ରଣପୁର: ହାତୀ ଆକ୍ରମଣରେ ଜଣେ ଯୁବକଙ୍କର ମୃତ୍ୟୁ ଘଟିଥିବା ଜଣା ପଡିଛି। ସୂଚନା ଅନୁଯାୟୀ ରଣପୁର ବ୍ଲକ ମହତପଲ୍ଲା ପଞ୍ଚାୟତ ଅଧିନସ୍ଥ ବନ୍ଧପଲ୍ଲା ଗ୍ରାମର ସ୍ବର୍ଗତ ଗୁରୁବାରୀ ଜେନାଙ୍କ ପୁଅ ଜଗବନ୍ଧୁ ଜେନା (୪୨) ଗତ କାଲି ରାତିରେ ନିଜ ଜମିରେ ଧାନ ଫସଲ ଜଗିବାକୁ ଯାଇଥିଲେ। ଏହି ସମୟରେ ହାତୀ ଧାନ କିଆରୀ ମଧ୍ୟକୁ ପଶି ଧାନ ଫସଲ କୁ ଖାଉଥିବାର ଦେଖି ଥିଲେ। ହାତୀକୁ ଘଉଡ଼ାଇବା ସମୟରେ ହାତୀ ଆକ୍ରମଣରେ ଶିକାର ହୋଇ ଜଗବନ୍ଧୁଙ୍କ ମୃତ୍ୟୁ ହୋଇ ଯାଇଥିବା ଜଣା ପଡିଛି। ପରେ ପରିବାର ଲୋକେ ରଣପୁର ମେଡିକାଲକୁ ତାଙ୍କୁ ଆଣିଥିଲେ। ସେଠାରେ ଡାକ୍ତର ବୈଦ୍ୟନାଥ ନନ୍ଦ ତାଙ୍କୁ ମୃତ ଘୋଷଣା କରିଥିଲେ | ଏହା ପରେ ଡାକ୍ତରଖାନା ତରଫରୁ ପୋଲିସକୁ ଖବର ଦିଆ ଯାଇଥିଲା। ରିପୋର୍ଟ ଲେଖା ହେବା ସୁଦ୍ଧା ଶବ ବ୍ୟବଚ୍ଛେଦ କରାଯାଇ ନ ଥିଲା।
Author: Samikhsya Bureau
ବିଛା: – ଆଜି ଏକ ଭଲ ଦିନ ହେବ । ବ୍ୟବସାୟିକ ଅସୁବିଧା ସମାପ୍ତ ହେବ । ନୂତନ କାର୍ଯ୍ୟ ଆରମ୍ଭ ହୋଇପାରେ । ହଠାତ୍ ଲାଭର ସମ୍ଭାବନା ଅଛି, କିନ୍ତୁ କାରବାରରୁ ଦୂରେଇ ରୁହନ୍ତୁ । ସମ୍ପତ୍ତିରେ ବିନିଯୋଗ ଲାଭଦାୟକ ହେବ । କିଛି ଲାଭ କାରବାର ମଧ୍ୟ ହୋଇପାରେ । ଯଦି ଆପଣ ଆପଣଙ୍କର ମନୋଭାବ ଏବଂ ଆଚରଣକୁ ସକାରାତ୍ମକ ରଖନ୍ତି, ତେବେ ସମ୍ପର୍କ ମଜବୁତ ହେବ । କୁମ୍ଭ: – ଆଜି ଏକ ସାଧାରଣ ଦିନ ହେବ । ବ୍ୟବସାୟ କ୍ଷେତ୍ରରେ କଠିନ ପରିଶ୍ରମ ହେବ, ଯାହା କାର୍ଯ୍ୟରେ ସଫଳତା ଆଣିବ। କିନ୍ତୁ ଅଫିସ୍ କିମ୍ବା କାର୍ଯ୍ୟ କ୍ଷେତ୍ରରେ କୈଣସି ପ୍ରକାରର ବିପଦ ନିଅନ୍ତୁ ନାହିଁ ଏବଂ ଶୀଘ୍ର ଏଡ଼ାନ୍ତୁ । ପରିବାର ସଦସ୍ୟଙ୍କ ସମ୍ପୂର୍ଣ୍ଣ ସମର୍ଥନ ରହିବ । ବନ୍ଦ କାର୍ଯ୍ୟ ଆରମ୍ଭ ହେବ, ଯାହା ଉତ୍ସାହକୁ ମନେ ରଖିବ । ଆପଣ ବିବାହିତ ଜୀବନରେ…
ମେଷ: – ଆଜି ମିଶ୍ରିତ ଦିନ ହେବ । ବ୍ୟବସାୟ ସ୍ୱାଭାବିକ ହେବ । ଜରୁରୀକାଳୀନ ଲାଭ କରାଯାଉଛି, କିନ୍ତୁ ଅନାବଶ୍ୟକ ଖର୍ଚ୍ଚ ବଢିବ, ଫଳରେ ଅର୍ଥନୈତିକ ପରିସ୍ଥିତି ଦୁର୍ବଳ ହୋଇଯିବ । କାର୍ଯ୍ୟରେ ସଫଳତା ଆତ୍ମବିଶ୍ୱାସ ବଢାଇବ, କିନ୍ତୁ ଅଧିକ କାର୍ଯ୍ୟ ହେବ, ଯାହା ଆପଣଙ୍କୁ ଶାରୀରିକ ଏବଂ ମାନସିକ ସ୍ତରରେ ଆରାମଦାୟକ କରିବ । ବୁଦ୍ଧିମାନ ଭାବରେ ବିନିଯୋଗ କରନ୍ତୁ, ନଚେତ୍ କ୍ଷତି ହୋଇପାରେ । ଛାତ୍ରମାନେ ସଫଳତା ପାଇବେ । କେବଳ ସତର୍କ ରୁହନ୍ତୁ । ଆପଣଙ୍କୁ ମାନସିକ ଅସୁବିଧାର ସମ୍ମୁଖୀନ ହେବାକୁ ପଡିବ । ପାରିବାରିକ ପରିବେଶ ଭଲ ହେବ । କ୍ରୋଧକୁ ନିୟନ୍ତ୍ରଣ କର ଏବଂ ବକ୍ତବ୍ୟକୁ ମଧ୍ୟ ନିୟନ୍ତ୍ରଣ କର, ନଚେତ୍ ଆପଣଙ୍କର ଜୀବନସାଥୀ ଅଲଗା ହୋଇପାରେ । ସ୍ୱାସ୍ଥ୍ୟ ଭଲ ହେବ । ବୃଷ: – ଆଜି ଏକ ଭଲ ଦିନ ହେବ। ବ୍ୟବସାୟରେ ଲାଭର ସମ୍ଭାବନା ଅଛି । ନୂତନ…
କୈଳାଶ ଚନ୍ଦ୍ର ଚୌଧୁରୀ ବ୍ରହ୍ମପୁର: ମଝି ରାସ୍ତାରେ ଗୋଟିଏ କଣ୍ଟେନର୍ ଓଲଟି ପଡ଼ିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି। ରାସ୍ତାରେ ଶହ ଶହ ଗାଡି ଅଟକି ରହିଛି। ଘଟଣାରୁ ପ୍ରକାଶ ଯେ, ଗାଙ୍ଗପୁର ଥାନା ଅନ୍ତର୍ଗତ ବିଞ୍ଛଣା କ୍ଷତ୍ରିୟବରପୁର ମୁଖ୍ୟ ରାସ୍ତା ଉପରେ ବ୍ରହ୍ମପୁର ଠାରୁ ଫୁଲବାଣୀ ଅଭିମୁଖେ ଯାଉଥିବା ଏକ କଣ୍ଟେନର୍ ଟ୍ରକ୍ ରାସ୍ତାର ଖାଲ ଢିପରେ ନିୟନ୍ତ୍ରଣ ହରାଇ ଓଲଟି ପଡିଥିଲା। ଯାହା ଫଳରେ ରାତ୍ର ୧୦ ଘଣ୍ଟା ପର୍ଯ୍ୟନ୍ତ ଶହ ଶହ ଗାଡି ରାସ୍ତାରେ ଅଟକି ରହିଥିଲା। ଖବର ପାଇ ଗାଙ୍ଗପୁର ଥାନା ଅଧିକାରୀ ଶୁଭେନ୍ଦୁ ସାହୁ ଓ ଏସ୍ ଆଇ ଶୁଭ୍ରଜିତ ସାମନ୍ତରାୟ ଘଟଣାସ୍ଥଳରେ ପହଞ୍ଚି ନିକଟସ୍ଥ କେନାଲ ରାସ୍ତାରେ ଗାଡ଼ି ଗୁଡ଼ିକ ଛାଡ଼ିବାପରେ ରାସ୍ତା ଅବରୋଧ କରିଥିଲା।
ନୂଆଦିଲ୍ଲୀ/ ଭୁବନେଶ୍ୱର: ମୋବାଇଲ୍ ଓ କନେକ୍ଟେଡ୍ ଟିଭି ଜରିଆରେ ଜିଓ ସିନେମା ଦ୍ୱାରା କରାଯାଉଥିବା ଆଇପିଏଲ୍ ମ୍ୟାଚ୍ଗୁଡ଼ିକର ଡିଜିଟାଲ୍ ଷ୍ଟ୍ରିମିଂକୁ ଟିଭିରେ କରାଯାଉଥିବା ପ୍ରସାରଣ ତୁଳନାରେ ଦର୍ଶକମାନେ ଅଧିକ ଦେଖୁଛନ୍ତି। “ସ୍କୋର’ ରିପୋର୍ଟ ଅନୁସାରେ ଡିଜିଟାଲ୍ ଷ୍ଟ୍ରିମିଂ ୭୩ ପ୍ରତିଶତ ଆଇପିଏଲ୍ ଦର୍ଶକଙ୍କୁ ନିଜ ଆଡ଼କୁ ଆକର୍ଷିତ କରିପାରିଛି। ସେହି ସମୟରେ କେବୁଲ ଓ ଡିଟିଏଚ୍ ପାଖରେ ମାତ୍ର ୨୩ ପ୍ରତିଶତ ଗ୍ରାହକ ରହିଛନ୍ତି। ଆଇପିଏଲ୍ରେ ବିଜ୍ଞାପନ ପ୍ରଭାବକୁ ଜାଣିବା ଲାଗି ସିଙ୍କ୍ରୋନାଇଜ୍ ଇଣ୍ଡିଆ ଓ ୟୁନୋମୋର ପକ୍ଷରୁ ଜାରି କରାଯାଇଥିବା “ସ୍କୋର’ ରିପୋର୍ଟରୁ ଏହା ଜଣାପଡ଼ିଛି। ସ୍କୋର ରିପୋର୍ଟ ଅନୁସାରେ କେବୁଲ କିମ୍ବା ଡିଟିଏଚ୍ ତୁଳନାରେ ସ୍ମାର୍ଟ ଟିଭିରେ ଆଇପିଏଲ୍ ମ୍ୟାଚ୍କୁ ଷ୍ଟ୍ରିମିଂ କରି ଦେଖୁଥିବା ଦର୍ଶକମାନଙ୍କ ସଂଖ୍ୟା ବହୁତ ଅଧିକ। କନେକ୍ଟେଡ୍ ଟିଭିରେ ୬୨ ପ୍ରତିଶତ ଏବଂ କେବୁଲ/ ଡିଟିଏଚ୍ ଟିଭିରେ ମାତ୍ର ୩୮ ପ୍ରତିଶତ ଦର୍ଶକ ଆଇପିଏଲ୍ ମ୍ୟାଚ୍ ଦେଖୁଛନ୍ତି। ରିପୋର୍ଟ ଅନୁସାରେ ଟିଭିର ଦର୍ଶକ ସଂଖ୍ୟା…
ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ ସିଏସଆଇଆର-ଆଇଏମଏମଟି ଠାରେ ‘ଭବିଷ୍ୟତର କାର୍ଯ୍ୟ ପରିପ୍ରେକ୍ଷୀରେ ଆଜୀବନ ଅଧ୍ୟୟନ ପାଇଁ ଦକ୍ଷତା ବିକାଶ’ ଉପରେ ସେମିନାର ଆୟୋଜନ ସହିତ ଜି୨୦ ଶିକ୍ଷା କାର୍ଯ୍ୟଗୋଷ୍ଠୀର ବୈଠକ ବିଧିବଦ୍ଧ ଭାବେ ଆରମ୍ଭ ହୋଇଛି। ପୂର୍ବରୁ ଜି୨୦ ଶିକ୍ଷା କାର୍ଯ୍ୟ ଗୋଷ୍ଠୀର ଦୁଇଟି ବୈଠକ ଚେନ୍ନାଇ ଓ ଅମୃତସରରେ ଆୟୋଜିତ ହୋଇଥିଲା। ବିଶ୍ୱସ୍ତରରେ ଶିକ୍ଷା କ୍ଷେତ୍ରରେ ପରିବର୍ତ୍ତନ ଆଣିବା ଲାଗି ଅଭିନବ ଉପାୟ ଓ ନୀତିଗୁଡ଼ିକ ଉପରେ ଆଲୋଚନା କରିବା ଏବଂ କାର୍ଯ୍ୟକାରୀ କରିବା ଉଦ୍ଦେଶ୍ୟରେ ଶିକ୍ଷା କାର୍ଯ୍ୟ ଗୋଷ୍ଠୀ ବୈଠକ ଆୟୋଜନ କରାଯାଉଛି। ଆଜି ଠାରୁ ଭୁବନେଶ୍ୱରରେ ଆୟୋଜିତ ହେଉଥିବା ତିନି ଦିନିଆ ବୈଠକରେ ଜି୨୦ ସଦସ୍ୟ ରାଷ୍ଟ୍ର, ନିମନ୍ତ୍ରିତ ରାଷ୍ଟ୍ର ଏବଂ ଅନ୍ତର୍ଜାତୀୟ ସଂଗଠନର ୬୦ରୁ ଅଧିକ ପ୍ରତିନିଧି ଅଂଶଗ୍ରହଣ କରୁଛନ୍ତି। ଜି୨୦ ଶିକ୍ଷା କାର୍ଯ୍ୟଗୋଷ୍ଠୀ ବୈଠକର ପ୍ରଥମ ଦିନର କାର୍ଯ୍ୟକ୍ରମକୁ କେନ୍ଦ୍ର ଶିକ୍ଷା ରାଷ୍ଟ୍ରମନ୍ତ୍ରୀ ଡକ୍ଟର ସୁଭାଷ ସରକାର ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ସମ୍ବୋଧିତ…
ଭୁବନେଶ୍ଵର: ପୂର୍ବତଟ ରେଳପଥ ମହାପ୍ରବନ୍ଧକ ମନୋଜ ଶର୍ମା ଆଜି ଭୁବନେଶ୍ୱର-ଭଦ୍ରକ ରେଳ ସେକ୍ସନ ଯାଞ୍ଚ କରି ରେଳ ଚଳାଚଳ ସୁବିଧା ସମୀକ୍ଷା କରିବା ସହିତ ରେଳ ସେକ୍ସନରେ ଭବିଷ୍ୟତରେ ଅଧିକ ଯାତାୟତ ବୃଦ୍ଧି ସମ୍ବନ୍ଧରେ ଆକଳନ କରିଛନ୍ତି। ନୀରିକ୍ଷଣ ସମୟରେ ପୂର୍ବତଟ ରେଳପଥର ପ୍ରମୁଖ ବିଭାଗୀୟ ଅଧିକାରୀମାନଙ୍କ ସହିତ ଖୋର୍ଦ୍ଧା ରୋଡ଼ ରେଳ ମଣ୍ଡଳର ମଣ୍ଡଳ ରେଳବାଇ ପ୍ରବନ୍ଧକ ଓ ଅନ୍ୟାନ୍ୟ ବରିଷ୍ଠ ରେଳବାଇ ଅଧିକାରୀମାନେ ଉପସ୍ଥିତ ଥିଲେ। ନୀରିକ୍ଷଣ ସମୟରେ ଶ୍ରୀ ଶର୍ମା ଭୁବନେଶ୍ୱର ଏବଂ ଭଦ୍ରକ ମଧ୍ୟରେ ଥିବା ଷ୍ଟେସନ ମାନଙ୍କରେ ଭିତ୍ତିଭୂମି ସମ୍ବନ୍ଧୀୟ ତଥା ଯାତ୍ରୀଙ୍କ ସୁବିଧା ସହ ଟ୍ରେନ ଯାତାୟତ ସୁବିଧା ସମୀକ୍ଷା କରିଥିଲେ ଏବଂ ଟ୍ରେନ୍ ଚଳାଚଳ ସୁଗମ ତଥା ଭିତ୍ତିଭୂମି ସମ୍ବନ୍ଧୀୟ ସମସ୍ୟା ତଥା ଯାତ୍ରୀ ସୁବିଧା ସୁନିଶ୍ଚିତ କରିବା ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ।
ସୀତାରାମ ଅଗ୍ରୱାଲ ବାଲୁଗାଁ: ଆଜି ସନ୍ଧ୍ୟାରେ ଶ୍ରୀ ଶ୍ରୀ ଉମାମହେଶ୍ବର ବଣିକ ସଂଘ, ବାଲୁଗାଁର ବାର୍ଷିକ ଉତ୍ସବ ସଂଘର ନିଜସ୍ବ ଗୃହରେ ଅନୁଷ୍ଠିତ ହୋଇଯାଇଅଛି। ପ୍ରଭୁ ଶ୍ରୀ ଉମାମହେଶ୍ବରଙ୍କ ପୂଜାର୍ଚ୍ଚନା ପରେ ମା’ କାଳିଜାଇ କଳା ନିକେତନର ପିଲା ମାନଙ୍କ ଦ୍ବାରା ପ୍ରାରମ୍ଭିକ ନୃତ୍ୟ ପରିବେଷଣ ପରେ କର୍ମକର୍ତ୍ତା ମାନେ ମଞ୍ଚାସୀନ ହେବା ପରେ ସଭା କାର୍ଯ୍ୟ ଆରମ୍ଭ କରାଯାଇଥିଲା। ବିଶ୍ବଶାନ୍ତି ସକାଶେ ନୀରବ ପ୍ରାର୍ଥନା କରାଯିବା ପରେ ସଂପାଦକ ସରୋଜ କୁମାର ପାତ୍ର ସଂଘର ହିସାବ ପ୍ରଦାନ କରିବା ସହିତ ହିସାବ ତନଖି କରିଥିବା ରାମେଶ୍ବର ପାତ୍ର ଏବଂ ତାଙ୍କର ଟିମ୍ ତାଙ୍କର ପ୍ରତିକ୍ରିୟା ବ୍ୟକ୍ତ କରିଥିଲେ। ସହ ସଂପାଦକ ପ୍ରଦୀପ କୁମାର ସ୍ବାଇଁ ସଂଘର ବିବରଣୀ ପ୍ରଦାନ କରିଥିଲେ। ସଭ୍ୟ କିରଣ କୁମାର ପାତ୍ର, ବିପିନ ପ୍ରହରାଜ, ଶ୍ୟାମସୁନ୍ଦର ପୃଷ୍ଟି, ଗୌରୀପ୍ରସାଦ ସୁବୁଦ୍ଧି ଏବଂ ଉପ ସଭାପତି ଧୀରେନ୍ଦ୍ରନାଥ ପାତ୍ର, ସେଖ୍ ଗନିଫ୍ ନିଜର ବକ୍ତବ୍ୟରେ ସଂଘର ଉତ୍ତରତ୍ତୋର…
ଦୁଷ୍ମନ୍ତ କୁମାର ପଣ୍ଡା କଳାହାଣ୍ଡି: ମ୍ୟାଲେରିଆ ରୋଗ ପ୍ରତି ସଚେତନତା ସୃଷ୍ଟି କରିବା ଓ ରୋଗ ନିୟନ୍ତ୍ରଣ କରିବା ପାଇଁ ପ୍ରତି ବର୍ଷ ଏପ୍ରିଲ ୨୫ ତାରିଖକୁ ସରକାରୀ ସ୍ତରରେ ‘ ବିଶ୍ବ ମ୍ୟାଲେରିଆ ଦିବସ ‘ ଭାବେ ପାଳନ କରାଯାଉଛି। ୨୦୨୭ ସୁଦ୍ଧା ପୂରା ଦେଶକୁ ମ୍ୟାଲେରିଆମୁକ୍ତ କରାଯିବା ପାଇଁ ବିଭିନ୍ନ ଯୋଜନା ଚାଲିଥିବା ବେଳେ କଳାହାଣ୍ଡି ଜିଲ୍ଲାରେ ମ୍ୟାଲେରିଆ କାୟା ମେଲାଉଛି। ଗତ ୧୧ ବର୍ଷ ମଧ୍ୟରେ ୪୧ ଜଣଙ୍କ ମ୍ୟାଲେରିଆରେ ମୃତ୍ୟୁ ଘଟିଛି। ଏବେ ମଧ୍ୟ ଦୁର୍ଗମ ଅଂଚଳରେ ଲୋକେ ଗୁଣିଗାରେଡ଼ି ଉପରେ ଭରସା କରୁଥିବାରୁ ଅନେକ ରୋଗୀ ଗାଁ ଗହଳରେ ମୃତ୍ୟୁବରଣ କରୁଛନ୍ତି। କିନ୍ତୁ ତାହା ସରକାରୀ ପରିସଂଖ୍ୟାନକୁ ଆସୁନଥିବା ଅଭିଯୋଗ ହେଉଛି। କଳାହାଣ୍ଡି ଜିଲ୍ଲାର ଥୁଆମୂଳ ରାମପୁର ବ୍ଲକ୍ ଓ ଲାଞ୍ଜିଗଡ଼ ବ୍ଲକ୍ ରେ ମ୍ୟାଲେରିଆର ପ୍ରକୋପ ବ୍ୟାପିବାରେ ଲାଗିଛି। ସରକାରୀ ବାବୁମାନେ କାଗଜକଲମରେ ମ୍ୟାଲେରିଆ ନିରାକରଣ କରୁଥିବାରୁ ଦୁର୍ଗମ ଅଂଚଳରେ ଏବେ ମଧ୍ୟ…
ଭୁବନେଶ୍ୱର: ଆଇଏମଏମ୍ଟି ପରିସରରେ ଚାଲିଥିବା ଜି-୨୦ ଶିକ୍ଷା ୱାର୍କିଂ ଗ୍ରୁପ୍ ବୈଠକ ପରିପ୍ରେକ୍ଷୀରେ ଆୟୋଜିତ “ଭବିଷ୍ୟତର କାର୍ଯ୍ୟଶୈଳୀ ଓ ଦକ୍ଷତା” ପ୍ରଦର୍ଶନୀର ଚତୁର୍ଥ ଦିନରେ ଶିକ୍ଷା ଓ ଅନୁସନ୍ଧାନ(ସୋଆ) ଛାତ୍ରଛାତ୍ରୀଙ୍କ ଷ୍ଟାର୍ଟ ଅପ୍କୁ ବୁଲି ଦେଖିବା ସହ ଉଚ୍ଚ ପ୍ରଶଂସା କରିଛନ୍ତି କେନ୍ଦ୍ର ଶିକ୍ଷା ରାଷ୍ଟ୍ରମନ୍ତ୍ରୀ ଡକ୍ଟର ସୁଭାଷ ସରକାର, ନ୍ୟାସ୍ନାଲ୍ ଆସେସ୍ମେଂଟ ଆଣ୍ଡ ଆକ୍ରେଡିଟେସନ୍ କାଉନ୍ସିଲ୍ (ନାକ୍) କାର୍ଯ୍ୟକାରୀ କମିଟିର ଅଧ୍ୟକ୍ଷ ଡକ୍ଟର ଅନୀଲ୍ ସହସ୍ରବୁଦ୍ଧେ ଏବଂ ନ୍ୟାସ୍ନାଲ୍ କାଉନ୍ସିଲ୍ ଫର୍ ଭୋକେସ୍ନାଲ୍ ଏଜୁକେସନ୍ ଆଣ୍ଡ ଟ୍ରେନିଂର ଅଧ୍ୟକ୍ଷ ଡକ୍ଟର ନିର୍ମଲଜୀତ ସିଂ କଲ୍ସି। ଡକ୍ଟର ସହସ୍ରବୁଦ୍ଧେ ସୋଆର ସିଆଇଆଇ ଏଗଜିବିଟର ବୁଥ୍ ବୁଲି ଦେଖିବା ସହ ଛାତ୍ରଛାତ୍ରୀମାନଙ୍କ ଷ୍ଟାର୍ଟ ଅପ୍କୁ ଉଚ୍ଚ ପ୍ରଶଂସା କରିବା ସହ ପ୍ରଥମ ଏବଂ ଦ୍ୱିତୀୟ ବର୍ଷର ଛାତ୍ରଛାତ୍ରୀ ଏଭଳି ଦକ୍ଷତା ପ୍ରଦର୍ଶନ କରୁଥିବା ବେଳେ ସେମାନଙ୍କ ପାଠପଢ଼ା ଶେଷ ବେଳକୁ ସେମାନେ ଖୁବ୍ ଉଚ୍ଚକୋଟୀର କାର୍ଯ୍ୟ କରି ଦେଖାଇବେ ବୋଲି କହିଛନ୍ତି। ବିଦେଶରୁ…
ସୀତାରାମ ଅଗ୍ରୱାଲ ବାଣପୁର: ଆଜି ଅପରାହ୍ନରେ ବାଣପୁର ପୋଲିସ ଦେଶୀ ମଦ କାରବାର ଅଭିଯୋଗରେ ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଅଭିଯୁକ୍ତମାନେ ହେଲେ ଆଲୋକ ଭୋଳ ଏବଂ ଯଜ୍ଞ ନାୟକ। ଉକ୍ତ ଦୁଇ ଅଭିଯୁକ୍ତ ଏକ ବାଇକରେ ଦେଶୀ ମଦ ନେଇ ଯାଉଥିବା ବେଳେ ଶାନ୍ତିନଗର ବାହାଡ଼ଝୋଲା ରୋଡରୁ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ସେମାନଙ୍କ ନିକଟରୁ ସମୁଦାୟ ୫୦ ଲିଟର ଦେଶୀ ମଦ ଓ ବାଇକ ଜବତ କରାଯାଇଛି। ଅଭିଯୁକ୍ତଙ୍କ ବିରୁଦ୍ଧରେ କେସ ନମ୍ବର ୧୬୨/୨୩ ରେ ଏକ ମାମଲା ରୁଜୁ ହୋଇ ତଦନ୍ତ ଜାରି ରହିଥିବାର ସୂଚନା ଦେଇଛନ୍ତି ବାଣପୁର ଆଇଆଇସି ଜୟପ୍ରକାଶ ପରିଡ଼ା।
ଭୁବନେଶ୍ଵର: ଆମେ ଏବେ ବଡ ବଡ ସ୍ବପ୍ନ ଦେଖିପାରୁଛୁ ଏବଂ ସଫଳ ହେବୁ ବୋଲି ମଧ୍ୟ ଭାବୁଛୁ। ୫-ଟି ସ୍କୁଲ ରୂପାନ୍ତର କାର୍ଯ୍ୟକ୍ରମର ତୃତୀୟ ପର୍ଯ୍ୟାୟର ଦ୍ବିତୀୟ ଦିନରେ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ମତରୁ ଏହା ସ୍ପଷ୍ଟ ହୋଇଛି ଯେ ସେମାନଙ୍କ ମଧ୍ୟରେ ଗଭୀର ଆତ୍ମବିଶ୍ବାସ ସୃଷ୍ଟି ହୋଇଛି। କୋରାପୁଟ ଜିଲ୍ଲାର ଜଣେ ଛାତ୍ରୀ ବିଷ୍ଣୁପ୍ରିୟା କହିଥିଲେ ଯେ ସେ ମୁଖ୍ୟମନ୍ତ୍ରୀଙ୍କ ଆଦର୍ଶରେ ଗଭୀର ଭାବେ ପ୍ରଭାବିତ ହୋଇଛନ୍ତି। ବଡ ହେଲେ ସେ ନିଜେ ମୁଖ୍ୟମନ୍ତ୍ରୀ ହୋଇ ଓଡିଶାବାସୀଙ୍କ ସେବା କରିବାର ସ୍ବପ୍ନ ଦେଖୁଛନ୍ତି ବୋଲି କହିଥିଲେ। ଏଥିରେ ମୁଖ୍ୟମନ୍ତ୍ରୀ ବହୁତ ଖୁସି ହୋଇ ତାଙ୍କୁ ଆଶୀର୍ବାଦ କରିଥିଲେ ଏବଂ ସମାଜ ସେବାରେ ନିଜକୁ ନିୟୋଜିତ କରିବା ପାଇଁ ପରାମର୍ଶ ଦେଇଥିଲେ। ସେହିପରି ବଲାଙ୍ଗୀର ଛାତ୍ରୀ ଦୀପାଞ୍ଜଳି ବେହେରା ବଡ ହେଲେ ପାଇଲଟ ହେବାକୁ ଚାହିଁଥିଲେ। ମୁଖ୍ୟମନ୍ତ୍ରୀ ତାଙ୍କୁ ବିଜୁ ବାବୁଙ୍କ ସଂପର୍କରେ ଏକ ପୁସ୍ତକ ପ୍ରଦାନ କରାଯିବ ବୋଲି…
ନୂଆଦିଲ୍ଲୀ: ଆଜି ଟିଏମସି ନେତା ଅନୁବ୍ରତ ମଣ୍ଡଳଙ୍କ ଝିଅ ସୁକନ୍ୟା ମଣ୍ଡଳଙ୍କୁ ଇଡି ଗିରଫ କରିଛି। ପ୍ରଥମେ ଅନୁବ୍ରତ ମଣ୍ଡଳଙ୍କୁ ସିବିଆଇ ଏବଂ ପରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଗିରଫ କରିଥିଲା। ଗୋରୁ ଚୋରା ଚାଲାଣ ମାମଲାରେ ଇଡି ପୂର୍ବରୁ ସୁକନ୍ୟା ମଣ୍ଡଳଙ୍କୁ ପଚରାଉଚରା କରିଥିଲା, ଏବେ ତାଙ୍କୁ ଗିରଫ କରିଛି।
ନୂଆଦିଲ୍ଲୀ: ମୁମ୍ବାଇ ଇଣ୍ଡିଆନ୍ସ ବ୍ୟାଟ୍ସମ୍ୟାନ୍ ସୂର୍ଯ୍ୟକୁମାର ଯାଦବ ଭାରତୀୟ କ୍ରିକେଟ୍ ଦଳ ଏବଂ ଆଇପିଏଲରେ ଫର୍ମକୁ ଫେରିଛନ୍ତି। ଯଦିଓ, ସୂର୍ଯ୍ୟକୁମାର ଯାଦବ ଦୀର୍ଘ ଦିନ ଧରି ଖରାପ ଫର୍ମ ସହ ସଂଘର୍ଷ କରୁଥିଲେ, କିନ୍ତୁ ବର୍ତ୍ତମାନ ମୁମ୍ବାଇ ଇଣ୍ଡିଆନ୍ସ ବ୍ୟତୀତ ଟିମ୍ ଇଣ୍ଡିଆର ପ୍ରଶଂସକଙ୍କ ପାଇଁ ରିଲିଫ୍ ଖବର ଆସିଛି। ଏଥି ସହିତ ସୂର୍ଯ୍ୟକୁମାର ଯାଦବ ଆଇସିସିର ସର୍ବଶେଷ ଟି -୨୦ ର଼୍ୟାଙ୍କିଙ୍ଗରେ ଶୀର୍ଷରେ ଥିବାବେଳେ ପାକିସ୍ତାନର ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ ମହମ୍ମଦ ରିଜୱାନ୍ ଦ୍ୱିତୀୟ ସ୍ଥାନରେ ଅଛନ୍ତି। ନିକଟରେ ମହମ୍ମଦ ରିଜୱାନ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ୯୮ ରନର ଅପରାଜିତ ଇନିଂସ ଖେଳିଥିଲେ, ଯାହା ପରେ ଏହି ବ୍ୟାଟ୍ସମ୍ୟାନ୍ ୧୩ ପଏଣ୍ଟ ହାସଲ କରିଛନ୍ତି। ସର୍ବଶେଷ ଆଇସିସି ଟି -୨୦ ର଼୍ୟାଙ୍କିଙ୍ଗରେ ସୂର୍ଯ୍ୟକୁମାର ଯାଦବଙ୍କ ୯୦୬ ରେଟିଂ ପଏଣ୍ଟ ଥିବାବେଳେ ପାକିସ୍ତାନୀ ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ ମହମ୍ମଦ ରିଜୱାନଙ୍କ ୮୧୧ ରେଟିଂ ପଏଣ୍ଟ ରହିଛି। ଏହିପରି, ଦୁଇ ଖେଳାଳିଙ୍କ ମଧ୍ୟରେ ବ୍ୟବଧାନ…
ରାୟପୁର: ଆଜି ଛତିଶଗଡର ଦନ୍ତେୱାଡା ଜିଲ୍ଲାର ଅରନପୁର ନିକଟରେ DRG (ଜିଲ୍ଲା ରିଜର୍ଭ ଗାର୍ଡ) କର୍ମଚାରୀଙ୍କୁ ନେଇ ଯାଉଥିବା ଏକ ଗାଡି IED ଆକ୍ରମଣର ଶିକାର ହୋଇଛନ୍ତି। ଏହି ଆକ୍ରମଣରେ ୧୧ ସୈନିକ ସହିଦ ହୋଇଛନ୍ତି। ଛତିଶଗଡର ମୁଖ୍ୟମନ୍ତ୍ରୀ ଭୁପେଶ ବଘେଲ କହିଛନ୍ତି ଯେ, ଏହା ଅତ୍ୟନ୍ତ ଦୁଃଖଦାୟକ। ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ମୋର ସମବେଦନା। ଏହି ଲଢେଇ ଶେଷ ପର୍ଯ୍ୟାୟରେ ଚାଲିଛି ଏବଂ ନକ୍ସଲମାନେ କୌଣସି ମୂଲ୍ୟରେ ରକ୍ଷା ପାଇବେ ନାହିଁ। ଆମେ ଯୋଜନାବଦ୍ଧ ଭାବରେ ନକ୍ସଲବାଦକୁ ସମାପ୍ତ କରିବୁ। କେନ୍ଦ୍ର ଗୃହ ମନ୍ତ୍ରଣାଳୟର ଅଧିକାରୀ କହିଛନ୍ତି ଯେ, ଗୃହମନ୍ତ୍ରୀ ଅମିତ ଶାହା ଛତିଶଗଡର ମୁଖ୍ୟମନ୍ତ୍ରୀଙ୍କ ସହ ଫୋନ ଯୋଗେ କଥା ହୋଇଥିଲେ ଏବଂ ତାଙ୍କୁ ସମସ୍ତ ସାହାଯ୍ୟର ଆଶ୍ୱାସନା ଦେଇଥିଲେ। ସେ କହିଛନ୍ତି ଯେ, ରାଜ୍ୟ ସରକାର ଯାହା ଆବଶ୍ୟକ କରନ୍ତି ତାହା ଦିଆଯିବ। DRG ଅର୍ଥ ଜିଲ୍ଲା ରିଜର୍ଭ ଗାର୍ଡ, ଯେଉଁମାନେ ଛତିଶଗଡ ପୋଲିସର ସ୍ୱତନ୍ତ୍ର କର୍ମଚାରୀ ଅଟନ୍ତି।…
ନୂଆଦିଲ୍ଲୀ: ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ ଆଜି ନୂଆଦିଲ୍ଲୀ ଠାରେ ମନ କୀ ବାତ୍ର ୧୦୦ତମ ଅଧ୍ୟାୟ ଉପରେ ଆୟୋଜିତ ଦିନିକିଆ ଜାତୀୟ ସମ୍ମିଳନୀକୁ ଉଦଘାଟନ କରିଛନ୍ତି। ନୂଆଦିଲ୍ଲୀର ବିଜ୍ଞାନ ଭବନ ଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ଅନୁରାଗ ସିଂ ଠାକୁର ଉପସ୍ଥିତ ଥିଲେ। ପ୍ରଧାନମନ୍ତ୍ରୀଙ୍କ ମାସିକ ରେଡିଓ କାର୍ଯ୍ୟକ୍ରମ ଦେଶର ୧୦୦ କୋଟି ଲୋକଙ୍କ ନିକଟରେ ପହଞ୍ଚିବା ପରିପ୍ରେକ୍ଷୀରେ ଏହି ସମ୍ମିଳନୀ ଆୟୋଜନ କରାଯାଉଛି। ଏହି କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ଉପରାଷ୍ଟ୍ରପତି ଶ୍ରୀ ଧନଖଡ଼ କହିଥିଲେ ଯେ, ୨୦୧୪ରେ ଏକ ମହତ୍ୱପୂର୍ଣ୍ଣ ଅଧ୍ୟାୟର ଆରମ୍ଭ ହୋଇଥିଲା ଯାହାକି ଦେଶର ଭାଗ୍ୟ ବଦଳାଇ ଦେଇଥିଲା। ଏହି ପର୍ଯ୍ୟାୟ ଦେଶକୁ ନିରନ୍ତର ବିକାଶ ଏବଂ ଅବିରାମ ପ୍ରଗତି ପଥରେ ଆଗେଇ ନେଇଥିଲା। ମେଣ୍ଟ ସରକାରକୁ ବିକାଶ ପାଇଁ ଏକ ବାଧକ ବୋଲି ଅଭିହିତ କରି ଶ୍ରୀ ଧନଖଡ଼ କହିଥିଲେ ଯେ, ୨୦୧୪ରେ ଦୀର୍ଘ ୩୦ ବର୍ଷର ବ୍ୟବଧାନ…
ସ୍ୱାସ୍ଥ୍ୟ ଟିପ୍ସ: ପ୍ରତିଦିନ ଖାଉଥିବା ଏହି ପାଞ୍ଚୋଟି ଜିନିଷ ବିପଜ୍ଜନକ ହୋଇପାରେ, ଏହି ଜିନିଷଗୁଡ଼ିକୁ ଦୟାକରି ଧ୍ୟାନରେ ରଖନ୍ତୁ। ଶରୀରକୁ ସୁସ୍ଥ ରଖିବା ପାଇଁ ଖାଦ୍ୟ ଏବଂ ପାନୀୟ ପ୍ରତି ବହୁତ ଧ୍ୟାନ ଦେବା ଆବଶ୍ୟକ। ସୁସ୍ଥ ଖାଦ୍ୟ ଖାଇବା ବେଳେ କିଛି ବିଶେଷ ଜିନିଷ ଉପରେ ଧ୍ୟାନ ଦେବା ଜରୁରୀ, ନଚେତ୍ ଏହା ଲାଭ ପରିବର୍ତ୍ତେ ଶରୀରକୁ କ୍ଷତି ପହଞ୍ଚାଇପାରେ। ଆସନ୍ତୁ ଜାଣିବା ଏହି ଜିନିଷଗୁଡ଼ିକ ବିଷୟରେ। ଚେରି ମଞ୍ଜି- ଚେରି ହୃଦରୋଗକୁ ହ୍ରାସ କରିଥାଏ ଏବଂ ହଜମ ପ୍ରକ୍ରିୟାକୁ ବଜାୟ ରଖେ। କିନ୍ତୁ ଏହାର ମଞ୍ଜି ଅତ୍ୟନ୍ତ କ୍ଷତିକାରକ। ଚେରି ମଞ୍ଜି ବହୁତ କଠିନ ଏବଂ ଏଥିରେ ପ୍ରୁସିକ୍ ଏସିଡ୍ ଥାଏ, ଯାହା ଅତ୍ୟଧିକ ବିଷାକ୍ତ ବୋଲି ବିବେଚନା କରାଯାଏ। ଯଦି ଆପଣ ଭୁଲରେ ଚେରି ମଞ୍ଜି ଗିଳି ଦେଇଛନ୍ତି ତେବେ ଭୟ କରନ୍ତୁ ନାହିଁ, ଏହା କୈଣସି ପ୍ରକାରେ ଆପଣଙ୍କ ଶରୀରର ବାହାରକୁ ଆସିଯିବ। ଚେରି ଖାଇବାବେଳେ ଏହାର ମଞ୍ଜି…
ସ୍ୱାସ୍ଥ୍ୟ ଟିପ୍ସ: ପଇଡ ପାଣି ପିଇବା ଦ୍ବାରା ଶରୀର ପ୍ରତି ବେଶ ଭଲ ବୋଲି ବହୁ ଆଗରୁ ସମସ୍ତେ ଜାଣିଛନ୍ତି। ଏପରିକି ଆୟୁର୍ବେଦରେ ମଧ୍ୟ ପଇଡ ପାଣି ପିଇଲେ ଶରୀର ପ୍ରତି ଭଲ ବୋଲି ପ୍ରମାଣିତ ହୋଇଛି। ତେବେ ଏ ସବୁ ଭିତରେ ମଧ୍ୟ ପଇଡ ପାଣିକୁ ନେଇ କିଛି ନା କିଛି ବିଶ୍ବ ଗବେଷଣାଗାରରେ ପରୀକ୍ଷା ନିରୀକ୍ଷା ଚାଲିଛି। ସେହିପରି ପାଇଡ ପାଣିକୁ ନେଇ ଏକ ଚମତ୍କାର ଗବେଷଣା ରିପୋର୍ଟ ଆସିଛି। ତାହା ହେଲା ପଇଡ ପାଣି ନିୟମିତ ପିଇଲେ ଏହା ଉଚ୍ଚ ରକ୍ତଚାପକୁ ନିୟନ୍ତ୍ରଣ କରିଥାଏ। ଲଣ୍ଡନରର କେତେକ ଗବେଷକ ଏହା ଉପରେ ଗବେଷଣା କରି ଏହା ନିଶ୍ଚିତ ହୋଇଛନ୍ତି। ଏ ସଂପର୍କରେ ମେଡିକାଲ ଜର୍ଣ୍ଣାଲରେ ଏକ ରିପୋର୍ଟ ମଧ୍ୟ ପ୍ରକାଶିତ ହୋଇଛି। ଏହି ଗବେଷକମାନେ ପଇଡ ପାଣି ବ୍ୟବହାର କରି କେତେକ ଉଚ୍ଚ ରକ୍ତଚାପ ବ୍ୟକ୍ତିଙ୍କୁ ପରୀକ୍ଷା କରିଥିଲେ। ଆଶ୍ଚର୍ଯ୍ୟ ଭାବେ ସେମାନଙ୍କର ରକ୍ତଚାପ ନିୟନ୍ତ୍ରଣ ଭିତରକୁ…
ନୂଆଦିଲ୍ଲୀ: ଦକ୍ଷିଣ ଭାରତୀୟ ରାଜ୍ୟ କର୍ଣ୍ଣାଟକରେ ବିଧାନସଭା ନିର୍ବାଚନ ପାଇଁ ପ୍ରସ୍ତୁତି ଚାଲିଛି। ଆସନ୍ତା ମାସର ଦ୍ୱିତୀୟ ସପ୍ତାହରେ (ମେ ୧୦ ତାରିଖ) ଏଠାରେ ମତଦାନ ଅନୁଷ୍ଠିତ ହେବ। ଏହା ପରେ ୧୩ ତାରିଖରେ ନିର୍ବାଚନ ଫଳାଫଳ ପ୍ରକାଶ ପାଇବ। ଏହା ପୂର୍ବରୁ ଅନେକ ଚ୍ୟାନେଲ ଦ୍ୱାରା ମତାମତ ସର୍ଭେ କରାଯାଇଛି। ଟିଭି୯ ସି-ଭୋଟର ର ସର୍ଭେରେ, ଆମେ ବୁଝିପାରିବା ଯେ ଏଠାରେ ପରବର୍ତ୍ତୀ ସରକାର କିଏ ଗଠନ କରିବେ?… କର୍ଣ୍ଣାଟକ ନିର୍ବାଚନ ପାଇଁ ଭୋଟ୍ ଦେବା ପୂର୍ବରୁ ଟିଭି୯ ସି-ଭୋଟର ଦ୍ୱାରା କରାଯାଇଥିବା ଏକ ସର୍ଭେରେ ହଜାର ହଜାର ଲୋକଙ୍କ ଠାରୁ ମତାମତ ନିଆଯାଇଥିଲା। ସେହି ଆଧାରରେ ଏଠାରେ ସିଦ୍ଧାନ୍ତ ନିଆଯାଇଥିଲା ଯେ କେଉଁ ଦଳ ଏଠାରେ ସରକାର ଗଠନ କରିପାରିବେ। ସର୍ଭେ ଅନୁଯାୟୀ କର୍ଣ୍ଣାଟକର ପୁରୁଣା ମାଇସୁରରେ ୫୫ ଟି ସିଟ୍ ମଧ୍ୟରୁ ବିଜେପି ୪ ରୁ ୮ ଟି ସିଟ୍ ପାଉଥିବାବେଳେ କଂଗ୍ରେସ ୨୧ ରୁ ୨୫…
ସିଙ୍ଗାପୁର: ଏକ କିଲୋଗ୍ରାମ ଭାଙ୍ଗ ଚୋରା ଚାଲାଣ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ଜଣେ କଏଦୀଙ୍କୁ ବୁଧବାର ସିଙ୍ଗାପୁରରେ ଫାଶୀ ଦିଆଯାଇଛି। ଏଥିପାଇଁ ରାଜ୍ୟରେ ମୃତ୍ୟୁଦଣ୍ଡ ରଦ୍ଦ କରିବାକୁ ଆନ୍ତର୍ଜାତୀୟ ଆବେଦନକୁ ମଧ୍ୟ ଅଣଦେଖା କରାଯାଇଛି। ଜାତିସଂଘର ମାନବାଧିକାର କାର୍ଯ୍ୟାଳୟ ସିଙ୍ଗାପୁର ପାଇଁ ହୋଇଥିବା ନିଷ୍ପତ୍ତିକୁ ‘ତୁରନ୍ତ ପୁନର୍ବିଚାର କରିବାକୁ’ ଅନୁରୋଧ କରିବା ସତ୍ତ୍ୱେ ବ୍ରିଟିଶ ଟାଇକୁନ୍ ରିଚର୍ଡ ବ୍ରେନ୍ସନ୍ ଙ୍କ ଦ୍ୱାରା ବନ୍ଦ ଡାକରା ଦିଆଯାଇଛି। ସିଙ୍ଗାପୁରର କାରାଗାର ସେବା ମୁଖପାତ୍ର ଗଣମାଧ୍ୟମକୁ କହିଛନ୍ତି ଯେ, ୪୬ ବର୍ଷିୟ ସିଙ୍ଗାପୁରର ତଙ୍ଗାରାଜୁ ସୁପାୟାଙ୍କୁ ଆଜି ଚାଙ୍ଗି ଜେଲ କମ୍ପ୍ଲେକ୍ସରେ ମୃତ୍ୟୁଦଣ୍ଡ ଦିଆଯାଇଛି। ତଙ୍ଗାରାଜୁ ୨୦୧୭ ରେ ‘ଚୋରା ଚାଲାଣରେ ଲିପ୍ତ ରହିବାକୁ’ ଦୋଷୀ ସାବ୍ୟସ୍ତ ହୋଇଥିଲେ। ତାଙ୍କୁ ୨୦୧୮ରେ ମୃତ୍ୟୁଦଣ୍ଡ ଦିଆଯାଇଥିଲା ଏବଂ ଅପିଲ୍ କୋର୍ଟ ଏହି ରାୟକୁ ସମର୍ଥନ କରିଥିଲା।
ନୂଆଦିଲ୍ଲୀ: ଏମସିଡି ନିର୍ବାଚନ ପୂର୍ବରୁ ବିଜେପି ପ୍ରାର୍ଥୀଙ୍କ ନାମାଙ୍କନ ପ୍ରତ୍ୟାହାର ହୋଇଛି। ଯାହାପରେ ନିର୍ବିରୋଧ AAP ପ୍ରାର୍ଥୀ ନିର୍ବାଚିତ ହୋଇଛନ୍ତି। ଦ୍ୱିତୀୟ ଥର ପାଇଁ ମେୟର ନିର୍ବାଚନରେ ଡକ୍ଟର ଶୈଳୀ ଓବରୋୟ ଜିତିଥିବାବେଳେ ଆଲେ ମହମ୍ମଦ ଇକବାଲ ଦ୍ୱିତୀୟ ଥର ପାଇଁ ଡେପୁଟି ମେୟର ନିର୍ବାଚନରେ ଜିତିଛନ୍ତି। ଦ୍ୱିତୀୟ ଥର ପାଇଁ ଏମସିଡି ମେୟର ହୋଇଥିବାରୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଡକ୍ଟର ଶୈଳୀ ଓବରୋୟଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସେ ଟ୍ୱିଟ୍ କରି ଲେଖିଛନ୍ତି ଯେ, ‘ଶୈଳୀ ଏବଂ ଆଲେଙ୍କୁ ଏଥର ଅବସରପ୍ରାପ୍ତ ମେୟର ଏବଂ ଡେପୁଟି ମେୟର ହୋଇଥିବାରୁ ଅଭିନନ୍ଦନ। ଉଭୟଙ୍କୁ ଶୁଭେଚ୍ଛା। ଲୋକମାନେ ଆମଠାରୁ ବହୁତ ଆଶା କରନ୍ତି। ସେମାନଙ୍କ ଆଶା ପୂରଣ କରିବାକୁ କଠିନ ପରିଶ୍ରମ କରନ୍ତୁ।

