ଚାଣକ୍ୟନୀତି: ପିତାମାତା ହେବା ଜୀବନର ସବୁଠାରୁ ବଡ ସୁଖ। କିନ୍ତୁ ଆଚାର୍ଯ୍ୟ ଚାଣକ୍ୟଙ୍କ ଅନୁଯାୟୀ, ଯେତେବେଳେ ପିଲାମାନେ ପିତାମାତାଙ୍କ ନାମକୁ ବିଶ୍ୱରେ ପ୍ରସିଦ୍ଧ କରନ୍ତି, ସେତେବେଳେ ସନ୍ତାନ ପ୍ରାପ୍ତିର ସୁଖ ଅଧିକ ମିଳିଥାଏ। ଅଭିଭାବକମାନେ ନିଜ ପିଲାମାନଙ୍କୁ ସଫଳ କରିବା ପାଇଁ ଯଥା ସମ୍ଭବ ଚେଷ୍ଟା କରନ୍ତି, ଯାହାଦ୍ୱାରା ସେମାନେ ଜୀବନର ସମସ୍ତ ସୁଖ ସୁବିଧା ପାଇପାରିବେ। ମା, ବାପା ଏବଂ ପିଲାମାନଙ୍କ ବିଷୟରେ ଆଚାର୍ଯ୍ୟ ଚାଣକ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବିଚାର କହିଛନ୍ତି। ଚାଣକ୍ୟ କହିଛନ୍ତି ଯେ, ମଣିଷ ପାଇଁ କେଉଁଟି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ? ଏପରି ପାପ ଅଛି, ଯାହା ଭଗବାନଙ୍କ ଘରେ ମଧ୍ୟ କ୍ଷମା ମିଳିବ ନାହିଁ। ମାନବ ଜୀବନର ସବୁଠାରୁ ବଡ ପାପ: ଅସ୍ତ୍ରଶସ୍ତ୍ର ଅପେକ୍ଷା ଜଣେ ବ୍ୟକ୍ତି ନିଜ କଥାରେ ଅନ୍ୟମାନଙ୍କୁ ଅଧିକ ଆଘାତ ଦେଇପାରେ। ତିକ୍ତ ଶବ୍ଦ ଏପରି ଏକ ଜିନିଷ ଯେ, ସ୍ପର୍ଶ ନକରି ଅନ୍ୟକୁ ଆକ୍ରମଣ କରାଯାଇପାରିବ। ଚାଣକ୍ୟ ଏକ ବିବୃତ୍ତିରେ କହିଛନ୍ତି…
Author: Samikhsya Bureau
ନୂଆଦିଲ୍ଲୀ: ବର୍ତ୍ତମାନ ଶ୍ରାବଣ ମାସ ଆରମ୍ଭ ହୋଇଯାଇଛି। ବିଶ୍ୱାସ କରାଯାଏ ଯେ, ଶ୍ରାବଣ ମାସ ହେଉଛି ଭଗବାନ ଶିବଙ୍କର ସବୁଠାରୁ ପ୍ରିୟ ମାସ। ଶ୍ରାବଣ ମାସରେ କରାଯାଇଥିବା ଉପାସନା ବିଶେଷ ଫଳାଫଳ ଦେଇଥାଏ। କେବଳ ଏତିକି ନୁହେଁ ଭଗବାନ ଶିବଙ୍କ କୃପା ସର୍ବଦା ତାଙ୍କ ଭକ୍ତଙ୍କ ଉପରେ ରହିଥାଏ। ଭଗବାନ ଶିବଙ୍କର ବିଶେଷ ଉପାସନା ଶ୍ରାବଣ ମାସରେ କରାଯାଇଥାଏ। ଶିବ ଭକ୍ତମାନେ ଶ୍ରାବଣ ମାସରେ ଭଗବାନ ଶିବଙ୍କ ଭକ୍ତିରେ ବୁଡି ରହିଥାନ୍ତି। ଶ୍ରାବଣ ମାସରେ ଗ୍ରହମାନଙ୍କୁ ସଠିକ୍ ଉପାସନା କରିବା ମଧ୍ୟ ଶାନ୍ତି ଆଣିଥାଏ। ଯଦି ରାହୁ, କେତୁ, ଶନି, ଚନ୍ଦ୍ର ସେମାନଙ୍କ ରାଶିରେ ଅଶୁଭ ଫଳାଫଳ ଦେଉଛନ୍ତି ଏବଂ ଜୀବନ ଅସୁବିଧାରେ ପରିପୂର୍ଣ୍ଣ, ତେବେ ଅର୍ଥର ଅଭାବ ରହିବ। ଯଦି ଆପଣ ରୋଗ ଇତ୍ୟାଦିରୁ ମୁକ୍ତି ପାଇ ନାହାଁନ୍ତି, ତେବେ ଶ୍ରାବଣ ମାସରେ ଭଗବାନ ଶିବଙ୍କ ଉପାସନା ଗ୍ରହମାନଙ୍କର ବାଧା ଦୂର ହୋଇଥାଏ। ଏହି କାରଣରୁ ଲୋକମାନେ ଶ୍ରାବଣ ମାସ ପାଇଁ…
ସୁଧାକର ମିଶ୍ର ନୟାଗଡ଼: ନୟାଗଡ଼ ସଦରଥାନା ଅନ୍ତର୍ଗତ ବାଲୁଗାଁରେ ଘଟିଥିବା ଏସିଡ୍ମାଡ ଘଟଣାରେ ପୋଲିସ ଶନିବାର ଦିନ ଅଭିଯୁକ୍ତକୁ ଗିରଫ କରିଛି। ଅଭିଯୁକ୍ତ ହେଲେ ବଣିଆସାହିର ବିଜୟ ପୃଷ୍ଟି। ପ୍ରକାଶ ଯେ, ଇଟାମାଟି ଥାନା ଚମ୍ପତିପୁର ଗ୍ରାମର ମାନସ ସାଥୁଆଙ୍କ ଭଉଣୀ ଲକ୍ଷ୍ମୀପ୍ରିୟା ସଦରଥାନା ବାଲୁଗାଁର ବିଜୟ ପୃଷ୍ଟିଙ୍କୁ ବିବାହ କରିଥିଲେ। ବିଜୟ ଅନେକ ସମୟରେ ଲକ୍ଷ୍ମୀଙ୍କୁ ନିର୍ଯ୍ୟାତନା ଦେଉଥିଲେ। ଏନେଇ ଲକ୍ଷ୍ମୀ ଥାନାରେ ବିଭିନ୍ନ ସମୟରେ ଅଭିଯୋଗ କରିବା ପରେ ସମାଧାନ ହୋଇଥିଲା। ଦୁଇଦିନ ତଳେ ବିଜୟ ପୁଣିଥରେ ଲକ୍ଷ୍ମୀକୁ ମାଡ ମାରିବାରୁ ସେ ଥାନାରେ ଅଭିଯୋଗ କରିବା ସହ ଘରକୁ ପଳାଇ ଯାଇଥିଲେ। ଗତକାଲି ମାନସ ବାଲୁଗାଁକୁ ସାର ନେବାକୁ ଆସି ଗାଁକୁ ଫେରୁଥିବା ବେଳେ ବିଜୟ ଏବଂ ଅନ୍ୟ ଦୁଇଜଣ ପୂର୍ବରୁ ପ୍ରସ୍ତୁତ ହୋଇ ଶିବମନ୍ଦର ପଛପଟେ ଲୁଚିଥିଲେ। ସେ ଆସିବା ଦେଖି ହଠାତ୍ ତାଙ୍କ ପଛପଟକୁ ଏସିଡ୍ ଫୋପାଡିଥିଲେ। ସ୍ଥାନୀୟ ଲୋକେ ମାନସଙ୍କୁ ଡାକ୍ତରଖାନା ପଠାଇଥିଲେ…
ମେଷ:– ଆଜି ଏକ ଭଲ ଦିନ ହେବ। ନୂତନ ବ୍ୟବସାୟ ସଂପ୍ରସାରଣ ଯୋଜନା ଗଠନ ହୋଇପାରେ। କଣ୍ଟିଜେନ୍ସି ଲାଭ ପ୍ରଦାନ କରାଯିବ, ଯାହା ଆର୍ଥିକ ସ୍ଥିତିକୁ ମଜବୁତ କରିବ। ବନ୍ଦ ହୋଇଥିବା ଟଙ୍କା ମିଳିପାରିବ। କୌଣସି କାରବାରରୁ ଦୂରେଇ ରୁହନ୍ତୁ। କଠିନ ପରିଶ୍ରମ ଏବଂ ପ୍ରୟାସ ଦ୍ୱାରା ସମସ୍ତ କାର୍ଯ୍ୟରେ ସଫଳତା ପାଇବେ। ପରିବାର ସଦସ୍ୟଙ୍କ ସମ୍ପୂର୍ଣ୍ଣ ସମର୍ଥନ ରହିବ। ପରିବାରର ପରିବେଶ ଆପଣଙ୍କ ପାଇଁ ଅନୁକୂଳ ହେବ। ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ବିବାହିତ ଜୀବନ ସୁଖୀ ହେବ। ବୃଷ:– ଆଜି ଶୁଭ ହେବ। ବ୍ୟବସାୟରେ କଣ୍ଟିଜେଣ୍ଟ୍ ଲାଭ ହେଉଛି। ଚାକିରିରେ ପଦୋନ୍ନତି ହେବାର ସମ୍ଭାବନା ଅଛି। ସ୍ଥାନାନ୍ତର ସହିତ ଆୟ ମଧ୍ୟ ବୃଦ୍ଧି ପାଇପାରେ, ଯାହା ଆର୍ଥିକ ସ୍ଥିତିକୁ ମଜବୁତ କରିବ। କିଛି ନୂଆ କରିବାକୁ ଇଚ୍ଛା ମଧ୍ୟ ରହିବ। କୌଶଳ ହେତୁ ଜଣେ ଅଧିକାରୀଙ୍କଠାରୁ ସମ୍ମାନ ପାଇପାରିବେ। ସ୍ୱାସ୍ଥ୍ୟ ଭଲ ହେବ। ସ୍ଥଗିତ କାର୍ଯ୍ୟ କରାଯାଇପାରିବ। ପ୍ରେମ କାର୍ଯ୍ୟରେ ସଫଳତା ପାଇବେ।…
ଭୁବନେଶ୍ୱର : ଓଡିଶାର ଶିକ୍ଷାନୁଷ୍ଠାନଗୁଡିକର ମୂଲ୍ୟାୟନ କ୍ଷେତ୍ରରେ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ରାଜନୀତି କରୁଛନ୍ତି। ଗ୍ରାମୀଣ ଗୃହନିର୍ମାଣ, ମନରେଗା, ଦକ୍ଷତା ବିକାଶ, କ୍ରୀଡ଼ା ପ୍ରୋତ୍ସାହନ, ବିପର୍ଯ୍ୟୟ ପରିଚାଳନା ଏବଂ ଅନ୍ୟାନ୍ୟ କ୍ଷେତ୍ରରେ ଉତ୍କୃଷ୍ଟ ପ୍ରଦର୍ଶନ ପାଇଁ ଓଡିଶା କେନ୍ଦ୍ର ସରକାରଙ୍କ ଦ୍ୱାରା ପୁରସ୍କୃତ ହେଉଥିବାବେଳେ ଶିକ୍ଷା କ୍ଷେତ୍ରରେ ଏଭଳି ର୍ୟାଙ୍କିଂ ଅନେକଙ୍କୁ ଆଶ୍ଚର୍ଯ୍ୟ କରୁଥିବା କହିଛନ୍ତି ବିଜେଡି ସାଂସଦ ଡକ୍ଟର ସସ୍ମିତ ପାତ୍ର। ଡକ୍ଟର ପାତ୍ର କହିଛନ୍ତି ଯେ ଓଡିଶାରେ ପ୍ରାୟ ୮୦୦୦ ହାଇସ୍କୁଲରେ ରୂପାନ୍ତରଣ କରାଯାଉଛି ଯାହାକି ଲକ୍ଷ ଲକ୍ଷ ଛାତ୍ରଛାତ୍ରୀଙ୍କୁ ଉଚ୍ଚମାନର ଶିକ୍ଷା ପ୍ରଦାନ କରୁଛି। ଓଡ଼ିଶା ଆରମ୍ଭ କରିଥିବା ମୋ ସ୍କୁଲ ଅଭିଯାନ ଯାହା କି ଦେଶରେ ଅତୁଳନୀୟ ଏବଂ ଏହାକୁ ସାରା ରାଜ୍ୟରେ ପ୍ରଶଂସା କରାଯାଉଛି, ଶିକ୍ଷା ମନ୍ତ୍ରଣାଳୟର ବିଦ୍ୟାଳୟଗୁଡ଼ିକର ପର୍ଫମାନ୍ସ ଗ୍ରେଡିଂ ଇଣ୍ଡେକ୍ସ (ପିଜିଆଇ) ରିପୋର୍ଟରେ ଓଡିଶା ର଼୍ୟାଙ୍କିଙ୍ଗରେ ହ୍ରାସ ଘଟିବା ଆଶ୍ଚର୍ଯ୍ୟଜନକ। ଏଥିରୁ ସ୍ପଷ୍ଟ ଜଣାପଡୁଛି ଯେ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ଦ୍ୱାରା…
ଭୁବନେଶ୍ୱର: ଆଜି ପୂର୍ବାହ୍ନ ସାଢେ ଦଶଟା ବେଳେ ନୟାପଲ୍ଲୀସ୍ଥିତ ଏକ ହୋଟେଲରେ ବଡ଼ ଧରଣର ଧର୍ମାନ୍ତରୀକରଣ କାର୍ଯ୍ୟକ୍ରମ ଚାଲିଥିବା ସମୟରେ ସ୍ଥାନୀୟ ବଜରଙ୍ଗ ଦଳ ଓ ବିଶ୍ୱ ହିନ୍ଦୁ ପରିଷଦର କାର୍ଯ୍ୟକର୍ତ୍ତାମାନେ ପହଞ୍ଚି ସେମାନଙ୍କ ଯୋଜନାକୁ ଭଣ୍ଡୁର କରି ଦେଇଛନ୍ତି । ଏକ ସୂଚନା ପାଇ ବଜରଙ୍ଗ ଦଳ ଏବଂ ବିଶ୍ବ ହିନ୍ଦୁ ପରିଷଦ କର୍ମିମାନେ ଚଢ଼ାଉ ପରେ ପୋଲିସକୁ ଖବର ଦେଇଥିଲେ। ଉପରୋକ୍ତ ସ୍ଥାନରେ ନୟାପଲ୍ଲୀ ପୋଲିସ୍ ତିନି ଜଣ ଅଭିଯୁକ୍ତଙ୍କ ବିରୁଦ୍ଧରେ ମାମଲା ଦାଏର କରିଛି। ଖୋଦ୍ ରାଜଧାନୀ ଛାତି ଉପରେ ଏଭଳି ଚାଲିଥିବା ବେଳେ ପୋଲିସ୍ ପ୍ରଶାସନର ଭୂମିକା ଉପରେ ଏକ ଗଭୀର ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ବୋଲି କହିଛନ୍ତି ବିଶ୍ୱ ହିନ୍ଦୁ ପରିଷଦର ଭୁବନେଶ୍ୱର ଜିଲ୍ଲା ସଭାପତି ଶ୍ରୀଯୁକ୍ତ ଲକ୍ଷ୍ମୀ ନାରାୟଣ ରଥ। ଭୁବନେଶ୍ୱର ମହାନଗର ଭିତରେ ଏଭଳି କାର୍ଯ୍ୟକ୍ରମ ଦୀର୍ଘ ଦିନ ଧରି ଚାଲିଆସୁଥିବା ବେଳେ ସଠିକ୍ ସୂଚନା ଅଭାବରୁ ଧର୍ମାନ୍ତରୀକରଣ ଭଳି ଅପରାଧିକ…
ନୂଆଦିଲ୍ଲୀ: ଚଳିତ ବର୍ଷ ଅକ୍ଟୋବର-ନଭେମ୍ବରରେ ଭାରତରେ ଖେଳାଯିବାକୁ ଥିବା ୨୦୨୩ ଦିନିକିଆ ବିଶ୍ୱକପରେ ପାକିସ୍ତାନ ଦଳର ଅଂଶଗ୍ରହଣ ଉପରେ ନିଷ୍ପତ୍ତି ନେବାକୁ ପାକିସ୍ତାନର ପ୍ରଧାନମନ୍ତ୍ରୀ ଶାହାବାଜ ସରିଫ ବୈଦେଶିକ ମନ୍ତ୍ରୀ ବିଲାୱାଲ ଭୁଟ୍ଟୋଙ୍କ ନେତୃତ୍ୱରେ ଏକ ଉଚ୍ଚ ସ୍ତରୀୟ କମିଟି ଗଠନ କରିଛନ୍ତି। ଏହି କମିଟି ଭାରତ-ପାକିସ୍ତାନ ସମ୍ପର୍କର ସମସ୍ତ ଦିଗ, କ୍ରୀଡା ଏବଂ ରାଜନୀତିକୁ ପୃଥକ ରଖିବା ପାଇଁ ସରକାରଙ୍କ ନୀତି ଏବଂ ଖେଳାଳି, ଅଧିକାରୀ, ପ୍ରଶଂସକ ଏବଂ ଗଣମାଧ୍ୟମ ପାଇଁ ଭାରତର ସ୍ଥିତି ଉପରେ ଆଲୋଚନା କରିବ। ପ୍ରକାଶ ଯେ ପ୍ରଧାନମନ୍ତ୍ରୀ ମଧ୍ୟ ପାକିସ୍ତାନ କ୍ରିକେଟ୍ ବୋର୍ଡ (ପିସିବି) ର ଆବାହକ ଅଟନ୍ତି। ଆନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି) ଏବଂ ଭାରତୀୟ କ୍ରିକେଟ୍ ବୋର୍ଡ (ବିସିସିଆଇ) ବିଶ୍ୱକପ୍ର କାର୍ଯ୍ୟସୂଚୀ ଘୋଷଣା କରିସାରିଛନ୍ତି ଏବଂ ସେମାନେ ଆଶା କରୁଛନ୍ତି ଯେ ଅକ୍ଟୋବର ୫ ତାରିଖରୁ ପାକିସ୍ତାନ କ୍ରିକେଟ୍ ମହାକୁମ୍ଭ ପାଇଁ ଭାରତ ଗସ୍ତ କରିବ। ତେବେ ତାଙ୍କୁ ପିସିବି ପକ୍ଷରୁ…
ଭୁବନେଶ୍ଵର: କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶନିବାର ଭୁବନେଶ୍ୱର ସ୍ଥିତ ଇନଷ୍ଟିଚ୍ୟୁଟ୍ ଅଫ୍ ହେଲଥ୍ ସାଇନ୍ସ(ଆଇଏଚଏସ) ପରିଦର୍ଶନ କରିବା ଅବସରରେ ଏହି ଅନୁଷ୍ଠାନକୁ ସ୍ୱୟଂଶାସିତ ମହାବିଦ୍ୟାଳୟ ଭାବରେ ଘୋଷଣା କରିଛନ୍ତି। ଏହି ପ୍ରତିଷ୍ଠାନକୁ ୟୁନିଭରସିଟି ଗ୍ରାଣ୍ଟ୍ କମିଶନ (ୟୁଜିସି) ସ୍ୱତନ୍ତ୍ର ବର୍ଗରେ ଅଟୋନୋମସ କଲେଜ ଭାବରେ ମାନ୍ୟତା ପ୍ରଦାନ କରିଛି ବୋଲି ସେ କହିଛନ୍ତି। କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଏହି ଗସ୍ତ କାଳରେ କ୍ୟାମ୍ପସ ପରିସରରେ ଦିବ୍ୟାଙ୍ଗ ଶିଶୁ ମାନଙ୍କ ପାଇଁ ଥିବା ମଡେଲ୍ ସେଣ୍ଟର, ଇଣ୍ଟିଗ୍ରେଟେଡ ରିହାବିଲିଟେସନ ସେଣ୍ଟର, କ୍ଲିନିକ୍ ବ୍ଲକ, ଏକାଡେମିକ ବ୍ଲକ, ବାଲମୁକୁନ୍ଦ ରେହାବ ହସ୍ପିଟାଲ ବୁଲି ଦେଖିବା ସହ ଦିବ୍ୟାଙ୍ଗ ଛାତ୍ରଛାତ୍ରୀ ଏବଂ ପ୍ରଶିକ୍ଷକ ମାନଙ୍କୁ ଭେଟିଥିଲେ। ସେ କହିଛନ୍ତି ଆଜି ମୋ ପାଇଁ ଏକ ସ୍ମରଣିୟ ଦିନ। ଶିକ୍ଷାନୁଷ୍ଠାନର ଅନୁକୂଳଯୁକ୍ତ ଶୈକ୍ଷିକ ବାତାବରଣରେ ଦିବ୍ୟାଙ୍ଗ ମାନଙ୍କୁ ଗୁଣାତ୍ମକ ଶିକ୍ଷା ସହ ବିଭିନ୍ନ ଚିକିତ୍ସା, ଥେରାପି ସହ ସମାଜର…
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ତେଲଙ୍ଗାନାର ୱାରାଙ୍ଗଲରେ ପ୍ରାୟ ୬୧୦୦ କୋଟି ଟଙ୍କା ମୂଲ୍ୟର ଅନେକ ଗୁରୁତ୍ୱପୂର୍ଣ୍ଣ ଭିତ୍ତିଭୂମି ବିକାଶ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଏହି ବିକାଶ କାର୍ଯ୍ୟରେ ୫୫୫୦ କୋଟିରୁ ଅଧିକ ମୂଲ୍ୟର ୧୭୬ କିଲୋମିଟର ଦୈର୍ଘ୍ୟ ଜାତୀୟ ରାଜପଥ ପ୍ରକଳ୍ପ ଏବଂ ୫୦୦ କୋଟିରୁ ଅଧିକ ମୂଲ୍ୟରେ ବିକଶିତ ହେବାକୁ ଥିବା କାଜିପେଟରେ ଏକ ରେଳ ଉତ୍ପାଦନ ୟୁନିଟ୍ ଅନ୍ତର୍ଭୁକ୍ତ। ପ୍ରଧାନମନ୍ତ୍ରୀ ଭଦ୍ରକାଳୀ ମନ୍ଦିରରେ ଦର୍ଶନ ଏବଂ ପୂଜା ମଧ୍ୟ କରିଥିଲେ। ଏହି ସମାବେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ମନ୍ତବ୍ୟ ଦେଇଛନ୍ତି ଯେ ଯଦିଓ ତେଲଙ୍ଗାନା ଏକ ନୂତନ ରାଜ୍ୟ ଏବଂ ଏହାର ଅସ୍ତିତ୍ୱର ମାତ୍ର ୯ ବର୍ଷ ପୂରଣ କରିଛି, ତଥାପି ଭାରତ ଇତିହାସରେ ତେଲଙ୍ଗାନା ଏବଂ ଏହାର ଲୋକଙ୍କ ଅବଦାନ ଅତ୍ୟନ୍ତ ମହତ୍ୱପୂର୍ଣ୍ଣ । ସେ କହିଛନ୍ତି ଯେ ତେଲୁଗୁ ଲୋକଙ୍କ ଦକ୍ଷତା ସବୁବେଳେ ଭାରତର ସାମର୍ଥ୍ୟ ବୃଦ୍ଧି କରିଛି। ଭାରତକୁ ବିଶ୍ୱର…
ଭୁବନେଶ୍ୱର: ଓଡ଼ିଶା ଭଳି ଏକ କୃଷିପ୍ରଧାନ ରାଜ୍ୟରେ କୃଷକ ଓ କୃଷିର ବିକାଶ ନିମନ୍ତେ ଅକ୍ଲାନ୍ତ ପରିଶ୍ରମ କରୁଥିବା ୩୦୦୦ ଗ୍ରାମ୍ୟ କୃଷି କର୍ମଚାରୀଙ୍କ ନ୍ୟାୟେଚିତ ଦାବି ପୂରଣରେ ରାଜ୍ୟ ସରକାରଙ୍କ ଅବହେଳା ପାଇଁ ସାରା ଓଡ଼ିଶାର ଗ୍ରାମ୍ୟ କୃଷି କର୍ମଚାରୀ ସଂଘ ଅସନ୍ତୋଷ ବ୍ୟକ୍ତ କରିଛି। ନ୍ୟାୟୋଚିତ ଦାବି ପୂରଣରେ ଅଯଥା କାଳକ୍ଷେପଣ ଓ ପାତର ଅନ୍ତର ତଥା ହେୟ ମନୋଭାବକୁ ପରିହାର କରି ଆଲୋଚନା ମାଧ୍ୟମରେ ଦାବି ପୂରଣ ନକଲେ ଆସନ୍ତା ଜୁଲାଇ ୧୪ ତାରିଖରୁ ୨୦ ତାରିଖ ପର୍ଯ୍ୟନ୍ତ ସମଗ୍ର ରାଜ୍ୟରେ ଶାନ୍ତପୂର୍ଣ୍ଣ ଭାବରେ କଳାବ୍ୟାଜ୍ ପରିଧାନ କରାଯିବ ଏବଂ ତା ୨୩.୭.୨୩ରେ ସମସ୍ତ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀଙ୍କୁ ଦାବି ପତ୍ର ପ୍ରଦାନ କରାଯିବ। ତଥାପି ଯଦି ସରକାର ସଂଘର ଦାବି ପୂରଣ ନ କରନ୍ତି, ତେବେ ଆସନ୍ତା ୧.୮.୨୩ରୁ ସମଗ୍ର ରାଜ୍ୟରେ ଶାନ୍ତିପୂର୍ଣ୍ଣ ଭାବେ କାର୍ଯ୍ୟବନ୍ଦ ଆନ୍ଦୋଳନ ସହିତ ସଂଘର ସମସ୍ତ କର୍ମଚାରୀ ସମୂହ…
ଭୁବନେଶ୍ଵର: ଆଜି କ୍ରାଇମବ୍ରାଞ୍ଚ ଏସଟିଏଫକୁ ବଡ ସଫଳତା ମିଳିଛି। ଖୋର୍ଦ୍ଧା ବାଘମାରୀ ଅଞ୍ଚଳରୁ ୧ କୋଟି ଟଙ୍କା ମୂଲ୍ୟର ବ୍ରାଉନ ସୁଗାର ଜବତ କରିଛି। ଏହା ସହିତ ଜଣେ ଅଭିଯୁକ୍ତଙ୍କୁ ଏସଟିଏଫ ଗିରଫ କରିଛି। ସୂଚନା ଅନୁଯାୟୀ, ଖୋର୍ଦ୍ଧା ବାଘମାରୀ ଅଞ୍ଚଳରେ ବ୍ରାଉନ ସୁଗାର ଡିଲ ହେଉଥିବାର ଏସଟିଏଫ ପାଖକୁ ସୂଚନା ଆସିଥିଲା। ତେବେ ବିଳମ୍ବ ନକରି କାରବାର ଚାଲିଥିବା ବେଳେ ଏସଟିଏଫ ଘଟଣାସ୍ଥଳରେ ପହଞ୍ଚିଯାଇଥିଲା। ଯାହାଫଳରେ ଏସଟିଏଫ ୧ କିଲୋ ୧୦୦ ଗ୍ରାମର ବ୍ରାଉନସୁଗାର ଜବତ କରିବାରେ ସଫଳ ହୋଇଥିଲା। ଏବଂ ସେଠାରୁ ଜଣେ ଡିଲରଙ୍କୁ ଏସଟିଏଫ ଗିରଫ କରିଥିଲା।
ରଣପୁର: ରଣପୁର ପୂର୍ତ୍ତ ବିଭାଗ ଅଧିନ ରଣପୁର -ଦର୍ପନାରାୟଣପୁର ରାସ୍ତା ଏବେ ପ୍ରଶସ୍ତିକରଣ କରାଯାଇ ଲକ୍ଷାଧିକ ଟଙ୍କା ବ୍ୟୟରେ କାମ ଚାଲିଛି। ତେବେ ଉକ୍ତ କାମ ପାଇଁ କାର୍ଯ୍ୟାଦେଶ ପାଇଥିବା ଠିକାଦାରଙ୍କ ମନମାନୀ ଚରମ ସୀମାରେ ପହଂଚି ଥିବା ଦେଖିବାକୁ ମିଳିଛି। ଏପରିକି ବିନା ଫଳକରେ ଅତି ନିମ୍ମମାନର କାମ ହେଉଥିବା ବେଳେ ଅଧା ପନ୍ତରିଆ କାମ ଯୋଗୁଁ ପ୍ରତ୍ୟେହ ଦୁର୍ଘଟଣା ବଢିବାରେ ଲାଗିଛି। ଫଳରେ ଅଚଂଳବାସୀ ଅତିଷ୍ଠ ହୋଇପଡିଥିବା ଅଭିଯୋଗ ହେଉଛି। ତେବେ ଗତ ଦେଢ ମାସ ତଳେ ଉକ୍ତ ରାସ୍ତାରେ ସାନଗଡ ଠାରେ ନିର୍ମାଣଧିନ ଏକ ଶଙ୍ଖ ଭିତରେ ପଡି ଜୈନିକ ବାଇକ ଚାଳକ ଅତି ଗୁରୁତର ହୋଇ ପଡିଥିବା ବେଳେ ଏକ ନିଶ୍ଚିତ ମୃତ୍ୟୁ ମୁଖରୁ ବର୍ତ୍ତୀ ଯାଇଥିଲେ। ସେହିପରି ଅନୁରୂପ ଭାବେ ଆଜି ଭୋର ୫ ଟାରେ ଏକ ବାଇକ ଆରୋହୀ ଉକ୍ତ ରାସ୍ତା ଦେଇ ନୟାଗଡ ଆଡୁ ରଣପୁର ଅଭିମୁଖେ ଯାଉଥିବା ବେଳେ ବାଟରେ…
ଭୁବନେଶ୍ୱର: ୧୮୧୭ ମସିହାରେ ଘଟିଥିବା ପାଇକ ବିଦ୍ରୋହକୁ ଭାରତର ପ୍ରଥମ ସ୍ୱାଧୀନତା ସଂଗ୍ରାମ ଭାବେ ଘୋଷଣା କରାଯାଉ ଯାହା ୧୮୫୭ ବିଦ୍ରୋହର ୪୦ ବର୍ଷ ପୂର୍ବରୁ ଘଟିଥିଲା ବୋଲି ବିଜେଡି ପକ୍ଷରୁ ଦାବି କରାଯାଇଛି। ଆଜି ଏଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ବେଗୁନିଆ ବିଧାୟକ ରାଜେନ୍ଦ୍ର ସାହୁ, ଖୋର୍ଦ୍ଧା ଜିଲ୍ଲା ବିଜେଡି ସଭାପତି ତଥା ପୂର୍ବତନ ବିଧାୟକ ବିଭୂତି ବଳବନ୍ତରାୟ ଏବଂ ଭୁବନେଶ୍ୱର ଉତ୍ତର ବିଧାୟକ ସୁଶାନ୍ତ ରାଉତ ମିଳିତ ଭାବେ କହିଛନ୍ତି ଯେ ବକ୍ସି ଜଗବନ୍ଧୁଙ୍କ ବୀରତ୍ୱର କିମ୍ବଦନ୍ତୀ ସହିତ ଓଡିଶାର ପାଇକ ବିଦ୍ରୋହ ଗତ ଦୁଇ ଶତାବ୍ଦୀରୁ ଅଧିକ ସମୟ ଧରି ୪.୫ କୋଟି ଓଡିଆଙ୍କୁ ପ୍ରେରଣା ଦେଇ ଚାଲିଛି। ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ୧୮ଜୁଲାଇ ୨୦୧୭ରେ ଓଡିଶା କ୍ୟାବିନେଟ ପାଇକ ବିଦ୍ରୋହକୁ ସ୍ୱାଧୀନତାର ପ୍ରଥମ ସଂଗ୍ରାମ ଭାବେ ଘୋଷଣା କରିବାକୁ ଏକ ସଂକଳ୍ପ ପାରିତ କରିଥିଲା। ୨୦୧୭ ଜୁଲାଇ ୧୯ରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସେତେବେଳେ…
ନୂଆଦିଲ୍ଲୀ: ଟ୍ରେନରେ ବସିବା ପାଇଁ ରହିଥିବା ସୁବିଧାର ସର୍ବୋତ୍ତମ ଉପଯୋଗକୁ ଦୃଷ୍ଟିରେ ରଖି, ସବୁ ଏସି ସିଟ୍ ଥିବା ଟ୍ରେନରେ ରିହାତି ଭଡ଼ା ଯୋଜନା କାର୍ଯ୍ୟକାରୀ କରିବା ଲାଗି ଜୋନ୍ ସ୍ତରୀୟ ରେଳବାଇକୁ କ୍ଷମତା ଦେବା ନିମନ୍ତେ ରେଳ ମନ୍ତ୍ରଣାଳୟ ନିଷ୍ପତ୍ତି ନେଇଛି। ରିହାତି ଭଡ଼ା ଯୋଜନାର ପ୍ରଯୁଜ୍ୟତା: ଅନୁଭୂତି ଓ ଭିଷ୍ଟାଡୋମ୍ କୋଚ୍ ସମେତ ଏସି ଯାତ୍ରା ସୁବିଧା ଥିବା ସବୁ ଟ୍ରେନର ଏସି ଚେୟାର କାର୍ ଏବଂ ଏଗ୍ଜିକ୍ୟୁଟିଭ୍ ଶ୍ରେଣୀରେ ରିହାତି ଯୋଜନା ଲାଗୁ ହେବ। ମୂଳ ଭଡ଼ା ଉପରେ ସର୍ବାଧିକ 25% ପର୍ଯ୍ୟନ୍ତ ରିହାତି ସୁବିଧା ମିଳିବ। ଟିକେଟ ସଂରକ୍ଷଣ ଶୁଳ୍କ, ସୁପରଫାଷ୍ଟ ସର୍ଚ୍ଚାର୍ଜ, ଜିଏସଟି ଆଦି ଅନ୍ୟାନ୍ୟ ପ୍ରଯୁଜ୍ୟ ଶୁଳ୍କ ପୃଥକ ଭାବେ ଲାଗୁ ହେବ। ଟ୍ରେନରେ ଯାତ୍ରୀଙ୍କ ସଂଖ୍ୟାକୁ ଆଧାର କରି ଯେକୌଣସି କିମ୍ବା ସବୁ ଶ୍ରେଣୀରେ ରିହାତି ପ୍ରଦାନ କରାଯିବ। ବିଗତ 30 ଦିନ ମଧ୍ୟରେ 50%ରୁ କମ୍ (ଆରମ୍ଭରୁ ଶେଷ ପର୍ଯ୍ୟନ୍ତ…
ଦୁଷ୍ମନ୍ତ କୁମାର ପଣ୍ଡା କଳାହାଣ୍ଡି: ଆଜି ସ୍ଥାନୀୟ ଜିଲ୍ଲା ପରିଷଦ ସମ୍ମିଳନୀ ଗୃହରେ କଳାହାଣ୍ଡି ଲୋକସଭା ସାଂସଦ ବସନ୍ତ ପଣ୍ଡାଙ୍କ ଅଧ୍ୟକ୍ଷତାରେ ୨୦୨୩-୨୪ ବର୍ଷର ପ୍ରଥମ ଦିଶା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର କୁମାର ସିଂହଦେଓ, ଜୁନାଗଡ ବିଧାୟକ ଦିବ୍ୟ ଶଙ୍କର ମିଶ୍ର, ଲାଞ୍ଜିଗଡ ବିଧାୟକ ପ୍ରଦୀପ କୁମାର ଦିଶାରୀ, ଜିଲ୍ଲାପାଳ ପି ଅନ୍ୱେଷା ରେଡ୍ଡୀ, ସଦର ବିଧାୟକ ପ୍ରତିନିଧି ମନୋଜ ସାହୁ, ନର୍ଲା ବିଧାୟକ ପ୍ରତିନିଧି ସୁଧିର ମହାନ୍ତି, ଅତିରିକ୍ତ ଉନ୍ନୟନ ଜିଲ୍ଲା ପରିଷଦ ବିରଞ୍ଚି ନାରାୟଣ ଦର୍ୱାନ୍ ପ୍ରମୁଖ ଯୋଗ ଦେଇଥିଲେ। ଏହା ସହିତ ବୈଠକରେ ଅତିରିକ୍ତ ଜିଲ୍ଲାପାଳ, ସମସ୍ତ ବ୍ଲକ୍ ଅଧ୍ୟକ୍ଷ, ସରପଞ୍ଚ, ଜୁନାଗଡ, କେସିଙ୍ଗା, ଧର୍ମଗଡ ଏନ୍ ଏ ସି ଅଧ୍ୟକ୍ଷ, ଭବାନୀପାଟଣା ପୌରପାଳିକା ଅଧ୍ୟକ୍ଷା, ଏନ୍ ଜି ଓ କର୍ମକର୍ତ୍ତା ଓ ଜିଲ୍ଲା ସ୍ତରୀୟ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ। ପ୍ରଥମେ ଜିଲ୍ଲାପାଳ କଳାହାଣ୍ଡି “ଦିଶା” ବୈଠକରେ…
ସୀତାରାମ ଅଗ୍ରୱାଲ ଚିଲିକା: ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶ କ୍ରମେ ରାଜ୍ୟ ସରକାର ପ୍ରକୃତିମୟୀ ନିଳାମ୍ବୁ ଚିଲିକାରୁ ବେଆଇନ ଘେରି ଉଚ୍ଛେଦ ଅଭିଯାନ ଜାରି ରଖିଛନ୍ତି। ଏହି ପରିପ୍ରେକ୍ଷୀରେ ଆଜି ପୂର୍ବାହ୍ନରେ ଚିଲିକାରେ ବେଆଇନ ଘେରି ଉଚ୍ଛେଦ ଅଭିଯାନ ଜାରି ରହିଥିବା ବେଳେ ପ୍ରଥମ ଦିନରେ ପାଖାପାଖି ୬୦୦ ହେକ୍ଟର ଅଞ୍ଚଳ ଘେରିମୁକ୍ତ ହୋଇଛି। ଉକ୍ତ ଅଭିଯାନରେ ଚିଲିକା ତହସିଲଦାର ଦିଲ୍ଲୀପ କୁମାର ଷଡଙ୍ଗୀ, ଅତିରିକ୍ତ ତହସିଲଦାର ସମୀକ୍ଷା ପାଣି, ବାଲୁଗାଁ ପୋଲିସ କର୍ମଚାରୀ, ଚିଲିକା ମତ୍ସ୍ୟ ବିଭାଗ କର୍ମଚାରୀ, ସିଡିଏ କର୍ମଚାରୀ ଓ ଟିମ ସାମିଲ ଥିଲେ। ପ୍ରଥମ ଦିନରେ ଚିଲିକା ବ୍ଲକ ଅନ୍ତର୍ଗତ ବଡ଼କୁଳ ଜେଟି ଠାରୁ ବାଲୁଗାଁ ପର୍ଯ୍ୟନ୍ତ ପ୍ରାୟତଃ ୬୦୦ ହେକ୍ଟର ଅଞ୍ଚଳକୁ ଘେରିମୁକ୍ତ କରାଯାଇଛି। ସକାଳ ୭.୩୦ ରୁ ଅପରାହ୍ନ ୧.୩୦ ପର୍ଯ୍ୟନ୍ତ ଉକ୍ତ ଉଚ୍ଛେଦ ଅଭିଯାନ ଚାଲିଥିବା ବେଳେ ସମୁଦାୟ ୧୨ ହଜାର ଫୁଟ ଜିରୋ ନେଟ(୨୫ କୁଇଣ୍ଟାଲ) ଉକ୍ତ ଅଞ୍ଚଳରୁ ଜବତ କରାଯାଇଥିବା…
ନୂଆଦିଲ୍ଲୀ: ଆଜି କଂଗ୍ରେସ ନେତା ତଥା ପୂର୍ବତନ ସାଂସଦ ରାହୁଳ ଗାନ୍ଧୀ ଅନ୍ନଦାତାଙ୍କ ସହିତ ମିଶି ଧାନ ରୋଇଛନ୍ତି। ସେ ଆଜି ହରିଆନାର ସୋନପଥ ନିକଟସ୍ଥ ମାଡିନା ଗ୍ରାମର ଚାଷୀମାନଙ୍କ ସହିତ ଧାନ ଚାଷରେ ଚାଷୀଙ୍କୁ ସାହାଯ୍ୟ କରିଛନ୍ତି। ଦିଲ୍ଲୀରୁ ସିମିଳା ଯାଉଥିବା ବେଳେ ବାଟରେ ରାହୁଳ ଚାଷୀଙ୍କ ଏହି କାମ ଦେଖି ଗାଡିରୁ ଓହ୍ଲାଇ ଚାପଲ କାଢି ବିଲ ଭିତରକୁ ପ୍ରବେଶ କରିଥିଲେ। ଏହା ଦେଖିବା ପରେ ସେଠାକାର ଚାଷୀ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ସେ ଏକ ଟ୍ରାକ୍ଟର ଚଲାଇ କୃଷକମାନଙ୍କ ସହ କଥାବାର୍ତ୍ତା କରିଥିଲେ। ସେତେବେଳେ ଝିପିଝିପି ବର୍ଷା ହେଉଥିଲେ ମଧ୍ୟ ରାହୁଳ ସେମାନଙ୍କ ସହିତ କିଛି ସମୟ ବିତାଇଥିଲେ। ଗାଁର ଜଣେ କୃଷକ ସଂଜୟ କୁମାର କହିଛନ୍ତି ଯେ ହଠାତ୍ ତାଙ୍କ କ୍ଷେତ ନିକଟରେ କାରଗୁଡିକ ଅଟକି ଯାଇଥିଲା।ସେଥିମଧ୍ୟରୁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୋଟିଏ ଗାଡିରୁ ବାହାରି ଆସିଲେ। “ପ୍ରାରମ୍ଭରେ ଧାନ ରୋଉଥିବା ଚାଷୀମାନଙ୍କ ପାଖକୁ ରାହୁଲ…
ସୀତାରାମ ଅଗ୍ରୱାଲ ଚିଲିକା: ନିକଟରେ ବାଣପୁର-ବାଲୁଗାଁ ପୋଲିସ ମିଳିତ ଭାବେ ଶାଳିଆ ଡ୍ୟାମ ଠାରେ ବଡ ଧରଣର ଡକାୟତି ଯୋଜନା ପଣ୍ଡ କରିଥିବା ବେଳେ ୬ ଦୁର୍ଦ୍ଦାନ୍ତ ଡକାୟତଙ୍କୁ ଗିରଫ କରିଥିଲା। ତେବେ ଉକ୍ତ ଗ୍ୟାଙ୍ଗର ଅନ୍ୟ ତିନି ଅଭିଯୁକ୍ତ ଫେରାର ହୋଇଯାଇଥିବା ଖୋର୍ଦ୍ଧା ଏସପି ପ୍ରେସ ମିଟ ଜରିଆରେ ସୂଚନା ଦେଇଥିଲେ। ବାଣପୁର ପୋଲିସ ଉକ୍ତ ତିନି ଫେରାର ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ଜାଲ ବିଛାଇଥିବା ବେଳେ ଗତକାଲି ରାତିରେ ଜଣେ ଫେରାର ଅଭିଯୁକ୍ତଙ୍କୁ ଗିରଫ କରିବାରେ ସକ୍ଷମ ହୋଇଛି। ଅଭିଯୁକ୍ତ ଜଣକ ନିରାକାରପୁର ଥାନା ଖଜୁରୀପଡା ଗ୍ରାମର ବବୁଲ ଖାନ ଓରଫ ଫିରୋଜ ଶାହ ବୋଲି ଜଣାପଡିଛି। ବବୁଲଙ୍କୁ ବାଣପୁର ପୋଲିସ ବାଲୁଗାଁ ଷ୍ଟେସନ ପରିସରରୁ ଗିରଫ କରିଥିବା ଜଣାପଡିଛି। ତେବେ ଖୁବଶୀଘ୍ର ଫେରାର ଥିବା ଅନ୍ୟ ଦୁଇ ଅଭିଯୁକ୍ତ ଗିରଫ ହେବେ ବୋଲି ଆଇଆଇସି ଜୟପ୍ରକାଶ ପରିଡ଼ା ସୂଚନା ଦେଇଛନ୍ତି।
ଭୁବନେଶ୍ୱର: ବର୍ତ୍ତମାନ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍ରେ ରୋବୋଟ୍ ସହାୟତାରେ ଆଣ୍ଠୁ ପ୍ରତ୍ୟାରୋପଣ କରାଯାଉଛି। ଏହି ପଦ୍ଧତିରେ ଅସ୍ତ୍ରୋପଚାର ଅଧିକ ସଫଳ ହେଉଛି ଏବଂ ଅଳ୍ପ ଦିନ ମଧ୍ୟରେ ରୋଗୀ ସୁସ୍ଥ ହେଉଛନ୍ତି। ପାରମ୍ପରିକ ଆଣ୍ଠୁ ପ୍ରତ୍ୟାରୋପଣ ପ୍ରକ୍ରିୟା ଓ ରୋବୋଟ ସହାୟତାର ପ୍ରକ୍ରିୟା ସମାନ ଅଟେ। ପ୍ରତ୍ୟାରୋପଣରେ ଆଣ୍ଠୁରେ ନଷ୍ଟ ହୋଇଯାଇଥିବା ତନ୍ତୁଗୁଡ଼ିକୁ ବାହାର କରାଯାଇ କୃତ୍ରିମ ଗଣ୍ଠି ଯୋଡା ଯାଇଥାଏ। ତେବେ ରୋବୋଟିକ ଆର୍ମ ସହାୟତାରେ ହେଉଥିବା ଅସ୍ତ୍ରୋପଚାରକୁ ସଫ୍ଟୱେୟାର ଏବଂ ସର୍ଜନ ନିୟନ୍ତ୍ରଣ କରିଥାନ୍ତି ବୋଲି ଆଇଏମ୍ଏସ୍ ଆଣ୍ଡ ସମ ହସ୍ପିଟାଲ୍ର ଅସ୍ଥିଶଲ୍ୟ ବିଭାଗର ମୁଖ୍ୟ ପ୍ରଫେସର (ଡାକ୍ତର) ଅନିରୁଦ୍ଧ ଦାଶ ସୂଚନା ଦେଇଛନ୍ତି। ଜଟିଳ ସମସ୍ୟା ଥିବା କ୍ଷେତ୍ରରେ ରୋବୋଟ ସହାୟତାରେ କରାଯାଉଥିବା ଆଣ୍ଠୁ ପ୍ରତ୍ୟାରୋପଣ ପ୍ରକ୍ରିୟା ଦ୍ୱାରା ଆଣ୍ଠୁ ଚତୁଃପାଶ୍ୱର୍ରେ ଥିବା କୋମଳ ତନ୍ତୁଗୁଡ଼ିକର ପ୍ରତ୍ୟାରୋପଣ ଓ ଗଣ୍ଠିର ଉତମ ସଜ୍ଜିକରଣ ହୋଇପାରିଥାଏ ବୋଲି ସେ କହିଛନ୍ତି। ଓଡ଼ିଶାରେ ପ୍ରଥମ…
କୈଳାଶ ଚନ୍ଦ୍ର ଚୌଧୁରୀ ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା କୁକୁଡ଼ାଖଣ୍ଡି ବିଡ଼ିଓ ଡଃ ପଲ୍ଲବୀ ସ୍ବାଇଁଙ୍କୁ କୁକୁଡ଼ାଖଣ୍ଡି ଅବସରପ୍ରାପ୍ତ କର୍ମଚାରୀ ଓ ବରିଷ୍ଠ ନାଗରିକ ମାନଙ୍କ ପକ୍ଷରୁ ବିଭିନ୍ନ ସମସ୍ୟା ସମ୍ପର୍କରେ ଦାବିପତ୍ର ପ୍ରଦାନ କରାଯାଇଛି। ଏହି ଦାବିପତ୍ରରେ ବିଭିନ୍ନ ଦାବି ଯଥା ସଙ୍ଘ ଗୃହ ନିର୍ମାଣ, ସହରର ବିଭିନ୍ନ ସାହିକୁ ଗମନାଗମନର ସୁବିଧା, ପାନୀୟ ଜଳ ଯୋଗାଣ, ରାସ୍ତା ଆଲୋକର ଉନ୍ନତି କରଣ ସହ ପରିବେଶ ଜନିତ ସମସ୍ୟା ବିଷୟରେ ଉଲ୍ଲେଖ ରହିଛି। ବିଡିଓ ଦାବିପତ୍ର ଗ୍ରହଣ କରି ଅତି ଶୀଘ୍ର ବିଭିନ୍ନ ସମସ୍ୟାର ସମାଧାନ ପାଇଁ ପ୍ରତିଶ୍ରୁତି ଦେଇଥିଲେ। ଏହି ଦାବିପତ୍ର ପ୍ରଦାନ ବେଳେ ସଭାପତି ନିତ୍ୟାନନ୍ଦ ଦଳେଇ,ଏ ସନ୍ୟାସୀ,ଏ ଚିନ୍ତାମଣି, ଅର୍ଜୁନ ରାଉତ, ସୁର୍ଯ୍ୟ ନାରାୟଣ ପଟ୍ଟନାୟକ, ମାଧବ ରାଓ ଓ ପ୍ରକାଶ ଦୋରାଙ୍କ ସମେତ ବହୁ ବରିଷ୍ଠ ନାଗରିକ ଓ ବୁଦ୍ଧିଜୀବି ଉପସ୍ଥିତ ଥିଲେ।
ଲକ୍ଷ୍ନୌ: ଉତ୍ତରପ୍ରଦେଶର କୁଶୀନଗରରେ ସୁଭାସପା ସଭାପତି ଓମପ୍ରକାଶ ରାଜଭାରଙ୍କ ପୁଅ ଅରବିନ୍ଦ ରାଜଭରଙ୍କ ସହ ଦୁର୍ବ୍ୟବହାର ମାମଲା ସାମ୍ନାକୁ ଆସିଛି। ଏକ ହତ୍ୟା ମାମଲାରେ ମୃତକଙ୍କ ପରିବାରକୁ ସମବେଦନା ଜଣାଇବା ପାଇଁ ଅରବିନ୍ଦ ରାଜଭର ଗ୍ରାମ ସଭାକୁ ଯାଇଥିଲେ। ଅରବିନ୍ଦ ରାଜଭାରଙ୍କ ସୁରକ୍ଷା କ୍ଷେତ୍ରରେ ବଡ଼ ଧରଣର ଅଘଟଣ ଘଟିଥିବାର ଅଭିଯୋଗ କରି ସୁଭାସପା କର୍ମୀ କହିଛନ୍ତି ଯେ, ତାଙ୍କ କାରକୁ ଚାରିପାଖେ ଘେରି ରହି ନିଆଁ ଲଗାଇବାକୁ ଚେଷ୍ଟା କରାଯାଇଛି। ଅନ୍ୟପକ୍ଷରେ ଅରବିନ୍ଦ ରାଜଭାର ଏକ ଭିଡିଓ ବାର୍ତ୍ତା ଦେଇ କହିଛନ୍ତି ଯେ, ପୋଲିସକୁ ବାରମ୍ବାର ଜଣାଇବା ପରେ ମଧ୍ୟ ସୁରକ୍ଷା ବ୍ୟବସ୍ଥା କରାଯାଇ ନାହିଁ। ସେ କହିଛନ୍ତି ଯେ, ସ୍ଥାନୀୟ ଗାଁ ମୁଖିଆଙ୍କ ସହ ଦୁଇଶହରୁ ତିନି ଶହ ଲୋକଙ୍କ ଭିଡ ତାଙ୍କ ଗାଡିକୁ ଘେରି ରହି ଇଟା ଓ ପଥର ଫିଙ୍ଗି ଗାଡିଗୁଡିକୁ ଖରାପ କରିଦେଇଥିଲେ। ଜିଲ୍ଲା ପ୍ରଶାସନ ବିରୋଧରେ ଗୁରୁତର ଅଭିଯୋଗ ଆଣି ଅରବିନ୍ଦ ରାଜଭାର…

