ନୂଆଦିଲ୍ଲୀ: ପ୍ରତିରକ୍ଷା କ୍ଷେତ୍ରରେ ଆତ୍ମନିର୍ଭର ଭାରତ ଲକ୍ଷ୍ୟ ହାସଲ ନିମନ୍ତେ ଆଜି ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରାଯାଇଛି। ମନ୍ତ୍ରଣାଳୟ ଦୁଇଟି ସମନ୍ୱିତ ଇଲେକ୍ଟ୍ରୋନିକ ଯୁଦ୍ଧ ପ୍ରଣାଳୀ ‘ପ୍ରୋଜେକ୍ଟ ହିମଶକ୍ତି’ କିଣିବାକୁ ଯାଉଛି। ଏଥିପାଇଁ ହାଇଦ୍ରାବାଦସ୍ଥିତ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ (ବିଇଏଲ) ସହିତ ୩,୦୦୦ କୋଟି ଟଙ୍କାର ରାଜିନାମା ସ୍ୱାକ୍ଷର କରିଛି ପ୍ରତିରକ୍ଷା ମନ୍ତ୍ରଣାଳୟ। କ୍ରୟ {ଭାରତୀୟ-ଆଇଡିଏମଏମ (ସ୍ୱଦେଶୀ ରୂପରେ ବିକଶିତ ଡିଜାଇନ ଓ ନିର୍ମିତ} ଶ୍ରେଣୀ ଅଧୀନରେ ଏହି ପ୍ରକଳ୍ପ ଆସୁଛି ଯେଉଁଥିରେ ସମକାଳୀନ ଓ ଉନ୍ନତ ପ୍ରଯୁକ୍ତି ସାମିଲ ରହିଛି। ‘ପ୍ରୋଜେକ୍ଟ ହିମଶକ୍ତି’ ବିଇଏଲର ଉପବିକ୍ରେତା ଭାବେ କାର୍ଯ୍ୟ କରୁଥିବା ଏମଏସଏମଇ ସମେତ ଭାରତୀୟ ଇଲେକ୍ଟ୍ରୋନିକ୍ସ ଏବଂ ସହାୟକ ଉଦ୍ୟୋଗଗୁଡ଼ିକର ଅଂଶଗ୍ରହଣକୁ ପ୍ରୋତ୍ସାହିତ କରିବ। ଏହା ବ୍ୟତୀତ ଦୁଇ ବର୍ଷର ଅବଧିରେ ଏହି ପ୍ରକଳ୍ପ ପ୍ରାୟ ତିନି ଲକ୍ଷ ମାନବ-ଦିବସ ରୋଜଗାର ସୃଷ୍ଟି କରିବ। ଏହି ପ୍ରକଳ୍ପ ସରକାରଙ୍କ ମେକ୍-ଇନ୍-ଇଣ୍ଡିଆ ଅଭିଯାନ ଅନୁରୂପ ଦେଶକୁ…
Author: Samikhsya Bureau
ସୀତାରାମ ଅଗ୍ରୱାଲ ବାଲୁଗାଁ: ଖୋର୍ଦ୍ଧା ଜିଲ୍ଲା ଚିଲିକା ତହସିଲ ଅନ୍ତର୍ଗତ ମାନସିଂହପୁର ଗ୍ରାମ ଘୋଡାଦୌଡ଼ ଜେଟି ଠାରେ ବେଆଇନି ଭାବେ ଦୀର୍ଘ ବର୍ଷ ଧରି ଦୋକାନ ଚଳାଇ ଆସୁଥିବା ବ୍ୟକ୍ତିଙ୍କୁ ସେଠାରୁ ଉଚ୍ଛେଦ କରିବା ସହ ଦୃଡ଼ କାର୍ଯ୍ୟାନୁଷ୍ଠାନ ନିଆଯିବା ନେଇ ଚିଲିକା ତହସିଲଦାର ଦିଲ୍ଲୀପ କୁମାର ଷଡ଼ଙ୍ଗୀ ଏକ ନୋଟିସ ଜାରି କରିଛନ୍ତି। ସୂଚନା ମୁତାବକ କିଛି ମୁଷ୍ଟିମେୟ ବ୍ୟକ୍ତି ଏହି ଜାଗାକୁ ଅକ୍ତିଆର କରି ବେପାର କରୁଥିବା ଜଣା ପଡ଼ିଛି।ଯାହାକୁ ନେଇ ଦ୍ଵନ୍ଦ ଲାଗିରହିଥିବା ବେଳେ ଗ୍ରାମବାସୀ ପକ୍ଷରୁ ଏନେଇ ଚଳିତ ମାସ ୧୪ ତାରିଖରେ ଉଚ୍ଚନ୍ୟାୟାଳୟରେ ଅଭିଯୋଗ ଦାଖଲ କରିଥିଲେ।ମାତ୍ର ଏପର୍ଯ୍ୟନ୍ତ କୋୖଣସି ଉଠା ଦୋକାନୀ କିମ୍ବା ସେଠାରେ ଥିବା ମୁଷ୍ଟିମେୟ ବ୍ୟକ୍ତି ବିଶେଷଙ୍କ ଠାରୁ କୌଣସି ପ୍ରତିକ୍ରିୟା ନମିଳିବାରୁ ଆସନ୍ତାକାଲି ଚିଲିକା ତହସିଲଦାରଙ୍କ ନେତୃତ୍ୱରେ ଉଛେଦ ପ୍ରକ୍ରିୟା ଜାରିହେବ ବୋଲି ନୋଟିସ ଜାରି କରାଯାଇଛି।
ସୀତାରାମ ଅଗ୍ରୱାଲ ବାଲୁଗାଁ: ନାଚୁଣୀ ଥାନା ଆମ ପୋଲିସ ସମିତି ପକ୍ଷରୁ ଆମ ପୋଲିସ କାର୍ଯ୍ୟକ୍ରମ ଆଜି ଅନୁଷ୍ଠିତ ହୋଇଯାଇଛି। ଉଭୟ ନାଚୁଣୀ ଥାନା ଓ ନାଚୁଣୀ ପଞ୍ଚାୟତ ସହଯୋଗରେ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ନାଚୁଣୀ ଥାନା ଅଧିକାରୀ ଚନ୍ଦ୍ରଶେଖର ଜେନା ସ°ଯୋଜନା କରିବା ସହ ମୁଖ୍ୟ ବକ୍ତା ଭାବେ ନିଜର ବକ୍ତବ୍ୟ ରଖିଥିଲେ। ଏଥିରେ ମୁଖ୍ୟ ଅତିଥି ଭାବେ ବରିଷ୍ଠ ଆଡଭୋକେଟ ଦିଲିପ କୁମାର ପଟ୍ଟନାୟକ ଓ ନାଚୁଣୀ ସରପଞ୍ଚ ସ୍ବପ୍ନାଞ୍ଜଳି ପଲେଇ ଯୋଗ ଦେଇ ନିିଜ ବକ୍ତବ୍ୟରେ ସ୍ଥାନୀୟ ଅଞ୍ଚଳରେ ଶାନ୍ତି ଶୃଙ୍ଖଳା ରକ୍ଷା ସକାଶେ ଉଭୟ ପୋଲିସ ଓ ପୋଲିସ ପ୍ରଶାସନ ସହ ଆବଶ୍ୟକ ସହଯୋଗ ଓ ଦାୟିତ୍ଵ ଉପରେ ଗୁରୁତ୍ବ ଦେଇଥିଲେ। ବରିଷ୍ଠ ସାମ୍ବାଦିକ ପ୍ରଦୋଷ କୁମାର ଦାସ ଏଥିରେ ଅଧ୍ୟକ୍ଷତା କରିବା ସହ ଉଭୟ ପୋଲିସ ଓ ପବ୍ଲିକ( ନାଗରିକ) ମଧ୍ୟରେ ପାରସ୍ପରିକ ଉତ୍ତମ ସମନ୍ୱୟ ରକ୍ଷା ପାଇଁ ସମସ୍ତ ଙ୍କୁ ନିଜ ନିଜ…
ସୀତାରାମ ଅଗ୍ରୱାଲ ବାଣପୁର: ମାତ୍ର ତିନିମାସର ବ୍ୟବଧାନ ପରେ ମା’ ଭଗବତୀଙ୍କ ଭିତରକାଠ ହୁଣ୍ଡି ଖୋଲା ଯାଇଛି। ମନ୍ଦିର ପରିଚାଳନା କମିଟିର ସଭାପତି ତହସିଲ୍ ଦାର କୁଞ୍ଜବିହାରୀ ବଡ଼ଜେନା, ସଭ୍ୟ ମଣ୍ଡଳ ଉନ୍ନୟନ ଅଧିକାରୀ ବୁଲ୍ବୁଲ୍ ବେହେରା, ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ଅବିନାଶ ମହାନ୍ତି, ସ୍ଥାନୀୟ ଥାନା ଏ.ଏସ୍.ଆଇ., ଏଣ୍ଡା ଓ ମେଣ୍ଟ କାର୍ଯ୍ୟନିର୍ବାହୀ ଅଧିକାରୀ ବାଳମୁକୁନ୍ଦ ଦାସ, ମନ୍ଦିର ଶୁଭେଚ୍ଛୁ ବିକ୍ରମ କେଶରୀ ଜେନା, ସୁରେନ୍ଦ୍ର ସାହୁ, ଅକ୍ଷୟ ମିଶ୍ର, ଅଶ୍ଵିନୀ ମିଶ୍ର, ସେବାୟତ ପ୍ରକାଶ ମହାପାତ୍ର, ବସନ୍ତ ନାୟକ ପ୍ରମୁଖଙ୍କ ଉପସ୍ଥିତିରେ ହୁଣ୍ଡି ଖୋଲାଯାଇଥିଲା। ସମୁଦାୟ ଟ ୧,୩୯,୧୯୩/_ଏକ ଲକ୍ଷ ଅଣଚାଳିଶି ହଜାର ଦୁଇ ଶହ ତେୟାନବେ ଟଙ୍କା ମାତ୍ର ସଂଗ୍ରହ କରାଯାଇ ସ୍ଥାନୀୟ ୟୁକୋ ବ୍ୟାଙ୍କରେ ଜମା ରଖାଯାଇଥିଲା। ଶ୍ରଦ୍ଧାଳୁମାନଙ୍କର ମଙ୍ଗଳ କାମନା କରି ଏହି ଦାନ ଅର୍ଥ ମା’ ଙ୍କ ନୀତିକାନ୍ତି ସେବାରେ ଲାଗିବ ବୋଲି ନିର୍ବାହୀ ଅଧିକାରୀଙ୍କଠାରୁ ପ୍ରକାଶ।
ନୂଆଦିଲ୍ଲୀ: ଭାରତର ବିଭିନ୍ନ ରାଜ୍ୟରୁ ପାଞ୍ଚ ଜଣ ମର୍ଚାଣ୍ଟ ନୌସେନାର ନାବିକ, ଯେଉଁମାନେ ଇରାନ ପୋଲିସର ଅନୁସନ୍ଧାନକାରୀ ସଂସ୍ଥା ଦ୍ୱାରା ଡ୍ରଗ୍ସ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିଲେ ଏବଂ ୪୦୩ ଦିନ ଜେଲରେ ରହିଥିଲେ, ସେମାନେ ଭାରତ ଫେରିଛନ୍ତି। ତାଙ୍କୁ ଇରାନର ଚାବାହାର କେନ୍ଦ୍ରୀୟ ଜେଲରୁ ମୁକ୍ତ କରାଯାଇଛି। ଏହି ପାଞ୍ଚ ଜଣ ନାବିକଙ୍କୁ ମୁମ୍ବାଇ ବିମାନବନ୍ଦରରେ ପହଞ୍ଚିବା ମାତ୍ରେ ପରିବାର ଓ ବନ୍ଧୁମାନେ ସ୍ୱାଗତ କରିଥିଲେ। ଏଥିରେ ମୁମ୍ବାଇର ଅନିକେତ ୟେନପୁରେ, ମନ୍ଦାର ଭର୍ଲିକର, ଉତ୍ତରପ୍ରଦେଶର ନବୀନ ସିଂ, ବିହାରର ପ୍ରଣବ କୁମାର ଏବଂ ତାମିଲନାଡୁର ତାମିଜସେଲଭନ ରଙ୍ଗାସାମି ଅନ୍ତର୍ଭୁକ୍ତ। ଇରାନ ସୁରକ୍ଷା ବାହିନୀ ଦ୍ଵାରା ଫେବୃଆରୀ ୨୦ ତାରିଖ ୨୦୨୦ ରେ ଜାହାଜ ଆର୍ଟିନ୍ ୧୦ ସହିତ ଧରାଯାଇଥିଲା। ଡ୍ରଗ୍ସ ଚୋରା କାରବାର ଅଭିଯୋଗରେ ସମସ୍ତ ୫ ଜଣଙ୍କୁ ଗିରଫ କରାଯାଇଥିଲା। ଏହି କାରଣରୁ ତାଙ୍କୁ ୪୦୩ ଦିନ ଜେଲରେ ରହିବାକୁ ପଡିଲା। ତଦନ୍ତ ଶେଷ ହେବା ପର୍ଯ୍ୟନ୍ତ…
କୈଳାଶ ଚନ୍ଦ୍ର ଚୌଧୁରୀ ବ୍ରହ୍ମପୁର: ବ୍ରହ୍ମପୁର ସହର ଉପକଣ୍ଠ ଆଙ୍କୁଲି ବାଇପାସ୍ ଜାତୀୟ ରାଜପଥ ମଧ୍ୟ ଭାଗରେ ଥିବା ଡିଭାଇଡର୍ କୁ ପିଟି ଏକ କାର୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁର୍ଘଟଣାଗ୍ରସ୍ତ କାର୍ ର ଚାଳକ ଗୁରୁତର ଆହତ ହୋଇଛନ୍ତି। ଅଞ୍ଚଳ ର ଲୋକେ ଘଟଣାସ୍ଥଳରେ ପହଞ୍ଚି ଚାଳକକୁ ଉଦ୍ଧାର କରି ଚିକିତ୍ସା ପାଇଁ ଆମ୍ବୁଲାନ୍ସ ଡ଼କାଇ ବଡଡାକ୍ତରଖାନାକୁ ପଠାଇଥିଲେ। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛନ୍ତି।
ଭୁବନେଶ୍ୱର: ଏକ ବିରଳ ଘଟଣାରେ ଜନ୍ମଗତ ତ୍ରୁଟି ଯୋଗୁଁ ମୁହଁର ବିଭିନ୍ନ ଅଂଶରେ ଛିଦ୍ର ଓ ଫାଙ୍କ (ଟେସିୟର୍ କ୍ଲେଫ୍ଟ) ଥିବା ଗୋଟିଏ ୧୫ ମାସର ଶିଶୁ କନ୍ୟାର ସଫଳ ଅସ୍ତ୍ରୋପଚାର କରିଛନ୍ତି ସମ୍ ଅଲ୍ଟିମେଟ୍ ମେଡିକେୟାରର ସର୍ଜନ। ଶିଶୁ କନ୍ୟା ସ୍ମୃତିର ଆଖି ଏବଂ ନାକରେ ଅନେକ ତ୍ରୁଟି ଥିବା ବେଳେ ତା’ର ଚିକିତ୍ସା ନିମନ୍ତେ ତା’ର ବାପା-ମା ବିଭିନ୍ନ ହସ୍ପିଟାଲ୍ ବୁଲି ନିରାଶ ହୋଇଯାଇଥିଲେ। ପରେ ସେମାନେ ଶିଶୁଟିକୁ ସମ୍ମମ୍କୁ ଆଣିଥିଲେ। ଏହା ଏକ ବିପଦପୂର୍ଣ୍ଣ ଅସ୍ତ୍ରୋପଚାର ଥିବାରୁ ଅନେକ ହସ୍ପିଟାଲ୍ ଏହାର ଚିକିତ୍ସା ନିମନ୍ତେ ରାଜି ହୋଇ ନଥିଲେ। ସମ୍ମମ୍ର ପ୍ଲାଷ୍ଟିକ୍ ସର୍ଜରୀ ବିଭାଗର କନ୍ସଲ୍ଟାଂଟ ଡାକ୍ତର ଉନ୍ମେଶ କୁମାର ଜେନାଙ୍କ ନେତୃତ୍ୱରେ ଏକ ଟିମ୍ ଏହି ଅସ୍ତ୍ରୋପଚାର ସମ୍ପନ୍ନ କରିଥିଲେ। ଏହି ଟିମ୍ରେ ଆନେସ୍ଥେସିଓଲୋଜି ବିଭାଗର ସିନିୟର୍ କନ୍ସଲ୍ଟାଂଟ ଡାକ୍ତର ଦୀପଙ୍କର ପଢ଼ିଆରୀ, ଆନେସ୍ଥେସିଓଲୋଜିଷ୍ଟ ଡାକ୍ତର ସବ୍ୟସାଚୀ ତ୍ରିପାଠୀ ଏବଂ ପ୍ଲାଷ୍ଟିକ୍ ସର୍ଜରୀ ବିଭାଗର ଡାକ୍ତର…
ନୂଆଦିଲ୍ଲୀ: ଆଜି ଲୋକସଭା ସଚିବାଳୟ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ସଦସ୍ୟତାକୁ ରଦ୍ଦ କରିଦେଇଛି। ଏହି ନିଷ୍ପତ୍ତି ପରେ ରାହୁଲ ଗାନ୍ଧୀ ଟୁଇଟ୍ କରି କହିଛନ୍ତି ଯେ, ମୁଁ ଭାରତର ସ୍ୱର ପାଇଁ ଲଢୁଛି। ମୁଁ ଯେକୌଣସି ମୂଲ୍ୟ ଦେବାକୁ ପ୍ରସ୍ତୁତ। ପ୍ରକାଶ ଯେ, ସୁରଟ କୋର୍ଟ ଗୁରୁବାର ରାହୁଲ ଗାନ୍ଧୀଙ୍କୁ ‘ମୋଦୀ ଉପନାମ’ ସମ୍ବନ୍ଧରେ ଦେଇଥିବା ବିବୃତ୍ତିରେ ୨୦୧୯ ରେ ଦାଖଲ ହୋଇଥିବା ଅପରାଧିକ ମାନହାନୀ ମାମଲାରେ ଦୁଇ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ତେବେ କୋର୍ଟ ଜାମିନ ପ୍ରଦାନ କରିଛନ୍ତି ଏବଂ ତାଙ୍କ ଦଣ୍ଡର ନିଷ୍ପତ୍ତିକୁ ୩୦ ଦିନ ସ୍ଥଗିତ ରଖିଛନ୍ତି, ଯାହା ଦ୍ଵାରା କଂଗ୍ରେସ ନେତାମାନେ ଏହି ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରିପାରିବେ। ଏହି ସମୟରେ ଲୋକସଭା ସଚିବାଳୟ ରାହୁଲ ଗାନ୍ଧୀଙ୍କ ସଦସ୍ୟତା ରଦ୍ଦ କରିବାକୁ ବିଜ୍ଞପ୍ତି ଜାରି କରିଛି। ଲୋକସଭା ସଚିବାଳୟ ଦ୍ଵାରା ଜାରି ବିଜ୍ଞପ୍ତିରେ କୁହାଯାଇଛି ଯେ, ମାର୍ଚ୍ଚ ୨୩ ତାରିଖରୁ ତାଙ୍କର ଅଯୋଗ୍ୟତା ଆଦେଶ…
ନୂଆଦିଲ୍ଲୀ: କଂଗ୍ରେସର ବରିଷ୍ଠ ନେତା ରାହୁଲ ଗାନ୍ଧୀଙ୍କ ଲୋକସଭା ସଦସ୍ୟତା ରଦ୍ଦ ହେବା ପରେ ବିରୋଧୀ ଦଳର ସାଂସଦମାନେ ରାଷ୍ଟ୍ରପତି ଭବନ ପର୍ଯ୍ୟନ୍ତ ଏକ ବିରୋଧ ପ୍ରଦର୍ଶନ କରିବାକୁ ଚେଷ୍ଟା କରିଥିଲେ। ସାଂସଦମାନେ ବିଜୟ ଚୌକ୍ ନିକଟରୁ ବିରୋଧ ପ୍ରଦର୍ଶନ ଆରମ୍ଭ କରିଥିଲେ। ତେବେ ସୁରକ୍ଷା କର୍ମୀମାନେ ସେମାନଙ୍କୁ ଆଗକୁ ଯିବାକୁ ଦେଇ ନଥିଲେ। ରାଷ୍ଟ୍ରପତି ଭବନରେ ପହଞ୍ଚିବା ପୂର୍ବରୁ ସାଂସଦଙ୍କ ପଦଯାତ୍ରା ବନ୍ଦ କରିବାକୁ ବହୁ ସଂଖ୍ୟକ ସୁରକ୍ଷା ବାହିନୀ ନିୟୋଜିତ ହୋଇଥିଲେ। ବିରୋଧୀ ଦଳର ସାଂସଦମାନେ “ଗଣତନ୍ତ୍ର ବିପଦରେ” ସ୍ଲୋଗାନ ଦେଇ ନିଜର ପଦଯାତ୍ରା ଆରମ୍ଭ କରିଥିଲେ। ବିଜୟ ଚୌକ୍ ନିକଟରେ ପୋଲିସ ତାଙ୍କୁ ହେପାଜତକୁ ନେଇଥିଲା। ସାଂସଦମାନଙ୍କୁ ଗିରଫ କରିବା ପରେ ପୋଲିସ ଏକ ବିବୃତ୍ତି ମଧ୍ୟ ଦେଇଛି। ଯେଉଁଥିରେ କୁହାଯାଇଛି ଯେ, ସାଂସଦମାନେ ରାଷ୍ଟ୍ରାପତି ଭବନ ଅଭିମୁଖେ ଯାତ୍ରା କରିବାକୁ ଅନୁମତି ପାଇ ନାହାଁନ୍ତି। ପ୍ରକାଶ ଯେ ପୂର୍ବତନ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ ଲୋକସଭା…
କୈଳାଶ ଚନ୍ଦ୍ର ଚୌଧୁରୀ ବ୍ରହ୍ମପୁର: ଗତକାଲି ରାତିରେ କିଛି ମଦ୍ୟପ ଓ ଅସାମାଜିକ ଯୁବକ ଧାରୁଆ ଅସ୍ତ୍ର ଧରି ରେଳଷ୍ଟେସନ ରାସ୍ତାରେ ଜଣେ ଯୁବକକୁ ଧମକ ଦେବା ସହ ହଟ୍ଟଗୋଳ କରିଥିଲେ। ଯ’ଦ୍ଵାରା ଜନଗହଳି ପୂର୍ଣ୍ଣ ରାସ୍ତାରେ ଯାଉଥିବା ସାଧାରଣ ଲୋକ ଭୟଭୀତ ହୋଇ ଏଣେ ତେଣେ ଦଉଡୁ ଥିଲେ। ଯାହାକି ସାଧାରଣ ଗଣ ମାଧ୍ୟମରେ ଭିଡିଓ ଭାଇରଲ୍ ହେଉଛି। ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିଲା ବେଳକୁ ଉକ୍ତ ଯୁବକ ମାନେ ସେଠାରୁ ପଳାୟନ କରିଥିଲେ ଓ ଘଟଣାସ୍ଥଳରେ ସଂଯୋଗ ହୋଇଥିବା କିଛି ବ୍ୟବସାୟ ଅନୁଷ୍ଠାନର ସିସିଟିଭି ଫୁଟେଜରୁ ତଥ୍ୟ ଆଧାର କରି ପୋଲିସ ଅନୁସନ୍ଧାନ କରୁଛନ୍ତି। ଅନ୍ୟ ପକ୍ଷରେ କିଛି ବର୍ଷର ବ୍ୟବଧାନ ପରେ ରେଶମ ନଗରୀ ବ୍ରହ୍ମପୁର ସହରରେ ପୁଣି ଅସାମାଜିକ ଯୁବକଙ୍କ ଦୌରାତ୍ମ୍ୟ ପୋଲିସ ପ୍ରଶାସନକୁ ଖୋଲା ଚ୍ୟାଲେଞ୍ଜ ବୋଲି ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି।
ସ୍ୱାସ୍ଥ୍ୟ ଟିପ୍ସ: ଆପଣ ଖାଦ୍ୟ ଖାଇବା ପରେ ତୁରନ୍ତ ଶୋଇବାକୁ ଯାଆନ୍ତି କି? ଆଜିକାଲି, ବ୍ୟସ୍ତବହୁଳ ଜୀବନ ଏବଂ ପରିବର୍ତ୍ତିତ ଜୀବନଶୈଳୀ ହେତୁ ଅଧିକାଂଶ ଲୋକଙ୍କର ସମୟ ଅଭାବ। ଅନେକ ଲୋକ କାମରୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ଫେରି ଖାଦ୍ୟ ଖାଇବା ପରେ ତୁରନ୍ତ ଶୋଇଥା’ନ୍ତି। ଯଦି ଆପଣ ସମାନ କାର୍ଯ୍ୟ କରୁଛନ୍ତି, ତେବେ ଆପଣଙ୍କ ସ୍ୱାସ୍ଥ୍ୟ ଗୁରୁତର ଭାବରେ ନଷ୍ଟ ହୋଇପାରେ। ଏହା କରିବା ଦ୍ୱାରା ଶରୀର ରୋଗର ଏକ କେନ୍ଦ୍ରରେ ପରିଣତ ହୁଏ ଏବଂ ଅନେକ ସମସ୍ୟା ହୋଇପାରେ। ସେଥିପାଇଁ ଖାଦ୍ୟ ଖାଇବା ପରେ ତୁରନ୍ତ ଶୋଇବା ଉଚିତ୍ ନୁହେଁ। ଆସନ୍ତୁ ଜାଣିବା ଏହାର ଅସୁବିଧା…. ହଜମ ପ୍ରକ୍ରିୟାରେ କ୍ଷତି: ଆମମାନଙ୍କ ମଧ୍ୟରୁ ଅଧିକାଂଶଙ୍କର ଖାଇବା କିମ୍ବା ମଧ୍ୟାହ୍ନ ଭୋଜନ ପରେ ତୁରନ୍ତ ଶୋଇବାର ଅଭ୍ୟାସ ଅଛି। ଏହା କରିବା ଦ୍ୱାରା ହଜମ ପ୍ରକ୍ରିୟା ପ୍ରଭାବିତ ହୋଇପାରେ। ଶରୀରର ଖାଦ୍ୟ ଖାଇବା ପରେ ତୁରନ୍ତ ହଜମ ହୁଏ ନାହିଁ…
ସ୍ୱାସ୍ଥ୍ୟ ଟିପ୍ସ: ସେଓ ପରେ, କଦଳୀ ହେଉଛି ଏକମାତ୍ର ଫଳ ଯାହା ପ୍ରତିଦିନ ଖାଇଲେ ସ୍ୱାସ୍ଥ୍ୟ ପାଇଁ ଭଲ ବିବେଚନା କରାଯାଏ। କାରଣ କଦଳୀରେ ଭିଟାମିନ୍, ଫାଇବର, ଆଇରନ୍, କ୍ୟାଲସିୟମ୍ ଏବଂ ପୋଟାସିୟମ୍ ପରି ପୋଷକ ତତ୍ତ୍ୱ ଭରପୂର ଅଟେ। ଅଧିକାଂଶ ଲୋକ ସବୁଜ ଅର୍ଥାତ୍ କଞ୍ଚା କଦଳୀ ରାନ୍ଧନ୍ତି ଏବଂ ଖାଆନ୍ତି। ଯେଉଁଠାରେ ହଳଦିଆ ରଙ୍ଗର କଦଳୀ ସିଧାସଳଖ ଖିଆଯାଏ। ଏହା ପ୍ରାୟତଃ ଘଟେ ଯେ, ଯେତେବେଳେ କଦଳୀ ଅଧିକ ପାଚିଯାଏ, ଏହାର ଚୋପା ରଙ୍ଗ କଳା କିମ୍ବା ବାଦାମୀ ହୋଇଯାଏ। ଏଭଳି ପରିସ୍ଥିତିରେ ଅଧିକାଂଶ ଲୋକ ଏହାକୁ ଖରାପ ଏବଂ ସଢିଯାଇଥିବା ଭାବନ୍ତି ଏବଂ ଏହାକୁ ଅଳିଆଗଦାରେ ପକାନ୍ତି। ତଥାପି, ଆପଣ ଜାଣନ୍ତି କି ସେଗୁଡିକୁ ଫୋପାଡିବା ପରିବର୍ତ୍ତେ ଅଧିକ ପରିମାଣର ପାଚିଯାଇଥିବା କଦଳୀ ଖାଇବା ଦ୍ୱାରା ଆପଣ କେତେ ଲାଭ ପାଇପାରିବେ? ବାସ୍ତବରେ ଅଧିକ ପରିମାଣର ପାଚିଯାଇଥିବା କଦଳୀରେ ଅଧିକ ଟ୍ରିପଟୋଫେନ୍ ଥାଏ, ଯାହା ଚାପ ଏବଂ…
କଲିକତା: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) ୨୦୨୩ ସିଜନ୍ ଆରମ୍ଭ ପୂର୍ବରୁ କୋଲକାତା ନାଇଟ୍ ରାଇଡର୍ସ (କେକେଆର୍) ଦଳକୁ ଆଉ ଏକ ବଡ ଝଟକା ଲାଗିଛି। ପିଠିରେ ଆଘାତ ହେତୁ ଦଳର ଅଧିନାୟକ ଶ୍ରେୟାସ ଆୟର ଏହି ସିଜିନରୁ ବାଦ ପଡିଥିବା ନିଶ୍ଚିତ ହୋଇଥିବାବେଳେ ଚଳିତ ସିଜନରେ ଦଳର ଅଂଶ ହୋଇଥିବା ଦ୍ରୁତ ବୋଲର ଲକି ଫର୍ଗୁସନ୍ଙ୍କ ଆଘାତ ଖବର ମଧ୍ୟ ସାମ୍ନାକୁ ଆସିଛି। ଏଥି ସହିତ କେକେଆର ଦଳର ବ୍ୟାଟିଂ ଅର୍ଡରର ଏକ ଅଂଶ ନୀତୀଶ ରାଣା ମଧ୍ୟ ଅଭ୍ୟାସ ଅଧିବେଶନରେ ଆହତ ହୋଇଛନ୍ତି। କୋଲକାତା ନାଇଟ୍ ରାଇଡର୍ସ ଦଳର ଖେଳାଳିମାନେ ଘରୋଇ ଗ୍ରାଉଣ୍ଡ ଇଡେନ୍ ଗାର୍ଡେନ୍ସରେ ଅଭ୍ୟାସ ଆରମ୍ଭ କରିଛନ୍ତି, ଯେଉଁଥିରେ ଦଳର ବହୁ ଗୁରୁତ୍ୱପୂର୍ଣ୍ଣ ଖେଳାଳି ଏପର୍ଯ୍ୟନ୍ତ ଯୋଗ ଦେଇଛନ୍ତି। ଏକ କ୍ରୀଡ଼ା ୱେବସାଇଟରେ ପ୍ରକାଶିତ ଖବର ଅନୁଯାୟୀ, ଅଭ୍ୟାସ ଅଧିବେଶନରେ ନୀତୀଶ ରାଣାଙ୍କ ବାମ ଆଣ୍ଠୁରେ ଆଘାତ ଲାଗିଛି। ବ୍ୟାଟିଂ ଅଭ୍ୟାସ ସମୟରେ ରାଣା ଆହତ…
ନୂଆଦିଲ୍ଲୀ: ରାହୁଲ ଗାନ୍ଧୀଙ୍କ ସଂସଦ ସଦସ୍ୟତା ରଦ୍ଦ ହୋଇଛି। ଲୋକସଭା ସଚିବାଳୟ ଆଜି ତାଙ୍କ ସଦସ୍ୟତା ରଦ୍ଦ କରିବାର ବିଜ୍ଞପ୍ତି ଜାରି କରିଛି। ଗତକାଲି ସୁରଟ କୋର୍ଟ ତାଙ୍କୁ ମାନହାନୀ ମାମଲାରେ ଦୋଷୀ ସାବ୍ୟସ୍ତ କରି ତାଙ୍କୁ ଦୁଇ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଥିଲେ ଏବଂ 15 ହଜାର ଟଙ୍କା ଜୋରିମାନା କରିଥିଲେ।
ଶ୍ରୀନଗର: ଭାରତୀୟ ସେନା ଆଜି ଉତ୍ତର କାଶ୍ମୀରର କୁପୱାଡା ଜିଲ୍ଲାର ତଙ୍ଗଧାର ଅଞ୍ଚଳରେ ସୀମା ଭିତରକୁ ପ୍ରବେଶ କରିବାକୁ ଚେଷ୍ଟା କରୁଥିବା ଜଣେ ପାକିସ୍ତାନୀ ଆତଙ୍କବାଦୀଙ୍କୁ ନିହତ କରିଛି। ସାମରିକ ଅଧିକାରୀମାନେ କହିଛନ୍ତି ଯେ, ସେମାନେ ଅବଶିଷ୍ଟ ଅନୁପ୍ରବେଶକାରୀଙ୍କୁ ଖୋଜୁଛନ୍ତି। ଜମ୍ମୁ କାଶ୍ମୀର ଡିଜିପି ଦିଲବାଗ ସିଂ କହିଛନ୍ତି ଯେ, ଆତଙ୍କବାଦୀମାନେ ପାକିସ୍ତାନରୁ ଅନୁପ୍ରବେଶ କରି ରାଜୌରୀ ଜିଲ୍ଲାର ଡାଙ୍ଗ୍ରି ଗ୍ରାମରେ ସ୍ଥାନୀୟ ଲୋକଙ୍କୁ ଆକ୍ରମଣ କରିଥିଲେ। ଅନୁପ୍ରବେଶ ଉଦ୍ୟମ ହ୍ରାସ ସତ୍ତ୍ୱେ ସୀମା ଅତିକ୍ରମ କରି ଭାରତରେ ଆତଙ୍କବାଦୀ କାର୍ଯ୍ୟକଳାପ କରିବାକୁ ଉଦ୍ୟମ ଜାରି ରହିଛି ବୋଲି ସେ କହିଛନ୍ତି।
ଭୁବନେଶ୍ବର: ଆଜି ବିପିୟୁଟି ବା ବିଜୁ ପଟ୍ଟନାୟକ ବୈଷିୟକ ବିଶ୍ବବିଦ୍ୟାଳୟର ନୂଆ କୂଳପତି ରାଜ୍ୟପାଳ ପ୍ରଫେସର ଗଣେଷୀଲାଲ ନିଯୁକ୍ତି ଦେଇଛନ୍ତି। ସେ ହେଉଛନ୍ତି ପ୍ରଫେସର ଅମୀୟ କୁମାର ରଥ। ପ୍ରଫେସର ରଥ ବର୍ତ୍ତମାନ ବାଙ୍ଗାଲୁରୁସ୍ଥିତ ନାକ୍ ର ଉପଦେଷ୍ଠା ଭାବେ କାର୍ଯ୍ୟ କରୁଛନ୍ତି। ତାଙ୍କୁ କୂଳପତି ଭାବେ ପାଞ୍ଚ ବର୍ଷ କିମ୍ବା ପରବର୍ତ୍ତି ନିର୍ଦ୍ଦେଶ ପର୍ଯ୍ୟନ୍ତ ନିଯୁକ୍ତି ପ୍ରଦାନ କରାଯାଇଛି। ପ୍ରଫେସର ରଥଙ୍କର ପ୍ରାୟ 33 ବର୍ଷର ଶିକ୍ଷା ପ୍ରଦାନର ଅଭିଜ୍ଞତା ରହିଛି। ଏଥିସହିତ ସେ ନଅ ଟି ପୁସ୍ତକ ମଧ୍ୟ ରଚନା କରିଛନ୍ତି। ତାଙ୍କ ତତ୍ବାବଧାନରେ ଏ ପର୍ଯ୍ୟନ୍ତ 12 ଜଣ ପିଏଚଡି ଏବଂ 17 ଜଣ ପିଜି ସ୍କାଲର କୃତିତ୍ବ ହାସଲ କରିଛନ୍ତି।
ଉଦ୍ଧମପୁର: ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ନ୍ୟାସନାଲ କନଫରେନ୍ସ ନେତା ଫାରୁକ୍ ଅବଦୁଲ୍ଲା ବିଜେପିକୁ ଟାର୍ଗେଟ କରିଛନ୍ତି। ଦଳକୁ କେବଳ ଭୋଟ ପାଇଁ ପ୍ରଭୁ ରାମଙ୍କ ନାମ ବ୍ୟବହାର କରୁଥିବା ସେ ଅଭିଯୋଗ କରିଛନ୍ତି। ପ୍ରଭୁ ରାମ ସମସ୍ତଙ୍କର ଭଗବାନ ଅଟନ୍ତି ବୋଲି ସେ କହିଛନ୍ତି। ଜମ୍ମୁ-କାଶ୍ମୀର ନ୍ୟାସନାଲ ପାନ୍ଥର୍ସ ପାର୍ଟିର ପ୍ରତିଷ୍ଠା ଦିବସରେ ଉଧମପୁର ଜିଲ୍ଲାର ଗାରନେଇ ରାଲିରେ ସମ୍ବୋଧିତ କରିବା ସମୟରେ ଫାରୁକ୍ ଏହି ମତ ଦେଇଛନ୍ତି। ନିର୍ବାଚନ ସମ୍ପର୍କରେ ଅବଦୁଲ୍ଲା ରାଲିରେ କହିଛନ୍ତି ଯେ, ପରୀକ୍ଷା (ନିର୍ବାଚନ) ଖୁବ ଶୀଘ୍ର ଆସୁଛି ଏବଂ ଏଠାରେ ବିପୁଳ ପରିମାଣର ଅର୍ଥ ଖର୍ଚ୍ଚ ହେବ। ଆମ ମା ଏବଂ ଝିଅମାନଙ୍କୁ ମନ୍ଦିର ବିଷୟରେ ବାରମ୍ବାର କୁହାଯିବ। ଏହା ମଧ୍ୟ ସମ୍ଭବ ଯେ, ବିଜେପି ସେହି ଦିନ ରାମ ମନ୍ଦିରର ଉଦଘାଟନ କରିବ। ସେ କହିଛନ୍ତି ଯେ, “ଏପରି କରାଯିବ ଯାହା ଲୋକମାନେ ମୁଦ୍ରାସ୍ଫୀତି ବୃଦ୍ଧି ଏବଂ ବେକାରୀ ସମସ୍ୟା ବିଷୟରେ…
ଭୁବନେଶ୍ୱର: ଓଡିଶା ସରକାରଙ୍କ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ୟା ଉପଦେଷ୍ଟା ଅନୁଭବ ପଟ୍ଟନାୟକ ଇନଫୋଭ୍ୟାଲି ସ୍ୱତନ୍ତ୍ର ଅର୍ଥନୈତିକ ଅଞ୍ଚଳସ୍ଥିତ ଇନଫୋସିସ୍ ଆଇଟି କମ୍ପାନୀ ପରିଦର୍ଶନ କରି ସମସ୍ତ କାର୍ଯ୍ୟଶୈଳୀ ଦେଖିଛନ୍ତି। ୪୫୦୦ କର୍ମଚାରୀଙ୍କୁ ଗୋଟିଏ ସ୍ଥାନରେ କାର୍ଯ୍ୟ କରିବାର ଭିତ୍ତିଭୂମିକୁ ନେଇ ସେ ଅତ୍ୟନ୍ତ ଖୁସି ହେବା ସହ ଏହାର ଅଧିକ ଉନ୍ନତିକରଣ ପାଇଁ ଆଲୋଚନା କରିଛନ୍ତି। ଏହି ଅବସରରେ ଅନୁଷ୍ଠାନର ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରି ପାରିପାଶ୍ୱର୍କ ଉନ୍ନତି, ମୋ ବସ ଚଳାଚଳ, ଡ୍ରେନେଜ ବ୍ୟବସ୍ଥା ତଥା ଅତ୍ୟାଧୁନିକ ଭିତ୍ତିଭୂମି ନିର୍ମାଣ ପାଇଁ ପଦକ୍ଷେପ ନେବା ପାଇଁ ମତବ୍ୟକ୍ତ କରିଛନ୍ତି। ଏଥିସହ ସେଠାରେ ଥିବା ଶାନ୍ତି ସୋଲାର କମ୍ପାନୀ ଯାଇ ସେଠାରେ ସୋଲାର ପିଭି ମୋଡ୍ୟìଲ ଉତ୍ପାଦନ ପଦ୍ଧତି ସବୁକୁ ବୁଲି ଦେଖିଥିଲେ। ସମ୍ପୃକ୍ତ କମ୍ପାନୀର ବରିଷ୍ଠ ଅଧିକାରୀମାନଙ୍କ ସହ ଆଲୋଚନା କରି ଆବଶ୍ୟକୀୟ ସରକାରୀ ସହଯୋଗ ଦ୍ୱାରା ଉତ୍ପାଦନ ବଢାଇବା ଦିଗରେ ପଦକ୍ଷେପ ନେବାପାଇଁ ଉପଦେଶ ଦେଇଥିଲେ।…
ନୂଆଦିଲ୍ଲୀ: ୧୪ ଟି ରାଜନୈତିକ ଦଳର ଆବେଦନ ଶୁଣାଣି କରିବାକୁ ସୁପ୍ରିମକୋର୍ଟ ରାଜି ହୋଇଛନ୍ତି। ବିରୋଧୀ ରାଜନୈତିକ ଦଳ ଏହି ଆବେଦନରେ କହିଛନ୍ତି ଯେ, କେନ୍ଦ୍ର ସରକାର ତଦନ୍ତକାରୀ ସଂସ୍ଥାଗୁଡ଼ିକର ଅପବ୍ୟବହାର କରୁଛନ୍ତି। ରାଜନୈତିକ ବିରୋଧୀଙ୍କୁ ଗିରଫ କରାଯାଉଛି। ତେଣୁ ଅନୁସନ୍ଧାନକାରୀ ଏଜେନ୍ସି ଏବଂ କୋର୍ଟ ପାଇଁ ଗିରଫ ଏବଂ ରିମାଣ୍ଡରେ ନିର୍ଦ୍ଦେଶାବଳୀ ପ୍ରସ୍ତୁତ କରାଯିବା ଉଚିତ୍। ଏପ୍ରିଲ ୫ ତାରିଖରେ ଏହି ମାମଲାର ଶୁଣାଣି ହେବ। ବିଶେଷ କଥା ହେଉଛି ଏହି ୧୪ ଟି ରାଜନୈତିକ ଦଳରେ ଦେଶର ସବୁଠୁ ବଡ ବିରୋଧୀ ଦଳ କଂଗ୍ରେସ ମଧ୍ୟ ଅନ୍ତର୍ଭୁକ୍ତ ହୋଇଛି। ମୁଖ୍ୟ ବିଚାରପତି ଡି ୱାଇ ଚନ୍ଦ୍ରଚୂଡଙ୍କୁ ଅଭିଷେକ ମନୁ ସିଙ୍ଘିଭି କହିଛନ୍ତି ଯେ, ଚଉଦ ରାଜନୈତିକ ବିରୋଧୀଙ୍କୁ ଗିରଫ କରିବା ପାଇଁ କେନ୍ଦ୍ର ସରକାରଙ୍କ ଦ୍ୱାରା ଆଇନ ଶୃଙ୍ଖଳା ଏଜେନ୍ସିର ଅପବ୍ୟବହାର ବିରୋଧରେ ସୁପ୍ରିମକୋର୍ଟଙ୍କ ନିକଟରେ ପହଞ୍ଚିଛନ୍ତି। ଆମେ ଭବିଷ୍ୟତ ପାଇଁ ଦିଗ ଖୋଜୁଛୁ। ୨୦୧୪ ପରେ (ମୋଦୀ…
କୈଳାଶ ଚନ୍ଦ୍ର ଚୌଧୁରୀ ଗଜପତି: ଗଜପତି ଜିଲ୍ଲା ମୋହନା ଥାନା ଅଞ୍ଚଳର ଭୁବନାନନ୍ଦ ପରିଡ଼ା ନାମକ ଜଣେ ପୋଲିସ ସିପାହୀକୁ ବ୍ରହ୍ମପୁର ସଦର ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଘଟଣାରୁ ପ୍ରକାଶ ଯେ, ଜଣେ ଘରୋଇ ସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ଓ ଅଭିଯୁକ୍ତ ସିପାହୀ ପିଲା ବେଳର ସ୍କୁଲ ସାଙ୍ଗ ଅଟନ୍ତି। ଉଭୟେ ବିବାହିତ। ପ୍ରଧାନ ଶିକ୍ଷୟିତ୍ରୀ ଜଣଙ୍କ ଦୁଇଟି ସନ୍ତାନର ଜନନୀ ତଥାପି ଉଭୟେ ଦୁହେଁ ଦୁହିଁଙ୍କୁ ଭଲ ପାଉଥିଲେ ଓ ସିପାହୀ ଜଣକ ସଦର ଥାନା ଅନ୍ତର୍ଗତ ବାଇଗଣ ବାଡି ଗ୍ରାମରେ ଏକ ଭଡ଼ା ଘରେ ଆଣି ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ରଖିଥିଲେ। ଏହି ଭଳି ପରିସ୍ଥିତିରେ ନିଜ ସ୍ବାମୀଙ୍କ ସହ ମନୋମାଳିନ ଘଟି ଛାଡ଼ପତ୍ର ହୋଇଥିଲା। ଏହା ମଧ୍ୟରେ ଅଭିଯୁକ୍ତ ସିପାହୀ ବିବାହର ପ୍ରତିଶୃତି ଦେଇ ଉକ୍ତ ପ୍ରଧାନ ଶିକ୍ଷୟିତ୍ରୀଙ୍କ ସହ ଶାରୀରିକ ସମ୍ପର୍କ ରଖି ୩ ଥର ଗର୍ଭପାତ କରାଇବା ସହ ତାଙ୍କ ଠାରୁ…
ନୂଆଦିଲ୍ଲୀ: ରାଜ୍ୟସଭାରେ ପାଳନ ହେଲା ଓଡିଆ ସାଂସଦଙ୍କ ଜନ୍ମଦିନ। ସେ ହେଉଛନ୍ତି ବିଜେଡିର ରାଜ୍ୟସଭା ସାଂସଦ ଡ ସସ୍ମିତ ପାତ୍ର। ଗତକାଲି ଥିଲା ତାଙ୍କର ଜନ୍ମଦିନ। ଏ ନେଇ ରାଷ୍ଟ୍ରପତି, ଉପରାଷ୍ଟ୍ରପତି ସସ୍ମିତଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇ ଚିଠି କରିଥିଲେ। ହେଲେ ରାଜ୍ୟସଭାରେ ଗୃହ ଚାଲିଥିବା ବେଳେ ମଧ୍ୟ ତାଙ୍କର ଜନ୍ମଦିନର ଶୁଭେଚ୍ଛା ପ୍ରଦାନ କରାଯାଇଥିଲା। ଗତକାଲି ରାଜ୍ୟସଭାରେ ଅଧ୍ୟକ୍ଷ ତଥା ଉପରାଷ୍ଟ୍ରପତି ଜଗଦୀପ ଧାନଖର ଏକ ଘୋଷଣା କରିଥିଲେ। ସେ କହିଥିଲେ ଯେ, ମୁଁ ଆଜି ଖୁସିରେ ଘୋଷଣା କରୁଛି କି ଆମର ଜଣେ ସଦସ୍ୟଙ୍କର ଆଜି ହେଉଛି ଜନ୍ମଦିନ। ସେ ହେଉଛନ୍ତି ଡକ୍ଟର ସସ୍ମିତ ପାତ୍ର। ତାଙ୍କର ଦୀର୍ଘ ଏବଂ ନିରାମୟ ଜୀବନ କାମନା କରୁଛି। ଏହା କହିବା ପରେ ଗୃହର ଆଗଧାଡିରେ ବସିଥିବା ସସ୍ମିତ ଆସନରୁ ଉଠି ସମସ୍ତଙ୍କୁ ନମସ୍କାର କରିଥିଲେ। ଏହା ପୂର୍ବରୁ ସସ୍ମିତ ଉପରାଷ୍ଟ୍ରପତିଙ୍କୁ ଭେଟି ଜନ୍ମଦିନର ଆର୍ଶିବାଦ ନେଇଥିଲେ। ସସ୍ମିତଙ୍କ ଜନ୍ମ ତାରିଖ…

