Author: Samikhsya Bureau

ଭୁବନେଶ୍ୱର: ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ଆଣିବା ତଥା ଏହି କ୍ଷେତ୍ରରେ କୃତ୍ରିମ ବୁଦ୍ଧିମତା (ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ)ର ପ୍ରୟୋଗ କରି ଏକ ନୂତନ ସଂଚାର ସୃଷ୍ଟି ଲକ୍ଷ୍ୟରେ ଦୁଇ ପ୍ରମୁଖ ଜାତୀୟ ଅନୁଷ୍ଠାନ ଏମ୍ସ ଭୁବନେଶ୍ୱର ଏବଂ ଆଇଆଇଟି ଭୁବନେଶ୍ୱର ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ରାଜ୍ୟରେ ପ୍ରଥମ କରି ଦୁଇ ପ୍ରମୁଖ ଅନୁଷ୍ଠାନ ମଧ୍ୟରେ ଗତକାଲି ହୋଇଥିବା ଏହି ବୁଝାମଣା ଫଳରେ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟାର ସମ୍ମୀଶ୍ରଣ ଘଟିବ। ଏହା ସ୍ୱାସ୍ଥ୍ୟସେବାକୁ ଏକ ନୂତନ ଦିଶା ଦେବା ସହିତ ବିଭିନ୍ନ କ୍ଷେତ୍ରରେ ଗବେଷଣା ଓ ପାଠ୍ୟକ୍ରମକୁ ପ୍ରୋତ୍ସାହିତ କରିବ। ଏମ୍ସ ଭୁବନେଶ୍ୱର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ. ଆଶୁତୋଷ ବିଶ୍ୱାସ ଏବଂ ଆଇଆଇଟି ଭୁବନେଶ୍ୱର ନିର୍ଦ୍ଦେଶକ ଶ୍ରୀପଦ କରମାଲକର ଏହି ଏମଓୟୁ ସ୍ୱାକ୍ଷର କରିଛନ୍ତି। ସାଧାରଣଲୋକଙ୍କ ହିତ ପାଇଁ ଉଭୟ ଅନୁଷ୍ଠାନ ରୋଗର ତ୍ବରିତ ଚିହ୍ନଟ, ଶୀଘ୍ର ନିରାକରଣ, କୃତ୍ରିମ ବୁଦ୍ଧିମତାର ପ୍ରୟୋଗ ଏବଂ ତଥ୍ୟର ବିଶ୍ଳେଷଣ, ଜୈବ ପ୍ରାଦ୍ୟୋଗିକ ଜ୍ଞାନକୌଶଳ,…

Read More

ଭୁବନେଶ୍ଵର: ଜାତୀୟ ପ୍ରଯୁକ୍ତି ପ୍ରତିଷ୍ଠାନର ନିର୍ଦ୍ଦେଶକ ପ୍ରଫେସର କେ. ଉମାମହେଶ୍ଵର ରାଓଙ୍କ ନେତୃତ୍ଵରେ ଏକ ପ୍ରତିନିଧି ଦଳ ଆଜି କୁତ୍ର ଓ ଝାରସୁଗୁଡ଼ା ସ୍ଥିତ କେନ୍ଦ୍ରୀୟ ବିଦ୍ୟାଳୟ ତଥା ଝାରସୁଗୁଡ଼ା ସ୍ଥିତ ଜବାହାର ନବୋଦୟ ବିଦ୍ୟାଳୟକୁ ଗସ୍ତ କରିଛି। ଏହି ଗସ୍ତର ମୁଖ୍ୟ ଉଦ୍ଦେଶ୍ୟ ଥିଲା ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ‘ମେସିନ ଲର୍ନିଂ’, ‘ବିଗ୍ ଡାଟା ଆନାଲିଟିକ୍ସ’ ଏବଂ ‘ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ’ ପରି ଆଧୁନିକ ସମୟର ଜ୍ଞାନକୌଶଳ ବିଷୟରେ ଧାରଣା ସୃଷ୍ଟି କରିବା, ଯାହା କରିବା  ଅନୁଷ୍ଠାନ ଦ୍ଵାରା ଆୟୋଜିତ ଜନ ଭାଗୀଦାରୀ ଅଭିଯାନର ଏକ ଅଂଶବିଶେଷ। ଏହି ଶୈଖିକ ଅଧିବେଶନରେ ପ୍ରଫେସର ଅନୁପ ନନ୍ଦୀ ଓ ପ୍ରଫେସର ରତ୍ନାକର ଦାସ ‘ କମ୍ପ୍ୟୁଟର ସୃଷ୍ଟ ଫଟୋ’, ‘ ଭର୍ଚୁଆଲ ପରିବେଶ ନିର୍ମାଣ’, “ କୁତ୍ରିମ ବୁଦ୍ଧିମତା ସହାୟତାରେ ଲୋକଙ୍କ ଭାବଭଙ୍ଗୀ ବୁଝିବା”, “ କମ୍ପ୍ୟୁଟର ସହାୟତାରେ କୌଣସି ଜିନିଷକୁ ଚିହ୍ନିବା” ପରି ଅନେକ ବିଷୟ ଉପରେ ଶିକ୍ଷାର୍ଥୀମାନଙ୍କୁ ଅବଗତ କରାଇଥିଲେ। ଏହା…

Read More

ଭୁବନେଶ୍ୱର: ଆସନ୍ତା ୨୬ରୁ ୨୮ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱର ଠାରେ ଅନୁଷ୍ଠିତ ହେବାକୁ ଥିବା ଜି-୨୦ ଶିକ୍ଷା କାର୍ଯ୍ୟଗୋଷ୍ଠୀର ତୃତୀୟ ବୈଠକ ପୂର୍ବରୁ ଜନସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ରାଜ୍ୟର ବିଭିନ୍ନ ଶିକ୍ଷାନୁଷ୍ଠାନ ପକ୍ଷରୁ ଜନଭାଗିଦାରୀ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ଭୁବନେଶ୍ୱରସ୍ଥିତ ବିଜୁ ପଟ୍ଟନାୟକ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ଇନଫର୍ମେସନ ଟେକ୍ନୋଲୋଜି ପକ୍ଷରୁ ରଙ୍ଗୋଲି ପ୍ରତିଯୋଗିତା ଆୟୋଜନ କରାଯାଇଥିଲା। ଅନୁଷ୍ଠାନର ଛାତ୍ରଛାତ୍ରୀ ଜି-୨୦ ଲୋଗୋ ଓ ବିଷୟବସ୍ତୁ ଉପରେ ରଙ୍ଗୋଲି ପ୍ରସ୍ତୁତ କରିଥିଲେ। ସେହିପରି ଭୁବନେଶ୍ୱର ସ୍ଥିତ ସିପେଟ୍‌ ଛାତ୍ରଛାତ୍ରୀମାନେ ମଧ୍ୟ ରଙ୍ଗୋଲି ପ୍ରତିଯୋଗିତା ଆୟୋଜନ କରି ଜି-୨୦ ଜନଭାଗିଦାରୀ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। ପୁରୀର କେନ୍ଦ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟ ସଦାଶିବ କ୍ୟାମ୍ପସ ପରିସରରେ ଜି-୨୦ ଜନଭାଗିଦାରୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ମିଲେଟ୍ସ ସେବନକୁ ପ୍ରୋତ୍ସାହନ ଲାଗି ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା। ସେହିପରି କୋରାପୁଟ କେନ୍ଦ୍ରୀୟ ବିଦ୍ୟାଳୟର ଛାତ୍ରଛାତ୍ରୀ ରଙ୍ଗୋଲି ମାଧ୍ୟମରେ ଭାରତର ଜି-୨୦ ଅଧ୍ୟକ୍ଷତା ସମ୍ପର୍କରେ ବାର୍ତ୍ତା…

Read More

ସୀତାରାମ ଅଗ୍ରୱାଲ ବାଲୁଗାଁ: ଆଜି ପୂର୍ବାହ୍ନରେ ବାଲୁଗାଁ ରେଳ ସୁରକ୍ଷା ବଳ (ଆରପିଏଫ) ଆଇଆଇସି ଜିତେନ୍ଦ୍ର ମୌର୍ଯ୍ୟଙ୍କ ନିର୍ଦ୍ଦେଶକ୍ରମେ ଏଏସଆଇ ଏସ. ଅର୍ଜୁନ ପାତ୍ରଙ୍କ ତତ୍ୱବାଧାନରେ ରେଳ ଷ୍ଟେସନ ନିକଟସ୍ଥ ବେଲପଡା, ଉମାକାନ୍ତପୁର, ରାଜୀବ ନଗର ଆଦି ଗ୍ରାମରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ରେଳ ଟ୍ରାକକୁ ମଳ ମୁକ୍ତ ରଖିବା, ରେଳ ଲାଇନ ମଧ୍ୟକୁ ଗାଈଗୋରୁ ନଛାଡିବା ଏବଂ ଚଳନ୍ତା ଟ୍ରେନ ଉପରକୁ ହେଉ ଅବା ରେଳ ଟ୍ରାକ ମଧ୍ୟରୁ ଟେକା ପଥର ନ ଫୋପାଡିବା ସହିତ ଷ୍ଟେସନ ପରିସରରେ କୌଣସି ଭଙ୍ଗାରୁଜା ନକରିବା ପାଇଁ ଜନ ସଚେତନତା କରାଯାଇଥିଲା। ସୂଚନା ଥାଉକି ନିକଟରେ ବାଲୁଗାଁ ରେଳ ଷ୍ଟେସନ ଟ୍ରାକରେ ସ୍ଥାନୀୟ ବାସିନ୍ଦା ମାନେ ଗୃହପାଳିତ ପଶୁ ଛାଡିବା ଦ୍ୱାରା ଟ୍ରେନ ସେବା ବାଧାପ୍ରାପ୍ତ ହୋଇଥିଲା।

Read More

ବାଣପୁର: ଅସ୍ଥା ଓ ବିଶ୍ୱାସର ପ୍ରତୀକ ଦଣ୍ଡ ଠାକୁର। ବିଶ୍ୱାସରୁ ପରମ୍ପରାର ସୃଷ୍ଟି। ଯେଉଁ ଠାକୁର ଦାଣ୍ଡରେ ବୁଲନ୍ତି, ଦାଣ୍ଡରେ ପୂଜା ପାଆନ୍ତି। ଠାକୁରଙ୍କ ସାଥିରେ ଭକ୍ତ ବି ବୁଲେ, ଦାଣ୍ଡରେ ମୁଣ୍ଡିଆ ମାରେ, ଠାକୁରଙ୍କୁ ପାଇବାକୁ ଦଣ୍ଡ ପାଏ। ଏହିଭଳି ଅନନ୍ୟ ପରମ୍ପରା ଓଡ଼ିଶାରେ ପ୍ରଚଳିତ। ବାଣପୁର ଅଂଚଳର ପ୍ରତିଷ୍ଠିତ ଶୈବପୀଠ ମାନଙ୍କରୁ ଦଣ୍ଡ ଠାକୁର ଚୈତ୍ର ମାସରେ ଭକ୍ତ ମାନଙ୍କ ଗହଣରେ ବର୍ଷକୁ ଥରେ ପ୍ରକଟିତ ହୁଅନ୍ତି। ବାଣପୁରର ବିଜୟ ବିଶ୍ୱାଳ, ମାଧବ ଚନ୍ଦ୍ର ବାରିକି, ସଂଗ୍ରାମ କେଶରୀ ସାହୁ, ସୁରେଶ ଚନ୍ଦ୍ର ବାରିକି, ଲୋକନାଥ ପ୍ରଧାନ ଭଳି ଉଦୀୟମାନ ବ୍ୟକ୍ତିମାନେ କିଛିବର୍ଷ ପୂର୍ବେ ଐତିହାସିକ ପଲଟଣ ପଡିଆରେ ଏକତ୍ର କରିବାକୁ ପ୍ରୟାସ କରି ଦଣ୍ଡମେଳଣର ପରମ୍ପରା ସୃଷ୍ଟି କରିଥିଲେ। ସେହିଦିନ ଠାରୁ ଆଜି ପର୍ଯ୍ୟନ୍ତ ମେରୁ ଉତ୍ସବର ପୂର୍ବଦିନ ଠାକୁରଙ୍କ ମେଳଣ ପର୍ବ ଅନୁଷ୍ଠିତ ହେଉଅଛି। ଚଳିତ ବର୍ଷ ଗୋଧୂଳି ସମୟର ଆଗମନରେ ବାଣପୁର ବଡହନ୍ତୁଆଡ଼ର ଶ୍ରୀଶ୍ରୀଶ୍ରୀ…

Read More

କନ୍ଦର୍ପ ବେହେରା ରେଢ଼ାଖୋଲ: ନାକଟିଦେଉଳ ବ୍ଲକ୍ ଵଳମ୍ ପଞ୍ଚାୟତରେ ଏକ ରାଜସ୍ବ ନିରୀକ୍ଷକ କାର୍ଯ୍ୟାଳୟ ଖୋଲିବା ପାଇଁ ଏକ ଦାବୀ ପତ୍ର ବଳମ ପଂଚାୟତବାସୀ ତହସିଲଦାର୍ ଙ୍କୁ ଏକ ଦାବୀପତ୍ର ପ୍ରଦାନ କରିଛନ୍ତି। ବଳମ୍ ପଂଚାୟତ ଅନ୍ତର୍ଗତ ଵିଭିନ୍ନ ଗ୍ରାମର ଲୋକମାନେ ସେମାନଙ୍କର ରାଜସ୍ଵ ନିରୀକ୍ଷକ କାର୍ଯ୍ୟାଳୟ ୧୦ କିଲୋମିଟର ଦୂର କିସିଣ୍ଡା ପଞ୍ଚାୟତ ରେ ଅଵସ୍ଥାପିତ ହୋଇଥିଵାରୁ ଵହୁତ ଅସୁବିଧା ହେଉଛି। ପୂର୍ବରୁ ନାକ୍ଟିଦେଉଳ ଠାରେ ଏହି କାର୍ଯ୍ୟାଳୟ ଥିବାରୁ ସୁବିଧା ହେଉଥିଲା। କିଛି ବର୍ଷ ପୂର୍ବେ ଵଳମ୍ ଠାରେ ଆର୍ ଆଇ ଅଫିସ୍ ଖୋଲାଯିବା ପାଇଁ ପ୍ରତିଶ୍ରୁତି ଦିଆଯାଇଥିଲା। ବଳମ୍ ରେ ଯଥାଶୀଘ୍ର ରାଜସ୍ବ ନିରୀକ୍ଷକ କାର୍ଯ୍ୟାଳୟ କରାଯିବା ପାଇଁ ବଳମ୍, ମହୁକୁଦ, ଉପରମୁଣ୍ଡା, ଟିକିଲିପଡା, ଵଲାସି°ହା, କେଲୋ, ବେତଝରଣ, ମଣ୍ଡୁଆମ୍, ବଞ୍ଜାଗୋଳା, ତାସଭରଡି,ଗଞାବାହାଳ ଓ ତାଳପାଳ ଗ୍ରାମବାସୀ ଦାଵୀ କରିଛନ୍ତି। ତା ୧୨.୪.୨୩ ରିଖ ଦିନ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ନାକ୍ଟିଦେଉଳ ତହସିଲଦାରଙ୍କୁ ବଳମ୍ ଠାରେ ରାଜସ୍ଵ ନିରୀକ୍ଷକ…

Read More

ଖୋର୍ଦ୍ଧା: ଆଜି ପୂର୍ବାହ୍ନ ୧୧ ଘଟିକା ସମୟରେ ଖୋର୍ଦ୍ଧା ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ “ରବି ଋତୁରେ ଧାନ ସଂଗ୍ରହ ନିମିତ୍ତ ଖୋର୍ଦ୍ଧା ଜିଲ୍ଲା ସ୍ତରୀୟ ବୈଠକ” ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ଖୋର୍ଦ୍ଧା ବିଧାୟକ, ଖୋର୍ଦ୍ଧା ଆରକ୍ଷୀ ଅଧିକ୍ଷକ, ଉପ-ଜିଲ୍ଲାପାଳ, କୃଷି ଉପ-ନିର୍ଦ୍ଦେଶକ, ଉପ-ନିବଦ୍ଧକ, ଖୋର୍ଦ୍ଧା-ଭୁବନେଶ୍ଵର ସମବାୟ ସମିତି, ନିୟନ୍ତ୍ରିତ ବଜାର କମିଟିର ସମ୍ପାଦକ, ଜଟଣୀ ଓ ବାଲୁଗାଁ ତଥା ବେସାମରିକ ଯୋଗାଣ ଅଧିକାରୀ ଓ ମିଲର୍ସ, ସାମ୍ବାଦିକ ଓ ଅନ୍ୟାନ୍ୟ ଅଧିକାରୀ ବୃନ୍ଦ ଅଂଶ ଗ୍ରହଣ କରିଥିଲେ। ଉକ୍ତ ବୈଠକରେ ଆସନ୍ତା ମଇ ୨୪ ତାରିଖ ଠାରୁ ରବି ଧାନ ସଂଗ୍ରହ ନିମିତ୍ତ ଦିନ ସ୍ଥିରୀକୃତ କରାଯାଇଛି। ରବି ଧାନ ସଂଗ୍ରହ ନିମିତ୍ତ ୨୦ ଗୋଟି ପ୍ରାଥମିକ କୃଷି ସମବାୟ ସମିତି ଜରିଆରେ ଧାନ ସଂଗ୍ରହ ସ୍ଥିରୀକୃତ କରାଯାଇଛି। ରବି ଧାନ ସଂଗ୍ରହ ସମୟରେ ମଣ୍ଡି କାର୍ଯ୍ୟରେ ମିଲରମାନଙ୍କର ସହଯୋଗ ଓ ପ୍ରତ୍ୟେକ ଦିନ ୧୨୦୦ କୁଇଣ୍ଟାଲ…

Read More

ଭୁବନେଶ୍ୱର: ଗତ ସପ୍ତାହାନ୍ତରେ ଦର୍ଶକଙ୍କ ପାଇଁ ଜିତୋ ଧନ୍ ଧନା ଧନ୍ କାର୍ ପ୍ରତିଯୋଗିତାର ଶୁଭାରମ୍ଭ କରିବା ପରେ ଜିଓ ସିନେମା ପକ୍ଷରୁ ଏପ୍ରିଲ ୮ ଓ ୯ ତାରିଖରେ ଖେଳାଯାଇଥିବା ୪ଟି ଟାଟା ଆଇପିଏଲ୍ ୨୦୨୩ ମ୍ୟାଚ୍ ସମୟରେ ଗୋଟିଏ ଲେଖାଏଁ କାର୍ ଜିତିଥିବା ବିଜେତାମାନଙ୍କ ନାମ ଘୋଷଣା କରାଯାଇଛି। ଓଡ଼ିଶାର ମୟୁରଭଞ୍ଜ ଜିଲ୍ଲାର ରରୁଆଁ ସହର ନିବାସୀ ଭୀମସେନ ମହନ୍ତ ଓ ପାଲି ନିବାସୀ ମହେନ୍ଦ୍ର ସୋନି ଗତ ଏପ୍ରିଲ ୮ ତାରିଖରେ ଖେଳାଯାଇଥିବା ରାଜସ୍ଥାନ ରୟାଲ୍‌ସ ବନାମ ଦିଲ୍ଲୀ କ୍ୟାପିଟାଲ୍ସ ମ୍ୟାଚ୍ ଏବଂ ମୁମ୍ବାଇ ଇଣ୍ଡିଆନ୍‌ସ ବନାମ ଚେନ୍ନାଇ ସୁପର୍ କିଙ୍ଗ୍‌ସ ମ୍ୟାଚ୍ ସମୟରେ ପ୍ରତିଯୋଗିତା ମାଧ୍ୟମରେ ଗୋଟିଏ ଲେଖାଏଁ କାର୍ ଜିତିଛନ୍ତି। ସେହିପରି ଗତ ଏପ୍ରିଲ ୯ ତାରିଖରେ ଗୁଜରାଟ ଟାଇଟାନ୍ସ ବନାମ କୋଲ୍‌କାତା ନାଇଟ୍ ରାଇଡର୍ସ ମ୍ୟାଚ୍ ସମୟରେ  କଟକର ସିଦ୍ଧାର୍ଥ ସାହୁ ଏହି ଗ୍ରାଣ୍ଡ ପୁରସ୍କାର ଜିତିଥିବା ବେଳେ ଲାଖିସରାଇ, ବିହାର୍‌ର ଧୀରେନ୍ଦ୍ର…

Read More

କୈଳାଶ ଚନ୍ଦ୍ର ଚୌଧୁରୀ ବ୍ରହ୍ମପୁର: ଲୋଚାପଡା ରୋଡ୍ ଦୁରଦର୍ଶନ କେନ୍ଦ୍ର ନିକଟରେ ପ୍ରଭାକର ସାହୁ ନାମକ ଜଣେ ବ୍ୟକ୍ତିଙ୍କ ଘରେ କୌଣସି କାରଣରୁ ନିଆଁ ଲାଗିଯାଇଥିଲା। ଅଞ୍ଚଳ ବାସିନ୍ଦା ଓ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଅଗ୍ନିକାଣ୍ଡର କାରଣ ଜଣାପଡ଼ିନାହିଁ ଓ କୌଣସି କ୍ଷୟକ୍ଷତିର ଆକଳନ ହୋଇନାହିଁ।

Read More

ଖୋର୍ଦ୍ଧା: ଖୋର୍ଦ୍ଧା ଟାଉନ ଥାନା ଅଞ୍ଚଳରୁ ଅବକାରୀ ବିଭାଗ ଆଜି ଲକ୍ଷାଧିକ ଟଙ୍କାର ବ୍ରାଉନ ସୁଗାର ଜବତ କରିଛି। ଖବର ମୁତାବକ ଠାକୁରପଡ଼ା ଠାରେ ଏକ ବାଇକରେ ଦୁଇ ଅଭିଯୁକ୍ତ ବ୍ରାଉନ ସୁଗାର ନେଇ ବେପାର ପାଇଁ ଯାଉଥିବା ବେଳେ ଅବକାରୀ ହାତରେ ଧରା ପଡ଼ିଥିଲେ। ଜିଲ୍ଲା ଅବକାରୀ ମୋବାଇଲ ଇନ୍ସପେକ୍ଟର ନୀଳିମା ଜୟନ୍ତୀ ସ୍ୱାଇଁ ଓ ଟିମ ବାଇକ କୁ କାବୁ କରିଥିବା ବେଳେ ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛନ୍ତି। ଅଭିଯୁକ୍ତମାନେ ଟାଉନ ଥାନା ଅନ୍ତର୍ଗତ ଠାକୁରପଡ଼ା ନୁଆସାହିର ପ୍ରଦୀପ ବାରିକ (୨୪) ଓ ରାଜେଶ ମହାରଣା (୨୬) ବୋଲି ଜଣାପଡିଛି। ସେମାନଙ୍କ ନିକଟରୁ ୨୯ ଗ୍ରାମ ବ୍ରାଉନ ସୁଗାର ଜବତ ହୋଇଛି ଯାହାର ଆନୁମାନିକ ମୂଲ୍ୟ ୨ ଲକ୍ଷ ୯୦ ହଜାର ଟଙ୍କା ହେବ। ଉଭୟଙ୍କୁ ଆଜି ଅପରାହ୍ନରେ କୋର୍ଟଚାଲାଣ କରାଯାଇଛି। ଉକ୍ତ ଚଢ଼ାଉରେ ଅବକାରୀ ମୋବାଇଲ ଏସଆଇ ବି. ମନୋଜ କୁମାର ଏବଂ ଅନ୍ୟ କର୍ମଚାରୀ…

Read More

କନ୍ଦର୍ପ ବେହେରା ରେଢ଼ାଖୋଲ: ଆଜି ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ବନଖଣ୍ଡ ନାକଟିଦେଉଳ ରେଞ୍ଜର ଚମ୍ପାଳୀ ନଦୀ ନିକଟରୁ ଏସ୍ ଟି ଏଫ୍ ର ସ୍ବତନ୍ତ୍ର ଟିମ୍ ବାଘଛାଲ ଜବତ କରିବା ସହ ଜଣଙ୍କୁ ଗିରଫ କରିଥିବା ବେଳେ ଆଉ ଜଣେ ଫେରାର୍ ହୋଇଥିବା ସୂଚନା ମିଳିଛି। ବିଶ୍ବସ୍ତ ସୂତ୍ରରୁ ପ୍ରକାଶ ଯେ, ନାକଟିଦେଉଳ ବ୍ଲକ୍ ଅଂଚଳର ବାବୁଲି ନାଏକ ନାମକ ବ୍ୟକ୍ତି ବାଘ ଛାଲ ବିକ୍ରି କରିବାକୁ ଉଦ୍ୟମ କରୁଥିବା ବେଳେ ଭୁବନେଶ୍ବରର ଏସ୍ ଟି ଏଫ୍ ଟିମ କୌଣସି ସୂତ୍ରରୁ ଖବର ପାଇ ଚମ୍ପାଳି ନଦୀ ନିକଟରେ ଚଢଉ କରିଥିଲା। କାଳିଆ ନାମକ ବ୍ୟକ୍ତି ବାବୁଲିକୁ ୧୦ ହଜାର ଟଙ୍କା ଦେଇଥିବା ସୂଚନା ମିଳିଛି। ଏଥିରେ ଆଉ କିଏ କିଏ ସମ୍ପୃକ୍ତ ଅଛନ୍ତି ତଦନ୍ତ ଚାଲିଛି ବୋଲି ଏସ୍ ଟି ଏଫ୍ ର ଅଧିକାରୀ ପ୍ରକାଶ କରିଛନ୍ତି। ଏହି ବାଘ ଛାଲ ବିକ୍ରି ପାଇଁ ୫ ଲକ୍ଷ ଟଙ୍କା ଡିଲ୍…

Read More

ଭୁବନେଶ୍ୱର: ସାରା ଓଡ଼ିଶାରେ ନିଜ ଉପସ୍ଥିତିକୁ ଆହୁରି ସମ୍ପ୍ରସାରିତ କରି ଦେଶର ସବୁଠୁ ଲୋକପ୍ରିୟ ହାଇ-ସ୍ପିଡ୍ ବ୍ରଡ୍‌ବ୍ୟାଣ୍ଡ୍ ସେବା ଜିଓଫାଇବର୍ ଏବେ ରାଜ୍ୟର ୩୯ରୁ ଅଧିକ ସହର ଓ ନଗରରେ ଉପଲବ୍ଧ ହୋଇଛି। ନିକଟରେ ବାରିପଦା, ଉମରକୋଟ୍‌, ପାରଳାଖେମୁଣ୍ଡି ଓ ସୋନପୁର ସହରର ପ୍ରମୁଖ ଅଂଚଳରେ ଜିଓଫାଇବର ବ୍ରଡ୍‌ବ୍ୟାଣ୍ଡ୍ ସେବା ଶୁଭାରମ୍ଭ ହୋଇଥିବା ବେଳେ କଂପାନି ଅନ୍ୟ ପ୍ରମୁଖ ସହର ଓ ନଗରକୁ ଏହାର ସେବା ଦ୍ରୁତ ଗତିରେ ସମ୍ପ୍ରସାରଣ କରୁଛି। ଜିଓଫାଇବର ସେବା ଉପଲବ୍ଧ ହୋଇଥିବା ସହରଗୁଡ଼ିକ ମଧ୍ୟରେ ରହିଛି ଭୁବନେଶ୍ୱର, କଟକ, ପୁରୀ, ଜଟଣୀ, ଅନୁଗୁଳ, ସମ୍ବଲପୁର, ରାଉରକେଲା, ଝାରସୁଗୁଡ଼ା, ବେଲପାହାଡ଼, ବ୍ରଜରାଜନଗର, ସୁନ୍ଦରଗଡ଼, ବଲାଙ୍ଗୀର, କେନ୍ଦୁଝର, ଭବାନୀପାଟଣା, କୋରାପୁଟ, ରାୟଗଡ଼ା, କେନ୍ଦ୍ରାପଡ଼ା, ଜଗତସିଂହପୁର, ଯାଜପୁର ରୋଡ୍‌, ଭଦ୍ରକ, ତାଳଚେର, ଖୋର୍ଦ୍ଧା, ବ୍ରହ୍ମପୁର, ବାଲେଶ୍ୱର, ଜୟପୁର, ରାଜଗାଙ୍ଗପୁର, ଢେଙ୍କାନାଳ, ସେମିଳିଗୁଡ଼ା, ବରଗଡ଼, ନବରଙ୍ଗପୁର, ଫୁଲବାଣୀ, ଜଳେଶ୍ୱର, ଛତ୍ରପୁର, ଘସିପୁରା, ବଡ଼ବିଲ, ବାରିପଦା, ଉମରକୋଟ, ପାରଳାଖେମୁଣ୍ଡି ଓ ସୋନପୁର। ପୂର୍ବରୁ…

Read More

ଭୁବନେଶ୍ଵର: ଲୋକପ୍ରିୟ ଓଡ଼ିଆ ଚ୍ୟାନେଲ ଜୀ-ସାର୍ଥକରେ ସେଲିବ୍ରେଟିଙ୍କ ‘ଡ୍ୟାନ୍ସ ଓଡ଼ିଶା ଡ୍ୟାନ୍ସ – ଜ଼ୀ ସାର୍ଥକ ସଂସାର ଡାନ୍ସ ଲିଗ’ ଆରମ୍ଭରୁ ଦର୍ଷକଙ୍କ ମନ ଜିତିଛି। ଏହି ରିଅଲିଟି ଶୋରେ ଅଭିନେତ୍ରୀମାନେ ପରସ୍ପରକୁ ଦେଇଛନ୍ତି କଡ଼ା ଟକ୍କର। ଜୀ-ସାର୍ଥକରେ ପ୍ରସାରିତ ହେଉଥିବା ମେଗା ଧାରାବାହିକ ଗୁଡ଼ିକର ଅଭିନେତ୍ରୀମାନେ ଏଥିରେ ପ୍ରତିଯୋଗୀ ଭାବେ ଭାଗ ନେଇଛନ୍ତି। ଜାନୁଆରୀ ୭ ତାରିଖରୁ ଆରମ୍ଭ ହୋଇଥିବା ଏହି ମେଗା ଡ୍ୟାନ୍ସ ରିଅଲିଟି ଶୋର ଗ୍ରାଣ୍ଡ ଫିନାଲେ ପ୍ରସାରିତ ହେବ ଆସନ୍ତା ୧୬ ତାରିଖ ସନ୍ଧ୍ୟା ୬:୩୦ ରୁ କେବଳ ଜୀ-ସାର୍ଥକରେ। ସୁଜିତ ଓ ଚାନ୍ଦିନୀଙ୍କ ସଂଯୋଜନାରେ ଏହି ରିଅଲିଟି ଶୋରେ ଅଭିନେତା ଦେବାଶିଷ ପାତ୍ର, ଅଭିନେତ୍ରୀ ଲିପି ମହାପାତ୍ର ଏବଂ ଡ୍ୟାନ୍ସର ହରିହର ଦାଶ ଜୁରୀର ଆସନ ଅଳଙ୍କୃତ କରିଛନ୍ତି। ଏହି ଡ୍ୟାନ୍ସ ଲିଗରେ ପ୍ରତିଯୋଗୀ ଭାବରେ ଭାଗ ନେଇଛନ୍ତି ନିକିତା, ଅଙ୍କିତା, ସ୍ମତି, ଦୀପିକା, ଅନନ୍ୟା, ଏଲି, ଅର୍ପିତା ଓ ଛନ୍ଦିତା। ଅଭିନେତ୍ରୀମାନଙ୍କୁ ନେଇ…

Read More

ଭୁବନେଶ୍ୱର: ଆଜି ଏଡିଆର ରିପୋର୍ଟ ଜାରି ହୋଇଛି। ଦେଶର ସମସ୍ତ ମୁଖ୍ୟମନ୍ତ୍ରୀମାନଙ୍କର ଅପରାଧିକ ମାମଲା ଏବଂ ସମ୍ପତ୍ତି ବିଷୟରେ ଏଡିଆର ରିପୋର୍ଟ ଜାରି କରିଛି। ରିପୋର୍ଟ ଅନୁଯାୟୀ, ଦେଶର ୧୩ ଜଣ ମୁଖ୍ୟମନ୍ତ୍ରୀଙ୍କ ନାମରେ ଅପରାଧିକ ମାମଲା ରହିଛି।ତେଲେଙ୍ଗାନା ମୁଖ୍ୟମନ୍ତ୍ରୀଙ୍କ ନାମରେ ସର୍ବାଧିକ ମାମଲା ରହିଛି। କେସିଆରଙ୍କ ନାମରେ ସର୍ବମୋଟ ମୋଟ ୬୪ଟି ଅପରାଧିକ ମାମଲା ଥିବାବେଳେ ତନ୍ମଧ୍ୟରୁ ୩୭ଟି ସଙ୍ଗୀନ ମାମଲା ରହିଛି। ତାପରେ ତାମିଲନାଡୁ ମୁଖ୍ୟମନ୍ତ୍ରୀଙ୍କ ନାମରେ ୪୭ଟି ମାମଲା ଏବଂ ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ନାମରେ ୩୮ ମୋଟ ମାମଲା ରହିଛି। କିନ୍ତୁ ଓଡିଶା ମୁଖ୍ୟମନ୍ତ୍ରୀଙ୍କ ନାମ ଏହି ତାଲିକାରେ ଅନ୍ତର୍ଭୁକ୍ତ ନାହିଁ। ସେହିଭଳି ଏଡିଆର ରିପୋର୍ଟ ଅନୁଯାୟୀ, ୨୯ ଜଣ ମୁଖ୍ୟମନ୍ତ୍ରୀ କୋଟି ପତି ଅଟନ୍ତି। ଏମାନଙ୍କ ମଧ୍ୟରୁ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ହେଉଛନ୍ତି ଦେଶର ସବୁଠୁ ଧନୀ ମୁଖ୍ୟମନ୍ତ୍ରୀ। ତାଙ୍କର ସମ୍ପତ୍ତିର ମୂଲ୍ୟ ୫୧୦ କୋଟି ଟଙ୍କା ବୋଲି ରିପୋର୍ଟରେ ପ୍ରକାଶ ପାଇଛି। ଦ୍ଵିତୀୟ ସ୍ଥାନରେ…

Read More

ନୂଆଦିଲ୍ଲୀ: ଆନ୍ତର୍ଜାତୀୟ ମୁଦ୍ରା ପାଣ୍ଠିର ଜଣେ ବରିଷ୍ଠ ଅଧିକାରୀ ମଙ୍ଗଳବାର ଦିନ କହିଛନ୍ତି ଯେ, ଭାରତୀୟ ଅର୍ଥନୀତି ଭଲ ପ୍ରଦର୍ଶନ କରୁଛି ଏବଂ ଦୁନିଆର ଦ୍ରୁତ ଅଭିବୃଦ୍ଧିଶୀଳ ଅର୍ଥନୀତି ମଧ୍ୟରୁ ଗୋଟିଏ ହୋଇ ରହିଛି। ଆଇଏମ୍ଏଫ୍ କହିଛି ଯେ, ଅର୍ଥନୈତିକ ଅଭିବୃଦ୍ଧି ହାର ପୂର୍ବାନୁମାନ ହ୍ରାସ ସତ୍ତ୍ୱେ ଭାରତ ବିଶ୍ୱର ଦ୍ରୁତ ଅଭିବୃଦ୍ଧିଶୀଳ ଅର୍ଥନୀତି ହୋଇ ରହିବ। ତେବେ ଚଳିତ ଆର୍ଥିକ ବର୍ଷ ୨୦୨୩-୨୪ ପାଇଁ ଭାରତର ଆର୍ଥିକ ଅଭିବୃଦ୍ଧି ହାର ୬.୧ ପ୍ରତିଶତରୁ ୫.୯ ପ୍ରତିଶତକୁ ହ୍ରାସ ପାଇଛି। ବିଶ୍ଵ ସଂସ୍ଥା ବାର୍ଷିକ ବିଶ୍ଵ ଦୃଷ୍ଟିକୋଣରେ ୨୦୨୪-୨୫ ପାଇଁ ଭାରତର ଅଭିବୃଦ୍ଧି ପୂର୍ବାନୁମାନକୁ ୬.୩ ପ୍ରତିଶତକୁ ହ୍ରାସ କରିଛି। ଏହାପୂର୍ବରୁ ଜାନୁଆରୀ ମାସରେ ଏହି ଆକଳନ ୬.୮ ପ୍ରତିଶତ ହେବ ବୋଲି ଆକଳନ କରାଯାଇଥିଲା। ଚଳିତ ଆର୍ଥିକ ବର୍ଷରେ ୫.୯ ପ୍ରତିଶତ ଅଭିବୃଦ୍ଧି ହାର ତୁଳନାରେ ୨୦୨୨-୨୩ ରେ ଅଭିବୃଦ୍ଧି ହାର ୬.୮ ପ୍ରତିଶତ ହେବ ବୋଲି ଆକଳନ କରାଯାଇଛି।…

Read More

ନୂଆଦିଲ୍ଲୀ: ଦେଶରେ କରୋନା ମାମଲା ଦ୍ରୁତ ଗତିରେ ବୃଦ୍ଧି ପାଉଛି। ଗତ ୨୪ ଘଣ୍ଟା ମଧ୍ୟରେ ୭ ହଜାର ୮୩୦ ନୂତନ କରୋନା ମାମଲା ରିପୋର୍ଟ ହୋଇଛି। ଦେଶରେ ସକ୍ରିୟ ମାମଲା ସଂଖ୍ୟା ହେଉଛି ୪୦ ହଜାର ୨୧୫ ରେ ପହଞ୍ଚିଛି। ଗତ ୨୪ ଘଣ୍ଟା ମଧ୍ୟରେ ୪ ହଜାର ୬୯୨ ଲୋକ କରୋନାରୁ ଆରୋଗ୍ୟ ହୋଇଛନ୍ତି। ଏଥି ସହିତ କରୋନାରୁ ସୁସ୍ଥ ହୋଇଥିବା ମୋଟ ଲୋକଙ୍କ ସଂଖ୍ୟା ୪ କୋଟି ୪୨ ଲକ୍ଷ ୪ ହଜାର ୭୭୧ ରେ ପହଞ୍ଚିଛି। ଜାଣନ୍ତୁ ଏହି ମାସରେ କେଉଁ ଦିନ କେତେ ଆକ୍ରାନ୍ତ ଚିହ୍ନଟ: ଏପ୍ରିଲ୍ ୧ ତାରିଖ: ୨୯୯୩ ମାମଲା ଏପ୍ରିଲ୍ ୨ ତାରିଖ: ୩୮୨୩ ମାମଲା ଏପ୍ରିଲ୍ ୩ ତାରିଖ: ୩୬୪୧ ମାମଲା ଏପ୍ରିଲ୍ ୪ ତାରିଖ: ୩୦୩୮ ମାମଲା ଏପ୍ରିଲ୍ ୫ ତାରିଖ: ୪୪୩୫ ମାମଲା ଏପ୍ରିଲ୍ ୬ ତାରିଖ: ୫୩୩୫ ମାମଲା ଏପ୍ରିଲ୍ ୭ ତାରିଖ: ୬୦୫୦…

Read More

ଭୁବନେଶ୍ଵର: ରାଜ୍ୟ ସରକାରଙ୍କୁ ହାଇକୋର୍ଟଙ୍କ ବଡ ନିର୍ଦ୍ଦେଶ। ଠିକା ଡାଟା ଏଣ୍ଟ୍ରି ଅପରେଟରଙ୍କୁ ସ୍ଥାୟୀ କରିବାକୁ ରାଜ୍ୟସରକାରଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ୩ ମାସରେ ଏହି ନିର୍ଦ୍ଦେଶକୁ ଲାଗୁ କରିବା ପାଇଁ ହାଇକୋର୍ଟ କହିଛନ୍ତି। ସମସ୍ତ ସୁବିଧା ସୁଯୋଗ ସହ ସ୍ଥାୟୀ କରିବାକୁ କୋର୍ଟଙ୍କ ନିର୍ଦ୍ଦେଶ ରହିଛି। ଏହା ଦ୍ଵାରା ଲାଭବାନ ହେବେ ବିଭିନ୍ନ ତହସିଲରେ କାର୍ଯ୍ୟରତ ୬ ଶହ ଠିକା ଡାଟା ଏଣ୍ଟ୍ରି ଅପରେଟର। ତେବେ ଏହି ମାମଲାରେ ଆଜି ହାଇକୋର୍ଟରେ ଶୁଣାଣି କରାଯାଇଥିଲା। ଯାହା ଜଣକିଆ ଖଣ୍ଡପୀଠଙ୍କ ରାୟକୁ ଡିଭିଜନ ବେଞ୍ଚ କାଏମ ରଖିଥିଲେ।

Read More

ବେଙ୍ଗୁଲୁରୁ: କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ ଏକ ମାସରୁ କମ୍ ସମୟ ବାକି ଅଛି। କର୍ଣ୍ଣାଟକର ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ଲକ୍ଷ୍ମଣ ସାବଦୀ ଅଥାନି ନିର୍ବାଚନମଣ୍ଡଳୀରୁ ଟିକେଟ୍ ନ ପାଇ ଅସନ୍ତୋଷବ୍ୟକ୍ତ କରିଛନ୍ତି। ବର୍ତ୍ତମାନ ଲକ୍ଷ୍ମଣ ସାବଦୀ ବିଧାନ ପରିଷଦ ସଦସ୍ୟ ତଥା ବିଜେପିର ପ୍ରାଥମିକ ସଦସ୍ୟତା ପଦରୁ ଇସ୍ତଫା ଦେଇଛନ୍ତି। ଲକ୍ଷ୍ମଣ ଇସ୍ତଫା ଦେଇ କହିଛନ୍ତି ଯେ, ‘ମୁଁ ମୋର ନିଷ୍ପତ୍ତି ନେଇଛି। ମୁଁ ଭିକ ମାଗୁଥିବା ପାତ୍ର ସହିତ ବୁଲୁଥିବା ଲୋକମାନଙ୍କ ମଧ୍ୟରୁ ଜଣେ ନୁହେଁ। ମୁଁ ଜଣେ ଆତ୍ମ ସମ୍ମାନକାରୀ ରାଜନେତା। ମୁଁ କାହାର ପ୍ରଭାବରେ କାମ କରୁନାହିଁ ‘।

Read More

ଭୁବନେଶ୍ଵର: ଆଜି ମଧ୍ୟ ରାଜ୍ୟରେ ଭୀଷଣ ଗରମ ଅନୁଭୂତ ହେଉଛି। ରାସ୍ତା ଘାଟରେ ଲୋକଙ୍କ ସଂଖ୍ୟା ହ୍ରାସ ପାଇଛି। ଆଜି ଦିନ୧୧ଟା ୩୦ ସୁଦ୍ଧା ଭୁବନେଶ୍ଵର ରାଜଧାନୀରେ ୩୮ ଡ଼ିଗ୍ରୀ ସେଲସିୟସ ରେକର୍ଡ ହୋଇଥିବା ବେଳେ ଝାରସୁଗୁଡାରେ ତାପମାତ୍ରା ୩୮.୬ ଡ଼ିଗ୍ରୀ ରେକର୍ଡ କରାଯାଇଛି। ସେହିଭଳି ଚାନ୍ଦବାଲିରେ ୩୮.୪ ଡ଼ିଗ୍ରୀ, ବାଲେଶ୍ୱରରେ ୩୮.୨ ଡ଼ିଗ୍ରୀ, ପୁରୀରେ ୩୮ ଡ଼ିଗ୍ରୀ, ସମ୍ବଲପୁରରେ ୩୭.୮ ଡ଼ିଗ୍ରୀ, ହୀରାକୁଦରେ ୩୭.୬ ଡ଼ିଗ୍ରୀ, ଗୋପାଳପୁରରେ ୩୭.୪ ଡ଼ିଗ୍ରୀ, କେନ୍ଦୁଝରରେ ୩୭ ଡ଼ିଗ୍ରୀ ଏବଂ ପାରାଦ୍ୱୀପରେ ୩୪.୨ ଡ଼ିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ କରାଯାଇଛି। ତେବେ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଅନୁଯାୟୀ, ଆସନ୍ତା ୧୫ ତାରିଖ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ପାଇବ। ସେଥିପାଇଁ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଦିଆଯାଇଛି। ଜରୁରୀ ନଥିଲେ ଘରୁ ବାହାରକୁ ନଯିବା ଲାଗି ପରାମର୍ଶ ଦିଆଯାଇଛି। ଅତ୍ୟାବଶ୍ୟକସ୍ଥଳେ କଳା ଚଷମା, ଗାମୁଛା, ପଣି ବୋତଲ ଇତ୍ୟାଦି ସାଥିରେ ଧରି…

Read More

ନୂଆଦିଲ୍ଲୀ: ୟୁକ୍ରେନର ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କି ମାନବିକତା ଦୃଷ୍ଟିରୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହାୟତା ଲୋଡିଛନ୍ତି। ଭାରତ ଗସ୍ତରେ ଥିବା ୟୁକ୍ରେନର ଉପ ବୈଦେଶିକ ମନ୍ତ୍ରୀ ଏମିନ୍ ଝାପରୋଭା ମଙ୍ଗଳବାର ଦିନ ରାଜ୍ୟ ବୈଦେଶିକ ମନ୍ତ୍ରୀ ମୀନାକ୍ଷୀ ଲେଖୀଙ୍କୁ ଏହି ଚିଠି ପ୍ରଦାନ କରିଛନ୍ତି। ୟୁକ୍ରେନର ରାଷ୍ଟ୍ରପତି ତାଙ୍କ ପତ୍ରରେ ଅତିରିକ୍ତ ଔଷଧ ଏବଂ ଚିକିତ୍ସା ଉପକରଣ ପଠାଇ ଭାରତକୁ ସାହାଯ୍ୟ କରିବାକୁ ଅନୁରୋଧ କରିଛନ୍ତି। ଏଥି ସହିତ ୟୁକ୍ରେନର ବୈଦେଶିକ ମନ୍ତ୍ରୀ କହିଛନ୍ତି ଯେ, ଯୁଦ୍ଧ ସମୟରେ ନିଜ ଦେଶରେ ପଢୁଥିବା ଭାରତୀୟ ଡାକ୍ତରୀ ଛାତ୍ରଛାତ୍ରୀମାନଙ୍କୁ ସେମାନଙ୍କ ଯୋଗ୍ୟତା ପାଇଁ ପରୀକ୍ଷା ଦେବାକୁ ଅନୁମତି ଦେବେ, ଯାହା ଭାରତର ହଜାର ହଜାର ଛାତ୍ରଛାତ୍ରୀଙ୍କ ପାଇଁ ଏକ ବଡ଼ ଆଶ୍ଵସ୍ତି ମିଳିବ। ଉପ ବୈଦେଶିକ ମନ୍ତ୍ରୀ ଏମିନ ଜାପାରୋଭା ଭାରତରେ ଏକ ଥିଙ୍କ ଟ୍ୟାଙ୍କକୁ ସମ୍ବୋଧିତ କରି କହିଛନ୍ତି ଯେ ଋଷ ସହିତ ଛିଡା ହେବା ଅର୍ଥ ଇତିହାସର ଭୁଲ ଦିଗରେ ରହିବା…

Read More

କୈଳାଶ ଚନ୍ଦ୍ର ଚୌଧୁରୀ ବ୍ରହ୍ମପୁର: ପୁରୁଷୋତ୍ତମ ପୁର ଥାନା ଅନ୍ତର୍ଗତ ଚାଙ୍ଗୁଡିଆପଦର ଛକରେ ବ୍ରହ୍ମପୁର ଠାରୁ ଭଞ୍ଜନଗର ଯାଉଥିବା ଓଡି୦୨ ବିଏକ୍ସ ୬୫୦୦ ବିଶିଷ୍ଟ ଟ୍ରକ୍ ସହ ଉସ୍ତାପଡା ଠାରୁ ବ୍ରହ୍ମପୁର ଆସୁଥିବା ଓଆର୍୦୭ ଟି୧୩୦୭ ବିଶିଷ୍ଟ ଅଟୋ ମୁହାଁମୁହିଁ ଧକ୍କା ହୋଇଥିଲା। ଡ୍ରାଇଭର ଅମର ନାହାକ, ରୁଷିଆ ନାହାକ, ଅଙ୍ଗଦ ନାହାକ ଓ କୋକି ନାହାକ ପ୍ରମୁଖ ଆହତ ହୋଇ ପଡିଥିବା ବେଳେ ସ୍ଥାନୀୟ  ବାସିନ୍ଦା ପୁରୁଷୋତ୍ତମ ପୁର ଡାକ୍ତରଖାନାକୁ ପଠାଇଥିଲେ। ସେଥିମଧ୍ୟରୁ ଅମର ନାହାକ ଓ ରୁଷିଆ ନାହାକ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବ୍ରହ୍ମପୁର ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି। ଘଟଣା ଘଟିବା ପର୍ଯ୍ୟନ୍ତ ପୋଲିସ ଘଟଣାସ୍ଥଳରେ ପହଞ୍ଚି ନଥିଲା।ପରେ ପୋଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି।

Read More