ମେଷ : ଗଣେଶଙ୍କ ଆଶୀର୍ବାଦ ସହିତ ଆପଣଙ୍କ ପ୍ରତ୍ୟେକ କାର୍ଯ୍ୟରେ ଉତ୍ସାହ ଏବଂ ଉତ୍ସାହ ଦେଖାଯିବ। ଆପଣ ଶରୀର ଏବଂ ମନରେ ସତେଜତା ଏବଂ ସତେଜତା ଅନୁଭବ କରିବେ। ପାରିବାରିକ ପରିବେଶ ଖୁସି ହେବ। ସାଙ୍ଗ ଏବଂ ପ୍ରିୟଜନଙ୍କ ସହିତ ଆନନ୍ଦ ଜୀବନ ଅତିବାହିତ ହେବ। ମାଆଙ୍କ ପକ୍ଷରୁ ଲାଭ ମିଳିବ। ଯାତ୍ରା ର ଯୋଗ ରହିଛି। ଧନ, ଭଲ ଖାଦ୍ୟ ଏବଂ ଉପହାରର ହାସଲ କରିବେ। ବୃଷ: କ୍ରୋଧ ଏବଂ ନିରାଶାର ଭାବନା ଆପଣଙ୍କ ମନରେ ପ୍ରାଧାନ୍ୟ ଦେବ । ଶାରୀରିକ ସ୍ୱାସ୍ଥ୍ୟ ମଧ୍ୟ ସମର୍ଥନ କରିବ ନାହିଁ। ଘର – ପରିବାରର ଚିନ୍ତା ସହିତ, ଖର୍ଚ୍ଚ କ୍ଷେତ୍ରରେ ମଧ୍ୟ ଆଜି ଚିନ୍ତିତ ହେବେ। ଆପଣ କାହା ସହିତ ମତଭେଦ ଏବଂ ଝଗଡା ସୃଷ୍ଟି ହେବ । କାମ ବୃଥା ମନେ ହୁଏ। ଭୁଲ ବୁଝାମଣାରୁ ରକ୍ଷା ପାଇବା ପାଇଁ ଗଣେଶଙ୍କୁ ଧ୍ୟାନ କରନ୍ତୁ। ମିଥୁନ: ପରିବାରରେ ସୁଖ ଏବଂ ଆନନ୍ଦର ପରିବେଶ ରହିବ…
Author: Samikhsya Bureau
ନୂଆଦିଲ୍ଲୀ: ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରକାଶ ସିଂ ବାଦଲଙ୍କ ଆଜି ଦେହାନ୍ତ ହୋଇଯାଇଛି। ସେ ୯୫ ବର୍ଷ ବୟସରେ ଥିଲେ ଏବଂ ଦୀର୍ଘ ସମୟ ଧରି ଅସୁସ୍ଥ ଥିଲେ। ପ୍ରାପ୍ତ ସୂଚନା ଅନୁଯାୟୀ, ଶିରୋମଣି ଅକାଳୀ ଦଳର ବରିଷ୍ଠ ନେତା ଗତ କିଛି ଦିନ ହେବ ନିଶ୍ୱାସ ନେବାରେ ଅସୁବିଧାର ସମ୍ମୁଖୀନ ହୋଇଥିଲେ। ନିଶ୍ୱାସ ପ୍ରଶ୍ୱାସ ନେବା କାରଣରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପ୍ରକାଶ ସିଂ ବାଦଲ ଆଜି ରାତି ପ୍ରାୟ ୮.୩୦ ସମୟରେ ମୋହାଲିର ଫୋର୍ଟିସ୍ ହସ୍ପିଟାଲରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ପ୍ରକାଶ ଯେ ଅକାଳୀ ଦଳର ଏହି ବରିଷ୍ଠ ନେତା ପାଞ୍ଚ ଥର ପଞ୍ଜାବର ମୁଖ୍ୟମନ୍ତ୍ରୀ ଥିଲେ। ସୁଖବୀର ସିଂ ବାଦଲ ତାଙ୍କ ପୁଅ। ପ୍ରକାଶ ସିଂ ବାଦଲ ଡିସେମ୍ବର୧୯୨୭ ରେ ପଞ୍ଜାବର ଏକ ଛୋଟ ଗାଁରେ ଜନ୍ମଗ୍ରହଣ କରିଥିଲେ। ପଞ୍ଜାବର ପୂର୍ବତନଙ୍କ ଦେହାନ୍ତରେ ପ୍ରଧାନମନ୍ତ୍ରୀ ମୋଦୀ ସମବେଦନା ଜଣାଇଛନ୍ତି। ପ୍ରକାଶ ସିଂ ବାଦଲଙ୍କ ମୃତ୍ୟୁ…
କୈଳାଶ ଚନ୍ଦ୍ର ଚୌଧୁରୀ ବ୍ରହ୍ମପୁର: ବୁଗୁଡ଼ା ଥାନା ଅନ୍ତର୍ଗତ ଘୋଳପୁର ଗ୍ରାମର ଅମୁଲ୍ୟ ନାଇକ ଓ ହାଡିଆ ନାଇକ ଦୁଇ ପଡୋଶୀ ଅଟନ୍ତି। କୌଣସି କଥାକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ଓ ଝଗଡା ହୋଇଥିଲା। କିନ୍ତୁ ଝଗଡ଼ା ଏହି ଭଳି ହୋଇଥିଲା ଯେ, ଘରୁ ଏକ ଟାଙ୍ଗିଆ ଆଣି ହାଡିଆର ମୁଣ୍ଡ ଉପରେ ଅତର୍କିତ ଭାବେ ଅମୁଲ୍ୟ ଆକ୍ରମଣ କରିଥିଲା। ଯ’ଦ୍ଵାରା ହାଡିଆ ଗୁରୁତର ଆହତ ହୋଇଥିଲା। ବର୍ତ୍ତମାନ ସେ ଡାକ୍ତରଖାନାରେ ଚିକିତ୍ସିତ ହେବା ସହ ବୁଗୁଡ଼ା ଥାନାରେ ଅଭିଯୋଗ କରିଥିଲେ। ତାଙ୍କର ଅଭିଯୋଗକୁ ଗ୍ରହଣ କରି ପୋଲିସ ଏତଲା ନଂ ୨୧୦/୨୩ ପ୍ରକାରେ ମକଦ୍ଦମା ରୁଜୁ କରି ଘଟଣାର ଅନୁସଂଧାନ କରୁଥିବା ବେଳେ ଅମୁଲ୍ୟ ଗାଁ କୁ ଆସିଥିବା ଖବର ପାଇ ତତକ୍ଷଣାତ୍ ଚଢ଼ାଉ କରି ଅଭିଯୁକ୍ତ ଅମୁଲ୍ୟକୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି।
ଭୁବନେଶ୍ୱର: ଭୁବନେଶ୍ୱର ଠାରେ ଜି-୨୦ ଶିକ୍ଷା କାର୍ଯ୍ୟ ଗୋଷ୍ଠୀର ତୃତୀୟ ବୈଠକ ଆୟୋଜନ କରିବ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ। ଆସନ୍ତା ୨୬-୨୮ ତାରିଖରେ ଆୟୋଜିତ ହେବାକୁ ଥିବା ଏହି ବୈଠକରେ ଜି୨୦ ସଦସ୍ୟ ରାଷ୍ଟ୍ର, ନିମନ୍ତ୍ରିତ ରାଷ୍ଟ୍ର ଏବଂ ଓଇସିଡି, ୟୁନେସ୍କୋ ଏବଂ ୟୁନିସେଫ ଭଳି ନିମନ୍ତ୍ରିତ ସଂଗଠନର ପ୍ରତିନିଧିମାନେ ଅଂଶଗ୍ରହଣ କରିବେ। ଏହି ତିନି ତିନିଆ କାର୍ଯ୍ୟକ୍ରମରେ ସେମିନାର/ପ୍ରଦର୍ଶନୀ ଏବଂ କାର୍ଯ୍ୟଗୋଷ୍ଠୀ ବୈଠକ ଆୟୋଜନ କରାଯିବ। ଏନଏସଡିସି ସହଭାଗିତାରେ ଭୁବନେଶ୍ୱରସ୍ଥିତ ସିଏସଆଇଆର-ଖଣିଜ ଓ ବସ୍ତୁବିଦ୍ୟା ପ୍ରତିଷ୍ଠାନ ଠାରେ ‘ଭବିଷ୍ୟତର କାର୍ଯ୍ୟ ପରିପ୍ରେକ୍ଷୀରେ ଆଜୀବନ ଅଧ୍ୟୟନ ପାଇଁ କ୍ଷମତା ବିକାଶ’ ବିଷୟବସ୍ତୁ ଉପରେ ସେମିନାର ଆୟୋଜନ କରାଯିବ। କାର୍ଯ୍ୟଗୋଷ୍ଠୀ ବୈଠକର ପ୍ରଥମ ଦିନର କାର୍ଯ୍ୟକ୍ରମକୁ ଭାରତ ସରକାରଙ୍କ ଶିକ୍ଷା ରାଷ୍ଟ୍ର ମନ୍ତ୍ରୀ ଡକ୍ଟର ସୁଭାଷ ସରକାର ସମ୍ବୋଧିତ କରିବେ। କାର୍ଯ୍ୟକ୍ରମ ପୂର୍ବରୁ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି ଭାରତ ସରକାରଙ୍କ ଉଚ୍ଚ ଶିକ୍ଷା ବିଭାଗ ସଚିବ ଶ୍ରୀ ସଞ୍ଜୟ କେ ମୂର୍ତ୍ତି…
ନୂଆଦିଲ୍ଲୀ: ଦିଲ୍ଲୀର ଅବକାରୀ ନୀତି ମାମଲାରେ ସିବିଆଇ ଆଜି ରାଉସ୍ ଆଭେନ୍ୟୁ କୋର୍ଟରେ ଏକ ସପ୍ଲିମେଣ୍ଟାରୀ ଚାର୍ଜସିଟ୍ ଦାଖଲ କରିଛି। ଯେଉଁଥିରେ ପୂର୍ବତନ ଉପ-ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ, ବୁଚି ବାବୁ, ଅର୍ଜୁନ ପାଣ୍ଡେ ଏବଂ ଅମନଦୀପ ଢଲଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଛି। ଏହାପୂର୍ବରୁ, ସିସୋଦିଆଙ୍କ ନାମ କୌଣସି ଚାର୍ଜସିଟରେ ନଥିଲା। ଚାର୍ଜସିଟର ପ୍ରତ୍ୟେକ ବିନ୍ଦୁ ଉପରେ ଯୁକ୍ତି ପାଇଁ କୋର୍ଟ ମଇ ୧୨ ତାରିଖକୁ ସ୍ଥିର କରିଛନ୍ତି। ବାସ୍ତବରେ ଅବକାରେ ନୀତିରେ ହୋଇଥିବା ଅନିୟମିତତାକୁ ସିବିଆଇ ଯାଞ୍ଚ କରୁଛି। ଏ ସମ୍ପର୍କରେ କେନ୍ଦ୍ରୀୟ ଅନୁସନ୍ଧାନ ଏଜେନ୍ସି ଫେବୃଆରୀ ୨୬ ତାରିଖରେ ଦିଲ୍ଲୀର ପୂର୍ବତନ ଉପ-ମୁଖ୍ୟମନ୍ତ୍ରୀ ସିସୋଦିଆଙ୍କୁ ଗିରଫ କରିଥିଲା। ଆବାକାରୀ ନୀତି ସହ ଜଡିତ ମନି ଲଣ୍ଡରିଂ ମାମଲାରେ ଇଡି ସିସୋଦିଆଙ୍କୁ ଜେରା କରିବା ବେଳେ ଅବକାରୀ ନୀତିରେ ହୋଇଥିବା ଦୁର୍ନୀତିର ମୁଖ୍ୟ ଷଡଯନ୍ତ୍ରକାରୀ ମନୀଷ ସିସୋଦିଆ ବୋଲି ଇଡି କହିଛି। ଅଭିଯୋଗ ହୋଇଛି ଯେ, ୨୦୨୧-୨୨ ପାଇଁ ଦିଲ୍ଲୀ ସରକାରଙ୍କ…
ଖୋର୍ଦ୍ଧା: ଆଜି ଓଡ଼ିଶା ରାଜ୍ୟ ମହିଳା ଆୟୋଗ ଓ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ସହାୟତାରେ ଆଇନ ସହାୟତା ଶିବିରର ଆୟୋଜନ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ହୋଇଯାଇଛି। ଏଥିରେ ରାଜ୍ୟ ମହିଳା ଆୟୋଗର ଅଧ୍ୟକ୍ଷା ଡା ମିନତୀ ବେହେରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଜିଲ୍ଲା ପରିଷଦ ଅଧ୍ୟକ୍ଷା ରୂପଶ୍ରୀ ରାଣୀ ଗୁମାନ ସିଂହ, ଅତିରକ୍ତ ଜିଲ୍ଲାପାଳ ଦିଗନ୍ତ ରାଉତରାୟ, ଖୋର୍ଦ୍ଧା ଜିଲ୍ଲା ପରିଷଦ ମୁଖ୍ୟ ନିର୍ବାହୀ ଅଧିକାରୀ ସୁନ୍ଦର ନାଥ ମୁର୍ମୁ, ଅତିରିକ୍ତ ଡି ଏସ ପି ଏସ. କେ ରାୟ, ରେଜିଷ୍ଟ୍ରାର ମହିଳା ଆୟୋଗ, ଆଦି ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ମହିଳା ଆୟୋଗ ତରଫରୁ ଘରୋଇ ହିିଂସା ଆଇନ, ଯୌତୁକ ନିରୋଧ ଆଇନ, ଡାହାଣୀ ସନ୍ଦେହରେ ଅତ୍ୟାଚାର ତଥା ପୋକ୍ସୋ ଆଇନ, କର୍ମ କ୍ଷେତ୍ରରେ ଯୌନ ଶୋଷଣ ଏବିଂ ସାଇବର କ୍ରାଇମ ଉପରେ ଆଦି ଆଲୋଚନା ହୋଇଥିଲା। ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ପୁଷ୍ପାଞ୍ଜଳି…
ଭୁବନେଶ୍ୱର: ଆଇଏମଏମ୍ଟି ପରିସରରେ ଚାଲିଥିବା ଜି-୨୦ ଶିକ୍ଷା ୱାର୍କିଂ ଗ୍ରୁପ୍ ବୈଠକ ପରିପ୍ରେକ୍ଷୀରେ ଆୟୋଜିତ “ଭବିଷ୍ୟତର କାର୍ଯ୍ୟଶୈଳୀ ଓ ଦକ୍ଷତା” ପ୍ରଦର୍ଶନୀର ତୃତୀୟ ଦିନ ରେ ଶିକ୍ଷା ଓ ଅନୁସନ୍ଧାନ(ସୋଆ) ଛାତ୍ରଛାତ୍ରୀଙ୍କ ଷ୍ଟାର୍ଟ ଅପ୍ କୁ ବୁଲି ଦେଖିବା ସହ ଉଚ୍ଚ ପ୍ରଶଂସା କରିଛନ୍ତି ଏଆଇସିଟିଇ ଅଧ୍ୟକ୍ଷ୍ୟ ପ୍ରଫେସର ଟି.ଜି ସୀତାରାମ। ପ୍ରଫେସର ସୀତାରାମ ସୋଆର ସିଆଇଆଇ ଏଗଜିବିଟର ବୁଥ୍ ବୁଲି ଦେଖିବା ସହ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ପ୍ରସ୍ତୁତ ଷ୍ଟାର୍ଟ ଅପ୍ର ପ୍ରଶଂସା କରିଥିଲେ। ଏହି ଅବସରରେ ସୋଆର ଆଡିସ୍ନାଲ ଡିନ୍ ( ଷ୍ଟୁଡେଂନସ୍ ଆଫେୟାର୍ସ) ଆଇଟିଇଆର ପ୍ରଫେସର ରେଣୁ ଶର୍ମା ଓ ସୋଆ ସଭାପତିଙ୍କ ଓଏସ୍ଡି ପ୍ରୀତମ୍ ନାୟକଙ୍କ ସମେତ ସୋଆର ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ।
ଭୁବନେଶ୍ଵର: ଶାନ୍ତିପ୍ରିୟ ସମ୍ବଲପୁରବାସୀଙ୍କ ଆନ୍ତରିକ ପ୍ରଚେଷ୍ଟା ଏବଂ ପ୍ରଶାସନର ଦୃଢ଼ କାର୍ଯ୍ୟାନୁଷ୍ଠାନ ଯୋଗୁଁ ସମ୍ବଲପୁରରେ ଶାନ୍ତି ଫେରି ଆସିଛି। କିନ୍ତୁ ସମ୍ବେଦନଶୀଳ ମାମଲାର ରାଜନୀତିକରଣ କରି ଫାଇଦା ହାସଲ କରିବାକୁ ଚାହୁଁଥିବା ବିଜେପି ଏହା ସହି ପାରୁନାହିଁ। ସେଥିପାଇଁ ଓଡ଼ିଶା ବିଜେପି ନେତାମାନେ ବାଉଳିଚାଉଳି ହୋଇ ବିବୃତି ଦେଉଛନ୍ତି ବୋଲି ବିଜୁ ଜନତା ଦଳ ପକ୍ଷରୁ କୁହାଯାଇଛି। ଆଜି ଏ ସଂକ୍ରାନ୍ତରେ ଗଣମାଧ୍ୟମରେ ପ୍ରତିକ୍ରିୟା ଦେଇ ବିଜେଡି ମୁଖପାତ୍ର ଡ.ଲେନିନ ମହାନ୍ତି କହିଛନ୍ତି, ଦେଖି ଖୁସି ଲାଗିଲା ଯେ ବହୁତ ଦିନ ପରେ ବିଜେପିର ବରିଷ୍ଠ ନେତା ସମୀର ମହାନ୍ତି ପଦାକୁ ବାହାରିଲେ ଏବଂ ଗଣମାଧ୍ୟମ ଆଗରେ ବିବୃତି ଦେଲେ। ତେବେ ତାଙ୍କ କଥା ଶୁଣି ଲାଗିଲା; ଗଣମାଧ୍ୟମରେ ସେ ଯାହା କହିଲେ, ତାହା ତାଙ୍କର ନିଜସ୍ୱ ମତାମତ ନୁହେଁ। ଅନ୍ୟ କାହାର ବାଧ୍ୟବାଧକତାରେ ସେ ଏଭଳି ବିବୃତି ଦେଇଛନ୍ତି। ତେବେ ଓଡ଼ିଶାର ଆଇନଶୃଙ୍ଖଳା ସ୍ଥିତି ନେଇ ସମୀର ବାବୁଙ୍କ ମୁହଁରେ…
ଭୁବନେଶ୍ଵର: ଗତ କିଛିଦିନ ହେଲା କିଛି ବିଜେପି ନେତା ରାଜନୈତିକ ଚାନ୍ଦାକୁ ନେଇ ଗଣମାଧ୍ୟମରେ ନାନାପ୍ରକାର ଅରୁଚିକର ଏବଂ ବିଭ୍ରାନ୍ତିକର ବିବୃତି ଦେଇ ଚାଲିଛନ୍ତି। ଏହି କ୍ରମରେ ଆଜି ବିଜେପି ବିଧାୟକ ବୁଧାନ ମୁର୍ମୁ ଏକ ନିର୍ଦ୍ଦିଷ୍ଟ ଗଣମାଧ୍ୟମରେ ବିଜୁ ଜନତା ଦଳ ଓ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ସଂପତ୍ତିକୁ ଆକ୍ଷେପ କରି ଯେଉଁ ବୟାନ ଦେଇଛନ୍ତି, ସେଥିରୁ ତାଙ୍କ ଅଜ୍ଞାନତାର ପରିଚୟ ମିଳୁଛି ବୋଲି ବିଜୁ ଜନତା ଦଳ ଅଭିଯୋଗ କରିଛି। ଏକ ପ୍ରେସ୍ ବିବୃତିରେ ବିଜେଡି ମୁଖପାତ୍ର ଗୌତମବୁଦ୍ଧ ଦାସ କହିଛନ୍ତି; ବିଜେପି ବିଧାୟକ ବୁଧାନ ମୁର୍ମୁ ବୋଧେ ଜାଣି ନାହାନ୍ତି ଯେ ଦେଶରେ ସର୍ବାଧିକ ଡୋନେସନ ପାଉଥିବା ଦଳ ହେଉଛି ତାଙ୍କ ନିଜ ଦଳ ବିଜେପି। ଏହା ପଛକୁ କଂଗ୍ରେସ ଦଳ ରହିଥିବାବେଳେ ଅନ୍ୟ ଆଞ୍ଚଳିକ ଦଳମାନେ ଏହି ଦୁଇ ଜାତୀୟ ଦଳଠାରୁ ଢେର ପଛରେ ରହିଛନ୍ତି। ଅନ୍ୟ ରାଜନୈତିକ ଦଳଗୁଡ଼ିକ ଭଳି ବିଜୁ ଜନତା ଦଳକୁ ଯେତିକି…
ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୂରଦୃଷ୍ଟିପୂର୍ଣ୍ଣ ନୂଆ ଜାତୀୟ ଶିକ୍ଷା ନୀତି ଆଧାରରେ ଦେଶର ଯୁବବର୍ଗଙ୍କୁ ଭବିଷ୍ୟତ ପାଇଁ ପ୍ରସ୍ତୁତ କରିବା ନିମନ୍ତେ ଶିକ୍ଷା ଓ ଦକ୍ଷତା ପରିସଂସ୍ଥାନର ରୂପାନ୍ତରଣ କରିବା ଲକ୍ଷ୍ୟରେ ଭାରତ ଓ ସିଙ୍ଗାପୁର ମଧ୍ୟରେ ଆଲୋଚନା ହୋଇଛି। ଏହି ଦୁଇ ରାଷ୍ଟ୍ର ଆଗାମୀ ଦିନରେ ଶିକ୍ଷା ସହ ଦକ୍ଷତା ବିକାଶ ପାଇଁ କାମ କରିବେ। ମଙ୍ଗଳବାର ଭୁବନେଶ୍ୱର ଠାରେ ଜି-୨୦ ଭାରତ ଶିକ୍ଷା ଓ୍ୱାର୍କିଂ ଗ୍ରୁପର ତୃତୀୟ ବୈଠକ ପରିପ୍ରକ୍ଷୀରେ ଭାରତ- ସିଙ୍ଗାପୁର ମଧ୍ୟରେ ଆୟୋଜିତ କର୍ମଶାଳାରେ ଯୋଗ ଦେଇ ଏହା କହିଛନ୍ତି କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଫ୍ୟୁଚର ଅଫ୍ ଓ୍ୱାର୍କ୍ : ଭାରତ ଓ ସିଙ୍ଗାପୁରର ସ୍କିଲ ଆର୍କିଟେକଚର ଓ ଗଭର୍ଣ୍ଣାସ ମଡେଲ’ କଥାବସ୍ତୁ ଉପରେ ଆୟୋଜିତ ଏହି କର୍ମଶାଳାରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ଭାରତ ଓ ସିଙ୍ଗାପୁରର ରଣନୈତିକ ଭାଗିଦାରୀରେ ଦକ୍ଷତା ବିକାଶ ଏବଂ ଜ୍ଞାନ ଏକ…
ସୀତାରାମ ଅଗ୍ରୱାଲ ବାଲୁଗାଁ: ଜାଲ ସାର୍ଟିଫିକେଟ ଦେଉଥିବା ମାମଲାରେ ବାଲୁଗାଁ ଥାନା ଅଞ୍ଚଳରୁ ମାଷ୍ଟରମାଇଣ୍ଡଙ୍କୁ ପୋଲିସ କରିଛି। ଗତକାଲି ବାଲୁଗାଁ ଥାନା ଅଞ୍ଚଳରୁ ମାଷ୍ଟରମାଇଣ୍ଡଙ୍କୁ ବ୍ରହ୍ମପୁର ଗୋଶାଣି ନୂଆଗାଁ ପୋଲିସ ଉଠାଇନେଇଛି। ଅଭିଯୁକ୍ତ ଜଣକ ହେଉଛନ୍ତି ଦୈତାରୀ ବେହେରା। ପେଶାରେ ଦୈତାରୀ ଲଙ୍ଗଳେଶ୍ୱର ୟୁପି ସ୍କୁଲରେ ସରକାରୀ ଶିକ୍ଷକ ଥିବାବେଳେ ସେ ବାଲୁଗାଁ ଗାନ୍ଧୀନଗରରେ ଏକ ଭଡ଼ା ଘରେ ରହୁଥିଲେ। ଗୋଶାଣୀ ନୂଆଗାଁ ଆଇଆଇସି ସ୍ମୃତିପ୍ରଭା ପ୍ରଧାନଙ୍କ ସୂଚନା ମୁତାବକ ଉକ୍ତ ଥାନା ଅଞ୍ଚଳର ଜଣେ ଘରୋଇ ସ୍କୁଲ ଶିକ୍ଷକ ମନୋରଞ୍ଜନ ଗୌଡ଼ ଜାଲ ସାର୍ଟିଫିକେଟ ପ୍ରସ୍ତୁତ ହେଉଥିବା ନେଇ ଅଭିଯୋଗ କରିଥିଲେ। ତେବେ ଏହାକୁ ଗୁରୁତର ସହ ନେଇଥିଲେ ବ୍ରହ୍ମପୁର ଏସପି। ଏକ ସ୍ୱତନ୍ତ୍ର ଟିମ ତିଆରି କରାଯାଇ ଘଟଣାର ଯାଞ୍ଚ ଚାଲିଥିବା ବେଳେ ଗତକାଲି ଗୋଶାଣୀ ନୂଆଗାଁ ଆଇଆଇସି ସ୍ମୃତିପ୍ରଭା ପ୍ରଧାନଙ୍କ ନେତୃତ୍ୱରେ ଏକ ଟିମ ବାଲୁଗାଁ ଗାନ୍ଧୀନଗରରୁ ମାଷ୍ଟରମାଇଣ୍ଡ ଅଭିଯୁକ୍ତ ଦୈତାରୀଙ୍କୁ ଗିରଫ କରିଥିଲେ। ତେବେ ଉକ୍ତ…
ଭୁବନେଶ୍ୱର: ମ୍ୟାଲେରିଆ ରୋଗ ସଂପର୍କରେ ସଚେତନତା ସୃଷ୍ଟି ସହ ଏହାର ନିୟନ୍ତ୍ରଣ ଓ ସଂପୂର୍ଣ୍ଣ ନିରାକରଣ ଉଦ୍ଦେଶ୍ୟରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ପ୍ରତି ବର୍ଷ ଆଜିର ଦିନକୁ ‘ବିଶ୍ୱ ମ୍ୟାଲେରିଆ ଦିବସ’ ଭାବେ ପାଳନ କରାଯାଉଛି। ତେବେ ସମଗ୍ର ବିଶ୍ୱରେ ଏହି ରୋଗରେ ପୀଡ଼ିତଙ୍କ ସଂଖ୍ୟାକୁ ଦୃଷ୍ଟିରେ ରଖି ଏଥି ପାଇଁ ନିରନ୍ତର ଅର୍ଥନିବେଶ ଓ ରାଜନୈତିକ ଇଚ୍ଛାଶକ୍ତିକୁ ପ୍ରୋତ୍ସାହନ କରିବା ଉପରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଗୁରୁତ୍ୱାରୋପ କରୁଛି। ଚଳିତ ବର୍ଷ ଏହି ଦିବସ ପାଳନର ପ୍ରସଙ୍ଗ ରହିଛି ‘ଶୂନ୍ୟ ମ୍ୟାଲେରିଆ ପାଇଁ ସମୟ ଉପନୀତ, ପୁଞ୍ଜିିନିବେଶ କର, ନୂତନତା ଆଣ ଏବଂ କାର୍ଯ୍ୟକାରୀ କର।’ ଅର୍ଥାତ୍ ମ୍ୟାଲେରିଆ ସଂକ୍ରମଣକୁ ଶୂନ କରିବା ଲାଗି ପ୍ରକୃଷ୍ଟ ସମୟ ଆସିଛି। ତେବେ ସେଥିପାଇଁ ଆବଶ୍ୟକ ଅର୍ଥ ଖଟାଇବା ସହ ନୂତନ ପଦ୍ଧତି ଆବିଷ୍କାର ଓ କାର୍ଯ୍ୟାନ୍ୱୟନ ଆବଶ୍ୟକ। ବିଶ୍ୱ ମ୍ୟାଲେରିଆ ଦିବସ ପାଳନ ଅବସରରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ…
ଭୁବନେଶ୍ଵର: ଦକ୍ଷିଣ ପୂର୍ବ ରେଳପଥ ଚକ୍ରଧରପୁର ରେଳ ମଣ୍ଡଳ ଅନ୍ତର୍ଗତ ବାମରା ଏବଂ ଧରୁଆଡିହ ଷ୍ଟେସନ ମଧ୍ୟରେ ନିରାପତ୍ତା ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟକୁ ଦୃଷ୍ଟିରେ ପୂର୍ବତଟ ରେଳପଥକୁ ଆସୁଥିବା ଏବଂ ଏହାର ପରିସୀମାରୁ ଛାଡୁଥିବା ନିମ୍ନଲିଖିତ ଟ୍ରେନଗୁଡିକ ଦିନକ ପାଇଁ ନିମ୍ନମତେ ପ୍ରଭାବିତ ହେବ। ବାତିଲ ହେବାକୁ ଥିବା ଟ୍ରେନ୍: 1. 18125/18126 ରାଉରକେଲା-ପୁରୀ-ରାଉରକେଲା ଏକ୍ସପ୍ରେସ ଉଭୟ ପାର୍ଶ୍ୱରୁ 26.04.2023 ଦିନ। 2. 18108 ଜଗଦଲପୁର-ରାଉରକେଲା ଇଣ୍ଟର ସିଟି ଏକ୍ସପ୍ରେସ ଜଗଦଲପୁରରୁ 25.04.2023 ଦିନ। 3. 18107 ରାଉରକେଲା-ଜଗଦଲପୁର ଇଣ୍ଟର ସିଟି ଏକ୍ସପ୍ରେସ ରାଉରକେଲାରୁ 26.04.2023 ଦିନ। 4. 18118 ଗୁଣୁପୁର-ରାଉରକେଲା ରାଜ୍ୟରଣୀ ଏକ୍ସପ୍ରେସ ଗୁଣୁପୁରରୁ 25.04.2023 ଦିନ। 5. 18117 ରାଉରକେଲା-ଗୁଣୁପୁର ରାଜ୍ୟରଣୀ ଏକ୍ସପ୍ରେସ ରାଉରକେଲାରୁ 26.04.2023 ଦିନ। ଟ୍ରେନର ସମୟରେ ପରିବର୍ତ୍ତନ: 1. 25.04.2023 ଦିନ ବାଙ୍ଗାଲୋରରୁ ଛାଡିବାକୁ ଥିବା 12836 ବାଙ୍ଗାଲୋର-ହଟିଆ ଏକ୍ସପ୍ରେସ 03 ଘଣ୍ଟା 45 ମିନିଟ ବିଳମ୍ବରେ ଛାଡିବ। 2. 26.04.2023 ଦିନ ସମ୍ବଲପୁରରୁ…
ଭୁବନେଶ୍ୱର: ଓଡ଼ିଶାବାସୀଙ୍କୁ ଖରା ତାତିରୁ ମିଳବ ଆଶ୍ୱସ୍ତି। ମେ ୫ ତାରିଖ ପର୍ଯ୍ୟନ୍ତ ବଢ଼ିବନି ଦିନର ତାପମାତ୍ରା। ବଙ୍ଗୋପ ସାଗର ସଂଲଗ୍ନ ଆନ୍ଧ୍ର ପ୍ରଦେଶ ଏବଂ ଓଡ଼ିଶା ଉପକୂଳରେ ସମୁଦ୍ର ଆଡୁ ଜଳକଣାପୂର୍ଣ୍ଣ ପବନ ପ୍ରବାହିତ ହୋଇଥିବାରୁ ତାପମାତ୍ରା ବୃଦ୍ଧି ପାଇବ ନାହିଁ ବୋଲି ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଜଳବାୟୁ ଓ ପରିବେଶ କେନ୍ଦ୍ର ପକ୍ଷରୁ ମଙ୍ଗଳବାର ସୂଚନା ଦିଆଯାଇଛି। ଏହି ଆଂଟି ସାଇକ୍ଲୋନିକ ପ୍ରବାହ ଓଡ଼ିଶା ପାଇଁ ଅନୁକୂଳ ହୋଇଥିବା ବେଳେ କେତେକ ସ୍ଥାନରେ ବର୍ଷା ହେବା ସହ କାଳବୈଶାଖୀର ମଧ୍ୟ ସମ୍ଭାବନା ଥିବା ସିଇସି ପକ୍ଷରୁ କୁହାଯାଇଛି। ଉପକୂଳ ଏବଂ ଦକ୍ଷିଣ ଓଡ଼ିଶାର ଜିଲ୍ଲାଗୁଡ଼ିକରେ ବାରମ୍ବାର କାଳବୈଶାଖୀ ହେବାର ସମ୍ଭାବନା ଥିବା କେନ୍ଦ୍ର ପକ୍ଷରୁ କୁହାଯାଇଛି। ମେ ୨୭ ରୁ ୩୦ ତାରିଖ ପର୍ଯ୍ୟନ୍ତ ୪ ଦିନ ଓଡ଼ିଶାର ଅଳ୍ପ କେତେକ ସ୍ଥାନରେ ତାପମାତ୍ରା ବୃଦ୍ଧି ପାଇ ୩୮ ଡିଗ୍ରୀ ସେଲସିୟସ୍ ହେବାର ସମ୍ଭାବନା ଥିବା…
ଭୁବନେଶ୍ଵର: ରେଳ ବୋର୍ଡ ସଦସ୍ୟ (ଇନଫ୍ରାସ୍ଟ୍ରକ୍ଚର ଡେଭଲପମେଣ୍ଟ/ଭିତ୍ତିଭୂମି ବିକାଶ) ରୂପ ନାରାୟଣ ସୁନକର ଆଜି ପୂର୍ବତଟ ରେଳପଥ ଅଧିକାରୀମାନଙ୍କ ସହିତ ରେଳପଥର ମୁଖ୍ୟାଳୟ ଭୁବନେଶ୍ବର ଠାରେ ରେଳ ଭିତ୍ତିଭୂମି କାର୍ଯ୍ୟ ଏବଂ ଏହାର ବିକାଶ ନେଇ କାର୍ଯ୍ୟଦକ୍ଷତା ସମ୍ବନ୍ଧରେ ସମୀକ୍ଷା କରିଛନ୍ତି। ଉଭୟ ପଣ୍ୟ ପରିବହନ ଓ ଯାତ୍ରୀ ପରିବହନ କ୍ଷେତ୍ରରେ ଉନ୍ନତି ଆଣିବା ପାଇଁ ଶ୍ରୀ ସୁନକର କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ବିଭିନ୍ନ ସଂସ୍ଥା ସହିତ ଏବଂ ସହଭାଗୀ ଯଥା ଶିଳ୍ପ, ବନ୍ଦର ଏବଂ କର୍ପୋରେଟ୍ ସଂସ୍ଥା ପରି ହିତାଧିକାରୀଙ୍କ ମଧ୍ୟରେ ମିଳିତ ସହଯୋଗ ଏବଂ ପାରସ୍ପରିକ ବୁଝାମଣା ଉପରେ ଗୁରୁତ୍ୱାରୋପ କରିଥିଲେ ଯାହାକି ବିଭିନ୍ନ ସହଭାଗୀ ଏବଂ ରେଳବାଇକୁ ଉପକୃତ କରିପାରିବ। ବିଶ୍ୱ ସ୍ତରର ଭିତ୍ତିଭୂମି ଏବଂ ସୁବିଧା ସହିତ ପୁରୀ ଏବଂ କଟକ ଷ୍ଟେସନର ପୁନଃବିକାଶ ପାଇଁ ଚାଲୁରହିଥିବା କାର୍ଯ୍ୟଗୁଡ଼ିକୁ ଶ୍ରୀ ସୁନକର ସମୀକ୍ଷା କରିଥିଲେ ଏବଂ ପ୍ରକଳ୍ପ କାର୍ଯ୍ୟକୁ ଏକ ଆଦର୍ଶ ଓ ଆକର୍ଷଣୀୟ…
ଭୁବନେଶ୍ୱର: ଆଇଏମଏମ୍ଟି ପରିସରରେ ରବିବାର ଜି-୨୦ ଏଜୁକେସନ୍ ୱାର୍କିଂ ଗ୍ରୁପ୍ ବୈଠକ ପରିପ୍ରେକ୍ଷୀରେ ଆୟୋଜିତ “ ଭବିଷ୍ୟତର କାର୍ଯ୍ୟଶୈଳୀ ଓ ଦକ୍ଷତା” ପ୍ରଦର୍ଶନୀରେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଛାତ୍ରଛାତ୍ରୀଙ୍କ ୪ ଟି ଷ୍ଟାର୍ଟ ଅପ୍ ପ୍ରଦର୍ଶିତ ହୋଇଛି। ଏହି କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିବା ଅବସରରେ କେନ୍ଦ୍ରର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୋଆ ଛାତ୍ରଛାତ୍ରୀ ଙ୍କ ଷ୍ଟାର୍ଟଅପ୍ ଷ୍ଟଲ ପରିଦର୍ଶନ କରି ଛାତ୍ରଛାତ୍ରୀଙ୍କ ଦ୍ୱାରା ପ୍ରସ୍ତୁତ ଷ୍ଟାର୍ଟ ଅପ୍କୁ ଉଚ୍ଚ ପ୍ରଶଂସା କରିଥିଲେ। କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଏହି ଅବସରରେ ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରଣାଳୟ ପକ୍ଷରୁ ଆୟୋଜିତ “ଭବିଷ୍ୟତ କାର୍ଯ୍ୟଶୈଳୀରେ ଗହନ ପ୍ରଯୁକ୍ତି ସହ ଆଧୁନିକ ପ୍ରଯୁକ୍ତିବିଦ୍ୟା ଉପରେ ଗୁରୁତ୍ୱ” କଥାବସ୍ତୁ ଉପରେ ସମ୍ମିଳନୀରେ ଉଦ୍ବୋଧନ ଦେଇଥିଲେ। ସେ କହିଥିଲେ ଯେ ବିଶ୍ୱ ଦ୍ରୁତ ଗତିରେ ପରିବର୍ତିତ ହେଉଛି ଏବଂ ବିଶ୍ୱର ପରିବର୍ତନ ସହ ତାଳ ଦେବାକୁ ଦକ୍ଷତା ବିକାଶ ନିତ୍ୟାନ୍ତ…
କନ୍ଦର୍ପ ବେହେରା ରେଢ଼ାଖୋଲ: ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଉପଖଣ୍ଡ କିସିଣ୍ଡା ଥାନା ଅନ୍ତର୍ଗତ ବୁରମାଲ୍ ଗ୍ରାମ ଛକ ନିକଟରେ ସୋମବାର ଦିନ ସନ୍ଧ୍ୟା ସମୟରେ ଏକ ପୃଷ୍ଟି ନାମକ ଘରୋଇ ଯାତ୍ରୀବାହୀ ବସ୍ ସହିତ ବାଇକ୍ ଧକ୍କାରେ ବାଇକ ଆରୋହୀ ଯୁବକଙ୍କ ମୃତ୍ୟୁ ହୋଇଯାଇଛି। ମୃତ ଯୁବକ ଜଣକ ହେଲେ ରେଢ଼ାଖୋଲ ସହରର ବିଶ୍ବନାଥପୁର ଗ୍ରାମର ପପୁନ୍ ପ୍ରଧାନ। ସୂଚନା ଯୋଗ୍ୟ ଯେ, ପପୁନ୍ ବୁରମାଲ ଗ୍ରାମରୁ ବିବାହ ଭୋଜି ଖାଇ ବାଇକ୍ ଯୋଗେ ରେଢ଼ାଖୋଲ କୁ ଫେରୁଥିଲେ ସମୟରେ ପୃଷ୍ଟି ନାମକ ରେଢ଼ାଖୋଲ ଘରୋଇ ଯାତ୍ରୀବାହୀ ବସ୍ ସହିତ ଧକ୍କା ହୋଇଥିଲା। ଫଳରେ ଘଟଣା ସ୍ଥଳରେ ସ୍ଥାନୀୟ ଲୋକେ ଗୁରୁତର ଅବସ୍ଥାରେ ପପୁନ୍ କୁ ୧୦୮ ଆମ୍ବୁଲାନ୍ସ ଯୋଗେ ରେଢ଼ାଖୋଲ ଉପଖଣ୍ଡ ଚିକିତ୍ସାଳୟ କୁ ଆଣିଥିଲେ। ଡାକ୍ତର ତାଙ୍କୁ ପ୍ରାଥମିକ ଚିକିତ୍ସା ପରେ ମୃତ ଘୋଷଣା କରିଥିଲେ। ସେପଟେ କିସିଣ୍ଡା ପୋଲିସ ଘଟଣା ସ୍ଥଳକୁ ଯାଇ ତଦନ୍ତ ଆରମ୍ଭ କରିଛି।…
ଭୁବନେଶ୍ୱର: କେନ୍ଦ୍ର ଦକ୍ଷତା ବିକାଶ ଓ ଉଦ୍ୟମିତା ଏବଂ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ରାଷ୍ଟ୍ରମନ୍ତ୍ରୀ ରାଜୀବ ଚନ୍ଦ୍ର ଶେଖର ସୋମବାର ଦିନ କାର୍ଯ୍ୟର ଭବିଷ୍ୟତ ଉପରେ ଆୟୋଜିତ ପ୍ରଦର୍ଶନୀର ଦ୍ୱିତୀୟ ଦିନର ବୈଠକକୁ ଉଦଘାଟନ କରିଛନ୍ତି। ଜି-୨୦ ଶିକ୍ଷା କାର୍ଯ୍ୟଗୋଷ୍ଠୀର ତୃତୀୟ ବୈଠକ ପୂର୍ବରୁ ଏହି ବିଶେଷ ପ୍ରଦର୍ଶନୀ ଆୟୋଜନ କରାଯାଉଛି। ଆଜିର ଉଦଘାଟନୀ ସମାରୋହରେ ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରଣାଳୟ ସଚିବ ଶ୍ରୀ ଅତୁଲ କୁମାର ତିୱାରୀ, ସିଆଇଆଇର ଭାରପ୍ରାପ୍ତ ଅଧ୍ୟକ୍ଷ ତଥା ଟିଭିଏସ ସପ୍ଲାଇ ଚେନ ସଲ୍ୟୁସନ୍ସର ଉପସଭାପତି ଆର. ଦିନେଶ, ଡେଲଏଟ୍ର ଭାଗିଦାର ଏନ.ଏସ.ଏନ ମୂର୍ତ୍ତି ପ୍ରମୁଖ ଅତିଥିଭାବେ ଯୋଗ ଦେଇଥିଲେ। ସମାରୋହକୁ ସମ୍ବୋଧିତ କରି କେନ୍ଦ୍ର ମନ୍ତ୍ରୀ ଶ୍ରୀ ଚନ୍ଦ୍ରଶେଖର କହିଥିଲେ ଯେ, ଏହି ସମ୍ମିଳନୀରେ ଲଜିଷ୍ଟିକ୍ସ କ୍ଷେତ୍ରରେ ସମନ୍ୱୟ, ଉପକୂଳ ଅର୍ଥବ୍ୟବସ୍ଥା ଏବଂ ଦୀର୍ଘସ୍ଥାୟିତ୍ୱ ଭଳି ଗୁରୁତ୍ୱପୂର୍ଣ୍ଣ ବିଷୟରେ ଆଲୋଚନା କରାଯାଉଛି। ଉପକୂଳ ଅର୍ଥବ୍ୟବସ୍ଥାରେ ଦକ୍ଷତାବିକାଶ ପରିଦୃଶ୍ୟ ପାଇଁ ଏସବୁ ଆଲୋଚନା…
କନ୍ଦର୍ପ ବେହେରା ରେଢ଼ାଖୋଲ: ଗତ ୧୨ତାରିଖ ବୁଧବାର ଦିନ ସମ୍ବଲପୁର ନଗରରେ ହନୁମାନ ଭକ୍ତଙ୍କ ମୋଟର ସାଇକେଲ ଶୋଭାଯାତ୍ରା ଉପରକୁ ଯେଉଁଭଳି ଅମାନୁଷିକ ହିଂସାତ୍ମକ ଆକ୍ରମଣ ଏବଂ ୧୪, ତାରିଖ ରାତ୍ରୀ ସମ୍ବଲପୂର ବନବାସୀ ଯୁବକକୁ ହତ୍ୟା ଘଟଣା ଅତ୍ୟନ୍ତ ନିନ୍ଦନୀୟ ତେଣୁ ଏହାକୁ ନେଇ ରେଢ଼ାଖୋଲ ହିନ୍ଦୁ ସମାଜ ପକ୍ଷରୁ ଉପଜିଲ୍ଲାପାଳଙ୍କ ଜରିଆରେ ମହାମହିମ ରାଜ୍ୟପାଳଙ୍କୁ ଏକ ଲିଖିତ ଦାବିପତ୍ର ପ୍ରଦାନ କରାଯାଇଛି। ଶୋଭାଯାତ୍ରା ସମୟରେ ଭକ୍ତମାନଙ୍କ ଉପରେ ହୋଇଥିବା ସୁନିୟୋଜିତ ଆକ୍ରମଣ ପ୍ରଶାସନିକ ଅବ୍ୟବସ୍ଥା , ସୂଚନା ତନ୍ତ୍ରର ଅପାରଗତ ଓ ନିଷ୍ଫଳତା ଦର୍ଶାଉଛି। ଉକ୍ତ ସମୟରେ ଅତିକମ ସଂଖ୍ୟାକ କାର୍ଯ୍ୟରତ ପୋଲିସ ସ୍ଥାଣୁ ପାଲଟି ଥିଲେ ଓ ବର୍ବର ଆକ୍ରମଣର ଶିକାର ହୋଇ ରକ୍ତାକ୍ତ ହୋଇଛନ୍ତି। ପୂର୍ବରୁ ଅବଗତ ଥାଇ ମଧ୍ୟ ପୋଲିସର ନଗଣ୍ୟ ଉପସ୍ଥିତି ପ୍ରଶାସନର କାର୍ଯ୍ୟକଳାପ ପ୍ରତି ସଂଦେହ ସୃଷ୍ଟି କରେ। ଏସବୁ ଘଟଣା ନାଗରିକର ଧାର୍ମିକ ଆସ୍ଥା, ବିଶ୍ଵାସ ଓ ଧାର୍ମିକ ସ୍ବତନ୍ତ୍ରତା…
ଭୁବନେଶ୍ୱର: ଦେଶର ଅଗ୍ରଣୀ କରେଂଟ ଆଫେୟାର୍ସ ଓ କ୍ୟାରିୟର ମାଗାଜିନ୍ କମ୍ପିଟିସନ୍ ସକ୍ସେସ୍ ରିଭ୍ୟୁ (ସିଏସ୍ଆର୍) ପକ୍ଷରୁ ୨୦୨୩ ବର୍ଷ ନିମନ୍ତେ ଶିକ୍ଷା ଓ ଅନୁସନ୍ଧାନ (ସୋଆ)କୁ ଦେଶର ଉକୃଷ୍ଟ ବିଶ୍ୱବିଦ୍ୟାଳୟ ଭାବେ ମନୋନୀତ କରାଯିବା ସହ ଶିକ୍ଷା କ୍ଷେତ୍ରରେ ଉତ୍କର୍ଷତା ନିମନ୍ତେ ସମ୍ମାନିତ କରାଯାଇଛି। ରବିବାର ନୂଆଦିଲ୍ଲୀ ଠାରେ ଆୟୋଜିତ ଏକ ସ୍ୱତନ୍ତ୍ର ଉତ୍ସବରେ ଏହି ସମ୍ମାନ ପ୍ରଦାନ କରାଯାଇଛି। ଏହି ସମ୍ମାନ ପ୍ରଦାନ ଉତ୍ସବରେ ସୋଆର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋଜରଂଜନ ନାୟକଙ୍କୁ ସିଏସ୍ଆର୍ ପକ୍ଷରୁ ଦେଶର ଅଗ୍ରଣୀ ଶିକ୍ଷାନୁଷ୍ଠାନର ପ୍ରତିଷ୍ଠାତା ଭାବେ ସମ୍ମାନ ପ୍ରଦାନ କରାଯାଇଛି। ସେହିପରି ସୋଆ ପରିଚାଳିତ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର)କୁ ଶ୍ରେଷ୍ଠ ଶିକ୍ଷାନୁଷ୍ଠାନ ଏବଂ ସ୍କୁଲ୍ ଅଫ୍ ହୋଟେଲ ମ୍ୟାନେଜମେଂଟକୁ ଶ୍ରେଷ୍ଠ ହୋଟେଲ୍ ମ୍ୟାନେଜମେଂଟ ଶିକ୍ଷାନୁଷ୍ଠାନ ଭାବେ ସମ୍ମାନ ପ୍ରଦାନ କରାଯାଇଛି। ସୋଆ ପକ୍ଷରୁ ଶ୍ରୀ ନିଗମାନନ୍ଦ ପୃଷ୍ଟି ଏହି ସମ୍ମାନ ଗ୍ରହଣ କରିଥିଲେ। ସିଏସ୍ଆର…
କୈଳାଶ ଚନ୍ଦ୍ର ଚୌଧୁରୀ ବ୍ରହ୍ମପୁର: ବୁଗୁଡ଼ା ଥାନା ଅନ୍ତର୍ଗତ ଖୋଳଖାଳି ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମର ବାଲିଘାଇ ଠାରେ ମନରେଗା ପାଣ୍ଠିରେ ଏକ ଉନ୍ନୟନ କାର୍ଯ୍ୟ ଚାଲିଛି। ଉକ୍ତ କାର୍ଯ୍ୟସ୍ଥଳରେ ଏକ ଟ୍ରାକ୍ଟର ଚକା ତଳେ ସେହି ଗାଡ଼ିର ଡ଼୍ରାଇଭରର ଶବ ଦେଖିବାକୁ ମିଳିଛି। ମୃତ ଡ୍ରାଇଭର ଜଣଙ୍କ ପୋଲସରା ଥାନା ଅନ୍ତର୍ଗତ ହାତୀପାଦପଲୀ ଗ୍ରାମର ସିମାଞ୍ଚଳ ପ୍ରଧାନ ବୋଲି ଜଣାପଡିଛି। ଏହି ଖବର ପ୍ରଚାରିତ ହେବା ପରେ ସ୍ଥାନୀୟ ଅଞ୍ଚଳ ବାସୀ ଓ ବୁଗୁଡ଼ା ପୋଲିସ ଘଟଣାସ୍ଥଳରେ ପହଂଚି ୧୦୮ ଆମ୍ବୁଲାନ୍ସ ଯୋଗେ ଡାକ୍ତରଖାନା ନେଇଥିଲେ। କିନ୍ତୁ ଡ଼ାକ୍ତର ସିମାଞ୍ଚଳକୁ ମୃତ୍ୟୁ ଘୋଷଣା କରିଥିଲେ। ଡ଼ାକ୍ତରଖାନାରେ ସ୍ଥାନୀୟ ତହସିଲଦାର ଓ ପୋଲିସ କର୍ମଚାରୀ ପହଞ୍ଚି ଶବ ବ୍ୟବଚ୍ଛେଦ ପାଇଁ ପଠାଇଥିଲେ। ତେବେ ଏନେଇ ମୃତ ସିମାଞ୍ଚଳଙ୍କ ଭାଇ ଗୌତମ ଥାନାରେ ଅଭିଯୋଗ କରିଛନ୍ତି। ଏତଲା ଗ୍ରହଣ କରି ପୋଲିସ ଅନୁସନ୍ଧାନ କରୁଛି।

