ରଣପୁର: ଇସଲାମ ଧର୍ମର ମୁଖ୍ୟପର୍ବ ଇଦ୍ ଉଲ ଫିତର ସ୍ଥାନୀୟ ରଣପୁର ମୁସଲିମ ସାହିରେ ଧୁମଧାମରେ ପାଳିତ ହୋଇଯାଇଛି। ଏହି ଇଦୁଲ ଫିତର ପର୍ବରେ ମୁସଲମାନ ଭାଇମାନେ ନମାଜ ପାଠ କରିଥିବା ବେଳେ ରଣପୁର ଅଞ୍ଚଳର ସମସ୍ତ ମୁସଲିମ ଅଧିବାସୀମାନେ ଏଥିରେ ସାମିଲ ହୋଇଥିଲେ। ଏହି ପର୍ବରେ ମୁସଲିମ ଭାଇଭଉଣୀମାନେ ଏକ ମାସ ଧରି ରୋଜା (ଉପବାସ), ନମାଜ, ଦାନଧର୍ମ, ତରାବୀ ନମାଜ ପାଠ କରିବା ସହ କୋରାନ ପାଠ କରି ଶେଷଦିନରେ ଚାନ୍ଦ ଦର୍ଶନ କରିଥିଲେ। ଉପବାସ ଶେଷ ହେବା ପରେ ଆଜି ପାଳନ ହୋଇଛି ଇଦ୍। ଘରେ ଘରେ ସିମେଇ, ମିଠା, ଲଚ୍ଛା, ବିରୟାନୀ ଓ ଭୋଜିଭାତର ଆୟୋଜନ ହୋଇଯାଇଛି। ସଭିଏଁ ପରସ୍ପରକୁ ଆଲିଙ୍ଗନ କରି ଇଦର ଶୁଭେଚ୍ଛା ତଥା ଇଦ ମୁବାରକ କହି ଅଭିନନ୍ଦନ ଜଣାଉଛନ୍ତି। ଏହା ଏକ ଭାଇଚାରାର ପର୍ବ। ଏଥିରେ ଜାତିଧର୍ମ ନିର୍ବିଶେଷରେ ସଭିଏଁ ସାମିଲ ହୋଇଥିଲେ। ରଣପୁର ଅଞ୍ଚଳରେ ଏହି ମହାନ ପର୍ବରେ…
Author: Samikhsya Bureau
ଭୁବନେଶ୍ବର: ଅବସରପ୍ରାପ୍ତ ମୁଖ୍ୟ ଶାସନ ସଚିବ ତଥା କଂଗ୍ରେସ ନେତା ବିଜୟ ପଟ୍ଟନାୟକ ହୋଇଛନ୍ତି କଂଗ୍ରେସ ପ୍ରଚାର କମିଟର ଅଧ୍ୟକ୍ଷ। ଏ ନେଇ ଆଜି ଏଆଇସିସି ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏଥିରେ କୁହାଯାଇଛି ଯେ, ବିଜୟ ପଟ୍ଟନାୟକଙ୍କୁ ତୁରନ୍ତ ପ୍ରଦେଶ କଂଗ୍ରେସ କମିଟର ଅଧ୍ୟକ୍ଷ ଭାବେ ନିଯୁକ୍ତି କରାଗଲା। କେ ସି ଭେନୁଗୋପାଳଙ୍କ ଦସ୍ତଖତରେ ଏହି ବିଜ୍ଞପ୍ତି ପ୍ରକାଶ କରାଯାଇଛି। ବର୍ତ୍ତମାନ ଝାରସୁଗୁଡା ଉପନିର୍ବାଚନ ଚାଲିଥିବାରୁ ବିଜୟଙ୍କ ଉପରେ ଦଳ ଗୁରୁ ଦାୟିତ୍ବ ପ୍ରଦାନ କରିଛି। ପ୍ରଥମ ଥର ପାଇଁ ବିଜୟ ଏହି ନିର୍ବାଚନର ପ୍ରଚାର ଦାୟିତ୍ବ ସମ୍ଭାଳିବେ। ବିଜୟ ମୁଖ୍ୟ ଶାସନ ସଚିବ ପଦବୀରୁ ଅବସର ନେବାର ଦୀର୍ଘ ବର୍ଷ ପରେ କଂଗ୍ରେସରେ ସାମିଲ ହୋଇଥିଲେ। ସେ କଂଗ୍ରେସର ବିଭିନ୍ନ କାର୍ଯ୍ୟକ୍ରମରେ ମଧ୍ୟ ନିଜକୁ ସାମିଲ କରାଇଥିଲେ। ଦଳ ତାଙ୍କୁ ନିଶ୍ଚିତ ଭାବେ ଏକ ଭଲ ପଦବୀ ଦେବ ବୋଲି ପୂର୍ବରୁ ଆଶା କରାଯାଉଥିଲା। ସେହିପରି ପ୍ରଦେଶ କଂଗ୍ରେସ…
ଭୁବନେଶ୍ବର: ଆଜି ରାଜ୍ୟ ଭିଜିଲାନସ ବିଭାଗ ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ବିରୋଧରେ ୩ ହଜାର ପୃଷ୍ଠାର ପୃଷ୍ଠାର ଚାର୍ଯ୍ୟସିଟ ଦାଖଲ କରାଯାଇଛି। ଲୋକାୟୁକ୍ତଙ୍କ ନିର୍ଦ୍ଦେଶ କ୍ରମେ ଏହି ଚାର୍ଯ୍ୟସିଟ ଦାଖଲ ହୋଇଛି। ତାଙ୍କ ବିରୋଧରେ ଆୟ ବହିଭୂତ ସଂପତ୍ତି ଅଭିଯୋଗ ଆସିଥିଲା। ସେହି ଅନୁସାରେ ଭିଜିଲାନସ ତାଙ୍କର ୯ କୋଟି ୧୮ ଲକ୍ଷ ଟଙ୍କା ଆୟ ବର୍ହିଭୂତ ସଂପତ୍ତି ରହିଛି ବୋଲି ଏହି ଚାର୍ଯ୍ୟସିଟରେ ଉଲ୍ଲେଖ କରାଯାଇଛି। ଏଥିରେ ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ସହିତ ତାଙ୍କର ଧର୍ମପତ୍ନୀ ସୁଜାତା ପାଣିଗ୍ରାହୀଙ୍କ ନାମ ମଧ୍ୟ ଉଲ୍ଲେଖ କରାଯାଇଛି। ପ୍ରଦୀପ ଟାଟା କଂପାନୀରେ ଚାକିରୀ କରାଇଦେବା ନାମରେ ବେକାରୀଙ୍କଠାରୁ ଟଙ୍କା ଠକିଥିଲେ। ସେହି ଆଧାରରେ ଭିଜିଲାନସ ତାଙ୍କୁ ୨୦୨୦ ଡିସେମ୍ବର ମାସରେ ଗିରଫ କରାଯାଇଥିଲା। ତାଙ୍କ ବିରୋଧରେ ମାମଲା ରୁଜୁ ହେବାପରେ ୨୦୨୧ ମସିହାରେ ଲୋକାୟୁକ୍ତ ଆଇନ ୨୦୧୪ର ଅଧିନିୟମ ୨୦ ଅନୁସାରେ ଭିଜିଲାନ୍ସ ତଦନ୍ତ ଆରମ୍ଭ କରିଥିଲା। ଏଥିରେ ପ୍ରଦୀପ ପାଣିଗ୍ରାହୀ କ୍ଷମତାରେ…
ସୁନ୍ଦରଗଡ଼: ଚାଷଜମିକୁ ଜଳ, ଚାଷୀଙ୍କୁ ବଳ। ଏହାକୁ ଦୃଷ୍ଟିରେ ରଖି ସୁନ୍ଦରଗଡ଼ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା (ଆଇଟିଡିଏ) ପକ୍ଷରୁ ବିଶେଷ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ଆଦିବାସୀ ଚାଷୀଙ୍କ ଜମିକୁ ଜଳସେଚନ ସୁବିଧା ଲାଗି କ୍ଷେତ ପୋଖରୀ ଏବଂ ଗଭୀର କୂଅ ଖୋଳିବା ଲାଗି ପ୍ରୋତ୍ସାହନ ଦିଆଯାଉଛି। ସୁନ୍ଦରଗଡ଼ ହେଉଛି ବଣ ପାହାଡ଼ଘେରା ଜିଲ୍ଲା। ଏଠାକାର ଲୋକମାନେ ଧାନ ସହିତ ବିଭିନ୍ନ ପ୍ରକାରର ଋତୁକାଳୀନ ଫସଲ କରିଥାନ୍ତି। ତେଣୁ ଭଲ ଫସଲ ଅମଳ ପାଇଁ ଜଳସେଚନର ଆବଶ୍ୟକତା ରହିଥିବାରୁ ଚାଷୀଙ୍କ ଜମିରେ କ୍ଷେତ ପୋଖରୀ ଏବଂ ଗଭୀର କୂଅ ଖୋଳାଯାଉଛି। ଏହା ସୁନ୍ଦରଗଡ଼ ଆଇଟିଡିଏ ଅଧୀନରେ ଥିବା ୯ଟି ବ୍ଳକରେ କାର୍ଯ୍ୟକାରୀ କରାଯାଉଛି। ଏହା ଦ୍ୱାରା ଚାଷ ଜମିକୁ ନିରନ୍ତର ଭାବେ ଜଳସେଚନର ସୁବିଧା ମିଳିପାରୁଛି। “ଆଦିବାସୀ ବର୍ଗର ଚାଷୀମାନଙ୍କ ସୁବିଧା ଲାଗି ଆଇଟିଡିଏ ପକ୍ଷରୁ ବିଭିନ୍ନ ପଦେକ୍ଷପ ନିଆଯାଉଛି। ସେଥିମଧ୍ୟରୁ ଜଳସେଚନ ହେଉଛି ଏକ ପ୍ରମୁଖ କାର୍ଯ୍ୟକ୍ରମ। ମହାତ୍ମା ଗାନ୍ଧୀ…
ଭୁବନେଶ୍ଵର: ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହକୁ ଦେଖି ରାଜ୍ୟ ସରକାର ସମସ୍ତ ବିଦ୍ୟାଳୟଗୁଡିକ ପାଇଁ ଆଗୁଆ ଗ୍ରୀଷ୍ମ ଛୁଟି ଘୋଷଣା କରିଛନ୍ତି। ହେଲେ ରାଜ୍ୟରେ ଅଙ୍ଗନବାଡି କେନ୍ଦ୍ର ଖୋଲା ରହିବାକୁ ନେଇ ଲୋକଙ୍କ ମଧ୍ୟରେ ଦ୍ଵନ୍ଦ୍ଵ ସୃଷ୍ଟି ହୋଇଛି। ତେଣୁ ଏହାକୁ ନେଇ ରାଜ୍ୟ ମହିଳା ଓ ଶିଶୁ ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି। ଅଙ୍ଗନବାଡି ଖୋଲିବାକୁ ନେଇ ମହିଳା ଓ ଶିଶୁ ବିଭାଗ ଏକ ସୂଚନା ମାଧ୍ୟମରେ ଅବଗତ କରିଛି। ସୂଚନା ଅନୁଯାୟୀ, ରାଜ୍ୟରେ ସମସ୍ତ ଅଙ୍ଗନବାଡି କେନ୍ଦ୍ର ପ୍ରତ୍ୟେକ କାର୍ଯ୍ୟ ଦିବସରେ ଖୋଲା ରହିବ। ସକାଳ ୭ ଟାରୁ ୧୦ ଟା ଯାଏଁ କେନ୍ଦ୍ରଗୁଡିକ କାର୍ଯ୍ୟକ୍ଷମ ରହିବ। କିନ୍ତୁ ଆବଶ୍ୟକ ପଡିଲେ ସମ୍ପୃକ୍ତ ଜିଲ୍ଲାର ଜିଲ୍ଲାପାଳମାନେ ଅଙ୍ଗନବାଡି କେନ୍ଦ୍ରର ସମୟ ପରିବର୍ତ୍ତନ କରିପାରିବେ।
ଭୁବନେଶ୍ବର: ବିଜେବି କଲେଜ ପରିସରରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। କ୍ରିକେଟ ଖେଳକୁ ନେଇ ସେଠାରେ ଅଶାନ୍ତ ପରିବେଶ ସୃଷ୍ଟି ହୋଇଛି। ବିଜେବି କଲେଜ ପଡିଆରେ ଖେଳିବାକୁ ନେଇ ଛାତ୍ର-ଅଣଛାତ୍ର ମଧ୍ୟରେ ବିବାଦ ହୋଇଛି। ବିବାଦ ଏତେ ବଢିଯାଇଥିଲା ଯେ, ଛାତ୍ରଙ୍କ ଉପରକୁ ଅଣଛାତ୍ରମାନେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ସୂଚନା ଅନୁଯାୟୀ, ବିଜେବି କଲେଜ ପଡ଼ିଆରେ ଆମ୍ବେଦକର ହଷ୍ଟେଲର ଛାତ୍ରମାନେ କ୍ରିକେଟ ଖେଳୁଥିଲେ। କିନ୍ତୁ ସେହି ସ୍ଥାନରେ ଅଣଛାତ୍ରମାନେ ଖେଳିବାକୁ ନେଇ ଉଭୟ ଗୋଷ୍ଠୀ ମଧ୍ୟରେ ବିବାଦ ହୋଇଥିଲା। ଯାହାପରେ ଅଣଛାତ୍ରମାନେ ଉତ୍ତେଜିତ ହୋଇ ଛାତ୍ରମାନଙ୍କ ଉପରକୁ ଆକ୍ରମଣ କରିଥିଲେ। ୧୫ରୁ ଉର୍ଦ୍ଧ୍ଵ ଅଣଛାତ୍ର ଏହି ଆକ୍ରମଣ କରିଥିବା ଅଭିଯୋଗ ହୋଇଥିବା ବେଳେ ୩ ଜଣ ଛାତ୍ର ଗୁରୁତର ଆହତ ହୋଇଥିଲେ। ଆହତ ଛାତ୍ରମାନଙ୍କୁ କ୍ୟାପିଟାଲ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ଜଣାପଡିଛି। ତେବେ ବଦଗଡ ପୋଲିସ ଘଟଣାସ୍ଥଳରେ ପହଞ୍ଚି ୪ ରୁ ୫ ସନ୍ଦିଗ୍ଧଙ୍କୁ ଅଟକ ରଖି ତଦନ୍ତ ଜାରି…
ନୂଆଦିଲ୍ଲୀ: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଅଧିକାରୀଙ୍କ ବିରୋଧରେ ଆମ୍ ଆଦମୀ ପାର୍ଟି ରାଜ୍ୟସଭା ସଦସ୍ୟ ସଞ୍ଜୟ ସିଂ ଅପରାଧିକ ମାନହାନି ମକଦ୍ଦମା ଦାୟର କରିଛନ୍ତି। ଅବକାରୀ ନୀତି ମାମଲାରେ ଚାର୍ଜସିଟରେ ତାଙ୍କ ନାମକୁ ନକଲି କରିଥିବାରୁ ଇଡି ଅଧିକାରୀଙ୍କ ବିରୋଧରେ ସେ ମାନହାନି ମକଦ୍ଦମା ଦାୟର କରିଛନ୍ତି। ଇଡି ନିର୍ଦ୍ଦେଶକ ସଞ୍ଜୟ କୁମାର ମିଶ୍ର ଏବଂ ଅବକାରୀ ଦୁର୍ନୀତି ମାମଲାର ଅନୁସନ୍ଧାନକାରୀ ଅଧିକାରୀ ଯୋଗେନ୍ଦରଙ୍କୁ ସଞ୍ଜୟ ସିଂ ମାନହାନୀ ନୋଟିସ ପଠାଇଛନ୍ତି। ଆଇନଗତ ବିଜ୍ଞପ୍ତିରେ ଅଧିକାରୀମାନେ ୪୮ ଘଣ୍ଟା ମଧ୍ୟରେ କ୍ଷମା ପ୍ରାର୍ଥନା ନକଲେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କୁହାଯାଇଛି। ଏହି ନୋଟିସରେ ସଞ୍ଜୟ ସିଂ କହିଛନ୍ତି ଯେ, ଦିଲ୍ଲୀ ଅବକାରୀ ମାମଲାରେ ମୋ ନାମ ଚାର୍ଜସିଟରେ ମିଥ୍ୟା ଉଲ୍ଲେଖ କରାଯାଇଥିବାବେଳେ କୌଣସି ସାକ୍ଷୀ ମୋ ନାମ ଆଦୌ ନେଇ ନାହାଁନ୍ତି। ଶ୍ରୀ ସିଂ କହିଛନ୍ତି ଯେ, ମୋତେ ବଦନାମ କରିବା ଷଡଯନ୍ତ୍ରର ଇଡି ଏଭଳି କାମ କରିଛି। ସଞ୍ଜୟ…
କୋଲକାତା: ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆଜି ଦାବି କରିଛନ୍ତି ଯେ କିଛି ଲୋକ ଘୃଣାର ରାଜନୀତି କରି ଦେଶକୁ ବିଭାଜନ କରିବାକୁ ଚେଷ୍ଟା କରୁଛନ୍ତି। ସେ କହିଛନ୍ତି ଯେ, ସେ ନିଜ ଜୀବନ ଦେବାକୁ ପ୍ରସ୍ତୁତ ଅଛନ୍ତି, କିନ୍ତୁ ଦେଶକୁ ବିଭାଜନ କରିବାକୁ ଦେବେ ନାହିଁ। ବାନାର୍ଜୀ ସହରର ରେଡ ରୋଡରେ ଇଦ୍ ରେ ନମାଜ ପାଇଁ ଏକତ୍ରିତ ହୋଇଥିବା ଲୋକଙ୍କ ସହ କଥାବାର୍ତ୍ତା କରି ସେମାନଙ୍କୁ ଏକଜୁଟ ହେବାକୁ ଏବଂ ୨୦୨୪ ଲୋକସଭା ନିର୍ବାଚନରେ ଭାରତୀୟ ଜନତା ପାର୍ଟି (ବିଜେପି) ପରାଜିତ ହେବାକୁ ନିଶ୍ଚିତ କରିବାକୁ ଅନୁରୋଧ କରିଥିଲେ। ତୃଣମୂଳ କଂଗ୍ରେସ କେନ୍ଦ୍ରୀୟ ଏଜେନ୍ସିଗୁଡ଼ିକୁ ରାଜନୈତିକ ଉଦ୍ଦେଶ୍ୟ ସହିତ ସେମାନଙ୍କ ଦଳ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବା ଅଭିଯୋଗ କରିଛି। ମମତା କହିଛନ୍ତି ଯେ, “ଗୋଟିଏ ବର୍ଷରେ ଆମ ଦେଶରେ କିଏ କ୍ଷମତାକୁ ଆସିବ, ତାହା ସ୍ଥିର କରିବାକୁ ନିର୍ବାଚନ ହେବ। ପ୍ରତିଜ୍ଞା କରନ୍ତୁ ଯେ, ଆମେ ଏକଜୁଟ…
ଗଜପତି: ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ କୁସୁମପୁର ରାସ୍ତାରୁ ଗାଡି ସହ ଗଞ୍ଜେଇ ଜବତ କରାଯାଇଛି। କିନ୍ତୁ ଅଭିଯୁକ୍ତ ଗାଡି ଛାଡି ଫେରାର ହେବାରେ ସକ୍ଷମ ହୋଇଛି। ସୂଚନା ଅନୁଯାୟୀ, ଗୋଟିଏ ମହିନ୍ଦ୍ରା ପିକ୍ଅପ୍ ଗାଡ଼ିରେ ଗଞ୍ଜେଇ ଭର୍ତ୍ତି ହୋଇ ଯାଉଥିଲା। ଡ୍ରାଇଭର ଖସି ପଳେଇଯାଇଥିଲା। ସେହି ସମୟରେ ମୋହନା ପୋଲିସ ପାଟ୍ରୋଲିଂ କରୁଥିଲା। ପୋଲିସକୁ ଦେଖି ଗଞ୍ଜେଇ ଚାଲାଣକାରୀ ଗାଡି ଛାଡି ଚମ୍ପଟ ମାରିଥିଲା। ଏଭଳି ପରିସ୍ଥିତିରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉକ୍ତ ଗାଡିକୁ ତଲାସୀ ନେଇଥିଲା। ଯେଉଁଥିରେ ୬ ଟି ଅଖାରେ ୧୬୩ କିଲୋ ଗଞ୍ଜେଇ ଭର୍ତ୍ତି ହୋଇଥିବାର ପୋଲିସ ଦେଖିଥିଲା। ତେବେ ପୋଲିସ ଗଞ୍ଜେଇ, ପିକ୍ ଅପ୍ ଗାଡ଼ି ଓ ମୋଟରସାଇକେଲ ଜବତ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି।
କୈଳାଶ ଚନ୍ଦ୍ର ଚୌଧୁରୀ ବ୍ରହ୍ମପୁର: ନିମଖଣ୍ଡି ଥାନା ଅନ୍ତର୍ଗତ ଶକ୍ତି ନଗର ୩ୟ ଗଳିରେ ରହୁଥିବା ଟୁଟୁ ସାହୁଙ୍କ ଘରୁ ତାଲା ଭାଙ୍ଗି ଚୋରି ହୋଇଥିବା ଅଭିଯୋଗ ହୋଇଛି। ଘଟଣାରୁ ପ୍ରକାଶ ଯେ, ନିଜର କୌଣସି ବ୍ୟକ୍ତିଗତ କାମରେ ଅଭିଯୋଗକାରୀ ଟୁଟୁ ଭୁବନେଶ୍ୱର ଯାଇଥିଲେ ଓ ଗତ ୧୯ ତାରିଖରେ ଘରକୁ ଆସି ଦେଖିଲେ ଯେ ଘରର ତାଲା ଭାଙ୍ଗି ଜିନିଷ ପତ୍ର ସବୁ ଏଣେତେଣେ ପଡ଼ି ରହିଛି। ଏହି ଭଳି ପରିସ୍ଥିତିରେ ସେ ନିମଖଣ୍ଡି ଥାନାରେ ଅଭିଯୋଗ କରିଥିଲେ। ପୋଲିସ ଏତଲା ଗ୍ରହଣ କରି ମକଦ୍ଦମା ନଂ ୧୩୧/୨୩ ଅନୁଯାୟୀ ମାମଲା ରୁଜୁ କରି ଉକ୍ତ ଅଞ୍ଚଳରେ ଲାଗିଥିବା ସିସିଟିଭି ଫୁଟେଜରୁ ତଥ୍ୟ ଆଧାର କରି ଘଟଣାର ତଦନ୍ତ ଆରମ୍ଭ କରିଛି।
ନୂଆଦିଲ୍ଲୀ: ପୂର୍ବତନ ରାଜ୍ୟପାଳ ସତ୍ୟପାଲ ମଲିକଙ୍କ କ୍ଷେତ୍ରରେ ଏକ ନୂଆ ମୋଡ଼ ଆସିଛି। ମଲିକ ଏବିପି ଲାଇଭ ସହ ଏକ ବିଶେଷ ବାର୍ତ୍ତାଳାପ ସମୟରେ କହିଛନ୍ତି ଯେ, ତାଙ୍କୁ କେନ୍ଦ୍ରୀୟ ଅନୁସନ୍ଧାନ ଏଜେନ୍ସି (ସିବିଆଇ) କାର୍ଯ୍ୟାଳୟକୁ ଯିବାକୁ ପଡିବ ନାହିଁ। ବରଂ ସିବିଆଇ ଅଧିକାରୀମାନେ ନିଜେ ତାଙ୍କୁ ଭେଟିବାକୁ ଘରକୁ ଆସିବା ପାଇଁ ଯାଉଛନ୍ତି। ପୂର୍ବତନ ରାଜ୍ୟପାଳ ସତ୍ୟପାଲ ମଲିକଙ୍କ କ୍ରମାଗତ ବିବୃତ୍ତି ପରେ ରାଜନୈତିକ ବାତାବରଣ ଗରମ ହୋଇଛି। ଏହି ସମୟରେ ସିବିଆଇ ତାଙ୍କୁ ସମନ କରିଥିବା ମାମଲା ସାମ୍ନାକୁ ଆସିଥିଲା। ଏହା ପରେ କଂଗ୍ରେସ ଏବଂ ଏଏପି ନେତାମାନେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି। କିନ୍ତୁ ଏହି ମାମଲାରେ ସତ୍ୟପାଲ ମଲିକ ନିଜେ ଏକ ମଜାଦାର ଖୁଲାସା କରିଛନ୍ତି ଯେ, ସିବିଆଇ ତାଙ୍କୁ ଡକାଇ ନାହିଁ ବରଂ ଏହାର ସ୍ପଷ୍ଟୀକରଣ ମାଗିଛି। ସେ କହିଛନ୍ତି ଯେ, ‘ତାଙ୍କୁ ସିବିଆଇ ପକ୍ଷରୁ କୌଣସି ସମନ ହୋଇନାହିଁ, ବରଂ ଏହା କେବଳ…
ଖୋର୍ଦ୍ଧା: ଶୁକ୍ରବାର ଦିନ ଜିଲ୍ଲା ସ୍ତରୀୟ ଅମଲାମାନେ ଏକତ୍ରିତ ହୋଇ ଏକ ଶୋଭାଯାତ୍ରା କରିଛନ୍ତି। ଏବଂ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି। ଉକ୍ତ ଦାବି ମୁତାବକ ଅମଲାମାନଙ୍କର ଶିକ୍ଷା ଗତ ଯୋଗ୍ୟତା ଆଧାରରେ ଦରମା ବୃଦ୍ଧି କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରାଯାଇଛି। ଅମଲାମାନଙ୍କର ଲେବୁଲ-୪ ରୁ ଲେବୁଲ-୯ କୁ ଉନ୍ନୀତ କରିବା ପାଇଁ ଏହି ଦାବିପତ୍ରରେ ଉଲ୍ଲେଖ କରାଯାଇଛି। ଅମଲାମାନେ ଦୀର୍ଘଦିନ ହେବ ସରକାରଙ୍କ ନିକଟରେ ନିଜ ନିଜର ଦାବି ଉପସ୍ଥାପନ କରିଥିଲେ ମଧ୍ୟ ସରକାରଙ୍କର ନୀରବତା ସମସ୍ତ ଜିଲ୍ଲା ସ୍ତରୀୟ ଅମଲାଙ୍କ ମନରେ ନୈରାଶ୍ୟ ଭାବ ସୃଷ୍ଟି କରିଛି। ରାଜ୍ୟ ପ୍ରଶାସନର ମୌଳିକ ସେବା ପ୍ରଦାନରେ ଜିଲ୍ଲାସ୍ତରୀୟ ଅମଲାମାନଙ୍କର ଭୂମିକା ଗୁରୁତ୍ଵପୂର୍ଣ୍ଣ ହୋଇଥିଲେ ମଧ୍ୟ ସରକାରଙ୍କର ବୈମାତୃକ ମନୋଭାବ ଶାନ୍ତିପ୍ରିୟ ଅମଲା ମାନଙ୍କୁ ରାଜରାସ୍ତାକୁ ଓଲାଇବାକୁ ବାଧ୍ୟ କରିଛି ବୋଲି ମିଳିତ ଅମଲା ମଞ୍ଚର ରାଜ୍ୟ ଅଧ୍ୟକ୍ଷ ନାରାୟଣ ଦାଶ କ୍ଷୋଭ ପ୍ରକାଶ କରି କହିଛନ୍ତି।…
ନୂଆଦିଲ୍ଲୀ: ଦେଶରେ କରୋନା ମାମଲା ଦିନକୁ ଦିନ ବୃଦ୍ଧି ପାଉଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ, ଆଜି ପ୍ରକାଶିତ ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ କୋଭିଡର ୧୨ ହଜାର ୧୯୩ ଟି ନୂଆ ମାମଲା ରୁଜୁ ହୋଇଛି। ଏହା ପରେ, ବର୍ତ୍ତମାନ ଦେଶରେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୬୭ ହଜାର ୫୫୬ କୁ ବୃଦ୍ଧି ପାଇଛି। ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, କୋଭିଡରେ ମୃତ୍ୟୁ ସଂଖ୍ୟା ୪୨ ରେ ପହଞ୍ଚିଛି। ଏହା ପରେ ଦେଶରେ କରୋନା କାରଣରୁ ମୋଟ ମୃତ୍ୟୁ ସଂଖ୍ୟା ୫ ଲକ୍ଷ ୩୧ ହଜାର ୩୦୦ କୁ ବୃଦ୍ଧି ପାଇଛି। ବର୍ତ୍ତମାନ ପର୍ଯ୍ୟନ୍ତ ଦେଶରେ କରୋନା ମାମଲା ୪ କୋଟି ୪୮ ଲକ୍ଷ ୮୧ ହଜାର ୮୭୭ କୁ ବୃଦ୍ଧି ପାଇଛି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ୱେବସାଇଟ୍ ଅନୁଯାୟୀ ଏହି ରୋଗରୁ ସୁସ୍ଥ ହୋଇଥିବା ଲୋକଙ୍କ ସଂଖ୍ୟା ୪ କୋଟି ୪୨ ଲକ୍ଷ ୮୩ ହଜାର ୨୧ କୁ…
ନୂଆଦିଲ୍ଲୀ: ଆଜି ଆଇପିଏଲ୍ ର ପ୍ରଥମ ମ୍ୟାଚ୍ ରେ ଲକ୍ଷ୍ନୌ ସୁପର ଜିଆଣ୍ଟସ୍ ଏବଂ ଗୁଜୁରାଟ ଟାଇଟାନ୍ସ ମଧ୍ୟରେ ମୁକାବିଲା ହେବ। ଲକ୍ଷ୍ନୌର ‘ଭାରତ ରତ୍ନ ଶ୍ରୀ ଅଟଳ ବିହାରୀ ବାଜପେୟୀ ଏକାନା କ୍ରିକେଟ୍ ଷ୍ଟାଡିୟମ୍’ରେ ଉଭୟ ଦଳ ମୁହାଁମୁହିଁ ହେବେ। ଏହି ମ୍ୟାଚ୍ ଅପରାହ୍ନ ୩.୩୦ ରେ ଆରମ୍ଭ ହେବ। ଗତ ସଂସ୍କରଣ ପରି ଉଭୟ ଦଳ ଏଥର ମଧ୍ୟ ଉତ୍କୃଷ୍ଟ ଫର୍ମରେ ଅଛନ୍ତି ଏବଂ ପଏଣ୍ଟ ଟେବୁଲର ଟପ୍ -୪ ରେ ଉପସ୍ଥିତ ଅଛନ୍ତି। ଏଭଳି ପରିସ୍ଥିତିରେ ଆଜିର ମ୍ୟାଚରେ ଏହି ଦଳର ସମ୍ଭାବ୍ୟ ଖେଳାଳି ଏବଂ ଇମ୍ପାକ୍ଟ ପ୍ଲେୟାର ରଣନୀତିରେ ଅଧିକ ପରିବର୍ତ୍ତନ ହେବ ନାହିଁ। ଉଭୟ ଦଳର ସମ୍ଭାବ୍ୟ ଖେଳାଳି ଏକାଦଶ: ଲକ୍ଷ୍ନୌ ସୁପର ଜିଆଣ୍ଟସ୍ ଖେଳାଳି-୧୧ (ପ୍ରଥମେ ବ୍ୟାଟିଂ): କେ.ଏଲ୍ ରାହୁଲ (କ୍ୟାପଟେନ୍), କାଇଲ୍ ମାୟର୍ସ, ଦୀପକ ହୁଡା, କ୍ରୁନାଲ ପାଣ୍ଡ୍ୟା, ମାର୍କସ ଷ୍ଟୋଇନିସ୍, ନିକୋଲାସ ପୁରନ (ୱିକେଟ୍ କିପର), ଆୟୁଷ ବଦୋନି, ଯୁଦ୍ଧବୀର…
ଭୁବନେଶ୍ୱର: ଓଡିଶା ସ୍କିଲ୍ କନ୍କ୍ଲେଭ୍ର ୨ୟ ଦିନରେ ବିଶ୍ୱରେ ଏକ ଅଗ୍ରଣୀ ଦକ୍ଷତା କେନ୍ଦ୍ରରେ ପରିଣତ ହେବା ଲାଗି ଓଡିଶା ପାଇଁ ରୋଡ୍ମ୍ୟାପ୍ ପ୍ରସ୍ତୁତ କରିବା ଉପରେ ଗୁରୁତ୍ୱ ଦିଆଯାଇଥିଲା। ସମ୍ମିଳନୀର ୨ୟ ଦିନରେ ଲିଙ୍ଗଗତ ଅନ୍ତରକୁ ହ୍ରାସ କରିବା, ମୂଲ୍ୟାୟନ, ପ୍ରଶିକ୍ଷଣ ଏବଂ କର୍ମବଳର ବିବିଧକରଣର ମହତ୍ୱ ଭଳି ପ୍ରସଙ୍ଗ ଉପରେ ଅଧିବେଶନର ଆୟୋଜନ କରାଯାଇଥିଲା। ଆଜିର ଦିନ ‘ଭାରତକୁ ବିଶ୍ୱର ଦକ୍ଷତା ରାଜଧାନୀରେ ପରିଣତ କରିବା’ ନାମକ ଅଧିବେଶନ ସହ ଆରମ୍ଭ ହୋଇଥିଲା ଯେଉଁଥିରେ ଆନ୍ତର୍ଜାତୀୟ ସ୍ତରରେ ପ୍ରସ୍ତୁତ ଭାରତୀୟ ଶ୍ରମବଳ ଓ ଆନ୍ତର୍ଜାତୀୟ ଇଂଟର୍ଣ୍ଣସିପ୍ର ଗଠନକୁ ସମର୍ଥନ କରିବା କ୍ଷେତ୍ରରେ ଆନ୍ତର୍ଜାତୀୟ ବ୍ୟବସ୍ଥାକାରୀ ଓ ସହଯୋଗୀଙ୍କ ଭୂମିକା ଏବଂ ଆନ୍ତର୍ଜାତୀୟ ବୈଷୟିକ ଓ ଧନ୍ଦାମୂଳକ ଶିକ୍ଷା ଓ ପ୍ରଶିକ୍ଷଣ (ଟିଭିଇଟି) ପ୍ରଦାତାଙ୍କ ଭୂମିକା ଉପରେ ଆଲୋଚନା କରାଯାଇଥିଲା। ଏହି ଅବସରରେ ଓଡିଶା ସରକାରଙ୍କ ଗ୍ରାମାଂଚଳ ବିକାଶ ବିଭାଗର ମୁଖ୍ୟ ସଚିବ ଶ୍ରୀ ସଞ୍ଜୟ କୁମାର ସିଂହ କହିଥିଲେ,…
ଭୁବନେଶ୍ୱର: ଆଇନଶୃଙ୍ଖଳା ନେଇ ରାଜ୍ୟ ସରକାରଙ୍କ ବିଫଳତା ଓ ଅଭିଯୁକ୍ତମାନଙ୍କୁ ତୁରନ୍ତ ଦଣ୍ଡ ଦେବା ନେଇ ରାଜ୍ୟ ସଭାପତି ମନମୋହନ ସାମଲଙ୍କ ନେତୃତ୍ୱରେ ବିଜେପିର ପ୍ରତିନିଧିମଣ୍ଡଳୀ ରାଜ୍ୟପାଳ ଶ୍ରୀ ଗଣେଶି ଲାଲଙ୍କୁ ଭେଟି ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି। ଏହି ଘଟଣାକୁ ୯ଦିନ ବିତିଥିଲେ ବି ମୁଖ୍ୟମନ୍ତ୍ର ଏନେଇ କୌଣସି ପଦକ୍ଷେପ ନେଇନାହାନ୍ତି। ପୂର୍ବ ବର୍ଷ ହନୁମାନ ଜୟନ୍ତୀରେ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା କିନ୍ତୁ ଏଥର ହନୁମାନ ଜୟନ୍ତୀର ଗଣ୍ଡଗୋଳ ଯୋଜନାବଦ୍ଧ ଥିଲା ବୋଲି ଆଇଆଇସି ଏଫଆଇଆରରେ ଉଲ୍ଲେଖ କରିଛନ୍ତି ଓ ଏସ୍ପି ଏହାକୁ ସ୍ୱୀକାର କରିଛନ୍ତି। ଶୋଭାଯାତ୍ରାର ଭିଡିଓ ପୋଲିସ ପାଖରେ ଅଛି କିନ୍ତୁ ଏଥିପ୍ରତି ରାଜ୍ୟ ସରକାର କୌଣସି କାର୍ଯ୍ୟାନୁଷ୍ଠାନ ନେଇନାହାନ୍ତି। ଗତ ୧୪ତାରିଖ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ କାରଣରୁ ଜଣେ ଆଦିବାସୀ ଯୁବକଙ୍କୁ ହତ୍ୟା କରାଗଲା। କାହା ନିର୍ଦ୍ଦେଶରେ ସରକାର ଚାଲିଛି, କିଏ ଏ ସରକାର ଚଲଉଛି ବୋଲି ରାଜ୍ୟ ସଭାପତି ମନମୋହନ ସାମଲ ପ୍ରଶ୍ନ କରିଛନ୍ତି।…
ଭୁବନେଶ୍ୱର: ଦେଶର ସର୍ବବୃହତ ଟେଲିକମ ଓ ଡିଜିଟାଲ ସେବା ପ୍ରଦାନକାରୀ କମ୍ପାନୀ ରିଲାଏନ୍ସ ଜିଓ ଇନଫୋକମ ଲିମିଟେଡ଼ ପକ୍ଷରୁ ୨୦୨୨-୨୩ ଆର୍ଥିକ ବର୍ଷର ଚତୁର୍ଥ ତ୍ରୟମାସ ତଥା ସମ୍ପୂର୍ଣ୍ଣ ଆର୍ଥିକ ବର୍ଷର ଫଳାଫଳ ଆଜି ଘୋଷଣା କରାଯାଇଛି। ୨୦୨୨-୨୩ ଆର୍ଥିକ ବର୍ଷରେ ରିଲାଏନ୍ସ ଜିଓର ନେଟ ଲାଭ ପୂର୍ବ ବର୍ଷ ତୁଳନାରେ ୨୩ ପ୍ରତିଶତ ବୃଦ୍ଧି ସହିତ ୧୮୨୦୭ କୋଟି ଟଙ୍କା ହୋଇଥିବା କମ୍ପାନୀ ପକ୍ଷରୁ ପ୍ରକାଶ କରାଯାଇଛି। ୨୦୨୧-୨୨ ଆର୍ଥିକ ବର୍ଷରେ କମ୍ପାନୀର ନେଟ ଲାଭ ୧୪୮୧୭ କୋଟି ଟଙ୍କା ରହିଥିଲା I କମ୍ପାନୀର ବାର୍ଷିକ ମୋଟ ପରିଚାଳନାଗତ ରାଜସ୍ୱ ପୂର୍ବ ବର୍ଷ ତୁଳନାରେ ପ୍ରାୟ ୧୮ ପ୍ରତିଶତ ବୃଦ୍ଧି ପାଇ ୯୦୭୮୬ କୋଟି ଟଙ୍କା ହୋଇଥିବା ଘୋଷଣା କରାଯାଇଛି, ଯାହା ପୂର୍ବ ବର୍ଷ ୭୬୯୭୭ କୋଟି ଟଙ୍କା ରହିଥିଲା। ସେହିଭଳି ଜାନୁଆରୀ ରୁ ମାର୍ଚ୍ଚ ୨୦୨୩ ଚତୁର୍ଥ ତ୍ରୟମାସରେ କମ୍ପାନୀର ନେଟ ଲାଭ ୪୧୭୩ କୋଟି ଟଙ୍କା ରହିଥିବା ଘୋଷଣା କରାଯାଇଛି, ଯାହା ଗତ ବର୍ଷ ସମାନ ତ୍ରୟମାସ ତୁଳନାରେ ୧୩ ପ୍ରତିଶତ ଅଧିକ ରହିଛି। ଚତୁର୍ଥ ତ୍ରୟମାସରେ କମ୍ପାନୀର ପରିଚାଳନାଗତ ରାଜସ୍ବ ୨୩୩୯୪ କୋଟି ଟଙ୍କା ରହିଛି, ଯାହା ପୂର୍ବ ବର୍ଷ ସମାନ ତ୍ରୟମାସରେ ୨୦୯୦୧…
ଭୁବନେଶ୍ଵର: ରିଲିଜ୍ ହେଲା ଭାଇଜାନଙ୍କ ଫିଲ୍ମ କିସି କା ଭାଇ କିସି କି ଜାନ। ଫାଷ୍ଟ ଡେ ଫାଷ୍ଟ ସୋ ଦେଖିବା ପାଇଁ ଶ୍ରୀୟା, ସ୍ଵାତି ଓ ସ୍ତୁତି ସିନେ କମ୍ପ୍ଲେକ୍ସରେରେ ନାହି ନଥିବା ଭିଡ। ଭାଇଜାନଙ୍କ ଫଟୋକୁ କେକ ଖୁଆଇ ହଲ୍ ରେ ନାଚିଲେ ସଲ୍ଲୁ ଭାଇଙ୍କ ଫ୍ୟାନ। ଫିଲ୍ମ ଆରମ୍ଭରୁ ହଲରେ ହର୍ଷ ଉଲ୍ଲାସର ଭିଡ଼ ଦେଖିବାକୁ ମିଳିଥିଲା। ଭାଇଜାନଙ୍କ ଏଣ୍ଟ୍ରି ରୁ ହିଁ ତାଳି ଓ ହୁଇସଲ ଆରମ୍ଭ ହୋଇ, ସରିଥିଲା ଫିଲ୍ମର ଦି ଏଣ୍ଡରେ। ଏଥର ଇଦରେ ଫରହାଦ୍ ସାମଜୀଙ୍କ ନିର୍ଦ୍ଦେଶିତ ଫିଲ୍ମ ‘କିସି କା ଭାଇ କିସି କି ଜାନ’ ରେ ରୋମାଣ୍ଟିକ ଓ ଆକ୍ସନ ଅବତାର ଦେଖିବାକୁ ମିଳିଛନ୍ତି ଲୋକପ୍ରିୟ ଓ ଯଂଗ୍ ମାସଙ୍କ ଭାଇ, ସଲମାନ ଖାନ। ଇଦରେ କେବଳ ମୁସଲମାନ ସମ୍ପ୍ରଦାୟ ନୁହେଁ ପୁରା ଓଡ଼ିଶା ଅନେଇକି ବସିଥିଲା ଏହି ଫିଲ୍ମ ପାଇଁ। ଜଣେ ଦର୍ଶକ କହିଥିଲେ ଯେ ସେ…
ଭୁବନେଶ୍ୱର: ଦେଶର ସର୍ବବୃହତ କମ୍ପାନୀ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ପକ୍ଷରୁ ୨୦୨୨-୨୩ ଆର୍ଥିକ ବର୍ଷର ଚତୁର୍ଥ ତ୍ରୟମାସ ତଥା ସମ୍ପୂର୍ଣ୍ଣ ବର୍ଷର ଆର୍ଥିକ ଫଳାଫଳ ଆଜି ଘୋଷଣା କରାଯାଇଛି। କମ୍ପାନୀର ବାର୍ଷିକ ନେଟ ଲାଭ ୧୪ ପ୍ରତିଶତ ବୃଦ୍ଧି ସହିତ ରେକର୍ଡ ୭୪୦୮୮ କୋଟି ଟଙ୍କା ହୋଇଥିବା ଘୋଷଣା କରାଯାଇଛି। କମ୍ପାନୀର ଇ.ବି.ଆଇ.ଟି.ଡି.ଏ ପ୍ରଥମ ଥର ପାଇଁ ଦେଢ଼ ଲକ୍ଷ କୋଟି ଟଙ୍କା ଅତିକ୍ରମ କରିଛି ଏବଂ ୧୫୪୬୯୧ କୋଟି ଟଙ୍କା ହୋଇଛି। ବିଗତ ପାଞ୍ଚ ବର୍ଷ ମଧ୍ୟରେ କମ୍ପାନୀର ନେଟ ଲାଭ ଓ ଇ.ବି.ଆଇ.ଟି.ଡି.ଏ ଦୁଇଗୁଣା ହୋଇଛି। ୨୦୨୨-୨୩ ଆର୍ଥିକ ବର୍ଷରେ କମ୍ପାନୀର ମୋଟ ରାଜସ୍ୱ ୨୩.୨ ପ୍ରତିଶତ ବୃଦ୍ଧି ସହିତ ୯,୭୬,୫୨୪ କୋଟି ଟଙ୍କା ହୋଇଛି I କମ୍ପାନୀର ରିଟେଲ ବ୍ୟବସାୟରେ ପୂର୍ବ ବର୍ଷ ତୁଳନାରେ ୩୦% ଅଭିବୃଦ୍ଧି ହେବା ସହିତ ମୋଟ ରାଜସ୍ବ ୨୬୦୩୬୪ କୋଟି ଟଙ୍କା ହୋଇଛି ଓ ୨୦୨୨-୨୩ ଆର୍ଥିକ ବର୍ଷ ଶେଷ ସୁଦ୍ଧା କମ୍ପାନୀର ରିଟେଲ ଷ୍ଟୋର…
ଜୀବନଶୈଳୀ: ଏକ ଦମ୍ପତି ସେମାନଙ୍କ ପାରସ୍ପରିକ ଝଗଡା ବିଷୟରେ ଅଧିକ ଚିନ୍ତା କରିବା ଉଚିତ୍ ନୁହେଁ। ତଥାପି, ପ୍ରତ୍ୟେକ ଥର ପରିସ୍ଥିତି ଅତ୍ୟନ୍ତ ସ୍ୱାଭାବିକ ନୁହେଁ। କିନ୍ତୁ ଆପଣଙ୍କ ମନରେ କୌଣସି ନକାରାତ୍ମକ ଚିନ୍ତାଧାରା ଆଣିବା ପୂର୍ବରୁ, ଆପଣଙ୍କୁ ମନେ ରଖିବାକୁ ହେବ ଯେ ଆପଣ ଦୁନିଆର ଯେକୌଣସି ବ୍ୟକ୍ତିଙ୍କ ସହିତ ପ୍ରେମ ଏବଂ ହସ ସହିତ କଥା ହୋଇପାରିବେ। କିନ୍ତୁ ସମସ୍ତଙ୍କ ସହ ଝଗଡା କରିପାରିବେ ନାହିଁ! କାରଣ ଜୀବନରେ ଆପଣ ସେହି ବ୍ୟକ୍ତିଙ୍କ ସହିତ ଝଗଡ଼ା କରନ୍ତି, ଯାହା ଉପରେ ଆପଣ ନିଜକୁ ଅଧିକ ଅଧିକାର ବୋଲି ବିବେଚନା କରନ୍ତି। ବେଳେବେଳେ ଛୋଟ ଏବଂ ବେଳେବେଳେ କିଛି ବଡ ପ୍ରସଙ୍ଗରେ ଦମ୍ପତିଙ୍କ ମଧ୍ୟରେ ଅନେକ ସମୟରେ କଳହ ଲାଗିଥାଏ। ଏଠାରେ ଆମେ ଆପଣଙ୍କୁ ସେହି ତିନୋଟି ବିଷୟରେ କହୁଛୁ, ଯେଉଁପାଇଁ ଦମ୍ପତିମାନେ ଅଧିକ ଝଗଡା କରନ୍ତି… ୧- ଅର୍ଥ କିମ୍ବା ରୋଜଗାରକୁ ନେଇ ବିବାଦ: ଏହା ଅଜବ ଲାଗୁଥାଇପାରେ,…
ଚାଣକ୍ୟ ନୀତି: ଆଚାର୍ଯ୍ୟ ଚାଣକ୍ୟ କହିଛନ୍ତି ଯେ, ଜଣେ ବ୍ୟକ୍ତି ନିଜ କାର୍ଯ୍ୟ ଦ୍ୱାରା ଦୁଃଖ ଏବଂ ସୁଖ ଅନୁଭବ କରେ। ଚାଣକ୍ୟ ନୀତିର ୧୩ ତମ ଅଧ୍ୟାୟରେ ମଣିଷର ସେହି ଅଭ୍ୟାସ ବିଷୟରେ କହିଛନ୍ତି, ଯେଉଁ କାରଣରୁ ପ୍ରସ୍ତୁତ ହୋଇ ରହିଥିବା କାର୍ଯ୍ୟ ନଷ୍ଟ ହୋଇଯାଏ। ଏହା ହେଉଛି ମାନବ ଜୀବନର ସମସ୍ୟାର ମୂଳ, ଯିଏ ଏହାକୁ ପରାସ୍ତ କରେ, ସଙ୍କଟ ସମୟରେ ମଧ୍ୟ ସୁଖର ଭାବନା କମିଯାଏ ନାହିଁ। ଅନ୍ୟ ପଟେ, ଯଦି ଏହି ଜିନିଷ ବ୍ୟକ୍ତି ଉପରେ ପ୍ରାଧାନ୍ୟ ଦେଇଥାଏ, ସଫଳତା ବହୁ ଦୂରକୁ ଚାଲିଯାଏ। ଆସନ୍ତୁ ଜାଣିବା କେଉଁ ଜିନିଷ ଚାଣକ୍ୟ ଉଲ୍ଲେଖ କରିଛନ୍ତି, ଯାହା ଅସୁବିଧାର କାରଣ ହୋଇଥାଏ। ଆଚାର୍ଯ୍ୟ ଚାଣକ୍ୟ ଶ୍ଳୋକ ମାଧ୍ୟମରେ କହିଛନ୍ତି ଯେ, ଜଣେ ବ୍ୟକ୍ତିଙ୍କ ସମସ୍ୟାର ମୂଳ କାରଣ ହେଉଛି ତାଙ୍କ ମନ। ଯଦି କୌଣସି ବ୍ୟକ୍ତିର ମନ ନିୟନ୍ତ୍ରଣରେ ନଥାଏ, ତେବେ ସେ କଦାପି ଖୁସି ଏବଂ…

