ଭୁବନେଶ୍ଵର: ମୁଖ୍ୟମନ୍ତ୍ରୀ ସମ୍ଭାବ୍ୟ ଗ୍ରୀଷ୍ମକାଳୀନ ବାତ୍ୟାର ମୁକାବିଲା ପାଇଁ ଆବଶ୍ୟକୀୟ ପ୍ରସ୍ତୁତି ଓ ପଦକ୍ଷେପ ସମ୍ପର୍କରେ ଆଜି ଏକ ସମୀକ୍ଷା ବୈଠକ କରିଛନ୍ତି। ଏହି ବୈଠକରେ ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିଶନର, ପୋଲିସ ମହାନିର୍ଦ୍ଦେଶକ, ସ୍ୱତନ୍ତ୍ର ରିଲିଫ୍ କମିଶନର ଓ ବିଭିନ୍ନ ବିଭାଗର ପ୍ରମୁଖ ଶାସନ ସଚିବମାନେ ଉପସ୍ଥିତ ଥିଲେ। ୨୦୧୯, ୨୦୨୦ ଓ ୨୦୨୧ ମସିହାରେ ମେ’ ମାସରେ ଫନି, ଅମ୍ଫାନ ଓ ୟାସ ଭଳି ୩ ଟି ବାତ୍ୟା ହୋଇଥିଲା, ଯାହାକୁ ରାଜ୍ୟ ସରକାର ସଫଳ ଭାବେ ମୁକାବିଲା କରିଥିଲେ। ମେ’ ୩ ତାରିଖ ୨୦୧୯ ରେ ଫନି ବାତ୍ୟା ପୁରୀଠାରେ ଅତିକ୍ରମ କରିଥିଲା। ଏହି ବାତ୍ୟା ଯୋଗୁଁ ପ୍ରଭୁତ କ୍ଷୟକ୍ଷତି ହୋଇଥିଲା। ଆଗୁଆ ପ୍ରସ୍ତୁତି, ସମସ୍ତ ବିଭାଗର ସମୟୋଚିତ ପଦକ୍ଷେପ ତଥା ପଞ୍ଚାୟତ ପ୍ରତିନିଧି ଓ ଜନସାଧାରଣଙ୍କ ସହଯୋଗ ଯୋଗୁଁ ଏହି ବାତ୍ୟାକୁ ସଫଳ ଭାବେ ମୁକାବିଲା କରାଯାଇଥିଲା। ବାତ୍ୟାର ସଫଳ ମୁକାବିଲା ପାଇଁ ଓଡିଶା…
Author: Samikhsya Bureau
କୈଳାଶ ଚନ୍ଦ୍ର ଚୌଧୁରୀ ବ୍ରହ୍ମପୁର: ହିଞ୍ଜିଳି ଥାନା ଅନ୍ତର୍ଗତ ମକରଝୋଳ ରାସ୍ତାର ଏକ ବିଲ ମଝିରେ ଜଣେ ମହିଳାଙ୍କ ଶବ ପଡିଥିବାର ଜଣେ ଗାଇ ଚରାଳି ଦେଖିଥିଲେ। ଏହାପରେ ସେ ଗ୍ରାମରେ ଖବର ଦେଇଥିଲେ। ଗ୍ରାମବାସୀ ହିଞ୍ଜିଳି ପୋଲିସକୁ ଖବର ଦେବା ପରେ ଥାନା ଅଧିକାରୀ ଅଭିମନ୍ୟୁ ଦାସ ନିଜ ଥାନା କର୍ମଚାରୀଙ୍କ ସମେତ ବିଞ୍ଜାନଗାର କର୍ମଚାରୀଙ୍କୁ ନେଇ ଘଟଣାସ୍ଥଳରେ ପହଞ୍ଚି ଛାନଭିନ୍ ଆରମ୍ଭ କରିଛନ୍ତି। ତଥାପି ମୃତ ମହିଳାଙ୍କ ପରିଚୟ ମିଳି ପାରିନାହିଁ। ମୃତ ମହିଳାଙ୍କ ପାଟିରୁ ରକ୍ତ ବାହାରିବା ସହ ବେକରେ ଓଢ଼ଣୀ ଘୋଡେ଼ଇ ରହିଛି। ଯାହାକି ଉକ୍ତ ମହିଳାଙ୍କୁ ଦୁଷ୍କର୍ମ ଜନିତ ହତ୍ୟା କରାଯାଇଥିବା ପୋଲିସ ସନ୍ଦେହ କରୁଛି। ଶବ ବ୍ୟବଚ୍ଛେଦ ପରେ ଏହାର କାରଣ ଜଣାପଡ଼ିବ ବୋଲି କୁହାଯାଉଛି।
କନ୍ଦର୍ପ ବେହେରା ରେଢ଼ାଖୋଲ: ସମ୍ବଲପୁର ଜିଲ୍ଲା ଗିରିଶ୍ଚନ୍ଦ୍ରପୁର ରେଞ୍ଜର ହିରାଲୋଇ ଗ୍ରାମ ନିକଟସ୍ଥ ଲଣ୍ଡାକୋର୍ଟ ଜଙ୍ଗଲରୁ ଗଛ କାଟିବା ଅଭିଯୋଗରେ ବନ ବିଭାଗ ୮ ଜଣଙ୍କୁ ଗିରଫ କରିବା ସହ ଆଜି କୋର୍ଟ ଚାଲାଣ କରିଥିବା ଏକ ପ୍ରେସ୍ ଇସ୍ତାହାରରେ ବନବିଭାଗ ଜଣାଇଛି। ବନବିଭାଗ ସୂତ୍ରରୁ ପ୍ରକାଶ ଯେ, ନାକଟିଦେଉଳ ବ୍ଲକ୍ ଗିରିଶ୍ଚନ୍ଦ୍ରପୁର ରେଞ ଅଧିନସ୍ଥ ହିରାଲୋଇ ଗ୍ରାମ ନିକଟ ଲଣ୍ଡାକୋର୍ଟ ସଂରକ୍ଷିତ ଜଙ୍ଗଲକୁ ଗଛ କାଟିବା ପାଇଁ ୮ ଜଣ ବ୍ୟକ୍ତି ଯାଇଥିବା ବନବିଭାଗ କୌଣସି ସୂତ୍ରରୁ ଖବର ପାଇ ଚଢ଼ଉ କରିଥିଲା। ଜଙ୍ଗଲ ମଧ୍ୟରୁ ସେମାନଙ୍କୁ ବନବିଭାଗ ମଧ୍ୟ ଧରିବାରେ ସଫଳ ହୋଇଥିଲା। ବନବିଭାଗ ଗିରଫ କରିଥିବା ବ୍ୟକ୍ତିମାନେ ହେଲେ ନାକଟିଦେଉଳ ଥାନା ମାରୱାଡ଼ିମୁଣ୍ଡା ଗ୍ରାମର ନୀଳମଣି ମୁଣ୍ଡା (୩୬), ଉପିନ୍ଦ୍ର ମୁଣ୍ଡା, ଜିତେନ୍ଦ୍ର ମୁଣ୍ଡା, କାଳନ୍ଦି ଚରଣ ମୁଣ୍ଡା ( ୨୯), କିସିଣ୍ଡା ଥାନା କଞ୍ଚନପୁର ଗ୍ରାମର ବିଶିକେସନ କିସାନ, ଭାସ୍କର କିସାନ, ଲିଙ୍ଗରାଜ କିସାନ୍ କିସିଣ୍ଡା…
ଭୁବନେଶ୍ଵର: କିଛିଦିନ ପୂର୍ବେ ସମ୍ବଲପୁରରେ ଯେଉଁ ଦୁର୍ଭାଗ୍ୟଜନକ ଘଟଣା ଘଟିଥିଲା, ତାହା ସମସ୍ତଙ୍କୁ ବ୍ୟଥିତ କରିଥିଲା। ତେବେ ସମ୍ବଲପୁରବାସୀଙ୍କ ଆନ୍ତରିକ ପ୍ରୟାସ ଏବଂ ପୁଲିସ ଓ ପ୍ରଶାସନର ଦୃଢ଼ କାର୍ଯ୍ୟାନୁଷ୍ଠାନ ଫଳରେ ସମ୍ବଲପୁରରେ ଶାନ୍ତି ଓ ସ୍ଵଭାବିକ ସ୍ଥିତି ଫେରି ଆସିଛି। ଏହି ଘଟଣାରେ ସଂପୃକ୍ତ ଅଧିକାଂଶ ଗଣ୍ଡଗୋଳକାରୀ ଗିରଫ ହୋଇ ଜେଲରେ ଅଛନ୍ତି। ମାତ୍ର ଏହି ଘଟଣାକୁ ନେଇ ହୀନ ରାଜନୀତିର ଖେଳ ଖେଳିବା ପାଇଁ ବିଜେପି ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ ଜରିଆରେ ଉଦ୍ୟମ କରୁଛି। ଏହା ଫଳରେ ଯଦି ସମ୍ୱଲପୁରରେ ପୁଣିଥରେ ବିଶୃଙ୍ଖଳା ସୃଷ୍ଟି ହୁଏ, ତେବେ ଏଥିପାଇଁ ଓଡ଼ିଶା ବିଜେପି ସଂପୂର୍ଣ୍ଣ ରୂପେ ଦାୟୀ ରହିବ ବୋଲି ବିଜୁ ଜନତା ଦଳ ଚେତାଇ ଦେଇଛି। ଆଜି ସମ୍ବଲପୁରରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଉଦ୍ବୋଧନ ଦେଇ ବିଜେଡିର ବରିଷ୍ଠ ନେତ୍ରୀ ତଥା ବିଜୁ ମହିଳା ଜନତା ଦଳର ରାଜ୍ୟ ସଭାପତି ସ୍ନେହାଙ୍ଗିନୀ ଛୁରିଆ କହିଲେ ଯେ ସମ୍ବଲପୁର…
ଭୁବନେଶ୍ଵର: ୫-ଟି ସ୍କୁଲ ରୂପାନ୍ତର ଆମ ସ୍କୁଲର ପରିବେଶକୁ ସୁନ୍ଦର କରିଛି। ଆମ ପାଇଁ ଆଧୁନିକ ଶିକ୍ଷାର ବ୍ୟବସ୍ଥା କରିଛି। ଆମର ଆତ୍ମବିଶ୍ବାସ ବୃଦ୍ଧି କରିଛି। ତା ଭିତରେ ସବୁଠାରୁ ଭଲ କଥା ହେଉଛି, ଆମ ଝିଅ ମାନଙ୍କ ପାଇଁ ସ୍ବଚ୍ଛ, ସୁନ୍ଦର ଓ ସ୍ବତନ୍ତ୍ର ଟଏଲେଟର ବ୍ୟବସ୍ଥା। ଏହା ଆମର ସ୍କୁଲ ପରିବେଶକୁ ଆମ ପାଇଁ ବହୁତ ସହଜ କରିଛି। ଝିଅ ପିଲାଙ୍କ ପାଇଁ ଏହା ଥିଲା ଅତି ଜରୁରୀ। ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଆମେ ଧନ୍ୟବାଦ ଦେଉଛୁ। ଆଜି ୫-ଟି ସ୍କୁଲ ରୂପାନ୍ତର କାର୍ଯ୍ୟକ୍ରମର ତୃତୀୟ ପର୍ଯ୍ୟାୟର ତୃତୀୟ ଦିନରେ ବାଲେଶ୍ବରର ଗୋପାଳି ପ୍ରିୟଦର୍ଶିନୀ ଜେନା, ନୟାଗଡ ସାୟଂଶ୍ରୀ ଦାଶ, ନୂଆପଡାର ନନ୍ଦିନୀ ରାଉତ, ସୁନ୍ଦରଗଡର ଦିବ୍ୟକାନ୍ତି ଓରାମ ପ୍ରମୁଖ ଛାତ୍ରୀମାନେ ସେମାନଙ୍କ ପାଇଁ ହୋଇଥିବା ସ୍ବତନ୍ତ୍ର ଟଏଲେଟ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଥିଲେ। ଏହାସହିତ ସରକାରୀ ସ୍କୁଲର ଛାତ୍ରଛାତ୍ରୀ ମାନଙ୍କ ପାଇଁ ମେଡିକାଲ ଓ ଇଂଜିନିଅରିଂ କଲେଜରେ ୧୫…
ଭୁବନେଶ୍ଵର: ପୂର୍ବତଟ ରେଳପଥର ମହାପ୍ରବନ୍ଧକ ମନୋଜ ଶର୍ମା ଆଜି ତାଳଚେର ଅଞ୍ଚଳ ପରିଦର୍ଶନ କରି ନିର୍ମାଣ କାର୍ଯ୍ୟ ଚାଲୁରହିଥିବା ତାଳଚେର-ବିମଳାଗଡ଼ ରେଳ ଲାଇନ ପ୍ରକଳ୍ପର ସୁନାଖଣି-ଖମାର ରେଳ ସେକ୍ସନ ନୀରିକ୍ଷଣ କରିଛନ୍ତି। ଏହି ନୀରିକ୍ଷଣ ସମୟରେ ପୂର୍ବତଟ ରେଳପଥ ମୁଖ୍ୟାଳୟର ବରିଷ୍ଠ ଅଧିକାରୀ ମାନଙ୍କ ସହିତ ଖୋର୍ଦ୍ଧା ରୋଡ଼ ରେଳ ମଣ୍ଡଳର ମଣ୍ଡଳ ରେଳବାଇ ପ୍ରବନ୍ଧକ ରିଙ୍କେଶ ରାୟ ମଧ୍ୟ ଉପସ୍ଥିତ ଥିଲେ। ନୀରିକ୍ଷଣ ସମୟରେ ଶ୍ରୀ ଶର୍ମା ଭିତ୍ତିଭୂମି କାର୍ଯ୍ୟର ସମୀକ୍ଷା କରିବା ସହିତ ଧାର୍ଯ୍ୟ ସମୟ ମଧ୍ୟରେ କାର୍ଯ୍ୟ ସମାପ୍ତି ନିଶ୍ଚିତ କରିବାକୁ ଆବଶ୍ୟକୀୟ ପଦକ୍ଷେପ ନେବାକୁ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ। ୧୫୦ କିଲୋମିଟର ଦୈର୍ଘ୍ୟ ତାଳଚେର-ବିମଳାଗଡ଼ ରେଳ ଲାଇନ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ସୁଦୂର ଅଞ୍ଚଳରେ ଚାଲୁରହିଛି ଏବଂ ଏହାକୁ ମାନ୍ୟବର ରେଳମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ ନିୟମିତ ଭାବେ ତଦାରଖ କରୁଛନ୍ତି। ତାଳଚେର ଏବଂ ସୁନାଖଣି ମଧ୍ୟରେ ୧୭.୬୨ କି.ମି. ଦୈର୍ଘ୍ୟ ରେଳ ଲାଇନ ନିର୍ମାଣ…
ଭୁବନେଶ୍ୱର: ଭୁବନେଶ୍ୱର ଅତିରିକ୍ତ ଜିଲ୍ଲାପାଳ ଭାବେ ଦିଲ୍ଲୀପ କୁମାର ମହାପାତ୍ର ଦାୟିତ୍ୱ ଗ୍ରହଣ କରିଛନ୍ତି। ବିଦାୟୀ ଅତିରିକ୍ତ ଜିଲ୍ଲାପାଳ ପ୍ରଫୁଲ୍ଲ କୁମାର ସ୍ୱାଇଁଙ୍କ ଠାରୁ ଶ୍ରୀ ମହାପାତ୍ର ଦାୟିତ୍ୱ ଗ୍ରହଣ କରିଛନ୍ତି। ଶ୍ରୀ ମହାପାତ୍ର ପୂର୍ବରୁ ପୁରୀ ଅତିରିକ୍ତ ଜିଲ୍ଲାପାଳ (ପ୍ରୋଟକଲ) ଭାବେ କାର୍ଯ୍ୟରତ ଥିଲେ। ସେହିପରି ଶ୍ରୀ ସ୍ୱାଇଁଙ୍କର ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷଙ୍କୁ ଅତିରିକ୍ତ ସଚିବ ଭାବେ ବଦଳି ହୋଇଛି। ଏହି ଅବସରରେ ଉପ ଜିଲ୍ଲାପାଳ ଦେବବ୍ରତ ସାହୁଙ୍କ ସମେତ ବିଭିନ୍ନ ବିଭାଗୀୟ ଅଧିକାରୀ ନୂତନ ଅତିରିକ୍ତ ଜିଲ୍ଲାପାଳଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିଥିଲେ।
ନୂଆଦିଲ୍ଲୀ: ବରିଷ୍ଠ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଗୁଜୁରାଟ ହାଇକୋର୍ଟ ଆଶ୍ଵସ୍ତି ଦେବାକୁ ମନା କରି ଦେଇଛନ୍ତି। ମୋଦୀ ଉପନାମ ସମ୍ବନ୍ଧରେ ସୁରଟ କୋର୍ଟ ଦେଇଥିବା ଦଣ୍ଡ ବିରୋଧରେ ରାହୁଲ ଗାନ୍ଧୀ ହାଇକୋର୍ଟରେ ପହଞ୍ଚିଥିଲେ। ସୂଚନାନୁସାରେ, ରାହୁଲ ଗାନ୍ଧୀଙ୍କ ଆବେଦନ ଶୁଣାଣି ସମୟରେ ଗୁଜୁରାଟ ହାଇକୋର୍ଟ କହିଛନ୍ତି ଯେ, ତାଙ୍କୁ କୌଣସି ପ୍ରକାରେ ଆଶ୍ଵସ୍ତି ଦିଆଯାଇପାରିବ ନାହିଁ। ଗ୍ରୀଷ୍ମ ଛୁଟି ପରେ ଆମେ ଏହି ବିଷୟରେ ଏକ ରାୟ ଦେବୁ। ରାହୁଲ ଗାନ୍ଧୀ ସୁରଟ କୋର୍ଟର ନିଷ୍ପତ୍ତି ବିରୋଧରେ ଏପ୍ରିଲ ୨୫ ଟାରିଖରେ ଗୁଜରାଟ ହାଇକୋର୍ଟରେ ଆବେଦନ କରିଥିଲେ। ପ୍ରକାଶ ଯେ, ସୁରଟ କୋର୍ଟର ଏହି ନିଷ୍ପତ୍ତି ପରେ ରାହୁଲ ଗାନ୍ଧୀଙ୍କ ସଂସଦ ସଦସ୍ୟତା ରଦ୍ଦ ହୋଇଛି। ସଂସଦର ସଦସ୍ୟତା ବାତିଲ ହେବାର କିଛି ଦିନ ପରେ ରାହୁଲ ଗାନ୍ଧୀଙ୍କୁ ଦିଲ୍ଲୀରେ ତାଙ୍କ ସରକାରୀ ବଙ୍ଗଳା ଖାଲି କରିବାକୁ ପଡିଥିଲା। ବଙ୍ଗଳା ଖାଲି କରୁଥିବାବେଳେ ରାହୁଲ ଗାନ୍ଧୀ କହିଥିଲେ ଯେ, ସେ…
ନୂଆଦିଲ୍ଲୀ: କଂଗ୍ରେସର କର୍ଣ୍ଣାଟକ ପ୍ରଦେଶ ସଭାପତି ଡି.କେ ଶିବକୁମାରଙ୍କ ହେଲିକପ୍ଟର ଆଜି ଅପରାହ୍ନରେ ହିନ୍ଦୁସ୍ତାନ ଏରୋନେଟିକ୍ସ ଲିମିଟେଡର ବିମାନବନ୍ଦରରେ ଜରୁରୀକାଳୀନ ଅବତରଣ କରିଛି। ବାସ୍ତବରେ ହେଲିକପ୍ଟରର କକ୍ପିଟ୍ ୱିଣ୍ଡୋ ସହିତ ଏକ ପକ୍ଷୀ ଧକ୍କା ହୋଇଥିଲା। ଏହା ପରେ ହେଲିକପ୍ଟରକୁ ଜରୁରୀକାଳୀନ ପରିସ୍ଥିତିରେ ଅବତରଣ କରାଯାଇଥିଲା। କଂଗ୍ରେସ ନେତା ଶିବକୁମାର କୋଲାର ଜିଲ୍ଲାର ମୁଲବଗଲର ଏକ ସାଧାରଣ ସଭାରେ ଯୋଗଦେବାକୁ ଯାଉଥିଲେ। ଏହି ଘଟଣା ସମ୍ପର୍କରେ ଡି.କେ ଶିବକୁମାର ଏକ ଟ୍ୱିଟ କରିଛନ୍ତି। ଯେଉଁଥିରେ ସେ ଲେଖିଛନ୍ତି ଯେ, ‘ମୁଲବଗଲକୁ ଯିବା ବାଟରେ ଆମର ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଥିଲା, ଯେଉଁଥିରେ ମୋର ସାଥୀ ଯାତ୍ରୀମାନେ ଆହତ ହୋଇଥିଲେ। ସମସ୍ତ ଜନତାଙ୍କ ଶୁଭେଚ୍ଛା ଯୋଗୁଁ ମୁଁ ସୁରକ୍ଷିତ, ଏବଂ ଜରୁରୀ ଅବତରଣ କରିବା ପାଇଁ ପାଇଲଟଙ୍କୁ ଧନ୍ୟବାଦ ଜଣାଉଛି। ବର୍ତ୍ତମାନ ରାସ୍ତା ପଥରେ ମୁଲବଗଲକୁ ଯାତ୍ରା କରୁଥିବା ସେ କହିଛନ୍ତି।
ଭୁବନେଶ୍ୱର: ଜାତୀୟସ୍ତରରେ ପ୍ରଶଂସା ସାଉଁଟୁଛି ଓଡିଶାର ‘ମୋ ସ୍କୁଲ’ ଓ ୫-‘ଟି’ ହାଇସ୍କୁଲ ରୂପାନ୍ତରୀକରଣ କାର୍ଯ୍ୟକ୍ରମ। ବିଭିନ୍ନ ରାଜ୍ୟର ଅଧିକାରୀ ଓଡିଶା ଗସ୍ତ କରିବା ସହ ଏହି ଯୋଜନାକୁ ଅନୁଧ୍ୟାନ କରୁଛନ୍ତି। ଏହାର ଉଚ୍ଚପ୍ରଶଂସା କରିବା ସହ ନିଜ ରାଜ୍ୟରେ ଏହାକୁ କାର୍ଯ୍ୟକାରୀ କରିବା ପାଇଁ ରୂପରେଖ ପ୍ରସ୍ତୁତ କରୁଛନ୍ତି। ପୂର୍ବରୁ ଆସାମ, ବିହାର, ଝାଡ଼ଖଣ୍ଡ ଓ ମଧ୍ୟପ୍ରଦେଶ ଆଦି ରାଜ୍ୟର ପ୍ରତିନିଧି ଓଡିଶା ଗସ୍ତ କରି ମୋ ସ୍କୁଲ ମଡେଲକୁ ଅନୁସରଣ କରିଛନ୍ତି। ବୋଡୋଲ୍ୟାଣ୍ଡ ଟେରିଟୋରିଆଲ୍ ରିଜିଅନ୍ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରମୋଦ ବୋରୋଙ୍କ ସହ ଏକ ଟିମ୍ ୩ ଦିନିଆ ଓଡିଶା ଗସ୍ତରେ ଆସି ସୋମବାର ଦିନ ମୋ ସ୍କୁଲ କାର୍ଯ୍ୟାଳୟ ପରିଦର୍ଶନ କରିଛନ୍ତି। ଏହି ପରିପ୍ରେକ୍ଷୀରେ ସେ କାର୍ଯ୍ୟକ୍ରମକୁ ପ୍ରଶଂସା କରିବା ସହ ମୋ ସ୍କୁଲ ଅଭିଯାନର ବରିଷ୍ଠ ଅଧିକାରୀଙ୍କ ସହ ସବିଶେଷ ଆଲୋଚନା କରିଛନ୍ତି। ଓଡ଼ିଶା ସରକାରଙ୍କ ଏହି ଅଭିନବ ପ୍ରୟାସ ଶିକ୍ଷାନୁଷ୍ଠାନ ସହିତ ପୁରାତନ…
ନୂଆଦିଲ୍ଲୀ: ୨୦୨୩ ଏପ୍ରିଲ ମାସରେ ଦେଶରେ ମୋଟ ୧, ୮୭,୦୩୫ କୋଟି ଟଙ୍କାର ଜିଏସ୍ଟି ସଂଗୃହୀତ ହୋଇଛି। ସେଥିରେ କେନ୍ଦ୍ରୀୟ ଜିଏସ୍ଟିର ପରିମାଣ ୩୮, ୪୪୦ କୋଟି, ରାଜ୍ୟ ଜିଏସ୍ଟିର ଅଂଶ ୪୭, ୪୧୨ କୋଟି ଓ ସମନ୍ୱିତ ଜିଏସ୍ଟିର ପରିମାଣ ୮୯, ୧୮୫ କୋଟି ଟଙ୍କା। ଏଥିରେ ସାମଗ୍ରୀ ଆମଦାନୀ ଜନିତ ୩୪, ୯୭୨କୋଟି ଟଙ୍କାର ଟିକସ ଓ ୧୨, ୦୨୫କୋଟି ଟଙ୍କାର ସେସ୍ ଅନ୍ତର୍ଭୁକ୍ତ। ଏହି ସମୟରେ କେନ୍ଦ୍ର ସରକାର କେନ୍ଦ୍ରୀୟ ଜିଏସ୍ଟି ବାବଦରେ ୪୫, ୮୬୪, ରାଜ୍ୟ ଜିଏସ୍ଟି ଓ ସିଜିଏସଟି ବାବଦ ୩୭, ୯୫୯ କୋଟି ଟଙ୍କାର ଦେୟ ବଣ୍ଟନ କରିଛନ୍ତି। ୨୦୨୩ ଏପ୍ରିଲରେ ନିୟମିତ ଟିକସ ବାବଦ ଅର୍ଥ ପରିଶୋଧ ପରେ କେନ୍ଦ୍ର ଓ ରାଜ୍ୟମାନଙ୍କର ମୋଟ ରାଜସ୍ୱ ପରିମାଣ ୮୪, ୩୦୪ କୋଟି କେନ୍ଦ୍ରୀୟ ଓ ୮୫, ୩୭୧କୋଟି ରାଜ୍ୟ ଜିଏସ୍ଟି। ଏପ୍ରିଲ ୨୦୨୩ରେ ଆଦାୟ ହୋଇଥିବା ଜିଏସ୍ଟି ରାଜସ୍ୱ ଗତବର୍ଷର ସମାନ…
ମୁମ୍ବାଇ: ଦଳର ମୁଖ୍ୟ ପଦରୁ ଏନସିପି ମୁଖ୍ୟ ଶରଦ ପାୱାରଙ୍କ ଇସ୍ତଫା ଘୋଷଣା ରାଜ୍ୟ ରାଜନୀତିରେ ଏକ ଆଲୋଡନ ସୃଷ୍ଟି କରିଛି। ଯଦି ଶରଦ ପାୱାର ତାଙ୍କ ନିଷ୍ପତ୍ତିରେ ପରିବର୍ତ୍ତନ ନକରନ୍ତି ତେବେ ଏନସିପିର ପରବର୍ତ୍ତୀ ମାଲିକ କିଏ ହେବେ, ଏନେଇ ଏବେ କଳ୍ପନାଜଳ୍ପନା ଆରମ୍ଭ ହୋଇଛି। ଏହି ସମୟରେ ଶରଦ ପାୱାରଙ୍କ ପୁତୁରା ଅଜିତ ପାୱାର ତାଙ୍କ ଦାଦାଙ୍କ ଇସ୍ତଫା ଉପରେ ପ୍ରତିକ୍ରିୟା ରଖିଛନ୍ତି। ଶରଦ ପାୱାରଙ୍କ ଏହି ବଡ ଘୋଷଣା ଉପରେ ଅଜିତ ପାୱାର କହିଛନ୍ତି ଯେ, କମିଟି ଯାହା ନିଷ୍ପତ୍ତି ନେବେ ତାହା ବୈଧ ହେବ। ସେ କହିଛନ୍ତି ଯେ, ଶରଦ ପାୱାର ତାଙ୍କ ବୟସକୁ ବିଚାର କରି ଏହି ନିଷ୍ପତ୍ତି ନେଇଛନ୍ତି। ଅଜିତ ପାୱାର ଏହା ମଧ୍ୟ କହିଛନ୍ତି ଯେ, ଏନସିପିର ଅର୍ଥ ହେଉଛି ଶରଦ ପାୱାର। ଯିଏ ନୂଆ ସଭାପତି ହେବେ ଆମେ ତାଙ୍କ ସହ ରହିବୁ। କର୍ମୀମାନେ ଚିନ୍ତା କରନ୍ତୁ ନାହିଁ। ତେବେ…
ଭୁବନେଶ୍ଵର: ଗଣତନ୍ତ୍ର ଦିବସ, ୨୦୨୪ ରେ ଘୋଷିତ ହେବାକୁ ଥିବା ପଦ୍ମ ପୁରସ୍କାର ୨୦୨୪ ପାଇଁ ଅନଲାଇନ୍ ନାମାଙ୍କନ/ସୁପାରିଶ ୧ ମଇ ୨୦୨୩ ରେ ଖୋଲାଯାଇଛି। ପଦ୍ମ ପୁରସ୍କାର ପାଇଁ ନାମାଙ୍କନ ପାଇଁ ଶେଷ ତାରିଖ ୧୫ ସେପ୍ଟେମ୍ବର ୨୦୨୩ ଅଟେ। ପଦ୍ମ ପୁରସ୍କାର ପାଇଁ ନାମାଙ୍କନ/ସୁପାରିଶ ରାଷ୍ଟ୍ରୀୟ ପୁରସ୍କାର ଅନଲାଇନ୍ ପୋର୍ଟାଲରେ (https://awards.gov.in ) ଗ୍ରହଣ କରାଯିବ। ପଦ୍ମ ପୁରସ୍କାର ଯଥା ପଦ୍ମ ବିଭୂଷଣ, ପଦ୍ମ ଭୂଷଣ ଏବଂ ପଦ୍ମଶ୍ରୀ ଦେଶର ସର୍ବୋଚ୍ଚ ନାଗରିକ ପୁରସ୍କାର ମଧ୍ୟରେ ରହିଛି। ୧୯୫୪ ରେ ପ୍ରତିଷ୍ଠିତ ଏହି ପୁରସ୍କାର ପ୍ରତିବର୍ଷ ଗଣତନ୍ତ୍ର ଦିବସ ଅବସରରେ ଘୋଷଣା କରାଯାଏ। ଏହି ପୁରସ୍କାର ‘ଉଲ୍ଲେଖନୀୟ କାର୍ଯ୍ୟ’ କୁ ସ୍ୱୀକୃତି ଦେବାକୁ ଚେଷ୍ଟା କରିଥାଏ ଏବଂ ସମସ୍ତ କ୍ଷେତ୍ର/ବିଭାଗରେ ଯଥା କଳା, ସାହିତ୍ୟ ଏବଂ ଶିକ୍ଷା, କ୍ରୀଡା, ଔଷଧ, ସାମାଜିକ କାର୍ଯ୍ୟ, ବିଜ୍ଞାନ ଏବଂ ଇଞ୍ଜିନିୟରିଂ, ଜନସମ୍ପର୍କ, ବେସାମରିକ ସେବା, ବାଣିଜ୍ୟ ଏବଂ ଶିଳ୍ପ ଇତ୍ୟାଦି ଭଳି ଭିନ୍ନ ତଥା ଅତୁଳନୀୟ…
ଛତ୍ରପୁର: ରାଜ୍ୟ ବିଦ୍ୟୁତ ବିଭାଗ ତଥା ବର୍ତ୍ତମାନର ଟି ପି ଏସ୍ ଓ ଡି ଏଲ୍ ର ନିର୍ବାହୀ ଯନ୍ତ୍ରୀ ପ୍ରମୋଦ କୁମାର ଚୌଧୁରୀଙ୍କୁ ଛତ୍ରପୁର ବରିଷ୍ଠ ନାଗରିକ ଓ ବୁଦ୍ଧିଜୀବି ମାନଙ୍କ ତରଫରୁ ଅବସରକାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି। ଏଠାରେ ଉଲ୍ଲେଖ ଯୋଗ୍ୟ ଯେ, ଯନ୍ତ୍ରୀ ଶ୍ରୀଯୁକ୍ତ ଚୌଧୁରୀ ମହାବାତ୍ୟା ସମୟରେ ଅଞ୍ଚଳର ଜନସାଧାରଣଙ୍କ ପାଇଁ ବହୁ ଜନହିତକର କାର୍ଯ୍ୟ କରି ପ୍ରଶଂସାର ପାତ୍ର ହୋଇଥିଲେ। ବର୍ତ୍ତମାନ ସେବାରୁ ଅବସର ନେବା ପରେ ଛତ୍ରପୁର ବରିଷ୍ଠ ସମାଜସେବୀ କାଳି ଚରଣ ତ୍ରିପାଠୀଙ୍କ ପୌରହିତ୍ୟରେ ଛତ୍ରପୁର ତାମ୍ପରା ଠାରେ ଏକ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ଶ୍ରୀଯୁକ୍ତ ଚୌଧୁରୀଙ୍କୁ କାଳିଚରଣ ପୁଷ୍ପଗୁଚ୍ଛ ଓ ଉପଢ଼ୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ ଓ ପୁର୍ବତନ ବିଧାୟକ ଅଶୋକ ଚୌଧୁରୀ, ପୁର୍ଣ୍ଣ ଚନ୍ଦ୍ର ବେହେରା, ସରପଞ୍ଚ ବଚନ ଦାସ ବରିଷ୍ଠ ନାଗରିକ ସଦାଶିବ ସାହୁ, ଶିକ୍ଷକ ନେତା କେ ସୁନୀଲ ରାଓ ଓ…
ସମ୍ବଲପୁର: ସମାଜର ଅବକ୍ଷୟ କାଳରେ ମାନବବାଦୀ ଶିକ୍ଷକଙ୍କୁ ସ୍ମରଣ କରିବା ମଙ୍ଗଳକର। ଏଭଳି ମାନବବାଦୀ ଆଦର୍ଶ ଶିକ୍ଷକ ବାଙ୍କନିଧି ଶତ୍ରୁଶଲ୍ୟ ପଦପଦବୀର ଅଧିକାରୀ ନଥାଇ ବି, କ୍ଷମତାର ଅଧିକାରୀ ନ ଥାଇ ବି ଅଗଣିତ ଛାତ୍ରଙ୍କ ଚିରସ୍ମରଣୀୟ। ବେତୁଲି, ବାଣପୁରରୁ ୪୫୦ କିଲୋମିଟର ଦୂରବର୍ତ୍ତୀ ସମ୍ବଲପୁର ଚନ୍ଦ୍ରଶେଖର ବେହେରା ଜିଲ୍ଲାସ୍କୁଲକୁ ନିଜର କର୍ମକ୍ଷେତ୍ର ଭାବରେ ଆପଣେଇ ନେଇ ପିତୃତ୍ୱର ସ୍ନେହରେ ଛାତ୍ରମାନଙ୍କୁ ବାନ୍ଧିବା ତାଙ୍କର ବଡ଼ ଗୁଣ ଥିଲା। ଶିକ୍ଷକତା ତାଙ୍କ ପାଇଁ ପେଶା ନ ଥିଲା ନିଶା ଥିଲା ବୋଲି କହିଥିଲେ ମୁଖ୍ୟବକ୍ତା ଡ. ଦିଲୀପ ପଣ୍ଡା। ବାଙ୍କନିଧି ଶତ୍ରୁଶଲ୍ୟ ସ୍ମରଣିକା କମିଟି ଦ୍ୱାରା ସମ୍ବଲପୁର ରାଧାନାଥ ରଥ କମ୍ୟୁନିଟି ସେଣ୍ଟର ଠାରେ ଆୟୋଜିତ ସ୍ମୃତି ସଭାରେ ଏ ବିଚାର ରଖିଥିଲେ ଡ. ପଣ୍ଡା। ଶିକ୍ଷାବିତ୍ ଅରବିନ୍ଦ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସ୍ମୃତି ସଭାରେ ଅନ୍ୟତମ ଅତିଥି ଭାବରେ ପୂର୍ବତନ ସାଂସଦ ଭବାନୀଶଙ୍କର ହୋତା, ଶିକ୍ଷକ ଶତ୍ରୁଶଲ୍ୟଙ୍କର ସମାଜ, ଦେଶ…
ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ବାଘମାରି ଥାନା ଅଞ୍ଚଳରୁ ଲକ୍ଷାଧିକ ଟଙ୍କାର ବ୍ରାଉନ ସୁଗାର ଜବତ ହୋଇଛି। ଏହି ମାମଲାରେ ପାଞ୍ଚ ଅଭିଯୁକ୍ତ ଗିରଫ ହୋଇଛନ୍ତି। ସୂଚନା ମୁତାବକ ଗତକାଲି ବାଘମାରି ଥାନା ପୋଡ଼ାଡିହ ଗ୍ରାମ ମା’ ମହିଷାଶୁଣି ମନ୍ଦିର ନିକଟରେ ଥିବା ଏକ ଆଜବେଷ୍ଟସ ଘରେ ବ୍ରାଉନ ସୁଗାର କାରବାର ଚାଲିଥିବାର ଖବର ପାଇଥିଲା ପୋଲିସ। ଏସପି ଙ୍କ ନିର୍ଦ୍ଦେଶକ୍ରମେ ଏବଂ ଖୋର୍ଦ୍ଧା ଏସଡିପିଓ ଓ ବାଘମାରି ଆଇଆଇସିଙ୍କ ତତ୍ୱାବଧାନରେ ଏସଆଇ ଗାୟତ୍ରୀ ଗୋଛାୟତଙ୍କ ନେତୃତ୍ୱରେ ଏକ ଟିମ ଗଠନ କରାଯାଇ ସମ୍ପୃକ୍ତ ଅଞ୍ଚଳରେ ଚଢ଼ାଉ କରାଯାଇଥିଲା। ଚଢ଼ାଉ ବେଳେ ୧୩.୯୫ ଗ୍ରାମ ବ୍ରାଉନ ସୁଗାର ସମେତ ଦୁଇ ଗୋଟି ନମ୍ବର ବିହୀନ ବାଇକ ଜବତ ହୋଇଥିବା ବେଳେ ପାଞ୍ଚ ଅଭିଯୁକ୍ତ ଗିରଫ ହୋଇଛନ୍ତି। ଅଭିଯୁକ୍ତ ମାନେ ହେଲେ ପ୍ରସନ୍ନ ସେଠି (୩୫), କମଳ ମଙ୍ଗରାଜ (୨୮), ପବିତ୍ର ଜେନା (୩୨), ସୌଭାଗ୍ୟ ରଞ୍ଜନ ପଣ୍ଡା (୨୧) ଏବଂ ଅଜୟ ସାମନ୍ତରାୟ…
ଦୁଷ୍ମନ୍ତ କୁମାର ପଣ୍ଡା କଳାହାଣ୍ଡି: ଜିଲ୍ଲା ପ୍ରଶାସନ ଏବଂ ଜିଲ୍ଲା ଶ୍ରମ କାର୍ଯ୍ୟାଳୟ, କଳାହାଣ୍ଡି ମିଳିତ ପ୍ରୟାସରେ ସୋମବାର ଦିନ ସ୍ଥାନୀୟ ଟାଉନ୍ ହଲ ଠାରେ ଜିଲ୍ଲା ସ୍ତରୀୟ ମଇ ଦିବସ ଓ ଆନ୍ତର୍ଜାତୀୟ ଶ୍ରମିକ ଦିବସ ୨୦୨୩ ପାଳିତ ହୋଇଯାଇଛି।ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ନର୍ଲା ବିଧାୟକ ଭୂପିନ୍ଦର ସିଂ ଯୋଗ ଦେଇ ପ୍ରଦୀପ ପ୍ରଜ୍ବଳନ କରିଥିଲେ। ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ସୁବ୍ରତ କୁମାର ନାୟକ, ଭବାନୀପାଟଣା ପୌରପରିଷଦ ଅଧ୍ୟକ୍ଷା ସଂଯୁକ୍ତା ବେହେରା, ଜିଲ୍ଲା ବିଭାଗୀୟ ଶ୍ରମ ଆୟୁକ୍ତ ନରେନ୍ଦ୍ର ରାଇକା ଯୋଗ ଦେଇଥିଲେ। ଜିଲ୍ଲା ଶ୍ରମ ଅଧିକାରୀ ସୁବାସ ମଣ୍ଡଳ ଦିବସ ପାଳନର ଉଦ୍ଦେଶ୍ୟ ଏବଂ ଶ୍ରମିକ ମାନଙ୍କ ପାଇଁ ସରକାରଙ୍କ ବିଭିନ୍ନ ଯୋଜନା ଓ ସହାୟତା ଉପରେ ସମ୍ୟକ୍ ସୂଚନା ଦେଇଥିଲେ। ମୁଖ୍ୟ ଅତିଥି ଭୂପିନ୍ଦର ସିଂ ନିଜ ବକ୍ତବ୍ୟରେ ଦେଶ ଓ ରାଜ୍ୟର ସାମଗ୍ରିକ ବିକାଶ ଓ ନିର୍ମାଣ ରେ ଶ୍ରମିକମାନଙ୍କ…
ଭୁବନେଶ୍ୱର: ସରକାରଙ୍କ ମିଥ୍ୟା ପ୍ରତିଶୃତି ବିରୁଦ୍ଧରେ ପୁଣି ଥରେ ଆନ୍ଦୋଳନକୁ ଓହ୍ଲାଇଛି ବିଭିନ୍ନ ଜିଲ୍ଲାର ହାଇସ୍କୁଲ୍ ଚୁକ୍ତିଭିତ୍ତିକ ଶିକ୍ଷକ ସଂଘ। ମୁଖ୍ୟମନ୍ତ୍ରୀଙ୍କ ଚୁକ୍ତିଭିତ୍ତିକ ପ୍ରଥା ଉଚ୍ଛେଦ ଘୋଷଣାର ୭ ମାସ ପରେ ବି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନରେ ଓଡ଼ିଶାର ୧୮୦୦୦ ଚୁକ୍ତିଭିତ୍ତିକ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ନିୟମିତ କରୁନଥିବା ପ୍ରତିବାଦରେ ରାଜ୍ୟ ସଂଘ ଗତ ଅପ୍ରେଲ ୧ ତାରିଖରୁ ୧୩ ତାରିଖ ଯାଏଁ ବିଧାନସଭା ଆଗରେ ଧାରଣରେ ବସିଥିଲା। ଧାରଣାର ୧୩ ଦିନ ପରେ ଅର୍ଥାତ ଏପ୍ରିଲ ୧୩ ତାରିଖ ଦିନ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ପତ୍ର ସଂଖ୍ୟା:- ୮୪୭୪/ତାରିଖ:୧୩-୦୪-୨୦୨୩ ଅନୁସାରେ ନିୟମିତ ନେଇ ଏକ ବିଜ୍ଞପ୍ତି ବିଦ୍ଧବଦ୍ଧ ପ୍ରକାଶ ପାଇଲା। ଏହାର ଏକ ନକଲ ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ବିଭାଗ ଅବଗତ କରାଇ ସମସ୍ତ ଚୁକ୍ତିଭିତ୍ତିକ ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ନିୟମିତ କରାଗଲା ବୋଲି ଘୋଷଣା କଲେ। ଅନୁରୂପ ଭାବେ ବିଭାଗୀୟ ମନ୍ତ୍ରୀ ନିଜର ସାମାଜିକ ଗଣମାଧ୍ୟମ/ଫେସବୁକ୍ ରେ…
ଗୁଣପୁର: ରାୟଗଡ଼ା ଜିଲ୍ଲା ଗୁଣପୁରରେ ମର୍ମନ୍ତୁଦ ବସ୍ ଦୁର୍ଘଟଣାରେ ଜଣେ ଯୁବକ ଓ ଜଣେ ବାଳକର ମୃତ୍ୟୁ ହୋଇଛି। ଘଟଣାରୁ ପ୍ରକାଶ ଯେ, ରାୟଗଡ଼ା ଠାରୁ ଗୁଣପୁର ଆସୁଥିବା ଆୟାପ୍ପା ନାମକ ଯାତ୍ରୀବାହୀ ବସ୍ ଗୋଟିଏ ବାଇକ୍ ସହ ମୁହାଁମୁହିଁ ଧକ୍କା ହୋଇଥିଲା। ବାଇକ୍ କୁ ବସ୍ ଟି ଏମିତି ଭୟଙ୍କର ଧକ୍କା ଦେଇଥିଲା ଯେ, ଘଟଣାସ୍ଥଳରୁ କଚାଡି ହୋଇ ଗଜପତି ଜିଲ୍ଲା ନୁଆଁଗଡ ଗ୍ରାମର ସନ୍ତୋଷ ପ୍ରଧାନ ଓ ଶରଧାପୁର ଗ୍ରାମର ଚିଣ୍ଟୁ ପ୍ରଧାନ ନାମକ ଜଣେ ବାଳକର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ଖବର ପାଇ ଗୁଣପୁର ଥାନ ପୋଲିସ ଘଟଣାସ୍ଥଳରେ ପହଂଚି ମୃତ ଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଦୁର୍ଘଟଣାଗ୍ରସ୍ତ ବସ୍ କୁ ଜବତ କରିଛନ୍ତି।
କୈଳାଶ ଚନ୍ଦ୍ର ଚୌଧୁରୀ ବ୍ରହ୍ମପୁର: ବିଶ୍ୱ ପ୍ରସିଦ୍ଧ ବ୍ରହ୍ମପୁର ବୁଢ଼ୀ ଠାକୁରାଣୀ ଯାତ୍ରା ମହାସମାରୋହରେ ପାଳିତ ହେଉଛି। ଇତ୍ୟବସରରେ ବହୁ ଦୁର ଦୁରାନ୍ତରୁ ମାଁଙ୍କ ଦର୍ଶନ ପାଇଁ ଶ୍ରଦ୍ଧାଳୁ ଭକ୍ତମାନଙ୍କ ସୁଅ ଛୁଟିଛି ଓ ମାଁ ଙ୍କ ଯାତ୍ରା ପରମ୍ପରା ଓ ନୀତି ନିୟମ ପାଳନ ହେବା ସହ ବହୁ ମାନସିକ ବେଶଧାରୀ ବ୍ୟକ୍ତିବିଶେଷ ମାଁ ଙ୍କ ଦର୍ଶନ କରି କ୍ରୁପା ଲାଭ କରୁଛନ୍ତି। କିନ୍ତୁ କିଛି ଅନୁଷ୍ଠାନ ଓ ସଂସ୍କୃତି ବିରୋଧୀ ବ୍ୟକ୍ତିବିଶେଷ ବିଭିନ୍ନ ପ୍ରକାର ଅଶ୍ଳୀଳ ଭଜନ,ନାଚ ଗୀତ ସହ ଦଣ୍ଡନାଚ ପଟୁଆର ବାହାର କରି ଧର୍ମାବଲମ୍ବୀ ଜନତାଙ୍କ ହୃଦୟକୁ କୁଠାରାଘାତ କରୁଛନ୍ତି। ଯ’ଦ୍ଵାରା କିଛି ବୁଦ୍ଧିଜୀବି ଓ ଯାତ୍ରା କଳାକାର ସଂଘ ପକ୍ଷରୁ ବ୍ରହ୍ମପୁର ଏସ୍ ପି ଡଃ ଶ୍ରବଣ କୁମାର ଙ୍କୁ ସ୍ମାରକ ପତ୍ର ପ୍ରଦାନ ସହ ଏହି ଭଳି ଅପସଂସ୍କୃତି କାର୍ଯ୍ୟ କୁ ବନ୍ଦ କରିବା ପାଇଁ ଦାବି କରିଥିଲେ। ଏସ୍ ପି ଡଃ…
ସ୍ୱାସ୍ଥ୍ୟଟିପ୍ସ: ମଧୁମେହ ରୋଗୀଙ୍କ ପାଇଁ ପଣସ ଖାଇବା ଉପକାରୀ ବୋଲି ବିବେଚନା କରାଯାଏ। ମଧୁମେହକୁ ରୋକିବା ଏବଂ ଏହାର ଲକ୍ଷଣ ପରିଚାଳନା କରିବାରେ ଏହା ସାହାଯ୍ୟ କରେ ବୋଲି କୁହାଯାଏ। ପଣସ ମଞ୍ଜିରେ ପ୍ରୋଟିନ ଭରପୂର ଏବଂ ଏହାର ଅଧିକ ହାଇ ସଲ୍ୟୁବଲ ଫାଇବର ସାମଗ୍ରୀ ମଧୁମେହକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ। ପଣସ ମଞ୍ଜି ଖାଇବା ଉପକାରୀ ବୋଲି ବିବେଚନା କରାଯାଏ ଏବଂ ଏହା ଅନେକ ଖାଦ୍ୟରେ ମଧ୍ୟ ବ୍ୟବହାର କରାଯାଇପାରେ। ଏଥିରେ ପ୍ରୋଟିନ୍ ଭରପୂର ଅଟେ। ଏହାକୁ ଭଜା କରି ମଧ୍ୟ ଖାଇ ପାରିବେ। ଏହା ଆପଣଙ୍କ ପାଇଁ ଏକ ସୁସ୍ଥ ହାଇ ଫାଇବର ଜଳଖିଆ ହେବ। ଏହା ବ୍ୟତୀତ ଆପଣ ପଣସ ତରକାରୀ ଖାଇପାରିବେ। ଏଥି ସହିତ, ଏହାର ପତ୍ରର ବ୍ୟବହାର ମଧ୍ୟ ଲାଭଦାୟକ ହେବ। ରକ୍ତରେ ଶର୍କରା ସ୍ତରକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟକାରୀ: ପାଚିଲା ପଣସ ଅପେକ୍ଷା କଞ୍ଚା ପଣସରେ କମ୍ ଗ୍ଲାଇସେମିକ୍ ଇଣ୍ଡେକ୍ସ ଅଛି,…

