Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ବାଣପୁର ଅଦାଲତରେ ମଧୁ ବାବୁଙ୍କ ଜୟନ୍ତୀ ଓ ଅଧିବକ୍ତା ଦିବସ ପାଳିତ
ଆଞ୍ଚଳିକ

ବାଣପୁର ଅଦାଲତରେ ମଧୁ ବାବୁଙ୍କ ଜୟନ୍ତୀ ଓ ଅଧିବକ୍ତା ଦିବସ ପାଳିତ

April 28, 2023No Comments1 Min Read
Share Facebook Twitter LinkedIn Email WhatsApp Copy Link

ସୀତାରାମ ଅଗ୍ରୱାଲ

ବାଣପୁର: ମଧୁବାବୁଙ୍କ ଜୟନ୍ତୀ ଏବଂ ଅଧିବକ୍ତା ଦିବସ ଉପଲକ୍ଷେ ଆଜି ଖୋର୍ଦ୍ଧା ଜିଲ୍ଲା ବାଣପୁର କୋର୍ଟ ପରିସରରେ ବାର ଆସୋସିଏସନ ତରଫରୁ ଉକ୍ତ ଉତ୍ସବ ପାଳିତ ହୋଇଯାଇଛି। ଓକିଲ ସଂଘ ସଭାପତି ବୃନ୍ଦାବନ ପ୍ରଧାନଙ୍କ ସଭାପତିତ୍ୱରେ ଉକ୍ତ ସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ବରିଷ୍ଠ ଦେୱାନୀ ବିଚାରପତି ମନୋରଞ୍ଜନ ମିଶ୍ର ମୁଖ୍ୟ ଅତିଥି, କନିଷ୍ଠ ବିଚାରପତି ସ୍ନାତକୀ ଦାସ ସମ୍ମାନିତ ଅତିଥିଭାବେ ଯୋଗ ଦେବା ସହ ସମ୍ପାଦକ ସୁଧୀର ପ୍ରଧାନ ଏବଂ ଉପସଭାପତି ପଦ୍ମଜା ପଟ୍ଟନାୟକ ମଞ୍ଚାସିନ ଥିଲେ।

ଓକିଲ ସଂଘର ସମସ୍ତ କର୍ମକର୍ତ୍ତା ଏବଂ ସଭ୍ୟମାନେ ଉକ୍ତ ଜୟନ୍ତୀ ଉତ୍ସବରେ ମଧୁବାବୁଙ୍କ ତୈଳ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ।

ମୁଖ୍ୟ ଅତିଥି ଶ୍ରୀଯୁକ୍ତ ମିଶ୍ର ମଧୁବାବୁଙ୍କ ଜୀବନୀ ସହ ଜଡିତ ବହୁ ତଥ୍ୟ ବକ୍ତବ୍ୟରେ ଉପସ୍ଥାପନ କରି କହିଥିଲେ କି ମଧୁସୂଦନ ଦାସ ଓଡ଼ିଶାର ଘରେ ଘରେ ମଧୁ ବାବୁ ବା ମଧୁ ବାରିଷ୍ଟର ଭାବରେ ପରିଚିତ। ସେ ଓକିଲାତି କରୁଥିଲେ ଏବଂ ତାଙ୍କର ବିଚକ୍ଷଣ ବୁଦ୍ଧି ଥିଲା।  ଓଡିଶାକୁ ସ୍ୱତନ୍ତ୍ର ପ୍ରଦେଶ ଭାବରେ ଗଠନ ନିମନ୍ତେ ସେ ଅକ୍ଲାନ୍ତ ଉଦ୍ୟମ କରିଥିଲେ।

ସେଥିପାଇଁ ସେ ଉତ୍କଳ ସମ୍ମିଳନୀ ନାମରେ ଏକ ଅନୁଷ୍ଠାନ ଗଠନ କରି ଇଂରେଜ ସରକାରଙ୍କ ପାଖରେ ତାଙ୍କର ଦାବି ଉପସ୍ଥାପନ କରିବାକୁ ବିଲାତ ଯାତ୍ରା କରିଥିଲେ। ତାଙ୍କର ଓକିଲାତି ଜୀବନରେ କେବେ ବି ଗରିବ ଲୋକଙ୍କ ଠାରୁ ନିଜର ପ୍ରାପ୍ୟ ଗ୍ରହଣ କରୁନଥିଲେ। ଓକିଲ ବନ୍ଧୁ ମାନଙ୍କୁ ମଧୁବାବୁଙ୍କ ଆଦର୍ଶରେ ଅନୁପ୍ରାଣିତ ହେବାକୁ ପରାମର୍ଶ ଦେଇଥିଲେ ଶ୍ରୀ ମିଶ୍ର।

ଅନ୍ୟ ଅତିଥିମାନେ ମଧୁବାବୁଙ୍କ ଜୀବନ ସମ୍ପର୍କିତ ବହୁ ତଥ୍ୟ ଉପସ୍ଥାପନ କରି ତାଙ୍କର ଆଦର୍ଶରେ ଅନୁପ୍ରାଣିତ ହେବାକୁ ପ୍ରତିଜ୍ଞାବଦ୍ଧ ହୋଇଥିଲେ। ଉକ୍ତ କାର୍ଯ୍ୟକ୍ରମରେ ବରିଷ୍ଠ ଆଇନଜୀବୀ ରଞ୍ଜନ ବେଦମତ୍ତା, ଜଗଦୀଶ ପଟ୍ଟନାୟକ ଏବଂ ଅନ୍ୟ ସଭ୍ୟ ମାନେ ସହଯୋଗ କରିଥିଲେ।

ବାଣପୁର କୋର୍ଟ ବାର ଆସୋସିଏସନ
Share. Facebook Twitter LinkedIn Email WhatsApp Copy Link

Related Posts

ତାମିଲନାଡୁରେ ଆଉ ଜଣେ ଓଡ଼ିଆ ଦାଦନ ଶ୍ରମିକଙ୍କ ମୃତ୍ୟୁ

October 14, 2026

ବିରଳ ବଜ୍ରକାପ୍ତା ଉଦ୍ଧାର

October 13, 2026

କରୁଣାଶାନ୍ତି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଜୟନ୍ତୀ ପାଳିତ

October 10, 2026

ବାରୁଦ ଓ ବାଣ ସାମଗ୍ରୀ ଜବତ, ଅଭିଯୁକ୍ତ ଗିରଫ

October 9, 2026
Latest News

ଓଡ଼ିଶା ଆସିବେ ପ୍ରେସିଡେଣ୍ଡ-ପିଏମ୍

October 17, 2026

ରାହୁଲ ଗାନ୍ଧୀଙ୍କ ବିରୋଧରେ ମହିଳା ସାମ୍ବାଦିକଙ୍କ ଅଭିଯୋଗ: ତୁରନ୍ତ FIR ଦାବି

October 17, 2026

ଭାରତ ଛାଡ଼ିବା ନୋଟିସ୍: ବମ୍ବେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ଅଭିନେତା ଇମ୍ରାନ୍ ଖାନ୍

October 17, 2026

ମନରେଗାରେ ବଡ଼ ପରିବର୍ତ୍ତନ : ୧୦୦ ବଦଳରେ ମିଳିବ ୧୨୫ ଦିନ କାମ

October 17, 2026

ଇଣ୍ଟରନେଟ୍ ବ୍ୟବହାର ସମସ୍ତଙ୍କର ମୌଳିକ ଅଧିକାର : ସୁପ୍ରିମକୋର୍ଟ

October 17, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.