Author: Samikhsya Bureau

Dog Eat Twitter Bird: ଆଜି ଏଲନ ମସ୍କ ଟୁଇଟରୁ ନୀଳ ପକ୍ଷୀ ଗାଏବ ହୋଇଯାଇଛି। ତା ବଦଳରେ ଆସିଛି କୁକୁର ବା ଡଗି। ଏହାକୁ ନେଇ ଟୁଇଟରରେ ଚାଲିଛି ଆକ୍ଷେପ ପ୍ରତିଆକ୍ଷେପ। କାରଣ କୌଣସି ସୂଚନା ନ ଦେଇ ଟୁଇଟର ମାଲିକ ଏଲନ ମସ୍କ ଏପରି  ଲୋଗୋ ପରିବର୍ତ୍ତନକୁ ବହୁ ବ୍ୟବହାରକାରୀ ନାପସନ୍ଦ କରିଛନ୍ତି। ଗତକାଲି ମଧ୍ୟ ରାତ୍ରୀରୁ ଟୁଇଟର ଏହି ଲୋଗୋ ପରବର୍ତ୍ତନ କରାଯାଇଛି। ହେଲେ ପୂର୍ବର ପକ୍ଷୀ ପରି ଏହି କୁକୁର ଲୋଗକୁ ଅନେକ ପସନ୍ଦ କରିପାରୁ ନାହାଁନ୍ତି। ସେମାନେ ସମସ୍ତେ ସେହି ପୂର୍ବର ପକ୍ଷୀକୁ ଆଣିବା ପାଇଁ ଅନୁରୋଧ କରିଛନ୍ତି। ହେଲେ କେତେକ ମଜାରେ ପକ୍ଷୀକୁ କୁକୁର ଖାଇଦେଲା ବୋଲି କମେଣ୍ଟ ବକ୍ସରେ ଉଲ୍ଲେଖ କରିଛନ୍ତି।

Read More

ଭୁବନେଶ୍ୱର : ଏମ୍‌ସ ଭୁବନେଶ୍ୱରରେ ଛାତ୍ରଛାତ୍ରୀ ଏବଂ ଭର୍ତ୍ତି ହୋଇ ଚିକିତ୍ସାଧୀନ ଥିବା ରୋଗୀଙ୍କ ଖାଦ୍ୟରେ ସାମିଲ ହୋଇଛି ରାଜ୍ୟର ପାରମ୍ପରିକ ତଥା ପୋଷଣଯୁକ୍ତ ଖାଦ୍ୟ ମାଣ୍ଡିଆ। ଛାତ୍ରଛାତ୍ରୀ ତଥା ଏଠାରେ ଭର୍ତ୍ତିା ହୋଇ ଚିକିତ୍ସିତ ହେଉଥିବା ରୋଗୀଙ୍କୁ ଉତ୍ତମମାନର ସୁସ୍ଥ ଏବଂ ପୁଷ୍ଟିକର ଖାଦ୍ୟ ଯୋଗାଇଦେବାର ମହତ ଉଦ୍ଦେଶ୍ୟନେଇ ଏହି ଜାତୀୟ ସ୍ବାସ୍ଥ୍ୟ ପ୍ରତିଷ୍ଠାନରେ ମାଣ୍ଡିଆକୁ ଖାଦ୍ୟ ତାଲିକାରେ ଅନ୍ତର୍ଭୁକ୍ତ କରାଯାଇଛି। ଉତ୍କଳ ଦିବସ ଏବଂ ଜି -୨୦ ଜନଭାଗିଦାରୀ ଅଭିଯାନର ଶୁଭାରମ୍ଭ ସ୍ବରୂପ ଏମ୍‌ସ ଭୁବନେଶ୍ୱର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ. ଆଶୁତୋଷ ବିଶ୍ବାସ ଏହି ବ୍ୟବସ୍ଥାକୁ ଆରମ୍ଭ କରିଥିଲେ। ରୋଗୀଙ୍କୁ ମାଣ୍ଡିଆଯୁକ୍ତ ଖାଦ୍ୟ ବଣ୍ଟନ କରିବା ସହିତ ଛାତ୍ରଛାତ୍ରୀଙ୍କ ସହିତ ମିଶି ନିଜେ ମଧ୍ୟ ମଧ୍ୟାହ୍ନ ଭୋଜନ ଖାଇଥିଲେ ଡ. ବିଶ୍ବାସ। ଏହି ଅବସରରେ ଚିକିତ୍ସାଧୀନ ରୋଗୀ ଏବଂ ଛାତ୍ରଛାତ୍ରୀ ସେମାନଙ୍କ ଖାଦ୍ୟରେ ମାଣ୍ଡିଆ(ମିଲେଟ୍‌ସ)କୁ ପାଇ ବେଶ୍‌ ଖୁସି ଥିବା ପରିଲକ୍ଷିତ ହୋଇଥିଲା। ଏହି ଅବସରରେ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ…

Read More

ଭୁବନେଶ୍ବର: ଆଜି ବିଜୁ ଜନତା ଦଳ ଝାରସୁଗୁଡା ଉପନିର୍ବାଚନ ପାଇଁ ତିନି ଜଣ ନୂଆ ପର୍ଯ୍ୟବେକ୍ଷକଙ୍କୁ ନିଯୁକ୍ତି କରିଛି। ସେମାନେ ହେଲେ ପ୍ରସନ୍ନ ଆଚାର୍ଯ୍ୟ, ଦେବୀ ପ୍ରସାଦ ମିଶ୍ର ଏବଂ ସାରଦା ପ୍ରସାଦ ନାୟକ। ଆଜି ବିଜେଡିର ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସଙ୍କ ଦସ୍ତଖତରେ ଏହି ବିଜ୍ଞପ୍ତି ପ୍ରକାଶ ପାଇଛି। ପୂର୍ବରୁ ଝାରସୁଗୁଡା ଉପନିର୍ବାଚନ ପାଇଁ ବିଜେଡି ପ୍ରାର୍ଥୀ ଘୋଷଣା କରିସାରିଛି। ସେ ହେଉଛନ୍ତି ସ୍ବର୍ଗତ ନବ ଦାସଙ୍କ ଝିଅ ଦୀପାଳି ଦାସ। ଏ ନେଇ ଦୀପାଳି ଝାରସୁଗୁଡାରେ ତାଙ୍କର ପ୍ରଚାର ଆରମ୍ଭ କରିସାରିଲେଣି। ଏହି ସ୍ଥାନରେ ଆସନ୍ତା ମେ ୧୦ ତାରିଖରେ ଉପନିର୍ବାଚନ ହେବ।

Read More

ଭୁବନେଶ୍ବର: ପୁରୁଣା ଭୁବନେଶ୍ୱର ସ୍ଥିତ କପିଳେଶ୍ବର ମନ୍ଦିର ସମସ୍ତଙ୍କର ଆସ୍ଥାର କେନ୍ଦ୍ର ଦେବଦେବ ମହାଦେବଙ୍କ ପୁରାତନ ଏବଂ ପ୍ରସିଦ୍ଧ ଶୈବପୀଠ। ଯାହା ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗ  ଦ୍ୱାରା ସଂରକ୍ଷିତ ହେବାର ଆବଶ୍ୟକତା ରହିଛି। ସେ ନେଇ କେନ୍ଦ୍ର ସଂସ୍କୃତି ମନ୍ତ୍ରୀଙ୍କୁ ସାକ୍ଷାତ କଲେ ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ। ଆଜି କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀ ଶ୍ରୀ ଜି କିଶାନ ରେଡ୍ଡୀଙ୍କୁ ସାକ୍ଷାତ କରି କାହିଁକି ମନ୍ଦିର ASI ରେ ସାମିଲ ହେବ ସେ ନେଇ ଅପରାଜିତା ବ୍ୟାପକ ତଥ୍ୟ ରଖିଥିଲେ। ଏ ନେଇ ମନ୍ତ୍ରୀ ସକାରାତ୍ମକ ଭାବେ ସହଯୋଗ ପାଇଁ ସ୍ପଷ୍ଟ କରିଛନ୍ତି ବୋଲି ସାଂସଦ ଅପରାଜିତା କହିଛନ୍ତି। ଖୁବ ଶୀଘ୍ର ଏହା ASI ସଂରକ୍ଷିତ ସୂଚୀ ସ୍ଥାନ ପାଇବ ଏବଂ ମନ୍ଦିରର ରକ୍ଷଣା ବେକ୍ଷଣ,ବିକାଶ କାର୍ଯ୍ୟ,ସୌନ୍ଦର୍ଯ୍ୟ କରଣ ହୋଇ ପାରିବ ବୋଲି ଅଶା କରାଯାଉଛି।

Read More

ଭୁବନେଶ୍ୱର: ଓଡିଶାର ପୁଞ୍ଜିନିବେଶ ସୁଯୋଗକୁ ପ୍ରୋତ୍ସାହିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ଏକ ଉଚ୍ଚ ସ୍ତରୀୟ ପ୍ରତିନିଧୀ ଦଳ ଜାପାନରେ ପହଞ୍ଚିଛନ୍ତି। ଏହି ପ୍ରତିନିଧି ଦଳରେ ଶିଳ୍ପ, ଏମ୍ଏସ୍ଏମ୍ଇ ଏବଂ ଶକ୍ତି ମନ୍ତ୍ରୀ, ମୁଖ୍ୟ ଶାସନ ସଚିବ, ଶିଳ୍ପ ବିଭାଗର ପ୍ରମୁଖ ସଚିବ, ଇ ଆଣ୍ଡ ଆଇଟି ବିଭାଗର ପ୍ରମୁଖ ସଚିବ, ସିଏମ୍ ସଚିବ ୫ଟି, କ୍ରୀଡ଼ା ଏବଂ ଯୁବ ସେବା ସଚିବ ଏବଂ ଇପିକୋଲର ପରିଚାଳନା ନିର୍ଦ୍ଦେଶକ ଅଛନ୍ତି। ଜାପାନରେ ଇସ୍ପାତ, ଆଲୁମିନିୟମ୍, ଟେକ୍ସଟାଇଲ୍, ଖାଦ୍ୟ ଏବଂ ସାମୁଦ୍ରିକ-ଖାଦ୍ୟ ପ୍ରକ୍ରିୟାକରଣ ଏବଂ ଗ୍ରୀନ୍ ହାଇଡ୍ରୋଜେନ୍ ଏବଂ ଗ୍ରୀନ୍ ଆମୋନିୟା କ୍ଷେତ୍ରର ଅଗ୍ରଣୀ ଶିଳ୍ପପତିଙ୍କୁ ନେଇ ଏହି ପ୍ରତିନିଧି ଦଳ ଆଲୋଚନା କରିବେ। ଆଜି ମୁଖ୍ୟମନ୍ତ୍ରୀ ନିପନ୍ ଷ୍ଟିଲ୍ କର୍ପୋରେସନର ପ୍ରତିନିଧୀ, ନିର୍ଦ୍ଦେଶକ ତଥା ସଭାପତି ଶ୍ରୀ ଇଜି ହାସିମୋଟୋଙ୍କୁ ସାକ୍ଷାତ କରିବେ। ଏଥିରେ ଓଡିଶା ସରକାରଙ୍କ ସହଯୋଗରେ କିପରି ଇସ୍ପାତ କ୍ଷେତ୍ରରେ ପୁଂଜି ନିବେଶ ହେବ ସେ…

Read More

ଖୋର୍ଦ୍ଧା: ଖୋର୍ଦ୍ଧା ଟାଉନ ଥାନା ଅନ୍ତର୍ଗତ ନୂଆ ବାଟମଙ୍ଗଳା ରୋଡ଼ରୁ ଜଣେ ନିଶା ବେପାରିଙ୍କୁ ଗତକାଲି ଗିରଫ କରିଛି ଜିଲ୍ଲା ଅବକାରୀ ବିଭାଗ। ଗିରଫ ଅଭିଯୁକ୍ତ ଜଣକ ହେଉଛନ୍ତି ଟାଉନ ଥାନା ଅଞ୍ଚଳର ପ୍ରଦୀପ ପାଲଟାସିଂହ(୨୦)। ତାଙ୍କ ନିକଟରୁ ୫୨ ଗ୍ରାମ ବ୍ରାଉନ ସୁଗାର ଜବତ ହୋଇଛି ଯାହାର ମୂଲ୍ୟ ୫ ଲକ୍ଷ ୨୦ ହଜାର ଟଙ୍କା ହେବ। ଅଭିଯୁକ୍ତଙ୍କ ବିରୁଦ୍ଧରେ ଅବକାରୀ ବିଭାଗ ଏକ ମାମଲା ରୁଜୁ କରି କୋର୍ଟଚାଲାଣ କରିଛି। ଉକ୍ତ ଚଢ଼ାଉରେ ଜିଲ୍ଲା ଅବକାରୀ ମୋବାଇଲ ସବଇନ୍ସପେକ୍ଟର ବି. ମନୋଜ କୁମାର ଏବଂ ଟିମ ସାମିଲ ଥିଲେ।

Read More

ଭୁବନେଶ୍ବର: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ତାଙ୍କ ପ୍ରତିନିଧି ଦଳ ଜାପାନରେ ପହଞ୍ଚିଛନ୍ତି। ସେଠାରେ ତାଙ୍କୁ ଭାରତ ରାଷ୍ଟ୍ରଦୂତଙ୍କ ପକ୍ଷରୁ ସ୍ବାଗତ କରାଯାଇଥିଲା। ଜାପାନରେ ଅବସ୍ଥାପିତ ରାଷ୍ଟ୍ରଦୂତ ସିବି ଜର୍ଜ ଏବଂ ଅନ୍ୟ ଅଧିକାରୀଗଣ ତାଙ୍କୁ ପାଛୋଟି ନେଇଥିଲେ। ଗତକାଲି ସେ ଭୁବନେଶ୍ବରରୁ ସିଙ୍ଗାପୁର ବିମାନ ବନ୍ଦରରେ ପହଞ୍ଚିଥିଲେ। ସେଠାରୁ ସେ ରାତିରେ ଜାପାନ ଅଭିମୁଖେ ଯାତ୍ରା କରିଥିଲେ। ଆଜି ସେଠାରେ ନବୀନ ନିବେଶକ ସମ୍ମିଳନୀରେ ଉଦବୋଧନ ଦେବେ। ଏଥିସହିତ ସେ କେତେକ ନିବେଶକଙ୍କ ସହିତ ବ୍ୟକ୍ତିଗତ ଭାବେ କଥା ମଧ୍ୟ ହେବେ।

Read More

ଭୁବନେଶ୍ବର: ଜୀ-ସାର୍ଥକ ବ୍ୟାନରରେ ଆସୁଛି ‘ପାରିକରିବେ ଭୋଳାଶଙ୍କର ୨’ ।‘ପାରିକରିବେ ଭୋଳାଶଙ୍କର’ ର ଅପୂର୍ବ ସଫଳତା ପରେ ଭିନ୍ନ ଏକ କାହାଣୀକୁ ନେଇ ନିର୍ମାଣ ହୋଇଛି ଏହି ଫିଲ୍ମ । ଭୁବନେଶ୍ୱର ର ଏକ ତାରକା ହୋଟେଲରେ ଚଳଚ୍ଚିତ୍ରର ଅଡିଓ ଲୋକାର୍ପଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଲୋକାର୍ପଣ ଉତ୍ସବ ରେ ଜୀ ସାର୍ଥକ ଚାନେଲର ଚିଫ୍ ଚାନେଲ୍ ଅଫିସର ଶ୍ରୀ ପ୍ରତୀକ ସିଲ, ଜୀ ସାର୍ଥକ ଫିଲ୍ମସ କାର୍ଯ୍ୟନିର୍ବାହୀ ପ୍ରଯୋଜକ ତନ୍ମୟ ମିଶ୍ର ଙ୍କ ସମେତ ଚଳଚ୍ଚିତ୍ରର ପ୍ରଯୋଜକ ସୁନୀଲ କୁମାର ପଟ୍ଟନାୟକ, ନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ସାହୁ (ବାପି), ସଙ୍ଗୀତ ନିର୍ଦ୍ଦେଶକ ପ୍ରଶାନ୍ତ ପାଢ଼ୀ, ଗୀତିକାର ନିର୍ମଳ ନାୟକ, ଅଭିନେତା ରାକେଶ ଦେଓ, ଅଭିନେତ୍ରୀ ଲିପିକା ସେନାପତି, ବରିଷ୍ଠ ଅଭିନେତା ପ୍ରଦ୍ୟୁମ୍ନ ଲେଙ୍କା ଓ ସୋମୁ ଉପସ୍ଥିତ ଥିଲେ l ଡାକ୍ତର ପ୍ରଭାକର ସଞ୍ଜିବନୀ ତିଆରି କରିଛନ୍ତି ଏମିତି ଏକ ଫର୍ମୁଲା ଯାହା ଯେ କୌଣସି ବିଷକୁ କାଟି ପାରିବ…

Read More

ନାଗପୁର: ମୁଣ୍ଡବିନ୍ଧାକୁ କେବେ ବି ଅଣଦେଖା କରିବା ଅନୁଚିତ। କାରାଣ ହୁଏତ ଏହା କିଛି ବଡ ରୋଗର କାରଣ ହୋଇପାରେ। ତେଣୁ ଏହି ରୋଗର ଲକ୍ଷଣ ଭଲ ଭାବରେ ଜାଣି ଚିକିତ୍ସା ହେବା ଉଚିତ। ଆଜି ଆମେ ଆପଣଙ୍କୁ ଏପରି କିଛି ଲକ୍ଷଣ ବିଷୟରେ କହିବୁ, ଯାହା ମୁଣ୍ଡବିନ୍ଧାର କାରଣ ହୋଇପାରେ। ଷ୍ଟ୍ରୋକ: ହଠାତ୍ ମୁଣ୍ଡବିନ୍ଧା ଏବଂ ଯଦି ଶରୀରର ଗୋଟିଏ ଅଂଶ କାମ ବନ୍ଦ କରିଦିଏ, ତେବେ ଏହା ଷ୍ଟ୍ରୋକର ଲକ୍ଷଣ ହୋଇପାରେ। ମସ୍ତିଷ୍କ ଟ୍ୟୁମର୍: ବିନା କାରଣରେ ମୁଣ୍ଡବିନ୍ଧା କ୍ରମାଗତ ଭାବରେ ଲାଗିରହିବା ଯଦି ସାଧାରଣ ଚିକିତ୍ସାରେ ଭଲ ନ ହୁଏ ତେବେ ଏହା ମସ୍ତିଷ୍କ ଟ୍ୟୁମରର ସଙ୍କେତ ହୋଇପାରେ। ମସ୍ତିଷ୍କ ଆଘାତ: ଯଦି ଆପଣଙ୍କ ମୁଣ୍ଡରେ ପ୍ରବଳ ଯନ୍ତ୍ରଣା ହୁଏ, ତେବେ ଏହା ମଧ୍ୟ ମସ୍ତିଷ୍କରେ କୈଣସି ପ୍ରକାରର ଆଘାତ ହେତୁ ହୋଇପାରେ। ଚାପ: କ୍ରମାଗତ ଚାପ ଯୋଗୁଁ ଶରୀରର ରକ୍ତ ସଞ୍ଚାଳନ ବୃଦ୍ଧି ପାଇଥାଏ। ଯାହା…

Read More

ଭୁବନେଶ୍ୱର: ରାଜ୍ୟ ସରକାର ଅପ୍ରେଲ ୨୦ରୁ ୨୨ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍‌ରେ ସ୍କିଲ୍ଡ ଇନ୍‌ ଓଡିଶା କନକ୍ଲେଭ-୨୦୨୩ ଆୟୋଜନ କରୁଛନ୍ତି, ଯେଉଁଥିରେ ପ୍ରମୁଖ ଶିଳ୍ପସଂସ୍ଥା, ଶିକ୍ଷାନୁଷ୍ଠାନ, ମିଡ଼ିଆ ହାଉସ୍‌ ଏବଂ ଉଦ୍ୟୋଗୀ ଛାତ୍ର ଓ ଯୁବକମାନେ ଯୋଗଦେବେ। ଏହି ଦୁଇଦିନିଆ କାର୍ଯ୍ୟକ୍ରମରେ ଦେଶ ତଥା ବିଶ୍ୱକୁ ଦକ୍ଷତା ବିକାଶ, ବୈଷୟିକ ଶିକ୍ଷା ଏବଂ କୁଶଳ ମାନବସମ୍ବଳ ଯୋଗାଣକାରୀ ଭାବେ ରାଜ୍ୟର ସ୍ଥିତି ପ୍ରଦର୍ଶିତ ହେବା ସହ ବୈଷୟିକ ଦୃଷ୍ଟିକୋଣ ପୃଷ୍ଠଭୂମିରେ ଦକ୍ଷତାର ଭବିଷ୍ୟତ ଆଶା ମଧ୍ୟ ପ୍ରଦର୍ଶିତ ହେବ। ଏହି ପରିପ୍ରେକ୍ଷୀରେ ୧୬ଟି ବିଭିନ୍ନ ସରକାରୀ ବିଭାଗ ଏବଂ ଏଜେନ୍ସି ସହିତ ଆଜି ଅପରାହ୍ନରେ ଖାରବେଳ ଭବନ ସମ୍ମିଳନୀ ଗୃହରେ ଏକ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଥିଲା। ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଉଷା ପାଢ଼ୀ ବୈଠକରେ ଅଧ୍ୟକ୍ଷତା କରିବା ସହ ଏହି ସମ୍ମିଳନୀର ସଫଳ ରୂପାୟନ ନିମନ୍ତେ ଉପସ୍ଥିତ…

Read More

ଭୁବନେଶ୍ୱର: ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ଶରତ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଏବଂ ପ୍ରସାଦ ହରିଚନ୍ଦନଙ୍କ ଆବାହକତ୍ୱରେ ଅଣବିଜେପି ଦଳମାନଙ୍କର ଭୁବନେଶ୍ୱରରେ ଏକ ବୈଠକ ବସିଥିଲା । ଏହି ବୈଠକରେ ସମସ୍ତ ଦଳର ନେତୃବୃନ୍ଦମାନେ ସ୍ଥିର କଲେ ଯେ ନରେନ୍ଦ୍ର ମୋଦି ଓ ଆଦାନୀଙ୍କ ସଂପର୍କ ଏବଂ ୨୦ ହଜାର କୋଟି ଟଙ୍କା କାହାର ଏବଂ ବିଦେଶରେ ପରିଚାଳିତ ସେଲ କମ୍ପାନୀ ମାନଙ୍କର କାହିଁକି ଇଡି ଦ୍ୱାରା ତଦନ୍ତ କରାଯାଉ ନାହିଁ ଏ ସମସ୍ତ ପ୍ରସଙ୍ଗକୁ ନେଇ ରାଜ୍ୟର ପ୍ରତ୍ୟେକ ଜିଲ୍ଲାରେ କଂଗ୍ରେସ ନେତୃତ୍ୱରେ ଆସନ୍ତା ଅପ୍ରେଲ ୧୫ ତାରିଖରୁ ୨୦ ତାରିଖ ମଧ୍ୟରେ ଜୟ ଭାରତ ସତ୍ୟାଗ୍ରହ କାର‌୍ୟ୍ୟକ୍ରମ ଏବଂ ଜିଲ୍ଲାପାଳଙ୍କ କାର‌୍ୟ୍ୟାଳୟ ଘେରାଉ କରାଯିବ। ଏହି କାର‌୍ୟ୍ୟକ୍ରମରେ ସମସ୍ତ ସମଭାବାପନ୍ନ ଅଣବିଜେପି ଦଳର ନେତାମାନେ ଯୋଗଦାନ କରିବେ ବୋଲି ସମ୍ମତି ପ୍ରଦାନ କରିଛନ୍ତି । ଆଜିର ଏହି ବୈଠକରେ ପିସିସି ସଭାପତି ଶ୍ରୀ ଶରତ ପଟ୍ଟନାୟକଙ୍କ ସମେତ ସିପିଆଇ,ସିପିଆଇ (ଏମ),…

Read More

ଭୁବନେଶ୍ବର: ରାଜ୍ୟ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଦ୍ୱାରା ଭୁବନେଶ୍ୱରସ୍ଥିତ ଉତ୍କଳମଣ୍ଡପ ଠାରେଆୟୋଜିତ ୩ଦିନିଆ ରାଜ୍ୟସ୍ତରୀୟ ଲୋକନୃତ୍ୟ ଓ ଲୋକସଙ୍ଗୀତ ମହୋତ୍ସବର ୨ୟ ଦିବସ ବେଶ ଆକର୍ଷଣୀୟ ଥିଲା। ଆଜିର କାର‌୍ୟ୍ୟକ୍ରମରେ ପ୍ରଥମେ ପରିବେଷଣ କରାଯାଇଥିଲା ମାଲକାନଗିରିରୁ ଆସିଥିବା ଲୋକନୃତ୍ୟ ଦଳଙ୍କକୋୟା ନୃତ୍ୟ ପରିବେଷଣ । ସେହିପରି ଅନୁଗୋଳର ରାବଣଛାୟା ନୃତ୍ୟ ସଂସଦ ତରଫରୁ ଛାୟା ନୃତ୍ୟ, ସମ୍ବଲପୁରରୁ ସମ୍ୱଲପୁରୀ ଲୋକ ନୃତ୍ୟ(ବଜନିଆ), ରେମୁଣାସ୍ଥିତ ମା ଭଗବତୀ ଚଢେୟା ନାଚ ଅନୁଷ୍ଠାନ ତରଫରୁ ଚଢେୟା ଚଢେୟାଣୀ ନାଚ। ସେହିପରି କେନ୍ଦ୍ରାପଡାର ବିନୋରୀ କେନ୍ଦରାଗୀତ ଓ ପାଲା ଅନୁଷ୍ଠାନ ତରଫରୁ କେନ୍ଦରାଗୀତ, ଖୋର୍ଦ୍ଧାର ପାଇକ ଆଖଡା, ମୟୂରଭଂଜର କୀଚକେଶ୍ୱରୀ ଝୁମର ନୃତ୍ୟ ପ୍ରତିଷ୍ଠାନ ତରଫରୁ ଝୁମର ନୃତ୍ୟ, ବୌଦ୍ଧର ଜଗନ୍ନାଥ ଯୁବକସଂଘ ତରଫରୁ ଶବର ନାଚ, କୋରାପୁଟର କୋଟପାଡ କଳାବିକାଶ କେନ୍ଦ୍ର ଦ୍ୱାରା ଢେମସା, ରାୟଗଡାର ଦେବଗିରି କଳା ପରିଷଦ ତରଫରୁ ଗୁର୍କି ଲୋକନୃତ୍ୟ ଅତ୍ୟନ୍ତ ଆକର୍ଷଣୀୟ ହୋଇଥିଲା ।…

Read More

ନୂଆଦିଲ୍ଲୀ: ଜୀବନର ପ୍ରତ୍ୟେକ ବ୍ୟକ୍ତିର ଏପରି ଏକ ପରିବର୍ତ୍ତନ ହେବା ଆବଶ୍ୟକ ଯେତେବେଳେ ତାଙ୍କୁ ତାଙ୍କ ଲକ୍ଷ୍ୟରେ ପହଞ୍ଚିବା ପାଇଁ କଷ୍ଟଦାୟକ ରାସ୍ତା ଦେଇ ଯିବାକୁ ପଡିବ। ଏପରି ପରିସ୍ଥିତିରେ, କିଛି ଲୋକ ଭୟଭୀତ ହୋଇ ଦୁଃଖରେ ଭାଙ୍ଗି ପଡନ୍ତି। କେହି କେହି ସାହସ ଧରି ସଫଳତାର ପାହାଚ ଚଢନ୍ତି। ସଫଳତା ମଧ୍ୟ ଏପରି ଲୋକଙ୍କୁ ବାଛିଥାଏ, ଯେଉଁମାନେ ଜୀବନରେ କ୍ଳାନ୍ତ ହୋଇ ପରାଜିତ ହୁଅନ୍ତି ନାହିଁ । ଯଦି ଆପଣ ମଧ୍ୟ ଜୀବନର ପ୍ରତ୍ୟେକ ଅସୁବିଧାକୁ ପରାସ୍ତ କରିବାକୁ ଚାହାଁନ୍ତି, ତେବେ ଏହି 7 ଟି ଟିପ୍ସ ଆପଣଙ୍କୁ ସାହାଯ୍ୟ କରିପାରିବ। 1-ଲୋକମାନେ ଆପଣ ବିଷୟରେ କ’ଣ ଭାବନ୍ତି ତାହା ଚିନ୍ତା କରିବା ଆପଣଙ୍କ କାମ ନୁହେଁ। ଯଦି ଆପଣ ଏହା ଭାବିବେ ତେବେ ନିଜ କାମ କରିବାରେ ଅସୁବିଧାର ସମ୍ମୁଖୀନ ହେବେ। 2-ଆପଣଙ୍କ ଜୀବନକୁ କେବେ ବି ଅନ୍ୟମାନଙ୍କ ସହିତ ତୁଳନା କରନ୍ତୁ ନାହିଁ । ସେମାନଙ୍କ ବିଷୟରେ…

Read More

ନୂଆଦିଲ୍ଲୀ: ଲାଲ କିତାବରେ ବୃହସ୍ପତି ଗ୍ରହକୁ ଏକ ଶୁଭ ଗ୍ରହ ଭାବରେ ବିଶ୍ଵାସ କରାଯାଏ। ଅଶ୍ଵତଥ ଗଛ, ହଳଦିଆ ରଙ୍ଗ, ସୁନା, ହଳଦୀ, ଚଣା ଡାଲି, ହଳଦିଆ ଫୁଲ, କେଶର, ଗୁରୁ, ପିତା, ବୃଦ୍ଧ ପୁରୋହିତ, ବିଦ୍ୟା ଏବଂ ପୂଜା ପାଠ ବୃହସ୍ପତିର ପ୍ରତୀକ ଭାବରେ ବିବେଚନା କରାଯାଏ। ଶକ୍ତିଶାଳୀ ବୃହସ୍ପତି ସମ୍ମାନ ଏବଂ ପ୍ରତିଷ୍ଠା ବଢାଇଥାଏ। କିନ୍ତୁ ଯେତେବେଳେ ଦୁର୍ବଳ ହୁଏ ଏହା ଖରାପ ଫଳାଫଳ ଦେଇଥାଏ। ଲାଲ କିତାବରେ ବୃହସ୍ପତିଙ୍କୁ ଶକ୍ତିଶାଳୀ କରିବା ପାଇଁ ଅନେକ ପ୍ରଭାବଶାଳୀ ଏବଂ ସରଳ ପଦକ୍ଷେପ ଦିଆଯାଇଛି। ବୃହସ୍ପତିର ନକାରାତ୍ମକ ପ୍ରଭାବ: ଲାଲ କିତାବ ଅନୁଯାୟୀ ଯେତେବେଳେ ବୃହସ୍ପତି ରାଶିଫଳରେ ପୀଡିତ ହୁଅନ୍ତି, ସେତେବେଳେ ବ୍ୟକ୍ତି ଶାରୀରିକ ଏବଂ ମାନସିକ ସ୍ତରରେ ବିଚଳିତ ରହିଥା’ନ୍ତି। ଏହାର ପ୍ରଭାବ ଗଳା ଏବଂ ଫୁସଫୁସ ରୋଗର କାରଣ ହୋଇପାରେ। ଶିକ୍ଷା କ୍ଷେତ୍ରରେ ବାଧା ଉପୁଜିଥାଏ। ଆଖିରେ ସମସ୍ୟା ଦେଖାଯାଏ। ସ୍ୱପ୍ନରେ ସାପ ଦେଖାଯାଏ ଏବଂ ଅଦରକାରୀ…

Read More

ମେଷ- ଆପଣ ଅନେକ ଉତ୍ସରୁ ଆର୍ଥିକ ଭାବରେ ଉପକୃତ ହେବେ। କେତେକଙ୍କ ପାଇଁ ପରିବାରରେ ନୂତନ ବ୍ୟକ୍ତିଙ୍କ ଆଗମନ ଉତ୍ସବ ଏବଂ ଆନନ୍ଦର ମୁହୂର୍ତ୍ତ ଆଣିଦେବ। ଆପଣଙ୍କ ମନରେ କାର୍ଯ୍ୟର ଚାପ ସତ୍ତ୍ବେ, ଆପଣଙ୍କର ପ୍ରିୟ ଖୁସିର ମୁହୂର୍ତ୍ତ ଆଣିଦେବେ। ମାର୍କେଟିଂ କ୍ଷେତ୍ରରେ କାର୍ଯ୍ୟ କରିବାକୁ ଆପଣଙ୍କର ଅଭିଳାଷ ଫଳପ୍ରଦ ହୋଇପାରେ। ଆପଣ ଏଥିରେ ବହୁତ ଖୁସି ହେବେ ଏବଂ ଏହି କାର୍ଯ୍ୟ ପାଇବା ପାଇଁ ସମ୍ମୁଖୀନ ହେଉଥିବା ସମସ୍ତ ଅସୁବିଧା ଦୂର ହେବ। ଦୀର୍ଘ ସମୟ ମଧ୍ୟରେ, କାର୍ଯ୍ୟ ସହିତ ଯାତ୍ରା ଲାଭଦାୟକ ହେବ। ବୃଷ- ଆପଣ ମଧୁରବାଣୀ ଦ୍ବାରା ଯେକୈଣସି କାର୍ଯ୍ୟରେ ବିଜୟୀ ହେବାକୁ ସମର୍ଥ ହେବେ। ପରିବାର ସଦସ୍ୟଙ୍କ ସହିତ ଖୁସିରେ ସମୟ ଅତିବାହିତ କରିବେ। ଆଜି ଭାଗ୍ୟ ଆପଣଙ୍କ ସହିତ ରହିବ। ଆୟର ନୂତନ ଉତ୍ସ ଉତ୍ପନ୍ନ ହୋଇପାରେ। ଅଫିସ୍ କାର୍ଯ୍ୟ ସବୁଦିନ ଅପେକ୍ଷା ଆଜି ଭଲ ହେବ । ଜୀବନ ସାଥୀଙ୍କ ପୂର୍ଣ୍ଣ ସମର୍ଥନ…

Read More

ଭୁବନେଶ୍ୱର: ଆଗାମୀ ଅପ୍ରେଲ ୧୩ ରୁ ୧୫ ତାରିଖ ପର୍ଯ୍ୟନ୍ତ ତିନି ଦିନ ଧରି ଭୁବନେଶ୍ୱରରେ ଅନୁଷ୍ଠିତ ହେବାକୁ ଥିବା ୭୫ତମ ରାଜଧାନୀ ପ୍ରତିଷ୍ଠା ଦିବସ ପାଳନ ଉପଲକ୍ଷେ ଏକ ଉଚ୍ଚସ୍ତରୀୟ ସମନ୍ୱୟ ବୈଠକ ଆଜି ପୂର୍ବାହ୍ନରେ ରାଜ୍ୟ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନ ସ୍ଥିତ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ୧୯୪୮ ମସିହା ଅପ୍ରେଲ୍‌ ୧୩ ତାରିଖରେ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁ ଭୁବନେଶ୍ୱରରେ ରାଜଧାନୀ ପ୍ରତିଷ୍ଠାର ଶିଳାନ୍ୟାସ କରିଥିଲେ। ଚଳିତ ବର୍ଷ ଭୁବନେଶ୍ୱର ରାଜଧାନୀ ପ୍ରତିଷ୍ଠାର ପ୍ଲାଟିନମ୍‌ ଜୟନ୍ତୀ ପାଳନ କରାଯାଉଥିବାରୁ ଏହି ଉତ୍ସବକୁ ସରସ ସୁନ୍ଦର, ଆନନ୍ଦ ଉଲ୍ଲାସ ଏବଂ ଅଧିକ ଆକର୍ଷଣୀୟ ସହକାରେ ପାଳନ କରିବାକୁ ଉନ୍ନୟନ କମିଶନର ଶ୍ରୀମତୀ ଗର୍ଗ ସମସ୍ତଙ୍କର ସହଯୋଗ କାମନା କରିଥିଲେ। ଏହି ବୈଠକରେ ସୂଚନା ଲୋକସଂପର୍କ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ…

Read More

କଳାହାଣ୍ଡି: ଆଜି ଜିଲ୍ଲାପାଳଙ୍କ ସଦଭାବନା ସଭାଗୃହରେ ଜିଲ୍ଲାପାଳ ପି ଅନ୍ୱେଷା ରେଡ୍ଡୀ ଓ ଆରକ୍ଷୀ ଅଧୀକ୍ଷକ ଅଭିଳାଷ ଜିଙ୍କ ଯୁଗ୍ମ ଅଧକ୍ଷତାରେ ଏକ ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଉପ ଜିଲ୍ଲାପାଳ , ଭବାନୀପାଟଣା ଡ ବିଶ୍ୱଜିତ ଦାସଙ୍କ ସମେତ ସମସ୍ତ ଜିଲ୍ଲା ସ୍ତରୀୟ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ। ଏହି ଜନ ଶୁଣାଣି ଶିବିରରେ ମୋଟ ୮୮ଜଣ ଆବେଦନକାରୀ ନିଜର ଅଭିଯୋଗ ପତ୍ର ଦାଖଲ କରିଥିଲେ। ସେଥିମଧ୍ୟରୁ ୭୯ଟି ବ୍ୟକ୍ତିଗତ ସମସ୍ୟା ଅଭିଯୋଗ ଓ ୯ଟି ଗ୍ରାମ୍ୟ ତଥା ସାମୁହିକ ସମସ୍ୟା ସମ୍ମିଳିତ ଥିଲା। ୧୮ଟି ଅଭିଯୋଗର ସମାଧାନ ତତକ୍ଷଣାତ୍ କରାଯାଇଥିଲା। ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡ ରୁ ଆର୍ଥିକ ସହାୟତା ରୂପେ ନର୍ଲା କିଡ଼ିଂ ର ଯୋସ୍ନା ଶବର ଙ୍କୁ ୧୦୦୦୦ ଟଙ୍କା, ଜୁନାଗଡ ଗଉଡଛେଣ୍ଡିଆ ର ସାଇବତି ଝାଙ୍କର ଙ୍କୁ ୫୦୦୦ ଟଙ୍କା, ଭବାନୀପାଟଣାର ନିକୁ ନାୟକଙ୍କୁ ୨୦୦୦ ଟଙ୍କା, ଜୁନାଗଡ ଭଇଁରିଗୁଡ଼ା ର ମରୁଆ…

Read More

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ତାଙ୍କର ଉଚ୍ଚ ସ୍ତରୀୟ ପ୍ରତିନିଧୀ ଦଳ ସିଙ୍ଗାପୁରରେ ପହଞ୍ଚିଛନ୍ତି। ସିଙ୍ଗାପୁର ଏୟାରପୋର୍ଟରୁ ସେ ସିଧା ଜାପାନ ଗସ୍ତ କରିବେ। ସେଠାରୁ ଜାପାନ ଆଉ ସାତ ଘଣ୍ଟାର ରାସ୍ତା। ସିଙ୍ଗାପୁର ଏୟାରପୋର୍ଟରୁ ମୁଖ୍ୟମନ୍ତ୍ରଙ୍କ ସହିତ ଏକ ଆଲୋଚନା କରୁଛନ୍ତି ତାଙ୍କର ବ୍ୟକ୍ତିଗତ ସଚିବ 5ଟି ଭି କେ ପାଣ୍ଡିଆନ। ସେ ଜାପାନ ଗସ୍ତ ସଂପର୍କରେ ନବୀନଙ୍କ ସହିତ ଆଲୋଚନା କରୁଛନ୍ତି। ଏଥିରେ ପାଣ୍ଡିଆନ ଜାପାନ ଗସ୍ତକୁ ନେଇ ମୁଖ୍ୟମନ୍ତ୍ରୀ କେତେ ଉତ୍ସାହିତ ବୋଲି ପ୍ରଶ୍ନ କରିଛନ୍ତି। ଏହାର ଉତ୍ତରରେ ନବୀନ କହିଛନ୍ତି ଯେ, ଜାପାନ ଗସ୍ତ ନିଶ୍ଚିତ ସଫଳ ହେବ, ସେଠାରୁ ନିଶ୍ଚିତ ଭାବେ ଭଲ ପୁଂଜି ଓଡିଶାକୁ ଆସିବ ବୋଲି ଆଶା କରାଯାଉଛି। ଜାପାନରେ ଆସନ୍ତାକାଲି ନିବେଶକଙ୍କ ବୈଠକ ରହିଛି।

Read More

ନାଚୁଣୀ : ନାଚୁଣୀ ମହାବିଦ୍ୟାଳୟରେ ନୂତନ ଅଧ୍ୟକ୍ଷ ଭାବେ ଦାୟିତ୍ଵ ଗ୍ରହଣ କରିଛନ୍ତି ନାରାୟଣ ବଳିୟାରସିଂ। ସେ ପୂର୍ବରୁ ପ୍ରାଣନାଥ ସ୍ୱୟଂ ଶାସିତ ମହାବିଦ୍ୟାଳୟରେ ଗଣିତ ବିଭାଗର ଅଧ୍ୟାପକ ଭାବେ କାର୍ଯ୍ୟରତ ଥିଲେ। ଦାୟିତ୍ଵ ଗ୍ରହଣ ସମୟରେ ପୂର୍ବତନ ଅଧ୍ୟକ୍ଷ ପ୍ରକୃତି ରଞ୍ଜନ ମିଶ୍ରଙ୍କ ସହ ଅଧ୍ୟାପକ ଅଜିତ କୁମାର ଦାସ , ଛବି ରାମ ପରିଡ଼ା , ଗୋଲକ ବିହାରୀ ବାରିକ , ପ୍ରଦୀପ କୁମାର ରଥ , ଦେବଦତ୍ତ ପାଣି ପ୍ରମୁଖ ଅଧ୍ୟାପକ ମିଳିତ ଭାବେ ଅଭିବାଦନ ଜଣାଇ ଥିଲେ।

Read More

ସୀତାରାମ ଅଗ୍ରୱାଲ ବାଲୁଗାଁ: ଆଜି ଅପରାହ୍ନରେ ଖୋର୍ଦ୍ଧା ଜିଲ୍ଲାର ଅଗ୍ରଣୀ ସାମ୍ବାଦିକ ସଂଘ ‘ଶାଳିଆ ପ୍ରେସ କ୍ଲବ’ ପକ୍ଷରୁ ବାଲୁଗାଁ ଏସଡିପିଓ ମାନସ ରଞ୍ଜନ ବାରିକଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା ଦିଆଯାଇଛି।ଏହି ଅବସରରେ ‘ଶାଳିଆ ପ୍ରେସ କ୍ଲବ’ର ସଦସ୍ୟମାନଙ୍କ ପକ୍ଷରୁ ପୁଷ୍ପଗୁଛ, ଉତ୍ତରୀୟ ଏବଂ ଶ୍ରୀ ଜଗନ୍ନାଙ୍କ ପଟ୍ଟଚିତ୍ର ଦେଇ ଶ୍ରୀ ବାରିକଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା କରାଯାଇଥିଲା। ପ୍ରେସ କ୍ଲବ ସଭାପତି ଅଜିତ୍ କୁମାର ସାହୁଙ୍କ ନେତୃତ୍ବରେ ସମସ୍ତ ଉପସ୍ଥିତ ସାମ୍ବାଦିକ ସଭ୍ୟଙ୍କ ଗହଣରେ ଶ୍ରୀ ବାରିକଙ୍କ ବାଲୁଗାଁ ପୋଲିସ ଉପଖଣ୍ଡରେ ବିଗତ ଦିନର କାର୍ଯ୍ୟଶୈଳୀ ବିଷୟରେ ଆଲୋଚନା କରାଯାଇଥିଲା। ଏଥି ସହିତ ନିକଟରେ ପୋଲିସ ସେବା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ଡିଜିପିଙ୍କ ଠାରୁ ପୁରସ୍କାର ପାଇଥିବା ଶ୍ରୀ ବାରିକ ନିଜର କର୍ମ ଜୀବନୀ ଉପରେ ଆଲୋକପାତ କରିଥିଲେ। ସେ ଏକାଧାରରେ ସଂପୃକ୍ତ ଅଞ୍ଚଳରେ ଜଣେ ଦକ୍ଷ ପୋଲିସ ଅଧିକାରୀ ଭାବେ ଜଣାଶୁଣା ହୋଇଥିବା ବେଳେ ଜଣେ ଭଲ ଲେଖକ…

Read More

ଭୁବନେଶ୍ୱର: ଅଶ୍ୱିନୀ ତ୍ରିପାଠୀ ନିର୍ଦ୍ଦେଶିତ ଏବଂ ଜ୍ୟୋତିରଞ୍ଜନ ମହାନ୍ତି ପ୍ରଯୋଜିତ ଓଡିଆ ଚଳଚ୍ଚିତ୍ର ‘ଡେଲିଭରୀ ବୟ’ ଉପରୁ ରାଜ୍ୟ ସରକାର ପ୍ରମୋଦ କର ଛାଡ କରିଛନ୍ତି। ଏ ସଂକ୍ରାନ୍ତୀୟ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଅନୁମୋଦନ କରିଛନ୍ତି। ସୂଚନାଯୋଗ୍ୟ ଯେ ସହରାଞ୍ଚଳର ଦୈନନ୍ଦିନ ଜୀବନରେ Delivery Boy ମାନଙ୍କ ଭୂମିକା ଅପରିହାର୍ଯ୍ୟ ହୋଇଯାଇଛି। ସାଧାରଣତଃ ଆର୍ଥିକ ଅନଗ୍ରସର ପରିବାରରୁ ଆସୁଥିବା ଏହି ‘ଡେଲିଭରୀ ବୟ’ ମାନଙ୍କ କାମ ଅତ୍ୟନ୍ତ ଆହ୍ୱାନମୂଳକ ଓ ଜୀବନ ସଂଘର୍ଷପୂର୍ଣ୍ଣ। ଏହି ଚଳଚ୍ଚିତ୍ରଟି ଏହିପରି ଡେଲିଭରୀ ବୟମାନଙ୍କ ଜାବନ ଉପରେ ଆଧାରିତ। ଓଡିଆ ଭାଷାରେ ନିର୍ମିତ ଏହି ଫିଲ୍ମଟିରେ ଜଣେ ଡେଲିଭରୀ ବୟ କିପରି ସଡକ ଦୁର୍ଘଟଣାର ଶିକାର ହୋଇ ନିଜ ସହକର୍ମୀମାନଙ୍କ ସହଯୋଗରେ ନ୍ୟାୟ ପାଇଁ ସଂଘର୍ଷକରି ବିଜୟୀ ହୋଇଛନ୍ତି ତାହା ଖୁବ ନିଖୁଣଭାବରେ ପ୍ରଦର୍ଶିତ ହୋଇଛି। ସଡକ ସୁରକ୍ଷା ସମ୍ପର୍କରେ ସଚେତନତା ସୃଷ୍ଟି କରିବା ପାଇଁ ଚଳଚ୍ଚିତ୍ରଟିରେ ଉଦ୍ୟମ କରାଯାଇଛି। ଏଥିରେ…

Read More