Author: Samikhsya Bureau

ସୀତାରାମ ଅଗ୍ରୱାଲ ଚିଲିକା: ଖୋର୍ଦ୍ଧା ଜିଲ୍ଲା ବାଣପୁର-ବାଲୁଗାଁ ଅଞ୍ଚଳରେ ବେଆଇନ ମଦର ଅବାଧ ବିକ୍ରି ତଥା ଚୋର ମଦ କାରବାର ଶୀର୍ଷରେ ପହଞ୍ଚିଥିବାବେଳେ ଏହାର କରୁଣ ପ୍ରଭାବ ଗାଁ ଗାଁ ରେ ଦେଖିବାକୁ ମିଳୁଛି। ବେଆଇନ ମଦ ବିକ୍ରି ରୋକିବାରେ ଅବକାରୀ ଓ ପୋଲିସ ଏକ ରକମର ଫେଲ ମାରିଥିବା ଚର୍ଚ୍ଚା ହେଉଥିବା ବେଳେ ଗତକାଲି ବାଲୁଗାଁ ଥାନା ଅନ୍ତର୍ଗତ ସରନଇ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଚୋରାମଦ ବିକ୍ରିକୁ ବିରୋଧ କରି ଶତାଧିକ ମହିଳା ତୁମୁଳ କାଣ୍ଡ ଘଟାଇଥିବା ଜଣାପଡିଛି। ପ୍ରାପ୍ତ ଖବର ମୁତାବକ ସରନଇ ଗ୍ରାମ ଛକର ଏକ ଘରେ ଦୈନନ୍ଦିନ ଅବାଧ ଚୋରା ମଦ ବିକ୍ରି କରାଯାଉଥିଲା। ଯାହାଫଳରେ ସେଠାରେ ମଦ୍ୟପ ଗୋଷ୍ଠୀ ମାତାଲ ହୋଇ ଅନେକ ସମୟରେ ନାନାଦିପ୍ରକାର ଅପ୍ରୀତିକର ପରିସ୍ଥିତି ସୃଷ୍ଟି କରୁଥିବାର ଅଭିଯୋଗ ହୋଇଆସୁଛି। ସମ୍ପୃକ୍ତି ଅଞ୍ଚଳରେ ଦିନକୁଦିନ ମଦ ମାଫିଆଙ୍କ ପ୍ରାଦୁର୍ଭାବ ବଢିବା ଫଳରେ ଗ୍ରାମରେ ଝିଅ ବୋହୁ ମାନେ…

Read More

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ବିପକ୍ଷରେ ଶେଷ ହୋଇଥିବା ଟେଷ୍ଟ ସିରିଜରେ ଭାରତୀୟ ଦଳ ଚମତ୍କାର ପ୍ରଦର୍ଶନ କରିଥିଲା। ଏହି ସିରିଜକୁ ୨-୧ ରେ ଜିତିବାରେ ଟିମ୍ ଇଣ୍ଡିଆ ସଫଳ ହୋଇଥିଲା। ଟେଷ୍ଟ ସିରିଜରେ ଅଷ୍ଟ୍ରେଲିଆକୁ ପରାସ୍ତ କରିବା ପରେ ଟିମ୍ ଇଣ୍ଡିଆ ଏକଦିବସୀୟ ସିରିଜ୍ ଉପରେ ନଜର ରଖିଛି। ଆଜି ଠାରୁ ଦୁଇ ଦେଶ ମଧ୍ୟରେ ଦିନିକିଆ ସିରିଜ୍ ଆରମ୍ଭ ହେବ। ଟିମ୍ ଇଣ୍ଡିଆ ମଧ୍ୟ ଅଷ୍ଟ୍ରେଲିଆକୁ ପରାସ୍ତ କରିବାକୁ ଚେଷ୍ଟା କରିବ। କଙ୍ଗାରୁ ବିପକ୍ଷରେ ଟେଷ୍ଟ ସିରିଜରେ ଭାରତର ପ୍ରଦର୍ଶନକୁ ଦେଖିଲେ, ଦିନିକିଆରେ ଅଷ୍ଟ୍ରେଲିଆର ରାସ୍ତା ସହଜ ହେବ ନାହିଁ। ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବାକୁ ଥିବା ତିନି ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ ଆଜି ଠାରୁ ଆରମ୍ଭ ହେବ। ସେହି ଦିନ ସିରିଜର ପ୍ରଥମ ମ୍ୟାଚ୍ ମୁମ୍ବାଇର ୱାନଖେଡେ ଷ୍ଟାଡିୟମରେ ଖେଳାଯିବ। ଦିନିକିଆ ସିରିଜର ଦ୍ୱିତୀୟ ମ୍ୟାଚ୍ ମାର୍ଚ୍ଚ ୧୯ ତାରିଖରେ ବିଶାଖାପାଟନମରେ ଅନୁଷ୍ଠିତ ହେବ। ଏବଂ ତୃତୀୟ…

Read More

ଗରୁଡ ପୁରାଣ: ଗରୁଡ ପୁରାଣ ହେଉଛି ହିନ୍ଦୁ ଧର୍ମର ଏକ ଗୁରୁତ୍ୱପୂର୍ଣ୍ଣ ଶାସ୍ତ୍ର, ଯାହାକି ୧୮ ମହାପୁରାଣ ମଧ୍ୟରୁ ଅନ୍ୟତମ। ଗରୁଡ ପୁରାଣରେ ଜନ୍ମ, ମୃତ୍ୟୁ ଏବଂ ମୃତ୍ୟୁ ପର ଅବସ୍ଥା ବିଷୟରେ ବିସ୍ତୃତ ଭାବରେ ବର୍ଣ୍ଣନା କରାଯାଇଛି। ଏଥିରେ ଭଗବାନ ବିଷ୍ଣୁ ଏବଂ ପକ୍ଷୀ ଗରୁଡଙ୍କ ମଧ୍ୟରେ ବାର୍ତ୍ତାଳାପ ବର୍ଣ୍ଣନା କରାଯାଇଛି। ସାଧାରଣତଃ ସମ୍ପର୍କୀୟଙ୍କ ମୃତ୍ୟୁ ପରେ ୧୩ ଦିନ ଘରେ ଗରୁଡ ପୁରାଣ ପାଠ କରାଯାଏ। ଜୀବନ ସହ ଜଡିତ ରହସ୍ୟମୟ ଜିନିଷ ଗରୁଡ ପୁରାଣରେ ବର୍ଣ୍ଣନା କରାଯାଇଛି, ଯାହା ଜାଣିବା ଦ୍ୱାରା ଜଣେ ବ୍ୟକ୍ତିଙ୍କ ଜୀବନକୁ ସରଳ ଏବଂ ସହଜ କରିଥାଏ। ସ୍ୱର୍ଗ, ନର୍କ, ପାପ, ଗୁଣ, ଜ୍ଞାନ, ବିଜ୍ଞାନ, ନୀତି, ନିୟମ ଏବଂ ଧର୍ମ ସହିତ ଜଡିତ ଜିନିଷଗୁଡିକ ମଧ୍ୟ ଗରୁଡ ପୁରାଣରେ ବିସ୍ତୃତ ଭାବରେ ବର୍ଣ୍ଣନା କରାଯାଇଛି। ଗରୁଡ ପୁରାଣ ଅନୁଯାୟୀ, ଏପରି କିଛି କାର୍ଯ୍ୟ ଅଛି, ଯାହା କରିବା ଦ୍ଵାରା ଜଣେ ବ୍ୟକ୍ତିଙ୍କ ବୟସ…

Read More

ଚାଣକ୍ୟ ନୀତି: ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ଚାଣକ୍ୟ ନୀତିରେ ମଣିଷ କିପରି ସୁଖରେ ରହିବ  ସେଥିପାଇଁ ସେ ପାଞ୍ଚୋଟି ଉପାୟ ଉଲ୍ଲେଖ କରିଛନ୍ତି। ଏଥିରେ ସାବଧାନ ରହିବା ସହିତ ଶିଷ୍ଟାଚାର ମଧ୍ୟ ଜଡିତ ରହିଛି। ଜାଣନ୍ତୁ ସେହି ପାଞ୍ଚୋଟି ଜିନିଷ କଣ ୧- ଜମି, ଘର, ଅସ୍ଥାବର ସଂପତ୍ତି କାରବାର ବେଳେ ସାବଧାନ ରହିବେ। ଲାଜ ନ କରି ଖୋଲାଖୋଲି ଭାବେ ଆଇନି ମୁତିବିକ କାମ କରନ୍ତୁ। ନଚେତ ପଛରେ ସାରା ଜୀବନ ପସ୍ତାଇବେ। ୨- ଟଙ୍କା କାରବାର କରିବା ବେଳେ ତାହା ଭଲ ଭାବରେ ଗଣତି କରି ନିଅନ୍ତୁ। ଲାଜରେ କିମ୍ବା ସମ୍ମାନ ଦେଖେଇ ହେବା ପାଇଁ ପକେଟରେ ଭର୍ତ୍ତି କରି ପଳାନ୍ତୁ ନାହିଁ। ପରେ ଭୁଲ ରହିଲେ ବନ୍ଧୁତା ମଧ୍ୟରେ ବିଭେଦ ସୃଷ୍ଟି ହେବା ନିଶ୍ଚିତ। ୩- ବିଦ୍ୟା ଅଧ୍ୟୟନ ସମୟରେ କୌଣସି ବିଷୟ ବୁଝି ନ ପାରିଲେ ତାହାକୁ ବାରମ୍ବାର ପଚାରି ବୁଝନ୍ତୁ। ଲାଜରେ ନ ପଚାରିଲେ ତାହା…

Read More

Ram Navmi: ପାଖେଇ ଆସୁଛି ପବିତ୍ର ରାମ ନବମୀ। ହିନ୍ଦୁ ଧର୍ମରେ ଏହି ଦିନଟି ହେଉଛି ଏକ ପବିତ୍ର ଦିନ। ଏହି ଦିନ ପ୍ରଭୃ ଶ୍ରୀରାମ ଜନ୍ମ ଗ୍ରହଣ କରିଥିଲେ। ସେଥିପାଇଁ ସାରା ଭାରତରେ ଏହି ଦିନକୁ ରାମ ନବମୀ ଭାବେ ପାଳନ କରାଯାଉଛି। ତେବେ ସମସ୍ତେ ଏହି ଦିବସକୁ ବେଶ୍ ଭକ୍ତିପୂତ ଭାବେ ପାଳନ କରିବେ ସତ, ହେଲେ ଏହି ଆଧୁନିକ ଯୁଗରେ ମୋବାଇଲରେ ଶୁଭେଚ୍ଛା ବାର୍ତ୍ତା ମଧ୍ୟ ପଠାଇବେ। ଏହି ପରିପ୍ରେକ୍ଷୀରେ ରାମ ନବମୀ ଉପଲକ୍ଷେ ଆମେ କେତେକ ଶୁଭେଚ୍ଛା ବାର୍ତ୍ତା ପ୍ରଦାନ କରୁଛୁ। 1-ରାମ ନବମୀର ଶୁଭ ଅବସରରେ, ମୁଁ ତୁମ ଜୀବନରେ ସବୁଠାରୁ ପ୍ରେରଣାଦାୟକ ସୁଯୋଗ ଏବଂ ବଡ଼ ସଫଳତା କାମନା କରୁଛି। ଆପଣଙ୍କୁ ରାମ ନବମୀ ଶୁଭ କାମନା। 2-ଆପଣ ଏବଂ ଆପଣଙ୍କ ପରିବାରକୁ ରାମ ନବମୀ ଶୁଭ କାମନା। ଭଗବାନ ଶ୍ରୀରାମ ଆପଣଙ୍କୁ ଉତ୍ତମ ସ୍ୱାସ୍ଥ୍ୟ ଏବଂ ସଫଳତା ଦେଇ ଆଶୀର୍ବାଦ କରନ୍ତୁ।…

Read More

ନୂଆଦିଲ୍ଲୀ: ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂଙ୍କ ଅଧ୍ୟକ୍ଷତାରେ ପ୍ରତିରକ୍ଷା ଅଧିଗ୍ରହଣ କମିଟି (ଡିଏସି)ର ଏକ ବୈଠକ ଗୁରୁବାର ଦିନ ଅନୁଷ୍ଠିତ ହୋଇଛି। ଆବଶ୍ୟକତା ଅନୁସାରେ ୭୦ହଜାର ୫୫କୋଟି ଟଙ୍କାର (India-IDDM) ଭାରତୀୟ ପରିପାଟୀ ସହ ଭାରତରେ (ବିକଶିତ ଓ ନିର୍ମିତ) ସାମଗ୍ରୀ କ୍ରୟ ପାଇଁ ଅନୁମୋଦନ କରାଯାଇଛି। ମୋଟ ପ୍ରସ୍ତାବ ମଧ୍ୟରେ କେବଳ ଭାରତୀୟ ନୌସେନା ନିମନ୍ତେ ୫୬ହଜାର କୋଟି ଟଙ୍କା ଅନୁମୋଦିତ ହୋଇଛି ଏଥିରେ ମୁଖ୍ୟତଃ ଭାରତୀୟ ବ୍ରହ୍ମୋସ କ୍ଷେପଣାସ୍ତ୍ର, ଶକ୍ତି ଇଲେକ୍‌ଟ୍ରୋନିକ୍ ଯୁଦ୍ଧ ବିଗ୍ରହ(ଇଡବ୍ଲୁ) ପଦ୍ଧତି ଓ ସାମୁଦ୍ରିକ ଉପଯୋଗୀ ହେଲିକପ୍ଟର ଅନ୍ତର୍ଭୁକ୍ତ। ବ୍ରହ୍ମୋସ କ୍ଷେପଣାସ୍ତ୍ର ପଦ୍ଧତିର ଅତିରିକ୍ତ ଆହରଣ ସାମୁଦ୍ରିକ କ୍ଷେତ୍ରରେ ବିଧ୍ୱଂସକାରୀ କ୍ଷମତା ଏବଂ ଭୂପୃଷ୍ଠ ଯୁଦ୍ଧ ନିରୋଧୀ କାର୍ଯ୍ୟାନୁଷ୍ଠାନ ସାମର୍ଥ୍ୟ ବୃଦ୍ଧି କରିବ। ଉପଯୋଗୀ ହେଲିକପ୍ଟର ଖୋଜିବା ବା ଉଦ୍ଧାର କାର୍ଯ୍ୟ, ମାନବିକ ସାହାଯ୍ୟ ତଥା ବିପର୍ଯ୍ୟୟ ରିଲିଫ ପ୍ରଦାନ ପାଇଁ ପ୍ରସ୍ତୁତ ରହିବ। ସେହିପରି ଶକ୍ତି ଇଡବ୍ଲୁ ପଦ୍ଧତି ସମ୍ମୁଖ ନୌସେନା ଯୁଦ୍ଧପୋତକୁ ଅତ୍ୟାଧୁନିକ…

Read More

ଭୁବନେଶ୍ୱର: ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ର ଦ୍ୱାରା ଓଡ଼ିଶୀ ସଂଗୀତ ଜଗତର ପ୍ରଖ୍ୟାତ ଏବଂ ପ୍ରବୀଣ ଗୁରୁ ସିଂହାରୀ ଶ୍ୟାମସୁନ୍ଦର କରଙ୍କ ସ୍ମୃତି ଉଦ୍ଦେଶ୍ୟରେ ଏକ ସାଂସ୍କୃତିକ କାର୍ଯ୍ୟକ୍ରମ ଓଡ଼ିଶୀ ଗବେଷଣା କେନ୍ଦ୍ର ପରିସରରେ ଥିବା ଉତ୍କଳ ରଙ୍ଗ ମଂଚରେ ଆଜି ସଂଧ୍ୟାରେ ଅନୁଷ୍ଠିତ ହୋଇଯାଇଛି। ଏହି ପୂଜ୍ୟପୂଜା କାର୍ଯ୍ୟକ୍ରମରେ ପ୍ରଥମେ ଓଡ଼ିଶୀ ସଂଗୀତ ପରିବେଷଣ କରିଥିଲେ ବରିଷ୍ଠ ଓଡିଶୀ ସଂଗୀତ ଗାୟିକା ପଦ୍ମଶ୍ରୀ ଶ୍ୟାମାମଣି ଦେବୀ, ଯିଏ କି ତାଙ୍କର ବାଲ୍ୟ ଜୀବନରେ ସ୍ୱର୍ଗତ ଶ୍ୟାମସୁନ୍ଦର କରଙ୍କ ଠାରୁ ସଂଗୀତ ଶିକ୍ଷା ଗ୍ରହଣ କରିଥିଲେ। ପରେ ପରେ ଗୁରୁ କେଶବ ଚନ୍ଦ୍ର ରାଉତ ଏବଂ ଗୁରୁ ଅଚ୍ୟୁତ ମହାରଣା ଓଡ଼ିଶୀସଂଗୀତ ପରିବେଷଣ କରିଥିଲେ। ଶେଷରେ ଶ୍ରୀଜଗନ୍ନାଥ ମର୍ଦଳ ପ୍ରତିଷ୍ଠାନ ,ପୁରୀର ଛାତ୍ରୀମାନେ ସମୂହ ଓଡ଼ିଶୀ ମର୍ଦ୍ଦଳ ପରିବେଷଣ କରିଥିଲେ। ଉକ୍ତ ସଂଗୀତଭିତ୍ତିକ କାର୍ଯ୍ୟକ୍ରମଟି ଖୁବ୍ ଚିତ୍ତାକର୍ଷକ ଏବଂ ଦର୍ଶକଙ୍କ ମହଲରେ ଖୁବ୍ ଆଦୃତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ…

Read More

ମେଷ: – ଜମି ବିକ୍ରୟ ଏବଂ ନିର୍ମାଣ ଲାଭଦାୟକ ହେବ। ପ୍ରଗତିର ରାସ୍ତା ପକ୍କା ହେବ। ବିବାଦରୁ ଦୂରେଇ ରୁହନ୍ତୁ। ବ୍ୟବସାୟ ବୃଦ୍ଧି ପାଇବ । ବିନିଯୋଗ ଶୁଭ ହେବ । ରୋଜଗାର ବୃଦ୍ଧି ପାଇବ । ଲାଭ ସୁଯୋଗ ଆସିବ । ଘର ବାହାରେ ସୁଖ ମିଳିବ । ବିପଦ ଏବଂ ବନ୍ଧକ କାର୍ଯ୍ୟରୁ ଦୂରେଇ ରୁହନ୍ତୁ । କିଛି ବଡ କାମ କରିବାକୁ ସମର୍ଥ ହେବେ । ବୃଷ: – ରାଜ୍ୟ ସହଯୋଗରେ କାର୍ଯ୍ୟ ସମାପ୍ତ ହେବ । ବ୍ୟବସାୟ ଅନୁକୂଳ ଲାଭ ପ୍ରଦାନ କରିବ। ବିବାହ ପ୍ରସ୍ତାବ ପକ୍କା ହେବ। ଯଦି ଆବଶ୍ୟକ ଆଇଟମ୍ ଠିକ୍ ସମୟରେ ଉପଲବ୍ଧ ନହୁଏ ତେବେ ଅକ୍ଷମତା ସେଠାରେ ରହିବ ନାହିଁ । ବିନିଯୋଗ ଶୁଭ ହେବ । ଚାକିରି ପ୍ରଭାବ ବୃଦ୍ଧି କରିବ। ଆୟ ବୃଦ୍ଧି ପାଇବ। ସମୟ ସୁସଙ୍ଗତତା ମିଳିବ । ଅଳସୁଆ ପ୍ରାଧାନ୍ୟ ଦେବ । ଘରେ ଶାନ୍ତି ଏବଂ…

Read More

ନୂଆଦିଲ୍ଲୀ: ଦେଶର ଅନେକ ରାଜ୍ୟରେ ପୁଣି ଥରେ କରୋନା ମାମଲା ବୃଦ୍ଧି ପାଉଛି। ଏହା ପରେ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ୬ ଟି ରାଜ୍ୟକୁ ଚିଠି ଲେଖିଛନ୍ତି। ମହାରାଷ୍ଟ୍ର, ଗୁଜୁରାଟ, ତେଲେଙ୍ଗାନା, ତାମିଲନାଡୁ, କେରଳ ଏବଂ କର୍ଣ୍ଣାଟକକୁ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଏହି ଚିଠି ଲେଖିଛନ୍ତି। ଏଥିରେ କୁହାଯାଇଛି ଯେ, ଗତ କିଛି ମାସ ମଧ୍ୟରେ କରୋନା ମାମଲାରେ ହ୍ରାସ ଘଟିଥିଲା, କିନ୍ତୁ ଗତ ଏକ ସପ୍ତାହରୁ ମାମଲା ପୁଣି ବଢିବାରେ ଲାଗିଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଆହୁରି ମଧ୍ୟ କହିଛି ଯେ, ବଢୁଥିବା କରୋନା ମାମଲାକୁ ନିୟନ୍ତ୍ରଣ କରିବା ଉପରେ ରାଜ୍ୟ ସରକାର ଧ୍ୟାନ ଦେବା ଉଚିତ୍। ରାଜ୍ୟ ସରକାରମାନେ ରଣନୀତି ଅନୁଯାୟୀ ପରୀକ୍ଷା, ଚିକିତ୍ସା, ଟ୍ରାକ୍, ଟୀକାକରଣ ରଣନୀତି ଅନୁସରଣ କରିବା ଉଚିତ୍। ଦେଶ ବିଷୟରେ କହିବାକୁ ଗଲେ, ଗୋଟିଏ ଦିନରେ ୭୫୪ ଟି ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ପରେ ଏପର୍ଯ୍ୟନ୍ତ ସଂକ୍ରମିତ ଲୋକଙ୍କ…

Read More

ନୂଆଦିଲ୍ଲୀ: ଡିଜି ଯାତ୍ରା ଅଧୀନରେ ଯାତ୍ରୀମାନଙ୍କ ତଥ୍ୟ ସେମାନଙ୍କ ନିଜ ମୋବାଇଲ ଗଚ୍ଛିତ ହୋଇ ରହିଥାଏ। ଏହା କୌଣସି କେନ୍ଦ୍ରୀୟ ଭଣ୍ଡାରଣ ପଦ୍ଧତି ଜରିଆରେ ରୁହେ ନାହିଁ। ଡିଜି ଯାତ୍ରା ପ୍ରକ୍ରିୟାରେ ଯାତ୍ରୀଙ୍କ ବ୍ୟକ୍ତିଗତ ଚିହ୍ନଟ ଯୁକ୍ତ ତଥ୍ୟ (ପିଆଇଆଇ) କେନ୍ଦ୍ରୀୟ ଭଣ୍ଡାରଣ ପଦ୍ଧତିର କୌଣସି ବ୍ୟବସ୍ଥା ନ ଥାଏ। ସମସ୍ତ ତଥ୍ୟ ଗୋପନୀୟ ଓ ତାହା ସେମାନଙ୍କ ସ୍ମାର୍ଟଫୋନରେ ଗଚ୍ଛିତ ହୋଇ ରହିଥାଏ। ଏହା କେବଳ ଯାତ୍ରୀ ଓ ଯାତ୍ରା କରୁଥିବା ବିମାନ ବନ୍ଦର ମଧ୍ୟରେ ସୀମିତ ଥାଏ, ଯାହାଫଳରେ ଯାତ୍ରୀଙ୍କ ଡିଜି ଯାତ୍ରା ଆଇଡିର ବୈଧତା ଯାଞ୍ଚ କରାଯାଇଥାଏ। ବିମାନ ଯାତ୍ରା କରିବାର ୨୪ଘଣ୍ଟା ମଧ୍ୟରେ ଏହି ତଥ୍ୟ ବିମାନ ଘାଟି ସୂତ୍ରରୁ ଛଡା ଯାଇଥାଏ। ଏହି ତଥ୍ୟକୁ ଯାତ୍ରୀ ସିଧାସଳଖ ସେୟାର କରିଥାନ୍ତି। କେବଳ ତାହା ଯାତ୍ରୀ ତାଙ୍କ ମୂଳ ବିମାନ ବନ୍ଦରରୁ ଯାତ୍ରା କଲାବେଳେ ସେୟାର କରିଥାନ୍ତି। ଏହାର ଗୋପନୀୟତା ଦୃଷ୍ଟିରୁ ଏହି ତଥ୍ୟକୁ ଅନ୍ୟ…

Read More

ଭୁବନେଶ୍ବର: ଆଜି ସନ୍ଧ୍ୟା ୭ ଟା ସମୟରେ ଡ୍ରାଇଭର ଏକତା ମହାସଂଘ ପ୍ରତିନିଧିଙ୍କ ସହ ରାଜ୍ୟର ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନାଙ୍କ ସହ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଏକ ଗୁରୁତ୍ଵପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ ଜେନାଙ୍କ ଦ୍ଵାରା ମହାସଂଘକୁ ଲିଖିତ ପ୍ରତିଶ୍ରୁତି ପ୍ରଦାନ କରାଯାଇଛି। ପ୍ରତିଶ୍ରୁତି ଅନୁଯାୟୀ, ଆଗାମୀ ୩ ମାସରେ ଡ୍ରାଇଭର ମହାସଂଘର ଦାବୀଗୁଡିକୁ ସମାଧାନ କରାଯିବ ବୋଲି ମୁଖ୍ୟ ଶାସନ ସଚିବ ଲିଖିତ ଆକାରରେ ପ୍ରତିଶ୍ରୁତି ଦେଇଛନ୍ତି।

Read More

କୈଳାଶ ଚନ୍ଦ୍ର ଚୌଧୁରୀ ବ୍ରହ୍ମପୁର: ବ୍ରହ୍ମପୁର ନିମଖଣ୍ଡି ଥାନା ଅନ୍ତର୍ଗତ ଫୁଲଟା ଗ୍ରାମରେ ଗତ କାଲି ସନ୍ଧ୍ୟାରେ ମନ୍ଦିର କମିଟିର ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଉକ୍ତ ବୈଠକରେ ମନ୍ଦିର କମିଟି କର୍ମକର୍ତ୍ତା ଓ କିଛି ଯୁବକଙ୍କ ମଧ୍ୟରେ କଳି ଝଗଡ଼ା ଓ ମାରପିଟ୍ ଘଟଣା ଯୋଗୁଁ ବୈଠକ ବାତିଲ ହୋଇଥିଲା। କିନ୍ତୁ ରାତିରେ କିଛି ଯୁବକ ଗାଁ କମିଟିର ସଭାପତି ସତ୍ୟନାରାୟଣ ପ୍ରଧାନ ଓ ଭଦ୍ର ବ୍ୟକ୍ତି ରାମଚନ୍ଦ୍ର ଶାସମଲଙ୍କ ଘର ଉପରକୁ ବୋମାମାଡ କରିଥିଲେ। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ କରୁଥିବା ବେଳେ କିଛି ଯୁବକ ପୋଲିସକୁ ଆକ୍ରମଣ ଉଦ୍ୟମ କରିଥିଲେ। କୌଶଳକ୍ରମେ ପୋଲିସ ୫ ଜଣ ଯୁବକ ଯଥା ପିଙ୍କୁ ପ୍ରଧାନ, ପପୁ ପ୍ରଧାନ, ଗଗନ ଶାସମଲ, ଲିଙ୍ଗରାଜ ଶାସମଲ ଓ ଗଣେଶ ଚର୍ଚି ପ୍ରମୁଖ ପୋଲିସ ହାତରେ ଧରାପଡ଼ିଥିଲେ। ଏଥି ସହିତ ପୋଲିସ ଅନୁସନ୍ଧାନ କରି ୪ ଟି ଜୀବନ୍ତ ବୋମା ଓ…

Read More

ସୀତାରାମ ଅଗ୍ରୱାଲ ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଐତିହାସିକ ପଞ୍ଚୁଦୋଳ ଦେଖିବା ପାଇଁ ପଲଟଣ ପଡିଆ ଠାରେ ଲକ୍ଷାଧିକ ଜନ ସମାବେଶ ହୋଇଥିଲା। ଯାହାଫଳରେ ପଡିଆ ଭିତରେ ବହୁ ଆବର୍ଜନା ପଡି ପୁତିଗନ୍ଧମୟ ପରିବେଶ ସୃଷ୍ଟି ହୋଇଥିଲା। ଏହାକୁ ସଫା କରିବାକୁ ଅଣ୍ଟା ଭିଡ଼ିଥିଲା ବାଣପୁର ବିଜେପି। ଆଜି ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ କ୍ରମେ ବିଜେପିର ବହୁ କର୍ମୀ ଏହି ସ୍ୱଚ୍ଛତା ଅଭିଯାନରେ ସାମିଲ ହୋଇ ପଞ୍ଚୁଦୋଳ ପଡିଆକୁ ସଫା କରିଥିଲେ। ଉକ୍ତ ସ୍ୱଚ୍ଛତା ଅଭିଯାନରେ ବାଣପୁର ମଣ୍ଡଳ ସଭାପତି ଭଗବାନ ପ୍ରଧାନ, ବିରିଜାଈ ମଣ୍ଡଳ ସଭାପତି ଜିତେନ୍ଦ୍ର ଭୋଳ, ବାଣପୁର ଯୁବମୋର୍ଚ୍ଚା ସଭାପତି ଅମିତାଭ ପଟ୍ଟଯୋଶୀ, ସୁଧୀର କୁମାର ପାତ୍ର, ବିଜେପିର ସମସ୍ତ କାଉନସିଲ ଏବଂ ବିଜେପିର ବହୁକର୍ମୀ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକୁ ଜନସାଧାରଣମାନେ ପ୍ରଶଂସା କରିଛନ୍ତି।

Read More

ନୂଆଦିଲ୍ଲୀ: ଦେଶର ବୃହତ୍ତମ ଆଇଟି କମ୍ପାନୀ ଟାଟା କନ୍ସଲଟାନ୍ସ ସର୍ଭିସର ଏମଡି ତଥା ସିଇଓ ରାଜେଶ ଗୋପୀନାଥନ ଇସ୍ତଫା ଦେଇଛନ୍ତି। କମ୍ପାନୀ ଏକ ବିବୃତ୍ତି ଜାରି କରି ଏହି ସୂଚନା ଅଂଶୀଦାର କରିଛି। ରାଜେଶ ଗୋପୀନାଥନଙ୍କ ଇସ୍ତଫା ପରେ ଆଜି ଠାରୁ କେ କ୍ରିତ୍ତିବାସନଙ୍କୁ ନୂତନ ସିଇଓ ଭାବରେ ନିଯୁକ୍ତ କରିବାକୁ TCS ଘୋଷଣା କରିଛି।

Read More

ସୀତାରାମ ଅଗ୍ରୱାଲ ବାଣପୁର: ବାଣପୁର ଅଞ୍ଚଳର ଜଣେ ପରୋପକାରୀ ଓ ରାଜନେତା ଭାବେ ଜଣାଶୁଣା ଦୋଳଗୋବିନ୍ଦ ବଳିୟାରସିଂହଙ୍କ ପରଲୋକ ଘଟିଯାଇଛି। ଶ୍ରୀଯୁକ୍ତ ବଳିୟାରସିଂହ ବାଣପୁର ନରେନ୍ଦ୍ରପୁର ଗ୍ରାମ ପଞ୍ଚାୟତର ନରେନ୍ଦ୍ରପୁର ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ। ସେ ଟେକ୍ସଟାଇଲ ଇଞ୍ଜିନିଅର ଭାବରେ ଜୀବିକା ଆରମ୍ଭ କରିଥିବାବେଳେ ଚାକିରୀ ଛାଡି ବିଶ୍ଵଭୂଷଣ ହରିଚନ୍ଦନଙ୍କର କାର୍ଯ୍ୟରେ ଅନୁପ୍ରାଣିତ ହୋଇ ରାଜନୈତିକ ଜୀବନ ଆରମ୍ଭ କରିଥିଲେ। ବିଶ୍ୱଭୂଷଣ ହରିଚନ୍ଦନଙ୍କର ଚିଲିକା ନିର୍ବାଚନ ମଣ୍ଡଳୀରେ ମୁଖ୍ୟଲୋକ ଭାବରେ କାର୍ଯ୍ୟ କରୁଥିଲେ। ବିଶ୍ୱ ଭୂଷଣ ହରିଚନ୍ଦନ ଜନତା ଦଳରେ ଥିବାବେଳେ ସେ ଜନତା ଦଳର ଚିଲିକା ନିର୍ବାଚନ ମଣ୍ଡଳୀର ସଭାପତି ଭାବରେ ମଧ୍ୟ କାର୍ଯ୍ୟରତ ଥିଲେ। ସ୍ୱାଧୀନ ବିଧାୟକ ପ୍ରାର୍ଥୀ ଭାବରେ ଚିଲିକା ନିର୍ବାଚନ ମଣ୍ଡଳୀରୁ ଦୁଇଥର ନିର୍ବାଚନରେ ପ୍ରତିଦ୍ବନ୍ଦିତା କରି ପରାଜିତ ହୋଇଥିଲେ। ସେ ବାଣପୁର ଅଞ୍ଚଳରେ ବହୁ ଗରିବ ଲୋକଙ୍କର ବ୍ଲକ ଓ ତହସିଲରେ ପଡିରହିଥିବା କାର୍ଯ୍ୟକୁ ସୁରୁଖୁରୁରେ କରିବାରେ ସସିଦ୍ଧହସ୍ତ ଥିଲେ। ତେବେ ସେ…

Read More

ମୁମ୍ବାଇ: ଲମ୍ବା ପଦଯାତ୍ରାରେ ଯାଇଥିବା ଚାଷୀଙ୍କ ସମସ୍ତ ଦାବିକୁ ମହାରାଷ୍ଟ୍ର ସରକାର ଗ୍ରହଣ କରିଛନ୍ତି। ପ୍ରଦର୍ଶନକାରୀ ଚାଷୀଙ୍କ ସମସ୍ତ ଦାବିକୁ ରାଜ୍ୟର ଏକନାଥ ସିନ୍ଦେ ସରକାର ଗ୍ରହଣ କରିଛନ୍ତି। ଶୁକ୍ରବାର ଦିନ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଗୃହରେ ଏ ସମ୍ପର୍କରେ ଏକ ବିବୃତ୍ତି ଦେବେ। ଏଥି ସହିତ ଆସନ୍ତାକାଲି ସକାଳେ କୃଷକମାନେ ଶାହପୁରରୁ ନାଶିକକୁ ଫେରିବେ। କୃଷକମାନେ ମହାରାଷ୍ଟ୍ର ସରକାରଙ୍କ ସମ୍ମୁଖରେ ୧୪ ଟି ଦାବି ରଖିଥିଲେ। ସୂଚନା ଅନୁଯାୟୀ, ପୂର୍ବରୁ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଏବଂ ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍ ଆଜି କୃଷକଙ୍କ ଏକ ପ୍ରତିନିଧୀ ଦଳଙ୍କୁ ଭେଟିଥିଲେ। ଅନ୍ୟପକ୍ଷରେ ହଜାର ହଜାର ଚାଷୀ ସେମାନଙ୍କ ଦାବି ପାଇଁ ନାଶିକ ଜିଲ୍ଲା ଠାରୁ ମୁମ୍ବାଇ ଅଭିମୁଖେ ଯାତ୍ରା ଜାରି ରଖିଥିଲେ। ଏହାପୂର୍ବରୁ ରାଜ୍ୟ ସରକାର ଚାଷୀଙ୍କ ସହ ଆଲୋଚନା ପାଇଁ ମନ୍ତ୍ରୀ ଦାଦା ଭୁସେ ଏବଂ ଅତୁଲ ସାଭେଙ୍କୁ ପଠାଇଥିଲେ। କୃଷକଙ୍କ ଦାବିରେ ପିଆଜ ଚାଷୀଙ୍କୁ କ୍ୱିଣ୍ଟାଲ ପିଛା…

Read More

ନୂଆଦିଲ୍ଲୀ: ସ୍ୱଚ୍ଛ ଭାରତ ମିଶନ-ଗ୍ରାମୀଣ ଅଧୀନରେ ଦେଶର ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶରେ ୧୧ କୋଟିରୁ ଅଧିକ ପାଇଖାନା ଏବଂ ୨.୨୩ ଲକ୍ଷରୁ ଊର୍ଦ୍ଧ୍ବ ଗୋଷ୍ଠୀ ଶୌଚାଳୟ ନିର୍ମାଣ କରାଯାଇଛି। କେନ୍ଦ୍ର ଜଳ ଶକ୍ତି ରାଷ୍ଟ୍ରମନ୍ତ୍ରୀ ଶ୍ରୀ ପ୍ରହ୍ଲାଦ ସିଂ ପଟେଲ ଆଜି ଲୋକସଭାରେ ଏହି ସୂଚନା ଦେଇଛନ୍ତି। କେନ୍ଦ୍ର ମନ୍ତ୍ରୀ କହିଛନ୍ତି ଯେ, ୨ ଅକ୍ଟୋବର ୨୦୧୪ରେ ସ୍ୱଚ୍ଛ ଭାରତ ମିଶନ ଆରମ୍ଭ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ଆରମ୍ଭ ହେବାର ପାଞ୍ଚ ବର୍ଷ ମଧ୍ୟରେ ଅର୍ଥାତ୍‌ ୨ ଅକ୍ଟୋବର ୨୦୧୯ ସୁଦ୍ଧା ଦେଶକୁ ଖୋଲା ମଳମୁକ୍ତ (ଓଡିଏଫ) କରିବା ଲାଗି ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା । କାର୍ଯ୍ୟକ୍ରମ ଆରମ୍ଭ ହେବାର ପାଞ୍ଚ ବର୍ଷ ମଧ୍ୟରେ ଦେଶର ସବୁ ରାଜ୍ୟ/କେନ୍ଦ୍ର ଶାସିତ ପ୍ରଦେଶରେ ୧୦ କୋଟିରୁ ଅଧିକ  ବ୍ୟକ୍ତିଗତ ପାରିବାରିକ ପାଇଖାନା ନିର୍ମାଣ କରାଯାଇଥିଲା। ଧାର୍ଯ୍ୟ ଲକ୍ଷ୍ୟ ମୁତାବକ ୨ ଅକ୍ଟୋବର ୨୦୧୯ ସୁଦ୍ଧା ସବୁ ରାଜ୍ୟ/କେନ୍ଦ୍ର ଶାସିତ…

Read More

ସୀତାରାମ ଅଗ୍ରୱାଲ ବାଣପୁର: ଖୋର୍ଦ୍ଧା ଜିଲ୍ଲା ୧୬ ନମ୍ବର ଜାତୀୟ ରାଜପଥ ବାଣପୁର ବାଇପାସରେ ଆଜି ଏକ ସଡ଼କ ଦୁର୍ଘଟଣା ଘଟିଯାଇଛି। ଖବର ମୁତାବକ ବ୍ରହ୍ମପୁରରୁ ଭୁବନେଶ୍ୱର ଅଭିମୁଖେ ଯାଉଥିବା ଏକ କାରଟି ସଂନ୍ଧ୍ୟାରେ ବାଣପୁର-ବାଲୁଗାଁ ବାଇପାସ ନିକଟରେ ସମ୍ମୁଖରେ ଯାଉଥିବା ଏକ ଟ୍ରକକୁ ଓଭରଟେକ କରିବା ପାଇଁ ଚେଷ୍ଟା କରୁଥିବା ବେଳେ ଟ୍ରକଟି କାରକୁ ସାଇଡ ମାରିଥିଲା। ଫଳରେ କାର ଟି ଭାରସାମ୍ୟ ହରାଇ ଡିଭାଇଡର ଉପରେ ମାଡି ଯାଇଥିଲା। ସୌଭାଗ୍ୟବଶତଃ କାରରେ ଉପସ୍ଥିତ ଥିବା ଯାତ୍ରୀଙ୍କ କୌଣସି କ୍ଷୟକ୍ଷତି ହୋଇନଥିବା ବେଳେ ବାଣପୁର ପୋଲିସ ଦୁର୍ଘଟଣାସ୍ଥଳରେ ପହଞ୍ଚି ଉଭୟ ଗାଡିକୁ ଅଟକାଇ ତଦନ୍ତ ଜାରି ରଖିଛି।

Read More

ଭୁବନେଶ୍ୱର: ଦଶ ଦଫା ଦାବି ନେଇ ଗତକାଲିଠାରୁ ଟ୍ରକ୍ ଡ୍ରାଇଭର ସଂଘ ଚଳାଇଥିବା ଆନ୍ଦୋଳନକୁ ବିଜେପିର ସମର୍ଥନ ଏକ ନାଟକବାଜି ବ୍ୟତୀତ ଅନ୍ୟ କିଛି ନୁହେଁ। ବିଜେପି ଏହାକୁ ନେଇ ତୁଛା ରାଜନୀତି କରିବା ନିନ୍ଦନୀୟ ବୋଲି ବିଜୁ ଜନତା ଦଳ ପକ୍ଷରୁ କୁହାଯାଇଛି। ଆଜି ଏକ ପ୍ରେସ ବିବୃତିରେ ବିଜେଡି ମୁଖପାତ୍ର ଡ.ଲେନିନ ମହାନ୍ତି କହିଛନ୍ତି ଯେ, ଦେଶର କୌଣସି ବିଜେପି ଶାସିତ ରାଜ୍ୟରେ ଡ୍ରାଇଭର ସଂଘର ଦାବି ମୁତାବକ କେଉଁ କେଉଁ ସୁବିଧା ପ୍ରଦାନ କରାଯାଉଛି, ବିଜେପି ନେତାମାନେ ତାହା ସ୍ପଷ୍ଟ କରନ୍ତୁ। ଡ୍ରାଇଭର ସଂଘ ଆନ୍ଦୋଳନକୁ ସମର୍ଥନ କରିବାକୁ ଯିବା ପୂର୍ବରୁ ଓଡ଼ିଶା ବିଜେପି ନେତାମାନେ ଏହିସବୁ ସୁବିଧାସୁଯୋଗର ଏକ କପି ସାଂଗରେ ନେଇଯାଇ ସେମାନଙ୍କୁ ଦେଖାଇଥିଲେ ଭଲ ହୋଇଥାନ୍ତା। ସେ ଆହୁରି କହିଛନ୍ତି ଯେ, ଏବେ ଯେତେବେଳେ ରାଜ୍ୟରେ ବିଭିନ୍ନ ସ୍କୁଲ, କଲେଜରେ ପରୀକ୍ଷା ଚାଲିଛି, ଠିକ୍ ସେତିକିବେଳେ ଡ୍ରାଇଭର ସଂଘ ଗାଡ଼ିମଟର ବନ୍ଦ କରି…

Read More

ଭୁବନେଶ୍ୱର: କଟକ ସ୍ଥିତ ଆଚାର୍ଯ୍ୟ ହରିହର ସ୍ନାତକତ୍ତୋର କ୍ୟାନସର୍ ପ୍ରତିଷ୍ଠାନରେ ନିଦାନ ଶାସ୍ତ୍ର ସ୍ପେସାଲାଇଜେସନ୍ ପାଠ୍ୟକ୍ରମ ଖୋଲିବା ପାଇଁ ଜାତୀୟ ମେଡିକାଲ୍ କାଉନସିଲ୍ ତରଫରୁ ସ୍ୱୀକୃତି ପ୍ରକାଶ କରାଯାଇଛି। ୪ ଟି ସିଟ୍ ପାଇଁ ଏହି ସ୍ୱୀକୃତି ମିଳିଛି। ଏଥିପାଇଁ ଚଳିତବର୍ଷ ଫେବୃଆରୀ ମାସରେ ମେଡିକାଲ୍ କାଉନସିଲ୍ ତରଫରୁ କ୍ଷେତ୍ରସ୍ତରୀୟ ଅନୁଧ୍ୟାନ କରାଯାଇଥିଲା। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ଏହି ସୂଚନା ଦିଆଯାଇଛି। ସୂଚନାଯୋଗ୍ୟ, ଏହି ପ୍ରତିଷ୍ଠାନରେ ନିଶ୍ଚେତକ ସ୍ପେସାଲିଷ୍ଟ୍ ପାଠ୍ୟକ୍ରମ ଆରମ୍ଭ ପାଇଁ ମେଡିକାଲ୍ କାଉନସିଲ୍ ୨୦୨୨ ମସିହାରେ ଅନୁମତି ଦେଇଥିଲେ। ତଦନୁଯାୟୀ ପ୍ରଥମ ବ୍ୟାଚ୍ ନାମଲେଖା ସରିଛି। ଆଚାର୍ଯ୍ୟ ହରିହର ଆଞ୍ଚଳିକ କ୍ୟାନସର କେନ୍ଦ୍ରକୁ ୨୦୨୦ ମସିହା ଫେବୃଆରୀ ମାସରେ କ୍ୟାନସର ସ୍ନାତକତ୍ତୋର ପ୍ରତିଷ୍ଠାନ ଭାବେ ଘୋଷଣା କରାଯାଇଥିଲା। ବର୍ତ୍ତମାନ ଏହି ପ୍ରତିଷ୍ଠାନରେ ସର୍ଜିକାଲ୍ ଅଙ୍କୋଲୋଜି, ସ୍ତ୍ରୀ ଓ ପ୍ରସୂତୀ ରୋଗ, ରେଡ଼ିଏସନ୍ ଅଙ୍କୋଲୋଜି ଆଦି ବିଷୟରେ ସୁପର ସ୍ପେସାଲାଇଜେସନ୍ ପାଠ୍ୟକ୍ରମ ଚାଲୁ ରହିଛି। ଏହା…

Read More

ଭୁବନେଶ୍ୱର: ଏକ ଚାରି ବର୍ଷ ଶିଶୁର ବିରଳ ଅସ୍ତ୍ରୋପଚାର କରି ତାକୁ ସୁସ୍ଥ କରିବାରେ ସଫଳ ହୋଇଛନ୍ତି ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ୍‌ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ସର୍ଜନ୍। ୪ ବର୍ଷର ଶିଶୁଟିର ଏକ ଜନ୍ମଗତ ତ୍ରୁଟି ଯୋଗୁଁ ମସ୍ତିଷ୍କର କିଛି ଅଂଶ ନାଶାରନ୍ଧ୍ରରେ ପ୍ରବେଶ କରିଥିଲା। ଏହା ଫଳରେ ଶିଶୁଟି କେବଳ ବାମ ନାକ ବା ପାଟିରେ ନିଶ୍ୱାସ ନେଉଥିଲା ଏବଂ ବାରମ୍ବାର ବାନ୍ତି ହେବା ସହ ଗନ୍ଧ ମଧ୍ୟ ବାରି ପାରୁନଥିଲା। ଏହି ସବୁ ସମସ୍ୟା ନେଇ ଶିଶୁଟିର ପରିବାର ତାକୁ ସମ୍ ହସ୍ପିଟାଲ୍‌କୁ ଚିକିତ୍ସା ପାଇଁ ଆଣିଥିଲେ ବୋଲି ଗୁରୁବାର ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ବିଶିଷ୍ଟ ନ୍ୟୁରୋସର୍ଜନ୍ ପ୍ରଫେସର (ଡାକ୍ତର) ଅଶୋକ କୁମାର ମହାପାତ୍ର। ପରୀକ୍ଷାରୁ ଜଣାପଡ଼ିଥିଲା ଯେ ଶିଶୁଟିର ମସ୍ତିଷ୍କରୁ ନାକକୁ ଆସିଥିବା ରାସ୍ତାରେ ଏକ ଛିଦ୍ର ରହିଥିଲା ଓ ମସ୍ତିଷ୍କର କିଛି ଅଂଶ ତଳକୁ…

Read More