Author: Samikhsya Bureau

ମେଷ: – ଆଜି ଆପଣଙ୍କ ପାଇଁ ଏକ ଶୁଭ ଦିନ ହେବ । ପ୍ରିୟଜନ, ଆତ୍ମନିର୍ଭରଶୀଳତା ଏବଂ ସାଙ୍ଗମାନଙ୍କ ସହିତ ସାମାଜିକ କାର୍ଯ୍ୟ କରିବାରେ ପୁରା ଦିନ ଅତିବାହିତ ହେବ । ବନ୍ଧୁମାନେ ଉପକୃତ ହେବେ ଏବଂ ସେମାନଙ୍କ ପାଇଁ ଟଙ୍କା ମଧ୍ୟ ଖର୍ଚ୍ଚ କରିବାକୁ ପଡିବ। ବୃଷ: – ଆଜି ଆପଣଙ୍କ ପାଇଁ ଏକ ଭଲ ଦିନ ହେବ । ଆଜି ଆପଣ ନୂତନ କାର୍ଯ୍ୟଗୁଡ଼ିକର ଆୟୋଜନ କରିବେ । ଅମଲାତନ୍ତ୍ର ଏବଂ ବ୍ୟବସାୟୀଙ୍କ ପାଇଁ ଆଜି ଏକ ଭଲ ଦିନ । ଉଚ୍ଚ ପଦାଧିକାରୀଙ୍କ ଉଚ୍ଚ ପ୍ରୋଫାଇଲ୍ ରହିବ । ପୁରୁଣା ଅସମ୍ପୂର୍ଣ୍ଣ କାର୍ଯ୍ୟ ସମାପ୍ତ ହେବ । ପଦୋନ୍ନତି ଅର୍ଥନୈତିକ ଲାଭ ଆଣିପାରେ । ମିଥୁନ: – ଆଜି ଆପଣଙ୍କ ପାଇଁ ମାନସିକ ଦ୍ୱନ୍ଦ୍ୱ ଏବଂ ଜଟିଳତାର ଦିନ । ସମସ୍ତଙ୍କ ଶରୀର, ମନ ଏବଂ ଧନରେ ବାଧା ଆସିବ । ଆଜି କୈଣସି କାର୍ଯ୍ୟ ଆରମ୍ଭ କରନ୍ତୁ ନାହିଁ ଏବଂ…

Read More

ନୂଆଦିଲ୍ଲୀ: ଆଇପିଏଲ୍-୨୦୨୩ ର ୨୫ ତମ ମ୍ୟାଚ୍ ରେ ନିଜ ଘରେ ସନରାଇଜର୍ସ ହାଇଦ୍ରାବାଦକୁ ମୁମ୍ବାଇ ଇଣ୍ଡିଆନ୍ସ ୧୪ ରନ୍ ରେ ପରାସ୍ତ କରିଛି। ଏହା ସହିତ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟ ବିଜୟରେ ହ୍ୟାଟ୍ରିକ୍ ଲଗାଇଛି। ଏହି ମ୍ୟାଚ୍‌ରେ ୧୯୩ ରନ୍‌ର ଟାର୍ଗେଟକୁ ପିଛା କରି ହାଇଦ୍ରାବାଦ ଦଳ ୧୯.୫ ଓଭରରେ ୧୭୮ ସ୍କୋର କରିପାରିଛି। କ୍ୟାମେରୁନ୍ ଗ୍ରୀନ୍ ଙ୍କ ଅଲରାଉଣ୍ଡର ପ୍ରଦର୍ଶନ ମୁମ୍ବାଇ ପାଇଁ ଦେଖିବାକୁ ମିଳିଥିଲା, ଯିଏ ବ୍ୟାଟ୍ ସହିତ ୬୪ ରନ୍ ସଂଗ୍ରହ କରିଥିଲେ ଏବଂ ମ୍ୟାଚ୍ ରେ ୧ ଟି ୱିକେଟ୍ ମଧ୍ୟ ନେଇଥିଲେ। ଯେତେବେଳେ ହାଇଦ୍ରାବାଦକୁ ଅନ୍ତିମ ୧୨ ବଲରେ ୨୪ ରନ୍ ସ୍କୋର କରିବାକୁ ଥିଲା, ଗ୍ରୀନ୍ ୧୯ ତମ ଓଭରରେ ବୋଲିଂ କରି ମାତ୍ର ଚାରି ରନ୍ ଦେଇ ତାଙ୍କ ଦଳକୁ ଦୃଢ ସ୍ଥିତିରେ ରଖିଥିଲେ। ୧୯୩ ରନ୍ ସ୍କୋରକୁ ପିଛା କରି ସନରାଇଜର୍ସ ହାଇଦ୍ରାବାଦ ଦଳ ସେମାନଙ୍କ ଓପନିଂ ଯୋଡି…

Read More

ଭୁବନେଶ୍ୱର: ଭୁବନେଶ୍ଵର ବ୍ଲକରେ ପଛୁଆ ବର୍ଗଙ୍କ ସାମାଜିକ ଓ ଶିକ୍ଷା ସର୍ଭେ ନିମନ୍ତେ ଦ୍ଵିତୀୟ ପର୍ଯ୍ୟାୟ ପ୍ରଶିକ୍ଷଣ ଶିବିର ଭୁବନେଶ୍ଵର ପଞ୍ଚାଯତ ସମିତି ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଛି। ରାଜ୍ୟ ସରକାର ଆସନ୍ତା ମଇ ୧ ତାରିଖରୁ ମଇ ୨୭ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ପଛୁଆ ବର୍ଗଙ୍କ ସାମାଜିକ ଶିକ୍ଷା ସର୍ଭେ ଆରମ୍ଭ କରିବାକୁ ଯାଉଥିବା ପରିପ୍ରେକ୍ଷୀରେ ଭୁବନେଶ୍ଵର ବ୍ଲକ ସ୍ତରୀୟ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଛି। ଉକ୍ତ ପ୍ରଶିକ୍ଷଣ ଶିବିରରେ ୮୪ ଜଣ ଅଙ୍ଗନୱାଡି କର୍ମୀ ଏବଂ ୮ ଜଣ ସୁପରଭାଇଜର ଯୋଗ ଦେଇଥିଲେ। ଭୁବନେଶ୍ଵର ବିଡିଓ ସମ୍ପଦ କୁମାର ଦଳାଇ ସର୍ଭେ କରିବା ପ୍ରଣାଳୀ ସମ୍ପର୍କରେ ଆଲୋକପାତ କରିଥିଲେ। ଏହି ସର୍ଭେ କାର୍ଯ୍ୟରେ ନିରପେକ୍ଷତା ଅବଲମ୍ବନ କରି ତଥ୍ୟ ସଂଗ୍ରହ ନିମନ୍ତେ ନିଯୋଜିତ ଅଧିକାରୀ ମାନଙ୍କୁ ସେ ପରାମର୍ଶ ଦେଇଥିଲେ। ସିଡିପିଓ କବିତା ମହାପାତ୍ର, ମଙ୍ଗଳ ସଂପ୍ରସାରଣ ଅଧିକାରୀ ଅନନ୍ୟା ଆଚାର୍ଯ୍ୟ, ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ସୋନାଲୀ…

Read More

ଭୁବନେଶ୍ୱର: କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଅଧ୍ୟକ୍ଷତାରେ ମଙ୍ଗଳବାର ଆଇଆଇଟି ଭୁବନେଶ୍ୱର ଠାରେ ଇଣ୍ଡିଆନ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି (ଆଇଆଇଟି)ର ୫୫ତମ କାଉନସିଲ ବୈଠକ ଅନୁଷ୍ଠାନର ନିର୍ଦ୍ଦେଶକ ଓ ଚେୟାରମ୍ୟାନଙ୍କ ସହ ଅନୁଷ୍ଠିତ ହୋଇଯାଇଛି। ଏ ସମ୍ପର୍କରେ ଶ୍ରୀ ପ୍ରଧାନ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମାର୍ଗଦର୍ଶନ, ଦୂରଦୃଷ୍ଟି ଏବଂ ଜାତୀୟ ଶିକ୍ଷା ନୀତି ଅଧାରରେ ଆଇଆଇଟିକୁ ବିଶ୍ୱମାନର ଗବେଷଣା, ନବସୃଜନ ଏବଂ ଉଦ୍ୟମୀ ବିଶ୍ୱବିଦ୍ୟାଳୟରେ ପରିବର୍ତ୍ତନ କରିବା ପାଇଁ ଆମେ ପ୍ରତିଶ୍ରୁତିବଦ୍ଧ। ଦେଶର ପ୍ରମୁଖ ବୈଷୟିକ ଅନୁଷ୍ଠାନ ମଧ୍ୟରୁ ଅନ୍ୟତମ ଆଇଆଇଟି ଗୁଡିକ ବିଶ୍ୱରେ ଭାରତର ବ୍ରାଣ୍ଡକୁ ମଜବୂତ୍ କରିବା ସହ ବିଶ୍ୱ କଲ୍ୟାଣ ପାଇଁ ସମାଧାନର ରାସ୍ତା ବାହାର କରୁଛି। ଦେଶର ଆଇଆଇଟିକୁ ଗରିବ କଲ୍ୟାଣର ପ୍ରୟୋଗଶାଳା କରିବା ପାଇଁ ଉଦ୍ୟମ ହେଉଛି। ଆମର ଆଇଆଇଟି ବିକଶିତ ଓ ଆତ୍ମନିର୍ଭର ଭାରତର ପଥପ୍ରଦର୍ଶକ ହେବ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି। ଦେଶ…

Read More

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ସୂଚନା ଓ ଲୋକସଂପର୍କ ବିଭାଗର ନିର୍ଦ୍ଦେଶକ ଭାବେ ଆଜି ଶ୍ରୀ ସରୋଜ କୁମାର ସାମଲ ପୂର୍ବତନ ନିର୍ଦ୍ଦେଶକ ଶ୍ରୀ ଇନ୍ଦ୍ରମଣି ତ୍ରିପାଠୀଙ୍କଠାରୁ ଦାୟିତ୍ୱ ଗ୍ରହଣ କରିଛନ୍ତି। ସୂଚନା ଓ ଲୋକସଂପର୍କ ବିଭାଗ ରାଜ୍ୟ ସରକାରଙ୍କ ମୁଖପତ୍ର ସଦୃଶ। ବିଭିନ୍ନ ବିଭାଗର ଯୋଜନା ଓ କାର୍ଯ୍ୟକ୍ରମଗୁଡ଼ିକୁ ଏହି ବିଭାଗ ପ୍ରଚାରପ୍ରସାର କରି ସରକାରଙ୍କ ଭାବମୂର୍ତ୍ତି ଗଠନରେ ଏକ ପ୍ରମୁଖ ଭୂମିକା ନିର୍ବାହ କରିଥାଏ ବୋଲି ଶ୍ରୀ ସାମଲ ପ୍ରକାଶ କରିଛନ୍ତି। ଦଳଗତ କାର୍ଯ୍ୟ ଉପରେ ବିଶ୍ୱାସ କରୁଥିବା ନୂଆ ନିର୍ଦ୍ଦେଶକ ୫-‘ଟି’ ମନ୍ତ୍ର ଆଧାରରେ ବିଭାଗର ଗୌରବ ଓ ଗରିମାକୁ ବୃଦ୍ଧି କରିବାକୁ ସମସ୍ତଙ୍କର ସହଯୋଗ କାମନା କରିଥିଲେ। ବିଭାଗର ସମ୍ମିଳନୀ କକ୍ଷରେ ପୁଷ୍ପଗୁଚ୍ଛ ଦେଇ ନୂଆ ନିର୍ଦ୍ଦେଶକଙ୍କୁ ବିଭାଗ ତରଫରୁ ଯୁଗ୍ମ ଶାସନ ସଚିବ ଶ୍ରୀମତୀ ବିଷ୍ଣୁପ୍ରିୟା ସାହୁ ସ୍ୱାଗତ କରିଥିବାବେଳେ ବିଦାୟୀ ନିର୍ଦ୍ଦେଶକ ଶ୍ରୀ ତ୍ରିପାଠୀଙ୍କୁ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଥିଲା। ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମମାନଙ୍କରେ ଗଣମାଧ୍ୟମ ପରିଚାଳନାଠାରୁ…

Read More

ଭୁବନେଶ୍ଵର: ଓଡ଼ିଶାବାସୀଙ୍କୁ ଅରାଜକ କହି ବାରମ୍ଵାର ଅପମାନିତ କରୁଥିବା ବିଜେପି ଏବେ ପୁଣିଥରେ ସମ୍ବଲପୁରରେ ହିଂସା ଓ ଅରାଜକତା ସୃଷ୍ଟି କରିବାକୁ ଉଦ୍ୟମ କରୁଛି ବୋଲି ବିଜୁ ଜନତା ଦଳ ପକ୍ଷରୁ ଅଭିଯୋଗ କରାଯାଇଛି। ଆଜି ବିଜେଡି ମୁଖପାତ୍ର ସଞ୍ଜୟ ବାବୁ ଗଣମାଧ୍ୟମରେ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ଯେତେବେଳେ ସମ୍ବଲପୁରରେ ଏକ ସ୍ପର୍ଶକାତର ଘଟଣା ଘଟିଛି ଏବଂ ଧୀରେ ଧୀରେ ଶାନ୍ତି ଫେରିଆସୁଛି, ସେତିକିବେଳେ ବିଜେପି ନେତାମାନେ ସମ୍ବଲପୁରରେ ପଶି ଶାନ୍ତି ଭଙ୍ଗ କରିବାକୁ ଚେଷ୍ଟା କରୁଛନ୍ତି। ବିଜେପି ଶାସିତ ଉତ୍ତରପ୍ରଦେଶ ଏବଂ ଅନ୍ୟାନ୍ୟ ରାଜ୍ୟରେ ଏଭଳି ସ୍ପର୍ଶକାତର ଘଟଣା ଘଟିଲେ, ସରକାର କୌଣସି ରାଜନୈତିକ ଦଳର ପ୍ରତିନିଧି ଦଳକୁ ସେଠାକୁ ଯିବାକୁ ଅନୁମତି ଦିଅନ୍ତି ନାହିଁ। ଯେତେବେଳେ ଉତ୍ତରପ୍ରଦେଶର ହାଥରସ୍, ଲଖିମପୁର ଖେରିରେ ସ୍ପର୍ଶକାତର ଘଟଣା ଘଟିଥିଲା, ବିଜେପି ସରକାର ସେଠାକୁ କୌଣସି ଦଳର ଲୋକଙ୍କୁ ଛାଡ଼ି ନଥିଲା। ନିଜ ଶାସିତ ରାଜ୍ୟରେ ବିଜେପି ଗୋଟିଏ ନୀତି ଆପଣାଉଥିବାବେଳେ…

Read More

ଭୁବନେଶ୍ୱର: ଚଳିତ ଝାରସୁଗୁଡ଼ା ବିଧାନ ସଭା ନିର୍ବାଚନ ମଣ୍ଡଳୀରେ କଂଗ୍ରେସ ପ୍ରାର୍ଥୀ ତରୁଣ ପାଣ୍ଡେଙ୍କ ନିମନ୍ତେ ପ୍ରଚାର କରିବା ପାଇଁ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ପରାମର୍ଶ କ୍ରମେ ଅଖିଳ ଭାରତ କଂଗ୍ରେସ କମିଟି ପକ୍ଷରୁ କଂଗ୍ରେସ ୪୦ ଜଣିଆ ତାରକା ପ୍ରଚାରକ ମାନଙ୍କ ନାମ ତାଲିକା ଘୋଷଣା କରାଯାଇଛି। ଏହି ତାଲିକାରେ ଓଡ଼ିଶା ପ୍ରଭାରୀ ତଥା ଏ.ଆଇ.ସି.ସି. ସାଧାରଣ ସମ୍ପାଦକ ସାଂସଦ ଡଃ ଏ. ଚେଲା କୁମାର, ପି.ସି.ସି. ସଭାପତି ଶ୍ରୀଯୁକ୍ତ ଶରତ ପଟ୍ଟନାୟକ ଙ୍କ ସମେତ କାର୍ଯ୍ୟକାରୀ ସଭାପତି ଚିରଞ୍ଜିବ ବିଶ୍ୱାଳ, କଂଗ୍ରେସ ଦଳର ବିଧାୟକ ନେତା ନରସିଂହ ମିଶ୍ର ଏ.ଆଇ.ସି.ସିର କେନ୍ଦ୍ରୀୟ ନେତା କହ୍ମେୟା କୁମାର, ପୂର୍ବତନ ପି.ସି.ସି ସଭାପତି ନିରଞ୍ଜନ ପଟ୍ଟନାୟକ, ଜୟଦେବ ଜେନା, ପ୍ରସାଦ ହରିଚନ୍ଦନ ପ୍ରମୁଖ ରହିଥିବାବେଳେ ସାଂସଦ ଶପ୍ତଗିରୀ ଉଲ୍ଲକା, ଏ.ଆଇ.ସି.ସି. ସାଧାରଣ ସମ୍ପାଦକ – ଭକ୍ତ ଚରଣ ଦାସ, ଏଆଇସିସି ସମ୍ପାଦକ ଶରତ ରାଉତ, ପୂର୍ବତନ ଏ.ଆଇ.ସି.ସି. ସମ୍ପାଦକ –…

Read More

ଭୁବନେଶ୍ଵର: ରାଜ୍ୟ ସରକାରଙ୍କ ବଡ ନିଷ୍ପତ୍ତି। ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଆଉ ଦୁଇ ଦିନ ରାଜ୍ୟର ସମସ୍ତ ବିଦ୍ୟାଳୟ ବନ୍ଦ ରଖିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଆସନ୍ତାକାଲି ଏବଂ ୨୦ ତାରିଖ ଦୁଇ ଦିନ ପାଇଁ ସମସ୍ତ ସ୍କୁଲ ଛୁଟି କରିବାକୁ ଘୋଷଣା କରାଯାଇଛି। ଏହାପୂର୍ବରୁ ରାଜ୍ୟ ସରକାର ମଧ୍ୟ ଗତ ୧୬ ତାରିଖ ଯାଏଁ ସମସ୍ତ ବିଦ୍ୟାଳୟକୁ ଛୁଟି ଘୋଷଣା କରିଥିଲେ। ଏଥର ଦ୍ଵାଦଶ ଶ୍ରେଣୀ ଯାଏଁ ସମସ୍ତ ସ୍କୁଲ ବନ୍ଦ ରହିବାକୁ ନିଷ୍ପତ୍ତି ନିଆଯାଇଛି।

Read More

ନୂଆଦିଲ୍ଲୀ: ଏକ ଐତିହାସିକ ନିଷ୍ପତ୍ତିକ୍ରମେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ପରିଚାଳିତ କେନ୍ଦ୍ର କାର୍ମିକ ଓ ତାଲିମ ମନ୍ତ୍ରଣାଳୟ ଷ୍ଟାଫ ସିଲେକ୍ସନ କମିଶନ ମଲ୍ଟି ଟାସ୍କିଂ (ନନ୍ ଟେକ୍ନିକାଲ) ଷ୍ଟାଫ (ଏସ୍ଏସ୍ସି ଏମ୍ଟିଏସ୍) ପରୀକ୍ଷା ୨୦୨୨ ଓ ସିଏଚଏସ୍ଏଲଇ ପରୀକ୍ଷା-୨୦୨୨କୁ ୧୩ଟି ଆଞ୍ଚଳିକ ଭାଷା ସହିତ ହିନ୍ଦି ଓ ଇଂରାଜୀରେ କରିବାକୁ ଅନୁମୋଦନ ପ୍ରଦାନ କରିଛନ୍ତି। ଏ ସମ୍ପର୍କରେ ସୂଚନା ଦେଇ କେନ୍ଦ୍ରମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂହ କହିଛନ୍ତି ଯେ ଆଞ୍ଚଳିକ ଭାଷାକୁ ପ୍ରୋତ୍ସାହିତ କରିବା ସହିତ ବିଭିନ୍ନ କେନ୍ଦ୍ରୀୟ ପରୀକ୍ଷାରେ ସ୍ଥାନୀୟ ଯୁବକଯୁବତୀଙ୍କୁ ଉତ୍ସାହିତ କରିବାକୁ ପ୍ରଧାନମନ୍ତ୍ରୀ ଯେଉଁ ଗୁରୁତ୍ୱ ଦେଉଛନ୍ତି ତାହାକୁ ଆଖିଆଗରେ ରଖି ଏହି ନିଷ୍ପତ୍ତି ନିଆଯାଇଛି। ସମସ୍ତେ ଚାକିରି ପାଇଁ ଆବେଦନ କରିବାର ସମାନ ସୁବିଧା ସୁଯୋଗ ଯେପରି ପାଆନ୍ତି ଏବଂ ଭାଷାଗତ ପ୍ରତିବନ୍ଧକ ଯୋଗୁଁ କେହି ଯେପରି ପଛରେ ପଡି ନ ଯାଆନ୍ତି ସେଥିପାଇଁ ପ୍ରଧାନମନ୍ତ୍ରୀଙ୍କର ଯେଉଁ ବିଚାର ଓ ଲକ୍ଷ୍ୟ ରହିଛି ତଦନୁସାରେ…

Read More

ସୀତାରାମ ଅଗ୍ରୱାଲ କାଳୁପଡ଼ା: ଖୋର୍ଦ୍ଧା ରୋଡ ରେଳ ଡିଭିଜନ ଅନ୍ତର୍ଗତ କାଳୁପଡ଼ା ଘାଟ ରେଳ ଷ୍ଟେସନରେ ଖୁବ ଶୀଘ୍ର ରହିବ ପ୍ରଶାନ୍ତି ଏକ୍ସପ୍ରେସ। ଏ ନେଇ ସୂଚନା ଦେଇଛନ୍ତି ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ପୃଥ୍ଵୀରାଜ ହରିଚନ୍ଦନ। ସୂଚନା ମୁତାବକ ଚିଲିକା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ କାଳୁପଡ଼ା ଘାଟ ରେଳ ଷ୍ଟେସନରେ ପ୍ରଶାନ୍ତି ଏକ୍ସପ୍ରେସ ରହଣି ପାଇଁ ଦୀର୍ଘ ଦିନ ହେଲା ଦାବି ହୋଇଆସୁଥିଲା। ତେବେ ଏହାକୁ ଗୁରୁତ୍ୱ ଦେଇ ନିକଟରେ ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ଡ଼ା ସମ୍ବିତ ପାତ୍ର ଏବଂ ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ପୃଥ୍ଵୀରାଜ ହରିଚନ୍ଦନ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଭେଟି କାଳୁପଡ଼ା ଘାଟ ରେଳ ଷ୍ଟେସନରେ ପ୍ରଶାନ୍ତି ଏକ୍ସପ୍ରେସ ରହଣି ପାଇଁ ଅନୁରୋଧ କରିଥିଲେ। ଯାହା ଫଳରେ ମନ୍ତ୍ରୀଙ୍କ ନିର୍ଦେଶକ୍ରମେ ରେଳବାଇ ବୋର୍ଡ ଉକ୍ତ ଅନୁରୋଧକୁ ମାନି ନେଇଛି ଏବଂ ଖୁବ କମ ଦିନ ମଧ୍ୟରେ କାଳୁପଡ଼ା ଘାଟ ରେଳ ଷ୍ଟେସନରେ ପ୍ରଶାନ୍ତି ଏକ୍ସପ୍ରେସ ରହିବ…

Read More

ଭୁବନେଶ୍ୱର: ଭୁବନେଶ୍ୱର ଠାରେ ଜି-୨୦ ଶିକ୍ଷା କାର୍ଯ୍ୟଗୋଷ୍ଠୀର ତୃତୀୟ ବୈଠକ ପୂର୍ବରୁ ଏକ ମାସବ୍ୟାପୀ ଜନଭାଗିଦାରୀ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ଏହି କ୍ରମରେ ଆଜି ଭୁବନେଶ୍ୱର ସ୍ଥିତ ସିଟିଟିସି ଅନୁଷ୍ଠାନ ପକ୍ଷରୁ ଛାତ୍ରଛାତ୍ରୀଙ୍କୁ ନେଇ ଏକ ରଙ୍ଗୋଲି ପ୍ରତିଯୋଗିତା ଆୟୋଜନ କରାଯାଇଥିଲା। ଛାତ୍ରଛାତ୍ରୀମାନେ ଏଥିରେ ଜି-୨୦ ଲୋଗୋ ଡିଜାଇନ କରିଥିଲେ। ଅନୁରୂପ ଭାବେ ଭୁବନେଶ୍ୱରର ପଦାର୍ଥ ବିଜ୍ଞାନ ପ୍ରତିଷ୍ଠାନ ପକ୍ଷରୁ ଭାରତରେ ଆୟୋଜିତ ହେଉଥିବା ଜି-୨୦ ସମ୍ମିଳନୀ ଉପରେ ଆଧାରିତ ଏକ ପ୍ରଶ୍ନୋତ୍ତର ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଅନ୍ୟପକ୍ଷରେ ଜି-୨୦ ଜନଭାଗିଦାରୀ ଅଭିଯାନ ଅଧୀନରେ ଭୁବନେଶ୍ୱର ସ୍ଥିତ ଇଣ୍ଡିଆନ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ଟୁରିଜିମ୍‌ ଏଣ୍ଡ ଟ୍ରାଭେଲ୍‌ ମ୍ୟାନେଜମେଣ୍ଟ (ଆଇଆଇଟିଟିଏମ) ଏବଂ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ପର୍ଯ୍ୟଟନ ଓ ଭ୍ରମଣ ଅଧ୍ୟୟନ ବିଭାଗ ମଧ୍ୟରେ ଏକ ଏମଓୟୁ ସ୍ୱାକ୍ଷରିତ ହୋଇଛି। ଏହି ଅବସରରେ ଉଭୟ ଶିକ୍ଷାନୁଷ୍ଠାନ ପକ୍ଷରୁ ‘ଐତିହ୍ୟ : ଅତୀତ, ବର୍ତ୍ତମାନ ଓ ଭବିଷ୍ୟତ’ ବିଷୟକୁ ନେଇ ଏକ ସେମିନାର ଆୟୋଜନ କରାଯାଇଥିଲା। …

Read More

ରଣପୁର: ରାଜ୍ୟ ସରକାର ରାଜ୍ୟର ପୂର୍ବ ଐତିହ୍ୟକୁ ସୁରକ୍ଷା ଦେବାଲାଗି ପ୍ରାଚୀନ ଶିଳାଲେଖ ଓ ଐତିହାସିକ ପୀଠ ସ୍ଥଳୀଗୁଡିକୁ ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା ସହିତ ସହ ବନ୍ଧିତହୋଇ କୋଟିକୋଟି ଟଙ୍କା ଖର୍ଚ୍ଚ କରି ସେଗୁଡିକର ପୁନରୁଦ୍ଧାର ଓ ସ୍ଥାୟିତ୍ୱ କରୁଥିବା ବେଳେ ପ୍ରଶାସନିକ ଉଦାସୀନତା ପାଇଁ ଦୀପତଳ ଅନ୍ଧାର ସଦୃଶ ଏଇମିତି ଏକ ରୋଚକ ଘଟଣା ଦେଖିବାକୁ ମିଳିଛି ରଣପୁର ବ୍ଳକ୍ କ୍ୟାମ୍ପସରେ। ବ୍ଳକର ପୁରୁଣା କାର୍ଯ୍ୟାଳୟ ସମୁଖରେ ରଣପୁରର ସଂଗ୍ରାମୀମାନଙ୍କୁ ସ୍ମରଣ କରିବା ସହିତ ଭବିଷ୍ୟତ ରଣପୁରିଆ ଦାୟଦମାନଙ୍କ ଉଦ୍ଦେଶ୍ୟରେ ପ୍ରତିଷ୍ଠା ହୋଇଥିବା ଦୁଇଗୋଟି ସ୍ମୃତିସ୍ତମ୍ଭ ବା ପ୍ରାଚୀନ ଶିଳାଲେଖ ଆଜି ଜରାଜୀର୍ଣ୍ଣ ଅବସ୍ଥାରେ। ସୂଚନା ଆଉକି’, ରଣପୁର ବ୍ଳକ୍ ପୁରୁଣା କାର୍ଯ୍ୟାଳୟ ସମ୍ମୁଖରେ ପ୍ରବେଶ ପଥ ଫାଟକ ଆଡ଼କୁ ସାମନା କରି ତତ୍କାଳୀନ ପଞ୍ଚାୟତରାଜ୍ ମନ୍ତ୍ରୀ ସ୍ୱର୍ଗତ ବୃନ୍ଦାବନ ନାୟକଙ୍କ କରକମଳରେ ୨୬ ଫେବୃଆରୀ,୧୯୬୩ ରେ ଦୁଇଟି ସ୍ମୃତି ସ୍ତମ୍ଭରେ ଶିଳାଲେଖ କରାଯାଇ ସ୍ଥାପନ କରାଯାଇଥିଲା। ବ୍ରିଟିଶ…

Read More

ଭୁବନେଶ୍ୱର: ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧିନରେ ସମ୍ବଲପୁର ଜୋନର ୧୨ଟି ଜିଲ୍ଲାର ଶିକ୍ଷା ଅଧିକାରୀ ଓ ବ୍ଲକ୍‌ ଶିକ୍ଷା ଅଧିକାରୀଙ୍କ ଦୁଇଦିନିଆ ସମୀକ୍ଷା ବୈଠକ ଓ ପ୍ରଶିକ୍ଷଣ ଶିବିର ଉଦ୍‌ଯାପିତ ହୋଇଯାଇଛି। ଭୁବନେଶ୍ୱରସ୍ଥିତ କୃଷି ଭବନ ଅଡିଟୋରିୟମ୍‌ରେ ଅନୁଷ୍ଠିତ ଏହି ପ୍ରଶିକ୍ଷଣ ଶିବିରରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଲେ ଯେ ରାଜ୍ୟର ଶିକ୍ଷା ବ୍ୟବସ୍ଥାକୁ ଅଧିକ କି୍ରୟାଶୀଳ କରିବା ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ସ୍ୱପ୍ନକୁ ସାକାର କରିବା ହିଁ ଆମର ଲକ୍ଷ୍ୟ। ଚିରାଚରିତ କାର୍ଯ୍ୟପନ୍ଥାରୁ ବାହାରି ଆମକୁ ଶିକ୍ଷାକ୍ଷେତ୍ରରେ ସ୍ୱତନ୍ତ୍ର କାର୍ଯ୍ୟପନ୍ଥା ଗ୍ରହଣ କରିବାକୁ ପଡ଼ିବ। “୨୦୩୬ରେ ରାଜ୍ୟର ୧୦୦ ବର୍ଷ ପୂର୍ତ୍ତି ଉପଲକ୍ଷେ ଶିକ୍ଷାକ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ଆମର ଲକ୍ଷ୍ୟ’’ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା ବୋଲି ମନ୍ତ୍ରୀ ଶ୍ରୀ ଦାଶ ମତବ୍ୟକ୍ତ କରିଛନ୍ତି। ଡି.ଇ.ଓ ଏବଂ ବି.ଇ.ଓମାନେ ଏବଂ ସିଆର୍‌ସିସିମାନେ ବିଦ୍ୟାଳୟ ପର୍ଯ୍ୟବେକ୍ଷଣ…

Read More

ଭୁବନେଶ୍ୱର: ଜନସଂଖ୍ୟା ବୃଦ୍ଧି, ସହରୀକରଣ ଏବଂ ଶିଳ୍ପ ବିକାଶ କାରଣରୁ କୃଷି ଉପଯୋଗୀ ଭୂମି ସଙ୍କୁଚିତ ହୋଇଚାଲିଛି। ଗ୍ରାମୀଣ ପରିବାରର ଜୀବନଜୀବିକା ମୁଖ୍ୟତଃ କୃଷି ଏବଂ ଆନୁସଙ୍ଗିକ କାର୍ଯ୍ୟକଳାପ ଉପରେ ନିର୍ଭରଶୀଳ। ଭାରତର ପୂର୍ବ ପ୍ରାନ୍ତରେ ଥିବା ଅଧିକାଂଶ ଗ୍ରାମରେ ଲୋକମାନଙ୍କର ଘର ପଛପଟେ ଛୋଟ ଖଣ୍ଡେ ଜମି ଥାଏ। ଏଭଳି ଭୂମିହୀନ ଚାଷୀ ପରିବାର ପାଇଁ ଆହାର ବିବିଧତା ସୁନିଶ୍ଚିତ କରିବା ଏବଂ ପରିବାର ଲୋକଙ୍କ ପୋଷଣ ସୁରକ୍ଷା ଉଦ୍ଦେଶ୍ୟରେ ଭୁବନେଶ୍ୱର ସ୍ଥିତି ଆଇସିଏଆର-ସିଆଇଡବ୍ଲୁଏର ବୈଜ୍ଞାନିକମାନଙ୍କ ଦଳ ଏକ ଅଭିନବ ଜ୍ଞାନକୌଶଳ ବିକଶିତ କରିଛନ୍ତି। ‘‘ଛତୁ ଓ କୁକ୍କୁଟପାଳନ ସହିତ ପନିପରିବା ଉତ୍ପାଦନ ପାଇଁ ମହିଳା ଅନୁକୂଳ ବହୁମୁଖି ସମନ୍ୱିତ ଭର୍ଟିକାଲ ନ୍ୟୁଟ୍ରି-ଫାର୍ମିଂ ପ୍ରଣାଳୀ’’ (ଆଇଭିଏନଏଫଏସ) ନାମକ ଏହି ଜ୍ଞାନକୌଶଳକୁ ଆଇସିଏଆର-ସିଏଡବ୍ଲୁଏର ବୈଜ୍ଞାନିକ ଡକ୍ଟର ତାନିଆ ସେଠ, ଡକ୍ଟର ଅରୁଣ କୁମାର ପଣ୍ଡା ଏବଂ ଇଞ୍ଜିନିୟର ଚୈତ୍ରାଳୀ ଶଶାଙ୍କ ମହାତ୍ରେଙ୍କ ଦଳ ଉଦ୍ଭାବନ କରିଛନ୍ତି। ଆଇଭିଏନଏଫଏସ ଜ୍ଞାନକୌଶଳ ମାଧ୍ୟମରେ ଚାଷ…

Read More

ଭୁବନେଶ୍ୱର: ରାଜ୍ୟର ଜନଜାତି ଅଧ୍ୟୁଷିତ ଜିଲ୍ଲାରେ ନୂତନ କୃଷି ଉଦ୍ୟୋଗୀ ସୃଷ୍ଟି କରିବା ଲକ୍ଷ୍ୟରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ ଆରମ୍ଭ କରାଯାଇଥିବା କୃଷି ଉଦ୍ୟୋଗୀ ପ୍ରୋତ୍ସାହନ ଯୋଜନା (ଏଇପିଏସ୍‌)ର ସଫଳ ରୂପାୟନ ନିମନ୍ତେ ଅଧିକାରୀମାନେ ଅଧିକ ତତ୍ପରତା ପ୍ରକାଶ କରିବା ପାଇଁ କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏ ଦିଗରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଏବଂ ମତ୍ସ୍ୟ ଓ ପ୍ରାଣୀସଂପଦ ବିଭାଗର ଅଧିକାରୀମାନେ ପ୍ରତି ମାସରେ ସମନ୍ୱୟ ବୈଠକ କରି ବିଭାଗ ପକ୍ଷରୁ ଜାରି କରାଯାଇଥିବା ମାର୍ଗଦର୍ଶିକା ଅନୁଯାୟୀ ହିତାଧିକାରୀ ଚୟନ ଓ ପ୍ରଶିକ୍ଷଣ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଛନ୍ତି। ଆଜି କୃଷି ଭବନଠାରେ ଆୟୋଜିତ ବୈଠକରେ ମନ୍ତ୍ରୀ ଶ୍ରୀ ସ୍ୱାଇଁ ଯୋଜନାର ଅଗ୍ରଗତି ସଂପର୍କରେ ସମୀକ୍ଷା କରିବା ଅବସରରେ ସହଯୋଗୀ ସେ୍ୱଚ୍ଛାସେବୀ ଅନୁଷ୍ଠାନଗୁଡ଼ିକୁ…

Read More

ସୀତାରାମ ଅଗ୍ରୱାଲ ବାଲୁଗାଁ: ଗଣ୍ଡଗୋଳ ଅଭିଯୋଗରେ ଆଜି ପାଞ୍ଚ ଅଭିଯୁକ୍ତଙ୍କୁ ବାଲୁଗାଁ ପୋଲିସ ଗିରଫ କରିଛି। ସୂଚନା ମୁତାବକ କିଛି ଦିନ ହେଲା ଚିଲିକା ଜେଟି ନିକଟରେ କିଛି ଅସାମାଜିକ ବ୍ୟକ୍ତିମାନେ ବେଆଇନ ନିଶା ସାମଗ୍ରୀ ଯଥା ମଦ, ଗଞ୍ଜେଇ ଆଦି ବିକ୍ରି କରିବା ସହ ବେଆଇନ ବିକ୍ରି ସ୍ଥାନ କବଜା ପାଇଁ ନିଜ ନିଜ ମଧ୍ୟରେ ଝଗଡା କରିଆସୁଥିଲେ। ଏପରିକି ଚିଲିକା ଜେଟି ଏବଂ ଏହାର ଆଖପାଖ ବୁଦା ଓ ଜଙ୍ଗଲ ଅଞ୍ଚଳରେ ଏହି ଅସାମାଜିକ ବ୍ୟକ୍ତି ମାନେ ଲୁଚେଇ ନିଶା ସାମଗ୍ରୀ ବିକ୍ରି କରୁଥିଲେ। ଏହା ଫଳରେ ଅଞ୍ଚଳରେ ବିଶୃଙ୍ଖଳା ସୃଷ୍ଟି ହେବା ସହ ନାଗରିକ ମାନେ ନିଜକୁ ଅସୁରକ୍ଷିତ ମନେ କରୁଥିଲେ। ତେବେ ବାଲୁଗାଁ ପୋଲିସ ଏହା ଉପରେ ତୀକ୍ଷ୍ମ ନଜର ରଖିଥିବା ବେଳେ ରବିବାର ରାତିରେ ନିଶା ଦ୍ରବ୍ୟ ବିକ୍ରି ସ୍ଥାନକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ଝଗଡା ହୋଇଥିଲା। ଫଳରେ ପୋଲିସ ଉଭୟ ଗୋଷ୍ଠୀଙ୍କ…

Read More

ମୁମ୍ବାଇ: ପୁଣିଥରେ ମହାରାଷ୍ଟ୍ର ରାଜନୀତିରେ ହଲଚଲ ଦେଖାଦେଇଛି। ଏନସିପି ନେତା ଅଜିତ ପାୱାରଙ୍କ ବିଷୟରେ ଚର୍ଚ୍ଚା ଚାଲିଛି ଯେ, ସେ ବିଜେପିରେ ସାମିଲ ହୋଇପାରନ୍ତି। କିନ୍ତୁ ଆଜି ଅଜିତ ପାୱାର ନିଜେ ଆଗକୁ ଆସି ଏହାକୁ ଅସ୍ୱୀକାର କରିଛନ୍ତି। ସେ କହିଛନ୍ତି ଯେ, ମୁଁ ଏନସିପିରେ ଅଛି ଏବଂ ରହିବି। ଏହି ବିବୃତ୍ତି ସହିତ ଅଜିତ ପାୱାରଙ୍କ ବିଜେପିରେ ଯୋଗଦେବା ନେଇ କଳ୍ପନା ଜଳ୍ପନାର ଅନ୍ତ ଘଟିଛି। ପୂର୍ବତନ ଉପମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଏତେ କୋଳାହଳ ମଧ୍ୟରେ ଏନସିପି କର୍ମଚାରୀମାନେ ଦ୍ୱନ୍ଦ୍ୱରେ ପଡୁଛନ୍ତି। ଏହାପୂର୍ବରୁ ଅଜିତ ପାୱାରଙ୍କ ବିଜେପିରେ ଯୋଗଦେବା କଳ୍ପନାକୁ ମଧ୍ୟ ଶରଦ ପାୱାର ପ୍ରତ୍ୟାଖ୍ୟାନ କରିଥିଲେ। ଶରଦ ପାୱାର ଗଣମାଧ୍ୟମକୁ କହିଛନ୍ତି, “ରିପୋର୍ଟରେ କୌଣସି ସତ୍ୟତା ନାହିଁ। ଅଜିତ ପାୱାର କୌଣସି ବୈଠକ ଡାକିନାହାଁନ୍ତି। ସେ ଦଳ ପାଇଁ କାମ କରୁଛନ୍ତି, ଏସବୁ ଆପଣଙ୍କ ମନରେ ଚାଲିଛି।” ଉଲ୍ଲେଖନୀୟ କଥା ହେଉଛି, ଏନସିପି ବିଧାୟକ ଆନ୍ନା ବନସୋଡେ ଆଜି…

Read More

ଟାଙ୍ଗୀ: ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ଅନ୍ତର୍ଗତ ଭଜାଗଡ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ପୋଖରୀରେ ବୁଡି ଜଣେ ନାବାଳକର ମୃତ୍ୟୁ ହୋଇଛି। ସୂଚନା ଅନୁଯାୟୀ, ଅତ୍ୟଧିକ ଗରମରୁ ରକ୍ଷା ପାଇବା ପାଇଁ ଭଜାଗଡ ଗ୍ରାମର ଡମ୍ବରୁ ବାରିକଙ୍କ ପୁତ୍ର ଆଲୋକ (୧୦) ପୋଖରୀରେ ଗାଧୋଇବାକୁ ଯାଇଥିଲେ। ସ୍କୁଲ୍ ରୁ ଫେରି ସାଙ୍ଗ ସାଥିମାନଙ୍କ ସହ ଘର ନିକଟସ୍ଥ ପୋଖରୀକୁ ଆଲୋକ ଗାଧୋଇବା ପାଇଁ ଯାଇଥିଲେ। ପୋଖରୀରେ ଗାଧୋଇବା ବେଳେ ପହଁରି ପହଁରି ଗଭୀର ଜଳକୁ ପଳାଇଯାଇଥିଲେ। ଯାହାପରେ ସେ ଆଉ କୂଳକୁ ଫେରି ପାରିନଥିଲେ। ପୋଖରୀରେ ବହୁ ଖୋଜା ଖୋଜି ପରେ ନାବାଳକୁ ଉଦ୍ଧାର କରି ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ହେଲେ ଡାକ୍ତର ସେଠାରେ ମୃତ ଘୋଷଣା କରିଥିଲେ। ଶବ ଜବତ କରି ଟାଙ୍ଗୀ ପୋଲିସ୍ ଏବେ ତଦନ୍ତ କରୁଥିବା ଜଣାପଡ଼ିଛି।

Read More

ଭୁବନେଶ୍ବର: ଭୁବନେଶ୍ବରରେ ୩ଟି ନୂଆ ଅଗ୍ନିଶମ ସେବା କେନ୍ଦ୍ର (Fire Station) ପ୍ରତିଷ୍ଠା ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ ଦେଇଛନ୍ତି। ଭୁବନେଶ୍ବରର କ୍ରମବର୍ଦ୍ଧିଷ୍ଣୁ ପରିସର ଓ ଜନସଂଖ୍ୟା ବୃଦ୍ଧିକୁ ଦୃଷ୍ଟିରେ ରଖି ଅଗ୍ନିଶମ ବ୍ୟବସ୍ଥାକୁ ସୁଦୃଢ କରି ଧନଜୀବନକୁ ସୁରକ୍ଷା ଯୋଗାଇଦେବା ପାଇଁ ମୁଖ୍ୟମନ୍ତ୍ରୀ ଏହି ନିଷ୍ପତ୍ତି ନେଇଛନ୍ତି। ଏହି ୩ଟି ଅଗ୍ନିଶମ ସେବା କେନ୍ଦ୍ର ତମାଣ୍ଡୋ, ମଞ୍ଚେଶ୍ବର ଓ ପାହାଳରେ ପ୍ରତିଷ୍ଠା କରାଯିବ। ଏଥିପାଇଁ ୪୫ଟି ପଦବୀ ମଧ୍ୟ ଅନୁମୋଦନ କରାଯାଇଛି। ପ୍ରତ୍ୟେକ କେନ୍ଦ୍ରରେ ୧୫ ଜଣ ଲେଖାଏ କର୍ମଚାରୀ ରହିବେ। ଏଥିରେ ଜଣେ ଷ୍ଟେସନ ଅଫିସର, ଦୁଇ ଜଣ ଲିଡିଂ ଫାୟାରମ୍ୟାନ, ଜଣେ ଡ୍ରାଇଭର-ହାବିଲଦାର, ଜଣେ ଫାୟାରମ୍ୟାନ ଡ୍ରାଇଭର ଓ ୧୦ ଜଣ ଫାୟାରମ୍ୟାନ ଅଛନ୍ତି।

Read More

ନୂଆଦିଲ୍ଲୀ: ଭାରତୀୟ ରେଳ ପ୍ରତ୍ୟେକ ବର୍ଗ ଅନୁଯାୟୀ ସୁବିଧା ଯୋଗାଇଥାଏ ଏବଂ ଅଭାବୀ ଲୋକଙ୍କୁ ଭଡାରେ ରିହାତି ମଧ୍ୟ ଦେଇଥାଏ। ପ୍ରାୟତଃ ଲୋକମାନେ ବିଶ୍ବାସ କରନ୍ତି ଯେ, ବରିଷ୍ଠ ନାଗରିକ ଏବଂ ଭିନ୍ନକ୍ଷମମାନେ ଟ୍ରେନ୍ ଭଡା ଛାଡ ପାଅନ୍ତି। କିନ୍ତୁ ଅସୁସ୍ଥ ବ୍ୟକ୍ତିଙ୍କ ସମେତ ଅନେକ ବର୍ଗର ଲୋକଙ୍କୁ ରେଳବାଇ ରିହାତି ଦେଉଛି। ରେଳବାଇ ଦ୍ଵାରା କେତେକ ରୋଗରେ ପୀଡିତ ଲୋକଙ୍କ ପାଇଁ ଭଡା ରିହାତିର ବ୍ୟବସ୍ଥା ରହିଛି। ଏଭଳି ପରିସ୍ଥିତିରେ ପ୍ରଶ୍ନ ହେଉଛି ସେହି ରୋଗଗୁଡିକ କ’ଣ ଏବଂ କେତେ ଛାଡ ଦିଆଯାଉଛି? କିଏ ରିହାତି ପାଇବେ?: – କର୍କଟ ରୋଗୀ ଏବଂ ତାଙ୍କ ସହିତ ଯାଉଥିବା ଜଣେ ବ୍ୟକ୍ତିଙ୍କ ପାଇଁ ଭଡାରେ ରିହାତି ପ୍ରଦାନ କରିବାର ବ୍ୟବସ୍ଥା ଅଛି। ଯଦି ସେମାନେ ଚିକିତ୍ସା ପାଇଁ କୌଣସି ସ୍ଥାନକୁ ଯାଉଛନ୍ତି, ତେବେ ସେମାନେ ଏସି ଚେୟାର କାରରେ ୭୫ ପ୍ରତିଶତ ଛାଡ ପାଉଛନ୍ତି। ଏଥି ସହିତ ଏସି-୩ ଏବଂ ସ୍ଳିପରରେ…

Read More

ମୁମ୍ବାଇ: ବଲିଉଡରୁ ଟିଭି ଇଣ୍ଡଷ୍ଟ୍ରି ପର୍ଯ୍ୟନ୍ତ କାମ କରିଥିବା ଜଣେ ଅଭିନେତ୍ରୀ ଏପରି ଥିଲେ, ଯିଏ ଅନେକ ଅସୁବିଧାର ସମ୍ମୁଖୀନ ହୋଇଥିଲେ। କ୍ୟାରିୟରରେ ଉତ୍ଥାନ-ପତନ ଘଟିଥିଲା, ଦୁର୍ଘଟଣାରେ ଚେହେରା ନଷ୍ଟ ହୋଇଯାଇଥିଲା। ସ୍ୱାମୀ-ଭଉଣୀ ପ୍ରତାରଣା କରିଥିଲେ। କିନ୍ତୁ ଶେଷରେ ସେ ଜୀବନରେ ପରାଜିତ ହୋଇଥିଲେ। ଆମେ ହିନ୍ଦୀ ସିନେମାର ଜଣେ ବରିଷ୍ଠ ଅଭିନେତ୍ରୀ ଲଲିତା ପାୱରଙ୍କ ବିଷୟରେ କହୁଛୁ। ରାମାନନ୍ଦ ସାଗରଙ୍କ ପୌରଣିକ ଶୋ ‘ରାମାୟଣ’ରୁ ମନ୍ଥରା ଭାବରେ ଲଲିତା ବେଶ୍ ଜଣାଶୁଣା। ଆଜି ଅର୍ଥାତ୍ ଏପ୍ରିଲ୍ ୧୮ ତାରିଖ ୨୦୨୩ ହେଉଛି ତାଙ୍କର ଜନ୍ମ ବାର୍ଷିକୀ। ଆସନ୍ତୁ ତାଙ୍କର ଶେଷ ମୁହୂର୍ତ୍ତ ବିଷୟରେ ଜାଣିବା…… ଲଲିତା ପାୱାର ଫେବୃଆରୀ ୨୨ ତାରିଖ ୧୯୯୮ରେ ତାଙ୍କ ବଙ୍ଗଳାରେ ମୃତ୍ୟୁ ବରଣ କରିଥିଲେ। ଲଲିତା ପାଟିରେ କର୍କଟ ରୋଗରେ ପୀଡିତ ଥିଲେ। ସେ ପୁଣେରେ ଚିକିତ୍ସିତ ହେଉଥିଲେ ଏବଂ ବହୁତ ଯନ୍ତ୍ରଣା ଭୋଗୁଥିଲେ। ଥରେ ସେ କହିଥଲେ ଯେ, ସେ ଅନେକ ଖରାପ…

Read More