ରଣପୁର: ଆଜି ପବିତ୍ର ମେରୁ ଉପବାସ ରଣପୁରରେ ମହାସମାରୋହରେ ପାଳିତ ହୋଇଯାଇଛି। ଓଡିଶାର ଧର୍ମ ସଂସ୍କୃତି କହିଲେ ବିଷ୍ନୁ ଏବଂ ଶିବଙ୍କୁ ନେଇ ଆଧାରିତ ହୋଇଥାଏ। କିଛି ବ୍ୟକ୍ତି ବିଷ୍ଣୁଙ୍କୁ ଉପାସନା କରୁଥିଲା ବେଳେ ଆଉ କିଛି ବ୍ୟକ୍ତି ଶିବଙ୍କୁ ଉପାସନା କରିଥାନ୍ତି। ଗାଁ ଗହଳି ପୁରପଲ୍ଲୀରେ ଜୁଆଡେ ଦେଖିବ ଉପବାସ୍ୟାଙ୍କ ଭିଡ। ଆଜି ଶୈବ ଉପାସକମାନେ ରଣପୁର ଅଚଂଳରେ ଏକ ଗଣ ପର୍ବ ଭାବରେ ମେରୁ ପର୍ବକୁ ପାଳନ କରିଥାନ୍ତି। ସକାଳୁ ଅପରାହ୍ନ ପର୍ଯ୍ୟନ୍ତ ନିର୍ଜଳ ଉପବାସ କରି ଅପରାହ୍ନରେ ଦଣ୍ଡ ଠାକୁରଙ୍କ ସ୍ନାନ ପରେ ସମସ୍ତେ ସ୍ନାନ କରି ପ୍ରଭୁଙ୍କ ଅଧରପଣା ସେବନ କରିଥାନ୍ତି। ଏବଂ ସନ୍ଧ୍ୟାରେ ସମସ୍ତ ଦଣ୍ଡ ପାଟବେତ କୋଠୀ ସାମ୍ନାରେ ଭକ୍ତା ମାନେ ନିଷ୍ଠା ପରାକାଷ୍ଠାର ସହ ଓହଳତୋପ କରିଥାନ୍ତି। ଗୋଡ ଦୁଇଟିକୁ ଉପରେ ବାନ୍ଧି ରଖି ଅଗ୍ନି କୁଣ୍ଡରେ ଓହଳି ଦଣ୍ଡ ପାଟବେତଙ୍କୁ ଆରାଧନା କରିଥିବାର ଦେଖିବାକୁ ମିଳିଥିଲା। ରଣପୁର ସ୍ୱପ୍ନେଶ୍ୱର ଦେବ,…
Author: Samikhsya Bureau
ଭୁବନେଶ୍ୱର: ଭୁବନେଶ୍ୱରରେ ଅନୁଷ୍ଠିତ ହେବାକୁ ଥିବା ଜି-୨୦ ଶିକ୍ଷା କାର୍ଯ୍ୟଗୋଷ୍ଠୀ ବୈଠକ ପୂର୍ବରୁ ଆୟୋଜିତ ଜନଭାଗିଦାରୀ କାର୍ଯ୍ୟକ୍ରମରେ ଏକ ପ୍ରମୁଖ (ଆଙ୍କର) ଶିକ୍ଷାନୁଷ୍ଠାନ ଭାବେ ସାମିଲ ହୋଇଛି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ, ଏନସିଇଆରଟି। କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରଣାଳୟ ଦ୍ୱାରା ମିଳିଥିବା ଏହି ଦାୟିତ୍ୱକୁ ନିର୍ବାହ କରିବାକୁ ଯାଇ ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ ପକ୍ଷରୁ ରାଜ୍ୟର ବିଭିନ୍ନ ସ୍ଥାନରେ ଜି-୨୦ ଜନଭାଗିଦାରୀ କାର୍ଯ୍ୟକ୍ରମମାନ ଆୟୋଜନ କରାଯାଇ ଭାରତର ଜି-୨୦ ଅଧ୍ୟକ୍ଷତା ସମ୍ପର୍କରେ ସଚେତନତା ସୃଷ୍ଟି କରାଯାଉଛି। ଏହି କ୍ରମରେ ଆଜି ଜନଭାଗିଦାରୀ କାର୍ଯ୍ୟକ୍ରମର ତ୍ରୟୋଦଶ ଦିନରେ ପ୍ରତିଷ୍ଠାନ ପକ୍ଷରୁ ମୌଳିକ ସାକ୍ଷରତା ଓ ସଂଖ୍ୟା ଜ୍ଞାନ ଉପରେ ଏକ ଜାତୀୟ ୱେବିନାର ଆୟୋଜନ କରାଯାଇଥିଲା। ପ୍ରତିଷ୍ଠାନର ଅଧ୍ୟକ୍ଷ ପ୍ରଫେସର ପି. ସି. ଅଗ୍ରୱାଲ ୱେବିନାରରେ ଅଧ୍ୟକ୍ଷତା କରିଥିବା ବେଳେ ପ୍ରାରମ୍ଭିକ ବକ୍ତବ୍ୟ ରଖିଥିଲେ। ଅନ୍ୟ ବକ୍ତାମାନଙ୍କ ମଧ୍ୟରେ ଏନସିଇଆରଟିର ପୂର୍ବତନ ନିର୍ଦ୍ଦେଶକ ପ୍ରଫେସର ଏଚ. କେ.…
ଭୁବନେଶ୍ଵର: ଆଜି ପୁଣି ସାରା ରାଜ୍ୟରେ ଅସହ୍ୟ ତାତି ଯୋଗୁଁ ଲୋକେ ଅସ୍ତବ୍ୟସ୍ତ ହୋଇପଡିଛନ୍ତି। କେବଳ ମଣିଷ କାହିଁକି ଏଭଳି ଗ୍ରୀଷ୍ମ ପ୍ରବାହ ଯୋଗୁଁ ଜୀବଜନ୍ତୁଙ୍କ ଜୀବନ ମଧ୍ୟ ବିପଦରେ ପଡିଛି। ଆଜି ତାପମାତ୍ରାରେ ସବୁ ରେକର୍ଡ ଭାଙ୍ଗିଯାଇଛି। ୮ ଟି ସହରରେ ୪୨ ଡିଗ୍ରୀ ଉପରେ ତାପମାତ୍ରା ତାପମାତ୍ରା ରହିଥିବା ବେଳେ ୨୫ ଟି ସହରରେ ୪୦ ଡିଗ୍ରୀ ଉପରେ ତାପମାତ୍ରା ରହିଛି। ଆଜି ରାଜ୍ୟର ସବୁଠୁ ଉତ୍ତପ୍ତ ସହର ଭାବେ ବାରିପଦା ରେକର୍ଡ କରିଛି। ବାରିପଦାରେ ତାପମାତ୍ରା ୪୩.୫ ଡିଗ୍ରୀ ସେଲସିୟସ ରହିଛି। ଅନୁଗୁଳ, ସୋନପୁର ଓ ବୌଦ୍ଧରେ ତାପମାତ୍ରା ୪୨.୫ ଡିଗ୍ରୀ ସେଲସିୟସ ରହିଛି। ସେହିଭଳି ଟିଟିଲାଗଡରେ ୪୨.୨ ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ ତାଳଚେର, ଭବାନୀପାଟଣା ଓ ବଲାଙ୍ଗୀରରେ ୪୨ ଡିଗ୍ରୀ ସେଲସିୟସ ତାପମାତ୍ରା ରହିଛି। ତେବେ କଟକରେ ୪୧.୪ ଡିଗ୍ରୀ ସେଲସିୟସ ଏବନ ଭୁବନେଶ୍ବରରେ ୪୦.୮ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ କରାଯାଇଛି।
କନ୍ଦର୍ପ ବେହେରା ରେଢାଖୋଲ: ସରକାର ଗରିବ ତଥା ଆର୍ଥିକ ଅନଗ୍ରସର ଏବଂ ରୋଗୀମାନଙ୍କ ପାଇଁ ପୁଳା ପୁଳା ଯୋଜନା କାର୍ଯ୍ୟକାରୀ କରିଛନ୍ତି। ହେଲେ ଯୋଜନା ଗୁଡିକ ଠିକ୍ ବ୍ୟକ୍ତି ପାଖରେ ପହଂଚି ପାରୁନି। ଯା’ ଫଳରେ ଗ୍ରାମାଂଚଳରେ ରୋଗୀଟିଏ ଚିକିତ୍ସା ନ ପାଇ ମୃତ୍ୟୁ ମୁଖରେ ପଡୁଛି। ଏଥିପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ ମଧ୍ୟ କରୁଛନ୍ତି। ସେଇ ଟଙ୍କା ରୋଗୀ ପାଖରେ ନପହଂଚି ବାଟମାରଣା ହେଉଛି ଅଧା ବାଟରେ। ସେଇଭଳି ଦୁଇ ଜଣ ରୋଗୀ ଚିକିତ୍ସା ଅଭାବରୁ ଶଯ୍ୟା ଶାୟୀ। ନା ତାଙ୍କ ପାଖରେ ଟଙ୍କା ଅଛି ନା ସରକାରୀ ସହାୟତା ପାଉଛନ୍ତି। ଏଇ ରୋଗୀ ଦୁଇ ଜଣ ହେଲେ ନାକଟିଦେଉଳ ବ୍ଲକ୍ ସରାପାଲି ଗ୍ରାମର। ଅର୍ଥ ଅଭାବରୁ ୨ ଭାଇ ଏବେ ଶଯ୍ୟାଶାୟୀ। ସେମାନଙ୍କର ଦେଖାରଖା କରୁଛନ୍ତି ଚପଳା ନାଏକ। ନାକଟିଦେଉଳ ବ୍ଲକ୍ ସରାପାଲି ଗ୍ରାମର ପ୍ରଶାନ୍ତ କୁମାର ନାଏକ (୫୦) କଟକ ଜିଲ୍ଲା ଫୁଲନଖରା ର କୁରଙ୍ଗବଜାର…
ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରର ୭୫ତମ ପ୍ରତିଷ୍ଠା ଦିବସ ଅବସରରେ ଆୟୋଜିତ ସ୍ୱତନ୍ତ୍ର ଫଟୋଚିତ୍ର ପ୍ରଦର୍ଶନୀ ଗୌରବମୟ ଅତୀତ ଓ ବର୍ତ୍ତମାନକୁ ଏକତି୍ରତ କରି ଭୁବନେଶ୍ୱରର ପ୍ରାଚୀନ ଐତିହ୍ୟ, ପ୍ରତିଷ୍ଠା, କ୍ରମବିକାଶ ଓ ସମୃଦ୍ଧିର ବାର୍ତ୍ତାବହନ କରିଛି। ମନ୍ଦିରମାଳିନୀ ଭୁବନେଶ୍ୱର ଆଜି ଭାରତର ଏକ ଅତ୍ୟାଧୁନିକ ସହରରେ ପରିଣତ ହୋଇଛି। ଦୀର୍ଘ ୭୫ ବର୍ଷର ଇତିହାସକୁ ଏହି ପ୍ରଦର୍ଶନୀରେ ଯେଉଁଭଳି ସାବଲୀଳ ଢଙ୍ଗରେ ସ୍ଥାନିତ କରାଯାଇଛି ତାହା ବାସ୍ତବରେ ପ୍ରଶଂସନୀୟ ବୋଲି ସୂଚନା ଓ ଲୋକସଂପର୍କ ମନ୍ତ୍ରୀ ପ୍ରଦିପ କୁମାର ଅମାତ ପ୍ରକାଶ କରିଛନ୍ତି। ଆଜି ପୂର୍ବାହ୍ନରେ ସ୍ଥାନୀୟ ଜୟଦେବ ଭବନଠାରେ ଆୟୋଜିତ ସ୍ୱତନ୍ତ୍ର ଫଟୋଚିତ୍ର ପ୍ରଦର୍ଶନୀକୁ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରବର୍ତ୍ତନ, ପଞ୍ଚାୟତିରାଜ ଓ ପାନୀୟ ଜଳ, ସୂଚନା ଓ ଲୋକସଂପର୍କ ମନ୍ତ୍ରୀ ଶ୍ରୀ ଅମାତ ଉଦ୍ଘାଟନ କରିବା ସହ ଏହାକୁ ବୁଲି ଦେଖିଥିଲେ। ଉଦ୍ଘାଟନ ସମୟରେ ବିଭାଗୀୟ ନିର୍ଦ୍ଦେଶକ ଇନ୍ଦ୍ରମଣି ତ୍ରିପାଠୀ, ନିର୍ଦ୍ଦେଶକ (ବୈଷୟିକ) ସୁରେନ୍ଦ୍ରନାଥ ପରିଡ଼ା, ଉତ୍କଳ…
ଭୁବନେଶ୍ୱର: ସମ୍ବେଦନଶୀଳ ଆଇନ୍ ଶୃଙ୍ଖଳା ପ୍ରସଙ୍ଗକୁ ନେଇ କେନ୍ଦ୍ରମନ୍ତ୍ରୀ ଧମେନ୍ଦ୍ର ପ୍ରଧାନ ରାଜନୀତି ନକରିବାକୁ କହିଛନ୍ତି ବିଜେଡି ମୁଖପାତ୍ର ଶ୍ରୀମୟୀ ମିଶ୍ର। ଆଜି ଏଠାରେ ସାମ୍ବାଦିକମାନଙ୍କୁ ଶ୍ରୀମତୀ ମିଶ୍ର କହିଛନ୍ତି ଯେ ଦେଶର ବିଜେପି ଶାସିତ ରାଜ୍ୟ ଯଥା ଉତ୍ତରପ୍ରଦେଶ, କର୍ଣ୍ଣାଟକ ଓ ମହାରାଷ୍ଟ୍ର ତୁଳନାରେ ଓଡିଶାର ଆଇନ୍ଶୃଙ୍ଖଳା ପରିସ୍ଥିତି ବେଶ୍ ଭଲ ରହିଛି। ଏପରିକି ଧର୍ମେନ୍ଦ୍ର ପ୍ରଧାନ ରାଜ୍ୟସଭାକୁ ଯାଇଥିବା ମଧ୍ୟପ୍ରଦେଶ ତୁଳନାରେ ଓଡିଶାର ଆଇନ୍ଶୃଙ୍ଖଳା ସ୍ଥିତି ବେଶ୍ ଭଲ। ଏହା ଅତ୍ୟନ୍ତ ସ୍ପର୍ଶକାତର ଘଟଣା ଓ ଏହାକୁ ନେଇ ରାଜନୀତି କରିବା ବଦଳରେ ସଂଯମତାର ସହ ମୁକାବିଲା କରାଯିବା ଆବଶ୍ୟକ। ଆଇନଶୃଙ୍ଖଳା ପରିସ୍ଥିତିକୁ ଦୃଢ ଭାବେ ପରିଚାଳନା ଏବଂ ପରିସ୍ଥିତିକୁ ଶାନ୍ତ କରିବାକୁ ସମସ୍ତ ଆବଶ୍ୟକୀୟ ପଦକ୍ଷେପ ନିଆଯାଇଛି ଯାହା ସମସ୍ତେ ଦେଖୁଛନ୍ତି। କେନ୍ଦ୍ର ସରକାରଙ୍କର ଜଣେ ଦାୟିତ୍ୱସମ୍ପନ୍ନ ମନ୍ତ୍ରୀ ଭାବେ ଯଦି ଆପଣ ଏହାକୁ ନେଇ ରାଜନୀତି କରିବା ବଦଳରେ ଲୋକଙ୍କୁ ଶାନ୍ତ ରହିବାକୁ ନିବେଦନ କରିଥାନ୍ତେ…
ନୂଆଦିଲ୍ଲୀ: ଆଜି ଆଇପିଏଲରେ ପଞ୍ଜାବ କିଙ୍ଗସ୍ ଏବଂ ଗୁଜୁରାଟ ଟାଇଟାନ୍ସ ମଧ୍ୟରେ ଲଢେଇ ହେବ। ଇଂଲଣ୍ଡର ବିସ୍ଫୋରକ ବ୍ୟାଟ୍ସମ୍ୟାନ୍ ଲିଆମ୍ ଲିଭିଙ୍ଗଷ୍ଟୋନ ପଞ୍ଜାବ ଦଳରେ ଯୋଗ ଦେଇଛନ୍ତି। ଏଭଳି ପରିସ୍ଥିତିରେ ପଞ୍ଜାବ ଦଳକୁ ବହୁତ ଶକ୍ତି ମିଳିବ। ଏଥି ସହିତ ଗୁଜୁରାଟ ଦଳ ପାଇଁ ଶେଷ ମ୍ୟାଚରେ ଅନୁପସ୍ଥିତ ଥିବା ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ମଧ୍ୟ ଏହି ମ୍ୟାଚରେ ପୁଣି ଥରେ ତାଙ୍କ ଦଳର ଅଧିନାୟକତ୍ୱ ପରିଚାଳନା କରୁଥିବା ଦେଖିବାକୁ ମିଳିବ। ଏହି ଦୁଇ ଅଲରାଉଣ୍ଡରଙ୍କ ପ୍ରତ୍ୟାବର୍ତ୍ତନ ସହିତ ଉଭୟ ଦଳକୁ ପ୍ଲେଇଂ-୧୧ ଏବଂ ରଣନୀତିରେ କିଛି ପରିବର୍ତ୍ତନ କରିବାକୁ ପଡିବ। ସମ୍ଭାବ୍ୟ ଖେଳାଳି ଏକାଦଶ ଏବଂ ଉଭୟ ଦଳର ଇମ୍ପାକ୍ଟ ଖେଳାଳି: ପଞ୍ଜାବ କିଙ୍ଗ୍ସ (ପ୍ରଥମେ ବ୍ୟାଟିଂ): ପ୍ରଭାସୀମରନ୍ ସିଂ, ଶିଖର ଧାୱନ (ଅଧିନାୟକ), ଭାନୁକା ରାଜପକ୍ସା, ଜିତେଶ ଶର୍ମା (ୱି.କି), ଲିଆମ୍ ଲିଭିଙ୍ଗଷ୍ଟୋନ୍, ସାମ୍ କୁରାନ୍, ଏମ୍ ଶାହରୁଖ ଖାନ୍, ହରପ୍ରୀତ ବରାର, ନାଥାନ୍ ଏଲିସ୍, ରାହୁଲ ଚହର, ଅର୍ଶଦୀପ…
ଭୁବନେଶ୍ଵର: ଆଜି ମଧ୍ୟ ରାଜ୍ୟ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ମେଘମୁକ୍ତ ଆକାଶ, ସୂର୍ଯ୍ୟଙ୍କ ପ୍ରଖର କିରଣ, ବାୟୁମଣ୍ଡଳରେ ଜଳୀୟବାଷ୍ପ ପରିମାଣ ହ୍ରାସ ଏବଂ ଉତ୍ତର-ପଶ୍ଚିମ ଦିଗରୁ ରାଜ୍ୟକୁ ପ୍ରବାହିତ ହେଉଥିବା ଗରମ ଶୁଷ୍କ ପବନ ପାଇଁ ଏଭଳି ସ୍ଥିତି ସୃଷ୍ଟି ହୋଇଛି। ଆଜି ଦିନ ୧୧.୩୦ ସୁଦ୍ଧା ରାଜ୍ୟର ସବୁଠୁ ଉତ୍ତପ୍ତ ସହର ଭାବେ ଝାରସୁଗୁଡାରେ ୩୯.୨ ଡ଼ିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ କରାଯାଇଛି। ସେହିଭଳି ବାଲେଶ୍ୱର ଓ ଚାନ୍ଦବାଲିରେ ୩୯ ଡ଼ିଗ୍ରୀ ଲେଖାଏଁ, ଭୁବନେଶ୍ୱରରେ ୩୮.୬ ଡ଼ିଗ୍ରୀ, ସମ୍ବଲପୁରରେ ୩୮.୨ ଡ଼ିଗ୍ରୀ, କେନ୍ଦୁଝରରେ ୩୭.୬ ଡ଼ିଗ୍ରୀ, ହୀରାକୁଦରେ ୩୭.୪ ଡ଼ିଗ୍ରୀ, ଗୋପାଳପୁରରେ ୩୪.୬ ଡ଼ିଗ୍ରୀ, ପୁରୀରେ ୩୩.୪ ଡ଼ିଗ୍ରୀ ଏବଂ ପାରାଦୀପରେ ୩୩ ଡ଼ିଗ୍ରୀ ତାପମାତ୍ରା ରେକରଦ କରାଯାଇଛି। ତେବେ ଜରୁରୀ କାମ ନ ଥିଲେ ଘରୁ ନ ବାହାରିବାକୁ ପରାମର୍ଶ ଦିଆଯାଇଛି। ଗତକାଲି ଝାରସୁଗୁଡା ବିଶ୍ବର ପଞ୍ଚମ ଉତ୍ତପ୍ତ ସହର ହୋଇଥିଲା। ଅନ୍ୟପଟେ ୧୬ ତାରିଖରେ ପାଗରେ…
ନାଗପୁର (ମହାରାଷ୍ଟ୍ର): କେନ୍ଦ୍ର ପରିବହନ ମନ୍ତ୍ରୀ ନିତିନ ଗଡକରୀଙ୍କୁ ଧମକ ଦେବା ମାମଲାରେ ଏକ ନୂଆ ମୋଡ଼ ଆସିଛି। ନାଗପୁର ପୋଲିସ ମଧ୍ୟ ଏହି ମାମଲାରେ ଆତଙ୍କବାଦ ବିରୋଧୀ ଆଇନ UAPA ର ଏକ ଧାରା ଯୋଡିଛି। ପୋଲିସର ସୂଚନାନୁସାରେ, ଅଭିଯୁକ୍ତ ଜୟେଶ ପୂଜାରୀଙ୍କ ପିଏଫଆଇ ଏବଂ ଆତଙ୍କବାଦୀ ସଂଗଠନ ଲଶ୍କର-ଇ-ତୋଏବା ସହ ସମ୍ପର୍କ ରହିଛି ବୋଲି ସୂଚନା ରହିଛି। ଜେଲରେ ଥିବାବେଳେ ନିତିନ ଗଡକରୀଙ୍କୁ ହତ୍ୟା କରାଯିବ ବୋଲି ଜୟଶ ପୂଜାରୀ ଧମକ ଦେଇଥିଲେ। ବର୍ତ୍ତମାନ ଏଟିଏସ୍ ମଧ୍ୟ ପୁରୋହିତଙ୍କୁ ପଚରାଉଚରା କରିପାରନ୍ତି। ବାସ୍ତବରେ କେଦ୍ର ମନ୍ତ୍ରୀ ନିତିନ ଗଡକରୀଙ୍କୁ କର୍ଣ୍ଣାଟକର ଜେଲରେ ଥିବା କଏଦୀ ଜୟଶ ପୂଜାରୀ ଧମକ ଦେଇଥିଲେ। ସେ କେନ୍ଦ୍ର ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରୀଙ୍କ ନାଗପୁର କାର୍ଯ୍ୟାଳୟକୁ ଧମକ ଦେଇ ୧୦୦ କୋଟି ଟଙ୍କା ମାଗିଥିଲେ। ଅନୁସନ୍ଧାନ ବେଳେ ପୋଲିସ ଜାଣିବାକୁ ପାଇଲା ଯେ, କଏଦୀ ଜୟଶ ପୂଜାରୀ ହିଣ୍ଡାଲଗାଙ୍କୁ ହତ୍ୟା ମାମଲାରେ…
ଭୁବନେଶ୍ଵର: ଆଜି ଝାରସୁଗୁଡା ଉପ-ନିର୍ବାଚନ ପାଇଁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି। ବିଜ୍ଞପ୍ତି ଅନୁଯାୟୀ, ଆଜି ଠାରୁ ୨୦ ତାରିଖ ଯାଏଁ ପ୍ରାର୍ଥୀମାନେ ନାମାଙ୍କନପତ୍ର ଦାଖଲ କରିପାରିବେ। ସେଥିପାଇଁ ସମୟ ମଧ୍ୟ ନିର୍ଦ୍ଧାରଣ କରାଯାଇଛି। ଦିନ ୧୧ଟାରୁ ଅପରାହ୍ନ ୩ଟା ମଧ୍ୟରେ ପ୍ରାର୍ଥୀମାନେ ପ୍ରାର୍ଥୀପତ୍ର ଦାଖଲ କରିପାରିବେ। ତେବେ ଏପ୍ରିଲ ୨୧ ତାରିଖରେ ପ୍ରାର୍ଥୀପତ୍ର ଯାଞ୍ଚ ହେବ। ଏବଂ ଏପ୍ରିଲ ୨୪ ତାରିଖ ସୁଦ୍ଧା ପ୍ରାର୍ଥୀପତ୍ର ପ୍ରତ୍ୟାହାର କରାଯାଇପାରିବ। ସେହିଭଳି ମେ’ ୧୦ ତାରିଖରେ ଭୋଟଗ୍ରହଣ ହେବ। ସକାଳ ୭ ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଭୋଟଗ୍ରହଣ ହେବ। ଏବଂ ମେ’ ୧୩ ତାରିଖରେ ଭୋଟଗଣତି ହେବ। ପ୍ରକାଶ ଥାଉ କି ଝାରସୁଗୁଡା ଉପ-ନିର୍ବାଚନ ପାଇଁ ପ୍ରତ୍ୟେକ ରାଜନୈତିକ ଦଳଗୁଡିକ ନିଜ ନିଜର ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ଏହି ପ୍ରରିପ୍ରେକ୍ଷୀରେ ବିଜୁ ଜନତା ଦଳ ପକ୍ଷରୁ ପୂର୍ବତନ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ଝିଅ ଦୀପାଳି ଦାସଙ୍କୁ ପ୍ରାର୍ଥୀ କରିଥିବା ବେଳେ…
ନୂଆଦିଲ୍ଲୀ: ଦେଶର ସର୍ବ ପୁରାତନ ମେଟ୍ରୋ ସେବା କୋଲକାତା ମେଟ୍ରୋ ଇତିହାସ ସୃଷ୍ଟି କରିଛି। ଭାରତରେ ପ୍ରଥମ ଥର ପାଇଁ ଏକ ମେଟ୍ରୋ ନଦୀରେ ଗତି କରିଛି। ମେଟ୍ରୋ ହୁଗୁଲି ନଦୀ ତଳେ ଯାତ୍ରା କରୁଥିବା ବେଳେ କୋଲକାତାର ହାୱଡାରୁ ଏସପ୍ଲାନେଡ୍ ପର୍ଯ୍ୟନ୍ତ ଏକ ଟ୍ରାଏଲ୍ ରନ୍ କରାଯାଇଥିଲା। କୋଲକାତା ମେଟ୍ରୋ ଜେନେରାଲ୍ ମ୍ୟାନେଜର ପି ଉଦୟ କୁମାର ରେଡ୍ଡୀ ଏହି ରନ୍ କୁ କୋଲକାତା ସହର ପାଇଁ ଏକ ଐତିହାସିକ ମୁହୂର୍ତ୍ତ ବୋଲି ବର୍ଣ୍ଣନା କରିଛନ୍ତି। ଉଦୟ କୁମାର ରେଡ୍ଡୀ କହିଛନ୍ତି ଯେ, ଏହା ପ୍ରଥମ ଥର ପାଇଁ ହୁଗଲି ନଦୀରେ ଏକ ଟ୍ରେନ୍ ଚାଲିଛି। ଏହା ମଧ୍ୟ ୩୩ ମିଟର ଗଭୀରତା ବିଶିଷ୍ଟ ସବୁଠୁ ଗଭୀର ଷ୍ଟେସନ। ଭାରତରେ ପ୍ରଥମ ଥର ପାଇଁ ଏହା ଘଟିଛି। କୋଲକାତା ସହର ପାଇଁ ଏହା ଏକ ଐତିହାସିକ ମୁହୂର୍ତ୍ତ। ସେ କହିଛନ୍ତି ଯେ, ହାୱଡା ମଇଦାନରୁ ଏସପ୍ଲାନେଡ ପର୍ଯ୍ୟନ୍ତ ପରୀକ୍ଷା ଆସନ୍ତା…
ପୁଣେ: ହିନ୍ଦୁତ୍ୱ ଭାବବାଦୀ ବିନାୟକ ଦାମୋଦର ସାବରକରଙ୍କ ନାତି ବୁଧବାର ଦିନ ମହାରାଷ୍ଟ୍ର କୋର୍ଟରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ବିରୋଧରେ ଅପରାଧିକ ମାନହାନି ମକଦ୍ଦମା ଦାୟର କରିଛନ୍ତି। ବିନାୟକ ଦାମୋଦର ସାବରକରଙ୍କ ନାତି ସାତ୍ତ୍ଵିକ ସାବରକର କହିଛନ୍ତି ଯେ, ତାଙ୍କ ଓକିଲ ଭାରତୀୟ ଦଣ୍ଡବିଧି ସଂହିତା (ଆଇପିସି) ର ଧାରା ୪୯୯ ଏବଂ ୫୦୦ ଅନୁଯାୟୀ କୋର୍ଟରେ ହଜାର ହୋଇଛନ୍ତି। ସାତ୍ତ୍ଵିକ ପିଟିଆଇକୁ କହିଛନ୍ତି ଯେ, ଆଜି କୋର୍ଟର ଅଧିକାରୀମାନେ ଅନୁପସ୍ଥିତ ଥିବାରୁ ସେମାନେ ଆମକୁ ଶନିବାର ଦିନ ପୁନର୍ବାର ଆସିବାକୁ କହିଛନ୍ତି। ଅଭିଯୋଗର ବିଷୟବସ୍ତୁ ସମ୍ପର୍କରେ ସାତ୍ତ୍ଵିକ କହିଛନ୍ତି ଯେ, ରାହୁଲ ଗାନ୍ଧୀ ଲଣ୍ଡନରେ ପ୍ରବାସୀ ଭାରତୀୟ ସମ୍ପ୍ରଦାୟ ସହ କଥାବାର୍ତ୍ତା ସମୟରେ ସାବରକରଙ୍କ ବିଷୟ ଉଠାଇଛନ୍ତି। ରାହୁଲ ଗାନ୍ଧୀ ଉପସ୍ଥିତ ଲୋକଙ୍କୁ କହିଥିଲେ ଯେ, ବିନାୟକ ଦାମୋଦର ସାବରକର ଏକ ପୁସ୍ତକ ଲେଖିଛନ୍ତି ଯେଉଁଥିରେ କୁହାଯାଇଛି ଯେ ସେ ଏବଂ ତାଙ୍କର ପାଞ୍ଚରୁ ଛଅ ଜଣ ବନ୍ଧୁ…
ନୂଆଦିଲ୍ଲୀ: ଭାରତରେ କରୋନା ସଂକ୍ରମଣର ଦ୍ରୁତ ଗତି ବର୍ତ୍ତମାନ ଅଧିକ ଭୟଭୀତ କରିବାରେ ଲାଗିଛି। ସ୍ୱାସ୍ଥ୍ୟ ବିଭାଗର ସୂଚନାନୁସାରେ, ଗତ ୨୪ ଘଣ୍ଟା ମଧ୍ୟରେ ଭାରତରେ ୧୦ ହଜାର ୧୫୮ ଟି ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛି। ଏହା ପରେ ଦେଶରେ ସକ୍ରିୟ ମାମଲା ସଂଖ୍ୟା ୪୪ ହଜାର ୯୯୮ କୁ ବୃଦ୍ଧି ପାଇଛି। ପୂର୍ବ ଦିନ ତୁଳନାରେ କରୋନା ମାମଲାରେ ଦ୍ରୁତ ବୃଦ୍ଧି ଘଟିଛି। ଏହାର ଗୋଟିଏ ଦିନ ପୂର୍ବରୁ ଦେଶରେ ମୋଟ ୭ ହଜାର ୮୩୦ ମାମଲା ରିପୋର୍ଟ ହୋଇଥିଲା।
ଭୁବନେଶ୍ୱର: ବିଶ୍ୱ ସ୍ୱାସ୍ଥ୍ୟ ଦିବସ ପାଳନ ଅବସରରେ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍ରେ ଆୟୋଜିତ ଏକ କୁଇଜ ପ୍ରତିଯୋଗିତାରେ ଇସିକା ଅଗ୍ରୱାଲ୍, ଶିବମ୍ ଓ ଜୟନ୍ତ କୁମାରଙ୍କୁ ନେଇ ଗଠିତ ଟିମ୍ ବିଜୟୀ ହୋଇଛି। ଇଣ୍ଡିଆନ୍ ଆସୋସିଏସନ୍ ଅଫ୍ ପ୍ରିଭେଂଟିଭ୍ ଆଣ୍ଡ ସୋସିଆଲ୍ ମେଡିସିନ୍ (ଆଇଏପିଏସ୍ଏମ୍) ପକ୍ଷରୁ ଜାତୀୟ ସ୍ତରରେ ଏହି କୁଇଜର ଆୟୋଜନ କରାଯାଇଥିଲା। ଏହି ହସ୍ପିଟାଲ୍ରେ ଏପ୍ରିଲ୍ ୭ ତାରିଖରେ ବିଶ୍ୱ ସ୍ୱାସ୍ଥ୍ୟ ଦିବସ ପାଳନ ଅବସରରେ ଦୁଇଟି ପର୍ଯ୍ୟାୟରେ ଏହା ଆୟୋଜନ କରାଯାଇଥିଲା। ଆଇଏମଏସ୍ ଆଣ୍ଡ ସମ୍ ହସ୍ପିଟାଲ୍ର ଛାତ୍ରଛାତ୍ରୀଙ୍କୁ ନେଇ ତିନି ସଦସ୍ୟ ବିଶିଷ୍ଟ ୧୪ ଟି ଟିମ୍ ଏହି କାର୍ଯ୍ୟକ୍ରମରେ ଭାଗ ନେଇଥିଲେ। ଏପ୍ରିଲ୍ ୩ ତାରିଖରେ ଏଲିମିନେସନ୍ ରାଉଣ୍ଡ କରାଯାଇଥିବା ବେଳେ ୪ଟି ଟିମ୍ ଫାଇନାଲକୁ ଉତୀର୍ଣ୍ଣ ହୋଇଥିଲେ ବୋଲି କମ୍ୟୁନିଟି ମେଡିସିନ୍ ବିଭାଗର ଆସୋସିଏଟ୍ ପ୍ରଫେସର ଡାକ୍ତର ବିକାଶ ଚନ୍ଦ୍ର ନାୟକ କହିଥିଲେ। ଏପ୍ରିଲ୍ ୧୦ ତାରିଖରେ…
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଆଜି ପୂର୍ବାହ୍ନ ୧୦.୩୦ ରେ ନୂତନ ଭାବରେ ନିଯୁକ୍ତ କର୍ମଚାରୀଙ୍କୁ ପ୍ରାୟ ୭୧,୦୦୦ ନିଯୁକ୍ତି ପତ୍ର ବଣ୍ଟନ କରିବେ। ଏହି ଅବସରରେ ପ୍ରଧାନମନ୍ତ୍ରୀ ମଧ୍ୟ ଏହି ନବ ନିଯୁକ୍ତ କର୍ମଚାରୀମାନଙ୍କୁ ସମ୍ବୋଧିତ କରିବେ। ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ର ଶିକ୍ଷା, କୌଶଳ ବିକାଶ ଏବଂ ଉଦ୍ୟମଶୀଳତା ମନ୍ତ୍ରୀ, ଭାରତ ସରକାର, ଭୁବନେଶ୍ୱରରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ୨୩୬ ନବନିଯୁକ୍ତଙ୍କୁ, ବିଶ୍ୱେଶ୍ୱର ଟୁଡୁ, କେନ୍ଦ୍ର ରାଷ୍ଟ୍ର ମନ୍ତ୍ରୀ, ଆଦିବାସୀ ବ୍ୟାପାର ଏବଂ ଜଳ ଶକ୍ତି, ଭାରତ ସରକାର, କଟକ ଠାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ୨୦୪ ନବନିଯୁକ୍ତଙ୍କୁ ଏବଂ ଫଗନ ସିଂ କୁଲାଷ୍ଟେ, କେନ୍ଦ୍ର ରାଷ୍ଟ୍ର ମନ୍ତ୍ରୀ, ଇସ୍ପାତ ଏବଂ ଗ୍ରାମୀଣ ବିକାଶ, ଭାରତ ସରକାର, ବିଶାଖାପାଟନମ୍ ଠାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ୧୯୦ ନବନିଯୁକ୍ତଙ୍କୁ ଯଥାକ୍ରମେ ନିଯୁକ୍ତି ପତ୍ର ବଣ୍ଟନ କରିବେ। ରୋଜଗାର ସୃଷ୍ଟି ପାଇଁ ସର୍ବୋଚ୍ଚ ପ୍ରାଥମିକତା ଦେବା ପାଇଁ ପ୍ରଧାନମନ୍ତ୍ରୀଙ୍କ…
ଭୁବନେଶ୍ୱର: ପଞ୍ଜାବ ନ୍ୟାସ୍ନାଲ ବ୍ୟାଙ୍କର ୧୨୯ ତମ ପ୍ରତିଷ୍ଠା ଦିବସ ଅବସରରେ ବୁଧବାର ବ୍ୟାଙ୍କର ପୋଖରୀପୁଟ ଶାଖାରେ ଆଇଏମ୍ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍ ପକ୍ଷରୁ ଏକ ସ୍ୱତନ୍ତ୍ର ସ୍ୱାସ୍ଥ୍ୟ ଶିବିର ଆୟୋଜିତ ହୋଇଯାଇଛି। ଆଇଏମ୍ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍ର ଏକ ୬ ଜଣିଆ ଡାକ୍ତରୀ ଟିମ୍ଙ୍କ ତତ୍ୱାବଧାନରେ ସମ୍ପୃକ୍ତ ଶାଖାରେ ବ୍ୟାଙ୍କ୍ କର୍ମଚାରୀଙ୍କ ସମେତ ବ୍ୟାଙ୍କକୁ ଆସୁଥିବା ସମସ୍ତ ବ୍ୟକ୍ତିଙ୍କର ରକ୍ତଚାପ, ମଧୁମେହ ଏବଂ ଶରୀରର ସାଧାରଣ ସମସ୍ୟାର ପରୀକ୍ଷା ନିରୀକ୍ଷା କରାଯାଇଛି। ଏହି ସ୍ୱାସ୍ଥ୍ୟ ଶିବିରର ଉଦ୍ଘାଟନୀ କାର୍ଯ୍ୟକ୍ରମରେ ଭୁବନେଶ୍ୱର ପିଏନ୍ବି ସର୍କଲର ମୁଖ୍ୟ ଚିିତରଂଜନ ପୁଷ୍ଟି, ଭୁବନେଶ୍ୱର ପିଏନ୍ବି ଜୋନାଲ୍ ଅଫିସର ମୁଖ୍ୟ ଏ.ଉଦୟ ଭାସ୍କର ରେଡୀ, ଡେପୁଟି ଜୋନାଲ୍ ମ୍ୟାନେଜର ଜନ୍ମେଜୟ ଦୀକ୍ଷିତ, ପୋଖରୀପୁଟ ସ୍ଥିତ ପିଏନ୍ବି ଶାଖା ମୁଖ୍ୟ (ବ୍ରାଂଚ ମ୍ୟାନେଜର) ସୁରେଶ କୁମାର ସାହୁ, ଅଲ ଇଣ୍ଡିଆ ପିଏନ୍ବି ଅଫିସର୍ସ ଆସୋସିଏସନ୍ର ସାଧାରଣ ସମ୍ପାଦକ ବୈଲୋଚନ ସାହୁ ପ୍ରମୁଖ ଉପସ୍ଥିତ ଥିଲେ। ଏହି ଶିବିରକୁ…
ନୂଆଦିଲ୍ଲୀ: ଋଷ ସହିତ ଚାଲିଥିବା ଯୁଦ୍ଧ ମଧ୍ୟରେ ଭାରତୀୟ ଡାକ୍ତରୀ ଛାତ୍ରଛାତ୍ରୀମାନଙ୍କୁ ୟୁକ୍ରେନ ଏକ ବଡ଼ ଆଶ୍ଵସ୍ତି ପ୍ରଦାନ କରିବାକୁ ଯାଉଛି। ଭାରତୀୟ ଛାତ୍ରଛାତ୍ରୀମାନଙ୍କୁ କେବଳ ଭାରତରେ ପରୀକ୍ଷା ଦେବା ଲାଗି ୟୁକ୍ରେନ ଅନୁମତି ଦେବ। ୟୁକ୍ରେନର ଉପ-ବୈଦେଶିକ ମନ୍ତ୍ରୀ ଏମିନ୍ ଝାପରୋଭା ଏପ୍ରିଲ ୧୦ ରୁ ୧୨ ତାରିଖ ପର୍ଯ୍ୟନ୍ତ ଭାରତ ଗସ୍ତରେ ଆସିଥିଲେ। ଭାରତୀୟ ଡାକ୍ତରୀ ଛାତ୍ରଛାତ୍ରୀଙ୍କ ପ୍ରସଙ୍ଗରେ ସେ ବୁଧବାର ଦିନ କହିଥିଲେ ଯେ, ବିଦେଶୀ ଡାକ୍ତରୀ ଛାତ୍ରଛାତ୍ରୀମାନଙ୍କୁ ସେମାନଙ୍କ ଦେଶରେ ଚୂଡ଼ାନ୍ତ ପରୀକ୍ଷା ଦେବାକୁ ଅନୁମତି ଦେବ। ଏମିନ୍ ଝାପରୋଭା କହିଛନ୍ତି ଯେ, ଗତ ବର୍ଷ ଋଷ ଆକ୍ରମଣ ପରେ ୟୁକ୍ରେନରୁ ଆସିଥିବା ହଜାର ହଜାର ଡାକ୍ତରୀ ଛାତ୍ରଛାତ୍ରୀ ବର୍ତ୍ତମାନ ଭାରତରେ ସେମାନଙ୍କର ଅନ୍ତିମ କିମ୍ବା ଯୋଗ୍ୟତା ପରୀକ୍ଷା ଦେଇ ପାରିବେ। ସେ କହିଛନ୍ତି ଯେ, ୨ ହଜାର ଭାରତୀୟ ଛାତ୍ରଛାତ୍ରୀ ୟୁକ୍ରେନକୁ ଫେରିଛନ୍ତି ଏବଂ ସେମାନଙ୍କ ମଧ୍ୟରୁ ଅଧିକାଂଶ ଦେଶର ପଶ୍ଚିମ ଭାଗରେ ଥିବା…
ମେଷ:– ଆଜି ଏକ ଭଲ ଦିନ ହେବ। ବ୍ୟବସାୟରେ ଲାଭର ସମ୍ଭାବନା ଅଛି । ନୂତନ କାରବାର ଲାଭଦାୟକ ହେବ, ଯାହା ଅର୍ଥନୈତିକ ସ୍ଥିତିକୁ ଦୃଢ କରିବ, ସ୍ୱାସ୍ଥ୍ୟର ଯତ୍ନ ନେବ। ବ୍ୟବସାୟରେ ଛୋଟ ବାଧାବିଘ୍ନ ହୋଇପାରେ । ସେଠାରେ ଅତ୍ୟଧିକ କାର୍ଯ୍ୟଭାର ହେବ, ଯେଉଁଥିପାଇଁ ଆପଣ ଶାରୀରିକ ଏବଂ ମାନସିକ ସ୍ତରରେ କ୍ଳାନ୍ତ ଅନୁଭବ କରିବେ । ପାରିବାରିକ ପରିବେଶ ସୁଖମୟ ହେବ। ପରିବାର ସଦସ୍ୟଙ୍କ ସମ୍ପୂର୍ଣ୍ଣ ସମର୍ଥନ ରହିବ । କ୍ରୋଧକୁ ଏବଂ ବକ୍ତବ୍ୟକୁ ନିୟନ୍ତ୍ରଣ କରନ୍ତୁ, ନଚେତ୍ ଏହା ବିତର୍କ ହୋଇପାରେ । ଜୀବନ ସାଥୀକୁ ବୁଝିବାକୁ ଚେଷ୍ଟା କରନ୍ତୁ। ଖାଇବା ଓ ପିଇବା ପାଇଁ ଧ୍ୟାନ ଦିଅନ୍ତୁ । ବୃଷ: – ଆଜି ମିଶ୍ରିତ ଦିନ ହେବ । ବ୍ୟବସାୟ ସ୍ୱାଭାବିକ ହେବ । ଜରୁରୀକାଳୀନ ଲାଭ କରାଯାଉଛି, କିନ୍ତୁ ଅନାବଶ୍ୟକ ଖର୍ଚ୍ଚ ବଢିବ, ଫଳରେ ଅର୍ଥନୈତିକ ପରିସ୍ଥିତି ଦୁର୍ବଳ ହୋଇଯିବ । କାର୍ଯ୍ୟରେ ସଫଳତା…
ଭୁବନେଶ୍ୱର: ବିଜେଡ଼ି ଆଉ କଂଗ୍ରେସ ପରେ ଏବେ ବିଜେପି ଝାରସୁଗୁଡା ଉପ-ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କରିଛି। ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ଯୁବନେତା ଟଙ୍କଧର ତ୍ରିପାଠୀଙ୍କୁ ବିଜେପି ପ୍ରାର୍ଥୀ କରିଛି। ରାଜ୍ୟ ବିିଜେପି ର ସୁପାରିଶ କ୍ରମେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ଅନୁମୋଦନ ମିଳିଛି। ଏନେଇ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ସୂଚନା ଦେଇଛନ୍ତି। ତେବେ ଏହା ପୂର୍ବରୁ ଝାରସୁଗୁଡା ଉପ-ନିର୍ବାଚନ ପାଇଁ ଦିବଙ୍ଗତ ନେତା ତଥା ପୂର୍ବତନ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ଝିଅ ଦୀପାଳି ଦାସଙ୍କୁ ବିଜେଡ଼ି ପ୍ରାର୍ଥୀ କରିଥିବା ବେଳେ ପୂର୍ବତନ ବିଧାୟକ ବୀରେନ୍ଦ୍ର ପାଣ୍ତେଙ୍କ ପୁଅ ତରୁଣ ପାଣ୍ତେଙ୍କୁ କଂଗ୍ରେସ ପ୍ରାର୍ଥୀ କରିଛି।
ଭୁବନେଶ୍ୱର: ରାଜ୍ୟ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା, ରାଜ୍ୟ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ, “୫-ଟି” ସଚିବ ତଥା ମୁଖ୍ୟମନ୍ତ୍ରୀଙ୍କ ସଚିବ ଭି. କାର୍ତ୍ତିକେୟନ ପାଣ୍ଡିଆନ ଆଜି ଭୁବନେଶ୍ୱର ଇନଫୋଭ୍ୟାଲି-୨ ସ୍ଥିତ ବାଗ୍ଚୀ-ଶ୍ରୀ ଶଙ୍କର କ୍ୟାନ୍ସର ହସ୍ପିଟାଲ୍ ଓ ଗବେଷଣା କେନ୍ଦ୍ର ପରିଦର୍ଶନ କରିଥିଲେ। ଆଜି ଏହି ଡାକ୍ତରଖାନାର ଗୃହ ପ୍ରତିଷ୍ଠା ପୂଜା ଅବସରରେ ମୁଖ୍ୟ ଶାସନ ସଚିବ ଓ “୫-ଟି” ସଚିବ ଏଠାରେ ଯୋଗଦେଇ ଓଡ଼ିଶା ଦକ୍ଷତା ବିକାଶ କର୍ତ୍ତୃପକ୍ଷ ଅଧ୍ୟକ୍ଷ ତଥା ହସ୍ପିଟାଲର ପ୍ରମୁଖ ଟ୍ରଷ୍ଟି ସୁବ୍ରତୋ ବାଗ୍ଚୀ ଏବଂ ହସ୍ପିଟାଲ୍ର ପ୍ରତିଷ୍ଠାତା ଡ. ସାଇନାଥଙ୍କ ସହ ହସ୍ପିଟାଲ୍ର ନିର୍ମାଣ ଓ ପ୍ରସ୍ତୁତି ସଂପର୍କରେ ବହୁ ସମୟ ଧରି ଆଲୋଚନା କରିବା ସହ ଡାକ୍ତରଖାନାର ସମସ୍ତ ବିଭାଗ ବୁଲି ଦେଖିଥିଲେ। ଏହି ପରିଦର୍ଶନ ସମୟରେ ଅନ୍ୟମାନଙ୍କ ମଧ୍ୟରେ ମିଶନ ଶକ୍ତି ବିଭାଗ କମିଶନର ତଥା ଶାସନ ସଚିବ ଶ୍ରୀମତୀ…
କୈଳାଶ ଚନ୍ଦ୍ର ଚୌଧୁରୀ ବ୍ରହ୍ମପୁର: ବୁଗୁଡ଼ା ଥାନା ଅନ୍ତର୍ଗତ ବେତାରସିଂ ଗ୍ରାମର କୃଷ୍ଣ ଚନ୍ଦ୍ର ନାଇକ ସକାଳୁ ଦଣ୍ଡନାଚ ଦେଖି ଘରକୁ ଫେରିବା ବେଳକୁ ଘରେ ସ୍ତ୍ରୀ ସୁଦଷ୍ଣା ନାଇକ ନଥିବା ଜାଣିବାକୁ ପାଇଥିଲେ। କିନ୍ତୁ ଘରେ ଶଳା ଓ ଶାଶୁ ଥିଲେ ମଧ୍ୟ ସେମାନେ ଜାଣି ନାହାନ୍ତି ବୋଲି କହିଥିଲେ। ଏହା ପରେ କୃଷ୍ଣ ବହୁ ଅଞ୍ଚଳ ଖୋଜିବା ପରେ ସ୍ତ୍ରୀଙ୍କୁ ନପାଇବାରୁ ବୁଗୁଡ଼ା ଥାନାରେ ଅଭିଯୋଗ କରିଥିଲେ। ଥାନା ଅତିରିକ୍ତ ଭାରପ୍ରାପ୍ତ ଅଧିକାରୀ ସର୍ମିଷ୍ଠା ପ୍ରଧାନ ଏତଲା ଗ୍ରହଣ କରି ମାମଲା ନଂ ୧୨/୨୩ ଅନୁଯାୟୀ ମକଦ୍ଦମା ରୁଜୁ କରି ତଦନ୍ତ ଆରମ୍ଭ କରିଛନ୍ତି।

