ମୁମ୍ବାଇ: ବରିଷ୍ଠ ଶିବସେନା ନେତା ଗଜାନନ କୀର୍ତ୍ତିକର ଆଜି କହିଛନ୍ତି ଯେ, ଏକନାଥ ସିନ୍ଦେ ନେତୃତ୍ୱାଧୀନ ଶିବସେନା ଏବଂ ଭାରତୀୟ ଜନତା ପାର୍ଟି ମଧ୍ୟରେ ଆସନ ବଣ୍ଟନ ବ୍ୟବସ୍ଥା ୨୦୧୯ ଭଳି ରହିବ। ଅନ୍ୟପକ୍ଷରେ ବିଜେପି କହିଛି ଯେ, ଏପର୍ଯ୍ୟନ୍ତ ଏହି ପ୍ରସଙ୍ଗରେ କୌଣସି ନିଷ୍ପତ୍ତି ନିଆଯାଇନାହିଁ। ଶିବସେନା ଏବଂ ବିଜେପି ୨୦୧୯ ଲୋକସଭା ନିର୍ବାଚନରେ ମିଳିତ ଭାବେ ଲଢିଥିଲେ। ଶିବସେନା ସେତେବେଳେ ବିଭାଜିତ ହୋଇନଥିଲା। ଗଜାନନ କିର୍ତ୍ତିକର ମୁମ୍ବାଇରେ ଗଣମାଧ୍ୟମକୁ କହିଛନ୍ତି ଯେ, ଶିବସେନା ଗତଥର (୪୮ ଟି ମଧ୍ୟରୁ ୨୨ ଟି) ପ୍ରତିଦ୍ୱନ୍ଦ୍ୱିତା କରି ୧୮ ଟି ଜିତିଥିବାବେଳେ ବିଜେପି ୨୬ ଟି ଆସନରେ ପ୍ରତିଦ୍ୱନ୍ଦ୍ୱିତା କରି ୨୩ ଟି ଜିତିଥିଲା। ଏଥର ମଧ୍ୟ (ସିଟ୍ ବଣ୍ଟନ) ସମାନ ବ୍ୟବସ୍ଥା ସେଠାରେ ରହିବ। ଆମେ ପୂର୍ବରୁ ପ୍ରସ୍ତୁତି ଆରମ୍ଭ କରିଛୁ। ମହାରାଷ୍ଟ୍ରର ଶିବସେନାର ୧୮ ଜଣ ଲୋକସଭା ସଦସ୍ୟଙ୍କ ମଧ୍ୟରୁ ୧୩ ଜଣ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ଶିବିରରେ…
Author: Samikhsya Bureau
ନୂଆଦିଲ୍ଲୀ: ଉତ୍ତରପ୍ରଦେଶରେ ଦୁଗ୍ଧ ପାଉଡର, ସାବୁନ୍, ମିଠା ଏବଂ ଶିଶୁ ଯତ୍ନ ଉତ୍ପାଦ ସମେତ ୩୫ ଟି ସାମଗ୍ରୀ ସରକାରୀ ରେସନ ଦୋକାନରେ ଉପଲବ୍ଧ ହେବ। ଏହି ସାମଗ୍ରୀ ସେହି ମୁଖ୍ୟ ରାସ୍ତାରେ ନିର୍ମିତ ରାସନ ଦୋକାନରେ ଉପଲବ୍ଧ ହେବ ଯେଉଁଠାରୁ ଭାରୀ ଯାନ ଚଳପ୍ରଚଳ କରିପାରିବ। ସ୍ୱାସ୍ଥ୍ୟ ଏବଂ ସୁରକ୍ଷା ସମ୍ବନ୍ଧୀୟ ଜିନିଷ ମଧ୍ୟ ଉପଲବ୍ଧ ହେବ। ଏହା ସହିତ ସାମଗ୍ରୀର ଗୁଣବତ୍ତା ମଧ୍ୟ ସୁନିଶ୍ଚିତ ହେବ। ଖାଦ୍ୟ ଏବଂ ଲଜିଷ୍ଟିକ୍ ବିଭାଗ ଏଥିପାଇଁ ଏକ ନିର୍ଦ୍ଦେଶ ଜାରି କରିଛି। ଏହା ସହିତ ଉତ୍ତରପ୍ରଦେଶର ଉଚିତ ମୂଲ୍ୟ ଦୋକାନରେ କ୍ଷୀର, ପାଉଁରୁଟି, ମସଲା, ପ୍ରସାଧନ ସାମଗ୍ରୀ, ଛତା ଏବଂ ଟର୍ଚ୍ଚ ଭଳି ୩୫ ଟି ସର୍ବସାଧାରଣ ଉପଯୋଗୀ ସାମଗ୍ରୀ ଉପଲବ୍ଧ ହେବ। ଯୋଗୀ ସରକାର ଆଜି ଏହାର ବିଜ୍ଞପ୍ତି ଜାରି କରିଛନ୍ତି, ଯେଉଁଥିରେ ରାସନ ଦୋକାନରେ ଅଧିକ ଅଦରକାରୀ ଜିନିଷ ମଧ୍ୟ ଉପଲବ୍ଧ ହେବ। ଗୁଡ, ଘିଅ, ନମକିନ୍, ପ୍ୟାକ୍…
ଦୁଷ୍ମନ୍ତ କୁମାର ପଣ୍ଡା କଳାହାଣ୍ଡି: ବଦଳୁଛି ମିଲ୍ଲେଟ୍ସ ରୁ ପ୍ରସ୍ତୁତ ଖାଦ୍ୟକୁ ପରସିବାର ଏବଂ ଅପଣେଇବାର ଢାଞ୍ଚା। ୨୦୨୩ ମସିହା କୁ ଅନ୍ତର୍ଜାତୀୟ ମିଲେଟ ବର୍ଷ ଭାବରେ ଘୋଷଣା କରାଯାଇଛି। କିନ୍ତୁ ୫ ବର୍ଷ ପୂର୍ବରୁ ଓଡିଶା ସରକାର ଓଡିଶା ମିଲେଟ ମିଶନ ଜ଼ରିଆରେ ଖ୍ୟୁଦ୍ରଶସ୍ୟ ବା ମିଲେଟକୁ ପ୍ରୋତ୍ସାହନ ଦେବା ଏବଂ ଏହାର ବ୍ୟବହାର ବୃଦ୍ଧି ନିମନ୍ତେ ଅବିରତ କାର୍ଯ୍ୟ କରି ଆସୁଛନ୍ତି। ଏହି ପରିପ୍ରେକ୍ଷୀରେ ଓଡିଶା ମିଲ୍ଲେଟ୍ସ ମିଶନ ସହାୟତା ରେ ମିଶନ ଶକ୍ତି ସ୍ୱୟଂ ସହାୟକ ଗୋଷ୍ଠୀ ମାନଙ୍କୁ ବିଭିନ୍ନ ସହାୟତା ଜ଼ରିଆରେ ସମୃଦ୍ଧ କରି ଆସୁଅଛି। ଏହି ଅବସରରେ ସଂପ୍ରତ୍ତି ଜିଲ୍ଲା ପରିଷଦ ପରିସରରେ ଏକ ମିଲେଟ ଶକ୍ତି ଆଉଟ ଲେଟର ଶୁଭ ଉଦଘାଟନ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର କୁମାର ସିଂହ ଦେଓ ଙ୍କ କରକମଳରେ ସମ୍ପନ୍ନ କରା ଯାଇ ଅଛି। ଏହି ମିଲେଟ ଶକ୍ତି ଆଉଟ୍ଟଲେଟର ପରିଚାଳନା କଲ୍ୟାଣି ସ୍ୱୟଂ ସହୟକ ଗୋଷ୍ଠୀ…
ସୀତାରାମ ଅଗ୍ରୱାଲ ବାଣପୁର: ଗୁରୁବାର ଅପରାହ୍ନରେ ଖୋର୍ଦ୍ଧା ଜିଲ୍ଲା ବାଣପୁର ଅଞ୍ଚଳରେ କାଳବୈଶାଖୀ ତାଣ୍ଡବ ରଚିଥିଲା। ଆଦିବାସୀ ଅଧ୍ୟୁଷିତ ନୀଳାଦ୍ରିପ୍ରସାଦ ଗ୍ରାମ ପଞ୍ଚାୟତର ନୀଳାଦ୍ରି ଗ୍ରାମରେ ଏକ ବହୁଦିନର ତେନ୍ତୁଳି ଗଛ ଉପୁଡି ଅଶୋକ ପ୍ରଧାନଙ୍କ ଘର ଉପରେ ପଡିଯାଇଥିଲା। ଯାହାଫଳରେ ଅଶୋକଙ୍କର ଦୁଇ ବଖରା ଘର ସମ୍ପୂର୍ଣ୍ଣ ଭାଙ୍ଗି ଯିବା ସହ ଘର ପିଣ୍ଢାରେ ବସିଥିବା ଅଶୋକଙ୍କ ଭାଇ ସୁର ପ୍ରଧାନ ଗୁରତର ଆହତ ହେବା ସହ ଗ୍ରାମର ବିଦୁତ ଖୁଣ୍ଟ ଭାଙ୍ଗି ଗ୍ରାମ ସମ୍ପୂର୍ଣ୍ଣ ଅନ୍ଧକାର ହୋଇଯାଇଥିଲା। ଉକ୍ତ ଖବର ପାଇ ଆଜି ସକାଳୁ ବାଣପୁର ତହସିଲଦାର କୁଞ୍ଜବିହାରୀ ବଡ଼ଜେନା ଉକ୍ତ ଗ୍ରାମ ଗସ୍ତ କରି ସ୍ଥିତି ପରଖିଥିଲେ। ଭାଙ୍ଗିଯାଇଥିବା ଘରକୁ ସରକାରୀ ସହାୟତା ପାଇଁ ତୁରନ୍ତ ପଦକ୍ଷେପ ନେଇଛନ୍ତି ତହସିଲଦାର। ଏ ବାବଦରେ ବିଭାଗୀୟ ଅଧିକାରୀଙ୍କୁ ରିପୋର୍ଟ ଦେଇଛନ୍ତି ତହସିଲଦାର। ଅନୁରୂପ ଭାବେ ଅଗ୍ନିଶମ ବାହିନୀ ଦ୍ୱାରା ଗଛ କଟା କାର୍ଯ୍ୟ କ୍ଷିପ୍ରଗତିରେ ଜାରି ରହିଥିବା ବେଳେ…
ସୀତାରାମ ଅଗ୍ରୱାଲ ବାଣପୁର: ଆଜି ପୂର୍ବାହ୍ନ ୧୧ଟା ସମୟରେ ଜାତୀୟବାଦୀ ନାଟ୍ୟକାର ଓ ଗାନ୍ଧିବାଦୀ ସମାଜସେବୀ ତଥା ସ୍ୱାଧୀନତା ସଂଗ୍ରାମୀ ପର୍ଶୁରାମ ହରିଚନ୍ଦନଙ୍କର ୪୬ ତମ ଶ୍ରାଦ୍ଧତ୍ସବ ଗମ୍ଭାରୀମୁଣ୍ଡା ସ୍ଥିତ ପର୍ଶୁରାମ ମହାବିଦ୍ୟାଳୟ ପରିସରରେ ପାଳିତ ହୋଇଯାଇଛି। ଉକ୍ତ ଉତ୍ସବରେ ବିଶିଷ୍ଠ ଶିକ୍ଷାବିତ ପ୍ରଫୁଲ୍ଲ କୁମାର ସାମନ୍ତସିଂହାର, ବାଣପୁର ଗ୍ରାମୀଣ ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ସଂଗ୍ରାମ କେଶରୀ ସାହୁ, ଶାଳିଆ ସାହିତ୍ୟ ସଂସଦର ସଭାପତି ବାଳମୁକୁନ୍ଦ ଦାସ ଓ ବ୍ଲକ ଶିକ୍ଷାଧିକାରୀ ସନାତନ ଜାଲି ପ୍ରମୁଖ ଅତିଥି ରୂପେ ଯୋଗ ଦେଇଥିଲେ। ଡା. ସୁରେନ୍ଦ୍ର ନାଥ ଦାସ ଅତିଥି ପରିଚୟ କରିଥିବା ବେଳେ, ଶିକ୍ଷାବିତ ଗୋଲଖ ବିହାରୀ ପଟ୍ଟନାୟକ ପ୍ରାରମ୍ଭିକ ଅଭିଭାଷଣ ଦେଇଥିଲେ। ପର୍ଶୁରାମ ସ୍ମୃତି କମିଟି ଓ ପର୍ଶୁରାମ ମହାବିଦ୍ୟାଳୟ ର ମିଳିତ ଉଦ୍ୟମରେ ଆୟୋଜିତ ଏହି ଉତ୍ସବରେ, ପର୍ଶୁରାମଙ୍କ ଉତ୍ସର୍ଗୀକୃତ ସମାଜସେବା, ମୂଲ୍ୟବୋଧ ଭିତ୍ତିକ ରାଜନୀତି ଓ ଜାତୀୟ ଚେତନାକୁ ଉଦ୍ରେକ କରିବା ପାଇଁ ତାଙ୍କର ନାଟକ ରଚନା, ଆଗାମୀ…
ଭୁବନେଶ୍ୱର: ଏମ୍ସ ଭୁବନେଶ୍ୱରରେ ଏମ୍ବିବିଏସ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଗବେଷଣା ଏବଂ ନବସୃଜନ ଦିଗରେ ଉତ୍ସାହପୂର୍ଣ୍ଣ ବାତାବରଣ ସୃଷ୍ଟି କରିବା ସହିତ ସକ୍ରିୟ ଭାଗିଦାରୀତା ତଥା ସହଯୋଗ ନିମନ୍ତେ ଟିଚିଙ୍ଗ୍ ଆସିଷ୍ଟାଣ୍ଟ୍(ଟିଏ) ଏବଂ ରିସର୍ଚ୍ଚ ଆସିଷ୍ଟାଣ୍ଟ୍(ଆର୍ଏ) କାର୍ଯ୍ୟକ୍ରମ ଆରମ୍ଭ ହେବ। ଏମ୍ସରେ ଅଧ୍ୟୟନ କରୁଥିବା ସିନିୟର୍ ମେଧାବୀ ଛାତ୍ରଛାତ୍ରୀ ସେମାନଙ୍କର ଜୁନିୟର୍ ଛାତ୍ରଛାତ୍ରୀଙ୍କର ଟିଏ ଏବଂ ଆର୍ଏ ଭାବେ ଦାୟିତ୍ବ ନିର୍ବାହ କରିବେ। ଏଥିସହିତ ସେମାନେ ଜୁନିଅର ଛାତ୍ରଛାତ୍ରୀଙ୍କୁ ଉଭୟ ପାଠପଢ଼ା ତଥା ଗବେଷଣାରେ ସକ୍ରିୟ ସହଯୋଗ କରିବେ ବୋଲି ଏମ୍ସ ଭୁବନେଶ୍ୱରର ନୂତନ ଅଧ୍ୟକ୍ଷ ପ୍ରଫେସର (ଡ) ଏ କେ ବିଶୋଇ ସୂଚନା ଦେଇଛନ୍ତି। ନୂତନ ଭାବେ ଏହି ମର୍ଯ୍ୟାଦାଜନକ ଜାତୀୟ ସ୍ବାସ୍ଥ୍ୟ ପ୍ରତିଷ୍ଠାନର ଅଧ୍ୟକ୍ଷ ଭାବେ ମନୋନୀତ ହେବା ପରେ ଏମ୍ସକୁ ପ୍ରଥମ ଗସ୍ତରେ ଆସି ଏପରି ମତବ୍ୟକ୍ତ କରିଛନ୍ତି ଡ. ବିଶୋଇ। ଏଥି ସହିତ ଏହି କାର୍ଯ୍ୟକ୍ରମ ଡାକ୍ତରୀ ଛାତ୍ରଛାତ୍ରୀଙ୍କ ପାଇଁ ଆଧୁନିକ ଚିକିତ୍ସା ବିଜ୍ଞାନରୁ ଅଧିକ ଶିକ୍ଷାଲାଭ…
ଭୁବନେଶ୍ଵର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ମୁଖ୍ୟମନ୍ତ୍ରୀଙ୍କ ୫-ଟି ସଚିବ ଭି.କେ. ପାଣ୍ଡିଆନ ଆଜି ଭୁବନେଶ୍ବରର ହରେକୃଷ୍ଣ ମହତାବ ରାଜ୍ୟ ପାଠାଗାର ପରିଦର୍ଶନରେ ଯାଇଥିଲେ। ସେଠାରେ ସେ ଛାତ୍ରଛାତ୍ରୀ ମାନଙ୍କ ସହିତ ସେମାନଙ୍କର ସୁବିଧା ଅସୁବିଧା ସଂପର୍କରେ ଆଲୋଚନା କରିଥିଲେ। ହରେକୃଷ୍ଣ ମହତାବ ରାଜ୍ୟ ପାଠାଗାର ରାଜ୍ୟର ଏକ ପ୍ରମୁଖ ପାଠାଗାର ଏବଂ ପ୍ରତିଦିନ ଏଠାକୁ ଶହ ଶହ ଛାତ୍ରଛାତ୍ରୀ ତଥା ବିଭିନ୍ନ ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ଯୁବ ବର୍ଗ ଓ ସାଧାରଣ ଲୋକ ଅଧ୍ୟୟନ ପାଇଁ ଆସିଥାନ୍ତି। ଏହି ପାଠାଗାରଟି ପୂରୁଣା ହୋଇଯାଇଥିବାରୁ, ଏହାର ପୁନରୁଦ୍ଧାର କରାଯାଇ ଚୌକି, ଟେବୁଲ ଓ ଅନ୍ୟ ଆସବାବପତ୍ରର ନବୀକରଣ ସହ ଚଟାଣ ଓ ବିଭିନ୍ନ ସିଭିଲ ଷ୍ଟ୍ରକଚରର ମଧ୍ୟ ଉନ୍ନତି କରାଯିବ। ତା ସହିତ ପୁସ୍ତକ ଗୁଡିକ ଅତ୍ୟାଧୁନିକ ପଦ୍ଧତିରେ ସଂରକ୍ଷଣ ସହ ସଂପୂର୍ଣ୍ଣ ପାଠାଗାରକୁ ବାତାନୁକୂଳିତ କରାଯିବ। ପାଠାଗାର ପରିସରରେ ଥିବା ନୂତନ କୋଠାରେ ଆସବାବପତ୍ର ଓ ବାତାନୁକୂଳ…
କୈଳାଶ ଚନ୍ଦ୍ର ଚୌଧୁରୀ ବ୍ରହ୍ମପୁର: ବୈଦ୍ୟନାଥ ପୁର ଥାନା ଅନ୍ତର୍ଗତ ଆଙ୍କୁଲି ଓଭରବ୍ରିଜ୍ ଉପରେ ଏକ ବଡ଼ ଧରଣର ଲୁଟ୍ ହୋଇଛି। ଘଟଣାରୁ ପ୍ରକାଶ ଯେ, ଗଞ୍ଜୁ ଆରୁଆପଲୀ ଗ୍ରାମର ପ୍ରଭାକର ପଣ୍ଡା ନାମକ ଜଣେ ବ୍ୟକ୍ତି ନିଜ ସ୍ତ୍ରୀଙ୍କ ସହ ଆମ୍ବପୁଆ ଷ୍ଟେଟ ବ୍ୟାଙ୍କରୁ ନଗଦ ୫ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ଧରି ନିଜ ଘରକୁ ଫେରୁଥିଲେ। ସେତେବେଳେ ହଠାତ୍ ଦୁଇ ଜଣ ଯୁବକ ଏକ ମୋଟରସାଇକେଲରେ ଆସି ସ୍ତ୍ରୀଙ୍କ ହାତରେ ଥିବା ଭେନିଟ୍ ବ୍ୟାଗ୍ ଝାମ୍ପି ଚମ୍ପଟ ମାରିଥିଲେ। ଯାହା ଫଳରେ ଉକ୍ତ ଭେନିଟ୍ ବ୍ୟାଗ୍ ରେ ନଗଦ ୪ ଲକ୍ଷ ୫୦ ହଜାର ଟଙ୍କା ଚୋରୀ ହୋଇଯାଇଥିଲା। ଏନେଇ ଲୁଟ୍ ର ଶୀକାର ବୃଦ୍ଧ ବ୍ୟକ୍ତି ଜଣକ ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗ ଗ୍ରହଣ କରି ବୈଦ୍ୟନାଥ ପୁର ଥାନା ପୋଲିସ ସଙ୍ଗେ ସଙ୍ଗେ ଘଟଣାସ୍ଥଳରେ ପହଞ୍ଚି ନିକଟରେ ଥିବା ବିଭିନ୍ନ ସି ସି କ୍ୟାମେରା ଫୁଟେଜକୁ…
ନୂଆଦିଲ୍ଲୀ: ଆଇସିସି ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ର ଫାଇନାଲ୍ ଆରମ୍ଭ ହେବାକୁ ୧୨ ଦିନ ବାକି ଅଛି। ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍ର ଦ୍ୱିତୀୟ ଟାଇଟଲ୍ ମ୍ୟାଚ୍ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବ। ଦୁଇ ଦଳ ମଧ୍ୟରେ ଫାଇନାଲ ମ୍ୟାଚ୍ ଜୁନ୍ ୭ ତାରିଖରୁ ଲଣ୍ଡନର ଓଭାଲ୍ ଗ୍ରାଉଣ୍ଡରେ ଆରମ୍ଭ ହେବ। ଏହାପୂର୍ବରୁ, ଭାରତୀୟ ଦଳ ୨୦୧୯-୨୧ ରେ ଖେଳାଯାଇଥିବା ପ୍ରଥମ ଆଇସିସି ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ର ଫାଇନାଲରେ ପ୍ରବେଶ କରିଥିଲା। ତା’ପରେ ଦଳକୁ ଫାଇନାଲରେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ପରାଜୟର ସାମ୍ନା କରିବାକୁ ପଡିଥିଲା। କିନ୍ତୁ ଏଥର ଭାରତୀୟ ଦଳ ଫାଇନାଲରେ ଅଷ୍ଟ୍ରେଲିଆକୁ କଡ଼ା ମୁକାବିଲା କରିବ। ଉଭୟ ଦଳର ଅଧିକାଂଶ ଖେଳାଳି ଇଂଲଣ୍ଡରେ ପହଞ୍ଚିଛନ୍ତି। ଭାରତ ଏବଂ ଅଷ୍ଟ୍ରେଲିଆର କିଛି ଖେଳାଳି ଇଂଲଣ୍ଡରେ କାଉଣ୍ଟି କ୍ରିକେଟ୍ ଖେଳୁଛନ୍ତି। ଆଇସିସି ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ ୨୦୨୧-୨୩ ପାଇଁ ପୁରସ୍କାର ରାଶି ଘୋଷଣା କରିଛି। କ୍ରିକେଟ୍ ର ସର୍ବୋଚ୍ଚ ସଂସ୍ଥା ଏଥର…
ନୂଆଦିଲ୍ଲୀ: ଆକାଶ ମଧୱାଲଙ୍କ ଉତ୍କୃଷ୍ଟ ବୋଲିଂ ଯୋଗୁଁ ଏଲିମିନେଟରରେ ଲକ୍ଷ୍ନୌ ସୁପରଜିଆଣ୍ଟସ୍ ଉପରେ ମୁମ୍ବାଇ ଇଣ୍ଡିଆନ୍ସ ଏକ ବଡ଼ ବିଜୟ ପଞ୍ଜିକରଣ କରିଛି। ଏଥିରେ ଉତ୍ସାହିତ ହୋଇ ମୁମ୍ବାଇ ଇଣ୍ଡିଆନ୍ସ ଦଳ ଆଜି ଅନୁଷ୍ଠିତ ହେବାକୁ ଥିବା ଇଣ୍ଡିଆନ୍ ପ୍ରିମିୟର ଲିଗ୍ ର ଦ୍ୱିତୀୟ ଯୋଗ୍ୟତା ପର୍ଯ୍ୟାୟରେ ଚାମ୍ପିଅନ୍ ଗୁଜୁରାଟ ଟାଇଟାନ୍ସକୁ ମୁମ୍ବାଇ ଏକ ଚ୍ୟାଲେଞ୍ଜର ସମ୍ମୁଖୀନ ହେବ। ବୁଧବାର ଚେନ୍ନାଇରେ ଖେଳାଯାଇଥିବା ଏଲିମିନେଟରରେ ମଧୱାଲ ପାଞ୍ଚ ୱିକେଟ୍ ନେଇ ଲକ୍ଷ୍ନୌକୁ ମୁମ୍ବାଇ ୮୧ ରନ୍ ରେ ପରାସ୍ତ କରିଛି। ସେହିଭଳି ପ୍ରଥମ ଯୋଗ୍ୟତା ପର୍ଯ୍ୟାୟରେ ମହେନ୍ଦ୍ର ସିଂ ଧୋନିଙ୍କ ନେତୃତ୍ୱାଧୀନ ଚେନ୍ନାଇ ସୁପର କିଙ୍ଗ୍ସ ଦଳରୁ ପରାଜୟ ପରେ ଗୁଜୁରାଟ ଟାଇଟାନ୍ସ ଏହି ମ୍ୟାଚରେ ପ୍ରବେଶ କରିବ। ଲଗାତାର ଦ୍ୱିତୀୟ ଥର ପାଇଁ ଆଇପିଏଲ୍ ଫାଇନାଲରେ ପ୍ରବେଶ କରିବାକୁ ତାଙ୍କୁ ଯଥାସମ୍ଭବ ଚେଷ୍ଟା କରିବାକୁ ପଡିବ। ଗୁଜୁରାଟର ସମସ୍ତ ଖେଳାଳି ଏପର୍ଯ୍ୟନ୍ତ ମହତ୍ତ୍ଵପୂର୍ଣ୍ଣ ଅବଦାନ ରଖିଛନ୍ତି। ବ୍ୟାଟିଂରେ ଶୁଭମାନ ଗିଲ…
ବ୍ରହ୍ମପୁର: ବଡ଼ବଜାର ଥାନା ଅନ୍ତର୍ଗତ ଶ୍ରୀରାମ ନଗର ୨ୟ ଗଳିର ଦୀପୁ ନାୟକ ନାମକ ଜଣେ ଯୁବକ ନିଜ ଘର ବାରଣ୍ଡାରେ ଛିଡ଼ା ହୋଇଥିଲେ। ଠିକ ସେତିକିବେଳେ ହଠାତ୍ ୪ ଜଣ ଯୁବକ ସେଠାରେ ପହଞ୍ଚି ଦୀପୁଙ୍କୁ ଗାଳିଗୁଲଜ କରିଥିଲେ। ଏବଂ ସେଠାରୁ ଜବରଦସ୍ତ ମୋଟରସାଇକେଲରେ ବସାଇ ନିକଟସ୍ଥ ଦାଦିମା ମନ୍ଦିର ନିକଟକୁ ନେଇ ନିର୍ଦ୍ଧୁମ ମାଡ଼ ମାରିଥିଲେ। ଏହା ସହ ଦୀପୁ ଧରିଥିବା ପ୍ରାୟ ଦୁଇ ହଜାର ଟଙ୍କା ନେଇ ଉଭୟ ଫେରାର ହୋଇଯାଇଥିଲେ। ମାଡ଼ ଖାଇ ଦୀପୁ ଚିତ୍କାର କରିବାରୁ ଅଞ୍ଚଳର କିଛି ଲୋକ ଘଟଣାସ୍ଥଳରେ ପହଞ୍ଚି ପୋଲିସକୁ ଖବର ଦେଇଥିଲେ ଓ ପୋଲିସ ଘଟଣାସ୍ଥଳରେ ପହଂଚି ଦୀପକୁ ଉଦ୍ଧାର କରି ଚିକିତ୍ସା ନିମନ୍ତେ ଡାକ୍ତରଖାନାକୁ ପଠାଇଥିଲେ। ଚିକିତ୍ସା କରିବା ପରେ ଅଭିଯୋଗ ଗ୍ରହଣ କରି ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି।
କୈଳାଶ ଚନ୍ଦ୍ର ଚୌଧୁରୀ ବ୍ରହ୍ମପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ କନିଷି ଗାଁ ନିକଟରେ ଏଚ୍ ଜଗନ୍ନାଥ ପାତ୍ର ନାମକ ଜଣେ ମଇଁଷି ଚରାଳି କିଛି ମଇଁଷି ଧରି ଆନ୍ଧ୍ର ଅଭିମୁଖେ ଯାଉଥିବା ବେଳେ ହଠାତ୍ ଏକ ଅଜଣା ଗାଡ଼ି ଧକ୍କା ଦେଇ ଚାଲିଗଲା ଓ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁଘଟିଛି। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ଡାକ୍ତରଖାନାକୁ ପଠାଇ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି।
କୈଳାଶ ଚନ୍ଦ୍ର ଚୌଧୁରୀ ବ୍ରହ୍ମପୁର: ଗୋଷାଣୀ ନୁଆଁଗାଁ ଥାନା ଅନ୍ତର୍ଗତ ଶାସ୍ତ୍ରୀ ନଗର ଅଞ୍ଚଳର ପୁଷ୍ପାଞ୍ଜଳି ସାବତ ନାମ୍ନୀ ଜଣେ ମହିଳାଙ୍କୁ ଦୁଇ ଜଣ ମହିଳା ମାଡ଼ ମାରିବା ସହ ସେ ପିନ୍ଧିଥିବା ମଙ୍ଗଳସୁତ୍ର ହାର ଲୁଟ୍ କରିଥିବା ଥାନାରେ ଅଭିଯୋଗ ହୋଇଛି। ଘଟଣାରୁ ପ୍ରକାଶ ଯେ, ଆକ୍ରମଣର ଶୀକାର ମହିଳାଙ୍କ ସ୍ବାମୀ ଗୋଟିଏ ଫାଷ୍ଟ୍ ଫୁଡ୍ ଦୋକାନ ରେ କାମ କରୁଥିବା ବେଳେ ଆକ୍ରମଣକାରୀ ଦୁଇ ମହିଳା ମଧ୍ୟ ସେହି ଦୋକାନରେ କାମ କରୁଛନ୍ତି। କିନ୍ତୁ କୌଣସି କଥାକୁ ନେଇ ଦୁଇଙ୍କ ମଧ୍ୟରେ ଗଣ୍ଡଗୋଳ ସୃଷ୍ଟି ହୋଇ ସେମାନେ ପୁଷ୍ପାଞ୍ଜଳିଙ୍କ ଘରକୁ ଯାଇ ତାଙ୍କ ସ୍ବାମୀଙ୍କୁ ଗାଳିଗୁଲଜ କରିଥିଲେ। ସେ ଆପତ୍ତି କରିବାରୁ ଉକ୍ତ ଦୁଇ ମହିଳା ପୁଷ୍ପାଞ୍ଜଳିଙ୍କୁ ଘୋଷାଡି ଆଣି ତଳେ ପକାଇ ମାଡ଼ ମାରିବା ସହ ସେ ପିନ୍ଧିଥିବା ମଙ୍ଗଳସୁତ୍ର ହାରକୁ ଛିଣ୍ଡାଇ ନେଇଥିଲେ ଓ ଏତିକି ବେଳେ ଉକ୍ତ ମହିଳାଙ୍କ ଜଣେ ସମ୍ପର୍କୀୟ ଯୁବକ ସେଠାରେ…
ନୂଆଦିଲ୍ଲୀ: ରାଷ୍ଟ୍ରପତିଙ୍କୁ ନୂତନ ସଂସଦ ଭବନ ଉଦ୍ଘାଟନ କରିବାକୁ ଆବେଦନ ଉପରେ ଆଜି ସୁପ୍ରିମକୋର୍ଟରେ ଶୁଣାଣି ହୋଇଛି। ନୂତନ ସଂସଦର ଉଦଘାଟନ ବିରୋଧରେ ଦାଖଲ ହୋଇଥିବା ଆବେଦନ ଶୁଣିବାକୁ ମନା କରି ସୁପ୍ରିମକୋର୍ଟ ଆବେଦନକାରୀଙ୍କୁ କହିଛନ୍ତି ଯେ, ‘ଏପରି ଆବେଦନ କରିବା ପାଇଁ ଆମେ କାହିଁକି ଜୋରିମାନା ଆଦାୟ କରିବୁନାହୁଁ।’ ଏହି ଆବେଦନକୁ ସିଆର ଜୟସୁକିନ୍ ନାମକ ଜଣେ ଓକିଲ ଦାଖଲ କରିଥିଲେ। ଶୁଣାଣି ସମୟରେ ଆବେଦନକାରୀଙ୍କ ତରଫରୁ ଯୁକ୍ତି କରାଯାଇଥିଲା ଯେ ‘ରାଷ୍ଟ୍ରପତିଙ୍କ ସାମ୍ବିଧାନିକ ମୁଖ୍ୟ ପଦବୀ ରହିଛି। ଆମେ ଏଥିରେ ହସ୍ତକ୍ଷେପ କରିବାକୁ ଚାହୁଁନାହୁଁ। ରାଷ୍ଟ୍ରପତିଙ୍କର ସାମ୍ବିଧାନିକ ମୁଖ୍ୟ ପଦ ରହିଛି। ଏହା ଉପରେ ସୁପ୍ରିମକୋର୍ଟ କହିଛନ୍ତି ଯେ ଏହା ଏକ ମାମଲା ନୁହେଁ ଯେଉଁଥିରେ କୋର୍ଟ ହସ୍ତକ୍ଷେପ କରିବା ଉଚିତ୍। କାର୍ଯ୍ୟନିର୍ବାହୀ ମୁଖ୍ୟ (ପ୍ରଧାନମନ୍ତ୍ରୀ) ସଂସଦର ଜଣେ ସଦସ୍ୟ। ସାମ୍ବିଧାନିକ ମୁଖ୍ୟ (ରାଷ୍ଟ୍ରପତି) ସଂସଦର ଏକ ଅଂଶ। ଆମେ ଏହି ଆବେଦନକୁ ଖାରଜ କରିବାକୁ ଯାଉଛୁ। ଏହା…
ନୂଆଦିଲ୍ଲୀ: ମନି ଲଣ୍ଡରିଂ ମାମଲାରେ ଗତ ଏକ ବର୍ଷ ଜେଲରେ ଥିବା ସତ୍ୟେନ୍ଦ୍ର ଜୈନଙ୍କୁ ସୁପ୍ରିମକୋର୍ଟ ୬ସପ୍ତାହ ପାଇଁ ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି। ତାଙ୍କ ଖରାପ ସ୍ୱାସ୍ଥ୍ୟରେ ଉନ୍ନତି ଆଣିବା ପାଇଁ ତାଙ୍କୁ ସ୍ୱାସ୍ଥ୍ୟ ଆଧାରରେ ଏହି ଜାମିନ ଦିଆଯାଇଛି। ଗତ କିଛି ଦିନ ହେବ ଜୈନଙ୍କ ସ୍ୱାସ୍ଥ୍ୟ ଖରାପ ଥିଲା। ଗୁରୁବାର ଦିନ ଜେଲର ୱାଶରୁମରେ ମୁଣ୍ଡ ବୁଲାଇବାରୁ ସେ ପଡିଯାଇଥିଲେ। ତାଙ୍କୁ LNJP ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତାଙ୍କ ଜାମିନ ସମ୍ପର୍କରେ ସୁପ୍ରିମକୋର୍ଟରେ ଶୁଣାଣିକୁ ଇଡି ବିରୋଧ କରିଛି। ଇଡିରେ ହାଜର ହୋଇଥିବା ଓକିଲ କହିଛନ୍ତି ଯେ, ସତ୍ୟେନ୍ଦ୍ର ଜୈନ ଦିଲ୍ଲୀ ସରକାରରେ ଜେଲ ଏବଂ ସ୍ୱାସ୍ଥ୍ୟ ମନ୍ତ୍ରୀ ରହିଛନ୍ତି, ତେଣୁ ଏଲଏନଜେପି ହସ୍ପିଟାଲର ରିପୋର୍ଟକୁ ବିଶ୍ୱାସ କରାଯାଇପାରିବ ନାହିଁ। ଆମେ ଦାବି କରୁଛୁ ଯେ, AIIMS ଡାକ୍ତରମାନଙ୍କର ଏକ ସ୍ଵତନ୍ତ୍ର ଡାକ୍ତରୀ ବୋର୍ଡ ତାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରନ୍ତୁ ଏବଂ ସେହି ଆଧାରରେ ଯଦି ତାଙ୍କୁ…
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନସିଂ ଜରିଆରେ ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡା ୨୦୨୩କୁ ଉଦଘାଟନ କରିଛନ୍ତି। ୨୦୦ରୁ ଅଧିକ ବିଶ୍ୱବିଦ୍ୟାଳୟରୁ ୪ ହଜାର ୭୫୦ରୁ ଅଧିକ କ୍ରୀଡାବିତ୍ ଏହି କ୍ରୀଡା ମହୋତ୍ସବରେ ଅଂଶଗ୍ରହଣ କରିବେ। ଏହି ଅବସରରେ ଆୟୋଜିତ ସମାବେଶକୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡା ୨୦୨୩ର ଆୟୋଜନ ପାଇଁ ସମସ୍ତଙ୍କୁ ଅଭିନନ୍ଦନ ଜଣାଇ କହିଥିଲେ ଯେ ଆଜି ଉତର ପ୍ରଦେଶ କ୍ରୀଡା ପ୍ରତିଭାମାନଙ୍କର ଏକ ସଙ୍ଗମ ପାଲଟି ଯାଇଛି। ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ ଯେ ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡାରେ ଅଂଶଗ୍ରହଣ କରୁଥିବା ୪୦୦୦ କ୍ରୀଡାବିତ ବିଭିନ୍ନ ରାଜ୍ୟ ଓ ପ୍ରାନ୍ତରୁ ଆସିଛନ୍ତି ଏବଂ ସାଂସଦ ଭାବରେ ସେ ସେମାନଙ୍କୁ ସ୍ୱାଗତ କରିଥିଲେ। ତାଙ୍କ ନିଜର ନିର୍ବାଚନ ମଣ୍ଡଳୀ ବାରାଣସିରେ ଏହାର ଉଦଯାପନୀ ସମାରୋହ ଅନୁଷ୍ଠିତ ହେବାକୁ ଯାଉଥିବାରୁ ସେ ଖୁସି ବ୍ୟକ୍ତ କରିଥିଲେ। ଭାରତ ଯେତେବେଳେ ଏହାର ଆଜାଦୀ କା…
ଭୁବନେଶ୍ଵର: ଯୁକ୍ତ ଦୁଇ ଛାତ୍ରଛାତ୍ରୀଙ୍କ ପାଇଁ ଏକ ବଡ ଖବର ମିଳିଛି। ଖୁବ ଶୀଘ୍ର ପରୀକ୍ଷା ଫଳ ଘୋଷଣା ହେବାର ସମ୍ଭାବନା ରହିଛି। ଆସନ୍ତା ୨୮ ତାରିଖରେ ଏନେଇ ସ୍ପଷ୍ଟ ହୋଇପାରେ। ଏହି ଦିନ ପରୀକ୍ଷା ଫଳ କେବେ ପ୍ରକାଶ ପାଇବ, ତାହା ଉପରେ ତାରିଖ ଘୋଷଣା କରାଯାଇପାରେ। ତେବେ ଆସନ୍ତା ୩୦ କିମ୍ବା ୩୧ରେ ଯୁକ୍ତ ୨ ପରୀକ୍ଷା ଫଳ ପ୍ରକାଶ ପାଇବ ବୋଲି ସମ୍ଭାବନା ରହିଛି। ପ୍ରଥମେ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ଫଳ ପ୍ରକାଶ ପାଇବ। ଏବଂ ଜୁନ୍ ୮ ତାରିଖ ସୁଦ୍ଧା କଳା ଓ ଧନ୍ଦାମୂଳକ ପରୀକ୍ଷା ଫଳ ପ୍ରକାଶ ପାଇପାରେ। ଏନେଇ ସୂଚନା ଦେଇଛନ୍ତି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପରୀକ୍ଷା ନିୟନ୍ତ୍ରକ।
ନୂଆଦିଲ୍ଲୀ: ଜେନେଭା ଠାରେ ଅନୁଷ୍ଠିତ ୭୬ ତମ ବିଶ୍ୱ ସ୍ୱାସ୍ଥ୍ୟ ସଭା ସମୟରେ ଯକ୍ଷ୍ମା (ଟିବି) ଉପରେ ଏକ କ୍ୱାଡ୍ ପ୍ଲସ୍ ସାଇଡ୍ କାର୍ଯ୍ୟକ୍ରମରେ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡଃ ମନସୁଖ ମାଣ୍ଡଭିୟ ମୁଖ୍ୟ ବକ୍ତବ୍ୟ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ କ୍ୱାଡ୍ ପ୍ଲସ୍ ଦେଶ ଗୁଡିକରୁ ବିଶିଷ୍ଟ ପ୍ରତିନିଧି ମାନେ ଅଂଶଗ୍ରହଣ କରିଥିବା ଦେଖିବାକୁ ମିଳିଥିଲା, ଯାହା ଯକ୍ଷ୍ମା ଦ୍ୱାରା ସୃଷ୍ଟି ହୋଇଥିବା ବିଶ୍ୱ ସ୍ୱାସ୍ଥ୍ୟ ଆହ୍ୱାନର ମୁକାବିଲା ପାଇଁ ପ୍ରତିବଦ୍ଧତାକୁ ମଜଭୁତ କରିଥଲା । ଯକ୍ଷ୍ମା ମହାମାରୀ ଉପରେ ଭାରତର ସକ୍ରିୟ ପ୍ରତିକ୍ରିୟା ଉପରେ ଆଲୋକପାତ କରି ଡଃ ମାଣ୍ଡଭିୟ କହିଛନ୍ତି, “ଚଳିତ ବର୍ଷ ଆମେ ଭାରତରେ ଏକକ ବିଶ୍ୱ ଯକ୍ଷ୍ମା ସମ୍ମିଳନୀରେ ବିଶ୍ୱ ଯକ୍ଷ୍ମା ଦିବସ ପାଳନ କରିଥିଲୁ , ଯେଉଁଥିରେ ବାଧ୍ୟତାମୂଳକ ଭାବେ ଏକ ବିଶ୍ୱ, ଏକ ସ୍ୱାସ୍ଥ୍ୟର ଲୋକାଚାର ଉପରେ ଆଲୋକପାତ କରା ଯାଇଥିଲା, ଯାହା ଉପରେ…
ନୂଆଦିଲ୍ଲୀ: କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରଣାଳୟ ଦ୍ୱାରା ୨୦୨୨ – ୨୩ କୃଷି ବର୍ଷ ପାଇଁ ପ୍ରମୁଖ ଫସଲ ଉତ୍ପାଦନର ତୃତୀୟ ଅଗ୍ରୀମ ଆକଳନ ପ୍ରକାଶ ପାଇଛି । ଏହି ଅବସରରେ, କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର କହିଛନ୍ତି ଯେ, ଚଳିତ କୃଷି ବର୍ଷରେ ୩୩୦୫.୩୪ ଲକ୍ଷ ଟନ୍ ଖାଦ୍ୟ ଉତ୍ପାଦନ ଅନୁମାନ କରାଯାଉଛି । ଶ୍ରୀ ତୋମାର କହିଛନ୍ତି ଯେ କୃଷକଙ୍କ ପରିଶ୍ରମ, ବୈଜ୍ଞାନିକ ମାନଙ୍କର ଦକ୍ଷତା ଏବଂ ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ସରକାରଙ୍କ କୃଷକ ବନ୍ଧୁ ନୀତି ଯୋଗୁଁ କୃଷି କ୍ଷେତ୍ର ଦିନକୁ ଦିନ ବିକାଶ କରୁଛି । ବିଭିନ୍ନ ଫସଲର ଉତ୍ପାଦନର ମୂଲ୍ୟାଙ୍କନ ରାଜ୍ୟ ଗୁଡିକରୁ ପ୍ରାପ୍ତ ମତାମତ ଉପରେ ଆଧାରିତ ଏବଂ ଅନ୍ୟ ଉତ୍ସରୁ ଉପଲବ୍ଧ ସୂଚନା ସହିତ ବୈଧ ହୋଇଛି । ରାଜ୍ୟ ଗୁଡିକରୁ, ବିକଳ୍ପ ଉତ୍ସରୁ ଏବଂ ଅନ୍ୟାନ୍ୟ କାରଣ…
ଚାଣକ୍ୟ ନୀତି: ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ଚାଣକ୍ୟ ନୀତିରେ ମଣିଷ ପାଇଁ ସାପଠାରୁ ଆହୁରି ଏକ ଭୟଙ୍କର ପ୍ରାଣୀ ରହିଛି। ଆପଣ ସାପ ଦେଖିଲେ ଜାଣିପାରିବେ ବା ଚିହ୍ନି ପାରିବେ। ହେଲେ ଏହି ଭୟଙ୍କର ପ୍ରାଣୀକୁ ଚିହ୍ନିବା କାଠିକର ପାଠ। ସେହିପରି ସାପକୁ ଯଦି ଆପଣ ଆଘାତ କରିବେ ସେ ହୁଏତ ଦଂଶନ କରିବ। କିନ୍ତୁ ଏହି ପ୍ରାଣୀକୁ ଆପଣ କିଛି କରନ୍ତୁ ବା ନ କରନ୍ତୁ ଆପଣଙ୍କୁ ଖାଇଦେବ। ଆଚାର୍ଯ୍ୟ ଚାଣକ୍ୟଙ୍କ ହିସାବରେ ସେହି ଭୟଙ୍କର ପ୍ରାଣୀଟି ହେଉଛି ଦୁର୍ଜନ ବ୍ୟକ୍ତି। ଚାଣକ୍ୟ ନୀତିରେ ଉଲ୍ଲେଖ ରହିଛି ଯେ ମଣିଷ ପାଇଁ ଏହି ଦୁର୍ଜନ ବ୍ୟକ୍ତି ଭାରି ସାଙ୍ଘାତିକ ତଥା ଭୟଙ୍କର। ସାପକୁ ଆପଣ ଦେଖିଲେ ଜାଣିପାରିବେ ଏହା ଦୁଷ୍ଟ ଜନ୍ତୁ ବୋଲି। ହେଲେ ଏହି ଦୁର୍ଜନ ମଣିଷକୁ ଚିହ୍ନିବା କାଠିକର ପାଠ। କୌଣସି ଆଘାତ କଲେ ସାପ ଦଂଶନ କରେ ଏବଂ ମଣିଷ ହୁଏତ ମୃତ୍ୟୁ ମୁଖରେ ପଡିପାରେ, କିମ୍ବା…
ମେଷ: – ଆଜି ଏହି ରାଶିର ଲୋକଙ୍କୁ ସେମାନଙ୍କର ଭୟଙ୍କର ପ୍ରକୃତି ଉପରେ ସଂଯମତା ରଖିବାକୁ ପରାମର୍ଶ ଦିଆଯାଇଛି । ଆଜି ଆପଣ ମାନସିକ ସ୍ତରରେ କ୍ଳାନ୍ତ ଅନୁଭବ କରିପାରନ୍ତି ଏବଂ ଅଧିକ ପରିଶ୍ରମ ସତ୍ତ୍ବେ ଫଳାଫଳ କମ୍ ହେବ । ଆପଣ ନିଜ ପିଲାଙ୍କ ବିଷୟରେ ଚିନ୍ତିତ ହୋଇପାରନ୍ତି । ବୃଷ: – ଦିନର ଆରମ୍ଭରେ, ଆପଣଙ୍କର ମାନସିକ ସମସ୍ୟା ହୋଇପାରେ । ଅସ୍ଥିରତାର ପରିଣାମ ସ୍ୱରୂପ ଆପଣଙ୍କ ଶରୀର ଉପରେ ଖରାପ ପ୍ରଭାବ ପଡ଼ିବ । ଶରୀରରେ କୌଣସି ଅସୁବିଧା ହେବ ନାହିଁ, ତଥାପି ଆପଣ ଅସ୍ଥିରତା ଅନୁଭବ କରିବେ । ପରିବାର ସଦସ୍ୟଙ୍କ ସ୍ୱାସ୍ଥ୍ୟ ବିଷୟରେ ଚିନ୍ତିତ ହୋଇପାରନ୍ତି । ଛାତ୍ରମାନେ ପଢିବା ଏବଂ ଲେଖିବାରେ କମ୍ ସମୟ ନେବେ । ମିଥୁନ: – ଆଜି ଏକ ମଧ୍ୟମ ଦିନ ହେବ । କୌଣସି ନୂତନ କାର୍ଯ୍ୟ ଆରମ୍ଭ ନ କରିବାକୁ ପରାମର୍ଶ ଦିଆଯାଇଛି। ପତି ଏବଂ…

