Author: Samikhsya Bureau

ନୂଆଦିଲ୍ଲୀ: ମାଷ୍ଟରକାର୍ଡର ପୂର୍ବତନ ସିଇଓ ଅଜୟ ବଙ୍ଗା ବିଶ୍ୱ ବ୍ୟାଙ୍କର ପରବର୍ତ୍ତୀ ସଭାପତି ହେବେ। ବିଶ୍ୱ ବ୍ୟାଙ୍କର ୨୫ ସଦସ୍ୟ ବିଶିଷ୍ଟ କାର୍ଯ୍ୟନିର୍ବାହୀ ବୋର୍ଡ ଆଜି ଅଜୟ ବଙ୍ଗାଙ୍କୁ ପାଞ୍ଚ ବର୍ଷ କାର୍ଯ୍ୟକାଳ ପାଇଁ ସଭାପତି ଭାବରେ ମନୋନୀତ କରିଛି। ଅଜୟ ବଙ୍ଗା ଭାରତୀୟ-ଆମେରିକୀୟ ଏବଂ ଆମେରିକୀୟ ଶିଖ ସମ୍ପ୍ରଦାୟର ପ୍ରଥମ ବ୍ୟକ୍ତି ଭାବରେ ବିଶ୍ୱ ବ୍ୟାଙ୍କର ମୁଖ୍ୟ ହେବେ। ଅଜୟ ବଙ୍ଗା ବିଶ୍ୱ ବ୍ୟାଙ୍କର ବର୍ତ୍ତମାନର ସଭାପତି ଡେଭିଡ ମାଲପାସଙ୍କ ସ୍ଥାନ ନେବେ। ଫେବୃଆରୀ ଶେଷରେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କ ଦ୍ଵାରା ଶ୍ରୀଯୁକ୍ତ ବଙ୍ଗା (୬୩) ମନୋନୀତ ହୋଇଥିଲେ। ଜୋ ବାଇଡେନ କହିଥିଲେ ଯେ, ଏହି ବିଶ୍ୱସ୍ତରୀୟ ସଂଗଠନର ନେତୃତ୍ୱ ନେବା ପାଇଁ ଅଜୟ ବଙ୍ଗା ସବୁଠାରୁ ଉପଯୁକ୍ତ ବ୍ୟକ୍ତି।

Read More

ଭୁବନେଶ୍ୱର: ଅଗ୍ରିଆ ସମାଜ ପଶ୍ଚିମ ଓଡିଶାର ଏକ ପ୍ରମୁଖ ଗୋଷ୍ଠୀ। କୃଷି ଉପରେ ନିର୍ଭର କରୁଥିବା ଏହି ସମାଜର ଲୋକମାନେ ମୁଖ୍ୟତଃ ବରଗଡ, ସମ୍ବଲପୁର, ଝାରସୁଗୁଡା, ସୁନ୍ଦରଗଡ, କଳାହାଣ୍ଡି, ବଲାଙ୍ଗୀର ଓ ଦେବଗଡ ଆଦି ଜିଲ୍ଲାମାନଙ୍କରେ ବସବାସ କରିଥାନ୍ତି। ସେମାନେ ନିକଟରେ ସେମାନଙ୍କର ବିଭିନ୍ନ ସମସ୍ୟା ସମ୍ପର୍କରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କୁ ଭେଟି ଥିଲେ। ବିଭିନ୍ନ କାର୍ଯ୍ୟକ୍ରମରେ ସେମାନେ ଭୁବନେଶ୍ୱର ଆସୁଥିବା ସମୟରେ ରହିବାରେ ଅସୁବିଧା ହେଉଥିବାରୁ ଭୁବନେଶ୍ୱର ନିକଟରେ ଏକ ଜାଗା ଦେବା ପାଇଁ ସେମାନେ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ। ସେମାନଙ୍କ ଅନୁରୋଧ ତଥା ଅଗ୍ରିଆ ସମାଜର ବୃହତ୍ତର ସ୍ୱାର୍ଥକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର ନିକଟରେ ଅଗରିଆ ସମାଜ ପାଇଁ ଅଧ ଏକର ଜମି ଯୋଗାଇବା ଦିଆଯିବ ବୋଲି ଘୋଷଣା କରିଛନ୍ତି. ଏଥିପାଇଁ ଜମି ଚିହ୍ନଟ ଦିଗରେ ପଦକ୍ଷେପ ନେବା ପାଇଁ ମୁଖ୍ଯଶାସନ ସଚିବ ଙ୍କୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହିତ ଅଗ୍ରିଆ ସମାଜ ଭବନ ନିର୍ମାଣ…

Read More

ସୀତାରାମ ଅଗ୍ରୱାଲ ନାଚୁଣୀ: ଖୋର୍ଦ୍ଧା ଜିଲ୍ଲା ନାଚୁଣୀ ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥ କଉଡ଼ିଖଣି ଛକରେ ଆଜି ରାତିରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି। ଦୁଇ ଟ୍ରକ ମୁହାଁମୁହିଁ ଧକ୍କା ହେବା ଫଳରେ ଜଣେ ଗୁରୁତର ଆହତ ହୋଇଛନ୍ତି। ପୋଲିସ ସୂଚନା ମୁତାବକ ଏକ କୋବି ବୋଝେଇ ଆଇଚର ବ୍ରହ୍ମପୁରରୁ ଭୁବନେଶ୍ୱର ଅଭିମୁଖେ ଯାଉଥିବା ବେଳେ ଅନୁରୂପ ଭାବେ ଭୁବନେଶ୍ୱରରୁ ବ୍ରହ୍ମପୁର ଅଭିମୁଖେ ଯାଉଥିବା ଏକ ମାଲ ବୋଝେଇ ଟ୍ରକ ନାଚୁଣୀ କଉଡ଼ିଖଣି ଛକରେ ମୁହାଁମୁହିଁ ଧକ୍କା ହୋଇଥିଲେ।  ଫଳରେ କୋବି ବୋଝେଇ ଆଇଚରର ଚାଳକ ଗୁରୁତର ଆହତ ହୋଇଛନ୍ତି। ଖବର ପାଇ ନାଚୁଣୀ ପୋଲିସ ଏବଂ ସ୍ଥାନୀୟ ଜନସାଧାରଣ ଆହତଙ୍କୁ ଉଦ୍ଧାର କରି ମେଡିକାଲ ପଠାଇଛନ୍ତି। ତେବେ ପୋଲିସ ଉଭୟ ଗାଡ଼ି ଜବତ କରି ତଦନ୍ତ ଜାରି ରଖିଥିବାର ଆଇଆଇସି ଚନ୍ଦ୍ରଶେଖର ଜେନା ସୂଚନା ଦେଇଛନ୍ତି।

Read More

ରଣପୁର: ରଣପୁର ଶିକ୍ଷା ବ୍ଲକ ଅଧିନସ୍ଥ ବ୍ରଜସୁନ୍ଦରପୁର ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ହରପ୍ରିୟା ଦେବୀଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇ ଯାଇଛି।  ଏହି ସଭାରେ ମୁଖ୍ୟ ଅତିଥି ଭାବେ ରଣପୁର ବ୍ଲକ ସହ-ଶିକ୍ଷା ଅଧିକାରୀ ବସନ୍ତ କୁମାର ରାଉତ, ମୁଖ୍ୟ ବକ୍ତା ଭାବେ ନୟାଗଡ ଜିଲ୍ଲା ପ୍ରାଥମିକ ଶିକ୍ଷକ ସଙ୍ଘ ସଭାପତି ଜ୍ୟୋତି ରଞ୍ଜନ ଦାଶ, ସମ୍ମାନିତ ଅତିଥି ଭାବେ ସ୍ଥାନୀୟ ସରପଞ୍ଚ କୀର୍ତ୍ତନ ପ୍ରଧାନ, ସମିତି ସଭ୍ୟା ପୁଷ୍ପାଞ୍ଜଳି ମିଶ୍ର, ବିଦ୍ୟାଳୟ ପରିଚାଳନା କମିଟି ଚେୟାରମ୍ୟାନ ଜ୍ୟୋସ୍ନାରାଣୀ ପ୍ରଧାନ, ରଣପୁର ବ୍ଲକ ପ୍ରାଥମିକ ଶିକ୍ଷକ ସଭାପତି ପ୍ରଫୁଲ କୁମାର ବିଶ୍ୱାଳ, ଅବସରପ୍ରାପ୍ତ ବରିଷ୍ଠ ଶିକ୍ଷକ ଜଗନ୍ନାଥ ଦାଶ ପ୍ରମୁଖ ଯୋଗ ଦେଇଥିଲେ। ଏହି ସଭାରେ ବ୍ରଜ କିଶୋର ମିଶ୍ରଙ୍କ ସଭାପତିତ୍ୱରେ ପ୍ରସନ୍ନ କୁମାର ରଥ ସଭାକାର୍ଯ୍ୟ ପରିଚାଳନା କରିଥିଲେ। ଉପସ୍ଥିତ ଥିବା ଅତିଥି ଓ ଶିକ୍ଷକ ଶିକ୍ଷୟତ୍ରୀମାନେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷୟତ୍ରୀଙ୍କ ଗୁଣ ଗାନ କରିଥିଲେ। ସେ…

Read More

ସୀତାମଢୀ: ବିହାରର ସୀତାମଢୀ ଜିଲ୍ଲାରୁ ଏକ ବଡ ଖବର ଆସିଛି। ଯେଉଁଠାରେ ଆଜି ସନ୍ଧ୍ୟାରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ଦ୍ରୁତ ଗତି ଏବଂ ଅନିୟନ୍ତ୍ରିତ ଟ୍ରକ୍ ଏକ ଅଟୋକୁ ଧକ୍କା ଦେଇଛି। ଏହି ଦୁର୍ଘଟଣା ଏତେ ଭୟଙ୍କରକ ଥିଲା ଯେ ଚାରି ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ଚିକିତ୍ସା ସମୟରେ ସଦର ଡାକ୍ତରଖାନାରେ ତିନି ଜଣଙ୍କର ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣାରେ ମୃତକଙ୍କ ସଂଖ୍ୟା ୭ କୁ ବୃଦ୍ଧି ପାଇଛି। ଏହି ଘଟଣା ଯୋଗୁଁ କ୍ରୋଧିତ ଲୋକମାନେ ରାସ୍ତା ଅବରୋଧ କରିଛନ୍ତି। ଏହି ମାମଲା ସମ୍ପର୍କରେ ସୂଚନା ପାଇବା ମାତ୍ରେ ପ୍ରଶାସନିକ ବରିଷ୍ଠ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି। ଏହାପୂର୍ବରୁ ଘଟଣାସ୍ଥଳରେ ପହଞ୍ଚିଥିବା ପୋଲିସ ଏବଂ ଅଗ୍ନିଶମ ବିଭାଗର କର୍ମଚାରୀମାନେ ସ୍ଥାନୀୟ ଲୋକଙ୍କ ଆକ୍ରୋଶର ଶିକାର ହୋଇଛନ୍ତି। ଏହି ଘଟଣା ପରେ ବହୁ ସଂଖ୍ୟାରେ ଲୋକ ଏହାକୁ ବିରୋଧ କରିବା ସହିତ ଦୁର୍ଘଟଣା…

Read More

ନୂଆଦିଲ୍ଲୀ: ଚୀନ୍ ସୀମା ପରେ ଏବେ ଭାରତୀୟ ବାୟୁସେନା ପାକିସ୍ତାନ ସୀମାରେ ନିଜର ଶକ୍ତି ପ୍ରଦର୍ଶନ କରିବାକୁ ଯାଉଛି। ମେ ୬ ତାରିଖରୁ ମେ ୨୦ ତାରିଖ ପର୍ଯ୍ୟନ୍ତ ବାୟୁସେନା ଜମ୍ମୁ-କାଶ୍ମୀର, ହିମାଚଳ ଏବଂ ପଞ୍ଜାବ ଅଞ୍ଚଳରେ ଏକ ବଡ ଯୁଦ୍ଧାଭ୍ୟାସ କରିବାକୁ ଯାଉଛି। ଏଥିରେ ବାୟୁସେନା ଯୁଦ୍ଧ ବିମାନ, ହେଲିକପ୍ଟର, AWOC ଏବଂ କ୍ଷେପଣାସ୍ତ୍ର ମାଧ୍ୟମରେ ଏହାର ଶକ୍ତି ଆହୁରି ବଢାଇବ। ଏହି ଯୁଦ୍ଧାଭ୍ୟାସରେ ବାୟୁସେନା ଏହାର ଯୁଦ୍ଧ କ୍ଷମତା ପରୀକ୍ଷା କରିବ, ଯାହାଦ୍ୱାରା ସୁଯୋଗ ଆସିଲେ ଏହି ଅସ୍ତ୍ରକୁ ସଠିକ ବିନିଯୋଗ କରିପାରିବ। ଏହି ଅଭ୍ୟାସରେ, ରାଫାଲେ, ସୁଖୋଇ, ଜାଗୁଆର, ମିଗ୍ -୨୯, ଆପାଚେ, ବାୟୁସେନାର ଚିନୁକ୍ ଭଳି ବିମାନ ସେମାନଙ୍କର ଶକ୍ତି ପ୍ରଦର୍ଶନ କରିବେ। ସେଗୁଡିକ କିପରି ଆନ୍ତର୍ଜାତୀୟ ସୀମାରେ ଶତ୍ରୁ ବିମାନକୁ ରୋକିବ ଏବଂ ସେହି ଅଞ୍ଚଳରେ ପ୍ରବେଶ କରି ଶତ୍ରୁ ବିମାନକୁ ନଷ୍ଟ କରିବେ, ତାହା ଅଭ୍ୟାସ କରିବେ। ଏହାପୂର୍ବରୁ ଡିସେମ୍ବର ମାସରେ ବାୟୁସେନା…

Read More

ଭୁବନେଶ୍ଵର: ରାଜ୍ୟର ୩ ଜଣ ବରିଷ୍ଠ ଆଇପିଏସ ଅଧିକାରୀଙ୍କ ପଦୋନ୍ନତି ହୋଇଛି। ଏହି ବରିଷ୍ଠ ଅଧିକାରୀଙ୍କ ଡିଜି ପାହ୍ୟାକୁ ପଦୋନ୍ନତି ହୋଇଛି। ସେମାନଙ୍କ ମଧ୍ୟରେ ସୁଧାଂଶୁ ଷଡଙ୍ଗୀ, ଅରୁଣ ଷଡଙ୍ଗୀଙ୍କ ପଦୋନ୍ନତି ହୋଇଥିବା ବେଳେ କେନ୍ଦ୍ରୀୟ ଡେପୁଟେସନରେ ଥିବା ୱାଇ ବି ଖୁଆନିଆଙ୍କ ମଧ୍ୟ ପଦୋନ୍ନତି ହୋଇଛି।

Read More

ଭୁବନେଶ୍ୱର: ବର୍ତ୍ତମାନ ପ୍ରଚଳିତ ଚିକିତ୍ସାସେବାରେ ଅତ୍ୟାଧୁନିକ ଔଷଧ ଏବଂ ପ୍ରାଚୀନ କାଳରୁ ଚଳିଆସୁଥିବା ହୋମିଓପାଥିର ସମନ୍ବୟ ସ୍ବାସ୍ଥ୍ୟସେବାରେ ବ୍ୟାପକ ପରିବର୍ତ୍ତନ ଆଣିବାର ସମ୍ଭାବନା ରଖିଛି। ତେବେ ଏହି କ୍ଷେତ୍ରରେ ଉଚ୍ଚତର ଗବେଷଣା ଏବଂ ପ୍ରମାଣଭିତ୍ତିକ ବୈଜ୍ଞାନିକ ଚିକିତ୍ସାପ୍ରଣାଳୀ ବ୍ୟବସ୍ଥା ପ୍ରବର୍ତ୍ତନ ସମୟର ବଡ଼ ଆହ୍ବାନ। ଏହି ଆହ୍ବାନକୁ ସାକାର ରୂପ ଦେବାକୁ ଆଗେଇ ଆସିଛନ୍ତି ଦୁଇ ଜାତୀୟ ପ୍ରତିଷ୍ଠାନ ଏମ୍ସ ଭୁବନେଶ୍ୱର ଏବଂ କେନ୍ଦ୍ରୀୟ ହୋମିଓପାଥି ଗବେଷଣା ପରିଷଦ(ସିସିଆରଏଚ୍)। ହୋମିଓପାଥି ଏବଂ ଆଧୁନିକ ଔଷଧର ଯୁଗୋପଯୋଗୀ ସମ୍ମୀଶ୍ରଣ ଏବଂ ଏହି ସନ୍ଦର୍ଭରେ ଉଚ୍ଚତର ଗବେଷଣା ନିମନ୍ତେ ଉଭୟ ଅନୁଷ୍ଠାନ ମଧ୍ୟରେ ଗତକାଲି ବୁଝାମଣାପତ୍ର(ଏମ୍ଓୟୁ) ସ୍ବାକ୍ଷରିତ ହୋଇଛି। ଏହି କ୍ଷେତ୍ରରେ ଉଚ୍ଚତର ଏବଂ ବ୍ୟାପକ ଗବେଷଣାର ପଥ ଉନ୍ମୁକ୍ତ କରିବାର ଯଥେଷ୍ଟ ଆଶା ରହିଛି। ଏପରିକି ହୋମିଓପାଥିର ଉପଯୁକ୍ତ ଉପଯୋଗ ସ୍ୱାସ୍ଥ୍ୟ ସେବାରେ ଆଧୁନିକ ଔଷଧର ଅତ୍ୟଧିକ ବ୍ୟବହାରକୁ ହ୍ରାସ କରିବା ନେଇ ବିଶ୍ବାସ ଜନ୍ମିଛି। ଭାରତ ସରକାରଙ୍କ ଆୟୁଷ ମନ୍ତ୍ରଣାଳୟ ଅଧୀନରେ…

Read More

ନୂଆଦିଲ୍ଲୀ: କେନ୍ଦ୍ରୀୟ ସଶସ୍ତ୍ର ପୁଲିସ ବଳ (ସିଏପିଏଫ) ଓ ଜାତୀୟ ବିପର୍ଯ୍ୟୟ ପ୍ରଶମନ ବାହିନୀ (ଏନଡିଆରଏଫ)ର କର୍ମଚାରୀଙ୍କୁ ଶ୍ରୀ ଅନ୍ନ (ମିଲେଟ୍ସ)ରେ ପ୍ରସ୍ତୁତ ଭୋଜନ ପରିବେଷଣ କରାଯିବ। ଅନ୍ତର୍ଜାତୀୟ ମିଲେଟ୍ସ ବର୍ଷ-୨୦୨୩ ଉପଲକ୍ଷେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରିଛି। କେନ୍ଦ୍ର ସ୍ୱରାଷ୍ଟ୍ର  ଓ ସମବାୟ ମନ୍ତ୍ରୀ ଶ୍ରୀ ଅମିତ ଶାହାଙ୍କ ଆହ୍ୱାନକ୍ରମେ ସବୁ ବାହିନୀ ସହିତ ବିସ୍ତୃତ ଆଲୋଚନା ପରେ ଭୋଜନରେ ୩୦% ମିଲେଟ୍ସ  ଉପଯୋଗ କରିବା ଲାଗି ଏହି ନିଷ୍ପତ୍ତି ନିଆଯାଇଛି। ମିଲେଟ୍ସର ଗୁରୁତ୍ୱକୁ ବିବେଚନା କରିବା ସହିତ ଘରୋଇ ଓ ବିଶ୍ୱସ୍ତରରେ ଚାହିଦା ସୃଷ୍ଟି ଏବଂ ଲୋକମାନଙ୍କୁ ପୁଷ୍ଟିକର ଖାଦ୍ୟ ଯୋଗାଇ ଦେବା ଉଦ୍ଦେଶ୍ୟରେ ଭାରତ ସରକାରଙ୍କ ପ୍ରସ୍ତାବକ୍ରମେ ମିଳିତ ଜାତିସଂଘ ୨୦୨୩ ବର୍ଷକୁ ଅନ୍ତର୍ଜାତୀୟ ମିଲେଟ୍ସ ବର୍ଷ ଭାବେ ଘୋଷଣା କରିଛି। ଶ୍ରୀ ଅନ୍ନକୁ ପ୍ରୋତ୍ସାହନ ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଯାନ ଦେଶର କୋଟି କୋଟି…

Read More

ସୀତାରାମ ଅଗ୍ରୱାଲ ବାଲୁଗାଁ: ବାଲୁଗାଁ ମହାବିଦ୍ୟାଳୟରେ ଦୀର୍ଘ ୩୬ ବର୍ଷ ଧରି କ୍ରୀଡ଼ା ଶିକ୍ଷକ ଭାବେ କାର୍ଯ୍ୟ କରି ଅବସରଗ୍ରହଣ କରିଥିବା ବିଜୟ କୁମାର ରାଉତଙ୍କୁ ଆଜି ମହାବିଦ୍ୟାଳୟ ପକ୍ଷରୁ ସେବା ନିବୃତ୍ତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। ମହାବିଦ୍ୟାଳୟର ଅଧ୍ୟକ୍ଷା ବିନତି ମଞ୍ଜରୀ ରାଉତଙ୍କ ସଭାପତିତ୍ୱରେ ଆଜି ଅନୁଷ୍ଠିତ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ଉତ୍ସବରେ ପ୍ରଥମେ ଶିକ୍ଷକ ସଙ୍ଘ ସଭାପତି ଡକ୍ଟର କଳ୍ପନା ଦାଶ ଓ ସମ୍ପାଦକ ଅଧ୍ୟାପକ ବିଦ୍ୟାଧର ଜୁଝାରସିଂହ ଶ୍ରୀ ରାଉତଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିବା ପରେ ମୁଖ୍ୟ କିରାଣୀ ସୁଧାକର ନାୟକ ତାଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ଏହି ଅବସରରେ ଡକ୍ଟର ପୂର୍ଣଚନ୍ଦ୍ର ସାମନ୍ତରାୟଙ୍କ ସଂଯୋଜନାରେ ପ୍ରକାଶିତ ଏକ ଅଭିନନ୍ଦନିକା ଉନ୍ମୋଚିତ ହୋଇଥଲା। ଏହାପରେ ବରିଷ୍ଠ ପ୍ରାଧ୍ୟାପିକା ଡକ୍ଟର ଜୟନ୍ତୀ ସାମଲ, ଡକ୍ଟର ଲଷ୍ମୀଧର ସୁବୁଦ୍ଧି, ଡକ୍ଟର କଳ୍ପନା ଦାଶ, ଡକ୍ଟର କୈଳାଶ ଚନ୍ଦ୍ର ମହାରଣା, ଡକ୍ଟର ମୋନାଲିସା ମାନସିଂହ, ଅଧ୍ୟାପକ ବିଦ୍ୟାଧର…

Read More

ସୀତାରାମ ଅଗ୍ରୱାଲ ବାଣପୁର: ଗତକାଲି ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ଚମ୍ପାଦେଇପୁର ଗ୍ରାମରେ ଏକ ଚୋରି ହୋଇଥିବାର ଅଭିଯୋଗ ହୋଇଛି। ସୂଚନା ମୁତାବକ ଉକ୍ତ ଗ୍ରାମର ବୈକୁଣ୍ଠନାଥ ମହାରଣା ସୋମବାର ଦିନ ଏକ ବିବାହ କାର୍ଯ୍ୟରେ ଯୋଗଦେବା ପାଇଁ କେଉଁଝର ଯାଇଥିବା ବେଳେ ଏହାର ସୁଯୋଗ ନେଇ କିଛି ଦୁର୍ବୁତ୍ତ ମାନେ ମଧ୍ୟରାତ୍ରିରେ ତାଙ୍କ ଘରେ ପଶି କଳାକନା ବୁଲାଇଛନ୍ତି। ଘର ତାଲା ଭାଙ୍ଗି ଲକ୍ଷାଧିକ ଟଙ୍କାର ସ୍ବର୍ଣ୍ଣ ଅଳଙ୍କାର ଏବଂ କିଛି ନକଦ ଟଙ୍କା ଲୁଟ ହୋଇଥିବାର ଥାନାରେ ଅଭିଯୋଗ କରିଛନ୍ତି ବୈକୁଣ୍ଠ। ଅଭିଯୋଗ ଆଧାରରେ ପୋଲିସ କେସ ନମ୍ବର ୧୬୭/୨୩ ରେ ଏକ ମାମଲା ରୁଜୁ କରିବା ସହ ସାଇଣ୍ଟିଫିକ ଟିମର ସହାୟତାରେ ତଦନ୍ତ ଜାରି ରଖିଥିବା ଜଣାପଡିଛି। ଅନୁରୂପ ଭାବେ ଗତକାଲି ବିଳମ୍ବିତ ରାତିରେ ବାଣପୁର ଥାନା ପଦନପୁର ଛକସ୍ଥିତ ଏକ ସ୍ପେୟାର ପାର୍ଟସ ଦୋକାନରୁ ଚୋରି ଉଦ୍ୟମ ବିଫଳ ହୋଇଥିବାର ଜଣାପଡିଛି। ରାମପୁର ଗ୍ରାମ…

Read More

ନୂଆଦିଲ୍ଲୀ: ଏକ ବର୍ଷରୁ ଅଧିକ ସମୟ ଧରି ଚାଲିଥିବା ଋଷ-ୟୁକ୍ରେନ ଯୁଦ୍ଧ ବନ୍ଦ ହୋଇନାହିଁ। ବର୍ତ୍ତମାନ କ୍ରେମଲିନରେ ଆତଙ୍କବାଦୀଙ୍କ ଆକ୍ରମଣ ପରି ୟୁକ୍ରେନ ମଧ୍ୟ ଆକ୍ରମଣ କରିଥିବା ଋଷ ଅଭିଯୋଗ କରିଛି। ଋଷ ସରକାରଙ୍କ ତରଫରୁ କୁହାଯାଇଛି ଯେ, ଡ୍ରୋନ୍ ସାହାଯ୍ୟରେ ୟୁକ୍ରେନ କ୍ରେମଲିନ୍ ଉପରେ ଆକ୍ରମଣ କରିବାକୁ ଚେଷ୍ଟା କରିଛି, ଏହାର କାର୍ଯ୍ୟ “ଆତଙ୍କବାଦୀ” ପରି ଏବଂ ଋଷ ଏହାର ଦୃଢ ଜବାବ ଦେବ। ମେ ୩ ତାରିଖ ବୁଧବାର ଦିନ କ୍ରେମଲିନ୍ କହିଛି ଯେ, ଏହା ୟୁକ୍ରେନ ଦ୍ୱାରା ଲଞ୍ଚ ହୋଇଥିବା ଦୁଇଟି ଡ୍ରୋନ୍‌କୁ ଖସାଇ ଦେଇଛି। ଋଷ ସରକାରଙ୍କ ତରଫରୁ ଋଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ୟୁକ୍ରେନ ଦ୍ଵାରା ହତ୍ୟା କରିବାକୁ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି।

Read More

ଶ୍ରୀନଗର: ଜମ୍ମୁ କାଶ୍ମୀରର ମାଛିଲ ସେକ୍ଟରରେ ଆତଙ୍କବାଦୀଙ୍କ ଦ୍ୱାରା ଅନୁପ୍ରବେଶ ବିଫଳ ହୋଇଛି। ଦୁଇ ଆତଙ୍କବାଦୀଙ୍କୁ ଏନକାଉଣ୍ଟର କରି ସେନା ମଧ୍ୟ ସେମାନଙ୍କ ଘୃଣ୍ୟ ଯୋଜନାକୁ ପଣ୍ଡ କରିଛି। କୁପୱାରା ପୋଲିସର ଏସଏସପି ଙ୍କୁ ଏକ ଗୁପ୍ତଚର ସୂଚନା ମିଳିଥିଲା। ଯେଉଁଥିରେ ମେ ୧ ତାରିଖରେ ଆତଙ୍କବାଦୀଙ୍କ ଗୋଷ୍ଠୀ ମାଛିଲ ସେକ୍ଟରର ଅପର ପାର୍ଶ୍ୱରେ ଥିବା ଲଞ୍ଚ ପ୍ୟାଡରୁ ଅନୁପ୍ରବେଶ କରିବାକୁ ଚେଷ୍ଟା କରିପାରନ୍ତି। ଅନୁପ୍ରବେଶର ସମ୍ଭାବ୍ୟ ରାସ୍ତାରେ ସେନା ଏବଂ ପୋଲିସ ଯବାନ ପ୍ରସ୍ତୁତ ହୋଇ ରହିଥିଲେ। ଖରାପ ପାଗ, ଲଗାତାର ବର୍ଷା ଏବଂ କୁହୁଡି ସତ୍ତ୍ୱେ ଯବାନମାନେ ସେଠାରୁ ହଟିନଥିଲେ। ଲଗାତାର ଦୁଇ ଦିନ ତାପମାତ୍ରା ହ୍ରାସ ପାଇବା ପରେ ଯବାନମାନେ ମଜବୁତ ଭାବରେ ଠିଆ ହୋଇରହିଥିଲେ। ଆଜି ତାରିଖ ସକାଳ ୮.୩୦ସମୟରେ ଆତଙ୍କବାଦୀମାନେ ଭାରତୀୟ ସୀମାରେ ପ୍ରବେଶ କରିବା ମାତ୍ରେ ସେନା ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ପରେ ସେନା ଉଭୟ ଆତଙ୍କବାଦୀଙ୍କୁ ନିହତ…

Read More

କୈଳାଶ ଚନ୍ଦ୍ର ଚୌଧୁରୀ ବ୍ରହ୍ମପୁର: ଓଡ଼ିଶା ସିମାନ୍ତ ଆନ୍ଧ୍ର ପ୍ରଦେଶ ଶ୍ରୀକାକୁଲମ ଜିଲ୍ଲାର ଇଚ୍ଛାପୁର ସହର ବାହାରେ ଥିବା ପୁରୁଣା ବାହୁଦା ନଦୀ ପୋଲଟି ଭୁଷୁଡି ପଡିଛି। ଯାହା ଫଳରେ ୭୦ ଟନ୍ ବିଶିଷ୍ଟ ଉକ୍ତ ଭାରି ଯାନ ର ଚାଳକ ଗୁରୁତର ଆହତ ହୋଇଛନ୍ତି। ପ୍ରକାଶ ଥାଉକି ଉକ୍ତ ବାହୁଦା ନଦୀ ଓଡ଼ିଶାର ଗଞ୍ଜାମ ଜିଲ୍ଲାର ମହେନ୍ଦ୍ର ଗିରି ପର୍ବତ ରୁ ଉତ୍ପନ୍ନ ହୋଇ ଆନ୍ଧ୍ର ପ୍ରଦେଶ ଶ୍ରୀକାକୁଲମ ଜିଲ୍ଲା ଦେଇ ସମୁଦ୍ର ରେ ମିଶିଛି। ଦୁର୍ଘଟଣା ଘଟିଥିବା ବାହୁଦା ନଦୀ ପୋଲଟି ଅତି ପୁରୁଣା। ଏହି ପୋଲ ଉପରେ ଭାରିଯାନ ନିଷେଧ ନିହାତି ଆବଶ୍ୟକ। ନଚେତ ଆଜି ମାଲବାହୀ ଟ୍ରକ ପରିବର୍ତ୍ତେ ଯାତ୍ରୀବାହୀ ବସ୍ ହୋଇ ଥିଲେ ବହୁ ଜନ ଜୀବନ ବିପନ୍ନ ହୋଇଥାନ୍ତା।

Read More

ଭୁବନେଶ୍ଵର: ମନୁଷ୍ୟ ଓ ବନ୍ୟପ୍ରାଣୀ ମଧ୍ୟରେ ସଂଘର୍ଷରେ ପ୍ରତିବର୍ଷ ରାଜ୍ୟରେ ବହୁ ଲୋକ ମୃତାହତ ହେଉଛନ୍ତି। ଏହାସହିତ ଘରଦ୍ବାରା ଭାଙ୍ଗିବା ଓ ଫସଲ ନଷ୍ଟ ହେବା ସହିତ ଗୃହପାଳିତ ପ୍ରାଣୀମାନେ ମଧ୍ୟ ମୃତ୍ୟୁବରଣ କରୁଛନ୍ତି। ଏହି କ୍ଷତିଗ୍ରସ୍ତ ଲୋକଙ୍କ ପରିବାର ପାଇଁ କେବଳ ଏକ ଅପୂରଣୀୟ କ୍ଷତି ନୁହେଁ, ବରଂ ସେମାନଙ୍କ ପ୍ରିୟଜନମାନଙ୍କୁ ହରାଇ ଗଭୀର ମାନସିକ ଚାପରେ ମଧ୍ୟ ରହିଥାନ୍ତି। ତେଣୁ ବନ୍ୟପ୍ରାଣୀ ଆକ୍ରମଣରେ ମୃତାହତ ବ୍ୟକ୍ତିଙ୍କ ନିକଟତମ ଆତ୍ମୀୟଙ୍କ ପାଇଁ ଅନୁକମ୍ପା ରାଶି ତଥା ସଂପତ୍ତି କ୍ଷୟକ୍ଷତି ପାଇଁ ସହାୟତା ରାଶିରେ ବୃଦ୍ଧି ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି। ଏହି ନୂତନ ନିଷ୍ପତ୍ତି ଅନୁଯାୟୀ ବନ୍ୟାପ୍ରାଣୀ ଆକ୍ରମଣରେ ମନୁଷ୍ୟ ମୃତ୍ୟୁ କ୍ଷେତ୍ରରେ ଅନୁକମ୍ପାମୂଳକ ରାଶିର ପରିମାଣ ୪ ଲକ୍ଷ ଟଙ୍କାରୁ ୬ ଲକ୍ଷ ଟଙ୍କାକୁ ବୃଦ୍ଧି ପାଇଛି। ସେହିପରି ଗୁରୁତର ଆହତଙ୍କ (Permanent Injury) କ୍ଷେତ୍ରରେ ସହାୟତା ପରିମାଣ ମଧ୍ୟ ବୃଦ୍ଧି ପାଇଛି। ୬୦ ପ୍ରତିଶତରୁ…

Read More

ନୂଆଦିଲ୍ଲୀ: ଏନସିପିର ସାଧାରଣ ସମ୍ପାଦକ ପଦରୁ ଜିତେନ୍ଦ୍ର ଆହ୍ଵାଡ ଇସ୍ତଫା ଦେଇଛନ୍ତି। ଜିତେନ୍ଦ୍ର ଆହ୍ଵାଡ କହିଛନ୍ତି ଯେ ‘ମୋ ସହ ଥାନେ ସହରର ସମସ୍ତ ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି କାର୍ଯ୍ୟାଳୟର ଅଧିକାରୀମାନେ ସେମାନଙ୍କ ପଦରୁ ଇସ୍ତଫା ଦେଇଛନ୍ତି’। ଜୟନ୍ତ ପାଟିଲଙ୍କୁ ଜିତେନ୍ଦ୍ର ଇସ୍ତଫା ପତ୍ର ପଠାଇଛନ୍ତି। ଶରଦ ପାୱାର ଏନସିପିର ରାଷ୍ଟ୍ରୀୟ ସଭାପତି ପଦରୁ ଇସ୍ତଫା ଦେଇଛନ୍ତି ଏବଂ ବର୍ତ୍ତମାନ ଦଳର ନୂତନ ସଭାପତିଙ୍କ ବିଷୟରେ ଅସ୍ପଷ୍ଟତା ରହିଛି। ନୂତନ ଏନସିପି ସଭାପତି ପଦ ପାଇଁ ପୱାରଙ୍କ ପୁତୁରା ଅଜିତ ପାୱାର ଏବଂ ତାଙ୍କ ଝିଅ ସୁପ୍ରିୟା ସୁଲେଙ୍କ ନାମ ସାମ୍ନାକୁ ଆସୁଛି। କିନ୍ତୁ ଏପର୍ଯ୍ୟନ୍ତ କିଛି ସ୍ପଷ୍ଟ ହୋଇନାହିଁ। କାରଣ ଏନସିପିର ଅନେକ ନେତା ଦାବି କରିଛନ୍ତି ଯେ, ନୂତନ ସଭାପତି ପରିବାରର ସଦସ୍ୟ ହେବେ ନାହିଁ। ଅନ୍ୟପକ୍ଷରେ ଏନସିପି ନେତା ଖଗନ ଭୁଜବଲ କହିଛନ୍ତି ଯେ, ଯଦି ଶରଦ ପାୱାର ତାଙ୍କ ନିଷ୍ପତ୍ତି ପ୍ରତ୍ୟାହାର ନକରନ୍ତି ତେବେ ରାଜ୍ୟର…

Read More

କୈଳାଶ ଚନ୍ଦ୍ର ଚୌଧୁରୀ ବ୍ରହ୍ମପୁର: ଆସ୍କା ଥାନା ଅନ୍ତର୍ଗତ ଆଲିପୁର ପଞ୍ଚାୟତ ଗବନଳା ଗ୍ରାମର ସୁନୀଲ ପାତ୍ର ନାମକ ଜଣେ ଯୁବକ ଦାଦାଙ୍କ ବାଡିପଟ ପାଇଖାନା ଘରେ ବେକରେ ଦଉଡ଼ି ଦେଇ ଆତ୍ମହତ୍ୟା କରିଥିବା ଖବର ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଘଟଣାରୁ ପ୍ରକାଶ ଯେ, ଆତ୍ମହତ୍ୟା କରିଥିବା ସୁନୀଲ ପରିବାର ସହ ସୁରତ୍ ରେ ରହୁଥିଲେ ଓ ଉକ୍ତ ଗ୍ରାମର ଜଣେ ଯୁବତୀଙ୍କୁ ଭଲ ପାଉଥିଲେ। ଏହି କିଛି ଦିନ ତଳେ ସେ ଗାଁକୁ ଆସିଥିଲେ। କିନ୍ତୁ କ’ଣ ହେଲା ହଠାତ୍ ଦାଦା ମହେନ୍ଦ୍ର ଗୌଡ଼ଙ୍କ ଘର ବାଡିପଟେ ସେ ଆତ୍ମହତ୍ୟା କରିଥିଲେ। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ପାଇଖାନା ଘରର କବାଟ ଭାଙ୍ଗି ଶବ ଉଦ୍ଧାର କରିଥିଲା। ଏବଂ ବ୍ୟବଚ୍ଛେଦ ପାଇଁ ପଠାଇବା ସହ କେଶ୍ ନଂ ୪/୨୩ ଅନୁଯାୟୀ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି। ପ୍ରେମ ବ୍ୟାପାରକୁ ନେଇ ଏହି…

Read More

କୈଳାଶ ଚନ୍ଦ୍ର ଚୌଧୁରୀ ବ୍ରହ୍ମପୁର: ନିମଖଣ୍ଡି ଥାନା ଅନ୍ତର୍ଗତ ଜଗଦଲପୁର ଗ୍ରାମରେ ଏକ ଜୁଆ ଆଡ୍ଡା ଉପରେ ପୋଲିସ ଚଢ଼ାଉ କରି ୫ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି ଓ ସେମାନଙ୍କ ନିକଟରୁ ୩ ଟି ମୋବାଇଲ ଫୋନ, ୬ଟି ମୋଟରସାଇକେଲ ଓ ନଗଦ ୨୨୦୦ ଟଙ୍କା ଜବତ କରିଛନ୍ତି।ଆଉ କିଛି ଜୁଆଡି ପୋଲିସକୁ ଦେଖି ଡିଆଁ ମାରିଥିବା ଜଣାପଡ଼ିଛି।

Read More

କୈଲାଶ ଚନ୍ଦ୍ର ଚୌଧୁରୀ ବ୍ରହ୍ମପୁର: ବଡ଼ବଜାର ଥାନା ଅନ୍ତର୍ଗତ ଆସ୍କା ରୋଡ଼ ନୁଆଁ ତାଲୁକା ଛକରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଯାହା ଫଳରେ ଜଣେ ସ୍କୁଟି ଆରୋହୀଙ୍କ ବିୟୋଗ ଘଟିଛି। ଆଜି ଭୋର୍ ସକାଳୁ କେ ଏ୩୫ ସି ୯୮୪୫ ନଂ ବିଶିଷ୍ଟ ଟ୍ରକ୍ ଦ୍ରୁତ ଗତିରେ ଆସି ସ୍କୁଟି ଚାଳକକୁ ଧକ୍କା ଦେଇଥିଲା, ଯ’ଦ୍ଵାରା ସ୍କୁଟି ଚାଳକଙ୍କ ମୁଣ୍ଡରେ ଶକ୍ତ ଆଘାତ ଲାଗି ତାଙ୍କର ମୁଣ୍ଡରୁ ଦହି ବାହାରି ଘଟଣାସ୍ଥଳରେ ମୃତ୍ୟୁହୋଇ ଯାଇଥିଲା। ବଡ଼ବଜାର ଥାନା ପୋଲିସ ଘଟଣାସ୍ଥଳରେ ପହଂଚି ଶବ ବ୍ୟବଚ୍ଛେଦ ପାଇଁ ଡାକ୍ତରଖାନାକୁ ପଠାଇ ଥିଲା ଓ ଦୁର୍ଘଟଣାଗ୍ରସ୍ତ ଟ୍ରକ୍ କୁ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି।

Read More

ସୀତାରାମ ଅଗ୍ରୱାଲ ଚିଲିକା: ସମ୍ପ୍ରତି ଦେଶରେ ଚାଲିଛି ଆଇପିଏଲ କ୍ରେଜ। ଯୁବକଙ୍କୁ ଠୁ ନେଇ ବୃଦ୍ଧ ପର୍ଯ୍ୟନ୍ତ ସମସ୍ତେ ଆଇପିଏଲ ଦେଖିବା ପାଇଁ ମତୁଆଲା। ତେବେ କ୍ରୀଡା ପ୍ରେମୀଙ୍କ ମନକୁ ପ୍ରଫୁଲ୍ଲିତ କରିବା ଉଦ୍ଦେଶ୍ୟରେ ହୋଇଥିବା ବେଳେ ଖୋର୍ଦ୍ଧା ଜିଲ୍ଲା ବାଣପୁର ଓ ବାଲୁଗାଁ ଥାନା ଅଞ୍ଚଳରେ ଏହାର ଦୁରୁପଯୋଗ ଦେଖିବାକୁ ମିଳିଛି। ବର୍ତ୍ତମାନ ଆଇପିଏଲ ସଟ୍ଟା କବଜାରେ ହଜାର ହଜାର ଯୁବପିଢ଼ି। ଅଘୋଷିତ ଗ୍ରୁପ ଗଠନ କରି ଜୁଆରେ ଲଗାଉଛନ୍ତି ଲକ୍ଷ ଲକ୍ଷ ଟଙ୍କା। ବାଣପୁର ବାଲୁଗାଁ ସହରାଞ୍ଚଳ ଏବଂ ଗ୍ରାମାଞ୍ଚଳରେ ଏହି ଜୁଆ କ୍ରେଜ ଜୋର ଧରିଛି। ସମସ୍ତେ ଜଣେ ଜଣେ ବୁକି ସାଜୁଛନ୍ତି। ଆଇପିଏଲ ପାଇଁ ୧୦୦ ଟଙ୍କା  ଆରମ୍ଭ ହୋଇ ୧୦ ହଜାର ଟଙ୍କା ପର୍ଯ୍ୟନ୍ତ ସଟ୍ଟା ଲାଗେ। ତେବେ ଏହା ଦ୍ୱାରା ଯୁବପିଢ଼ି ବିପଥଗାମୀ ହେବା ସହ ଜୁଆ ନିଶାରେ ନିଜର ସର୍ବସ୍ବ ହରାଇ ବସୁଛନ୍ତି। କାହା ପାଇଁ ପୁଷମାସ ତ କାହାପାଇଁ ସର୍ବନାଶ…

Read More

ଭୁବନେଶ୍ଵର: ଜୀ-ସାର୍ଥକ ଦ୍ୱାରା ପ୍ରସ୍ତୁତ ନୂଆ ଚଳଚ୍ଚିତ୍ର “ଧୋକା” (ଦ ଗେମ୍ ଅଫ ଲଭ) ଆସନ୍ତା ମେ ୭ ତାରିଖ ରବିବାର ସନ୍ଧ୍ୟା ସାଢେ ୬ ଟା ରେ ୱାର୍ଲଡ ଟିଭି ପ୍ରିମିଅର ଶୋ’ ରେ ମୁକ୍ତିଲାଭ କରିବାକୁ ଯାଉଥିବା ବେଳେ ଭୁବନେଶ୍ୱରସ୍ଥିତ ଏକ ତାରକା ହୋଟେଲର ବର୍ଣ୍ଣାଢ୍ୟ ପରିବେଶ ମଧ୍ୟରେ ଚଳଚ୍ଚିତ୍ରର ଅଡିଓ ଲୋକାର୍ପଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଅଡିଓ ଲୋକାର୍ପଣ ଉତ୍ସବ ରେ ଜୀ-ସାର୍ଥକ ଫିଲ୍ମ ର କାର୍ଯ୍ୟନିର୍ବାହୀ ପ୍ରଯୋଜକ ତନ୍ମୟ ମିଶ୍ର, ମାର୍କେଟିଙ୍ଗ ହେଡ଼ ବିଶ୍ୱରଞ୍ଜନ, ନିର୍ଦ୍ଦେଶକ ତ୍ରିପତି ସାହୁ, ପ୍ରଯୋଜକ କ୍ଷୀରୋଦ ପଟ୍ଟନାୟକ, ସଂଳାପକାର ଡ଼ଃ ରଜନୀ ରଞ୍ଜନ, ନାୟକ ଭୂମିକାରେ ଥିବା ଅଭିନେତା ଶୁଭାଶିଷ ଶର୍ମା, ଅଭିନେତ୍ରୀ କୁକୀଜ୍ ସ୍ବାଇଁ, ବରିଷ୍ଠ ଅଭିନେତା ପୃଥ୍ଵୀରାଜ ନାୟକ, ଅଭିନେତ୍ରୀ ଅଭୀପ୍ସା ଭଞ୍ଜ, ଜଗନ୍ନାଥ ସାହୁ ଙ୍କ ସମେତ ସଙ୍ଗୀତ ନିର୍ଦ୍ଦେଶକ ଅଭିଜିତ ମଜୁମଦାର ଓ ଗୀତିକାର ନିର୍ମଳ ନାୟକ ପ୍ରମୁଖ ଉପସ୍ଥିତ ଥିଲେ। ଏସ…

Read More