ଭୁବନେଶ୍ଵର: ଆଜି ଅପରାହ୍ନ ପ୍ରାୟ 02 ଘ.25 ମି. ସମୟରେ ପୂର୍ବତଟ ରେଳପଥ ଖୋର୍ଦ୍ଧା ରୋଡ଼ ରେଳ ମଣ୍ଡଳ ଅନ୍ତର୍ଗତ ହାଓଡ଼ା-ଚେନ୍ନାଇ ମୁଖ୍ୟ ରେଳ ମାର୍ଗରେ ଖୋର୍ଦ୍ଧା ରୋଡ଼ ଓ କାଇପଦର ମଧ୍ୟରେ କାଇପଦର ଷ୍ଟେସନ ୟାର୍ଡ଼ ଠାରେ ଏକ ପଣ୍ୟବାହୀ ଟ୍ରେନ୍ ଲାଇନ୍ଚ୍ୟୁତ ଯୋଗୁଁ ଟ୍ରେନ୍ ସେବାଗୁଡିକ ନିୟନ୍ତ୍ରଣ କରାଯାଇଥିଲା। କାଇପଦର ରୋଡରୁ ଖୋର୍ଦ୍ଧା ରୋଡ ପର୍ଯ୍ୟନ୍ତ ପ୍ୟାନେଲ ରେଳ ନେଇ ଆସୁଥିବା ପଣ୍ୟବାହୀ ଟ୍ରେନ କ୍ରସିଂ ଦେଇ ଯାଉଥିବା ବେଳେ ପଛ ଟ୍ରଲି ଖସିପଡିଥିଲା ଯାହାଦ୍ୱାରା ଉଭୟ ମାର୍ଗ ଅବରୋଧିତ ହୋଇଯାଇଥିଲା। ନିୟନ୍ତ୍ରିତ ହୋଇଥିବା ଟ୍ରେନ: A: ଅପରାହ୍ନ 3ଘ.25ମି.ରେ ଭୁବନେଶ୍ୱର ଛାଡିବାକୁ 11020 ଭୁବନେଶ୍ୱର-ମୁମ୍ବାଇ କୋଣାର୍କ ଏକ୍ସପ୍ରେସ ଭୁବନେଶ୍ୱରରେ ନିୟନ୍ତ୍ରଣ ହୋଇଥିଲା। B: 12703 ହାଓଡ଼ା-ସିକନ୍ଦରାବାଦ ଫଲକନାମା ଏକ୍ସପ୍ରେସ ଭୁବନେଶ୍ୱରରେ ନିୟନ୍ତ୍ରିତ ଥିଲା। C. 12868 ପଣ୍ଡିଚେରୀ-ହାଓଡ଼ା ସୁପର ଫାଷ୍ଟ କାଳୁପଡାଘାଟ ରେ ନିୟନ୍ତ୍ରିତ ଥିଲା। D. 12840 ଚେନ୍ନାଇ-ହାଓଡ଼ା ମେଲ୍ ୧କହିଲିକ ଷ୍ଟେସନ ଠାରେ ନିୟନ୍ତ୍ରିତ…
Author: Samikhsya Bureau
ଖୋର୍ଦ୍ଧା: ଖୋର୍ଦ୍ଧା ବୟନ ମଣ୍ଡଳ ଅନ୍ତର୍ଗତ ତାରାଦେବୀ ତନ୍ତୁବାୟ ସହଯୋଗ ସମିତି ଲିଃ, ସିକୋ ଆନୁକୁଲ୍ୟରେ ହସ୍ତତନ୍ତ କ୍ଷେତ୍ରରେ ନିୟୋଜିତ ବୁଣାକାର ଓ ଆନୁସଙ୍ଗିକ କର୍ମୀମାନଙ୍କ ନିମନ୍ତେ ସର୍ବଭାରତୀୟ ଚକ୍ଷୁସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସୁନେତ୍ର ଯୋଜନାରେ ଆଜି ଏକ ଚକ୍ଷୁ ପରୀକ୍ଷା ଶିବିର ବେଗୁନିଆଁ ବ୍ଲକର ହୀରାପୁର ପଞ୍ଚାୟତ କାର୍ଯ୍ୟାଳୟଠାରେ ସହକାରୀ ବୟନ ଶିଳ୍ପ ନିର୍ଦ୍ଦେଶକ, ଖୋର୍ଦ୍ଧାଙ୍କ ସହଯୋଗିତାରେ ଆୟୋଜନ ହୋଇଯାଇଅଛି। ଉକ୍ତ ଶିବିରରେ ସ୍ଥାନୀୟ ଅଞ୍ଚଳର ସିକୋ, ହଜ, ହୀରାପୁର, ରାୟମୂଳ ପାଟଣା, ଗୌଡିଆପଡା, ଖଡିପଦର, ଛତ୍ରପଡା, କଲରାଝର, ମୁକ୍ତାପୁର ଆଦି ଗ୍ରାମର ହସ୍ତତନ୍ତ କ୍ଷେତ୍ରରେ ନିୟୋଜିତ ବୁଣାକାର ତଥା ଆନୁସଙ୍ଗିକ ୨୦୨ ଜଣ କର୍ମୀ ନିଜର ନାମ ପଞ୍ଜୀକରଣ କରାଇ ଚକ୍ଷୁ ପରୀକ୍ଷାର ସୁଯୋଗ ନେଇଥିଲେ। ସେମାନଙ୍କ ମଧ୍ୟରୁ ୧୮୧ ଜଣ ହିତାଧିକାରୀ ଜିଲ୍ଲା ମୂଖ୍ୟ ଚିକିତ୍ସାଳୟରୁ ଆସିଥିବା ଚକ୍ଷୁ ଚିକିତ୍ସକଙ୍କ ଦ୍ଵାରା ଚକ୍ଷୁ ପରୀକ୍ଷା କରାଇଛନ୍ତି। ତନ୍ମମଧ୍ୟରୁ ୧୨୧ ଜଣ ବୁଣାକାର ଚଷମା ପାଇବା ପାଇଁ…
ସୀତାରାମ ଅଗ୍ରୱାଲ ନାଚୁଣୀ: ଖୋର୍ଦ୍ଧା ଜିଲ୍ଲା ନାଚୁଣୀ ଥାନା ଅଧିନସ୍ଥ ଗମ୍ଭାରୀମୁଣ୍ଡା ପୋଲିସ ବିଟ ହାଉସରୁ ଆଜି ଏକ ମୋଟର ସାଇକେଲ ଚୋରି ହୋଇଯାଇଥିବା ଖବର ହସ୍ତଗତ ହୋଇଛି। ପ୍ରକାଶ ଥାଉକି ନାଚୁଣୀ ଫାଣ୍ଡିରୁ ଥାନାରେ ରୂପାନ୍ତରିତ ହେଲାପରେ ଥାନା ଅଧିକାରୀ ଉକ୍ତ ଅଂଚଳରେ ଚଢ଼ାଉ ଜାରିରଖି ବିଭିନ୍ନ ପ୍ରକାର ଅପରାଧ ରୋକିବାରେ ଲାଗିପଡିଛନ୍ତି। କିନ୍ତୁ ଆଜି ଗମ୍ଭାରୀମୁଣ୍ଡା ବିଟ ହାଉସ ଭିତରୁ ବାଇକ ଚୋରି ପରେ ପୋଲିସକୁ ଲୁଟେରାମାନେ ଖୋଲା ଚାଲେଞ୍ଜ ଦେଇଛନ୍ତି। ଉକ୍ତ ବାଇକଟି ଜଣେ ପୋଲିସ ବାବୁଙ୍କର ବୋଲି ଜଣାପଡିଛି। ପରେ ପୋଲିସ ଉକ୍ତ ଅଞ୍ଚଳରେ ଦୁର୍ବୁତ୍ତକୁ ଧରିବାକୁ ଜୋରଦାର ଚଢ଼ାଉ ଜାରି ରଖିଥିବା ବେଳେ ବାଇକଟି ବିଟ ହାଉସ ବାହାରେ ଥିବାରୁ ଦୁର୍ବୁତ୍ତ ସହଜରେ ଚୋରି କରିନେଇଥିବା ଥାନା ଅଧିକାରୀ ଚନ୍ଦ୍ରଶେଖର ଜେନା କହିଛନ୍ତି। ବିଗତ ଦିନରେ ଉକ୍ତ ଅଂଚଳରୁ ପୋଲିସ ବହୁ ଚୋରା ବାଇକ ଜବତ ସହ ଦୁର୍ବୁତ୍ତକୁ ଗିରଫ କରିଥିବା ବେଳେ ଆଜି…
ଭୁବନେଶ୍ବର: ଗୋଟିଏ ଯିବା ପରେ ପୁଣି ଆସୁଛି ଆଉ ଏକ ପଶ୍ଚିମାଝଡ଼। ଏ ନେଇ ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଭାଗ ତରଫରୁ ସତର୍କ କରାଇଛି। ଏହାଦ୍ବାରା ରାଜ୍ୟର ବିଭିନ୍ନ ଜିଲ୍ଲାରେ ୨୬ ତାରିଖରୁ ପଶ୍ଚିମା ଝଡ-ପ୍ରଭାବ ପଡିବ। ଫଳରେ ଝଡବର୍ଷା ହେବାର ସମ୍ଭାବନା ରହିଛି ବୋଲି କୁହାଯାଇଛି। ଏଥିସହିତ ବିଜୁଳି ଘଡଘଡି ସହ ବର୍ଷା ଏବଂ ଝଡ-ପବନ ହେବ। ଘଣ୍ଟା ପ୍ରତି ୩୦ ରୁ ୪୦ କିମି ପବନ ପ୍ରବାହିତ ହେବାର ସମ୍ଭାବନା ରହିଛି। ସେହିପରି ୨୭ ତାରିଖରୁ ବର୍ଷାର ପରିମାଣ ବଢିବ। ୨୭ ତାରିଖରେ ୧୧ଟି ଉପକୂଳ ଜିଲ୍ଲା ପ୍ରଭାବିତ ହେବ। ସେହିପରି ପାର୍ଶ୍ଵବର୍ତ୍ତୀ ଜିଲ୍ଲାଗୁଡିକରେ ଝଡ ପବନ ଏବଂ ବିଜୁଳି ଘଡଘଡି ଜାରି ରହିବ ।
ଭୁବନେଶ୍ୱର:ଆଜି ରାହୁଳ ଗାନ୍ଧୀଙ୍କୁ ଗୁଜୁରାଟ କୋର୍ଟ ଦୁଇ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇବା ଓ ବେଲ ମିଳିଛି। ଏହି ଘଟଣାକୁ ନେଇ ସାରା ଭାରତରେ କଂଗ୍ରେସ ତରଫରୁ ପ୍ରତିବାଦ ସଭା କରାଯାଇଛି। କେନ୍ଦ୍ର ସରକାର ଜାଣିଶୁଣି ରାହୁଳ ଗାନ୍ଧୀ ହଇରାଣ କରୁଛନ୍ତି ବୋଲି କଂଗ୍ରେସ ଏହାର ପ୍ରତିବାଦ କରିଛି। ଏଥିସହିତ ରାହୁଳଙ୍କୁ ପୂର୍ଣ୍ଣ ସମର୍ଥନ ଜଣାଇଛି କଂଗ୍ରେସ। ଆଜି ଭୁବନେଶ୍ବରର ମାଷ୍ଟର କ୍ୟାଣ୍ଟିନ ଠାରେ ସଭାପତି ଶରତ ପଟ୍ଟନାୟକଙ୍କ ନେତୃତ୍ବରେ ଏହି ପ୍ରତିବାଦ ସଭା କରାଯାଇଛି। ଏଥିରେ କୁହାଯାଇଛି ଯେ, କୌଣସି ପରିସ୍ଥିତିରେ ବି ରାହୁଲ ଗାନ୍ଧୀ ଦେଶ ବିରୋଧି ଶକ୍ତିଙ୍କ ସାମନାରେ ମୁଣ୍ଡ ନୁଆଁଇବେ ନାହିଁ। ଏହି ପ୍ରତିବାଦ ସଭାରେ ପୂର୍ବତନ କଂଗ୍ରେସ ସଭାପତି ପ୍ରସାଦ ହରିଚନ୍ଦନ, ସୁରେଶ କୁମାର ରାଉତରାୟ, ଦାସରଥି ଗମାଙ୍ଗ, ଜଗନ୍ନାଥ ପଟ୍ଟନାୟକ, ଶିବାନନ୍ଦ ରାୟ, ଗଣେଶ୍ୱର ବେହେରା, ଶୁଭେନ୍ଦୁ ମହାନ୍ତି, ଲଲାଟେନ୍ଦୁ ମହାପାତ୍ର, ଯୁଧିଷ୍ଠିର ଜେନା, ମନୋରଞ୍ଜନ ଦାଶ, ସୁରେଶ ମହାପାତ୍ର, ଚିନ୍ମୟ ପ୍ରସାଦ…
ନୂଆଦିଲ୍ଲୀ: କଂଗ୍ରେସ ନେତା ନବଜୋତ ସିଂ ସିଦ୍ଧୁଙ୍କ ପତ୍ନୀ ନବଜୋତ କୌର କର୍କଟ ରୋଗରେ ପୀଡିତ। ସୂଚନା ଅନୁଯାୟୀ, ତାଙ୍କର ଦ୍ୱିତୀୟ ପର୍ଯ୍ୟାୟର କର୍କଟ ରୋଗ ହୋଇଛି। ସେ ତାଙ୍କ ଚିକିତ୍ସା ଖବର ନିଜ ଟ୍ୱିଟର ହ୍ୟାଣ୍ଡେଲରେ ସେୟାର କରିଛନ୍ତି ଏବଂ ଲେଖିଛନ୍ତି ଯେ ସେ (ନବଜୋତ ସିଂ ସିଦ୍ଧୁ) ସେହି ଅପରାଧ ପାଇଁ ଜେଲରେ ଅଛନ୍ତି, ଯାହା ସେ କରିନାହାନ୍ତି। ସେ ତାଙ୍କ ସ୍ୱାମୀଙ୍କ ପାଇଁ ପ୍ରତିଦିନ ଅପେକ୍ଷା କରିଛନ୍ତି, ଯିଏ ତାଙ୍କଠାରୁ ଅଧିକ ଯନ୍ତ୍ରଣା ଭୋଗୁଛନ୍ତି। ସେହି ଅପରାଧରେ ଜଡିତ ସମସ୍ତ ଲୋକଙ୍କୁ କ୍ଷମା କରାଯିବା ଉଚିତ୍। ପ୍ରତିଦିନ ତୁମକୁ ଅପେକ୍ଷା କରିବା ବୋଧହୁଏ ଅଧିକ କଷ୍ଟ ଦିଏ। ଅନ୍ୟ ଏକ ଟ୍ୱିଟରେ ସେ ଲେଖିଛନ୍ତି ଯେ, ମୁଁ ତୁମକୁ ବାରମ୍ବାର ନ୍ୟାୟ ପାଇବାରୁ ବଞ୍ଚିତ ହେଉଥିବା ଦେଖୁଛି। ସତ୍ୟ ଶକ୍ତିଶାଳୀ କିନ୍ତୁ ଏହା ତୁମକୁ ବାରମ୍ବାର ପରୀକ୍ଷା କରେ। କିନ୍ତୁ ମୁଁ ଦୁଃଖିତ, ମୁଁ ତୁମକୁ ଅଧିକ…
ଲକ୍ଷ୍ନୌ: ସମାଜବାଦୀ ପାର୍ଟି ସଭାପତି ଅଖିଳେଶ ଯାଦବ କହିଛନ୍ତି ଯେ, ବିରୋଧୀ ଦଳର ଶକ୍ତିକୁ ବିଜେପି ଭୟ କରୁଛି। କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଦିଆଯାଇଥିବା ଦୁଇ ବର୍ଷର ଦଣ୍ଡ ମାମଲାରେ ସେ ଏହି ବୟାନ ଦେଇଛନ୍ତି। ସେ କହିଛନ୍ତି ଯେ, ଛୋଟ ଛୋଟ ମାମଲାରେ ବିରୋଧୀଙ୍କୁ ଫସାଇ ନିଜର ରାଜନୈତିକ ଲାଭ ଉଠାଇବା ପାଇଁ ବିଜେପି ପ୍ରୟାସ କରୁଛି। ଏସପି ସଭାପତି ଟୁଇଟ୍ କରି କହିଛନ୍ତି ଯେ, ଦେଶର ମାନହାନୀ, ଜନସାଧାରଣଙ୍କ ମାନହାନୀ, ସୌହାର୍ଦ୍ଦ୍ୟର ମାନହାନୀ, ସମ୍ବିଧାନର ମାନହାନୀ, ଅର୍ଥନୀତିର ମାନହାନୀ। ବିଜେପି ବିରୋଧରେ କେତେ ପ୍ରକାରର ମାନହାନି ମକଦ୍ଦମା ଦାୟର କରାଯିବା ଉଚିତ ତାହା ଜାଣିନି। ଛୋଟ ମାମଲାରେ ବିରୋଧୀଙ୍କୁ ଜଡିତ କରି ନିଜର ରାଜନୈତିକ ଭବିଷ୍ୟତକୁ ସୁରକ୍ଷିତ ରଖିଥିବା ବିଜେପି ବିରୋଧୀ ଦଳର ଶକ୍ତିକୁ ଭୟ କରୁଛି। ଯାଦବ ଏହି ଟୁଇଟ୍ କରି କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ମଧ୍ୟ ଟ୍ୟାଗ୍ କରିଛନ୍ତି। ଉଲ୍ଲେଖନୀୟ କଥା ହେଉଛି,…
କନ୍ଦର୍ପ ବେହେରା ରେଢାଖୋଲ: ନାକଟିଦେଉଳ ବ୍ଲକ୍ରେ ଦିନକୁ ଦିନ କେନ୍ଦୁପତ୍ର, ଗଞେଇ, ଅଫିମ ଚୋରା ବେପାରୀଙ୍କ ପ୍ରାର୍ଦୁଭାବ ବଢିବାରେ ଲାଗିଛି। ଚୋରା ବେପାରୀମାନେ ପୋଲିସ୍ ଓ ବନବିଭାଗର ଆଖିରେ ଧୂଳିଦେଇ ଖୁଲମ୍ ଖୁଲା ଅନାୟାସରେ ଏହି ବେପାର କରିଚାଲିଛନ୍ତି। ବେଳେବେଳେ ପୋଲିସ୍ କି ବନବିଭାଗ ସେମାନଙ୍କର ଟେର୍ ମଧ୍ୟ ପାଇପାରୁନାହିଁ। ନାକଟିଦେଉଳ ଥାନା କୁଞାମୁରା ଗ୍ରାମ ନିକଟରୁ ପୋଲିସ୍ ଏକ ଟାଟା ଏସିରୁ ୧୧୦ ବଣ୍ଡଲ କେନ୍ଦୁପତ୍ର ଜବତ କରିବା ସହ ୪ ଜଣଙ୍କୁ ଗିରଫ କରିବାରେ ସଫଳ ହୋଇଥିବା ବନବିଭାଗ ସୂତ୍ରରୁ ପ୍ରକାଶ ପ୍ରକାଶ ଯେ, ନାକଟିଦେଉଳ ରେଞ କୁଞାମୁରା ନିକଟରୁ ଚୋରାରେ କେନ୍ଦୁପତ୍ର ଚାଲାଣ ହେଉଥିବା ପୋଲିସ୍ କୌଣସି ସୂତ୍ରରୁ ଖବର ପାଇ ଚଢଉ କରିଥିଲେ। ଟାଟା ଏସିରୁ ପୋଲିସ୍ ୧୧୦ ବଣ୍ଡଲ କେନ୍ଦୁପତ୍ର ଜବତ କରିବାରେ ସକ୍ଷମ ହୋଇଥିବା ବେଳେ ଏଥିରେ ସଂପୃକ୍ତ ଥିବା ୪ ଜଣଙ୍କୁ ଗିରଫ କରିଛି। ସେମାନଙ୍କ ପାଖରୁ ଏକ ପ୍ଲାଟିନା ମୋଟର…
ଭୁବନେଶ୍ୱର: ଓଡିଶାର ବିଦ୍ୟୁତ ଉପଭୋକ୍ତାଙ୍କ ପାଇଁ ଖୁସି ଖବର ମିଳିଛି। ଚଳିତ ବର୍ଷ ଓଡ଼ିଶା ବିଦ୍ୟୁତ୍ ନିୟାମକ ଆୟୋଗ ବିଦ୍ୟୁତ ଦର ଅପରିବର୍ତ୍ତିତ ରଖିଛି। ୨୦୨୩-୨୪ ଆର୍ଥିକ ବର୍ଷ ଲାଗି ଘରୋଇ ଉପଭୋକ୍ତାଙ୍କ ପାଇଁ ବିଦ୍ୟୁତ୍ ଦର କୌଣସି ପରିବର୍ତ୍ତନ କରାଯାଇନାହିଁ। ଏନେଇ ଓଇଆସି ପକ୍ଷରୁ ସୂଚନା ଦିଆଯାଇଛି। ପୂର୍ବଭଳି ପ୍ରଥମ ୫୦ ୟୁନିଟ ପାଇଁ ୩ ଟଙ୍କା, ୫୦ ରୁ ୨୦୦ ୟୁନିଟ ପାଇଁ ୪ ଟଙ୍କା ୮୦ ପଇସା, ୨୦୦ ରୁ ୪୦୦ ୟୁନିଟ ପାଇଁ ୫.୮୦ ପଇସା ଏବଂ ୪୦୦ ରୁ ଅଧିକ ୟୁନିଟ ପାଇଁ ୬.୨୦ ପଇସା ରହିଛି। ସେହିପରି ଶୀତଳ ଭଣ୍ଡାରରେ ଚାଷୀଙ୍କ ପାଇଁ ୟୁନିଟ ପିଛା ୧ ଟଙ୍କା ୬୦ ପଇସା ରିହାତି ଦିଆଯାଇଛି। ପୂର୍ବରୁ ଏହା ୪ ଟଙ୍କା ୬୦ ଥିବା ବେଳେ ଏବେ ୩ ଟଙ୍କା ଦେବାକୁ ହେବ। ସେହିପରି ସାଧାରଣ ଉପଭୋକ୍ତା ଡିଜିଟାଲ ମୋଡ଼ରେ ପେମେଣ୍ଟ କଲେ ୪…
ନୂଆଦିଲ୍ଲୀ: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜର ଶେଷ ମ୍ୟାଚ୍ ଗତକାଲି ଚେନ୍ନାଇରେ ଖେଳାଯାଇଥିଲା। ଟିମ୍ ଇଣ୍ଡିଆକୁ ଏଠାରେ ୨୧ ରନ୍ ରେ ପରାଜୟର ସମ୍ମୁଖୀନ ହେବାକୁ ପଡିଲା। ଭାରତ ପ୍ରଥମ ମ୍ୟାଚ୍ ଜିତିଥିବା ବେଳେ ଅଷ୍ଟ୍ରେଲିଆ ଶେଷ ଦୁଇଟି ମ୍ୟାଚ୍ ଜିତି ସିରିଜ୍ କୁ ୨-୧ ରେ କବଜା କରିଥିଲା। ଅଷ୍ଟ୍ରେଲିଆ ବିପକ୍ଷରେ ଖେଳାଯାଇଥିବା ଦିନିକିଆ ସିରିଜ ପରେ ଭାରତୀୟ ଦଳ ଅନ୍ତର୍ଜାତୀୟ କ୍ରିକେଟରୁ ବିରତି ପାଇବାକୁ ଯାଉଛି। ଟିମ୍ ଇଣ୍ଡିଆ ଖେଳାଳିମାନେ ବର୍ତ୍ତମାନ ଇଣ୍ଡିଆନ୍ ପ୍ରିମିୟର ଲିଗରେ ନିଜ ନିଜ ଫ୍ରାଞ୍ଚାଇଜ୍ ଦଳ ତରଫରୁ ଖେଳୁଥିବା ଦେଖିବାକୁ ମିଳିବେ। ଏଥର ଆଇପିଏଲ ମାର୍ଚ୍ଚ ୩୧ ତାରିଖରୁ ଆରମ୍ଭ ହେବାକୁ ଯାଉଛି ଏବଂ ଫାଇନାଲ ମ୍ୟାଚ୍ ମେ ୨୧ ତାରିଖରେ ଖେଳାଯିବ। ଟିମ୍ ଇଣ୍ଡିଆ ବର୍ତ୍ତମାନ ଟି-୨୦ ଏବଂ ପରେ ଦିନିକିଆ ଫର୍ମାଟ୍ ପୂର୍ବରୁ ଟେଷ୍ଟ ମ୍ୟାଚ୍ ଖେଳିବାକୁ ଯାଉଛି। ଭାରତୀୟ ଖେଳାଳିମାନେ…
ଭୁବନେଶ୍ବର: ପଶ୍ଚିମ ବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆଜି ଅପରାହ୍ନରେ ନବୀନ ନିବାସ ଠାରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଙ୍କୁ ସାକ୍ଷାତ କରିଛନ୍ତି। ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ତାଙ୍କୁ ମହା ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଅଙ୍ଗ ବସ୍ତ୍ର ଦେଇ ସ୍ବାଗତ କରିବା ସହିତ ତିନି ରଥର କାଠ ତିଆରି ପ୍ରତିକୃତି ଉପହାର ଆକାରରେ ପ୍ରଦାନ କରିଥଲେ। ମୁଖ୍ୟମନ୍ତ୍ରୀ ଏହା ସହିତ ରୂପା ତାରକସିର କାରୁକାର୍ଯ୍ୟ ଓ ଛେନାପୋଡ଼ ମଧ୍ଯ ଉପହାର ଦେଇଥିଲେ। ଏହି ଅବସରରେ ପଶ୍ଚିମ ବଙ୍ଗ ଜନସାଧାରଣ ଙ୍କ ପ୍ରତି ସଦିଚ୍ଛା ସ୍ଵରୂପ ମୁଖ୍ୟମନ୍ତ୍ରୀ ପୁରୀରେ ଅତିଥି ଭବନ ନିର୍ମାଣ ପାଇଁ ଓଡିଶା ବାସୀଙ୍କ ପକ୍ଷରୁ ପଶ୍ଚିମବଙ୍ଗ ସରକାରଙ୍କୁ ଦୁଇ ଏକର ଜମି ଉପହାର୍ ସ୍ଵରୂପ ଦେଇଥିଲେ। ପଶ୍ଚିମ ବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକଙ୍କୁ ବିଶ୍ଵ ବାଂଲା ଦ୍ଵାରା ପ୍ରସ୍ତୁତ ଏକ ସାଲ ଉପହାର ଦେଇଥିଲେ। ଏହା ସହିତ ବିଜୁ ବାବୁ ଓ ଜ୍ଞାନ…
ନୂଆଦିଲ୍ଲୀ: ରାଜନୀତି ଏବଂ ବଲିଉଡ ମଧ୍ୟରେ ସମ୍ପର୍କ ନୂଆ ନୁହେଁ। ପ୍ରାୟତଃ ରାଜନୀତି ଏବଂ ବଲିଉଡର ହୃଦୟ ପରସ୍ପରର ମିଶିଥାଏ ଏବଂ ପରେ ଏକାଠି ହୋଇଥାନ୍ତି। ଆପଣ ଭାବୁଛନ୍ତି ଆମେ କାହିଁକି ଏହା କହୁଛୁ? ତେବେ ଆସନ୍ତୁ ଜାଣିବା ଯେ, ରାଜନୀତି ଏବଂ ବଲିଉଡ ଜଗତରୁ ଏଭଳି ଖବର ଆସିଛି, ଯାହା ଜାଣିବା ପରେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ। ଗତ ସନ୍ଧ୍ୟାରେ ମାୟା ନଗରୀ ମୁମ୍ବାଇରେ ଆମ୍ ଆଦମୀ ପାର୍ଟିର ଚର୍ଚ୍ଚିତ ନେତା ତଥା ପଞ୍ଜାବରୁ ରାଜ୍ୟସଭା ସାଂସଦ ରାଘବ ଚଢାଙ୍କ ସହ ବଲିଉଡ ଅଭିନେତ୍ରୀ ପରିନୀତି ଚୋପ୍ରାଙ୍କୁ ଦେଖିବାକୁ ମିଳିଛି। ଉଭୟେ କ୍ୟାମେରାରେ ନଜର ଆସିବା ପରେ କଳ୍ପନା ଜଳ୍ପନା ଆରମ୍ଭ ହୋଇଯାଇଛି। ଉଭୟଙ୍କୁ ଏକ ରେଷ୍ଟୁରାଣ୍ଟ ବାହାରେ ଦେଖିବାକୁ ମିଳିଛି। ଯେଉଁଠାରେ ଦୁହେଁ ଏକ ସୁନ୍ଦର ଲୁକରେ ଏକାଠି ନଜର ଆସିଛନ୍ତି। ଗତକାଲି ସନ୍ଧ୍ୟାରେ ଉଭୟଙ୍କୁ ଧଳା ସାର୍ଟରେ ଦେଖିବାକୁ ମିଳିଥିଲା। ବର୍ତ୍ତମାନ କଳ୍ପନାଜଳ୍ପନା ବଢିଚାଲିଛି କି…
ଭୁବନେଶ୍ୱର : ରାଷ୍ଟ୍ରୀୟ ସଭାପତି ଶ୍ରୀ ଜେ.ପି.ନଡ୍ଡା ଆଜି ରାଜ୍ୟ ସଭାପତି ଭାବେ ପୂର୍ବତନ ମନ୍ତ୍ରୀ ଶ୍ରୀ ମନମୋହନ ସାମଲଙ୍କୁ ନିଯୁକ୍ତି ଦେଇଛନ୍ତି। ନବନିଯୁକ୍ତ ରାଜ୍ୟ ସଭାପତି ଶ୍ରୀ ସାମଲଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି। ଏଥି ସହ ଶ୍ରୀ ମହାନ୍ତି ବିଜେପିର ସମସ୍ତ କାର୍ଯ୍ୟକର୍ତା, ସହଯୋଗୀ, ଗଣମାଧ୍ୟମ ଓ ଶୁଭେଚ୍ଛୁଙ୍କୁ କୃତଜ୍ଞତା ଜଣାଇଛନ୍ତି। ଆଭ୍ୟନ୍ତରୀଣ ଗଣତନ୍ତ୍ର ଆଉ ସମ୍ବିଧାନ ଥିବା ଭାରତୀୟ ଜନତା ପାର୍ଟୀ ହେଉଛି ବିଶ୍ୱର ସର୍ବବୃହତ ଓ ଏକ ନମ୍ବର ରାଜନୈତିକ ପାର୍ଟୀ। ଏହାର ସଦସ୍ୟ ୧୮ କୋଟିରୁ ଉର୍ଦ୍ଧ୍ୱ। ଗତ ୨୦୨୦ ମସିହା ଜାନୁଆରୀ ୧୭ ତାରିଖ ଦିନରୁ ରାଜ୍ୟ ସଭାପତି ଭାବେ ଦାୟୀତ୍ୱ ତୁଲାଇ ଆସୁଥିବା ଶ୍ରୀ ମହାନ୍ତିଙ୍କ ଗତ ଜାନୁଆରୀ ମାସରେ କାର୍ଯ୍ୟକାଳ ଅବଧି ପୁରଣ ହୋଇସାରିଥିଲା। ଗତ ୩ବର୍ଷର ଅବଧିରେ ଶ୍ରୀ ମହାନ୍ତିଙ୍କ ନେତୃତ୍ୱରେ ପାର୍ଟୀ କୋଭିଡ ସଂକଟର ମୁକାବିଲା କରିବା ସହିତ ଧାମନଗର…
ଭୁବନେଶ୍ବର: ଆଜି ଅପରାହ୍ନରେ ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିଛନ୍ତି ପଶ୍ଚିମବଂଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ଏହି ଅବସରରେ ମମତା ନବୀନଙ୍କୁ ଏକ ସାଲ ଦେଇ ତାଙ୍କୁ ସ୍ବାଗତ କରିଥିଲେ। ସେହିପରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ତାଙ୍କୁ ଉପହାର ଦେବାକୁ ଭୁଲି ନ ଥିଲେ। ମମତାଙ୍କୁ ନବୀନମହାପ୍ରଭୃଙ୍କ ଅଙ୍ଗବସ୍ତ୍ର ଉପହାର ଦେଇ ତାଙ୍କୁ ସ୍ବାଗତ କରିଥିଲେ। ଏଥିସହିତ ସେ କଟକ ତାରକସୀ କାରୁକାଯ୍ୟ ଉପହାର ଦେଇଥିଲେ। ସେହିପରି ତାଙ୍କୁ ହକି ଜର୍ସି ମଧ୍ୟ ନବୀନ ଉପହାର ଦେଇଥିଲେ। ମମତା ନବୀନ ନିବାସରେ ଥିବା ବିଜୁ ପଟ୍ଟନାୟକ ଏବଂ ଜ୍ଞାନ ପଟ୍ଟନାୟକଙ୍କ ତୈଳ୍ୟ ଚିତ୍ରରେ ପୁଷ୍ପାଞ୍ଜଳି ଦେଇ ଶ୍ରଦ୍ଧାଞ୍ଜଳି ପ୍ରଦାନ କରିଥିଲେ। ସେ କୋଲକାତାରୁ ଆଣିଥିବା ଜମାଦାରୀ ଶାଢୀ ତାଙ୍କ ଫଟୋ ତଳେ ଅର୍ପଣ କରିଥିଲେ। ଶେଷରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମମତାଙ୍କୁ ଓଡିଶାର ଛେନାପୋଡ ମଧ୍ୟ ଉପହାର ଦେଇଥିଲେ। ଯାହାକୁ ଦେଖି ମମତା ବେଶ ଖୁସି ଅନୁଭବ…
ସୁନ୍ଦରଗଡ଼: “ଆଗରୁ ଆମେ ପୁରୁଣା ଡେସ୍କ ବେଞ୍ଚରେ ବସୁଥିଲୁ। ଶିକ୍ଷକମାନେ କଳାପଟାରେ ପାଠ ବୁଝାଉଥିଲେ। କିନ୍ତୁ ଏବେ ଆମେ ସ୍ମାର୍ଟ କ୍ଲାସରୁମରେ ବସିବା ସହ ସ୍ମାର୍ଟ ବୋର୍ଡ ମାଧ୍ୟମରେ ପାଠ ପଢୁଛୁ। ଫଳରେ ପାଠ ବୁଝିବା ସହଜ ହେଉଛି”, କହନ୍ତି ସୁନ୍ଦରଗଡ଼ ଜିଲ୍ଲା ମେଘଡେଗା ସରକାରୀ ଉଚ୍ଚବିଦ୍ୟାଳୟର ଦଶମ ଶ୍ରେଣୀ ଛାତ୍ରୀ ପ୍ରତିଭା ସଉରା। ସେହିପରି ଦେଓକରଣପୁର ସରକାରୀ ଉଚ୍ଚବିଦ୍ୟାଳୟର ଦଶମ ଶ୍ରେଣୀ ଛାତ୍ର ଦେବରାଜ ମହାନନ୍ଦିଆ କହନ୍ତି, “ହାଇସ୍କୁଲ ରୂପାନ୍ତରଣ ଯୋଗୁଁ ଆମ ସ୍କୁଲରେ ଆଧୁନିକ ବିଜ୍ଞାନାଗାର କରାଯାଇଛି। ଯେଉଁ ବୈଜ୍ଞାନିକ ଉପକରଣଗୁଡ଼ିକୁ ଆମେ ବହିରେ ଦେଖୁଥିଲୁ ତାହା ଆମେ ନିଜେ ବ୍ୟବହାର କରି ଅନେକ କଥା ଜାଣିପାରୁଛୁ। ଫଳରେ ପାଠ ପଢ଼ିବାକୁ ଅଧିକ ଆଗ୍ରହ ଲାଗୁଛି।” ମେଘଡେଗାର ପ୍ରତିଭା ଏବଂ ଦେଓକରଣପୁରର ଦେବରାଜଙ୍କ ଭଳି ସୁନ୍ଦରଗଡ଼ ଜିଲ୍ଲାର ବିଭିନ୍ନ ସରକାରୀ ହାଇସ୍କୁଲରେ ପାଠ ପଢୁଥିବା ଅନେକ ଛାତ୍ରଛାତ୍ରୀଙ୍କ ଭବିଷ୍ୟତର କ୍ୟାରିୟର ଗଠନ ପାଇଁ ବିଶେଷ ସହାୟକ ହେଉଛି ହାଇସ୍କୁଲ…
ଗଞ୍ଜାମ : ବିଶ୍ୱ ଜଳ ଦିବସ ପାଳନ ଅବସରରେ ଗୋପାଳପୁର ବେଳାଭୂମି ରେ ସଫେଇ କାର୍ଯ୍ୟକ୍ରମ “SAVE BLUE, LIVE GREEN- କାର୍ଯ୍ୟ ପାଇଁ ଯୁବକଯୁବତୀ ମାନଙ୍କର ଉତ୍ସାହ ଏବଂ ଶକ୍ତି କୁ ପ୍ରେରଣା ଦେବା ” ଅନୁଷ୍ଠିତ ହୋଇଛି । ଓଡିଶା ର କ୍ଳାଇମେଟ ମ୍ୟାନ ଭାବେ ପରିଚିତ ସତ୍ୟବ୍ରତ ସାମଲ, ସାତ୍ଵିକ ସୋଲ୍ , ୟୁନିସେଫ୍, ପାଣ୍ଟିସ୍, ୟୁଥ୍ ଫର ୱାଟର୍ ପ୍ଲସ୍ ର ମିଳିତ ସହଯୋଗ ରେ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଜଳବାୟୁ ପରିବର୍ତ୍ତନକୁ ମୁକାବିଲା କରିବା, ମହାସାଗରର ସୁରକ୍ଷା ତଥା ଜଳବାୟୁ ପରିବର୍ତ୍ତନକୁ ମୁକାବିଲା କରିବାରେ ଯୁବକମାନଙ୍କୁ ଶିକ୍ଷା ଦେବା ଏହାର ମୁଖ୍ୟ ଉଦ୍ଧେଶ୍ୱ ଥିଲା। ୟୁନିସେଫ୍ ସମର୍ଥିତ ୟୁଥ୍ ଫର ୱାଟର୍ ପ୍ଲସ୍ ଅଭିଯାନର ଏକ ଅଂଶ ଭାବରେ,ଏହି କାର୍ଯ୍ୟକ୍ରମ ଜାତିସଂଘ-ଜଳ ସମ୍ମିଳନୀ ଏବଂ ବିଶ୍ୱ ଜଳ ଦିବସ ସହିତ ଜଡିତ। ଏହି ବିଶ୍ୱ ଜଳ ଦିବସରେ ଯୁବକଯୁବତୀ ମାନେ ସମୁଦ୍ର କୂଳ,…
ସ୍ୱାସ୍ଥ୍ୟ ଟିପ୍ସ: ଅନେକ ରୋଗ ୪୦ ବର୍ଷ ବୟସ ପରେ ମହିଳାମାନଙ୍କୁ ଆକ୍ରମଣ କରିଥାଏ। ଏଗୁଡ଼ିକରେ ଅନେକ ପ୍ରକାରର ଗମ୍ଭୀର ରୋଗ ମଧ୍ୟ ହୋଇପାରେ। ୪୦ ବର୍ଷ ପରେ ମହିଳା ମୋନୋପଜର ନିକଟତର ଅଟନ୍ତି ଏବଂ ଏହି କାରଣରୁ ଅନେକ ପ୍ରକାରର ଅଭାବ ଶରୀରରେ ଆସିବା ଆରମ୍ଭ କରେ। ସ୍ୱାସ୍ଥ୍ୟ ଦୃଷ୍ଟିରୁ ମହିଳାମାନେ ୪୦ ବର୍ଷ ପରେ ସାବଧାନ ହେବା ଆବଶ୍ୟକ। ମହିଳାମାନେ କିଛି ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି। ଏଥିପାଇଁ ଏହା ଆବଶ୍ୟକ ଯେ, ମହିଳାମାନେ ଛୋଟ ଛୋଟ ସମସ୍ୟାକୁ ମଧ୍ୟ ଅବହେଳା କରିବା ଉଚିତ୍ ନୁହେଁ। ଠିକ୍ ସମୟରେ ପରୀକ୍ଷା କରି ରୋଗ ହେବାର ଆଶଙ୍କା ହ୍ରାସ କରାଯାଇପାରେ। ମହିଳାମାନେ ରୋଗର ଲକ୍ଷଣକୁ ଅଣଦେଖା କରିବା ଉଚିତ୍ ନୁହେଁ। କିଡନୀ ପଥର: କିଡନୀ ପଥର ପ୍ରକୃତରେ ପଥର ନୁହେଁ, କିନ୍ତୁ ମୂତ୍ରନଳୀରେ ପଥରର ଜମା ହୋଇଯାଏ। ଏହା ଅତ୍ୟନ୍ତ ଯନ୍ତ୍ରଣାଦାୟକ ଏବଂ ବୟସ ହିସାବାରେ ଏହାର ସମ୍ଭାବନା ଅଧିକ। କିନ୍ତୁ…
ସ୍ୱାସ୍ଥ୍ୟ ଟିପ୍ସ: ସୁସ୍ଥ ରହିବା ପାଇଁ ଶରୀରରେ ଭିଟାମିନ୍, ମିନେରାଲ୍ସ ଏବଂ ଅନ୍ୟାନ୍ୟ ପୋଷକ ତତ୍ତ୍ୱ ଆବଶ୍ୟକ। ଯଦି ଆପଣ ଆପଣଙ୍କର ଖାଦ୍ୟ ପ୍ରତି ଧ୍ୟାନ ଦେଉ ନାହାଁନ୍ତି, ତେବେ ଶରୀରରେ ଅନେକ ଉପାୟରେ ଅଭାବ ଦେଖାଦେଇପାରେ ଏବଂ ଅସୁବିଧାଜନକ ଲକ୍ଷଣ ମଧ୍ୟ ହୋଇପାରେ। ଏହିପରି ଗୋଟିଏ ସମସ୍ୟା ହେଉଛି ଓମେଗା -୩ ଅଭାବ। କାରଣ ରକ୍ତ ଜମାଟ ବାନ୍ଧିବା ସହିତ ହରମୋନ୍ ତିଆରି କରିବା ପାଇଁ ଶରୀର ଦ୍ୱାରା ଓମେଗା -୩ ଫ୍ୟାଟି ଏସିଡ୍ ଆବଶ୍ୟକ ହୁଏ। ଓମେଗା-୩ ରେ ମିଳୁଥିବା EPA ଏବଂ DHA ଆପଣଙ୍କ ତ୍ୱଚା ସ୍ୱାସ୍ଥ୍ୟ ଏବଂ ଦୃଷ୍ଟି ଶକ୍ତିରେ ମଧ୍ୟ ସାହାଯ୍ୟ କରେ। ଏଠାରେ କିଛି ସଙ୍କେତ ଅଛି ଯାହା ଆପଣଙ୍କ ଶରୀରରେ ଓମେଗା -୩ ର ଅଭାବକୁ ସୂଚାଇପାରେ। ଭଙ୍ଗା ନଖ ଏବଂ ଶୁଖିଲା ଚର୍ମ ଏହାର ସଂକେତ ଦିଏ: ଆପଣଙ୍କ ଚର୍ମ, କେଶ ଏବଂ ନଖକୁ ସୁସ୍ଥ ରଖିବା ପାଇଁ ଓମେଗା…
ଭୁବନେଶ୍ବର: ପୂର୍ବତନ ମନ୍ତ୍ରୀ ତଥା ଭୋଗରାଇର ବିଜେଡି ବିଧାୟକ ଅନନ୍ତ ଦାସ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଆଜି ଏ ନେଇ ନିଜ ସାମାଜିକ ଗଣମାଧ୍ୟମରେ ସୂଚନା ଦେଇଛନ୍ତି। ତାଙ୍କର ଆଶୁ ଆରୋଗ୍ୟ କାମନା କରିଥିବା ପ୍ରଶଂସକଙ୍କୁ ସେ ଧନ୍ୟବାଦ ମଧ୍ୟ ଦେଇଛନ୍ତି। ଅନନ୍ତ ଦାସ ଅସୁସ୍ଥତା ହୋଇ ଭୁବନେଶ୍ବର ଆପୋଲୋ ହସ୍ପିଟାଲରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଥିଲେ। ଡାକ୍ତର ଟିମଙ୍କ ଚିକିତ୍ସା ସଫଳ ହୋଇଛି। ସେ ନିଜ ଭୁବନେଶ୍ୱର ବାସଭବନକୁ ଭଲ ହୋଇ ଫେରିଛନ୍ତି। ତେବେ କିଛି ଦିନ ବିଶ୍ରାମ ନେବାକୁ ହସ୍ପିଟାଲ ପକ୍ଷରୁ ତାଙ୍କୁ ପରାମର୍ଶ ଦିଆଯାଇଛି।
ନୂଆଦିଲ୍ଲୀ: ଅନେକ ରାଜ୍ୟରେ ବିଜେପି ନିଜର ରାଜ୍ୟ ସଭାପତିଙ୍କୁ ବଦଳାଇ ଦେଇଛି। ଦିଲ୍ଲୀର ରାଜ୍ୟ ସଭାପତି ଭାବରେ ବିରେନ୍ଦ୍ର ସଚ୍ଚଦେବଙ୍କୁ ନିଯୁକ୍ତ କରାଯାଇଛି। ଦିଲ୍ଲୀ ମ୍ୟୁନିସିପାଲ କର୍ପୋରେସନ ନିର୍ବାଚନରେ ବିଜେପିର ପରାଜୟ ପରେ ତତ୍କାଳୀନ ରାଜ୍ୟ ସଭାପତି ଆଦେଶ ଗୁପ୍ତା ଇସ୍ତଫା ଦେଇଥିଲେ। ଏହା ପରେ ବିରେନ୍ଦ୍ର ସଚ୍ଚଦେବଙ୍କୁ କାର୍ଯ୍ୟକାରୀ ସଭାପତି ଭାବରେ ନିଯୁକ୍ତ କରାଯାଇଥିଲା। ଏହାର ଅର୍ଥ ହେଉଛି ଯେ, ବର୍ତ୍ତମାନ ପର୍ଯ୍ୟନ୍ତ ବିଜେପି ଏହି ବ୍ୟବସ୍ଥା କରିଛି ଏବଂ ଆଗାମୀ ଦିନରେ ନିୟମିତ ନିଯୁକ୍ତି ଦିଆଯିବ। ବର୍ତ୍ତମାନ କାର୍ଯ୍ୟରତ ସଭାପତିଙ୍କୁ ନିୟମିତ ରାଜ୍ୟ ସଭାପତି ଭାବେ ନିଯୁକ୍ତି ଦିଆଯାଇଛି। ସମ୍ରାଟ ଚୌଧୁରୀଙ୍କୁ ବିହାରର ରାଜ୍ୟ ସଭାପତି ଭାବେ ବିଜେପି ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା ନିଯୁକ୍ତି ଦେଇଛନ୍ତି। ମନମୋହନ ସାମଲଙ୍କୁ ଓଡିଶାର ରାଜ୍ୟ ସଭାପତି କରାଯାଇଛି। ସିପି ଯୋଶୀଙ୍କୁ ରାଜସ୍ଥାନର ରାଜ୍ୟ ସଭାପତି କରାଯାଇଛି। ସିପି ଯୋଶୀ ହେଉଛନ୍ତି ରାଜସ୍ଥାନରେ ବିଜେପିର ବ୍ରାହ୍ମଣ ଚେହେରା। ସେ ଚିତ୍ତୌଡ଼ଗଡର ଜଣେ…
ଭୁବନେଶ୍ବର: ଆଜି ବିଜୁ ଜନତା ଦଳ ତାହାର ଖୋର୍ଦ୍ଧା ଜିଲ୍ଲାର ନୂଆ କର୍ମକର୍ତ୍ତାଙ୍କ ନାମ ଘୋଷଣା କରିଛି। ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ବୀକୃତି ପରେ ଦଳ ତରଫରୁ ଏହି ବିଜ୍ଞପ୍ତି ପ୍ରକାଶ କରାଯାଇଛି। ସେହି ଅନୁସାରେ ପୂର୍ବପରି ଖୋର୍ଦ୍ଧା ଜିଲ୍ଲା ବିଜେଡି ସଭାପତି ଭାବେ ବିଭୂତି ବଳବନ୍ତରାୟଙ୍କୁ ପୁଣି ନିଯୁକ୍ତି ଦିଆଯାଇଛି। ଏହି ନୂଆ ବିଜ୍ଞପ୍ତି ଅନୁସାରେ ରାମଚନ୍ଦ୍ର ମହାପାତ୍ରଙ୍କୁ ଉପଦେଷ୍ଠା ଭାବେ ନିଯୁକ୍ତି ଦିଆଯାଇଛି। ସେହିପରି ଏହି ନୂଆ ନିଯୁକ୍ତିରେ 39 ଜଣ ଉପସଭାପତି ରହିଛନ୍ତି। ସେହିପରି 33 ଜଣଙ୍କୁ ସାଧାରଣ ସଂପାଦକ ଭାବେ ନିଯୁକ୍ତି ଦିଆଯାଇଛି। ଏହି ନୂଆ ନିଯୁକ୍ତି ବିଜେଡି 42 ଜଣଙ୍କୁ ସଂପାଦକ ଭାବେ ନେଇଛି। ଏ ନେଇ ପୂର୍ବରୁ ଯେଉଁ ବିଜ୍ଞପ୍ତି ବାହାରିଥିଲା ତାହାକୁ ବାତିଲ କରି ନୂଆକୁ କାର୍ଯ୍ୟକାରୀ କରାଗଲା ବୋଲି କୁହାଯାଇଛି।

