ନୂଆଦିଲ୍ଲୀ: ବୀମା ଦୁର୍ନୀତି ମାମଲାରେ ଜମ୍ମୁ-କଶ୍ମୀରର ପୂର୍ବତନ ରାଜ୍ୟପାଳ ସତ୍ୟ ପାଲ ମଲିକଙ୍କ ତତ୍କାଳୀନ ସହାୟକକାରୀଙ୍କ ଘରେ ସିବିଆଇ ଚଢାଉ କରୁଛି। ଏ ସମ୍ପର୍କରେ ସୂଚନା ଦେଇ ଜଣେ ଅଧିକାରୀ କହିଛନ୍ତି ଯେ, ଅଭିଯୁକ୍ତଙ୍କ ବୀମା ଦୁର୍ନୀତି ମାମଲାରେ ଜମ୍ମୁ-କାଶ୍ମୀର ଏବଂ ଦିଲ୍ଲୀର ନଅଟି ସ୍ଥାନରେ ଏହି ଚଢାଉ କରାଯାଉଛି। ଦିଲ୍ଲୀର ନାଙ୍ଗଲୋଇରେ ପୂର୍ବତନ ରାଜ୍ୟପାଳ ସତ୍ୟପାଲ ମଲିକଙ୍କ ପିଏସ କଂୱର ରାଣାଙ୍କ ଘରେ ସିବିଆଇ ଚଢାଉ କରୁଛି। ସତ୍ୟପାଲ ମଲିକଙ୍କ ପୂର୍ବତନ ପ୍ରେସ ପରାମର୍ଶଦାତା ସୁନଲ ବାଲିଙ୍କ ଡିଫେନ୍ସ କଲୋନୀ ଘରେ ମଧ୍ୟ ଚଢାଉ କରାଯାଇଛି।
Author: Samikhsya Bureau
ନୂଆଦିଲ୍ଲୀ: ଦିଲ୍ଲୀ ଅବକାରୀ ନୀତି ମାମଲାରେ କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋ (ସିବିଆଇ) ଆମ୍ ଆଦମୀ ପାର୍ଟି (ଏଏପି) କର୍ମୀ ଚରଣପ୍ରୀତ ସିଂଙ୍କୁ ଗିରଫ କରିଛି। ଅଧିକାରୀମାନେ ମଙ୍ଗଳବାର ଏହି ସୂଚନା ଦେଇଛନ୍ତି। ସିବିଆଇ ଅଭିଯୋଗ କରିଛି ଯେ, ଦିଲ୍ଲୀରେ ଅବସ୍ଥାପିତ ଚରଣପ୍ରୀତ ସିଂ ହାୱାଲା ସଞ୍ଚାଳକଙ୍କ ଠାରୁ ଟଙ୍କା ସଂଗ୍ରହ କରୁଥିଲେ ଏବଂ ଦଳର ୨୦୨୨ ଗୋଆ ବିଧାନସଭା ନିର୍ବାଚନ ପ୍ରଚାର ସମୟରେ ହୋଇଥିବା ଖର୍ଚ୍ଚ ପାଇଁ ଏହାକୁ ବଣ୍ଟନ କରିଥିଲେ।
ଚାଣକ୍ୟ ନୀତି: ଚାଣକ୍ୟ ନୀତି ଅନୁଯାୟୀ, ସଫଳତା ଆଡକୁ ଯାଉଥିବା ବ୍ୟକ୍ତିଙ୍କ ଜୀବନକୁ ବାଧା ଦେବା ପାଇଁ ଶତ୍ରୁମାନେ ପ୍ରାୟତଃ କାର୍ଯ୍ୟ କରନ୍ତି। ପ୍ରତ୍ୟେକ ସଫଳ ବ୍ୟକ୍ତିଙ୍କର ଜ୍ଞାତ ଏବଂ ଅଜ୍ଞାତ ଶତ୍ରୁ ରହିଥାନ୍ତି। ଏହି ଶତ୍ରୁମାନେ ସମୟ ସମୟରେ କ୍ଷତି କରିବାକୁ ଚେଷ୍ଟା କରନ୍ତି। ଯେତେବେଳେ ଜଣେ ବ୍ୟକ୍ତି ସଜାଗ ଏବଂ ସକ୍ଷମ ଏବଂ ଭୁଲ କାର୍ଯ୍ୟ କରିବାରୁ ଦୂରେଇ ଯାଏ, ସେତେବେଳେ ସେ ଶତ୍ରୁକୁ ଭୟ କରେ ନାହିଁ। ଶତ୍ରୁମାନେ କ୍ଷତି କରିବାକୁ ଇଚ୍ଛା କଲେ ମଧ୍ୟ ସକ୍ଷମ ହୁଅନ୍ତି ନାହିଁ ଏବଂ ଶେଷରେ ସେମାନେ ମଧ୍ୟ ପରାସ୍ତ ହୁଅନ୍ତି। ଶତ୍ରୁ ସହିତ ମୁକାବିଲା କରିବାକୁ ଆଚାର୍ଯ୍ୟ ଚାଣକ୍ୟ କିଛି କଥା କହିଛନ୍ତି, ଆସନ୍ତୁ ଜାଣିବା… ଶତ୍ରୁକୁ କଦାପି ଦୁର୍ବଳ ମନେ କରନ୍ତୁ ନାହିଁ: ଜଣେ ବ୍ୟକ୍ତିର ସଫଳତା ପାଇବା ପରେ ତାଙ୍କ ସ୍ତରର ଅନେକ ଲୋକ ତାଙ୍କୁ ଅସଫଳ ପ୍ରମାଣ କରିବାକୁ ଚେଷ୍ଟା କରନ୍ତି। ତେଣୁ, ଶତ୍ରୁକୁ ଦୁର୍ବଳ…
ପୁରୀ: ଆଜି ଜ୍ୟେଷ୍ଠ-କୃଷ୍ଣ ତ୍ରୟୋଦଶୀ ତିଥିରେ ମହାପ୍ରଭୁଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ। ଏଥିଲାଗି ସାଧାରଣ ଦର୍ଶନ ୪ ଘଣ୍ଟା ପାଇଁ ବନ୍ଦ ରହିବ। ଆଜି ସନ୍ଧ୍ୟ। ୬ ଟାରୁ ରାତ୍ର ୧୦ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ। ପରମ୍ପରା ଅନୁଯାୟୀ, ଆଜି ଦ୍ୱିପ୍ରହର ଧୂପ ସରିବାପରେ ଦତ୍ତ ମହାପାତ୍ର ସେବକମାନେ ଶ୍ରୀମନ୍ଦିର ଗର୍ଭଗୃହକୁ ପ୍ରବେଶ କରିବା ସହ ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର କରିବେ। ପ୍ରାକୃତିକ ପ୍ରଣାଳୀରେ ପ୍ରସ୍ତୁତ ପ୍ରସାଧାନରେ ଶ୍ରୀବିଗ୍ରହମାନଙ୍କ ଶ୍ରୀମୁଖକୁ ଶୃଙ୍ଗାର କରାଯିବ। ହିଙ୍ଗୁଳ, ହରିତାଳ, ଶଙ୍ଖ, କସ୍ତୁରୀ ଓ କଳା ରଙ୍ଗରେ ମହାପ୍ରଭୁଙ୍କ ଶ୍ରୀମୁଖ ଚମକିବ। ଏହା ଏକ ଗୁପ୍ତ ସେବା ହୋଇଥିବାରୁ ସନ୍ଧ୍ୟ। ୬ ଟାରୁ ରାତ୍ର ୧୦ଟା ପର୍ଯ୍ୟନ୍ତ ସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।
ବାସ୍ତୁ ଶାସ୍ତ୍ର: ବାସ୍ତୁ ଶାସ୍ତ୍ରରେ ଶକ୍ତିର ବିଶେଷ ଗୁରୁତ୍ୱ ରହିଛି। ବାସ୍ତୁ ଅନୁଯାୟୀ, ଘରେ ରଖାଯାଇଥିବା ସମସ୍ତ ଜିନିଷରେ ଏକ ସକରାତ୍ମକ ଏବଂ ନକାରାତ୍ମକ ଶକ୍ତି ରହିଥାଏ ଯାହା ଘରର ସଦସ୍ୟମାନଙ୍କୁ ପ୍ରଭାବିତ କରିଥାଏ। ଯଦି ଆପଣ ଲକ୍ଷ ଲକ୍ଷ ପ୍ରୟାସ ପରେ ମଧ୍ୟ ଜୀବନରେ ସଫଳତା ହାସଲ କରୁନାହାଁନ୍ତି, କିମ୍ବା ଆପଣଙ୍କ କାର୍ଯ୍ୟରେ ବାରମ୍ବାର ବାଧା ଆସେ, ତେବେ ଆପଣ ବାସ୍ତୁ ଶାସ୍ତ୍ରର କିଛି ବିଶେଷ ଟିପ୍ସ ଗ୍ରହଣ କରିପାରିବେ। ବାସ୍ତୁର ଏହି ସମସ୍ତ ପଦକ୍ଷେପ କେବଳ ଆପଣଙ୍କ ଘରେ ଉପସ୍ଥିତ। ବାସ୍ତୁ ଅନୁଯାୟୀ, ଶୋଇବା ସମୟରେ ତକିଆ ତଳେ କିଛି ବିଶେଷ ଜିନିଷ ରଖିଲେ ଘରେ ସୁଖ ଏବଂ ସମୃଦ୍ଧି ମିଳେ। ବାସ୍ତୁ ସହିତ ଜଡିତ ଏହି ପଦକ୍ଷେପଗୁଡ଼ିକ ବିଷୟରେ ଆସନ୍ତୁ ଜାଣିବା…. ମୁଗ ଡାଲିର ପ୍ରତିକାର: ମଙ୍ଗଳବାର ରାତିରେ ମୁଗ ଡାଲିକୁ ସବୁଜ ରଙ୍ଗର କପଡ଼ାରେ ବାନ୍ଧି ତକିଆ ତଳେ ରଖି ଶୋଇଯା’ନ୍ତୁ। ସକାଳେ ଉଠିବା ପରେ ଏହାକୁ…
ମେଷ- ସାଥୀ ସହିତ ମତ ପାର୍ଥକ୍ୟ ସମାପ୍ତ ହେବ। ଚାକିରିରେ ଆପଣ ଅଧିକାରୀଙ୍କ ସମର୍ଥନ ଏବଂ ବିଶ୍ୱାସ ପାଇବେ। ପରିବାର କାର୍ଯ୍ୟରେ ବ୍ୟସ୍ତ ରହିବେ। ଆକସ୍ମିକ ଖର୍ଚ୍ଚ ଚାପ ସୃଷ୍ଟି କରିବ। ଆପେକ୍ଷିକ କାର୍ଯ୍ୟଗୁଡ଼ିକ ବିଳମ୍ବ ହେବ। ଚତୁରତାର ସହିତ କାର୍ଯ୍ୟ କରନ୍ତୁ। ପାରିବାରିକ ପରିଦର୍ଶନ ସହିତ ସ୍ଥାନୀୟ ତୀର୍ଥଯାତ୍ରା କରାଯିବ। ବୃଷ- ନୂଆ ଦାୟିତ୍ବ ଗ୍ରହଣ କରାଯିବ। ବ୍ୟବସାୟ ଯାତ୍ରା ସଫଳ ହେବ। ଲାଭ ସୁଯୋଗ ମିଳିବ। ଶତ୍ରୁଙ୍କୁ ଭୟ ରହିବ । ବ୍ୟବସାୟ ପାଇଁ ଅଂଶୀଦାର ହେବା ଭଲ ହେବ। କାର୍ଯ୍ୟ ଆଚରଣ, ସଚ୍ଚୋଟତା ଚାକିରିରେ ପ୍ରଶଂସିତ ହେବେ। ଆପ୍ରାଣ ଚେଷ୍ଟା କରିବା କାର୍ଯ୍ୟ ଭବିଷ୍ୟତରେ ସାହାଯ୍ୟ କରିବ। ଚିନ୍ତିତ ହେବେ। ଶତ୍ରୁମାନେ ପରାସ୍ତ ହେବେ। ମିଥୁନ- ବ୍ୟବସାୟ ନୂତନ ଚୁକ୍ତି ହେବ। ଏକ ନୂତନ ଯୋଜନା ପ୍ରସ୍ତୁତ ହେବ। ଆଜି ଆପଣ ସମ୍ମାନ ପାଇବେ । ବକ୍ତବ୍ୟର ନିୟନ୍ତ୍ରଣ କରନ୍ତୁ। ମହିଳାମାନଙ୍କର ଯନ୍ତ୍ରଣା ହୋଇପାରେ। ମତଭେଦରୁ ଦୂରେଇ ରୁହନ୍ତୁ। କାର୍ଯ୍ୟରେ ସଫଳତା,…
ସୀତାରାମ ଅଗ୍ରୱାଲ ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅଞ୍ଚଳରେ ଜଣେ ବିବାହିତା ମହିଳାଙ୍କୁ ଅପହରଣ ଓ ଦୁଷ୍କର୍ମ ଅଭିଯୋଗ ହୋଇଛି। ଏହି ମାମଲାରେ ଆଜି ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି ପୋଲିସ। ସୂଚନା ମୁତାବକ ଗତବର୍ଷ ଜନୈକ ବିବାହିତା ମହିଳାଙ୍କୁ ରତନପୁର ଗ୍ରାମର ଜିତୁ ବେହେରା ନାମକ ଅଭିଯୁକ୍ତ ଅପହରଣ କରି ନେଇଥିବା ଅଭିଯୋଗ ହୋଇଥିଲା। ଏନେଇ ମହିଳାଙ୍କ ଶାଶୁ ବାଣପୁର କୋର୍ଟରେ ଏକ ୱାନ ସିସି କେସ କରିଥିଲେ। ଏହାପରେ ବାଣପୁର ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିବା ବେଳେ ଆଜି ଅଭିଯୁକ୍ତ ଜିତୁଙ୍କୁ ତାଙ୍କ ଗ୍ରାମରୁ ଗିରଫ କରିଛି। ତେବେ ବିଚାରପତିଙ୍କ ସମ୍ମୁଖରେ ଜିତୁ ଦୁଷ୍କର୍ମ କରିଥିବା ପୀଡ଼ିତା ବୟାନ ଦେଇଥିଲେ। ସେହି ଆଧାରରେ ପୋଲିସ ଉକ୍ତ ମାମଲାରେ ଅପହରଣ ସହ ଦୁଷ୍କର୍ମ ଦଫା ଲଗାଇ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି।
ଖୋର୍ଦ୍ଧା: ଖୋର୍ଦ୍ଧା ଟାଉନ ଥାନା ଅନ୍ତର୍ଗତ ପାନବରଜ ଅଙ୍ଗନବାଡି କେନ୍ଦ୍ର ନିକଟରେ ଗତକାଲି ରାତିରେ ସେକ ନସିମ ବବୁଲଙ୍କୁ ଗୁଳିମାଡ ହୋଇଛି। ଭୁବନେଶ୍ବର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ସେ ଚିକିତ୍ସାଧୀନ ଅଛନ୍ତି। ଆଜି ଏହି ମାମଲାରେ ବବୁଲଙ୍କ ସ୍ତ୍ରୀ ଥାନାରେ ଏତଲା ଦେଇଛନ୍ତି। ଅଭିଯୋଗ ଉପରେ ପୋଲିସ ଦଫା ୩୦୭/୨୯୪/୧୨୦ ବିଆଇପିସି/୨୫ /୨୭ ଆରମ୍ଭ ଆକ୍ଟରେ ୩୦୩/୨୩ରେ ମାମଲା ରୁଜୁ କରି ଛାନଭିନ ଆରମ୍ଭ କରିଛି। ଘଟଣା ସ୍ଥଳରୁ ପୋଲିସ ଡୋମିନାର – ଡି – ୪୦୦ – ବାଇକ ( ଓଡି-ଠ୨ – ଏଏଚ – ୩୨୫୩ ), ଖୋକା ପୋଲିସ ଜବତ କରିଛି। ଆଜି ମଧ୍ୟାହ୍ନରେ ସାଇଂଟିଫିକ ଟିମ ସହ ପୋଲିସ ପହଂଚିତ ଛାନଭିନ କରିଛି। ସାଇଂଟିଫିକ ଟିମ ସହ ପୋଲିସ ପହଂଚି ଛାନଭିନ କରିଛି। ଅଭିଯୋଗରେ ଦର୍ଶାଯାଇଛି ଯେ, ଗତକାଲି ସାଢେ ୮ଟା ସମୟରେ ଗ୍ରାମର ଅଙ୍ଗନବାଡି କେନ୍ଦ୍ର ନଂ- ୧ ନିକଟରେ ମୋ ସ୍ଵାମୀ…
ଦୁଷ୍ମନ୍ତ କୁମାର ପଣ୍ଡା କଳାହାଣ୍ଡି: ସରକାର ଚାଷୀଙ୍କ ଧାନକୁ ଶୃଙ୍ଖଳିତ ଶୈଳୀରେ କିଣିବା ପାଇଁ ବିଧିବଦ୍ଧ ବ୍ୟବସ୍ଥା କରିଥିବା ବେଳେ ଅନେକ ସମୟରେ ବିଭିନ୍ନ ସମସ୍ୟା ହେଉଥିବା ଚର୍ଚ୍ଚା ହେଉଛି। କଳାହାଣ୍ଡି ଜିଲ୍ଲାରେ ଯୋଗାଣ ବିଭାଗର ତୃଟିପୂର୍ଣ୍ଣ ବ୍ୟବସ୍ଥା ଯୋଗୁ ଧାନ ପରିବହନ ଖର୍ଚ୍ଚରେ ଯୋଗାଣ ନିଗମ ବ୍ୟାପକ କ୍ଷତି ସହୁଥିବା ଚର୍ଚ୍ଚା ହେଉଛି। କେନ୍ଦ୍ର ସରକାରଙ୍କ ଖାଦ୍ୟ ଓ ଯୋଗାଣ ବିଭାଗ ଦ୍ବାରା ଜାରି କରାଯାଇଥିବା କଷ୍ଟିଂ ସିଟ ଅନୁସାରେ ଧାନ କିଣିବା ନିମନ୍ତେ ସମସ୍ତ ପ୍ରକାର ବ୍ୟବସ୍ଥା ପାଇଁ ମୂଲ୍ୟାଙ୍କନ କରାଯାଉଥିବା ବେଳେ ରାଜ୍ୟ ସରକାର ମଧ୍ୟ ନିଜସ୍ବ ଧାନ କିଣା ପରିଚାଳନା ଗାଇଡଲାଇନ ଜାରି କରିଥାନ୍ତି। ସେଣ୍ଟ୍ରାଲ ପୁଲ ଓ ଷ୍ଟେଟ ପୁଲ ପ୍ରକାରେ ଧାନ କିଣା ଯାଉଥିବା ବେଳେ ରାଜ୍ୟ ଯୋଗାଣ ନିଗମ କଳାହାଣ୍ଡି ଜିଲ୍ଲା ସମବାୟ ବ୍ୟାଙ୍କ ଅଧିନସ୍ଥ ପ୍ରାଥମିକ କୃଷି ସମବାୟ ସମିତି, ମହିଳା ସ୍ବୟଂ ସହାୟକ ଗୋଷ୍ଠୀ, ପାଣିପଞ୍ଚାୟତ ମାଧ୍ୟମରେ ବିଭିନ୍ନ…
ସୀତାରାମ ଅଗ୍ରୱାଲ ବାଣପୁର: ସୋମବାର ବିଳମ୍ବିତ ରାତ୍ରିରେ ବାଣପୁରର ଜଣେ ୧୩ ବର୍ଷର ବାଳକକୁ ତଣ୍ଟିଚିପି ହତ୍ୟା ଉଦ୍ୟମ କରିବା ଫଳରେ ଦୁଇ ମହିଳାଙ୍କୁ ଗିରଫ କରି କୋର୍ଟ ସ୍ଥାନାନ୍ତର କରିଛି ବାଣପୁର ପୋଲିସ। ଖବରରୁ ପ୍ରକାଶ ଗୁରବାରି ନାୟକଙ୍କ ଘର ଦାଣ୍ଡ ଦୁଆରକୁ ପାଣ୍ଡୀ ନାୟକ ଓ ମିନତୀ ନାୟକ ନାମକ ଦୁଇଜଣ ମହିଳା ଆସିଥିଲେ। ସେମାନେ ଗୁରବାରିଙ୍କ କବାଟ ଭାଙ୍ଗି ଘର ଭିତରେ ପଶିଥିଲେ। ଏବଂ ବିଭିନ୍ନ ଅଶ୍ରାବ୍ୟ ଭାଷାରେ ଗାଳି ଗୁଲଜ କରି ଗୁରୁବାରୀଙ୍କୁ ମାଡ଼ପିଟ କରିଥିଲେ। ଗୁରୁବାରୀଙ୍କ ୧୩ ବର୍ଷର ନାବାଳକ ପୁଅ ଆସିଯିବାରୁ ପାଣ୍ଡୀ ଓ ମିନତୀ ଜୀବନରେ ମାରିଦେବାର ଉଦ୍ଦେଶ୍ୟ ରଖି ତାର ତଣ୍ଟିକୁ ଚିପି ଦେଇଥିଲେ। କିନ୍ତୁ ସୌଭାଗ୍ୟବଶତଃ ସେ ସେଠାରୁ ଖସି ପଳାଇଯିବାର ସକ୍ଷମ ହୋଇଥିଲା। ଉପରୋକ୍ତ ମହିଳା ଦୁଇଜଣ ଗ୍ରାମର ଲତା ନାୟକଙ୍କ ଘରକୁ ଯାଇ ଲତା ଓ ତାଙ୍କ ଝିଅକୁ ମଧ୍ୟ ଆକ୍ରମଣ କରିଥିଲେ। ଗୁରୁବାରୀ ଉକ୍ତ…
ଭୁବନେଶ୍ୱର: ଭୁବନେଶ୍ୱର ଠାରେ ଚାଲିଥିବା ଜି୨୦ ସଂସ୍କୃତି କାର୍ଯ୍ୟଗୋଷ୍ଠୀର ଦ୍ୱୀତୀୟ ବୈଠକ ଅଧୀନରେ ଆଲୋଚନା ଅଧିବେଶନ ଆଜି ଶେଷ ହୋଇଛି। ଏଥିରେ ଅଂଶଗ୍ରହଣ କରିଥିବା ପ୍ରତିନିଧିମାନେ ସଂସ୍କୃତି କାର୍ଯ୍ୟଗୋଷ୍ଠୀ ଦ୍ୱାରା ନିର୍ଦ୍ଧାରଣ କରାଯାଇଥିବା ତୃତୀୟ ଏବଂ ଚତୁର୍ଥ ପ୍ରାଥମିକତା : ‘ସାଂସ୍କୃତିକ ଓ ସୃଜନଶୀଳ ଶିଳ୍ପର ପ୍ରୋତ୍ସାହନ ଏବଂ ସୃଜନଶୀଳ ଅର୍ଥବ୍ୟବସ୍ଥା’ ଏବଂ ‘ସଂସ୍କୃତିର ସୁରକ୍ଷା ଏବଂ ପ୍ରଚାରପ୍ରସାର ପାଇଁ ଡିଜିଟାଲ ପ୍ରଯୁକ୍ତିର ଉପଯୋଗ’ ବିଷୟବସ୍ତୁ ଉପରେ ଆଲୋଚନା କରିଥିଲେ। ଆଲୋଚନାରେ ଭାଗ ନେଇଥିବା ପ୍ରତିନିଧିମାନେ ମୂଲ୍ୟବାନ ଦୃଷ୍ଟିକୋଣ ଉପସ୍ଥାପନ କରିଥିଲେ, ଯାହାକି ମୂର୍ତ୍ତ ରୂପ ନେବା ସହିତ କାର୍ଯ୍ୟଉନ୍ମୁଖି ସୁପାରିସ ଦିଗରେ ମାର୍ଗପ୍ରଶସ୍ତ କରିବ ବୋଲି ଆଶାବ୍ୟକ୍ତ କରାଯାଉଛି। ଆଲୋଚନାର ପ୍ରାପ୍ତ ପରିଣାମ କାର୍ଯ୍ୟକାରୀ ହୋଇପାରିଲେ ସାଂସ୍କୃତିକ କ୍ଷେତ୍ରରେ ପରିବର୍ତ୍ତନ ଆସିବା ସହିତ ବିଶ୍ୱସ୍ତରରେ ଏ ଦିଗରେ ନୀତି ନିର୍ଦ୍ଧାରଣ କରାଯାଇପାରିବ। ଆଜି ଅନୁଷ୍ଠିତ ହୋଇଥିବା ଦୁଇଟି ଅଧିବେଶନରେ ଅତିଥିମାନେ ସେମାନଙ୍କର ବକ୍ତବ୍ୟ ରଖିଥିଲେ ଏବଂ ଏହାପରେ ତୃତୀୟ ଓ…
ସୀତାରାମ ଅଗ୍ରୱାଲ ବାଣପୁର: ଜୁଆ ଆଡ୍ଡା ଉପରେ ଅତର୍କିତ ଚଢ଼ାଉ କଲା ପୋଲିସ। ୩ ଗିରଫ ହୋଇଥିବା ବେଳେ ଛତ୍ରଭଙ୍ଗ ଦେଲେ ବହୁ ଜୁଆଡ଼ି। ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅଞ୍ଚଳରେ ଏହି ଜୁଆ ଖେଳ ଚାଲିଥିଲା। ଆଜି ସଂନ୍ଧ୍ୟାରେ କୋଳଥଡିହ ଗ୍ରାମ ପଡିଆରେ ଜୁଆ ଆଡ୍ଡା ଚାଲିଥିବାର ଖବର ପାଇଥିଲେ ଆଇଆଇସି ଜୟପ୍ରକାଶ ପରିଡ଼ା। ସଙ୍ଗେସଙ୍ଗେ ଆଇଆଇସିଙ୍କ ନିର୍ଦ୍ଦେଶକ୍ରମେ ଏକ ଟିମ ତୁରନ୍ତ ଉକ୍ତ ସ୍ଥାନରେ ଚଢ଼ାଉ କରିଥିଲା। ଚଢ଼ାଉ ବେଳେ ତିନି ଜୁଆଡ଼ି ଗିରଫ ହୋଇଥିବା ବେଳେ ୧୨ ଗୋଟି ବାଇକ ଜବତ କରିଛି ପୋଲିସ। ତେବେ ଅନ୍ୟ ଜୁଆଡ଼ି ମାନେ ଗିରଫ ଭୟରେ ଘଟଣାସ୍ଥଳରୁ ଫେରାର ହେବାରେ ସକ୍ଷମ ହୋଇଥିଲେ। ଗିରଫ ତିନି ଅଭିଯୁକ୍ତଙ୍କ ଠାରୁ ନକଦ ୧୮୮୦ ଟଙ୍କା ଜବତ କରିଛି ପୋଲିସ। ଅଭିଯୁକ୍ତଙ୍କ ବିରୁଦ୍ଧରେ ବାଣପୁର ପୋଲିସ ୩ ଓପିଜି ଧାରା ଅନୁଯାୟୀ କେସ ନମ୍ବର ୧୮୮/୨୩ ରେ ଏକ ମାମଲା ରୁଜୁ କରି…
କୈଳାଶ ଚନ୍ଦ୍ର ଚୌଧୁରୀ କୋଦଳା: କୌଣସି ସୂତ୍ରରୁ ଖବର ପାଇ କୋଦଳା ଥାନା ପୋଲିସ ଦିଘି ଗ୍ରାମ ମୁଖ୍ୟ ରାସ୍ତାରେ ଚଢ଼ାଉ କରି ଏକ ଯାତ୍ରୀବାହୀ ଅଟୋକୁ ଅଟକାଇ ଥିଲା। କିନ୍ତୁ ଡ୍ରାଇଭର ଗାଡ଼ି ଛାଡ଼ି ଚମ୍ପଟ୍ ମାରିଥିଲା। ପୋଲିସ ଅଟୋକୁ ଯାଞ୍ଚ କରିବା ବେଳେ ସେଥିରୁ ମହଜୁଦ ଥିବା ୧୦ ବସ୍ତା ଚୋରା ମଦ ସହ ଅଟୋକୁ ଜବତ କରିଥିଲା। ବର୍ତ୍ତମାନ ପୋଲିସ ଘଟଣାର ତଦନ୍ତ କରୁଛି।
ନୂଆଦିଲ୍ଲୀ: ଜି -୭ ଶିଖର ସମ୍ମିଳନୀରେ ଯୋଗଦେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଖୁବ ଶୀଘ୍ର ଜାପାନ ଗସ୍ତ କରିବେ। କାର୍ଯ୍ୟସୂଚୀ ଅନୁଯାୟୀ ପିଏମ ମୋଦୀ ମେ ୧୯ ରୁ ୨୧ ତାରିଖ ପର୍ଯ୍ୟନ୍ତ ଜାପାନ ଗସ୍ତରେ ଯିବେ। ଜାପାନର ପ୍ରଧାନମନ୍ତ୍ରୀ ଫୁମିଓ କିଶିଦା ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଏହି ଶିଖର ସମ୍ମିଳନୀରେ ଭାଗ ନେବାକୁ ଆମନ୍ତ୍ରଣ କରିଛନ୍ତି। ଜି -୭ ଶିଖର ସମ୍ମିଳନୀରେ ଜାପାନ ଅଧ୍ୟକ୍ଷତା କରୁଛି। ଶିଖର ସମ୍ମିଳନୀରେ ଜି -୭ ଅଧିବେଶନରେ ପ୍ରଧାନମନ୍ତ୍ରୀ ମୋଦୀ ସହଯୋଗୀ ଦେଶମାନଙ୍କ ସହ ବିଭିନ୍ନ ଗ୍ରହର ଶାନ୍ତି, ସ୍ଥିରତା ଏବଂ ସମୃଦ୍ଧି, ଖାଦ୍ୟ, ସାର ଏବଂ ଶକ୍ତି ସୁରକ୍ଷା, ସ୍ୱାସ୍ଥ୍ୟ, ଲିଙ୍ଗଗତ ସମାନତା, ଜଳବାୟୁ ପରିବର୍ତ୍ତନ ଏବଂ ବିଭିନ୍ନ ବିଷୟରେ ଆଲୋଚନା କରିବେ। ଭିତ୍ତିଭୂମି ଏବଂ ବିକାଶ ସହଯୋଗ ପରି ପରିବେଶ, ସ୍ଥାୟୀ ସମସ୍ୟାଗୁଡିକ ଅନ୍ତର୍ଭୁକ୍ତ। ଏହି ସମ୍ମିଳନୀ ବ୍ୟତୀତ ପ୍ରଧାନମନ୍ତ୍ରୀ ମୋଦୀ ଏଥିରେ ଅଂଶଗ୍ରହଣ କରୁଥିବା କିଛି ନେତାଙ୍କ ସହ ଦ୍ୱିପାକ୍ଷିକ…
ସୀତାରାମ ଅଗ୍ରୱାଲ ଚିଲିକା: ରାଜ୍ୟରେ ପଛୁଆ ବର୍ଗ ସର୍ଭେ ଜାରି ରହିଥିବା ବେଳେ ପ୍ରତ୍ୟେକ ସହରାଞ୍ଚଳ ଏବଂ ଗ୍ରାମାଞ୍ଚଳରେ ସ୍ଥାନୀୟ ପ୍ରଶାସନ ଏହାକୁ ପରିଚାଳନା କରୁଛି। ତେବେ ସାରା ରାଜ୍ୟରେ ଏହା ସୁରୁଖୁରୁରେ ଜାରି ରହିଛି କି ନାଇଁ ତାହା ତଦାରଖ କରିବା ପାଇଁ ସରକାର ପଛୁଆବର୍ଗ ସର୍ଭେ ରାଜ୍ୟ ପର୍ଯ୍ୟବେକ୍ଷକ ଭାବେ ପୂର୍ତ୍ତବିଭାଗ ସ୍ୱତନ୍ତ୍ର ସଚିବ ବିମଳେନ୍ଦୁ ରାୟଙ୍କୁ ନିଯୁକ୍ତି ଦେଇଛନ୍ତି। ଏହି ପରିପ୍ରେକ୍ଷୀରେ ଶ୍ରୀ ରାୟ ଆଜି ଖୋର୍ଦ୍ଧା ଜିଲ୍ଲାକୁ ଅଚାନକ ଗସ୍ତରେ ଆସି ବାଣପୁର, ଚିଲିକା ବ୍ଲକ ଏବଂ ବାଣପୁର, ବାଲୁଗାଁ ଏନଏସିର ବିଭିନ୍ନ ସର୍ଭେ ସେଣ୍ଟର ପରିଦର୍ଶନ କରିଛନ୍ତି। ଚିଲିକା ବ୍ଲକର ଜରିପଡ଼ା ସ୍କୁଲ,ବାଲୁଗାଁ ଏନଏସି ର ବାଲୁଗାଁ ହାଇସ୍କୁଲ,ବାଣପୁର ଏନଏସି ର ବିଷରପାଟଣା ସ୍କୁଲ ଏବଂ ବାଣପୁର ବ୍ଲକର ମାନସିଂହ ୟୁପି ସ୍କୁଲ ରେ ଥିବା ସର୍ଭେ ସେଣ୍ଟର ଗୁଡ଼ିକ ପରିଦର୍ଶନ କରିଥିଲେ ଶ୍ରୀ ରାୟ। ତେବେ ସମସ୍ତ ସେଣ୍ଟର ଗୁଡିକରେ କରାଯାଇଥିବା ବ୍ୟବସ୍ଥା…
ଭୁବନେଶ୍ୱର: ଧର୍ମେନ୍ଦ୍ର ଭାଇ, ଆପଣ ମୋ ପାଇଁ ଜଣେ ବଡ଼ ଭାଇ ଏବଂ ମୁଁ କପିଳେଶ୍ୱର ମନ୍ଦିରର ଏଏସ୍ଆଇ ବିଜ୍ଞପ୍ତି ବିଷୟରେ ଆପଣଙ୍କର ଭୁଲ ଜଣାଇବା ପରେ ଆପଣ କ୍ରୋଧିତ ହୋଇଥିବାର ଦେଖିବାକୁ ମିଳୁଛି। ଆପଣ ନିଜର ଭୁଲକୁ ସ୍ୱୀକାର କରି ଆଗକୁ ଯାଇପାରିଥାନ୍ତେ ବୋଲି ଧର୍ମେନ୍ଦ୍ରଙ୍କ ଉଦ୍ଦେଶ୍ୟରେ କହିଛନ୍ତି ବିଜେଡି ମୁଖପାତ୍ର ଲେନିନ୍ ମହାନ୍ତି। ଆଜି ଏଠାରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ବିଜେଡି ମୁଖପାତ୍ର ଶ୍ରୀ ମହାନ୍ତି କହିଛନ୍ତି ଯେ ଆପଣ ଆଜି ମହିଳାମାନଙ୍କୁ ସମ୍ମାନ ଦେବା ବିଷୟରେ କହିଥିଲେ। ତଥାପି, ଆପଣ ଏବଂ ଓଡିଶା ବିଜେପିର ଏକ ନିର୍ଦ୍ଦିଷ୍ଟ ଗୋଷ୍ଠୀ ବର୍ଷା ସିଂହ ବରିହା ଏବଂ ଦୀପାଲି ଦାସଙ୍କ ଭଳି ମହିଳାଙ୍କୁ ବଦନାମ ତଥା ଅପମାନିତ କରିଥିଲେ ଯେଉଁମାନେ ନିଜ ପିତାଙ୍କୁ ହରାଇଥିଲେ ଏବଂ ସାଧାରଣ ଜୀବନକୁ ଆସିବାକୁ ଚାହୁଁଥିଲେ। ଆପଣ ପଦମପୁର ଉପନିର୍ବାଚନ ସମୟରେ ବର୍ଷା ସିଂହ ବରିହାଙ୍କ ସହିତ ଏଭଳି ବ୍ୟବହାର କରି ପରାଜୟର ସମ୍ମୁଖୀନ…
ଭୁବନେଶ୍ଵର: ବର୍ତ୍ତମାନର ପରିବର୍ତ୍ତିତ ଦୁନିଆ ଏବଂ ଟେକ୍ଲୋଲୋଜି ଯୁଗରେ ନିଜକୁ ସ୍କିଲିଂ, ରି-ସ୍କିଲିଂ ଏବଂ ଅପ ସ୍କିଲିଂ କରାଇବା ଜରୁରୀ। ବିଶେଷ ଭାବରେ ଆଜି ନିଯୁକ୍ତି ପାଇଥିବା ଯୁବବନ୍ଧୁମାନେ ଏହି ମନ୍ତ୍ରକୁ ନିରନ୍ତର ଜପ କରନ୍ତୁ ଏବଂ ଓଡ଼ିଶା ପାଇଁ ବଡ ଭାବିବା ସହ ବଡ ସ୍ୱପ୍ନ ଦେଖନ୍ତୁ ବୋଲି ମଙ୍ଗଳବାର ଭୁବନେଶ୍ୱର ଠାରେ ‘ରାଷ୍ଟ୍ରୀୟ ରୋଜଗାର ମେଳା’ର ପଞ୍ଚମ ପର୍ଯ୍ୟାୟ ଶୁଭାରମ୍ଭ କରିବା ଅବସରରେ କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ରାଷ୍ଟ୍ରୀୟ ରୋଜଗାର ମେଳାର ପଞ୍ଚମ ପର୍ଯ୍ୟାୟରେ ଓଡ଼ିଶାର ୪୭୩ ଜଣ ଯୁବକ ଯୁବତୀଙ୍କୁ ନିଯୁକ୍ତି ପତ୍ର ବିରତଣ କରିବା ସହ ଶ୍ରୀ ପ୍ରଧାନ କହିଛନ୍ତି ଯେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦରେ ଜୀବନର ନୂଆ ଅଧ୍ୟାୟ ଆରମ୍ଭ କରିଥିବା ଯୁବବର୍ଗଙ୍କୁ ଶୁଭେଚ୍ଛା। ଏମ୍ସ ଭୁବନେଶ୍ୱର, ଆଇଆଇଟି ଭୁବନେଶ୍ୱର, ଭାରତୀୟ ରେଳ, ଡ଼ାକ ବିଭାଗ, ଇଏସଆଇସି, ଇସ୍ପାତ୍ ବିଭାଗ, ଜିଏସଆଇ ସମେତ ବିଭିନ୍ନ…
ଭୁବନେଶ୍ୱର: ଜାତୀୟ ସ୍ତରୀୟ ବୃତ୍ତିଗତ ଅନୁଷ୍ଠାନ ଇଣ୍ଡିଆନ୍ ଇନ୍ଷ୍ଟିଚ୍ୟୁସନ୍ ଅଫ୍ ଇଣ୍ଡଷ୍ଟ୍ରିଆଲ୍ ଇଞ୍ଜିନିୟରିଂ (ଆଇଆଇଆଇଇ) ପକ୍ଷରୁ ଶ୍ରୀଲଙ୍କାର କଲମ୍ବୋରେ ନିକଟରେ ଆୟୋଜିତ ଏହାର ୨୩ତମ ସିଇଓ ସମ୍ମିଳନୀରେ ଶିକ୍ଷା ଓ ଅନୁସନ୍ଧାନ (ସୋଆ)କୁ ସମ୍ମାନଜନକ “ପରଫର୍ମାନ୍ସ ଏକ୍ସିଲେନ୍ସ ଆୱାର୍ଡ”ରେ ସମ୍ମାନିତ କରାଯାଇଛି। ସୋମବାର ଆଇଆଇଆଇଇ ଜାତୀୟ କାଉନ୍ସିଲ୍ର ଅଧ୍ୟକ୍ଷ ଡକ୍ଟର ଅମୀୟ ବେହେରା ସୋଆର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋଜରଞ୍ଜନ ନାୟକଙ୍କୁ ଏଠାରେ ଭେଟି ଏହି ସମ୍ମାନ ପ୍ରଦାନ କରିଛନ୍ତି। କାର୍ଯ୍ୟଧାରାରେ ଶ୍ରେଷ୍ଠତା ହାସଲ କରିବାର ଲକ୍ଷ୍ୟ ନେଇ ଅବିରତ ଉଦ୍ୟମ ଜାରି ରଖିଥିବାରୁ ସୋଆକୁ ଏହି ସମ୍ମାନ ପ୍ରଦାନ କରାଯାଇଥିବା ଡକ୍ଟର ବେହେରା କହିଛନ୍ତି। ବିଗତ ୬ ଦଶନ୍ଧି ହେବ ଆଇଆଇଆଇଇ ଇଣ୍ଡଷ୍ଟିଆଲ୍ ଇଞ୍ଜିନିୟରିଂ କ୍ଷେତ୍ରକୁ ପରିବ୍ୟାପ୍ତ, ବିକଶିତ ଓ ଉନ୍ନତ କରିବାର ଲକ୍ଷ୍ୟ ନେଇ କାର୍ଯ୍ୟ କରିଆସୁଛି। ଏହି ସମ୍ମିଳନୀଟି ମେ’ ୫ ରୁ ୭ ତାରିଖ ପର୍ଯ୍ୟନ୍ତ କଲମ୍ବୋ ଠାରେ ଆୟୋଜିତ ହୋଇଥିବା ବେଳେ ଏହି…
ନୂଆଦିଲ୍ଲୀ: ସଂଖ୍ୟାଲଘୁ ସମ୍ପ୍ରଦାୟଙ୍କ ଉପରେ ହେଉଥିବା ଆକ୍ରମଣ ଉପରେ ଆମେରିକା ବିଦେଶ ବିଭାଗ ଏକ ରିପୋର୍ଟ ଜାରି କରିଛି। ଏହି ରିପୋର୍ଟ ଅନୁଯାୟୀ, ସାଧାରଣତଃ ଭାରତରେ ଧାର୍ମିକ ସମ୍ପ୍ରଦାୟକୁ ଖୋଲାଖୋଲି ଭାବେ ଟାର୍ଗେଟ କରାଯାଏ। ୱାଶିଂଟନ୍ ରେ ଏକ କାର୍ଯ୍ୟକ୍ରମରେ ସ୍ୱରାଷ୍ଟ୍ର ବିଭାଗ ଦ୍ଵାରା ୨୦୨୨ ବର୍ଷର ଆନ୍ତର୍ଜାତୀୟ ଧାର୍ମିକ ସ୍ୱାଧୀନତା ରିପୋର୍ଟ ପ୍ରକାଶ ପାଇଛି। ଆମେରିକାର ବୈଦେଶିକ ସଚିବ ଆଣ୍ଟୋନି ବ୍ଲିଙ୍କେନ୍ ଙ୍କ ଦ୍ଵାରା ଆନ୍ତର୍ଜାତୀୟ ଧାର୍ମିକ ସ୍ୱାଧୀନତା ରିପୋର୍ଟ ୨୦୨୨ ପ୍ରକାଶ ପାଇଛି। ବ୍ଲିଙ୍କେନ୍ ତାଙ୍କ ଅଭିଭାଷଣରେ ଭାରତ ବିଷୟରେ ଉଲ୍ଲେଖ କରିନାହାଁନ୍ତି, କିନ୍ତୁ ଗଣମାଧ୍ୟମ ସଂକ୍ଷିପ୍ତ ବୈଠକରେ ଭାରତରେ ରହୁଥିବା ସଂଖ୍ୟାଲଘୁଙ୍କ ଅବସ୍ଥା ଉପରେ ଅସାଧାରଣ ମନ୍ତବ୍ୟ ଦିଆଯାଇଛି। ଏହି କାର୍ଯ୍ୟକ୍ରମରେ ରଶଦ ହୁସେନ୍ ନାମକ ଜଣେ ଅଧିକାରୀ କହିଛନ୍ତି ଯେ, ଆମର ରିପୋର୍ଟରେ ଖ୍ରୀଷ୍ଟିଆନ, ମୁସଲମାନ, ଶିଖ୍, ହିନ୍ଦୁ ଦଳିତ ତଥା ଆଦିବାସୀ ସମେତ ଧାର୍ମିକ ସମ୍ପ୍ରଦାୟ ଉପରେ କ୍ରମାଗତ ଆକ୍ରମଣ ରହିଛି। ସେ କହିଛନ୍ତି…
ଭୁବନେଶ୍ୱର: କେନ୍ଦୁଝର ପ୍ରଜାମେଳି ନେତା ବିପ୍ଲବୀ ଧରଣୀଧର ନାଏକ (ଭୂୟାଁ)ଙ୍କ ୭୯ତମ ଶ୍ରାଦ୍ଧୋତ୍ସବ ଅବସରରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଅନୁଶାସନ ସଚିବ ଲଷ୍ମୀଧର ବେହେରାଙ୍କ ସଂଯୋଜନାରେ ଆଜି ପ୍ରତୁ୍ୟଷରେ ଭୁବନେଶ୍ୱର ଜୟଦେବ ବିହାର ନିକଟସ୍ଥ ତାଙ୍କ ପ୍ରତିମୂର୍ତ୍ତିସ୍ଥଳୀରେ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଅଛି। ଏହି କାର୍ଯ୍ୟକ୍ରମରେ ବିଧାୟକ ପ୍ରଫୁଲ୍ଲ ସାମଲ, ଅଖିଳ ଭାରତୀୟ ଭୂୟାଁ ସମାଜର କର୍ମକର୍ତ୍ତା ବିଜୟ ନାଏକ, ମାନସୀ ନାଏକ, ନୀଳମଣି ମାଝୀ, ପ୍ରବୀର ମହାନ୍ତି, ଗିରିଜା ଶଙ୍କର ମହାପାତ୍ର, ଜୟ ଓଡ଼ିଶା ଅଧ୍ୟକ୍ଷ ରୁଦ୍ରନାରାୟଣ ସାମନ୍ତରାୟ, ଅଧ୍ୟାପକ ଡ଼ଃ ରଙ୍ଗାଧର ସାହୁ, ରମେଶ ଚନ୍ଦ୍ର ପାତାଳସିଂହ, କର୍ପୋରେଟର ଜୟନ୍ତୀ ସାହୁ, ସାମାଜିକ କର୍ମୀ ସନାତନ ବେହେରା, କବ୍ୟୟତ୍ରୀ ଅନ୍ନଦା ମିଶ୍ର, କେନ୍ଦୁଝର ବିକାଶ ପରିଷଦ କର୍ମକର୍ତ୍ତା ପ୍ରମୁଖ ଯୋଗଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ନିଜ ବକ୍ତବ୍ୟରେ ମାନବିକ ଅଧିକାର ସୁରକ୍ଷା ସହ ବେଠି ବେଗାରୀ, ରାଜ ଅତ୍ୟାଚାର କବଳରୁ ପ୍ରଜାଙ୍କ…
ରାୟପୁର: ଛତିଶଗଡ କଂଗ୍ରେସର ଏକ ଜରୁରୀ ବୈଠକ ଡକାଯାଇଛି। ରାଜ୍ୟ କଂଗ୍ରେସ ଦାୟିତ୍ୱରେ ଥିବା କୁମାରୀ ସୈଲଜାଙ୍କ ଉପସ୍ଥିତିରେ ସିଏମ୍ ହାଉସରେ ଏହି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ସମସ୍ତ କଂଗ୍ରେସ ମନ୍ତ୍ରୀ ଯୋଗ ଦେଇଛନ୍ତି। ଏହି ବୈଠକରେ ଯୋଗଦେବା ପାଇଁ ମନ୍ତ୍ରୀ ଟି.ଏସ୍ ସିଂଦେବ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ପହଞ୍ଚିଛନ୍ତି। ତେବେ ଏହି ବୈଠକ କେଉଁ ପ୍ରସଙ୍ଗରେ ଅନୁଷ୍ଠିତ ହେଉଛି ସେ ସମ୍ପର୍କରେ କୌଣସି ସୂଚନା ଦିଆଯାଇ ନାହିଁ। ବିଧାନସଭା ବାଚସ୍ପତି ଡକ୍ଟର ଚରଣଦାସ ମହନ୍ତ ମଧ୍ୟ ସିଏମ୍ ହାଉସରେ ପହଞ୍ଚିଛନ୍ତି। କର୍ଣ୍ଣାଟକ ନିର୍ବାଚନ ପରେ ଘଟିଥିବା ଏହି ବୈଠକ ଯୋଗୁଁ ହଠାତ୍ ହଲଚଲ ଦେଖାଦେଇଛି।

