ପୁଣେ ସାଂସଦ ଗିରିଶ ବାପଟଙ୍କ ଦେହାନ୍ତ, କସବା ପେଠ ବିଧାନସଭା ଆସନରୁ ପାଞ୍ଚ ଥର ହୋଇଥିଲେ ନିର୍ବାଚିତ

Published: Mar 29, 2023, 3:56 pm IST

ନୂଆଦିଲ୍ଲୀ: ପୁଣେର ଲୋକସଭା ସଦସ୍ୟ ଗିରିଶ ବାପଟ ଆଜି ପୁଣେର ଏକ ଡାକ୍ତରଖାନାରେ ଦେହାନ୍ତ କରିଛନ୍ତି। ତାଙ୍କୁ ୭୨ ବର୍ଷ ହୋଇଥିଲା। ବାପଟ ଗତ ଦେଢ ବର୍ଷ ଧରି ଅସୁସ୍ଥ ଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ଦୀନନାଥ ମଙ୍ଗେଶକର ଡାକ୍ତରଖାନାର ଆଇସିୟୁରେ ଭର୍ତ୍ତି କରାଯାଇଥିଲା ଏବଂ ଜୀବନ ରକ୍ଷକ ପ୍ରଣାଳୀରେ ଥିଲେ।

ଲୋକସଭା ବାଚସ୍ପତି ଓମ ବିର୍ଲା ବାପଟଙ୍କ ମୃତ୍ୟୁ ଖବର ଶୁଣି ସମବେଦନା ଜଣାଇଛନ୍ତି। ସେ କହିଛନ୍ତି ଯେ, ଗିରିଶ ବାପଟ ତାଙ୍କ କଲ୍ୟାଣ କାର୍ଯ୍ୟ ମାଧ୍ୟମରେ ସାମାଜିକ ଜୀବନ ଉପରେ ଗଭୀର ପ୍ରଭାବ ପକାଇଛନ୍ତି। ସେ ସର୍ବଦା ଜନସାଧାରଣଙ୍କ ସ୍ୱାର୍ଥ ପାଇଁ ଉତ୍ସର୍ଗୀକୃତ ଥିଲେ। ଗିରିଶ ବାପଟଙ୍କ ପରିବାର ସଦସ୍ୟଙ୍କୁ ଓମ ବିର୍ଲା ମଧ୍ୟ ସମବେଦନା ଜଣାଇଛନ୍ତି।

Related posts