Author: Samikhsya Bureau

ନୂଆଦିଲ୍ଲୀ: ରାଜ୍ୟସଭାରେ ପାଳନ ହେଲା ଓଡିଆ ସାଂସଦଙ୍କ ଜନ୍ମଦିନ। ସେ ହେଉଛନ୍ତି ବିଜେଡିର ରାଜ୍ୟସଭା ସାଂସଦ ଡ ସସ୍ମିତ ପାତ୍ର। ଗତକାଲି ଥିଲା ତାଙ୍କର ଜନ୍ମଦିନ। ଏ ନେଇ ରାଷ୍ଟ୍ରପତି, ଉପରାଷ୍ଟ୍ରପତି ସସ୍ମିତଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇ ଚିଠି କରିଥିଲେ। ହେଲେ ରାଜ୍ୟସଭାରେ ଗୃହ ଚାଲିଥିବା ବେଳେ ମଧ୍ୟ ତାଙ୍କର ଜନ୍ମଦିନର ଶୁଭେଚ୍ଛା ପ୍ରଦାନ କରାଯାଇଥିଲା। ଗତକାଲି ରାଜ୍ୟସଭାରେ ଅଧ୍ୟକ୍ଷ ତଥା ଉପରାଷ୍ଟ୍ରପତି ଜଗଦୀପ ଧାନଖର ଏକ ଘୋଷଣା କରିଥିଲେ। ସେ କହିଥିଲେ ଯେ, ମୁଁ ଆଜି ଖୁସିରେ ଘୋଷଣା କରୁଛି କି ଆମର ଜଣେ ସଦସ୍ୟଙ୍କର ଆଜି ହେଉଛି ଜନ୍ମଦିନ। ସେ ହେଉଛନ୍ତି ଡକ୍ଟର ସସ୍ମିତ ପାତ୍ର। ତାଙ୍କର ଦୀର୍ଘ ଏବଂ ନିରାମୟ ଜୀବନ କାମନା କରୁଛି। ଏହା କହିବା ପରେ ଗୃହର ଆଗଧାଡିରେ ବସିଥିବା ସସ୍ମିତ ଆସନରୁ ଉଠି ସମସ୍ତଙ୍କୁ ନମସ୍କାର କରିଥିଲେ। ଏହା ପୂର୍ବରୁ ସସ୍ମିତ ଉପରାଷ୍ଟ୍ରପତିଙ୍କୁ ଭେଟି ଜନ୍ମଦିନର ଆର୍ଶିବାଦ ନେଇଥିଲେ। ସସ୍ମିତଙ୍କ ଜନ୍ମ ତାରିଖ…

Read More

ନୂଆଦିଲ୍ଲୀ: ଲଣ୍ଡନରେ ଥିବା ଭାରତୀୟ ଦୂତାବାସ ବାହାରେ ବିରୋଧ କରୁଥିବା ତଥା ଦେଶର ପତାକାକୁ ଅପମାନିତ କରୁଥିବା ଲୋକଙ୍କ ବିରୋଧରେ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ବଡ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଦିଲ୍ଲୀ ପୋଲିସର ସ୍ପେଶାଲ୍ ସେଲ୍ ଖାଲିସ୍ତାନ ସମର୍ଥକଙ୍କ ବିରୋଧରେ ମାମଲା ରୁଜୁ କରିଛି, ଯେଉଁମାନେ ଲଣ୍ଡନ ଦୂତାବାସରେ ପ୍ରଦର୍ଶନ କରିଥିଲେ। UAPA ଏବଂ PDPP ଅଧିନିୟମ ଅନୁଯାୟୀ ଏହି ଖାଲିସ୍ତାନ ସମର୍ଥକଙ୍କ ବିରୋଧରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ ହୋଇଛି। ଏପରି ଲୋକଙ୍କୁ ଚିହ୍ନଟ କରିବାରେ ପୋଲିସ ନିୟୋଜିତ ଅଛି, ଯେଉଁମାନେ ଭାରତର ନାଗରିକ ହୋଇ ବାହାରେ ରହୁଛନ୍ତି ଏବଂ ରାଷ୍ଟ୍ର ବିରୋଧୀ ପ୍ରଦର୍ଶନରେ ଅଂଶବିଶେଷ। କୁହାଯାଉଛି ଯେ, ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କେନ୍ଦ୍ର ଗୃହ ମନ୍ତ୍ରଣାଳୟକୁ ଚିଠି ଲେଖିଛି। ସୂଚନାନୁସାରେ, ଲଣ୍ଡନରେ ଥିବା ଭାରତୀୟ ଦୂତାବାସରେ ପ୍ରଦର୍ଶନ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କେନ୍ଦ୍ର ଗୃହ ମନ୍ତ୍ରଣାଳୟକୁ…

Read More

ଭୁବନେଶ୍ବର: ଗତକାଲି ପଶ୍ଚିମବଂଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିଥିଲେ। ଏହି ସାକ୍ଷାତ ଏକ ସୌଜନ୍ୟମୂଳକ ସାକ୍ଷାତ ଥିଲା ବୋଲି ଉଭୟ ପକ୍ଷରୁ କୁହାଯାଇଛି। ତେବେ ରାଜନୈତିକ ମହଲରେ ଏହା କେତେ ଗୁରୁତ୍ବ ତାହା ଭିନ୍ନ କଥା। ହେଲେ ଏହି ଭେଟଘାଟକୁ ନେଇ ଜାତୀୟ ସ୍ତରରେ ବେଶ୍ ଚର୍ଚ୍ଚା ଚାଲିଛି। ମମତାଙ୍କ ସାକ୍ଷାତ ବେଳେ ନବୀନ ତାଙ୍କୁ ଭଲ ଉପହାର ଦେବାକୁ ନେଇ ମଧ୍ୟ ଚର୍ଚ୍ଚାରୁ ବାଦ ପଡି ନାହିଁ। ଗତକାଲି ମମତାଙ୍କୁ ନବୀନ ପ୍ରଥମେ ଜଗନ୍ନାଥଙ୍କ ଅଙ୍ଗବସ୍ତ୍ର ପ୍ରଦାନ କରି ସ୍ବାଗତ କରିଥିଲେ। ଏହାପରେ ସେ ତାଙ୍କୁ ତାରକସି କାମର ଏକ ଉପହାର ମଧ୍ୟ ପ୍ରଦାନ କରିଥିଲେ। ସେହିପରି ହକି ଜର୍ସି ମଧ୍ୟ ମମତାଙ୍କୁ ନବୀନ ଉପହାର ଦେଇଥିଲେ। ତେବେ ଯେଉଁ ଉପହାର ନେଇ ଚର୍ଚ୍ଚା ଚାଲିଛି ତାହା ହେଲା ଛେନାପୋଡ। ନବୀନ ମମତାଙ୍କୁ ଓଡିଶାର ଛେନାପୋଡକୁ ସୁନ୍ଦର ପ୍ୟାକେଟ କରି ଉପହାର…

Read More

କୈଳାଶ ଚନ୍ଦ୍ର ଚୌଧୁରୀ ବ୍ରହ୍ମପୁର: ବ୍ରହ୍ମପୁର ଗୋଷାଣୀ ନୁଆଁଗାଁ ଥାନା ଅନ୍ତର୍ଗତ ଶାସ୍ତ୍ରୀ ନଗରରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଯେଉଁଥିରେ ଜଣେ ୪ ବର୍ଷ ଶିଶୁର ଜୀବନ ଚାଲିଯାଇଛି। ଘଟଣାରୁ ପ୍ରକାଶ ଯେ, ଇଞ୍ଜିନ ଚାଲୁରଖି ଗୋଟିଏ ଗ୍ୟାସ୍ ସିଲିଣ୍ଡର୍ ବୋଝେଇ ଅଟୋ ଗାଡ଼ି ଚାଳକ ଜଣଙ୍କ ଘରକୁ ଯାଇଥିଲେ। ଠିକ ଏତିକିବେଳେ ବଳରାମ ସାହୁଙ୍କ ଶିଶୁ ପୁତ୍ର ଆଶୁତୋଷ ଉକ୍ତ ଗାଡ଼ି ଉପରେ ଚଢ଼ି ଗାଡ଼ିର ଏକ୍ସ୍ଲିଟର ଟିକୁ ମୋଡ଼ି ଦେବାରୁ ଗାଡ଼ି ଯାଇ ଏକ ବିଦ୍ୟୁତ୍ ଖୁଣ୍ଟରେ ଧକ୍କା ଦେଇଥିଲା। ଯାହାଫଳରେ ଶିଶୁଟି ତାମଧ୍ୟରେ ଚାପି ହୋଇ ପ୍ରାଣ ହରାଇଥିଲା। ଶିଶୁର ଏହି ଅକାଳ ମୃତ୍ୟୁ ଘଟିବାରୁ ଅଞ୍ଚଳରେ ଶୋକ ଖେଳି ଯାଇଛି ଓ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଭାବନୀୟ ଘଟଣାର ତଦନ୍ତ ଆରମ୍ଭ କରିଛି।

Read More

ନୂଆଦିଲ୍ଲୀ: ମିଳିତ ଜାତିସଂଘରେ ପାକିସ୍ତାନ ଉପରେ ଭାରତ ଆକ୍ରମଣ କରିଛି। ମାନବ ଅଧିକାର ପରିଷଦ ଅଧିବେଶନରେ ଭାରତ କହିଛି ଯେ, ଗଣତନ୍ତ୍ର ତଥା ମାନବାଧିକାର ଉପରେ ପାକିସ୍ତାନରୁ ବିଶ୍ଵ ଶିଖିବାର ଆବଶ୍ୟକତା ନାହିଁ। ଯାହା ଆତଙ୍କବାଦ ଏବଂ ହିଂସାର ସବୁଠାରୁ ବଡ ରପ୍ତାନିକାରୀ ଏବଂ ଏଥିରେ ଏହାର ଅବଦାନକୁ କେହି ବରାବର କରିପାରିବେ ନାହିଁ। ଯେଉଁଠାରେ ଆତଙ୍କବାଦୀମାନେ ଉନ୍ନତି କରନ୍ତି ଏବଂ ରାସ୍ତାରେ ମୁକ୍ତ ଭାବରେ ବୁଲନ୍ତି। ମାନବ ଅଧିକାର ପରିଷଦର ୫୨ ତମ ଅଧିବେଶନରେ ଉତ୍ତରର ଅଧିକାରକୁ ବ୍ୟବହାର କରି ଭାରତର ଅତିରିକ୍ତ ସଚିବ ଡ ପିଆର ତୁଲସିଦାସ ପାକିସ୍ତାନକୁ ଭାରତ ବିରୁଦ୍ଧରେ ଏକ ମିଥ୍ୟା ଏଜେଣ୍ଡା ଚଳାଇବା ଏବଂ ସାମ୍ପ୍ରଦାୟିକ ସୌହାର୍ଦ୍ଦ୍ୟକୁ ନଷ୍ଟ କରିବା ପରିବର୍ତ୍ତେ ନିଜ ଦେଶରେ ସଂଖ୍ୟାଲଘୁ ସମ୍ପ୍ରଦାୟର ସୁରକ୍ଷା ବିଷୟରେ ଚିନ୍ତା କରିବାକୁ କହିଥିଲେ। ଡକ୍ଟର ପି.ଆର ତୁଲସିଦାସ କହିଛନ୍ତି ଯେ, ମିଳିତ ଜାତିସଂଘ ଦ୍ୱାରା ଆତଙ୍କବାଦୀ ଘୋଷିତ ହୋଇଥିବା ୧୫୦ ଆତଙ୍କବାଦୀଙ୍କ ପାଇଁ…

Read More

ନୂଆଦିଲ୍ଲୀ: କେନ୍ଦ୍ର ବନ୍ଦର, ଜାହାଜ ଚଳାଚଳ ଏବଂ ଜଳପଥ ତଥା ଆୟୁଷ ମନ୍ତ୍ରୀ ସର୍ବାନନ୍ଦ ସୋନୋୱାଲ ଭର୍ଚୁଆଲ ଭାବେ ମନ୍ତ୍ରଣାଳୟର ଡିଜିଟାଲ ପ୍ଲାଟଫର୍ମ ରିଅଲ ଟାଇମ ପର୍ଫମାନ୍ସ ମନିଟରିଂ ଡାସବୋର୍ଡ ସାଗର ମନ୍ଥନର ଶୁଭାରମ୍ଭ କରିଛନ୍ତି – ଯେଉଁଥିରେ ମନ୍ତ୍ରଣାଳୟ ଏବଂ ଅନ୍ୟାନ୍ୟ ସହାୟକ କମ୍ପାନୀ ସହ ଜଡିତ ସମସ୍ତ ତଥ୍ୟ ରହିଛି। ବନ୍ଦର, ଜାହାଜ ଚଳାଚଳ ଏବଂ ଜଳପଥ ମନ୍ତ୍ରାଳୟର ରାଷ୍ଟ୍ରମନ୍ତ୍ରୀ ଶ୍ରୀପଦ ୱାଇ. ନାୟକ, ରାଷ୍ଟ୍ରମନ୍ତ୍ରୀ ଶାନ୍ତନୁ ଠାକୁର ଏବଂ ମନ୍ତ୍ରାଳୟର ଅନ୍ୟ ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ଏହାକୁ ଉଦଘାଟନ କରାଯାଇଥିଲା। ଏହି ଡାସବୋର୍ଡ ସୁ-ସମନ୍ୱିତ ରିଅଲ ଟାଇମ ସୂଚନାକୁ ଉନ୍ନତ କରି ବିଭିନ୍ନ ବିଭାଗର କାର୍ଯ୍ୟକୁ ରୂପାନ୍ତରଣ କରିବ। ମନ୍ତ୍ରାଳୟର ସଚିବ ସୁଧାଂଶୁ ପନ୍ତ, ଆଇଏଏସ୍‌ଙ୍କ ତତ୍ୱାବଧାନରେ ଦେଢ ମାସରୁ କମ୍ ସମୟ ମଧ୍ୟରେ ଏହି ପ୍ଲାଟଫର୍ମ ସଂପୂର୍ଣ୍ଣ ଭାବରେ ମନ୍ତ୍ରାଳୟ ଦ୍ୱାରା ବିକଶିତ ହୋଇଛି। ଏହି ଅବସରରେ ସର୍ବାନନ୍ଦ ସୋନୋୱାଲ କହିଛନ୍ତି ଯେ, ସାଗର ମନ୍ଥନ…

Read More

ଭୁବନେଶ୍ଵର: କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ୟୁଡିଆଇଏସଇ ପ୍ଲସର ବିଶ୍ୱସନୀୟତା ଏବଂ ଓଡ଼ିଶାରେ ଉଚ୍ଚ ପ୍ରାଥମିକ ଓ ମାଧ୍ୟମିକ ସ୍ତରରେ ପିଲାମାନଙ୍କର ସ୍କୁଲ ପାଠପଢ଼ା ଛାଡ଼ିବାର ଉଚ୍ଚ ହାର ସମ୍ପର୍କରେ ସ୍ପଷ୍ଟୀକରଣ ଦିଆଯାଇଛି। ଗଣମାଧ୍ୟମରେ ପ୍ରକାଶ ପାଇଥିବା ଖବରରୁ ଶିକ୍ଷା ମନ୍ତ୍ରଣାଳୟର ଦୃଷ୍ଟିକୁ ଆସିଛି ଯେ, ଓଡ଼ିଶା ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିକଟରେ ରାଜ୍ୟ ବିଧାନସଭାରେ ଓଡ଼ିଶାର ପିଲାମାନଙ୍କର ସ୍କୁଲ ଡ୍ରପ୍‌ଆଉଟ୍‌ ବା ପାଠପଢ଼ା ଛାଡ଼ିବାର ଉଚ୍ଚ ହାର ସମ୍ପର୍କରେ ବିବୃତି ରଖିଥିଲେ। ଏଥିରେ ସେ ଓଡ଼ିଶାରେ ୨୭.୩% ସ୍କୁଲ ଡ୍ରପଆଉଟ୍‌ ହାରକୁ ଖଣ୍ଡନ କରିବା ସହିତ ୟୁଡିଆଇଏସଇ ପ୍ଲସ ରିପୋର୍ଟ ଭରସାଯୋଗ୍ୟ ଏବଂ ବିଶ୍ୱସନୀୟ ନୁହେଁ ବୋଲି ଦର୍ଶାଇଥିଲେ। ମନ୍ତ୍ରଣାଳୟ ପକ୍ଷରୁ ସ୍ପଷ୍ଟ କରାଯାଇଛି ଯେ, ଶିକ୍ଷା ପାଇଁ ଏକୀକୃତ ଜିଲ୍ଲା ସୂଚନା ପ୍ରଣାଳୀ ବା ୟୁନିଫାଏଡ୍‌ ଡିଷ୍ଟ୍ରିକ୍ଟ ଇନଫର୍ମେସନ ସିଷ୍ଟମ ଫର ଏଜୁକେସନ ପ୍ଲସ (ୟୁଡିଆଇଏସଇ ପ୍ଲସ) ତଥ୍ୟ କେବଳ ଭରସାଯୋଗ୍ୟ ନୁହେଁ ବରଂ ଦେଶରେ…

Read More

ଭୁବନେଶ୍ବର: ବର୍ତ୍ତମାନ ଚିଲିକା ନିର୍ବାଚନ ମଣ୍ଡଳୀର ସବୁଠାରୁ ବଡ ଚର୍ଚ୍ଚା ହେଉଛି, ଆଗାମୀ ନିର୍ବାଚନରେ ବିଜେଡିରୁ ବିଧାୟକ ପ୍ରାର୍ଥୀ କିଏ ହେବ। କାରଣ ସମସ୍ତେ ଭାବି ନେଇଛନ୍ତି ଯେ, ବିଧାୟକ ପ୍ରଶାନ୍ତ ଜଗଦେବଙ୍କୁ ଆଉ ଟିକେଟ ମିଳିବ ନାହିଁ। ଯେହେତୁ ସେ ବର୍ତ୍ତମାନ ସୁଦ୍ଧା ଦଳରେ ସାମିଲ ହୋଇ ନାହାଁନ୍ତି, ସେଥିପାଇଁ ଏହି ଆଶଙ୍କା ବୃଦ୍ଧି ପାଇବାରେ ଲାଗିଛି। ଏପରି ପରିସ୍ଥିତିକୁ ଦେଖି କେତେକ ନୂଆ ପୁରୁଣା ନେତା ବର୍ତ୍ତମାନ ବିଧାୟକ ପ୍ରାର୍ଥୀ ହେବେ ବୋଲି ଆଶା ବାନ୍ଧି ବସିଛନ୍ତି। ସେମାନେ ନିଜ ନିଜ ଚିହ୍ନା ପରିଚୟ ମାଧ୍ୟମରେ ଲବି ମଧ୍ୟ କରୁଥିବାର ଜଣାପଡିଛି। ସବୁଠାରୁ ବଡ ଆଶା ଯିଏ ବାନ୍ଧିଛନ୍ତି ସେ ହେଲେ ପୂର୍ବତନ ବିଧାୟକ ରଘୁନାଥ ସାହୁ। ସେ ଟିକେଟ ପାଇବେ ବୋଲି ଗୋଡ ଟେକି ବସିଛନ୍ତି। ସେପଟେ ଏହି ଅଞ୍ଚଳର ମାନସ ମଙ୍ଗରାଜ ଯେ କି ବର୍ତ୍ତମାନ ରାଜ୍ୟସଭା ସାଂସଦ ଅଛନ୍ତି ସେ ମଧ୍ୟ କୁଆଡେ ଚିଲିକାରୁ…

Read More

ଭୁବନେଶ୍ଵର: ନବରାତ୍ରୀ ଉତ୍ସବରେ ଯାତ୍ରୀଙ୍କ ଅତିରିକ୍ତ ଭିଡ଼କୁ ଦୃଷ୍ଟିରେ ରଖି ରେଳ ମନ୍ତ୍ରଣାଳୟ ପକ୍ଷରୁ ନବରାତ୍ରୀ ସ୍ପେଶାଲ ଟ୍ରେନ ଚଳାଚଳ ପାଇଁ ସ୍ଥିର କରାଯାଇଅଛି। ଏହି ଟ୍ରେନ ଗୁଡିକ ହେଲା ଝାରସୁଗୁଡା-ଖୋର୍ଦ୍ଧା ରୋଡ-ଝାରସୁଗୁଡା ଏବଂ ବାଙ୍ଗିରିପୋଷି-ଖୋର୍ଦ୍ଧା ରୋଡ-ବାଙ୍ଗିରିପୋଷି ବିଶେଷ ଟ୍ରେନ। 08001/08002 ଝାରସୁଗୁଡ଼ା-ଖୋର୍ଦ୍ଧା ରୋଡ୍- ଝାରସୁଗୁଡ଼ା ନବରାତ୍ରି ସ୍ପେଶାଲ (ଗୋଟିଏ ଯୋଡ଼ା) 08001 ଝାରସୁଗୁଡ଼ା-ଖୋର୍ଦ୍ଧା ରୋଡ୍ ସ୍ୱତନ୍ତ୍ର ଟ୍ରେନଟି ଝାରସୁଗୁଡ଼ାରୁ 24.03.2023ରେ 1745ରେ ବାହାରି ପରଦିନ 0520ରେ ଖୋର୍ଦ୍ଧା ରୋଡ଼ ଠାରେ ପହଞ୍ଚିବ। ଫେରିବା ଦିଗରେ 08002 ଖୋର୍ଦ୍ଧା ରୋଡ୍ – ଝାରସୁଗୁଡ଼ା ସ୍ୱତନ୍ତ୍ର ଟ୍ରେନ ଖୋର୍ଦ୍ଧା ରୋଡ୍ ଠାରୁ 25.03.2013 ତାରିଖ 1900 ଘଟିକାରେ ବାହାରି ପରଦିନ 0750 ଘଟିକାରେ ଝାରସୁଗୁଡ଼ାରେ ପହଞ୍ଚିବ। ଏହି ସ୍ୱତନ୍ତ୍ର ଟ୍ରେନଟି ବାଗଡେହି, ବାମରା, ଗରପୋଷ, ରାଜଗାଙ୍ଗପୁର, ରାଉରକେଲା, ବିସ୍ରା, ମନୋହରପୁର, ଗୋଲକେରା, ଚକ୍ରଧରପୁର, ଚାଇବାସା, ଡଙ୍ଗୋଆପୋସି, ବଂଶପାଣି, କେନ୍ଦୁଝରଗଡ଼, ହରିଚନ୍ଦନପୁର, ସୁକିନ୍ଦା ରୋଡ୍, ଜଖପୁରା, କଟକ ଓ ଭୁବନେଶ୍ୱର ଷ୍ଟେସନ ମାନଙ୍କରେ ରହଣି…

Read More

ମେଷ: – ଆଜି ଲାଭ ସହିତ ବ୍ୟବସାୟ ପ୍ରତିଦ୍ୱନ୍ଦ୍ୱୀମାନେ ଶାନ୍ତ ରହିବେ। ମନ ଖୁସି ହେବ । ପିଲାମାନଙ୍କର ବିବାହ ପାଇଁ କରାଯାଇଥିବା ପ୍ରୟାସ ସଫଳ ହେବ। ତୁମର ଦାୟିତ୍ବ ବଢିବ। ଘରର ସୁଖ ପାଇବ। ଏଥି ସହିତ, ଅଳସୁଆ ଯୋଗୁଁ କାର୍ଯ୍ୟ ଅଧିକ ବିଳମ୍ବ କରିବ। ବୃଷ: – ଆପଣଙ୍କ କଥାବାର୍ତ୍ତା ଦ୍ୱାରା ଲୋକଙ୍କ ହୃଦୟ ଜିତିବ। ପିଲାମାନଙ୍କ ପାଇଁ ସମୟ ଅନୁକୂଳ ଅଟେ। ଲାଭ ସୁଯୋଗ ଆସିବ। ସାମାଜିକ କାର୍ଯ୍ୟ ସଫଳ ହେବେ। ଆପଣ ପରିବାର ସହିତ ଏକ ପାର୍ଟୀ-ପିକନିକ୍ ଉପଭୋଗ କରିବେ। ମିଥୁନ: – ଆଜି ପ୍ରେମ ସମ୍ବନ୍ଧରେ ଏକ ଅନୁକୂଳ ଦିନ ହେବ। ଆଜିର ଯାତ୍ରା ବିନିଯୋଗ ସଫଳ ହେବ। ଟଙ୍କା ପାଇବା ସହଜ ହେବ, ରିସ୍କ ନିଅ ନାହିଁ। ବ୍ୟବସାୟକୁ ବିସ୍ତାର କରିବା ପାଇଁ ପାଣ୍ଠି ସଂଗ୍ରହ କରିବ। କର୍କଟ : – ଆପଣ ଚାହିଁଲେ ବି ଅପଚୟ ବ୍ୟୟ ବୃଦ୍ଧି ପାଇବ। ସାମାନ୍ୟ…

Read More

 ଭୁବନେଶ୍ଵର: ଆଜି ଅପରାହ୍ନ ପ୍ରାୟ 02 ଘ.25 ମି. ସମୟରେ ପୂର୍ବତଟ ରେଳପଥ ଖୋର୍ଦ୍ଧା ରୋଡ଼ ରେଳ ମଣ୍ଡଳ ଅନ୍ତର୍ଗତ ହାଓଡ଼ା-ଚେନ୍ନାଇ ମୁଖ୍ୟ ରେଳ ମାର୍ଗରେ ଖୋର୍ଦ୍ଧା ରୋଡ଼ ଓ କାଇପଦର ମଧ୍ୟରେ କାଇପଦର ଷ୍ଟେସନ ୟାର୍ଡ଼ ଠାରେ ଏକ ପଣ୍ୟବାହୀ ଟ୍ରେନ୍ ଲାଇନ୍ଚ୍ୟୁତ ଯୋଗୁଁ ଟ୍ରେନ୍ ସେବାଗୁଡିକ ନିୟନ୍ତ୍ରଣ କରାଯାଇଥିଲା। କାଇପଦର ରୋଡରୁ ଖୋର୍ଦ୍ଧା ରୋଡ ପର୍ଯ୍ୟନ୍ତ ପ୍ୟାନେଲ ରେଳ ନେଇ ଆସୁଥିବା ପଣ୍ୟବାହୀ ଟ୍ରେନ କ୍ରସିଂ ଦେଇ ଯାଉଥିବା ବେଳେ ପଛ ଟ୍ରଲି ଖସିପଡିଥିଲା ଯାହାଦ୍ୱାରା ଉଭୟ ମାର୍ଗ ଅବରୋଧିତ ହୋଇଯାଇଥିଲା। ନିୟନ୍ତ୍ରିତ ହୋଇଥିବା ଟ୍ରେନ: A: ଅପରାହ୍ନ 3ଘ.25ମି.ରେ ଭୁବନେଶ୍ୱର ଛାଡିବାକୁ 11020 ଭୁବନେଶ୍ୱର-ମୁମ୍ବାଇ କୋଣାର୍କ ଏକ୍ସପ୍ରେସ ଭୁବନେଶ୍ୱରରେ ନିୟନ୍ତ୍ରଣ ହୋଇଥିଲା। B: 12703 ହାଓଡ଼ା-ସିକନ୍ଦରାବାଦ ଫଲକନାମା ଏକ୍ସପ୍ରେସ ଭୁବନେଶ୍ୱରରେ ନିୟନ୍ତ୍ରିତ ଥିଲା। C. 12868 ପଣ୍ଡିଚେରୀ-ହାଓଡ଼ା ସୁପର ଫାଷ୍ଟ କାଳୁପଡାଘାଟ ରେ ନିୟନ୍ତ୍ରିତ ଥିଲା। D. 12840 ଚେନ୍ନାଇ-ହାଓଡ଼ା ମେଲ୍ ୧କହିଲିକ ଷ୍ଟେସନ ଠାରେ ନିୟନ୍ତ୍ରିତ…

Read More

ଖୋର୍ଦ୍ଧା: ଖୋର୍ଦ୍ଧା ବୟନ ମଣ୍ଡଳ ଅନ୍ତର୍ଗତ ତାରାଦେବୀ ତନ୍ତୁବାୟ ସହଯୋଗ ସମିତି ଲିଃ, ସିକୋ ଆନୁକୁଲ୍ୟରେ ହସ୍ତତନ୍ତ କ୍ଷେତ୍ରରେ ନିୟୋଜିତ ବୁଣାକାର ଓ ଆନୁସଙ୍ଗିକ କର୍ମୀମାନଙ୍କ ନିମନ୍ତେ ସର୍ବଭାରତୀୟ ଚକ୍ଷୁସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସୁନେତ୍ର ଯୋଜନାରେ ଆଜି ଏକ ଚକ୍ଷୁ ପରୀକ୍ଷା ଶିବିର ବେଗୁନିଆଁ ବ୍ଲକର ହୀରାପୁର ପଞ୍ଚାୟତ କାର୍ଯ୍ୟାଳୟଠାରେ ସହକାରୀ ବୟନ ଶିଳ୍ପ ନିର୍ଦ୍ଦେଶକ, ଖୋର୍ଦ୍ଧାଙ୍କ ସହଯୋଗିତାରେ ଆୟୋଜନ ହୋଇଯାଇଅଛି। ଉକ୍ତ ଶିବିରରେ ସ୍ଥାନୀୟ ଅଞ୍ଚଳର ସିକୋ, ହଜ, ହୀରାପୁର, ରାୟମୂଳ ପାଟଣା, ଗୌଡିଆପଡା, ଖଡିପଦର, ଛତ୍ରପଡା, କଲରାଝର, ମୁକ୍ତାପୁର ଆଦି ଗ୍ରାମର ହସ୍ତତନ୍ତ କ୍ଷେତ୍ରରେ ନିୟୋଜିତ ବୁଣାକାର ତଥା ଆନୁସଙ୍ଗିକ ୨୦୨ ଜଣ କର୍ମୀ ନିଜର ନାମ ପଞ୍ଜୀକରଣ କରାଇ ଚକ୍ଷୁ ପରୀକ୍ଷାର ସୁଯୋଗ ନେଇଥିଲେ। ସେମାନଙ୍କ ମଧ୍ୟରୁ ୧୮୧ ଜଣ ହିତାଧିକାରୀ ଜିଲ୍ଲା ମୂଖ୍ୟ ଚିକିତ୍ସାଳୟରୁ ଆସିଥିବା ଚକ୍ଷୁ ଚିକିତ୍ସକଙ୍କ ଦ୍ଵାରା ଚକ୍ଷୁ ପରୀକ୍ଷା କରାଇଛନ୍ତି। ତନ୍ମମଧ୍ୟରୁ ୧୨୧ ଜଣ ବୁଣାକାର ଚଷମା ପାଇବା ପାଇଁ…

Read More

ସୀତାରାମ ଅଗ୍ରୱାଲ ନାଚୁଣୀ: ଖୋର୍ଦ୍ଧା ଜିଲ୍ଲା ନାଚୁଣୀ ଥାନା ଅଧିନସ୍ଥ ଗମ୍ଭାରୀମୁଣ୍ଡା ପୋଲିସ ବିଟ ହାଉସରୁ ଆଜି ଏକ ମୋଟର ସାଇକେଲ ଚୋରି ହୋଇଯାଇଥିବା ଖବର ହସ୍ତଗତ ହୋଇଛି। ପ୍ରକାଶ ଥାଉକି ନାଚୁଣୀ ଫାଣ୍ଡିରୁ ଥାନାରେ ରୂପାନ୍ତରିତ ହେଲାପରେ ଥାନା ଅଧିକାରୀ ଉକ୍ତ ଅଂଚଳରେ ଚଢ଼ାଉ ଜାରିରଖି ବିଭିନ୍ନ ପ୍ରକାର ଅପରାଧ ରୋକିବାରେ ଲାଗିପଡିଛନ୍ତି। କିନ୍ତୁ ଆଜି ଗମ୍ଭାରୀମୁଣ୍ଡା ବିଟ ହାଉସ ଭିତରୁ ବାଇକ ଚୋରି ପରେ ପୋଲିସକୁ ଲୁଟେରାମାନେ ଖୋଲା ଚାଲେଞ୍ଜ ଦେଇଛନ୍ତି। ଉକ୍ତ ବାଇକଟି ଜଣେ ପୋଲିସ ବାବୁଙ୍କର ବୋଲି ଜଣାପଡିଛି। ପରେ ପୋଲିସ ଉକ୍ତ ଅଞ୍ଚଳରେ ଦୁର୍ବୁତ୍ତକୁ ଧରିବାକୁ ଜୋରଦାର ଚଢ଼ାଉ ଜାରି ରଖିଥିବା ବେଳେ ବାଇକଟି ବିଟ ହାଉସ ବାହାରେ ଥିବାରୁ ଦୁର୍ବୁତ୍ତ ସହଜରେ ଚୋରି କରିନେଇଥିବା ଥାନା ଅଧିକାରୀ ଚନ୍ଦ୍ରଶେଖର ଜେନା କହିଛନ୍ତି। ବିଗତ ଦିନରେ ଉକ୍ତ ଅଂଚଳରୁ ପୋଲିସ ବହୁ ଚୋରା ବାଇକ ଜବତ ସହ ଦୁର୍ବୁତ୍ତକୁ ଗିରଫ କରିଥିବା ବେଳେ ଆଜି…

Read More

ଭୁବନେଶ୍ବର:  ଗୋଟିଏ ଯିବା ପରେ ପୁଣି ଆସୁଛି ଆଉ ଏକ ପଶ୍ଚିମାଝଡ଼। ଏ ନେଇ ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଭାଗ ତରଫରୁ ସତର୍କ କରାଇଛି। ଏହାଦ୍ବାରା ରାଜ୍ୟର ବିଭିନ୍ନ ଜିଲ୍ଲାରେ ୨୬ ତାରିଖରୁ ପଶ୍ଚିମା ଝଡ-ପ୍ରଭାବ ପଡିବ। ଫଳରେ ଝଡବର୍ଷା ହେବାର ସମ୍ଭାବନା ରହିଛି ବୋଲି କୁହାଯାଇଛି। ଏଥିସହିତ ବିଜୁଳି ଘଡଘଡି ସହ ବର୍ଷା ଏବଂ ଝଡ-ପବନ ହେବ। ଘଣ୍ଟା ପ୍ରତି ୩୦ ରୁ ୪୦ କିମି ପବନ ପ୍ରବାହିତ ହେବାର ସମ୍ଭାବନା ରହିଛି। ସେହିପରି ୨୭ ତାରିଖରୁ ବର୍ଷାର ପରିମାଣ ବଢିବ। ୨୭ ତାରିଖରେ ୧୧ଟି ଉପକୂଳ ଜିଲ୍ଲା ପ୍ରଭାବିତ ହେବ। ସେହିପରି ପାର୍ଶ୍ଵବର୍ତ୍ତୀ ଜିଲ୍ଲାଗୁଡିକରେ ଝଡ ପବନ ଏବଂ ବିଜୁଳି ଘଡଘଡି ଜାରି ରହିବ ।

Read More

ଭୁବନେଶ୍ୱର:ଆଜି ରାହୁଳ ଗାନ୍ଧୀଙ୍କୁ ଗୁଜୁରାଟ କୋର୍ଟ ଦୁଇ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇବା ଓ ବେଲ ମିଳିଛି। ଏହି ଘଟଣାକୁ ନେଇ ସାରା ଭାରତରେ କଂଗ୍ରେସ ତରଫରୁ ପ୍ରତିବାଦ ସଭା କରାଯାଇଛି। କେନ୍ଦ୍ର ସରକାର ଜାଣିଶୁଣି ରାହୁଳ ଗାନ୍ଧୀ ହଇରାଣ କରୁଛନ୍ତି ବୋଲି କଂଗ୍ରେସ ଏହାର ପ୍ରତିବାଦ କରିଛି। ଏଥିସହିତ ରାହୁଳଙ୍କୁ ପୂର୍ଣ୍ଣ ସମର୍ଥନ ଜଣାଇଛି କଂଗ୍ରେସ। ଆଜି ଭୁବନେଶ୍ବରର ମାଷ୍ଟର କ୍ୟାଣ୍ଟିନ ଠାରେ ସଭାପତି ଶରତ ପଟ୍ଟନାୟକଙ୍କ ନେତୃତ୍ବରେ ଏହି ପ୍ରତିବାଦ ସଭା କରାଯାଇଛି। ଏଥିରେ କୁହାଯାଇଛି ଯେ, କୌଣସି ପରିସ୍ଥିତିରେ ବି ରାହୁଲ ଗାନ୍ଧୀ ଦେଶ ବିରୋଧି ଶକ୍ତିଙ୍କ ସାମନାରେ ମୁଣ୍ଡ ନୁଆଁଇବେ ନାହିଁ। ଏହି ପ୍ରତିବାଦ ସଭାରେ ପୂର୍ବତନ କଂଗ୍ରେସ ସଭାପତି ପ୍ରସାଦ ହରିଚନ୍ଦନ, ସୁରେଶ କୁମାର ରାଉତରାୟ, ଦାସରଥି ଗମାଙ୍ଗ, ଜଗନ୍ନାଥ ପଟ୍ଟନାୟକ, ଶିବାନନ୍ଦ ରାୟ, ଗଣେଶ୍ୱର ବେହେରା, ଶୁଭେନ୍ଦୁ ମହାନ୍ତି, ଲଲାଟେନ୍ଦୁ ମହାପାତ୍ର, ଯୁଧିଷ୍ଠିର ଜେନା, ମନୋରଞ୍ଜନ ଦାଶ, ସୁରେଶ ମହାପାତ୍ର, ଚିନ୍ମୟ ପ୍ରସାଦ…

Read More

ନୂଆଦିଲ୍ଲୀ: କଂଗ୍ରେସ ନେତା ନବଜୋତ ସିଂ ସିଦ୍ଧୁଙ୍କ ପତ୍ନୀ ନବଜୋତ କୌର କର୍କଟ ରୋଗରେ ପୀଡିତ। ସୂଚନା ଅନୁଯାୟୀ, ତାଙ୍କର ଦ୍ୱିତୀୟ ପର୍ଯ୍ୟାୟର କର୍କଟ ରୋଗ ହୋଇଛି। ସେ ତାଙ୍କ ଚିକିତ୍ସା ଖବର ନିଜ ଟ୍ୱିଟର ହ୍ୟାଣ୍ଡେଲରେ ସେୟାର କରିଛନ୍ତି ଏବଂ ଲେଖିଛନ୍ତି ଯେ ସେ (ନବଜୋତ ସିଂ ସିଦ୍ଧୁ) ସେହି ଅପରାଧ ପାଇଁ ଜେଲରେ ଅଛନ୍ତି, ଯାହା ସେ କରିନାହାନ୍ତି। ସେ ତାଙ୍କ ସ୍ୱାମୀଙ୍କ ପାଇଁ ପ୍ରତିଦିନ ଅପେକ୍ଷା କରିଛନ୍ତି, ଯିଏ ତାଙ୍କଠାରୁ ଅଧିକ ଯନ୍ତ୍ରଣା ଭୋଗୁଛନ୍ତି। ସେହି ଅପରାଧରେ ଜଡିତ ସମସ୍ତ ଲୋକଙ୍କୁ କ୍ଷମା କରାଯିବା ଉଚିତ୍। ପ୍ରତିଦିନ ତୁମକୁ ଅପେକ୍ଷା କରିବା ବୋଧହୁଏ ଅଧିକ କଷ୍ଟ ଦିଏ। ଅନ୍ୟ ଏକ ଟ୍ୱିଟରେ ସେ ଲେଖିଛନ୍ତି ଯେ, ମୁଁ ତୁମକୁ ବାରମ୍ବାର ନ୍ୟାୟ ପାଇବାରୁ ବଞ୍ଚିତ ହେଉଥିବା ଦେଖୁଛି। ସତ୍ୟ ଶକ୍ତିଶାଳୀ କିନ୍ତୁ ଏହା ତୁମକୁ ବାରମ୍ବାର ପରୀକ୍ଷା କରେ। କିନ୍ତୁ ମୁଁ ଦୁଃଖିତ, ମୁଁ ତୁମକୁ ଅଧିକ…

Read More

ଲକ୍ଷ୍ନୌ: ସମାଜବାଦୀ ପାର୍ଟି ସଭାପତି ଅଖିଳେଶ ଯାଦବ କହିଛନ୍ତି ଯେ, ବିରୋଧୀ ଦଳର ଶକ୍ତିକୁ ବିଜେପି ଭୟ କରୁଛି। କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଦିଆଯାଇଥିବା ଦୁଇ ବର୍ଷର ଦଣ୍ଡ ମାମଲାରେ ସେ ଏହି ବୟାନ ଦେଇଛନ୍ତି। ସେ କହିଛନ୍ତି ଯେ, ଛୋଟ ଛୋଟ ମାମଲାରେ ବିରୋଧୀଙ୍କୁ ଫସାଇ ନିଜର ରାଜନୈତିକ ଲାଭ ଉଠାଇବା ପାଇଁ ବିଜେପି ପ୍ରୟାସ କରୁଛି। ଏସପି ସଭାପତି ଟୁଇଟ୍ କରି କହିଛନ୍ତି ଯେ, ଦେଶର ମାନହାନୀ, ଜନସାଧାରଣଙ୍କ ମାନହାନୀ, ସୌହାର୍ଦ୍ଦ୍ୟର ମାନହାନୀ, ସମ୍ବିଧାନର ମାନହାନୀ, ଅର୍ଥନୀତିର ମାନହାନୀ। ବିଜେପି ବିରୋଧରେ କେତେ ପ୍ରକାରର ମାନହାନି ମକଦ୍ଦମା ଦାୟର କରାଯିବା ଉଚିତ ତାହା ଜାଣିନି। ଛୋଟ ମାମଲାରେ ବିରୋଧୀଙ୍କୁ ଜଡିତ କରି ନିଜର ରାଜନୈତିକ ଭବିଷ୍ୟତକୁ ସୁରକ୍ଷିତ ରଖିଥିବା ବିଜେପି ବିରୋଧୀ ଦଳର ଶକ୍ତିକୁ ଭୟ କରୁଛି। ଯାଦବ ଏହି ଟୁଇଟ୍ କରି କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ମଧ୍ୟ ଟ୍ୟାଗ୍ କରିଛନ୍ତି। ଉଲ୍ଲେଖନୀୟ କଥା ହେଉଛି,…

Read More

କନ୍ଦର୍ପ ବେହେରା ରେଢାଖୋଲ: ନାକଟିଦେଉଳ ବ୍ଲକ୍‌ରେ ଦିନକୁ ଦିନ କେନ୍ଦୁପତ୍ର, ଗଞେଇ, ଅଫିମ ଚୋରା ବେପାରୀଙ୍କ ପ୍ରାର୍ଦୁଭାବ ବଢିବାରେ ଲାଗିଛି। ଚୋରା ବେପାରୀମାନେ ପୋଲିସ୍ ଓ ବନବିଭାଗର ଆଖିରେ ଧୂଳିଦେଇ ଖୁଲମ୍ ଖୁଲା ଅନାୟାସରେ ଏହି ବେପାର କରିଚାଲିଛନ୍ତି। ବେଳେବେଳେ ପୋଲିସ୍ କି ବନବିଭାଗ ସେମାନଙ୍କର ଟେର୍ ମଧ୍ୟ ପାଇପାରୁନାହିଁ। ନାକଟିଦେଉଳ ଥାନା କୁଞାମୁରା ଗ୍ରାମ ନିକଟରୁ ପୋଲିସ୍ ଏକ ଟାଟା ଏସିରୁ ୧୧୦ ବଣ୍ଡଲ କେନ୍ଦୁପତ୍ର ଜବତ କରିବା ସହ ୪ ଜଣଙ୍କୁ ଗିରଫ କରିବାରେ ସଫଳ ହୋଇଥିବା ବନବିଭାଗ ସୂତ୍ରରୁ ପ୍ରକାଶ ପ୍ରକାଶ ଯେ, ନାକଟିଦେଉଳ ରେଞ କୁଞାମୁରା ନିକଟରୁ ଚୋରାରେ କେନ୍ଦୁପତ୍ର ଚାଲାଣ ହେଉଥିବା ପୋଲିସ୍ କୌଣସି ସୂତ୍ରରୁ ଖବର ପାଇ ଚଢଉ କରିଥିଲେ। ଟାଟା ଏସିରୁ ପୋଲିସ୍ ୧୧୦ ବଣ୍ଡଲ କେନ୍ଦୁପତ୍ର ଜବତ କରିବାରେ ସକ୍ଷମ ହୋଇଥିବା ବେଳେ ଏଥିରେ ସଂପୃକ୍ତ ଥିବା ୪ ଜଣଙ୍କୁ ଗିରଫ କରିଛି। ସେମାନଙ୍କ ପାଖରୁ ଏକ ପ୍ଲାଟିନା ମୋଟର…

Read More

ଭୁବନେଶ୍ୱର: ଓଡିଶାର ବିଦ୍ୟୁତ ଉପଭୋକ୍ତାଙ୍କ ପାଇଁ ଖୁସି ଖବର ମିଳିଛି। ଚଳିତ ବର୍ଷ ଓଡ଼ିଶା ବିଦ୍ୟୁତ୍ ନିୟାମକ ଆୟୋଗ ବିଦ୍ୟୁତ ଦର ଅପରିବର୍ତ୍ତିତ ରଖିଛି। ୨୦୨୩-୨୪ ଆର୍ଥିକ ବର୍ଷ ଲାଗି ଘରୋଇ ଉପଭୋକ୍ତାଙ୍କ ପାଇଁ ବିଦ୍ୟୁତ୍ ଦର କୌଣସି ପରିବର୍ତ୍ତନ କରାଯାଇନାହିଁ। ଏନେଇ ଓଇଆସି ପକ୍ଷରୁ ସୂଚନା ଦିଆଯାଇଛି। ପୂର୍ବଭଳି ପ୍ରଥମ ୫୦ ୟୁନିଟ ପାଇଁ ୩ ଟଙ୍କା, ୫୦ ରୁ ୨୦୦ ୟୁନିଟ ପାଇଁ ୪ ଟଙ୍କା ୮୦ ପଇସା, ୨୦୦ ରୁ ୪୦୦ ୟୁନିଟ ପାଇଁ ୫.୮୦ ପଇସା ଏବଂ ୪୦୦ ରୁ ଅଧିକ ୟୁନିଟ ପାଇଁ ୬.୨୦ ପଇସା ରହିଛି। ସେହିପରି ଶୀତଳ ଭଣ୍ଡାରରେ ଚାଷୀଙ୍କ ପାଇଁ ୟୁନିଟ ପିଛା ୧ ଟଙ୍କା ୬୦ ପଇସା ରିହାତି ଦିଆଯାଇଛି। ପୂର୍ବରୁ ଏହା ୪ ଟଙ୍କା ୬୦ ଥିବା ବେଳେ ଏବେ ୩ ଟଙ୍କା ଦେବାକୁ ହେବ। ସେହିପରି ସାଧାରଣ ଉପଭୋକ୍ତା ଡିଜିଟାଲ ମୋଡ଼ରେ ପେମେଣ୍ଟ କଲେ ୪…

Read More

ନୂଆଦିଲ୍ଲୀ: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜର ଶେଷ ମ୍ୟାଚ୍ ଗତକାଲି ଚେନ୍ନାଇରେ ଖେଳାଯାଇଥିଲା। ଟିମ୍ ଇଣ୍ଡିଆକୁ ଏଠାରେ ୨୧ ରନ୍ ରେ ପରାଜୟର ସମ୍ମୁଖୀନ ହେବାକୁ ପଡିଲା। ଭାରତ ପ୍ରଥମ ମ୍ୟାଚ୍ ଜିତିଥିବା ବେଳେ ଅଷ୍ଟ୍ରେଲିଆ ଶେଷ ଦୁଇଟି ମ୍ୟାଚ୍ ଜିତି ସିରିଜ୍ କୁ ୨-୧ ରେ କବଜା କରିଥିଲା। ଅଷ୍ଟ୍ରେଲିଆ ବିପକ୍ଷରେ ଖେଳାଯାଇଥିବା ଦିନିକିଆ ସିରିଜ ପରେ ଭାରତୀୟ ଦଳ ଅନ୍ତର୍ଜାତୀୟ କ୍ରିକେଟରୁ ବିରତି ପାଇବାକୁ ଯାଉଛି। ଟିମ୍ ଇଣ୍ଡିଆ ଖେଳାଳିମାନେ ବର୍ତ୍ତମାନ ଇଣ୍ଡିଆନ୍ ପ୍ରିମିୟର ଲିଗରେ ନିଜ ନିଜ ଫ୍ରାଞ୍ଚାଇଜ୍ ଦଳ ତରଫରୁ ଖେଳୁଥିବା ଦେଖିବାକୁ ମିଳିବେ। ଏଥର ଆଇପିଏଲ ମାର୍ଚ୍ଚ ୩୧ ତାରିଖରୁ ଆରମ୍ଭ ହେବାକୁ ଯାଉଛି ଏବଂ ଫାଇନାଲ ମ୍ୟାଚ୍ ମେ ୨୧ ତାରିଖରେ ଖେଳାଯିବ। ଟିମ୍ ଇଣ୍ଡିଆ ବର୍ତ୍ତମାନ ଟି-୨୦ ଏବଂ ପରେ ଦିନିକିଆ ଫର୍ମାଟ୍ ପୂର୍ବରୁ ଟେଷ୍ଟ ମ୍ୟାଚ୍ ଖେଳିବାକୁ ଯାଉଛି। ଭାରତୀୟ ଖେଳାଳିମାନେ…

Read More

ଭୁବନେଶ୍ବର: ପଶ୍ଚିମ ବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆଜି ଅପରାହ୍ନରେ ନବୀନ ନିବାସ ଠାରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଙ୍କୁ ସାକ୍ଷାତ କରିଛନ୍ତି। ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ତାଙ୍କୁ ମହା ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଅଙ୍ଗ ବସ୍ତ୍ର ଦେଇ ସ୍ବାଗତ କରିବା ସହିତ ତିନି ରଥର କାଠ ତିଆରି ପ୍ରତିକୃତି ଉପହାର ଆକାରରେ ପ୍ରଦାନ କରିଥଲେ। ମୁଖ୍ୟମନ୍ତ୍ରୀ ଏହା ସହିତ ରୂପା ତାରକସିର କାରୁକାର୍ଯ୍ୟ ଓ ଛେନାପୋଡ଼ ମଧ୍ଯ ଉପହାର ଦେଇଥିଲେ। ଏହି ଅବସରରେ ପଶ୍ଚିମ ବଙ୍ଗ ଜନସାଧାରଣ ଙ୍କ ପ୍ରତି ସଦିଚ୍ଛା ସ୍ଵରୂପ ମୁଖ୍ୟମନ୍ତ୍ରୀ ପୁରୀରେ ଅତିଥି ଭବନ ନିର୍ମାଣ ପାଇଁ ଓଡିଶା ବାସୀଙ୍କ ପକ୍ଷରୁ ପଶ୍ଚିମବଙ୍ଗ ସରକାରଙ୍କୁ ଦୁଇ ଏକର ଜମି ଉପହାର୍ ସ୍ଵରୂପ ଦେଇଥିଲେ। ପଶ୍ଚିମ ବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକଙ୍କୁ ବିଶ୍ଵ ବାଂଲା ଦ୍ଵାରା ପ୍ରସ୍ତୁତ ଏକ ସାଲ ଉପହାର ଦେଇଥିଲେ। ଏହା ସହିତ ବିଜୁ ବାବୁ ଓ ଜ୍ଞାନ…

Read More