ଭୁବନେଶ୍ଵର: ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁକୁ ନେଇ ଏକ ବଡ ଖବର ମିଳିଛି। ଏଥର ଦେଶକୁ ବିଳମ୍ବରେ ମୌସୁମୀ ବାୟୁ ପହଞ୍ଚିବ ବୋଲି ପାଣିପାଗ ବିଭାଗ ଅନୁମାନ କରିଛି। ଭାରତୀୟ ପାଣିପାଗ ବିଭାଗ ଅନୁଯାୟୀ, ଚଳିତବର୍ଷ କେରଳକୁ ବିଳମ୍ବରେ ମୌସୁମୀ ଆସିବ। ଚଳିତ ବର୍ଷ ଜୁନ ୪ ତାରିଖ ବେଳକୁ କେରଳରେ ମୌସୁମୀ ବାୟୁ ଛୁଇଁବ ବୋଲି ପୂର୍ବାନୁମାନ କରାଯାଇଛି। ବିଶେଷ କରି ଜୁନ ପହିଲାରେ ମୌସୁମୀ କେରଳ ଛୁଇଁଥାଏ। କିନ୍ତୁ ଏଥର ବିଳମ୍ବ ହେବାର ସମ୍ଭାବନା ରହିଛି।
Author: Samikhsya Bureau
ଭୁବନେଶ୍ୱର: ଏକ ଉଲ୍ଲେଖନୀୟ ସଫଳତା କ୍ରମେ, ଦେଶର ସବୁଠୁ ଲୋକପ୍ରିୟ ହାଇ-ସ୍ପିଡ୍ ଗୃହ ବ୍ରଡ୍ବ୍ୟାଣ୍ଡ୍ ସେବା ପ୍ରଦାନକାରୀ ଜିଓଫାଇବର୍ ଓଡ଼ିଶାରେ ୨ ଲକ୍ଷରୁ ଅଧିକ ଘରକୁ ଏହାର ହାଇ-ସ୍ପିଡ୍ ଓୟାରଲାଇନ୍ ବ୍ରଡ୍ବ୍ୟାଣ୍ଡ୍ ସେବା ସହ ଯୋଡ଼ିଛି। ଭାରତୀୟ ଟେଲିକମ୍ ନିୟାମକ କର୍ତୃପକ୍ଷ (ଟ୍ରାଇ) ପକ୍ଷରୁ ପ୍ରକାଶିତ ସଦ୍ୟତମ ଓୟାରଲାଇନ୍ ଉପଭୋକ୍ତା ତଥ୍ୟ ଅନୁଯାୟୀ ୨୦୨୩ ଫେବ୍ରୁଆରି ୨୮ ସୁଦ୍ଧା ୨.୦୨ ଲକ୍ଷ ଜିଓଫାଇବର ହାଇସ୍ପିଡ୍ ବ୍ରଡ୍ବ୍ୟାଣ୍ଡ୍ ଗ୍ରାହକଙ୍କ ସହିତ ରାଜ୍ୟର ଏକ ନମ୍ବର ହାଇ-ସ୍ପିଡ୍ ବ୍ରଡ୍ବ୍ୟାଣ୍ଡ୍ ସେବା ପ୍ରଦାନକାରୀ ଭାବେ ଜିଓ ଏହାର ସ୍ଥିତିକୁ ଆହୁରି ମଜଭୁତ କରିଛି। ରିଲାଏନ୍ସ ଜିଓ ଏକମାତ୍ର ଟେଲିକମ୍ ସେବା ପ୍ରଦାନକାରୀ ଭାବେ ୨୦୨୩ ଫେବ୍ରୁଆରିରେ ଓୟାରଲାଇନ୍ ଗ୍ରାହକ ଯୋଡ଼ିଥିବା ଟ୍ରାଇ ପକ୍ଷରୁ ପ୍ରକାଶିତ ତଥ୍ୟରୁ ଜଣାପଡ଼ିଛି। ୨୦୨୩ ଫେବ୍ରୁଆରି ଶେଷ ସୁଦ୍ଧା ଓଡ଼ିଶାରେ ମୋଟ ଓୟାରଲାଇନ୍ ଗ୍ରାହକ ସଂଖ୍ୟା ୩.୮୮ ଲକ୍ଷକୁ ବୃଦ୍ଧି ପାଇଛି। ଜାତୀୟ ସ୍ତରରେ ମଧ୍ୟ ଜିଓ ୨୦୨୩ ଫେବ୍ରୁଆରିରେ ୧.୮୮…
ନୂଆଦିଲ୍ଲୀ: ଆସାମ ପୋଲିସ ବର୍ତ୍ତମାନ ଭାରତୀୟ ପୋଲିସ ସେବା (ଆଇପିଏସ୍) ଅଧିକାରୀଙ୍କ ସମେତ ସମସ୍ତ କର୍ମଚାରୀଙ୍କ ବଡି ମାସ ଇଣ୍ଡେକ୍ସ (BMI) କୁ ବୃତ୍ତିଗତ ଭାବରେ ରେକର୍ଡ କରିବ, ଯାହା ଦ୍ଵାରା ଆଗାମୀ ଦିନରେ ଅପରାଗ ପୋଲିସ କର୍ମୀଙ୍କୁ କାର୍ଯ୍ୟରୁ ମୁକ୍ତି ମିଳିପାରିବ। ପୋଲିସ୍ କର୍ମୀଙ୍କୁ ସେମାନଙ୍କ ଫିଟନେସ୍ ଉପରେ କାମ କରିବାକୁ ତିନିମାସ ସମୟ ଦିଆଯିବ, ଯାହା ପରେ BMI ରେକର୍ଡ ହେବ। ଆସାମ ପୋଲିସ ମହାନିର୍ଦ୍ଦେଶକ ଜିପି ସିଂହ ଆଜି ଏକ ଟୁଇଟ୍ କରି କହିଛନ୍ତି ଯେ, ଆମେ ଆଇପିଏସ୍ ଏବଂ ଏପିଏସ୍ ଅଧିକାରୀଙ୍କ ସମେତ ସମସ୍ତ ଆସାମ ପୋଲିସ୍ କର୍ମଚାରୀଙ୍କୁ ଅଗଷ୍ଟ ୧୫ ପର୍ଯ୍ୟନ୍ତ ତିନି ମାସ ସମୟ ଦେବାକୁ ଯୋଜନା କରୁଛୁ ଏବଂ ତା’ପରେ ୧୫ ଦିନ ମଧ୍ୟରେ ଆମେ BMI ମୂଲ୍ୟାଙ୍କନ ଆରମ୍ଭ କରିବୁ। ମେଦବହୁଳ ବର୍ଗରେ (BMI 30+) ପଡୁଥିବା କର୍ମଚାରୀମାନଙ୍କୁ ଓଜନ ହ୍ରାସ କରିବାକୁ ଆଉ ତିନିମାସ ଦିଆଯିବ ଏବଂ ଏହା…
ପୁର1: ଆସନ୍ତାକାଲି ଜ୍ୟେଷ୍ଠ-କୃଷ୍ଣ ତ୍ରୟୋଦଶୀ ତିଥିରେ ମହାପ୍ରଭୁଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ। ଏଥିଲାଗି ସାଧାରଣ ଦର୍ଶନ ୪ ଘଣ୍ଟା ପାଇଁ ବନ୍ଦ ରହିବ। ସନ୍ଧ୍ୟ। ୬ ଟାରୁ ରାତ୍ର ୧୦ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ। ପରମ୍ପରା ଅନୁଯାୟୀ, ଆଜି ଦ୍ୱିପ୍ରହର ଧୂପ ସରିବାପରେ ଦତ୍ତ ମହାପାତ୍ର ସେବକମାନେ ଶ୍ରୀମନ୍ଦିର ଗର୍ଭଗୃହକୁ ପ୍ରବେଶ କରିବା ସହ ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର କରିବେ। ପ୍ରାକୃତିକ ପ୍ରଣାଳୀରେ ପ୍ରସ୍ତୁତ ପ୍ରସାଧାନରେ ଶ୍ରୀବିଗ୍ରହମାନଙ୍କ ଶ୍ରୀମୁଖକୁ ଶୃଙ୍ଗାର କରାଯିବ। ହିଙ୍ଗୁଳ, ହରିତାଳ, ଶଙ୍ଖ, କସ୍ତୁରୀ ଓ କଳା ରଙ୍ଗରେ ମହାପ୍ରଭୁଙ୍କ ଶ୍ରୀମୁଖ ଚମକିବ। ଏହା ଏକ ଗୁପ୍ତ ସେବା ହୋଇଥିବାରୁ ସନ୍ଧ୍ୟ। ୬ ଟାରୁ ରାତ୍ର ୧୦ଟା ପର୍ଯ୍ୟନ୍ତ ସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।
ନୂଆଦିଲ୍ଲୀ: ଇଣ୍ଡିଆନ୍ ପ୍ରିମିୟର ଲିଗ୍ ସିଜନ ୧୬ ରେ ପ୍ଲେ ଅଫ୍ ଦୌଡ ଅତ୍ୟନ୍ତ ରୋମାଞ୍ଚକର ହୋଇଛି। ସନରାଇଜର୍ସ ହାଇଦ୍ରାବାଦ ଏବଂ ଗୁଜୁରାଟ ଟାଇଟାନ୍ସ ମଧ୍ୟରେ ମ୍ୟାଚ୍ ପରେ ପ୍ଲେ ଅଫ୍ ସ୍ଥିତି ଟିକେ ସ୍ପଷ୍ଟ ହୋଇଛି। ହାଇଦ୍ରାବାଦ ବିପକ୍ଷରେ ବିଜୟ ପଞ୍ଜିକରଣ କରି ଗୁଜୁରାଟ ପ୍ରଥମ ଦଳ ହୋଇପାରିଛି ଯାହା ପ୍ଲେ ଅଫରେ ପ୍ରବେଶ କରିଛି। ଏଥି ସହିତ ହାଇଦ୍ରାବାଦ ପ୍ଲେ ଅଫ୍ ଦୌଡରୁ ବାଦ ପଡିଛି। ମୁମ୍ବାଇ ଇଣ୍ଡିଆନ୍ସ, ସିଏସକେ ଏବଂ ଆରସିବି ପାଇଁ ପ୍ଲେ ଅଫରେ ପହଞ୍ଚିବାର ସମ୍ଭାବନା ବଢିଛି। ଯଦି ଆମେ ସିଏସକେ ବିଷୟରେ କହିବା, ଧୋନିଙ୍କ ଦଳ ବର୍ତ୍ତମାନ ୧୫ ପଏଣ୍ଟ ସହ ଟେବୁଲର ଦ୍ୱିତୀୟ ସ୍ଥାନରେ ଅଛି। ଯଦି ସିଏସକେ ସେମାନଙ୍କର ଶେଷ ମ୍ୟାଚ୍ ବିଜୟ ଲାଭ କରେ, ତେବେ ପ୍ଲେ ଅଫ୍ ସ୍ଥାନ ନିଶ୍ଚିତ ହେବ। ଯଦି ଶେଷ ମ୍ୟାଚ୍ ହାରିଯାଏ, ତେବେ ପ୍ଲେ ଅଫ୍ ଟିକେଟ୍ ପାଇବା ପାଇଁ ସିଏସକେ…
ଭୁବନେଶ୍ଵର: ମାଟ୍ରିକ ପରୀକ୍ଷା ଦେଇଥିବା ଛାତ୍ରଛାତ୍ରୀମାନଙ୍କ ପାଇଁ ବଡ ଖବର ଆସିଛି। ଆସନ୍ତା ୧୮ ତାରିଖରେ ମାଟ୍ରିକ ଫଳ ପ୍ରକାଶ ପାଇବ। ସକାଳ ୧୦ଟାରେ ଫଳାଫଳ ପ୍ରକାଶ ପାଇବ। ମଧ୍ୟାହ୍ନ ୧୨ଟାରେ ଛାତ୍ରଛାତ୍ରୀମାନେ ମାଧ୍ୟମିକ ଶିକ୍ଷା ପରିଷଦର ଅଫିସିଆଲ ୱେବ ସାଇଟରୁ ପରୀକ୍ଷା ଫଳ ପାଇପାରିବେ। ଏ ନେଇ ଆଜି ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଘୋଷଣା କରାଯାଇଛି। ମାଟ୍ରିକ୍ ସହିତ ସଂସ୍କୃତ ମଧ୍ୟମା ଏବଂ ଷ୍ଟେଟ ଓପନ ସ୍କୁଲ ସାର୍ଟିଫିକେଟ୍ ପରୀକ୍ଷା ଫଳ ମଧ୍ୟ ପ୍ରକାଶ ପାଇବ। ଚଳିତ ବର୍ଷ ୫ ଲକ୍ଷ ୪୧ ହଜାର ୨୪୭ ଜଣ ପିଲା ମାଟ୍ରିକ୍ ପରୀକ୍ଷା ଦେଇଛନ୍ତି। ୩ ହଜାର ୨୧୮ଟି କେନ୍ଦ୍ରରେ ମାଟ୍ରିକ୍ ପରୀକ୍ଷା ହୋଇଥିଲା। ରାଜ୍ୟରେ ୫୫ଟି ମୂଲ୍ୟାୟନ କେନ୍ଦ୍ରରେ ପରୀକ୍ଷାର୍ଥୀଙ୍କ ଉତ୍ତର ଖାତାର ମୂଲ୍ୟାୟନ ଏପ୍ରିଲ ୩ ତାରିଖରୁ ଆରମ୍ଭ ହୋଇ ୧୨ ଦିନ ପର୍ଯ୍ୟନ୍ତ ଚାଲିଥିଲା।
ଆରା: ବିହାରରୁ ବଡ ଖବର ଆସୁଛି। ଆରାର ଆରଜେଡି ବିଧାୟକଙ୍କ ଠିକଣାରେ ସିବିଆଇ ଚଢାଉ ଜାରି ରହିଛି। ବିଧାୟକ କିରଣ ଦେବୀଙ୍କ ସ୍ୱାମୀ ଅରୁଣ ଯାଦବ ଜଣେ ବଡ ବାଲି ବ୍ୟବସାୟୀ। ବିଧାୟକ କିରଣ ଦେବୀ ଲାଲୁ ପ୍ରସାଦଙ୍କ ଘନିଷ୍ଠ ଏବଂ ପୂର୍ବତନ ବିଧାୟକ ଅରୁଣ ଯାଦବଙ୍କ ପତ୍ନୀ। ଏହି ଚଢାଉ ପାଇଁ ସିବିଆଇ ଟିମ୍ ଭୋଜପୁରର ଅଙ୍ଗିଆଭ ସ୍ଥିତ କିରଣ ଦେବୀଙ୍କ ବାସଭବନରେ ପହଞ୍ଚିଛି। ସୂଚନା ଅନୁଯାୟୀ, ବିଧାୟକ କିରଣ ଦେବୀଙ୍କ ଅନେକ ସ୍ଥାନରେ ସିବିଆଇ ଦଳର ଚଢାଉ ଚାଲିଛି। ପ୍ରକାଶ ଯେ, କିରଣ ଦେବୀ ପ୍ରଥମ ଥର ପାଇଁ ବିଧାୟକ ହୋଇଛନ୍ତି। ସେ ପୂର୍ବତନ ଆରଜେଡି ବିଧାୟକ ତଥା ବାହୁବଲୀ ନେତା ଅରୁଣ ଯାଦବଙ୍କ ପତ୍ନୀ, ଯାହାଙ୍କୁ ଗତ ନିର୍ବାଚନରେ ପ୍ରଥମ ଥର ପାଇଁ ଆରଜେଡି ଟିକେଟ ଦେଇଥିଲା। ଅଙ୍ଗିଆଭରେ ଅରୁଣ ଯାଦବଙ୍କର ଏକ ବିଳାସପୂର୍ଣ୍ଣ ବଙ୍ଗଳା ଅଛି, ଯେଉଁଠାରେ ସିବିଆଇ ଦଳ ପହଞ୍ଚିଛି। ଅରୁଣ ଯାଦବ ମଧ୍ୟ…
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଅନୁଷ୍ଠିତ ହେଉଥିବା ରୋଜଗାର ମେଳା କାର୍ଯ୍ୟକ୍ରମରେ ନୂତନ ନିଯୁକ୍ତି ପାଇଥିବା ପ୍ରାୟ ୭୧ ହଜାର ଯୁବକ ଯୁବତୀଙ୍କୁ ନିଯୁକ୍ତିପତ୍ର ପ୍ରଦାନ କରିଛନ୍ତି। ଏହି କାର୍ଯ୍ୟକ୍ରମ ଭିଡିଓ କନ୍ଫରେନ୍ସିଂ ବ୍ୟବସ୍ଥାରେ ଆୟୋଜିତ ହୋଇଥିଲା। ଏହି ରୋଜଗାର ମେଳା ଦେଶର ୪୫ଟି ସ୍ଥାନରେ ଆୟୋଜିତ ହୋଇଥିଲା। କେତେକ ପ୍ରାଦେଶିକ ସରକାର ଓ କେନ୍ଦ୍ରଶାସିତ ଅଞ୍ଚଳରେ ବିଭିନ୍ନ ପଦ ପାଇଁ ହୋଇଥିବା କର୍ମଚାରୀ ନିଯୁକ୍ତି ପରୀକ୍ଷାରେ କୃତକାର୍ଯ୍ୟ ପରୀକ୍ଷାର୍ଥୀଙ୍କୁ ମଧ୍ୟ ଏହି ରୋଜଗାର ମେଳାରେ ନିଯୁକ୍ତିପତ୍ର ପ୍ରଧାନମନ୍ତ୍ରୀ ଆଭାସୀ ବ୍ୟବସ୍ଥାରେ ପ୍ରଦାନ କରିଥିଲେ। ଯେଉଁ ସବୁ ପଦ ପାଇଁ ନିଯୁକ୍ତି ପତ୍ର ପ୍ରଦାନ କରାଯାଇଛି ସେଥିରେ ରହିଛି ଗ୍ରାମୀଣ ଡାକସେବକ, ଡାକ ଇନିସ୍ପେକ୍ଟର, କମର୍ସିଆଲ-କମ୍-ଟିକେଟ କ୍ଲର୍କ, ଟ୍ରାକ୍ ମେଣ୍ଟେନରସ, ସହକାରୀ ସେକସନ୍ ଅଫିସର, କନିଷ୍ଠ କିରାଣି, ଉପଖଣ୍ଡୀୟ ଅଧିକାରୀ, ଟିକସ ସହାୟକ, ସହକାରୀ ପ୍ରବର୍ତ୍ତନ ଅଧିକାରୀ, ଇନିସ୍ପେକ୍ଟର, ନର୍ସିଂ ଅଫିସର, ସହକାରୀ ନିରାପତ୍ତା ଅଧିକାରୀ, ଆଗ୍ନିକ, ସହକାରୀ ଆକାଉଣ୍ଟସ୍…
ଖଲ୍ଲିକୋଟ/ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଭାଟପଡା ଗ୍ରାମର ସନ୍ତୋଷ ପ୍ରଧାନ ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା କନକା ଗ୍ରାମର ପିଙ୍କି ସାହୁଙ୍କୁ କିଛି ବର୍ଷ ପୁର୍ବେ ବିବାହ କରିଥିଲେ। କିନ୍ତୁ ଦୁଇଜଣଙ୍କ ଭିତରେ ମନମାଳିନ୍ୟ ହେବାରୁ ଦୁହେଁ ଦୀର୍ଘ ଦିନ ହେଲା ଅଲଗା ରହି ଆସୁଥିଲେ। ତେବେ କିଛି ଦିନ ତଳେ ସନ୍ତୋଷ ଖବର ପାଇଥିଲେ ଯେ, ତାଙ୍କ ସ୍ତ୍ରୀ ତାଙ୍କର ନକଲି ମୃତ ପ୍ରମାଣପତ୍ର ବାହର କରିଛନ୍ତି। ସେ ଏନେଇ ବୁଝାସୁଝା କରିବା ପରେ ଜାଣିବାକୁ ପାଇଥିଲେ ଯେ, ତାଙ୍କ ସ୍ତ୍ରୀ ପିଙ୍କି କେଶପୁର ନିକଟରେ ଥିବା ମୁଥୁଟ ମାଇକ୍ରୋ ଫିନ ଠାରୁ ଋଣ ଆଣିଥିଲେ। ତେବେ ସେ ସେହି ଋଣ ଟଙ୍କା ହଡପ କରିବା ପାଇଁ ନିଜ ସ୍ୱାମୀଙ୍କ ନାମରେ ମୃତ ପ୍ରମାଣ ପତ୍ର ବାହାର କରି ସେଠାରେ ଋଣ ପରିଶୋଧ କରି ଦେଇଥିବା ସ୍ୱାମୀ ସନ୍ତୋଷ ଅଭିଯୋଗ କରିଛନ୍ତି। ଇସ୍ୟୁ ହୋଇଥିବା ସାର୍ଟିଫିକେଟ ରେ ଦର୍ଶାଯାଇଛି…
ଭୁବନେଶ୍ୱର: ମାଟ୍ରିକ ପରୀକ୍ଷା ଫଳ କେବେ ପ୍ରକାଶ ପାଇବ, ଏନେଇ ଅଭିଭାବକ ଓ ଛାତ୍ରଛାତ୍ରୀମାନେ ଅପେକ୍ଷା କରି ରହିଛନ୍ତି। ତେବେ ଆଜି ଅପେକ୍ଷାର ଅନ୍ତ ଘଟିବ। ଆଜି ଦିନ ସାଢେ ୧୧ଟାରେ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ମାଟ୍ରିକ୍ ପରୀକ୍ଷା ଫଳ ତାରିଖ ଘୋଷଣା କରାଯିବ। ବୋର୍ଡର ଉପସଭାପତି ଡକ୍ଟର ନିହାର ରଞ୍ଜନ ମହାନ୍ତି ଏହି ସୂଚନା ଦେଇଛନ୍ତି। କିନ୍ତୁ ଆସନ୍ତାକାଲି ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ ପାଇପାରେ ବୋଲି ଜଣାପଡିଛି।
ଭୁବନେଶ୍ଵର: ଚଳଚ୍ଚିତ୍ର “ଟି” ର ଟ୍ରିଜର ରିଲିଜ ପରେ ଭୁବନେଶ୍ୱର ସ୍ଥିତ ସିନେପଲିସ୍ ଠାରେ ଏକ ବର୍ଣ୍ଣାଢ୍ୟ ପରିବେଶ ମଧ୍ୟରେ ଟ୍ରେଲର ରିଲିଜ ହୋଇଯାଇଛି। ଏହି ଟ୍ରେଲର ରିଲିଜ ଅବସରରେ ଓଲିଉଡ଼ ସିନେ ଇଣ୍ଡଷ୍ଟ୍ରି ର ବହୁ ଖ୍ୟାତନାମା ନିର୍ଦ୍ଦେଶକ, ଅଭିନେତା, ଅଭିନେତ୍ରୀ ତଥା ଅନେକ ସିନେ ସମୀକ୍ଷକ ଯୋଗଦେଇଥିଲେ। ଟ୍ରିଜର ଦେଖି ଯେଉଁମାନେ ଚଳଚ୍ଚିତ୍ର ସମ୍ପର୍କ ରେ ସୁଚିନ୍ତିତ ମତାମତ ଦେଇଥିଲେ ସେମାନଙ୍କୁ ମଧ୍ୟ ଟ୍ରେଲର ଦେଖିବା ପାଇଁ ଆମନ୍ତ୍ରଣ କରାଯାଇଥିଲା। ଟ୍ରାନ୍ସଜେଣ୍ଡରଙ୍କ ଜୀବନ କାହାଣୀକୁ ନେଇ ନିର୍ମିତ ଓଡ଼ିଆ ଚଳଚ୍ଚିତ୍ର ‘ଟି’ କୁ ୟୁ/ଏ ସାର୍ଟିଫିକେଟ ମିଳିଯିବା ପରେ ପ୍ରଯୋଜନା ସଂସ୍ଥା ତଥା ଦର୍ଶକଙ୍କ ମନ ଆନନ୍ଦିତ ହୋଇଥିଲା। ତେବେ ସୂଚନାଯୋଗ୍ୟ ଯେ ; ପାନୋରମା ମ୍ୟୁଜିକ ଏବଂ ସ୍ଟୁଡ଼ିଓ ପ୍ରଥମ ଥର ପାଇଁ ଓଡ଼ିଆ ଚଳଚ୍ଚିତ୍ର “ଟି” ସହିତ ମିଳିତ ଭାବରେ ପ୍ରଚାର ପ୍ରସାର କରୁଛନ୍ତି। ଯେଉଁଥିରେ କି ଟିଜର, ଟ୍ରେଲର ଏବଂ ଫିଲ୍ମ ର ଗୀତ…
ବାସ୍ତୁ ଶାସ୍ତ୍ର: ଆଜିର ବସ୍ତୁବାଦୀ ଯୁଗରେ, ପ୍ରତ୍ୟେକ ବ୍ୟକ୍ତି ଆର୍ଥିକ ସଫଳତା ପାଇବା ପାଇଁ ଦିନରାତି ପରିଶ୍ରମ କରନ୍ତି। ଏହା ସହିତ ଚାକିରି କରିଥିବା ଲୋକଙ୍କ ଆର୍ଥିକ ଆହ୍ଵାନକୁ ଦୂର କରିବା ପାଇଁ କଠିନ ପରିଶ୍ରମ କରିଥାନ୍ତି। କିନ୍ତୁ ବେଳେବେଳେ କଠିନ ପରିଶ୍ରମ ପରେ ମଧ୍ୟ ଇଚ୍ଛାକୃତ ସଫଳତା ହାସଲ ହୁଏ ନାହିଁ। ତେବେ ଆର୍ଥିକ ସମସ୍ୟାରୁ ମୁକ୍ତି ପାଇବା ପାଇଁ ବାସ୍ତୁ ଶାସ୍ତ୍ରରେ କିଛି ଟିପ୍ସ ଉଲ୍ଲେଖ କରାଯାଇଛି। ବାସ୍ତୁ ଶାସ୍ତ୍ରର ବିଶେଷଜ୍ଞମାନେ ବିଶ୍ବାସ କରନ୍ତି ଯେ ଯଦି କାର୍ଯ୍ୟାଳୟକୁ ବାସ୍ତୁ ଅନୁକୂଳ ରଖାଯାଏ, ତେବେ ଏହା ଆର୍ଥିକ ଆହ୍ଵାନରୁ ମୁକ୍ତି ପାଇବାରେ ସାହାଯ୍ୟ କରେ। ଅଫିସ୍ ସହିତ ଜଡିତ କିଛି ବିଶେଷ ବାସ୍ତୁ ଟିପ୍ସ ବିଷୟରେ ଆସନ୍ତୁ ଜାଣିବା…. ବାଉଁଶ ଉଦ୍ଭିଦ: ବାଉଁଶ ଉଦ୍ଭିଦକୁ ଫେଙ୍ଗ୍ ଶୁଇ ଟିପ୍ସ ଏବଂ ବାସ୍ତୁ ଶାସ୍ତ୍ରରେ ସମୃଦ୍ଧିର ପ୍ରତୀକ ଭାବରେ ବିବେଚନା କରାଯାଏ। ଏହାକୁ ଘରେ ରଖିଲେ ସମୃଦ୍ଧି ଆଣିଥାଏ ଏବଂ ସୁଖର…
ଉପେନ୍ଦ୍ର ବଳିୟାରସିଂହ ବିଦର୍ଭ ଦେଶରେ ସତ୍ୟ ଦେବ ନାମକ ଜଣେ ବ୍ରାହ୍ମଣ ଥିଲେ। ତାଙ୍କର ବିଶ୍ଵାସ ଥିଲା, ଦେବତାମାନଙ୍କ ପାଇଁ ପଶୁ ବଳି ଦେବା ଉଚିତ, ପରନ୍ତୁ ଦରିଦ୍ରତା କାରଣରୁ ସେ ବଳି ଦାନ ପାଇଁ ପଶୁ ପାଳନ କରିପାରୁନଥିଲେ କି ପଶୁମାନଙ୍କୁ କ୍ରୟ କରିପାରୁନଥିଲେ। ଏଥିପାଇଁ କୁଷ୍ମାଣ୍ଡ ଫଳକୁ ହିଁ ପଶୁ ରୂପେ କଳ୍ପିତ କରି ବଳି ଦାନ ଦେଇ ହିଂସା ପ୍ରଦାନ ପୂଜନ କରୁଥିଲେ। ଏକେ ତ ସେ ବ୍ରାହ୍ମଣ ତପସ୍ଵୀ, ତ୍ୟାଗୀ ଓ ଧର୍ମାତ୍ମା ଥିଲେ ଏବଂ ତାଙ୍କର ପତ୍ନୀ ମଧ୍ୟ ସୁଶିଳା ପତିବ୍ରତା ଓ ତପସ୍ଵିନୀ ଥିଲେ। ତାଙ୍କ ପତିଦେବଙ୍କର ହିଂସା ପ୍ରଧାନ ପୂଜନ ତାଙ୍କୁ ଅରୁଚିକର ଲାଗୁଥିଲା। କିନ୍ତୁ ପତିଦେବଙ୍କର ପ୍ରସନ୍ନତା ପାଇଁ ଅନିଚ୍ଛା ପୂର୍ବକ ସେ ସହଯୋଗ କରୁଥିଲେ। କୌଣସି ଧର୍ମାଚରଣକାରୀର ଇଚ୍ଛା ଯଦି ସଚ୍ଚା ହୋଇଥାଏ ଏବଂ ଅଜ୍ଞାନ ବଶତଃ ଭୁଲ କରୁଥାଏ, ସେହି ଭୁଲକୁ ସୁଧାରିବା ପାଇଁ ଦେବତାମାନେ ସ୍ଵୟଂ…
ମେଷ:– ଆଜି ସମସ୍ୟାର ସମାଧାନ ପାଇଁ ପିତାମାତାଙ୍କ ସାହାଯ୍ୟ ନିଅ । ସେମାନଙ୍କ ପରାମର୍ଶ ସହିତ କାମ କରନ୍ତୁ, ତେବେ ଆପଣ ନିଶ୍ଚିତ ଭାବରେ ଅସୁବିଧାର ସମାଧାନ ଖୋଜିବାକୁ ସକ୍ଷମ ହେବେ । ପ୍ରେମ ଆପଣଙ୍କର ଜୀବନରୁ ବାହାରି ପାରେ, ଆପଣଙ୍କୁ କେବଳ ଆଖି ଏବଂ କାନ ଖୋଲା ରଖିବା ଆବଶ୍ୟକ । ଆପଣଙ୍କର ଯୋଗାଯୋଗ କ୍ଷମତା ପ୍ରଭାବଶାଳୀ ହେବ । ଆପଣଙ୍କ ସାଥୀଙ୍କ ଭିତର ସୌନ୍ଦର୍ଯ୍ୟକୁ ସମ୍ପୂର୍ଣ୍ଣ ଅନୁଭବ ହେବ । ବୃଷ: –ଆଜି ଅନ୍ୟମାନଙ୍କ ମତ ଶୁଣିବା ଏବଂ ଅନୁସରଣ କରିବା ଗୁରୁତ୍ୱପୂର୍ଣ୍ଣ ହେବ। ମିଛ କହିବା ଠାରୁ ଦୂରେଇ ରୁହନ୍ତୁ, କାରଣ ଏହା ଆପଣଙ୍କର ପ୍ରେମ ସମ୍ପର୍କକୁ ନଷ୍ଟ କରିପାରେ । ସେହି ଲୋକମାନଙ୍କ ସହିତ ସମ୍ପର୍କରୁ ଦୂରେଇ ରୁହନ୍ତୁ ଯେଉଁମାନେ ଆପଣଙ୍କ ପ୍ରତିଷ୍ଠାକୁ କ୍ଷତି ପହଞ୍ଚାଇବେ। ବେଳେବେଳେ ବୈବାହିକ ଜୀବନ ପ୍ରକୃତରେ ଅନେକ ହତାଶାର କାରଣ ହୋଇପାରେ। ଆପଣଙ୍କର ସକରାତ୍ମକ ଚିନ୍ତାଧାରା ଜୀବନରେ ଆଶ୍ଚର୍ଯ୍ୟଜନକ କାର୍ଯ୍ୟ…
ଭୁବନେଶ୍ୱର: ଧର୍ମପଦ ପୁରସ୍କାରପ୍ରାପ୍ତ ପ୍ରବୀଣ ଡିଜାଇନର ତଥା ଚିତ୍ରକର ଲଲାଟ ମୋହନ ପଟ୍ଟନାୟକଙ୍କ ଆଜି ଅପରାହ୍ନରେ ଭୁବନେଶ୍ୱରସ୍ଥିତ କଳିଙ୍ଗ ହସପିଟାଲରେ ଦେହାନ୍ତ ହୋଇଯାଇଅଛି। ତାଙ୍କ ବିୟୋଗରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଅଶ୍ୱିନୀ କୁମାର ପାତ୍ର ଗଭୀର ଶୋକବ୍ୟକ୍ତ କରିଛନ୍ତି। ଶୋକବାର୍ତ୍ତାରେ ମନ୍ତ୍ରୀ ଶ୍ରୀ ପାତ୍ର କହିଛନ୍ତି ଯେ ଓଡ଼ିଶାର ଚିତ୍ରକଳା କ୍ଷେତ୍ରରେ ତାଙ୍କ ଅବଦାନ ଅତୁଳନୀୟ। କଳାକ୍ଷେତ୍ରରେ ତାଙ୍କର ଯଶକୀର୍ତ୍ତି ସର୍ବଭାରତୀୟ ସ୍ତରରେ ପ୍ରଶଂସିତ ହେବା ସହ ସେ ସର୍ବଦା ଶିଳ୍ପୀକୂଳର ପ୍ରେରଣାର ପ୍ରତୀକ ଓ ଉତ୍ସହର ଉତ୍ସ ହୋଇ ରହିବେ। ଦିବଂଗତ ଆତ୍ମାର ସଦ୍ଗତି କାମନା କରିବା ସହ ମନ୍ତ୍ରୀ ଶ୍ରୀ ପାତ୍ର ଏହି ଦୁଃଖଦ ସମୟରେ ତାଙ୍କ ପରିବାରବର୍ଗଙ୍କୁ ଭଗବାନ ଅସୀମ ଧୈର୍ଯ୍ୟ ଦିଅନ୍ତୁ ବୋଲି ଉଲ୍ଲେଖ କରିଛନ୍ତି। ଲଲାଟ ମୋହନ ପଟ୍ଟନାୟକଙ୍କୁ ମୃତ୍ୟୁ ବେଳକୁ ୭୫ ବର୍ଷ ବୟସ ହୋଇଥିଲା। ସେ ଅତ୍ୟନ୍ତ ମିଷ୍ଟଭାଷୀ, କର୍ମନିଷ୍ଠ ଓ ଉଚ୍ଚକୋଟୀର ଡିଜାଇନର ଓ ଚିତ୍ରଶିଳ୍ପୀ…
ନୂଆଦିଲ୍ଲୀ: କାନ୍ସ ଚଳଚ୍ଚିତ୍ର ମହୋତ୍ସବରେ ଭାରତର ଅଂଶଗ୍ରହଣ ନେଇ ସୂଚନା ଓ ପ୍ରସାରଣ ରାଷ୍ଟ୍ରମନ୍ତ୍ରୀ ଡକ୍ଟର ଏଲ୍ ମୁରୁଗନ୍ ବାର୍ତ୍ତା ଦେଇଛନ୍ତି। ଏହି ଅବସରରେ ସେ କହିଛନ୍ତି ଯେ, ଭାରତ ବସୁଧୈବ କୁଟୁମ୍ବକମ୍ର ଆବେଗ ସହିତ କାନ୍ସ ଚଳଚ୍ଚିତ୍ର ମହୋତ୍ସବର ୭୬ ତମ ସଂସ୍କରଣରେ ଅଂଶଗ୍ରହଣ କରିବ। ‘ଗୋଟିଏ ବିଶ୍ୱ ଗୋଟିଏ ପରିବାର ଗୋଟିଏ ଭବିଷ୍ୟତ’ ବିଚାର ହେଉଛି ଆମ ସମୃଦ୍ଧ ଭାରତୀୟ ସଂସ୍କୃତିର ମୂଳଦୁଆ। କାନ୍ସରେ ଭାରତୀୟ ପ୍ରତିନିଧୀଙ୍କ ନେତୃତ୍ୱ ନେଇ ମୁଁ ଅତ୍ୟନ୍ତ ଆନନ୍ଦିତ। ଭାରତରୁ ଆସିଥିବା ଚଳଚ୍ଚିତ୍ର ଗୁଡିକ ସମୃଦ୍ଧ ଏବଂ ବିବିଧତା ସହ ବିଶ୍ୱ ଭ୍ରମଣ କରୁଛି। “ଆରଆରଆର” ଏବଂ “ଦି ଏଲିଫାଣ୍ଟ ହ୍ୱିସପର୍ସ” ର ଓସ୍କାର ସଫଳତା ଭାରତୀୟ ଚଳଚ୍ଚିତ୍ରର ସମୃଦ୍ଧତାକୁ ଦର୍ଶାଉଛି। ଆମର ଚଳଚ୍ଚିତ୍ର ଏବଂ ଚଳଚ୍ଚିତ୍ର ର୍ନିମାତା ସମଗ୍ର ବିଶ୍ୱରେ ଗଣମାଧ୍ୟମ ଏବଂ ମନୋରଞ୍ଜନ କ୍ଷେତ୍ର ଗଠନରେ ଅତୁଳନୀୟ ସହଯୋଗ କରୁଛନ୍ତି। ଆମର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଜୀଙ୍କ ଦୃଢ ନେତୃତ୍ୱରେ ଭାରତ…
ଭୁବନେଶ୍ୱର: ଚୁକ୍ତିଭିତ୍ତିକ ପ୍ରଥା ଉଚ୍ଛେଦ ପାଇଁ ଆଜି ହଜାର ହଜାର କନିଷ୍ଠ ଶିକ୍ଷକ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଗତ ତା ୧୫.୧୦.୨୦୨୨ରିଖରେ ଓଡ଼ିଶାରୁ ସମ୍ପୂର୍ଣ୍ଣ ଚୁକ୍ତିଭିତ୍ତିକ ପ୍ରଥା ଉଚ୍ଛେଦ ଘୋଷଣା ପୂର୍ବରୁ ଚୁକ୍ତିଭିତ୍ତିକ କର୍ମଚାରୀ ମହାସଂଘ ସହ କନିଷ୍ଠ ଶିକ୍ଷକ ମଧ୍ୟ ନିୟମିତ ହେବେ ବୋଲି ତା ୧୩.୧୦.୨୦୨୨ରିଖରେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣୀ ଗୃହରେ ପ୍ରତିଶ୍ରୁତି ମିଳିଥିଲା ଏବଂ ୧୫ ତାରିଖ କ୍ୟାବିନେଟ ପୂର୍ବରୁ ସରକାରଙ୍କ ତରଫରୁ କନିଷ୍ଠ ଶିକ୍ଷକମାନଙ୍କୁ ଫୋନ ଯୋଗେ ୭ ଦିନ ଭିତରେ ଆପଣଙ୍କ ବିଭାଗୀୟ ଆଦେଶନାମା ବାହାରିବ ବୋଲି ଜଣାଇଥିଲେ। ୧୫ ଅକ୍ଟୋବରରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଘୋଷଣା କଲେ ଓଡ଼ିଶାରୁ ସମ୍ପୂର୍ଣ୍ଣ ଚୁକ୍ତିଭିତ୍ତିକ ପ୍ରଥା ଉଚ୍ଛେଦ ହେଲା। ଏଥିରେ ୫୭ ହଜାର କର୍ମଚାରୀ ଚୁକ୍ତିଭିତ୍ତିକ ଉଚ୍ଛେଦ ହେଲେ, କିନ୍ତୁ ଏହି ଘୋଷଣାରୁ ପ୍ରାଥମିକ ବିଦ୍ୟାଳୟରେ କାର୍ଯ୍ୟରତ ଚୁକ୍ତିଭିତ୍ତିକ କନିଷ୍ଠ ଶିକ୍ଷକମାନେ ବାଦ୍ ପଡ଼ିଯାଇଥିଲେ। ତା ୨୬.୧୦.୨୦୨୨ରିଖରେ ମୁଖ୍ୟ ଶାସନ ସଚିବ, ଗଣଶିକ୍ଷା ବିଭାଗ ସହ ବୈଠକ ହୋଇଥିଲା।…
କୈଳାଶ ଚନ୍ଦ୍ର ଚୌଧୁରୀ ବ୍ରହ୍ମପୁର: ଛତ୍ରପୁର ରେଳ ଷ୍ଟେସନ ୪ ନଂ ପ୍ଲାଟଫର୍ମରେ ଏକ ଅଜଣା ବ୍ୟକ୍ତିଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର ହୋଇଛି। ଏକ ଶାଢ଼ୀରେ ଉକ୍ତ ମୃତ ଦେହ ଝୁଲୁଥିବା ଅବସ୍ଥାରେ ପୋଲିସ ଜବତ କରିଛି। ମୃତ ବ୍ୟକ୍ତିଙ୍କ ପରିଚୟ ଏପର୍ଯ୍ୟନ୍ତ ମିଳିପାରିନାହିଁ। ଏବିଷୟରେ ପୋଲିସ ଅନୁସନ୍ଧାନ କରିବା ସହ ଏହା ହତ୍ୟା ନା ଆତ୍ମହତ୍ୟା ସେନେଇ ତଦନ୍ତ ଆରମ୍ଭ କରିଛନ୍ତି।
ସୀତାରାମ ଅଗ୍ରୱାଲ ବାଣପୁର: ଜନୈକ ଠିକାଦାରଙ୍କୁ ଗାଳିଗୁଲଜ କରିଥିବା ଅଭିଯୋଗରେ ବାଣପୁର ଏନଏସି ଅଧ୍ୟକ୍ଷ ମିଟୁ ନାୟକଙ୍କ ବିରୋଧରେ ଥାନାରେ ଏତଲା ହୋଇଛି। ଠିକାଦାର ଲକ୍ଷ୍ମୀଧର ସେଠିଙ୍କୁ ଏନଏସି ଅଧ୍ୟକ୍ଷ ଗାଳିଗୁଲଜ କରିଥିବା ନେଇ ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗ ମୁତାବକ ଠିକାଦାର ଶ୍ରୀ ସେଠି ବାଣପୁର ଏନଏସିରେ ଏକ ପେଭର ବ୍ଲକ ରୋଡ ନିର୍ମାଣ ପାଇଁ କାର୍ଯ୍ୟାଦେଶ ପାଇଥିଲେ। ତେବେ କାର୍ଯ୍ୟ ସରିବା ପରେ ବିଲ କରାଇଦେବା ପାଇଁ କୁଆଡ଼େ ଅଧ୍ୟକ୍ଷ ତାଙ୍କୁ ପିସି ମାଗୁଛନ୍ତି ଏବଂ ଫୋନରେ ଗାଳି ଗୁଲଜ କରିବା ସହ ଧମକ ଦେଇଛନ୍ତି ବୋଲି ଅଭିଯୋଗ କରିଛନ୍ତି ଲକ୍ଷ୍ମୀଧର। ସେହିପରି ଭାବେ ଏନଏସି ଅଧ୍ୟକ୍ଷ ମିଟୁ ନାୟକ ମଧ୍ୟ ଠିକାଦାର ଲକ୍ଷ୍ମୀଧରଙ୍କ ବିରୁଦ୍ଧରେ ଏକ ପାଲଟା ଅଭିଯୋଗ ଥାନାରେ କରିଛନ୍ତି। ଅଧ୍ୟକ୍ଷଙ୍କ ଅଭିଯୋଗ ମୁତାବକ ଚିଲିକା ବିଧାୟକଙ୍କ ନିର୍ଦ୍ଦେଶକ୍ରମେ ଲକ୍ଷ୍ମୀଧର ମିଟୁଙ୍କୁ କୁଆଡ଼େ ଗାଳିଗୁଲଜ କରିବା ସହ ଧମକ ଦେଇଛନ୍ତି। ତେବେ ଉଭୟଙ୍କ ଭିତରେ ବୁଝାମଣା…
ଭୁବନେଶ୍ବର: ଭୁବନେଶ୍ବରରେ ଜି-୨୦ ସଂସ୍କୃତି କାର୍ଯ୍ୟଗୋଷ୍ଠୀ ବୈଠକ ଅବସରରେ ‘ସଷ୍ଟେନ : ଦ କ୍ରାଫ୍ଟ ଇଡିଅମ୍’ ଶୀର୍ଷକ ପ୍ରଦର୍ଶନୀକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିଛନ୍ତି। ଭୁବନେଶ୍ବରସ୍ଥିତ କଳା ଭୂମି ପରିସରରେ ଆୟୋଜିତ ଏହି ପ୍ରଦର୍ଶନୀର ଉଦଘାଟନୀ ସମାରୋହରେ କେନ୍ଦ୍ର ସଂସ୍କୃତି, ପର୍ଯ୍ୟଟନ ଓ ଡୋନର ମନ୍ତ୍ରୀ ଜି. କିଷନ ରେଡ୍ଡୀ ଏବଂ ଗୃହ ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ ଉପସ୍ଥିତ ଥିଲେ। ଜି୨୦ ସଂସ୍କୃତି କାର୍ଯ୍ୟଗୋଷ୍ଠୀର ଦ୍ବିତୀୟ ବୈଠକର ଅଂଶବିଶେଷ ସ୍ବରୂପ ‘ସଷ୍ଟେନ : ଦ କ୍ରାଫ୍ଟ ଇଡିଅମ୍’ ଶୀର୍ଷକ ପ୍ରଦର୍ଶନୀ ଭୁବନେଶ୍ବରସ୍ଥିତ ଓଡ଼ିଶା ହସ୍ତଶିଳ୍ପ ସଂଗ୍ରହାଳୟ – କଳାଭୂମି ପରିସରରେ ଆୟୋଜନ କରାଯାଉଛି। ସଂସ୍କୃତି କାର୍ଯ୍ୟଗୋଷ୍ଠୀ ଦ୍ବାରା ଗ୍ରହଣ କରାଯାଇଥିବା ଦ୍ବିତୀୟ ପ୍ରାଥମିକତା – “ଏକ ଦୀର୍ଘସ୍ଥାୟୀ ଭବିଷ୍ୟତ ପାଇଁ ଜୀବନ୍ତ ଐତିହ୍ୟର ଉପଯୋଗ” ବିଷୟବସ୍ତୁକୁ ଆଧାର କରି ଏହି ପ୍ରଦର୍ଶନୀ ଆୟୋଜନ କରାଯାଉଛି। ଆସନ୍ତାକାଲି ଠାରୁ ୨୨ ତାରିଖ ପର୍ଯ୍ୟନ୍ତ ଏହି ପ୍ରଦର୍ଶନୀ ସାଧାରଣ ଜନତାଙ୍କ ପାଇଁ ଖୋଲା…
ଜୟପୁର: ରାଜସ୍ଥାନ କଂଗ୍ରେସର ବରିଷ୍ଠ ନେତା ତଥା ରାଜ୍ୟର ପୂର୍ବତନ ଉପ-ମୁଖ୍ୟମନ୍ତ୍ରୀ ସଚିନ ପାଇଲଟ୍ ତାଙ୍କର ‘ଜନ ସଂଘର୍ଷ ଯାତ୍ରା’ ଶେଷ କରିଛନ୍ତି। ସଚିନ ପାଇଲଟ ସୋମବାର ଏହି ଯାତ୍ରା ଶେଷ କରିବା ଅବସରରେ ବସୁନ୍ଧରା ରାଜେଙ୍କ ନେତୃତ୍ୱରେ ରାଜ୍ୟର ପୂର୍ବତନ ବିଜେପି ସରକାର ସହ ଜଡିତ ଦୁର୍ନୀତି ମାମଲାରେ ଗେହଲଟ ସରକାରଙ୍କୁ ୧୫ ଦିନ ମଧ୍ୟରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଚେତାବନୀ ଦେଇଛନ୍ତି। ଏହା ସହିତ ସଚିନ ପାଇଲଟ ଏହା ମଧ୍ୟ କହିଛନ୍ତି ଯେ, ଯଦି ମୁଖ୍ୟମନ୍ତ୍ରୀ ଗେହଲୋଟ୍ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରନ୍ତି, ତେବେ ସେ ସାରା ରାଜ୍ୟରେ ତାଙ୍କ ବିରୋଧରେ ଆନ୍ଦୋଳନକୁ ଜୋରଦାର କରିବେ। ପରୀକ୍ଷାର୍ଥୀଙ୍କୁ କ୍ଷତିପୂରଣ: ସଚିନ୍ ପାଇଲଟ୍ କହିଛନ୍ତି ଯେ, ସେହି ପରୀକ୍ଷାର୍ଥୀଙ୍କୁ କ୍ଷତିପୂରଣ ଦେବା ଉଚିତ୍, ଯେଉଁମାନେ ପରୀକ୍ଷା ଦେଇଥିଲେ କିନ୍ତୁ ପରେ ପ୍ରଶ୍ନ ପତ୍ର ଲିକ୍ ହୋଇଥିଲା। ରାଜସ୍ଥାନ ଲୋକ ସେବା ଆୟୋଗର ବିଲୋପ ପାଇଁ ସେ ଦାବି…

