କୈଳାଶ ଚନ୍ଦ୍ର ଚୌଧୁରୀ ବ୍ରହ୍ମପୁର: ନିମଖଣ୍ଡି ଥାନା ଅନ୍ତର୍ଗତ ଶକ୍ତି ନଗର ୩ୟ ଗଳିରେ ରହୁଥିବା ଟୁଟୁ ସାହୁଙ୍କ ଘରୁ ତାଲା ଭାଙ୍ଗି ଚୋରି ହୋଇଥିବା ଅଭିଯୋଗ ହୋଇଛି। ଘଟଣାରୁ ପ୍ରକାଶ ଯେ, ନିଜର କୌଣସି ବ୍ୟକ୍ତିଗତ କାମରେ ଅଭିଯୋଗକାରୀ ଟୁଟୁ ଭୁବନେଶ୍ୱର ଯାଇଥିଲେ ଓ ଗତ ୧୯ ତାରିଖରେ ଘରକୁ ଆସି ଦେଖିଲେ ଯେ ଘରର ତାଲା ଭାଙ୍ଗି ଜିନିଷ ପତ୍ର ସବୁ ଏଣେତେଣେ ପଡ଼ି ରହିଛି। ଏହି ଭଳି ପରିସ୍ଥିତିରେ ସେ ନିମଖଣ୍ଡି ଥାନାରେ ଅଭିଯୋଗ କରିଥିଲେ। ପୋଲିସ ଏତଲା ଗ୍ରହଣ କରି ମକଦ୍ଦମା ନଂ ୧୩୧/୨୩ ଅନୁଯାୟୀ ମାମଲା ରୁଜୁ କରି ଉକ୍ତ ଅଞ୍ଚଳରେ ଲାଗିଥିବା ସିସିଟିଭି ଫୁଟେଜରୁ ତଥ୍ୟ ଆଧାର କରି ଘଟଣାର ତଦନ୍ତ ଆରମ୍ଭ କରିଛି।
Author: Samikhsya Bureau
ନୂଆଦିଲ୍ଲୀ: ପୂର୍ବତନ ରାଜ୍ୟପାଳ ସତ୍ୟପାଲ ମଲିକଙ୍କ କ୍ଷେତ୍ରରେ ଏକ ନୂଆ ମୋଡ଼ ଆସିଛି। ମଲିକ ଏବିପି ଲାଇଭ ସହ ଏକ ବିଶେଷ ବାର୍ତ୍ତାଳାପ ସମୟରେ କହିଛନ୍ତି ଯେ, ତାଙ୍କୁ କେନ୍ଦ୍ରୀୟ ଅନୁସନ୍ଧାନ ଏଜେନ୍ସି (ସିବିଆଇ) କାର୍ଯ୍ୟାଳୟକୁ ଯିବାକୁ ପଡିବ ନାହିଁ। ବରଂ ସିବିଆଇ ଅଧିକାରୀମାନେ ନିଜେ ତାଙ୍କୁ ଭେଟିବାକୁ ଘରକୁ ଆସିବା ପାଇଁ ଯାଉଛନ୍ତି। ପୂର୍ବତନ ରାଜ୍ୟପାଳ ସତ୍ୟପାଲ ମଲିକଙ୍କ କ୍ରମାଗତ ବିବୃତ୍ତି ପରେ ରାଜନୈତିକ ବାତାବରଣ ଗରମ ହୋଇଛି। ଏହି ସମୟରେ ସିବିଆଇ ତାଙ୍କୁ ସମନ କରିଥିବା ମାମଲା ସାମ୍ନାକୁ ଆସିଥିଲା। ଏହା ପରେ କଂଗ୍ରେସ ଏବଂ ଏଏପି ନେତାମାନେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି। କିନ୍ତୁ ଏହି ମାମଲାରେ ସତ୍ୟପାଲ ମଲିକ ନିଜେ ଏକ ମଜାଦାର ଖୁଲାସା କରିଛନ୍ତି ଯେ, ସିବିଆଇ ତାଙ୍କୁ ଡକାଇ ନାହିଁ ବରଂ ଏହାର ସ୍ପଷ୍ଟୀକରଣ ମାଗିଛି। ସେ କହିଛନ୍ତି ଯେ, ‘ତାଙ୍କୁ ସିବିଆଇ ପକ୍ଷରୁ କୌଣସି ସମନ ହୋଇନାହିଁ, ବରଂ ଏହା କେବଳ…
ଖୋର୍ଦ୍ଧା: ଶୁକ୍ରବାର ଦିନ ଜିଲ୍ଲା ସ୍ତରୀୟ ଅମଲାମାନେ ଏକତ୍ରିତ ହୋଇ ଏକ ଶୋଭାଯାତ୍ରା କରିଛନ୍ତି। ଏବଂ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି। ଉକ୍ତ ଦାବି ମୁତାବକ ଅମଲାମାନଙ୍କର ଶିକ୍ଷା ଗତ ଯୋଗ୍ୟତା ଆଧାରରେ ଦରମା ବୃଦ୍ଧି କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରାଯାଇଛି। ଅମଲାମାନଙ୍କର ଲେବୁଲ-୪ ରୁ ଲେବୁଲ-୯ କୁ ଉନ୍ନୀତ କରିବା ପାଇଁ ଏହି ଦାବିପତ୍ରରେ ଉଲ୍ଲେଖ କରାଯାଇଛି। ଅମଲାମାନେ ଦୀର୍ଘଦିନ ହେବ ସରକାରଙ୍କ ନିକଟରେ ନିଜ ନିଜର ଦାବି ଉପସ୍ଥାପନ କରିଥିଲେ ମଧ୍ୟ ସରକାରଙ୍କର ନୀରବତା ସମସ୍ତ ଜିଲ୍ଲା ସ୍ତରୀୟ ଅମଲାଙ୍କ ମନରେ ନୈରାଶ୍ୟ ଭାବ ସୃଷ୍ଟି କରିଛି। ରାଜ୍ୟ ପ୍ରଶାସନର ମୌଳିକ ସେବା ପ୍ରଦାନରେ ଜିଲ୍ଲାସ୍ତରୀୟ ଅମଲାମାନଙ୍କର ଭୂମିକା ଗୁରୁତ୍ଵପୂର୍ଣ୍ଣ ହୋଇଥିଲେ ମଧ୍ୟ ସରକାରଙ୍କର ବୈମାତୃକ ମନୋଭାବ ଶାନ୍ତିପ୍ରିୟ ଅମଲା ମାନଙ୍କୁ ରାଜରାସ୍ତାକୁ ଓଲାଇବାକୁ ବାଧ୍ୟ କରିଛି ବୋଲି ମିଳିତ ଅମଲା ମଞ୍ଚର ରାଜ୍ୟ ଅଧ୍ୟକ୍ଷ ନାରାୟଣ ଦାଶ କ୍ଷୋଭ ପ୍ରକାଶ କରି କହିଛନ୍ତି।…
ନୂଆଦିଲ୍ଲୀ: ଦେଶରେ କରୋନା ମାମଲା ଦିନକୁ ଦିନ ବୃଦ୍ଧି ପାଉଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ, ଆଜି ପ୍ରକାଶିତ ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ କୋଭିଡର ୧୨ ହଜାର ୧୯୩ ଟି ନୂଆ ମାମଲା ରୁଜୁ ହୋଇଛି। ଏହା ପରେ, ବର୍ତ୍ତମାନ ଦେଶରେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୬୭ ହଜାର ୫୫୬ କୁ ବୃଦ୍ଧି ପାଇଛି। ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, କୋଭିଡରେ ମୃତ୍ୟୁ ସଂଖ୍ୟା ୪୨ ରେ ପହଞ୍ଚିଛି। ଏହା ପରେ ଦେଶରେ କରୋନା କାରଣରୁ ମୋଟ ମୃତ୍ୟୁ ସଂଖ୍ୟା ୫ ଲକ୍ଷ ୩୧ ହଜାର ୩୦୦ କୁ ବୃଦ୍ଧି ପାଇଛି। ବର୍ତ୍ତମାନ ପର୍ଯ୍ୟନ୍ତ ଦେଶରେ କରୋନା ମାମଲା ୪ କୋଟି ୪୮ ଲକ୍ଷ ୮୧ ହଜାର ୮୭୭ କୁ ବୃଦ୍ଧି ପାଇଛି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ୱେବସାଇଟ୍ ଅନୁଯାୟୀ ଏହି ରୋଗରୁ ସୁସ୍ଥ ହୋଇଥିବା ଲୋକଙ୍କ ସଂଖ୍ୟା ୪ କୋଟି ୪୨ ଲକ୍ଷ ୮୩ ହଜାର ୨୧ କୁ…
ନୂଆଦିଲ୍ଲୀ: ଆଜି ଆଇପିଏଲ୍ ର ପ୍ରଥମ ମ୍ୟାଚ୍ ରେ ଲକ୍ଷ୍ନୌ ସୁପର ଜିଆଣ୍ଟସ୍ ଏବଂ ଗୁଜୁରାଟ ଟାଇଟାନ୍ସ ମଧ୍ୟରେ ମୁକାବିଲା ହେବ। ଲକ୍ଷ୍ନୌର ‘ଭାରତ ରତ୍ନ ଶ୍ରୀ ଅଟଳ ବିହାରୀ ବାଜପେୟୀ ଏକାନା କ୍ରିକେଟ୍ ଷ୍ଟାଡିୟମ୍’ରେ ଉଭୟ ଦଳ ମୁହାଁମୁହିଁ ହେବେ। ଏହି ମ୍ୟାଚ୍ ଅପରାହ୍ନ ୩.୩୦ ରେ ଆରମ୍ଭ ହେବ। ଗତ ସଂସ୍କରଣ ପରି ଉଭୟ ଦଳ ଏଥର ମଧ୍ୟ ଉତ୍କୃଷ୍ଟ ଫର୍ମରେ ଅଛନ୍ତି ଏବଂ ପଏଣ୍ଟ ଟେବୁଲର ଟପ୍ -୪ ରେ ଉପସ୍ଥିତ ଅଛନ୍ତି। ଏଭଳି ପରିସ୍ଥିତିରେ ଆଜିର ମ୍ୟାଚରେ ଏହି ଦଳର ସମ୍ଭାବ୍ୟ ଖେଳାଳି ଏବଂ ଇମ୍ପାକ୍ଟ ପ୍ଲେୟାର ରଣନୀତିରେ ଅଧିକ ପରିବର୍ତ୍ତନ ହେବ ନାହିଁ। ଉଭୟ ଦଳର ସମ୍ଭାବ୍ୟ ଖେଳାଳି ଏକାଦଶ: ଲକ୍ଷ୍ନୌ ସୁପର ଜିଆଣ୍ଟସ୍ ଖେଳାଳି-୧୧ (ପ୍ରଥମେ ବ୍ୟାଟିଂ): କେ.ଏଲ୍ ରାହୁଲ (କ୍ୟାପଟେନ୍), କାଇଲ୍ ମାୟର୍ସ, ଦୀପକ ହୁଡା, କ୍ରୁନାଲ ପାଣ୍ଡ୍ୟା, ମାର୍କସ ଷ୍ଟୋଇନିସ୍, ନିକୋଲାସ ପୁରନ (ୱିକେଟ୍ କିପର), ଆୟୁଷ ବଦୋନି, ଯୁଦ୍ଧବୀର…
ଭୁବନେଶ୍ୱର: ଓଡିଶା ସ୍କିଲ୍ କନ୍କ୍ଲେଭ୍ର ୨ୟ ଦିନରେ ବିଶ୍ୱରେ ଏକ ଅଗ୍ରଣୀ ଦକ୍ଷତା କେନ୍ଦ୍ରରେ ପରିଣତ ହେବା ଲାଗି ଓଡିଶା ପାଇଁ ରୋଡ୍ମ୍ୟାପ୍ ପ୍ରସ୍ତୁତ କରିବା ଉପରେ ଗୁରୁତ୍ୱ ଦିଆଯାଇଥିଲା। ସମ୍ମିଳନୀର ୨ୟ ଦିନରେ ଲିଙ୍ଗଗତ ଅନ୍ତରକୁ ହ୍ରାସ କରିବା, ମୂଲ୍ୟାୟନ, ପ୍ରଶିକ୍ଷଣ ଏବଂ କର୍ମବଳର ବିବିଧକରଣର ମହତ୍ୱ ଭଳି ପ୍ରସଙ୍ଗ ଉପରେ ଅଧିବେଶନର ଆୟୋଜନ କରାଯାଇଥିଲା। ଆଜିର ଦିନ ‘ଭାରତକୁ ବିଶ୍ୱର ଦକ୍ଷତା ରାଜଧାନୀରେ ପରିଣତ କରିବା’ ନାମକ ଅଧିବେଶନ ସହ ଆରମ୍ଭ ହୋଇଥିଲା ଯେଉଁଥିରେ ଆନ୍ତର୍ଜାତୀୟ ସ୍ତରରେ ପ୍ରସ୍ତୁତ ଭାରତୀୟ ଶ୍ରମବଳ ଓ ଆନ୍ତର୍ଜାତୀୟ ଇଂଟର୍ଣ୍ଣସିପ୍ର ଗଠନକୁ ସମର୍ଥନ କରିବା କ୍ଷେତ୍ରରେ ଆନ୍ତର୍ଜାତୀୟ ବ୍ୟବସ୍ଥାକାରୀ ଓ ସହଯୋଗୀଙ୍କ ଭୂମିକା ଏବଂ ଆନ୍ତର୍ଜାତୀୟ ବୈଷୟିକ ଓ ଧନ୍ଦାମୂଳକ ଶିକ୍ଷା ଓ ପ୍ରଶିକ୍ଷଣ (ଟିଭିଇଟି) ପ୍ରଦାତାଙ୍କ ଭୂମିକା ଉପରେ ଆଲୋଚନା କରାଯାଇଥିଲା। ଏହି ଅବସରରେ ଓଡିଶା ସରକାରଙ୍କ ଗ୍ରାମାଂଚଳ ବିକାଶ ବିଭାଗର ମୁଖ୍ୟ ସଚିବ ଶ୍ରୀ ସଞ୍ଜୟ କୁମାର ସିଂହ କହିଥିଲେ,…
ଭୁବନେଶ୍ୱର: ଆଇନଶୃଙ୍ଖଳା ନେଇ ରାଜ୍ୟ ସରକାରଙ୍କ ବିଫଳତା ଓ ଅଭିଯୁକ୍ତମାନଙ୍କୁ ତୁରନ୍ତ ଦଣ୍ଡ ଦେବା ନେଇ ରାଜ୍ୟ ସଭାପତି ମନମୋହନ ସାମଲଙ୍କ ନେତୃତ୍ୱରେ ବିଜେପିର ପ୍ରତିନିଧିମଣ୍ଡଳୀ ରାଜ୍ୟପାଳ ଶ୍ରୀ ଗଣେଶି ଲାଲଙ୍କୁ ଭେଟି ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି। ଏହି ଘଟଣାକୁ ୯ଦିନ ବିତିଥିଲେ ବି ମୁଖ୍ୟମନ୍ତ୍ର ଏନେଇ କୌଣସି ପଦକ୍ଷେପ ନେଇନାହାନ୍ତି। ପୂର୍ବ ବର୍ଷ ହନୁମାନ ଜୟନ୍ତୀରେ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା କିନ୍ତୁ ଏଥର ହନୁମାନ ଜୟନ୍ତୀର ଗଣ୍ଡଗୋଳ ଯୋଜନାବଦ୍ଧ ଥିଲା ବୋଲି ଆଇଆଇସି ଏଫଆଇଆରରେ ଉଲ୍ଲେଖ କରିଛନ୍ତି ଓ ଏସ୍ପି ଏହାକୁ ସ୍ୱୀକାର କରିଛନ୍ତି। ଶୋଭାଯାତ୍ରାର ଭିଡିଓ ପୋଲିସ ପାଖରେ ଅଛି କିନ୍ତୁ ଏଥିପ୍ରତି ରାଜ୍ୟ ସରକାର କୌଣସି କାର୍ଯ୍ୟାନୁଷ୍ଠାନ ନେଇନାହାନ୍ତି। ଗତ ୧୪ତାରିଖ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ କାରଣରୁ ଜଣେ ଆଦିବାସୀ ଯୁବକଙ୍କୁ ହତ୍ୟା କରାଗଲା। କାହା ନିର୍ଦ୍ଦେଶରେ ସରକାର ଚାଲିଛି, କିଏ ଏ ସରକାର ଚଲଉଛି ବୋଲି ରାଜ୍ୟ ସଭାପତି ମନମୋହନ ସାମଲ ପ୍ରଶ୍ନ କରିଛନ୍ତି।…
ଭୁବନେଶ୍ୱର: ଦେଶର ସର୍ବବୃହତ ଟେଲିକମ ଓ ଡିଜିଟାଲ ସେବା ପ୍ରଦାନକାରୀ କମ୍ପାନୀ ରିଲାଏନ୍ସ ଜିଓ ଇନଫୋକମ ଲିମିଟେଡ଼ ପକ୍ଷରୁ ୨୦୨୨-୨୩ ଆର୍ଥିକ ବର୍ଷର ଚତୁର୍ଥ ତ୍ରୟମାସ ତଥା ସମ୍ପୂର୍ଣ୍ଣ ଆର୍ଥିକ ବର୍ଷର ଫଳାଫଳ ଆଜି ଘୋଷଣା କରାଯାଇଛି। ୨୦୨୨-୨୩ ଆର୍ଥିକ ବର୍ଷରେ ରିଲାଏନ୍ସ ଜିଓର ନେଟ ଲାଭ ପୂର୍ବ ବର୍ଷ ତୁଳନାରେ ୨୩ ପ୍ରତିଶତ ବୃଦ୍ଧି ସହିତ ୧୮୨୦୭ କୋଟି ଟଙ୍କା ହୋଇଥିବା କମ୍ପାନୀ ପକ୍ଷରୁ ପ୍ରକାଶ କରାଯାଇଛି। ୨୦୨୧-୨୨ ଆର୍ଥିକ ବର୍ଷରେ କମ୍ପାନୀର ନେଟ ଲାଭ ୧୪୮୧୭ କୋଟି ଟଙ୍କା ରହିଥିଲା I କମ୍ପାନୀର ବାର୍ଷିକ ମୋଟ ପରିଚାଳନାଗତ ରାଜସ୍ୱ ପୂର୍ବ ବର୍ଷ ତୁଳନାରେ ପ୍ରାୟ ୧୮ ପ୍ରତିଶତ ବୃଦ୍ଧି ପାଇ ୯୦୭୮୬ କୋଟି ଟଙ୍କା ହୋଇଥିବା ଘୋଷଣା କରାଯାଇଛି, ଯାହା ପୂର୍ବ ବର୍ଷ ୭୬୯୭୭ କୋଟି ଟଙ୍କା ରହିଥିଲା। ସେହିଭଳି ଜାନୁଆରୀ ରୁ ମାର୍ଚ୍ଚ ୨୦୨୩ ଚତୁର୍ଥ ତ୍ରୟମାସରେ କମ୍ପାନୀର ନେଟ ଲାଭ ୪୧୭୩ କୋଟି ଟଙ୍କା ରହିଥିବା ଘୋଷଣା କରାଯାଇଛି, ଯାହା ଗତ ବର୍ଷ ସମାନ ତ୍ରୟମାସ ତୁଳନାରେ ୧୩ ପ୍ରତିଶତ ଅଧିକ ରହିଛି। ଚତୁର୍ଥ ତ୍ରୟମାସରେ କମ୍ପାନୀର ପରିଚାଳନାଗତ ରାଜସ୍ବ ୨୩୩୯୪ କୋଟି ଟଙ୍କା ରହିଛି, ଯାହା ପୂର୍ବ ବର୍ଷ ସମାନ ତ୍ରୟମାସରେ ୨୦୯୦୧…
ଭୁବନେଶ୍ଵର: ରିଲିଜ୍ ହେଲା ଭାଇଜାନଙ୍କ ଫିଲ୍ମ କିସି କା ଭାଇ କିସି କି ଜାନ। ଫାଷ୍ଟ ଡେ ଫାଷ୍ଟ ସୋ ଦେଖିବା ପାଇଁ ଶ୍ରୀୟା, ସ୍ଵାତି ଓ ସ୍ତୁତି ସିନେ କମ୍ପ୍ଲେକ୍ସରେରେ ନାହି ନଥିବା ଭିଡ। ଭାଇଜାନଙ୍କ ଫଟୋକୁ କେକ ଖୁଆଇ ହଲ୍ ରେ ନାଚିଲେ ସଲ୍ଲୁ ଭାଇଙ୍କ ଫ୍ୟାନ। ଫିଲ୍ମ ଆରମ୍ଭରୁ ହଲରେ ହର୍ଷ ଉଲ୍ଲାସର ଭିଡ଼ ଦେଖିବାକୁ ମିଳିଥିଲା। ଭାଇଜାନଙ୍କ ଏଣ୍ଟ୍ରି ରୁ ହିଁ ତାଳି ଓ ହୁଇସଲ ଆରମ୍ଭ ହୋଇ, ସରିଥିଲା ଫିଲ୍ମର ଦି ଏଣ୍ଡରେ। ଏଥର ଇଦରେ ଫରହାଦ୍ ସାମଜୀଙ୍କ ନିର୍ଦ୍ଦେଶିତ ଫିଲ୍ମ ‘କିସି କା ଭାଇ କିସି କି ଜାନ’ ରେ ରୋମାଣ୍ଟିକ ଓ ଆକ୍ସନ ଅବତାର ଦେଖିବାକୁ ମିଳିଛନ୍ତି ଲୋକପ୍ରିୟ ଓ ଯଂଗ୍ ମାସଙ୍କ ଭାଇ, ସଲମାନ ଖାନ। ଇଦରେ କେବଳ ମୁସଲମାନ ସମ୍ପ୍ରଦାୟ ନୁହେଁ ପୁରା ଓଡ଼ିଶା ଅନେଇକି ବସିଥିଲା ଏହି ଫିଲ୍ମ ପାଇଁ। ଜଣେ ଦର୍ଶକ କହିଥିଲେ ଯେ ସେ…
ଭୁବନେଶ୍ୱର: ଦେଶର ସର୍ବବୃହତ କମ୍ପାନୀ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ପକ୍ଷରୁ ୨୦୨୨-୨୩ ଆର୍ଥିକ ବର୍ଷର ଚତୁର୍ଥ ତ୍ରୟମାସ ତଥା ସମ୍ପୂର୍ଣ୍ଣ ବର୍ଷର ଆର୍ଥିକ ଫଳାଫଳ ଆଜି ଘୋଷଣା କରାଯାଇଛି। କମ୍ପାନୀର ବାର୍ଷିକ ନେଟ ଲାଭ ୧୪ ପ୍ରତିଶତ ବୃଦ୍ଧି ସହିତ ରେକର୍ଡ ୭୪୦୮୮ କୋଟି ଟଙ୍କା ହୋଇଥିବା ଘୋଷଣା କରାଯାଇଛି। କମ୍ପାନୀର ଇ.ବି.ଆଇ.ଟି.ଡି.ଏ ପ୍ରଥମ ଥର ପାଇଁ ଦେଢ଼ ଲକ୍ଷ କୋଟି ଟଙ୍କା ଅତିକ୍ରମ କରିଛି ଏବଂ ୧୫୪୬୯୧ କୋଟି ଟଙ୍କା ହୋଇଛି। ବିଗତ ପାଞ୍ଚ ବର୍ଷ ମଧ୍ୟରେ କମ୍ପାନୀର ନେଟ ଲାଭ ଓ ଇ.ବି.ଆଇ.ଟି.ଡି.ଏ ଦୁଇଗୁଣା ହୋଇଛି। ୨୦୨୨-୨୩ ଆର୍ଥିକ ବର୍ଷରେ କମ୍ପାନୀର ମୋଟ ରାଜସ୍ୱ ୨୩.୨ ପ୍ରତିଶତ ବୃଦ୍ଧି ସହିତ ୯,୭୬,୫୨୪ କୋଟି ଟଙ୍କା ହୋଇଛି I କମ୍ପାନୀର ରିଟେଲ ବ୍ୟବସାୟରେ ପୂର୍ବ ବର୍ଷ ତୁଳନାରେ ୩୦% ଅଭିବୃଦ୍ଧି ହେବା ସହିତ ମୋଟ ରାଜସ୍ବ ୨୬୦୩୬୪ କୋଟି ଟଙ୍କା ହୋଇଛି ଓ ୨୦୨୨-୨୩ ଆର୍ଥିକ ବର୍ଷ ଶେଷ ସୁଦ୍ଧା କମ୍ପାନୀର ରିଟେଲ ଷ୍ଟୋର…
ଜୀବନଶୈଳୀ: ଏକ ଦମ୍ପତି ସେମାନଙ୍କ ପାରସ୍ପରିକ ଝଗଡା ବିଷୟରେ ଅଧିକ ଚିନ୍ତା କରିବା ଉଚିତ୍ ନୁହେଁ। ତଥାପି, ପ୍ରତ୍ୟେକ ଥର ପରିସ୍ଥିତି ଅତ୍ୟନ୍ତ ସ୍ୱାଭାବିକ ନୁହେଁ। କିନ୍ତୁ ଆପଣଙ୍କ ମନରେ କୌଣସି ନକାରାତ୍ମକ ଚିନ୍ତାଧାରା ଆଣିବା ପୂର୍ବରୁ, ଆପଣଙ୍କୁ ମନେ ରଖିବାକୁ ହେବ ଯେ ଆପଣ ଦୁନିଆର ଯେକୌଣସି ବ୍ୟକ୍ତିଙ୍କ ସହିତ ପ୍ରେମ ଏବଂ ହସ ସହିତ କଥା ହୋଇପାରିବେ। କିନ୍ତୁ ସମସ୍ତଙ୍କ ସହ ଝଗଡା କରିପାରିବେ ନାହିଁ! କାରଣ ଜୀବନରେ ଆପଣ ସେହି ବ୍ୟକ୍ତିଙ୍କ ସହିତ ଝଗଡ଼ା କରନ୍ତି, ଯାହା ଉପରେ ଆପଣ ନିଜକୁ ଅଧିକ ଅଧିକାର ବୋଲି ବିବେଚନା କରନ୍ତି। ବେଳେବେଳେ ଛୋଟ ଏବଂ ବେଳେବେଳେ କିଛି ବଡ ପ୍ରସଙ୍ଗରେ ଦମ୍ପତିଙ୍କ ମଧ୍ୟରେ ଅନେକ ସମୟରେ କଳହ ଲାଗିଥାଏ। ଏଠାରେ ଆମେ ଆପଣଙ୍କୁ ସେହି ତିନୋଟି ବିଷୟରେ କହୁଛୁ, ଯେଉଁପାଇଁ ଦମ୍ପତିମାନେ ଅଧିକ ଝଗଡା କରନ୍ତି… ୧- ଅର୍ଥ କିମ୍ବା ରୋଜଗାରକୁ ନେଇ ବିବାଦ: ଏହା ଅଜବ ଲାଗୁଥାଇପାରେ,…
ଚାଣକ୍ୟ ନୀତି: ଆଚାର୍ଯ୍ୟ ଚାଣକ୍ୟ କହିଛନ୍ତି ଯେ, ଜଣେ ବ୍ୟକ୍ତି ନିଜ କାର୍ଯ୍ୟ ଦ୍ୱାରା ଦୁଃଖ ଏବଂ ସୁଖ ଅନୁଭବ କରେ। ଚାଣକ୍ୟ ନୀତିର ୧୩ ତମ ଅଧ୍ୟାୟରେ ମଣିଷର ସେହି ଅଭ୍ୟାସ ବିଷୟରେ କହିଛନ୍ତି, ଯେଉଁ କାରଣରୁ ପ୍ରସ୍ତୁତ ହୋଇ ରହିଥିବା କାର୍ଯ୍ୟ ନଷ୍ଟ ହୋଇଯାଏ। ଏହା ହେଉଛି ମାନବ ଜୀବନର ସମସ୍ୟାର ମୂଳ, ଯିଏ ଏହାକୁ ପରାସ୍ତ କରେ, ସଙ୍କଟ ସମୟରେ ମଧ୍ୟ ସୁଖର ଭାବନା କମିଯାଏ ନାହିଁ। ଅନ୍ୟ ପଟେ, ଯଦି ଏହି ଜିନିଷ ବ୍ୟକ୍ତି ଉପରେ ପ୍ରାଧାନ୍ୟ ଦେଇଥାଏ, ସଫଳତା ବହୁ ଦୂରକୁ ଚାଲିଯାଏ। ଆସନ୍ତୁ ଜାଣିବା କେଉଁ ଜିନିଷ ଚାଣକ୍ୟ ଉଲ୍ଲେଖ କରିଛନ୍ତି, ଯାହା ଅସୁବିଧାର କାରଣ ହୋଇଥାଏ। ଆଚାର୍ଯ୍ୟ ଚାଣକ୍ୟ ଶ୍ଳୋକ ମାଧ୍ୟମରେ କହିଛନ୍ତି ଯେ, ଜଣେ ବ୍ୟକ୍ତିଙ୍କ ସମସ୍ୟାର ମୂଳ କାରଣ ହେଉଛି ତାଙ୍କ ମନ। ଯଦି କୌଣସି ବ୍ୟକ୍ତିର ମନ ନିୟନ୍ତ୍ରଣରେ ନଥାଏ, ତେବେ ସେ କଦାପି ଖୁସି ଏବଂ…
ମେଷ: – ବକେୟା ରାଶି ପୁନରୁଦ୍ଧାର ପାଇଁ ଉଦ୍ୟମ ସଫଳ ହେବ । ବ୍ୟବସାୟ ଯାତ୍ରା ଲାଭଦାୟକ ହେବ। ଲାଭ ସୁଯୋଗ ଆସିବ । ଏକ ନୂତନ କାର୍ଯ୍ୟ କରିବାକୁ ଇଚ୍ଛୁକ ହେବେ। ବିନିଯୋଗ ଶୁଭ ହେବ। ବ୍ୟବସାୟ ବୃଦ୍ଧି ହେବାର ସମ୍ଭାବନା ଅଛି । ଏହାର ପ୍ରଭାବ ଚାକିରି କ୍ଷେତ୍ରରେ ପଡିବ। ପାରିବାରିକ ସୁଖ ଏବଂ ଶାନ୍ତି ରହିବ। ବୃଷ: – ନୂତନ ଯୋଜନା ପ୍ରସ୍ତୁତ ହେବ। ଜଣେ ପ୍ରଭାବଶାଳୀ ବ୍ୟକ୍ତି ମାର୍ଗଦର୍ଶନ ଏବଂ ସମର୍ଥନ ପାଇପାରିବେ। ବ୍ୟବସାୟ କାର୍ଯ୍ୟରେ ଉନ୍ନତି ହେବ । ଆପଣ ସାମାଜିକ ସେବା କରିବାକୁ ପ୍ରେରଣା ପାଇବେ। ସମ୍ମାନ ପାଇବେ । ଟଙ୍କା ମିଳିବା ସହଜ ହେବ। ଆଘାତ ଏବଂ ରୋଗ ହେତୁ ବାଧା ହେବାର ସମ୍ଭାବନା ଅଛି। ମିଥୁନ: – ଯେ କୈଣସି ବଡ ସମସ୍ୟାର ସମାଧାନ ସହଜ ହେବ । ବେକାରୀ ସମସ୍ୟା ଦୂର କରିବା ପାଇଁ ପ୍ରୟାସ ସଫଳ ହେବ । ବ୍ୟବସାୟ ଯାତ୍ରା ସଫଳ ହେବ ।…
ଭୁବନେଶ୍ୱର: ସାର୍ବଜନୀନ ସ୍ୱାସ୍ଥ୍ୟସେବାରେ ଅଧିକ ଗୁଣାତ୍ମକ ବିକାଶ ପାଇଁ ରାଜ୍ୟସରକାରଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ଆମ ହସ୍ପିଟାଲ କାର୍ଯ୍ୟକ୍ରମ ତ୍ୱରାନ୍ୱିତ ହୋଇଛି। ପ୍ରକଳ୍ପ ପୂର୍ଣାଙ୍ଗ ପାଇଁ ରାଜ୍ୟସରକାରଙ୍କ ତରଫରୁ ସମୟ ସାରଣୀ ଧାର୍ଯ୍ୟକରାଯିବା ସହ ପ୍ରତି ଜିଲ୍ଲାକୁ ସେମାନଙ୍କ ପ୍ରକଳ୍ପ ଆକଳନ ଅନୁସାରେ ଆବଶ୍ୟକୀୟ ପାଣ୍ଠି ଯୋଗାଇ ଦିଆଯାଇଛି। ଏଥିପାଇଁ ପୂର୍ତ୍ତିବିଭାଗ ପ୍ରମୁଖ ଶାସନ ସଚିବ ବୀର୍ ବିକ୍ରମ ଯାଦବ ଏବଂ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସଚିବ ଶାଳିନୀ ପଣ୍ଡିତଙ୍କର ଯୁଗ୍ମ ସ୍ୱାକ୍ଷରିତ ନିର୍ଦ୍ଦେଶନାମା ଜିଲ୍ଲାପାଳମାନଙ୍କୁ ପଠାଯାଇଛି। ଚଳିତ ବର୍ଷ ମେ ୧୫ ତାରିଖ ସୁଦ୍ଦା ଟେଣ୍ଡର ପକ୍ରିୟା ଶେଷକରି କ୍ଷେତ୍ରସ୍ତରୀୟ କାର୍ଯ୍ୟାରମ୍ଭ ନିମନ୍ତେ ନିର୍ଦ୍ଦେଶ ଦିଆଯାଇଛି। ଅକ୍ଟୋବର ଶେଷ ସୁଦ୍ଧା ପ୍ରକଳ୍ପ ପୂର୍ଣ୍ଣାଙ୍ଗ କରିବାକୁ କୁହାଯାଇଛି। ନିର୍ଦ୍ଦାରିତ ମାନକ ଅନୁସାରେ ଗୁଣାତ୍ମକମାନ ବଜାୟ ରଖି ନିର୍ମାଣ କାର୍ଯ୍ୟ କରିବାପାଇଁ ନିର୍ଦ୍ଦେଶ ଦିଆଯାଇଛି। ସୂଚନାଯୋଗ୍ୟ, ପ୍ରଥମ ପର୍ଯ୍ୟାୟରେ ବିଭିନ୍ନ ଜିଲ୍ଲାର ୧୪୭ ଟି ହସ୍ପିଟାଲ୍ ୫-ଟି ଢାଞ୍ଚାରେ ରୂପାନ୍ତରଣ…
ଭୁବନେଶ୍ବର: ଜାମ୍ମୁ କାଶ୍ମୀରର ପୁଞ୍ଚରେ ଆତଙ୍କବାଦୀଙ୍କ ଆକ୍ରମଣରେ ସହିଦ ହୋଇଥିବା ଓଡ଼ିଆ ଯବାନ ଦେବାଶିଷ ବିଶ୍ବାଳଙ୍କ ଅମ୍ଳାନ ସ୍ମୃତି ଉଦ୍ଦେଷ୍ୟରେ ମୁଖ୍ୟମନ୍ତ୍ରୀ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଏହା ସହିତ ସହିଦ୍ ଦେବାଶିଷ ବିଶ୍ଵାଳଙ୍କ ନିକଟତମ ଆତ୍ମୀୟଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ପଚିଶ ଲକ୍ଷ ଟଙ୍କା ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି। ସହିଦ ଦେବାଶିଷ ବିଶ୍ବାଳଙ୍କ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ମୁଖ୍ୟମନ୍ତ୍ରୀ ଗଭୀର ସମବେଦନା ଜଣାଇବା ସହ ଏହି ଦାରୁଣ ଦୁଃଖକୁ ସହ୍ୟ କରିବା ପାଇଁ ଭଗବାନ ସେମାନଙ୍କୁ ଧୈର୍ଯ୍ୟ ଓ ସାହସ ଦିଅନ୍ତୁ ବୋଲି ପ୍ରାର୍ଥନା କରିଛନ୍ତି।
ଭୁବନେଶ୍ୱର: ଜିଓ ସିନେମା ପକ୍ଷରୁ ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ ରୋହିତ ଶର୍ମାଙ୍କୁ ବ୍ରାଣ୍ଡ୍ ଆମ୍ବାସାଡର ଭାବେ ନିଯୁକ୍ତ କରାଯାଇଛି। ଆଧୁନିକ ଯୁଗର ଅନ୍ୟତମ ଚମତ୍କାର କ୍ରିକେଟ ଖେଳାଳି ତଥା ହିଟ୍ମ୍ୟାନ୍ ଭାବେ ପରିଚିତ ରୋହିତ ଶର୍ମା ଅଧିନାୟକ ଓ ଖେଳାଳି ଭାବେ ନିଜ ନାମରେ ଅନେକ ବିଶ୍ୱ ରେକର୍ଡ ସ୍ଥାପନ କରିଛନ୍ତି। ଏବେ କ୍ରୀଡ଼ା କାର୍ଯ୍ୟକ୍ରମକୁ ଡିଜିଟାଲ୍ ମାଧ୍ୟମରେ ଦେଖିବା ଲାଗି ଜିଓ ସିନେମାର ରହିଥିବା ଲକ୍ଷ୍ୟକୁ ପୂରଣ କରିବା ଲାଗି ରୋହିତ ନୂଆ ପାଳି ଆରମ୍ଭ କରିବେ। ରୋହିତ ଶର୍ମା କହିଛନ୍ତି ଯେ, “ଭାରତରେ ମୋବାଇଲ୍ ଫୋନ୍ ଓ କନେକ୍ଟେଡ୍ ଟିଭିରେ ଖେଳ ଦେଖିବାର ପଦ୍ଧତିକୁ ବଦଳାଇବାର ମାର୍ଗକୁ ପ୍ରଶସ୍ତ କରିବା ଦିଗରେ ଜିଓ ସିନେମା କାର୍ଯ୍ୟ କରୁଛି। ବିକଳ୍ପ ପ୍ରଦାନ କରିବାର ଉଲ୍ଲେଖନୀୟ ଶୃଙ୍ଖଳା ବାସ୍ତବରେ ପ୍ରଶଂସକମାନଙ୍କୁ ସଶକ୍ତ କରିଛି। ଜିଓ ସିନେମା ସହିତ ଯୋଡ଼ି ହେବା ଏବଂ ଏହି ଯାତ୍ରାର ଏକ ଅଂଶ ହୋଇଥିବାରୁ ମୁଁ…
ଭୁବନେଶ୍ୱର: ଝାରସୁଗୁଡ଼ା ଉପନିର୍ବାଚନ ପୂର୍ବରୁ ବିଜେଡିକୁ ଛୁଟିଛି ସମର୍ଥନର ସୁଅ। ନିର୍ବାଚନ ଘୋଷଣା ହେବା ପରଠାରୁ ଝାରସୁଗୁଡ଼ାରେ ବିଭିନ୍ନ ଦଳର କର୍ମୀ ଓ କର୍ମକର୍ତ୍ତା ନିୟମିତ ବ୍ୟବଧାନରେ ବିଜେଡିରେ ଯୋଗ ଦେଉଛନ୍ତି। ଏହି କ୍ରମରେ ଶୁକ୍ରବାର ଝାରସୁଗୁଡ଼ା ଜିଲ୍ଲା ରାଜନୀତିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଥିବା ଗୋଁଡ଼ ସମାଜର ୬୦ରୁ ଉର୍ଦ୍ଧ୍ୱ କର୍ମକର୍ତ୍ତା ଓ ଗତ ୨୦୧୯ ନିର୍ବାଚନରେ କଂଗ୍ରେସ ବିଧାୟକ ପ୍ରାର୍ଥୀ ମହେନ୍ଦ୍ର ନାୟକ ବିଜେଡିରେ ସାମିଲ ହୋଇଛନ୍ତି। ରାଜ୍ୟ ବିଜେଡି କାର୍ୟ୍ୟାଳୟରେ ସାଂସଦ ମାନସ ରଞ୍ଜନ ମଙ୍ଗରାଜଙ୍କ ଉପସ୍ଥିତିରେ ଅଖିଳ ଭାରତୀୟ ଗୋଣ୍ଡୱାନା ଗୋଁଡ଼ ମହାସଭାର ରାଜ୍ୟ ସଭାପତି ମହେନ୍ଦ୍ର ନାୟକ, ଝାରସୁଗୁଡ଼ା ଜିଲ୍ଲା ସମ୍ମିଳିତ ଆଦିବାସୀ ସମାଜ ସଭାପତି ମାଧବ ସିଂହ ନାୟକ ବିଧିବଦ୍ଧ ଭାବରେ ବିଜେଡିରେ ଯୋଗ ଦେଇଛନ୍ତି। ଅନୁରୂପ ଭାବରେ ଗୋଁଡ଼ ମହାସଭା କୋଲାବିରା ବ୍ଲକ ସଭାପତି ରୁଦ୍ରପ୍ରତାପ ସିଂହ, ରାଜ୍ୟ ମହିଳା ସଂଯୋଜକ ଦମୟନ୍ତୀ ମହାପାତ୍ର, ବଲାଙ୍ଗୀର ଜିଲ୍ଲା ସଭାପତି ଶ୍ୟାମସୁନ୍ଦର ଭୋଇ,…
ସୀତାରାମ ଅଗ୍ରୱାଲ ବାଣପୁର: ଆଜି ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ସାରା ରାଜ୍ୟରେ ବିଦ୍ୟାଳୟଗୁଡିକରେ ଅଭିଭାବକ-ଶିକ୍ଷକ ବୈଠକ ଅନୁଷ୍ଠିତ ହୋଇ ଯାଇଛି। ଏହି ନିୟମ ଅନୁଯାୟୀ ବାଣପୁର ବ୍ଲକର ସମସ୍ତ ୧୨୭ ଟି ବିଦ୍ୟାଳୟରେ ଉକ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସମସ୍ତ ସ୍କୁଲରେ ୪୧ ପ୍ରତିଶତ ଅଭିଭାବକ ଯୋଗଦେଇଥିବା ଜଣାଯାଇଛି। ଏହି ପରିପ୍ରେକ୍ଷୀରେ ବାଣପୁର ସରକାରୀ ନୋଡାଲ ଉଚ୍ଚ ବିଦ୍ୟାଳୟ ଠାରେ ବ୍ଲକ ଶିକ୍ଷା ଅଧିକାରୀ ସନାତନ ଜାଲିଙ୍କ ଉପସ୍ଥିତିରେ ବୈଠକ ଅନୁଷ୍ଠିତ ହୋଇଯାଇଛି। ନରସିଂହ ମିଶ୍ରଙ୍କ ସଭାପତିତ୍ୱରେ ଏହି ବୈଠକ ପରିଚାଳିତ ହୋଇଥିଲା। ଏଥିରେ ଶୈକ୍ଷିକ କ୍ୟାଲେଣ୍ଡର, ପୂର୍ଣ୍ଣ ଉପସ୍ଥାନ ଦିବସ, ଶିକ୍ଷା ସଚେତନତା ରଥ, ଗ୍ରୀଷ୍ମ ଅବକାଶ ଗୃହ କାର୍ଯ୍ୟ, ଅଂଶୁଘାତର ସାବଧାନତା କୌଶଳ, ଅନଲାଇନ ସମସ୍ୟା ସୁରକ୍ଷା ସମାଧାନ, ସାଇବର ସଚେତନତା, ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ ସଚେତନତା ଆଦି ଉପରେ ଆଲୋଚନା କରାଯାଇଥିଲା। ପ୍ରଥମରୁ ଦଶମ ଶ୍ରେଣୀ ପିଲାଙ୍କର ଉତ୍ତର ଖାତା ନିଜ ନିଜର ଅଭିଭାବକଙ୍କୁ…
ଭୁବନେଶ୍ୱର: ଜମ୍ମୁ-କାଶ୍ମୀରର ପୁଞ୍ଚରେ ଆତଙ୍କବାଦୀଙ୍କ ଗ୍ରେନେଡ୍ ଆକ୍ରମଣରେ ଶହୀଦ ହୋଇଥିବା ଓଡ଼ିଆ ଓ ଭାରତୀୟ ଯବାନଙ୍କ ପ୍ରତି ଗଭୀର ଶୋକପ୍ରକାଶ କରିଛନ୍ତି କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଶ୍ରୀ ପ୍ରଧାନ ଟ୍ୱିଟ୍ କରିଛନ୍ତି ଯେ ଜମ୍ମୁ-କାଶ୍ମୀରରେ ଆତଙ୍କବାଦୀ ଆକ୍ରମଣରେ ଓଡ଼ିଶାର ପୁରୀ ଜିଲ୍ଲାର ସାକ୍ଷୀଗୋପାଳ ଅଞ୍ଚଳର ଯବାନ ଦେବାଶିଷ ବିଶ୍ୱାଳ (ସାହିତ୍ୟ)ଙ୍କ ସମେତ ଯବାନମାନେ ଶହୀଦ ହୋଇଥିବା ଖବର ଶୁଣି ମୁଁ ଦୁଃଖିତ ଏବଂ ଗଭୀର ଭାବରେ ମର୍ମାହତ। ଏହି ବୀର ଯବାନ ମାନଙ୍କ ବଳିଦାନ ବ୍ୟର୍ଥ ଯିବ ନାହିଁ। ଅମର ଆତ୍ମାର ସଦଗତି କାମନା କରିବା ସହିତ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଉଛି। ଏହି ଦୁଃଖଦ ସମୟରେ ମହାପ୍ରଭୁ ଶ୍ରୀଜଗନ୍ନାଥ ପରିବାର ବର୍ଗଙ୍କୁ ଅସୀମ ଧୈର୍ଯ୍ୟ ଏବଂ ସାହସ ପ୍ରଦାନ କରନ୍ତୁ ବୋଲି କେନ୍ଦ୍ରମନ୍ତ୍ରୀ ଟ୍ୱିଟ୍ କରିଛନ୍ତି।
ସୀତାରାମ ଅଗ୍ରୱାଲ ବାଣପୁର: ବାଣପୁରର ଆରାଧ୍ୟ ଠାକୁର ପଶ୍ଚିମାଭିମୁଖୀ ମହାଦେବ ପୀଠ ଶ୍ରୀ ଶ୍ରୀ ଶ୍ରୀ ଗୁପ୍ତେଶ୍ୱର ଦେବଙ୍କ ପୀଠରେ ଚାରିଦିନ ବ୍ୟାପି ଚାଲିଥିବା ବିଶ୍ୱାଶାନ୍ତି ମହାଯଂଜ୍ଞ ଆଜି ପୂର୍ଣ୍ଣାହୁତି ଏବଂ ତେଇଶି ଦେବାଦେବୀଙ୍କ ମେଳଣ ପରେ ସମାପନ ହୋଇଯାଇଛି। ଚଳିତ ବର୍ଷ ମଙ୍ଗଳବାରଠାରୁ ଶୁକ୍ରବାର ପର୍ଯ୍ୟନ୍ତ ଚାଲିଥିବା ଯଂଜ୍ଞ ଓ ମେଳଣ ପର୍ବ ଚତୁର୍ଦ୍ଧଶ ବର୍ଷରେ ପଦାର୍ପଣ କରିଥିବା ବେଳେ ଗାଲୁଆ ଗ୍ରାମବାସୀଙ୍କର ପ୍ରତ୍ୟେକ୍ଷ ତତ୍ୱାବଧାନରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ପୂଜାବିଧି ପୂର୍ବକ ମଙ୍ଗଳବାର ଅଙ୍କୁରା ରୋପଣ, ବୁଧବାର ଜଳଯାତ୍ରା, ସୂର୍ଯ୍ୟପୂଜା ଓ ଆହୁତି ଆରମ୍ଭ କରାଯାଇ ଗୁରୁବାର ପୂଜା ଓ ହୋମାଦି କାର୍ଯ୍ୟକ୍ରମ ପରେ ଶୁକ୍ରବାର ପୂର୍ଣ୍ଣାହୁତି ଓ ଦେବଦେବୀଙ୍କ ମେଳଣ ପର୍ବ ସମାହିତ ହୋଇଥିଲା। ବାବା ଗୁପ୍ତେଶ୍ୱରଙ୍କ ଯଂଜ୍ଞ କମିଟି ସଭାପତି ମନମୋହନ ପ୍ରଧାନ, ସମ୍ପାଦକ ପ୍ରଫୁଲ୍ଲ ହରିଚନ୍ଦନ, ବ୍ରଜକିଶୋର ଭୋପା ସ୍ଥାନୀୟ ତହସିଲଦାର କୁଞ୍ଜବିହାରୀ ବଡ଼ଜେନା ଓ ବାଣପୁର ଆଇଆଇସି ଜୟକୃଷ୍ଣ ପରିଡାଙ୍କ ନିମନ୍ତ୍ରଣ ରକ୍ଷା…
ଭୁବନେଶ୍ୱର: ଆସନ୍ତା ଏପ୍ରିଲ୍ ୨୭ ଓ୨୮ ଦୁଇ ଦିନ ଧରି ଭୁବନେଶ୍ଵର ଥରେ ଜି୨୦ ଏଜୁକେସନ୍ ୱାର୍କିଂ ଗ୍ରୁପ୍ର ତୃତୀୟ ବୈଠକର କାର୍ଯ୍ୟକ୍ରମ ଥିବା ବେଳେ ଏହା ପୂର୍ବରୁ ଶିକ୍ଷା ଓ ଅନୁସନ୍ଧାନ (ସୋଆ)ରେ ଶୁକ୍ରବାର ଏକ ମକ୍ ଜି ୨୦ ସମ୍ମିଳନୀ ଆୟୋଜିତ ହୋଇଯାଇଛି। ଏଥିରେ ବିଭିନ୍ନ ଅନୁଷ୍ଠାନର ୧୦୦ ଛାତ୍ରଛାତ୍ରୀ ସାମିଲ ହୋଇଥିଲେ। ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟୋଗୀକରଣ ମନ୍ତ୍ରଣାଳୟ ଓ ଇଣ୍ଡିଆନ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଡେମୋକ୍ରେଟିକ୍ ଲିଡିରସିପ୍ (ଆଇଆଇଡିଏଲ୍)ର ମିଳିତ ଆନୁକୂଲ୍ୟରେ ସୋଆରେ ଆୟୋଜିତ ଏହି ମକ୍ ଜି୨୦ର ପ୍ରସଙ୍ଗ ରହିଥିଲା “ଭବିଷ୍ୟତର କାର୍ଯ୍ୟ”। ଏହି କାର୍ଯ୍ୟକ୍ରମରେ ଭାଗ ନେଇଥିବା ଛାତ୍ରଛାତ୍ରୀମାନେ ବିଭିନ୍ନ ଦେଶ ଓ ଆନ୍ତର୍ଜାତିକ ଅନୁଷ୍ଠାନର ପ୍ରତିନିଧି ଭାବେ ଭାଗ ନେଇଥିଲେ। ଜି୨୦ର କାର୍ଯ୍ୟଧାରା ସମ୍ପର୍କରେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ହିଁ ଏହି କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ। କାରଣ ଶିକ୍ଷା ଏବଂ ଦକ୍ଷତା ବିକାଶ କ୍ଷେତ୍ରରେ ଛାତ୍ରଛାତ୍ରୀମାନେ ହିଁ ପ୍ରମୁଖ…

