ ଯୋଗାଯୋଗ କରାଯାଇଥିଲା: ଦିଲ୍ଲୀ ପୋଲିସ ଏକ ବିବୃତ୍ତି ଜାରି କରି କହିଛି ଯେ, ଅନୁସନ୍ଧାନ ବେଳେ ଏୟାର ଟ୍ରାଫିକ ନିୟନ୍ତ୍ରଣ (ଏଟିସି) ର…

Read More

ନୂଆଦିଲ୍ଲୀ: ଅକ୍ଟୋବର ୫ ତାରିଖରୁ ଭାରତରେ ଆୟୋଜିତ ହେବାକୁ ଥିବା ଆଇସିସି ଦିନିକିଆ ବିଶ୍ୱକପ ପାଇଁ ଶ୍ରୀଲଙ୍କା ଦଳ ମଧ୍ୟ ନିଜର ସ୍ଥାନ ନିଶ୍ଚିତ କରିଛି। ଏହାପୂର୍ବରୁ ୮ ଟି ଦଳ ମେଗା ଇଭେଣ୍ଟ ପାଇଁ ସିଧାସଳଖ ଯୋଗ୍ୟତା ଅର୍ଜନ କରିଥିଲେ। ଏଥି ସହିତ ଅବଶିଷ୍ଟ ୨ ଟି ସ୍ଥାନ ପାଇଁ ଜିମ୍ବାୱେରେ ଯୋଗ୍ୟତା ପର୍ଯ୍ୟାୟ ରାଉଣ୍ଡ ଖେଳାଯାଉଛି। ଏଥିରେ ଶ୍ରୀଲଙ୍କା ଦଳ ଭଲ ପ୍ରଦର୍ଶନ କରୁଥିବାବେଳେ ଏପର୍ଯ୍ୟନ୍ତ ସମସ୍ତ ମ୍ୟାଚ୍ ଜିତିଛି। ଶ୍ରୀଲଙ୍କା ଦଳ ନିଶ୍ଚିତ ହେବା ସହିତ ବର୍ତ୍ତମାନ ୩ ଟି ଦଳ ମୁଖ୍ୟ ଇଭେଣ୍ଟ ପାଇଁ ଦୌଡରେ ଅଛନ୍ତି। ଏଥିରେ ଆୟୋଜକ ଜିମ୍ବାୱେ କ୍ରିକେଟ୍ ଦଳ ମଧ୍ୟ ଅନ୍ତର୍ଭୁକ୍ତ। ଏପର୍ଯ୍ୟନ୍ତ ଜିମ୍ବାୱେ ଏହି ଟୁର୍ଣ୍ଣାମେଣ୍ଟରେ ବହୁତ ଭଲ ପ୍ରଦର୍ଶନ କରିଛି, କିନ୍ତୁ ଶ୍ରୀଲଙ୍କା ବିପକ୍ଷ ମ୍ୟାଚରେ ପରାଜୟ ପରେ ସେମାନଙ୍କ ବିଶ୍ୱକପ ୨୦୨୩ ପାଇଁ ଯୋଗ୍ୟତା ହାସଲ କରିବା ଟିକେ କଷ୍ଟସାଧ୍ୟ ହୋଇପଡିଛି। ଜିମ୍ବାୱେ ଦଳକୁ ବର୍ତ୍ତମାନ…

Read More

ଚାଣକ୍ୟ ନୀତି: ଯଦି ଜଣେ ବ୍ୟକ୍ତି ଚାହାଁନ୍ତି, ତେବେ ସେ ଏକ ଅଜ୍ଞାତ ଜିନିଷରୁ ମଧ୍ୟ ବହୁତ କିଛି ଶିଖିପାରିବେ, ଯାହା ଜୀବନରେ ତାଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇପାରେ। ଆଚାର୍ଯ୍ୟ ଚାଣକ୍ୟଙ୍କ ଅନୁଯାୟୀ ବିଭିନ୍ନ ପ୍ରାଣୀଙ୍କଠାରୁ ସଫଳତା ଏବଂ ସୁଖମୟ ଜୀବନ ପାଇଁ ଅନେକ ଜିନିଷ ଶିଖିବା ଉଚିତ। ଯଦିଓ ପଶୁମାନେ ନିରବ ରହିଛନ୍ତି, ତଥାପି ସେମାନେ ନିଜର ଶକ୍ତି ଏବଂ ପ୍ରତିଭା ପ୍ରଦର୍ଶନ କରିବାକୁ ପଛଘୁଞ୍ଚା ଦିଅନ୍ତି ନାହିଁ। ପ୍ରତ୍ୟେକ ଜୀବଙ୍କର ନିଜସ୍ୱ ଗୁଣ ଅଛି, ଯାହା ମଣିଷକୁ ବହୁତ କିଛି ଶିକ୍ଷା କରିବାର କ୍ଷମତା ରଖିଥାଏ। ଗଧ ଏପରି ପଶୁମାନଙ୍କ ମଧ୍ୟରୁ ଗୋଟିଏ। ଚାଣକ୍ୟ ନୀତି ଅନୁଯାୟୀ, ଯଦି ଆପଣ ଜୀବନରେ ଗୋଟିଏ ଗଧର ୩ ଟି ଜିନିଷ ଗ୍ରହଣ କରନ୍ତି, ବିଫଳତା ଆପଣଙ୍କୁ ସ୍ପର୍ଶ କରିବ ନାହିଁ। ପରିସ୍ଥିତି ସହ ଖାପ ଖୁଆଇବା: ଗଧ ପ୍ରବଳ ଉତ୍ତାପ ଏବଂ ହାଡ-ଥଣ୍ଡା ଶୀତରେ ଦୃଢ ବାହେ ରୁହେ,…

Read More