ନୂଆଦିଲ୍ଲୀ: କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ସିଙ୍ଗାପୁରର ଉପପ୍ରଧାନମନ୍ତ୍ରୀ ତଥା ଅର୍ଥ ମନ୍ତ୍ରୀ ଲାରେନ୍ସ ଓଙ୍ଗ୍ ରବିବାର ଆଇଆଇଟି ଗାନ୍ଧିନଗରରେ ଅନୁଷ୍ଠିତ ‘ଜି-୨୦ ସିଙ୍ଗାପୁର ଭାରତ ହକାଥନ-୨୦୨୩’ର ତୃତୀୟ ସଂସ୍କରଣରେ ଯୋଗଦେଇଛନ୍ତି। ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ସମାଜର ଆହ୍ୱାନ ଗୁଡିକର ସମାଧାନର ସୂତ୍ର ଅନ୍ୱେଷଣ କରିବା ଦିଗରେ ହକାଥନକୁ ଆଗକୁ ନେବା ପାଇଁ ପରାମର୍ଶ ଦେଇଛନ୍ତି। ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରଣାଳୟର ସର୍ବଭାରତୀୟ ବୈଷୟିକ ବୈଷୟିକ ଶିକ୍ଷା ପରିଷଦ(ଏଆଇସିଟିଇ) ଏବଂ ନାନୟାଙ୍ଗ୍ ଟେକ୍ନୋଲୋଜିକାଲ ବୈଷୟିକ ବିଶ୍ୱବିଦ୍ୟାଳୟ(ଏନଟିୟୁ) ପକ୍ଷରୁ ଏହି ହକାଥନର ତୃତୀୟ ସଂସ୍କରଣ ଆୟୋଜିତ ହୋଇଥିଲା । ଏହି ସମାରୋହରେ ଉଭୟ ମନ୍ତ୍ରୀ ଜଳବାୟୁ ପରିବର୍ତ୍ତନ ଏବଂ ଆର୍ଥିକ ଅନ୍ତର୍ଭୁକ୍ତୀକରଣ ପାଇଁ ସମାଧାନ ସୃଷ୍ଟି କରିବା ପାଇଁ ସହଯୋଗ କରୁଥିବା ହକାଥନର ବିଜେତାମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ଶ୍ରୀ ପ୍ରଧାନ ହକାଥନରେ ଅଂଶଗ୍ରହଣ କରିଥିବା ଛାତ୍ରଛାତ୍ରୀ ଏବଂ ଷ୍ଟାର୍ଟଅପ୍ ସହ…
Author: Samikhsya Bureau
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, “ଭାରତ କ’ଣ ଏହି ଦଶକର ଉଦୀୟମାନ ବଜାର ହୋଇପାରିବ?” ଶୀର୍ଷକ କ୍ୟାପିଟାଲ ଗ୍ରୁପର ନିବନ୍ଧ ଶେୟାର କରିଛନ୍ତି। ପ୍ରଧାନମନ୍ତ୍ରୀ ଟ୍ୱିଟ କରି କହିଛନ୍ତି ଯେ, “ଯୁବପୀଢି ଓ ଉଦ୍ୟୋଗୀମାନଙ୍କୁ ଏହି ୯ଟି ପଏଣ୍ଟ ଆକର୍ଷକ ଲାଗିବ। ଏବଂ ହଁ, ଭାରତ ଆହୁରି ଅଧିକ ପ୍ରଗତି କରିବାର ଦୃଢ ଇଚ୍ଛା ସହ ବିଶ୍ୱରେ ଏକ ଉଜ୍ଜ୍ୱଳ ସ୍ଥାନ।”
ନୂଆଦିଲ୍ଲୀ: ଦେଶରେ ଅନେକ ସ୍ଥାନରେ ଟମାଟୋର ମୂଲ୍ୟ ଅସ୍ବାଭାବିକ ଭାବରେ ଅଧିକ ଥିଲା। କେନ୍ଦ୍ର ସରକାରଙ୍କ ହସ୍ତକ୍ଷେପ କାରଣରୁ ଟମାଟୋର ପାଇକାରୀ ମୂଲ୍ୟ ହ୍ରାସ ହୋଇଛି। ଟମାଟୋର ପାଇକାରୀ ମୂଲ୍ୟ କିଲୋ ପିଛା 90 ଟଙ୍କା କରାଯିବ। ସାରା ଦେଶରେ 500 ରୁ ଅଧିକ ସ୍ଥାନରେ ସ୍ଥିତିର ପୁନଃ ଆକଳନ କରିବା ପରେ ରବିବାର 16 ଜୁଲାଇ 2023 ରେ ଏହାକୁ କିଲୋ ପିଛା 80 ଟଙ୍କାରେ ବିକ୍ରି କରିବାକୁ ନିଷ୍ପତ୍ତି ନିଆଯାଇଛି। ଭାରତୀୟ ରାଷ୍ଟ୍ରୀୟ କୃଷି ସହକାରୀ ବିପଣନ ସଂଘ (ନାଫେଡ୍) ଏବଂ ରାଷ୍ଟ୍ରୀୟ ଖାଉଟି ସହକାରୀ ସଂଘ (ଏନସିସିଏଫ୍) ମାଧ୍ୟମରେ ଦିଲ୍ଲୀ, ନଏଡା, ଲକ୍ଷ୍ମୌ, କାନପୁର, ବାରଣାସୀ, ମୁଜାଫରପୁର ଏବଂ ଆରାର ବିଭିନ୍ନ ସ୍ଥାନରେ ଆଜି ଠାରୁ ବିକ୍ରି ଆରମ୍ଭ କରାଯାଇଛି। ବର୍ତ୍ତମାନ ବଜାର ମୂଲ୍ୟ ଆଧାରରେ କାଲି ଠାରୁ ଏହି ବିକ୍ରିର ସଂପ୍ରସାରଣ ଆହୁରି ଅଧିକ ସହରକୁ କରାଯିବ। ଭାରତ ସରକାର ଗ୍ରାହକମାନଙ୍କୁ ସହାୟତା ପ୍ରଦାନ କରିବା…
ଭୁବନେଶ୍ୱର: ଚେନ୍ନାଇର ଚୋଳମଣ୍ଡଳ ଶିଳ୍ପୀଗ୍ରାମ ଆର୍ଟ ଗ୍ୟାଲେରୀଠାରେ ଓଡିଶାର ପ୍ରସିଦ୍ଧ ଆଦିବାସୀ ଚିତ୍ରକଳା ପ୍ରଦର୍ଶନୀକୁ ମୁଖ୍ୟ ଅତିଥି ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି, ପର୍ଯ୍ୟଟନ ମନ୍ତ୍ରୀ ଅଶ୍ୱିନୀ କୁମାର ପାତ୍ରଙ୍କ ଦ୍ୱାରା ଉଦଘାଟିତ ହୋଇ ଯାଇଛି। ଉଦଘାଟନୀ ଉତ୍ସବରେ ମାନ୍ୟବର ମନ୍ତ୍ରୀ ଶ୍ରୀ ପାତ୍ର ଆମର କଳା ଓ ସ୍ଥାପତ୍ୟକୁ ନେଇ କିପରି ଶିଳ୍ପୀମାନେ ଭାରତର ପ୍ରମୁଖ ସହର ମାନଙ୍କରେ ପ୍ରଦର୍ଶନୀ କରି ନିଜକୁ ପ୍ରତିଷ୍ଠିତ କରିପାରିବେ ତାହା ପ୍ରକାଶ କରିଥିଲେ। ଏଥି ସହିତ ଓଡିଶା ଲଳିତ କଳା ଏକାଡେମୀର ଏଭଳି ପ୍ରୟାସକୁ ଭୂୟଶୀ ପ୍ରଶଂସା କରିଥିଲେ। ସମ୍ମାନୀତ ଅତିଥି ଭାବେ ସଂସ୍କୃତି ବିଭାଗର ନିର୍ଦ୍ଦେଶକ ତଥା ଅତିରିକ୍ତ ଶାସନ ସଚିବ ଶ୍ରୀଯୁକ୍ତ ଦିଲୀପ କୁମାର ରାଉତରାୟ, ଚେନ୍ନାଇର ବିଶିଷ୍ଟ କବି, କଳା ସମୀକ୍ଷକ ଓ ଅନୁବାଦକ ଶ୍ରୀଯୁକ୍ତ ଇନ୍ଧ୍ରନ ରାଜେନ୍ଦ୍ରନ ଓ ଓଡିଶା ଲଳିତ କଳା ଏକାଡେମୀର ସଭାପତି ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ପ୍ରମୁଖ ଶିଳ୍ପୀମାନଙ୍କ ଚିତ୍ରକଳାକୁ ଅବଲୋଚନ…
ଭୁବନେଶ୍ୱର: କନିକାର ଗାନ୍ଧୀ ଭାବେ ପରିଚିତ କନିକା ପ୍ରଜା ଆନ୍ଦୋଳନର ଅଗ୍ରଦୂତ ବିପ୍ଳବୀ ଚକ୍ରଧର ବେହେରାଙ୍କର ଆଦର୍ଶ ଓ ଆଚରଣ ଥିଲା ଅନନ୍ୟ। ବିପ୍ଳବରୁ ଜନ୍ମ ନିଏ ଶାନ୍ତି ଏବଂ ପ୍ରଗତି। ଏହି ଦୃଷ୍ଟିରୁ ବିପ୍ଳବୀ ଚକ୍ରଧର ବେହେରା କନିକା ରାଜଶକ୍ତିକୁ ପ୍ରତିହତ କରି ଶାନ୍ତି ଓ ମୁକ୍ତି ପ୍ରତିଷ୍ଠାର ଅଗ୍ରଦୂତ ସାଜିଥିଲେ ବୋଲି ଅତିଥି ବକ୍ତାମାନେ ଉଲ୍ଲେଖ କରିଛନ୍ତି। ସୂଚନା ଓ ଲୋକସଂପର୍କ ବିଭାଗ ଆନୁକୂଲ୍ୟରେ ସ୍ଥାନୀୟ ଜୟଦେବ ଭବନଠାରେ ଆୟୋଜିତ ମହାନ ବିପ୍ଳବୀ ଚକ୍ରଧର ବେହେରାଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଭଣ୍ଡାରିପୋଖରୀ ବିଧାୟକ ପ୍ରଫୁଲ୍ଲ ସାମଲ ଚକ୍ରଧର ବେହେରାଙ୍କୁ ଏକାଧାରରେ ଜଣେ ଦୂରଦ୍ରଷ୍ଟା, ବିପ୍ଳବୀ, ଦରିଦ୍ରର ବନ୍ଧୁ, ବ୍ୟବସ୍ଥାପକ, ସଂଗଠକ ତଥା ଯୁଗପୁରୁଷ ଭାବେ ଅଭିହିତ କରିଥିଲେ। କନିକା ଜନଆନ୍ଦୋଳନକୁ ଅର୍ଦ୍ଧଶତାବ୍ଦୀ ଧରି ସଂଗଠିତ କରିବାରେ ବିପ୍ଳବୀ ଚକ୍ରଧର ବହୁ ତ୍ୟାଗ ଓ କଷ୍ଟ ସ୍ୱୀକାର କରିଥିଲେ। କନିକା ପ୍ରଜାଙ୍କ ହିତ ପାଇଁ…
ରାୟପୁର: ଛତିଶଗଡ଼ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନଙ୍କ ମୂଳ ଓଡ଼ିଆ ଆତ୍ମଜୀବନୀ ପୁସ୍ତକର ‘ସଂଗ୍ରାମ ସରିନାହିଁ’ର ଇଂରାଜି ଅନୁବାଦ ପୁସ୍ତକ ‘ବ୍ୟାଟେଲ୍ ନଟ୍ ୟେଟ୍ ଓଭର’ ନୂଆଦିଲ୍ଲୀ ସ୍ଥିତ ଇଣ୍ଡିଆ ଇଂଟରନ୍ୟାସ୍ନାଲ ସେଂଟରର, ସି.ଡି. ଦେଶମୁଖ ଅଡ଼ିଟୋରିୟମ ଠାରେ ମହାସମାରୋହରେ ଉନ୍ମୋଚିତ ହୋଇସାରିଛି। ଉକ୍ତ ପୁସ୍ତକ ରାଜ୍ୟପାଳ ଶ୍ରୀ ହରିଚନ୍ଦନଙ୍କ ଛାତ୍ରରାଜନୀତି ଠାରୁ ଆରମ୍ଭ କରି ତାଙ୍କର ସଂଗ୍ରାମରତ ମହତ୍ୱପୂର୍ଣ୍ଣ ଘଟଣାର ବାସ୍ତବ ଉପସ୍ଥାପନା ପୁସ୍ତକକୁ ଆକର୍ଷଣୀୟ କରିଛି। ଜରୁରିକାଳୀନ ଅବସ୍ଥା ବେଳେ ଓଡ଼ିଶା ତଥା ଭାରତୀୟ ଲୋକମାନଙ୍କ ପ୍ରତି ହୋଇଥିବା ଅତ୍ୟାଚାର ଓ ଅନୀତି ବିରୋଧରେ ତାଙ୍କର ସ୍ୱର ଉତୋଳନ ଓ ପଦଦଳିତ ହୋଇଥିବା ନ୍ୟାୟ ବ୍ୟବସ୍ଥାକୁ ସଜାଡ଼ିବା ପାଇଁ ତାଙ୍କ ଲଢ଼େଇ ଅଭିପ୍ରେତ ବୋଲି ପୁସ୍ତକରେ ସୂଚିତ ହୋଇଛି। ସେହିପରି ରାଜନୀତିରେ ତାଙ୍କ ମନ୍ତ୍ରୀତ୍ୱ ସମୟରେ ଓଡ଼ିଶା ପାଇଁ ସେ କରିଥିବା ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟ ଏବଂ ତାଙ୍କ ରାଜନୈତିକ ଜୀବନର ଲକ୍ଷ ପୂରଣ ହୋଇଛି ବୋଲି ବର୍ଣ୍ଣିତ ହୋଇଥିବା…
ନୂଆଦିଲ୍ଲୀ: ଭାରତରେ ଚିତାବାଘଙ୍କ ସଂଖ୍ୟା ବୃଦ୍ଧି ପାଇଁ କେନ୍ଦ୍ର ସରକାର ଟ୍ରାନ୍ସଲୋକେସନ (ସ୍ଥାନାନ୍ତରଣ) ଜରିଆରେ ଦକ୍ଷିଣ ଆଫ୍ରିକା ଓ ନାମିବିୟାରୁ ୨୦ଟି ଚିତା ଆଣି ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନରେ ଛାଡିଥିଲେ। ସେମାନଙ୍କ ସ୍ୱଚ୍ଛ ବିଚରଣ ଓ ଖାଦ୍ୟ ଶିକାର ପାଇଁ ମଧ୍ୟ ଏହି ଅଭୟାରଣ୍ୟରେ ଆବଶ୍ୟକ ବ୍ୟବସ୍ଥା କରାଯାଇଛି। ତେବେ ଏହି କୋଡିଏ ଚିତାଙ୍କ ମଧ୍ୟରୁ ଏ ଯାଏ ପୂର୍ଣ୍ଣବୟସ୍କ ୫ଟି ଚିତାଙ୍କର ଏହି ଜାତୀୟ ଉଦ୍ୟାନରେ ମୃତ୍ୟୁ ଘଟିଲାଣି। ଜାତୀୟ ବ୍ୟାଘ୍ର ସଂରକ୍ଷଣ ପ୍ରାଧିକରଣ (ଏନ୍ଟିସିଏ) ପ୍ରାଥମିକ ବିଶ୍ଳେଷଣ ଅନୁସାରେ ଏହି ପାଂଚଟି ଯାକ ‘ଚିତା’ ପ୍ରାକୃତିକ କାରଣରୁ ମରିଛନ୍ତି। ଦେଶରେ ବ୍ୟାଘ୍ର ସଂରକ୍ଷଣ କ୍ଷେତ୍ରରେ ଏନ୍ଟିସିଏ ସର୍ବୋଚ୍ଚ ସଂସ୍ଥା। ଏହା ମଧ୍ୟ ଚିତା ପ୍ରକଳ୍ପକୁ କାର୍ଯ୍ୟକାରୀ କରୁଛି। ସଂସ୍ଥା ପକ୍ଷରୁ କୁହାଯାଇଛି ଯେ କୁନୋରେ ଚିତାଙ୍କ ମୃତ୍ୟୁ ନେଇ ଗଣମାଧ୍ୟମରେ ବିଭିନ୍ନ ପ୍ରକାର ଖବର ପ୍ରକାଶ ପାଉଛି। ରେଡିଓ କୋଲାର ବେକରେ ବନ୍ଧାଯାଇଥିବା କାରଣଠାରୁ ଆରମ୍ଭ କରି…
ମେଷ ରାଶିଫଳ- ଆଜି ଆପଣଙ୍କର ମିଶ୍ରର ଦିନ ଅଟେ। ଆଜି ଆପଣ ଅସୁସ୍ଥତା ଏବଂ ଚିନ୍ତା ଅନୁଭବ କରିବେ । ଶରୀରରେ ଥକାପଣ ଏବଂ ଅଳସୁଆତା ଏବଂ ମନରେ ବ୍ୟାକୁଳତା ଅନୁଭବ ହେବ । ଆଜି ଆପଣ ଟିକେ କ୍ରୋଧିତ ହେବେ ଯାହା ହେତୁ ଜିନିଷ ନଷ୍ଟ ହୋଇପାରେ । ଅଭ୍ୟାସରେ ନ୍ୟାୟ ଆଣିବାକୁ ଚେଷ୍ଟା କରନ୍ତୁ । ନିର୍ଦ୍ଦିଷ୍ଟ କାର୍ଯ୍ୟ କରିବାକୁ ଚେଷ୍ଟା କରନ୍ତୁ । ଧାର୍ମିକ ଯାତ୍ରା ଆୟୋଜିତ ହେବ । ଆଜି ଆପଣ ଯାହା ବି ଚେଷ୍ଟା କରୁଛନ୍ତି ତାହା ଭୁଲ୍ ଦିଗରେ ଅଛି । ବୃଷ ରାଶିଫଳ- ଆପଣଙ୍କ ଦିନକୁ ଯତ୍ନର ସହିତ ବିତାନ୍ତୁ । ଆଜି କୈଣସି ପ୍ରକାରର ନୂତନ କାର୍ଯ୍ୟ ଆରମ୍ଭ କରନ୍ତୁ ନାହିଁ । ଆଜି ଆପଣଙ୍କ ସ୍ୱାସ୍ଥ୍ୟ ଖରାପ ହୋଇପାରେ । ଖାଦ୍ୟ ଏବଂ ପାନୀୟରେ ବିଶେଷ ଯତ୍ନ ନେବା ଲାଭଦାୟକ ଅଟେ । ଆପଣ ଶାରୀରିକ ଥକ୍କା ଏବଂ ମାନସିକ ବିଭ୍ରାଟ…
ନୂଆଦିଲ୍ଲୀ: ଚନ୍ଦ୍ରଯାନ ୩ର ସଫଳ ଉତକ୍ଷେପଣ ପାଇଁ ଶୁଭକାମନା ଜଣାଇଥିବାରୁ ଭୁଟାନ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଭୁଟାନ ପ୍ରଧାନମନ୍ତ୍ରୀଙ୍କ ଏକ ଟୁଇଟ୍ର ଉତ୍ତର ଦେଇ ପ୍ରଧାନମନ୍ତ୍ରୀ ଟୁଇଟ୍ କରିଛନ୍ତି ଯେ, ‘ଆପଣଙ୍କ ଶୁଭକାମନା ପାଇଁ ଧନ୍ୟବାଦ। ବାସ୍ତବରେ ଚନ୍ଦ୍ରଯାନର ସଫଳତା ସମଗ୍ର ମାନବିକତା ପାଇଁ ଶୁଭଙ୍କର।’
ମୁମ୍ବାଇ: ଟିଭି ଦୁନିଆରେ ଲାଲୀ ଭାବରେ ଜଣାଶୁଣା ରତନ ରାଜପୁତ ଆଜି ମଧ୍ୟ ବହୁତ ସକ୍ରିୟ ରହିଛନ୍ତି। ସେ ସୋସିଆଲ ସାଇଟରେ ଲୋକ ଏବଂ ତାଙ୍କ ପ୍ରଶଂସକଙ୍କ ସହ ଯୋଡି ହୋଇ ରୁହନ୍ତି। ନିକଟରେ ସେ ମୁମ୍ବାଇରେ ତାଙ୍କର ପ୍ରଥମ ଦିନରେ ଘଟିଥିବା କାଷ୍ଟିଂ କାଉଚ୍ ଘଟଣା ବିଷୟରେ କହିଛନ୍ତି। ସେ କହିଛନ୍ତି ଯେ, ଜଣେ ବଡ ନିର୍ଦ୍ଦେଶକ ତାଙ୍କ ଫାଇଦା ନେବାକୁ ଚେଷ୍ଟା କରିଥିଲେ କିନ୍ତୁ ସେ ଖସି ପଳାଇଥିଲେ। ଅଗଲେ ଜନମ ମୋହେ ବେଟିୟା ହି କିଜୋ ଅଭିନେତ୍ରୀ ରତନ କହିଛନ୍ତି ଯେ, “ମୁଁ କାଷ୍ଟିଂ କାଉଚକୁ ଉଦ୍ଦେଶ୍ୟ ବୋଲି କହିବି। ବର୍ତ୍ତମାନ ଇଣ୍ଡଷ୍ଟ୍ରି ବିଷୟରେ ଆଲୋଚନା କରିବା ଆବଶ୍ୟକ। ମୁଁ ୟୁଟ୍ୟୁବରେ ଅଛି, ମୋତେ ବହୁତ ମେଲ୍ ମିଳିଥାଏ। ମୁଁ ଚାହୁଁଛି ଯୁବ ପିଢୀ ସତ୍ୟ ଜାଣନ୍ତୁ। ଯଦି ଇଣ୍ଡଷ୍ଟ୍ରିରେ ଏହିପରି ଚାରିଜଣ ଲୋକ ଅଛନ୍ତି, ଏହାର ଅର୍ଥ ନୁହେଁ ଯେ ସମଗ୍ର ଇଣ୍ଡଷ୍ଟ୍ରି ଖରାପ ଅଟେ।…
କୈଳାଶ ଚନ୍ଦ୍ର ଚୌଧୁରୀ ବ୍ରହ୍ମପୁର: ଗତ ଜାନୁଆରୀ ୨୦ ତାରିଖରେ ଏକ ସଂଘବଦ୍ଧ ଆକ୍ରମଣରେ ବେଗୁନିଆ ପଡ଼ା ବ୍ଳକ ଅଧ୍ୟକ୍ଷା ରେଣୁ ଗୌଡ଼ଙ୍କ ଭଣଜା ପଙ୍କଜ ଗୌଡ଼ଙ୍କୁ କିଛି ଯୁବକ ସଂଘବଦ୍ଧ ଭାବେ ଆକ୍ରମଣ କରି ହତ୍ୟା କରିଥିଲେ। ଏହି ହତ୍ୟାକାଣ୍ଡକୁ ନେଇ ପଙ୍କଜଙ୍କ ସ୍ତ୍ରୀଙ୍କ ଏତଲା କ୍ରମେ ପୋଲିସ ସେତେବେଳେ ୪ ଜଣଙ୍କୁ ଗିରଫ କରିଥିଲା ଓ ବର୍ତ୍ତମାନ ଆଉ ୩ ଜଣ କାଳୁ ଗୌଡ଼ ଓ ଭାଗ୍ୟ ଗୌଡ଼ଙ୍କ ସମେତ ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ୩ ୟ ଅଭିଯୁକ୍ତଙ୍କ ନାମ ପ୍ରକାଶ ଗୌଡ଼। ପଙ୍କଜ ଙ୍କ ସ୍ତ୍ରୀ ଝିଲି ଗୌଡ଼ଙ୍କ ଏତଲା ନଂ ୧୭/୨୩ ଅନୁଯାୟୀ ମକଦ୍ଦମା ରୁଜୁ ହୋଇଥିଲା।
ସୀତାରାମ ଅଗ୍ରୱାଲ ବାଣପୁର: ଜାରି ରହିଛି ପବିତ୍ର ଶ୍ରାବଣ ମାସ। ବୋଲବମ ଭକ୍ତମାନେ ବିଭିନ୍ନ ଶୈବ ପିଠରେ ଜଳଲାଗି କରୁଛନ୍ତି। ତେବେ ବିଭିନ୍ନ ସ୍ଥାନରେ ଭକ୍ତଙ୍କ ସେବା ଲାଗି ବହୁ ସ୍ଵେଚ୍ଛାସେବୀ ଧାର୍ମିକ ସଂଗଠନ ମାନେ ସେବା କାର୍ଯ୍ୟ ଜାରି ରଖିଛନ୍ତି। ଅନୁରୂପ ଭାବେ ଖୋର୍ଦ୍ଧା ଜିଲ୍ଲା ବାଣପୁର ଅଞ୍ଚଳରେ ମଧ୍ୟ ଶତାଧିକ ଶିବ ଭକ୍ତ ମାନେ ଜଳଲାଗି କରୁଛନ୍ତି। ଆସନ୍ତାକାଲି ଶ୍ରାବଣର ଦ୍ଵିତୀୟ ସୋମବାର ଥିବା ବେଳେ ଅଞ୍ଚଳର ଅଗ୍ରଣୀ ଧାର୍ମିକ ଅନୁଷ୍ଠାନ ଶ୍ରୀ ଶ୍ରୀ ରଙ୍କନାଥ ଦେବ ୧୦୮ ହନୁମାନ ଚାଳିଶା ଯଜ୍ଞ କମିଟି ପକ୍ଷରୁ ବଜାର ସାହିସ୍ଥିତ ରଙ୍କନାଥ ଦେବ ମନ୍ଦିର ପରିସରରେ ସେବା କାର୍ଯ୍ୟ ଜାରି ରହିଛି। ବୋଲବମ ପାଣି ନେଇ ଯାଉଥିବା ଭକ୍ତ ମାନଙ୍କ ସେବା ଜାରି ରଖିଛି ଉକ୍ତ ଅନୁଷ୍ଠାନ। କମିଟିର କର୍ମକର୍ତ୍ତାମାନେ ପ୍ରତି ବର୍ଷ ଶ୍ରାବଣ ମାସରେ ଉକ୍ତ ସେବା କାର୍ଯ୍ୟ କରିଥାନ୍ତି। କମିଟି କର୍ମକର୍ତ୍ତା ଙ୍କ ପକ୍ଷରୁ ଭକ୍ତଙ୍କ ରହିବା ଓ…
ନୂଆଦିଲ୍ଲୀ: ବେଙ୍ଗାଲୁରୁରେ ହେବାକୁ ଥିବା ବିରୋଧୀ ଦଳର ବୈଠକରେ ଆମ୍ ଆଦମୀ ପାର୍ଟି ଅଂଶଗ୍ରହଣ କରିବ। ଦଳର ରାଜନୈତିକ ବ୍ୟାପାର କମିଟିର ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ବୈଠକ ପରେ ସୂଚନା ପ୍ରଦାନ କରି ଏଏପି ସାଂସଦ ରାଘବ ଚଢା କହିଛନ୍ତି ଯେ, ଅରବିନ୍ଦ କେଜ୍ରିୱାଲଙ୍କ ନେତୃତ୍ୱରେ ବିରୋଧୀ ଦଳର ବୈଠକରେ ଆମ୍ ଆଦମୀ ପାର୍ଟି ଅଂଶଗ୍ରହଣ କରିବ। କଂଗ୍ରେସ କେନ୍ଦ୍ରର ଅଧ୍ୟାଦେଶକୁ ବିରୋଧ କରିବାର କିଛି ଘଣ୍ଟା ପରେ AAP ର ନିଷ୍ପତ୍ତି ଆସିଛି। ବୈଠକ ପରେ ରାଘବ ଚଢା କହିଛନ୍ତି ଯେ, ଆମ୍ ଆଦମୀ ପାର୍ଟିର PAC ବୈଠକରେ ପ୍ରତ୍ୟେକ ଦିଗ ଉପରେ ବିସ୍ତୃତ ଭାବରେ ଆଲୋଚନା କରାଯାଇଛି। ଦିଲ୍ଲୀର ଏହି ନିୟମ ସ୍ପଷ୍ଟ ଭାବେ ଜାତୀୟ ବିରୋଧୀ। ଏହାକୁ ସମର୍ଥନ କରୁଥିବା ସମସ୍ତେ ଜାତୀୟ ବିରୋଧୀ ଅଟନ୍ତି। ଦେଶର ଗଣତନ୍ତ୍ରକୁ ଭଲ ପାଉଥିବା ପ୍ରତ୍ୟେକ ବ୍ୟକ୍ତି ଏହି କଳା ଅଧ୍ୟାଦେଶ ବିରୁଦ୍ଧରେ ନିଜର ଭୋଟ୍ ଦେବେ। ସେ…
ସୀତାରାମ ଅଗ୍ରୱାଲ ବାଣପୁର: ଓଡ଼ିଶା ବିଜ୍ଞାନ ଏକଡେମୀ ପକ୍ଷରୁ ‘ବୈଜ୍ଞାନିକ ସମ୍ବଦ୍ଧନା ଓ ପୁରସ୍କାର ପ୍ରଦାନ ଉତ୍ସବ-୨୦୨୦’ ଭୁବନେଶ୍ୱର ସ୍ଥିତ ଜୟଦେବ ଭବନଠାରେ ଅନୁଷ୍ଠିତ ହୋଇଯାଇଛି। ଏକାଡେମୀର ସଭାପତି ପ୍ରଫେସର ବିଭୂତି ଭୂଷଣ ମିଶ୍ରଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗଦେଇ ବୈଜ୍ଞାନିକମାନଙ୍କୁ ସମ୍ବର୍ଦ୍ଧିତ ଓ ପୁରସ୍କୃତ କରିଥିଲେ। ବିଜ୍ଞାନ ଓ କାରିଗରୀ ବିଭାଗ ଉଦ୍ଭାବନ, ଷ୍ଟାର୍ଟ ଅପ୍ ଓ ଇକୋ-ସିଷ୍ଟମ୍ ବିକାଶ କ୍ଷେତ୍ରରେ ସଫଳ ପଦକ୍ଷେପ ନେଇଛି ବୋଲି ଶ୍ରୀ ପଣ୍ଡା କହିଥିଲେ। ବିଜ୍ଞାନ ଓ ବୈଷୟିକ ବିଭାଗର ପ୍ରମୁଖ ଶାସନ ସଚିବ ଚିତ୍ରା ଅରୁମୁଗମ୍ ସମ୍ମାନିତ ଅତିଥୁ ରୂପେ ଯୋଗଦେଇଏକଡେମୀ କାର୍ଯ୍ୟକ୍ରମକୁ ପ୍ରଶଂସା କରିବା ସହିତ ଅନୁଷ୍ଠାନ ପକ୍ଷରୁ ପ୍ରକାଶିତ ପତ୍ରର ଅଡିଓ ସଂସ୍କରଣ ଜାରି କରିବା ପାଇଁ ପ୍ରସ୍ତାବ ଦେଇଥିଲେ। ଏହି ଅବସରରେ ଓଡ଼ିଶାରେ କାର୍ଯ୍ୟରତ ଯୁବ- ବୈଜ୍ଞାନିକ ଡ. ଶଶାଙ୍କ ଶେଖର ସ୍ଵାଇଁଙ୍କୁ ଜୀବ ଓ…
ଭୁବନେଶ୍ୱର: ବର୍ତ୍ତମାନ ବିଶ୍ୱରେ ପ୍ରତ୍ୟେକ ୩ ମାସରେ ଥରେ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ପରିବର୍ତନ ଘଟୁଛି। ଭବିଷ୍ୟତରେ ପ୍ରତ୍ୟେକ ୩ ସପ୍ତାହରେ ଥରେ ଏ କ୍ଷେତ୍ରରେ ପରିବର୍ତନ ଘଟିବ। ତେଣୁ ଛାତ୍ରଛାତ୍ରୀମାନେ ଦ୍ରୁତ ଗତିରେ ପରିବର୍ତ୍ତନ ଘଟୁଥିବା ଏହି ଜ୍ଞାନକୌଶଳକୁ ଆପଣାନ୍ତୁ ବୋଲି ବିଶେଷଜ୍ଞ ଗୁରୁତ୍ୱାରୋପ କରିଛନ୍ତି। ମାତ୍ର ୬ ମାସରୁ କମ୍ ସମୟ ମଧ୍ୟରେ ନୂତନ ପ୍ରଯୁକ୍ତିବିଦ୍ୟା ଚାଟ୍ଜିପିଟି ବିଶ୍ୱରେ ଏକ ବୈପ୍ଳବିକ ପରିବର୍ତନ ଆଣିଛି। ତେଣୁ ଏ କ୍ଷେତ୍ରରେ ଯୁବପିଢ଼ି ଇନ୍ଷ୍ଟାଗ୍ରାମ୍, ରିଲ୍ସ ଓ ୟୁଟ୍ୟୁବ୍କୁ ଛାଡ଼ି ନୂତନ ଜ୍ଞାନକୌଶଳ ମାଧ୍ୟମରେ ସମସ୍ୟାର ସମାଧାନ କରନ୍ତୁ ବୋଲି ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପକ୍ଷରୁ ଶନିବାର ଦିନ ଆୟୋଜିତ ସୋଆ ସ୍କେଲର୍ସ ୨.୦ ଆଇଟିଇଆର୍ ଶାଖାର ଉଦ୍ଘାଟନୀ କାର୍ଯ୍ୟକ୍ରମରେ ମୁଖ୍ୟ ବକ୍ତାଭାବେ ଯୋଗ ଦେଇ ଏହା କହିଛନ୍ତି ଟାଲି ସଲ୍ୟୁସନ୍ସ ପ୍ରାଇଭେଟ୍ ଲିମିଟେଡ୍ର ଚିଫ୍ ପିପୁଲ ଅଫିସର ନାଗନାଗୌଡା ଏସ୍.ଜେ। ଶ୍ରୀ ନାଗନାଗୌଡା ଛାତ୍ରଛାତ୍ରୀଙ୍କ ଉଦ୍ଦେଶ୍ୟରେ ରଖିଥିବା ବକ୍ତବ୍ୟରେ କହିଛନ୍ତି…
ମୁମ୍ବାଇ: ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି (ଏନସିପି) ର ଅଜିତ ପାୱାର ଦଳର ନେତା ଆଜି ଶରଦ ପାୱାରଙ୍କୁ ମୁମ୍ବାଇରେ ଭେଟିଛନ୍ତି। ଅଜିତ ପାୱାରଙ୍କ ବ୍ୟତୀତ ପ୍ରଫୁଲ୍ଲ ପଟେଲ, ଛଗନ ଭୁଜବଲ ଏବଂ ଅନ୍ୟ ନେତାମାନେ ଏହି ନେତାମାନଙ୍କ ମଧ୍ୟରେ ଅନ୍ତର୍ଭୁକ୍ତ ହୋଇଥିଲେ। ଏହି ସାକ୍ଷାତ ପରେ ପ୍ରଫୁଲ୍ଲ ପଟେଲ ମୁମ୍ବାଇର ୱାଇବି ଚହ୍ଵାନ କେନ୍ଦ୍ରରେ ଗଣମାଧ୍ୟମକୁ କହିଛନ୍ତି ଯେ, ଆଜି ଅଜିତ ପାୱାର, ଛଗନ ଭୁଜବଲ ଏବଂ ଆମେ ସମସ୍ତେ ସମ୍ମାନିତ ଶରଦ ପାୱାରଙ୍କ ଆଶୀର୍ବାଦ ପାଇବାକୁ ଆସିଛୁ। ଆମେ ତାଙ୍କ ପାଦ ଛୁଇଁଲୁ ଏବଂ ଦଳକୁ ଏକଜୁଟ ରଖିବାକୁ ବିଚାର କରିବାକୁ ଅନୁରୋଧ କଲୁ। ସେ କୌଣସି ଉତ୍ତର ଦେଲେ ନାହିଁ। ପ୍ରଫୁଲ୍ଲ ପଟେଲ କହିଛନ୍ତି ଯେ, ସମୟ ମାଗି ନପାରି ଆମେ ସିଧାସଳଖ ଆସିଛୁ। ଆମେ ଜାଣିବାକୁ ପାଇଲୁ ଯେ, ଶ୍ରୀ ପାୱାର ଆସିଛନ୍ତି, ତେଣୁ ଆମେ ତାଙ୍କୁ ଭେଟିବାକୁ ଆସି ତାଙ୍କ ପାଦ ଛୁଇଁଲୁ ଏବଂ ଦଳକୁ…
ନୂଆଦିଲ୍ଲୀ: ଗ୍ରୀଷ୍ମ ଋତୁରେ ମଶା ଘାତକ ତରଳ କିମ୍ବା ଧୂପ ମଶାମାନଙ୍କଠାରୁ ମୁକ୍ତି ଦେଇପାରେ। କିନ୍ତୁ ଆପଣ ଜାଣନ୍ତି କି ମଶା ଘାତକ ତରଳ ବା ଧୂପ ମଧ୍ୟ ଅନେକ ରୋଗର କାରଣ ଅଟେ। ଏକ ଅନୁସନ୍ଧାନରୁ ଜଣାପଡିଛି ଯେ, ୧୦୦ ଟି ସିଗାରେଟ୍ ପରି ମଶା ଧୂପ ବିପଜ୍ଜନକ ଅଟେ। ଏଥିରୁ ପ୍ରାୟ ୨.୫ ପିଏମ ଧୂଆଁ ବାହାରିଥାଏ। ସେହିଭଳି ବଜାରରେ ଉପଲବ୍ଧ ହେଉଥିବା ମଶା ଘଉଡାଇବା ତରଳ ମଧ୍ୟ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ବିପଦଜନକ। ଏପରି ପରିସ୍ଥିତିରେ, ମଶା ମାରିବାର ତରଳ ପଦାର୍ଥରେ କ’ଣ ଅଛି, ଯାହା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ଅଟେ। ତାହା ଜାଣିବା ଆବଶ୍ୟକ। ତେବେ ଜାଣନ୍ତୁ ଏହି ତରଳ କିପରି ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ… ଏହା ସ୍ୱାସ୍ଥ୍ୟ ପାଇଁ ବିପଦଜନକ କାହିଁକି?: ବାସ୍ତବରେ, ମଶାମାନଙ୍କୁ ମାରିବାର ତରଳ ପଦାର୍ଥରେ ଏପରି କିଛି ପଦାର୍ଥ ଅଛି, ଯାହା ଶ୍ୱାସ ସହିତ ଭିତରକୁ ଯାଏ ଏବଂ…
ଗଜପତି: ଅଡବା ଥାନା ପୋଲିସ ପେଟ୍ରୋଲିଂ ସମୟରେ ଟିଟିଲିମା ଗ୍ରାମ ରାସ୍ତା କଡ଼ରେ ସନ୍ଦେହ ଜନକ ଭାବେ ୧୮ ଟି ଜରି ବସ୍ତାକୁ ଦେଖି ଯାଞ୍ଚ କରିଥିଲେ। ଯାହା ଫଳରେ ସେଥିରେ ବିପୁଳ ପରିମାଣର ଗଞ୍ଜେଇ ଥିବା ଜାଣି ପାରି ଉକ୍ତ ସମସ୍ତ ଗଞ୍ଜେଇ ବସ୍ତାକୁ ଥାନା କୁ ଆଣିଥିଲେ। ତହସିଲଦାର ହିମାଂଶୁ ଭୁଷଣ ପଲେଇଙ୍କ ଉପସ୍ଥିତିରେ ଉକ୍ତ ଗଞ୍ଜେଇକୁ ଓଜନ କରିଥିଲେ। ଯାହା କି ୫୫୮ କିଲୋ ରୁ ଉର୍ଦ୍ଧ୍ଵ ଓଜନ ଜଣାପଡିଛି। ଉକ୍ତ ଗଞ୍ଜେଇକୁ ଜବତ କରି ପୋଲିସ ଥାନାରେ ମହଜୁଦ ରଖିଛି। ହେଲେ ଗଞ୍ଜେଇ ବେପାରୀଙ୍କ ସନ୍ଧାନ ମଳିନାହିଁ।
କୈଳାଶ ଚନ୍ଦ୍ର ଚୌଧୁରୀ ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ପୋଲିସ ପେଟ୍ରୋଲିଂ କରୁଥିବା ସମୟରେ ଖଲ୍ଲିକୋଟ ବଡ ଘାଟିରେ ଏକ ଅଖା ବୋଝେଇ ଗାଡ଼ିକୁ ସନ୍ଦେହ କରି ଅଟକାଇ ଥିଲେ। କିନ୍ତୁ ଗାଡ଼ିର ଚାଳକ ସେଠାରୁ ତୁରନ୍ତ ଗାଡ଼ି ଛାଡ଼ି ଚାଲିଯାଇଥିଲେ। ଯାହା ଫଳରେ ପୋଲିସର ସନ୍ଦେହ ବଢ଼ିଥିଲା। ଗାଡ଼ିରୁ ଅଖା ବାହାର କରି ଦେଖିଲା ବେଳକୁ ସେଥିରେ ବିପୁଳ ପରିମାଣର ଗଞ୍ଜେଇ ମିଳିଲା। ପୋଲିସ ଉକ୍ତ ଗାଡିକୁ ଥାନାକୁ ନେଇ ଉପରେ ଅଖା ଖାଲି କରି ଦେଖିଲା ବେଳକୁ ତା ଭିତରେ ବହୁତ ଅଖାରେ ଗଞ୍ଜେଇ ଭର୍ତ୍ତି ରହିଥିଲା। ତତକ୍ଷଣାତ୍ ଥାନା ଅଧିକାରୀ ତହସିଲଦାରଙ୍କୁ ଜଣାଇଥିଳା ଓ ତହସିଲଦାରଙ୍କ ଉପସ୍ଥିତିରେ ଉକ୍ତ ଗଞ୍ଜେଇକୁ ଓଜନ କରାଯାଇଥିଲା। ଯାହାର ପରିମାଣ ୮୩୦ କିଲୋ ଓ ଆନୁମାନିକ ୧୦ ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି।
କୈଳାଶ ଚନ୍ଦ୍ର ଚୌଧୁରୀ ବ୍ରହ୍ମପୁର: ବ୍ରହ୍ମପୁର ପୁର୍ତ୍ତ ବିଭାଗ ଅଧିକ୍ଷଣ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ଅନ୍ତର୍ଗତ ଦିଗପହଣ୍ଡି ଉପଖଣ୍ଡ ଅଧିକାରୀଙ୍କ କାର୍ଯ୍ୟାଳୟରେ ଚୌକି କଳି ଲାଗିଥିବା ଖବର ଦାଣ୍ଡରେ ପଡି ହାଟରେ ଗଡୁଛି। ଖବରରୁ ପ୍ରକାଶ ଯେ, ଦିଗପହଣ୍ଡି ପୁର୍ତ୍ତ ବିଭାଗ ଉପଖଣ୍ଡ ଅଧିକାରୀ ନାରାୟଣ ବେହେରାଙ୍କ ଗତ ଜୁନ ୩ ତାରିଖରୁ ବଦଳି ହୋଇଛି ଓ ତାଙ୍କରି ସ୍ଥାନରେ କାର୍ତ୍ତିକେଶ୍ଵର ପ୍ରଧାନଙ୍କୁ ଯୋଗଦାନ ଅନୁମତି ମିଳିଛି। କିନ୍ତୁ ନାରାୟଣ ବେହେରା ଏକ ସ୍ଥଗିତ ଆଦେଶ ଆଣି ପଦବୀ ରୁ ଅନ୍ତର ହୋଇନାହାନ୍ତି। ଯାହାର ଅବଧି ମାତ୍ର ୨୮ ଦିନ ଥିଲା। ଏହା ସତ୍ତ୍ୱେ ସେ ଅସୁସ୍ଥତା ଦେଖାଇ ଛୁଟି ଦରଖାସ୍ତ ଦେଇ ଅଫିସକୁ ଆସୁନାହାନ୍ତି। ଯାହା ଫଳରେ କାର୍ତ୍ତିକେଶ୍ଵର ପ୍ରଧାନ ଏଠି ଖାଲିରେ ପଡି ରହିଛନ୍ତି। ଯାହାକୁ ନେଇ ସରକାରୀ କାର୍ଯ୍ୟକ୍ରମରେ ବିଶ୍ରୁଙ୍ଖଳା ସ୍ରୁଷ୍ଟି ହେଉଛି।
ନୂଆଦିଲ୍ଲୀ: ନ୍ୟାସନାଲ ଡେମୋକ୍ରାଟିକ୍ ଆଲାଏନ୍ସ (ଏନଡିଏ) ର ୨୫ ବର୍ଷ ପୂରଣ ହେବା ପରେ ରୌପ୍ୟ ଜୟନ୍ତୀ ପାଳନ କରାଯାଉଛି। ଏ ସମ୍ପର୍କରେ ଜୁଲାଇ ୧୮ ତାରିଖରେ ନୂଆଦିଲ୍ଲୀରେ ମିଳିତ ମେଣ୍ଟର ଏକ ବଡ ବୈଠକ ଆୟୋଜିତ ହେଉଛି। ଏହି ବୈଠକ ପାଇଁ ଏପର୍ଯ୍ୟନ୍ତ ୧୯ ଟି ରାଜନୈତିକ ଦଳକୁ ନିମନ୍ତ୍ରଣ ପଠାଯାଇଛି। ପ୍ରଧାନମନ୍ତ୍ରୀ ମୋଦୀଙ୍କ ଅଧ୍ୟକ୍ଷତାରେ ହେବାକୁ ଥିବା ଏହି ବୈଠକକୁ ମଧ୍ୟ ୨୦୨୪ ନିର୍ବାଚନ ପୂର୍ବରୁ ଶକ୍ତି ପ୍ରଦର୍ଶନ ବୋଲି କୁହାଯାଉଛି। ୨୫ ବର୍ଷ ପୂର୍ବେ ମେ ୧୯୯୮ରେ NDA ଗଠନ କରାଯାଇଥିଲା। ଦିବଙ୍ଗତ ବିଜେପି ନେତା ଅଟଳ ବିହାରୀ ବାଜପେୟୀଙ୍କୁ ଏହାର ପ୍ରଥମ ସଭାପତି କରାଯାଇଥିଲା। ବର୍ତ୍ତମାନ ବିଜେପି ନେତା ତଥା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଏହାର ସଭାପତି। ଏହାର ଗଠନ ପରଠାରୁ ପ୍ରାୟ ୪୧ ଟି ଜାତୀୟ କିମ୍ବା ଆଞ୍ଚଳିକ ଦଳ ମମତା ବାନାର୍ଜୀଙ୍କ ପାର୍ଟି ଟିଏମସି, ଡିଏମକେ, ନ୍ୟାସନାଲ କନଫରେନ୍ସ, ଜେଡିୟୁ ସମେତ…

