ଚାଣକ୍ୟ ନୀତି: ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ଚାଣକ୍ୟ ନୀତିରେ କେଉଁ ଲୋକଙ୍କୁ କେବେ ବି ବିଶ୍ବାସ କରିବ ନାହିଁ ତାହାର ଉଲ୍ଲେଖ କରିଛନ୍ତି। ଚାଣକ୍ୟ ନୀତି ଅନୁସାରେ ଯେଉଁମାନେ ସାକ୍ଷାତରେ ସବୁବେଳେ ମିଠା କଥା କହନ୍ତି ସେମାନଙ୍କୁ ବର୍ଜନ କରନ୍ତୁ। କାରଣ ମିଠା କଥା କହି ଆପଣଙ୍କ ବିଶ୍ବାସକୁ ସେମାନେ ହରଣ କରନ୍ତି। ଆଉ ଠିକ୍ ସମୟରେ ପଛରୁ ଛୁରାଘାତ କରିଥାନ୍ତି। ଏହି ଶ୍ରେଣୀର ଲୋକେ ଆପଣଙ୍କୁ ବିଶ୍ବାସ ଜନ୍ମମାଇ ଆପଣଙ୍କର ଗୁପ୍ତ କଥା ହାତେଇ ନିଅନ୍ତି। ପରବର୍ତ୍ତି ସମୟରେ ଆପଣଙ୍କୁ ଘାଟାରେ ପକାନ୍ତି। ସେଥିପାଇଁ ମିଷ୍ଟଭାଷୀ ଲୋକଙ୍କଠାରୁ ସବୁବେଳେ ଦୂରେଇ ରହନ୍ତୁ। କଦାପି ସେମାନଙ୍କୁ ବିଶ୍ବାସକୁ ନିଅନ୍ତୁ ନାହିଁ। ହଁ ଆପଣ ତାଙ୍କ ସହିତ ସଂପର୍କ ରଖିପାରନ୍ତି, ହେଲେ ଗଭୀର ସଂପର୍କ ରଖନ୍ତୁ ନାହିଁ। ଏମାନେ ହେଉଛନ୍ତି ପୂର୍ଣ ବିଷ ମାଠିଆ ଉପରେ ଥିବା କିଛି ଅମୃତ ସଦୃଶ୍ୟ।
Author: Samikhsya Bureau
ନୂଆଦିଲ୍ଲୀ: କନ୍ନଡ ଟିଭି ଇଣ୍ଡଷ୍ଟ୍ରିରୁ ଦୁଃଖଦ ଖବର ଆସୁଛି। ପ୍ରସିଦ୍ଧ କନ୍ନଡ ଟିଭି ଅଭିନେତା ସମ୍ପତ ଜେ ରାମଙ୍କ ଦେହାନ୍ତ ହୋଇଛି। ଖବର ଅନୁଯାୟୀ, ସମ୍ପତ ଜେ ରାମ ଆତ୍ମହତ୍ୟା କରି ଜୀବନ ହରାଇଛନ୍ତି। ୩୫ ବର୍ଷ ବୟସରେ ସମ୍ପତ ଜେ ରାମଙ୍କ ମୃତ୍ୟୁକୁ ନେଇ ସମସ୍ତେ ଚକିତ ଓ ନିରାଶ ହୋଇଛନ୍ତି। ସମ୍ପତ ଜେ ରାମଙ୍କ ମୃତ୍ୟୁ ଖବର ଶୁଣିବା ପରେ ଇଣ୍ଡଷ୍ଟ୍ରିରେ ଶୋକର ଲହରୀ ଖେଳିଯାଇଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଏପ୍ରିଲ୍ ୨୨ ତାରିଖରେ କନ୍ନଡ ଟିଭି ଇଣ୍ଡଷ୍ଟ୍ରିର ଜଣାଶୁଣା କଳାକାର ସମ୍ପତ ଜେ ରାମ ମୃତ୍ୟୁକୁ ଗ୍ରହଣ କରିଛନ୍ତି। କୁହାଯାଉଛି ଯେ, କର୍ଣ୍ଣାଟକର ନେଲାମଙ୍ଗଲାସ୍ଥିତ ତାଙ୍କ ଘରେ ସମ୍ପତ ଆତ୍ମହତ୍ୟା କରିଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ସମ୍ପତ ଜେ ରାମ ତାଙ୍କ ବ୍ୟକ୍ତିଗତ ଜୀବନରେ ସମସ୍ୟା ହେତୁ ଦୀର୍ଘ ସମୟ ଧରି ଡିପ୍ରେସନରେ ଚାଲୁଥିଲେ। କନ୍ନଡ ଟିଭି ଅଭିନେତା ସମ୍ପତ ତାଙ୍କ କ୍ୟାରିୟରର ଉତ୍ଥାନ ଏବଂ କ୍ରମାଗତ…
କଟକ: ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ପ୍ରତାପ ଗ୍ରାମର ଏକ ପରିବାରକୁ ବାସନ୍ଦ କରାଯାଇଥିବା ମାମଲାରେ ଉପଯୁକ୍ତ ତଦନ୍ତ କରିବାକୁ ହାଇକୋର୍ଟ ପୁଲିସକୁ ନିର୍ଦ୍ଦେଶ ଦେଇଛନ୍ତି। ପୁଲିସର ନିଷ୍କ୍ରିୟତା ବିରୋଧରେ ଆଗତ ମାମଲାରେ ବାଣପୁର ଥାନା ଆଇଆଇସିଙ୍କୁ ବିଚାରପତି ଏସ୍. କେ. ପାଣିଗ୍ରାହୀ ଏହି ନିର୍ଦ୍ଦେଶ ଦେବା ସହିତ ମାମଲାର ଅନ୍ତ ଘଟାଇଛନ୍ତି। ମାମଲାର ବିବରଣୀରୁ ପ୍ରକାଶ ଯେ, ପ୍ରତାପ ଗ୍ରାମର ବାସନ୍ତୀ ବେହେରାଙ୍କୁ କେତେକ ବ୍ୟକ୍ତି ଗ୍ରାମରୁ ବାସନ୍ଦ କରିଥିବା ନେଇ ସେ ବାଣପୁର ଥାନାରେ ଅଭିଯୋଗ କରିଥିଲେ। ପୂର୍ବରୁ ହାଇକୋର୍ଟରେ ଅପରପକ୍ଷଙ୍କ ବିରୋଧରେ ବାସନ୍ତୀ କରିଥିବା ମାମଲା ବିଚାରାଧୀନ ରହିଥିଲାବେଳେ ଅପରପକ୍ଷ କେସ୍ ଉଠାଇନେବାକୁ ବାସନ୍ତୀଙ୍କ ସ୍ୱାମୀଙ୍କୁ କହିବା ସହ କେସ୍ ନ ଉଠାଇଲେ ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ। କଙ୍ଗାରୁ କୋର୍ଟ କରି ସେମାନଙ୍କ ଉପରେ ମୋଟା ଅଙ୍କର ଜୋରିମାନା କରି ଗ୍ରାମରୁ ବାସନ୍ଦ କରିଥିଲେ। ଗ୍ରାମର ଲୋକମାନେ କେହି ତାଙ୍କ ପରିବାରକୁ ସହଯୋଗ ନ କରିବାକୁ…
ମେଷ- ଏକ ନୂତନ ଯୋଜନା ପ୍ରସ୍ତୁତ ହେବ। କାର୍ଯ୍ୟ ପ୍ରଣାଳୀରେ ଉନ୍ନତି ହେବ। ସାମାଜିକ କାର୍ଯ୍ୟ କରିବାକୁ ପ୍ରେରଣା ପାଇବେ । ସମ୍ମାନ ପାଇବେ । ନୂତନ ବ୍ୟବସାୟ ଚୁକ୍ତି ହୋଇପାରେ । ଏକ ପୁରୁଣା ରୋଗ ପୁନର୍ବାର ହୋଇପାରେ। ଦୁଷ୍ଟମାନଙ୍କଠାରୁ ଦୂରରେ ରୁହନ୍ତୁ । ବିନିଯୋଗରେ ଚତୁରତାର ସହ କାର୍ଯ୍ୟ କରନ୍ତୁ। ନୂତନ ଚାକିରି କରିବାକୁ ସକ୍ଷମ ହେବେ । ବୃଷ- ବକେୟା ରାଶି ପୁନରୁଦ୍ଧାର ପାଇଁ ପ୍ରୟାସ ସଫଳ ହେବ। ବ୍ୟବସାୟ ଯାତ୍ରା ସଫଳ ହେବ। ଲାଭ ସୁଯୋଗ ଆସିବ । ବ୍ୟବସାୟ କାର୍ଯ୍ୟ ଅନୁକୂଳ ଲାଭ ପ୍ରଦାନ କରିବ। ଚାକିରିରେ ଶାନ୍ତି ଏବଂ ସୁଖ ରହିବ। ଶାରୀରିକ କଷ୍ଟ ସମ୍ଭବ ହୋଇପାରେ। ଏକ ଅପ୍ରତ୍ୟାଶିତ ଘଟଣାର ସମ୍ଭାବନା ରହିବ। ଅର୍ଥ ଏବଂ ବିଶ୍ରାମ ସମୟ ଯଥେଷ୍ଟ ହେବ । ଆପଣଙ୍କ ସ୍ୱାସ୍ଥ୍ୟର ବିଶେଷ ଯତ୍ନ ନିଅନ୍ତୁ। ମିଥୁନ- ଧର୍ମ ପ୍ରତି ଆଗ୍ରହ ପ୍ରକାଶ କରିବେ । ଆପଣ କୌଣସି ଧାର୍ମିକ କାର୍ଯ୍ୟକ୍ରମରେ…
ଭୁବନେଶ୍ଵର: ଝାରସୁଗୁଡାର ବରିଷ୍ଠ ବିଜେପି ନେତା ତଥା ଝାରସୁଗୁଡ଼ା ବାର୍ ଆସୋସିଏସନର ସଭାପତି ତ୍ରିନାଥ ଗୁଆଳ ଆଜି ବିଜୁ ଜନତା ଦଳରେ ଯୋଗ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଦର୍ଶ ତଥା ଓଡ଼ିଶାର ସାମଗ୍ରିକ ବିକାଶ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଲୋକାଭିମୁଖୀ କାର୍ଯ୍ୟରେ ଅନୁପ୍ରାଣିତ ହୋଇ ସେ ବିଜେପି ଛାଡି ବିଜେଡିରେ ସାମିଲ ହୋଇଥିବା ଶ୍ରୀ ଗୁଆଳ ପ୍ରକାଶ କରିଛନ୍ତି। ଆଜି ସନ୍ଧ୍ୟାରେ ରାଜ୍ୟ ବିଜେଡି ମୁଖ୍ୟ କାର୍ଯ୍ୟାଳୟ “ଶଙ୍ଖ ଭବନ”ରେ ଆୟୋଜିତ ଏକ ମିଶ୍ରଣ ପର୍ବରେ ବିଜୁ ଜନତା ଦଳର ବରିଷ୍ଠ ଉପସଭାପତି ଦେବୀ ପ୍ରସାଦ ମିଶ୍ର ଦଳୀୟ ଉତ୍ତରୀୟ ଦେଇ ଶ୍ରୀ ଗୁଆଳଙ୍କୁ ଦଳକୁ ସ୍ଵାଗତ କରିଥିଲେ। ରାଜ୍ୟସଭା ସାଂସଦ ତଥା ବିଜେଡି ସାଧାରଣ ସମ୍ପାଦକ ମାନସ ମଙ୍ଗରାଜଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ମିଶ୍ରଣ ସଭାରେ ଝାରସୁଗୁଡ଼ା ଜିଲ୍ଲା ପର୍ଯ୍ୟବେକ୍ଷକ ବିଧାୟକ ଶାରଦା ପ୍ରସାଦ ନାୟକ ଏବଂ ବ୍ରଜରାଜନଗର ବିଧାୟିକା ଅଳକା ମହାନ୍ତି ଉପସ୍ଥିତ ଥିଲେ। ଏହି ଅବସରରେ ଶ୍ରୀ…
ଭୁବନେଶ୍ଵର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତର ସମୃଦ୍ଧ କ୍ରୀଡ଼ା ପରମ୍ପରା ଓ ବିବିଧତା ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଲାଗି କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଓଡ଼ିଶା ପକ୍ଷରୁ ଆୟୋଜନ କରାଯାଇଥିବା ପାରମ୍ପରିକ କ୍ରୀଡ଼ା ମହୋତ୍ସବ ଭଳି ପ୍ରୟାସକୁ ପ୍ରଶଂସା କରିଛନ୍ତି। କେନ୍ଦ୍ର ରାଷ୍ଟ୍ର ମନ୍ତ୍ରୀ ଡକ୍ଟର ସୁଭାଷ ସରକାରଙ୍କ ଏକ ଟୁଇଟର ଉତ୍ତରରେ ପ୍ରଧାନମନ୍ତ୍ରୀ ଟୁଇଟ୍ କରି କହିଛନ୍ତି ଯେ, ‘‘ଭାରତର ସମୃଦ୍ଧ କ୍ରୀଡ଼ା ପରମ୍ପରା ଓ ବିବିଧତା ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଲାଗି କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଓଡ଼ିଶା ପକ୍ଷରୁ ଆୟୋଜନ କରାଯାଇଥିବା ପାରମ୍ପରିକ କ୍ରୀଡ଼ା ମହୋତ୍ସବ ଭଳି ପ୍ରୟାସ ବାସ୍ତବରେ ପ୍ରଶଂସନୀୟ।’’
ଭୁବନେଶ୍ବର: ଓଡିଶା ସରକାରଙ୍କ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ବିଦ୍ୟାଳୟ କୋଣାର୍କରେ ୨୦୧୯ ମସିହା ଠାରୁ ଧନ୍ଦାମୂଳକ ଶିକ୍ଷା ତୃତୀୟ ଭାଷା ଭାବରେ ଶିକ୍ଷା ପ୍ରଦାନ କରାଯାଉଅଛି। ଧନ୍ଦାମୂଳକ ଶିକ୍ଷା ଦକ୍ଷତା ବିକାଶ କ୍ଷେତ୍ରରେ ପ୍ରଥମ ସୋପାନ ଭାବରେ ବିଦ୍ୟାଳୟମାନଙ୍କରେ ଶିକ୍ଷା ଦାନ କରାଯାଉଛି। ଧନ୍ଦାମୂଳକ ଶିକ୍ଷା ପିଲାମାନଙ୍କୁ ସ୍ୱାବଲମ୍ବୀ, ଆତ୍ମନିର୍ଭରଶୀଳ ଏବଂ ସ୍ୱରୋଜଗାରକ୍ଷମ ପାଇଁ ଏକ ପ୍ରମୁଖ ଭୂମିକା ନେଇଛି। ବିଶ୍ୱ ଦକ୍ଷତା କ୍ଷେତ୍ରରେ ଓଡିଶା ଏକ ପ୍ରମୁଖ ରାଜ୍ୟ ଏବଂ ମାର୍ଚ୍ଚ -୨୦୨୧ ରେ ଓଡିଶାର ରାଜଧାନୀ ଭୁବନେଶ୍ୱର ଠାରେ ୱାର୍ଲ୍ଡ ସ୍କିଲ୍ଡ ସେଣ୍ଟର ପ୍ରତିଷ୍ଠା କରାଯାଇଛି। ଓଡିଶା ସ୍କିଲ୍ କନ୍କ୍ଲେଭ୍-୨୦୨୩ ପ୍ରଥମଥର ପାଇଁ ଓଡିଶା କଳିଙ୍ଗ ଷ୍ଟାଡିଅମ ଠାରେ ଏପ୍ରିଲ ୨୦ ତାରିଖ ଠାରୁ ୨୨ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଯାଇଛି। ଏଥିରେ ସରକାରୀ ଅନୁସୂଚିତ ଜାତି/ଅନୁସୂଚିତ ଜନଜାତି ବିଦ୍ୟାଳୟ, କୋଣାର୍କର ଧନ୍ଦାମୂଳକ ଶିକ୍ଷାରେ ଅଧ୍ୟୟନ କରୁଥିବା ୧୦ ଜଣ ଛାତ୍ରଛାତ୍ରୀଙ୍କ ସମେତ…
କନ୍ଦର୍ପ ବେହେରା ରେଢ଼ାଖୋଲ: ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଥାନା ଅନ୍ତର୍ଗତ ୫୫ ନଂ ଜାତୀୟ ରାଜପଥ ଝରଣପଦା ଗ୍ରାମ ନିକଟ ବ୍ରିଜ୍ ଠାରେ ଏକ ମର୍ମନ୍ତୁତ ସଡ଼କ ଦୁର୍ଘଟଣା ଘଟି ଜଣେ ନାବାଳିକାର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ସୂଚନା ଯୋଗ୍ୟ ଯେ, ରେଢ଼ାଖୋଲ ଥାନା ଲୁହାପଙ୍କ ପଂଚାୟତ ଝରଣପଦା ଗ୍ରାମର କୃଷ୍ଣଚନ୍ଦ୍ର ବେହେରାଙ୍କ ୮ ବର୍ଷିୟା କନ୍ୟା ତୁଳସୀ ବେହେରା ରାସ୍ତା କଡ଼ରେ ଛିଡା ହୋଇଥିବା ସମୟରେ ଦୃତ ଗତିରେ ଆସି ଏକ କୋଇଲା ବୋଝେଇ ଟ୍ରକ୍ ( ଓଡ଼ି ୦୮ ଓ ୦୩୬୩ ) ନାବାଳିକା ଉପରେ ମାଡ଼ି ଯାଇଥିଲା। ଘଟଣାସ୍ଥଳରେ ତୁଳସୀ ବେହେରାଙ୍କ ମୃତ୍ୟୁ ହୋଇଯାଇଥିଲା। ଗ୍ରାମବାସୀ ପହଂଚି ଜାତୀୟ ରାଜପଥରେ ଶବ ରଖି ରାସ୍ତା ଅବରୋଧ କରିଥିଲେ। ଖବର ପାଇ ରେଢ଼ାଖୋଲ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ସହିତ ରେଡ଼କ୍ରସ ପାଣ୍ଠିରୁ ସହାୟତା ପ୍ରଦାନ ପରେ ରାସ୍ତା ଅବରୋଧ ହଟିଥିଲା। କୋଇଲା…
ସୀତାରାମ ଅଗ୍ରୱାଲ ବାଣପୁର: ଆଜି ପବିତ୍ର ଅକ୍ଷୟ ତୃତୀୟା ବାଣପୁର ଅଞ୍ଚଳର ଘରେ ଘରେ ପାଳିତ ହୋଇଛି। ଚଷାପୁଅ ନିଜ ବିଲରେ ଅକ୍ଷି ମୁଠି ଅନୁକୂଳ କରି ଚାଷ କାର୍ଯ୍ୟ ଆରମ୍ଭ କରିଛି। ଏହି ପରିପ୍ରେକ୍ଷୀରେ ବାଣପୁର ବ୍ଲକର ଆତ୍ମା ତରଫରୁ ପବିତ୍ର ଅକ୍ଷୟ ତୃତୀୟା ଓ କୃଷକ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। ଆତ୍ମାର ଅଧ୍ୟକ୍ଷ ଜଗତ ବଲ୍ଲଭ ମହାରଥାଙ୍କ ସଭାପତିତ୍ୱରେ ଉକ୍ତ କାର୍ଯ୍ୟକ୍ରମ ସମ୍ପାଦନ ହୋଇଛି। ପ୍ରଥମେ ବାଣପୁର ଅଂଚଳର ବାଲିପଦର ଗ୍ରାମ ନିକଟସ୍ଥ ଲୋକନାଥଙ୍କ ମନ୍ଦିରରେ ପୂଜା ଅର୍ଚ୍ଚନା ଓ ସଙ୍କୀର୍ତ୍ତନ କରି କୃଷକ ମାନେ ହଳଧରି ଆସି ଗାୟତ୍ରୀ ମନ୍ଦିର ନିକଟ ଏକ ଜମିରେ ଅକ୍ଷି ମୁଠି ଅନୁକୂଳ କରିଥିଲେ। ଏହି କାର୍ଯ୍ୟକ୍ରମରେ ନାରାୟଣ ପାଲଟାସିଂ, ସୂର୍ଯ୍ୟକାନ୍ତ ସାମନ୍ତରାୟ, ରମେଶ ଚନ୍ଦ୍ର ପଣ୍ଡାଙ୍କ ସମେତ ଆଖପାଖ ଅଞ୍ଚଳରୁ ବହୁ କୃଷକ ସାମିଲ ହୋଇଥିଲେ। ଅକ୍ଷି ମୁଠି ଅନୁକୂଳ ପରେ ଗାୟତ୍ରୀ ମନ୍ଦିର ପରିସରରେ ସଭାପତି ମହାରଥାଙ୍କ…
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସରକାର ଦେଶର ଭିତ୍ତିଭୂମି ବିକାଶ ଉପରେ ଗୁରୁତ୍ୱାରୋପ କରୁଛନ୍ତି। ବିଶେଷକରି ଜାତୀୟ ରାଜପଥ କ୍ଷେତ୍ରରେ ଏକ ବଡ଼ ପରିବର୍ତ୍ତନ ହୋଇଛି ଏବଂ ସେଗୁଡିକ ରେକର୍ଡ ବେଗରେ ନିର୍ମାଣ କରାଯାଉଛି। ସରକାରୀ ତଥ୍ୟ ଅନୁଯାୟୀ, ଗତ ନଅ ବର୍ଷ ମଧ୍ୟରେ ଦେଶରେ ପ୍ରାୟ ୫୦ ହଜାର କିଲୋମିଟର ଜାତୀୟ ରାଜପଥ ନିର୍ମାଣ କରାଯାଇଛି। ପରିସଂଖ୍ୟାନ ଅନୁଯାୟୀ, ୨୦୧୪-୧୫ ପର୍ଯ୍ୟନ୍ତ ଦେଶରେ ଜାତୀୟ ରାଜପଥର ମୋଟ ଦୈର୍ଘ୍ୟ ୯୭,୮୩୦ କିଲୋମିଟର ଥିଲା। ଯାହା ମାର୍ଚ୍ଚ ୨୦୨୩ ରେ ୧,୪୫,୧୫୫ କିଲୋମିଟରକୁ ବୃଦ୍ଧି ପାଇଛି। ୨୦୧୪-୧୫ ବର୍ଷରେ ଦୈନିକ ୧୨.୧ କିଲୋମିଟର ରାସ୍ତା ନିର୍ମାଣ କରାଯାଉଥିବା ବେଳେ ୨୦୨୧-୨୨ ମସିହାରେ ଦେଶରେ ସଡକ ନିର୍ମାଣର ଗତି ଦିନକୁ ୨୮.୬ କିଲୋମିଟରକୁ ବୃଦ୍ଧି ପାଇଛି। ପ୍ରକାଶ ଥାଉ କି ଦେଶର ଅର୍ଥନୀତିରେ ରାସ୍ତା ଏବଂ ରାଜପଥ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ସଡକ ପରିବହନ କେବଳ ଅର୍ଥନୈତିକ ବିକାଶ ପାଇଁ…
ସୀତାରାମ ଅଗ୍ରୱାଲ ବାଣପୁର: ଓଡିଶାର କୃଷିଭିତ୍ତିକ ପର୍ବ ଅକ୍ଷୟ ତୃତୀୟା ଖୋର୍ଦ୍ଧା ଜିଲ୍ଲାର ସର୍ବଧର୍ମ ସମନ୍ଵୟର ପୀଠ ବାଣପୁରଠାରେ କୃଷକ ଭାଇଙ୍କ କୃଷି କ୍ଷେତ୍ରରେ ଅକ୍ଷି ମୁଠି ଅନୁକୂଳ ହେବା ସହିତ ଦେବା ଦେବୀଙ୍କ ପୀଠରେ ଆନନ୍ଦ ଉଲ୍ଲାସର ସହିତ ରଥ କାଠ ଅନୁକୂଳ ଏବଂ ଜୀଉମାନଙ୍କର ଚନ୍ଦନଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଆରାଧ୍ୟ ଠାକୁର ଶ୍ରୀ ଶ୍ରୀରଙ୍କନାଥ ଦେବଙ୍କ ପୀଠରେ ସମସ୍ତ ନୀତିକାନ୍ତି ସହିତ ଦେଉଳ ପୁରୋହିତଙ୍କ ଦ୍ଵାରା ରଥ ଖଳାଠାରେ ତିନୋଟି ଫାସିକାଠକୁ ରଖାଯାଇ ତିନି ବାଡ଼ରୁ ଆଜ୍ଞାମାଳ ଅଣାଯିବା ପରେସ୍ଥାପନ କରାଯାଇ ହୋମ ସରିବା ପରେବିଶ୍ଵକର୍ମାଙ୍କ ଦ୍ଵାରା ରଥ ଅନୁକୂଳ କରାଯାଇଥିଲା। ପରେ ଧୂପ ହୋଇ ମଦନମୋହନ ରାମକୃଷ୍ଣଙ୍କୁ ଚନ୍ଦନ କୁଣ୍ଡରେ ସ୍ଥାପନ କରାଯାଇ ଶୀତଳ ମଣୋହି ଓ ଆଳତି ପରେ ପହୁଡ଼ ହୋଇଥିଲା। ସେହିପରି ଶ୍ରୀ ଶ୍ରୀଦକ୍ଷେଶ୍ଵର ଭଗବତୀଙ୍କ ପୀଠରେ ମଧ୍ୟ ସମସ୍ତ ନୀତିକାନ୍ତି ପରେ ପରିଚ୍ଛା ସାଆନ୍ତ ଶ୍ରୀ ଶ୍ରୀ ଗୋପୀନାଥ, ଚନ୍ଦ୍ରଶେଖର ଏବଂ ମା’…
ନୂଆଦିଲ୍ଲୀ: କ୍ରିକେଟ୍ ରେ ମଧ୍ୟ ଅନ୍ଧବିଶ୍ୱାସ ଅଛି। ଯେତେବେଳେ ରାଜସ୍ଥାନ ରୟାଲ୍ସ ବିପକ୍ଷ ପ୍ରଥମ ବଲରେ ବିରାଟ କୋହଲିଙ୍କୁ ଆଉଟ କରାଯାଇଥିଲା, ସେତେବେଳେ ଏକ ବଡ଼ ବଡ ତାଙ୍କ ପାଇଁ ସବୁଜ ଜର୍ସିକୁ ଅଶୁଭ ବୋଲି କହିବା ଆରମ୍ଭ କରିଥିଲା। କାରଣ ଏହି ରଙ୍ଗୀନ କିଟରେ କୋହଲିଙ୍କ ସହିତ ଦ୍ୱିତୀୟ ଥର ପାଇଁ ଏହା ଘଟିଥିଲା। କିନ୍ତୁ ଏହି ଆଲୋଚନା ବର୍ତ୍ତମାନ ସୁଦ୍ଧା ଶେଷ ହୋଇ ନାହିଁ। ଏପ୍ରିଲ୍ ୨୩ ତାରିଖର ଗଣିତ ସାମ୍ନାକୁ ଆସିଛି, ଯାହା ସ୍ପଷ୍ଟ ଭାବରେ କହୁଛି ଯେ, ଏହି ତାରିଖ ଆଇପିଏଲ୍ ର ଏହି କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ୍ ଙ୍କ ପାଇଁ ଏକ ବଡ ଶତ୍ରୁ ହୋଇପାରିଛି। ଏହାର କାରଣ ହେଉଛି ଆଇପିଏଲରେ ଏହି ତାରିଖରେ କୋହଲି ଥରେ କିମ୍ବା ଦୁଇଥର ନୁହେଁ, ମାତ୍ର ପାଞ୍ଚ ଥର ଶସ୍ତାରେ ଔତ ହୋଇଛନ୍ତି। ଏବଂ ଏଥିରେ ସେ ତିନିଥର ଖାତା ମଧ୍ୟ ଖୋଲିପାରିନାହାନ୍ତି। ଯେତେବେଳେ ଏହା କୌଣସି ଖେଳାଳିଙ୍କ…
ଭୁବନେଶ୍ୱର: ଓଡ଼ିଶାର ପରମ୍ପରାରେ ଦକ୍ଷତାର ଗୁରୁତ୍ୱ ବହୁ ପୂର୍ବରୁ ରହିଆସିଛି। ଆବାହାମାନ କାଳରୁ ଓଡ଼ିଶାର ଭୂମିରେ କଳା, ସାହିତ୍ୟ, ସଂସ୍କୃତି ଓ ବାଣିଜ୍ୟରେ ଦକ୍ଷତାର ପରାକାଷ୍ଠା ରହିଛି ବୋଲି ରବିବାର ଭୁବନେଶ୍ୱର ସ୍ଥିତ ଆଇଏମଏମଟି ପରିସରରେ ଜି-୨୦ ଶିକ୍ଷା ଓ୍ୱାର୍କିଂ ଗ୍ରୁପ ବୈଠକ ପରିପ୍ରେକ୍ଷୀରେ ଆୟୋଜିତ “ଭବିଷ୍ୟତର କାର୍ଯ୍ୟଶୈଳୀ ଓ ଦକ୍ଷତା ପ୍ରଦର୍ଶନୀ”ର ଉଦଘାଟନ କରିବା ଅବସରରେ କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଏହି ଅବସରରେ ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରଣାଳୟ ପକ୍ଷରୁ ଆୟୋଜିତ “ଭବିଷ୍ୟତ କାର୍ଯ୍ୟଶୈଳୀରେ ଗହନ ପ୍ରଯୁକ୍ତି ସହ ଆଧୁନିକ ପ୍ରଯୁକ୍ତିବିଦ୍ୟା ଉପରେ ଗୁରୁତ୍ୱ” କଥାବସ୍ତୁ ଉପରେ ଆୟୋଜିତ ସମ୍ମିଳନୀରେ ସମ୍ବୋଧନ କରିଥିଲେ। ସେ କହିଛନ୍ତି ଯେ ବିଶ୍ୱ ଦ୍ରୁତ ଗତିରେ ପରିବର୍ତ୍ତନ ହେଉଛି। ବିଶ୍ୱର ପରିବର୍ତ୍ତନ ସହ ତାଳ ଦେବାକୁ ଦକ୍ଷତା ବିକାଶ ନିତ୍ୟାନ୍ତ ଆବଶ୍ୟକ। ଦକ୍ଷତା ବିକାଶ ଉପରେ ପ୍ରଧାନମନ୍ତ୍ରୀ ମୋଦି ସର୍ବଦା…
ନୂଆଦିଲ୍ଲୀ: ବଜରଙ୍ଗ ପୁନିଆଙ୍କ ସମେତ ଅନେକ କୁସ୍ତିଯୋଦ୍ଧା ପୁଣିଥରେ ଦିଲ୍ଲୀର ଜନ୍ତର ମନ୍ତ୍ରରରେ ବିରୋଧ ଆରମ୍ଭ କରିଛନ୍ତି। ଏଥି ସହିତ ଅପରାହ୍ନ ୪ ଟା ସମୟରେ କୁସ୍ତିମାନଙ୍କ ତରଫରୁ ଏକ ସାମ୍ବାଦିକ ସମ୍ମିଳନୀ କରି ସମ୍ପୂର୍ଣ୍ଣ ସୂଚନା ଦିଆଯାଇଛି। ରେସଲର ସାକ୍ସି ମଲିକ କହିଛନ୍ତି ଯେ, ଆମେ ଦୁଇ ଦିନ ପୂର୍ବେ ସିପି ପୋଲିସ ଷ୍ଟେସନରେ ଅଭିଯୋଗ କରିଥିଲୁ। କୌଣସି ଶୁଣାଣି ହୋଇନାହିଁ। ୭ ଜଣ ଝିଅ ଏଫଆଇଆର ଦାଖଲ କରିଥିଲେ। ଜଣେ ଝିଅ ନାବାଳିକା ଏବଂ ପୋସ୍କୋ ଅଧୀନରେ ଆସେ। ଅଢେଇ ମାସ ବିତିଗଲାଣି, କିନ୍ତୁ କମିଟି ପକ୍ଷରୁ କୌଣସି ନିଷ୍ପତ୍ତି ଆସିନାହିଁ। ସାକ୍ସି ମଲିକ କହିଛନ୍ତି ଯେ, ସେଠାରେ ଯୌନ ନିର୍ଯାତନା ମାମଲା ବ୍ରିଜ ଭୂଷଣ ଚରଣ ସିଂଙ୍କ ବିରୋଧରେ ଥିଲା। ମାମଲାର ଶୁଣାଣି ହୋଇନଥିଲା, ତେଣୁ ଆମେ ପରାସ୍ତ ହୋଇ ଏଠାକୁ ଫେରିବାକୁ ବାଧ୍ୟ ହୋଇଥିଲୁ। ଲୋକମାନେ ଆମକୁ ମିଥ୍ୟାବାଦୀ ବୋଲି ଭାବିବା ଆରମ୍ଭ କରିଛନ୍ତି, ଲୋକମାନେ…
ଭୁବନେଶ୍ଵର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ବିଶ୍ୱ ବ୍ୟାଙ୍କର ଲଜିଷ୍ଟିକ୍ସ ପ୍ରଦର୍ଶନ ସୂଚକାଙ୍କରେ ଭାରତ ଉଲ୍ଲେଖନୀୟ ପ୍ରଦର୍ଶନ କରି ୧୬ଟି ସ୍ଥାନ ଆଗେଇ ଥିବାରୁ ସନ୍ତୋଷ ବ୍ୟକ୍ତ କରିଛନ୍ତି। କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୁଷ ଗୋୟଲଙ୍କ ଟ୍ୱିଟ ପ୍ରତ୍ୟୁତ୍ତରରେ ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି ଯେ, “ଆମ ସଂସ୍କାରମୂଳକ କାର୍ଯ୍ୟକ୍ରମ ଦ୍ୱାରା ସଂଚାଳିତ ତଥା ଲଜିଷ୍ଟିକ୍ସ ଭିତ୍ତିଭୂମି ଉନ୍ନତ କରିବାରେ ଧ୍ୟାନ କେନ୍ଦ୍ରିତ କରିବାର ଏକ ଉତ୍ସାହଜନକ ଧାରା। ଏହି ଉନ୍ନତି ଦ୍ୱାରା ଖର୍ଚ୍ଚ କମିବ ଓ ଆମ ବ୍ୟବସାୟ ପ୍ରତିଦ୍ୱନ୍ଦିତାମୂଳକ ହେବ।”
ଭୁବନେଶ୍ଵର: ରାଜ୍ୟରେ ଅସହ୍ୟ ତାତିରୁ ମିଳିଛି ଆଶ୍ଵସ୍ତି। କାଳ ବୈଶାଖି ଯୋଗୁଁ ରାଜ୍ୟରେ ଏବେ ତାପମାତ୍ରା ହ୍ରାସ ପାଉଥିବା ବେଳେ ଆଗାମୀ ଦୁଇ ଦିନ ପାଇଁ କାଳ ବୈଶାଖି ଜାରି ରହିବ ବୋଲି ଅନୁମାନ କରାଯାଇଛି। ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ଅଂଚଳରେ ଘଡଘଡି ସହ ପ୍ରବଳ ବର୍ଷାର ସମ୍ଭାବନା ରହିଛି। ଏହା ସହିତ କିଛି ସ୍ଥାନରେ କୁଆପଥର ବର୍ଷା ହେବାର ସମ୍ଭାବନା ରହିଛି। ତେବେ ଏହି ସମୟରେ ୪୦ ରୁ ୫୦ କିମି ବେଗରେ ପବନ ବହିବାର ମଧ୍ୟ ଅନୁମାନ କରାଯାଉଛି। ଏହି କାଳ ବୈଶାଖି ଆସନ୍ତା ୫ ଦିନ ପର୍ଯ୍ୟନ୍ତ ଜାରି ରହିବ ଏବଂ ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଘଡଘଡି ସହ ବର୍ଷାର ସମ୍ଭବାନା ରହିଛି। ତେବେ ଆଜି ପାଇଁ ୧୩ ଟି ଜିଲ୍ଲାକୁ ଭୁବନେଶ୍ଵର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ସେହି ଜିଲ୍ଲାଗୁଡିକ ହେଲା କଳାହାଣ୍ଡି, ରାୟଗଡା,…
ବେଙ୍ଗାଲୁରୁ: ଜନତା ଦଳ (ସେକୁଲାର) ନେତା ତଥା କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ଏଚ୍ ଡି କୁମାରସ୍ୱାମୀ ଅସୁସ୍ଥ ଅନୁଭବ କରିବାରୁ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ଏବଂ ବର୍ତ୍ତମାନ ତାଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିର ଅଛି। ତାଙ୍କୁ ଚିକିତ୍ସା କରୁଥିବା ଡାକ୍ତର ଏହି ସୂଚନା ଦେଇଛନ୍ତି। କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ କହିଛି ଯେ, ୬୩ ବର୍ଷିୟ କୁମାରସ୍ୱାମୀଙ୍କର ଜ୍ୱର ହୋଇଛି ଏବଂ ଡାକ୍ତରମାନେ ତାଙ୍କୁ ବିଶ୍ରାମ ନେବାକୁ ପରାମର୍ଶ ଦେଇଛନ୍ତି। ସେ ଲଗାତାର ରାଜ୍ୟ ପରିଦର୍ଶନ କରୁଥିଲେ। କୁମାରସ୍ୱାମୀ କର୍ଣ୍ଣାଟକରେ ହେବାକୁ ଥିବା ମେ ୧୦ ତାରିଖ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଜେଡି (ଏସ) ପ୍ରାର୍ଥୀଙ୍କ ପାଇଁ ପ୍ରଚାର ଲାଗି କ୍ରମାଗତ ରାଜ୍ୟ ଗସ୍ତ କରୁଛନ୍ତି। ତାଙ୍କ କାର୍ଯ୍ୟାଳୟ ଏକ ବିବୃତ୍ତିରେ କହିଛି ଯେ, କୁମାରସ୍ୱାମୀ ଦଳର କର୍ମୀ ଏବଂ ନେତାମାନଙ୍କୁ ଚିନ୍ତା ନକରିବାକୁ ଅନୁରୋଧ କରିଛନ୍ତି ଏବଂ ବିଶ୍ରାମ ନେବା ପରେ ସେ ନିର୍ବାଚନ ପ୍ରଚାରରେ ଯୋଗଦେବେ ବୋଲି କହିଛନ୍ତି।…
ରଣପୁର: ଆଜି ଓଡ଼ିଶାର ପବିତ୍ର କୃଷିଭିତ୍ତିକ ପର୍ବ ଅକ୍ଷୟ ତୃତୀୟା। ଅକ୍ଷୟ ତୃତୀୟାରେ ମାଟି ମାଆକୁ ପୂଜା କରି ଅଖିମୁଠି ଅନୁକୂଳ କରିଛି ଚଷା ପୁଅ। କ୍ଷେତରେ ବିହନ ବୁଣିବା ସହ ଭଲ ଅମଳ ପାଇଁ ମାଟି ମାଆକୁ ପୂଜା କରିଛି ଚାଷୀକୁଳ। ଏହି ଦିନ ଜମିରେ ବିହନ ମୁଠାଏ ପକେଇ ପୂଜା କରି ଚାଷ ଆରମ୍ଭ କଲେ ଭଲ ଚାଷ ହୋଇଥାଏ ବୋଲି ବିଶ୍ୱାସ ରହିଛି। ଯାହାକୁ ବିଶ୍ୱାସ କରି ଅଖି ମୁଠି ଅନକୂଳ କରେ ଚାଷୀ। ଆଜି ଏହି ପବିତ୍ର ଅକ୍ଷୟ ତୃତୀୟା ଅବସରରେ ରଣପୁର ତଥା ରଣପୁର ଆଖପାଖ ସମସ୍ତ ଅଞ୍ଚଳରେ ଭୂମିପୂଜା ଓ ଅଖିମୁଠି ଅନୁକୂଳ ଉତ୍ସବରେ ଅନୁଷ୍ଠିତ ହୋଇ ଯାଇଛି। ଓଡ଼ିଶାରେ କୃଷିର ବିକାଶ ଓ କୃଷକଙ୍କ ଆର୍ଥିକ ମେରୁଦଣ୍ଡ ମଜବୁତ ହେଉ ବୋଲି ପ୍ରାର୍ଥନା କରିବା ସହ ସମସ୍ତ ଜନ ପ୍ରତିନିଧି ଓ ଜନସାଧାରଣ ସାମାଜିକ ଗଣ ମାଧ୍ୟମ ଜରିଆରେ ସମସ୍ତ କୃଷକ…
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଅକ୍ଷୟ ତୃତୀୟା କୃଷକ ଦିବସ ଅବସରରେ ଅନେକ ଲୋକାଭିମୁଖୀ କାର୍ଯ୍ୟକ୍ରମର ଉଦଘାଟନ କରିଛନ୍ତି। ମୁଖ୍ୟମନ୍ତ୍ରୀ ପ୍ରଥମେ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ଵବିଦ୍ୟାଳୟ ଯାଇ ସେଠାରେ ଅକ୍ଷୀ ମୁଠି ଅନୁକୂଳ କରି ରାଜ୍ୟର କୃଷକ ଭାଇ ଭଉଣୀ ମାନଙ୍କୁ ଶୁଭେଚ୍ଛା ଜଣାଇ ଥିଲେ। ଏହାପରେ ସେ ଲୋକ ସେବା ଭବନ ଆସି ସେଠାରେ ମିଲଟ ଶକ୍ତି କାଫେ ଲୋକାର୍ପିତ କରିଥିଲେ। ପୁଷ୍ଟି ହୀନତା ନିୟନ୍ତ୍ରଣରେ ମାଣ୍ଡିଆ ଓ ଅନ୍ୟାନ୍ୟ ମିଲେଟ୍ ଖାଦ୍ୟ ଶସ୍ୟ ର ଗୁରୁତ୍ଵ ଅନୁଭବ କରି ରାଜ୍ୟ ସରକାର ମିଲେଟ୍ ମିଶନ କାର୍ଯ୍ୟକାରୀ କରିଛନ୍ତି। ରାଜ୍ୟରେ ବର୍ତମାନ ସୁଦ୍ଧା ୧୪୨ ଟି ମିଲେଟ୍ outlet ଖୋଲା ଯାଇ ସାରିଲାଣି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ‘କୃଷି ସମୀକ୍ଷା କେନ୍ଦ୍ର’ର ଉଦଘାଟନ ମଧ୍ୟ କରିଥଲେ। ରାଜ୍ୟ କୃଷି ଭବନରେ ଏହି କେନ୍ଦ୍ର ଏକ ‘central command and control system ‘ ଭାବେ କାର୍ଯ୍ୟ…
ସୀତାରାମ ଅଗ୍ରୱାଲ ଚିଲିକା: ଖୋର୍ଦ୍ଧା ରେଳ ଡିଭଜନ୍ ଅନ୍ତର୍ଗତ ଗଙ୍ଗାଧରପୁର ରେଳ ଷ୍ଟେସନରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ମାଲବାହୀ ଟ୍ରେନର ଗାର୍ଡଙ୍କ ଉକ୍ତ ଷ୍ଟେସନରେ ମୃତ୍ୟୁ ହୋଇଯାଇଛି। ସୂଚନା ଅନୁଯାୟୀ, ତାଳଚେରରୁ କୋଇଲା ବୋଝେଇ କରି ବିଶାଖା ପାଟଣାମ୍ ଅଭିମୁଖେ ବାହାରିଥିବା ଟ୍ରେନ୍ ଟି ଗଙ୍ଗାଧରପୁର ରେଳ ଷ୍ଟେସନରେ ଅଟକିଥିଲା। ସେଠାରେ ଏମ ଏସଆର କ୍ରୀଷ୍ଣା (୫୦) ନାମକ ଜଣେ ଗାର୍ଡ ପାଣି ପାଇଁ ଯାଉଥିଲେ। ହେଲେ ହଠାତ ସେ ସେଠାରେ ଅସୁସ୍ଥ ହୋଇ ଗୁରୁତର ହୋଇପଡିଥିଲେ। ସ୍ଥାନୀୟ ଲୋକଙ୍କ ସହାୟତାରେ ତାଙ୍କୁ ଟାଙ୍ଗୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ଟାଙ୍ଗୀ ପୋଲିସ ଶବ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି।
ନୂଆଦିଲ୍ଲୀ: ଶନିବାର ଦିନ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଚିଠି ଲେଖି ହନୁମାନ ଜୟନ୍ତୀ ଶୋଭାଯାତ୍ରା ସମୟରେ ସମ୍ବଲପୁରରେ ହୋଇଥିବା ହିଂସା ଘଟଣାର ଜାତୀୟ ଅନୁସନ୍ଧାନ ଏଜେନ୍ସି (ଏନଆଇଏ) ଦ୍ଵାରା ତଦନ୍ତ କରିବାକୁ ଅନୁରୋଧ କରିଛି। ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଏବଂ ଅନେକ ସାଂସଦ ଏବଂ ବିଧାୟକଙ୍କ ଦ୍ଵାରା ଦସ୍ତଖତ ହୋଇଥିବା ଏହି ଚିଠିରେ ‘ସମ୍ବଲପୁରରେ ଆଇନ ଶୃଙ୍ଖଳା ଫେରାଇ ଆଣିବା ଏବଂ ସାମ୍ପ୍ରଦାୟିକ ସୌହାର୍ଦ୍ଦ୍ୟ ସୁନିଶ୍ଚିତ କରିବା ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରାଯାଇଛି। ଚିଠିରେ ଓଡିଶା ବିଜେପି କହିଛି ଯେ, ସାମ୍ପ୍ରଦାୟିକ ହିଂସାକୁ ଆମେ ଦୃଢ ନିନ୍ଦା କରୁଛୁ ଏବଂ ଘଟଣାର ଷଡଯନ୍ତ୍ର ତଥା ଅପରାଧୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ଏନଆଇଏ ପକ୍ଷରୁ ନିରପେକ୍ଷ ତଦନ୍ତ ଦାବି କରୁଛୁ। ବିଜେପି ନେତାମାନେ ଆହୁରି ମଧ୍ୟ ଅଭିଯୋଗ କରିଛନ୍ତି ଯେ, ଏପ୍ରିଲ ୧୪ ତାରିଖରେ ହନୁମାନ ଜୟନ୍ତୀର ଦୁଇ ଦିନ ପୂର୍ବରୁ…

