Author: Samikhsya Bureau

ଭୁବନେଶ୍ବର: ଭଦ୍ରକ ଚାନ୍ଦବାଲି ଅଞ୍ଚଳର ହଳଦିଡିହ ଗାଁ’ରେ ବାଣ ଦୁର୍ଘଟଣାରେ ୨ ଜଣ ବ୍ୟକ୍ତିଙ୍କ ମୃତ୍ୟୁ ଘଟଣାରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ଶ୍ରମିକମାନଙ୍କ ମୃତ୍ୟୁ ଅତି ଦୁଃଖଦାୟକ ବୋଲି ମତବ୍ୟକ୍ତ କରିବା ସହିତ ମୁଖ୍ୟମନ୍ତ୍ରୀ ସେମାନଙ୍କ ପରିବାର ବର୍ଗଙ୍କ ପ୍ରତି ସମବେଦନା ପ୍ରକାଶ କରିଛନ୍ତି। ଏହା ସହିତ ପରିବାରର ନିକଟତମ ଆତ୍ମୀୟଙ୍କୁ ରାଜ୍ୟ ବିପର୍ଯ୍ୟୟ ମୁକାବିଲା ପାଣ୍ଠି (State Disaster Response Fund) ରୁ ୪ ଲକ୍ଷ ଟଙ୍କା ଲେଖାଏ ସହାୟତା ପ୍ରଦାନ କରିବାକୁ ଘୋଷଣା କରିଛନ୍ତି।

Read More

ନୂଆଦିଲ୍ଲୀ: ରାତି ଅଧରେ ପାକିସ୍ଥାନରେ ଥିବା ଆତଙ୍କବାଦୀ ସ୍ଥାନଗୁଡିକରେ ହାମଲା କରିଛି ଭାରତ। ଭାରତୀୟ ସ୍ଥଳସେନା, ନୌସେନା ଏବଂ ବାୟୁସେନା ଏକ ଐତିହାସିକ ତ୍ରି-ସେବା ଅଭିଯାନରେ ସାମିଲ ଥିଲେ। ପହଲଗାମ ଆକ୍ରମଣର ଜବାବରେ ପାକିସ୍ତାନ ଏବଂ ପାକ୍-ଅଧିକୃତ କାଶ୍ମୀରରେ ଆତଙ୍କବାଦୀ ଭିତ୍ତିଭୂମି ଉପରେ ରାତି ୧ଟା ୪୪ ମିନିଟରେ ଏହି ଆକ୍ରମଣ କରାଯାଇଥିଲା। ଏହି ସମୟରେ ୨୬ ଜଣ ସାଧାରଣ ନାଗରିକ ପ୍ରାଣ ହରାଇଥିବାର ଜଣାପଡିଛି। ସୂତ୍ର ଅନୁସାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିରନ୍ତର ଭାବେ ଏହି ଅଭିଯାନ ଉପରେ ନଜର ରଖିଥିଲେ।  ପାକିସ୍ତାନ ଏବଂ ପିଓକେରେ ଥିବା ଘାଟି ଉପରେ ଭାରତ ଆକ୍ରମଣ କରିଥିଲା ​​ଯେଉଁଠାରୁ ଆତଙ୍କବାଦୀମାନେ ଆକ୍ରମଣର ଯୋଜନା କରିବା ସହିତ ସେହି ସ୍ଥାନରୁ ନିର୍ଦ୍ଦେଶ ଦିଆଯାଉଥିଲା। ନଅଟି ସ୍ଥାନକୁ କରାଗଲା ଟାର୍ଗେଟ ‘ଅପରେସନ୍ ସିନ୍ଦୁର’ କୋଡନାମରେ ରାତାରାତି ଆକ୍ରମଣରେ ମୋଟ ନଅଟି ସ୍ଥାନକୁ ଟାର୍ଗେଟ କରାଯାଇଥିଲା। ଭାରତ କହିଛି, “ଆମର କାର୍ଯ୍ୟଗୁଡ଼ିକୁ ଆତଙ୍କବାଦୀ ସ୍ଥାନଗୁଡିକର ଉପରେ କେନ୍ଦ୍ରିତ…

Read More

ଭୁବନେଶ୍ୱର: ଖୋର୍ଦ୍ଧା ଜିଲ୍ଲାର ଜୀବେ ନିଷ୍ଠୁରତା ନିରୋଧ ସମିତି କର୍ତ୍ତୃପକ୍ଷ ସମ୍ପୂର୍ଣ୍ଣ ନିଷ୍କ୍ରିୟତା ହୋଇ ପଡିଛି। ଖୋର୍ଦ୍ଧା ଜିଲ୍ଲା ଓ ରାଜଧାନୀ ଭୁବନେଶ୍ବର ରେ ନୀରିହ ପ୍ରାଣୀ ମାନଙ୍କ ଉପରେ ହେଉଥିବା ନିଷ୍ଠୁର ଆଚରଣ ,ହତ୍ୟା ଆଦିର ତୁରନ୍ତ କାର୍ଯ୍ୟନୁଷ୍ଠାନ ପାଇଁ ଏନଫୋର୍ସ ପାଇଁ ଜିଲ୍ଲାର ଜୀବେ ନିଷ୍ଠୁରତା ନିରୋଧ ସମିତି ପକ୍ଷରୁ ପୂର୍ବରୁ ଜିଲ୍ଲା ରେ ଏସପିସିଏ ( Society for the Prevention of Cruelty to Animals) ଇନ୍ସପେକ୍ଟର ପଦବୀ ଥିବା ବେଳେ ବର୍ତ୍ତମାନ ଦୀର୍ଘ ବର୍ଷ ଧରି ଏହା ଖାଲି ପଡ଼ିଛି। ଯାହା ଫଳରେ ତୁରନ୍ତ ପ୍ରାଣୀ ମାନଙ୍କ ଉପରେ ହେଉଥିବା ନିଷ୍ଠୁର ଆଚରଣ, ବେଆଇନ ଚାଲାଣ, ହତ୍ୟା, ବିଷ ପ୍ରୟୋଗ କରି ନୀରିହ ପ୍ରାଣୀ ଙ୍କୁ ହତ୍ୟା ଆଦି ଘଟଣା ପରେ ତୁରନ୍ତ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ସମ୍ପୂର୍ଣ୍ଣ ଶୂନ୍ୟହୋଇ ପଡିଛି। ଖୋର୍ଦ୍ଧା ଜିଲ୍ଲା ଓ ଭୁବନେଶ୍ୱର ପରି ରାଜ୍ୟର ରାଜଧାନୀ ଅଞ୍ଚଳରେ ପ୍ରାଣୀ ନିଷ୍ଠୁରତା…

Read More

ଭୁବନେଶ୍ବର: ଦିନକୁ ଦିନ ପଶ୍ଚିମ ବଂଗରେ ନିର୍ମିତ ଜଗନ୍ନାଥ ମନ୍ଦିର ସ୍ଥାନର ନାମକରଣକୁ ନେଇ ବିବାଦ ବଢିବାରେ ଲାଗିଛି। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଜଗନ୍ନାଥ ମନ୍ଦିର ସ୍ଥାନକୁ ଜଗନ୍ନାଥ ଧାମ ବୋଲି ଦେଇଥିବାରୁ ତାହାକୁ ନେଇ ଏହି ବିବାଦର ସୁତ୍ରପାତ ହୋଇଛି।ତେବେ ଗତକାଲି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସେଠାରେ ଏକ ସ୍ଥାୟୀ ହୋଡିଂ ଲଗାଇଛନ୍ତି। ଯେଉଁଥିରେ ଲେଖା ହୋଇଛି ଜଗନ୍ନାଥ ଧାମ। ଏହାକୁ ନେଇ ପୁଣି ଥରେ ରାଜ୍ୟରେ ସ୍ବର ଉଠିଛି। ପୂର୍ବରୁ ମମତା କାହିଁକି ଏପରି ନାମ କରଣ କଲେ ବୋଲି ପ୍ରଶ୍ନ ଉଠିଥିଲା। ତାହା ଥମି ନ ଥିବା ବେଳେ ସେ ପୁଣି ଏକ ସ୍ଥାନୀୟ ହୋର୍ଡିଂ ଲଗାଇବା ନେଇ ବିବାଦ ତେଜିବାରେ ଲାଗିଛି। ଅନ୍ୟପଟେ ସେହି ମନ୍ଦିର ପ୍ରତିଷ୍ଠା ଉତ୍ସବରେ ଶ୍ରୀମନ୍ଦିର ସେବାୟତ ରାମକୃଷ୍ଣ ଦାସମହାପାତ୍ର ଯୋଗଦେବା ନେଇ ମଧ୍ୟ ବିବାଦ ସୃଷ୍ଟି ହୋଇଛି। ଅନ୍ୟପଟେ ସେ ବଙ୍ଗଳା ଟିଭିକୁ ସାକ୍ଷାତକାର ଦେଇ ଜଗନ୍ନାଥଙ୍କ ନବକଳେବର ବେଳେ…

Read More

ଭୁବନେଶ୍ବର: ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ, ଜଳ ସଂପଦ ବିଭାଗ  ଶ୍ରୀମତୀ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ  ୨୦୨୫  ବନ୍ୟା ଋତୁ ପାଇଁ  ପ୍ରସ୍ତୁତି ସମ୍ପର୍କରେ ଏକ ପ୍ରାଥମିକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକରେ  ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ, ସର୍ବୋଚ୍ଚ ଯନ୍ତ୍ରୀ ତଥା ସ୍ୱତନ୍ତ୍ର ଶାସନ ସଚିବ, ସର୍ବୋଚ୍ଚ ଯନ୍ତ୍ରୀ, କ୍ରୟ(ପ୍ରୋକ୍ୟୁରମେଣ୍ଟ) ଏବଂ ମୁଖ୍ୟ ଯନ୍ତ୍ରୀମାନେ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଆଗାମୀ ବନ୍ୟା ଋତୁ ପରିପ୍ରେକ୍ଷୀରେ ଯଥେଷ୍ଟ ପୂର୍ବରୁ ନଦୀବନ୍ଧ ଯାଞ୍ଚ, ମକ୍ ଡ୍ରିଲ୍, ଡ୍ରେନେଜ୍ ବ୍ୟବସ୍ଥାର ସମ୍ପୂର୍ଣ୍ଣ ସଫେଇ ଏବଂ ସବୁ ସ୍ତରରେ ସୁଦୃଢ  ସମନ୍ୱୟ ବ୍ୟବସ୍ଥା ଉପରେ ବୈଠକରେ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଗର୍ଗ ଗୁରୁତ୍ୱ ଦେବା ସହ ସଂପୃକ୍ତ ଅଧିକାରୀ ଓ ଯନ୍ତ୍ରୀମାନଙ୍କୁ ପ୍ରସ୍ତୁତି ପରିପ୍ରେକ୍ଷୀରେ ଆବଶ୍ୟକ ନିର୍ଦ୍ଦେଶ ଓ ପରାମର୍ଶ ଦେଇଛନ୍ତି । ବୈଠକରେ ବିଭିନ୍ନ ମଧ୍ୟମ ଓ ବୃହତ…

Read More

ଭୁବନେଶ୍ବର: ରଙ୍ଗବତୀ ପରି କାର୍ଯ୍ୟକ୍ରମ କେବଳ ଏକ ଉତ୍ସବ ନୁହେଁ, ଏହା ହେଉଛି ଏକ ଘୋଷଣା ଯେ, ଓଡ଼ିଶା ଏବେ ତାଙ୍କର ଅନୁପମ କଳାକୁ ଗର୍ବର ସହ ଆଗକୁ ବଢ଼ାଉଛି। ରଙ୍ଗବତୀ କେବଳ ଏକ ଗୀତ ନୁହେଁ, ଏହା ନିଜ ଅତ୍ମୀୟତାର ଅନୁଭବ, ରମ୍ୟତା ଓ ଉଦ୍ଦୀପନାର ପ୍ରତୀକ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଦ୍ୱାରା କେନ୍ଦୁଝର ଜିଲ୍ଲାର କାଳି ପଡିଆ ଠାରେ ଆୟୋଜିତ ସାଂସ୍କୃତିକ ମହୋତ୍ସବ ‘ରଙ୍ଗବତୀ’ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କହିଛନ୍ତି । ଏହି ଅବସରରେ, ମୁଖ୍ୟମନ୍ତ୍ରୀ କହିଥିଲେଯେ, ଆମେ ଓଡ଼ିଆ, ସବୁଠୁ ବଢିଆ। ଓଡିଶାର ପ୍ରତ୍ୟେକ କୋଣ ଅନୁକୋଣରେ ଭରି ରହିଛି ଲୋକଗୀତ, ଲୋକନୃତ୍ୟର ମଧୁର ମୂର୍ଚ୍ଛନା। ଏହି ବିବିଧାତା ଭିତରେ ଏକତା ଆମର ଶକ୍ତି। ଆମ ରାଜ୍ୟରେ ଭାଷା ଅଂଚଳ ବଦଳିବ ସହିତ ବଦଳି ଯାଇଥାଏ। ଭାଷା ଅଲଗା ସିନା…

Read More

ଭୁବନେଶ୍ବର: ବିଜୁ ଜନତା ଦଳ ତାହାର ପାଞ୍ଚଟି ସାଂଗଠନିକ ଜିଲ୍ଲାର ସଭାପତିଙ୍କ ନାମ ଘୋଷଣା କରିଛି। ସେମାନେ ହେଲେ ପୂର୍ବରୁ ଦଳ ଅଠରଟି ସାଂଗଠନିକ ଜିଲ୍ଲାର ସଭାପତିଙ୍କ ନାମ ଘୋଷଣା କରିଥିଲା। ତେବେ ବର୍ତ୍ତମାନ ସୁଦ୍ଧା ଖୋର୍ଦ୍ଧା ଜିଲ୍ଲାର ସଭାପତି କିଏ ହେବ ସେ ନେଇ ଅଙ୍କକଷା ଚାଲିଥିବାର ଅନୁମାନ କରାଯାଇଛି।

Read More

ଭୁବନେଶ୍ବର: ବିଜୁ ଜନତା ଦଳ ବଡ ଘୋଷଣା କରିଛି। ସଭାପତି ନିର୍ବାଚନ ପରେ ବର୍ତ୍ତମାନ ସଂଗଠନକୁ ସଜାଡିବାରେ ଲାଗିଛି। ସେହି ହିସାବରେ ବିଜେଡି ତାହାକର ସଂଗଠନ ସମ୍ଭାଳିବା ପାଇଁ ଗଠନ କରିଛି ଟିମ। ଏଥିରେ ଦଳ ୧୫ ନେତାଙ୍କୁ ଉପ-ସଭାପତି ଏବଂ ୫୫ ଜଣ ନେତାଙ୍କୁ ବରିଷ୍ଠ ସାଧାରଣ ସମ୍ପାଦକ ଏବଂ ସାଧାରଣ ସମ୍ପାଦକ ଭାବେ ନିଯୁକ୍ତ କରିଛି। ତେବେ ଏଥର ଦଳର ବହୁ ଗୁରୁତ୍ବପୂର୍ଣ୍ଣ ପଦବୀ ସାଂଗଠନିକ ସଂପାଦକ ପଦ ହଟାଇ ଦେଇଛି। ଏହି ପଦବୀରେ ଥିବା ପ୍ରଣବ ପ୍ରକାଶ ଦାସଙ୍କୁ ଉପସଭାପତି କରାଯାଇଛି। ତାଙ୍କ ସହିତ ଦେବୀ ପ୍ରସାଦ ମିଶ୍ର, ପ୍ରଫୁଲ ସାମଲ, ଉଷା ଦେବୀ, ବିକ୍ରମ କେଶରୀ ଆରୁଖ, ପ୍ରମିଳା ମଲ୍ଲିକ, ନିରଞ୍ଜନ ପୂଜାରୀ, ଚନ୍ଦ୍ରଶେଖର ସାହୁ, ପ୍ରଦାପ ଜେନା, ଅତନୁ ସବ୍ୟସାଚ୍ଚୀ ନାୟକ, ରାଜେନ୍ଦ୍ର ଢୋଲକିଆ, ସଞ୍ଜୟ ଦାସବର୍ମା, ଅଶ୍ୱିନୀ କୁମାର ପାତ୍ର, ସାରଦା ନାୟକଙ୍କୁ ଦଳ ଉପ-ସଭାପତି ଭାବେ ଦାୟିତ୍ୱ ଦେଇଛି । ସେହିପରି…

Read More

The Samikhsya Desk: ନିଜର ସନ୍ତାନମାନେ ପରୀକ୍ଷାରେ ପାଶ କଲେ ବାପମା, ସାଇପଡିଶା ଉତ୍ସବ ପାଳନ୍ତି। ମିଠା ଖୁଆନ୍ତି। କେକ୍ କାଟନ୍ତି। ହେଲେ ଆପଣ କେବେ ଶୁଣିଛନ୍ତି କି ପୁଅ ପରୀକ୍ଷାରେ ଫେଲ ହେବା ପରେ ବାପାମା କେକ କାଟି ଉତ୍ସବ କଲେ। ଏମିତି କେବେ ଆପଣ ଶୁଣି ନ ଥିବେ। ହେଲେ ଘଟଣାଟି ସତ। ପୁଅ ଦଶମ ପରୀକ୍ଷାରେ ସବୁ ବିଷୟରେ ଫେଲ ହୋଇଥିବାରୁ ବାପା ମା କେକ କାଟି ଉତ୍ସବ କଲେ। ତେବେ ଏହି ଘଟଣାଟି କର୍ଣ୍ଣାଟକର ବଗଲକୋଟ ଅଞ୍ଚଳରେ ଘଟିଛି। ସେଠାରେ ଥିବା ବସଭେଶ୍ବର ଇଂରାଜୀ ମିଡିୟମ ସ୍କୁଲର ଛାତ୍ର ଅଭିଷେକ ଚୋଲଚଗୁଡ୍ଡା ଚଳିତ ଦଶମ ପରୀକ୍ଷା ଦେଇଥିଲେ। ହେଲେ ସେ ସବୁ ବିଷୟରେ ଫେଲ ହୋଇଛନ୍ତି। ସେ ମୋଟ 625 ମାର୍କରୁ ରଖିଛନ୍ତି ମାତ୍ର 200 ମାର୍କ। ଏପରି ବିଫଳତରେ ବାପାମା ପୁଅକୁ ଗାଳି କରିବା ପରିବର୍ତ୍ତି କେକ୍ କାଟି ତାଙ୍କୁ ଉତ୍ସାହିତ କରିଛନ୍ତି। ତାଙ୍କ…

Read More

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ଓଡ଼ିଶା ସରକାର ୧୩୬ତମ ରାଜ୍ୟସ୍ତରୀୟ ସିଙ୍ଗଲ ୱିଣ୍ଡୋ କ୍ଲିୟରାନ୍ସ ଅଥରିଟି (ଏସଏଲଏସଡବ୍ଲୁଏ) ବୈଠକରେ ୩୮୯୮.୫୪ କୋଟି ଟଙ୍କାର ୧୯ଟି ନିବେଶ ପ୍ରକଳ୍ପକୁ ଅନୁମୋଦନ କରି ଶିଳ୍ପ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବା ଜାରି ରଖିଛନ୍ତି। ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ଏହି ବୈଠକରେ ଅନୁମୋଦନ ହୋଇଥିବା ପ୍ରସ୍ତାବଗୁଡ଼ିକରେ ରାଜ୍ୟରେ ୭,୪୬୪ ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ ବୋଲି ଆଶା କରାଯାଉଛି। ଏହି ମଂଜୁରୀପ୍ରାପ୍ତ ପ୍ରସ୍ତାବଗୁଡ଼ିକ ଇସ୍ପାତ, ଲୌହ ଓ ଫେରୋ ଆଲଏଜ୍, ଶିଳ୍ପ-ଗ୍ୟାସ୍, ଲଜିଷ୍ଟିକ୍ସ, ଖାଦ୍ୟ ଓ ପାନୀୟ, କୃଷି ପ୍ରକ୍ରିୟାକରଣ, ପର୍ଯ୍ୟଟନ ଓ ଆତିଥେୟତା, ରାସାୟନିକ ପଦାର୍ଥ, ଧାତୁ, ପୋଷାକ ଓ ଟେକ୍ସଟାଇଲ୍ ଭଳି ବିଭିନ୍ନ ପ୍ରଭାବୀ କ୍ଷେତ୍ରରେ ଅନ୍ତର୍ଭୁକ୍ତ । ଏହି ଅନୁମୋଦନ ଭାରତର ଅନ୍ୟତମ ଆକର୍ଷଣୀୟ ନିବେଶ ସ୍ଥଳ ଭାବେ ଓଡ଼ିଶାର ସ୍ଥିତିକୁ ଆହୁରି ସୁଦୃଢ଼ କରିବ ବୋଲି ଆଶା କରାଯାଇଛି।…

Read More

ଭୁବନେଶ୍ବର: ପୁଣି କିଟ୍ ବିଶ୍ବବିଦ୍ୟାଳୟରେ ଜଣେ ନେପାଳୀ ଛାତ୍ରୀ ଆତ୍ନହତ୍ୟା କରିଛନ୍ତି। ଗତକାଲି ରାତିରେ ନେପାଳୀ ଛାତ୍ରୀ ଜଣଙ୍କ ହଷ୍ଟେଲ ରୁମରେ ଆତ୍ମହତ୍ୟା କରିଛନ୍ତି। ଭୁବନେଶ୍ବର କମିଶନରେଟ ପୋଲିସ ପହଞ୍ଚି ଏହାର ତଦନ୍ତ କରୁଛି। ଅଢେଇମାସ ତଳେ ସେହିପରି ଜଣେ ନେପାଳୀ ଛାତ୍ରୀଙ୍କ ଆତ୍ମହତ୍ୟା ଘଟଣା ସାରା ଦେଶ ତଥା ନେପାଳରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିଲା। ଏବେ ପୁଣି ସେହି ଘଟଣା। ବର୍ତ୍ତମାନ ପୁଣି ଜଣେ ନେପାଳୀ ଛାତ୍ରୀଙ୍କ ଆତ୍ମହତ୍ୟା ଘଟଣାକୁ ନେଇ ସାଧାରଣରେ ବେଶ୍ ଆଲୋଚନା ହେବାରେ ଲାଗିଛି। ତାହା ହେଲା ଯେ, ସରକାର କଣ ଏତେ ନିଷ୍କ୍ରିୟ କି କିଟ ଆଗରେ ନିଜର ମୁଣ୍ଡ ନୁଆଁଇ ଦେଉଛନ୍ତି। ପ୍ରଥମ ଘଟଣାରେ ଲୋକ ଦେଖାଣିଆ ଭାବେ ସରକାର ଏକ ସଚିବ ସ୍ତରୀୟ କମିଟ ଗଠନ କରି ତଦନ୍ତ କରୁଛନ୍ତି। ସେ ତଦନ୍ତ କେତେ ବାଟ ଗଲା ତାହାର କିଛି ଖବର ନାହିଁ। ଏବେ ପୁଣି ସେହି ଘଟଣା। ଯାହା ସମସ୍ତଙ୍କୁ…

Read More

ଭୁବନେଶ୍ବର: ଆସନ୍ତା  ମଇ  ୫ ତାରିଖ ସୋମବାର ସମସ୍ତ ଜିଲ୍ଲାରେ  ଅନୁଷ୍ଠିତ ହେବାକୁ ଥିବା ଜିଲ୍ଲା ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ପାଇଁ ଅନଲାଇନ ପଞ୍ଜୀକରଣ ମଇ ୨ ତାରିଖ ଦିବା  ୧୧ ଘଟିକା ଠାରୁ ଆରମ୍ଭ ହେବ । ଏଥି ନିମନ୍ତେ ଆଗ୍ରହୀ ଜନସାଧାରଣ ଜନଶୁଣାଣି  ପୋର୍ଟାଲ (https://janasunani.odisha.gov.in/) ବ୍ୟବହାର କରି ସଂପୃକ୍ତ ଜିଲ୍ଲାପାଳ ଏବଂ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କୁ ସାକ୍ଷାତ କରିବା ପାଇଁ ପଞ୍ଜୀକରଣ କରିପାରିବେ । ଜନସାଧାରଣ ପଞ୍ଜୀକରଣ ପ୍ରାପ୍ତି ସ୍ଵୀକାର ପତ୍ର, ବ୍ୟକ୍ତିଗତ ପରିଚୟ ପତ୍ର ତଥା ନିଜର ଅଭିଯୋଗ ପତ୍ର ସହ ଦର୍ଶାଯାଇଥିବା ସ୍ଥାନରେ ନିର୍ଦ୍ଧାରିତ ସମୟରେ ଉପସ୍ଥିତ ରହି ନିଜର ଅଭିଯୋଗ ଜିଲ୍ଲାପାଳ ଏବଂ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କୁ ଜଣାଇପାରିବେ । ଏତଦ୍ ଭିନ୍ନ, ଅଣପଞ୍ଜୀକୃତ ଆବେଦନକାରୀମାନଙ୍କର ଅଭିଯୋଗପତ୍ରଗୁଡିକୁ ମଧ୍ୟ ଯୁଗ୍ମ ଶୁଣାଣି ଶିବିରରେ ସିଧାସଳଖ ଗ୍ରହଣ କରାଯାଇପାରିବ । ଏ ସମ୍ପର୍କରେ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ତରଫରୁ…

Read More

ଭୁବନେଶ୍ବର: ପବିତ୍ର ଅକ୍ଷୟ ତୃତୀୟା ଅବସରରେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ଆହ୍ବାନକ୍ରମେ ଆଜି ରାଜ୍ୟର ସମସ୍ତ ଜିଲ୍ଲାରେ ଜିଲ୍ଲା କଂଗ୍ରେସ କମିଟି ଓ ଜିଲ୍ଲା କିଷାନ କଂଗ୍ରେସର ମିଳିତ ଆନୁକୂଲ୍ୟରେ ପାରମ୍ପରିକ ରୀତିରେ କ୍ଷେତରେ ଅଖୁମୁଠି ଅନୁକୂଳ କରାଯାଇଛି। ସେହିପରି ଖୋର୍ଦ୍ଧା ଜିଲ୍ଲା ଭୁବନେଶ୍ୱର ବ୍ଲକ ଅନ୍ତର୍ଗତ ଟିକରପଡ଼ା ଗ୍ରାମପଞ୍ଚାୟତର କଲ୍ୟାଣପୁର ଠାରେ ଭୁବନେଶ୍ୱର ଜିଲ୍ଲା କଂଗ୍ରେସ କମିଟି ସଭାପତି ବିଶ୍ଵଜିତ ଦାଶଙ୍କ ପୌରହିତ୍ୟରେ ଆୟୋଜିତ ରାଜ୍ୟସ୍ତରୀୟ ଅକ୍ଷିମୁଠି ଅନୁକୂଳ ଉତ୍ସବରେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ଭକ୍ତ ଚରଣ ଦାସ ମୁଖ୍ୟ ଅତିଥିଭାବେ ଯୋଗଦେଇ ପାରମ୍ପରିକ ରୀତିରେ କ୍ଷେତରେ ଭୂମିପୂଜା କରିବା ସହିତ ଅକ୍ଷିମୁଠି ଅନୁକୂଳର ଶୁଭାରମ୍ଭ କରିଥିଲେ। ଏହି ଅବସରରେ ସଭାପତି ଶ୍ରୀଯୁକ୍ତ ଦାସ ରାଜ୍ୟର ସମସ୍ତ ଚାଷୀ ଭାଇ ଭଉଣୀମାନଙ୍କୁ ଅକ୍ଷୟ ତୃତୀୟାର ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇବା ସହ ସେମାନଙ୍କର ସୁଖ ସମୃଦ୍ଧି ଓ ପ୍ରଗତୀ କାମନା କରିଥିଲେ। ରାଜ୍ୟ ସରକାର…

Read More

ଭୁବନେଶ୍ୱର: ରାଜ୍ୟର ପ୍ରଗତି କୃଷି ବିକାଶ ଉପରେ ନିର୍ଭରଶୀଳ। କୃଷି ଆମ ରାଜ୍ୟବାସୀଙ୍କ ମୁଖ୍ୟ ଜିବୀକା । କୃଷି କାର୍ଯ୍ୟ ଓ କୃଷକ ସମାଜ ପ୍ରତି ସର୍ବଦା ସମ୍ମାନ ପ୍ରଦର୍ଶନ କରିବା ସମସ୍ତଙ୍କର ନୈତିକ ଦାୟିତ୍ଵ ଓ କର୍ତ୍ତବ୍ୟ । କୃଷକ ହେଲେ ଆମର ଅନ୍ନଦାତା ଓ ଚିର ନମସ୍ୟ। ମାଟି ଆମ ଫସଲ ଉତ୍ପାଦନର ମୁଖ୍ୟ ଆଧାର। ବାର୍ଷିକ କୃଷିକାର୍ଯ୍ୟ ଆରମ୍ଭ କରିବା ପୂର୍ବରୁ କୃଷକ ମାଟି ମାଆର କରୁଣା ଭିକ୍ଷା କରିଥାଏ। ତେଣୁ ଅକ୍ଷୟ ତୃତୀୟା କୃଷି କାର୍ଯ୍ୟର ଆଦ୍ୟ ପର୍ବ । ସର୍ବ ପ୍ରଥମେ ଭାରତବର୍ଷର ପ୍ରଥମ ରାଜ୍ୟ ଓଡ଼ିଶାରେ ୧୯୯୬ ମସିହାରେ ତତ୍କାଳୀନ କଂଗ୍ରେସ ସରକାରଙ୍କ ସମୟରେ ପବିତ୍ର ଅକ୍ଷୟ ତୃତୀୟା ଦିବସକୁ ସରକାରୀସ୍ତରରେ ପାଳନ କରାଯିବା ସହିତ ପ୍ରଥମ କରି ନୂତନ କୃଷିନୀତି ପ୍ରଣୟନ କରାଯାଇଥିଲା। କିନ୍ତୁ ଦୁର୍ଭାଗ୍ୟର ବିଷୟ ରାଜ୍ୟରେ ଥ‌ିବା ବିଜେଡ଼ି ଓ ପରବର୍ତ୍ତୀ ବିଜେପି ସରକାରର ଗତ ୨୫ ବର୍ଷ…

Read More

ଭୁବନେଶ୍ବର: ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଲୋକସେବା ଭବନ ଠାରେ ଶିଶୁ ବାଟିକା ପିଲା ମାନଙ୍କ ପାଇଁ ଉଦ୍ଦିଷ୍ଟ ଯାଦୁପେଡି ଦେଖିବା ସହିତ, ପିଲାମାନଙ୍କ ପାଇଁ ଏହାର ଉପଯୋଗୀତା ବିଷୟରେ ବୁଝିଥିଲେ। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀମତୀ ଶାଳିନୀ ପଣ୍ଡିତ ଯାଦୁପେଡି ଭିତରେ ଥିବା ବିଭିନ୍ନ ସାମଗ୍ରୀ ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଇଥିଲେ। ମୁଖ୍ୟମନ୍ତ୍ରୀ ଏହି ପେଡି ଭିତରେ ଥିବା ସାମଗ୍ରୀ ଦେଖି ଖୁସି ବ୍ୟକ୍ତ କରି କହିଥିଲେ, ଛୋଟ ଛୋଟ ପିଲାମାନେ ନିଜ ପାରିପାର୍ଶ୍ଵିକ ଅଂଚଳରେ ବ୍ୟବହାର୍ଯ୍ୟ ସାମଗ୍ରୀ ଓ ଏହାର ଉପଯୋଗୀତା ବିଷୟରେ ଏହି ଯାଦୁପେଡିରେ ଥିବା ଖେଳନାରୁ ଶିଖି ପାରିବେ। ଶିଶୁ ମାନଙ୍କୁ ଏହି ଯାଦୁପେଡ଼ିର ଖେଳନା ଗୁଡିକ ଶିଖିବା ସହିତ ପାଠ ପ୍ରତି ମଧ୍ୟ ଆକର୍ଷିତ କରିବ। ସୂଚନାଯୋଗ୍ୟ ଯେ, ନୂତନ ଶିକ୍ଷା ନୀତି ୨୦୨୦ ଅନୁଯାୟୀ ଛୋଟ ଛୋଟ ପିଲାମାନଙ୍କ ପାଇଁ ଏହି ଯାଦୁପେଡିର…

Read More

ସାଲେପୁର: ନବ ଓଡ଼ିଶାର ନିର୍ମାତା କୁଳବୃଦ୍ଧ ମଧୁସୂଦନଙ୍କ ୧୭୭ତମ ଜୟନ୍ତୀ ଉପଲକ୍ଷେ ସ୍ଥାନୀୟ ପାଗା ହାଟରେ ଏକ “କୃଷକ ସ୍ବାଭିମାନ ସମାବେଶ ନବନିର୍ମାଣ କୃଷକ ସଂଗଠନ ତରଫରୁ ଅନୁଷ୍ଠିତ ହୋଇଯାଇଛି। ପ୍ରଥମେ ମଧୁବାବୁଙ୍କ ଜନ୍ମପୀଠ ସତ୍ୟଭାମାପୁରରେ ସଂଗଠନର ରାଷ୍ଟ୍ରୀୟ ସଂଯୋଜକ ଅକ୍ଷୟ କୁମାର ଓ ଅନ୍ୟ କର୍ମକର୍ତ୍ତାମାନେ ମଧୁବାବୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାପର୍ଣ କରିବା ସହିତ ସେଠାରୁ ଏକ ପଦଯାତ୍ରାରେ ବାହାରି ପାଗା ହାଟ ପର୍ଯ୍ୟନ୍ତ ଯାଇଥିଲେ। ସେଠାରେ ସଂଗଠନର ରାଜ୍ୟ ସଂଯୋଜକ ଶେଷଦେବ ନନ୍ଦଙ୍କ ସଭାପତିତ୍ବରେ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା। ନବନିର୍ମାଣ କୃଷକ ସଂଗଠନର ରାଷ୍ଟ୍ରୀୟ ସଂଯୋଜକ ଅକ୍ଷୟ କୁମାର ଚାଷୀମାନଙ୍କୁ ସମ୍ବୋଧିତ କରି ମଧୁବାବୁଙ୍କ ସ୍ବପ୍ନର ଓଡ଼ିଶାକୁ ସାକାର କରିବାରେ ରାଜନେତା, ଅମଲାତନ୍ତ୍ର ଯେଉଁ ବିଫଳ ହୋଇଛନ୍ତି ତାକୁ ସାକାର କରିବାକୁ ସଂଗ୍ରାମ କରିବା ପାଇଁ ମଧୁବାବୁଙ୍କ ମାଟିରୁ ହିଁ ସଂକଳ୍ପ ନେଇଥିଲେ। ଏଣିକି ଚାଷୀ ଆଉ ୫ ହଜାର ନୁହେଁ, ମାସକୁ ୧୦ ହଜାର ଟଙ୍କା ପେନସନ୍…

Read More

ନୂଆଦିଲ୍ଲୀ: ପହଲଗାମରେ ଆତଙ୍କବାଦୀ ଆକ୍ରମଣରେ ପ୍ରାଣ ହରାଇଥିବା ୨୬ ଜଣଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜଣାଇଛି ଜମ୍ମୁ କାଶ୍ମୀର ବିଧାନସଭା। ଆଜି ବିଧାନସଭାରେ ଏକ ଦିନିକିଆ ସ୍ବତନ୍ତ୍ର ଅଧିବେସନ ଡକାଯାଇ ଦୁଇ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା। ଏ ନେଇ ପୂର୍ବରୁ ଉପରାଜ୍ୟପାଳ ମନୋଜ ସିହ୍ନା ଏକ ସ୍ବତନ୍ତ୍ର ଅଧିବେସନ ଡାକିବାକୁ ବିଜ୍ଞପ୍ତି ଜାରୀ କରିଥିଲେ। ଆଜି ଏହି ସ୍ବତନ୍ତ୍ର ଅଧିବେସନ ଡକାଯାଇଥିଲା। ଏଥିରେ ବାଚସ୍ପତି ଅବଦୁଲ ରହିମ ରାଥର ନିଜର ଅଭିଭାଷଣ ରଖି ନିର୍ଦ୍ଦୋଷ ପର୍ଯ୍ୟଟକଙ୍କ ହତ୍ୟାକୁ ନିନ୍ଦା କରିଥିଲେ। ଆମେ ପୀଡିତମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଉଛୁ ଏବଂ ସେମାନଙ୍କ ପ୍ରିୟଜନଙ୍କୁ ହରାଇଥିବା ପରିବାର ପ୍ରତି ଆମର ସମବେଦନା ଜଣାଉଛୁ ବୋଲି ସେ କହିଥିଲେ। ଏହା ପରେ ଗୃହରେ ଏକ ଶୋକ ପ୍ରସ୍ତାବ ପାରିତ ହୋଇଥିଲା।

Read More

ଭୁବନେଶ୍ବର: ଉଚ୍ଚାଙ୍ଗ ସାହିତ୍ୟ ପତ୍ରିକା ‘ଗୋପବନ୍ଧୁଙ୍କ ସତ୍ୟବାଦୀ’ର ନବମ ବାର୍ଷିକ ସମାରୋହ ଭୁବନେଶ୍ବର ଉତ୍କଳ ବିଶ୍ବବିଦ୍ୟାଳୟ ପରିସରସ୍ଥ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ପ୍ରେକ୍ଷାଳୟରେ ରବିବାର ଅପରାହ୍ଣରେ ଅନୁଷ୍ଠିତ ହୋଇଯାଇଛି। ଲୋକସେବକ ମଣ୍ଡଳର ସଭାପତି ଶ୍ରୀ ରାଜକୁମାରଙ୍କ ସଭାପତିତ୍ବରେ ଅନୁଷ୍ଠିତ ସମାରୋହରେ ମୁଖ୍ୟ ଅତିଥିଭାବେ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି, ଉଚ୍ଚ ଶିକ୍ଷା ଓ କ୍ରୀଡ଼ା, ଯୁବ ବ୍ୟାପାର ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, ମୁଖ୍ୟବକ୍ତା ଲବ୍ଧପ୍ରତିଷ୍ଠ ସାହିତ୍ୟିକ ତଥା ପୂର୍ବତନ ମୁଖ୍ୟ ଶାସନ ସଚିବ ତରୁଣକାନ୍ତି ମିଶ୍ର ଏବଂ ସମ୍ମାନିତ ଅତିଥିଭାବେ ଉତ୍କଳ ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟ ଯୋଗଦେଇ ଉତ୍କଳମଣିଙ୍କ ପ୍ରତିଷ୍ଠିତ ଦୈନିକ ‘ସମାଜ’ର ବିଶ୍ବସନୀୟତା ଓ ‘ଗୋପବନ୍ଧୁଙ୍କ ସତ୍ୟବାଦୀ’ର ଓଡ଼ିଆ ସାହିତ୍ୟ ଜଗତକୁ ଅନବଦ୍ୟ ଅବଦାନ ସମ୍ପର୍କରେ ଆଲୋକପାତ କରିଥିଲେ। ‘ଗୋପବନ୍ଧୁଙ୍କ ସତ୍ୟବାଦୀ’ର ସମ୍ପାଦକ ତଥା ‘ସମାଜ’ର ମୁଦ୍ରାକର ଓ ପ୍ରକାଶକ ଡ. ପ୍ରଭାସ ଆଚାର୍ଯ୍ୟ ସ୍ବାଗତ ଭାଷଣରେ ପତ୍ରିକାର ସଂଘର୍ଷପୂର୍ଣ୍ଣ ଯାତ୍ରା ଓ ସଫଳତା ସମ୍ପର୍କରେ…

Read More

ବ୍ରହ୍ମପୁର: ୨୦୩୬ରେ ଓଡିଶା ତାର ଶହେ ବର୍ଷ ପୂରଣ କରୁଛି। ୨୦୩୬ ସୁଦ୍ଧା ସମୃଦ୍ଧ ଓଡିଶା ଗଠନ ପାଇଁ ଆମର ଲକ୍ଷ୍ୟ ରହିଛି । ସମୃଦ୍ଧ ଓଡିଶା ଗଠନ ଦିଗରେ ଶିକ୍ଷାର ମହତ୍ବପୂର୍ଣ୍ଣ ଭୂମିକା ରହିବ । ତେଣୁ ଉଭୟ ପ୍ରାଥମିକ ଓ ଉଚ୍ଚଶିକ୍ଷାକୁ ସୁଦୃଢ କରିବା ପାଇଁ ଆମ ସରକାର ବଦ୍ଧପରିକର ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ଗଞ୍ଜାମ ଜିଲ୍ଲା ଭୀମପୁର ଉନ୍ନୀତ ଉଚ୍ଚ ବିଦ୍ୟାଳୟର ଶତବାର୍ଷିକୀ ଉତ୍ସବରେ ଯୋଗ ଦେଇ ଏହା କହିଛନ୍ତି। ମୁଖ୍ୟମନ୍ତ୍ରୀ ପ୍ରଥମେ ବିଦ୍ୟାଳୟର ପ୍ରତିଷ୍ଠାତା ଆଦର୍ଶ ଶିକ୍ଷକ ସ୍ବର୍ଗତ ଭଗବାନ ପଣ୍ଡାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରି କହିଥିଲେ ଯେ ୧୯୨୪ ମସିହା ମାର୍ଚ୍ଚ ୧୫ ତାରିଖରେ ଏହି ବିଦ୍ୟାଳୟ ତାର ଶିକ୍ଷାଦାନର ଯାତ୍ରା ଆରମ୍ଭ କରି ଦୀର୍ଘ ୧୦ ଦଶନ୍ଧୀ ଧରି ସୀମାନ୍ତ ଅଂଚଳରେ ଜ୍ଞାନର ଆଲୋକ ବିକିରଣ କରିଆସୁଛି। ଭାରତୀୟ ସଂସ୍କୃତି ଓ ପରମ୍ପରାରେ ଶିକ୍ଷାଦାନ ବ୍ୟବସ୍ଥା…

Read More

Mann Ki Baat 121: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ‘ମନ କି ବାତ୍’ର ୧୨୧ତମ ଏପିସୋଡରେ ଜମ୍ମୁ ଓ କାଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପାଇଁ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ଦେଶବାସୀଙ୍କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ୨୨ ଏପ୍ରିଲରେ ଘଟିଥିବା ଏହି ଘଟଣା ପ୍ରତ୍ୟେକ ଭାରତୀୟଙ୍କ ହୃଦୟକୁ ଆଘାତ ଦେଇଛି ଏବଂ ସାରା ଦେଶରେ ଗଭୀର କ୍ରୋଧ ସୃଷ୍ଟି କରିଛି। “ଦେଶ ଏବଂ ଜମ୍ମୁ ଓ କାଶ୍ମୀରର ଶତ୍ରୁମାନେ ସେହି ଉପତ୍ୟକାର ପ୍ରଗତି, ଶାନ୍ତି ଏବଂ ସମୃଦ୍ଧି ଫେରିବାକୁ ସହ୍ୟ କରିପାରୁ ନାହାଁନ୍ତି। ଏହି ଘୃଣ୍ୟ କାର୍ଯ୍ୟ ମାଧ୍ୟମରେ ସେମାନଙ୍କର କାପୁରୁଷତା ପ୍ରକାଶ ପାଇଛି,” ପ୍ରଧାନମନ୍ତ୍ରୀ ଦେଶର ଏକତାକୁ ପୁନଃ ଦୃଢ଼ କରି ଏବଂ ଦୋଷୀ ଏବଂ ଷଡ଼ଯନ୍ତ୍ରକାରୀଙ୍କୁ କଠୋରତମ ଦଣ୍ଡ ଦିଆଯିବ ବୋଲି ଆଶ୍ୱାସନା ଦେଇଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ବିଶ୍ୱ ନେତାମାନେ ଏହି ଆକ୍ରମଣର କଡ଼ା ନିନ୍ଦା…

Read More

ଭୁବନେଶ୍ବର: ପୁଣିଥରେ ଓଡିଶାକୁ ଫେରିଛି ଲଜ୍ୟା..। ଯାହା ସାଧାରଣରେ ବେଶ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ଜଣେ କର୍ମଜୀବି ମହିଳାଙ୍କ ହାତଗୋଡ ବାନ୍ଧି ତାଙ୍କୁ ଗଣ ଦୁଷ୍କର୍ମ କରାଯାଇଥିବାର ଅଭିଯୋଗ ହୋଇଛି। ତାଙ୍କୁ ରାତିରେ ଘରେ ଛାଡି ଦେବା ବାହାନା କରି ଦୁଷ୍କର୍ମକାରୀମାନେ ଏହି କାଣ୍ଡ ଘଟାଇଥିବାର ଜଣାପଡିଛି। ଘଟଣାଟି ଘଟିଛି ଯାଜପୁର ସହରରେ। ସେଠାରେ ଜଣେ କର୍ମଜୀବି ମହିଳା ଅଫିସ ସାରି ଘରକୁ ଯିବା ପାଇଁ ଯାଜପୁରର ଟାଉନର ଗାନ୍ଧି ଛକ ନିକଟରେ ଗାଡିକୁ ଅପେକ୍ଷା କରିଥିଲେ। ସଂଧ୍ୟା ହୋଇଯାଇଥିବାରୁ ସେ ଯିବା ପାଇଁ ବ୍ୟସ୍ତ ହେଉଥିଲେ। ଏହି ସମୟରେ ଜଣେ ଅଟୋ ଡ୍ରାଇଭର ତାଙ୍କୁ ତାଙ୍କ ଗାଁ ଛକ ନିକଟରେ ଛାଡି ଦେବେ ବୋଲି କହି ଡାକିଥିଲେ। ମହିଳା ଜଣଙ୍କ ତାଙ୍କ କଥାରେ ବିଶ୍ବାସ କରି ସେ ସେହି ଅଟୋରେ ବସିଲେ। ପୂର୍ବରୁ ସେଥିରେ ଦୁଇଜଣ ଯୁବକ ବସିଥିଲେ। ଅଟୋ କିଛିବାଟ ଯିବା ପରେ ସେହି ଦୁଇ ଯୁବକ ତାଙ୍କ…

Read More