ଭୁବନେଶ୍ବର: ଏହାକୁ ଏକ ସଂଯୋଗ ବୋଲି କୁହାଯାଇ ପାରେ। କାରଣ ଆଜି ଘୋଷଣା ହୋଇଛି ଝାରସୁଗୁଡା ଉପନିର୍ବାଚନ ପାଇଁ ତାରିଖ। ଭାରତ ମୁଖ୍ୟ ନିର୍ବାଚନ କମିଶନର ଏହି ତାରିଖ ଘୋଷଣା କରିଛନ୍ତି। ସେହି ଅନୁସାରେ ଆସନ୍ତା ମେ ଦଶ ତାରିଖରେ ହେବ ଝାରସୁୁଗୁଡା ଉପନିର୍ବାଚନ। ସଂଯୋଗ ବଶତଃ ଏହି ୨୯ ତାରିଖରେ ମନ୍ତ୍ରୀ ନବ ଦାସଙ୍କୁ ହତ୍ୟା କରାଯାଇଥିଲା। ଯାହାକୁ ନେଇ ସାରା ଦେଶରେ ହଇଚଇ ସୃଷ୍ଟି ହୋଇଥିଲା। ଜଣେ କ୍ୟାବିନେଟ ମନ୍ତ୍ରୀଙ୍କୁ ଖୋଦ ଜଣେ ପୋଲିସ କର୍ମଚାରୀ ହତ୍ୟା କରିବାକୁ ନେଇ ବିଭିନ୍ନ ମହଲରେ ଆଶ୍ଚର୍ଯ୍ୟ ପ୍ରକଟ କରାଯାଇଥିଲା। ସେଦିନ ଥିଲା ଜାନୁୟାରୀ ୨୯ ତାରିଖ, ଆଉ ଆଜି ହେଉଛି ମାର୍ଚ୍ଚ ୨୯ ତାରିଖ ଯେଉଁଠି ଝାରସୁଗୁଡା ନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇଛି।
Author: Samikhsya Bureau
ନୂଆଦିଲ୍ଲୀ: ପୁଣେର ଲୋକସଭା ସଦସ୍ୟ ଗିରିଶ ବାପଟ ଆଜି ପୁଣେର ଏକ ଡାକ୍ତରଖାନାରେ ଦେହାନ୍ତ କରିଛନ୍ତି। ତାଙ୍କୁ ୭୨ ବର୍ଷ ହୋଇଥିଲା। ବାପଟ ଗତ ଦେଢ ବର୍ଷ ଧରି ଅସୁସ୍ଥ ଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ଦୀନନାଥ ମଙ୍ଗେଶକର ଡାକ୍ତରଖାନାର ଆଇସିୟୁରେ ଭର୍ତ୍ତି କରାଯାଇଥିଲା ଏବଂ ଜୀବନ ରକ୍ଷକ ପ୍ରଣାଳୀରେ ଥିଲେ। ଲୋକସଭା ବାଚସ୍ପତି ଓମ ବିର୍ଲା ବାପଟଙ୍କ ମୃତ୍ୟୁ ଖବର ଶୁଣି ସମବେଦନା ଜଣାଇଛନ୍ତି। ସେ କହିଛନ୍ତି ଯେ, ଗିରିଶ ବାପଟ ତାଙ୍କ କଲ୍ୟାଣ କାର୍ଯ୍ୟ ମାଧ୍ୟମରେ ସାମାଜିକ ଜୀବନ ଉପରେ ଗଭୀର ପ୍ରଭାବ ପକାଇଛନ୍ତି। ସେ ସର୍ବଦା ଜନସାଧାରଣଙ୍କ ସ୍ୱାର୍ଥ ପାଇଁ ଉତ୍ସର୍ଗୀକୃତ ଥିଲେ। ଗିରିଶ ବାପଟଙ୍କ ପରିବାର ସଦସ୍ୟଙ୍କୁ ଓମ ବିର୍ଲା ମଧ୍ୟ ସମବେଦନା ଜଣାଇଛନ୍ତି।
ନୂଆଦିଲ୍ଲୀ: ଦିଲ୍ଲୀ କ୍ୟାପିଟାଲ୍ସ ଋଷଭ ପନ୍ତଙ୍କ ସ୍ଥାନ ଘୋଷଣା କରିଛି। ଆଇପିଏଲ୍-୨୦୨୩ ରେ ଋଷଭଙ୍କ ସ୍ଥାନରେ ବେଙ୍ଗଲର ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ ଅଭିଷେକ ପୋରେଲଙ୍କୁ ଅନ୍ତର୍ଭୁକ୍ତ କରାଯାଇଛି। ଆହତ କାରଣରୁ ପନ୍ତ ଇଣ୍ଡିଆନ ପ୍ରିମିୟର ଲିଗର ୧୬ ତମ ସିଜିନରୁ ବାଦ୍ ପଡିଛନ୍ତି। ଦିଲ୍ଲୀ କ୍ୟାପିଟାଲ୍ସର ନିୟମିତ ଅଧିନାୟକ ଆହତ ଅବସ୍ଥାରେ ଅଛନ୍ତି। ତାଙ୍କ ଅନୁପସ୍ଥିତିରେ ଡେଭିଡ ୱାର୍ନରଙ୍କୁ ଦଳର ଅଧିନାୟକ କରାଯାଇଛି। ଯେତେବେଳେ ଅକ୍ସର ପଟେଲ ଉପ-ଅଧିନାୟକ ଭୂମିକାରେ ଅଭିନୟ କରିବେ। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ବେଙ୍ଗଲର ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ ଅଭିଷେକ ପୋରେଲଙ୍କୁ ଦିଲ୍ଲୀ କ୍ୟାପିଟାଲ୍ସ ଦଳରେ ସାମିଲ କରାଯାଇଛି। ନିକଟରେ ଦିଲ୍ଲୀ କ୍ୟାପିଟାଲର ମୁଖ୍ୟ ପ୍ରଶିକ୍ଷକ ରିକି ପଣ୍ଟିଙ୍ଗ ଋଷଭ ପନ୍ତଙ୍କ ସ୍ଥାନ ପାଇବା ପାଇଁ ଭାରତର କିଛି ୱିକେଟ୍ କିପରଙ୍କ ପରୀକ୍ଷା କରିଥିଲେ। ୫ ରୁ ୬ ଦିନ ପର୍ଯ୍ୟନ୍ତ ଚାଲିଥିବା ଏହି ଟ୍ରାଏଲରେ ଅନେକ ୱିକେଟ୍ କିପରଙ୍କୁ ଦିଲ୍ଲୀ ଡକାଯାଇଥିଲା। ଏହି ୱିକେଟ୍ କିପରମାନଙ୍କରେ…
ନୂଆଦିଲ୍ଲୀ: ଯଦି ଆପଣଙ୍କର ଏକ କାର୍ କିମ୍ବା ବାଇକ୍ ଅଛି, ତେବେ ଆପଣ ନିଶ୍ଚିତ ଭାବରେ ସେମାନଙ୍କ ମାଇଲେଜ୍ ପ୍ରତି ବିଶେଷ ଯତ୍ନବାନ ହେବେ। ଏହା ସହିତ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟରେ ହୋଇଥିବା ପରିବର୍ତ୍ତନ ଉପରେ ମଧ୍ୟ ନଜର ରଖୁଥିବେ। କିନ୍ତୁ, ଆପଣ କେବେ ବିମାନ ବିଷୟରେ ଚିନ୍ତା କରିଛନ୍ତି, ବିମାନର ମାଇଲେଜ୍ କ’ଣ ଏବଂ ଏଥିରେ ବ୍ୟବହାର ହେଉଥିବା ଇନ୍ଧନର ମୂଲ୍ୟ କ’ଣ? ଉଡ଼ାଣର ଇନ୍ଧନ ବିଷୟରେ କହିବା ପୂର୍ବରୁ, ଏହା ଜାଣିବା ଜରୁରୀ ଯେ ଉଡ଼ାଣରେ କେଉଁ ଇନ୍ଧନ ବ୍ୟବହାର ହୁଏ ଏବଂ ବର୍ତ୍ତମାନ ଏକ ଲିଟର ତେଲର ମୂଲ୍ୟ କେତେ? ବିମାନରେ କେଉଁ ତେଲ ଢଳାଯାଏ?: ବିମାନ କିମ୍ବା ହେଲିକପ୍ଟର ପରି ଯେକୌଣସି ଜେଟ୍ ପାଇଁ ସ୍ୱତନ୍ତ୍ର ଜେଟ୍ ଇନ୍ଧନ ଅଛି। ଏହି ଜେଟ ଇନ୍ଧନକୁ ଆଭିଏସନ କେରୋସିନ କୁହାଯାଏ ଏବଂ ଏହାକୁ QAV ମଧ୍ୟ କୁହାଯାଏ। ଜେଟ ଇନ୍ଧନର କୌଣସି ପୃଥକତା ନାହିଁ ଏବଂ…
ନୂଆଦିଲ୍ଲୀ: ଆଜି ଝାରସୁଗୁଡା ଉପନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇଛି। ସେହି ଅନୁସାରେ ଆସନ୍ତା ମେ 10 ତାରିଖରେ ଏହି ଉପନିର୍ବାଚନ ହେବ। ସେହି ମେ 13 ତାରିଖରେ ଭୋଟ ଗଣତି କରାଯାଇ ଫଳାଫଳ ଘୋଷଣା କରାଯିବ। ଆଜି ନିର୍ବାଚନ କମିଶନର ପାଞ୍ଚୋଟି ଉପନିର୍ବାଚନ ପାଇଁ ତାରିଖ ଘୋଷଣା କରିଛନ୍ତି। ସେଥିରେ ଓଡିଶାର ଝାରସୁଗୁଡା ଉପନିର୍ବାଚନ ମଧ୍ୟ ରହିଛି। ଏହି ନିର୍ବାଚନ ମଣ୍ଡଳୀର ବିଧାୟକ ତଥା ମନ୍ତ୍ରୀ ନବ ଦାସଙ୍କୁ ହତ୍ୟା ପରେ ଆସନଟି ଖାଲି ପଡିଥିଲା।
ନୂଆଦିଲ୍ଲୀ: ଆଜି କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କରାଯାଇଛି। ଗୋଟିଏ ପର୍ଯ୍ୟାୟରେ ମେ ୧୦ ତାରିଖରେ ମତଦାନ ହେବ। ରାଜ୍ୟରେ ୨୨୪ ଟି ବିଧାନସଭା ଆସନର ଫଳାଫଳ ଆସନ୍ତା ୧୩ ତାରିଖରେ ଘୋଷଣା କରାଯିବ। ନିର୍ବାଚନ ଆୟୋଗଙ୍କ ଅନୁଯାୟୀ ରାଜ୍ୟରେ ମୋଟ ୫,୨୧,୭୩,୫୭୯ ଭୋଟର ଅଛନ୍ତି। କର୍ଣ୍ଣାଟକରେ ୯.୧୭ ଲକ୍ଷ ନୂତନ ଭୋଟର ଯୋଗ କରାଯାଇଛି। ୧୦୦ ବର୍ଷରୁ ଅଧିକ ୧୬ ହଜାରରୁ ଅଧିକ ଭୋଟର ଅଛନ୍ତି। ୮୦ ବର୍ଷରୁ ଅଧିକ ଭୋଟରମାନେ ଘରୁ ଭୋଟ୍ ଦେବାକୁ ସମର୍ଥ ହେବେ। ଯେଉଁମାନେ ଏପ୍ରିଲ ୧ ତାରିଖରେ ୧୮ ବର୍ଷ ବୟସ ଅତିକ୍ରମ କରୁଛନ୍ତି ସେମାନେ ମଧ୍ୟ ଭୋଟ୍ ଦେବେ। ୨୨୪ ଟି ବୁଥ୍ ତିଆରି କରାଯାଇଛି, ଯେଉଁଥିରେ ଯୁବକ କର୍ମଚାରୀ ନିୟୋଜିତ ହେବେ। ୧୦୦ ଟି ବୁଥରେ ଦିବ୍ୟାଙ୍ଗ କର୍ମଚାରୀ ନିୟୋଜିତ ହେବେ।
ଭୁବନେଶ୍ବର: ବିଜେଡିର ଟାଣୁଆ ସାଂସଦ ଡ. ସସ୍ମିତ ପାତ୍ର ମଧ୍ୟ କହିଲେ ଜୟ ଜଗନ୍ନାଥ। ସେ କହିବାର କାରଣ ରହିଛି। ଯେତେବେଳେ ବିଜେଡିର ସମସ୍ତ ନେତା ମନ୍ତ୍ରୀ ବିଧାୟକ ସାଂସଦ ଜୟ ଜଗନ୍ନାଥ ସ୍ଲୋଗାନ ଦେଇ ଭିଡିଓ ପୋଷ୍ଟିଂ କଲେ ସେତେବେଳେ କେତେକ ବିରୋଧୀ ସମାଲୋଚନା କଲେ। ତାହା ହେଲା ବିଜେଡି ସାଂସଦ ସସ୍ମିତ ପାତ୍ର କାହିଁକି ଜୟ ଜଗନ୍ନାଥ କହୁ ନାହାଁନ୍ତି। ଏପରି ଟିପଣ୍ମୀ ପରେ ଦିଲ୍ଲୀରେ ଥିବା ସସ୍ମିତ ଥରେ ନୁହେଁ ଦୁଇଥର ଭିନ୍ନ ପୋଷାକରେ ଜୟ ଜଗନ୍ନାଥ କହି ଭିଡିଓ ପୋଷ୍ଟିଂ କରିଛନ୍ତି। ସେ ସଂସଦ ଭବନରେ ଥରେ ହାପ ଜ୍ୟାକେଟ ପିନ୍ଧି କହିଥିବା ବେଳେ ପୁଣି ପଂଜାବୀ ଏବଂ ବେକରେ ନାଲି ଉତ୍ତରୀୟ ପକାଇ ଜୟ ଜଗନ୍ନାଥ କହିଛନ୍ତି। ଏପରି ଭିଡିଓ ଦେଖିବା ପରେ ବିରୋଧୀ ମୁହଁ ବନ୍ଦ ହୋଇଯାଇଛି।
ଭୁବନେଶ୍ବର: ଆସନ୍ତାକାଲି ହେଉଛି ରାମ ନବମୀ। ସାରା ଓଡିଶାରେ ଜୟ ଶ୍ରୀରାମ ଧ୍ବନୀରେ ପ୍ରକମ୍ପିତ ହେବ ସହରରୁ ଗ୍ରାମାଞ୍ଚଳ। ସାଧାରଣତଃ ହିନ୍ଦୁ ପଞ୍ଚାଙ୍ଗ ଅନୁସାରେ ଚୈତ୍ର ଶୁକ୍ଳପକ୍ଷ ନବମୀ ତିଥିରେ ରାମ ନବମୀ ପାଳିତ ହୋଇଥାଏ। ମର୍ଯ୍ୟଦା ପୁରୁଷ ଶ୍ରୀରାମ ଏହି ନବମୀ ତିଥିରେ ଜନ୍ମ ଗ୍ରହଣ କରିଥିଲେ। ସେହି ଅନୁସାରେ ଚଳିତ ବର୍ଷ ରାମ ନବମୀ ଏହି ମାର୍ଚ୍ଚ ୩୦ ତାରିଖ ଗୁରୁବାରରେ ପଡୁଅଛି। ବର୍ତ୍ତମାନ ମୋବାଇଲ ଯୁଗରେ ଆପଣମାନେ ଆପଣଙ୍କର ବନ୍ଧୁଙ୍କୁ ବାର୍ତ୍ତା ପଠାଇ ଶୁଭେଚ୍ଛା ପ୍ରଦାନ କରନ୍ତୁ। ସେଥିପାଇଁ ତଳେ କେତେକ ଇଂରାଜୀ ବାର୍ତ୍ତା ପ୍ରଦାନ କରାଯାଇଛି। ମୋବାଇଲରେ ଏହାକୁ କପି କରି ବନ୍ଧୁଙ୍କ ନିକଟକୁ ପଠାଇପାରିବେ। Wishing you love, health, peace, and prosperity this Ram Navami. May Lord Rama always guide you and your family on the right path. Shubh Ram Navami. With the…
ନୂଆଦିଲ୍ଲୀ: ରାହୁଲ ଗାନ୍ଧୀଙ୍କ ସଦସ୍ୟତା ଏବଂ ଆଦାନୀ ପ୍ରସଙ୍ଗରେ କଂଗ୍ରେସ ଓ ବିଜେପି ମଧ୍ୟରେ ବିବାଦ ବଢିବାରେ ଲାଗିଛି। ଏହି ସମୟରେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏକ ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ଏବଂ ରାହୁଲ ଗାନ୍ଧୀଙ୍କୁ କଡା ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ଯେ, ରାହୁଲ ଗାନ୍ଧୀ ତାଙ୍କର ଅହଂକାର କାରଣରୁ ସଂସଦ ଦ୍ୱାରା ଅଯୋଗ୍ୟ ହୋଇଛନ୍ତି। ରାହୁଲ ଅଧିକାର ରାଜନୀତି କରନ୍ତି। ସେ ଭାବନ୍ତି ଯେ, ସେ ଆଇନ ଏବଂ ସମ୍ବିଧାନଠାରୁ ଉର୍ଦ୍ଧ୍ୱରେ ଅଛନ୍ତି। ଅଶ୍ୱିନୀ ବୈଷ୍ଣବ କହିଛନ୍ତି ଯେ, ବାବାସାହେବଙ୍କ ଦ୍ୱାରା ପ୍ରସ୍ତୁତ ସମ୍ବିଧାନ ଆଧାରରେ ନିର୍ମିତ ସମସ୍ତ ଅନୁଷ୍ଠାନ ତାଙ୍କ ତଳେ ଅଛନ୍ତି ବୋଲି ରାହୁଲ ଗାନ୍ଧୀ ବିଶ୍ୱାସ କରନ୍ତି। ସମ୍ବିଧାନ ବିଷୟରେ କହୁଥିବା ଲୋକ ଦେଶକୁ କୁହନ୍ତୁ ଯେ, ପ୍ରଧାନମନ୍ତ୍ରୀ ବିଦେଶରେ ଥିବାବେଳେ ଅଧ୍ୟାଦେଶକୁ ଚିରିଦେବା ସମ୍ବିଧାନର ଅସମ୍ମାନ ନଥିଲା କି? ସେ କହିଛନ୍ତି ଯେ, ଦେଶର ବିକାଶ ପାଇଁ ବିଜେପି ନୂଆ ଉତ୍ସାହ ସହ…
ନୂଆଦିଲ୍ଲୀ: ଦେଶରେ ବଢୁଥିବା କରୋନା ଜୀବାଣୁ ପୁଣି ଥରେ ଭୟଭୀତ କରିବାକୁ ଲାଗିଛି। ଗତ ୨୪ ଘଣ୍ଟା ମଧ୍ୟରେ ଭାରତରେ ୧ ହଜାର ୧୫୧ ନୂତନ ମାମଲା ରିପୋର୍ଟ ହୋଇଛି। ଏହା ସହିତ ଦେଶରେ ଏପର୍ଯ୍ୟନ୍ତ ସଂକ୍ରମିତ ଲୋକଙ୍କ ସଂଖ୍ୟା ୪ କୋଟି ୪୭ ଲକ୍ଷ ୯ ହଜାର ୬୭୬ କୁ ବୃଦ୍ଧି ପାଇଛି। ଏଥି ସହିତ ଚିକିତ୍ସିତ ହେଉଥିବା ରୋଗୀଙ୍କ ସଂଖ୍ୟା ୧୧ ହଜାର ୯୦୩ କୁ ବୃଦ୍ଧି ପାଇଛି। ବୁଧବାର ସକାଳ ଆଠଟାରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ଵାରା ପ୍ରକାଶିତ ଅଦ୍ୟତନ ତଥ୍ୟ ଅନୁଯାୟୀ ଦେଶରେ ସଂକ୍ରମଣ ହେତୁ ୫ ଲକ୍ଷ ୩୦ ହଜାର ୮୪୧ ଜଣ ମୃତ୍ୟୁବରଣ କରିଛନ୍ତି। ତେବେ ଏପର୍ଯ୍ୟନ୍ତ ସମୁଦାୟ ୪ କୋଟି ୪୧ ଲକ୍ଷ ୬୬ ହଜାର ୯୨୫ ଲୋକ ସଂକ୍ରମଣମୁକ୍ତ ହୋଇଛନ୍ତି।
ସୀତାରାମ ଅଗ୍ରୱାଲ ବାଲୁଗାଁ: ମଙ୍ଗଳବାର ସନ୍ଧ୍ୟାରେ ଭାରତୀୟ ନୌସେନା ଚିଲିକା ପ୍ୟାରେଡ଼ ଗ୍ରାଉଣ୍ଡ ଠାରେ ଦକ୍ଷିଣ ନୌସେନା କମାଣ୍ଡରଙ୍କ ତତ୍ୱାବଧାନରେ ଆନୁଷ୍ଠାନିକ ଭାବେ ନାଇଟ୍ ପାସ୍ ଆଉଟ୍ ପ୍ୟାରେଡ ଅନୁଷ୍ଠିତ ହୋଇଯାଇଛି।ଯାହାକି ଭାରତୀୟ ନୌସେନା ୨୫୮୫ ଜଣ ଆଗ୍ନିଭର୍ସଙ୍କୁ (ପୁରୁଷ ଏବଂ ମହିଳା) ସଫଳତାର ସହ ଶାରୀରିକ ଓ ମାନସିକ ପ୍ରଶିକ୍ଷଣ ଦେଇ ସୁଦକ୍ଷ ଭାବେ ଦେଶ ସେବା କରିବାର ସୁଯୋଗ ଦେଇଛି। ପ୍ରଥମ ବ୍ୟାଚରେ ୨୭୩ ଜଣ ମହିଳା ସାମିଲ ଥିଲେ। ଉକ୍ତ ପ୍ୟାରେଡକୁ ଆଡମିରାଲ ଆର ହରି କୁମାର ପିଭିଏସଏମ, ଏଭିଏସଏମ, ଭିଏସଏମ, ଏଡିସି,ନୌସେନା କର୍ମଚାରୀଙ୍କ ମୁଖ୍ୟ ଭିଏଡଏମ ଏମଏ ହାମ୍ପିହୋଲି ପିଭିଏସଏମ, ଏଭିଏସଏମ, ଏନଏମ,ଫ୍ଲାଗ ଅଫିସର କମାଣ୍ଡିଂ-ଇନ୍-ଚିଫ୍, ସାଉଥ୍ ନାଭାଲ୍ କମାଣ୍ଡ, ସାଂସଦ ସଦସ୍ୟ ପି.ଟି ଉଷା, ବିଶିଷ୍ଟ କ୍ରୀଡ଼ା ବ୍ୟକ୍ତିତ୍ୱ ମିତାଲି ରାଜ, ବରିଷ୍ଠ ନୌସେନା ଅଧିକାରୀ ପ୍ରମୁଖ ସମୀକ୍ଷା କରିଥିଲେ। ଏଥିସହିତ ୧୬ ସପ୍ତାହର ସଫଳ ପ୍ରଶିକ୍ଷଣ ଶେଷ ନୁହେଁ ବରଂ ଭାରତୀୟ ନୌସେନାର…
ନୂଆଦିଲ୍ଲୀ: ରାତିର ନିଦ ଆମ ପାଇଁ ଏକ ଔଷଧ ପରି ବିବେଚନା କରାଯାଏ। କାରଣ ଆପଣଙ୍କର ନିଦ ଯେତେ ଗଭୀର, ଆପଣଙ୍କର ସ୍ୱାସ୍ଥ୍ୟ ସେତେ ଭଲ ରହିବ। ଭଲ ନିଦ ଦ୍ୱାରା ଆପଣଙ୍କ ମସ୍ତିଷ୍କ ମଧ୍ୟ ସଠିକ୍ ଭାବରେ କାମ କରିବ। ମାଂସପେଶୀର ପୁନରୁଦ୍ଧାର ହେବ ଏବଂ ଆପଣଙ୍କ ମନୋବଳ ମଧ୍ୟ ଭଲ ରହିବ। ଯେତେବେଳେ ଆପଣ ରାତିରେ ଶୋଇବା ସମୟରେ ଘର ଆଲୋକ ସହିତ ଶୋଇଥା’ନ୍ତି, ସେତେବେଳେ ଆପଣଙ୍କ ଶୋଇବା ଚକ୍ରକୁ ବିଚଳିତ କରେ। ଆପଣଙ୍କର ମସ୍ତିଷ୍କ ଆଲର୍ଟ ମୋଡରେ ଆସେ ଏବଂ ଏହା ଶୀଘ୍ର କାମ କରିବା ଆରମ୍ଭ କରେ। ଅନ୍ୟ ପଟେ, ଯଦି ଆପଣ ମଧ୍ୟ ରାତିରେ ଲାଇଟ୍ ସହିତ ଶୋଇଥା’ନ୍ତି, ତେବେ ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ଅନେକ କ୍ଷତି ହୋଇପାରେ। ଆସନ୍ତୁ ଜାଣିବା… ୧- ଉଦାସୀନତା: ଆଲୋକ ସହିତ ଶୋଇବା ଅବସାଦ ସହିତ ଜଡିତ। ଇଲେକ୍ଟ୍ରୋନିକ୍ ଉପକରଣଗୁଡ଼ିକରୁ ନୀଳ ଆଲୋକ ଆପଣଙ୍କ ମନୋବଳ ଉପରେ ଖରାପ ପ୍ରଭାବ ପକାଇପାରେ।…
ଭୁବନେଶ୍ଵର/ନୂଆଦିଲ୍ଲୀ: କେନ୍ଦୁଝର ଠାରେ କର୍ମଚାରୀ ଭବିଷ୍ୟନିଧି ସଂଗଠନ ଇପିଏଫଓର ଆଞ୍ଚଳିକ କାର୍ଯ୍ୟାଳୟକୁ ଉଦଘାଟନ କରିଛନ୍ତି କେନ୍ଦ୍ର ଶ୍ରମ ଓ ନିୟୋଜନ ମନ୍ତ୍ରୀ ଭୂପେନ୍ଦ୍ର ଯାଦବ। ଭର୍ଚୁଆଲ ମାଧ୍ୟମରେ ଏହି କାର୍ଯ୍ୟାଳୟକୁ ଲୋକାର୍ପଣ କରାଯାଇଥିଲା। ଏଥିସହିତ କେନ୍ଦ୍ର ମନ୍ତ୍ରୀଙ୍କ ଦ୍ୱାରା ଇପିଏଫଓ ସଦସ୍ୟମାନଙ୍କର ଲାଭ ଓ ସୁବିଧା ପାଇଁ ଇ-ପାସବୁକ ବ୍ୟବସ୍ଥାର ଶୁଭାରମ୍ଭ କରାଯାଇଛି। ଏହାଦ୍ୱାରା ସଦସ୍ୟମାନେ ଗ୍ରାଫିକ୍ସ ମାଧ୍ୟମରେ ସେମାନଙ୍କ ଆକାଉଣ୍ଟର ବିବରଣୀ ଦେଖିପାରିବେ। ଶ୍ରୀ ଯାଦବ ୧୦୦ କିମ୍ବା ତତୋଧିକ କର୍ମଚାରୀ କାମ କରୁଥିବା ଇପିଏଫଓର ୬୩ଟି ଆଞ୍ଚଳିକ କାର୍ଯ୍ୟାଳୟରେ କ୍ରେଚ୍ ସୁବିଧାକୁ ଉଦଘାଟନ କରିଥିଲେ ଏବଂ ଉତ୍ତର ପ୍ରଦେଶର ପ୍ରୟାଗରାଜ ଠାରେ ଆଞ୍ଚଳିକ କାର୍ଯ୍ୟାଳୟ କୋଠା ପାଇଁ ଶିଳାନ୍ୟାସ କରିଥିଲେ। ଏଥିପୂର୍ବରୁ ଇପିଏଫ କେନ୍ଦ୍ରୀୟ ଟ୍ରଷ୍ଟି ବୋର୍ଡର ୨୩୩ତମ ବୈଠକ ଅନୁଷ୍ଠିତ ହୋଇଥିଲା ଏବଂ ଏଥିରେ ନିମ୍ନ ନିଷ୍ପତ୍ତିଗୁଡ଼ିକ ନିଆଯାଇଥିଲା: ୨୦୨୨-୨୩ ବର୍ଷ ପାଇଁ ସଂଶୋଧିତ ଆକଳନ ଏବଂ ୨୦୨୩-୨୪ ବର୍ଷ ପାଇଁ ଇପିଏଫଓ ଦ୍ୱାରା କାର୍ଯ୍ୟକାରୀ ହେଉଥିବା…
ଭୁବନେଶ୍ବର: ସାଧାରଣତଃ ହିନ୍ଦୁ ପଞ୍ଚାଙ୍ଗ ଅନୁସାରେ ଚୈତ୍ର ଶୁକ୍ଳପକ୍ଷ ନବମୀ ତିଥିରେ ରାମ ନବମୀ ପାଳିତ ହୋଇଥାଏ। କାରଣ ମର୍ଯ୍ୟଦା ପୁରୁଷ ଶ୍ରୀରାମ ଏହି ନବମୀ ତିଥିରେ ଜନ୍ମ ଗ୍ରହଣ କରିଥିଲେ। ସେହି ଅନୁସାରେ ଚଳିତ ବର୍ଷ ଏହି ତିଥୀ ବା ରାମ ନବମୀ ଏହି ମାର୍ଚ୍ଚ ୩୦ ତାରିଖରେ ପଡୁଅଛି। ଓଡିଶାର ରାମ ନବମୀ ବେଶ୍ ଧୂମଧାମ ତଥା ଭକ୍ତିପୂତ ଭାବେ ପାଳନ କରାଯାଇଥାଏ। ଏହି ଉତ୍ସବ ଅନେକ ସ୍ଥାନରେ ମାସାଧିକ ସମୟ ମଧ୍ୟ ପାଳନ କରାଯାଇଥାଏ। ଏହିଦିନ ଭକ୍ତମାନେ ଉପବାସ ଧାରଣ କରି ବ୍ରତ କରିଥାନ୍ତି। ରାମ ନବମୀରେ ପୂଜା ମୁହୁର୍ତ୍ତ ନବମୀ ତିଥୀ ପ୍ରାରମ୍ଭ- ୨୯ ମାର୍ଚ୍ଚ ୨୦୨୩ ରାତ୍ର ୯ ଟା ୦୭ ମିନିଟ ନବମୀ ତିଥୀ ଶେଷ- ୩୦ ମାର୍ଚ୍ଚ ୨୦୨୩ ରାତ୍ରୀ ୧୧ ଟା ୩୦ ମିନିଟ ରାମ ନବମୀର ଶୁଭ ମୁହୁର୍ତ୍ତ ଆରମ୍ଭ- ୩୦ ମାର୍ଚ୍ଚ ୨୦୨୩ ସକାଳ ୧୧ ଟା…
ଭୁବନେଶ୍ବର: ଆଜି ବୁଧବାରରେ ପ୍ରଭୃ ଲିଙ୍ଗରାଜଙ୍କ ରଥଯାତ୍ରା ଅନୁଷ୍ଠିତ ହେବ। ସେଥିପାଇଁ ମନ୍ଦିର ପ୍ରଶାସନ ଏବଂ ସେବାୟତଙ୍କ ବୈଠକରେ ନୀତି ନିର୍ଘଣ୍ଟ ହୋଇଯାଇଛି। ସେହି ଅନୁସାରେ ଭୋର ୫ଟାରେ ଠାକୁରଙ୍କ ଆଳତି, ଅବକାଶ ନୀତି ସମ୍ପନ୍ନ ହୋଇ ୫ଟା ୩୦ରୁ ଘଣ୍ଟାଏ ପର୍ଯ୍ୟନ୍ତ ଠାକୁରଙ୍କ ସାହାଣ ମେଲା ଦର୍ଶନ ରହିବ। ସକାଳ ୭ଟାରୁ ୮ଟା ମଧ୍ୟରେ ସ୍ନାନ, ବେଶ, ଦ୍ୱାରପାଳ ଓ ସୂର୍ଯ୍ୟଦେବଙ୍କ ପୂଜା ବିଧିମତେ କରାଯିବ। ଶ୍ରୀଜିଉଙ୍କ ବଲ୍ଲଭ, ମା’ ଗୋପାଳୁଣୀ ଠାକୁରାଣୀଙ୍କ ବଲ୍ଲଭ ଆଦି ସମାପନ ପରେ ପୂର୍ବାହ୍ନ ୯ଟା ୧୫ ସୁଦ୍ଧା ସକାଳ ଧୂପ ନୀତି ସରିବ। ଭୋଗ ମଣ୍ଡପ ନୀତି ୯ଟା ୪୫ରେ ଆରମ୍ଭ ହୋଇ ଘଣ୍ଟାକ ଭିତରେ ସରିବ। ଏହାପରେ ଅନ୍ୟାନ୍ୟ ପୂଜାନୀତି ସମ୍ପନ୍ନ ହୋଇ ମଧ୍ୟାହ୍ନ ୧୨ଟାରୁ ସାଢ଼େ ୧୨ଟା ମଧ୍ୟରେ ମହାପ୍ରଭୁଙ୍କ ଯାତ୍ରା ପୂଜା ସମାପନ ହେବ। ସାଢ଼େ ୧୨ଟାରୁ ସାଢ଼େ୧ଟା ମଧ୍ୟରେ ମହାପ୍ରଭୁ ରଥକୁ ପହଣ୍ଡି ବିଜେ କରିବେ। ଅପରାହ୍ନ…
ଭୁବନେଶ୍ବର: ବିଜୁ ଜନତା ଦଳ କେତେବେଳେ କଣ କରୁଛି ତାହା କାହାକୁ ଜଣା ନ ଥାଏ। କାରଣ ଦଳ ଲୋକଙ୍କ ନିକଟତର ହେବା ପାଇଁ ଜନହୀତକର କାର୍ଯ୍ୟ ସହିତ ପ୍ରଚାରର ନୂଆ ନୂଆ ମାଧ୍ୟମ ମଧ୍ୟ ଆପଣେଇବାରେ ଲାଗିଛି। ଯାହା ବିରୋଧୀଙ୍କୁ ସମାଲୋଚନା କରିବା ପାଇଁ ଖୋରାକ ଯୋଗାଉଛି। ନିକଟରେ ବିଜେଡି ଦଳ ତରଫରୁ ‘ଶଙ୍ଖ ମୋ ଗର୍ବ’ କହି ସବୁ ନେତା ସମାଜିକ ଗଣମାଧ୍ୟମରେ ଭିଡିଓ ପୋଷ୍ଟିଂ କରିଥିଲେ। ଉଚ୍ଚ ସ୍ତରୀୟ ନେତାଙ୍କଠାରୁ ଆରମ୍ଭ କରି ତଳ ସ୍ତରର ନେତା ପର୍ଯ୍ୟନ୍ତ ସମସ୍ତେ ଏହି ସ୍ଲୋଗାନ ଦେଇ ଭିଡିଓ ପୋଷ୍ଟିଂ କଲେ। ଏପରି ହେଲା ଯେ, ବିରୋଧୀ ତାହାକୁ ବିରୋଧ ନ କରି ଆଉ ଧର୍ଯ୍ୟ ଧରି ରହି ପାରିଲେ ନାହିଁ। ‘ଶଙ୍ଖ ମୋ ଗର୍ବ’ କହିବାର କିଛି ସମୟ ମଧ୍ୟରେ ବିରୋଧୀ ଏହାକୁ ବିରୋଧ କରିବା ଆରମ୍ଭ କଲେ। କେତେକ ‘ବାପାମା ମୋ ଗର୍ବ’ କହି ଭିଡିଓ ପୋଷ୍ଟିଂ…
ପ୍ରଦୀପ ସେନାପତି ଭୁବନେଶ୍ବର: ଏ କଳକୀ ଯୁଗରେ କୋଟିକୋଟି ପାତାଳଫୁଟି ଗର୍ଭରୁ ଶିବଲିଙ୍ଗମାନଙ୍କର ପୀଠସ୍ଥଳୀ ଅବିର୍ଭାବ ହୋଇଥିବାବେଳେ, ସେମାନଙ୍କ ମଧ୍ୟରେ ରାଜା ସିଂହାସନରେ ଅଧିଷ୍ଠିତ, ପ୍ରତିଷ୍ଠିତ ଓ ବିଖ୍ୟାତ ହୋଇ ଥିବାରୁ ପ୍ରଭୁ ଶ୍ରୀଶ୍ରୀ ଶ୍ରୀ ଲିଙ୍ଗରାଜ ମହାପ୍ରଭୁଙ୍କ ନାମରେ ନାମିତ ହୋଇଛନ୍ତି। କେଶରୀ ବଂଶର ରାଜା ଯଯାତି କେଶରୀ ସ୍ୱର୍ଣ୍ଣିମ ଓଡ଼ିଶାର ରାଜଧାନୀ ଭୁବନେଶ୍ୱରକୁ ଦ୍ୱିତୀୟ “କାଶୀ” ବୋଲି ବର୍ଣ୍ଣନା କରିଛନ୍ତି। ସେ ଜଣେ ନିଷ୍ଠାପର ପରମ ଭକ୍ତ, ତପସ୍ୟାବଳୀ ସାଧକ ଏବଂ ମହାଦେବ ଶିବ ଆରଧନାରେ ତାଙ୍କର ସ୍ଥାନ ଥିଲା ସ୍ୱତନ୍ତ୍ର। ଏହି ମହାଶକ୍ତି ଶିବଲିଙ୍ଗର ଆର୍ଶିବାଦ ପାଇ ଯଯାତି କେଶରୀ ତାଙ୍କୁ ସ୍ୱପ୍ନରେ ଏକ ଶିବଲିଙ୍ଗ ପ୍ରତିମୂର୍ତ୍ତୀ ଭାବରେ ତାଙ୍କ ଚକ୍ଷୁ ସମ୍ମୁଖରେ ଆବିର୍ଭାବ ହୋଇ କେତେକ ଶୂନ୍ୟବାଣୀ ପ୍ରଦାନ କରିଥଲେ। ସର୍ବବିଦ୍ୟମାନ, ଦେବାଧିଦେବ ମହାଦେବ “ଶିବ” ଆରଧନାରେ ମଧ୍ୟ ଓଡ଼ିଶାର ସ୍ଥାନ ସ୍ୱତନ୍ତ୍ର ଅଟେ। ଯଯାତି କେଶରୀ ତ୍ରିଭୁବନ ଭ୍ରମଣ କରି ସମସ୍ତ ପାତାଳଫୁଟି ଶିବଲିଙ୍ଗମାନଙ୍କୁ…
ମେଷ- ବକେୟା ରାଶି ପୁନରୁଦ୍ଧାର ପାଇଁ ପ୍ରୟାସ ସଫଳ ହେବ। ବ୍ୟବସାୟ ଯାତ୍ରା ସଫଳ ହେବ। ଲାଭ ସୁଯୋଗ ଆସିବ । ବ୍ୟବସାୟ କାର୍ଯ୍ୟ ଅନୁକୂଳ ଲାଭ ପ୍ରଦାନ କରିବ। ଚାକିରିରେ ଶାନ୍ତି ଏବଂ ସୁଖ ରହିବ। ଶାରୀରିକ କଷ୍ଟ ସମ୍ଭବ ହୋଇପାରେ। ଏକ ଅପ୍ରତ୍ୟାଶିତ ଘଟଣାର ସମ୍ଭାବନା ରହିବ। ଅର୍ଥ ଏବଂ ବିଶ୍ରାମ ସମୟ ଯଥେଷ୍ଟ ହେବ । ଆପଣଙ୍କ ସ୍ୱାସ୍ଥ୍ୟର ବିଶେଷ ଯତ୍ନ ନିଅନ୍ତୁ। ବୃଷ- ଏକ ନୂତନ ଯୋଜନା ପ୍ରସ୍ତୁତ ହେବ। କାର୍ଯ୍ୟ ପ୍ରଣାଳୀରେ ଉନ୍ନତି ହେବ। ସାମାଜିକ କାର୍ଯ୍ୟ କରିବାକୁ ପ୍ରେରଣା ପାଇବେ । ସମ୍ମାନ ପାଇବେ । ନୂତନ ବ୍ୟବସାୟ ଚୁକ୍ତି ହୋଇପାରେ । ଏକ ପୁରୁଣା ରୋଗ ପୁନର୍ବାର ହୋଇପାରେ। ଦୁଷ୍ଟମାନଙ୍କଠାରୁ ଦୂରରେ ରୁହନ୍ତୁ । ବିନିଯୋଗରେ ଚତୁରତାର ସହ କାର୍ଯ୍ୟ କରନ୍ତୁ। ନୂତନ ଚାକିରି କରିବାକୁ ସକ୍ଷମ ହେବେ । ମିଥୁନ- ଧର୍ମ ପ୍ରତି ଆଗ୍ରହ ପ୍ରକାଶ କରିବେ । ଆପଣ କୌଣସି ଧାର୍ମିକ କାର୍ଯ୍ୟକ୍ରମରେ…
ଖୋର୍ଦ୍ଧା: ବିପୁଳ ପରିମାଣର ଜବତ ହୋଇଥିବା ବ୍ରାଉନ ସୁଗାର ଓ ଗଞ୍ଜେଇକୁ ଆଜି ଏସଟିଏଫ ନଷ୍ଟ କରିଛି। ଏସଟିଏଫ ଭୁବନେଶ୍ୱର ଏସପି, ଖୋର୍ଦ୍ଧା ଡେପୁଟି କଲେକ୍ଟର, ଖୋର୍ଦ୍ଧା ଜିଲ୍ଲା ଅବକାରୀ ଅଧିକ୍ଷକ, ଏସଟିଏଫ ଡ଼ିଏସପିଙ୍କ ଦ୍ୱାରା ଗଠିତ ଉଚ୍ଚ ସ୍ତରୀୟ ଡ୍ରଗ ଡ଼ିସପୋଜାଲ କମିଟିର ନିଷ୍ପତ୍ତିକ୍ରମେ ଏବଂ ରାଜ୍ୟ ଫରେନସିକ ସାଇନ୍ସର ଅଧିକାରୀ ଏବଂ ରାଜ୍ୟ ପ୍ରଦୂଷଣ ବୋର୍ଡର ସଭ୍ୟଙ୍କ ଉପସ୍ଥିତିରେ ଆଜି ସମସ୍ତ ନିୟମାବଳୀ ଅନୁସରଣ କରାଯାଇ ଏସଟିଏଫର ତିନି ଗୋଟି ମାମଲାରେ ଖୋର୍ଦ୍ଧା ଜିଲ୍ଲାରେ ଜବତ ହୋଇଥିବା ସମୁଦାୟ ୬ କେଜି ବ୍ରାଉନ ସୁଗାର ଏବଂ ଗୋଟିଏ ମାମଲାରେ ଜବତ ହୋଇଥିବା ୧୦୫ କେଜି ଗଞ୍ଜେଇକୁ ଖୋର୍ଦ୍ଧା ଟାଙ୍ଗିଆପଡ଼ା ସ୍ଥିତ ଏକ ଭାଟିରେ ନଷ୍ଟ କରାଯାଇଛି। ଏପରି ଆହୁରି ଅନେକ ଏନଡ଼ିପିଏସ କେଶରେ ଜବତ ହୋଇଥିବା ନିଶା ଦ୍ରବ୍ୟକୁ ନଷ୍ଟକରିବା ପାଇଁ ପ୍ରକ୍ରିୟା ଜାରିରହିଛି ଏବଂ ଆଜି ସୁଦ୍ଧା ଏସଟିଏଫ ୫୬ କେଜି ୮୧୫ ଗ୍ରାମ ବ୍ରାଉନ ସୁଗାର…
ସୀତାରାମ ଅଗ୍ରୱାଲ ଟାଙ୍ଗୀ: ଆଜି ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ପୋଲିସ ଦୁଇ ନିଶା ବେପାରିଙ୍କୁ ଗିରଫ କରିବା ସହ ଲକ୍ଷାଧିକ ଟଙ୍କାର ବ୍ରାଉନ ସୁଗାର ଜବତ କରିଛି। ସୂଚନା ମୁତାବକ ଟାଙ୍ଗୀ ଥାନା ୧୬ ନମ୍ବର ଜାତୀୟ ରାଜପଥ କଡରେ ଥିବା ମା’ ବୁଢ଼ୀ ବାଘେଇ ଠାକୁରାଣୀ ମନ୍ଦିର ପରିସରରେ ଉକ୍ତ ନିଶା କାରବାର ଚାଲିଥିବା ଖବର ପୋଲିସ ପାଇଥିଲା। ସଙ୍ଗେସଙ୍ଗେ ଏସପିଙ୍କ ନିର୍ଦ୍ଦେଶକ୍ରମେ ଏବଂ ବାଲୁଗାଁ ଏସଡ଼ିପିଓ ଓ ଟାଙ୍ଗୀ ଆଇଆଇସିଙ୍କ ତତ୍ୱାବଧାନରେ କୁହୁଡି ଫାଣ୍ଡି ଅଧିକାରୀ ପ୍ରସନ୍ନ ଜେନାଙ୍କ ନେତୃତ୍ୱରେ ଏକ ଟିମ ଗଠନ କରାଯାଇ ସମ୍ପୃକ୍ତ ଅଞ୍ଚଳରେ ଚଢ଼ାଉ କରାଯାଇଥିଲା। ଚଢ଼ାଉ ବେଳେ ସମ୍ପୃକ୍ତ ସ୍ଥାନରୁ ୧୮.୬୦ ଗ୍ରାମ ବ୍ରାଉନ ସୁଗାର ସମେତ ଗୋଟାଏ ବାଇକ, ଗୋଟେ ମୋବାଇଲ ଫୋନ ଏବଂ ନକଦ ୬୧ ହଜାର ୫୫୦ ଟଙ୍କା ଜବତ କରିଛି ପୋଲିସ। ଜବତ ବ୍ରାଉନ ସୁଗାରର ଆନୁମାନିକ ମୂଲ୍ୟ ୧ ଲକ୍ଷ ୮୬ ହଜାର ଟଙ୍କା…
ଭୁବନେଶ୍ବର: ପୁଣି ଆସୁଛି ଆଉ ଏକ ପଶ୍ଚିମାଝଡ। ଆସନ୍ତାକାଲି ୨୯ ତାରିଖରୁ ଏହି ନୂଆ ପଶ୍ଚିମାଝଡର ପ୍ରଭାବ ଆରମ୍ଭ ହେବ। ଏ ନେଇ ଭୁବନେଶ୍ବର ପାଣିପାଗ ବିଭାଗ ସତର୍କ ସୂଚନା ପ୍ରଦାନ କରିଛି। ଏହା ୩୦ ତାରିଖରୁ ପ୍ରଭାବ ପକାଇବ ଏବଂ ୩୧ ତାରିଖରେ ସର୍ବାଧିକ ପ୍ରଭାବ ପକାଇବାର ସମ୍ଭାବନା ରହିଛି। ଏହାଦ୍ବାରା ଝଡ଼-ପବନ, ଭାରି ବର୍ଷା ହେବ। ବର୍ଷାର ପରିମାଣ ପ୍ରାୟ ୭ ରୁ ୧୧ ସେମି ରହିବ। ଏଥିସହ ବିଜୁଳି ଘଡଘଡି ମଧ୍ୟ ଲାଗିରହିବ। ଆସନ୍ତା ଅପ୍ରେଲ ୧ ତାରିଖରେ ଝଡ଼-ପବନ ସହ ବିଜୁଳି ଘଡଘଡି ମଧ୍ୟ ହେବ ବୋଲି ପାଣିପାଗ ବିଭାଗ କହିଛି।

