Author: Samikhsya Bureau

ମୁମ୍ବାଇ: ମହାରାଷ୍ଟ୍ର ରାଜନୀତିରେ ଏକ ବଡ଼ ହଲଚଲ ହେବାକୁ ଯାଉଛି। ସୂଚନାନୁସାରେ, ଏନସିପି ନେତା ଅଜିତ ପାୱାର ଏକନାଥ ସିନ୍ଦେଙ୍କ ସରକାରରେ ଯୋଗ ଦେଇପାରନ୍ତି। ସେ ଆଜି ନିଜେ ଶପଥ ନେଇପାରନ୍ତି। ଅଜିତ ପାୱାରଙ୍କ ସହ ୨୫ ରୁ ଅଧିକ ବିଧାୟକଙ୍କ ସମର୍ଥନ ଥିବା କୁହାଯାଉଛି। ଅଜିତ ପାୱାର ବିରୋଧୀଦଳର ନେତା ପଦରୁ ଇସ୍ତଫା ଦେବେ ବୋଲି ଖବର ଆସୁଛି। ସୂଚନାନୁସାରେ, ଅଜିତ ପାୱାରଙ୍କୁ ଉପ-ମୁଖ୍ୟମନ୍ତ୍ରୀ କରାଯାଇପାରେ। ଏହା ସହିତ ଛଗନ ଭୁଜବଲଙ୍କୁ ମଧ୍ୟ ମନ୍ତ୍ରୀ କରାଯାଇପାରେ। ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ମଧ୍ୟ ରାଜ ଭବନରେ ପହଞ୍ଚିଛନ୍ତି। ଦେବେନ୍ଦ୍ର ଫଡନାଭିସ୍ ଙ୍କୁ ଅପେକ୍ଷା କରାଯାଇଛି। ଆଜି ମହାରାଷ୍ଟ୍ରର ବିରୋଧୀଦଳର ନେତା ଅଜିତ ପାୱାରଙ୍କ ବାସଭବନରେ ଦଳର ନେତାଙ୍କ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଦଳର ଉଭୟ କାର୍ଯ୍ୟକାରୀ ସଭାପତି ସୁପ୍ରିୟା ସୁଲେ ଏବଂ ପ୍ରଫୁଲ୍ଲ ପଟେଲ ମଧ୍ୟ ଉପସ୍ଥିତ ଥିଲେ। ଏହା ସହିତ ଦିଲୀପ ୱାଲସେ…

Read More

କୈଳାଶ ଚନ୍ଦ୍ର ଚୌଧୁରୀ ବ୍ରହ୍ମପୁର: ଗତ ୨୦୧୯ ସେପ୍ଟେମ୍ବର ୨୦ ତାରିଖରେ ଭଞ୍ଜନଗର ସହରର ଜନୈକା ନାବାଳିକାକୁ ଦୁଷ୍କର୍ମ ମାମଲା ଅଭିଯୋଗରେ ବିଚାର କରି ବ୍ରହ୍ମପୁର ସ୍ଵତନ୍ତ୍ର ପୋକସ ଅଦାଲତ ରାୟ ଶୁଣାଇଛନ୍ତି। ଅଭିଯୁକ୍ତ ଅଟୋ ଚାଳକ ଭାସ୍କର ସାହୁକୁ ବିଚାରପତି ପ୍ରଭାତ କୁମାର ରାଜଗୁରୁ ୨୦ ବର୍ଷ କାରାଦଣ୍ଡ ସହ ନଗଦ ୧୦ ହଜାର ଟଙ୍କା ଜରିମାନା ଦଣ୍ଡ କରିଛନ୍ତି। ପ୍ରକାଶ ଥାଉକି ପିଡୀତା ନାବାଳିକା ଜଣକ ଭାସ୍କରର ଅଟୋରେ ପ୍ରତ୍ୟେକ ଦିନ ଏକ ଇଁରାଜୀ ମାଧ୍ୟମ ବିଦ୍ୟାଳୟକୁ ଯିବା ଆସିବା କରେ। କିନ୍ତୁ ଉକ୍ତ ଦିନ ଅଟୋ ଚାଳକ ଭାସ୍କର ପିଡୀତାକୁ ଏକ ନିର୍ଜନ ସ୍ଥାନକୁ ନେଇ ଦୁଷ୍କର୍ମ କରି ତାଙ୍କ ଘରକୁ ନେଇ ଛାଡ଼ି ଦେଇଥିଲା। ନାବାଳିକା ଜଣକ ଡରି ଏହି ବିଷୟରେ ପରିବାର ଲୋକଙ୍କୁ ଜଣାଇବା ପରେ ପରିବାର ଲୋକେ ଭଞ୍ଜନଗର ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ଗ୍ରହଣ କରି ପୋଲିସ ୨୯୭/୧୯ ଅନୁସାରେ ଏକ…

Read More

କୈଳାଶ ଚନ୍ଦ୍ର ଚୌଧୁରୀ ବ୍ରହ୍ମପୁର: କେ ନୁଆ ଗାଁ ଥାନା ଅନ୍ତର୍ଗତ ଖମାରିଗାଁର ପୁର୍ବତନ ସରପଞ୍ଚ ତଥା ବରିଷ୍ଠ ସମାଜସେବୀ ଲଳିତ ମହାପାତ୍ର ହତ୍ୟାକାଣ୍ଡର ମୁଖ୍ୟ ଆସାମୀ ରାମକୃଷ୍ଣ ମିଶ୍ରଙ୍କୁ ଗିରଫ କରାଯାଇଛି। ତାଙ୍କୁ ବ୍ରଜରାଜନଗର ରେଳ ଷ୍ଟେସନରୁ ପୋଲିସ ଗିରଫ କରିଛି। ଏହାପରେ ଅଭିଯୁକ୍ତ ରାମକୃଷ୍ଣଙ୍କୁ ଦିଗପହଣ୍ଡି ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟଙ୍କ କୋର୍ଟରେ ହାଜର କରାଇ ବ୍ରହ୍ମପୁର ବିଚାର ବିଭାଗୀୟ ହାଜତକୁ ପୋଲିସ ପଠାଇଛି। ପ୍ରକାଶ ଥାଉକି ରାଜନୈତିକ ବିବାଦକୁ ନେଇ ଗତ ଜୁନ ୨୦ ତାରିଖରେ ନିକଟସ୍ଥ ଶଙ୍କରାଖାଲି ଗ୍ରାମରେ ଲଳିତ ମହାପାତ୍ର ଓ ରାମକୃଷ୍ଣ ମିଶ୍ରଙ୍କ ମଧ୍ୟରେ କଥା କଟାକଟି ଓ ମାଡଗୋଳ ହୋଇଥିଲା। କିନ୍ତୁ ଉପସ୍ଥିତ ଲୋକଙ୍କ ମଧ୍ୟସ୍ଥତାରେ ଗଣ୍ଡଗୋଳ ଶାନ୍ତ ହୋଇଥିଲା ଓ ଲଳିତ ନିଜ ବୁଲେଟ୍ ମୋଟରସାଇକେଲରେ ନିଜ ଘର ଖମାରିଗାଁକୁ ବାହାରି ଥିଲେ। ତତକ୍ଷଣାତ୍ ରାମକୃଷ୍ଣ ନିଜ କାର୍ ଲଳିତଙ୍କ ପଛରେ ଯାଇଥିଲା ଏବଂ ଗାଁ ନିକଟ ହାଇସ୍କୁଲ…

Read More

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ୮ମ ଏସୀୟ କବାଡି ଚାମ୍ପିୟନସିପ ଟାଇଟଲ ଜିତିଥିବା ଭାରତୀୟ କବାଡି ଦଳକୁ ଶୁଭେଚ୍ଛା ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ଟ୍ୱିଟ କରି କହିଛନ୍ତି ଯେ, “୮ମ ଏସୀୟ କବାଡି ଚାମ୍ପିୟନସିପ ଟାଇଟଲ ଜିତିଥିବା ଆମ ଅସାଧାରଣ କବାଡି ଦଳକୁ ଶୁଭେଚ୍ଛା ! ନିଜ ନିଆରା ପ୍ରଦର୍ଶନ ଓ ଉଲ୍ଲେଖନୀୟ ଦଳଗତ ପ୍ରୟାସ ମାଧ୍ୟମରେ ସେମାନେ ପ୍ରକୃତ କ୍ରୀଡା ଭାବନା ପ୍ରଦର୍ଶିତ କରିଛନ୍ତି। ଭବିଷ୍ୟତ ପାଇଁ ସେମାନଙ୍କୁ ଶୁଭକାମନା।”

Read More

ନୂଆଦିଲ୍ଲୀ: ଏଲୋନ୍ ମସ୍କଙ୍କ ଦ୍ୱାରା ପରିଚାଳିତ ଟ୍ୱିଟର ଏପ୍ରିଲ ୨୬ ତାରିଖରୁ ମଇ ୨୫ ତାରିଖ ମଧ୍ୟରେ ଭାରତରେ ଏକ ରେକର୍ଡ ୧୧,୩୨,୨୨୮ ଆକାଉଣ୍ଟ (ଟ୍ୱିଟର ଆକାଉଣ୍ଟ) ଉପରେ ପ୍ରତିବନ୍ଧକ ଲଗାଇଛି। ଅଧିକାଂଶ ଆକାଉଣ୍ଟ ଶିଶୁ ଯୌନ ଶୋଷଣ ଏବଂ ଅଣ-ସମ୍ମତି ନଗ୍ନତାକୁ ପ୍ରୋତ୍ସାହିତ କରିବା ପାଇଁ ବ୍ୟବହୃତ ହୋଇଥିଲା। ଦେଶରେ ଏହାର ପ୍ଲାଟଫର୍ମରେ ଆତଙ୍କବାଦକୁ ପ୍ରୋତ୍ସାହନ ଦେବା ପାଇଁ ମାଇକ୍ରୋ ବ୍ଲଗିଂ ସାଇଟ୍ ୧,୮୪୩ ଆକାଉଣ୍ଟ ମଧ୍ୟ ହଟାଇ ଦେଇଛି। ମୋଟ ଉପରେ, ଟ୍ୱିଟର ସମୀକ୍ଷାଧୀନ ଅବଧିରେ ଭାରତରେ ୧୧,୩୪,୦୭୧ ଆକାଉଣ୍ଟକୁ ବ୍ୟାନ କରିଛି।

Read More

ସ୍ୱାସ୍ଥ୍ୟ ଟିପ୍ସ: ପ୍ରତିଦିନ ଖାଉଥିବା ଏହି ପାଞ୍ଚୋଟି  ଜିନିଷ ବିପଜ୍ଜନକ ହୋଇପାରେ, ଏହି ଜିନିଷଗୁଡ଼ିକୁ ଦୟାକରି ଧ୍ୟାନରେ ରଖନ୍ତୁ। ଶରୀରକୁ ସୁସ୍ଥ ରଖିବା ପାଇଁ ଖାଦ୍ୟ ଏବଂ ପାନୀୟ ପ୍ରତି ବହୁତ ଧ୍ୟାନ ଦେବା ଆବଶ୍ୟକ। ସୁସ୍ଥ ଖାଦ୍ୟ ଖାଇବା ବେଳେ କିଛି ବିଶେଷ ଜିନିଷ ଉପରେ ଧ୍ୟାନ ଦେବା ଜରୁରୀ, ନଚେତ୍ ଏହା ଲାଭ ପରିବର୍ତ୍ତେ ଶରୀରକୁ କ୍ଷତି ପହଞ୍ଚାଇପାରେ। ଆସନ୍ତୁ ଜାଣିବା ଏହି ଜିନିଷଗୁଡ଼ିକ ବିଷୟରେ। ଚେରି ମଞ୍ଜି- ଚେରି ହୃଦରୋଗକୁ ହ୍ରାସ କରିଥାଏ ଏବଂ ହଜମ ପ୍ରକ୍ରିୟାକୁ ବଜାୟ ରଖେ। କିନ୍ତୁ ଏହାର ମଞ୍ଜି ଅତ୍ୟନ୍ତ କ୍ଷତିକାରକ। ଚେରି ମଞ୍ଜି ବହୁତ କଠିନ ଏବଂ ଏଥିରେ ପ୍ରୁସିକ୍ ଏସିଡ୍ ଥାଏ, ଯାହା ଅତ୍ୟଧିକ ବିଷାକ୍ତ ବୋଲି ବିବେଚନା କରାଯାଏ। ଯଦି ଆପଣ ଭୁଲରେ ଚେରି ମଞ୍ଜି ଗିଳି ଦେଇଛନ୍ତି ତେବେ ଭୟ କରନ୍ତୁ ନାହିଁ, ଏହା କୈଣସି ପ୍ରକାରେ ଆପଣଙ୍କ ଶରୀରର ବାହାରକୁ ଆସିଯିବ। ଚେରି ଖାଇବାବେଳେ ଏହାର ମଞ୍ଜି…

Read More

ଉପେନ୍ଦ୍ର ବଳିୟାରସିଂହ ଶାରୀରିକ ତ୍ୟାଗ ତ ଜୀବ ତୁରନ୍ତ କରିପାରେ। କିନ୍ତୁ ମାନସିକ ତ୍ୟାଗ କରିବା ବଡ କଠିନ ଅଟେ। ମାନସିକ ତ୍ୟାଗ ନକରି, କେବଳ ଶାରୀରିକ ତ୍ୟାଗ କଲେ, ଦମ୍ଭୀ ବୋଲି ଗଣା ହୁଏ। ମାନସିକ ତ୍ୟାଗ ହିଁ ମୁଖ୍ୟ ଅଟେ। ଶରୀର ଯେଉଁଠି ବି ଥାଉ, କିନ୍ତୁ ମନ କେବେ ହେଲେ ଇଶ୍ଵରଙ୍କ ଠାରୁ ଦୂରରେ ନରହିବା ଉଚିତ। ବୃତ୍ତ ଓ ଅବୃତ୍ତ ନାମକ ଦୁଇ ସାଧୁଙ୍କ ଦୃଷ୍ଟାନ୍ତ ଦେଖନ୍ତୁ… ସେ ଦୁଇଜଣ ଯାତ୍ରା କରୁଥିଲେ। ପ୍ରୟାଗରାଜ ଆଡକୁ ଯାଇଥିଲେ। ଜନ୍ମାଷ୍ଟମୀ ଥିଲା। ତେଣୁ ବେଣୀମାଧବଙ୍କ ଦର୍ଶନ କରିବା ପାଇଁ ଚାହୁଁଥିଲେ। ଚାଲିଚାଲି ରାତି ହେଇଗଲା, ଥକି ଯାଇଥିଲେ। ଏକ ବେଶ୍ୟାଗୃହ ପାଖରେ ପହଞ୍ଚିଲେ। ଅବୃତ୍ତ କହିଲା, “ଜୋରଦାର ବର୍ଷା ହେଉଛି। ଅନ୍ଧକାର ହେଇଛି, ରାସ୍ତା ଦେଖାଯାଉନାହିଁ। ଏବଂ ମୁଁ ମଧ୍ୟ ଥକି ଗଲାଣି, ତେଣୁ ମୁଁ ଏହି ଘରେ ହିଁ ରହିଯିବି। ତୋର ଯଦି ଯିବାର ଅଛି,…

Read More

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଶସ୍ୟ ଅବଶେଷର  ପରିଚାଳନା ନିର୍ଦ୍ଦେଶାବଳୀକୁ ସଂଶୋଧନ କରିଛନ୍ତି। ଏହା ଫଳରେ ପଞ୍ଜାବ, ହରିୟାଣା, ଉତ୍ତରପ୍ରଦେଶ ଓ ଦିଲ୍ଲୀ ଆଦି ରାଜ୍ୟରେ ଧାନଚାଷରୁ ଯେଉଁ ନଡା, ଛଣ, କୁଟା ଓ ଅନ୍ୟାନ୍ୟ ଫସଲ ଅବଶେଷ ବାହାରୁଛି ତାହାକୁ ଅନ୍ୟ ସ୍ଥାନକୁ ନେଇ ବିଭିନ୍ନ କାମରେ ବ୍ୟବହାର କରାଯାଇପାରିବ। ସଂଶୋଧିତ ନିର୍ଦ୍ଦେଶାବଳୀ ଅନୁସାରେ ଧାନ ନଡା, କୁଟା ଓ ଛଣ ଆଦିର ଯୋଗାଣ ବ୍ୟବସ୍ଥାକୁ ଶୃଙ୍ଖଳିତ କରିବା ପାଇଁ ଏକ ଟେକ୍‌ନୋ-କମର୍ସିଆଲ ପାଇଲ୍‌ଟ ପ୍ରୋଜେକ୍ଟ କାର୍ଯ୍ୟ କରିବ। ବୈଷୟିକ ଜ୍ଞାନ କୌଶଳ  ସହାୟତାରେ ବ୍ୟାବସାୟିକ ଭାବେ ଏହି ପ୍ରକଳ୍ପ ମାଧ୍ୟମରେ ନଡା, ପାଳ, କୁଟା ଓ ଛଣ ଆଦିକୁ ତାହାର ଉତ୍ପାଦିତ ସ୍ଥାନରୁ ଅନ୍ୟ ସ୍ଥାନକୁ ନେବାର ବ୍ୟବସ୍ଥା କରାଯିବ । ଏଥିପାଇଁ ଏକ ସୁଦକ୍ଷ ଯୋଗାଣ ଶୃଙ୍ଖଳ ତିଆରି କରାଯିବ। ଏଥିପାଇଁ ଉପଭୋକ୍ତା ଓ ଉପଯୋଗକାରୀଙ୍କ ମଧ୍ୟରେ ଏକ ଦ୍ୱିପାକ୍ଷିକ ଚୁକ୍ତି ସ୍ୱାକ୍ଷରିତ ହେବ। ଏଥିରେ ଗୋଟିଏ ପକ୍ଷରେ…

Read More

ଚାଣକ୍ୟ ନୀତି: ଆଚାର୍ଯ୍ୟ ଚାଣକ୍ୟ ତାଙ୍କର ଚାଣକ୍ୟ ନୀତିରେ ବହୁ ଅଦ୍ଭୁତ ତଥା ଆଶ୍ଚର୍ଯ୍ୟ ଏବଂ ଶିକ୍ଷଣୀୟ କଥା କହିଛନ୍ତି। ଶହଶହ ବର୍ଷ ପୂର୍ବେ ଲେଖାଯାଇଥିବା ଏହି ଚାଣକ୍ୟ ନୀତି ଆଜି ବି ବେଶ୍ ଉପକାରିତା ପରିଲକ୍ଷିତ ହୋଇଛି। ସେ ସାଧାରଣ ଜୀବନରେ ଘଟୁଥିବା ପ୍ରତିଟି ଘଟଣାର ଶିକ୍ଷଣୀୟ କଥାକୁ ଉଦ୍ଧାର କରି ଏହି ନୀତି ପ୍ରଣୟନ କରିଛନ୍ତି। ସେହିପରି ବାପାମା ନିଜ ସନ୍ତାନକୁ କିପରି ପାଳନ କରିବେ ସେ ନେଇ ଅଦ୍ଭୁତ ଉପଦେଶ ଚାଣକ୍ୟ ଦେଇଛନ୍ତି। ଯାହା ପ୍ରତିଟି ପିତାମାତା ଜାଣିବା ଉଚିତ। ସେ କହିଛନ୍ତି ଯେ, ପିଲାଙ୍କୁ ଜନ୍ମରୁ ପାଞ୍ଚ ବର୍ଷ ପର୍ଯ୍ୟନ୍ତ ସ୍ନେହ ପ୍ରଦାନ କରିବେ। ଏହାପରେ ଦଶ ବର୍ଷ ପର୍ଯ୍ୟନ୍ତ ସେମାନଙ୍କୁ ଶାସନ କରିବା ଉଚିତ। ଷୋହଳ ବର୍ଷ ବୟସ ପରେ ତାହା ସହିତ ମିତ୍ରତା ବ୍ୟବହାର ପ୍ରଦାନ କରିବେ। ଏହାଦ୍ବାରା ଶିଶୁଟି ପିଲାଟି ଦିନରୁ ବାପାମାଙ୍କ ପ୍ରତି ସ୍ନେହ ଓ ଶ୍ରଦ୍ଧା ପରିଲକ୍ଷିତ ହେବ। ପିଲାଟି…

Read More

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ଦିନ ମଧ୍ୟପ୍ରଦେଶର ଶାହଡୋଲରେ ଜାତୀୟ ସିକିଲ ସେଲ ଆନିମିଆ ଉନ୍ମୁଳନ ମିଶନ ଆରମ୍ଭ କରିଛନ୍ତି ଏବଂ ହିତାଧିକାରୀଙ୍କୁ ସିକିଲ ସେଲ ଜେନେଟିକ ଷ୍ଟାଟସ କାର୍ଡ ବଣ୍ଟନ କରିଛନ୍ତି । ପ୍ରଧାନମନ୍ତ୍ରୀ ମଧ୍ୟପ୍ରଦେଶରେ ପ୍ରାୟ ୩.୫୭ କୋଟି ଆୟୁଷ୍ମାନ ଭାରତ ପ୍ରଧାନ ମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା (ଏବି-ପିଏମଜେଏୱାଇ) କାର୍ଡ ବଣ୍ଟନ ଆରମ୍ଭ କରିଛନ୍ତି । ଏହି କାର୍ଯ୍ୟକ୍ରମ ସମୟରେ ପ୍ରଧାନମନ୍ତ୍ରୀ ଷୋଡଶ ଶତାବ୍ଦୀର ମଧ୍ୟଭାଗରେ ଗୋଣ୍ଡୱାନାର ଶାସକ ରାଣୀ ଦୁର୍ଗାବତୀଙ୍କ ପ୍ରତି ସମ୍ମାନ ପ୍ରଦର୍ଶନ କରିଥିଲେ । ଏହି ସମାବେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ରାଣୀ ଦୁର୍ଗାବତୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ତାଙ୍କ ଦ୍ୱାରା ଅନୁପ୍ରାଣିତ ଜାତୀୟ ସିକିଲ ସେଲ ଆନିମିଆ ବିଲୋପ ମିଶନ ଆଜି ଆରମ୍ଭ କରାଯାଉଛି ବୋଲି କହିଛନ୍ତି । ମଧ୍ୟପ୍ରଦେଶବାସୀଙ୍କୁ ଏକ କୋଟି ଆୟୁଷ୍ମାନ କାର୍ଡ ପ୍ରଦାନ କରାଯାଉଥିବା ସେ ମଧ୍ୟ ଉଲ୍ଲେଖ କରିଛନ୍ତି । ପ୍ରଧାନମନ୍ତ୍ରୀ ସୂଚାଇ…

Read More

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ଅନ୍ତର୍ଜାତୀୟ ସମବାୟ ଦିବସ ଅବସରରେ ନୂଆଦିଲ୍ଲୀର ପ୍ରଗତି ମୈଦାନ ଠାରେ ୧୭ତମ ଭାରତୀୟ ସମବାୟ ମହାସମ୍ମିଳନୀକୁ ସମ୍ବୋଧିତ କରିଛନ୍ତି। ୧୭ତମ ଭାରତୀୟ ସମବାୟ ମହାସମ୍ମିଳନୀର ମୁଖ୍ୟ ବିଷୟବସ୍ତୁ ରହିଛି “ଅମୃତ କାଳ : ଏକ ଉଜ୍ଜ୍ୱଳ ଭାରତ ପାଇଁ ସମବାୟ ଜରିଆରେ ସମୃଦ୍ଧି’’। ଶ୍ରୀ ମୋଦୀ ସମବାୟ ବିପଣନ ପାଇଁ ଇ-କମର୍ସ ୱେବସାଇଟର ଇ-ପୋର୍ଟାଲ ଏବଂ ସମବାୟ ସମ୍ପ୍ରସାରଣ ଓ ପରାମର୍ଶ ସେବା ପୋର୍ଟାଲକୁ ମଧ୍ୟ ଶୁଭାରମ୍ଭ କରିଛନ୍ତି। ସମାରୋହକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ଏହି ଅବସରରେ ସମସ୍ତଙ୍କୁ ଅଭିନନ୍ଦନ ଜଣାଇଥିଲେ ଏବଂ କହିଥିଲେ ଯେ ଦେଶ “ଏକ ବିକଶିତ ଓ ଆତ୍ମନିର୍ଭର ଭାରତ” ନିର୍ମାଣ ପାଇଁ କାର୍ଯ୍ୟ କରୁଛି। ସେ ଏହି ଲକ୍ଷ୍ୟ ହାସଲ ପାଇଁ “ସବକା ପ୍ରୟାସ” ଭାବନାର ଆବଶ୍ୟକତାକୁ ଦୋହରାଇଥିଲେ। ସେ କହିଥିଲେ ଯେ ସମବାୟ ଭାବନା ସମସ୍ତଙ୍କ ପ୍ରୟାସର ବାର୍ତ୍ତା ଦେଉଛି। ପ୍ରଧାନମନ୍ତ୍ରୀ କହିଥିଲେ ଯେ ଦୁଗ୍ଧ ଉତ୍ପାଦନ…

Read More

ମେଷ- ଆପଣ ଅନେକ ଉତ୍ସରୁ ଆର୍ଥିକ ଭାବରେ ଉପକୃତ ହେବେ। କେତେକଙ୍କ ପାଇଁ ପରିବାରରେ ନୂତନ ବ୍ୟକ୍ତିଙ୍କ ଆଗମନ ଉତ୍ସବ ଏବଂ ଆନନ୍ଦର ମୁହୂର୍ତ୍ତ ଆଣିଦେବ। ଆପଣଙ୍କ ମନରେ କାର୍ଯ୍ୟର ଚାପ ସତ୍ତ୍ବେ, ଆପଣଙ୍କର ପ୍ରିୟ ଖୁସିର ମୁହୂର୍ତ୍ତ ଆଣିଦେବେ। ମାର୍କେଟିଂ କ୍ଷେତ୍ରରେ କାର୍ଯ୍ୟ କରିବାକୁ ଆପଣଙ୍କର ଅଭିଳାଷ ଫଳପ୍ରଦ ହୋଇପାରେ। ଆପଣ ଏଥିରେ ବହୁତ ଖୁସି ହେବେ ଏବଂ ଏହି କାର୍ଯ୍ୟ ପାଇବା ପାଇଁ ସମ୍ମୁଖୀନ ହେଉଥିବା ସମସ୍ତ ଅସୁବିଧା ଦୂର ହେବ। ଦୀର୍ଘ ସମୟ ମଧ୍ୟରେ, କାର୍ଯ୍ୟ ସହିତ ଯାତ୍ରା ଲାଭଦାୟକ ହେବ। ବୃଷ- ଆପଣ ମଧୁରବାଣୀ ଦ୍ବାରା ଯେକୈଣସି କାର୍ଯ୍ୟରେ ବିଜୟୀ ହେବାକୁ ସମର୍ଥ ହେବେ। ପରିବାର ସଦସ୍ୟଙ୍କ ସହିତ ଖୁସିରେ ସମୟ ଅତିବାହିତ କରିବେ। ଆଜି ଭାଗ୍ୟ ଆପଣଙ୍କ ସହିତ ରହିବ। ଆୟର ନୂତନ ଉତ୍ସ ଉତ୍ପନ୍ନ ହୋଇପାରେ। ଅଫିସ୍ କାର୍ଯ୍ୟ ସବୁଦିନ ଅପେକ୍ଷା ଆଜି ଭଲ ହେବ । ଜୀବନ ସାଥୀଙ୍କ ପୂର୍ଣ୍ଣ ସମର୍ଥନ ପାଇବେ। ଏହା…

Read More

ନୂଆଦିଲ୍ଲୀ: ଜୁନ୍‌ ୨୦୨୩ରେ ୧ ଲକ୍ଷ ୬୧ ହଜାର ୪୯୭ କୋଟି ଟଙ୍କାର ସକଳ ଜିଏସଟି ରାଜସ୍ୱ ସଂଗ୍ରହ ହୋଇଛି। ଏଥିମଧ୍ୟରେ ସିଜିଏସଟି ପରିମାଣ ୩୧,୦୧୩ କୋଟି ଟଙ୍କା, ଏସଜିଏସଟି ପରିମାଣ ୩୮,୨୯୨ କୋଟି ଟଙ୍କା, ଆଇଜିଏସଟି ପରିମାଣ ୮୦,୨୯୨ କୋଟି ଟଙ୍କା (ବସ୍ତୁ ଆମଦାନୀ ଉପରେ ସଂଗୃହିତ ୩୯,୨୯୨ କୋଟି ଟଙ୍କା ସମେତ) ଏବଂ ସେସ୍‌ ପରିମାଣ ୧୧,୯୦୦ କୋଟି ଟଙ୍କା (ବସ୍ତୁ ଆମଦାନୀ ଉପରେ ସଂଗୃହିତ ୧,୦୯୨ କୋଟି ଟଙ୍କାର ରାଜସ୍ୱ ସମେତ) ରହିଛି। ପୂର୍ବ ବର୍ଷ ତୁଳନାରେ ୧୦% ବୃଦ୍ଧି ସହିତ ଜୁନ୍‌ ୨୦୨୩ରେ ଓଡ଼ିଶାରେ ୪,୩୭୯.୯୮ କୋଟି ଟଙ୍କାର ଜିଏସଟି ସଂଗ୍ରହ କରାଯାଇଛି। ଜୁନ୍‌ ୨୦୨୨ରେ ୩,୯୬୫.୨୮ କୋଟି ଟଙ୍କାର ଜିଏସଟି ରାଜସ୍ୱ ଆଦାୟ ହୋଇଥିଲା। ସରକାର ସିଜିଏସଟି ବାବଦରେ ୩୬,୨୨୪ କୋଟି ଟଙ୍କା ପରିଶୋଧ କରିଥିବା ବେଳେ ଆଇଜିଏସଟିରୁ ଏସଜିଏସଟି ବାବଦରେ ୩୦,୨୬୯ କୋଟି ଟଙ୍କା ପରିଶୋଧ କରିଛନ୍ତି। ନିୟମିତ ପରିଶୋଧ ହେବା ପରେ…

Read More

ଖୋର୍ଦ୍ଧା: ଡ୍ରଗ ମାଫିଆ ସୋମନାଥ ଭୁଜବଳ ହତ୍ୟାକାଣ୍ଡ ର ପୋଲିସ କଲା ଖୁଲାସା। ଏହି ହତ୍ଯାକାଣ୍ଡର ମୁଖ୍ଯ ଅଭିଯୁକ୍ତ ମୁକୁନ୍ଦପ୍ରସାଦ ର ସାହିତ୍ଯ ବେହେରା ଓରଫ କାହ୍ନା ଓ ରାଜ ଦଳବେହେରା। ଅନ୍ଯତମ ଅଭିଯୁକ୍ତ ଡ୍ରଗ୍ସ ମାଫିଆ ସଞ୍ଜୟ ପ୍ରଧାନ ଓ ଅନ୍ଯ ମାନେ ଫେରାର ଅଛନ୍ତି। ଗିରଫ ଅଭିଯୁକ୍ତଙ୍କ ନିକଟ ରୁ ବ୍ଯବହୃତ ପିକଅପ ଭ୍ଯାନ, ବୋଲେରୋ ଓ ସ୍କପିଓ, ୨ଟି ଷ୍ଟିଲ ଖଣ୍ଡା, ୪ ଟି ଗୁଳି, ୪ ଟି ଖୋକା, ଜବତ ହୋଇଛି। ପୂର୍ବ ବ୍ୟବସାୟିକ ଶତ୍ରୁତା କୁ ନେଇ ହୋଇଥିଲା ହତ୍ୟାକାଣ୍ଡ ହୋଇଥିବା ଟାଉନ ଥାନା ପରିସରରେ ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ ଏସପି ସିଦ୍ଧାର୍ଥ କାଟ୍ଟାରିଆ ସୂଚନା ଦେଇଛନ୍ତି। ଘଟଣାର ତଦନ୍ତ ଜାରି ରହିଛି। ଖୁବଶୀଘ୍ର ଅନ୍ଯ ଅଭିଯୁକ୍ତ ଗିରଫ କରାଯିବ। ଗତ ୭ ତାରିଖ ରାତିରେ ସାମନ୍ତରାପୁର ଠେଙ୍ଗାହାଟ ଛକରେ ଏକାକି ଠିଆ ହୋଇଥିବା ବେଳେ ଏକ ପିକ୍ଅପ ଭ୍ଯାନରେ କିଛି ଦୁବୃତ…

Read More

କୈଳାଶ ଚନ୍ଦ୍ର ଚୌଧୁରୀ ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ବୁଗୁଡ଼ା ଥାନା ଅନ୍ତର୍ଗତ କାନସୁକା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଖଦାଳ ମହାରଣା ନାମକ ଜଣେ ବ୍ୟକ୍ତି ନିଜ ଘରେ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ଖବର ହସ୍ତଗତ ହୋଇଛି। ସୁଚନା ଅନୁଯାୟୀ, ଗତକାଲି ଖଦାଳର ପୁଅ ବୁଲୁ ମହାରଣାର ବାହାଘର କାର୍ଯ୍ୟକ୍ରମ। ନିଷ୍ପତ୍ତି ଅନୁଯାୟୀ ସବୁ ପ୍ରସ୍ତୁତି ଚାଲିଥିଲା। କିନ୍ତୁ ଉକ୍ତ ବାହାଘରକୁ ନେଇ ଖଦାଳ ସନ୍ତୁଷ୍ଟ ନଥିଲେ। ଯ’ଦ୍ଵାରା ବୁଲୁର ମାମୁଁ କର୍ତ୍ତା ହୋଇ ବାହା କରିବାକୁ ନିଷ୍ପତ୍ତି ନେଇଥିଲେ। ଏଥିରେ ମ୍ରିୟମାଣ ହୋଇ ଖଦା ଆଗ ଦିନ ରାତିରେ ଏହି ଭଳି ଆତ୍ମହତ୍ୟା ନିଷ୍ପତ୍ତି ନେଇଥିବା ଜଣାପଡିଛି। ଏହି ଘଟଣା ପରେ ବୁଲୁ ବାହାଘର କାର୍ଯ୍ୟକ୍ରମ ବନ୍ଦ ହୋଇଯାଇଥିଲା। ଘଟଣା ପ୍ରଘଟ ହେବା ପରେ ଗାଁ ଚାଞ୍ଚଲ୍ୟ ଖେଳିବା ସହ ବାଲିପଦର ଫାଣ୍ଡି ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇବା…

Read More

ସୀତାରାମ ଅଗ୍ରୱାଲ ବାଣପୁର: ମଝି ରାସ୍ତାରେ ଚଳନ୍ତା ସ୍କୁଟି ଅଟକାଇ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ ଅଭିଯୋଗରେ ଭରତ ପ୍ରଧାନ ନାମକ ଅଭିଯୁକ୍ତଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି ବାଣପୁର ପୋଲିସ। ଅଭିଯୋଗ ମୁତାବକ ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅଧିନସ୍ଥ ଖଣତ ଗ୍ରାମର ପ୍ରକାଶ ଜେନାଙ୍କ ଠାରୁ ଭାପୁର ଗ୍ରାମର ଭରତ ପ୍ରଧାନ ଏକ ବର୍ଷ ପୂର୍ବେ ମଜୁରୀ ପ୍ରାପ୍ୟ ପାଞ୍ଚ ହଜାର ଟଙ୍କା ଠକି ନେଇଯାଇଥିଲେ। ଉକ୍ତ ଟଙ୍କାକୁ କେନ୍ଦ୍ର କରି ୬ ମାସ ପୂର୍ବେ ଭରତ ପ୍ରକାଶଙ୍କୁ ଧମକ ମଧ୍ୟ ଦେଇଥିଲେ। ପୂର୍ବ ଶତ୍ରୁତାକୁ ନେଇ ଗତକାଲି ସନ୍ଧ୍ୟାରେ ପ୍ରକାଶ ତାଙ୍କର ମା ଏବଂ ଝିଅଙ୍କ ସାଥିରେ ଭାପୁର ସ୍ଥିତ ନିଜର ବନ୍ଧୁଙ୍କ ଘରୁ ନିଜ ସ୍କୁଟିରେ ଫେରୁଥିବା ବେଳେ ବାଣପୁର ଭେଟେଶ୍ୱର ରାସ୍ତାରେ ଭରତ ଏକ ପଲସର ଗାଡ଼ିରେ ଆସି ପ୍ରକାଶଙ୍କୁ ମରଣାନ୍ତକ ଆକ୍ରମଣ କରି ତାଙ୍କ ଠାରୁ ମୋବାଇଲ ଓ ସ୍କୁଟି ଛଡାଇ…

Read More

ଭୁବନେଶ୍ୱର: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନବନିଯୁକ୍ତ ପ୍ରାଣୀ ଚିକିତ୍ସକଙ୍କ ପାଇଁ ଆୟୋଜିତ ଏକ ଦିଗଦର୍ଶନ କାର୍ଯ୍ୟକ୍ରମରେ ଯୋଗ ଦେଇ ପ୍ରାଣୀଧନର ବିକାଶ କ୍ଷେତ୍ରରେ ରୂପାନ୍ତର ଆଣିବା ପାଇଁ ପ୍ରାଣୀ ଚିକିତ୍ସକମାନେ ୫-ଟି ଉପକ୍ରମର ପ୍ରୟୋଗ କରିବାକୁ ପରାମର୍ଶ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ପ୍ରଯୁକ୍ତି ବିଦ୍ୟା, ମିଳିତ ଉଦ୍ୟମ, ସ୍ୱଚ୍ଛତା ଓ ସମୟର ଉଚିତ୍ ପ୍ରୟୋଗ ଦ୍ୱାରା ରୂପାନ୍ତର ଆସିଥାଏ। ଯୁବ ପ୍ରାଣୀ ଚିକିତ୍ସକଭାବେ ପ୍ରାଣୀଧନର ସ୍ୱାସ୍ଥ୍ୟ ସୁରକ୍ଷା ଓ ବିକାଶ କ୍ଷେତ୍ରରେ ସେମାନଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ଅଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ଆଜି ଲୋକସେବା ଭବନ କନ୍‌ଭେନ୍‌ସନ୍ ହଲ୍‌ରେ ଆୟୋଜିତ ଦିଗଦର୍ଶନ କାର୍ଯ୍ୟକ୍ରମରେ ୨୦୯ ଜଣ ପ୍ରାଣୀଧନ ଚିକିତ୍ସକଙ୍କୁ (Veterinary Assistant Surgeon) ନିଯୁକ୍ତି ପତ୍ର ଦିଆଯାଇଥିଲା। ସମସ୍ତ ଜିଲ୍ଲାର ବିଭାଗୀୟ ଅଧିକାରୀମାନେ ଭିଡିଓ କନଫରେନସିଂ ମାଧ୍ୟମରେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଏହି ଅବସରରେ ନବନିଯୁକ୍ତ ପ୍ରାଣୀ ଚିକିତ୍ସକଙ୍କୁ ଅଭିନନ୍ଦନ ଜଣାଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଗ୍ରାମାଞ୍ଚଳର…

Read More

ଭୁବନେଶ୍ୱର: ପୂର୍ବ ଭାରତରେ ପଶ୍ଚିମା ପବନ ପ୍ରବାହିତ ହେବା ଦ୍ୱାରା ଓଡ଼ିଶାରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଦୂର୍ବଳ ହୋଇପଡ଼ିଥିବା ସତ୍ତ୍ୱେ ପଶ୍ଚିମ କେନ୍ଦ୍ର ବଙ୍ଗୋପ ସାଗର ଏବଂ ଏହାର ନିକଟବର୍ତ୍ତୀ ଅଂଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହି ଘୂର୍ଣ୍ଣିବଳୟ ଏକ ଲଘୁଚାପରେ ପରିଣତ ହୋଇପାରେ ବୋଲି ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ସ୍ଥାନୀୟ ପରିବେଶ ଓ ଜଳବାୟୁ କେନ୍ଦ୍ର (ସିଇସି) ଆଜି ସୂଚନା ଦେଇଛି। ଜୁଲାଇ ୪ ରେ ଏହି ଲଘୁଚାପ ଦକ୍ଷିଣ ଓଡ଼ିଶା ଓ ଉତର ଆନ୍ଧ୍ର ପ୍ରଦେଶ ଉପକୂଳରେ ସୃଷ୍ଟି ହୋଇପାରେ ଓ ଏହାର ପ୍ରଭାବରେ ଉପକୂଳ ଓ ଦକ୍ଷିଣ ଓଡ଼ିଶା ଜିଲ୍ଲାଗୁଡ଼ିକରେ ଜୁଲାଇ ୩ ତାରିଖ ରୁ ୫ ତାରିଖ ପର୍ଯ୍ୟନ୍ତ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଆଭ୍ୟନ୍ତରୀଣ ଜିଲ୍ଲାଗୁଡ଼ିକରେ ଜୁଲାଇ ୫ରେ ମଧ୍ୟମରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଜୁଲାଇ ୬ ରୁ ୯ ତାରିଖ…

Read More

ସୀତାରାମ ଅଗ୍ରୱାଲ ବାଲୁଗାଁ: ବାଲୁଗାଁ ମହାବିଦ୍ୟାଳୟର ନୂତନ ଅଧ୍ୟକ୍ଷା ଭାବେ ପ୍ରାଧ୍ୟାପିକା ଡକ୍ଟର କଳ୍ପନା ଦାଶ ଦାୟିତ୍ୱ ଗ୍ରହଣ କରିଛନ୍ତି। ଉକ୍ତ ମହାବିଦ୍ୟାଳୟରେ ଡକ୍ଟର ଦାଶ ଦୀର୍ଘ ପଞ୍ଚତିରିଶରୁ ଉର୍ଦ୍ଧ୍ଵ ବର୍ଷ ମନସ୍ତତ୍ଵ ବିଭାଗରେ କାର୍ଯ୍ୟ କରି ଜଣେ ଛାତ୍ରବତ୍ସଳ ଅଧ୍ୟାପିକା ଭାବେ ଖୁବ ସୁନାମ ଅର୍ଜନ କରିଛନ୍ତି। କିଛି ବର୍ଷ ଯୁକ୍ତ ଦୁଇ ଅଧ୍ୟକ୍ଷା ଭାବେ କାର୍ଯ୍ୟ କରି ସେ ଖୁବ ଲୋକପ୍ରିୟତା ହାସଲ କରିଛନ୍ତି।  ଏଥିସହ ଜାତୀୟ ସେବା ଯୋଜନାର କାର୍ଯ୍ୟକ୍ରମ ଅଧିକାରୀ ଓ ଅନ୍ୟାନ୍ୟ ଦାୟିତ୍ୱ ଖୁବ ଦକ୍ଷତାର ସମ୍ପାଦନା କରି ତାଙ୍କ ସଚୋଟତା ଓ ନିଷ୍ଠାପରତା ପ୍ରତିପାଦିତ କରିପାରିଛନ୍ତି।  ଗତକାଲି ସେବାନିବୃତ୍ତ ଅଧ୍ୟକ୍ଷା ବିନତି ମଞ୍ଜରୀ ରାଉତଙ୍କ ଠାରୁ ଦାୟିତ୍ୱ ଗ୍ରହଣ କରିବା ପରେ ଆଜି ଛାତ୍ର ଛାତ୍ରୀ, ଅଧ୍ୟାପକ ଅଧ୍ୟାପିକା ଓ଼ କର୍ମଚାରୀମାନଙ୍କ ସମେତ ଅଂଚଳର ବିଭିନ୍ନ ଅନୁଷ୍ଠାନର କର୍ମକର୍ତ୍ତା ମାନେ ତାଙ୍କୁ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଛନ୍ତି।

Read More

ନୂଆଦିଲ୍ଲୀ: ସଂସଦର ମୌସୁମୀ ଅଧିବେଶନ ଜୁଲାଇ ୨୦ ତାରିଖରୁ ଆରମ୍ଭ ହୋଇ ଅଗଷ୍ଟ ୧୧ ତାରିଖ ପର୍ଯ୍ୟନ୍ତ ଚାଲିବ। ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ ଆଜି ଏହି ସୂଚନା ଦେଇଛନ୍ତି। ସଂସଦର ମୌସୁମୀ ଅଧିବେଶନ ଝଡ଼ତୋଫାନ ହେବାର ସମ୍ଭାବନା ରହିଛି। କାରଣ ଆସନ୍ତା ବର୍ଷ ହେବାକୁ ଥିବା ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି ପ୍ରମୁଖ ବିରୋଧୀ ଦଳ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱାଧୀନ ବିଜେପି ସରକାର ବିରୋଧରେ ମୋର୍ଚ୍ଚାବନ୍ଦୀ କରିବା ଆରମ୍ଭ କରିଛନ୍ତି। ପ୍ରହ୍ଲାଦ ଯୋଶୀ ଟୁଇଟ୍ କରି କହିଛନ୍ତି ଯେ, ସଂସଦର ମୌସୁମୀ ଅଧିବେଶନ ଜୁଲାଇ ୨୦ ତାରିଖରୁ ଆରମ୍ଭ ହୋଇ ଅଗଷ୍ଟ ୧୧ ପର୍ଯ୍ୟନ୍ତ ପର୍ଯ୍ୟନ୍ତ ଚାଲିବ। ୨୩ ଦିନ ଧରି ଚାଲିବାକୁ ଥିବା ଏହି ଅଧିବେଶନରେ ସମୁଦାୟ ୧୭ ଟି ବୈଠକ ହେବ। ସେ କହିଛନ୍ତି ଯେ, ଅଧିବେଶନ ସମୟରେ ସଂସଦର ବିଧାନସଭା ତଥା ଅନ୍ୟାନ୍ୟ କାର୍ଯ୍ୟରେ ଗଠନମୂଳକ ଅବଦାନ ପାଇଁ ମୁଁ ସମସ୍ତ ଦଳକୁ ନିବେଦନ…

Read More

ନୂଆଦିଲ୍ଲୀ: ଦିନିକିଆ ବିଶ୍ୱକପ୍-୨୦୨୩ ଭାରତର ଆୟୋଜନରେ ଖେଳାଯିବ। ଏହି ମେଗା ଟୁର୍ଣ୍ଣାମେଣ୍ଟର ପ୍ରଥମ ମ୍ୟାଚ୍ ଅକ୍ଟୋବର ୫ ତାରିଖରେ ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯିବ। ଏଥି ସହ ପାକିସ୍ତାନ କ୍ରିକେଟ୍ ଦଳକୁ ସେମାନଙ୍କ ସରକାର ବିଶ୍ୱକପରେ ଭାରତ ଆସିବା ପାଇଁ କିଛି ସ୍ପଷ୍ଟ ସଂକେତ ଦେଇନାହିଁ। ଏହି ସମୟରେ ପାକିସ୍ତାନ କ୍ରିକେଟ୍ ବୋର୍ଡ ବିଶ୍ୱକପ୍ ସ୍ଥାନ ଅନୁସନ୍ଧାନ ପାଇଁ ଏକ ସୁରକ୍ଷା ଦଳ ପଠାଇପାରେ। ପାକିସ୍ତାନ ଦଳ ମୋଟ ପାଞ୍ଚଟି ସ୍ଥାନରେ ଖେଳିବ, ଯେଉଁଥିରେ ଅହମ୍ମଦାବାଦ, ଚେନ୍ନାଇ, ବାଙ୍ଗାଲୋର, କୋଲକାତା ଏବଂ ହାଇଦ୍ରାବାଦ ଅନ୍ତର୍ଭୁକ୍ତ। ବିଶ୍ୱକପରେ ପାକିସ୍ତାନର କାର୍ଯ୍ୟସୂଚୀ: ଅକ୍ଟୋବର ୬ ତାରିଖ- ପାକିସ୍ତାନ ବନାମ କ୍ୱାଲିଫାୟର, ହାଇଦ୍ରାବାଦ ଅକ୍ଟୋବର ୧୨ ତାରିଖ- ପାକିସ୍ତାନ ବନାମ କ୍ୱାଲିଫାୟର, ହାଇଦ୍ରାବାଦ ଅକ୍ଟୋବର ୧୫ ତାରିଖ- ପାକିସ୍ତାନ ବନାମ ଭାରତ, ଅହମ୍ମଦାବାଦ ଅକ୍ଟୋବର ୨୦ ତାରିଖ- ପାକିସ୍ତାନ ବନାମ ଅଷ୍ଟ୍ରେଲିଆ, ବେଙ୍ଗାଲୁରୁ ଅକ୍ଟୋବର ୨୩ ତାରିଖ- ପାକିସ୍ତାନ ବନାମ ଆଫଗାନିସ୍ତାନ, ଚେନ୍ନାଇ ଅକ୍ଟୋବର…

Read More